Tag Archives: #ajabtathya8

ଅଜବ ତଥ୍ୟ…8

Target,goal, Bhuyan, Nilamadhab, Ronny,
Target
• ଆଜି କିଛି ନୂଆ ତଥ୍ଯ ନେଇ ଆସିଛି, ଆଶା କରୁଛି ପସନ୍ଦ ଆସିବ ।
• କିଛି କରିବାର ଟାର୍ଗେଟ ରଖିଛ ମାନେ ସେ ଯୋଉ ପର୍ଯ୍ୟନ୍ତ ସରିନି ତୁମକୁ ଆଉ କିଛି ବାହାନା କରିବା ଭୁଲ । 
•  ମୁଁ ଏହା କହିବି ଯେ ବେଳେବେଳେ ଏମିତି ସମୟ ଆସେ ଯେ ପ୍ରକୃତରେ ସମୟ ଅଭାବ ପଡ଼ି ଯାଏ କିନ୍ତୁ ଅନ୍ୟକୁ କେବେ କହିବା ନାହିଁ ଯେ ମୋ ପାଖରେ ସମୟ ନାହିଁ, କି ଖାଇବାକୁ ସମୟ ନାହିଁ ଏବଂ ମୋତେ ଆରାମ୍ କରିବାକୁ ସମୟ ନାହିଁ।  
•  ସେମିତି ତ ହୁଏ ମାତ୍ର ଥରେ ଚିନ୍ତା କରନ୍ତୁ?  କଣ ସତରେ ଆମ ପାଖରେ ସମୟ ନାହିଁ ? କଣ ସତରେ ଆମେ ଭୋକରେ ରହୁଛୁ ? କଣ ଆମକୁ ଆରାମ କରିବାକୁ ସମୟ ମିଳୁନି ??
•  ଥରେ ନିଜକୁ ପ୍ରଶ୍ନ କରି ଦେଖ ?? 
•  ଆମ ପାଖରେ ସବୁ ସମସ୍ୟା ର ରାସ୍ତା ଅଛି ଏବଂ ପରେ ସମୟ ମଧ୍ୟ ପାଉଛୁ । ହଁ ସମୟରେ ନହେଲେ ନାହିଁ କିନ୍ତୁ ଅସମୟରେ ଆମେ ଭୋଜନ କରୁଛୁ । ଆରାମ କରିବାକୁ ସେହି ସମୟ ଉପଲବ୍ଧ ହେଲେ ନାହିଁ କିନ୍ତୁ ପର ମୁହୂର୍ତ୍ତରେ ଆମେ ପର୍ଯ୍ୟାପ୍ତ ସମୟ ନେଇ ଆରାମ ମଧ୍ୟ କରୁଛୁ। 
•  ଏହା ମଧ୍ୟ କହିବି ଯେ, ଏମିତି ମଧ୍ୟ ମଣିଷ ଅଛନ୍ତି ଯେ  ଦିନ ରାତି ନ ଶୋଇ ମଧ୍ୟ କାମରେ ଲାଗିଥିବେ। ନିଜ ଇଚ୍ଛାରେ ନ ହେଲେ ନାହିଁ ବାଧ୍ୟତାମୂଳକ କରିବାକୁ ପଡେ । ମାତ୍ର କାମ କର କିନ୍ତୁ ପର୍ଯ୍ୟାପ୍ତ ସମୟ ନେଇ ଆରାମ ମଧ୍ୟ କର। 
•  ତେବେ ପୁଣି ଆସନ୍ତୁ, ମୁଖ୍ୟ ବିନ୍ଦୁ ଉପରକୁ, ଯଦି ତୁମର କିଛି ଟାର୍ଗେଟ ଅଛି ଏବଂ ତାହା କଷ୍ଟ ଦାୟକ କିନ୍ତୁ ତାହା ତୁମକୁ ହିଁ କରିବାକୁ ପଡ଼ିବ । ଆଉ ଯଦି ସହଜ ତେବେ ବିନା ସମୟ ନଷ୍ଟ ନ କରି ପ୍ରଥମେ ତାହା କର । 
•  କେମିତି ?
•  ଗୋଟିଏ ଉଦାହରଣ ଦେବୀ, ଆପଣଙ୍କୁ ଦୈନିକ କିଛି କାମ କରିବାକୁ ପଡୁଥିବ ଏବଂ ସେ କାମ ଟିକୁ ୮ ଟା ରେ ପ୍ରତିଦିନ କରନ୍ତି କିନ୍ତୁ ଆପଣ ସେହି କାମ ଟିକୁ ଦୁଇ ଘଣ୍ଟା ପୂର୍ବରୁ ମାନେ ୬ଟା ରେ କରି ଦିଅ । 
•  ଦେଖିବ ତୁମ ପାଖରେ ଦୁଇ ଘଣ୍ଟା ର ସମୟ ବଞ୍ଚିଗଲା ।
•  ଆଉ ଏହା ଥିଲା କେବଳ ଛୋଟିଆ ଉଦାହରଣ ଟିଏ କିନ୍ତୁ ବହୁତ୍ ଲାଭଦାୟକ ମଧ୍ୟ। 
•  ଥରେ ଭାବି ଦେଖ ଆମେ ଆମ ସମୟ କୁ ନଷ୍ଟ କରିବାକୁ ବହୁତ୍ ଜିନିଷ ବ୍ୟବହାର କରୁଛନ୍ତି କିନ୍ତୁ ନିଜ ଟାର୍ଗେଟ ପୁରା କରିବା ପାଇଁ ଆମେ ବିଭିନ୍ନ ବାହାନା ଆମ ମନରେ ସେଟ୍ କରି ଦେଉଛୁ ।  
•  କଣ? ବାହାନା?? ଯେମିତି କି ??
•  ଏହି କାମ ଟା ଏବେ କରିବିନି ପରେ କରିବି !!! ଆଉ ସେ “ପରେ କରିବି” ସମୟ ଟା ଏତେ ଆଗକୁ ବଢ଼ି ଯାଏ ଯେ, ଆଉ ତୁମକୁ ସମୟ ମିଳେ ନାହିଁ। 
•  ବୋଧେ ମୁଁ ଠିକ୍ କହିଲି, ଏମିତି ମୋ ସହିତ ମଧ୍ୟ ହୁଏ କିନ୍ତୁ ମୁଁ ଏବେ ମୋ ସମୟ କୁ ନଷ୍ଟ କରିବାକୁ ଦଶ ଥର ଭାବେ ଆଉ ସମୟ ନଷ୍ଟ କରେ ନାହିଁ ।
•  ଆପଣ ପଚାରିବେ କେମିତି ?
•  ତାହା ହେଲା Alarm ।
•  ମୁଁ Alarm କୁ ଭରପୁର ବ୍ୟବହାର କରୁଛି।  Alarm ରେ ନିଜର ଟାର୍ଗେଟ ଏବଂ ଟାଇମ ସେଟ୍ କରି ରଖୁଛି  । ଆଉ ଏହି ଆଲାରମ ମୁଁ ଗୋଟିଏ ଦିନ ପୂର୍ବରୁ ସେଟ କରି ଦିଏ।  
•  ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ Alarm କେତେବେଳେ ଦେବୀ ?  
•  Alarm ଦେବାର ସମୟ  ହେଉଛି ଠିକ୍ ଶୋଇବା ପୁର୍ବରୁ।
•   ମାନେ ଆସନ୍ତା କାଲି ର ଯାହା ଯାହା କରିବାର ଅଛି Alarm ଦେଇ ଶୋଇ ପଡନ୍ତୁ। ଦେଖିବେ ସ୍ବପ୍ନ ରେ ଅଧା ଟାର୍ଗେଟ ର ରେଜଲ୍ଟ ମିଳିଯିବ ।  
•  ତେବେ ଡେରି କାହିଁକି ଏବେ ଠାରୁ Alarm ଦେଇ ନିଜ ଜୀବନ ର ସବୁ ଟାଇମ କୁ ସେଟ କରନ୍ତୁ।  
•  ଟାର୍ଗେଟ ଫୁଲ ଫିଲ କରିବାର ଗୋଟିଏ ଜବରଦସ୍ତ ଉପାୟ ।
•  ଆଶା କରୁଛି ଆପଣଙ୍କୁ ଏହି ମେସେଜ ଟି ପସନ୍ଦ ଆସିଥିବ ।
• ମୁଁ ଜାଣିଛି, ଏହି କଥାକୁ ଆପଣ ନିଶ୍ଚୟ ସେୟାର କରିବେ । 
• ମୁଁ କହିବିନି ଯେ, ଆପଣଙ୍କ ଯଦି ୫୦ ଜଣଙ୍କୁ ସେୟାର କରିବେ ନାହିଁ ତେବେ ଆପଣଙ୍କ Whatsapp ବନ୍ଦ ହୋଇଯିବ । ସେଗୁଡିକ ସବୁ Fake Message, ତାକୁ ଯଦି ଆଖି ବନ୍ଦ କରି ଆଗକୁ ଫରୱାର୍ଡ କରୁଛନ୍ତି ତେବେ ଏହି Message କୁ କାହିଁକି ନୁହେଁ ।
ଧନ୍ୟବାଦ
By. Nilamadhab Bhuyan

If the contents are helpful to share them with your friends, Thanking You.