Tag Archives: ama abhula smruti

ଅଭୁଲା ଅତୀତ (By. Nilamadhab)

ଆଜି ପୁଣି ସଞ୍ଜ ଗଡିଗଲା
ତୋ ଅପେକ୍ଷାରେ
କାହିଁକି କେଜାଣି
ସମୟ ମୋ ପାଇଁ ସବୁବେଳେ
ସ୍ମୃତି ର ସନ୍ତକ କରିଦିଏ
ବିନା ମୋ ପ୍ରଶ୍ନରେ…
ଇଚ୍ଛା ଥିଲା ବହୁ ଦିନୁ
ତୋର ସେହି କୋମଳ
ଓଠ ଥିବା ହସ କୁ
ପାନ କରିବି ବୋଲି
କିନ୍ତୁ ଆଜି ପୁଣି ନିର୍ବିକାର
ଆଉ ମୁଁ ଏକା ଏକା…
ତୁ ଆସି ନଥିଲୁ କାହିଁକି !!
ତାହା ମୁଁ ଜାଣେ
ଦୁଃଖରେ ଜର୍ଜରିତ ଅବସ୍ଥାରେ
ତୁ ମଧ୍ୟ ଘର ର କୋଣେ
ଲୁହ ଚାପି ରଖି
ଲକ୍ଷ ର ସମାହାର କୁ ହରେଇ ବସିଥିଲୁ ନା ???
ତୁ ବନ୍ଧା ହୋଇଥିଲୁ
ପରିବାର ର ସମ୍ମାନ ସହିତ
ଏବଂ ମୁଁ ବନ୍ଧା ହୋଇଥିଲି
ସମୟ ଚକ୍ରର
ଅଜଣା ଠିକଣା ରେ…
ମୋର ଆଶା ର ଉପେକ୍ଷା
ବିଷୟ ଉପରେ ପୂର୍ଣ୍ଣଚ୍ଛେଦ
ପଡିଗଲା ସେଦିନ…
କାଳେ ଦେଖା ହେବ ଆଶାରେ
ବସି ଥାଏ ସେ ମନ୍ଦିର ପଛ ପଟ
ବାରଣ୍ଡାରେ..
କିନ୍ତୁ ଆଶା ଆଉ ଭାବନା
ସବୁ ନିସ୍ତେଜ ହୋଇ
ପଡ଼ିଥିଲା ସେ ଦିନ ଠାରୁ
ନା ତୁ ଫେରିନୁ,
ନା ଅପେକ୍ଷା ପାଇଁ
ମୁଁ ମୋ ସମୟ କୁ ମୁଁ ନଷ୍ଟ
କରିଛି…
ଚାଲିଗଲା ସେ ସମୟ
ମୁଁ ମଧ୍ୟ ବନ୍ଧା ହୋଇଗଲି
ସମ୍ପର୍କ ଶିକୁଳି ରେ
ଆଜି କାହିଁକି ଦେଖା କରି
ପୁରୁଣା ସ୍ମୃତି କୁ ତାଜା କରିବାକୁ
ଆସିଛୁ…
ତୁ ତ ଠିକ୍ ଅଛୁ
ତୋ ପରିବାର ସହିତ
କେବଳ ମଗର ଦୁଃଖ
ଦେଖେଇବାକୁ ଆସିଛୁ ନା କଣ ??
ସ୍ପର୍ଶ କରିବୁ ନାହିଁ ମୋତେ
କାଳେ ବାଦଲ ଛିଣ୍ଡି ଯିବ
ଆଜି ଏହି କ୍ଷଣି…
ଭଲ ହେବ ଭୁଲି ଯାଆ
ସେ ସ୍ମୃତି ଲିପା
ସେ ଅଭୁଲା ଅତୀତ କୁ…
ସେ ଅଭୁଲା ଅତୀତ କୁ…
ନୀଳମାଧବ ଭୂୟାଁ ଙ୍କ ଲେଖନୀରୁ…

If the contents are helpful to share them with your friends, Thanking You.