Sankalpa_Odia_Poem
କେତେ ଦିନ ଆଉ ସହିବି କହ
ତୋ ହୃଦୟରେ ମୋ ଯାଗା କୁ
ଶୂନ୍ୟ କରି ଚାଲିଯିବା ପାଇଁ……
ଆଉ କେତେ ଥର କହିବୁ
ଯାଅ ତୁମେ, ଯାଅ ତୁମେ……. ଚାଲି ଯାଅ……
ତୁ କଣ ଭାବିଛୁ, ମୁଁ ସତରେ ଚାଲିଯିବି ???
କିନ୍ତୁ ସମୟର ସ୍ରୋତରେ ଗଲା ବେଳେ ???
ଦୂରକୁ ବହୁ ଦୂରକୁ,
ତୋର ମନ ଟିକୁ ସାଥିରେ ନେଇଯିବି ।
ଏହା ତ ମୋର ପ୍ରଥମ ସଂକଳ୍ପ !!
ଦ୍ଵିତୀୟ ବାର କହିବାକୁ ଗଲେ
ମୋ ମନର ସବୁ ଦୁଃଖ ଆଉ ଦରଦ
ଭରିଦେବି ତୋ ମନରେ ।
ଛାତିରେ ହାତ ରଖି କହ ତ ??
“ମୁଁ ଚାଲିଗଲେ ତୁ କଣ ଶାନ୍ତି ପାଇବୁ” ??
କେବଳ ବିରହି ପ୍ରେମିକ ଟିଏ ହୋଇ
କାଳିଦାସ ଙ୍କ ଶକୁନ୍ତଳା ପାଲଟି ଯିବୁ
କିନ୍ତୁ ମୁଁ ଚାହେଁନି ଏହା !
ଶୁଣ !! ମୋ ପାଇଁ ତୋ ଜୀବନରୁ
ଦୁଇ ଘଡି ମୁହୂର୍ତ୍ତ ଦେବୁ !!!
ନିରୋଳାରେ ଏକାକୀ
ମୋକଥା , ଥରେ ଭାବିବୁ ;
ମନେ ନ ପଡିଲେ ,
ସବୁଦିନ ପାଇଁ….
ଭୁଲିଯିବୁ….. ।
ଲୁହର ପଞ୍ଜୁରୀ ବାନ୍ଧି ହୋଇ,
ଯଦି ତୁ କହୁଛୁ, ମୁଁ ଫେରିଯିବି ନିଶ୍ଚେ
ସପ୍ତସିନ୍ଧୁ ହୋଇ…….
ବାସ୍ତବତା ଆଉ ସତ୍ୟତା ଠାରୁ
ବହୁଦୂରକୁ….
ଏକ ନିଶ୍ଚିତ ସଂକଳ୍ପ ନେଇ …….
ମନୋଜ କୁମାର ବେହେରା ଙ୍କ
କବିତା ପୃଷ୍ଠାରୁ……..
ଏହି ହୃଦୟସ୍ପର୍ଶୀ କବିତା ଅଧ୍ୟୟନ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
Like this:
Like Loading...
#ମୂର୍ତ୍ୟୁ। ( Death)
“କାହା ମନରେ ଦୁଖଃ ଦେବା ହେଉଛି,
ନିଜକୁ ଭଗବାନଙ୍କ ଆଶୀର୍ବାଦ ପାଖରୁ
ଦୁରେଇ ଦେବା”
ତୁମ ପାଈଁ……………….
ନିୟତିର ନୀରୁତ୍ତର,
ଉପଲବ୍ଧ, ଆଗାମୀ ବର୍ଷର
ଭବିଷ୍ୟତ ହୋଇ…………
ତୋ ଦରବାରରେ ଘିଅଦୀପ ଧରି ;
ଚଳିତ ଶତାବ୍ଦୀର
ଦ୍ୱାଦଶ ପାହାଚରେ ;
ବାଇଶି ଛୁଇଁ ଇତିହାସ ହୋଇଯାଇଥିବା
ବୟସକୁ ନେଇ ସମର୍ପି ଦେଇଛି;
ଜୀବନକୁ ଆଳତି କରି
କାଦୁଅ ହୋଇ ଯାଇଥିବା
ବାକିତକ ଜୀବନର
ପ୍ରତ୍ୟେକ ଦିନ “ଦୁଃଖ-ସୁଖ” ଲୁହରେ
ଭିଜିଥିବା
ଓଦା ଦୀପାଳିର ଓଠରୁ – ଆଖିରୁ…….
ଲୁହର ଘିଅ ସରିଗଲେ;
ତମେ ଆସି ପହଞ୍ଚିବ…………
ସେତେବେଳକୁ ସବୁ ଶେଷ……
ଆଉ ତାପରେ
“ମୁଁ ତୁମର”
ମୂର୍ତ୍ୟୁ ; ! ତୁମେ ମୋର ହୋଇଯିବ ।।
ମନୋଜ କୁମାର ବେହେରା
……..ଙ୍କ କଲମରୁ
Like this:
Like Loading...
#
ଅନ୍ତିମ ସାକ୍ଷୀ
ଗାଁ ପାଖ ବୁଢା ବରଗଛ
ଶହ ଶହ ବର୍ଷର ପୁରୁଣା,
ଯେତେବେଳେ ଏ ଗୋଟି ନଥିଲା
ଏହି ବଡ଼ଗଛଟି ଏକାନ୍ତ ନିରଵଦ୍ରଷ୍ଟା
ନିର୍ଜନ ପଡ଼ିଆରେ
ଧୀରେ ଧୀରେ ଏକାନ୍ତ………………..
ନୀରବତା ବୁହାଇଲା
କେତେ ଲୋକଙ୍କ ସାକ୍ଷୀ ପାଲଟି ଗଲା
କେତେ ଚିତାଶ୍ମିର ଉତ୍ତପ୍ତ ସହି
ନିଜକୁ ବି ସାକ୍ଷୀ କରିଗଲା
ଆସିବା ଲୋକଙ୍କ ପଥ ପ୍ରଦର୍ଶକ
ଫେରିବା ପାଇଁ ପ୍ରତିଶ୍ରୁତିବଧଃ ହୋଇ
କଥା ଦେଇ ପ୍ରତୀକ୍ଷା ହିଁ ଅଛି ………
ଆଜି ଯାଏଁ…………………………
କିଏ ଯାଏ ତା କେତେ ଦିନ,
ଏମିତି କେତେ ମହାତ୍ମାକୁ
ପାଉଁଶ ତଳେ ରଖୁଥିବ
କୋଳାଗ୍ରତ କରି
ନିଜ ପାଖରେ ହାର ମାନୁଥିବ..?
ମନୋଜ କୁମାର ବେହେରା
……ଙ୍କ କଲମରୁ
ମୋ page କୁ follow କରନ୍ତୁ ।
।।। ଧନ୍ୟବାଦ ।।।
Like this:
Like Loading...
New World with Story, Poem, Article & Experience.