ନାଁଟି ମୋର ନଈ
ନାଁଟି ମୋର ନଈ
ବଣ ପାହାଡ ତରୁ ଲତା ତଳେ
ଯାଉଥାଏ ମୁହିଁ ବହି
ନାଁଟି ମୋର ନଈ….
ଯେବେ ମୋ ଜଳ କାଟିଣ ଶୁଅ
ଆଗକୁ ଆସଇ ବୋହି
ସବୁରୀ ବାଧା ବିଘ୍ନ କୁ ତେଜି
ଆଗକୁ ଚାଲଇ ଧାଇଁ
ନାଁଟି ମୋର ନଈ….
ଯେବେ ଗ୍ରୀଷ୍ମ ଆସେ ଧରାକୁ
ଜୀବଜନ୍ତୁ ଧାଇଁ ଆସନ୍ତି ପାଖକୁ
ସଭିଙ୍କ ତୃଷ୍ଣା କୁ ମେଣ୍ଟାଇ ଥାଏ ମୁହିଁ
ନାଁଟି ମୋର ନଈ….
ମୋ କୂଳ ଦୀପରୁ ନାଉରୀ ଭାଇ
ଆସେ ସବୁ ଦିନେ ନଉକା ନେଇ
କାତରେ ଜଳକୁ ଖେଳାଇ ଖେଳାଇ
ଆର ପାରିରେ ଲୋକ ଛାଡ଼ିବା ପାଇଁ
ନାଁଟି ମୋର ନଈ….
ଆସଇ ଜଣେ କେଉଟ ଭାଇ
ଜାଲକୁ ତାର ହାତରେ ନେଇ
ମାଛ କଇଁଛ ଧରିବା ଲାଗି
ନିଜର ପେଟ ପୋଷିବା ପାଇଁ
ନାଁଟି ମୋର ନଈ….
ଯେବେ ନ ହୁଅଇ ବରଷା ଝଡି
କୃଷକ ଭାଇ ବସେ ମନ ମାରି
ବିଲ ବଣ ସବୁ ଶୁଖିଲା ଥାଇ
ଆବଶ୍ୟକତା ପୂରଣ କରେ ମୁହିଁ
ନାଁଟି ମୋର ନଈ….
ଏହି ପାଣି ଦେଖି କୃଷକ ଭାଇ
ଚାଷ କାମରେ ସେ ଆଗକୁ ଜାଇ
ଖୁସି ରେ ପରିବାର ସହ ରୁହଇ
ଜୀବନ ଦାନର ପ୍ରକୃତ ଭାଇ
ନାଁଟି ମୋର ନଈ….
ନାଁଟି ମୋର ନଈ….
ପୂଜା ସ୍ୱାଇଁ (ଲେଖିକା)
If the contents are helpful to share them with your friends, Thanking You.
Tag Archives: best poem
ବିଚିତ୍ର ଅଭିନୟ
ବିଚିତ୍ର ଅଭିନୟ |
ମତେ କିଏ ଜଣେ ମନେ ପକାଏ
ଆଜି ପ୍ରଥମ କରି ଜାଣିଲି ,
ହଜାରେ.. ପ୍ରତିସ୍ମୁତିର
ନିଃସଂଗତ ମଖମଲ୍ ଚଟାଣ ଉପରେ
କାହାର ପାଦ ଶବ୍ଦ ଶୁଭେ ;
ଜହ୍ନ ଆଲୁଅରେ ଆଲୋଡନ ହୁଏ
ଶ୍ରୀ ଅଙ୍ଗର କୋଣ ଅନୁକୋଣରେ..।
ଲୋଭନୀୟ ସମୟଟା.. ଯାଚିଦିଏ
ଗୋଟେ ସୁନ୍ଦର ନାଟକର ବିଚିତ୍ର ଅଭିନୟ
ମିଳିଥିଲା ପରଷ୍ପରକୁ ଚିହ୍ନି ବାର
ଆପଣେଇବାର ଅଦ୍ଭୁତ ପରିଚୟ…।
ମୋ ପାଇଁ..” ତୁମ ପରଠୁଁ ଯେଉଁ ବାକିତକ ସମୟ”
ପୁରୁଣା ଫଗୁଣ – ନୂଆଁ ବସନ୍ତର ନିଃସଙ୍ଗତା..;;
ପ୍ରେମରେ , ପ୍ରତିଶୋଧରେ, ଦୁଃଖରେ…
ଦହଗଞ୍ଜରେ ଜାଳିବା ଢେର୍ ହେଲା
ଢେର ହେଲା ଅମଣିଷ ମାନଙ୍କ ଦୁଃଖରେ…
ଭିଜା ଭିଜା ଆଖିରେ ;
ଜହ୍ନ ରାତି ଆଉ ପାହାନ୍ତି ତାରାର
ମୋହ ସବୁ ଭୁଲିଯିବ ।
ତୁମେ ଜିତିବାର ମଧୁର ଉଲ୍ଲାସ
ସେଥିରେ ଜୀବନ ନଥିଲା,
ଥିଲା କେବଳ …
ନଷ୍ଟ ଧ୍ବଂସର .. ବିଧ୍ବସ୍ତ ପ୍ରଳୟ..
ଥିଲା ଇର୍ଷIର – ହିଂସାର ଆଗ୍ନେୟ ବଳୟ ।।
* ମନୋଜ କୁମାର ବେହରା (ଲେଖକ)*
If the contents are helpful to share them with your friends, Thanking You.
Father (ବାପା)
ବାପା
ଆମ ହାତଧରି ଚାଲିବା ଶିଖାଇଛ
ବଂଚିବାର ମାର୍ଗ ଦର୍ଶକ ସାଜି…
ତୁମ ଭଲପାଇବା….
ତୁମ ପ୍ରେମ…… ବିଶ୍ୱାସ…. ତୁମ ସ୍ବପ୍ନ……
ତୁମର ବଳିଷ୍ଠ ନେତୃତ୍ୱରେ
ଆମେ ଏ ଯାଏଁ ପହଞ୍ଚି ପାରିଛୁ……
ଏତେ ବଡ଼ ପୃଥିବୀରେ …….।
ତୁମ ଆଶୀର୍ବାଦ….
ଆମ ଉଜ୍ଜ୍ବଳ ଭବିଷ୍ୟତକୁ……
ସୁପୁଷ୍ପିତ କରି ଦେଇଛି……
ତୁମର ତ୍ୟାଗ…… ତୁମର ଅକ୍ଲାନ୍ତ ପରିଶ୍ରମ……।
ଆମ ଆଶାର ଆକାଶ ଠାରୁ ବି…
ତୁମ ଭଲପାଇବା……
ତୁମର ସ୍ନେହ …..ପ୍ରେମ……ଆଶୀର୍ବାଦ…..
ବିଛାଇ ଦେଇଛ ବର୍ଷ ବର୍ଷ ଧରି
ଆମ ଓଠରେ ହସ ଟିକେ
ଦେଖିବା ପାଇଁ………।
ବାପା ତୁମକୁ ମୋର
ଶତ ପ୍ରଣାମ…..।।
ମନୋଜ କୁମାର ବେହେରା
ଙ୍କ କଲମରୁ……