Tag Archives: #bigwishalways_give_wrong_results

ପରିଶ୍ରମ ର ଫଳ ମିଠା

ପରିଶ୍ରମ ର ଫଳ ମିଠା
ପରିଶ୍ରମ ର ଫଳ ମିଠା
 
ରାମପୁର ଗ୍ରାମରେ ଗୋଟିଏ ଗରିବ ଓ ନିରିହ ପରିବାର ବାସ କରୁଥିଲେ । ସେହି ପରିବାରରେ ସ୍ଵାମୀ, ସ୍ତ୍ରୀ ଓ ତାଙ୍କର ଦୁଇ ପୁଅ ବାସ କରୁଥିଲେ । ବଡ଼ ପୁଅ ନୀଳମଣି ଓ ସାନ ପୁଅ କୁଳମଣି ଥିଲା । ନୀଳମଣି ବହୁତ ପରିଶ୍ରମୀ ଥିଲା । ଦିନ ସାରା ପରିଶ୍ରମ କରେ କିନ୍ତୁ ସେ କେବେ ବି ଥକି ନଥାଏ କିନ୍ତୁ କୁଳମଣି ବହୁତ ଅଳସୁଆ ଥିଲା ଖରାପ ଲୋକ ସହିତ ମିଶି ମଦ ପିଇ ବୁଲେ । ମା ଯାହା ରୋଷେଇ କରନ୍ତି ଖାଇଦେଇ ସୋଇପଡେ଼ । କୌଣସି କାମ ଧନ୍ଦା କରେ ନାହିଁ, ମା କହିଲେ ମଧ୍ୟ ମା ଙ୍କ କଥା ଶୁଣେ ନାହିଁ । ନୀଳମଣି କିନ୍ତୁ ସକାଳୁ ଉଠି କାମ ଅଭିମୁଖେ ଯାଏ ପୁଣି ଖାଇବାକୁ ଆସେ ଖାଇସାରି ପୁଣି ଚାଲିଯାଏ ।ଦିନେ ବାପା ନୀଳମଣି କୁ କହିଲେ ତୁ ତ ସବୁଦିନ କାମ ଅଭିମୁଖେ ଯାଉଛୁ କିନ୍ତୁ ତୋ ଭାଇ କିଛି କରୁନାହିଁ ତା ପାଇଁ କିଛି କାମ ଦେଖି ଦେ ଏବଂ ତାକୁ କୋଉ କାମରେ ଲଗାଇ ଦେ। ତୁ ତ ଜାଣିଛୁ ମୁଁ ଏହି ବୟସରେ ଆଉ କିଛି କରିପାରିବି ନାହିଁ । ତୁ ଯାହା ଘରକୁ ଆଣିଥାଉ ସେତକ ଆମେ ଚାରି ଜଣ ଖାଉଛୁ । ଆଉ ମୋର ଦେହ ମଧ୍ୟ ଠିକ୍ ନାହିଁ ଯାହା ବଳକା ଟଙ୍କା ଔଷଧ ରେ ଖର୍ଚ୍ଚ ହେଇଯାଉଛି । ନୀଳମଣି ତା ସାନଭାଇ କୁ ବୁଝେଇବାକୁ ବହୁତ ଚେଷ୍ଟା କରିଲା କିନ୍ତୁ ସେ ଜମା ବୁଝିଲା ନାହିଁ। ଗାଁ ଲୋକ ସାଙ୍ଗରେ ମଦ ପିଇ ମାରପିଟ କରେ । ଗାଁ ଲୋକେ ମଧ୍ୟ ତାକୁ କେହି ପସନ୍ଦ କରୁନଥିଲେ । ସେ ସେମିତି ହିଁ ଅଳସୁଆ ହୋଇ ଶୋଇ ରହୁଥାଏ ଏବଂ ନୀଳମଣି ହିଁ ରୋଜଗାର କରି ଘର ଚଳାଏ । ବାପା ସାନପୁଅ ପାଇଁ ବହୁତ ଚିନ୍ତାର ରୁହନ୍ତି । ସେଇ ଚିନ୍ତାରେ ଦିନେ ବାପା ଆରପାରିକୁ ଚାଲିଗଲେ । କିନ୍ତୁ କୁଳମଣି ଯେମିତି କି ସେମିତି ହିଁ ରହିଲା । ମା ଦୁଇ ପୁଅର ବାହାଘର ପାଇଁ ଯୋଜନା କରିଲେ ତା ସହିତ ସାନ ପୁଅ ପାଇଁ ମଧ୍ୟ ବାହାଘର ଠିକ୍ କରାଗଲା । କୁଳମଣି ଭଲ ମଣିଷ ହୋଇ ପାରେ ଭାବି ତାକୁ ବାହାଘର କରାଗଲା । ବାହାଘର ପରେ ମଧ୍ୟ କୁଳମଣି ସେମିତି ଅଳସୁଆ ହେଇ ରହିଲା । ନୀଳମଣି ର ସ୍ତ୍ରୀ କୁଳମଣି ର ସ୍ତ୍ରୀ କୁ କହିଲେ ତୁମ ଅଳସୁଆ ସ୍ବାମୀ କୁ କୁହ କିଛି କାମ ଧନ୍ଦା କରିବେ । ଆଉ କେତେ ଦିନ ବସି ଖାଇ ନଦୀ ବାଲି ସାରିବେ। ଭାଇ ଯାହା ରୋଜଗାର କରି ନେଇ ଆସୁଛନ୍ତି ସେତକ ଖାଇ ସେ ଶୋଇପଡୁଛନ୍ତି । ଏମିତି ଶୁଣି କୁଳମଣି ସ୍ତ୍ରୀ କୁ ଭଲ ଲାଗିଲାନି । ସେ କୁଳମଣି କୁ ଯାଇ କହିଲା ତୁମେ ଯଦି କିଛି କାମ କରିବନି ତେବେ ଆମ ପରିବାର କେମିତି ଚଳିବ । ଏହା ଶୁଣି କୁଳମଣି ତାର ସ୍ତ୍ରୀ ସହ ଝଗଡା ଏବଂ ମାରପିଟ ଆରମ୍ଭ କରିଦେଲା । ତାକୁ ତା ବାପ ଘରକୁ ପଠେଇଲା । କିଛି ମାସ ପରେ ହଠାତ୍ ମା ର ଦେହ ଖରାପ ହେଲା ସଙ୍ଗେ ସଙ୍ଗେ ଡାକ୍ତର ଖାନା ରେ ଭର୍ତ୍ତି କରାଗଲା। ଡାକ୍ତର ବାବୁ କହିଲେ କିଛି ଦିନ ଭିତରେ ଟଙ୍କା ଯୋଗାଡ କରନ୍ତୁ । ଯଦି ଅଧିକା ଦିନ ହୁଏ ତେବେ ଆପଣଙ୍କ ମା ଙ୍କ ଜୀବନ ମଧ୍ୟ ଯାଇପାରେ । ଏହା ଭାବି ନୀଳମଣି ଘରେ ଥିବା ସବୁ ଟଙ୍କା ସୁନା ଗହଣା ବନ୍ଧକ ରଖି ଟଙ୍କା ଆଣିଲା। କିନ୍ତୁ ସେତକ ଟଙ୍କା ମଧ୍ୟ କମ୍ ପଡ଼ିଲା। ନୀଳମଣି ସାନ ଭାଇ କୁଳମଣି କୁ କହିଲା କିଛି ଟଙ୍କା ଯୋଗାଡ କର। ମୋ ପାଖରେ ଯେତେ ଟଙ୍କା ଥିଲା ସବୁ ସରିଗଲା । କୁଳମଣି ମା କୁ ବହୁତ୍ ଭଲ ପାଉଥାଏ କାରଣ କୁଳମଣି ଯାହା ଭୁଲ କରେ ମା ସବୁବେଳେ ସେ ଭୁଲ କୁ କ୍ଷମା କରିଦେଉଥିଲେ। କୁଳମଣି ନିଜ ପାଖରେ ତଥା ସ୍ତ୍ରୀ ର ସୁନା ଗହଣା ସବୁ ବନ୍ଧକ ରଖି ଟଙ୍କା ଆଣି ମଦ ପିଇ ସାରିଦେଇଛି । ଏବେ କୁଳମଣି ମୁଣ୍ଡରେ ଚଡକ ପଡ଼ିଲା। ସେ ମନେ ମନେ ବହୁତ୍ ଦୁଃଖୀ ହେଲା । ଗାଁ ଲୋକ ମାନଙ୍କ ପାଖକୁ ଯାଇ ଟଙ୍କା ମାଗିବାରୁ ଲୋକ ମାନେ କେହି ଟଙ୍କା ଟିଏ ଦେଲେ ନାହିଁ ଓଲଟା ଗାଳି ଗୁଲଜ କଲେ । କୁଳମଣି କାମ ଖୋଜୁଥିଲା ଦେଖିଲା ଗୋଟିଏ ଜାଗାରେ ଗାଡି ରେ ସାମାନ ଲୋଡ କରା ଯିବାର ଥିଲା କିନ୍ତୁ ସେଠୀ କେହି ମୂଲିଆ ନଥିଲେ। ସେଠୀ କୁଳମଣି ମାଲିକ କୁ କହିଲା, ଆଜ୍ଞା ମୁଁ ଏହି କାମ କରିପାରିବି କିନ୍ତୁ ମୋତେ ଟଙ୍କା ଦରକାର କାରଣ ମୋ ମା ମେଡିକାଲ ରେ ଭର୍ତ୍ତି ଅଛନ୍ତି । ମାଲିକ କୁଳମଣି କୁ କହିଲେ ପ୍ରଥମେ କାମ କରି ଦେଖାଅ ତାପରେ ମୁଁ କିଛି ନିଷ୍ପତି ନେବି । ମାଲିକ ଦୟାଳୁ ଥିଲେ । କୁଳମଣି ର କାମରେ ସନ୍ତୁଷ୍ଟ ହେଲେ ଏବଂ ମଜୁରୀ ସହିତ ତାର ମା ର ମେଡିକାଲ୍ ଖର୍ଚ୍ଚ ମଧ୍ୟ ଦେଲେ । ସେହି ଟଙ୍କା ରେ ମା ସୁସ୍ଥ ହୋଇ ଘରକୁ ଫେରିଲେ। କୁଳମଣି ମାଲିକ ପାଖରେ କାମ କରି ବାକି ଟଙ୍କା କୁ ଧିରେ ଧୀରେ ଜମା କରି ସବୁ ସୁଝି ଦେଲା। କୁଳମଣି କାମ ରୋଜଗାର କରିବାର ଦେଖି ମା ବହୁତ୍ ଖୁସି ହେଲେ । କୁଳମଣି ମା କୁ କହିଲା ମା ଆଉ ଅଳସୁଆ ହେବି ନାହିଁ ଏବଂ ଆଜିଠୁ ତମ ସାନ ପୁଅ ତମର ଭଲ ପୁଅ ହୋଇ ଦେଖେଇବ। ତା ପରଠାରୁ ଦୁଇ ଭାଇ କାମ କରି ଯାହା ପଇସା ଆଣନ୍ତି ସବୁ ପଇସା ମା କୁ ଦେଇ ଦିଅନ୍ତି। ଦିନେ କୁଳମଣି କୁ ନୀଳମଣି କହିଲା ସ୍ତ୍ରୀ କୁ ନେଇ ଆସେ । ସେ ମଧ୍ୟ ବହୁତ୍ ଦିନ ହେଲା ଘରକୁ ଗଲେଣି। କୁଳମଣି ସ୍ତ୍ରୀ ପାଖକୁ ଯାଇ ସବୁ କଥା କହିଲା ଏବଂ କ୍ଷମା ମାଗି ଘରକୁ ଆଣିଲା । ପରେ ସମସ୍ତେ ମିଶି ରହିଲେ । ପରେ ବହୁତ୍ ରୋଜଗାର କରି ଘର,ଗାଡି କିଣିଲେ ଏବଂ ସମସ୍ତେ ମିଶି ଖୁସିରେ ରହିଲେ ।
ଏଥିରୁ କଣ ଶିଖିଲ??
୧. ଅଳସୁଆ ହେବା ଅନୁଚିତ୍ ।
୨. ମାରପିଟ କରିବା ଅନୁଚିତ୍ ।
୩. ଭଲ ମଣିଷ ହେବା ପାଇଁ ଚେଷ୍ଟା କରିବା ଦରକାର ।
 
ଲେଖିକା. ପୂଜା ସ୍ୱାଇଁ
ବୁଗୁଡ଼ା,ଗଞ୍ଜାମ। 
 

ଅତି ଲୋଭ ହାନିକାରକ

ଅତି ଲୋଭ ହାନିକାରକ
ଅତି ଲୋଭ ହାନିକାରକ
ଗୋଟିଏ ନଦୀ ତଟରେ ଗୋଟିଏ କେଉଟ ଓ ତା ସ୍ତ୍ରୀ ରହୁଥିଲେ । ସେ କେଉଟ ଜଣକ ପ୍ରତିଦିନ ନଦୀରେ ମାଛ ଧରେ ଓ ମାଛ କୁ ବଜାରରେ ବିକ୍ରି କରେ ସେହି ଟଙ୍କାରେ ସ୍ବାମୀ, ସ୍ତ୍ରୀ ଦୁଇଜଣ ଖାଇପିଇ ଖୁସିରେ ରହୁଥିଲେ । ସବୁଦିନ ପରି ଦିନେ ସେ ମାଛ ଧରିବାକୁ ନଦୀକୁ ଗଲା ।

ସେଠାରେ ଗୋଟେ ବହୁତ ବଡ଼ ମାଛ ଧରିଲା ଏବଂ ସେହି ମାଛକୁ ସେ ବିକ୍ରି ନ କରି ନିଜ ଘରକୁ ନେଇ ସ୍ତ୍ରୀକୁ ଦେଇ କହିଲା କି ଆଜି ଏହି ମାଛକୁ ରାନ୍ଧି ଦେ ଆମେ ମିଶି ଖାଇବା ।ଏହା ଶୁଣି ସ୍ତ୍ରୀ ମାଛ କୁ କାଟିବା ବେଳେ ସେହି ମାଛ ପେଟରୁ ଗୋଟିଏ ସୁନା ଖଣ୍ଡ ମିଳିଲା ସେ ସେହି ସୁନା ର ଚମକ୍ ବହୁତ୍ ଥିଲା । ସ୍ତ୍ରୀ ନିଜ ସ୍ବାମୀ କୁ ଦେଇ କହିଲା କି ଆଜି ଯେଉ ମାଛ ଆଣିଥିଲ ସେଥିରୁ ସୁନା ଖଣ୍ଡ ଟି ବାହାରିଲା ।

ଏହା ଦେଖି କେଉଟ ବହୁତ ଖୁସି ହୋଇ ନିଜ ସ୍ତ୍ରୀ କୁ କହିଲା ଠିକ୍ ଅଛି ୟାକୁ ମୁଁ ବିକ୍ରି କରି ଟଙ୍କା ନେଇ ଆସୁଛି । ଆଉ ମୋତେ ମାଛ ଧରି ଯିବାକୁ ପଡ଼ିବନି ସେହି ଟଙ୍କା ରେ ଆମେ ବହୁତ ଦିନ ଖୁସିରେ ଚାଲିଯିବ । ସ୍ୱାମୀର କଥା ଶୁଣି ସ୍ତ୍ରୀ ମଧ୍ୟ ଖୁସି ହେଇ କହିଲା କି ତମେ ଶୀଘ୍ର ବିକ୍ରି କରି ଟଙ୍କା ନେଇ ଆସ । କେଉଟ ଜଣକ ବାହାରି ଗଲା ବଜାରକୁ ଯିବା ବାଟରେ ସେ ପୁଣି ଭାବିଲା ଯେ ଏହାର ତ ଠିକ୍ ମୂଲ୍ୟ ମୁଁ ଜାଣି ନାହିଁ ୟାକୁ କିଏ ମଧ୍ୟ ରଖି କମ୍ ମୂଲ୍ୟ ମୋତେ ଦେଇ ଠକି ଦେବ ୟାକୁ ନେଇ ମୁଁ ରାଜାଙ୍କ ପାଖକୁ ଯିବି ଓ ରାଜା ହିଁ ଏହାର ଠିକ୍ ମୂଲ୍ୟ ମୋତେ ଦେବେ ଏହା କହି ସେ ରାଜା ଙ୍କ ଦରବାର କୁ ଗଲା ଏବଂ ସେଠି ସେ ରାଜାକୁ ଦେଖା କରିବା ପାଇଁ ଦ୍ୱାରପାଳ ଙ୍କୁ କହିଲା କିନ୍ତୁ ଦ୍ୱାରପାଳ ତାଙ୍କୁ ଭିତରକୁ ଯିବାକୁ ମନା କରିଲେ ଆଉ ସେଠାରୁ ଫେରାଇ ଦେଲେ ସେ ମନ ଦୁଃଖରେ ଘରକୁ ଫେରିଲା ଏବଂ ନିଜ ସ୍ତ୍ରୀକୁ ସବୁ କଥା କହିଲା ।

ସ୍ତ୍ରୀ କିନ୍ତୁ ବୁଝେଇକି କହିଲା ଠିକ୍ ଅଛି ତୁମେ ଆଉ ମୁଁ ଦୁହେଁ ମିଶି ରାଜାଙ୍କୁ ଦେଖାକରିବାକୁ ଦରବାରକୁ ଯିବା । ରାଜାଙ୍କୁ ଦେଖାକରି ସବୁ କଥା କହିବା । ପର ଦିନ ପୁଣି ଦୁହେଁ ମିଶି ରାଜା ଙ୍କୁ ଦେଖା କରିବାକୁ ଗଲେ ପୁଣି ଦ୍ୱାରପାଳ ମନା କରିଲା କିନ୍ତୁ ସେଠି କେଉଟ ର ସ୍ତ୍ରୀ ଜଣକ କହିଲା କି ଆମେ କିଛି ମୂଲ୍ୟବାନ ଜିନିଷ ପାଇଛୁ ତାକୁ ରାଜାଙ୍କୁ ଦେବା ପାଇଁ ଆସିଛୁ । ଏହା ଶୁଣି ଦ୍ୱାରପାଳ କୁହେ କି କେଉଁ ଜିନିଷ ପ୍ରଥମେ ମୋତେ ଦେଖାଅ ତା ପରେ ଯାଇ ତୁମେ ରାଜା ପାଖକୁ ଯାଇପାରିବ । ଦ୍ୱାରପାଳ କଥା ଶୁଣି ସ୍ତ୍ରୀ ଜଣକ ସୁନା ଖଣ୍ଡ କୁ ଦେଖେଇଲେ ସେଇ ସୁନା କୁ ଦେଖି ଦ୍ୱାରପାଳ ର ଲୋଭ ବଢ଼ିଗଲା ।

ସେ କହିଲା କି ଏହି ସୁନା ଟିକୁ ତୁମେ ମାନେ ମୋତେ ଦିଅ ମୁଁ ରାଜା ଙ୍କୁ ଦେବୀ ଆଉ ରାଜା କଣ କହିବେ ଆସି ତୁମ ମାନଙ୍କୁ କହିବି ଏହା ଶୁଣି ଦୁଇଜଣ ସେହି ସୁନା କୁ ଦ୍ୱାରପାଳ କୁ ଦେଲେ ।ଦ୍ୱାରପାଳ ସୁନା ନେଇ ରାଜ ମହଲ ଭିତରକୁ ଗଲା କେଉଟ ଆଉ ତା ସ୍ତ୍ରୀ ସେହି ଦ୍ୱାର ରେ ଠିଆ ହେଇଥାନ୍ତି । ଦ୍ୱାରପାଳ ଆସି କିଛି କପଡ଼ା ସେମାନଙ୍କୁ ଦିଏ । କେଉଟ ଜଣଙ୍କ କୁହେ କି ସେହି ସୁନା ର ମୂଲ୍ୟ କଣ ଏହି କପଡ଼ା ? ଏହା ଶୁଣି ଦ୍ୱାରପାଳ ପାଟି କରି କୁହେ ଆରେ ରାଜା ଦେଇଛନ୍ତି । ଏଇ କପଡା କୁ ନେଇ ଯା , ରାଜା ଯଦି ଜାଣିବେ ତମ ଦୁଇ ଜଣଙ୍କୁ ବହୁତ ଦଣ୍ଡ ଦେବେ । ସ୍ବାମୀ ସ୍ତ୍ରୀ ଦୁହେଁ ଡରରେ ସେଠୁ ଘରକୁ ଫେରି ଗଲେ । ଦ୍ଵାରପାଳ ସେ ସୁନା କୁ ରାଜା କୁ ନ ଦେଇ ନିଜ ପାଖରେ ରଖି ସନ୍ଧ୍ୟା ବେଳେ ବଣିଆ ପାଖକୁ ଗଲା। ବଣିଆ କୁ କହିଲା ମୁଁ ଏହା କୁ ଜଙ୍ଗଲ ରାସ୍ତାରେ ପାଇଥିଲି।

ଏହି ସୁନା ର ଦାମ କଣ ହେବ ମୋତେ ଦିଅ। ସେ ସୁନା ଖଣ୍ଡ ବଦଳରେ ବଣିଆ ଦ୍ଵାରପାଳ କୁ ଦଶ ହଜାର ଟଙ୍କା ଦେଲା। ଦ୍ଵାରପାଳ ସେ ଟଙ୍କା ନେଇ ଖୁସିରେ ନିଜ ଘରକୁ ଗଲା । ବଣିଆ ଭାବିଲା ମୁଁ ଯଦି ରାଜା କୁ ଦେବୀ ସେ ଏହି ସୁନା ବଦଳରେ ମୋତେ ବହୁତ୍ ଅର୍ଥ ଦେବେ । ସେ ରାଜା କୁ ଆଣି ଦେଲା ଏବଂ କହିଲା ମୁଁ ଏହି ସୁନା ଖଣ୍ଡ କୁ ମାଟି ତଳୁ ପାଇଛି । ଏହି ରାଜ୍ୟର ପ୍ରତ୍ୟେକ ଜମି ଏବଂ ମାଟି ଆକାଶ ସବୁ ଆପଣଙ୍କର ସେଥିପାଇଁ ଏହି ସୁନା ଖଣ୍ଡ ଆପଣଙ୍କର। ରାଜା ସୁନା ଖଣ୍ଡ କୁ ନେଇ ବଣିଆ କୁ ଗୋଟିଏ ଜମି ସହିତ ସେ ସୁନା ଖଣ୍ଡ ରୁ ଅଧିକ ଅଳଙ୍କାର ମୋତି ମାଣିକ ବଣିଆ କୁ ଦେଲେ । ରାଜା ଙ୍କ ପ୍ରତି କାର୍ଯ୍ୟ ପୂର୍ବରୁ ମନ୍ଦିର ର ଇଷ୍ଟ ଦେବୀ ମାତା କୁ ପଚାରି ସବୁ କାମ କରନ୍ତି। ସେ ସୁନା ଖଣ୍ଡ କୁ ଦେବୀ ମାତା ଙ୍କ ହାତରେ ରଖି କହିଲେ ଆପଣଙ୍କ ଭଣ୍ଡାର ଘରେ ଏହି ସୁନା ଖଣ୍ଡ କୁ ରଖିବାକୁ ଯାଉଛି !! କିନ୍ତୁ ଏହା କଣ ଦେବୀ ମାତା ଙ୍କ ହାତରୁ ସେ ସୁନା ଖଣ୍ଡ ଖସିଗଲା।

ରାଜା କିଛି ବୁଝି ନ ପାରି ରାତିରେ ଶୟନ ଅବସ୍ଥାରେ ସ୍ଵପ୍ନ ରେ ଦେବୀ ମାତା ଆସି ରାଜା କୁ କହିଲେ ଏହି ସୁନା ର ଅସଲ ମାଲିକ ଆଉ ଜଣେ ପ୍ରଥମେ ତାକୁ ଖୋଜି ବାହାର କର ଏବଂ ତାକୁ ପ୍ରକୃତ ମୂଲ୍ୟ ଦିଅ ତାପରେ ଏହି ସୁନା ଖଣ୍ଡକୁ ତୋର ଭଣ୍ଡାର ଘରେ ରଖିବୁ। ସକାଳ ହେଉ ହେଉ ରାଜା ବୈଠକ ଡକେଇ ବଣିଆ କୁ ଡାକି କହିଲେ ସତ କୁହ ତମେ ଏହି ସୁନା ଖଣ୍ଡ କୁ କୋଉଠୁ ଆଣିଛ ?? ନହେଲେ ତମକୁ ମୃତ୍ୟୁ ଦଣ୍ଡ ଦିଆ ଯିବ । ବଣିଆ ସବୁ ସତ ସତ କହିଲା। ଆପଣଙ୍କ ଦ୍ଵାରପାଳ ମୋତେ ଏହି ସୁନା ଖଣ୍ଡ କୁ ଆଣି ଦେଇଛନ୍ତି। ଏହା ବଦଳରେ ଦଶ ହଜାର ଟଙ୍କା ମଧ୍ୟ ଦେଇଛି। ଦ୍ଵାରପାଳ କୁ ଡାକି ପଚାରି ବୁଝିଲା ପରେ ଜଣା ପଡିଲା ଯେ ଏହି ସୁନା ଖଣ୍ଡ ଟି କେଉଟ ବଣିଆ କୁ ଦେଇଛି ।

ସଙ୍ଗେ ସଙ୍ଗେ ଦୂତ କୁ ପଠେଇ କେଉଟ କୁ ଡକା ଗଲା। କେଉଟ ରାଜ ଦରବାର ରେ ପହଞ୍ଚିଲା ସବୁ ସତ କହିଲା। ସେଠୀ କେଉଟ କହିଲା କି ମହାରାଜ ମୁଁ ମାଛ ଧରିବା ସମୟରେ ଗୋଟିଏ ମାଛ ପାଇଲି ସେ ମାଛ ପେଟରୁ ଏହି ସୁନା ଖଣ୍ଡକୁ ପାଇଛି । କେଉଟ ର କଥା ଶୁଣି ସେ ଖୁସି ହୋଇ ବଣିଆ କୁ ଦେଇଥିବା ସବୁ ମୋତି ମାଣିକ ଏବଂ ଜମି କେଉଟ କୁ ଦେଇ ଦେଲେ ଏବଂ କେଉଟ ପାଇଁ ନଦୀ କୂଳରେ ଗୋଟିଏ ସୁନ୍ଦର ଘର ବନେଇ ଦେଲେ। ଏପଟେ ବଣିଆ ଏବଂ ଦ୍ଵାରପାଳ କୁ ୧୦ ବର୍ଷ ପାଇଁ ବନ୍ଦୀ କରି କାରାଗାର କୁ ପଠାଗଲା । ପରେ ରାଜା ସେ ସୁନା କୁ ନିଜ ଭଣ୍ଡାର ଘରେ ରଖିଲେ ।

ଏଥିରୁ କଣ ଶିଖିଲ??
୧. ଅଧିକ ଲୋଭ କରିବା ଅନୁଚିତ୍।
୨. କେବେ କାହାକୁ ମିଛ କହି ଠକିବା ଅନୁଚିତ୍ ।
୩. କିଛି କାମ କରିବା ପୂର୍ବରୁ ନିଜ ଗୁରୁଜନ ଠାରୁ ଉପଦେଶ ନେବା ଦରକାର ।
Miss. Puja Swain(Story Writer)
Buguda,Ganjam.