Tag Archives: Children

Childhood Moment 3 (ଭାରି ମନେ ପଡେ ମୋ ପିଲାଦିନ)

Childhood, children, children moments, Childhood Moments 2
ଭାରି ମନେ ପଡେ ମୋ ପିଲାଦିନ



® ଭାରି ମନେ ପଡେ ସେ କାଗଜ ଡଙ୍ଗା,
ରକେଟ୍ ଉଡା,
ଟାୟାର ଗଡା,
ଆଉ ଭାରି ମନେ ପଡେ ସେ
ଲୁହା ବ୍ୟାଟେରୀ ରୁ ତିଆରି ହୋଇଥିବା ଟିଣ ଗାଡି ।

® ଭାରି ମନେ ପଡେ ସେ ସାର୍ ଙ୍କ ଖଡ଼ି ଫିଙ୍ଗା
ଲେଟ୍ ହେଲେ କ୍ଲାସ୍ ବାହାରେ ଠିଆ ହେବା,
ସୁପର୍ ମେନ୍ ର ତାସ୍,
ଟିପ୍ ଟପ୍ ପେନ୍ ର ବନ୍ଧୁକ,
ଆଉ ଭାରି ମନେ ପଡେ ସେ
ରବର ପେନ୍ ର ବେଟ୍ ବଲ୍ ଖେଳ ।

® ଭାରି ମନେ ପଡେ ସେ ସିଲଟ ଯୁଦ୍ଧ,
ଖଡ଼ି ଗୁଣ୍ଡ ର ବିଭୂତି,
ପାଣି ପତର,
ନିଜେ କରିଥିବା ତୁଳା ଡଷ୍ଟର,
ଆଉ ଭାରି ମନେ ପଡେ ସେ
ଖଡ଼ି ଖାଇବା ର ସ୍ଵାଦ ।

® ଭାରି ମନେ ପଡେ ସେ କଷା ପିଜୁଳି ,
ମିଠା ରାମ ଫଳ,
ଖଜୁରୀ କନ୍ଦା,
ଗୋଇ ବେଣ୍ଟ,
ଆଉ ଭାରି ମନେ ପଡେ ସେ
ଟାୱେଲ ରେ ମାଛ ଧରା ।

® ଭାରି ମନେ ପଡେ ସେ କିତି କିତି ଖେଳ,
ଚକା ଭଉଁରୀ,
କଉଡ଼ି ଖେଳ,
ଲୁଡୋ ଖେଳ,
ଆଉ ଭାରି ମନେ ପଡେ ସେ
ବାଘ ଛେଳି ର ଜିତିବା ମଜା।

® ଭାରି ମନେ ପଡେ ସେ 
ପିଲ ବାଡି,
ଝୁରା ଖେଳ,
ଅନ୍ଧ ପୁଟୁଳି,
ଆଉ ଭାରି ମନେ ପଡେ ସେ
ଗ୍ରହ୍ମା ଡିଆଁ ଖେଳ ।

® ଭାରି ମନେ ପଡେ ସେ ଡବଲ ଗନ୍ଥା ର ଗଦି,
ତକିଆ ଫାଇଟ୍,
ଅଧ ରାତିରେ ଜାଗା ବଦଳି,
କମ୍ବଳ ଭିତରେ ଗୁଣୁ ଗୁଣୁ ଶବ୍ଦ,
ଆଉ ଭାରି ମନେ ପଡେ ସେ
ଘୁଙ୍ଗୁଡ଼ି ବାଲା ର ନାକ ବନ୍ଦ କରିବା ।


® ଭାରି ମନେ ପଡେ ସେ ଥଣ୍ଡା ଦିନିଆ ପାଠ ପଢା,
କମ୍ବଳ ଭିତରେ ଢୋଳେଇବା,
ବହି ଓଲଟା ଧରିବା,
ଲେଖିଲା ଭଳି ଅଭିନୟ କରିବା,
ଆଉ ଭାରି ମନେ ପଡେ ସେ 
ବାପା ଙ୍କ ଶକ୍ତ ଚାପୁଡା ର ନିଦ ଭଙ୍ଗା ।

® ଭାରି ମନେ ପଡେ ସେ ଥଣ୍ଡା ଦିନିଆ ଅଗାଧୁଆ ବାହାନା,
ନ ଗାଧୋଇ ସ୍କୁଲ୍ ଯିବା,
ମୁଣ୍ଡ ଓଦା କରି ଗାଧୁଆ ର ପ୍ରମାଣ ଦେବା,
କଲର୍ ସଫା କରି ୟୁନିଫର୍ମ ପିନ୍ଧିବା,
ଆଉ ଭାରି ମନେ ପଡେ ସେ
ସାର୍ ଙ୍କ ଥଣ୍ଡା ଦିନିଆ ବେତ ମାଡ ।


® ଭାରି ମନେ ପଡେ ସେ ଜାମୁନ କୋଳି,
କଇଠ ଚଟଣୀ,
କଲମୀ ଆମ୍ବ,
ବେଲ ଅଠା ବୋଳା ମଜା
ଆଉ ଭାରି ମନେ ପଡେ ସେ
ଖଜୁରୀ ରସ ର ହାଣ୍ଡି ଫଟା କଥା।


® ଭାରି ମନେ ପଡେ ସେ ଫୁଲ ରୁ ମହୁ ଶୋଷିବା
ସୁତୁଲିରେ ଭ୍ରମର ଉଡେଇବା
ନଡ଼ିଆ ପାତି ରେ ଏଣ୍ଡୁଅ ଧରିବା
ଗେଣ୍ଡଳିଆ କୁ ପଇସା କରି ବିକିବା
ଆଉ ଭାରି ମନେ ପଡେ ସେ
ଚଷା ପୁଅ ସାପ କୁ ପକେଟ୍ ରେ ଧରି ବୁଲିବା ।


® ଭାରି ମନେ ପଡେ ସେ ଶ୍ରୀକୃଷ୍ଣ ଧାରାବାହିକ
ଜୁନିଅର୍ ଜି ର ବିସ୍କୁଟ
ଆର୍ୟମାନ୍ ର ତଲବାର୍
ବୋଙ୍ଗୋ ର ଯାଦୁ
ଆଉ ଭାରି ମନେ ପଡେ ସେ 
ଶକ୍ତିମାନ ର ଅପ୍ରମାୟ ଶକ୍ତି ।


® ଭାରି ମନେ ପଡେ ସେ ବର୍ଷା ଦିନିଆ ସ୍କୁଲ୍ 
ପଥର ଡିଆଇଁ ଆଗକୁ ଯିବା
କାଦ ଚପ ଚପ ର ରାସ୍ତା
ପାଣି ଫୋଟକା ର ମଜା
ଆଉ ଭାରି ମନେ ପଡେ ସେ 
ଗୋଟିଏ କଦଳୀ ପତରେ ତିନି ସାଙ୍ଗ ମିଶି ସ୍କୁଲ୍ ଯିବା କଥା ।

® ଭାରି ମନେ ପଡେ ସେ ହୋଲି ଖେଳ
କୁମାର ପୂର୍ଣ୍ଣିମା ପଇସା ଖେଳ 
ମକର ସଂକ୍ରାନ୍ତି ର ମକର ଖିରି
ଗ୍ରହ୍ମା ପୂର୍ଣ୍ଣିମା ର ଖାସି ମାଉଁସ
ଆଉ ଭାରି ମନେ ପଡେ ସେ 
ଗଣେଶ ପୂଜା ର ବିସର୍ଜନ ।


® ଭାରି ମନେ ପଡେ ସେ ଅଭୁଲା ଅନୁଭବ
୧୦ ଟି ଚେୟାର ଉପରେ ଏକା ବସିବା
ନୂଆ ଡ୍ରେସ କୁ କାହାକୁ ହାତ ନ ଲଗେଇ ଦେବା
ପାଣି ଗୋଳିଆ ହୋଇ ଦୁଇ ପଟେ ଖେଳିବା
ଆଉ ଭାରି ମନେ ପଡେ
ଯଦି କେହି ନୋଟ୍ ଟିଏ ଦେଲା ତେବେ ନିଜକୁ ଧନୀ ମନେ କରିବା ।  

® ଭାରି ମନେ ପଡେ ସେ କଙ୍କଡ଼ା ଲଢେଇ
ଅଜଣା ଗାତରୁ ମାଛ ବଦଳରେ ସାପ ଧରିବା
କାଦ ଭିତରୁ ମାଛ ବାହାର କରିବା
କୂଅ ରୁ କଇଁଛ ଧରିବା
ଆଉ ଭାରି ମନେ ପଡେ ସେ କଞ୍ଚା ଚିଙ୍ଗୁଡ଼ି ସହିତ ଲୁଣ ମରିଚ ର ମଜା ।

® ଭାରି ମନେ ସେ ସନ୍ଧ୍ୟାର କଣ୍ଢେଇ ନାଚ
କେଳା ନାଚ
ମାଟି ପୋତା କେଳା
ଓଡ଼ିଆ ସିନେମାର ଗାଁରେ ପ୍ରଚାର
ଆଉ ଭାରି ମନେ ପଡେ ସେ 
ସ୍କୁଲ୍ ତରଫରୁ ଜୀବଜନ୍ତୁ ର ସିନେମା ଦେଖା।

® ଆଜି ଭାରି ମନେ ପଡେ ସେ ମାହୁନ୍ତ ହାତୀ
ଘୁଷୁରୀ ପଲ
ଗଧ ମାଲିକ ର ଅହେ ଦୁଃଖ
ଚଢ଼େଇ ବିକା
ଆଉ ଭାରି ମନେ ପଡେ ସେ 
ଭଣ୍ଡ ଯାଦୁଗର ର ଯାଦୁ ମନ୍ତର ।

ଆଜି ଭାରି ମନେ ପଡେ ମୋ ପିଲାଦିନ ଯାହାକୁ ମୁଁ ହରେଇ ଆସିଛି ଅଜଣା ଅତୀତ ରେ
ମନେ ପଡ଼ି ଯାଏ ସେ ସ୍ମୃତି ସବୁ 
ଯାହା ଫେରି ପାଇ ପାରିବି ନାହିଁ କେବଳ 
କେବଳ ଭିଜା ଆଖି ସହିତ ଅଳ୍ପ ମୁରୁକି ହସ ଦେଇ ଭାବନା ଜଗତରେ ଘୁରି ବୁଲେ। ସତରେ ଆଜି ଭାରି ମନେ ପଡେ ମୋ ପିଲା ଦିନ ।


ନୀଳମାଧବ ଭୂୟାଁ ଙ୍କ କବିତା ପୃଷ୍ଠାରୁ…..


If the articles give smile on your face so share to your friends, Thanking You.