Tag Archives: #constable recruitment

ଆର୍ମି କିମ୍ବା ଅନ୍ୟ ଫୋର୍ସ ରେ ଯିବାକୁ ଚାହୁଁଛନ୍ତି ତେବେ ଏହି ଆର୍ଟିକଲ ଟି ଆପଣଙ୍କ ପାଇଁ !!

ପ୍ରଥମତଃ ଆପଣଙ୍କ ମନରେ ଇଚ୍ଛା ଜାଗ୍ରତ ହେବା ଅତ୍ୟନ୍ତ ଜରୁରୀ ।

ଯେଉଁ ମାନେ ପଢ଼ିବା ପାଇଁ ଏହି ଆର୍ଟିକଲ କୁ କ୍ଲିକ୍ କରିଛନ୍ତି।  ତେବେ ସେ କୌଣସି ଭାବରେ ଆର୍ମି କିମ୍ବା ଅନ୍ୟ ଫୋର୍ସ ପ୍ରତି ନିଜେ ଇଛୁକ ଅଛନ୍ତି ତଥା ନିଜ ଭାଇ ଭଉଣୀ ଓ  ପୁଅ ଝିଅ ଙ୍କ  ଉଜ୍ଜଳ ଭବିଷ୍ୟତ ପାଇଁ କାମନା ପାଇଁ ଏହି ଆର୍ଟିକଲ କୁ ପଢୁଛନ୍ତି ।

ତେବେ ମୁଁ ଆପଣଙ୍କୁ ଶୁଭେଚ୍ଛା ଜଣାଉଛି।  ଆପଣଙ୍କ ସମୟ ଧୀରେ ଧୀରେ ଅତିକ୍ରମ ହୋଇ ଚାଲିଛି । ସମୟ ନଷ୍ଟ କରନ୍ତୁ ନାହିଁ।  ଆର୍ଟିକଲ କୁ ପଢ଼ିବା ପରେ ନିଜକୁ ତତ୍ପର କରିବା ନିହାତି ଦରକାର ।

ତେବେ ଆପଣଙ୍କ ପାଇଁ ଗୋଟିଏ ସୁବର୍ଣ୍ଣ ସୁଯୋଗ ବର୍ତ୍ତମାନ ନଭେମ୍ବର ୨୦୨୨ ଚାଲିଛି । ବର୍ତମାନ ଠାରୁ ଆପଣଙ୍କ ଆର୍ମି କିମ୍ବା ଫୋର୍ସ ରେ ଜଏନ କରିବାର ସ୍ବପ୍ନ ପୁରା ହୋଇ ପାରିବ। 
ବର୍ତମାନ ଆର୍ମି ର ସ୍ବପ୍ନ ଦେଖିବା ଅପେକ୍ଷା ଅନ୍ୟ ଫୋର୍ସ ମାଧ୍ୟମରେ ଆପଣ ସରକାରୀ କର୍ମଚାରୀ ହେବା ବହୁତ୍ ସହଜ ।

ଆର୍ମି କାହିଁକି ନୁହେଁ, ଯଦି ମୁଁ କହିବି, ଆର୍ମି , ନେଭି ଆଉ ଏୟାର ଫୋର୍ସ ତ ଅଗ୍ନିପଥ ରେ ବଦଳି ଗଲା । ଆଉ ବଞ୍ଚିଗଲା ବାକି ଫୋର୍ସ ମାନେ ସିଆରପିଏଫ୍, ସିଆଇଏସଫ ଆଉ ଅନ୍ୟ ଅର୍ଦ୍ଧ ସାମରିକ ବାହିନୀ ଗୁଡ଼ିକ । ସେଗୁଡିକ ଆପଣ ଚୟନ କରି ପାରିବେ ।

ହଁ ଗୋଟିଏ କଥା ଧ୍ୟାନ ଦେବେ । ସର୍ବଦା ଗୋଟିଏ ଲକ୍ଷ୍ୟ ଉପରେ ଫୋକସ୍ ଦେବେ, ମାନେ କହିବାର ଅର୍ଥ ଏହା ଯେ କିଛି ଲୋକ ଅଛନ୍ତି ବାହାର ରାଜ୍ୟ ରେ କାମ କରୁଥିବେ ଏବଂ ସେଠୀ କାମ କରି ମଧ୍ୟ ସମୟ ବାହାର କରି ଦୌଡ଼ ଅଭ୍ୟାସ କରନ୍ତି କିନ୍ତୁ ଏହା କେବଳ 100 ଜଣଙ୍କ ଭିତରୁ କେବଳ 10 ଜଣ ହିଁ କରନ୍ତି ଆଉ ବାକି ସମସ୍ତେ ନିଜର ଡ଼ିଉଟି ପ୍ରତି ଧ୍ୟାନ ଦିଅନ୍ତି ଏବଂ ଭାବନ୍ତି ଯେବେ ନୋଟିଫିକେସନ ବାହାରିବ ତେବେ ଦୌଡ଼ିବା ।

କିନ୍ତୁ ତାହା ବିଲକୁଲ ଭୁଲ କଥା, କଥା ରେ ଅଛି ପରା ” ଶୋଇଲା ପୁଅ ର ଭାଗ ନାହିଁ ” ତେବେ ନିଜ ଭାଗ କୁ କାହିଁକି ଛାଡ଼ିବେ । ହଁ ଯଦି ପ୍ରକୃତରେ ଆପଣ ଚାକିରୀ ପ୍ରତି ସିରିଆସ୍ ଅଛନ୍ତି ତେବେ ନିଜର ସମୟ କୁ ଅନ୍ୟ ସ୍ଥାନରେ ଉପଯୋଗ କରି ସମୟ କୁ ନଷ୍ଟ କରନ୍ତୁ ନାହିଁ ।

ବୋଧେ ମୁଁ ଠିକ୍ କହିଲି ନା ??

ହଁ ଯେଉଁ ମାନେ ଗାଁ ରେ ରହି ପଢୁଛନ୍ତି କିମ୍ବା ପଢା ସାରି ଗାଁ ରେ ରହି ଅଭ୍ୟାସ କରୁଛନ୍ତି ସେମାନେ ଏହି ଅଭ୍ୟାସ କୁ ଠିକ୍ ଭାବରେ କରି ପାରୁଥିବେ ବୋଲି ଆଶା ତାହା ପୁଣି ଗାରେଣ୍ଟି ନାହିଁ । ଆଉ ତାହା ମଧ୍ୟ 100 ଜଣ ରୁ କେବଳ 50 ଜଣ ହିଁ କରନ୍ତି।  ହେଲେ ଆପଣଙ୍କ ମନରେ ପ୍ରଶ୍ନ ନିଶ୍ଚୟ ଉଠୁଥିବ ଯେ ବାହାରେ କମ୍ପାନୀ କିମ୍ବା ଅନ୍ୟ ଜବ୍ ରେ ରହି କେବଳ 10% ଆଉ ନିଜ ଗାଁ କିମ୍ବା ସହର ରେ ରହି କେବଳ 50% ହେବା,  ଏତେ କମ୍ ହେବାର କାରଣ କଣ?

ଆପଣଙ୍କ ମନରେ ପ୍ରଶ୍ନ ଜାତ ହେବା ସ୍ବାଭାବିକ।  ଆଉ ତାର ଉତ୍ତର ମୁଁ ତଳେ ଦେବାକୁ ଯାଉଛି ।

ଗାଁ ରେ ରହୁଥିବା ଯୁବକ ମାନେ ନିଜର ପଢ଼ାପଢ଼ି ଏବଂ ଦୌଡ ଅଭ୍ୟାସ ଆରମ୍ଭ କରିଥାନ୍ତି କିନ୍ତୁ କିଛି ସମୟ ପାଇଁ । ତାହା କେବଳ ୧୦% ଯୁବକ ହିଁ ପରୀକ୍ଷା ପର୍ଯ୍ୟନ୍ତ ପଢନ୍ତି ଏବଂ ଅଭ୍ୟାସ କରନ୍ତି । କାରଣ ସେମାନେ ଉଚିତ୍ ଦିଗ ର ଅଭାବ ର ଗ୍ରସିତ ହୁଅନ୍ତି ଏବଂ ତାଙ୍କୁ ପ୍ରକୃତ ଗାଇଡ ମିଳି ପାରୁ ନାହିଁ । ସେଥିପାଇଁ ସେ ଅଧା ଅଭ୍ୟାସ ପରେ ନିଜକୁ ଦୁର୍ବଳ ମନେ କରନ୍ତି। 

ଠିକ୍ ସେହି ପରି , ବାହାରେ ଜବ୍ କରୁଥିବା ଯୁବକ କିଛି ଦିନ ଅଭ୍ୟାସ ତ କରନ୍ତି କିନ୍ତୁ ଡିଉଟି ବଦଳି ଏବଂ ଠିକ୍ ସମୟରେ ବିଶ୍ରାମ ଅଭାବ ହୋଇ ଯାଏ । ସେ ସମୟରେ ଟଙ୍କା ଅଧିକ ଗୁରୁତ୍ବ ଦେଖା ଯାଏ ନିଜ ଭବିଷ୍ୟତ ନୁହେଁ । ଏହା ସମସ୍ତଙ୍କ ପକ୍ଷେ ସମାନ ହୁଏ।  ବାହାରେ ଚାକିରୀ କରି ନିଜ ଭବିଷ୍ୟତ ଗଢ଼ିବା ଏତେ ସହଜ ନୁହେଁ।  କେବଳ କହିବା ସହଜ କିନ୍ତୁ କରି ଦେଖାଇବା ବହୁତ୍ କଷ୍ଟ ।

ମୋର ଆପଣଙ୍କୁ ସଚେତନ କରେଇବା ର ଗୋଟିଏ ଲକ୍ଷ୍ୟ କେବଳ ତାହା ହେଲା ନିଜ ଭବିଷ୍ୟତ ପ୍ରତି ତତ୍ପର ହୁଅନ୍ତୁ । ନହେଲେ ପରେ କେବଳ ଅନୁତାପ ହିଁ ରହିଯିବ । ତେବେ କଣ ଚିନ୍ତା କରିଲେ । ସମୟ ଅଛି ।

ହଁ ଗୋଟିଏ ଚିନ୍ତାଧାରା ପ୍ରାୟ ଯୁବକ ଙ୍କ ମନରେ ଆସେ ତାହା ହେଲା ” ଏହି ବର୍ଷ ଥରେ ଏକ୍ସାମ ଦେଇ ଦେବା, ନହେଲେ ପର ବର୍ଷ କୁ ପୁଣି ଥରେ ଏକ୍ସାମ୍ ଦେବା” ହେଲେ ଗୋଟିଏ କଥା ଆପଣ ଜାଣିଛନ୍ତି କି ?

ବର୍ତ୍ତମାନ୍ ଆପଣ ଯୋଉ ସମୟ ଦେଇ ଗତି କରୁଛନ୍ତି ତାହା ହେଉଛି ଉଚିତ୍ ସମୟ। ଯଦି ଏହି ସମୟ କୁ ଅତିବାହିତ କରି ଦେଲ । ତେବେ ଆର ବର୍ଷ କୁ କଣ ହେବ ? କଣ ନାହିଁ ? କିଏ ଜାଣେ ? ଯଦି ବର୍ତ୍ତମାନ ଆପଣଙ୍କୁ ସୁଯୋଗ ମିଳିଛି ତେବେ ଏହି ସୁଯୋଗ କୁ ହାତ ଛଡା କରନ୍ତୁ ନାହିଁ । କାରଣ ସୁଯୋଗ କେବଳ ଥରେ ଆସେ ବାରମ୍ବାର ଆସେ ନାହିଁ ।

ଯେତେ ପୋଷ୍ଟ ବାହାରିଛି ତାହା ଆପଣଙ୍କ ଚିନ୍ତା ଜନକ ହେବା ଠିକ୍ ନୁହଁ । ଆପଣଙ୍କ ଚିନ୍ତା କେବଳ ଗୋଟିଏ ହେବା ଦରକାର ଯେ ମୋତେ ଚାକିରୀ କରି ଦୁନିଆ କୁ ଦେଖେଇବାର ଅଛି ।

ଆଉ ସବୁଠୁ ବଡ କଥା ହେଲା । ଏଠି କନଷ୍ଟେବଳ ଚାକିରୀ ମିଳିବା ମଧ୍ୟ ସହଜ ନୁହେଁ । ତାହା ପ୍ରତି ପଢ଼ିବା ଦରକାର ଏବଂ ନିଜକୁ ଦୃଢ଼ କରିବାକୁ ହେବ । ତେବେ ଡେରି କରନ୍ତୁ ନାହିଁ ।

ସମୟ ଥରେ ଚାଲିଗଲେ ଆଉ ଆସିବ ନାହିଁ । ଆଜି ହିଁ ଯାଇ ନିଜ ଫର୍ମ ଫିଲ ଅପ୍ କରନ୍ତୁ । ୩୦ ନଭେମ୍ବର ପର୍ଯ୍ୟନ୍ତ ଅବଧି ଅଛି । SSC ସାଇଟ୍ କୁ ଯାଆନ୍ତୁ ନିଜ ନାମ କୁ ରେଜିଷ୍ଟର କରନ୍ତୁ ଯଦି ଅବା କରିଛନ୍ତି ତେବେ କନଷ୍ଟେବଳ ପଦ କୁ ଫିଲ ଆପ୍ କରନ୍ତୁ। 

ଯେତେ ଲେଟ୍ କରିବେ ସେତେ ଆପଣଙ୍କ ସମୟ ନଷ୍ଟ ହେବ ।

ତେବେ କଣ କଣ ଦରକାର
ତଳେ ଦେଖନ୍ତୁ

୧. ଫର୍ମ ଫିଲ ଅପ୍ କରିବା ଅବଧି ଏବଂ ସମୟ:
୨୭.୧୦.୨୦୨୨ ଠାରୁ ୩୦.୧୧.୨୦୨୨ ତାରିଖ ରେ ରାତି ୧୧.୦୦ ପର୍ଯ୍ୟନ୍ତ ଫର୍ମ ପୂରଣ କରି ପାରିବେ।  

୨. କମ୍ପ୍ୟୁଟର ରେ ଏକ୍ସାମ ଅଛି ଜାନୁଆରୀ ମାସରେ

୩. ତାରିଖ ଏବଂ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇ ନାହିଁ ।

ଯଦି କିଛି ପ୍ରଶ୍ନ ଅଛି ତେବେ ମୋତେ କମେଣ୍ଟ କରନ୍ତୁ ।

ଆଶା କରୁଛି ଏହି ବର୍ଷ ଆପଣଙ୍କ ଭାଗ୍ୟ ଖୋଲିବ । କଷ୍ଟ କରନ୍ତୁ ଏବଂ ଫଳ ନିଶ୍ଚିତ ଭାବେ ଆପଣଙ୍କ ହାତ ମୁଠାରେ ରହିବ ।

ssc.nic.in ଏହି ସାଇଟ୍ କୁ ଏବେ ହିଁ ଓପନ କରନ୍ତୁ ।