Tag Archives: #corona_time

କାଇଁଚ ବୁଢ଼ୀ ( kaincha budhi)

କାଇଁଚ ବୁଢ଼ୀ ( kaincha budhi)
କାଇଁଚ ବୁଢ଼ୀ ( kaincha budhi)
ମାଧବପୁର ଗ୍ରାମରେ ଗୋଟିଏ ବୁଢ଼ୀ ରହୁଥିଲା । ବୟସ ପାଖାପାଖି ୬୫ ବର୍ଷ, ନାମ ହେଲା କାଇଁଚ , ମାନେ କାଇଁଚ ବୁଢ଼ୀ । ତାର ଦୁଇ ପୁଅ, ଦୁଇ ବୋହୂ ଆଉ ନାତି ନାତୁଣୀ କୁ ନେଇ ଛୋଟ ପରିବାର ଏବଂ ଗୋଟିଏ ଝିଅ ସେ ତା ଶାଶୁ ଘରେ ରହୁଥାଏ । ବେଳେବେଳେ ଆସି ବୁଲି କରି ଯାଏ । ବୁଢ଼ୀ କୁ ପରିବାର ଭିତରେ ତାକୁ ଟିକେ ବି କାମ କରିବା କୁ ଇଛା ନୁହେଁ । କୌଣସି କାମ ପଡିଲେ ବାହାନା ଖୋଜେ କହିବାକୁ ଗଲେ ବଡ଼ ଅଳସେଇ। ଭଲ ଖାଇବା, ଭଲ ପିନ୍ଧିବା, ଆଇନା ଦେଖିବା ଆଉ ଲୋକ ଙ୍କ ସହ ଭଲ ଗପ ଜମେଇବା ବହୁତ ପସନ୍ଦ ଥିଲା । ତା ପୁଅ ବୋହୂ ଯେତେବେଳେ କାମରେ ଲାଗିଯାଆନ୍ତି । ବୁଢ଼ୀ ଏତେ ଅଳସେଇ ଯେ ଜାଣିଶୁଣି କି ବୋହୂ ମାନକୁ ହଇରାଣ କରିବା ପାଇଁ ଟେବୁଲ ଉପରୁ ପାଣି ଗ୍ଲାସ ବି ଉଠେଇକି ନିଏ ନାହିଁ । ବୋହୂ କୁ ବାରମ୍ବାର ଡାକୁଥାଏ । ସବୁବେଳେ କାହା କୁ ନା କାହାକୁ ଡାକି ହଇରାଣ କରୁଥାଏ । ବୋହୂ ମାନେ ବୁଢ଼ୀ ର କଥା ଶୁଣନ୍ତି କିନ୍ତୁ ଦୁଃଖି ହେଇଯାଆନ୍ତି । ବୁଢ଼ୀ କୁ ଭଲ ଏବଂ ସ୍ଵାଦିଷ୍ଟ ଭୋଜନ ଖାଇବାକୁ ବହୁତ ପସନ୍ଦ । ଯେତେବେଳେ ସ୍ୱାଦିଷ୍ଟ ଖାଇବା ରୋଷେଇ ହେଇଥିବ ସେ ନିଜେ ରୋଷେଇ ଘରକୁ ଯାଇ ବୋହୂ କୁ ବାରମ୍ବାର ପଚାରୁ ଥାଏ ‘ ବୋହୂ କଣ ରାନ୍ଧିଚ ବହୁତ ଭଲ ବାସ୍ନା ଆସୁଛି। ରୋଷେଇ ସରିବା ପର୍ଯ୍ୟନ୍ତ ଆଉ ଅପେକ୍ଷା କରିପାରେ ନାହିଁ । ସେ ନିଜେ ଲୁଚିକି ରୋଷେଇ ଘରକୁ ଯାଇ ଖାଇବା ଖାଏ ଏବଂ ସେଥିରୁ ବାହାର କରିକି କିଛି ତା ରୁମ୍ କୁ ନେଇ ଚାଲିଯାଏ । ଖାଇବା ସମୟରେ ବୋହୂ ମାନେ ସମସ୍ତ ଙ୍କୁ ଖାଇବା ବାଢିଦିଅନ୍ତି ଆଉ ନିଜେ ଖାଇଲା ବେଳକୁ କିଛି ବି ନଥାଏ । ପୁଅମାନେ ବୋହୂ ମାନକୁ ଗାଳି ଗୁଲଜ କରିଲେ ବୁଢ଼ୀ ବସି ଖୁସିହେଉ ଥାଏ । ଗୋଟିଏ ଦିନ ବଡ଼ପୁଅ ବଜାରରୁ ମିଠା ନେଇକି ଆସିଲା । ମିଠାକୁ ନେଇ ପିଲାମାନଙ୍କୁ ଦେଲା । ବୁଢ଼ୀ ମିଠା ଦେଖି ପାଟିରୁ ଲାଳ ଗଡି ଯାଉଥାଏ। ବୁଢ଼ୀ କୁ ମିଠା ଖାଇବାକୁ ଇଛା ହେଇଗଲା, ଏମିତି ରେ ବୁଢ଼ୀ କୁ ମିଠା ବହୁତ ପସନ୍ଦ । ବୁଢ଼ୀ ଯାଇ ପିଲାମାନ ଙ୍କୁ କହିଲା । ପିଲାମାନେ ଆଜି ମୁଁ ତମକୁ ମିଠା ଖାଇବାକୁ ଦେବି । ଶୁଣ ଆଖି ବନ୍ଦ କର!! ହାତ ଆଗକୁ ଆଣ!! ମୁଁ ବାଣ୍ଟିକରି ଦେବି ।ପିଲାମାନେ ବୁଢ଼ୀ ର କଥା ମାନି ଆଖି ବନ୍ଦ କରି ହାତ ଆଗକୁ କରିଲେ । ସେଇ ସମୟରେ ବୁଢ଼ୀ କିଛି ମିଠା ସେ ତା ନିଜ ପାଖରେ ରଖିଦେଲା । ଆଉ ଯୋଉ ମିଠା ରହିଲା ସେଗୁଡ଼ିକ ପିଲାମାନଙ୍କୁ ବାଣ୍ଟି ଦେଲା । ବୁଢ଼ୀ କୁ ଲାଲ୍ ରଙ୍ଗର ଲୁଗା ବହୁତ ପସନ୍ଦ ଥିଲା । ଦିନେ ବୋହୁ ବାହାରେ ଲୁଗା ସୁଖେଇଥିଲା ସେ ସମୟରେ ସେ ତା ବୋହୂର ଲୁଗାକୁ ନେଇ ଲୁଚେଇ ଦେଲା । ନିଜ ଝିଅ କୁ ଦେବା ପାଇଁ ରଖିଦେଲା ।ଦୁଇ ବୋହୂ ଭାବିଲେ ଆମ ଲୁଗା ନେଲା କିଏ ?? ଆସିକି ବୁଢ଼ୀ ପାଖରେ ପଚାରି ବୁଝିଲେ । ବୁଢ଼ୀ କହିଲା ପଡ଼ିଶା ଘର ରାଣୀ ନେଇଥିବ । ଏହା ଶୁଣି ଦୁଇ ବୋହୂ ରାଗ ତମ ତମ ହେଇ ପଡ଼ୋଶୀ ଘରକୁ ଗଲେ । ରାଣୀକୁ ବହୁତ ଗାଳି ଦେଲେ କିନ୍ତୁ ରାଣୀ ମୁଣ୍ଡ ଛୁଇଁ ଶପଥ କରି କହିଲା ମୁଁ ତୁମର ଶାଢ଼ୀ କି ଲୁଗା ଚୋରି କରିନି। ରାତିରେ ସ୍ବାମୀ ଆସିଲା , ବୋହୂ ସ୍ବାମୀ କୁ କହିଲା ଆମ ବାହାଘର ର ବର୍ଷେ ପରେ ମୋତେ ଯୋଉ ସୁନ୍ଦର ଲୁଗା ଟି ଉପହାର ଦେଇଥିଲ ସେଇଟା ଆଜି ସୁଖେଇଥିଲି କିନ୍ତୁ ମୋତେ ମିଳୁନି । ପୁଅ କହିଲା ଏଠି କୋଉଠି ଥିବ ଖୋଜିଲେ ମିଳିଯିବ । ଏ ସବୁ ଦେଖିକି ବୁଢ଼ୀ ବହୁତ ଖୁସିଥିଲା । ଯେମିତି ବୁଢ଼ୀକୁ ଖାଇବା ପିନ୍ଧିବା ବହୁତ ପସନ୍ଦ ସେ ଭାବିଲା ଆଗକୁ ଦୁର୍ଗା ପୂଜା ଆସୁଛି କିଛି ନୂଆ ଶାଢ଼ୀ ଆଣିବ । ବଡ଼ ପୁଅ କୁ କହିଲା ମୋ ପାଇଁ ଶାଢ଼ୀ ଆଉ ପିଲାମାନଙ୍କ ପାଇଁ ଡ୍ରେସ ନେଇ ଆଣିବୁ। ସେ ସମୟରେ ପୁଅ କହିଲା ମୋ ଶାଶୁ ମଧ୍ୟ ଆସୁଛନ୍ତି ତାଙ୍କ ପାଇଁ ବି ଗୋଟେ ଶାଢ଼ୀ ନେଇ ଆସିବି । ବୁଢ଼ୀ ସେ ସବୁ ଶୁଣି ରାଗରେ ପଞ୍ଚମ । ମନରେ ଭାବିଲା ମୋ ପାଇଁ ତ କେବେ ନିଜ ମା ବୋଲି ଶାଢ଼ୀ ଖଣ୍ଡେ ଆଣିଦେଇନି ଆଜି ଶାଶୂ ପ୍ରେମ ଉଛୁଳି ପଡୁଛି। ସକାଳ ହେଲାପରେ ସମସ୍ତେ ବଡ଼ ବୋହୁ ର ମା ଆସିବେ ବୋଲି ଅପେକ୍ଷା କରି ଥାନ୍ତି । ସେତେବେଳେ ବୁଢ଼ୀ ମନେ ମନେ ଭାବୁଥାଏ, ମୁଁ କେତେବେଳେ ବାହାରକୁ ଯାଇଥିଲେ କାଇଁ ମୋ ପାଇଁ ତ ଏମିତି ଅପେକ୍ଷା କରନ୍ତି ନି ।କିଛି ସମୟ ପରେ ଗାଡ଼ି ପହଁଚିଲା । ବଡ଼ ପୁଅ ର ଶାଶୁ ଆସିକି ପହଂଚିଲେ । ପିଲାମାନେ ଆଇ ଆଇ କହିକି ଆଇ ପାଖକୁ ଦୌଡ଼ି ଗଲେ । ପିଲାମାନଙ୍କ ପାଇଁ ଖେଳନା କାହା ପାଇଁ କଣ ସବୁ ନେଇକି ଆସିଛନ୍ତି । ବଡ ବୋହୂ ର ମା ବୁଢ଼ୀ ପାଇଁ ସିନ୍ଦୁକ ଟେ ଆଣିଥିଲେ ତାକୁ ଧରି ନିଜ ରୂମ କୁ ଚାଲିଗଲା, ଆଉ ଯାହା ଲୁଚେଇକି ରଖିଥଲା ସେ ସବୁ ସିନ୍ଦୁକ ଭିତରେ ରଖିଦେଲା । ଘରକୁ ଅତିଥି ଆସିଛନ୍ତି ମାନେ ଭଲ ରୋଷେଇ ନିହାତି ହେବ । ରୋଷେଇ ର ମହକ ରେ ସେ ଜାଣିଗଲା କଣ ରୋଷେଇ ହେଇଛି । ମନରେ ଚିନ୍ତା କଲା ମୋ ପାଇଁ ଏମିତି ଭଲ ଖାଇବା ରାନ୍ଧନ୍ତିନି, ତାଙ୍କ ମା ଆସିଛି ବୋଲି ଏତେ ଭଲ ରୋଷେଇ ହୋଇଛି । କିଛି ଗୋଟେ ଉପାୟ କରି ଭଲ ରୋଷେଇ କୁ ଖରାପ କରିବାକୁ ପଡ଼ିବ। ଯେତେବେଳେ ବୋହୂ ମାନେ ରୋଷେଇ ସାରିକି ରୋଷେଇ ଘରୁ ବାହାରି ଗଲେ ସେତେବେଳେ ବୁଢ଼ୀ ଯାଇ ଖାଇବାରେ ଲଙ୍କା ଗୁଣ୍ଡ ପକେଇ ଚୁପ୍ କରି ନିଜ ରୁମ୍ କୁ ଆସିଗଲା। ସମସ୍ତେ ଖାଇବାକୁ ବସିଲେ, ଭୋଜନ ଅଧା ହୋଇଛି ସମସ୍ତ ଙ୍କ ପାଟି ଜଳିଲା ସମସ୍ତେ ପାଣି ପାଣି ହେଲେ କିନ୍ତୁ ବୁଢ଼ୀ ବହୁତ ଚାଲାକ ଥିଲା ସେ ଖାଇବା ନ ଖାଇ ସମସ୍ତ ଙ୍କୁ କଣେଇ କଣେଇ ଦେଖୁଥିଲା । ସେ କେବଳ ଖାଇବା ର ନାଟକ କରୁଥିଲା । ଏ ସବୁ ବଡ଼ ବୋହୂର ମା ଦେଖିଦେଲେ । ଖାଇବା ସରିବା ପରେ ବଡ ବୋହୂ ର ମା ଆସି ନିଜ ଝିଅ କୁ କହିଲା ଯେ ତୋ ଶାଶୂ ଉପରେ ନଜର ରଖିବୁ । ସେଦିନ ଠୁ ବୁଢ଼ୀ ଉପରେ ସମସ୍ତେ ନଜର ରଖିଲେ । ଗୋଟିଏ ଦିନ ଖାଇବା ରେ ପୁଣି ଲଙ୍କା ଗୁଣ୍ଡ ମିଶେଇ ସେମିତି କରିଲା । ଏବଂ ସମସ୍ତେ ଲୁଚି ଲୁଚି ଦେଖୁଥିଲେ। ସଂଧ୍ୟା ବେଳେ ବୁଢ଼ୀ ର ପୁଅ କୁ ବୋହୂ ମାନେ କହିଲେ କିନ୍ତୁ କେହି ବିଶ୍ବାସ କରିଲେ ନାହିଁ । ଓଲଟା ବୋହୂ ମାନଙ୍କୁ ବୁଢ଼ୀ ଆଗରେ ଖରାପ ହେବାକୁ ପଡ଼ିଲା। ବୋହୂ ମାନେ ଭାବିଲେ କିଛି ଗୋଟିଏ ଉପାୟ କରି ସ୍ବାମୀ ମାନଙ୍କୁ ନିଜ ମା ର କାମ କୁ ଦେଖାଇବାକୁ ପଡ଼ିବ। ୩ ଦିନ ପରେ ବୁଢ଼ୀ କହିଲା ମୁଁ ମୋ ଝିଅ ପାଖକୁ ଯିବି। ପୁଅ ମାନେ କହିଲେ ଯିବୁ ଯଦି ଆଉ ଦୁଇ ଦିନ ପରେ ରବିବାର ଆସିବ ସେ ଦିନ ତୋତେ ନେଇକି ଯିବି। ବୁଢ଼ୀ ଖୁସି ହେଇଗଲା ସେ ଲୁଚେଇ ରଖିଥିବା ଜିନିଷ ସଜେଇବାକୁ ଲାଗିଲା । ତାହା ପୁଣି ରାତିରେ ସମସ୍ତେ ଶୋଇଲା ପରେ ସେ ଧିରେ ଉଠି ସଜାଇବା ଆରମ୍ଭ କରେ। ରବିବାର ସକାଳେ ପୁଅ ସାଙ୍ଗରେ ଝିଅ ଘରକୁ ଯିବାକୁ ବାହାରିଲା । ବଡ ବୋହୂ ଉପାୟ କରି ବୁଢ଼ୀ ର ବ୍ୟାଗ୍ କୁ ଲୁଚେଇ ଦେଲା । ବୁଢ଼ୀ ସଜବାଜ ହୋଇ ବ୍ୟାଗ୍ ଖୋଜିଲା କିନ୍ତୁ ସେ ପାଇଲା ନାହିଁ । ସେ ବିରକ୍ତ ହୋଇ କହିଲା ମୋ ବ୍ୟାଗ୍ କିଏ ରଖିଛି ମୋତେ ଦିଅ। ଦୁଇ ବୋହୂ ଚୁପ୍ ରହିଲେ । ବୁଢ଼ୀ ର ସନ୍ଦେହ ଯେ ଏହି ବୋହୂ ମାନେ ରଖିଥିବେ । ସେ ପୁଅ କୁ କହିଲା ମୋ ବ୍ୟାଗ୍ ତୋ ସ୍ତ୍ରୀ ଲୁଚେଇ ରଖିଛି ତାକୁ ପଚାର ସେ କାହିଁକି ଏମିତି କରୁଛି। ବଡ ବୋହୂ କହିଲା ମା ତମେ ଖାଲି ହାତରେ ଯାଅ । ବ୍ୟାଗ୍ ନେଇ କଣ କରିବ । ବୁଢ଼ୀ କହିଲା ମୋ ଝିଅ ର କିଛି ସାମାନ ରହିଯାଇଥିଲା ସେଗୁଡ଼ାକ ଦେବା ପାଇଁ ଯିବି । ବଡ ବୋହୂ କହିଲା ହଉ କୋଉ ଜିନିଷ ଆମେ ସମସ୍ତେ ଦେଖିବୁ । ୦୫ ଦିନ ପୂର୍ବରୁ ତମ ଝିଅ ଆସିଥିଲା ସେ ତା ଶାଶୁ ଘରେ ପହଞ୍ଚିଲା ପରେ ତମ ପୁଅ ହାତରେ ଖବର ଦେଲା ଯେ ତାର ଏବଂ ଛୁଆ ମାନଙ୍କର କିଛି କପଡା ରହିଯାଇଛି ସେ ଗୁଡ଼ିକ ଫେରାଇ ଦେବାକୁ । ଆଉ ସେ ଜିନିଷ ସବୁ ମୁଁ ତମ ପୁଅ ହାତରେ ଦେଇଛି । ତମେ କଣ ନେଉଛ ମୁଁ ଦେଖିବି । ବୁଢ଼ୀ କହିଲା ନା ନା ମୋ ଝିଅ ର ଜିନିଷ ତମେ କଣ ପାଇଁ ଦେଖିବ। ଏମିତି କହି ମିଛ ରେ କାନ୍ଦିବାକୁ ଆରମ୍ଭ କରିଲା , କହିଲା ,” ମୋତେ ଏ ଦୁଇ ଅଲକ୍ଷଣି ମିଶି ମୋତେ ହଇରାଣ କରୁଛନ୍ତି” ପୁଅ କୁ ବୋହୂ ଆଗରୁ କହି ରଖିଥିଲା ଯେ ମୁଁ ଯାହା କରିବି ସେଥିରେ କେବଳ ହଁ କରିବ । ପୁଅ କହିଲା ଏଥିରେ କାନ୍ଦିବାର କଣ ଅଛି ତୁ ବ୍ୟାଗ୍ ଖୋଲିକି ଦେଖାଇ ଦେ । ବୁଢ଼ୀ ବ୍ୟାଗ୍ କୁ ଛାତିରେ ଜାବୁଡି ଧରି ଦେବ ନାହିଁ ବୋଲି କହିଲା କିନ୍ତୁ ପୁଅ ର ଅନୁରୋଧ ରେ ଶେଷରେ ବ୍ୟାଗ୍ କୁ ଖୋଲାଗଲା । ସେଥିରୁ ବଡ ବୋହୂ ର ଲୁଗା ଏବଂ ଗ୍ଲାସ୍ ତାଟିଆ, ପିଲା ମାନଙ୍କ ଖେଳନା, ବହୁତ୍ ଲୁଗା ଏମିତି ବହୁତ୍ କିଛି ସେ ବ୍ୟାଗ୍ ରୁ ବାହାରିଲା । ଏ ସବୁ ଦେଖି ପୁଅ ର ମୁଣ୍ଡ ଗରମ। ରାଗରେ କହିଲା , ” ମା ଏସବୁ କଣ” ବୁଢ଼ୀ ପୁଣି ମିଛ କହିବାକୁ ଲାଗିଲା ଏ ବିଷୟରେ ମୁଁ କିଛି ଜାଣିନି , କିଏ ରଖିଛି। କିନ୍ତୁ ବୁଢ଼ୀ ର ଅସଲି ରୂପ ଜଣା ପଡିଗଲା । ପୁଅ ମା କୁ ଘର ଭିତରକୁ ନେଇ ବୁଝେଇ କହିଲା , ଏମିତି କାହିଁକି କରୁଛୁ , ଘର ଭିତରେ ଅସନ୍ତୋଷ ସୃଷ୍ଟି ହେଉଛି । ତାର କାରଣ ତୁ କାହିଁକି ହେବାକୁ ଚାହୁଁଛୁ । ତା ପରେ ବୁଢ଼ୀର ମନରେ ଅଳ୍ପ ପରିବର୍ତ୍ତନ ଆସିଲା ଏବଂ ଧିରେ ଧୀରେ ନିଜକୁ ପରିବର୍ତ୍ତନ କରି ଭଲ ଶାଶୂ ହେବାକୁ ଚେଷ୍ଟା କରିଲା ଏବଂ ତାଙ୍କ ପରିବାର ବହୁତ୍ ଖୁସିରେ ଚାଲିଲା।
ଏଥିରୁ କଣ ଶିଖିଲ?
୧. ଚୋରି କରିବା ଅନୁଚିତ୍।
୨. କାହା ପ୍ରତି ଖରାପ ମନୋଭାବ ରଖିବା ଅନୁଚିତ୍।
୩. ସତ ଦିନେ ନା ଦିନ ବାହାରକୁ ଆସିବ ସେଥିପାଇଁ ସବୁବେଳେ ସତ କହିବା ଉଚିତ୍ ।
 ରୁବି ନାହାକ ଙ୍କ କଲମରୁ
ବୁଗୁଡ଼ା , ଗଞ୍ଜାମ।
Kids Story  👈👈👈 Click Here

କୋରୋନା କାଳ (Corona Time)



କୋରୋନା କାଳ (Corona Time)
କୋରୋନା କାଳ (Corona Time)



ଗୁଜୁରାଟ ରେ ଗୋଟିଏ ଗରିବ ପରିବାର ରହୁଥିଲେ । ସେ ପରିବାର ରେ ବାପା ସୁରେଶ ଆଉ ଗୋଟିଏ ଝିଅ ଏବଂ ଗୋଟିଏ ପୁଅ ରହୁଥିଲେ । ସ୍ତ୍ରୀ ଗୋଟିଏ ବର୍ଷ ପୂର୍ବରୁ ଚାଲିଯାଇଛି । ପୁଅ ପପୁ ପାଞ୍ଚ ବର୍ଷର ହୋଇଥାଏ ଓ ଝିଅ ପାପୁନି ତିନି ବର୍ଷର ହୋଇଥାଏ । ସେଠୀ ଗରିବ ବସ୍ତି ରେ ଗୋଟିଏ ଚାଳ ଘରେ ରହୁଥିଲେ । ସୁରେଶ ବଙ୍ଗଳା ରେ ଲାଗୁଥିବା ଇଟା ସିମେଣ୍ଟ ଗୁଡି ବୋହିବା କାମ କରେ । ସେତିକି ରୁ ଯେତିକି ମିଳେ ପୁରା ଟଙ୍କା ଖାଇ ସାରି ଦେଉଥିଲେ । ଖୁସିରେ ତାଙ୍କର ଘର ଚାଳିଯାଏ । ତାକୁ କୌଣସି ଦିନ ଖାଇବାରେ ଅସୁବିଧା ହେଉନଥିଲା । ମଜୁରୀ ଠିକ୍ ସମୟରେ ମିଳି ଯାଉଥିଲା ଚାଉଳ, ଅଟା, ପରିବା ସରିବା ମାତ୍ରେ ଘରକୁ ଆସିଯାଉ ଥିଲା । ଦୁଇ ଓଳି ଖାଇବା ଆଉ ରହିବା ପାଇଁ ଜାଗା ସହିତ ପୁଅ ଝିଅ ଙ୍କ ସହ ଖେଳିବା ରେ ତାର ସମୟ ବିତି ଯାଉଥିଲା । ସୁରେଶ କାମ କୁ ଗଲାବେଳେ ପପୁ ଭଉଣୀ (ପାପୁନୀ) ର ଦେଖା ଶୁଣା କରେ । ମା ନଥିବା ହେତୁ ପପୁ ସାନ ଭଉଣୀ ପାପୁନି କୁ ବହୁତ ଭଲ ପାଏ ଏବଂ ଯତ୍ନ ବି ନିଏ।
ହଠାତ୍ କୋରନା ରୋଗ କୁଆଡୁ ମାଡ଼ି ଆସିଲା । ଦେଶରେ ଲକ ଡାଉନ ଏବଂ ସଟ ଡାଉନ୍ ହେଲା ଯାହା ଫଳରେ କାମ ଧନ୍ଦା ବନ୍ଦ ହେଇଗଲା । ସୁରେଶ ବହୁତ ଚିନ୍ତିତ ହେଇଗଲା । କାମ ବନ୍ଦ ହେଇଗଲା କେମିତି କଣ କରିବ ଆଉ ପିଲାଙ୍କୁ କଣ ଖାଇବା କୁ ଦେବ । କାରଣ ସେ ଦିନ ମଜୁରୀ ଭାବରେ କାମ କରୁଥାଏ । ଯୋଉ ଦିନ ଯାହା ମିଳିଥାଏ ସବୁତକ ଘର ଖର୍ଚ୍ଚରେ ଚାଲିଯାଏ । ଅଟା, ଚାଉଳ ଏତିକି ଥିଲା ସେତକ ଦୁଇ ଦିନ ରେ ସରିଗଲା । ସୁରେଶ ର ଆଖ ପାଖରେ କିଏ ବି ରହୁନଥିଲେ । ଅଟା ଡବା ଝାଡା ଝୁଡ଼ି କରିଲା ସେଥିରୁ ଯେତିକି ଅଟା ବାହାରିଲା ଦୁଇ ଖଣ୍ଡ ରୁଟି ହେବ । ସେତକ ଦେଖି ବହୁତ ଦୁଃଖି ହେଇଗଲା, ଭାବିଲା ଦୁଇ ଖଣ୍ଡ ରୁଟି ହେବ ତାହା ମୋ ପୁଅ ଝିଅ କେମିତି ଖାଇବେ, ଜଣକୁ ଦେବୀ ତ ଆଉ ଜଣେ ଭୋକରେ ରହିବ । ମାତ୍ର ସେ ଅଟା କୁ ଚକଟି ରୁଟି କରିଲା ପରେ ସେଥିରୁ ତିନି ଖଣ୍ଡ ରୁଟି ହେଲା ସେଥିରୁ ପାପୁନି କୁ ଗୋଟେ ଆଉ ଗୋଟେ ପାପୁନି କୁ ଖାଇବାକୁ ଦେଲା । ଆଉ ଗୋଟିଏ ଖଣ୍ଡ ରୁଟି ସେ ନିଜେ ଖାଇବାକୁ ନେଲା । ଖାଇ ବସି ପାଟିକୁ ନେଲା ବେଳେ ଭାବିଲା ମୁଁ ଯଦି ଖାଇନେବି ପାପୁନି କୁ ଅଧ ରାତି ରେ ଯଦି ଭୋକ ହେଲା କଣ ଖାଇବାକୁ ଦେବୀ ଏମିତି ଭାବି ସେ ରୁଟି ଖଣ୍ଡକ ରଖିଦେଲା । ସେ ଯେମିତି ଭାବିଥିଲା ସେମିତି ହିଁ ହେଲା । ଅଧ ରାତିରେ ଭୋକରେ ପାପୁନି ର ନିଦ ଭାଙ୍ଗିଗଲା। ବଞ୍ଚିଥିବା ରୁଟି ଖଣ୍ଡକ ଖୁଆଇ ଦେଲା ଆଉ ସେ ଭୋକରେ ସେମିତି ହିଁ ରହିଗଲା । ପିଲାମାନେ ସିନା ଶୋଇ ପଡ଼ିଲେ କିନ୍ତୁ ସୁରେଶ କୁ ନିଦ ହେଉ ନଥିଲା । ସେ କାଲି ସକାଳେ ପିଲାମାନ ଙ୍କୁ କଣ ଦେବ ଭାବି ଦୁଃଖି ହେଇଗଲା ଆଉ ଭଗବାନ ଙ୍କୁ ପ୍ରାର୍ଥନା କରୁଥିଲା । ସୁରେଶ କେବେ ଭାବିନଥିଲା ଏତେ ଖରାପ ସମୟ ମଧ୍ୟ ଆସିବ ବୋଲି । ରାତି ପାହୀ ସକାଳ ହେଲା । ପିଲାମାନେ ଖାଇବା ପାଇଁ ଆକୁଳ ବ୍ୟାକୁଳ ହେଲେ । ବାପା ଭୋକ ହେଲା, ଭୋକ ହେଲା, କହି କାନ୍ଦିବାକୁ ଲାଗିଲେ କିନ୍ତୁ ଘରେ କିଛି ବି ଖାଇବା ପାଇଁ ନାହିଁ। କଣ କୋଉଠୁ ଆଣିକି ଦେବ ଭାବିଲା ବହୁତ ଦୁଃଖି ହେଇଗଲା। ସେତିକି ବେଳେ ଗୋଟିଏ ଗାଡି ଆସିଲା ଆଉ ମାଇକ୍ ରେ ଡାକିବାକୁ ଲାଗିଲା ।ଆମେ ଏଠି ସାହାଯ୍ୟ କରିବାକୁ ଆସିଛୁ ଆଉ ଯାହା କୁ ବି ଅଟା ଦରକାର ଏଠି ଆସି ନେଇଯାଅ । ସମସ୍ତ ପରିବାର କୁ କେବଳ ଗୋଟିଏ କିଲୋ ହିଁ ଦିଆ ଯିବ। ଶବ୍ଦ ଶୁଣି ଲୋକମାନେ ଏକାଠି ହେଲେ । ଶବ୍ଦ ଶୁଣି ସୁରେଶ ର ମୁହଁରେ ବି ଖୁସି ଆସିଗଲା । ସେ ପପୁ କୁ କହିଲା ଶୀଘ୍ର ଚାଲ ପପୁ ଲୋକ ଭିଡ଼ ହୋଇ ଯିବେ । ଆମ କୁ ସେ ଅଟା ନିହାତି ଦରକାର । ପପୁ ଦୌଡ଼ି ବା କୁ ଲାଗିଲା ସୁରେଶ ପାପୁନି କୁ ନେଇକି ଗଲା । ପପୁ କିଛି ସମୟ ଦୌଡ଼ି ବା ପରେ ତଳେ ପଡ଼ିଗଲା । ହେଲେ ବି ସେ ଉଠିକି ପୁଣି ଦୌଡ଼ି ଯାଇ ଲାଇନ ରେ ଛିଡା ହେଲା । ଜଣ ଜଣ ଙ୍କ ପରେ ସୁରେଶ ର ପାଳି ଆସିଲା । ସେ ବ୍ୟକ୍ତି ଜଣକ ସୁରେଶ କୁ ଆଣି ଅଟା ପ୍ୟାକେଟ ଟି ଦେଲେ । ସୁରେଶ ଦୁଇ ହାତ ଯୋଡ଼ି ସେ ବ୍ୟକ୍ତି କୁ ଚାହିଁ ରହିଲା । ଆଖିରେ ଆଖିଏ ଲୁହ । କିଛି ସେକେଣ୍ଡ ପରେ ସେ ବ୍ୟକ୍ତି ଜଣକ ପଚାରିଲେ ଆଉ ଦରକାର କି । ସୁରେଶ ର ଆଖିରୁ ଲୁହ ବାହାରି ଯାଉଥାଏ। ସେ ବ୍ୟକ୍ତି ଦେଖିଲେ ସେ ସୁରେଶ ପଛରେ ଆଉ କିଏ ନାହାନ୍ତି। ସେ ବ୍ୟକ୍ତି ଜଣଙ୍କ ଆଉ ଗୋଟିଏ ପ୍ୟାକେଟ ଦେଲେ କହିଲେ ଏଥିରେ କିଛି ଡାଲି, ଚାଉଳ ଅଛି ୟକୁ ମଧ୍ୟ ନିଅ । ସୁରେଶ ସେ ବ୍ୟକ୍ତି ଜଣଙ୍କ ହାତକୁ ଧରି ଧନ୍ୟବାଦ ଦେଲା । ଅଟା ଏବଂ ଡାଲି ପ୍ୟାକେଟ କୁ ନେଇ ନିଜ ଘରକୁ ଚାଲିଗଲା । ଘର ଭିତରେ ଅଟା ପ୍ୟାକେଟ କୁ ଥାଳିରେ ଢାଳିଲେ ଏବଂ ଅନ୍ୟ ପ୍ୟାକେଟ କୁ ଆଉ ଗୋଟିଏ ଥାଳିରେ ଢାଳିଲା । ଅଟା ପ୍ୟାକେଟ ରୁ ଅଟା ବାହାରିଲା କିନ୍ତୁ ଡାଲି ପ୍ୟାକେଟ ରୁ କିଛି ଅଲଗା ଜିନିଷ ବାହାରିଲା। ସେଥିରେ ଥିଲା କିଛି ଟଙ୍କା ପାଖା ପାଖି ଦୁଇ ହଜାର ଟଙ୍କା ହେବ ତା ସହିତ ଡାଲି ଏବଂ ମସଲା ସାମଗ୍ରୀ ଥିଲା। ସେଥିରେ ଆଉ ଗୋଟିଏ କାଗଜରେ କିଛି ଠିକଣା ଦେଇ ଲେଖା ହୋଇଥିଲା ଆପଣଙ୍କ ଖାଇବା ସରିବା ପରେ ଆମର ଦିଆ ଯାଇଥିବା ଠିକଣା ରେ ପହଞ୍ଚି ପୁଣି ଥରେ ଅଟା, ଚାଉଳ ଏବଂ ଡାଲି ନେଇପାରିବେ । ସୁରେଶ ମନରେ ଆଶ୍ୱାସନା ଆସିଲା । ସେ ମନେ ମନେ ଭଗବାନ କୁ ଧନ୍ୟବାଦ ଦେଇ କହିଲା । ଆପଣ ଦୁଃଖ ଦରିଦ୍ର ଙ୍କ କଥା ପ୍ରକୃତରେ ବୁଝି ପାରନ୍ତି । ଖାଇବା ସାମାନ ସରିବା ପରେ ପୁଣି ସେହି ଠିକଣା ରେ ପହଞ୍ଚିଲା। ସେଠୀ ପୁଣି ଖାଇବା ସାମାନ ନେଇ ଆସିଲା ସେହି ସମୟରେ ବ୍ୟକ୍ତି ଜଣଙ୍କ କହିଲେ । ଭାଇନା ଏବେ କେବଳ ଅଟା ଏବଂ ଡାଲି ଅଛି ସେଥିରେ ଟଙ୍କା ନାହିଁ । ସୁରେଶ କହିଲା ଆପଣଙ୍କ ଦୟା ଯୋଗୁ ମୋର ଦୁଇ ଛୁଆ ଭୋକରେ ରହିବେ ନାହିଁ । ସେ ବ୍ୟକ୍ତି ଜଣଙ୍କ କହିଲେ ଆପଣ ଯଦି ଆମ ସାଙ୍ଗରେ ଲୋକ ମାନଙ୍କୁ ସାହାଯ୍ୟ କରନ୍ତି ତେବେ କିଛି ଟଙ୍କା ମିଳିପାରେ । ସୁରେଶ ଖୁସି ହୋଇ କହିଲା । ହଁ ଆଜ୍ଞା ମୁଁ କରିବାକୁ ରାଜି ଅଛି । ସେ ବ୍ୟକ୍ତି ଜଣକ କହିଲେ ତମେ ଏବେ ଯାଅ ସନ୍ଧ୍ୟାବେଳେ ଆସ ଏବଂ ଅଳ୍ପ ରାତି ପର୍ଯ୍ୟନ୍ତ ଖାଇବା ବାଣ୍ଟିବା ପରେ ତମେ ଚାଲିଯିବ । ସୁରେଶ ସବୁ କାମ ସାରି ସନ୍ଧ୍ୟାରେ ପହଁଚିଗଲା ଏବଂ ଖାଇବା ବାଣ୍ଟିବା ଆରମ୍ଭ କରିଦେଲା। ପ୍ରତିଦିନ କିଛି କିଛି ଟଙ୍କା ଆକାରରେ ସୁରେଶ କୁ ମିଳୁଥିଲା । ଏମିତି କିଛି ଦିନ ଚାଲିଲା ପରେ ଧିରେ ଧିରେ କାମ ଆରମ୍ଭ ହେଲା ଏବଂ ସୁରେଶ ପୁଣି ମଜୁରୀ କରି ନିଜ ଘର ଚଳେଇଲା କିନ୍ତୁ ଏବେ ସୁରେଶ ପ୍ରତିଦିନ ଯେତେ ଟଙ୍କା ମିଳୁଥିଲା ସେଥିରୁ ଅଧା ଟଙ୍କା ଖର୍ଚ୍ଚ କରି ବାକି ଟଙ୍କା ସଞ୍ଚୟ କରି ରଖୁଥିଲା । ସୁରେଶ ଭାବିଲା ଯେତେବେଳେ ପର୍ଯ୍ୟନ୍ତ ମୋତେ ପ୍ରତିଦିନ ଟଙ୍କା ମିଳୁଥିଲା ସେ ସମୟର ଟଙ୍କାର ମୂଲ୍ୟ ବୁଝିନଥିଲି କିନ୍ତୁ ଆଜି ଜାଣିଲି ଯେ ଯଦି ତୁମ ପାଖରେ ଟଙ୍କା ନାହିଁତ ତୁମ ପାଖରେ କିଛି ନାହିଁ ଏଵଂ ଯେତେବେଳେ ମଣିଷ କୁ ଭୋକ ଲାଗେ ସେତେବେଳେ ଟଙ୍କା ର ମୂଲ୍ୟ ଅଧିକା ହୋଇଯାଏ । ମନେ ମନେ ଭଗବାନ କୁ ଧନ୍ୟବାଦ ଦେଉଥିଲା ଏମିତି କା କୋରୋନା କାଳ ପୁଣିଥରେ ନ ଆସୁ ଭଗଵାନ !!!! ଏହି କୋରୋନା କାଳ ସମସ୍ତଙ୍କୁ କିଛି କିଛି ଉପଦେଶ ଦେଇ ଚାଲିଗଲା ଏବଂ କହିଦେଇଗଲା ଯେ, ସଞ୍ଚୟ କର ନହେଲେ ଆଗକୁ ପୁଣି କିଛି ଖରାପ ସମୟ ଆସିବ ତାହା ତମକୁ ଭୋଗିବାକୁ ପଡ଼ିବ । ତା ପର ଠାରୁ ସୁରେଶ ସବୁବେଳେ ଭାବି ଚିନ୍ତି ଖର୍ଚ୍ଚ କରୁଥାଏ ।


ଏଥିରୁ କଣ ଶିଖିଲ ?
୧. ନିଜେ ଭୋକରେ ରହି ମଧ୍ୟ ନିଜ ପରିବାର କୁ ଖୁଆଇବା ଦରକାର ।
୨. ଟଙ୍କାର ମୂଲ୍ୟ ବୁଝିବା ଦରକାର, ବେକାର ଖର୍ଚ୍ଚ ଠାରୁ ଦୂରରେ ରହିବା ଉଚିତ୍ ।
୩. ଟଙ୍କା ସଞ୍ଚୟ ପାଇଁ ଭାବନା ରଖିବା ଦରକାର ଯାହା ଆମକୁ ଅସୁବିଧା ସମୟରେ କାମ ଆସିବ ।

ଲେଖିକା. ରୁବି ନାହାକ
ବୁଗୁଡ଼ା, ଗଞ୍ଜାମ ।