ମୁଁ ତ ତମମାନଙ୍କ ପାଖରେ ରହିପାରୁନି ତମର ସେବା କରିପାରୁନି ସବୁ ଦାଇତ୍ଵ କେଶବ ନଉଛି, ନା ତାପରେ ତମେବି କେଶବକୁ ବହୁତ ପସନ୍ଦ କର ତାପରେ ଏ ହୋଟେଲ ମୋର କଣ ହବ ।
ଯଦି ଏ ହୋଟେଲ ଆଉ କାହାର ଭବିଷ୍ୟତ ଗଢିପାରୁଛି ତାହାଲେ ମୋର ଏଇ ହୋଟେଲ ରଖିକି କିଛି ଲାଭ ନାହିଁ ।
କଣ କହୁଛ କୁହ ??
ମା:- ତୋର କେତେବଡ଼ ହୃଦୟରେ ନିଜ ପାଇଁ କିଛି ବି ଭାବୁନୁ !!
ସବୁବେଳେ ଅନ୍ୟ ମାନଙ୍କ ପାଇଁ ଭାବୁଛୁ ।
ହଉ ତୋର ଯାହା ଇଛା ଆମର ବି ତାହା ଇଚ୍ଛା ।
କୁମାର:- ମା, ବାବା ଆଜି ମୁଁ ବହୁତ ଖୁସି ।
ମା ଏ ଖୁସିରେ ଆଉ ଗୋଟେ ବଡ଼ ଖୁସି ଖବର । କହିବି ?? କାଲି ସନ୍ଧ୍ୟାର ଜନ୍ମଦିନ, ଆମେ ସମସ୍ତେ ଲିଙ୍ଗରାଜ ମନ୍ଦିର ଯିବା ।
ମନ୍ଦିର ଯିବା କଥା ସନ୍ଧ୍ୟା ଯେମିତି ନ ଜାଣିବା ଦରକାର ।
ମୁଁ ସନ୍ଧ୍ୟା ପାଇଁ Suprise ରଖିଛି ।
ବାବା:- ତାହାଲେ ଏଇତ ବଡ଼ ଖୁସିର କଥା କାଲି ଆମେ ସନ୍ଧ୍ୟା ର ଜନ୍ମଦିନ ଆଉ କେଶବର ବାହାଘର ସେଇଠି କରିଦବା ନା କଣ କହୁଛ ବୈଶାଳୀ ।
କୁମାର:- Thank u ବାବା, ମା ମୁଁ ଆଜି ବହୁତ ଖୁସି ବହୁତ, ବହୁତ ଖୁସି ।
ଠିକ ଅଛି ତମେ ଟିକେ ହୋଟେଲ କୁ ଦେଖୁଥାଅ, ମୁଁ କେଶବକୁ ଟିକେ ନେଇକି ଯାଉଛି ।
Thanks….
Smruti_tume_sradhanjali_in_odia_by_kumars_diary_part_138
Smruti+tume+sradhanjali+in+odia+by+kumars+diary+part+138