Tag Archives: #father

ଅନୁତାପ ( Realize )

ଅନୁତାପ(Realize)
ଅନୁତାପ

ମଣିଷ ଭୁଲ କରେ, କେବେ ଜାଣିଶୁଣି ତ କେବେ ଅଜାଣତେ। ପ୍ରାୟତଃ ଭୁଲ କରିବା ଆଗରୁ ମଣିଷ କୁ ଗୋଟିଏ ସଂକେତ ମିଳେ କିମ୍ବା ପୂର୍ବାନୁମାନ ହୋଇଥାଏ ଯେ ଏହି କାର୍ଯ୍ୟ କରିବା ପରେ ମୋ ଦ୍ଵାରା ଭୁଲ ହୋଇପାରେ ତଥାପି ମଣିଷ ସେ କାର୍ଯ୍ୟ କରିଥାଏ।
କିଛି କାର୍ଯ୍ୟ ଏମିତି ମଧ୍ୟ ଅଛି ଯାହା କିଛି ସଫଳ ପାଇବା ଆଶାରେ କରାଯାଏ କିନ୍ତୁ ତାହା ବିଫଳ ରେ ପରିଣତ ହୋଇ ଭୁଲ ହୋଇଯାଏ। ସବୁ ଭୁଲ ପରେ କିଛି ସମୟ କିମ୍ବା ତାହା ପରିଣାମ ସ୍ବରୂପ ଆମକୁ ଜୀବନ ସାରା ଅନୁତାପ ଦେଇଯାଏ ।

ଏହି ସମ୍ବନ୍ଧରେ ଏକ ତଥା କଥିତ କାହାଣୀ ।
ପିତା ପୁତ୍ର ମୋହ ରେ ସବୁ କିଛି ଉତ୍ସର୍ଗ କରି ଦିଅନ୍ତି କିନ୍ତୁ ପୁତ୍ର ପିତା ଙ୍କ କଷ୍ଟ ଅର୍ଜିତ ଧନ ର ମୂଲ୍ୟ ବୁଝି ପାରେନା। ଏମିତି ଏକ ସମୟ ଆସିଲା ପୁତ୍ର ର ବୟସ ପାଖା ପାଖି 28 ବର୍ଷ । ବାପା, ପୁତ୍ର କୁ ସବୁ ପ୍ରକାରର ଖାଦ୍ୟ ପେୟ ବସ୍ତ୍ର ଏବଂ ଯାନ ବାହାନ ର ଅଭାବ ହେବାକୁ ଦେଲେ ନାହିଁ କିନ୍ତୁ ଶେଷରେ ପୁତ୍ର ପାଠ ନ ପଢି ଏକ ଅଜ୍ଞାନୀ ଭାବେ ନିଜ ଜୀବନକୁ ମଉଜ ମଜଲିସ ରେ ଦିନ ବିତାଉ ଥିଲା ବାପା ମାଁ ଙ୍କ ଗେଲ ବସରିଆ । ସେ ମା ଙ୍କ ଜୀବନ ଧନ ଥିଲା କିନ୍ତୁ ସେ ଧିରେ ଧିରେ ଖରାପ ଦିଗକୁ ଗତି କରିବାକୁ ଲାଗିଲା। ବାପାଙ୍କ ବହୁ ଚେଷ୍ଟା ପରେ ସେ ଖରାପ କାମ ରେ ଲିପ୍ତ ରହୁଥିଲା । କେତେବେଳେ ମାଦକ ଦ୍ରବ୍ୟ ସେବନ ତ କେତେବେଳେ କଳି କଜିଆ ପରିବେଶ ଉତ୍ପନ୍ନ କରିବା ଯେମିତି ନିତିଦିନିଆ ଘଟଣା ହୋଇ ଯାଇଥିଲା । ବାପା ଗାଁ ସ୍କୁଲ୍ ର ପ୍ରଧାନ ଶିକ୍ଷକ ଥିଲେ ମଧ୍ୟ ଘରେ ଅଜ୍ଞାନୀ ପୁତ୍ର କୁ ଜନ୍ମ ଦେଇ ଥିଲେ ବୋଲି ବାପା ବେଳେବେଳେ ଅନୁତାପ କରୁଥିଲେ । ତାହା କେବଳ ସୀମିତ ହୋଇ ନଥିଲା।

ପୁତ୍ର ର ଏହି କାର୍ଯ୍ୟ କଳାପ ଦିନକୁ ଦିନ ଏତେ ବଢ଼ିବାରେ ଲାଗିଲା ଯେ ପ୍ରତିଦିନ କିଛି ନା କିଛି ଅଭିଯୋଗ ଆସି ଘରେ ପହଞ୍ଚି ଯାଉଥିଲା । ଦିନେ ପୁତ୍ର ମଦ୍ୟ ପାନ ଅବସ୍ଥାରେ ଘରେ ପହଞ୍ଚିଲା । ବାପା ତାଙ୍କୁ ବୁଝେଇବା ପରେ ସେ ବୁଝିବା ସ୍ଥିତିରେ ନଥିଲା । ସେ କେବଳ ଟଙ୍କା ଚାହେଁ ଏବଂ ନିଜର ସବୁ ସ୍ବାର୍ଥ ପୂରଣ କରିବା ପାଇଁ କହିଲା କିନ୍ତୁ ବାପା ପୁତ୍ର କୁ ଟଙ୍କା ଦେବା ପାଇଁ ରୋକ୍ ଠୋକ୍ ମନା କରିଦେଲେ । ଏପଟେ ମା ବୁଝାଇବାକୁ ଚେଷ୍ଟା କରିଲେ ମଧ୍ୟ ସେ ବୁଝିବାକୁ ନାରାଜ । ରାଗ ରେ ପୁତ୍ର ଘରୁ ବାହାରି ଗଲା ।

ବାପା ଏବଂ ମା ପୁଅ କୁ ବୁଝାଇବାକୁ ଶତ ଚେଷ୍ଟା ପରେ ମଧ୍ୟ ବିଫଳ ହେଲେ । ପୁତ୍ର ଘରୁ ବାହାରିଗଲା ଏବଂ ସାଙ୍ଗ ମେଳରେ କିଛି ଦିନ ରହି , ଘରୁ ଲୁଚେଇ ଆଣିଥିବା ଅର୍ଥ କୁ ଅନବରତ ଭାବେ ଖର୍ଚ୍ଚ କରିବାକୁ ଲାଗିଲା କିନ୍ତୁ ତାହା କେବଳ କିଛି ଦିନ ର ଖର୍ଚ୍ଚ ଥିଲା । ଯେତେବେଳେ ତାହା ଶେଷ ହୋଇଗଲା ସେ ଅର୍ଥ ଉପାର୍ଜନ କରିବାର ନୂଆ ଏବଂ ସହଜ ପନ୍ଥା ଖୋଜିବାକୁ ଲାଗିଲା । ଘରୁ ରାଗରେ ଗୋଡ଼ କାଢି ଆସିଛି ସେଥିପାଇଁ ସେ ରାଗକୁ ଜାବୁଡି ଧରି ଘରକୁ ଫେରିବାକୁ ଇଚ୍ଛା ପ୍ରକାଶ କରିଲା ନାହିଁ ।

ସାଙ୍ଗ ମାନଙ୍କ ଖରାପ ମନୋବୃତି ର ଶିକାର ହୋଇ ସେ ଚୋରି କରିବାରେ ଲାଗିଲା ଏବଂ ରାତ୍ର ରେ ଯାଉଥିବା ଯାତ୍ରୀ ମାନଙ୍କ ଠାରୁ ଟଙ୍କା ଛଡେଇ ଆଣିବା ଯେମିତି ଖରାପ କାର୍ଯ୍ୟ ରେ ଲିପ୍ତ ରହି ନିଜେ ଏକ ଚୋର ର ନାମ ରେ ସମସ୍ତେ ଜାଣିବାକୁ ଲାଗିଲେ । ଏକଥା ବାପା ଜାଣିବା ପରେ ବାପା ପୁନଃ ଘରକୁ ଫେରାଇ ଆଣିବାକୁ ଚେଷ୍ଟା କଲେ କିନ୍ତୁ ତାହା ମଧ୍ୟ ବିଫଳ ହେଲା । ବର୍ତ୍ତମାନ ବାପା କେବଳ ଅନୁତାପ କରିବା ଛଡ଼ା ତାଙ୍କ ପାଖରେ ଆଉ କିଛି ରାସ୍ତା ନଥିଲା। ସେ ଭାବିଲେ ମୁଁ ନିଜ ପୁତ୍ର କୁ ମଣିଷ କରିବାରେ ବିଫଳ ହେଲି ବୋଲି ସେ ଭାବୁଥାନ୍ତି।

ଦିନେ ରାତ୍ରରେ ପୁତ୍ର ନିଜ ଖରାପ ସଂଗତ ମେଳରେ ଚୋରି କରୁଥିବା ସମୟରେ, ରାସ୍ତାରେ ଯାଉଥିବା ବ୍ୟକ୍ତି ଙ୍କୁ ଟଙ୍କା ଦେବା ପାଇଁ ଧମକ ଦେଲା କିନ୍ତୁ ସେ ବ୍ୟକ୍ତି ଜଣଙ୍କ ନଦେବା ଫଳରେ ନିଶା ଶକ୍ତ ଅବସ୍ଥାରେ ସେ ବ୍ୟକ୍ତି କୁ ଚାକୁ ରେ ପ୍ରହାର କରିଲା ଉକ୍ତ ଘଟଣା ସ୍ଥଳରେ ବ୍ୟକ୍ତି ଜଣଙ୍କ ର ମୃତ୍ୟୁ ଘଟିଲା । ପାଖରେ ଥିବା ସାଙ୍ଗ ମାନେ ଘଟଣା ସ୍ଥଳକୁ ଛାଡ଼ି ଚାଲିଗଲେ କିନ୍ତୁ ହତ୍ୟାର ଭାଗିଦାରୀ ଭାବରେ ପୁତ୍ର ସେଠୀ ପଡ଼ି ରହିଲା । ସେ ନିଜକୁ ଦୋଷୀ ମନେ କରିଲା ଏବଂ ବାପା ଏବଂ ମା ଙ୍କ କଥା ମନେ ପକେଇ ଦୁଃଖ ଅନୁଭବ କରିଲା । ବର୍ତ୍ତମାନ ସେ ଉତ୍ତମ ପୁତ୍ର ରୁ ଜଣେ ହତ୍ୟାକାରୀ ପାଲଟି ଯାଇଛି। ଛାଡ଼ି ଚାଲିଯାଇଥିବା ସାଙ୍ଗ ମାନେ ପୋଲିସ ରେ ଖବର ଦେଲେ ଯେ ଉକ୍ତ ଘଟଣା ସ୍ଥଳରେ ଗୋଟିଏ ବ୍ୟକ୍ତି ଅନ୍ୟ ଏକ ବ୍ୟକ୍ତି କୁ ଚାକୁ ରେ ପ୍ରହାର କରି ହତ୍ୟା କରିଛି । ଘଟଣା ର ଖବର ପାଇବା ପରେ ପୋଲିସ ସେଠୀ ପହଞ୍ଚିଲା ଏବଂ ପୁତ୍ର କୁ ଘଟଣା ସ୍ଥଳ ରେ ହତ୍ୟା ର ପ୍ରମାଣ ସହ ଗିରଫ କରି କୋର୍ଟ ଚାଲାଣ କରି କାରାବାସ କୁ ପଠାଗଲା ।

କାରାବାସ ରେ ପୁତ୍ର ନିଜ ଭୁଲ କୁ ସ୍ବୀକାର କରିଲା । ସେ ଅନୁତାପ କରିଲା ଯେଉଁ ସାଙ୍ଗମାନଙ୍କୁ ମୁଁ ଦିନେ ସାହାଯ୍ୟ କରିଥିଲି ସେ ସାଙ୍ଗମାନେ ମୋତେ ବଞ୍ଚେଇବା ବଦଳରେ ହତ୍ୟାକାରୀ ବନେଇ ଦେଲେ କିନ୍ତୁ ସେ ବୁଝି ସାରିଛି ପ୍ରକୃତରେ ସେ ଭୁଲ ବାଟରେ ଶିକାର ହୋଇ ଏମିତି ସ୍ଥିତି ରେ ପହଞ୍ଚି ସାରିଛି ସେଥିରେ ସାଙ୍ଗ ମାନଙ୍କ ଅବା ଭୁଲ କଣ ଏବଂ ଅନୁତାପ ତାର ଶେଷ ଉପାୟ ଥିଲା । ବାପା ମା ଙ୍କ ବୁଝେଇଥିବା ପ୍ରତିଟି କଥା କୁ ମନେ ପକେଇ ସେ ଲୁହ ଗଡ଼େଇ ଚାଲିଥିଲା କିନ୍ତୁ ବର୍ତ୍ତମାନ ସେ ସମୟ ଅତିକ୍ରାନ୍ତ କରି ସାରିଥିଲା। ସେ ଏବେ ଜଣେ ହତ୍ୟାକାରୀ ନାମରେ ବିବେଚିତ ହୋଇ ସାରିଛି ।

ସମୟ ଥିଲା ଦୁନିଆ ସେ ପୁତ୍ର କୁ ସାଧାରଣ ମଣିଷ ହେବାକୁ ସୁଯୋଗ ଦେଇଥିଲା କିନ୍ତୁ ସେ ସମୟରେ କେବଳ ଟଙ୍କା ଲୋଭ ମସ୍ତିସ୍କ ରେ ଘୁରି ବୁଲୁଥିଲା। ଶାସ୍ତ୍ରରେ କୁହାଯାଇଛି ସମୟ ପୂର୍ବରୁ ନିଜକୁ ଭଲ ମଣିଷ ହେବାର ପ୍ରମାଣ ଦେବାକୁ ଚେଷ୍ଟା କର କିନ୍ତୁ ତାହା ଖରାପ ମଣିଷ ବିବେଚିତ ହେଲା ପରେ ପାଖେ ରହିଯାଇ ଥାଏ କେବଳ ଅନୁତାପ ଆଉ ଅନୁତାପ ।


ନୀଳମାଧବ ଭୂୟାଁ ଙ୍କ ଗଳ୍ପ ସଙ୍କଳନରୁ….

ବାପା ତୁମେ ମହାନ୍ (Odia Poems)

ବାପା ତୁମେ ମହାନ୍
ବାପା ତୁମେ ମହାନ୍


ସମ୍ପର୍କ ର ଅନ୍ଧାର ଆଇନାରେ
ନିଜ ଛବି ଦେଖିବା ଭୁଲି ଯାଆନ୍ତି ।

ସେବା କେବେ ଦେଖାନ୍ତି ନାହିଁ
କାରଣ ତାଙ୍କ କର୍ମ ହିଁ ଆମ୍ଭ ଭବିଷ୍ୟତ ବୋଲି।

ଉତ୍ତମ ନିଷ୍ଠା ଏବଂ ଅନୁଶାସନ ର ଶିକ୍ଷା ଦେଇ ପୁତ୍ର କୁ ଉତ୍ତରାଧିକାରି ପଦ ର ମୁଲ୍ୟ ଶିଖାନ୍ତି ।

ସମ୍ମାନ ଏବଂ ମାନବିକତା ର ଶିକ୍ଷା ନିଜ ପୁତ୍ର ଏବଂ ପୂତ୍ରି କୁ ଶିଖାଇ ସେ ଆଗେଇ ଚାଲନ୍ତି ସେମାନଙ୍କ ଭବିଷ୍ୟତ ଗଢ଼ିବା ପାଇଁ ।

କେବେ ପେଟ ପୁରିଯାଏ ତ କେବେ ଭୋକରେ କିନ୍ତୁ କେବେ ଜଣାନ୍ତି ନାହିଁ ଯେ ତାଙ୍କୁ ମଧ୍ୟ କଷ୍ଟ ହୁଏ ବୋଲି ।

ପେଟରେ ଭୋକ ଥିଲେ ମଧ୍ୟ ମୁରୁକି ହସ ଦେଇ ପିଇ ଯାଆନ୍ତି ସବୁ ଦୁଃଖ ; ଯେମିତି ତାଙ୍କର ନୀତି ଦିନିଆ ଅଭ୍ୟାସ ।

ସେ ଜାଣି ନ ଥାନ୍ତି କେବେ ମୋର କାର୍ଯ୍ୟ ସମ୍ପନ୍ନ ହେବ ?

କିନ୍ତୁ କର୍ତ୍ତବ୍ୟ ଭାର ମୁଣ୍ଡେଇ କେତେବେଳେ ଯେ ସେ ବାର୍ଦ୍ଧକ୍ୟ ଅବସ୍ଥାରେ ପହଞ୍ଚି ଯାଆନ୍ତି ତାହା ଜଣା ପଡ଼େନି ।

ସବୁ ଅଭାବ ପୂରଣ କରି କରି ସେ ଅଭାବୀ ଦାର୍ଶନିକ ହୋଇ ବାର୍ଦ୍ଧକ୍ୟ ଅନୁରୂପ ପାଲଟି ଯାଆନ୍ତି ।

ସେ ଆଶାବାଦୀ ହୋଇ ରୁହନ୍ତି ଯେ ନିଜ ପୁତ୍ର/ପୁତ୍ରୀ ଙ୍କ ସେବା ଟିକେ ପାଇବା ପାଇଁ ।

କିନ୍ତୁ ବିଧିର ବିଧାନ କେ କରିବ ଆନ,
ପୁତ୍ର ମଣିଷ ହୋଇ ଘରଠୁ ଦୁରେ ଏବଂ ପୂତ୍ରି ଦୁହିତା ହୋଇ ଦୂରେଇ ଯାଏ ।

ସେ ଆଶା କେବଳ ଆଶାରେ ରହେ,
ଶେଷରେ କେବଳ ନର୍କ କଷ୍ଟ ପାଖରେ ଥାଏ ।

ଅନ୍ଧାର କୁ ଡରେଇ ନିଜ ପୁତ୍ର/ପୂତ୍ରୀ ଙ୍କ ଭବିଷ୍ୟତ ଉଜ୍ଜଳ କରିବା ତାଙ୍କ ମୁଖ୍ୟ ଲକ୍ଷ୍ୟ ରହେ ।

ତାଙ୍କ ମୂଲ୍ୟବାନ ସମୟ ପରିବର୍ତ୍ତେ ପୁତ୍ର/ପୁତ୍ରି ଙ୍କ ଭବିଷ୍ୟତ ପାଇଁ ଚିନ୍ତା କରୁଥିଲେ ।

କିନ୍ତୁ ଆଜି ବୃଦ୍ଧା ବାପାଙ୍କ ଚିନ୍ତନ ପାଇଁ ପୁତ୍ର/ପୁତ୍ରି ପାଖରେ ସମୟ ଅଭାବ ପଡ଼ି ଯାଉଛି ।

ପୂତ୍ର ଏବଂ ପୁତ୍ରିଙ୍କ ହାତ ମୁଠା କେବେ ଅଭାବ ଅନୁଭବ କରି ନଥିଲା କିନ୍ତୁ ଆଜି ନିଜେ ଅଭାବ ର ଶିକାର ହୋଇ ଯାଉଛନ୍ତି ।

ଅଭାବୀ ବାପା କେବେ ହାରିବା ଶିଖିନି
ମୁଖରେ ମୁରୁକି ହସ ର ସୁଗନ୍ଧ ନେଇ
ଆଶା ବାଡି ର ଭରସା ହୋଇ ଗଲେଣି।

ସମୟ ଥିଲା ଦୁନିଆ ର ପ୍ରତ୍ୟେକ ଟି ସମସ୍ୟା ତାଙ୍କ ପାଇଁ କ୍ଷୀଣ ମାନର ଥିଲା ।

ନିଜ ପୁତ୍ର/ପୁତ୍ରି ପାଇଁ ଅଶାନ୍ତ ସମୁଦ୍ର କୁ ଲାଙ୍ଗିବା ପାଇଁ ପଛ ଘୁଞ୍ଚା ଦେଉ ନଥିଲେ ।

କିନ୍ତୁ ବର୍ତ୍ତମାନ ସେ ବାର୍ଦ୍ଧକ୍ୟ ର ଉପନାମ ରେ ନାମିତ ।

ସେ ମହାନ୍ ମଣିଷ କି ନାମ ଦେବା ?? ଯିଏ ତୁମର ସବୁ ସ୍ବାର୍ଥ କୁ ପୁରଣ କରି ଆଜି ଦୁନିଆ ତାଙ୍କୁ ସ୍ୱାର୍ଥପର ର ଦର୍ଜା ଦେଉଛି।

କିନ୍ତୁ ଗର୍ବରେ ଆଜି ସେ ବାପା ପାଇଁ ପଦେ ଲେଖୁ ଲେଖୁ ଆଖିରୁ ବହୁତ ଅଶ୍ରୁ ଝରି ଗଲା।

ବାପା ତୁମର ଧର୍ଯ୍ୟକୁ ମହାନ୍,
ଯେ ଦୁନିଆର ସମସ୍ତ ପୁତ୍ର/ପୁତ୍ରି କୁ ମଣିଷ କରିବାରେ ଏମିତି ବାପା ର ଆଶୀର୍ବାଦ ସଦା ସର୍ବଦା ରହୁ ।

ବାପା ତୁମେ ମହାନ୍ ।

ତୁମକୁ ଶତ ଶତ ପ୍ରଣାମ।।


ନୀଳମାଧବ ଭୂୟାଁ
ଙ୍କ କଲମରୁ….