Tag Archives: #friendsforever

ଅଜବ ତଥ୍ଯ – ୬

Lover, boyfriend, Girl friends, girl relationship, sex , boy
ସାଙ୍ଗ ନା ପ୍ରେମିକା???
ନମସ୍କାର ବନ୍ଧୁଗଣ ଆଜି କିଛି ଅଲଗା ଲେଖିବାକୁ ଚେଷ୍ଟା କରିଛି…
କହିବାକୁ ଗଲେ ଏହି ପ୍ରଶ୍ନ କେତେକ ଙ୍କ ମନରେ ଉଙ୍କି ମାରେ କିନ୍ତୁ କେହି ପ୍ରଶ୍ନ କରନ୍ତି ଅବା କେହି ପଚାରି ପାରନ୍ତି ନାହିଁ…
ଏମିତି ରେ ଅଳ୍ପ ଲେଖା ଆରମ୍ଭ କରିଥିଲି କିନ୍ତୁ ଗତ ରାତିରେ ମୋର ଜଣେ ଘନିଷ୍ଠ ବନ୍ଧୁ “ସନ୍ତୋଷ କୁମାର” ଏହି ବିଷୟରେ ପୁନଃ ପ୍ରଶ୍ନ କରିଲେ। ତେବେ ତାଙ୍କୁ ଏହି ପ୍ରଶ୍ନ ର ପୁରାପୁରି ତଥ୍ଯ ପ୍ରଦାନ କରିଲି।  
ମୋର ବନ୍ଧୁ ଏହି ତଥ୍ଯ ଦ୍ଵାରା ସନ୍ତୁଷ୍ଠ ହେଲେ । ଆଶା କରୁଛି ଆପଣକୁ ମଧ୍ୟ ଏହି ତଥ୍ଯ ରୁ ସନ୍ତୁଷ୍ଠି ଲାଭ ହେବ ।
ତେବେ ଚାଲନ୍ତୁ….
ମୁଁ ନୀଳମାଧବ ମୋର ବ୍ଲଗ୍ ରେ ପୁନଃ ସ୍ଵାଗତ ଜଣେଇ ଆଜିର ତଥ୍ଯ ଆରମ୍ଭ କରିବା ।
ପ୍ରଶ୍ନ ଏହା ଯେ :
କଣ ପ୍ରେମିକା ରୁ ସାଙ୍ଗ ହୋଇ ପାରିବ କି ?????
ଉତ୍ତର ବହୁତ୍ ଅଛି କିନ୍ତୁ ସଂକ୍ଷିପ୍ତ ରେ ବୁଝାଇବାକୁ ଚେଷ୍ଟା କରିବି…
ଏହି ସବୁ ର ମୂଳ କାରଣ ହେଉଛି ଲୋଭ । 
କେମିତି ଆଉ କଣ ? 
ଉତ୍ତର ଆପଣ ଧିରେ ଧିରେ ଜାଣି ପାରିବେ ।
• ପ୍ରଥମତଃ ସାଙ୍ଗ ରୁ ପ୍ରେମିକା ହୋଇ ପାରେ ମାତ୍ର ପ୍ରେମିକା ରୁ ସାଙ୍ଗ କେବେ ସମ୍ଭବ ନୁହେଁ ।
• ମୋଟାମୋଟି ଭାବେ କହିବାକୁ ଗଲେ ଏହି ସମ୍ପର୍କ  କୁ ଜାବୁଡି ଧରିଥିବା ଲୋକ ଉପରେ ପୁରାପୁରି ନିର୍ଭର ଶିଳ ।
• ସେ କେଉଁ ପ୍ରକାର ସେ ସମ୍ପର୍କ କୁ ସମାନ ନିକିତି ରେ ତୋଳିବାକୁ ଚେଷ୍ଟା କରିବ ସେ ନିଜେ ବେଳେବେଳେ ଚିନ୍ତାରେ ପଡ଼ିଯାଏ ।
• ସେ ସାଙ୍ଗ ଭାବରେ ଗ୍ରହଣ କରିବ ନା ପ୍ରେମିକା ରୂପେ ?
• ଯଦି ସମ୍ପର୍କ ଟା ଭଲ ପାଇବାର ରୂପ ନେଇଛି ମାନେ ସେଠୀ ସାଙ୍ଗ ର କାମ ସରିଲା ।
• ଆରମ୍ଭ ହୋଇଯାଏ ପ୍ରେମ ରୂପକ ସମ୍ପର୍କ । ଆମେ ସେ ସମ୍ପର୍କ କୁ ଅନ୍ୟ ଆଗରେ ପ୍ରକାଶ କରିବାକୁ ସାଙ୍ଗ ବୋଲି କହି ପାରିବା କିନ୍ତୁ ସତ୍ୟ ହେଉଛି ସେ ହେଉଛି ପ୍ରେମ।
• ତାକୁ ସାଙ୍ଗ ର ଦର୍ଯା ଦେବା ଖରାପ ନୁହଁ କିନ୍ତୁ ମନ ଭିତରେ ତା ପ୍ରତି ଭଲ ପାଇବା ଗଢି ଉଠିଛି । ତାକୁ ସାଙ୍ଗ ହିସାବରେ କେମିତି ବିବେଚିତ କରିବା ??
• ହଁ ଏଥିରେ କିଛି ଦୂର ଆଗେଇବା ପୂର୍ବରୁ ଆମେ ଆମର ମନର ସ୍ଥିତି ଓ ଭାବନା କୁ ବଦଳେଇ ଦେଇ ପାରିବା ତେବେ ସମ୍ଭବ ହୋଇ ପାରିବ ।
•  ସେତେବେଳେ ପ୍ରେମିକା ସମ୍ପର୍କ କୁ ଦୂର କରି ସାଙ୍ଗ ସମ୍ପର୍କ କୁ ବଜାୟ ରଖି ପାରିବା ।
• କିନ୍ତୁ ଚିରନ୍ତନ ସତ୍ୟ ଯେ ସାଙ୍ଗ ରୁ ପ୍ରେମିକା ହୋଇଗଲେ। ସେ ସାଙ୍ଗ ର ମହତ୍ତ୍ଵ କୁ ହରାଇ ବସେ ।
•  ଆମେ ହଜାର ଚେଷ୍ଟା କରିଲେ ମଧ୍ୟ ପ୍ରେମିକା ରୁ ସାଙ୍ଗ ହୋଇ ପାରେନା ।
•  ଶେଷରେ ସେ ସମ୍ପର୍କ କୁ ଭାଙ୍ଗିବାକୁ ପଡେ ନହେଲେ କିଛି କାରଣ ବଶତଃ ଭାଙ୍ଗିଯାଏ। 
•  କହିବାର ଅର୍ଥ ଯେ ଏ ହେଉଛି ସମ୍ପର୍କ ର ଶେଷ ପାହାଚ। ଯଦି ତା ଠାରୁ ଆଉ ଆଗକୁ ବଢିବ ତେବେ ଝଗଡା ହେବ ନହେଲେ କିଛି ଭୁଲ ପଦକ୍ଷେପ ଆରମ୍ଭ ହୋଇଯାଏ।
• ତେବେ ଭୁଲ ପଦକ୍ଷେପ ସମାଧାନ ର ରାସ୍ତା ନୁହଁ । ତେବେ ଉତ୍ତମ ଉପାୟ ହେଲା ବୁଝାମଣା କରି ସେ ଭଲ ପାଇବା ସମ୍ପର୍କ କୁ ଆଗକୁ ବଢ଼ିବାକୁ ଦିଅନ୍ତୁ ନାହିଁ ।
• ଯଦି ସାଙ୍ଗ ରୂପରେ ଅଛି ତେବେ ତାକୁ ସାଙ୍ଗ ରୂପରେ ସମ୍ପର୍କ ଚଲେଇ ବାକୁ ଚେଷ୍ଟା କର ।
• ସାଙ୍ଗ ର ସମ୍ପର୍କ ରେ ସମସ୍ୟା ଆସିବ ନାହିଁ।
• ପ୍ରଥମରୁ କହିଛି ଏହି ସବୁ ବିଷୟ ର ଗୋଟିଏ ମୂଳ କାରଣ ହେଉଛି ” ଲୋଭ ” ।
• ସାଙ୍ଗ ସମ୍ପର୍କ ରେ ଲୋଭ କମ୍ ଥାଏ ଆଉ ପ୍ରେମ ସଂପର୍କ ରେ ସବୁଠୁ ଅଧିକା।
•  ସେଥିପାଇଁ ଶାସ୍ତ୍ର ରେ କୁହାଯାଇଛି ଅତି ଲୋଭ ହାନିକାରକ ନହେଲେ ମୃତ୍ୟୁ ର ଦ୍ଵାର ।
• ହଁ ସାଙ୍ଗ ପ୍ରତି ଲୋଭ ରହେ କିନ୍ତୁ ପ୍ରେମିକା ଠାରୁ ବହୁତ୍ କମ୍ ଲୋଭ ଥାଏ ।
• ଏଥିରେ କେବଳ ଜଣକ ର ଭୁଲ ନଥାଏ । ଏଠି ପ୍ରେମିକା ର ମଧ୍ୟ ବହୁତ୍ ଭୁଲ ରହେ ।  
• କାରଣ ବ୍ୟକ୍ତି ଟି ଯଦି ସେ ସମ୍ପର୍କ କୁ ସାଙ୍ଗ ରୂପରେ ଦେଖୁଛି ।
• ତେବେ  ସେ (ପ୍ରେମିକା ଜଣଙ୍କ) ଏହି ସମ୍ପର୍କ କୁ ପ୍ରେମ ରୂପରେ ବଦଳେଇବାକୁ ବାଧ୍ୟ କରେ । ଅଥବା ବ୍ୟକ୍ତି ଜଣକ ବାଧ୍ୟ କରିଥାଏ ପ୍ରେମ ସଂପର୍କ ର ନାମ ଦେବାକୁ ।
• ଏଠି ଉଭୟ ପକ୍ଷରୁ ଲୋଭ ଜାଗ୍ରତ ହୁଏ । କାହାର କମ୍ ହେଲେ କାହାର ଅଧିକା ।
• ମାତ୍ର ତାହା ପ୍ରେମ ରୂପ ନେଇ ପ୍ରେମିକା ହୋଇଯାଏ । ସାଙ୍ଗ ନୁହଁ ।
ଏତିକି ଥିଲା ଏହି ତଥ୍ୟରେ ଆଉ ଯଦି କହିବି ତେବେ ଆପଣଙ୍କ ମୁଣ୍ଡ ଟିଣ ହେବ 🤗🤗🤗
ବୁଝି ସାରିଥିବେ ଏହି ତଥ୍ୟ ରେ କେବଳ ଗୋଟିଏ ଶବ୍ଦ ଯାହା ବଦଳେଇ ଦିଏ ସମ୍ପର୍କ କୁ।  
ତାହା ହେଉଛି ” ଲୋଭ “
କମ୍ ଲୋଭ ମାନେ ସାଙ୍ଗ!!
ଅଧିକା ଲୋଭ ଜାତ ହେଲେ ପ୍ରେମ !!
.
.
.
.
.
ତେବେ ଆଶା କରୁଛି ତଥ୍ଯ ଟି ଭଲ ଲାଗିଥିବ ।
ଯଦି ଭଲ ଲାଗିଛି ତେବେ ନିଜ ପ୍ରିୟ ଜନ ମାନଙ୍କୁ ସେୟାର କରିବାକୁ ଭୁଲିବେ ନାହିଁ । 
@@@ଧନ୍ୟବାଦ@@@

If the contents helpful so share to your friends, Thanking You.

ଭଲ ସାଙ୍ଗ (Good Friends)

 
ଭଲ ସାଙ୍ଗ (Good Friends)
ଭଲ ସାଙ୍ଗ (Good Friends)
 
ଗୋଟିଏ ଗାଁ ରେ ଦୁଇଟି ସାଙ୍ଗ ରହୁଥିଲେ । ସେମାନେ ଅତି ଘନିଷ୍ଠ ବନ୍ଧୁ ଥିଲେ। ଜଣେ ଆକାଶ ତ ଆଉ ଜଣେ ରାଜା । ଦିନେ କିଏ କାହାକୁ ନ ଦେଖିଲେ ରହିପାରୁନଥିଲେ । ପ୍ରତିଦିନ ସାଥୀ ହୋଇ ସ୍କୁଲ୍ ଯିବା ଆସିବା, ଏକା ସାଙ୍ଗରେ ବସିବା ଏକା ସାଙ୍ଗରେ ଖେଳା ବୁଲା କରନ୍ତି । ରାଜା ଦୁଷ୍ଟାମୀ କରେ କିନ୍ତୁ ଆକାଶ ସବୁବେଳେ ତାକୁ ବୁଝାଏ, “ଏମିତି କରେ ନାହିଁ ରାଜା” କହି ସବୁବେଳେ ଆକାଶ ବାରଣ କରେ । ରାଜା ଆକାଶ କଥା କେବେ ଶୁଣେ ନାହିଁ ଏବଂ କିଛି ଅସୁବିଧା ହେଲେ ଆକାଶ କୁ ରାଜା ସାହାଯ୍ୟ କରେ ନାହିଁ । ଆକାଶ ଥିଲା ବହୁତ୍ ସାହସୀ । ପଞ୍ଚମ ଶ୍ରେଣୀ ର ବାର୍ଷିକ ପରୀକ୍ଷା ପରେ ଖରା ଛୁଟି ରେ ମିଳି ମିଶି ବୁଲୁଥାନ୍ତି । ଆକାଶ କୁ ପାଣିରେ ପହଁରା ଆସେନି କିନ୍ତୁ ରାଜା ସବୁବେଳେ କହେ ଆରେ ତୁ ଡର ନାହିଁ, ପାଣି ମଝିକୁ ଆସ ମୁଁ ତୋତେ ଶିଖେଇ ଦେବୀ । ଆକାଶ ଭାବେ ସେ ଯଦି ମୋତେ ନ ଶିଖେଇ ପାଣି ମଝିରେ ଛାଡି ଚାଲିଯିବ ତେବେ ମୁଁ ବୁଡ଼ିଯିବି, ସେ ଏ ଭୟରେ କେବେ ଯାଉ ନଥାଏ । ଗୋଟିଏ ଦିନ ରାଜା କଥା ମାନି ଆକାଶ ପାଣି ଭିତରକୁ ଗଲା । ରାଜା ପ୍ରଥମେ ପ୍ରଥମେ ତାର ହାତ ଧରି ସିଖେଇଲା କିନ୍ତୁ ପରେ ତାକୁ ଗଭୀର ପାଣିରେ ନେଇ ଛାଡ଼ି ଦେଲା।  ଆକାଶ ର ଗୋଡ଼ ପାଉ ନଥାଏ । ରାଜା ପୋଖରୀ କୂଳକୁ ଆସି ନିଜ କପଡ଼ା ବଦଳେଇ ଘରକୁ ଯିବାକୁ ବାହାରିଲା ସେପଟେ ଆକାଶ ଚିତ୍କାର କରୁଥାଏ ମୋତେ ବଞ୍ଚାଅ ବଞ୍ଚାଅ କିନ୍ତୁ ରାଜା ପଛକୁ ବୁଲି ନ ଦେଖି ଘର ମୁହାଁ ହୋଇ ଚାଲି ଆସିଲା । କିଛି ସମୟ ପରେ ବହୁତ ଚେଷ୍ଟା କରି ପାଣି ପେଟେ ପିଇ ଆକାଶ ପୋଖରୀ ତୁଠ ରେ ପହଞ୍ଚିଲା । ଏହି କାମ ପାଇଁ ଆକାଶ ରାଜା ଉପରେ ରାଗିଲା ନାହିଁ  ନା କାହାକୁ କହିଲା । ଏମିତି କିଛି ଦିନ ବିତିଗଲା । କିଛି ଦିନ ପରେ ରବି ବାର ଆସିଲା। ରାଜା କହିଲା ଆକାଶ ଚାଲ ବଣ ପାଖରେ ଜାମ କୋଳି ଗଛ ଅଛି ସେଠୀ ଯାଇ ଖାଇବା। ଆକାଶ ମନା କରିବା ସତ୍ତ୍ୱେ ରାଜା ତାକୁ ଟାଣି ଟାଣି ନେଇ ଗଲା । ଉଦୁଉଦିଆ ଖରା ବେଳ ସମସ୍ତେ ନିଜ ଘରେ ଥାଆନ୍ତି।  ଦୁହେଁ ବଣ ପାଖ ଜାମ କୋଳି ଗଛ ପାଖରେ ପହଞ୍ଚିଲେ । ଜାମ କୋଳି ତ ଅଛି କିନ୍ତୁ ବହୁତ୍ ଉପରେ । କିଛି କୋଳି ତଳେ ପଡି ଥାଏ ସେଗୁଡ଼ାକ ଗୋଟାଇ ଖାଇଲେ କିନ୍ତୁ ତାଙ୍କର ଇଛା ଥାଏ ବହୁତ୍ ଖାଈବା ପାଇଁ, ରାଜା ଦେଖିଲା ପାଖରେ କିଛି ପଥର ପଡ଼ିଛି , ସେ ପଥର ଉଠେଇ ଗଛକୁ ମାରିଲା , କିଛି ପଡ଼ିଲା ତ ଆଉ କିଛି ନାହିଁ।  ଏହି ସମୟରେ ରାଜା ମାରୁଥିବା ପଥର ଗୁଡ଼ିକ ପାଖ ବୁଦା ରେ ପଡେ ତ କେତେବେଳେ ଜଙ୍ଗଲ ଭିତରକୁ ଯାଉଥାଏ । କିଛି ସମୟ ପରେ ଏମାନଙ୍କ ଶବ୍ଦ ତଥା ପଥର ପଡ଼ିବା ଶବ୍ଦ ଶୁଣି ଦୁଇଟି ଗଧିଆ ଆସିଗଲେ । ଗଧିଆ କୁ ଦେଖି ଦୁହେଁ ଡରିଗଲେ, ପ୍ରାଣ ବିକଳରେ ଦୁହେଁ ଦୌଡ଼ିବାକୁ ଲାଗିଲେ । ଗଧିଆ ମାନେ ମଧ୍ୟ ତାଙ୍କୁ ଗୋଡେଇବାକୁ ଲାଗିଲେ । ଅଳ୍ପ ଦୂର ପରେ ରାଜା ପଥର ଝୁଣ୍ଟି ତଳେ ପଡ଼ିଗଲା ଏବଂ ତାର ମୁଣ୍ଡ ମାଡ ଯୋଗୁ ସେ ସେଠୀ ବେହୋସ୍ ହୋଇଗଲା । ଆକାଶ ଆଗରେ ଦୌଡୁଥାଏ ସେ ରାଜା ବେହୋସ୍ ହେବା କଥା ଜାଣି ନଥାଏ। ହଠାତ୍ ରାଜା ର ପାଟି ଶବ୍ଦ ନ ଶୁଣି ପଛକୁ ବୁଲି ଦେଖିଲା ବେଳକୁ ରାଜା ତ ବହୁତ୍ ଦୂରରେ ଏବଂ ତାର ଚାରିପାଖେ ଗଧିଆ ଘେରି ରାଜା ର ଗୋଡ଼ ହାତ କୁ କାମୁଡିବାରେ ଲାଗିଛନ୍ତି । ଏହା ଦେଖି ଆକାଶ ବହୁତ୍ ଡରିଗଲା ସେ ଦଉଡ଼ି ଯିବା ପାଇଁ ବାହାରିଲା କିନ୍ତୁ ସେ ଦଉଡ଼ି ଯାଇ ପାରୁ ନଥାଏ।  ଏପଟେ ଗଧିଆ ଭୟ ଏବଂ ସେପଟେ ରାଜା ର ଜୀବନ । ସେ ସ୍ଥିର କରିଲା ନା ମୋତେ ରାଜା ର ଜୀବନ ବଞ୍ଚେଇ ବାକୁ ହେବ କିନ୍ତୁ ମନରେ ବହୁତ୍ ଡର ଥାଏ।  ଆକାଶ ସାହସ ବାନ୍ଧି ଗଧିଆ ମାନଙ୍କ ପାଖକୁ ଚିତ୍କାର କରି ଦଉଡ଼ି ଆସିଲା , ପାଖରେ ଥିବା ପଥର ଉଠେଇ ମାରିବାକୁ ଲାଗିଲା । ସେତେ ପର୍ଯ୍ୟନ୍ତ ଗଧିଆ ମାନେ ସେଠୁ ଯାଉ ନଥିଲେ  କିନ୍ତୁ ପଥର ବାରମ୍ବାର ମାରିବାରୁ ଗଧିଆ ମାନେ ଡରରେ ଚାଲିଗଲେ । ଆକାଶ ରାଜା କୁ ଉଠେଇବାକୁ ଲାଗିଲା । କିଛି ମିନିଟ୍ ପରେ ରାଜା ର ହୋସ ଆସିଲା ଏବଂ ଗଧିଆ କଥା ମନେ ପକେଇ  ଡରିବାକୁ ଲାଗିଲା । ଆକାଶ କହିଲା ଗଧିଆ ମାନେ ଚାଲିଗଲେଣି । ରାଜା ଆକାଶ କୁ ପଚାରିଲା ତୁ ତ ଆଗରେ ଦୌଡୁଥିଲୁ ମୋତେ କେମିତି ଦେଖିଲୁ । ଆକାଶ କହିଲା ତୁ ବେହୋସ୍ ହେଲା ପରେ ଗଧିଆ ମାନେ ତୋତେ କାମୁଡିବାରେ ଲାଗିଲେ । ମୋତେ ଡର ମାଡୁ ଥାଏ କିନ୍ତୁ ତୋର ଜୀବନ ପାଇଁ ପୁଣି ଆସିଲି କାରଣ ତୁ ମୋ ଭଲ ସାଙ୍ଗ।  ଏହା ଶୁଣି ରାଜା ଆକାଶ କୁ ଭୁଲ ମାଗିଲା , ତୁ ମୋର ପ୍ରକୃତ ସାଙ୍ଗ । ରାଜା କହିଲା ତୁ ଚାହିଁଥିଲେ ମୋତେ ଛାଡ଼ି ଯାଇ ପାରିଥାନ୍ତୁ ଏବଂ ଆଜି ତୋ ପାଇଁ ମୋ ଜୀବନ ବଞ୍ଚିଗଲା । ତାପରେ ଦୁହେଁ ଗାଁ କୁ ଆସିଲେ ରାଜା ର ବାପା ଏକଥା ଶୁଣି ଆକାଶ କୁ ଧନ୍ୟବାଦ ଦେଲେ ଏବଂ ରାଜା  ମେଡ଼ିସିନ୍ ଏବଂ ଇଞ୍ଜେକ୍ସନ ଖାଇ କିଛି ଦିନ ପରେ ଠିକ୍ ହୋଇଗଲା।  ପରେ ଦୁହିଁଙ୍କର ପରିବାର ର ସମ୍ପର୍କ ଅତି ନିବିଡ଼ ହୋଇଗଲା । ରାଜା କେବେ ଆକାଶ କୁ ଏକା ଛାଡି ନଥାଏ।  ସବୁ ସମୟରେ ଏକା ସାଙ୍ଗରେ ରହୁଥିଲେ। ସବୁବେଳେ ପରସ୍ପର କୁ ସାହାଯ୍ୟ କରୁଥିଲେ ।
 
ଏହି ଗଳ୍ପ ରୁ କଣ ଶିଖିବାକୁ ମିଳିଲା??
୧. କାହା ସାଙ୍ଗରେ ଦୁଷ୍ଟାମୀ କରିବା ଅନୁଚିତ୍ ଯାହା ଫଳରେ ଅନ୍ୟ ର କ୍ଷତି ହୁଏ ।
୨. ଅସୁବିଧା ସମୟରେ ସବୁବେଳେ ସାହାଯ୍ୟ କରିବା ଉଚିତ୍ ।
୩. କାହା ପ୍ରତି ଖରାପ ଭାବ ରଖିବା ଅନୁଚିତ୍ ।
 
ନୀଳମାଧବ ଭୂୟାଁ ଙ୍କ କଲମରୁ…