 |
ରାଣୀ ହୋଟେଲ (Rani Hotel) |
ସୀତାନଗର ରେ ରାଣୀ ତା ସ୍ୱାମୀ ଆଉ ପୁଅ କୁ ନେଇ ରହୁଥିଲା । ବହୁତ ଗରିବ ପରିବାରଟିଏ । ରାଣୀ ବହୁତ ଭଲ ରୋଷେଇ କରେ । ରାଣୀ ରୋଷେଇ କରି ଅନ୍ୟକୁ ଖୁଆଇବାକୁ ବହୁତ ପସନ୍ଦ କରେ । ତା ସ୍ୱାମୀ ଏ ସବୁ ଦେଖି ବହୁତ ବ୍ୟସ୍ତ ହେଉଥିଲେ ଆଉ ତାକୁ ମନା କରୁଥିଲେ । ଭଲ ରୋଷେଇ ଦେଖିକି ପଡୋଶୀ ମାନେ ବେଳେ ବେଳେ ଘରେ ଆସି ଖାଇବା ପାଇଁ ବସିଯାନ୍ତି। ଗୋଟିଏ ଦିନ ଚାରି-ପଞ୍ଚ ଜଣ ଭାଉଜ ଭାଉଜ କହି ଆସି ଖାଇବା ପାଇଁ ବସିଗଲେ। ରାଣୀ ଖୁସି ହେଇ ଖାଇବା ପରସି ଦେଲା । ସମସ୍ତେ ଖୁସି ହେଇ କହିଲେ ଭାଉଜ ତମ ହାତରେ ଯାଦୁ ଅଛି ବହୁତ ସ୍ୱାଦିଷ୍ଟ ଖାଇବା ରୋଷେଇ କରୁଛ । ଏତିକି କହି ନିଜ ନିଜ ଘରକୁ ଚାଲିଗଲେ । ସେତିକିବେଳେ ରାଣୀ ର ସ୍ୱାମୀ ଆସି ପହଞ୍ଚିଗଲା । ସେମାନେ ଗଲାପରେ ରାଣୀକୁ କହିଲା ରାଣୀ ଆଜି ବି ଏମାନଙ୍କୁ ଖାଇବାକୁ ଦେଲ ବହୁତ କଷ୍ଟରେ ଆମ ଘର ଚଳୁଛି ମାସେ ବି ଯାଉନି ସଉଦା ସରିଯାଉଛି। ରାଣୀ କହିଲା ଆରେ ବାବା ଛାଡ଼ ସେ କଥା ଏମିତି ରେ କେହି କେବେ ଆସିଯାଆନ୍ତି, ମୋ ହାତର ରୋଷେଇ ଖାଇ ସେମାନେ ଖୁସି ହେଉଛନ୍ତି ସେମାନଙ୍କ ର ଖୁସି ପାଇଁ ଯଦି କିଛି କରିଦଉଛି ତାହାଲେ କଣ ହେଇଯାଉଛି । ଶୁଣିଲ ତ କେମିତି ପ୍ରଶଂସା କରୁଥିଲେ ମୋତେ । ସ୍ବାମୀ କହିଲା ଆରେ ମାଗଣା ଖାଇବାକୁ ମିଳିଲେ ତ ସମସ୍ତେ ପ୍ରଶଂସା କରିବେ ନା? କିନ୍ତୁ ରାଣୀ ଉପରେ କିଛି ପ୍ରଭାବ ପଡ଼ିଲା ନାହିଁ । ଘରେ କିଛି ଭଲ ରୋଷେଇ କଲେ ପୁଅ ହାତରେ ପଡ଼ୋଶୀ ଘରକୁ ପଠେଇ ଦେଉଥିଲା । ଦିନେ ରାଣୀ ର ସ୍ୱାମୀ ଅସୁସ୍ଥ ହୋଇଗଲା । ରାଣୀ ଚିନ୍ତା ରେ ପଡିଗଲା, ଡାକ୍ତର କୁ ଘରକୁ ଡାକି ସ୍ବାମୀ ର ଦେହ ଦେଖାଇଲା । ଡାକ୍ତର କହିଲେ ବହୁତ ପଇସା ଖର୍ଚ୍ଚ ହେବ । ରାଣୀ ଚିନ୍ତା ରେ ପଡିଗଲା ସ୍ୱାମୀ ର ଦେହ କେମିତି ଭଲ ହେବ । ସ୍ୱାମୀର ସେବା ଯତ୍ନ ରେ ଲାଗିପଡ଼ିଲା । ଦିନେ ପଡ଼ୋଶୀ ଆସି କହିଲେ ଭଉଣୀ ମୋର ମା ଘରେ କିଛି କାମ ଅଛି ମୁଁ ଗାଁ ଯିବି ମୋ ସ୍ବାମୀ କୁ ରୁଟି କରୀକି ଟିକେ ଦେଇଦେବ। ରାଣୀ କହିଲା ଭଉଣୀ ସ୍ୱାମୀ ଙ୍କର ଦେହ ଖରାପ ଘରେ କିଛି ବି ସଉଦା ନାହିଁ । ସ୍ୱାମୀଙ୍କୁ ଭଲ ଡାକ୍ତରଙ୍କୁ ବି ଦେଖାଇବା ପାଇଁ ଟଙ୍କା ନାହିଁ। ପଡୋଶୀ ଶହେ ଟଙ୍କା ବାହାର କରି ରାଣୀକୁ ଦେଲା କହିଲା ଏଇ ଟଙ୍କାରେ ଅଟା ନେଇ ଆସିବ । ରାଣୀ କହିଲା ଅଟା ପକେଟ ତ ତିରିଶି ଟଙ୍କା ଶହେ ଟଙ୍କା କାହିଁକି ଦଉଛ । ଆରେ ଭଉଣୀ ମୋ ସ୍ୱାମୀ ପାଇଁ ରୁଟି କରିଦେବ ଆଉ ବାକି ଟଙ୍କା ତମ ଘର ପାଈଁ ସଉଦା ନେଇ ଆସିବ । ରାଣୀ କହିଲା ନାଇଁ ନାଇଁ ଭଉଣୀ ମୁଁ ତମ ଠୁ ଟଙ୍କା ନେଇପାରିବିନି । ପଡୋଶୀ କହିଲା ଚିନ୍ତା କରନି ତମ ପାଖରେ ଟଙ୍କା ହେଲେ ମୋତେ ଫେରେଇ ଦେବ। ଯଦି କିଛି ଖରାପ ନ ଭାବିବ ଗୋଟିଏ ଉପାୟ କହିବି ଭଉଣୀ । ଏଥିରେ ଖରାପ ଭାବିବାର କଣ ଅଛି । କୁହ ।ତମେ ଗୋଟିଏ ଛୋଟିଆ ହୋଟେଲ ଖୋଲିଦିଅ, ଏମିତି ରେ ତମ ହାତର ରୋଷେଇ ବହୁତ ଭଲ । ହୋଟେଲ ଖୋଲିବା ଦ୍ଵାରା ଆମ ମାନକୁ ତମ ହାତର ରୋଷେଇ ଖାଇବାକୁ ମିଳିଯିବ ଆଉ ତମ ଘରେ ବି କିଛି ଅସୁବିଧା ହେବନି। ଏତିକି କହି ପଡୋଶୀ ଚାଲିଗଲା । ରାଣୀ ପଡ଼ୋଶୀ କଥା ଭାବିଲା ଏବଂ ଗାଁ ର ଗୁମସ୍ତା ପାଖକୁ ଯାଇ କିଛି କରଜ ରେ ଟଙ୍କା ନେଇ ଆସିଲା । ସ୍ବାମୀ ପାଇଁ ଔଷଧ ନେଇ ଆସିଲା ଏବଂ ଘର ବାରଣ୍ଡାରେ ଗୋଟିଏ ଛୋଟିଆ କେବିନ୍ କରି ରୋଷେଇ କରି ବିକିବାକୁ ଲାଗିଲା। ରାଣୀ ହାତର ରୋଷେଇ ଏମିତି ରେ ସମସ୍ତଙ୍କୁ ବହୁତ ପସନ୍ଦ । ହୋଟେଲ ବହୁତ ଭଲ ଚାଲିଲା ଆଉ ଛୋଟ ପୁଅ ମଧ୍ୟ ବେଳେବେଳେ ଦୋକାନ ରେ ବସି ବିକ୍ରି କରୁଥାଏ। ରାଣୀ ସ୍ୱାମୀର ସେବା ରେ ଲାଗିପଡିଲା। ଧିରେ ଧିରେ ବେପାର ବଢ଼ିଲା ରାଣୀ ଗୁମାସ୍ତାଙ୍କ କରଜ ସୁଜିବା ସହ ସ୍ୱାମୀକୁ ଭଲ ଡାକ୍ତର ଦେଖେଇବା ପରେ ସ୍ବାମୀ ଧିରେ ଧିରେ ସୁସ୍ଥ ହେବାକୁ ଲାଗିଲେ । ରାଣୀକୁ ସ୍ୱାମୀ ଧନ୍ୟବାଦ ଜଣାଇ କହିଲେ ଦିନେ ମୁଁ ମନା କରୁଥିଲି ରୋଷେଇ କରିକି ଦେବାପାଇଁ ଆଜି ସେଇ ରୋଷେଇ ପାଇଁ ଆମ ପାଖରେ ଟଙ୍କା ସହିତ ଆମର ଗୋଟିଏ ହୋଟେଲ ହୋଇଗଲା। ସ୍ବାମୀ ସ୍ତ୍ରୀ ଦୁହେଁ ହୋଟେଲ କାମରେ ଲାଗିପଡିଲେ । ପୁଅକୁ ଭଲ ସ୍କୁଲ ରେ ପଢେଇଲେ । ସ୍ୱାମୀ ସ୍ତ୍ରୀ ଦୁହେଁ ବହୁତ ପରିଶ୍ରମ କରିଲେ। ତାଙ୍କ ଛୋଟ ହୋଟେଲରୁ ଦିନେ ତାହା ବଡ଼ ହୋଟେଲ ରେ ପରିଣତ ହେଲା । ହୋଟେଲ ନାମ ରଖାଗଲା ରାଣୀ ହୋଟେଲ। ଆଖ ପାଖରେ ରାଣୀ ହୋଟେଲ ର ଖାଇବା ବିଷୟରେ ବହୁତ୍ ଚର୍ଚ୍ଚା କରୁଥିଲେ । ଦୁହେଁ ଖୁସିରେ ଚଳିଲେ ।
ମୁଖ୍ୟ ବିନ୍ଦୁ:-
୧. ନିଜ ହାତର କଳା କୁ ଦେଖାଇବାକୁ ଚେଷ୍ଟା କରିବା ଉଚିତ୍ ।
୨. ସର୍ବଦା ପରିଶ୍ରମ ରୁ ଉତ୍ତମ ଫଳ ମିଳିଥାଏ।
୩. ଅସୁବିଧା ସମୟରେ ବାଟବଣା ହେବା ଅନୁଚିତ୍, ଉଚିତ୍ ରାସ୍ତା ଚୟନ କରିବା ଉଚିତ୍ ।
By. Rubi Nahak
Buguda, Ganjam.
Like this:
Like Loading...
 |
ସ୍ଵାଥପର ରୁ ସଚ୍ଚୋଟ |
ପଲ୍ଲିପୂର ନାମକ ଗୋଟିଏ ଗ୍ରାମ ଥିଲା । ଲିଜା ଆଉ ରୋଜା ନାମକ ଦୁଇ ଜଣ ଝିଅ ର ପରିବାର ମଧ୍ୟ ଥିଲା। ଦୁହେଁ ବହୁତ ଘନିଷ୍ଠ ଏବଂ ସୁବିଧା ଅସୁବିଧାରେ ପରସ୍ପରକୁ ସାହାଯ୍ୟ କରୁଥିଲେ। ଲିଜା ବହୁତ ସୁଶୀଳ ଏବଂ ସରଳ କିନ୍ତୁ ରୋଜା ପୁରା ଓଲଟା ରାଗି ଏବଂ ଗର୍ବୀ କିନ୍ତୁ ଲିଜା ପ୍ରତି ରୋଜା ର ଭଲ ପାଇବା ବହୁତ୍ ଥିଲା ଏବଂ ସମାନ ଭାବେ ରୋଜା ପ୍ରତି ଲିଜା ର ମଧ୍ୟ ଭଲ ପାଇବା ଥିଲା।
ଦୁହେଁ ସାଙ୍ଗ ହୋଇ ସ୍କୁଲ୍ ଯାଉଥିଲେ । ସ୍କୁଲ୍ ଜଙ୍ଗଲ ଆର ପଟେ ଗାଁ ରେ ଥିଲା । ଜଙ୍ଗଲ ରାସ୍ତା ଦେଇ ଗୋଟିଏ ରାସ୍ତା ଥିଲା ଯାହା ପାଖ ଥିଲା କିନ୍ତୁ ଜଙ୍ଗଲ ବାହାରେ ଅନ୍ୟ ଏକ ରାସ୍ତା ଥିଲା ଯାହା ପକ୍କା ସଡ଼କ କିନ୍ତୁ ଦୂର ଥିଲା। ଦୁହେଁ ସବୁ ସମୟରେ ପକ୍କା ସଡ଼କ ଦେଇ ଯିବା ଆସିବା କରୁଥିଲେ । ଦିନେ ସ୍କୁଲ୍ ରେ କିଛି ସାଂସ୍କୃତିକ କାର୍ଯ୍ୟକ୍ରମ ଥିବା ଯୋଗୁ ଆସିବା ସମୟରେ ସନ୍ଧ୍ୟା ହୋଇଯାଇ ଥାଏ ।
ସଂଧ୍ୟା ହେବା ଫଳରେ ଦୁହେଁ ଶୀଘ୍ର ଆସିବା ପାଇଁ ବାହାରିଲେ କିନ୍ତୁ ପକ୍କା ସଡ଼କ ଦେଇ ଗଲେ ବହୁତ୍ ସମୟ ଲାଗିବ ସେଥିପାଇଁ ସେମାନେ ଜଙ୍ଗଲ ରାସ୍ତା ହୋଇ ଯିବାକୁ ବାହାରିଲେ। କିନ୍ତୁ ଜଙ୍ଗଲ ପାଖକୁ ଆସିଲା ବେଳକୁ ବହୁତ୍ ଅନ୍ଧାର ହୋଇ ଯାଇଥାଏ ରୋଜା କହେ ଚାଲ ଆଉ ଅଳ୍ପ ବାଟ ଜଙ୍ଗଲ ରାସ୍ତା ଦେଇ ଚାଲିଯିବା କିନ୍ତୁ ଲିଜା କହେ ନା ନା ବାପା କହିଥିଲେ ସନ୍ଧ୍ୟା ହେଲେ ଜଙ୍ଗଲ ରାସ୍ତାରେ ଆସିଲେ ଆମ ପାଇଁ ବିପଦ । ଆମେ ପକ୍କା ସଡ଼କ ରେ ଯିବା । ରୋଜା କହିଲା କିଛି ହେବନି ଚାଲ ମୋ ସାଙ୍ଗରେ । ଲିଜା ର ଇଚ୍ଛା ନ ଥିଲେ ମଧ୍ୟ ରୋଜା ସାଙ୍ଗରେ ଆସିବାକୁ ଲାଗିଲା । ଜଙ୍ଗଲ ମଝିରେ ପହଞ୍ଚିଲା ପରେ ଦୁଇଟି ଚୋର ଆସି ଛୁରୀ ଦେଖାଇ ଟଙ୍କା ପଇସା ଏବଂ ସୁନା ଗହଣା ଯାହା ଅଛି ଆମକୁ ଦିଅ ବୋଲି କହିଲେ। ଦୁହେଁ ଡରରେ କହିଲେ ଆମ ପାଖରେ କିଛି ନାହିଁ ଆମେ ସ୍କୁଲ୍ ରୁ ଫେରୁଛୁ ଆମକୁ ଛାଡ଼ି ଦିଅ । ସଂଧ୍ୟା ହେବା ଯୋଗୁ ଆମେ ଶୀଘ୍ର ଯିବା ପାଇଁ ଜଙ୍ଗଲ ରାସ୍ତା ଦେଇ ଆସିଲୁ । ଚୋର ମାନେ କହିଲେ ଆମକୁ କିଛି ନା କିଛି ଦରକାର ନହେଲେ ଆମେ ଛାଡ଼ିବୁ ନାହିଁ। ଦୁହେଁ ବହୁତ ଅନୁରୋଧ କରିଲେ ଆମକୁ ଛାଡି ଦିଅ। ଦୁହିଁଙ୍କ ଅନୁରୋଧ ଦେଖି ସେଥିରୁ ଗୋଟିଏ ଚୋର କହିଲା ଶୁଣ ତମ ଦୁଇ ଜଣ ଭିତରୁ ଜଣେ ଆମ ସାଙ୍ଗରେ ଯିବାକୁ ହେବ ଆଉ ଜଣେ ଯାଇ ପାର । ଏହା ଶୁଣି ରୋଜା କହିଲା ମୋତେ ଛାଡ଼ି ଦିଅ ତମେ ଲିଜା କୁ ରଖି ଦିଅ । ଲିଜା ମଧ୍ୟ କଣ କହିବ ଭାବି କହିଲା ହଁ ହଁ ମୁଁ ରାଜି ଅଛି କିନ୍ତୁ ମୋ ସାଙ୍ଗକୁ ଛାଡ଼ି ଦିଅ । ମୋ ଜୀବନ ଠୁ ଅଧିକା ମୋ ସାଙ୍ଗର ଜୀବନ ଅତି ମୂଲ୍ୟବାନ । ମୋତେ ବରଂ ମାରି ଦିଅ । ରୋଜା ଖୁସିରେ ଖୁସିରେ ଚାଲିଗଲା। ଲିଜା, ରୋଜା ଚାଲିଯିବା ଦେଖି ବହୁତ୍ କାନ୍ଦିଲା । ଲିଜା ର ସାଙ୍ଗ ପ୍ରତି ଭଲ ପାଇବା ଦେଖି ଚୋର ମାନେ କହିଲେ ତମେ ମଧ୍ୟ ଯାଇ ପାରିଥାନ୍ତ । ତମେ କାହିଁକି କହିଲ ନାହିଁ । ଲିଜା କହିଲା ମୋ ସାଙ୍ଗ ମୋ ଜୀବନ ସେଥିପାଇଁ ମୁଁ ଏମିତି କରିଲି। ଚୋର ମାନେ ଲିଜା ର ସାଙ୍ଗ ପ୍ରତି ଭଲ ପାଇବା ଦେଖି ବହୁତ୍ ଖୁସି ହେଲେ । କହିଲେ ତୋ ସାଙ୍ଗ ପ୍ରତି ଭଲ ପାଇବା ଦେଖି ଆମେ ବହୁତ୍ ଖୁସି ସେଥିପାଇଁ ତମକୁ ମଧ୍ୟ ଆମେ ଛାଡ଼ି ଦେଲୁ। ଗୋଟିଏ କଥା ସବୁବେଳେ ମନେ ରଖିବ ଅନ୍ୟ ପ୍ରତି ସବୁବେଳେ ଭଲ ପାଇବା ରଖିବା ଦରକାର କିନ୍ତୁ ଯିଏ ସ୍ବାର୍ଥ ପାଇଁ ତମକୁ ଅସୁବିଧା ରେ ପକେଇ ଛାଡ଼ି ଚାଲି ଯାଆନ୍ତି ସେମାନଙ୍କ ଠାରୁ ଦୂରରେ ରହିବା ଉଚିତ୍। ତାପରେ ଚୋର ମାନେ ଲିଜା କୁ ଗାଁ ରେ ଛାଡି ଆସିଲେ । ଲିଜା ଘରକୁ ଦଉଡ଼ି ଦଉଡି ଯାଇ ପହଞ୍ଚି ଦେଖିଲା ବେଳକୁ ରୋଜା ଘରେ ଅଛି ଏବଂ ସମସ୍ତେ ଲିଜା କୁ ଖୋଜିବା ପାଇଁ ବାହାରି ଥିଲେ । କିନ୍ତୁ ଯେତେବେଳେ ଲିଜା କୁ ଦେଖିଲେ ସମସ୍ତେ ଖୁସି ହୋଇଗଲେ। ରୋଜା ଦଉଡ଼ି ଦଉଡି ଆସି ଲିଜା କୁ କୁଣ୍ଢେଇ ପକେଇ କାନ୍ଦିଲା। ରୋଜା କହିଲା ଲିଜା ମୁଁ କିଛି ସମୟ ପାଇଁ ସ୍ୱାର୍ଥପର ହୋଇଯାଇଥିଲି କିନ୍ତୁ ପରେ ମୋ ମନ ମାନିଲା ନାହିଁ । ମୁଁ ଘରକୁ ଆସି ସମସ୍ତଙ୍କୁ କହିଲା ପରେ ଗାଁ ଲୋକେ ସାଙ୍ଗରେ ତୋତେ ଖୋଜିବାକୁ ବାହାରିଥିଲୁ । ମୋତେ କ୍ଷମା କରିଦେ। ଲିଜା ମଧ୍ୟ ରୋଜା କ୍ଷମା କରିଦେଲା। ଦୁହେଁ ପୁଣି ଥରେ ସାଙ୍ଗ ହୋଇ ସ୍କୁଲ୍ କୁ ଗଲେ ଏବଂ ଦୁହିଁଙ୍କ ମଧ୍ୟରେ ଆଗ ଠୁ ଅଧିକା ଭଲ ପାଇବା ବଢ଼ି ଯାଇଥିଲା।
ଏଥିରୁ କଣ ଶିଖିଲ
୧. ଅସୁବିଧା ସମୟରେ ସବୁବେଳେ ସାଙ୍ଗ ହୋଇ ଲଢ଼ିବା ଉଚିତ୍।
୨. ଅନ୍ୟକୁ କେବେ ବିପଦକୁ ଠେଲି ନିଜେ ବଞ୍ଚିବା ଅନୁଚିତ୍ ।
୩. ଅସୁବିଧା ସମୟରେ ସରଳ ରାସ୍ତା ବାହାର କରିବା ଉଚିତ୍ ।
ଲେଖିକା. ପୂଜା ସ୍ୱାଇଁ
ବୁଗୁଡ଼ା. ଗଞ୍ଜାମ.
Like this:
Like Loading...
 |
କଷ୍ଟ ବିନା ଫଳ ନାହିଁ |
ଚନ୍ଦନପୁର ନାମକ ଗ୍ରାମରେ ନନ୍ଦକିଶୋର ବାବୁଙ୍କ ଘର । ସେ ଦିନ ଭାବିଲେ କି ମୁଁ ଗୋଟିଏ ହୋଟେଲ କରିବି କିନ୍ତୁ ହୋଟେଲ ପାଇଁ ପର୍ଯ୍ୟାପ୍ତ ଟଙ୍କା ତାଙ୍କ ପାଖରେ ନଥିଲା । ସେ ଲୋକ ମାନଙ୍କ ପାଖରୁ ଧାର ଉଧାର କରି ହୋଟେଲ ଟିଏ ତ ଖୋଲିଦେଲେ କିନ୍ତୁ ହୋଟେଲ ରେ ରୋଷେଇ ପାଇଁ ରାସନ୍ ଆଣିବା ପାଇଁ ପଇସା ହେଲା ନାହିଁ ଏବଂ ଯାହା ଫଳରେ ପୁଣି ଟଙ୍କା ଅଭାବ ହେଲା। ସେ ନିଜ ଘର ର କାଗଜ ପତ୍ର କୁ ବନ୍ଧା ରଖି ଆଉ କିଛି ଟଙ୍କା ଆଣି ହୋଟେଲ କୁ ଆରମ୍ଭ କଲେ।
ପ୍ରଥମ ଦିନ ସକାଳେ କିଛି ଖାଇବା ସାମାନ ସରିଲା ଏବଂ ବାକି ସବୁ ବଞ୍ଚିଗଲା। ଦିତୀୟ ଦିନ ମଧ୍ୟ କିଛି ବିକ୍ରି ହୁଏ ଏବଂ ଅଧିକା ଖାଇବା ବଞ୍ଚିଯାଉଥାଏ ଯାହା ଫଳରେ ଋଣ ଆଣିଥିବା ଟଙ୍କା ସରିବା ସହିତ ଖାଦ୍ୟ ଅଧିକା ନଷ୍ଟ ହେଉଥାଏ । ତୃତୀୟ ଦିନ ମଧ୍ୟ ସେମିତି ଅବସ୍ଥା ଏବଂ ଧିରେ ଧୀରେ ଲୋକ କମ୍ ହେବାକୁ ଲାଗିଲେ। ଚତୁର୍ଥ ଦିନ ଗୋଟିଏ ମଧ୍ୟ ଲୋକ ଆସିଲେ ନାହିଁ । ନନ୍ଦକିଶୋର ବାବୁ ଚିନ୍ତାରେ ପଡି ତାଙ୍କ ଦେହ ଖରାପ ହୋଇଗଲା। ସେ ଆଉ ହୋଟେଲ ଗଲେ ନାହିଁ । ସ୍ବାମୀ ଙ୍କ ଅବସ୍ଥା ଦେଖି ସ୍ତ୍ରୀ ତାଙ୍କର ଯତ୍ନ ନେଉଥିଲେ ଏବଂ ତାଙ୍କୁ ବୁଝେଇ କହିଲେ ସବୁ ଠିକ୍ ହେଇଯିବ। ତା ପର ଦିନ ତାଙ୍କ ସ୍ତ୍ରୀ କହିଲେ ଆପଣ ଯଦି ଅନୁମତି ଦେବେ ତେବେ ମୁଁ ହୋଟେଲ ପାଖ ବୁଲି ଆସିବି। ନନ୍ଦକିଶୋର ବାବୁ ଙ୍କ ଅନୁମତି ଅନୁଯାୟୀ ସ୍ତ୍ରୀ ହୋଟେଲ ବୁଲି ଆସିଲେ। ହୋଟେଲ ଦେଖିଲେ ସବୁ ଠିକ୍ ଥିଲା କିନ୍ତୁ ରୋଷେଇ ପାଇଁ ବ୍ୟବହାର ମସଲା ଯୋଗୁ ସ୍ଵାଦ ହେଉ ନଥିଲା ବୋଲି ଜାଣିଲେ । ଏବଂ ପରେ ସେ ଗାଁ ଭିତରକୁ ଯାଇ ବୁଲି ଆସିଲେ । ଦେଖିଲେ ଅନ୍ୟ ଏକ ଗ୍ରାମ ର ଜଣେ ମହିଳା ଟିଏ ଘର ଘର ବୁଲି ଜଳଖିଆ ବିକୁଥାଏ । ନନ୍ଦକିଶୋର ବାବୁ ଙ୍କ ସ୍ତ୍ରୀ ମଧ୍ୟ ସେ ମହିଳା ଠାରୁ ଜଳଖିଆ କିଣି ଖାଇଲେ । ତାଙ୍କୁ ମଧ୍ୟ ଭଲ ଲାଗିଲା ଏବଂ ମନେ ମନେ ଭାବିଲେ ଏହି ମହିଳା ଠୁ ମୁଁ ଭଲ ଜଳଖିଆ ବନେଇ ପାରିବି। ଏ ମହିଳା ଯେମିତି ଘର ଘର ବୁଲି ବିକ୍ରି କରୁଛି ମୁଁ ଯଦି ସେମିତି କରେ ତେବେ କେମିତି ହେବ । ଏୟା ଭାବି ଘରକୁ ଆସି ସ୍ବାମୀ କୁ କହିଲେ, ସ୍ବାମୀ ମଧ୍ୟ ଅନୁମତି ଦେଲେ। ତାପର ଦିନ ସକାଳୁ ଉଠି ଘର କାମ ସାରି ନନ୍ଦକିଶୋର ବାବୁ ଙ୍କ ସ୍ତ୍ରୀ ଜଳଖିଆ ନେଇ ଅନ୍ୟ ମହିଳା ଜଣଙ୍କ ଆସିବା ପୂର୍ବରୁ ସେ ଗାଁ କୁ ଗଲେ। ସମସ୍ତେ ଭାବିଲେ ପୂର୍ବ ମହିଳା ଜଣଙ୍କ ଆସିଛି କିନ୍ତୁ ଆଜି ଅଲଗା ଜଣଙ୍କ ଦେଖି ଗାଁ ଲୋକେ ଭାବିଲେ ଅନ୍ୟ ଏକ ମହିଳା ଆସୁଥିଲେ ସେ କୁଆଡେ ଗଲେ । ନନ୍ଦ କିଶୋର ବାବୁ ଙ୍କ ସ୍ତ୍ରୀ କହିଲେ ସେ ମଧ୍ୟ ଆସିବେ ଏବଂ ଆଜି ଠାରୁ ମୁଁ ମଧ୍ୟ ଆସିବି ଆପଣ ମୋ ଠାରୁ ଜଳଖିଆ ନେଇ ଖାଆନ୍ତୁ ଆପଣଙ୍କୁ ନିଶ୍ଚୟ ଭଲ ଲାଗିବ । ଲୋକେ ତାଙ୍କ ଠାରୁ ଜଳଖିଆ ଖାଇ ବହୁତ୍ ପ୍ରଶଂସା କରିଲେ । ଏବଂ ଏମିତି ପ୍ରତିଦିନ ସକାଳୁ ସକାଳୁ ପହଞ୍ଚିବା ଫଳରେ ତାଙ୍କ ଜଳଖିଆ ଶୀଘ୍ର ବିକ୍ରି ହୋଇ ଯାଉଥାଏ ।
ବେପାର ଭଲ ହେବା ଯୋଗୁ ନନ୍ଦକିଶୋର ବାବୁ ମଧ୍ୟ ସ୍ତ୍ରୀ ସାଙ୍ଗରେ ଆସି ବିକ୍ରି କରୁଥିଲେ । କଷ୍ଟ ହେଉଥାଏ କିନ୍ତୁ ବିକ୍ରି ହେଉଥିବା ଫଳରେ ଦୁହେଁ ଖୁସି ଥିଲେ । ଏମିତି କିଛି ମାସ ଚାଲିଲା ପରେ । ଋଣ ଆଣିଥିବା ଟଙ୍କା ଧିରେ ଧୀରେ ସୁଝିବାକୁ ଲାଗିଲେ। ଏବଂ ନନ୍ଦକିଶୋର ବାବୁ ସମସ୍ତଙ୍କୁ କହୁଥାନ୍ତି କିଛି ଦିନ ମଧ୍ୟରେ ମୋର ହୋଟେଲ ରେ ଏମିତି ସ୍ଵାଦିଷ୍ଟ ଖାଇବା ସହିତ ମିଠା ମିଳିବ ଆପଣ ମାନେ ସମସ୍ତେ ଆସିବେ । ନନ୍ଦ କିଶୋର ବାବୁ ହୋଟେଲ କୁ ପୁଣି ଥରେ ଆରମ୍ଭ କରିଲେ ଏବଂ ବର୍ତ୍ତମାନ ସେ ହୋଟେଲ ରେ ନନ୍ଦକିଶୋର ବାବୁ ଙ୍କ ସ୍ତ୍ରୀ ରୋଷେଇ କରୁଥିଲେ। ଧିରେ ଧିରେ ଲୋକମାନେ ମଧ୍ୟ ହୋଟେଲ ଆସିଲେ ଏବଂ କିଛି ବର୍ଷ ଏମିତି ଚାଲିଲା ପରେ ତାଙ୍କର ଆଣିଥିବା ସବୁ ଋଣ ସୁଝି ଦେଲେ । ନନ୍ଦକିଶୋର ବାବୁ ଯୋଜନା କରି ବଡ ବଜାର ଉପରେ ମଧ୍ୟ ଅନ୍ୟ ଏକ ହୋଟେଲ ଖୋଲିଲେ । ସେ ହୋଟେଲ ମଧ୍ୟ ଠିକ୍ ଠାକ୍ ଚାଲିବା ଯୋଗୁ ତାଙ୍କର ବହୁତ୍ ଧନ ହେଲା। ଏମିତି କିଛି ବର୍ଷ ଗଲା ପରେ ନନ୍ଦକିଶୋର ଜଣେ ସଫଳ ବେପାରୀ ଭାବେ ସେ ଗ୍ରାମରେ ନାମ ହେଲା।
ଏଥିରୁ କଣ ଶିଖିଲ?
୧. ପ୍ରକୃତ ଉପାୟ ଅବଲମ୍ବନ କରିବା ଦରକାର ।
୨. ବିଫଳ ହେଲା ପରେ କେବେ ମଧ୍ୟ ଚୁପ୍ ବସିବା ଠିକ୍ ନୁହଁ ।
୩. ସଫଳ ହେବା ପାଇଁ ସବୁବେଳେ କଷ୍ଟ କରିବା ଦରକାର ।
୪. ଜୀବନରେ କେତେ କଷ୍ଟ ଆସିଲେ ମଧ୍ୟ ହାରିବା ଠିକ୍ କଥା ନୁହଁ ସବୁବେଳେ ଜିତିବା ପାଇଁ କଷ୍ଟ କରିବା ଉଚିତ୍ ।
ଲେଖିକା. ପୂଜା ସ୍ୱାଇଁ
ବୁଗୁଡ଼ା, ଗଞ୍ଜାମ.
Comment କରିବା ପାଇଁ story ତଳେ ଥିବା “Post a comment” Link କୁ click କରନ୍ତୁ ।
Like this:
Like Loading...
Story, Poem, Article & Experience.