Tag Archives: #How to save your money

Money (Odia Poem)

 






ଟଙ୍କା


କିଏ କହେ ମତେ ଟଙ୍କା 
କିଏ କହେ ମତେ ରୁପିୟା
ଆଉ କିଏ କହେ ମତେ ମନି,

କାହା ପକେଟ୍, 
ଘର ସିନ୍ଦୁକ ଅବା ବ୍ୟାଙ୍କ୍ ଖାତା ରେ 
ଯଦି ମୁଁ ନ ଥାଏ ତେବେ ଲୋକେ କହନ୍ତି 
ତାକୁ ପଡିଛି ବୋଲି ଶନି…

ଶାଳବଣି, ନାସିକ, ନୋଇଡା, 
ହାଇଦ୍ରାବାଦ ରେ ଜନମ ମୋହର,
ଭାରତର ପ୍ରତ୍ୟେକ ବ୍ୟାଙ୍କ୍ ରେ ମୋହରି ଘର..

ନୋଟ ସିକ୍କା ରେ ମୋର ରୁପ ରେଖା
ସଭିଏଁ ମୋହର ମୁଲ୍ୟ ବୁଝନ୍ତି ପକ୍କା…

ଆର୍ ବି ଆଈ ମତେ ଜୀବନ ଦାନ ଦିଏ,
ମୋତେ ପାଇ ବା ପାଇ ମଣିଷ କା ଜୀବନ ନିଏ…

ମୁଁ କାଗଜ ହେଲେ ବି 
କୁଡାଦାନୀରେ ନାହି ମୋର ବାସ
ବିଶ୍ବ ର ସମସ୍ତ ଲୋକ ମୋହରି ଦାସ…

ମତେ ଯିଏ ବ୍ୟବହାର ଠିକ କରିବ 
ତାକୁ ମୁଁ ତଳେ ପଡିବାକୁ ଦେବିନି,
କଦାପି ମୁଁ କାହା ସହିତ ମୁତ୍ୟୁ 
ପରେ ଉପର କୁ ଯିବିନି..

ଭୂ ଲୋକ ର ଦେବତା ମୁଁ
କିଏ କରେ ମତେ ପୂଜା,
ମତେ ପକେଟ ରେ ରଖି କିଏ 
ପାଉଛି ବହୁତ ମଜା…

ସମୟ ପରି ଚଞ୍ଚଳ ମୁଁ 
କାହା ଘରେ କାହା ପାଖେ ବେସି ସମୟ ରୁହେନା,
କେମିତି ମୁଁ ଖସି ଯିବି କାହାକୁ କେବେ ମୁଁ କୁହେନା…

ମତେ ପାଇ ବା ପାଇଁ 
ମଣିଷ ନିଜ ଜୀବନ କୁ ଲଗାଉଛି ବାଜି,
ମୁଁ ସବୁ ସମସ୍ୟା ର ସମାଧାନ ର 
ମାଧ୍ୟମ ମଣିଷ ର ଆଜି…

ମୁଁ କାହା ମନରେ ଥିଲେ ଲୋକ ବଡ ଦୁଃଖି,
ମୁଁ କାହା ପାଖରେ ଥିଲେ ଲୋକ ବଡ ସୁଖି…

ମତେ ଦେଖି ଲୋକେ ଦିଅନ୍ତି ସମ୍ମାନ,
ମୋ ପାଇ ଲୋକ କରନ୍ତି ଅଭିମାନ…

ଯିଏ ସଞ୍ଚୟ କରିବ ମତେ 
ସେ ହେବ ନାହିଁ ଜୀବନେ ନିରାଶ,
ତାହାରି ଜୀବନେ ସଦାସର୍ବଦା 
ମୁଁ ବୁଣିବି ଉଜ୍ବଳ ପ୍ରକାଶ…






If the contents are helpful to share them with your friends, Thanking You.

ଅଜବ ତଥ୍ଯ – ୫

କଞ୍ଜୁସ,conjuse,miser, daily work, daily life,saving,
କଣ କରିବା ଦରକାର?
କଣ କଞ୍ଜୁସ୍ ହେବା ଦରକାର ?? ଏହି ପ୍ରଶ୍ନ ର ଉତ୍ତର ରେ ଆପଣ ନିଜ ଇଜ୍ଜତ ବଞ୍ଚାଇବା ପାଇଁ ନିଶ୍ଚୟ ମନା କରିବେ । ଏହାର ଉଚିତ୍ ଉତ୍ତର କଣ ?? ମୁଁ କହିବି!!
 ମୁଁ ନୀଳମାଧବ ଭୂୟାଁ ଆପଣଙ୍କୁ ମୋ ୱେବସାଇଟ ରେ ବହୁତ୍ ବହୁତ୍ ସ୍ଵାଗତ । ଚାଲନ୍ତୁ ଆଜି କିଛି ନୂଆ ତଥ୍ଯ ନେଇ ଆସିଛି ।
ଯେଉଁଠି କିଛି ଅମୂଲ୍ୟ ବାର୍ତ୍ତା କୁ ଆପଣଙ୍କୁ ସେୟାର କରିବି ଯାହା ଆଜିକାଲି ଦୁନିଆରେ ଆପଣ କଣ କରିବା ଉଚିତ୍ ସେ ବିଷୟରେ ଅଳ୍ପ କହିବି। ମୁଁ ଗାରେଣ୍ଟି ଦେଉଛି ଆପଣଙ୍କୁ ନିଶ୍ଚୟ ପସନ୍ଦ ଆସିବ। କାରଣ ମୋ ୱେବସାଇଟ ରେ ୱାରେଣ୍ଟି ସିଷ୍ଟମ ନାହିଁ ( ଥଟ୍ଟା କରୁଥିଲି) ।
ଚାଲନ୍ତୁ ଆରମ୍ଭ କରିବା ।
୧. ନିଜ ର ପର୍ସ ଭାର କୁ ବୁଝିବା ଦରକାର ଯେ ମୋତେ ମୋ ସେଭିଂ ଅନୁସାରେ ଖର୍ଚ୍ଚ କରିବା ଦରକାର । କାରଣ ଏବେ କିଛି ଦିନ ଭିତରେ ସପିଙ୍ଗ ସାଇଟ ରେ ୱିକ୍ ଏଣ୍ଡ ସେଲ ଆସିବ। ଦରକାର ନାହିଁ ମାନେ ଅଯଥା ଟଙ୍କା କାହିଁକି ଖର୍ଚ୍ଚ କରିବେ । ସେମାନଙ୍କ କାମ ହେଲା ଲୋଭ ଦେଖାଇବା । ଆଉ ଆପଣ ଙ୍କ କାମ ହେଲା ନିଜ ହାତକୁ ବାନ୍ଧି ରଖିବା । ମୋର ମଧ୍ୟ ସେ ଅବସ୍ଥା ଥିଲା କିନ୍ତୁ ଏବେ ସୁଧୁରି ଗଲିଣି ।🤗🤗🤗
୨. ଖାଲି ପେଟରେ ଥିବା ବେଳେ ନିଜକୁ ଅଳ୍ପ କଣ୍ଟ୍ରୋଲ କରନ୍ତୁ । କାରଣ ଯଦି ଆପଣ ଟଙ୍କା ବିନିମୟ ରେ ଭୋଜନ କରୁଛନ୍ତି ତେବେ ଦେଖି ଚାହିଁ ଖାଇବା ଅର୍ଡର୍ କରିବା ଦରକାର । କାରଣ ଭୋକ ବେଳେ ସବୁ ଖାଇବାକୁ ଈଛା ହୁଏ ଏବଂ ପରେ କିଛି ଜିନିଷ ବଞ୍ଚି ଯାଏ।  ତାହା ବେକାର ଯାଏ । ଏଠି ଗୋଟିଏ ପ୍ରଶ୍ନ ନିଶ୍ଚୟ ଉଠୁଥିବ ଯେ ଆମ ପଡ଼ୋଶୀ ଟେବୁଲ୍ ବାଲା ଦାମୀ ଖାଇବା ଅର୍ଡର୍ କରିଥିବ ତେବେ କଣ କରିବା ଦରକାର ?? ପ୍ରଶ୍ନ ଠିକ୍ ଯେ କିନ୍ତୁ ଉତ୍ତର ରେ ମୁଁ କହିବି ଅନ୍ୟକୁ ଦେଖିବେ ତେବେ ଆପଣଙ୍କ ମୁଣ୍ଡ ଖରାପ ହେବ।  ଯେତିକି ପରିମାଣ ଆପଣଙ୍କୁ ଦରକାର ତାହା ଠାରୁ ଅଧିକ ଟଙ୍କା ବିନିମୟ କରିବା ଅନୁଚିତ୍ ।🙏🙏🙏
୩. ବ୍ୟାଙ୍କ୍ ଖାତାର ଟଙ୍କା କୁ PPF ଆକାଉଣ୍ଟ ଭଳି ଭବିଷ୍ୟ ପାଣ୍ଠିରେ ନିଜ ପାଇଁ ସେଭିଂ କରନ୍ତୁ।  ନହେଲେ ତ ୱିକ ଏଣ୍ଡ ସେଲ୍ ରେ ଖର୍ଚ୍ଚ ହେବ ।😄😄😄
୪. ନିଜ ମୋବାଇଲ୍ କୁ ୩-୪ ବର୍ଷ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ ଏବଂ ତାକୁ ଠିକ୍ ଉପଯୋଗ କରନ୍ତୁ । ଯଦି ଖେଳିବା ପାଇଁ ଆଣୁଛନ୍ତି ତେବେ ଭଲ ହେବ ଘର ପାଇଁ ପ୍ଲେ ଷ୍ଟେସନ କିଣି ଆଣନ୍ତୁ।  ଥରେ ଖର୍ଚ୍ଚ ହେବ ଏବଂ ବଡ ସ୍କ୍ରିନ ରେ ମଧ୍ୟ ଖେଳି ପାରିବେ କିନ୍ତୁ ମୋବାଇଲ କୁ ଉଚିତ୍ ଉପଯୋଗ କରନ୍ତୁ । କାରଣ ଗୁଟଖା, ଧୂମପାନ ଆଉ ମୋବାଇଲ ଗେମ୍ ଉଭୟ ସମାନ ଭାବେ କ୍ଷତିକାରକ ।
୫. ଯଦି ଚାକିରି କରୁଛନ୍ତି ତେବେ, ପ୍ରତି ମାସର ସାଲେରି ରୁ ପ୍ରଥମେ କିଛି ଟଙ୍କା ସେଭିଂ କରି ଦିଅନ୍ତୁ ଆଉ ବାକି ଟଙ୍କା ଖର୍ଚ୍ଚ କରି ପାରନ୍ତି କିନ୍ତୁ ବେକାର ଖର୍ଚ୍ଚ ରେ ନୁହଁ । 
୬. ପାଶ୍ଚାତ୍ୟ ସଂସ୍କୃତି ଭଳି ଚିରା ଫଟା ଡ୍ରେସ ବଦଳରେ ଫର୍ମାଲ ଡ୍ରେସ କିମ୍ବା ସାଧାରଣ ଷ୍ଟାଇଲିଷ୍ଟ ଡ୍ରେସ ପିନ୍ଧନ୍ତୁ।  ନିଜର ଅଙ୍ଗ ଉପରେ ଅନ୍ୟର ଖରାପ ମନୋଭାବ କାହିଁକି  ପକାଉଛନ୍ତି ।
୭. ଯଦି ଦରକାର ନାହିଁ ତେବେ ପ୍ରାଇମ୍ ମେମ୍ବର ନେବା କିଛି ଆବଶ୍ୟକ ନାହିଁ । ବରଂ ୟୁ ଟ୍ୟୁବ୍ ରେ ଭିଡିଓ ଦେଖନ୍ତୁ । ତଥାପି ଦେଖିବାକୁ ଈଛା ତେବେ ଟେଲିଗ୍ରାମ୍ ରେ ସର୍ଚ୍ଚ କରନ୍ତୁ। ହଁ ସମୟରେ ମିଳି ନ ପାରେ କିନ୍ତୁ ପରେ ନିଶ୍ଚୟ ମିଳିବ। 
୮. ଟଙ୍କା କମେଇବା ପାଇଁ ଚାହୁଁଛନ୍ତି କି ? (ମୁଁ ଚାକିରି ଦେବିନି, କେବଳ ଆଇଡିଆ ଦେବୀ 🤗🤗🤗) ଯଦି କୋଉ କମ୍ପାନୀ ରେ ଜବ୍ କରୁଛନ୍ତି ତେବେ ଭଲ କଥା କିନ୍ତୁ ବେପାର ପାଇଁ ମନ ବନାଇଛନ୍ତି ତେବେ ପ୍ରଥମେ ବେପାର କୁ ଭଲ ଭାବରେ ବୁଝନ୍ତୁ ତା ପରେ ଆରମ୍ଭ କରନ୍ତୁ।  କାରଣ ଅର୍ଦ୍ଧ ଜ୍ଞାନ ସର୍ବଦା ଖରାପ ଫଳ ଦେଇଥାଏ।  
୯.  ଖାଇବା, ପିନ୍ଧିବା ଉପରେ ଅତ୍ୟଧିକ ଧ୍ୟାନ ଦିଅନ୍ତୁ ନାହିଁ।  କାରଣ ଖାଇବା ଏବଂ ପିନ୍ଧିବା ପାଇଁ ଟଙ୍କା ନିହାତି ଦରକାର ଏବଂ ଟଙ୍କା ପାଇଁ ଚାକିରି ଟିଏ ନିହାତି ଦରକାର ।  ନିଜକୁ ୨୦ ବର୍ଷ ହେବା ପୂର୍ବରୁ ଚାକିରି ଖୋଜିବା ଆରମ୍ଭ କରି ଦିଅନ୍ତୁ ନହେଲେ କେତେବେଳେ ୨୧ ରୁ ୨୫ ଆଉ ୨୬ ରୁ ୩୦ ହୋଇଯିବ ଜାଣି ପାରିବେ ନାହିଁ । ସେତେବେଳେ ତୁମର ସାର୍ଟିଫିକେଟ କେବଳ ଖଣ୍ଡେ କାଗଜ ବୋଲି ଅନୁଭବ ହେବ ।
୧୦. ଶେଷ ତଥ୍ଯ ସବୁଠୁ ଅଲଗା !!! 
ବାପା ମା ଙ୍କ ସ୍ଵପ୍ନ କୁ ସାକାର କରିବାକୁ ଚେଷ୍ଟା କରନ୍ତୁ। ନହେଲେ ସେମାନେ ମଧ୍ୟ ଶେଷରେ ଅମଣିଷ ର ଆଖ୍ୟା ଦେବେ ନହେଲେ କୋଉ ମୂଲିଆ ମଜଦୂର ଦେଖି ବିବାହ କରିଦେବେ।  ହଁ ତୁମ ଭାଗ୍ୟରେ ଯଦି ଚାକିରିଆ ଥିବେ ତେବେ ତୁମ ଭାଗ୍ୟ ଭଲ ନହେଲେ ଏପଟେ ସ୍ବାମୀ କୁ ସେପଟେ ବାପା ମା ଙ୍କୁ ଗାଳି ଦେଉଥିବ ।
ତେବେ ଆଜି ପାଇଁ ଏତିକି ଥିଲା । ଜମା ଦିହ କୁ ନେବେନି କାରଣ ଦିହ କୁ ନେହେଲେ ଦିହ ଖରାପ ହେବ । ଭଲ ହେବ ମାନି ନିଅନ୍ତୁ।  
ହଁ ବନ୍ଧୁଗଣ, ଆଜି କାଲିକା ଦୁନିଆରେ ଏ ସବୁ ସାଧାରଣ ପରିସ୍ଥିତି ହୋଇ ଗଲାଣି । ବୁଝିବାକୁ ଚେଷ୍ଟା କରନ୍ତୁ ଆଉ ଯଦି ବୁଝିବେ ନାହିଁ ତେବେ ????????
ଆଉ କହିବି ନାହିଁ…
@@@ଧନ୍ୟବାଦ@@@
🙏🙏🙏

If the contents helpful so share to your friends, Thanking You.