Tag Archives: hrusikesh

ନିଜର କିଏ

ଚାରି ଦିନ ଯଦି ନଜର ରୁ ଦୁରେ
ଭୂଲି ଯିବେ ପରା ମତେ
ହୃଦୟେ ତୁମକୁ ସାଇତି ରଖିଛି
ବିତି ଗଲା ଦିନ କେତେ…

କିଏ ଏଠି ନିଜର ଓ
କିଏ ବା ଏଠି ପର
ଦେଉ ଥିଲେ ସଭିଙ୍କୁ ମୁଁ
ସଭିୟେଁ ବୋଲିବେ ମତେ ମୋର…

ମନେ ପକାଇବା ତ ଦୂରର କଥା
କାହା ପାଖେ ସମୟ ନାହିଁ
ନିଜ ଭିତରେ ଇଶ୍ବର ନ ଖୋଜି
ବାବା ମାନଙ୍କୁ ରୁହନ୍ତି ଚାହିଁ…

ଖଣ୍ଡିଏ କାଠ ଦେବ ବୋଲି
ମନେ ଭାବେ ମୁ ନିତି ଏଠି
ମୁ ଜାଣେ ନି କେବେ ଆସିବ ସେଦିନ
ମୋ ଶେଷ ଦିନର ତିଥି…

ହଜି ଗଲା ସବୁ ସ୍ନେହ ସମ୍ପର୍କ
ହଜି ଗଲା ସେ ଦିନ
ପାଖେ ଥାଇ ବି ଦୂରେଇ ଗଲେ
ଭାବିଲେ ଲାଗୁ ଛି ହିନ…

ରହି ଥିଲୁ ଆମେ ଏକା ଏକା
ଜବାବ ଥିଲା ପକ୍କା
ସାହି ପଡିସା ଲୋକ କହୁଥିଲେ
ବୁଲୁଥିଲା ଫାଲତୁ ଟୋକା…

ଟଙ୍କା ପଛରେ ମଣିଷ ପାଗଳ
ବ୍ୟାଙ୍କ୍ ରେ କରିଛୁ ଆମେ ଲୋନ
ଟ୍ରାଫିକ ରୁଲ କୁ କିଏ ମାନୁ ନାହାନ୍ତି
ଜୀବନ ରେଡ୍ ଜୋନ…

ଆକାଶ ର ତାରା ଦିଶେ ଝିକିମିକି
ଦିଅନ୍ତି ଆଲୋକ ଆଶା
ନିଜର ବୋଲି ଥରେ କହିଦିଅ
କେହି ଏତିକି ଆମ୍ଭର ଆଶା…

By. Hrusikesh Kusulia (Writer)
Muniguda, Rayagada.

Order Now

Money (Odia Poem)

 






ଟଙ୍କା


କିଏ କହେ ମତେ ଟଙ୍କା 
କିଏ କହେ ମତେ ରୁପିୟା
ଆଉ କିଏ କହେ ମତେ ମନି,

କାହା ପକେଟ୍, 
ଘର ସିନ୍ଦୁକ ଅବା ବ୍ୟାଙ୍କ୍ ଖାତା ରେ 
ଯଦି ମୁଁ ନ ଥାଏ ତେବେ ଲୋକେ କହନ୍ତି 
ତାକୁ ପଡିଛି ବୋଲି ଶନି…

ଶାଳବଣି, ନାସିକ, ନୋଇଡା, 
ହାଇଦ୍ରାବାଦ ରେ ଜନମ ମୋହର,
ଭାରତର ପ୍ରତ୍ୟେକ ବ୍ୟାଙ୍କ୍ ରେ ମୋହରି ଘର..

ନୋଟ ସିକ୍କା ରେ ମୋର ରୁପ ରେଖା
ସଭିଏଁ ମୋହର ମୁଲ୍ୟ ବୁଝନ୍ତି ପକ୍କା…

ଆର୍ ବି ଆଈ ମତେ ଜୀବନ ଦାନ ଦିଏ,
ମୋତେ ପାଇ ବା ପାଇ ମଣିଷ କା ଜୀବନ ନିଏ…

ମୁଁ କାଗଜ ହେଲେ ବି 
କୁଡାଦାନୀରେ ନାହି ମୋର ବାସ
ବିଶ୍ବ ର ସମସ୍ତ ଲୋକ ମୋହରି ଦାସ…

ମତେ ଯିଏ ବ୍ୟବହାର ଠିକ କରିବ 
ତାକୁ ମୁଁ ତଳେ ପଡିବାକୁ ଦେବିନି,
କଦାପି ମୁଁ କାହା ସହିତ ମୁତ୍ୟୁ 
ପରେ ଉପର କୁ ଯିବିନି..

ଭୂ ଲୋକ ର ଦେବତା ମୁଁ
କିଏ କରେ ମତେ ପୂଜା,
ମତେ ପକେଟ ରେ ରଖି କିଏ 
ପାଉଛି ବହୁତ ମଜା…

ସମୟ ପରି ଚଞ୍ଚଳ ମୁଁ 
କାହା ଘରେ କାହା ପାଖେ ବେସି ସମୟ ରୁହେନା,
କେମିତି ମୁଁ ଖସି ଯିବି କାହାକୁ କେବେ ମୁଁ କୁହେନା…

ମତେ ପାଇ ବା ପାଇଁ 
ମଣିଷ ନିଜ ଜୀବନ କୁ ଲଗାଉଛି ବାଜି,
ମୁଁ ସବୁ ସମସ୍ୟା ର ସମାଧାନ ର 
ମାଧ୍ୟମ ମଣିଷ ର ଆଜି…

ମୁଁ କାହା ମନରେ ଥିଲେ ଲୋକ ବଡ ଦୁଃଖି,
ମୁଁ କାହା ପାଖରେ ଥିଲେ ଲୋକ ବଡ ସୁଖି…

ମତେ ଦେଖି ଲୋକେ ଦିଅନ୍ତି ସମ୍ମାନ,
ମୋ ପାଇ ଲୋକ କରନ୍ତି ଅଭିମାନ…

ଯିଏ ସଞ୍ଚୟ କରିବ ମତେ 
ସେ ହେବ ନାହିଁ ଜୀବନେ ନିରାଶ,
ତାହାରି ଜୀବନେ ସଦାସର୍ବଦା 
ମୁଁ ବୁଣିବି ଉଜ୍ବଳ ପ୍ରକାଶ…






If the contents are helpful to share them with your friends, Thanking You.

ଜୀବନର ଅଙ୍କ ଗଣିତ (ଓଡ଼ିଆ କବିତା)

 
ଜୀବନର ଅଙ୍କ ଗଣିତ 




ଆହା କି ସୁନ୍ଦର ମଣିଷ ଜୀବନ 
ସଭିଙ୍କୁ କରିବା ମିଶାଣ ।

ଦେବା ନାଇଁ କାହା ମନରେ କଷଣ
ହୋଇବା କାହିଁକି ଫେଡାଣ ।।



ଗୁଣନ କରି ଆମେ ଲିଭାଇ ଦେବା ଯେ
ହିଂସା ଛଳ କପଟ ନିଆଁ ।

ସତ୍ କରମେ କରୀକି ଯିବା ହେ
ବିଳମ୍ବ କରିବା କିଆଁ ।।



ହରଣ କରିବ କିଏ ଯେ ଆମର
ମନ କୁ କରିବ ଚୋରି ।

ତାହାରି ହାତରେ ରହିଛି ପରା ଏ 
ସଂସାରର ପ୍ରେମ ଡୋରି ।।


ସମୟ ଆମକୁ ଶିଖାଇ ଦିଏ ଯେ
ଜୀବନର ଅଙ୍କ ହରଣ ।

ମାତା ପିତା ଗୁରୁ ସାକ୍ଷାତ ଇଶ୍ବର 
ଚାଲ ପୂଜୀବା ତାଙ୍କ ଚରଣ ।।


ଭଲ କାମ ପାଇଁ ଆସିଛୁ ଆମେ ଯେ
ଦେବା ଟି ଉଚିତ୍ ଦର ।

କାଳ ଚକ୍ରରେ ଛନ୍ଦୀ ହୋଇ ଆମେ
କିଆଁ ହେବା ଯେ ଯମ ର ଦ୍ଵାର । ।


ମିଳିବ ନାହି ଏହି ସୁନ୍ଦର ସଂସାର
ଉଜାଡି ଯିବ ଏ ବାଲି ଘର।

ମିଶାଣ ଫେଡାଣ ଗୁଣନ ହରଣ 
କଲେ ଜଣା ପଡେ ଏଠି
କିଏ ଆପଣାର ଆଉ କିଏ ପର ।।

ହୃଷିକେଶ କୁଶୁଲିଆ (ଲେଖକ)
ମୁନିଗୁଡ଼ା, ରାୟଗଡ଼ା।



If the contents are helpful to share them with your friends, Thanking You.

ଭୂଲ କାହାର (ଓଡ଼ିଆ କବିତା)

ଭୁଲ କାହାର
ଭୂଲ କାହାର
ଭଲ ଲୋକ ଯଦି
ଆମ ନେତା ହେଲେ
ଭଲ ହେବ ଆମ ଦେଶ ର କାମ…
ଖରାପ ଲୋକ ନେତା ହେଲେ
ଆମ ଦେଶ ହେବ ଗୁଲାମ…
ଜନତା ଭୋଟ ରେ ଅଛି ବହୁତ ତାକତ
ନେତା ଜାଣିଛି ଭୋଟ ର ଓକାତ…
ଜନତା ଗଢୁଛି ଚଳାଇ ବାକୁ ଦେଶେ
ନୂଆ ସରକାର ନୂଆ ଶାସନ
ନେତା ବାବୁ ମାନେ ଘୋଟାଲା କଲେ
ଜନତା ର ହୁଏ ବୁରା ହାଲ…
ନେତା ପାଉଛି ଭତ୍ତା ଟଙ୍କା
ଗରିବ ର ଭୋଟ କୁ ନେଇ
ଗରିବ ର ବିପତି ବେଳେ
ନେତା ର ଦେଖା ଦର୍ଶନ ନାଇ…
ହସେ ରାଜ ନେତା କାନ୍ଦେ ଜନତା
ପାଞ୍ଚ ବରଷ ଯାଇ
ଭୋଟ ଦେଇ ବାଛିବା
ନେତା ଆମେ ଭୂଲ କାହାର ଭାଇ…
ଯଦି ବ୍ୟବହାର କରିବା ନାହିଁ
ଆମେ ସରକାରୀ ଅନୁଷ୍ଟାନ
କିପରି ସରକାର ଦେବେ
ତାହାର ବିଶେଷ ଧ୍ୟାନ…
ବେସରକାରୀ ଅନୁଷ୍ଟାନ ର ସେବା
ବ୍ୟବହାର କରି ଆମେ
ଖୋଜୁ ଆମେ ସରକାରୀ ଚାକିରୀ
ଜନତା ର ଭୂଲ ନା ସରକାର ର ଭୂଲ
ଟିକେ ଭାବିବା ଦିମାଗ୍ କରି କୁଲ…
ମାତୃଭାଷା ରେ କଥା ହେବାକୁ
ଲୋକ କଲେଣି ଲାଜ
ମାଆ କୁ ମମି ବାପା କୁ ଡାଡି
ଇଂରାଜୀ ରେ ଚାଲେ ସବୁ କାର୍ଯ୍ୟ…
ବଡି ଚାଳିଛି ଜନସଂଖ୍ୟା
ବଢୁଛି ବେ ରୋଜଗାର
ଜନତା ର ଭୋଟ ରେ ଗଢା ହେବ
ଦେଶ ରେ ଭଲ ସରକାର…
ହୃଷିକେଶ କୁଶୁଲିଆ (ଲେଖକ)
ମୁନିଗୁଡ଼ା, ରାୟଗଡ଼ା ।

If the contents are helpful to share them with your friends, Thanking You.

ଝରଣା ଲୋ ଝରଣା


 





LISTEN AND READ







ଝରଣା ଲୋ ଝରଣା…

ସବୁଜ ସୁନ୍ଦର ବଣ ପାହାଡ
ତୁମରୀ ଘର ଅଗଣା…

କୁଳୁ କୁଳୁ ନାଦେ ଗୀତ ଗାଉଛୁଲୋ
ମତେ ଦେଖି ଆଉ ଲାଜ କରନା…

ଝରଣା ଲୋ ଝରଣା ଝରିଯା ଲୋ ଝରଣା
ଝରଣା ଲୋ ଝରଣା କହିଦେ ଲୋ ଠିକଣା ।

ରଙ୍ଗ ବେରଙ୍ଗ ର ଫୁଲ ମୟୁର ଚୁଳ
ତୁମରୀ ଓଢଣା…

ପାହାଡ ସନ୍ଧିର କଙ୍କଣ ପଥର
ତୁମରୀ ସୁନା ଗହଣା…

ଝରଣା ଲୋ ଝରଣା ଝରି ଯାଲୋ ଝରଣା
ଝରଣା ଲୋ ଝରଣା କହିଦେ ଲୋ ଠିକଣା ।

ପ୍ରକୃତିର ରାଣୀ ସୁନ୍ଦର ବାଣୀ
କାହାକୁ ତୁମେ ଡରନା…

ଗଛଲତା ପଶୁ ପକ୍ଷୀ କୁ ତୁମେ
ଭାବ ନିଜ ଅତି ଆପଣା…

ଝରଣା ଲୋ ଝରଣା ଝରି ଯା ଲୋ ଝରଣା
ଝରଣା ଲୋ ଝରଣା କହି ଦେ ଲୋ ଠିକଣା ।

ନଦୀ ଶଯ୍ୟାରେ ଶାନ୍ତିରେ ସୁଅଁ
ବିଂଚାଇ ନିଜ ବିଛଣା…

ଝରଝର ହୋଇ ଝରି ଯାଅ ତମେ
ପ୍ରକୃତି ର ଖେଳନା…

ଝରଣା ଲୋ ଝରଣା ଝରି ଯା ଲୋ ଝରଣା
ଝରଣା ଲୋ ଝରଣା କହି ଦେ ଲୋ ଠିକଣା ।

ଅଧିକା ବରଷା ହେଲେ ଉଛୁଳି ଉଠ କୂଳେ
କରି ବୃକ୍ଷ ଲତା ପଥର ତାଡନା…

ନର୍ମଳ ଜଳେ ସୁନେଲି କିରଣ
ଦେଖାଯାଏ ଆଇନା…

ଝରଣା ଲୋ ଝରଣା ଝରି ଯା ଲୋ ଝରଣା
ଝରଣାଲୋ ଝରଣା କହି ଦେ ଲୋ ଠିକଣା ।


ହୃଷିକେଶ କୁଶୁଲିଆ ( ଲେଖକ)
ମୁନିଗୁଡ଼ା, ରାୟଗଡ଼ା ।


If the contents are helpful to share them with your friends, Thanking You.

ଗରିବି

 
ଗରିବୀ 



ଗରିବି

ଝାଟି ମାଟି ର ଛଣ ଛପର କୁଡିଆ ଘର ମୋର 
ଶିତ କାକର ବରଷା ଖରା କୁ ଲାଗେ ନାହିଁ ମୋତେ ଡର
ଦେଖାଯାଏ ମୋର ଚାଳ କୁଡିଆ ଘରେ
ଆକାଶ ର ଜହ୍ନ ତାରା
ଦେଖାଯାଏ ମୋର ଚାଳ କୁଡିଆ ଘରେ
ଆକାଶେ ଉଦୟ ସୁର୍ଯ୍ୟ ସୁନେଲି ଖରା ।

ବରଷା ପାଣିରେ ଟିପ ଟିପ ପାଣି 
ଗଲେ ମୋ କୁଡିଆ ଘର ସାରା
ଛଣ ଛପର କୁ ସଜାଡୁ ଥାଏ
ମୁଁ କରି ଫରଫାରା ।

ଘରେ ନାହିଁ ମୋର ଫେନ୍ ଏସି କୁଲର୍
ନାହିଁ ମୋ ପାଖରେ ଗାଡି ଘୋଡା ସ୍କୁଟର 
ଗାଈ କୁକୁଡା ଛେଳି ପଟେ ମୁଁ ପାଳିଛି
ହିଟର୍ ନାହିଁ ଗ୍ୟାସ ଚୁଲା ନାହିଁ
କାଠ ଚୁଲିରେ ନିଆ ମୁଁ ଜାଳୁଛି।

ନାହିଁ ମୋ ପାଖରେ ପ୍ରେସର୍ କୁକର୍ 
ନାହିଁ ଫ୍ରୀଜ୍ ଗଡ୍ ରେଜ୍ ଗ୍ରାଇଣ୍ଡର୍ ଟିବି
ବିଜୁଳି ବତି ନାହିଁ ବୋଲି ଜାଳିଛି 
କିରୋସିନି ବତୀ ଓ ଆଲୁଅ ଡିବି ।

ନାହିଁ ମୋର ପକ୍କା ଘର 
ନାହିଁ ପଲଙ୍କ ସୋଫା ସେଟ୍ ହୁଇଲ ଚେୟାର 
ମାଟି କୁଡିଆ ଘର ହିଁ ମୋ ଜୀବନ 
ବନ୍ୟା ବାତ୍ୟା ରୁ କରେ ମତେ କେୟାର ।

ଜ୍ବର କୁ ମୁଁ ଛଟ ପଟ ହେଲେ ଖାଏ 
ଚେରି ମୁଳି ମେଡିସେନ୍
ଟଙ୍କା ପଇସା ନାହିଁ ବୋଲି
ନିଏ ନାହିଁ ମୁଁ ଇନ୍ ଜେକ୍ ସେନ୍ ।

ଖାଇବା ପିଇବା ଅଭାବ ଯୋଗୁ
ବିଦ୍ୟାଳୟ ନ ଯାଇ
ହୁଏ ମୁଁ ଦିନ ମଜୁରୀଆ କୁଲି
ତେବେ ଯାଇ ଜଳିବ ଆମ ଘର ଚୁଲି ।

ଛିରା ଫଟା କତରା ପୋଷାକ ବି
ପିନ୍ଧି ବାକୁ କୁ ଲାଗେ ନାହିଁ 
ମତେ ଲାଜ,
ମାଗି ଜାଚି ବି ମୁଁ ପେଟ ପାଳେ ତୋରାଣି ଖୁଦ ପେଜ ।

ଖାଲି ପକେଟ ଖାଲି ପେଟ ଶିଖାଏ
ଦୁନିଆର ସବୁ କାମ
ହାଡ ଭଙ୍ଗା ପରିଶ୍ରମ କରାଇ
ଦିଅନ୍ତି ନାହିଁ କେ ଉଚିତ ଦାମ ।

ସାର୍ଟିପିକେଟ ମାଳମାଳ ହୋଇ ପଡିଛି 
ମୋ କୁଡିଆ ଘରେ
ନାହିଁ ଆଜି ରୋଜଗାର
ଅସିମ ଅଭାବ କୁ ସିମିତ ସମ୍ବଳ 
ଜୀବନ ର ଉପହାର ।

ଗରିବି ବଡ ରୋଗ ଟି 
କରୁଛି ମତେ ପତନ
ଗରିବି ହଟାଇବା ପାଇ 
ମୁଁ କରୁଛି ସର୍ବଦା ଚିନ୍ତନ ।


ହୃଷିକେଶ କୁଶୁଲିଆ (ଲେଖକ)
ମୁନିଗୁଡ଼ା, ରାୟଗଡ଼ା ।