Tag Archives: #kids eassay

ପୂର୍ଣ୍ଣ କଳସ ( A Full of Vase)

ପୂର୍ଣ୍ଣ କଳସ ( A Full of Vase)
ପୂର୍ଣ୍ଣ କଳସ ( A Full of Vase)
 
‌ନରସିଂହ ପୁର ଗ୍ରାମରେ ଗୋଟିଏ ବ୍ରାହ୍ମଣ ପରିବାର ବାସ କରୁଥିଲେ । ମୁରବି ହିସାବରେ ପୁରସ୍ତମ ବାବୁ ଘର ଚଳାଉ ଥିଲେ। ସାଙ୍ଗରେ ଥିଲେ ସ୍ତ୍ରୀ ସଙ୍ଗୀତା ସହ ସାତ ଜଣ ଝିଅ । ସେ ବହୁତ୍ ଗରିବ ଥିଲେ । ଭିକ୍ଷା ମାଗି ଯାହା ଆଣୁଥିଲେ ସେଥିରେ ଦିନକର ଖାଦ୍ୟ ହୋଇ ଯାଉଥିଲା । ଝିଅ ମାନଙ୍କ ବିବାହ କେମିତି କରିବେ ତାଙ୍କର ପ୍ରଥମ ଚିନ୍ତା । ରୂପ ରେ ଯେମିତି ଗୁଣରେ ମଧ୍ୟ ସେମିତି ବାପା ମା ତାର ନାମ ରଖିଥିଲେ ‘ପରି’ । ଘର କାମ ରେ ସେ ସବୁବେଳେ ଧ୍ୟାନ ଦିଏ।   ବାକି ଭଉଣୀମାନେ ଖେଳ ଗପ କରନ୍ତି କିନ୍ତୁ ” ପରି ” ସବୁବେଳେ ଘରେ ରୋଷେଇ କରିବା ସହିତ ବାପା ମା ଙ୍କ ସେବାରେ ଲାଗିଥାଏ । ବାପା ଭିକ୍ଷା ମାଗି ଆସିବା ମାତ୍ରେ ପ୍ରଥମେ ବାପାଙ୍କୁ ପାଣି ଦିଏ । ପରି ଉପରେ ମା ଅପେକ୍ଷା ବାପା ଅଧିକ ଭଲ ପାଆନ୍ତି । ଏହିପରି ବ୍ରାହ୍ମଣ ପରିବାର ସୁଖରେ ଦୁଃଖରେ ଦିନ ଗଡୁଥାଏ।
 
ସେହି ଦେଶରେ ସଂଗ୍ରାମ କେଶରୀ ବୋଲି ଜଣେ ରାଜା ଶାସନ କରୁଥିଲେ । ସେ ନିଜ ପୁତ୍ର ପାଇଁ ବହୁତ୍ ଚିନ୍ତିତ ଥିଲେ କାରଣ ତାଙ୍କ ପୁଅ ଅନିତି ଦୁଷ୍କର୍ମ ରେ ଲିପ୍ତ ରହୁଥାଏ । ସେ ଭାବନ୍ତି ରାଜପରିବାର କୁ ଏମିତି ଗୋଟିଏ ବୋହୂ ର ଆବଶ୍ୟକତା ଅଛି ଯିଏ ମୋ ପୁଅ କୁ ଉଚିତ୍ ମାର୍ଗ କୁ ନେଇ ଆସିବ । ଏହା ଭାବି ଦିନେ ସେ ସମୁଦ୍ର କୂଳକୁ  ବୁଲିବା ପାଇଁ ଗଲେ ସେଠାରେ ବସି ସବୁ କଥା ଭାବୁଥାନ୍ତି । ହଠାତ ତାଙ୍କୁ ଜଣେ ” ମହାରାଜ ସଂଗ୍ରାମ ” ବୋଲି ଡାକିବାର ଶୁଣାଗଲା । ସେ ବସିଥିବା ସ୍ଥାନରୁ ଉଠିଯାଇ କିଏ କୋଉଠି ଡାକୁଛି ବୋଲି ରାଜା ପଚାରିଲେ । ମୁଁ ହେଉଛି ସମୁଦ୍ର ରାଜା, ତୁମେ ଏତେ ଚିନ୍ତାରେ ଯାହା ଭାବୁଛ ତାହାର ସମାଧାନ ମୋ ପାଖରେ ଅଛି । ରାଜା ପ୍ରଣାମ କରି ଅନୁରୋଧ କରିଲେ।  ସମୁଦ୍ର ରାଜା କହିଲେ ।  ତୁମକୁ ଗୋଟିଏ ଖାଲି କଳସ ଦେବୀ ସେ କଳସ ରେ ମୂଲ୍ୟବାନ ଜିନିଷ ଯେମିତି ସୁନା, ରୂପା, ଧାନ ଇତ୍ୟାଦି ଯେଉଁ କନ୍ୟା ହାତରୁ ପୂର୍ଣ୍ଣ ହୁଏ ସେ ହେବ ତୁମର ପୁତ୍ର ବଧୂ । ରାଜା ପୁଣି ପଚାରିଲେ ଏହି କଳସ କୁ ଯେ କୌଣସି ସାଧାରଣ କନ୍ୟା ମଧ୍ୟ ପୂର୍ଣ୍ଣ କରିଦେବ । ରାଜାଙ୍କ ର କଥା ଶୁଣି ସମୁଦ୍ର ରାଜା ହସି କୁହନ୍ତି କି ‘ ରାଜା ଏ  ସାଧାରଣ କଳସ ନୁହେଁ ଯେ ଯେକୌଣସି କନ୍ୟା ହାତରୁ ପୂର୍ଣ୍ଣ ହୋଇ ଯିବ।  ଯେଉଁ ଝିଅ ସର୍ବ ଗୁଣି ସମ୍ପୂର୍ଣ୍ଣ ଥିବ ଏବଂ ଜ୍ଞାନୀ ଥିବ ତଥା ମାତା ପିତା କୁ ସମ୍ମାନ କରୁଥିବ ତାର ମନରେ କିଛି ବି ପାପ ଆଶା ନଥିବ ମନଟି ବହୁତ ପବିତ୍ର ହେଇଥିବ । ସେହି ଝିଅ ହାତରେ ହିଁ ଏହି କଳସ ପୂର୍ଣ୍ଣ ହେବ ।
 
ରାଜା କଳସ କୁ ନେଇ ନିଜ ରାଜମହଲ କୁ ଫେରିଗଲେ ମନରେ କେବଳ ଗୋଟିଏ ଚିନ୍ତା ଏହି ରାଜ୍ୟରେ ଏମିତି ଗୁଣି କନ୍ୟା ମୋ ପୁତ୍ର କୁ ମିଳିବ ଯାହା ଫଳରେ ଏହି ରାଜ୍ୟର ଭବିଷ୍ୟତ ବଦଳିବ ଏବଂ ପ୍ରଜାମାନ ଙ୍କ ର ଉତ୍ତମ ଦେଖା ଶୁଣା ହେବ । ସେ ଦୂତ ମାଧ୍ୟମରେ ଏହି ବାର୍ତା ସବୁ ରାଜ୍ୟ କୁ ଜଣାଇଲେ । ରାଜ ମହଲରେ ଗୋଟିଏ କଳସ ଅଛି, ଏହି କଳସ କୁ ଯିଏ ପୂର୍ଣ୍ଣ କରିପାରିବ ସିଏ ହେବ ଏହି ରାଜ ମହଲର ରାଣୀ । ଏହା ଶୁଣି ପ୍ରତ୍ୟକ ରାଜା ନିଜ ନିଜ କନ୍ୟାକୁ ସୁନ୍ଦର ପୋଷାକ ପରିଧାନ କରେଇ ରାଜମହଲ କୁ ଆସିଲେ । କିନ୍ତୁ ସବୁ ରାଜ୍ୟର ରାଜକୁମାରୀ କଳସ କୁ ପୂର୍ଣ୍ଣ କରିବାରେ ସକ୍ଷମ ନ ହେବା ଯୋଗୁ ରାଜା ରାଜ୍ୟର ପ୍ରତ୍ୟେକ ଗ୍ରାମରେ ଏହି ବାର୍ତ୍ତା କୁ ପ୍ରସାର କଲେ ।  ରାଜ୍ୟରେ ଥିବା ସବୁ ସୁନ୍ଦରୀ ଏଥିରେ ଭାଗ ନେଲେ । ଏହି କଥା ବ୍ରାହ୍ମଣ ଝିଅ ମାନେ ମଧ୍ୟ ଜାଣିଲେ ଏବଂ ସେମାନେ ମଧ୍ୟ ଏଠି ଯୋଗ ଦେବାକୁ ବାହାରିଲେ।   କିନ୍ତୁ ବଡ଼ ଝିଅ  ପରିକୁ ମା ଛାଡିଲେ ନାହିଁ। ପରି ଘର କାମରେ ବ୍ୟସ୍ତ ରହିଲା । 
ପୂର୍ଣ୍ଣ କଳସ କାର୍ଯ୍ୟକ୍ରମ ପୁନଃ ଆରମ୍ଭ ହେଲା। ଜଣକ ପରେ ଜଣେ କନ୍ୟା ସେଠି ଯାଇ, ଯିଏ ଯାହା ମୂଲ୍ୟବାନ ଜିନିଷ ଆଣିଥିଲେ ସେ କଳସ ରେ ପୁର୍ଣ୍ଣ କରିବାକୁ ଲାଗିଲେ। ସେଥିରେ ରାଜ୍ୟର ବହୁତ ଜଣ କନ୍ୟା ବିଫଳ ହୋଇ ଫେରିଲେ । ବ୍ରାହ୍ମଣ ଙ୍କର ଛଅ ଝିଅ ମଧ୍ଯ ରୁ ଜଣେ ସେ କଳସ କୁ ଧାନ ରେ ପୁର୍ଣ୍ଣ କରିବାକୁ ଚାହିଁଲା କିନ୍ତୁ ନିଜ ପାଇଁ ଆଣିଥିବା ସବୁ ଧାନ ଦେବା ପରେ ମଧ୍ୟ ସେ କଳସ ପୁର୍ଣ୍ଣ ହେଲା ନାହିଁ । ବାକି ପାଞ୍ଚ ଜଣ ସେ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ସେମାନେ ଭାବିଲେ ଏ କୌଣସି ଯାଦୁ କଳସ ହୋଇଥିବ। ଯେତେ ପୁର୍ଣ୍ଣ କରିବାକୁ ପ୍ରୟାସ ରେ ମଧ୍ୟ ଏହି କଳସ ପୁର୍ଣ୍ଣ ହେଉନାହିଁ । ଚାଲ ଆମେ ଘରକୁ ଫେରିଯିବା । ଦୁଇ ନମ୍ବର ଭଉଣୀ କହିଲା । ଯଦି ଆମ ଭାଗ୍ୟରେ ଥିବ କଳସ ପୁର୍ଣ୍ଣ ହେଇଯିବ ତେବେ ଆମ ଜୀବନ ରେ କୌଣସି ଦୁଃଖ ରହିବ ନାହିଁ । ଏତେ ବଡ଼ ରାଜ ମହଲର ରାଣୀ ହେବାର ସୁଯୋଗ ଆଉ କେବେ ମିଳିବ ନାହିଁ । ମୁଁ ଯାଇ ସେ କଳସ କୁ ପୂର୍ଣ୍ଣ କରିବି । ଗୋଟିଏ ପରେ ଗୋଟିଏ ଭଉଣୀ ଗଲେ ହେଲେ ମଧ୍ୟ କେହି ପୂର୍ଣ୍ଣ କରିପାରିଲେ ନାହିଁ । ରାଜା ବହୁତ ଚିନ୍ତା ରେ ପଡିଗଲେ ଭାବିଲେ କଣ କେହି ବି ଝିଅ ଜନ୍ମ ହେଇନାହାନ୍ତି।  ମୋ ପୁଅ ପାଈଁ  ? ତେବେ ମୋ ପୁଅ ର ଜୀବନ କେମିତି ବଦଳିବ ଆଉ ଭଲ ରାସ୍ତାକୁ କେମିତି ଆସିବ ଭାବି ଚିନ୍ତାରେ ପଡିଲେ। 
 ବ୍ରାହ୍ମଣ ଜଣକ ଭିକ୍ଷା ମାଗି ଘରେ ପହଞ୍ଚିଲେ। ପରି କୁ ପଚାରିଲେ ତୋର ଅନ୍ୟ ଭଉଣୀ ମାନେ ଆଜି କୁଆଡେ ଯାଇଛନ୍ତି । ପରି କୁହେ ସେମାନେ ରାଜାଙ୍କ ଦରବାରକୁ ଯାଇଛନ୍ତି । ରାଜା ନିଜ ପୁତ୍ର ପାଇଁ ସର୍ବ ଗୁଣ ସଂପୂଣ୍ଣ ବୋହୂ ଖୋଜୁଛନ୍ତି  ଏବଂ ସେ ଗୋଟିଏ କଳସ ଦେବେ ସେ କଳସ କୁ ଯିଏ ପୂର୍ଣ୍ଣ କରିବ ସିଏ ହେବ ରାଜ ମହଲର ରାଣୀ । ଏହା ଶୁଣି ବାପା ଖୁସି ହେଲେ ଏବଂ ପରି ବିଷୟରେ ସବୁ ଜାଣି ପରି କୁ କହିଲେ ତୁମେ କଣ ପାଇଁ ସେଠୀ ଯୋଗ ଦେଲ ନାହିଁ । ପରି କହିଲା ମା ଙ୍କ ସେବା ସହିତ ଘର କାମ ଥିଲା। ସଂଧ୍ୟା ହେବାକୁ ଆସୁଥାଏ ବାପା ପରିକୁ ନେଇ ସେଠାକୁ ଗଲେ କିନ୍ତୁ ପୁର୍ଣ୍ଣ କଳସ କାର୍ଯ୍ୟକ୍ରମ ରେ ରାଜା ନିରାଶ ହୋଇ ବନ୍ଦ କରିବାକୁ ଯାଉଥିଲେ ହଠାତ୍ ଶବ୍ଦ ଶୁଣିବାକୁ ମିଳିଲା ।  କ୍ଷମା ଚାହୁଁଛି ମହାରାଜ, ମୋର ଆସିବାର ବିଳମ୍ବ ଯୋଗୁ ମୁଁ ଦଣ୍ଡ ର ପାତ୍ର କିନ୍ତୁ ମୋର ଗୁଣିବାନ୍ ଝିଅ ହାତରୁ ଥରେ କଳସ କୁ ପୁର୍ଣ୍ଣ କରିବାର ସୁଯୋଗ ଦିଅନ୍ତୁ।  ରାଜା ନିରାଶ ହୋଇ ମନା କରିଦେଲେ । ଏବଂ କାର୍ଯ୍ୟକ୍ରମ କୁ ବନ୍ଦ କରିବାର ଆଦେଶ ଦେଲେ।  ସମସ୍ତେ ଦୁଃଖରେ ଫେରିବାକୁ ଲାଗିଲେ। ଏତିକିବେଳେ ରାଜଗୁରୁ ଉପଦେଶ ଦେଲେ ଯେ ମହାରାଜ ବେଳେବେଳେ ଶେଷ ସମୟରେ ଚମତ୍କାର ହୋଇଯାଏ।  ଯଦି ସମ୍ଭବ ତେବେ ଏହି ରାଜ୍ୟର ଶେଷ କନ୍ୟା କୁ ମଧ୍ୟ ସୁଯୋଗ ଦିଅନ୍ତୁ । 
ରାଜ ଗୁରୁ ଙ୍କ ଉପଦେଶ ରେ ରାଜା ପରି କୁ କଳସ ପୁର୍ଣ୍ଣ କରିବାକୁ ସୁଯୋଗ ଦେଲେ ଏବଂ ଆଦେଶ ଦେଲେ ଆପଣ ଆଣିଥିବା ମୂଲ୍ୟବାନ ଜିନିଷ ରେ ଏହି କଳସ ପୁର୍ଣ୍ଣ କରନ୍ତୁ କିନ୍ତୁ ପରି ପାଖରେ ସେମିତି ମୂଲ୍ୟବାନ ଜିନିଷ କିଛି ନଥିଲା। ପରି ରାଜାଙ୍କୁ ଅନୁରୋଧ କରିଲା କି ମହାରାଜ ମୁଁ ରାସ୍ତାରୁ କିଛି ମୂଲ୍ୟବାନ ଜିନିଷ ପାଇଛି ସେ ଗୁଡିକ ଏହି କଳସ ରେ ପୁର୍ଣ୍ଣ କରି ପାରିବି?? ରାଜା କହିଲେ ନିଶ୍ଚୟ !! ପରି ନିଜ ବ୍ୟାଗ୍ ରୁ ଗୋଟିଏ କପଡା ରେ ବନ୍ଧା ଥିବା ପୁଟୁଳି ବାହାର କରିଲା । ପୁଟୁଳି ଖୋଲିଲା ପରେ ସମସ୍ତେ ଦେଖିଲେ ତାହା ଥିଲା କେବଳ ଧୂଳି । ସମସ୍ତେ ଆଶ୍ଚର୍ଯ୍ୟ ହେଲେ । ସେ ସେଥିରୁ ମୁଠାଏ ଧୂଳି ବାହାର କରି ସେହି ପାତ୍ର ରେ ପୁର୍ଣ୍ଣ କରିବାକୁ ଗଲାବେଳେ ମନ୍ତ୍ରୀ ଗଣ ଏହାକୁ ବିରୋଧ କରିଲେ । ସେମାନେ ବିରୋଧ କରିଲେ ଏହି ପବିତ୍ର କଳସ ରେ ଧୂଳି ମାଟି ରେ ପୁର୍ଣ୍ଣ କରା ଯିବ ନାହିଁ କିନ୍ତୁ ରାଜା ପରି କୁ ଅନୁମତି ଦେଇଥିଲେ ସେଥିପାଇଁ ସେ ପରି କୁ ପୁର୍ଣ୍ଣ କରିବାକୁ ଆଦେଶ ଦେଲେ । ମୁଠାଏ ଧୂଳି ପକେଇବା ପରେ ହଠାତ୍ କଳସ ପୁର୍ଣ୍ଣ ହୋଇ ସମସ୍ତ ଧୂଳି ସ୍ଵର୍ଣ୍ଣ ରେ ପରିଣତ ହୋଇ କଳସ ଚମକି ଉଠିଲା। ସମସ୍ତ ଙ୍କ ମନରେ ଖୁସିର ଲହରୀ ଖେଳିଗଲା। ରାଜା ବହୁତ ଖୁସି ହେଲେ । ପରିକୁ ନିଜର ପୁତ୍ର ସହ ବିବାହ କରିବାକୁ ଆଦେଶ ଦେଲେ । ରାଜାଙ୍କ ପୁଅ ପରି କୁ ବିବାହ କରି ଧିରେ ଧିରେ ସରଳ ହେବାକୁ ଲାଗିଲା ଏବଂ ରାଜାଙ୍କ ସବୁ କାର୍ଯ୍ୟ ରେ ସେ ଇଛା ରଖି ରାଜକୁମାର ଭାବେ ନିୟୋଜିତ କରିଲେ। ପରିର କାର୍ଯ୍ଯ ଏବଂ ସ୍ଵାମୀ ପ୍ରତି ଥିବା ଧର୍ମ ଏହା ଛଡା ମହାରାଜ ଏବଂ ମହାରାଣୀ ପ୍ରତି ଭକ୍ତି ରେ ରାଜମହଲ ନୂଆ ରୂପରେ ସୁସଜ୍ଜିତ ହେବାକୁ ଲାଗିଲା । ରାଜା ବ୍ରାହ୍ମଣ ପରିବାର କୁ ରହିବା ଖାଇବା ରେ ଅଭାବ କରିଲେ ନାହିଁ । ସେମାନେ ମଧ୍ଯ ଖୁସିରେ ରହିଲେ । ମହାରାଜ ସେହି ପୂର୍ଣ୍ଣ କଳସ କୁ ନେଇ ନିଜ ଠାକୁର ଘରେ ରଖିଲା ସମୟରେ ତାଙ୍କ ମନରେ ଗୋଟିଏ ପ୍ରଶ୍ନ ଆସିଲା ଯେ ସେ ଚମତ୍କାର ଧୂଳି ପରି କୋଉଠୁ ପାଇଲା ଯାହା ସଙ୍ଗେ ସଙ୍ଗେ ସ୍ଵର୍ଣ୍ଣ ରେ ପରିଣତ ହୋଇଗଲା
ମହାରାଜ ପରି କୁ ପଚାରିଲେ ସେ ଚମତ୍କାର ଧୂଳି ବିଷୟରେ । ପରି କହିଲା ସେଦିନ ବାପା ଆଉ ମୁଁ ରାଜମହଲ ଆସୁଥିବା ସମୟରେ ବାପା ଆଗରେ ଚାଲିଥାନ୍ତି । ବାପା ଚାଲୁଥିବା ସମୟରେ ତାଙ୍କ ପାଦ ଧୂଳି କୁ ମୁଁ ଉଠେଇ ସେ ପୁଟୁଳି ରେ ରଖି ଆସୁଥିଲି । ଏବଂ ମୋ ପାଇଁ ତାଙ୍କ ପାଦ ଧୂଳି ସବୁଠୁ ମୂଲ୍ୟବାନ ଜିନିଷ ଏବଂ ସେହି ମୂଲ୍ୟବାନ ଜିନିଷ ଯୋଗୁ ଆଜି ମୋର ଭାଗ୍ୟ ବଦଳିଛି । ତାଙ୍କ ପାଦ ଧୂଳି ମୋ ପାଇଁ ସବୁଠୁ ବଡ ମୂଲ୍ୟବାନ ଜିନିଷ ଅଟେ । 
 
ମୁଖ୍ୟ ବିନ୍ଦୁ :-
୧. ବାପା ମା ଙ୍କ ସେବା କରିବା ଦରକାର ।
୨. ଆପଣ କର୍ମ କରି ଚାଲ, ସମୟ ଆସିଲେ ଆପଣଙ୍କୁ ନିଶ୍ଚୟ ସୁଫଳ ମିଳିବ ।
୩. ଶେଷ ସମୟରେ ସବୁବେଳେ ଉତ୍ତମ ଫଳ ମିଳେ। 
 
ଲେଖିକା. ପୂଜା ସ୍ୱାଇଁ 
ବୁଗୁଡ଼ା , ଗଞ୍ଜାମ.

ଋତୁ ରାଣୀ (Rutu Rani)

ଋତୁ ରାଣୀ (Rutu Rani)
ଋତୁ ରାଣୀ (Rutu Rani)
 
 
 
ରାମପୁର ନାମକ ଗୋଟିଏ ଗ୍ରାମ ଥିଲା । ସେହି ଗ୍ରାମରେ ବହୁତ୍ ଲୋକ ବାସ କରୁଥିଲେ । ସେହି ଗ୍ରାମରେ ଶ୍ୟାମ ମଉସାଙ୍କ ଘର, ତାଙ୍କର ବହୁତ୍ ବଡ଼ ପରିବାର ଏବଂ ସାଙ୍ଗରେ ଟୁଙ୍ଗୁରୁ ଟାଙ୍ଗୁରୁ ନାତି ନାତୁଣୀ ନେଇ ବଡ ପରିବାର ଟିଏ । ଶ୍ୟାମ ମଉସାଙ୍କ ତିନି ପୁଅ ଓ ଗୋଟିଏ ଝିଅ । ପୁଅ ତିନିଜଣ ବିବାହ କରି ତିନି ବୋହୂ ତା ସହ ସବୁ ପୁଅଙ୍କ ଗୋଟିଏ ଲେଖାଏଁ ପୁଅ । ଝିଅ ମଧ୍ୟ ବିବାହ କରି ଶାଶୂ ଘରେ ରହୁଥାଏ । ସେ ଝିଅର ଗୋଟିଏ ସୁନ୍ଦର ଝିଅ ଟିଏ । ଝିଅର ନାମ ରାଣୀ । ସେ ଅଜାଙ୍କ ଆଉ ମାମୁଁ ମାଇଁ ଙ୍କ ବହୁତ୍ ଗେଲି ଥିଲା । ସମସ୍ତେ ରାଣୀକୁ ବହୁତ ଭଲ ପାଉଥିଲେ । ଶ୍ୟାମ ମଉସା ଦିନେ ଝିଅକୁ କିଛିଦିନ ପାଇଁ ଘରକୁ ରହିବା କୁ ଡାକିଲେ । ଝିଅ ନିଜ ଝିଅ ରାଣୀକୁ ନେଇ ନିଜ ବାପା ଘରକୁ କିଛିଦିନ ରହିବାକୁ ଆସିଲା । ରାଣୀକୁ ଦେଖି ଶ୍ୟାମ ମଉସା ନିଜ କୋଳକୁ ନେଇ ରାଣୀକୁ ଗେଲ କରିଲେ, ତିନି ମାମୁଁ ତିନି ମାଇଁ ମଧ୍ୟ ବହୁତ ଖୁସିହେଲେ । ରାଣୀ ତା ବାପା ସାଙ୍ଗରେ ଆମେରିକା ରେ ରହୁଥିଲା । ପ୍ରାୟ 03 ବର୍ଷ ତଳେ ଆସିଥିଲା କିନ୍ତୁ ସେତେବେଳେ ସେ 02 ବର୍ଷ ର ଥିଲା । ସମସ୍ତଙ୍କ ଠୁ ରାଣୀ ଛୋଟ । ଗାଁ ର ପରିବେଶ କେବେ ଦେଖିନଥାଏ । ଗାଁରେ କାଉ ଓ କୋଇଲି ର ସ୍ୱର ଶୁଣେ । ସେ ଗାଁ ର ପ୍ରାକୃତିକ ପରିବେଶ କୁ ଦେଖି ବହୁତ୍ ଖୁସି ହେଉଥାଏ । ଦିନେ ଅଜା ସହ କ୍ଷେତ କୁ ବୁଲିବାକୁ ବାହାରିଲା । ଅଜା, ରାଣୀକୁ କ୍ଷେତ ଦେଖେଇବା ପାଇଁ ସାଙ୍ଗରେ ନେଲେ। ସେ ସବୁ ଦେଖି ଅଜାଙ୍କୁ ପଚାରେ । ଏଇଟା କଣ ,ସେଇଟା କଣ ଏହି କ୍ଷେତରେ କଣ ଲଗା ହୋଇଛି । ଅଜା ତାକୁ କୁହନ୍ତି ଏହା ଆମର ଖାଦ୍ୟ ଯେଉଁ ଖାଇବାକୁ ଆମେ ଖାଦ୍ୟ ରୂପରେ ପାଇଥାଉ ସବୁ ଏଇ କ୍ଷେତ ରୁ ହିଁ ହୁଏ । ଏବେ ଏଠି ଧାନ ଚାଷ କରାଯାଇଛି । କିଛିଦିନ ପରେ ଏହା ଅମଳ କରି ଚାଉଳ କରାଯିବ । ପୁଣି ଏହି ଜମିରେ କିଛି ଚାଷ କରାଯିବ । ଅଜା ବଗିଚା ଭିତରକୁ ନେଇଗଲେ, ସେଠି ରାଣୀ ଗଛ ଗୁଡ଼ିକ କୁ ଦେଖି ଗଛ ରୁ ଫଳ ତୋଳି ବାକୁ ଇଛା କରିଲା ଏବଂ ଅଜା ରାଣୀ କୁ ତୋଳିବାରେ ସାହାଯ୍ୟ କଲେ। ବଗିଚା ରେ କୋଳି, ଆମ୍ବ, ପିଜୁଳି, ଲେମ୍ବୁ ନାନା ପ୍ରକାର ଗଛ ଥାଏ । ସବୁ ଗଛକୁ ଦେଖି ରାଣୀ ଅଜାକୁ ପଚାରୁ ଥାଏ । ଅଜା କୁହନ୍ତି ବଉଳ ଫୁଲ ଧରିଛି ପୁଣି ଫଳ ଆସିବ ଆମ୍ବ ପାଚିବ ଆଉ ଆମ୍ଭେ ମାନେ ସବୁ ମିଶି ଖାଇବା। ରାଣୀ ପଚାରେ, ଅଜା ?? ସବୁଗଛ ରେ ଫୁଲ ଅଛି ଏହି ଗଛରେ କଣ ପାଇଁ ନାହିଁ ?? ଅଜା କୁହନ୍ତି ଋତୁ ଅନୁସାରେ ଫଳ ଆସେ । କେଉଁ ଋତୁ ରେ କେଉଁ ଫଳ ଆସେ । ଏହି ଋତୁ ରେ ସବୁ ଫଳ ହେବନାହିଁ । ତେଣୁ ସେହି ଗଛରେ ଫୁଲ ଆସି ନାହିଁ । ରାଣୀ ଅଜା ଙ୍କୁ ପୁଣି ପଚାରେ, ଅଜା ତୁମେ କିପରି ଏସବୁ ବିଷୟରେ ଜାଣିପାରୁଛ । ଆମର ଛଅ ଋତୁ ଅଛି ସେଥିରୁ ଆମେ ତିନୋଟି ଋତୁ ଅନୁଭବ କରିପାରୁଛୁ । ଯେମିତି ଗ୍ରୀଷ୍ମ, ବର୍ଷା, ଶୀତ ଋତୁ କୁ ଅନୁଭବ କରିପାରୁଛନ୍ତି । ଯଦି ଖରା ଅଧିକ ହେବ ଆମେ ଜାଣୁ କି ଏବେ ଗ୍ରୀଷ୍ମ ଋତୁ ଚାଲିଛି । ସେହିପରି ବର୍ଷା ହେଲେ ବର୍ଷା ଋତୁ ଚାଲିଛି । ଶୀତ ହେଲେ ଶୀତ ଋତୁ ଚାଲିଛି ବୋଲି ଜାଣିପାରୁ । ଆଚ୍ଛା ଅଜା କେଉଁ ଋତୁ ରେ ଫୁଲ ଆସେ କେଉଁ ଋତୁରେ ଫଳ ଆସେ । ଗ୍ରୀଷ୍ମ ଋତୁରେ ମାଟି ବହୁତ୍ ଉତପ୍ତ ହେଇ ଗରମ ହୋଇ ରହିଥାଏ । ସବୁ ଗଛର ପତ୍ର ମଧ୍ୟ ଝଡିଯାଇଥାଏ । ପୁଣି ବର୍ଷା ଋତୁ ଆସେ । ବର୍ଷାହୋଇ ମାଟି ମାକୁ ଆମର ଓଦାକରି ସବୁ ଜମି ଗଛଲତା ଜଳପୂର୍ଣ୍ଣ ହୋଇ ଚାରିଆଡ଼େ ଘନ ଘନିଆ ପରିବେଶ ହୋଇଯାଏ । ସେତେବେଳେ ପ୍ରାକୃତିକ ପରିବେଶ ବହୁତ୍ ସୁନ୍ଦର ଦେଖାଯାଏ ।ଶୀତ ଋତୁରେ ବହୁତ୍ ଗଛରେ ଫୁଲ, ଫଳ ଆସେ ପୁଣି ଗ୍ରୀଷ୍ମ ଋତୁରେ ଫଳ ପାଚିଥାଏ । ଅଜା ପଚାରିଲେ ଏହି ଋତୁ ମାନଙ୍କ ଭିତରୁ ତମକୁ କୋଉ ଋତୁ ଭଲ ଲାଗିଲା କୁହ । ରାଣୀ କହେ ମୋତେ ସବୁ ଋତୁ ଭଲଲାଗେ । ଯଦି ଗୋଟିଏ ଋତୁ ହେଇଥାନ୍ତା ତେବେ ଆମକୁ ଠିକ୍ ସମୟରେ ଖାଦ୍ୟ ମିଳି ନଥାନ୍ତା । ତେଣୁ ମୋତେ ସବୁ ଋତୁ ଭଲ ଲାଗେ । ପରଦିନ ରାଣୀ ଅଜା କୁ କୁହେ ଅଜା ମୁଁ ଆଜି ପୁରା ଗାଁ ବୁଲିବି । ଗାଁ ର ଲୋକ କେମିତି କଣ କାମ କରନ୍ତି ଦେଖିବି । ଅଜା ରାଣୀକୁ ନିଜ ସାଙ୍ଗରେ ନେଇ ଗାଁ ଭିତରକୁ ଯିବା ମଧ୍ୟରେ ଗୋଟିଏ ସୁନ୍ଦର ପଦ୍ମ ପୋଖରୀ ଦେଖେ । ସେଠି କିଛି କେଉଟ ମାଛ ଧରୁଥିଲେ । ଅଜାଙ୍କୁ ରାଣୀ କୁହେ ସେହି ପାଣି ଭିତରେ ଲୋକଟି କଣ କରୁଛି ଅଜା ? ଅଜା କୁହନ୍ତି କି ସେ ହେଉଛି ଆମ ଗାଁ ର କେଉଟ ମାନେ । ସେ ଏହି ପୋଖରୀ ର ମାଛ କୁ ନେଇ ଗାଁ ରେ ଲୋକଙ୍କୁ ବିକ୍ରି କରେ । ପୁଣି କିଛି ବାଟ ଯିବା ପରେ ଦେଖିଲା ଗୋଟିଏ ଲୋକ ମାଟି ଚକଡି ଏବଂ ଅନ୍ୟ ଜଣେ ପାତ୍ର ବନେଇବାର ଦେଖେ । ଅଜା ଏହି ଲୋକ ଏଠାରେ କଣ ପାଇଁ କାଦୁଅରେ ଲାଗିଛନ୍ତି । ଆରେ ସେ କାଦୁଅରେ ଲାଗି ନାହିଁ ସେ ମାଟିକୁ ଦଳି ଚକଡ଼ି ସେ ସେଥିରେ ମାଟିପାତ୍ର ପାଇଁ ଯୋଗାଡ କରୁଛି। ତାକୁ କୁମ୍ଭାର ବୋଲି କୁହାଯାଏ । ସେ ବହୁତ୍ ଜିନିଷ ମାଟିରେ ତିଆରି କରେ । ତାକୁ ବିକ୍ରି କରି ନିଜ ପରିବାର ପୋଷଣ କରେ । ଦୁହେଁ ପୁଣି କିଛି ବାଟ ଗଲାପରେ ଗୋଟିଏ ଲୋକ ସୁନ୍ଦର ଚୌକି ଖଟ କାଠ ର ବିଭିନ୍ନ ଜିନିଷ ବନେଇବାର ଦେଖେ । । ଅଜା ଏସବୁ କଣ କରୁଛନ୍ତି ? ଏହା ସବୁ ହେଉଛି କାଠରେ ତିଆରି ଜିନିଷ ଯାହାକୁ ଆମ ଘରେ ବ୍ୟବହାର କରୁଛନ୍ତି । ଘର ସାଜସଜ୍ଜା ରେ ବି ବ୍ୟବହାର ହୁଏ । ଅଜା ଏବେ ଚାଲ ଘରକୁ ଯିବା ବହୁତ ଜାଗା ବୁଲିଲେ । ତାପରେ ଦୁହେଁ ଘରକୁ ଆସିଲେ । ରାଣୀ ଘରକୁ ଆସି ନିଜ ମା କୁ ସବୁ କଥା କୁହେ । ରାଣୀ ଯାହା ସବୁ ଦେଖିଥିଲା ସବୁ ଗୋଟି ଗୋଟି କରି କହିଲା । ମା ବୁଝେଇ କୁହନ୍ତି । ସହର ର ଯାକ ଜକମ ରେ ସ୍ୱଳ୍ପ ଖୁସି ଥାଏ କିନ୍ତୁ ପରମ ସୁଖ ତ ଏଇ ଗାଁ ରେ ମିଳେ । ଏଠି ଆମକୁ ସ୍ବର୍ଗ ପୁର ଭଳି ସବୁକିଛି ମିଳିଯାଏ । ରାଣୀ କହେ ମା ମୁଁ ଆଉ ସହରକୁ ଯିବି ନାହିଁ। ରାଣୀ ପଢ଼ିବାରେ ବହୁତ୍ ଭଲ ଥିଲା ପ୍ରଥମ ରୁ ପଞ୍ଚମ ବାହାରେ ପଢ଼ିବା ପରେ ସେ ଅଜା ପାଖରେ ରହି ପାଠ ପଢିଲା। ରାଣୀ ର ବାପା ବାହାରେ ରୁହନ୍ତି କିନ୍ତୁ ରାଣୀ ଗାଁ ର ପରିବେଶ କୁ ଏତେ ଭଲ ପାଏ ଯେ ତାକୁ ସହର କେବେ ଭଲ ଲାଗୁନଥିଲା । ବର୍ତମାନ ରାଣୀ ଗାଁ ସ୍କୁଲ୍ ରେ ଶିକ୍ଷୟତ୍ରୀ ଭାବରେ ଗାଁ ସ୍କୁଲ୍ ରେ ଛୋଟ ପିଲା ମାନଙ୍କୁ ପାଠ ପଢ଼ାଏ ଏବଂ ଗାଁ ରେ ଗଛ ଲଗେଇବା , ପରିବେଶ କୁ ସଫା କରିବା , ଗାଁ ପରିମଳ କରିବା କାର୍ଯ୍ୟ କରେ। ଗାଁ ରେ ଋତୁ ଅନୁସାରେ ଫଳ ପନିପରିବା ଲଗେଇବା ଏବଂ ଗାଁ ଲୋକଙ୍କୁ ଉତ୍ତମ ଚାଷ ପଦ୍ଧତି ବିଷୟରେ ଶିକ୍ଷା ଦେବା ର କାର୍ଯ୍ୟକ୍ରମ ଆୟୋଜନ କରେ । ଲୋକେ ମଧ୍ୟ ରାଣୀ ସହିତ ସହଯୋଗ କରିଥାନ୍ତି । ଏବେ କିଛି ଦିନ ପୂର୍ବେ ଗାଁ କୁ ଜିଲ୍ଲାପାଳ ଭ୍ରମଣ ପାଇଁ ଆସିଥିଲେ ଏବଂ ସେ ରାଣୀ ର ଗ୍ରାମ କୁ ସ୍ୱଚ୍ଛ ଗ୍ରାମ ବୋଲି ଘୋଷଣା କରି ରାଣୀ କୁ ଋତୁ ରାଣୀ ର ଉପାଧି ମଧ୍ୟ ଦେଲେ ।
 
ମୁଖ୍ୟ ବିନ୍ଦୁ:- 
୧. ନିଜ ଗୁରୁଜନ ଙ୍କ ଠାରୁ ସବୁ ଜିନିଷ ବିଷୟରେ ପଚାରି ବୁଝିବା ଦରକାର । 
 
୨. ଗାଁ ପରିମଳ ରେ ସହଯୋଗ କରିବା ଦରକାର। 
 
୩. ଆମ ପରିବେଶ କୁ ସ୍ବଚ୍ଛ ରଖିଲେ ଆମକୁ ସର୍ବଦା ଉତ୍ତମ ଜଳବାୟୁ ମିଳିଥାଏ । 
 
 
By. Puja Swain 
Buguda, Ganjam.
 

ସ୍ଵର୍ଗର ଅପସରି (Angel)

ସ୍ଵର୍ଗର ଅପସରି (Angel)
ସ୍ଵର୍ଗର ଅପସରି (Angel)
ଗୋଟିଏ ଗ୍ରାମରେ ଭଦ୍ର ବ୍ୟକ୍ତି ଏବଂ ତାର ସ୍ତ୍ରୀ ସହିତ ରହୁଥିଲା । ତା ପାଖରେ ଧନ ର ଭଣ୍ଡାର ଥିଲା କିନ୍ତୁ ବେଳେବେଳେ ସେ ଦାନ ଧର୍ମ ମଧ୍ୟ କରେ। ସେ ତାର କନ୍ୟା ଓ ଗୋଟିଏ ପୁତ୍ର ଏବଂ ପୁତ୍ରବଧୂ ସହିତ ରହୁଥିଲେ । ସ୍ବାମୀ ସହ ସ୍ତ୍ରୀ ଜଣକ ବହୁତ୍ ଦାନ ଧର୍ମ କରୁଥିଲେ । ବହୁ ଯୋଗୀ ଋଷିି ତାଙ୍କ ଘର ଦୁଆର କୁ ଭିକ୍ଷା ନିମନ୍ତେ ଆସିଥାନ୍ତି । ଯେଉଁ ବ୍ୟକ୍ତି ବି ତାଙ୍କ ଘରକୁ ଆସେ କେହି ମଧ୍ୟ ଖାଲି ହାତରେ ଫେରେ ନାହିଁ । ଏମିତି ଦାନ କରି ସେ ଦୁହେଁ ବହୁତ ଖୁସି ରହୁଥିଲେ ।ଲୋକଙ୍କ ସେବା ମଧ୍ୟ କରୁଥିଲେ । ଯାହାର କୌଣସି ଅସୁବିଧା ହୁଏ ତେବେ ପ୍ରଥମେ ଏହି ସ୍ବାମୀ ଓ ସ୍ତ୍ରୀ ପାଖକୁ ଆସିଥାନ୍ତି । ଜଣେ ସାଧୁବାବା ପ୍ରତିଦିନ ଭିକ୍ଷା ନିମନ୍ତେ ଆସୁଥାଏ । ସ୍ତ୍ରୀ ଜଣକ ନିଜ ଝିଅ ହାତରୁ ସବୁଦିନ ସାଧୁବାବା କୁ ଭିକ୍ଷା ଦେଉଥିଲେ । ସାଧୁବାବା ଭିକ୍ଷା ନେବା ସମୟରେ କନ୍ୟା ଜଣକ ର ମୁହଁ କୁ ଦେଖି କିଛି ମଧ୍ୟ କୁହନ୍ତି ନାହିଁ ଏବଂ ଖୁସି ରେ ଭିକ୍ଷା ଗ୍ରହଣ କରି ଚାଲି ଯାଆନ୍ତି।


ଦିନେ ଭିକ୍ଷା କନ୍ୟା ବଦଳରେ ବୋହୂ ଆସିଲା । ଭିକ୍ଷା ଦେବା ପରେ ସାଧୁବାବା ଜଣକ ତାକୁ ବହୁତ ଆଶ୍ରିବାଦ କଲେ । ତା ପର ଦିନ ପୁଣି କନ୍ୟା ଭିକ୍ଷା ଦେବା ପାଇଁ ଆସିଲା।   କିନ୍ତୁ ତାହାର ଭିକ୍ଷା ନେବା ସମୟରେ ସାଧୁବାବା କିଛି ଆଶୀର୍ବାଦ ନ ଦେଇ ଧିରେ ଚାଲିଗଲେ । ସାଧୁବାବାଙ୍କୁ ସ୍ତ୍ରୀ ଜଣଙ୍କ ପଚାରିଲେ । ହେ ସାଧୁ ବାବା ଆପଣ ମୋ ବୋହୂ କୁ ଆଶୀର୍ବାଦ ଦିଅନ୍ତି କିନ୍ତୁ ମୋ କନ୍ୟାକୁ ଆଶୀର୍ବାଦ ଦିଅନ୍ତି ନାହିଁ ।  କାରଣ କଣ !! ଏହା ଶୁଣି ସାଧୁ ଜଣକ କୁହନ୍ତି । ତମ ଝିଅ ର ଭାଗ୍ୟ ବିଷୟରେ ମୁଁ ଜାଣି ପାରୁନି ଏବଂ ତାର ଭବିଷ୍ୟତ କଣ ହେବ ସେ ବିଷୟରେ ଚିନ୍ତିତ ।  ତେଣୁ ମୁଁ କିଛି ଆଶୀର୍ବାଦ କରିପାରୁନାହିଁ ।  ତୁମ ଝିଅ ବିଷୟରେ ଜଣେ ହିଁ କହି ପାରିବ ତୁମେ ଯାଇ ତାକୁ ପଚାର ।  ଏହା ଶୁଣି ସ୍ତ୍ରୀ ଜଣକ ପଚାରିଲେ ଯେ କିଏ ସିଏ କୁହନ୍ତୁ ମୁଁ ଯାଇ ତାଙ୍କୁ ପଚାରିବି । ସାଧୁ ଜଣକ କହିଲେ ନଦୀ ତଟରେ ଜଣେ ଧୋବା ଲୋକ ରହୁଛି । ତାର ସ୍ତ୍ରୀ କୁ ପଚାରିବ, ସେ ସବୁ କଥା କହିବ । ଏହା ଶୁଣି ସ୍ତ୍ରୀ ଜଣକ ତାର ପରଦିନ କିଛି ଟଙ୍କା ଗହଣା ଶାଢ଼ୀ ନେଇ ସେ ଧୋବା ର ସ୍ତ୍ରୀ ପାଖକୁ ଗଲେ । ଧୋବା ର ସ୍ତ୍ରୀ ଧନୀ ସ୍ତ୍ରୀ ଜଣକୁ ଦେଖି ଆଶ୍ଚର୍ଯ୍ୟ ହେଇ ପଚାରେ କି କେଉଁ କାମ ଲାଗି ତୁମେ ମୋ କୁଡିଆ କୁ ଆସିଛ ?  ଏବଂ କଣ ଦରକାର ତୁମକୁ ?  ସ୍ତ୍ରୀ ଲୋକ ଜଣକ କୁହନ୍ତି ମୁଁ ତମ ସହ ମୈତ୍ର ବାନ୍ଧିବାକୁ ଆସିଛି ଏହା ଶୁଣି ଧୋବା ର ସ୍ତ୍ରୀ ଖୁସି ହେଇ ତା କଥା ରେ ରାଜି ହୋଇଗଲା। ତାପରେ ଦୁଇଜଣ ମୈତ୍ର ହୋଇଗଲେ । ସ୍ତ୍ରୀ ଜଣକ ଧୋବା ର ସ୍ତ୍ରୀ କୁ କଥା ଆଳରେ ସାଧୁ କହିବା କଥାକୁ କୁହନ୍ତି । ତାହା ଶୁଣି ଧୋବା ର ସ୍ତ୍ରୀ କୁହେ ତମ ଝିଅର ଅତୀତ ବହୁତ୍ ଖରାପ।  ସେ ଗତ ଜନ୍ମରେ ବହୁତ୍ ବଡ଼ ପାପ କରିଛି ସେ ଏହି ଜନ୍ମରେ ତାକୁ ଭୋଗିବାକୁ ପଡ଼ିବ । ସ୍ତ୍ରୀ ଜଣକ ଏହି କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ଏବଂ କହିଲେ କି ଏବେ କଣ କରାଯାଇପାରିବ ।ଧୋବା ର ସ୍ତ୍ରୀ ଆଶ୍ୱାସନା ଦେଇ କହିଲା,  ମୁଁ ତମକୁ କହିବି କଣ କରାଯାଇ ପାରିବ ତୁମେ ତୁମେ ଏବେ ଘରକୁ ଯାଅ । ସ୍ତ୍ରୀ ଲୋକଟି ଘରକୁ ଚାଲିଯାଏ । ଧୋବା ର ସ୍ତ୍ରୀ ଭାବେ କି ମୁଁ ୟାକୁ କିଛି ମିଛ କହିଦେବୀ । ୟାକୁ ତ ମୁଁ ଯାହା କହିବି ସେ ସବୁକୁ ବିଶ୍ୱାସ କରିବ । ଏହା ଭାବି ସେ ତା ମନରେ ଭାବେ କି ତା ଝିଅକୁ ମୋ ପୁଅ ସହ ବିବାହ କରିବାକୁ କହିଲେ ମଧ୍ୟ ରାଜି ହେଇଯିବ । ମିଛ କହିକି ବାହା କରେଇଦେବି ଆଉ ସବୁ ସଂପତ୍ତି ମୋର ହେଇଯିବ । ଏହା ଭାବି ଭାବି ସେ ସ୍ତ୍ରୀ ଜଣକ ପାଖକୁ ଯାଏ । ଅତୀତ ର ପ୍ରତିକାର ବିଷୟରେ କହିଲା ଏବଂ କୁହେ ମୈତ୍ର ମୁଁ ଝିଅ ର ଭାଗ୍ୟ ଦେଖି ଜାଣିଲି ଯେ ଏହି ଝିଅ ଜଣକ ସହ ବିବାହ କରିବ ସେ ପୁଅ ବହୁତ୍ ଗରିବ ହେଇଥିବ ଏବଂ ତୁମ ଜାତି ଠାରୁ ଅଲଗା ହୋଇଥିବ। ଏହି ବିବାହ ଆଗାମୀ ପୂର୍ଣ୍ଣମୀ ପୂର୍ବରୁ ହେବା ଦରକାର।  ଏବଂ ପୂର୍ଣ୍ଣମୀ ଆଉ ୨ ଦିନ ପରେ ଅଛି ମାନେ ଏହି ଦୁଇଦିନ ମଧ୍ୟ ରେ ବିବାହ କରିବ ତେବେ ଯାଇ ତୁମ ପରିବାର ସହ ତୁମ ଝିଅର ଜୀବନ ମଧ୍ୟ ବଞ୍ଚି ରହିବ ।

ଯଦି ବିବାହ ନହୁଏ ତେବେ ତୁମ ପରିବାରର ସମସ୍ତଙ୍କ ର ମୃତ୍ୟୁ ଘଟି ପାରେ । ଏହା ଶୁଣି ସ୍ତ୍ରୀ ଲୋକଟି ବହୁତ୍ ଡରିଗଲା ଏବଂ ନିଜ ସ୍ବାମୀଙ୍କୁ ଯାଇ ସବୁ କଥା କୁହେ।  ଏହା ଶୁଣି ସ୍ବାମୀ କୁହେ ଦୁଇଦିନ ଭିତରେ ଆମକୁ ଯୋଇଁ ପୁଅ କୋଉଠୁ ମିଳିବ ସେ ବି ନିଜ କୁଳର ହେଇନଥିବ । ତାହା ଶୁଣି ଧୋବା ର ସ୍ତ୍ରୀ କୁହେ ତମେ ଯଦି ଖରାପ ନ ଭାବ ତେବେ ମୁଁ ମୋର ଗୋଟିଏ ମତ ଦେବୀ । ସ୍ତ୍ରୀ ଲୋକ ଜଣକ କୁହେ ଖରାପ କଣ ପାଇଁ ଭାବିବୁ ତୁମେ ତ ମୋ ପରିବାରକୁ ବଞ୍ଚେଇବାକୁ ଚାହୁଁଛ କୁହ କଣ କରାଯାଇ ପାରିବ । ଧୋବା ର ସ୍ତ୍ରୀ ଜଣକ କୁହେ ତୁମ ଝିଅକୁ ଯଦି ମୋ ପୁଅ ସହ ବିବାହ କରିବ ତେବେ କେମିତି ହେବ ଏବଂ ଆମ ଜାତି ମଧ୍ୟ ଅଲଗା। ସ୍ତ୍ରୀ ଲୋକଟି ଆଉ କିଛି ନ ଭାବି ସଙ୍ଗେ ସଙ୍ଗେ ହଁ କରିଦେଲେ । ଧୋବା ର ସ୍ତ୍ରୀ ଘରକୁ ଆସି ବହୁତ ଖୁସି ହେଇ ନିଜ ପୁଅର ଫେରିବା ବାଟ କୁ ଚାହିଁ ରହିଥାଏ ଖୁସି ଖବର ଜଣେଇବା ପାଇଁ । ସ୍ତ୍ରୀ ଜଣକ ସାଧୁ ଜଣକୁ ଦେଖା କରିବା ପାଈଁ ଯାଆନ୍ତି । ସାଧୁ ଙ୍କୁ ଦେଖି ପ୍ରଣାମ କରି କୁହନ୍ତି ବାବା ଆପଣଙ୍କ ପାଇଁ ସବୁ ଠିକ୍ ହେଇଗଲା । ଆପଣ ଆସି ମୋ କନ୍ୟାକୁ ଆଶୀର୍ବାଦ କରି ପାରିବେ କିନ୍ତୁ ସାଧୁ ବାବା ସ୍ତ୍ରୀ ଲୋକ କଥା ଶୁଣି ଆଶ୍ଚର୍ଯ୍ୟ ହୋଇ କହିଲେ ଏଇ ଝିଅ ତ ସ୍ବର୍ଗ ର ଅପସରୀ ଅଟେ ୟାକୁ କିଏ ବିବାହ କରିବ। ସ୍ତ୍ରୀ ଜଣକୁ ପଚାରିବାରୁ ସେ ଧୋବା ର ସ୍ତ୍ରୀ କହିଥିବା ସବୁ କଥା କୁହେ । ସାଧୁ ସବୁ କଥା ଶୁଣି କହିଲେ ସେ ଯାହା ସବୁ କହିଛି ସବୁ ମିଛ କହିଛି । ଚାଲ ଆମ୍ଭେ ଦୁଇ ଯାଇ ପଚାରିବା । ସଙ୍ଗେ ସଙ୍ଗେ ସାଧୁ ଏବଂ ସେ ସ୍ତ୍ରୀ ଜଣଙ୍କ ଧୋବା ଘରକୁ ଗଲେ।  ଯେତେବେଳେ ପହଞ୍ଚିଲେ ଦ୍ଵାର ପାଖରେ ପହଞ୍ଚି ଶୁଣିବାକୁ ପାଇଲେ।  ଧୋବା ର ସ୍ତ୍ରୀ ନିଜ ପୁଅ କୁ କହୁଥାଏ। ତୁ ସେଇ କନ୍ୟାକୁ ବିବାହ କରିବୁ ବହୁତ ଧନ ସମ୍ପତ୍ତି ଆମ୍ଭ ଘରକୁ ଆସିବ ଆଉ ଆମେ ଗରିବ ରହିବା ନାହିଁ । ସେହି କନ୍ୟାଟି ଗୋଟାଏ ସ୍ବର୍ଗ ର ଅପସରି ତୋତେ ବିବାହ କରିବା ମାତ୍ରେ ସେ ସବୁ କିଛି ଛାଡ଼ି ସ୍ବର୍ଗ କୁ ଚାଲିଯିବ । ତୁ ପୁଣିଥରେ ଆଉ ଜଣକୁ ବିବାହ କରିବୁ । ଏହି କଥା ଶୁଣି ସାଧୁ ବାବା ବହୁତ୍ ରାଗିଲେ ଏବଂ ଦୁହେଁ ସେଠୁ ଫେରି ଆସିଲେ ।

ସାଧୁ ଜଣକ ଆସୁଥିବା ରାସ୍ତାରେ ମୁରୁକି ହସୁଥିଲେ। ସ୍ତ୍ରୀ ଜଣଙ୍କ ପଚାରିଲେ  ସାଧୁ ବାବା ଆପଣ ତା କଥା ଶୁଣି ହସୁଛନ୍ତି । ସାଧୁ ବାବା କହିଲେ ସେ ତୋ ଝିଅ ର ଭାଗ୍ୟ କଥା ଠିକ୍ କହିଛି କିନ୍ତୁ ଲୋଭ ରେ ତୋ ଝିଅ ର ପୁରା ଭାଗ୍ୟ ଦେଖି ନାହିଁ । ସ୍ତ୍ରୀ ଜଣକ ପଚାରିଲେ ଆପଣ କଣ କହୁଛନ୍ତି ମୁଁ କିଛି ଜାଣି ପାରୁନି।  ସାଧୁ ଜଣଙ୍କ କହିଲେ ଧୋବା ର ସ୍ତ୍ରୀ ଯାହା କହୁଛି ତାହା ସତ କଥା । ପ୍ରକୃତରେ ତୋ ଝିଅ ର ବିବାହ ପରେ ଯୋଉ ପୂର୍ଣ୍ଣମୀ ଆସିବ ସେହି ପୂର୍ଣ୍ଣମୀ ର ଚନ୍ଦ୍ରାଲୋକ ପଡ଼ିଲେ ସେ ତାର ଅସଲ ରୂପ ମାନେ ଅପସରୀ ରୂପ କୁ ଆସି ଯିବ ଏବଂ ସେ ସବୁ ଦିନ ପାଇଁ ତୁମ ମାନଙ୍କୁ ଛାଡି ସ୍ୱର୍ଗକୁ ଚାଲିଯିବ। ତୋ ଝିଅ ସାଙ୍ଗରେ ଯାହା ଧନ ସମ୍ପତି ନେଇ ଯାଇଥିବ ସେ ସବୁ ତୋ ଝିଅ ଅପସରୀ ହେବା ପରେ ଅଦୃଶ୍ୟ ହୋଇଯିବ । ଏହି କଥା ଶୁଣି ଦୁହେଁ ସ୍ବାମୀ ସ୍ତ୍ରୀ ଦୁଃଖୀ ହେଲେ । କିନ୍ତୁ ବିଧିର ବିଧାନ କେ କରିବ ଆନ ।

ସାଧୁ ମତ ଦେଲେ, ସେ ଯାହା ଯୋଜନା କରୁଛି କରୁ ତୁମ କାମ ହେଲା ତୁମ ଝିଅ କୁ ମୁକ୍ତି ମିଳିବା ଦରକାର । ତୁମେ ତୁମ ଝିଅ ର ବିବାହ କାର୍ଯ୍ୟ ଆରମ୍ଭ କର । ବିବାହ ସରିଲା , ଧୋବା ର ସ୍ତ୍ରୀ ମନେମନେ ଖୁସି ହେଉଥିଲା । ଏପଟେ ଝିଅ ର ବାହାଘର ତଥା ମୁକ୍ତି ପାଇଁ ସ୍ବର୍ଗକୁ ଯିବା ଭାବି ଦୁଃଖୀ ହେଉଥିଲେ । ଝିଅ ବାହାଘର ପରେ ଧୋବା ଘରକୁ ଆସିଲା ସାଙ୍ଗରେ ବହୁତ୍ ଧନ ନେଇ ଆସିଲା । ବାହାଘର ପର ଦିନ ପୂର୍ଣ୍ଣମୀ ସନ୍ଧ୍ୟାରେ ।ପୂର୍ଣ୍ଣମୀ ର ଚନ୍ଦ୍ରଲୋକ ପଡ଼ିଲା ପରେ ସେ ଝିଅ ନିଜ ଅପସରୀ ରୂପ କୁ ଆସିଗଲା। ଧୋବା ସ୍ତ୍ରୀ ମନେ ମନେ ବହୁତ୍ ଖୁସି ହେଉଥିଲା । ଅପସରୀ ର ମା ଏବଂ ବାପା ସମସ୍ତେ ଝିଅ କୁ ଅନ୍ତିମ ସମୟରେ ଦେଖା କରିବାକୁ ଆସିଲେ । ଅପସରୀ କହିଲା ଆପଣ ମାନଙ୍କ ଯୋଗୁ ମୁଁ ଏବେ ଅଭିଶାପ ରୁ ମୁକ୍ତି ହେଲି । ବାପା ମା ଙ୍କ ଆଖିରେ ଲୁହ ଥିଲା । ଅପସରୀ ଏତିକି କହି ସମସ୍ତଙ୍କୁ ଧନ୍ୟବାଦ ଦେଇ ସ୍ୱର୍ଗକୁ ଚାଲିଗଲା । କିଛି ସମୟ ପରେ ଧୋବା ସ୍ତ୍ରୀ ପୁଅ ନିଜ ଧନ ସଂପତ୍ତି କୁ ଦେଖି ବହୁତ୍ ଖୁସି ହେଉଥିଲା କିନ୍ତୁ କିଛି ଘଣ୍ଟା ପରେ ସବୁ ଦାମୀ ଜିନିଷ ଏବଂ ସୁନା ଗହଣା ଅଦୃଶ୍ୟ ହେବାକୁ ଲାଗିଲା ।  ଧୋବା ର ସ୍ତ୍ରୀ ଚିନ୍ତା ରେ ପଡ଼ିଗଲା । ସେ ଭାବିଲା ମୁଁ ତ ସେ ଅପସରୀ ର ପୁରା ଭବିଷ୍ୟ ଦେଖିନି ଏବଂ ପ୍ରକୃତ ଘଟଣା କଣ ଭାବି ପୁରା ଭବିଷ୍ୟ ଦେଖିଲା ପରେ ଜାଣିଲା ଯେ ସେ ଯାହା ଯାହା ଭାବିଥିଲା ତାହା ସତ କିନ୍ତୁ ସେ ଅପସରୀ ନିଜ ସାଙ୍ଗରେ ଆଣିଥିବା ଜିନିଷ ସବୁ ସମୟ କ୍ରମେ ଅଦୃଶ୍ୟ ହେଇଯିବ। ଏତିକି ବେଳେ ସାଧୁ ବାବା ଆସି ପହଞ୍ଚିଲେ ଏବଂ ଧୋବା ର ସ୍ତ୍ରୀ କୁ କହିଲେ ତୋର ଲୋଭ ଯୋଗୁ ଏହି ସମ୍ପତି ଅଦୃଶ୍ୟ ହୋଇଗଲା ଏବଂ ଧୀରେ ଧୀରେ ତୋର ସମ୍ପତି ମଧ୍ୟ ଅଦୃଶ୍ୟ ହୋଇଯିବ।  ଏତିକି ଶୁଣିଲା ପରେ ଧୋବା ର ସ୍ତ୍ରୀ ସାଧୁ ବାବା ର ଗୋଡ଼ ତଳେ ପଡି ଗୁହାରି କଲା । ମୋତେ କ୍ଷମା କରିଦିଅ ବାବା, ମୁଁ ମୋ ଭୁଲ ବୁଝିପାରିଛି। ମୋ ସ୍ବାମୀ ଏକ ଦିନ ମଜୁରିଆ ଯଦି ସେତକ ମଧ୍ୟ ସରିଯିବ ତେବେ ଆମେ ଦାଣ୍ଡର ଭିକାରୀ ହୋଇଯିବୁ । ସାଧୁ ବାବା ଙ୍କ ରାଗ ଶାନ୍ତ ହେଲା ଏବଂ କହିଲା ମୁଁ ମଧ୍ୟ ମୋ ଅଭିଶାପ ରୁ ମୁକ୍ତି ହେଲି ମୁଁ ସେ ଅପସରୀ କୁ ଅଭିଶାପ ଦେଇଥିବା ଋଷି । ମୁଁ ମୋ ରାଗ ପ୍ରକୃତି ପାଇଁ ଅଭିଶାପ ପାଇଥିଲି ଏବଂ ପୃଥିବୀ ପୃଷ୍ଠରେ  ଭିକ୍ଷା ମାଗି ଜୀବନ ଯାପନ କରିବାକୁ ଅଭିଶପ୍ତ ଥିଲି । ମୋର ରାଗ ରେ ଅଭିଶପ୍ତ ଯୋଗୁ ଦେବତା ମାନେ ମୋତେ ଅଭିଶାପ ଦେଇଥିଲେ ।  ଏବେ ମୋର ରାଗ ଶାନ୍ତ ହୋଇଛି ଏବଂ ତୁମକୁ କ୍ଷମା ଦେଉଛି । ତୁମର ମଙ୍ଗଳ ହେଉ କହି ସେ ମଧ୍ୟ ସ୍ୱର୍ଗକୁ ଚାଲିଗଲେ । ଧୋବା ର ସ୍ତ୍ରୀ , ଅପସରୀ ର ବାପା ମା ପାଖକୁ ଯାଇ କ୍ଷମା ମାଗିଲା । ଧୋବା ର ପରିବାର ମୂଲ ଲାଗି ଟଙ୍କା ଅର୍ଜନ କରି ଖୁସିରେ ରହିଲେ ଏବଂ ଅପସରୀ ର ପରିବାର ପୂର୍ବ ଭଳି ଦାନ ଧର୍ମ କରି ଖୁସିରେ ରହୁଥିଲେ।    

ଏଥିରୁ କଣ ଶିଖିଲ?
୧. ଲୋଭ କରିବା ଅନୁଚିତ୍ ।
୨. ରାଗରେ କାହାକୁ ଭୁଲ କହିବ ଅନୁଚିତ୍ ।
୩. ବେଳେବେଳେ ଦାନ କରିବା ଉଚିତ୍ ।

ଲେଖିକା. ପୂଜା ସ୍ୱାଇଁ
ବୁଗୁଡ଼ା, ଗଞ୍ଜାମ।  

ଚତୁର ବିଲୁଆ (Clever Fox)

Clever Fox
Clever Fox
ଦିନେ ବାଘ ଜଙ୍ଗଲରେ ବୁଲୁ ବୁଲୁ ହଠାତ୍ ତାର ନଜର ଗୋଟିଏ ବିଲୁଆ ଉପରେ ପଡ଼ିଲା । ବିଲୁଆ କୁ ମଧ୍ୟ ପ୍ରତିଦିନ ଶିକାର ମିଳୁ ନଥାଏ। ସେ ବେଳେ ବେଳେ ମାଛ, କଙ୍କଡା ଆଉ କେବେ କେବେ ବେଙ୍ଗ ଖାଇ ଜୀବନ ଯାପନ କରୁଥିଲା । ଏଣେ ବାଘ ବିଲୁଆ କୁ ଦେଖି ସେ ଖୁସି ହୋଇ ବିଲୁଆ ଆସିବ ରାସ୍ତା ପାଖ ବୁଦା ରେ ଲୁଚି ବସିଲା ଏବଂ ବିଲୁଆ ଯେତେବେଳେ ଆସିବ ତାକୁ ଝାମ୍ପି ତାର ବେକ ମୋଡ଼ି ତାକୁ ମାରି ଖାଇବ ବୋଲି ଅପେକ୍ଷା ରେ ବସିଲା । ବିଲୁଆ ମଧ୍ୟ ନଈ ପାଶ୍ୱରେ ବହୁତ୍ ସମୟ ଅପେକ୍ଷା ପରେ ଗୋଟିଏ ମାଛ ଧରିଲା। ମାଛ କୁ ନେଇ ଯେତେବେଳେ ରାସ୍ତା ଉପରକୁ ଆସିଲା ହଠାତ୍ ବାଘ ତାର ସାମ୍ନାରେ ପହଁଚିଗଲା । ବାଘ କୁ ଦେଖି ତାର ହୋସ ଉଡିଗଲା । ସେ ଭାବିଲା ମୁଁ କଣ ଶିକାର କରିଲି ଯେ ଆଜି ମୁଁ ନିଜେ ଶିକାର ହେଇଯିବି। ସେ ଡେରି ନ କରି ବାଘ ର ଗୋଡ଼ ତଳେ ମାଛ ଟିକୁ ରଖି କହିଲା , ମହାରାଜ ଏଇ ମାଛ ଟି ଆପଣଙ୍କର। ବାଘ କହିଲା ମାଛ ତୁ ଖା ମାତ୍ର ମୁଁ ତୋତେ ଖାଇବି। ବିଲୁଆ କହିଲା ମହାରାଜ ଆପଣ ଏ ଜଙ୍ଗଲ ର ରାଜା ଆପଣଙ୍କ ବିନା ଏ ଜଙ୍ଗଲ ରେ ପତ୍ର ଟିଏ ହଲେ ନାହିଁ । ଆପଣ ମାଛ ମଧ୍ୟ ଖାଇବେ ଏବଂ ମୋତେ ମଧ୍ୟ ଖାଇବେ । ବାଘ ଭାବିଲା ଏ କଣ ଆଜି ବିଲୁଆ ମୋ ଆଗରେ ନିଜକୁ ବଳି ଦେଲାଣି । ନା ନା ଏ ତାର କଣ ଗୋଟିଏ ଚତୁରାମି ଥିବ। ସେ ଏତେ ଶୀଘ୍ର ହାର ମାନିବା ପ୍ରାଣୀ ନୁହଁ । ହଉ ମାଛ ଖାଇବି ଏବଂ ବିଲୁଆ କୁ ମଧ୍ୟ ଖାଇବି । ବାଘ ମାଛ ଖାଇଲା । ବାଘ କେବେ ମାଛ ଖାଇ ନଥିଲା ସେ ଯେତେବେଳେ ମାଛ ଖାଇଲା ତାକୁ ବହୁତ୍ ସୁଆଦିଆ ଲାଗିଲା । ବିଲୁଆ ପଚାରିଲା ମହାରାଜ କେମିତି ଲାଗିଲା? କହିଲା ଆଉ ଖାଇବେ ?? ବାଘ କହିଲା ତୁ ଘଣ୍ଟାଏ ଅପେକ୍ଷା କରିବା ପରେ ତୋତେ ମିଳିଲା ଆଉ ମିଳିବ ନା କଣ ?? ଏବେ ତୋର ପାଳି!! ତୋତେ ଖାଇବି!! ବିଲୁଆ କହିଲା ମହାରାଜ ଆପଣ ନିଜେ କହିଥିଲେ ମୋତେ ଖାଇବାକୁ କିନ୍ତୁ ମୁଁ ନିଜେ ନ ଖାଇ ଆପଣଙ୍କୁ ଦେଲି । ମୋର ମଧ୍ୟ ଇଚ୍ଛା ଥିଲା ଆଉ ଏବେ ମୋର ଏହା ଶେଷ ଇଚ୍ଛା ଯେ ମୋତେ ମାଛ ଖଣ୍ଡେ ଖାଈବା ଦରକାର ନା?? ବାଘ ଭାବୁକ ହୋଇ କହିଲା ହଉ ତୋର ଶେଷ ଇଚ୍ଛା ପୂରଣ କରିବା ମୋର କର୍ତ୍ତବ୍ୟ । ଚାଲ ନଈ କୂଳକୁ । ଦୁହେଁ ନଈ କୂଳକୁ ଗଲେ । ସେଠୀ ମାଛ ମାନେ ପାଣି ଭିତରେ ଖେଳୁଛନ୍ତି । ବାଘ ଦେଖି ଖୁସି ହେଇଗଲା ଭାବିଲା ପ୍ରଥମେ ମାଛ ପେଟେ ଖାଇବି ତା ପରେ ବିଲୁଆ କୁ ମାରି ନେଇଯିବି ଗୁମ୍ଫାରେ ଖାଇବି । ବିଲୁଆ କହିଲା ମହାରାଜ ଆପଣ ମୋର ଶେଷ ଇଚ୍ଛା ପୂରଣ କରିବେ ବୋଲି କହିଥିଲେ ମୋ ପାଇଁ ଛୋଟିଆ କାମ ଟିଏ କରନ୍ତୁ । ବାଘ କହିଲା କହ କଣ କରିବି । ବିଲୁଆ କହିଲା ଆପଣ ତ ଜାଣନ୍ତି ଆପଣଙ୍କ ବିନା ଏ ଜଙ୍ଗଲର ପତ୍ର ଟିଏ ହଲେ ନାହିଁ । ଆପଣ ପାଣି ଭିତରକୁ ଯାଆନ୍ତୁ ଏବଂ ମାଛ ମାନଙ୍କୁ ଆଦେଶ ଦିଅନ୍ତୁ ସେମାନେ ଆପଣଙ୍କ କଥା ରଖି ମାନିଯିବେ ଏବଂ କେବଳ ଗୋଟିଏ ମାଛ ମୋ ପାଇଁ ଆଣିଦେବେ ସେ ଗୋଟାକ ଖାଇ ମୁଁ ଶାନ୍ତିରେ ମରି ପାରିବି । ବାଘ ଚିନ୍ତାରେ ପଡ଼ିଲା ଶେଷରେ ବିଲୁଆ ର ଶେଷ ଇଚ୍ଛା ପାଇଁ ବାଘ ପାଣି ଭିତରକୁ ଗଲା। ବାଘ ପାଣି ଭିତରକୁ ଗଲା ପରେ ମାଛ ମାନେ ନଈ ଭିତରକୁ ଭିତରକୁ ଯାଉଥାନ୍ତି । ବିଲୁଆ କହିଲା ମୋ ପାଇଁ ଏତିକି କଷ୍ଟ କରନ୍ତୁ ମହାରାଜ। ବାଘ ଯେତେବେଳେ ଭିତରକୁ ଗଲା ତାକୁ ଅନୁଭବ ହେଲା ଯେ ସେ ପଙ୍କ ଭିତରେ ଅଛି । ପଙ୍କ ରୁ ଗୋଡ଼ ଆଗକୁ ଗଲା ନାହିଁ ଯେତେ ଆଗକୁ ପଛକୁ ହେଉଥାଏ ସେତେ ବାଘ ର ଗୋଡ଼ ପଙ୍କ ଭିତରକୁ ଭିତରକୁ ଯାଉଥାଏ। ବାଘ ବିଲୁଆ ର ଚତୁରାମୀ ବୁଝିଗଲା । ବିଲୁଆ କହିଲା ମହାରାଜ ଆପଣ ମାଛ ଧରି ଖାଆନ୍ତୁ, ମୁଁ ଆସୁଛି ସେପଟେ ମୋତେ ଆଉ କିଛି ଶିକାର କରିବାର ଅଛି । ବିଲୁଆ ବାଘ କୁ “ବାଏ ବାଏ ମହାରାଜ” କହି ସେଠୁ ଦଉଡ଼ି ଜଙ୍ଗଲ ଭିତରକୁ ଚାଲି ଗଲା । ବିଲୁଆ ନିଜ ବୁଦ୍ଧି ଖଟେଇ ନିଜକୁ ବଞ୍ଚେଇ ପାରିଲା ଏବଂ ବାଘ ନିଜକୁ ବଳବାନ୍ ଭାବୁଥିଲେ ମଧ୍ୟ ସେ ବିଲୁଆ ର ଚତୁରାମି ଯୋଗୁ ପାଣିରେ ଫସି ଗଲା । କିଛି ଘଣ୍ଟା ପରେ ବାଘ ଧିରେ ଧିରେ ପଙ୍କ ରୁ ବାହାରି ଜଙ୍ଗଲ ଭିତରକୁ ଗଲା ।
ଏଥିରୁ ଆପଣ କଣ ଶିଖିଲ ?
୧. ଯେ ଚତୁର, ବୁଦ୍ଧିମାନ ଏବଂ ଖଳ ପ୍ରକୃତି ର କଥା କୁ ବିଶ୍ୱାସ କରିବା ଅନୁଚିତ୍ ।
୨. ଦୁର୍ବଳତା ଦେଖି ସେଠୀ ବଳବାନ ର ପରିଚୟ ଦେବା ଅନୁଚିତ୍ ।
୩. ଅସୁବିଧା କୁ ରୋକିବାରେ ବହୁତ୍ ରାସ୍ତା ଅଛି ଏବଂ ଉଚିତ୍ ରାସ୍ତା କଣ ଖୋଜି ବାହାର କରିବା ଦରକାର ।
ନୀଳମାଧବ ଭୂୟାଁ ଙ୍କ କଲମରୁ…
 

Meri Matrubhumi Eassay (Topic in hindi for kids)

   Style-1(Long Topic)
भारत मेरी मातृभूमि है यहां के अधिकांश लोग गांवों में रहते हैं। यहां कई बड़े शहर भी हैं| मुंबई, दिल्ली, कोलकाता और चेन्नई इनमें से कुछ हैं| भारत संतों का देश है| यह कालीदास, कबीर और गुरु नानक की भूमि है। भारत एक बहुत बड़ा देश है। इसके उत्तर में, हिमालय हैं वे दुनिया के सर्वोच्च पर्वत हैं। हिंद महासागर अपने दक्षिण में है भारत बड़े वन, झीलों, घाटियों और नदियों की भूमि है। वे अपनी सुंदरता को जोड़ते हैं भारत की मिट्टी बहुत उपजाऊ है यह हमें कई प्रकार की फसलों देता है भारत शेरों, बाघों और हाथियों की भूमि है और भारतीय बहादुर और बुद्धिमान लोग हैं वे शांतिप्रिय लोग हैं मुझे अपने देश और उसके लोगों पर गर्व है।

मैं भारत को प्यार करता हूं| भारत, सबसे बड़ा लोकतंत्र है और विश्व के सबसे पुराने नागरिकों में से एक है, चेन के बाद दुनिया में दूसरा सबसे अधिक आबादी वाला देश है। भारतीय सभ्य लोग हैं मेरे देश ने पुरु, रण प्रताप और शिवाजी और जवाहरलाल नेहरू, महात्मा गांधी और सरदार पटेल जैसे नेता और नेताजी सुभाष चंद्र बोस, बगट सिंह और लाला लाजपेट रे जैसे स्वतंत्रता सेनानियों जैसे योद्धाओं का निर्माण किया है।

साहित्य और विज्ञान के क्षेत्र में मेरे देश ने रबींद्रनाथ टैगोर, प्रेमचंद, सारा चंद्रा, सी.वी. रमन, जगदीश चंद्र बोस और डॉ अब्दुल कलामा ऐसे महान नाम मुझे अपने देश पर गर्व करते हैं। मेरा देश गांवों और खेतों से भरा इलाका है। मुझे उनके गाँव पर गर्व है जहां से भारतीय सभ्यता आगे बढ़ रही है। हमारे देश के महान नेताओं गांवों से आए थे। हमारे खेतों को गंगा, यमुना, ब्रह्मपुत्र, गोदावरी, नर्मदा, कृष्णा और कावेरी जैसे नदियों से पानी मिलता है। गंगा वैली हमारे देश के सबसे उपजाऊ क्षेत्र हैं।

महासागर जो तीन तरफ उसके तटों को धोते हैं और उत्तर में खड़े शक्तिशाली हिमालय ने मेरे देश को प्राकृतिक सीमाएं पक्षों से दी हैं। फिर, पहाड़ों की लालच ने समृद्ध संस्कृति के इस देश में कई कारनामों को आकर्षित किया है।


Style-2( Short Topic)

 जिस व्यक्ति का जन्म जहाँ पर होता है उसे वह भूमि बहुत प्यारी होती है। वह उस भूमि की गोद में ही बढ़ा होता है और वह उसकी माँ के समान होती है और उसे उसकी मातृभूमि कहा जाता हैं। मेरी मातृभूमि भारत है और मुझे इससे बहुत ही ज्यादा प्यार है। यह कला संस्कृति और साहित्य से भरपूर है। इसे रिशि मुनियों की भूमि भी कहा जाता है और यहाँ पर बहुत से महापुरूषों का भी जन्म हुआ है। मेरी मातृभूमि चारों तरफ से प्रकृति से घिरी हुई हैं। इसमें कहीं पर घने जंगल है तो कहीं पर पहाड़ और कहीं पर नदियाँ हैं।

इसमें बहुत से मंदिर और आश्रम बने हुए हैं। इसकी मातृभाषा हिंदी है। इसमें पर्यटन के बहुत सारे स्थल हैं। यहाँ पर सभी त्योहार बड़ी धूमधाम से मनाए जाते हैं। मेरी मातृभूमि विभिन्नता में एकता की प्रतीक है। यहाँ पर सभी धर्मों के लोग रहते हैं और प्रत्येक राज्य की अपनी विशेषता है। इसके कण कण में माँ की ममता छिपी है और कृषि प्रधान देश होने के कारण यहाँ पर हर समय खेतों में फसलें लहलहाती नजर आती है। मेरी मातृभूमि बहुत ही सुंदर है और इसकी सुंदरता को देखने हर साल बहुत से पर्यटक विदेशों से भी आते हैं।

Bhuyans Blog