Tag Archives: #kids

ବୈଷ୍ଣବୀ (Baishnabi)

ଗୋଟିଏ ସୁନ୍ଦର ଗ୍ରାମ, ନାମ ବିଷ୍ଣୁପୁର୍। ସେହି ଗାଁ ରେ ବହୁତ୍ କମ୍ ପରିବାର ବାସ କରୁଥିଲେ । ସେ ଗାଁ ରେ ଗୋପୀନାଥ ବହୁତ୍ ବଡ଼ ଧନୀ ବ୍ୟକ୍ତି । ସେ ନିଜ ସ୍ତ୍ରୀ ଗୋମତୀ ଆଉ ବାପା ମା କୁ ନେଇ ରହୁଥିଲା । ବାହା ହେବାର ବହୁତ୍ ବର୍ଷ ହେଇଗଲା କିନ୍ତୁ ଛୁଆ ପିଲା କିଛି ନଥିଲେ l ଛୁଆ ହେଇନି ବୋଲି ଶାଶୂ ଶଶୁର ବହୁତ୍ କଟୁ କଥା କୁହନ୍ତି ଏମିତିରେ ସ୍ବାମୀ ମଧ୍ୟ ବାପା ମା କଥାରେ ପଡି ବହୁତ୍ କଥା କୁହେ । ଗୋମତୀ କାହାକୁ କିଛି ନକହି ଗୋଟିଏ ଘରେ ବସି କାନ୍ଦେ । ଦିନେ ମା କଥା ଶୁଣି ସ୍ତ୍ରୀ କୁ ଆସି କହିଲା ଗୋମତୀ,ବାପା, ମା ନାତି ସୁଖ ଚାହୁଁଛନ୍ତି। ତୁ ଯଦି ନଦେଇ ପାରୁଛୁ ମୁଁ ପୁଣି ଆଉ ଥରେ ବାହାହେବି । ମୋ ବେପାର ଦେଖିବାକୁ ମୋତେ ଗୋଟିଏ ପୁଅ ଦରକାର । ଗୋମତୀ ଦୁଃଖ ରେ ଭାଙ୍ଗି ପଡିଲା ଆଉ ଭଗବାନ ଙ୍କୁ ପ୍ରାର୍ଥନା କଲା । ବହୁତ୍ ଓଷା ବ୍ରତ ପରେ ଭଗବାନ ଗୋମତୀ କଥା ଶୁଣିଲେ । କିଛି ମାସ ପରେ ଗୋମତି ଗର୍ଭବତୀ ହେଲା । ଗର୍ଭବତୀ ହେବାର ଶୁଣି ଶାଶୂ ଶଶୁର ଓ ସ୍ୱାମୀ ବହୁତ ଖୁସି ହେଇଗଲେ । ଗୋମତି କୁ ବହୁତ ସେବା ଯତ୍ନ କଲେ ଆଉ ମନ ପସନ୍ଦ ର ଖାଇବା ଆଣିକି ଦେଲେ । କିଛି ଦିନ ପରେ ଗୋମତି ର ପ୍ରସବ ସମୟ ଆସିଲା । ହେଲେ ପରିବାର ସମସ୍ତେ ଉଦାସ ହେଇଗଲେ କାରଣ ଗୋମତି ଗୋଟିଏ କନ୍ୟା ସନ୍ତାନ ଜନ୍ମ ଦେଇଥିଲା । ସେମାନଙ୍କୁ ଗୋଟିଏ ପୁତ୍ର ସନ୍ତାନ ଦରକାର ଥିଲା କିନ୍ତୁ ଗୋମତି ଝିଅ କୁ ଦେଖି ବହୁତ ଖୁସି ଥିଲା । ଗୋମତି ଝିଅ ର ନାମ ବୈଷ୍ଣବୀ ରଖିଲା । ବୈଷ୍ଣବୀ କୁ ସମସ୍ତେ ଅଣ ଦେଖା କରନ୍ତି କିନ୍ତୁ ତା ମା ଲାଳନ ପାଳନ ରେ କେବେ ବି ଅବହେଳା କରେନି । ବୈଷ୍ଣବୀ ତିନି ବର୍ଷ ର ହେଇଗଲା, ସେ ବହୁତ ଜ୍ଞାନୀ ଆଉ ବୁଦ୍ଧିମାନ ଥିଲା । ସେ ଆଖ ପାଖର ପିଲାମାନେ ସ୍କୁଲ ଯିବାର ଦେଖିଲା , ବାପାକୁ ଆସି ସ୍କୁଲ ରେ ନାମ ଲେଖାଇବାକୁ କହିଲା । ହେଲେ ତା ବାପା ରାଗିକି କହିଲା ତୋ ଲାଳନ ପାଳନ ରେ ହିଁ ମୋର ବହୁତ ଗୁଡିଏ ଟଙ୍କା ଖର୍ଚ୍ଚ ହେଇଗଲାଣି। ତୁ ସ୍କୁଲ ନଯାଇ ତୋ ମା କୁ ଘର କାମରେ ସାହାଯ୍ୟ କର । ବୈଷ୍ଣବୀ ଦୁଃଖି ହେଇଗଲା । ଆଉ କାନ୍ଦି କାନ୍ଦି ମା କୁ ଯାଇ କହିଲା । ଗୋମତି ବୁଝେଇ ଗହିଲା ତୁ ମନଦୁଃଖ କରନି ମୁଁ ବାପାଙ୍କ ସହ କଥା ହେବି । ଗୋମତି, ସ୍ୱାମୀ ସହ କଥା ହେଲା । ବହୁତ କଥା କଟାକଟିରେ ଶେଷରେ। ବାପା ସ୍କୁଲ୍ ରେ ନାମ ଲେଖେଇବା ପାଇଁ ରାଜି ହେଇଗଲା । ବାପା ରାଜି ହେଇଯିବା ଶୂଣି ବହୁତ ଖୁସି ହେଇଗଲା। ତାପର ଦିନ ସ୍କୁଲରେ ନାମ ଲେଖାଇଲା ଆଉ ପ୍ରତିଦିନ ସ୍କୁଲଗଲା । ବୈଷ୍ଣବୀ ବହୁତ ଭଲ ପାଠ ପଢେ କ୍ଳାସ ରେ ପ୍ରଥମ ହୁଏ । କିଛି ଦିନ ଗଲାପରେ ଗୋମତି ପୁଣିଥରେ ଗର୍ଭବତୀ ହେଲା । ଘର ଲୋକ ଶୁଣି ବହୁତ ଖୁସି ହେଇଗଲେ ଏଇଥର ଗୋଟିଏ ପୁଅ ହେବ ବୋଲି । ଏବଂ କିଛି ଦିନ ଗଲା ପରେ ଭଗବାନ ଙ୍କ କୃପା ରୁ ପୁଅ ଟିଏ ହିଁ ଜନ୍ମ ହେଲା । ଘରେ ଖୁସିର ଲହରୀ ଉଠିଲା ଗୋପୀନାଥ ଗାଁ ଗାଁ ବୁଲି ମିଠା ବାଣ୍ଟିବାକୁ ଲାଗିଲା । ପୁଅର ନାମ ପ୍ରଣୟ ରଖିଲା । ବୈଷ୍ଣବୀ ଦେଖିଲା ପ୍ରଣୟ କୁ ସମସ୍ତେ ବହୁତ ଗେଲ କରନ୍ତି ଆଉ ସ୍ନେହ ବି କରନ୍ତି । ସେ ମା କୁ ଯାଇ ପଚାରିଲା, ମା ପ୍ରଣୟ ସହ ସମସ୍ତେ ବହୁତ ଖେଳା ବୁଲା କରନ୍ତି ମୋ ସହ କାହିଁକି ଖେଳନ୍ତିନି । ଗୋମତି କହିଲା ଆରେ ମା ମୁଁ ଅଛି ନା ତୋ ସହ ଖେଳିବା ପାଇଁ ମୁଁ ତୋତେ ବହୁତ ଭଲପାଏ ବହୁତ ସ୍ନେହ କରେ । ଏମିତି କହି ଝିଅକୁ ବୁଝେଇ ଦେଲା । ପ୍ରଣୟ ମଧ୍ୟ ଧୀରେ ଧୀରେ ବଡ଼ ହେଇ ସ୍କୁଲ କୁ ଗଲା । ସମସ୍ତଙ୍କ ସ୍ନେହ ପାଇ ପ୍ରଣୟ ବହୁତ ଦୁଷ୍ଟ ହେଇଗଲା । ସ୍କୁଲ ରେ ପରୀକ୍ଷା ହେଲା ବୈଷ୍ଣବୀ ପ୍ରଥମ ହେଲା ଆଉ ପ୍ରଣୟ ଫେଲ ହେଲା । ବୈଷ୍ଣବୀ ଖୁସିରେ ଆସି କହିଲା ବାପା ମୁଁ ସ୍କୁଲ ରେ ପ୍ରଥମ ହେଇଛି । ଗୋପୀନାଥ ମୁହଁ ଫୁଲେଇ କିଛି କହିଲା ନାହିଁ । ତାପରେ ପ୍ରଣୟ ଆସି କହିଲା ବାପା ମୁଁ ଫେଲ ହେଇଚି ଗୋପୀନାଥ କହିଲା କିଛି କଥା ନାହିଁ ବାବା ଏଇଥରକ ନହେଲା ନାହିଁ ପୁଣି ପରୀକ୍ଷା ହେଲେ ପାସ କରିବୁ ।ପ୍ରଣୟ ଖୁସି ହେଇଗଲା। ଭାଇ ଭଉଣୀ ଧିରେ ଧିରେ ବଡ଼ ହେଲେ । ବୈଷ୍ଣବୀ ର ସରକାରୀ ଚାକିରୀ ହେଲା ଏବଂ ତାର ବାହାଘର ମଧ୍ୟ ହେଇଗଲା ।
 ପ୍ରଣୟ ପାଠ ପଢାରେ କମ୍ ଯୋଗୁ କୋଉଠି ଚାକିରୀ ମିଳିଲାନି । ବାପାଙ୍କ ବେପାର ରେ ବେଳେ ବେଳେ ଯାହା ଟଙ୍କା ହେଉଥାଏ ତାହା ପ୍ୟାକେଟ ପକେଇ ସାଙ୍ଗ ମାନଙ୍କ ସହ ବୁଲିବା ମଦ ପିଇବା ଏବଂ ବେଳେ ବେଳେ ଚୋରି କାମ ମଧ୍ୟ କରେ । ଶେଷରେ ସେ ଘରେ ନଜଣେଇ ଗୋଟିଏ ଝିଅ କୁ ବିବାହ କରି ଘରକୁ ନେଇ ଆସିଲା କିନ୍ତୁ ଗୋପୀନାଥ କିଛି ନ କହି ଚୁପ୍ ରହିଲା। ବାହାହେବା ର ଦେଖି ଖୁସିରେ ପୁଅକୁ ବେପାର ର ସବୁ ଦାଇତ୍ଵ ଦେଇଦେଲା । ଗୋମତି ମଧ୍ୟ ବୋହୂ କୁ ଘରର ସବୁ ଦାଇତ୍ଵ ଦେଇଦେଲେ । ଏମିତି ହସଖୁସିରେ କିଛିବର୍ଷ ସୁଖେଦୁଃଖେ ଚାଲିଲା । ଥରେ ଗୋପୀନାଥ ର ଦେହ ଖରାପ ହେଇଗଲା । ଅଳ୍ପ ଚିକିତ୍ସା କରି ବାପାଙ୍କୁ ଘରକୁ ନେଇ ଆସିଲା । ଅଧିକ ଟଙ୍କା ଖର୍ଚ୍ଚ ହୋଇଯିବ ବୋଲି ପୁଅ-ବୋହୂ ବାପା ମା ଙ୍କୁ ଟଙ୍କା ଚୋରି କରିବା ଦୋଷ ଦେଇ ଘରୁ ବାହାର କରିଦେଲେ । ଗୋମତି ସ୍ୱାମୀକୁ ଧରି ଗୋଟିଏ ଗଛ ତଳେ ଆଶ୍ରୟ ନେଲା ।ଆଉ ସ୍ୱାମୀ ର ଯତ୍ନ ନେଲା । କିଛି ଦିନ ପରେ ବୈଷ୍ଣବୀ ଘରକୁ ବୁଲିବାକୁ ଆସିଲା । ସେଠି ଦେଖିଲା ବାପା ମା ନାହାନ୍ତି। ଭାଇ କୁ ପଚାରିଲା ଭାଇ କହିଲା ବୁଲିବା ପାଇଁ ଯାଇଛନ୍ତି । ସେଠି ଗୋଟିଏ ଦିନ ରହି ପୁଣି ତାପର ଦିନ ଶାଶୂ ଘରକୁ ବାହାରିଲା । ଫେରିବା ବାଟରେ ଗଲାବେଳେ ଗୋଟିଏ ଗଛ ତଳେ ଦୁଇ ଜଣ ବୁଢ଼ା ବୁଢ଼ୀ ବସିଥିଲେ । ପାଖକୁ ଯାଇ ଦେଖିଲା ବେଳକୁ ତାର ବାପା ଆଉ ମା । ବୈଷ୍ଣବୀ ବାପା ମା ଙ୍କୁ ଦେଖି ଦୁଃଖ ରେ ଭାଙ୍ଗି ପଡ଼ିଲା । ଗାଡ଼ିରୁ ଓଲ୍ହାଇ ଯାଇ ବାପା କୁଣ୍ଢେଇ ଧରି କାନ୍ଦିବାକୁ ଲାଗିଲା । ଝିଅ ପଚାରେ କାହିଁକି କାନ୍ଦୁଛ ବାପା । ମା ଝିଅ କୁ ସବୁ କଥା କହେ ।ସେଠୁ ମା ବାପାକୁ ନିଜ ଶାଶୂ ଘରକୁ ନେଇଗଲା। ସେଠି ଡାକ୍ତର ଙ୍କୁ ଦେଖାଶୁଣା ଏବଂ ଯତ୍ନ ବି ନେଲା । ଗୋପୀନାଥ ଖୁବଶୀଘ୍ର ଠିକ୍ ମଧ୍ୟ ହେଇଗଲା । ଝିଅ କୁ କୁଣ୍ଢେଇ କାନ୍ଦି କାନ୍ଦି କହିଲା ମୁଁ ତୋ ପ୍ରତି ବହୁତ ଅନ୍ୟାୟ କରିଛି ବୈଷ୍ଣବୀ। ତୁ ଆଜି ମୋର ଆଖି ଖୋଲିଦେଇଛୁ । ଏଇ ଦୁନିଆ ରେ ପୁଅ ଆଉ ଝିଅ ଭିତରେ କିଛି ବି ଫରକ ନାହିଁ । ପୁଅ ସିନା ଭୁଲିଯାଏ ବାପା ମା ର କଷ୍ଟ କିନ୍ତୁ ଝିଅ ସବୁ ଦୁଃଖ ଭୁଲି ନିଜ ବାପା ମା ଙ୍କୁ ଆଦରି ନିଏ । ସବୁ ବାପା ମା ଙ୍କୁ ଭଗବାନ ତୋ ଭଳି ଗୋଟିଏ ଝିଅ ଦେବା ଦରକାର ।  
ମୁଖ୍ୟ ବିନ୍ଦୁ :-
୧. ପୁଅ ଏବଂ ଝିଅ ସବୁ ସମାନ ।
୨. ଝିଅ କୁ ପଢ଼ିବା ପ୍ରେରଣା ଦେବା ଉଚିତ୍ ।
୩. ବାପା ମା ଙ୍କୁ ସେବା କରିବା ଉଚିତ୍ ।
Rubi Nahak (Writer)
Buguda, Ganjam.   

ବଣ ଭୋଜି ( Picnic)

ବଣ ଭୋଜି ( Picnic)
ଜଙ୍ଗଲ ପାଖରେ ଗୋଟିଏ ସୁନ୍ଦର ଗ୍ରାମ । କିଛି ପରିବାର ସେହି ଗ୍ରାମରେ ବାସ କରୁଥିଲେ । ଗ୍ରାମ ମଧ୍ୟରେ ଗୋଟିଏ ସୁନ୍ଦର ପ୍ରାଥମିକ ବିଦ୍ୟାଳୟ । ବିଦ୍ୟାର୍ଥୀ ମାନେ ସେଠୀ ପାଠ ପଢା କରନ୍ତି । ପାଖ ପଡିଆ ରେ ସମସ୍ତେ ଖେଳ କୁଦ କରନ୍ତି । ପଞ୍ଚମ ଶ୍ରେଣୀ ର ଛାତ୍ର ଛାତ୍ରୀ ଭିତରୁ କୁନୁ, ପାପୁ ଭଲ ପାଠ ପଢ଼ନ୍ତି । ଟୁନା, କୁନା, ଟିକୁ, ତୁନି, ସାନି ଏମାନେ ବି ଭଲ ପାଠ ପଢ଼ନ୍ତି କିନ୍ତୁ କୁନୁ, ପାପୁ ସ୍କୁଲ ରେ ପ୍ରଥମ ଏବଂ ଦୁହେଁ ବହୁତ୍ ସାହସୀ । କୁନୁ, ପାପୁ ଭାଇ ଭଉଣୀ ଏକା ସାଙ୍ଗରେ ହିଁ ପଢ଼ନ୍ତି । କୁନୁ, ପାପୁ ଭଲ ପଢ଼ନ୍ତି ବୋଲି ସାନି ସେମାନଙ୍କ ଉପରେ ଈର୍ଷା କରେ କିନ୍ତୁ ସାନି ସହ ସେ ଦୁଇ ଭାଇ ଭଉଣୀ ଭଲରେ କଥା ବାର୍ତ୍ତା ହେଉଥିଲେ। ସାନି ଟିକିଏ ଟିକିଏ କଥାରେ ପାପୁ ସହ ଝଗଡା ଲାଗେ କିନ୍ତୁ ପାପୁ ବହୁତ ସରଳ ହେତୁ ତା ସହ ଝଗଡା ନ ଲାଗି କାନ୍ଦି ପକାଏ । ପାପୁ କାନ୍ଦିବାର ଦେଖିଲେ ତା ଭାଇ କୁନୁ ଆସି ବୁଝାଇ ଦିଏ ଆଉ ପାପୁ ସାଙ୍ଗେ ସାଙ୍ଗେ ବୁଝିଯାଏ । ଏମିତି ଖେଳ କୁଦ ଝଗଡା ରେ କିଛି ଦିନ ଚାଲିଗଲା । କିଛିଦିନ ପରେ ନୂଆବର୍ଷ ଆସିଲା । ଶିକ୍ଷକ ଏବଂ ଦିଦି ମାନେ ବଣ ଭୋଜି ପାଇଁ ଯୋଜନା କଲେ । ବଣ ଭୋଜି ଯିବା ପାଇଁ ପିଲାମାନଙ୍କୁ ବି କହିଲେ । ବଣ ଭୋଜି କଥା ଉଠିଲା ପରେ ସମସ୍ତେ ଖୁସି ହୋଇଗଲେ । ପିଲାମାନେ ନାଚି ଉଠିଲେ। ସମସ୍ତେ ନିଜ ନିଜ ଘରେ ବଣ ଭୋଜି କଥା ଯାଇ କହିଲେ । ଘରେ କିଏ ରାଜି ହେଲେ ତ କିଏ ରାଜି ହେଲେନି । ଯୋଉ ଘରେ ରାଜି ହେଲେନି ସେମାନେ କାନ୍ଦିବା ଆରମ୍ଭ ସହିତ ବଣଭୋଜି ଯିବା ପାଇଁ ଜିଦ୍ ଧରି ବସିଲେ । କିନ୍ତୁ ପିଲା ମାନଙ୍କ ଜିଦ୍ ଯୋଗୁ ବାପା ମା ଶିକ୍ଷକ ଙ୍କ ସହ ଦେଖା କରି ପିଲା ମାନଙ୍କ ଯତ୍ନ ନେଇ ଯତ୍ନ ରେ ଆଣିବା ପାଇଁ କହିଲେ । ସବୁ ପିଲା ମାନେ ବଣ ଭୋଜି ପାଇଁ ବାହାରିଲେ ।
ସମସ୍ତେ ନୁଆ ବର୍ଷ ଦିନ ଭଳି ଭଳିକି ରଙ୍ଗ ର ପୋଷାକ ପିନ୍ଧି ବଣ ଭୋଜି ପାଇଁ ବାହାରିଲେ । ସମସ୍ତେ ଗାଡ଼ିରେ ବସି ଗଲେ । ସ୍କୁଲ ରୁ 10 କିମି ଦୂରରେ ବଣ ଭୋଜି କରିବାକୁ ବାହାରିଲେ । ଜଙ୍ଗଲ ପାଖ ଆମ୍ବ ତୋଟା ରେ ବଣ ଭୋଜି ଆରମ୍ଭ ହେଲା । ଗୋଟିଏ ପଟେ ଭୋଜି ରନ୍ଧା ହେଲା ଆଉ ଗୋଟିଏ ପଟେ ପିଲାମାନେ ଖେଳ କୁଦ ସହିତ ନାଚ, ଗୀତ, ବୋହୂ ବୋହୂକା, ଲୁଚକାଳି ଏମିତି ନାନା ପ୍ରକାର ଖେଳ ଖେଳିଲେ । ଶିକ୍ଷକ ସମସ୍ତଙ୍କୁ କିଛି ନିର୍ଦ୍ଦେଶ ଦେଲେ ଏବଂ କୁନୁ ଓ ପାପୁ କୁ ମନିଟର୍ ଭାବେ ଦୁହିଁଙ୍କୁ କହିଲେ ତମେ ଦୁଇ ଜଣ ପିଲା ମାନଙ୍କ ଠାରୁ ବହୁତ୍ ସାହସୀ ଏବଂ ଚତୁର । ତମେ ଦୁଇଜଣ ପିଲାମାନଙ୍କୁ ଜଙ୍ଗଲ ଭିତରକୁ ଯିବା ପାଇଁ ମନା କରିବ। ଏବଂ ପିଲା ମାନଙ୍କୁ ଏଠି ସେଠୀ ଯିବା ପାଇଁ ମନା କରିବ। କୁନୁ ଏବଂ ପାପୁ ହଁ ଭରିଲେ ଏବଂ ସମସ୍ତଙ୍କୁ ବୁଝେଇ କହିଲେ କିନ୍ତୁ ସାନି କୁନୁ ଏବଂ ପାପୁ ର କଥା କୁ ଶୁଣିଲା ନାହିଁ । ଲୁଚି ଲୁଚିକା ଖେଳରେ ସାନି ଜଙ୍ଗଲ ଭିତରେ ଲୁଚିବାକୁ ଚାଲିଗଲା। ମାତ୍ର କୁନୁ ଏବଂ ପାପୁ ଦେଖି ନଥିଲେ। ସାନି ଜଙ୍ଗଲ ଭିତରକୁ ଲୁଚାଇବାକୁ ଚାଲିଗଲା କିନ୍ତୁ ସେ ରାସ୍ତା ଭୁଲି ଜଙ୍ଗଲ ଭିତରକୁ ଭିତରକୁ ଚାଲିଗଲା। ସାନି ରାସ୍ତା ପାଇଲାନି ଏବଂ ସେ ଜଙ୍ଗଲରେ କାନ୍ଦିବାକୁ ଲାଗିଲା । ସବୁ ସାଙ୍ଗମାନେ ଖେଳି ଖେଳି ସମସ୍ତ ଙ୍କୁ ପାଇଲେ କିନ୍ତୁ ସାନି କୁ ପାଇଲେ ନାହିଁ । ସମସ୍ତେ ଡରରେ ଶିକ୍ଷକ ଙ୍କୁ କହିଲେ ନାହିଁ । ନିଜ ନିଜ ଭିତରେ ଖୋଜିବା କୁ ଲାଗିଲେ ହେଲେ ପାଇଲେନି । ସମସ୍ତେ ବ୍ୟସ୍ତ ହେଇଗଲେ । ଏପଟେ ଶିକ୍ଷକ ଏବଂ ଦିଦି ମାନେ ରନ୍ଧା କାର୍ଯ୍ୟରେ ଲାଗିଥିଲେ ପିଲାମାନଙ୍କ ଉପରେ ତାଙ୍କର ଧ୍ୟାନ ନଥିଲା । କୁନୁ ଆଉ ପାପୁ ଡର ଭୟ ନ କରି ଜଙ୍ଗଲ ଭିତରକୁ ସାନି କୁ ଖୋଜିବାକୁ ଗଲେ । ସେ ଯେଉଁ ରାସ୍ତାରେ ଯାଉଥିଲେ ପ୍ରତିଟି ଜାଗାରେ ଚିହ୍ନ ଦେଇ ଦେଇ ଜଙ୍ଗଲ ଭିତରକୁ ଯାଉଥିଲେ ଯାହା ଫଳରେ ତାଙ୍କୁ ପୁଣି ସେହି ରାସ୍ତା ଦେଇ ଆସିବାକୁ ସୁବିଧା ହେବ । କିଛି ସମୟ ଖୋଜିବା ପରେ ଦୁହେଁ କାନ୍ଦ ଶବ୍ଦ ଶୁଣିଲେ। ଜଙ୍ଗଲ ର କିଛି ଦୂରରେ ସାନି ଗୋଟିଏ ଗଛ ତଳେ ବସି କାନ୍ଦୁଥିଲା । କାନ୍ଦ ଶବ୍ଦ ଶୁଣି ଦୁହେଁ ସାନି ପାଖରେ ପହଞ୍ଚିଲେ । ସାନି , କୁନୁ ଆଉ ପାପୁ କୁ ଦେଖି ବହୁତ୍ ଖୁସି ହେଲା ଏବଂ ଦଉଡ଼ି ଦଉଡି ଆସି କୁଣ୍ଢେଇ ପକେଇଲା। ସାନି, କୁନୁ ଏବଂ ପାପୁ କୁ କ୍ଷମା ମାଗିଲା । ତାପରେ ତିନି ଜଣ ଜଙ୍ଗଲ ବାହାରକୁ ଆସିଲେ। ଏତିକିବେଳେ ବାକି ପିଲା ମାନେ ଶିକ୍ଷକ ଙ୍କୁ କହିଲେ । ଶିକ୍ଷକ ମାନେ ମଧ୍ୟ ବହୁତ୍ ଚିନ୍ତାରେ ଥିଲେ । କିନ୍ତୁ ଶିକ୍ଷକ ମାନେ ଖୋଜିବାକୁ ଯିବା ପୂର୍ବରୁ 03 ଜଣ ଆସି ପହଞ୍ଚିଲେ। ସାନି କୁ ଶିକ୍ଷକ ଗାଳି ଦେଲେ । ସାନି ନିଜ ଭୁଲ ବୁଝିଲା ଏବଂ ଭୁଲ ମାଗିଲା ଏବଂ ଏମିତି କେବେ ଦୁଷ୍ଟାମୀ କରିବି ନାହିଁ ବୋଲି କହିଲା । ଶିକ୍ଷକ କୁନୁ,ପାପୁ କୁ ସାବାସ୍ ଜଣାଇଲେ ଏବଂ ବୁଦ୍ଧି ପ୍ରୟୋଗ କରି କେମିତି ଜଙ୍ଗଲ ଭିତରକୁ ଗଲେ, କେମିତି ଖୋଜିଲେ ସେକଥା ସବୁ କହିଲେ । ଶିକ୍ଷକ ପୁଣି ଥରେ ସମସ୍ତଙ୍କୁ ବୁଝାଇଲେ ଏବଂ ଏମିତି ନିଜ ଇଚ୍ଛାରେ କିଛି କାମ କରିବାକୁ ମନା କରିଲେ ଏବଂ କହିଲେ ଯଦି କିଛି କାମ କରିବ ତେବେ ନିଜ ଗୁରୁଜନ ଙ୍କ ଠାରୁ ପ୍ରଥମେ ପଚାରି କରିବା ଦରକାର । ସେତେବେଳେ ଭୋଜି ରନ୍ଧା ସରିଥିଲା, ସମସ୍ତେ ଭୋଜି ଖାଇଲେ ଏବଂ ଶିକ୍ଷକ କିଛି ଖେଳ ର ଆୟୋଜନ କରିଲେ । ସମସ୍ତେ ସେହି ଖେଳ ରେ ଭାଗ ନେଲେ ଏବଂ ଭୋଜି ଖାଇ ଘରକୁ ଆସିଲେ ।
ଦ୍ଵିତୀୟ ଦିନ କୁନୁ ଏବଂ ପାପୁ ଙ୍କୁ ପ୍ରଧାନ ଶିକ୍ଷକ ସାହସିକତା ର ପୁରସ୍କୃତ କରିଲେ ଏବଂ କୁନୁ ଏବଂ ପାପୁ ଭଳି ସମସ୍ତେ ସାହସୀ ହେବା ପାଇଁ ପ୍ରଧାନ ଶିକ୍ଷକ ପ୍ରେରଣା ଦେଲେ।
ଏଥିରୁ କଣ ଶିଖିଲ?
୧. ନିଜ ଇଚ୍ଛା ରେ କୋଉ କାମ କରିବା ଅନୁଚିତ୍।
୨. ନିଜ ସାଙ୍ଗ କୁ ଈର୍ଷା କରିବା ଅନୁଚିତ୍ ।
୩. ସବୁବେଳେ ସାହସିକତା ର କାର୍ଯ୍ୟ କରିବା ଉଚିତ୍।
ଲେଖିକା. ରୁବି ନାହାକ
ବୁଗୁଡ଼ା, ଗଞ୍ଜାମ ।
 
 

ମେରୁଦଣ୍ଡ (Spinal Cord)

ମେରୁଦଣ୍ଡ (Spinal Cord)
ମେରୁଦଣ୍ଡ (Spinal Cord)
ସ୍ବର୍ଣ୍ଣପୁର ଗ୍ରାମରେ ଗୋଟିଏ ପରିବାର ବାସ କରୁଥିଲେ । ସେହି ପରିବାରରେ ସ୍ୱାମୀ, ସ୍ତ୍ରୀ, ଦୁଇ ଝିଅ ଆଉ ଗୋଟିଏ ପୁଅ ବାସ କରୁଥିଲେ । ଦୁଇ ଝିଅ ଯାଆଁଳା ହୋଇ ଜନ୍ମ ହୋଇଥାନ୍ତି । ବହୁତ ବ୍ରତ ଉପାସ କରି ପୁଅଟିଏ ପାଇଥାନ୍ତି । ଦୁଇ ଝିଅର ବୟସ ପାଞ୍ଚ ବର୍ଷ ଆଉ ପୁଅ ଗୋଟିଏ ବର୍ଷ ର ହୋଇଥାଏ । ସ୍ଵାମୀ ଅନ୍ୟ ଲୋକଙ୍କ ଜମି ଚାଷ କରନ୍ତି । ସେଥିରୁ ଯାହା ଟଙ୍କା ଆସେ ଘରେ ଖର୍ଚ୍ଚ ହୁଏ ଆଉ ପିଲାମାନେ ପାଠ ମଧ୍ୟ ପଢ଼ନ୍ତି । ଏମିତି ହସ ଖୁସିରେ ଦିନ ବିତିଯାଏ । କିଛି ଦିନ ପରେ ସ୍ୱାମୀ, ସ୍ତ୍ରୀ ପିଲାମାନଙ୍କୁ ନେଇ ବୁଲିବାକୁ ଗଲେ । ବୁଲା ବୁଲି କରି ମଜା ମସ୍ତି କରି ଗାଁ କୁ ଫେରିଲେ । କିନ୍ତୁ ଭଗବାନ ଙ୍କ ର ଆଉ କଣ ଇଛା ଥିଲା, ସମୟ ର ବିଡ଼ମ୍ବନା ସେମାନେ ଫେରିବା ରାସ୍ତାରେ ସଡ଼କ ଦୁର୍ଘଟଣା ହେଇଗଲା । ସେ ସଡ଼କ ଦୁର୍ଘଟଣା ରେ ସମସ୍ତେ ଠିକ ଠାକ ରହିଲେ କିନ୍ତୁ ସ୍ୱାମୀଙ୍କ ର ଗୋଟିଏ ଗୋଡ଼ ଚାଲିଗଲା । ସେଠିକାର ସମସ୍ତ ଲୋକ ଡାକ୍ତରଖାନା କୁ ନେଇଗଲେ । କିଛି ଦିନ ପରେ ସୁସ୍ଥ ହେଇ ଘରକୁ ଫେରିଲେ । କିନ୍ତୁ ଦୁଃଖ ର କଥା ଯେ ଗୋଟେ ଗୋଡ଼ ଚାଲିଗଲା । ଯିଏ ପରିବାରର ମେରୁଦଣ୍ଡ ଥିଲେ, ସେ ଅକାମୀ ହେଇ ପଡିଗଲେ । ପିଲାମାନେ ବି ଛୋଟ । କିଛି ଦିନ ଦୁଃଖ ସୁଖରେ କଟିଗଲା । ହେଲେ ସବୁଦିନ ତ ବସିକି ଖାଇ ପାରିବେନି । ସ୍ତ୍ରୀ ମିନତି କାମ ଖୋଜିବା କୁ ଲାଗିଲେ ହେଲେ କୌଣସି କାମ ମିଳିଲାନି । ଦିନେ ଭାବିଲେ ପରିବା ବିକ୍ରି କରିବା ପାଇଁ । ଗାଁ ଗାଁ ବୁଲି ପରିବା ବିକ୍ରି କରିଲା, ତା ସହ ଦୁଇଟି ଗାଈ ରଖିଲେ । ସକାଳୁ ଉଠି ନିତ୍ୟ କର୍ମ ସାରି ପରିବା ବିକ୍ରି କରିବା କୁ ଚାଲିଯାଏ , ପୁଣି ଘରକୁ ଆସି ଗାଈ ସେବା କରି କ୍ଷୀର ହୋଟେଲରେ ଦେଇକରି ଆସେ । ଏମିତି ଦିନ ପରେ ଦିନ ବିତି ଚାଲିଲା ଆଉ ଲାଭ ମଧ୍ୟ ବଢ଼ିଲା । ପିଲାମାନ ଙ୍କ ର ପାଠ ପଢା ପଢ଼ି ମଧ୍ୟ ଠିକ ସେ ଚାଲିଲା । ଘରର ଖାଇବା ପିଇବା ରେ କୌଣସି ଅସୁବିଧା ରହିଲା ନାହିଁ । ଧିରେ ଧିରେ ଲାଭ ମଧ୍ୟ ବଢ଼ିଲା । ଚାଲି ଚାଲି ପରିବା ବିକ୍ରି କରୁଥିଲା । ସେ ଭାବିଲା ଲାଭ ବଢ଼ିଲାଣି ଗୋଟିଏ ସାଇକେଲ ନେଇକି ଆସିଲେ ଆଉ ଦୁଇ-ତିନି ଟା ଗାଁ ବୁଲିପାରିବି । ସେ ସାଇକେଲ ନେବାର ଦେଖି ପଡ଼ୋଶୀ ଆଉ ଗାଁ ରାସ୍ତା ରେ ଲୋକମାନେ ବହୁତ କଥା କହିଲେ ତ ଆଉ କିଏ ଦେଖି ହସୁଥିଲେ କିନ୍ତୁ ସେ କାହା କଥା କୁ ଖାତିରି କଲା ନାହିଁ ସେ ନିଜ ରାସ୍ତା ରେ ଯାଇ ନିଜ ରାସ୍ତାରେ ଆସେ। ପରିବା ସହ ଚୁଡ଼ି ବିକ୍ରି ମଧ୍ୟ ଆରମ୍ଭ କରିଦେଲା। ଘର କାମ, ସ୍ୱାମୀ ଙ୍କ ସେବା, ପିଲା ମାନଙ୍କ ଦାଇତ୍ଵ ତା ସହ ବାହାରର କାମ କରେ । ବହୁତ ପରିଶ୍ରମ କରେ କିନ୍ତୁ କେବେ ଥକେ ନାହିଁ । ପାରିବାର ର ମେରୁଦଣ୍ଡ ସାଜି ପୁଣି ଥରେ ମଜବୁତ୍ କରିବା ପାଈଁ ଧିର ପ୍ରୟାସ କରି ରଖିଲା । ଧିରେ ଧିରେ ବେପାର ବଢିବା ରେ ଲାଗିଲା । ବେପାର ବଢିବା ସହ ଗୋଟିଏ ଗାଡ଼ି ମଧ୍ୟ ନେଲା । ଗାଡ଼ି ନେବାର ଦେଖି ଗାଁ ଲୋକ ନାନା ପ୍ରକାର କଥା କହିଲେ , କିନ୍ତୁ ସେ କାହାରି କଥା କୁ ଖାତିର ନ କରି ନିଜ କର୍ମ କ୍ଷେତ୍ରରେ ଆଗେଇ ଆଗେଇ ଚାଲିଲା । ସେ ଗାଡି ରେ ବୁଲି ବୁଲି ଦୂର ଦୂର କୁ ଯାଇ ବେପାର କଲା । ଏହା ସହିତ ସିଲେଇ କାମ ଶିଖି ଗାଁ ରେ ସିଲେଇ କରି ମଧ୍ୟ କିଛି ଟଙ୍କା ରୋଜଗାର କରୁଥାଏ। ଏମିତି କେତେ ଦିନ ଚାଲିଲା ପରେ ସେ ଗାଁ ରେ ଗୋଟିଏ ଜାଗା ନେଇ ଦୋକାନ ଖୋଲିଲା ଏବଂ ସେ ଦୋକାନ ରେ ବିଭିନ୍ନ ପ୍ରକାର ସାମଗ୍ରୀ ରଖି ବିକ୍ରି କରିବା ଆରମ୍ଭ କରିଲା । ଦୋକାନ ର ପ୍ରଥମ ଦିନ ଯିଏ ଯାହା ନେଲା ସମସ୍ତ ଙ୍କୁ ଉପହାର ଦେଲା । ଆଉ ଲୋକ ମଧ୍ୟ ବହୁତ ଖୁସି ହେଲେ । କାଲି ଯୋଉ ଲୋକ ନାନା ପ୍ରକାର କଥା କହୁଥିଲେ ଆଜି ସେମାନେ ଖୁସି ହେଇ ପ୍ରଶଂସା କରୁଛନ୍ତି । ଲୋକଙ୍କ ପ୍ରଶଂସା ଶୁଣି ବହୁତ ଖୁସି ହେଲା ।

ମନେ ମନେ ଭାବିଲା କାଲି ଯଦି ଲୋକଙ୍କ କଥା ଶୁଣି ପଛ ଘୁଞ୍ଚା ଦେଇଥାନ୍ତି ଆଜି ମୁଁ ଯୋଉ ଜାଗାରେ ଅଛି ସେଠି ନଥାନ୍ତି କିନ୍ତୁ ସେ ସବୁ ଭୁଲି ନିଜେ ଆଉ ପରିବାର ର ଖୁସି ପାଈଁ ନିଜ ଜୀବନ କୁ ବାଜି ଲଗେଇ ପରିଶ୍ରମ କରିଲା । ବର୍ତ୍ତମାନ ଦୁଇ ଝିଅ ଙ୍କ ପାଠ ପଢା ସହିତ ପ୍ରତିଦିନ ଭଲ ରୋଜଗାର ହୁଏ । ସ୍ବାମୀ ସ୍ତ୍ରୀ ଦୁହେଁ ଦୋକାନରେ ବସି ବେପାର କରନ୍ତି ଏବଂ ପରିବାର ରେ ପୁଣି ଥରେ ଖୁସି ଫେରି ଆସିଲା।

ଏଥିରୁ କଣ ଶିଖିଲ?
୧. ଅସମୟରେ ହାରି ଯିବା ଅନୁଚିତ୍।
୨. ରୋଜଗାର ର ଉଚିତ୍ ପନ୍ଥା ବାଛିବା ଦରକାର ।
୩. ଲୋକମାନଙ୍କ ଟାହି ଟାପରା ଅଣଦେଖା କରିବା ଉଚିତ୍।


ଲେଖିକା. ରୁବି ନାହାକ
ବୁଗୁଡ଼ା, ଗଞ୍ଜାମ.

ଚତୁର ବିଲୁଆ (Clever Fox)

Clever Fox
Clever Fox
ଦିନେ ବାଘ ଜଙ୍ଗଲରେ ବୁଲୁ ବୁଲୁ ହଠାତ୍ ତାର ନଜର ଗୋଟିଏ ବିଲୁଆ ଉପରେ ପଡ଼ିଲା । ବିଲୁଆ କୁ ମଧ୍ୟ ପ୍ରତିଦିନ ଶିକାର ମିଳୁ ନଥାଏ। ସେ ବେଳେ ବେଳେ ମାଛ, କଙ୍କଡା ଆଉ କେବେ କେବେ ବେଙ୍ଗ ଖାଇ ଜୀବନ ଯାପନ କରୁଥିଲା । ଏଣେ ବାଘ ବିଲୁଆ କୁ ଦେଖି ସେ ଖୁସି ହୋଇ ବିଲୁଆ ଆସିବ ରାସ୍ତା ପାଖ ବୁଦା ରେ ଲୁଚି ବସିଲା ଏବଂ ବିଲୁଆ ଯେତେବେଳେ ଆସିବ ତାକୁ ଝାମ୍ପି ତାର ବେକ ମୋଡ଼ି ତାକୁ ମାରି ଖାଇବ ବୋଲି ଅପେକ୍ଷା ରେ ବସିଲା । ବିଲୁଆ ମଧ୍ୟ ନଈ ପାଶ୍ୱରେ ବହୁତ୍ ସମୟ ଅପେକ୍ଷା ପରେ ଗୋଟିଏ ମାଛ ଧରିଲା। ମାଛ କୁ ନେଇ ଯେତେବେଳେ ରାସ୍ତା ଉପରକୁ ଆସିଲା ହଠାତ୍ ବାଘ ତାର ସାମ୍ନାରେ ପହଁଚିଗଲା । ବାଘ କୁ ଦେଖି ତାର ହୋସ ଉଡିଗଲା । ସେ ଭାବିଲା ମୁଁ କଣ ଶିକାର କରିଲି ଯେ ଆଜି ମୁଁ ନିଜେ ଶିକାର ହେଇଯିବି। ସେ ଡେରି ନ କରି ବାଘ ର ଗୋଡ଼ ତଳେ ମାଛ ଟିକୁ ରଖି କହିଲା , ମହାରାଜ ଏଇ ମାଛ ଟି ଆପଣଙ୍କର। ବାଘ କହିଲା ମାଛ ତୁ ଖା ମାତ୍ର ମୁଁ ତୋତେ ଖାଇବି। ବିଲୁଆ କହିଲା ମହାରାଜ ଆପଣ ଏ ଜଙ୍ଗଲ ର ରାଜା ଆପଣଙ୍କ ବିନା ଏ ଜଙ୍ଗଲ ରେ ପତ୍ର ଟିଏ ହଲେ ନାହିଁ । ଆପଣ ମାଛ ମଧ୍ୟ ଖାଇବେ ଏବଂ ମୋତେ ମଧ୍ୟ ଖାଇବେ । ବାଘ ଭାବିଲା ଏ କଣ ଆଜି ବିଲୁଆ ମୋ ଆଗରେ ନିଜକୁ ବଳି ଦେଲାଣି । ନା ନା ଏ ତାର କଣ ଗୋଟିଏ ଚତୁରାମି ଥିବ। ସେ ଏତେ ଶୀଘ୍ର ହାର ମାନିବା ପ୍ରାଣୀ ନୁହଁ । ହଉ ମାଛ ଖାଇବି ଏବଂ ବିଲୁଆ କୁ ମଧ୍ୟ ଖାଇବି । ବାଘ ମାଛ ଖାଇଲା । ବାଘ କେବେ ମାଛ ଖାଇ ନଥିଲା ସେ ଯେତେବେଳେ ମାଛ ଖାଇଲା ତାକୁ ବହୁତ୍ ସୁଆଦିଆ ଲାଗିଲା । ବିଲୁଆ ପଚାରିଲା ମହାରାଜ କେମିତି ଲାଗିଲା? କହିଲା ଆଉ ଖାଇବେ ?? ବାଘ କହିଲା ତୁ ଘଣ୍ଟାଏ ଅପେକ୍ଷା କରିବା ପରେ ତୋତେ ମିଳିଲା ଆଉ ମିଳିବ ନା କଣ ?? ଏବେ ତୋର ପାଳି!! ତୋତେ ଖାଇବି!! ବିଲୁଆ କହିଲା ମହାରାଜ ଆପଣ ନିଜେ କହିଥିଲେ ମୋତେ ଖାଇବାକୁ କିନ୍ତୁ ମୁଁ ନିଜେ ନ ଖାଇ ଆପଣଙ୍କୁ ଦେଲି । ମୋର ମଧ୍ୟ ଇଚ୍ଛା ଥିଲା ଆଉ ଏବେ ମୋର ଏହା ଶେଷ ଇଚ୍ଛା ଯେ ମୋତେ ମାଛ ଖଣ୍ଡେ ଖାଈବା ଦରକାର ନା?? ବାଘ ଭାବୁକ ହୋଇ କହିଲା ହଉ ତୋର ଶେଷ ଇଚ୍ଛା ପୂରଣ କରିବା ମୋର କର୍ତ୍ତବ୍ୟ । ଚାଲ ନଈ କୂଳକୁ । ଦୁହେଁ ନଈ କୂଳକୁ ଗଲେ । ସେଠୀ ମାଛ ମାନେ ପାଣି ଭିତରେ ଖେଳୁଛନ୍ତି । ବାଘ ଦେଖି ଖୁସି ହେଇଗଲା ଭାବିଲା ପ୍ରଥମେ ମାଛ ପେଟେ ଖାଇବି ତା ପରେ ବିଲୁଆ କୁ ମାରି ନେଇଯିବି ଗୁମ୍ଫାରେ ଖାଇବି । ବିଲୁଆ କହିଲା ମହାରାଜ ଆପଣ ମୋର ଶେଷ ଇଚ୍ଛା ପୂରଣ କରିବେ ବୋଲି କହିଥିଲେ ମୋ ପାଇଁ ଛୋଟିଆ କାମ ଟିଏ କରନ୍ତୁ । ବାଘ କହିଲା କହ କଣ କରିବି । ବିଲୁଆ କହିଲା ଆପଣ ତ ଜାଣନ୍ତି ଆପଣଙ୍କ ବିନା ଏ ଜଙ୍ଗଲର ପତ୍ର ଟିଏ ହଲେ ନାହିଁ । ଆପଣ ପାଣି ଭିତରକୁ ଯାଆନ୍ତୁ ଏବଂ ମାଛ ମାନଙ୍କୁ ଆଦେଶ ଦିଅନ୍ତୁ ସେମାନେ ଆପଣଙ୍କ କଥା ରଖି ମାନିଯିବେ ଏବଂ କେବଳ ଗୋଟିଏ ମାଛ ମୋ ପାଇଁ ଆଣିଦେବେ ସେ ଗୋଟାକ ଖାଇ ମୁଁ ଶାନ୍ତିରେ ମରି ପାରିବି । ବାଘ ଚିନ୍ତାରେ ପଡ଼ିଲା ଶେଷରେ ବିଲୁଆ ର ଶେଷ ଇଚ୍ଛା ପାଇଁ ବାଘ ପାଣି ଭିତରକୁ ଗଲା। ବାଘ ପାଣି ଭିତରକୁ ଗଲା ପରେ ମାଛ ମାନେ ନଈ ଭିତରକୁ ଭିତରକୁ ଯାଉଥାନ୍ତି । ବିଲୁଆ କହିଲା ମୋ ପାଇଁ ଏତିକି କଷ୍ଟ କରନ୍ତୁ ମହାରାଜ। ବାଘ ଯେତେବେଳେ ଭିତରକୁ ଗଲା ତାକୁ ଅନୁଭବ ହେଲା ଯେ ସେ ପଙ୍କ ଭିତରେ ଅଛି । ପଙ୍କ ରୁ ଗୋଡ଼ ଆଗକୁ ଗଲା ନାହିଁ ଯେତେ ଆଗକୁ ପଛକୁ ହେଉଥାଏ ସେତେ ବାଘ ର ଗୋଡ଼ ପଙ୍କ ଭିତରକୁ ଭିତରକୁ ଯାଉଥାଏ। ବାଘ ବିଲୁଆ ର ଚତୁରାମୀ ବୁଝିଗଲା । ବିଲୁଆ କହିଲା ମହାରାଜ ଆପଣ ମାଛ ଧରି ଖାଆନ୍ତୁ, ମୁଁ ଆସୁଛି ସେପଟେ ମୋତେ ଆଉ କିଛି ଶିକାର କରିବାର ଅଛି । ବିଲୁଆ ବାଘ କୁ “ବାଏ ବାଏ ମହାରାଜ” କହି ସେଠୁ ଦଉଡ଼ି ଜଙ୍ଗଲ ଭିତରକୁ ଚାଲି ଗଲା । ବିଲୁଆ ନିଜ ବୁଦ୍ଧି ଖଟେଇ ନିଜକୁ ବଞ୍ଚେଇ ପାରିଲା ଏବଂ ବାଘ ନିଜକୁ ବଳବାନ୍ ଭାବୁଥିଲେ ମଧ୍ୟ ସେ ବିଲୁଆ ର ଚତୁରାମି ଯୋଗୁ ପାଣିରେ ଫସି ଗଲା । କିଛି ଘଣ୍ଟା ପରେ ବାଘ ଧିରେ ଧିରେ ପଙ୍କ ରୁ ବାହାରି ଜଙ୍ଗଲ ଭିତରକୁ ଗଲା ।
ଏଥିରୁ ଆପଣ କଣ ଶିଖିଲ ?
୧. ଯେ ଚତୁର, ବୁଦ୍ଧିମାନ ଏବଂ ଖଳ ପ୍ରକୃତି ର କଥା କୁ ବିଶ୍ୱାସ କରିବା ଅନୁଚିତ୍ ।
୨. ଦୁର୍ବଳତା ଦେଖି ସେଠୀ ବଳବାନ ର ପରିଚୟ ଦେବା ଅନୁଚିତ୍ ।
୩. ଅସୁବିଧା କୁ ରୋକିବାରେ ବହୁତ୍ ରାସ୍ତା ଅଛି ଏବଂ ଉଚିତ୍ ରାସ୍ତା କଣ ଖୋଜି ବାହାର କରିବା ଦରକାର ।
ନୀଳମାଧବ ଭୂୟାଁ ଙ୍କ କଲମରୁ…