Tag Archives: #kidsstory

ରାଜକୁମାର ( Rajkumar )

ଓଡିଆ କବିତା, ଓଡ଼ିଆ ସେକ୍ସ , ଓଡ଼ିଆ ଗଳ୍ପ, odia story, Odia sex, Odia
Rajkumar
ସୁନିଳ ଆକାଶ ତଳେ ତରୁ ଲତା ବନ ପାହାଡ ମଧ୍ୟରେ ଗୋଟେ ବିରାଟ ବଡ ଘର ଥିଲା । ସେ ଘର ଥିଲା ଶ୍ୟାମ ବାବୁଙ୍କ ଘର । ସେହି ଘରେ ଶ୍ୟାମ ବାବୁ ଓ ତାଙ୍କ ସ୍ତ୍ରୀ ଏବଂ ତାଙ୍କ ମା ଓ କୁନି ଝିଅ ସହ ସେଠୀ ବାସ କରନ୍ତି । ସେହି ଘର କେଉଁ ସ୍ବର୍ଗ ମହଲ ଠାରୁ କମ୍ ନୁହେଁ । ଯେ କୌଣସି ଲୋକ ସେ ଘରକୁ ଦେଖି ଅଟକି ଯାଏ । ଦିନେ ଝିଅ ରାଣୀ ବାପାଙ୍କୁ କହିଲା କି ବାପା ଏହି ଘର କାହାର ଥିଲା । ବାପା କହିଲେ ଏହି ଘର ମୋ ବାପା ଙ୍କ ବାପାର ଥିଲା। ସେ ବହୁ ରାଜାଙ୍କ ଘର ବନେଇଥିଲେ । ସେ ମଧ୍ୟ ଏହି ଘରକୁ ରାଜମହଲ ଭଳି ଘର ବନେଇଲେ । ଏହା ଶୁଣି ରାଣୀ ବହୁତ୍ ଖୁସି ହେଲା ଏବଂ ବାପା ରାଣୀ କୁ କହିଲେ ତୋର ଆଉ ଯାହା ଜାଣିବାର ଅଛି ତେବେ ଜେଜେ ମା ଙ୍କ ଠାରୁ ପଚାରି ବୁଝିନେ । ମୋର ବହୁତ କାମ ଅଛି ମୁଁ ଯାଉଛି । ରାଣୀ ସେଠାରୁ ଧାଇଁ ଆସି  ଜେଜେମା ଙ୍କୁ ନିଜ ଘର ର ସମସ୍ତ କାର୍ଯ୍ୟ ବିଷୟରେ ପଚାରିଲା ଏବଂ ଜେଜେ ମା ସବୁ କଥା କହିଲେ  । ଜେଜେ ମା କହିଲେ ଆଜି ଜଣ ଙ୍କ ଘର କୁ ଯିବାର ଅଛି  ତୁ ଯିବୁକି ମୋ ସହିତ। ରାଣୀ ପଚାରିଲା କଣ ପାଇଁ ଯିବ ସେଠାକୁ  ଏବଂ କଣ କାମ ଅଛି ସେଠୀ  ? ଜେଜେ ମା କହିଲେ କି  ସେଠୀ ଜଣ ଙ୍କର ବାହାଘର ଅଛି ତେଣୁ ସେଠା କୁ ଯିବାକୁ ହେବ। ତୁ ମୋ ସହିତ ଯିବୁକି କହ ? ରାଣୀ ହଁ ମାରିଲା କହିଲା, ମୁଁ ଯିବି ବାହଘର କେମିତି ହେଉଛି ଦେଖିବି । ଜେଜେ ମା ତାକୁ ସାଙ୍ଗରେ ନେଇଗଲେ । ବାହାଘର ସାଜସଜ୍ଜା କୁ ଦେଖି ରାଣୀ ବହୁତ୍ ଆନନ୍ଦ ନେଲା । ଆଉ ସେ ଜେଜେ ମାଙ୍କ ସହ ସେ ଘର ଭିତରକୁ ଗଲା । ସେଠୀ ସେ ବର ଓ କନ୍ୟା କୁ ଦେଖି ପଚାରିଲା । ଏଠି ଏମାନେ କିଏ ଜେଜେ ମା ? ଜେଜେ ମା କହିଲେ, ଏମାନେ ହେଉଛନ୍ତି ନବ ଦମ୍ପତି । ଏମାନେ ଦୁହେଁ ଦୁହିଁଙ୍କୁ ବିବାହ କରିବେ । ସେଠୀ ଦେଖ ସେମାନଙ୍କ ବିବାହ ପାଇଁ ବେଦୀ ପଡ଼ିଛି । ସେ ସବୁ ଦେଖି ରାଣୀ ପଚାରିଲା ଜେଜେ ମା ଏମିତି ସମସ୍ତେ ବିବାହ କରନ୍ତି କି ? ଜେଜେ ମା ହସି କହିଲେ ହଁ ସମସ୍ତେ ଏମିତି ହିଁ ବିବାହ କରନ୍ତି । ସେଠୁ ବିବାହ ଉତ୍ସବ ସରିବା ପରେ ରାଣୀ ଓ ଜେଜେ ମା ଘରକୁ ଆସିଲେ ।
 ତାପର ଦିନ ସକାଳେ ରାଣୀ ଛାତ ଉପରେ ବସି ଭାବୁଥାଏ । ଜେଜେ ମା ଆସି କହିଲେ, ମୋ ଗେଲି ରାଣୀ ଏକା ବସି କଣ ଭାବୁଚି? ରାଣୀ କହିଲା ଜେଜେ ମା ତମକୁ ଗୋଟେ କଥା ପଚାରିବି ନା ? ଜେଜେ ମା କହିଲେ ହଁ ପଚାର, କଣ ପଚାରିବୁ ? ରାଣୀ କହିଲା ଜେଜେ ମା କାଲି ଆମେ ଯେଉଁ ବାହାଘର ଦେଖିଲେ ସେମିତି କଣ ମୋର ବି ବାହଘର ହେବ ? ଜେଜେ ମା ହସି ହସି କହିଲେ ହଁ ହଁ ମୋ ଗେଲି, ତୁ ବି ଏମିତି ବାହା ହେବୁ । ମୋ ଗେଲି କୁ ନେଇଯିବା ପାଇଁ ଆକାଶ ରୁ ରାଜକୁମାର ରଥରେ ବସି ଆସିବ । ରାଣୀ ଜେଜେ ମା ଙ୍କ ଏହି କଥା କୁ ଗଣ୍ଠି କରି ରଖିନେଲା ଏବଂ ତା ମନରେ  ସବୁବେଳେ ରାଜକୁମାର ହିଁ ରହିଲା । ସେ ରାଜକୁମାର ର ସ୍ବପ୍ନ ଦେଖିବା ଆରମ୍ଭ କରିଦେଲା। 
ଦିନ ପରେ ଦିନ ବିତି କିଛି ବର୍ଷ ବିତି ଗଲା । ରାଣୀ ବଡ ହୋଇ ଯାଇଥାଏ। ସେ ସମୟରେ ତା ଜେଜେ ମା ବହୁତ୍ ଅସୁସ୍ଥ ହୋଇଯାଇଥିଲେ । କିଛି ଦିନ ଅସୁସ୍ଥ ଅବସ୍ଥାରେ ରହିଲେ । ଦିନେ ରାଣୀ ବିଦ୍ୟାଳୟ ଯାଇଥାଏ । ସେହି ସମୟ ମଧ୍ୟରେ ଜେଜେ ମା ଙ୍କ ମୃତ୍ୟ ହୋଇଗଲା । ରାଣୀ ବିଦ୍ୟାଳୟ ରୁ ଆସି ବହୁତ୍ କାନ୍ଦିଲା କାରଣ ଜେଜେ ମା ତାର ବହୁତ୍ ଭଲ ସାଙ୍ଗ ଥିଲେ । ସବୁବେଳେ ରାଣୀ ଜେଜେ ମା ଙ୍କୁ ମନେ ପକାଇ ଦୁଃଖୀ ହୋଇ ରହେ । କିଛିଦିନ ଗଲାପରେ ରାଣୀ ର ବାପା ରାଣୀ ପାଇଁ ପୁଅ ଦେଖା ଆରମ୍ଭ କଲେ ଏବଂ ଦିନେ ରାଣୀ କୁ ଦେଖିବା କୁ ପୁଅ ଘର ଲୋକ ଆସିଲେ । ରାଣୀ କୁ ବହୁତ୍ ସଜେଇ ନେଇକି ଆସିଲେ ଠିକ୍ ରାଜକୁମାରୀ ପରି । ପୁଅ ଘର ରାଣୀ କୁ ଦେଖି ବୋହୂ କରିବାକୁ ଈଛା  କରିଲେ କିନ୍ତୁ ରାଣୀ ସେଇ ପୁଅ କୁ ବିବାହ କରିବାକୁ ରାଜି ନଥିଲା । କାରଣ ତା ଜେଜେ ମା କହିଥିବା ରାଜକୁମାର ଅପେକ୍ଷା ରେ ସେ ବସିଥିଲା । 
ରାଣୀ ଭାବୁଥାଏ ମୋ ରାଜକୁମାର ଘୋଡ଼ା ରେ ବସି କେବେ ଆସିବ ? ଏବଂ ମୋତେ ରାଜକୁମାରୀ କରି ନେଇଯିବ । ସେ ତା ବାପା ଙ୍କୁ ମନା କରିଦିଏ ମୁଁ ଏହି ପିଲାକୁ ବିବାହ କରିପାରିବି ନାହିଁ କିନ୍ତୁ ରାଣୀ ସେଇ ପୁଅ କୁ ଆଖି ଉଠେଇ ବି ଦେଖିନଥିଲା । ସେ ତାର ମନର ରାଜକୁମାର କୁ ବିବାହ କରିବ  ବୋଲି କହି ସେଠୁ ଚାଲିଗଲା। ଜେଜେ ମା ଙ୍କ ଫୋଟ ପାଖରେ  ବସି କାନ୍ଦି କାନ୍ଦି କହିଲା ତୁମେ ମୋତେ କହିଥିଲ ଯେ ମୋ ପାଇଁ କୁଆଡେ ରାଜକୁମାର ଆସିବ । ମୋତେ ବିବାହ କରି ତା ସାଙ୍ଗରେ ନେଇଯିବ କିନ୍ତୁ ମୋତେ ବିବାହ କରିବାକୁ ସେମିତି କିଏ ଆସୁନାହାନ୍ତି । ତୁମେ ମୋତେ କଣ ପାଇଁ  ରାଜକୁମାର ସହିତ ବିବାହ ପାଇଁ ଆଶା ଦେଖାଇ ଚାଲିଗଲ, ଜେଜେ ମା  । ଏମିତି କହି ରାଣୀ ବହୁତ୍ କାନ୍ଦିଲା । ସେହି ସମୟରେ ରାଣୀର ମା, ରାଣୀକୁ ପଚାରେ ତୁ କାହଁକି କାନ୍ଦୁଛୁ ? ତୁ ତ ବାହା ହେବୁନି ମନା କରିବା ପରେ ତୋ ବାପା ତାଙ୍କୁ ମନା କରିଦେଇଛନ୍ତି ପୁଣି କାହିଁକି କାନ୍ଦୁଛୁ । ଏହା ଶୁଣି ରାଣୀ ଚୁପ୍ ହୋଇଗଲା । ତା ପର ଦିନ ନିଜ ଘର ପାଖ ପାହାଡ ପାଖକୁ ବୁଲିବାକୁ ଯାଏ । ସେ ପ୍ରକୃତି ର ମଜା ନେଉଥିଲା ସେହି ସମୟରେ ଗୋଟିଏ ବଣୁଆ ହାତୀ ଭୟଙ୍କର ରଡ଼ି କରି ରାଣୀ ଆଡ଼କୁ ମାଡି ଆସିଲା। ରାଣୀ  ହାତୀକୁ ଦେଖି ଡରରେ ଦୌଡ଼ିବାକୁ ଲାଗିଲା। ନିଜ ପ୍ରାଣ ବଞ୍ଚାଇବା ପାଇଁ ସେ ଉପାୟ ଶୂନ୍ୟ ହୋଇ ଜଙ୍ଗଲ ଭିତରକୁ ଦଉଡ଼ି ଗଲା ।
ସେହି ସମୟରେ ଗୋଟିଏ ପୁଅ ମୁନିବର ଙ୍କ ଘୋଡ଼ା କୁ ବୁଲେଇବା ପାଇଁ ଆଣିଥାଏ । ଯେତେବେଳେ ସେ ରାଣୀ ର ଚିତ୍କାର ଶୁଣିଲା ସେ ଦୌଡ଼ିଗଲା ଜଙ୍ଗଲ ଭିତରକୁ ।  ସେଠୀ ସେ ହାତୀ ଠାରୁ ରାଣୀ କୁ ଉଦ୍ଧାର କରିନିଏ । ସେଠୁ ରାଣୀକୁ ଘୋଡାରେ ବସାଇ ତାକୁ ଆଣେ । ସେ ପୁଅକୁ ଦେଖି ରାଣୀ ବହୁତ୍ ଖୁସି ହୁଏ ।ସେ ସେହି ପୁଅକୁ ସ୍ୱପ୍ନର ରାଜକୁମାର ବୋଲି ଭାବିନେଲା । ଗେରୁଆ ବସ୍ତ୍ର ସହିତ ବଳବାନ ଦେହ, ଲାଗୁଥିଲା ଯେମିତି କେଉଁ ରାଜାଙ୍କ ପୁତ୍ର । ରାଣୀ ସେହି ପୁଅକୁ ନିଜ ପରିଚୟ ଦିଏ ଏବଂ ସେଇ ପୁଅ କୁ ତା ନିଜର ପରିଚୟ ପଚାରେ । ସେ ପୁଅ କହେ ମୁଁ ସୁରେନ୍ଦ୍ର । ମୁଁ ଏହି ପାଖ ମୁନିବର ଆଶ୍ରମ ରେ ମୁନିବରଙ୍କ ସେବା କରୁଛି । ସୁରେନ୍ଦ୍ର ରାଣୀ କୁ ନେଇ ମୁନିବର ଙ୍କ ଆଶ୍ରମ ଅଭିମୁଖେ ଚାଲେ । ମୁନିବର ରାଣୀକୁ ଦେଖି ପଚାରନ୍ତି ଏହି କନ୍ୟା ଜଣକ କିଏ ? ୟାଙ୍କ ନାମ ରାଣୀ ସେ ହାତୀ ର ଆକ୍ରମଣର ଭୟରେ ଜଙ୍ଗଲ ଭିତରକୁ ଚାଲି ଯାଇଥିଲେ । ଜଙ୍ଗଲ ଭିତରେ ଚିତ୍କାର ଶବ୍ଦ ଶୁଣି ମୁଁ ତାଙ୍କୁ ସେ ହାତୀ କବଳରୁ ଉଦ୍ଧାର କରି ଆଣିଛି । ଏହା ଶୁଣି ମୁନିବର ଖୁସି ହୋଇ ସୁରେନ୍ଦ୍ର କୁ ଦୀର୍ଘାୟୁ ଭଵଃ ର ଆଶୀର୍ବାଦ ଦେଲେ ।
ମୁନିବର ରାଣୀ ର ମନ କଥା ପଢ଼ି ପାରିଲେ ଏବଂ ସେ ସୁରେନ୍ଦ୍ର କୁ ରାଜକୁମାର ଭାବେ ବାଛି ସାରିଛି ବୋଲି ଜାଣି ପାରିଲେ । କିଛି ବର୍ଷ ତଳର କଥା ମନେ ପକେଇବାକୁ ବାଧ୍ୟ ହେଲେ । ସୁରେନ୍ଦ୍ର ହେଉଛି ଜଣେ ରାଜକୁମାର। ସର୍ତ୍ତ ମୂଳକ ଭାବେ ମୁନିବର ରାଜା ଙ୍କୁ ପୁତ୍ର ପ୍ରାପ୍ତି ର ଆଶୀର୍ବାଦ ଦେଲେ ଏବଂ ପ୍ରଥମ ସନ୍ତାନ ମୁନିବର ଙ୍କୁ ଦେବେ ଏବଂ ଦ୍ଵିତୀୟ ପୁତ୍ର ସେ ଦେଶର ରାଜ କୁମାର ହେବ ବୋଲି କହିଥିଲେ।  ସର୍ତ୍ତ ଅନୁଯାୟୀ ରାଜା ଜନ୍ମ ପରେ ପରେ ନିଜ ପ୍ରଥମ ପୁତ୍ର କୁ ମୁନିବର ପାଖରେ ଛାଡି ଚାଲିଗଲେ ଏବଂ ସେ ଦିନ ଠାରୁ ସେ ସୁରେନ୍ଦ୍ର ନାମରେ ପରିଚିତ ଏବଂ ସେବାୟତ ଭାବରେ ରହି ଆସିଛି । 
ମୁନିବର ବର୍ତ୍ତମାନ କୁ ଫେରି ଆସି ବହୁତ୍ ଖୁସି ହେଲେ ଏବଂ ସୁରେନ୍ଦ୍ର କୁ ଆଦେଶ ଦେଲେ ଯେ ରାଣୀକୁ ତାର ନିଜ ଘରେ ଛାଡ଼ି ଆସିବାକୁ କହିଲେ। ରାଣୀଙ୍କ ଘର ଲୋକ ମଧ୍ୟ ରାଣୀ ଆସିବାର ବହୁତ୍ ବିଳମ୍ୱ ହେବାରୁ ଡରିଯାଇଥିଲେ କିନ୍ତୁ ରାଣୀ ଠିକ୍ ସମୟରେ ଏବଂ ସୁରକ୍ଷିତ ଭାବେ ଫେରିବାର ଦେଖି ସମସ୍ତେ ଖୁସି ହୋଇଗଲେ । ସୁରେନ୍ଦ୍ର କୁ ଶ୍ୟାମ ବାବୁ ଧନ୍ୟବାଦ ଜଣାଇଲେ । ରାଣୀକୁ ଛାଡ଼ି ସୁରେନ୍ଦ୍ର ମୁନି ଆଶ୍ରମ କୁ ଚାଲିଗଲା କିନ୍ତୁ ରାଣୀ ସୁରେନ୍ଦ୍ର ର କଥା ରାତିସାରା ଭାବୁଥାଏ । ସକାଳ ହେବା ପରେ ସୁରେନ୍ଦ୍ର କୁ ଦେଖା କରିବାକୁ ପାଇଁ ତା ବାପାଙ୍କୁ କୁହେ । ରାଣୀ ର କଥାକୁ ମନା ନ କରି ଶ୍ୟାମ ବାବୁ କିଛି ଖାଦ୍ୟ ଶସ୍ୟ ଆଉ ଟଙ୍କା ନେଇ ମୁନିବର ଆଶ୍ରମ କୁ ବାହାରିଲେ । ସୁରେନ୍ଦ୍ର, ରାଣୀ ଆଉ ତା ବାପାଙ୍କୁ ଦେଖି ଆଦରର ସହ କୁଟିର ମଧ୍ୟ କୁ ନେଇ ଚାଲିଲା ସେଠୀ ମୁନିବର ଙ୍କୁ ରାଣୀର ବାପା ସହ ସାକ୍ଷାତ କରେଇଲା । ରାଣୀକୁ ଏବଂ ବାପାଙ୍କୁ ଦେଖି ମୁନିବର ବହୁତ୍ ଖୁସିହେଲେ । ରାଣୀ ଆଉ ତା ବାପା ମୁନିବର ଙ୍କୁ ଟଙ୍କା ଓ ଫଳ ଆଗ୍ରହ ସହ ଗ୍ରହଣ କରିବା କୁ କହିଲେ କିନ୍ତୁ ମୁନିବର ସେ ସବୁ ଗ୍ରହଣ କରିବାକୁ ମନା କଲେ । ରାଣୀ ତା ନିଜ ହାତରେ ଦେଲେ ତଥାପି ମୁନିବର ଗ୍ରହଣ କଲେ ନାହିଁ । ରାଣୀ ଜାଣି ପାରିଲା ଯେ ମୁନିବର କେବଳ ସୁରେନ୍ଦ୍ର ହାତରୁ ଗ୍ରହଣ କରନ୍ତି ବୋଲି । ତାପରେ ରାଣୀ ସୁରେନ୍ଦ୍ରଙ୍କ ଦ୍ଵାରା ମୁନିବର ଙ୍କୁ ସେ ଶସ୍ୟ ଏବଂ ଫଳମୂଳ ଦେବା ପରେ ସେ ଗ୍ରହଣ କରିଲେ। ସେଠାରୁ ରାଣୀ ଆଉ ତା ବାପା ଫେରି ଆସିଲେ । 
ରାଣୀ ବାପା ଙ୍କୁ ସୁରେନ୍ଦ୍ର କୁ ବିବାହ କରିବା କଥା କହିଲା କିନ୍ତୁ  ରାଣୀ ର ବାପା ଏହି ବିବାହ ପାଇଁ ଆଗ୍ରହୀ ନଥିଲେ । ରାଣୀ ଓ ମାଙ୍କ ଅନୁରୋଧ ରେ ବାପା ପୁଣି ରାଜି ହେଲେ ଏବଂ ରାଣୀର ପ୍ରସ୍ତାବ କଥା ନେଇ ରାଣୀର ବାପା, ମା ମୁନିବର ପାଖକୁ ଗଲେ ।  ମୁନିବର କହିଲେ ସୁରେନ୍ଦ୍ର ହିଁ ମୋ ପାଇଁ ସବୁକିଛି । ସେ ମୋ ନିଜ ପୁଅ ଭଳି ଏବଂ ସେ ମୋ ବିଶ୍ଵସ୍ତ ଶିଷ୍ୟ । ତାର ଯଦି ଇଚ୍ଛା ଥାଏ ତେବେ ମୁଁ ନିରାଶ କରିବି ନାହିଁ । ପ୍ରଥମେ ଯାଇ ଆପଣ ପଚାରନ୍ତୁ । ସୁରେନ୍ଦ୍ର ଙ୍କୁ ଏହି ବିଷୟରେ ପଚାରିବାରୁ ସୁରେନ୍ଦ୍ର ମନା କଲା । ସେ କହିଲା କି ମୁଁ ମୋ ଗୁରୁଙ୍କ ପାଖରେ ଏବଂ ତାଙ୍କ ସେବାରେ ଜୀବନ କଟେଇଦେବି କିନ୍ତୁ ତାଙ୍କ ଇଚ୍ଛା ବିରୁଦ୍ଧରେ ମୁଁ କେବେ କୋଉ କାର୍ଯ୍ୟ କରିନି ନା କରିବି । ତାଙ୍କ ଆଦେଶ ହିଁ ମୋ ଆଶୀର୍ବାଦ।  ରାଣୀ ତଥା ବାପା ମା ମୁନିବର ଙ୍କୁ ପୁଣି ଅନୁରୋଧ କରିଲେ କିନ୍ତୁ ମୁନିବର ଗୋଟିଏ ସର୍ତ୍ତ ରଖିଲେ ଯେ ବିବାହ ପରେ ତୁମ ଝିଅ ରାଣୀ ଆମର ଏହି କୁଟୀରରେ ରହିବ ଏବଂ ମୋ ସେବା କରିବ । ତାର ସେବାରେ ଯଦି ମୁଁ ସନ୍ତୁଷ୍ଟ ହେବି ତେବେ ମୁଁ ଏମାନଙ୍କୁ ବିବାହ ପାଇଁ ଅନୁମତି ଦେବି । ତତ୍ ସହିତ ସୁରେନ୍ଦ୍ର ମଧ୍ୟ ତୁମ ଝିଅ ର ସେବା ରେ ସନ୍ତୁଷ୍ଟ ହୁଏ ଏବେ ପସନ୍ଦ କରେ ତେବେ ଏହି ବିବାହ ସଂପନ୍ନ ହେବ । ଅନ୍ୟଥା ଏହା ଅସମ୍ଭବ । ରାଣୀ ଏହି ସର୍ତ୍ତ ଶୁଣି ରାଜି ହୋଇଗଲା ଏବଂ ସେ ସ୍ଥିର କଲା ଯେ ମୁଁ ମୁନିବର ଙ୍କୁ ସେବାରେ ନିଶ୍ଚୟ ସନ୍ତୁଷ୍ଟ କରିବି ଏବଂ ସୁରେନ୍ଦ୍ର କୁ ରାଜକୁମାର ଭାବେ ପାଇବି ।  ବାପା ମା ଝିଅ କୁ କୁଟୀରରେ ଛାଡ଼ି ଯିବାକୁ ଇଚ୍ଛା କରୁ ନଥିଲେ କିନ୍ତୁ ଝିଅ ର ଖୁସି କୁ ଆଖି ଆଗରେ ରଖି ସେ ଝିଅ କୁ କୁଟୀରରେ ଛାଡ଼ି ଚାଲିଗଲେ । 
ଦେଖୁ ଦେଖୁ ଗୋଟିଏ ବର୍ଷ ବିତିଗଲା।  ରାଣୀ ର ସେବା ରେ ମୁନିବର ସନ୍ତୁଷ୍ଟ ହେବା ସହିତ ସୁରେନ୍ଦ୍ର ରାଣୀ କୁ ପସନ୍ଦ କରିବାରେ ଲାଗିଲା।  ମୁନିବର ଏହା ଦେଖି ବହୁତ୍ ଖୁସି ହେଲେ ଏବଂ ଶ୍ୟାମ ବାବୁ ଙ୍କୁ ଖବର ଦେଇ ଡାକିଲେ ଏବଂ ବିବାହ ପାଇଁ ଆୟୋଜନ କରିବା ପାଇଁ ଅନୁମତି ଦେଲେ । ବିବାହ ହେଲା ପରେ ମୁନିବର ସୁରେନ୍ଦ୍ର କୁ ରାଣୀ ସହିତ ରହିବାକୁ ଶ୍ୟାମ ବାବୁ ଘରକୁ ଯିବାକୁ ଅନୁମତି ଦେଲେ। ଦୁହେଁ ସେଠୀ ଖୁସିରେ ନିଜ ଜୀବନ ଯାପନ କରିଲେ । ବେଳେବେଳେ ଆଶ୍ରମ ଆସି ମୁନିବର ଙ୍କ ସେବା ମଧ୍ୟ କରିଥାନ୍ତି।  ଦୁଇ ବର୍ଷ ପରେ ସେମାନଙ୍କ ଏକ ରାଜକୁମାରୀ ଜନ୍ମ ନିଏ ତାହା ଦେଖିବାକୁ ଠିକ୍ ରାଣୀ ପରି । ଶ୍ୟାମ ବାବୁଙ୍କ ପରିବାର ସହିତ ତାଙ୍କ ଝିଅ ରାଣୀ ଏବଂ କୁନି ଝିଅ ସହିତ ଖୁସିରେ  ରହିଲେ । 
ମୁଖ୍ୟ ବିନ୍ଦୁ :-
୧. କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ ।
୨. ସବୁବେଳେ ପ୍ରତିଜ୍ଞାବଦ୍ଧ ହେବା ଦରକାର ।
୩. ଯଦି ମନ ଧ୍ୟାନ ଦେଇ କାର୍ଯ୍ୟ କରିବେ ତେବେ ଭଗବାନ ମଧ୍ୟ ଖୁସି ହୁଅନ୍ତି।  
ପୂଜା ସ୍ୱାଇଁ ( ଲେଖିକା) 
ସୋଲଣ୍ଡି, ଗଞ୍ଜାମ ।
If the contents helpful so share to your friends, Thanking You.

କାଇଁଚ ବୁଢ଼ୀ ( kaincha budhi)

କାଇଁଚ ବୁଢ଼ୀ ( kaincha budhi)
କାଇଁଚ ବୁଢ଼ୀ ( kaincha budhi)
ମାଧବପୁର ଗ୍ରାମରେ ଗୋଟିଏ ବୁଢ଼ୀ ରହୁଥିଲା । ବୟସ ପାଖାପାଖି ୬୫ ବର୍ଷ, ନାମ ହେଲା କାଇଁଚ , ମାନେ କାଇଁଚ ବୁଢ଼ୀ । ତାର ଦୁଇ ପୁଅ, ଦୁଇ ବୋହୂ ଆଉ ନାତି ନାତୁଣୀ କୁ ନେଇ ଛୋଟ ପରିବାର ଏବଂ ଗୋଟିଏ ଝିଅ ସେ ତା ଶାଶୁ ଘରେ ରହୁଥାଏ । ବେଳେବେଳେ ଆସି ବୁଲି କରି ଯାଏ । ବୁଢ଼ୀ କୁ ପରିବାର ଭିତରେ ତାକୁ ଟିକେ ବି କାମ କରିବା କୁ ଇଛା ନୁହେଁ । କୌଣସି କାମ ପଡିଲେ ବାହାନା ଖୋଜେ କହିବାକୁ ଗଲେ ବଡ଼ ଅଳସେଇ। ଭଲ ଖାଇବା, ଭଲ ପିନ୍ଧିବା, ଆଇନା ଦେଖିବା ଆଉ ଲୋକ ଙ୍କ ସହ ଭଲ ଗପ ଜମେଇବା ବହୁତ ପସନ୍ଦ ଥିଲା । ତା ପୁଅ ବୋହୂ ଯେତେବେଳେ କାମରେ ଲାଗିଯାଆନ୍ତି । ବୁଢ଼ୀ ଏତେ ଅଳସେଇ ଯେ ଜାଣିଶୁଣି କି ବୋହୂ ମାନକୁ ହଇରାଣ କରିବା ପାଇଁ ଟେବୁଲ ଉପରୁ ପାଣି ଗ୍ଲାସ ବି ଉଠେଇକି ନିଏ ନାହିଁ । ବୋହୂ କୁ ବାରମ୍ବାର ଡାକୁଥାଏ । ସବୁବେଳେ କାହା କୁ ନା କାହାକୁ ଡାକି ହଇରାଣ କରୁଥାଏ । ବୋହୂ ମାନେ ବୁଢ଼ୀ ର କଥା ଶୁଣନ୍ତି କିନ୍ତୁ ଦୁଃଖି ହେଇଯାଆନ୍ତି । ବୁଢ଼ୀ କୁ ଭଲ ଏବଂ ସ୍ଵାଦିଷ୍ଟ ଭୋଜନ ଖାଇବାକୁ ବହୁତ ପସନ୍ଦ । ଯେତେବେଳେ ସ୍ୱାଦିଷ୍ଟ ଖାଇବା ରୋଷେଇ ହେଇଥିବ ସେ ନିଜେ ରୋଷେଇ ଘରକୁ ଯାଇ ବୋହୂ କୁ ବାରମ୍ବାର ପଚାରୁ ଥାଏ ‘ ବୋହୂ କଣ ରାନ୍ଧିଚ ବହୁତ ଭଲ ବାସ୍ନା ଆସୁଛି। ରୋଷେଇ ସରିବା ପର୍ଯ୍ୟନ୍ତ ଆଉ ଅପେକ୍ଷା କରିପାରେ ନାହିଁ । ସେ ନିଜେ ଲୁଚିକି ରୋଷେଇ ଘରକୁ ଯାଇ ଖାଇବା ଖାଏ ଏବଂ ସେଥିରୁ ବାହାର କରିକି କିଛି ତା ରୁମ୍ କୁ ନେଇ ଚାଲିଯାଏ । ଖାଇବା ସମୟରେ ବୋହୂ ମାନେ ସମସ୍ତ ଙ୍କୁ ଖାଇବା ବାଢିଦିଅନ୍ତି ଆଉ ନିଜେ ଖାଇଲା ବେଳକୁ କିଛି ବି ନଥାଏ । ପୁଅମାନେ ବୋହୂ ମାନକୁ ଗାଳି ଗୁଲଜ କରିଲେ ବୁଢ଼ୀ ବସି ଖୁସିହେଉ ଥାଏ । ଗୋଟିଏ ଦିନ ବଡ଼ପୁଅ ବଜାରରୁ ମିଠା ନେଇକି ଆସିଲା । ମିଠାକୁ ନେଇ ପିଲାମାନଙ୍କୁ ଦେଲା । ବୁଢ଼ୀ ମିଠା ଦେଖି ପାଟିରୁ ଲାଳ ଗଡି ଯାଉଥାଏ। ବୁଢ଼ୀ କୁ ମିଠା ଖାଇବାକୁ ଇଛା ହେଇଗଲା, ଏମିତି ରେ ବୁଢ଼ୀ କୁ ମିଠା ବହୁତ ପସନ୍ଦ । ବୁଢ଼ୀ ଯାଇ ପିଲାମାନ ଙ୍କୁ କହିଲା । ପିଲାମାନେ ଆଜି ମୁଁ ତମକୁ ମିଠା ଖାଇବାକୁ ଦେବି । ଶୁଣ ଆଖି ବନ୍ଦ କର!! ହାତ ଆଗକୁ ଆଣ!! ମୁଁ ବାଣ୍ଟିକରି ଦେବି ।ପିଲାମାନେ ବୁଢ଼ୀ ର କଥା ମାନି ଆଖି ବନ୍ଦ କରି ହାତ ଆଗକୁ କରିଲେ । ସେଇ ସମୟରେ ବୁଢ଼ୀ କିଛି ମିଠା ସେ ତା ନିଜ ପାଖରେ ରଖିଦେଲା । ଆଉ ଯୋଉ ମିଠା ରହିଲା ସେଗୁଡ଼ିକ ପିଲାମାନଙ୍କୁ ବାଣ୍ଟି ଦେଲା । ବୁଢ଼ୀ କୁ ଲାଲ୍ ରଙ୍ଗର ଲୁଗା ବହୁତ ପସନ୍ଦ ଥିଲା । ଦିନେ ବୋହୁ ବାହାରେ ଲୁଗା ସୁଖେଇଥିଲା ସେ ସମୟରେ ସେ ତା ବୋହୂର ଲୁଗାକୁ ନେଇ ଲୁଚେଇ ଦେଲା । ନିଜ ଝିଅ କୁ ଦେବା ପାଇଁ ରଖିଦେଲା ।ଦୁଇ ବୋହୂ ଭାବିଲେ ଆମ ଲୁଗା ନେଲା କିଏ ?? ଆସିକି ବୁଢ଼ୀ ପାଖରେ ପଚାରି ବୁଝିଲେ । ବୁଢ଼ୀ କହିଲା ପଡ଼ିଶା ଘର ରାଣୀ ନେଇଥିବ । ଏହା ଶୁଣି ଦୁଇ ବୋହୂ ରାଗ ତମ ତମ ହେଇ ପଡ଼ୋଶୀ ଘରକୁ ଗଲେ । ରାଣୀକୁ ବହୁତ ଗାଳି ଦେଲେ କିନ୍ତୁ ରାଣୀ ମୁଣ୍ଡ ଛୁଇଁ ଶପଥ କରି କହିଲା ମୁଁ ତୁମର ଶାଢ଼ୀ କି ଲୁଗା ଚୋରି କରିନି। ରାତିରେ ସ୍ବାମୀ ଆସିଲା , ବୋହୂ ସ୍ବାମୀ କୁ କହିଲା ଆମ ବାହାଘର ର ବର୍ଷେ ପରେ ମୋତେ ଯୋଉ ସୁନ୍ଦର ଲୁଗା ଟି ଉପହାର ଦେଇଥିଲ ସେଇଟା ଆଜି ସୁଖେଇଥିଲି କିନ୍ତୁ ମୋତେ ମିଳୁନି । ପୁଅ କହିଲା ଏଠି କୋଉଠି ଥିବ ଖୋଜିଲେ ମିଳିଯିବ । ଏ ସବୁ ଦେଖିକି ବୁଢ଼ୀ ବହୁତ ଖୁସିଥିଲା । ଯେମିତି ବୁଢ଼ୀକୁ ଖାଇବା ପିନ୍ଧିବା ବହୁତ ପସନ୍ଦ ସେ ଭାବିଲା ଆଗକୁ ଦୁର୍ଗା ପୂଜା ଆସୁଛି କିଛି ନୂଆ ଶାଢ଼ୀ ଆଣିବ । ବଡ଼ ପୁଅ କୁ କହିଲା ମୋ ପାଇଁ ଶାଢ଼ୀ ଆଉ ପିଲାମାନଙ୍କ ପାଇଁ ଡ୍ରେସ ନେଇ ଆଣିବୁ। ସେ ସମୟରେ ପୁଅ କହିଲା ମୋ ଶାଶୁ ମଧ୍ୟ ଆସୁଛନ୍ତି ତାଙ୍କ ପାଇଁ ବି ଗୋଟେ ଶାଢ଼ୀ ନେଇ ଆସିବି । ବୁଢ଼ୀ ସେ ସବୁ ଶୁଣି ରାଗରେ ପଞ୍ଚମ । ମନରେ ଭାବିଲା ମୋ ପାଇଁ ତ କେବେ ନିଜ ମା ବୋଲି ଶାଢ଼ୀ ଖଣ୍ଡେ ଆଣିଦେଇନି ଆଜି ଶାଶୂ ପ୍ରେମ ଉଛୁଳି ପଡୁଛି। ସକାଳ ହେଲାପରେ ସମସ୍ତେ ବଡ଼ ବୋହୁ ର ମା ଆସିବେ ବୋଲି ଅପେକ୍ଷା କରି ଥାନ୍ତି । ସେତେବେଳେ ବୁଢ଼ୀ ମନେ ମନେ ଭାବୁଥାଏ, ମୁଁ କେତେବେଳେ ବାହାରକୁ ଯାଇଥିଲେ କାଇଁ ମୋ ପାଇଁ ତ ଏମିତି ଅପେକ୍ଷା କରନ୍ତି ନି ।କିଛି ସମୟ ପରେ ଗାଡ଼ି ପହଁଚିଲା । ବଡ଼ ପୁଅ ର ଶାଶୁ ଆସିକି ପହଂଚିଲେ । ପିଲାମାନେ ଆଇ ଆଇ କହିକି ଆଇ ପାଖକୁ ଦୌଡ଼ି ଗଲେ । ପିଲାମାନଙ୍କ ପାଇଁ ଖେଳନା କାହା ପାଇଁ କଣ ସବୁ ନେଇକି ଆସିଛନ୍ତି । ବଡ ବୋହୂ ର ମା ବୁଢ଼ୀ ପାଇଁ ସିନ୍ଦୁକ ଟେ ଆଣିଥିଲେ ତାକୁ ଧରି ନିଜ ରୂମ କୁ ଚାଲିଗଲା, ଆଉ ଯାହା ଲୁଚେଇକି ରଖିଥଲା ସେ ସବୁ ସିନ୍ଦୁକ ଭିତରେ ରଖିଦେଲା । ଘରକୁ ଅତିଥି ଆସିଛନ୍ତି ମାନେ ଭଲ ରୋଷେଇ ନିହାତି ହେବ । ରୋଷେଇ ର ମହକ ରେ ସେ ଜାଣିଗଲା କଣ ରୋଷେଇ ହେଇଛି । ମନରେ ଚିନ୍ତା କଲା ମୋ ପାଇଁ ଏମିତି ଭଲ ଖାଇବା ରାନ୍ଧନ୍ତିନି, ତାଙ୍କ ମା ଆସିଛି ବୋଲି ଏତେ ଭଲ ରୋଷେଇ ହୋଇଛି । କିଛି ଗୋଟେ ଉପାୟ କରି ଭଲ ରୋଷେଇ କୁ ଖରାପ କରିବାକୁ ପଡ଼ିବ। ଯେତେବେଳେ ବୋହୂ ମାନେ ରୋଷେଇ ସାରିକି ରୋଷେଇ ଘରୁ ବାହାରି ଗଲେ ସେତେବେଳେ ବୁଢ଼ୀ ଯାଇ ଖାଇବାରେ ଲଙ୍କା ଗୁଣ୍ଡ ପକେଇ ଚୁପ୍ କରି ନିଜ ରୁମ୍ କୁ ଆସିଗଲା। ସମସ୍ତେ ଖାଇବାକୁ ବସିଲେ, ଭୋଜନ ଅଧା ହୋଇଛି ସମସ୍ତ ଙ୍କ ପାଟି ଜଳିଲା ସମସ୍ତେ ପାଣି ପାଣି ହେଲେ କିନ୍ତୁ ବୁଢ଼ୀ ବହୁତ ଚାଲାକ ଥିଲା ସେ ଖାଇବା ନ ଖାଇ ସମସ୍ତ ଙ୍କୁ କଣେଇ କଣେଇ ଦେଖୁଥିଲା । ସେ କେବଳ ଖାଇବା ର ନାଟକ କରୁଥିଲା । ଏ ସବୁ ବଡ଼ ବୋହୂର ମା ଦେଖିଦେଲେ । ଖାଇବା ସରିବା ପରେ ବଡ ବୋହୂ ର ମା ଆସି ନିଜ ଝିଅ କୁ କହିଲା ଯେ ତୋ ଶାଶୂ ଉପରେ ନଜର ରଖିବୁ । ସେଦିନ ଠୁ ବୁଢ଼ୀ ଉପରେ ସମସ୍ତେ ନଜର ରଖିଲେ । ଗୋଟିଏ ଦିନ ଖାଇବା ରେ ପୁଣି ଲଙ୍କା ଗୁଣ୍ଡ ମିଶେଇ ସେମିତି କରିଲା । ଏବଂ ସମସ୍ତେ ଲୁଚି ଲୁଚି ଦେଖୁଥିଲେ। ସଂଧ୍ୟା ବେଳେ ବୁଢ଼ୀ ର ପୁଅ କୁ ବୋହୂ ମାନେ କହିଲେ କିନ୍ତୁ କେହି ବିଶ୍ବାସ କରିଲେ ନାହିଁ । ଓଲଟା ବୋହୂ ମାନଙ୍କୁ ବୁଢ଼ୀ ଆଗରେ ଖରାପ ହେବାକୁ ପଡ଼ିଲା। ବୋହୂ ମାନେ ଭାବିଲେ କିଛି ଗୋଟିଏ ଉପାୟ କରି ସ୍ବାମୀ ମାନଙ୍କୁ ନିଜ ମା ର କାମ କୁ ଦେଖାଇବାକୁ ପଡ଼ିବ। ୩ ଦିନ ପରେ ବୁଢ଼ୀ କହିଲା ମୁଁ ମୋ ଝିଅ ପାଖକୁ ଯିବି। ପୁଅ ମାନେ କହିଲେ ଯିବୁ ଯଦି ଆଉ ଦୁଇ ଦିନ ପରେ ରବିବାର ଆସିବ ସେ ଦିନ ତୋତେ ନେଇକି ଯିବି। ବୁଢ଼ୀ ଖୁସି ହେଇଗଲା ସେ ଲୁଚେଇ ରଖିଥିବା ଜିନିଷ ସଜେଇବାକୁ ଲାଗିଲା । ତାହା ପୁଣି ରାତିରେ ସମସ୍ତେ ଶୋଇଲା ପରେ ସେ ଧିରେ ଉଠି ସଜାଇବା ଆରମ୍ଭ କରେ। ରବିବାର ସକାଳେ ପୁଅ ସାଙ୍ଗରେ ଝିଅ ଘରକୁ ଯିବାକୁ ବାହାରିଲା । ବଡ ବୋହୂ ଉପାୟ କରି ବୁଢ଼ୀ ର ବ୍ୟାଗ୍ କୁ ଲୁଚେଇ ଦେଲା । ବୁଢ଼ୀ ସଜବାଜ ହୋଇ ବ୍ୟାଗ୍ ଖୋଜିଲା କିନ୍ତୁ ସେ ପାଇଲା ନାହିଁ । ସେ ବିରକ୍ତ ହୋଇ କହିଲା ମୋ ବ୍ୟାଗ୍ କିଏ ରଖିଛି ମୋତେ ଦିଅ। ଦୁଇ ବୋହୂ ଚୁପ୍ ରହିଲେ । ବୁଢ଼ୀ ର ସନ୍ଦେହ ଯେ ଏହି ବୋହୂ ମାନେ ରଖିଥିବେ । ସେ ପୁଅ କୁ କହିଲା ମୋ ବ୍ୟାଗ୍ ତୋ ସ୍ତ୍ରୀ ଲୁଚେଇ ରଖିଛି ତାକୁ ପଚାର ସେ କାହିଁକି ଏମିତି କରୁଛି। ବଡ ବୋହୂ କହିଲା ମା ତମେ ଖାଲି ହାତରେ ଯାଅ । ବ୍ୟାଗ୍ ନେଇ କଣ କରିବ । ବୁଢ଼ୀ କହିଲା ମୋ ଝିଅ ର କିଛି ସାମାନ ରହିଯାଇଥିଲା ସେଗୁଡ଼ାକ ଦେବା ପାଇଁ ଯିବି । ବଡ ବୋହୂ କହିଲା ହଉ କୋଉ ଜିନିଷ ଆମେ ସମସ୍ତେ ଦେଖିବୁ । ୦୫ ଦିନ ପୂର୍ବରୁ ତମ ଝିଅ ଆସିଥିଲା ସେ ତା ଶାଶୁ ଘରେ ପହଞ୍ଚିଲା ପରେ ତମ ପୁଅ ହାତରେ ଖବର ଦେଲା ଯେ ତାର ଏବଂ ଛୁଆ ମାନଙ୍କର କିଛି କପଡା ରହିଯାଇଛି ସେ ଗୁଡ଼ିକ ଫେରାଇ ଦେବାକୁ । ଆଉ ସେ ଜିନିଷ ସବୁ ମୁଁ ତମ ପୁଅ ହାତରେ ଦେଇଛି । ତମେ କଣ ନେଉଛ ମୁଁ ଦେଖିବି । ବୁଢ଼ୀ କହିଲା ନା ନା ମୋ ଝିଅ ର ଜିନିଷ ତମେ କଣ ପାଇଁ ଦେଖିବ। ଏମିତି କହି ମିଛ ରେ କାନ୍ଦିବାକୁ ଆରମ୍ଭ କରିଲା , କହିଲା ,” ମୋତେ ଏ ଦୁଇ ଅଲକ୍ଷଣି ମିଶି ମୋତେ ହଇରାଣ କରୁଛନ୍ତି” ପୁଅ କୁ ବୋହୂ ଆଗରୁ କହି ରଖିଥିଲା ଯେ ମୁଁ ଯାହା କରିବି ସେଥିରେ କେବଳ ହଁ କରିବ । ପୁଅ କହିଲା ଏଥିରେ କାନ୍ଦିବାର କଣ ଅଛି ତୁ ବ୍ୟାଗ୍ ଖୋଲିକି ଦେଖାଇ ଦେ । ବୁଢ଼ୀ ବ୍ୟାଗ୍ କୁ ଛାତିରେ ଜାବୁଡି ଧରି ଦେବ ନାହିଁ ବୋଲି କହିଲା କିନ୍ତୁ ପୁଅ ର ଅନୁରୋଧ ରେ ଶେଷରେ ବ୍ୟାଗ୍ କୁ ଖୋଲାଗଲା । ସେଥିରୁ ବଡ ବୋହୂ ର ଲୁଗା ଏବଂ ଗ୍ଲାସ୍ ତାଟିଆ, ପିଲା ମାନଙ୍କ ଖେଳନା, ବହୁତ୍ ଲୁଗା ଏମିତି ବହୁତ୍ କିଛି ସେ ବ୍ୟାଗ୍ ରୁ ବାହାରିଲା । ଏ ସବୁ ଦେଖି ପୁଅ ର ମୁଣ୍ଡ ଗରମ। ରାଗରେ କହିଲା , ” ମା ଏସବୁ କଣ” ବୁଢ଼ୀ ପୁଣି ମିଛ କହିବାକୁ ଲାଗିଲା ଏ ବିଷୟରେ ମୁଁ କିଛି ଜାଣିନି , କିଏ ରଖିଛି। କିନ୍ତୁ ବୁଢ଼ୀ ର ଅସଲି ରୂପ ଜଣା ପଡିଗଲା । ପୁଅ ମା କୁ ଘର ଭିତରକୁ ନେଇ ବୁଝେଇ କହିଲା , ଏମିତି କାହିଁକି କରୁଛୁ , ଘର ଭିତରେ ଅସନ୍ତୋଷ ସୃଷ୍ଟି ହେଉଛି । ତାର କାରଣ ତୁ କାହିଁକି ହେବାକୁ ଚାହୁଁଛୁ । ତା ପରେ ବୁଢ଼ୀର ମନରେ ଅଳ୍ପ ପରିବର୍ତ୍ତନ ଆସିଲା ଏବଂ ଧିରେ ଧୀରେ ନିଜକୁ ପରିବର୍ତ୍ତନ କରି ଭଲ ଶାଶୂ ହେବାକୁ ଚେଷ୍ଟା କରିଲା ଏବଂ ତାଙ୍କ ପରିବାର ବହୁତ୍ ଖୁସିରେ ଚାଲିଲା।
ଏଥିରୁ କଣ ଶିଖିଲ?
୧. ଚୋରି କରିବା ଅନୁଚିତ୍।
୨. କାହା ପ୍ରତି ଖରାପ ମନୋଭାବ ରଖିବା ଅନୁଚିତ୍।
୩. ସତ ଦିନେ ନା ଦିନ ବାହାରକୁ ଆସିବ ସେଥିପାଇଁ ସବୁବେଳେ ସତ କହିବା ଉଚିତ୍ ।
 ରୁବି ନାହାକ ଙ୍କ କଲମରୁ
ବୁଗୁଡ଼ା , ଗଞ୍ଜାମ।
Kids Story  👈👈👈 Click Here

କୋରୋନା କାଳ (Corona Time)



କୋରୋନା କାଳ (Corona Time)
କୋରୋନା କାଳ (Corona Time)



ଗୁଜୁରାଟ ରେ ଗୋଟିଏ ଗରିବ ପରିବାର ରହୁଥିଲେ । ସେ ପରିବାର ରେ ବାପା ସୁରେଶ ଆଉ ଗୋଟିଏ ଝିଅ ଏବଂ ଗୋଟିଏ ପୁଅ ରହୁଥିଲେ । ସ୍ତ୍ରୀ ଗୋଟିଏ ବର୍ଷ ପୂର୍ବରୁ ଚାଲିଯାଇଛି । ପୁଅ ପପୁ ପାଞ୍ଚ ବର୍ଷର ହୋଇଥାଏ ଓ ଝିଅ ପାପୁନି ତିନି ବର୍ଷର ହୋଇଥାଏ । ସେଠୀ ଗରିବ ବସ୍ତି ରେ ଗୋଟିଏ ଚାଳ ଘରେ ରହୁଥିଲେ । ସୁରେଶ ବଙ୍ଗଳା ରେ ଲାଗୁଥିବା ଇଟା ସିମେଣ୍ଟ ଗୁଡି ବୋହିବା କାମ କରେ । ସେତିକି ରୁ ଯେତିକି ମିଳେ ପୁରା ଟଙ୍କା ଖାଇ ସାରି ଦେଉଥିଲେ । ଖୁସିରେ ତାଙ୍କର ଘର ଚାଳିଯାଏ । ତାକୁ କୌଣସି ଦିନ ଖାଇବାରେ ଅସୁବିଧା ହେଉନଥିଲା । ମଜୁରୀ ଠିକ୍ ସମୟରେ ମିଳି ଯାଉଥିଲା ଚାଉଳ, ଅଟା, ପରିବା ସରିବା ମାତ୍ରେ ଘରକୁ ଆସିଯାଉ ଥିଲା । ଦୁଇ ଓଳି ଖାଇବା ଆଉ ରହିବା ପାଇଁ ଜାଗା ସହିତ ପୁଅ ଝିଅ ଙ୍କ ସହ ଖେଳିବା ରେ ତାର ସମୟ ବିତି ଯାଉଥିଲା । ସୁରେଶ କାମ କୁ ଗଲାବେଳେ ପପୁ ଭଉଣୀ (ପାପୁନୀ) ର ଦେଖା ଶୁଣା କରେ । ମା ନଥିବା ହେତୁ ପପୁ ସାନ ଭଉଣୀ ପାପୁନି କୁ ବହୁତ ଭଲ ପାଏ ଏବଂ ଯତ୍ନ ବି ନିଏ।
ହଠାତ୍ କୋରନା ରୋଗ କୁଆଡୁ ମାଡ଼ି ଆସିଲା । ଦେଶରେ ଲକ ଡାଉନ ଏବଂ ସଟ ଡାଉନ୍ ହେଲା ଯାହା ଫଳରେ କାମ ଧନ୍ଦା ବନ୍ଦ ହେଇଗଲା । ସୁରେଶ ବହୁତ ଚିନ୍ତିତ ହେଇଗଲା । କାମ ବନ୍ଦ ହେଇଗଲା କେମିତି କଣ କରିବ ଆଉ ପିଲାଙ୍କୁ କଣ ଖାଇବା କୁ ଦେବ । କାରଣ ସେ ଦିନ ମଜୁରୀ ଭାବରେ କାମ କରୁଥାଏ । ଯୋଉ ଦିନ ଯାହା ମିଳିଥାଏ ସବୁତକ ଘର ଖର୍ଚ୍ଚରେ ଚାଲିଯାଏ । ଅଟା, ଚାଉଳ ଏତିକି ଥିଲା ସେତକ ଦୁଇ ଦିନ ରେ ସରିଗଲା । ସୁରେଶ ର ଆଖ ପାଖରେ କିଏ ବି ରହୁନଥିଲେ । ଅଟା ଡବା ଝାଡା ଝୁଡ଼ି କରିଲା ସେଥିରୁ ଯେତିକି ଅଟା ବାହାରିଲା ଦୁଇ ଖଣ୍ଡ ରୁଟି ହେବ । ସେତକ ଦେଖି ବହୁତ ଦୁଃଖି ହେଇଗଲା, ଭାବିଲା ଦୁଇ ଖଣ୍ଡ ରୁଟି ହେବ ତାହା ମୋ ପୁଅ ଝିଅ କେମିତି ଖାଇବେ, ଜଣକୁ ଦେବୀ ତ ଆଉ ଜଣେ ଭୋକରେ ରହିବ । ମାତ୍ର ସେ ଅଟା କୁ ଚକଟି ରୁଟି କରିଲା ପରେ ସେଥିରୁ ତିନି ଖଣ୍ଡ ରୁଟି ହେଲା ସେଥିରୁ ପାପୁନି କୁ ଗୋଟେ ଆଉ ଗୋଟେ ପାପୁନି କୁ ଖାଇବାକୁ ଦେଲା । ଆଉ ଗୋଟିଏ ଖଣ୍ଡ ରୁଟି ସେ ନିଜେ ଖାଇବାକୁ ନେଲା । ଖାଇ ବସି ପାଟିକୁ ନେଲା ବେଳେ ଭାବିଲା ମୁଁ ଯଦି ଖାଇନେବି ପାପୁନି କୁ ଅଧ ରାତି ରେ ଯଦି ଭୋକ ହେଲା କଣ ଖାଇବାକୁ ଦେବୀ ଏମିତି ଭାବି ସେ ରୁଟି ଖଣ୍ଡକ ରଖିଦେଲା । ସେ ଯେମିତି ଭାବିଥିଲା ସେମିତି ହିଁ ହେଲା । ଅଧ ରାତିରେ ଭୋକରେ ପାପୁନି ର ନିଦ ଭାଙ୍ଗିଗଲା। ବଞ୍ଚିଥିବା ରୁଟି ଖଣ୍ଡକ ଖୁଆଇ ଦେଲା ଆଉ ସେ ଭୋକରେ ସେମିତି ହିଁ ରହିଗଲା । ପିଲାମାନେ ସିନା ଶୋଇ ପଡ଼ିଲେ କିନ୍ତୁ ସୁରେଶ କୁ ନିଦ ହେଉ ନଥିଲା । ସେ କାଲି ସକାଳେ ପିଲାମାନ ଙ୍କୁ କଣ ଦେବ ଭାବି ଦୁଃଖି ହେଇଗଲା ଆଉ ଭଗବାନ ଙ୍କୁ ପ୍ରାର୍ଥନା କରୁଥିଲା । ସୁରେଶ କେବେ ଭାବିନଥିଲା ଏତେ ଖରାପ ସମୟ ମଧ୍ୟ ଆସିବ ବୋଲି । ରାତି ପାହୀ ସକାଳ ହେଲା । ପିଲାମାନେ ଖାଇବା ପାଇଁ ଆକୁଳ ବ୍ୟାକୁଳ ହେଲେ । ବାପା ଭୋକ ହେଲା, ଭୋକ ହେଲା, କହି କାନ୍ଦିବାକୁ ଲାଗିଲେ କିନ୍ତୁ ଘରେ କିଛି ବି ଖାଇବା ପାଇଁ ନାହିଁ। କଣ କୋଉଠୁ ଆଣିକି ଦେବ ଭାବିଲା ବହୁତ ଦୁଃଖି ହେଇଗଲା। ସେତିକି ବେଳେ ଗୋଟିଏ ଗାଡି ଆସିଲା ଆଉ ମାଇକ୍ ରେ ଡାକିବାକୁ ଲାଗିଲା ।ଆମେ ଏଠି ସାହାଯ୍ୟ କରିବାକୁ ଆସିଛୁ ଆଉ ଯାହା କୁ ବି ଅଟା ଦରକାର ଏଠି ଆସି ନେଇଯାଅ । ସମସ୍ତ ପରିବାର କୁ କେବଳ ଗୋଟିଏ କିଲୋ ହିଁ ଦିଆ ଯିବ। ଶବ୍ଦ ଶୁଣି ଲୋକମାନେ ଏକାଠି ହେଲେ । ଶବ୍ଦ ଶୁଣି ସୁରେଶ ର ମୁହଁରେ ବି ଖୁସି ଆସିଗଲା । ସେ ପପୁ କୁ କହିଲା ଶୀଘ୍ର ଚାଲ ପପୁ ଲୋକ ଭିଡ଼ ହୋଇ ଯିବେ । ଆମ କୁ ସେ ଅଟା ନିହାତି ଦରକାର । ପପୁ ଦୌଡ଼ି ବା କୁ ଲାଗିଲା ସୁରେଶ ପାପୁନି କୁ ନେଇକି ଗଲା । ପପୁ କିଛି ସମୟ ଦୌଡ଼ି ବା ପରେ ତଳେ ପଡ଼ିଗଲା । ହେଲେ ବି ସେ ଉଠିକି ପୁଣି ଦୌଡ଼ି ଯାଇ ଲାଇନ ରେ ଛିଡା ହେଲା । ଜଣ ଜଣ ଙ୍କ ପରେ ସୁରେଶ ର ପାଳି ଆସିଲା । ସେ ବ୍ୟକ୍ତି ଜଣକ ସୁରେଶ କୁ ଆଣି ଅଟା ପ୍ୟାକେଟ ଟି ଦେଲେ । ସୁରେଶ ଦୁଇ ହାତ ଯୋଡ଼ି ସେ ବ୍ୟକ୍ତି କୁ ଚାହିଁ ରହିଲା । ଆଖିରେ ଆଖିଏ ଲୁହ । କିଛି ସେକେଣ୍ଡ ପରେ ସେ ବ୍ୟକ୍ତି ଜଣକ ପଚାରିଲେ ଆଉ ଦରକାର କି । ସୁରେଶ ର ଆଖିରୁ ଲୁହ ବାହାରି ଯାଉଥାଏ। ସେ ବ୍ୟକ୍ତି ଦେଖିଲେ ସେ ସୁରେଶ ପଛରେ ଆଉ କିଏ ନାହାନ୍ତି। ସେ ବ୍ୟକ୍ତି ଜଣଙ୍କ ଆଉ ଗୋଟିଏ ପ୍ୟାକେଟ ଦେଲେ କହିଲେ ଏଥିରେ କିଛି ଡାଲି, ଚାଉଳ ଅଛି ୟକୁ ମଧ୍ୟ ନିଅ । ସୁରେଶ ସେ ବ୍ୟକ୍ତି ଜଣଙ୍କ ହାତକୁ ଧରି ଧନ୍ୟବାଦ ଦେଲା । ଅଟା ଏବଂ ଡାଲି ପ୍ୟାକେଟ କୁ ନେଇ ନିଜ ଘରକୁ ଚାଲିଗଲା । ଘର ଭିତରେ ଅଟା ପ୍ୟାକେଟ କୁ ଥାଳିରେ ଢାଳିଲେ ଏବଂ ଅନ୍ୟ ପ୍ୟାକେଟ କୁ ଆଉ ଗୋଟିଏ ଥାଳିରେ ଢାଳିଲା । ଅଟା ପ୍ୟାକେଟ ରୁ ଅଟା ବାହାରିଲା କିନ୍ତୁ ଡାଲି ପ୍ୟାକେଟ ରୁ କିଛି ଅଲଗା ଜିନିଷ ବାହାରିଲା। ସେଥିରେ ଥିଲା କିଛି ଟଙ୍କା ପାଖା ପାଖି ଦୁଇ ହଜାର ଟଙ୍କା ହେବ ତା ସହିତ ଡାଲି ଏବଂ ମସଲା ସାମଗ୍ରୀ ଥିଲା। ସେଥିରେ ଆଉ ଗୋଟିଏ କାଗଜରେ କିଛି ଠିକଣା ଦେଇ ଲେଖା ହୋଇଥିଲା ଆପଣଙ୍କ ଖାଇବା ସରିବା ପରେ ଆମର ଦିଆ ଯାଇଥିବା ଠିକଣା ରେ ପହଞ୍ଚି ପୁଣି ଥରେ ଅଟା, ଚାଉଳ ଏବଂ ଡାଲି ନେଇପାରିବେ । ସୁରେଶ ମନରେ ଆଶ୍ୱାସନା ଆସିଲା । ସେ ମନେ ମନେ ଭଗବାନ କୁ ଧନ୍ୟବାଦ ଦେଇ କହିଲା । ଆପଣ ଦୁଃଖ ଦରିଦ୍ର ଙ୍କ କଥା ପ୍ରକୃତରେ ବୁଝି ପାରନ୍ତି । ଖାଇବା ସାମାନ ସରିବା ପରେ ପୁଣି ସେହି ଠିକଣା ରେ ପହଞ୍ଚିଲା। ସେଠୀ ପୁଣି ଖାଇବା ସାମାନ ନେଇ ଆସିଲା ସେହି ସମୟରେ ବ୍ୟକ୍ତି ଜଣଙ୍କ କହିଲେ । ଭାଇନା ଏବେ କେବଳ ଅଟା ଏବଂ ଡାଲି ଅଛି ସେଥିରେ ଟଙ୍କା ନାହିଁ । ସୁରେଶ କହିଲା ଆପଣଙ୍କ ଦୟା ଯୋଗୁ ମୋର ଦୁଇ ଛୁଆ ଭୋକରେ ରହିବେ ନାହିଁ । ସେ ବ୍ୟକ୍ତି ଜଣଙ୍କ କହିଲେ ଆପଣ ଯଦି ଆମ ସାଙ୍ଗରେ ଲୋକ ମାନଙ୍କୁ ସାହାଯ୍ୟ କରନ୍ତି ତେବେ କିଛି ଟଙ୍କା ମିଳିପାରେ । ସୁରେଶ ଖୁସି ହୋଇ କହିଲା । ହଁ ଆଜ୍ଞା ମୁଁ କରିବାକୁ ରାଜି ଅଛି । ସେ ବ୍ୟକ୍ତି ଜଣକ କହିଲେ ତମେ ଏବେ ଯାଅ ସନ୍ଧ୍ୟାବେଳେ ଆସ ଏବଂ ଅଳ୍ପ ରାତି ପର୍ଯ୍ୟନ୍ତ ଖାଇବା ବାଣ୍ଟିବା ପରେ ତମେ ଚାଲିଯିବ । ସୁରେଶ ସବୁ କାମ ସାରି ସନ୍ଧ୍ୟାରେ ପହଁଚିଗଲା ଏବଂ ଖାଇବା ବାଣ୍ଟିବା ଆରମ୍ଭ କରିଦେଲା। ପ୍ରତିଦିନ କିଛି କିଛି ଟଙ୍କା ଆକାରରେ ସୁରେଶ କୁ ମିଳୁଥିଲା । ଏମିତି କିଛି ଦିନ ଚାଲିଲା ପରେ ଧିରେ ଧିରେ କାମ ଆରମ୍ଭ ହେଲା ଏବଂ ସୁରେଶ ପୁଣି ମଜୁରୀ କରି ନିଜ ଘର ଚଳେଇଲା କିନ୍ତୁ ଏବେ ସୁରେଶ ପ୍ରତିଦିନ ଯେତେ ଟଙ୍କା ମିଳୁଥିଲା ସେଥିରୁ ଅଧା ଟଙ୍କା ଖର୍ଚ୍ଚ କରି ବାକି ଟଙ୍କା ସଞ୍ଚୟ କରି ରଖୁଥିଲା । ସୁରେଶ ଭାବିଲା ଯେତେବେଳେ ପର୍ଯ୍ୟନ୍ତ ମୋତେ ପ୍ରତିଦିନ ଟଙ୍କା ମିଳୁଥିଲା ସେ ସମୟର ଟଙ୍କାର ମୂଲ୍ୟ ବୁଝିନଥିଲି କିନ୍ତୁ ଆଜି ଜାଣିଲି ଯେ ଯଦି ତୁମ ପାଖରେ ଟଙ୍କା ନାହିଁତ ତୁମ ପାଖରେ କିଛି ନାହିଁ ଏଵଂ ଯେତେବେଳେ ମଣିଷ କୁ ଭୋକ ଲାଗେ ସେତେବେଳେ ଟଙ୍କା ର ମୂଲ୍ୟ ଅଧିକା ହୋଇଯାଏ । ମନେ ମନେ ଭଗବାନ କୁ ଧନ୍ୟବାଦ ଦେଉଥିଲା ଏମିତି କା କୋରୋନା କାଳ ପୁଣିଥରେ ନ ଆସୁ ଭଗଵାନ !!!! ଏହି କୋରୋନା କାଳ ସମସ୍ତଙ୍କୁ କିଛି କିଛି ଉପଦେଶ ଦେଇ ଚାଲିଗଲା ଏବଂ କହିଦେଇଗଲା ଯେ, ସଞ୍ଚୟ କର ନହେଲେ ଆଗକୁ ପୁଣି କିଛି ଖରାପ ସମୟ ଆସିବ ତାହା ତମକୁ ଭୋଗିବାକୁ ପଡ଼ିବ । ତା ପର ଠାରୁ ସୁରେଶ ସବୁବେଳେ ଭାବି ଚିନ୍ତି ଖର୍ଚ୍ଚ କରୁଥାଏ ।


ଏଥିରୁ କଣ ଶିଖିଲ ?
୧. ନିଜେ ଭୋକରେ ରହି ମଧ୍ୟ ନିଜ ପରିବାର କୁ ଖୁଆଇବା ଦରକାର ।
୨. ଟଙ୍କାର ମୂଲ୍ୟ ବୁଝିବା ଦରକାର, ବେକାର ଖର୍ଚ୍ଚ ଠାରୁ ଦୂରରେ ରହିବା ଉଚିତ୍ ।
୩. ଟଙ୍କା ସଞ୍ଚୟ ପାଇଁ ଭାବନା ରଖିବା ଦରକାର ଯାହା ଆମକୁ ଅସୁବିଧା ସମୟରେ କାମ ଆସିବ ।

ଲେଖିକା. ରୁବି ନାହାକ
ବୁଗୁଡ଼ା, ଗଞ୍ଜାମ ।

ନାଗମଣି


ନାଗମଣି snake diamond
ନାଗମଣି


ଗୋଟିଏ ଦେଶରେ ରାଜା ଥିଲେ ସେ ତାଙ୍କ ରାଜ୍ୟ କୁ ବହୁତ ସୁରକ୍ଷା ଦେଉଥିଲେ ଏବଂ ପ୍ରଜା ମାନେ ମଧ୍ୟ ରାଜା ଙ୍କ ଉପରେ ବହୁତ ଖୁସିଥିଲେ ରାଜାଙ୍କ ର ଏକ ମାତ୍ର ପୁତ୍ର ଥିଲା । ସେ ମଧ୍ୟ ଚାହୁଁଥିଲେ ପୁତ୍ର ମଧ୍ୟ ପ୍ରଜା ମାନଙ୍କର ସେବା କରୁ । ରାଜକୁମାର ପାଈଁ ଉଚିତ ଶିକ୍ଷା ର ନିହାତି ଦରକାର । ସେ ନିଜ ପୁତ୍ରର ଶିକ୍ଷା ନିମନ୍ତେ ଗୁରୁ ଙ୍କ ପାଖକୁ ପଠେଇବା ପାଇଁ ଭାବିଲେ ଏବଂ ଏହି କଥାକୁ ମନ୍ତ୍ରୀ ଙ୍କୁ କହିଲେ । ମନ୍ତ୍ରୀ ମଧ୍ୟ କହିଲେ ଠିକ୍ ଅଛି । ମହାରାଜା ରାଜକୁମାର ଙ୍କ ସହ ମୋ ପୁତ୍ର କୁ ମଧ୍ୟ ଶିକ୍ଷା ପାଈଁ ପଠେଇଦେବି । ଏହା ଶୁଣି ରାଜା ବହୁତ ଖୁସି ହେଲେ ଏବଂ ଦୁଇଜଣଙ୍କୁ ଡାକି ଶିକ୍ଷା ପାଇଁ ଗୋଟିଏ ଆଶ୍ରମକୁ ନେବାପାଇଁ ଘୋଡ଼ା ଏବଂ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ସବୁ ସାଜ କରି ରଖାଗଲା । ଦୁଇଘୋଡା ସହ ସାମଗ୍ରୀ ମଧ୍ୟ ଧରି ବାହାରିଲେ ଯିବାପାଇଁ । ଯିବା ସମୟରେ ସନ୍ଧ୍ୟା ହୋଇ ରାତ୍ର ଆସିଲା ସେ ଯିବା ସମୟରେ ଗୋଟିଏ ବିରାଟ ବଡ଼ ଜଙ୍ଗଲ ପଡିଲା ସେ ଜଙ୍ଗଲରେ ଦୁଇଜଣ ବିଶ୍ରାମ ନେବାକୁ ଭାବିଲେ କିନ୍ତୁ ଉପଯୁକ୍ତ ଶୟନ ନିମନ୍ତେ ବ୍ୟବସ୍ଥା ହୋଇପାରିନଥିଲା । ଶେଷରେ ସେ ଦୁଇଜଣ ଗୋଟିଏ ଗଛର ତଳେ ଶୟନ କରିଲେ ଏବଂ ଘୋଡା ଦୁଇଟି କୁ ଗଛର ଚେର ରେ ବାନ୍ଧି ଦେଲେ । ମଧ୍ୟ ରାତ୍ର ରେ ଗୋଟିଏ ସାପ ଆସିଲା । ବହୁତ୍ ବଡ ସାପ ଏବଂ ମଣି ସଦୃଶ୍ୟ ତା ମଥାରେ ଚମକୁ ଥାଏ । ଏତିକିବେଳେ ମନ୍ତ୍ରୀ ପୁଅ ଉଠିଗଲା ଏବଂ ସେ ଦେଖିଲା ରାଜକୁମାର ଶୋଇଛନ୍ତି । ସେ ଜାଣିଛି ଯେ ରାଜକୁମାର ଥରେ ଶୋଇଲେ ଶୀଘ୍ର ନିଦ ଭାଙ୍ଗେ ନାହିଁ । ସେ ଦେଖିଲେ ସେହି ସାପ ରାଜକୁମାର କୁ ଚୋଟ ମାରିବାକୁ ଆସିଲା । ଏତିକିବେଳେ ମନ୍ତ୍ରୀ ପୁଅ ସାପ କୁ ଆଦେଶ ଦେଲା । ତମେ ବିନା କାରଣରେ ଆମର କ୍ଷତି କରିପାରିବ ନାହିଁ । ସାପ କହିଲା ଏ ଜଙ୍ଗଲ ହେଉଛି ଆମ ଭ୍ରମଣ ସ୍ଥଳୀ ଏଠି ସାପ ଛଡ଼ା ଅନ୍ୟ କେହି ଆସିପାରିବ ନାହିଁ । ସେଥିପାଇଁ ତୁମ୍ଭ ମାନଙ୍କୁ ଆଜି ମୃତ୍ୟୁ ମୁଖକୁ ଯିବାକୁ ହେବ । ମନ୍ତ୍ରୀ ପୁଅ କହିଲା ଏ ହେଉଛି ଆମ ରାଜ୍ୟର ରାଜକୁମାର । ଏ ଜଙ୍ଗଲ ମଧ୍ୟ ଆମ ରାଜାଙ୍କର । ରାଜକୁମାର କୁ କିଛି କ୍ଷତି କରିବା ପୂର୍ବରୁ ତୁମକୁ ପ୍ରଥମେ ମୋ ତଲବାର୍ ର ସାମ୍ନା କରିବାକୁ ପଡ଼ିବ । ମନ୍ତ୍ରୀ ପୁଅ ର କଥା କୁ ସାପ ଖାତିର ନ କରି ଆଗକୁ ମାଡ଼ି ଆସିଲା ପରେ ଦୁଇ ଜଣଙ୍କ ମଧ୍ୟରେ ଯୁଦ୍ଧ ହେଲା ଶେଷରେ ସାପ କୁ ହାରିବାକୁ ପଡ଼ିଲା । ଏବଂ ସାପ ର ଅହଙ୍କାର ଭାଙ୍ଗିଗଲା । ମନ୍ତ୍ରୀ ପୁଅ ସାପକୁ ମୃତ୍ୟୁ ଦଣ୍ଡ ଦେବା ପୂର୍ବରୁ ସାପ ଭୁଲ ମାଗିଲା ଏବଂ ନିଜ ଜୀବନ ଭିକ୍ଷା ମାଗି ତାର ଅସଲ ରୂପକୁ ଆସି ଗୋଟିଏ ନାଗ କନ୍ୟାରେ ପରିଣତ ହେଲା। ନାଗକନ୍ୟା କୁ ଦେଖି ମନ୍ତ୍ରୀ ପୁଅ ପସନ୍ଦ କରିବାକୁ ଲାଗିଲା । ନାଗକନ୍ୟା ମଧ୍ୟ ମନ୍ତ୍ରୀ ପୁଅ ର ସାହସୀ କାର୍ଯ୍ୟ ଦେଖି ସେ ମନ୍ତ୍ରୀ ପୁଅ ଉପରେ ମୋହ ହୋଇଗଲା ଏବଂ ବିବାହ ପାଇଁ ପ୍ରସ୍ତାବ ଦେଲା । ସେହି କନ୍ୟା ଜଣକ ତାକୁ ନାଗ ବଂଶ ବିଷୟରେ କହିଲେ ଏବଂ ତାକୁ ଜଙ୍ଗଲ ମଝିରେ ଥିବା ଗୋଟିଏ ପଦ୍ମ ପୋଖରୀ ର ଭିତରକୁ ନେଇଗଲେ ସେଠି ବହୁତ ସୁନ୍ଦରୀ ନାଗ କନ୍ୟା ମାନେ ଥିଲେ । ନାଗବଂଶ ର ସଦସ୍ୟ ମାନେ ଏହି ପୁଅ ଦେଖି ପସନ୍ଦ କରିଲେ ଏବଂ ସେମାନେ ଏହି ପୁଅକୁ ଦେଖି ତାଙ୍କ ନାଗରାଜ ଦରବାର ରେ ଉପସ୍ଥିତ କରିଲେ । ନାଗରାଜ ନା କୁ ପଚାରିଲେ ଏହି ପୁଅ କୁ ଆମ ସାମ୍ରାଜ୍ୟକୁ କାହିଁକି ଆଣିଛୁ । ନାଗକନ୍ୟା ହେଉଛି ରାଜା ଙ୍କ ଝିଅ । ନାଗକନ୍ୟା କୁହେ ମା, ଆମେ ଦୁହେଁ ଦୁହିଁଙ୍କୁ ପ୍ରେମ କରୁଛୁ ଏବଂ ବାହା ହେବାକୁ ଚାହୁଁଚୁ । ନାଗରାଜ ସେହି ପୁଅ କୁ ମଧ୍ୟ ପଚାରିଲେ। ମନ୍ତ୍ରୀ ପୁଅ କହିଲା ମୁଁ ମଧ୍ୟ ଆପଣଙ୍କ ଝିଅ କୁ ପ୍ରେମ କରେ ତାକୁ ବିବାହ କରିବାକୁ ଚାହେଁ । ଏହା ଶୁଣି ମା କହିଲେ ଯଦି ଏଇ ତୁମକୁ ବିବାହ କରିବ ତେବେ ସେ ତାଙ୍କ ରାଜ୍ୟକୁ ଯିବନି ଆମ ନାଗ ସାମ୍ରାଜ୍ୟ ରେ ହିଁ ରହିବ ତୁମ ସହ । ଏହା ଶୁଣି ମନ୍ତ୍ରୀ ଙ୍କ ପୁଅ ବ୍ୟସ୍ତ ହେଇଗଲେ । କାରଣ ସେ ଜଣେ ମନ୍ତ୍ରୀଙ୍କ ପୁଅ ଶିକ୍ଷା ଗ୍ରହଣ ନିମନ୍ତେ ଆସି ଏଠି ରହିଗଲେ । ଯଦି ରାଜା ଜାଣିବେ ତେବେ ତାଙ୍କ ପିତାଙ୍କ ମନ୍ତ୍ରୀ ପଦ ଚାଲିଯିବ ଏବଂ ରାଜାଙ୍କ ଆଗରେ ମଧ୍ୟ ଛୋଟ ହେଇଯିବେ ଭାବି ଚିନ୍ତାରେ ରହିଲା। ନାଗରାଜ ଙ୍କ ଆଦେଶାନୁଶାର ବିବାହ କାର୍ଯ୍ୟ ଆରମ୍ଭ ହେଲା । ନାଗକନ୍ୟା ମାନେ ବିବାହ ପ୍ରସ୍ତୁତି ରେ ଲାଗି ପଡ଼ିଲେ। ବିବାହ ମଧ୍ୟ ସରିଲା । ମନ୍ତ୍ରୀ ପୁଅ ଚିନ୍ତାରେ ରହିବା ଦେଖି ନାଗକନ୍ୟା ଚିନ୍ତାର କାରଣ ପଚାରିଲା । ମନ୍ତ୍ରୀ ପୁଅ ସ୍ତ୍ରୀ ନାଗକନ୍ୟା କୁ ସବୁକଥା କହିଲେ। ସ୍ତ୍ରୀ ସବୁ କଥା ବୁଝି କିଛି ଯୋଜନା ଭାବି ମନ୍ତ୍ରୀ ପୁଅ କୁ କହିଲା। ନାଗକନ୍ୟା ଚିନ୍ତାର କାରଣ ତାଙ୍କ ନାଗରଜ କୁ ଜଣାଇଲେ। ନାଗରାଜ ନିଜ କନ୍ୟା ର ଉତ୍ତମ ଭବିଷ୍ୟତ ପାଇଁ ତାଙ୍କୁ ସେଠୁ ଆସିବାର ଉପାୟ ମଧ କହିଲେ।ପାଖରେ ଥିବା ନାଗମଣି ମଧ୍ୟ ଦେଲେ । ଆଉ କହିଲା କି ତୁମେ ତୁମ ସାଙ୍ଗରେ ୟାକୁ ନେବ ଆଉ ତୁମ ରାଜ୍ୟକୁ ଫେରିଯିବ । ଏହା ଶୁଣି ମନ୍ତ୍ରୀ ପୁଅ କୁହେ ଯଦି ମୋତେ ପୁଣି ଖୋଜି ନାଗରାଜ ପଛେ ପଛେ ଆସିଯିବେ ତେବେ? ଏହା ଶୁଣି ନାଗକନ୍ୟା ଜଣକ କୁହନ୍ତି । ଆମ ମଥାରେ ଥିବା ମଣି କେବଳ ଆମ ସାମ୍ରାଜ୍ୟର ସନ୍ତକ । କିନ୍ତୁ ଏ ହେଉଛି ରାଜା ଙ୍କ ନାଗ ମଣି ପୁରା ଅସଲି । ଆମ ସୁରକ୍ଷିତ ପାଇଁ ଏହି ମଣି କୁ ଆମକୁ ଦେଲେ ।ରାଜା ଯାହାକୁ ଏହି ମଣି ଦେଉଥିଲେ ସେ କେବଳ ଏହି ମଣି ସାହାଯ୍ୟରେ ନାଗ ସାମ୍ରାଜ୍ୟ ରୁ ବାହାରକୁ ଆସି ପାରୁ ଥିଲେ । ବର୍ତ୍ତମାନ ଏହି ମଣି ଆମକୁ ଦେଇ ଦେଲେ। ଏହି ମଣି ବିନା ଏହି ସ୍ଥାନରୁ କେହି ମଧ୍ୟ ବାହାରକୁ ଯାଇପାରିବେ ନାହିଁ କି ତୁମକୁ ଖୋଜି ପାରିବେ ନାହିଁ ।ଏହା ଶୁଣି ମନ୍ତ୍ରୀ ପୁଅ ବହୁତ ଖୁସି ହେଲା ଆଉ ସେ ନାଗ କନ୍ୟାକୁ ବି ସାଙ୍ଗରେ ନେବା ପାଇଁ କହିଲା । ଦୁହେଁ ମିଶି ପୁଣି ସେହି ପଦ୍ମ ପୋଖରୀ ବାହାରକୁ ଆସିଲେ ଏବଂ ରାଜାଙ୍କ ପୁତ୍ର କୁ ଖୋଜିଲେ ରାଜାଙ୍କ ପୁତ୍ର ବି ସେହି ଦିନ ଠାରୁ ବହୁତ ଖୋଜୁଥାନ୍ତି । ମନ୍ତ୍ରୀ ଙ୍କ ପୁଅ ନିଜ ସାଥି ଆଉ ଘୋଡାକୁ ନ ପାଇ ବହୁତ ଚିନ୍ତିତ ହେଇଗଲେ । ରାଜକୁମାର ଗୋଟିଏ ଝରଣା ପାଖରେ ଗୋଟାଏ ପଥର ଉପରେ ବସି ଭାବୁଥାନ୍ତି । ସେହି ସମୟରେ ମନ୍ତ୍ରୀ ପୁଅ ନାଗକନ୍ୟା ଆସି ଭେଟିଲେ ତାଙ୍କୁ ଦେଖି ମନ୍ତ୍ରୀ ପୁଅ କୁ ରାଜକୁମାର କୁଣ୍ଢେଇ ପକେଇ କହିଲେ ମୋତେ ଛାଡ଼ି ତମେ କୁଆଡେ ଯାଇଥିଲ । ସେହି ସମୟରେ ମନ୍ତ୍ରୀ ପୁଅ ସବୁକଥା କୁ ବୁଝେଇ କୁହେ । ରାଜ କୁମାର ସବୁ ଶୁଣି ଆଶ୍ଚର୍ଯ୍ୟ ହେଇଗଲେ ଏବେ ଆଉ କଣ କରିବା ସେହି ସମୟରେ ମନ୍ତ୍ରୀ ପୁଅ କୁହନ୍ତି କି ମୁଁ ସବୁକଥା ନାଗକନ୍ୟା କୁ ବୁଝେଇ ଦେଇଛି ସେ ମଧ୍ୟ ବୁଝିଯାଇଛନ୍ତି ଆଉ ମୋତେ ସୁରକ୍ଷିତ ରେ ତୁମ ପାଖରେ ପହଞ୍ଚାଇ ଦେଇଛନ୍ତି । ତାହା ଶୁଣି ରାଜ କୁମାର ବହୁତ ଖୁସି ହେଲେ ଆଉ ତାଙ୍କୁ ରାଜ ମହଲକୁ ନେଇଗଲେ ଏବଂ ରାଜାଙ୍କୁ ସବୁକଥା କହିଲେ । ରାଜା ମଧ୍ୟ ନାଗକନ୍ୟା ଉପରେ ବହୁତ ଖୁସି ହେଇ ମନ୍ତ୍ରୀ ପୁଅ କୁ ନାଗକନ୍ୟା ସହ ପୁଣି ବିବାହ କରେଇଲେ । ପୁଣି ନାଗକନ୍ୟା ମଣି କୁ ରାଜାଙ୍କୁ ଦେଇ ଦେଲେ । ପ୍ରଜା ମାନଙ୍କର ସେବା କରିବା ଲାଗି ଆଉ ସେହି ମଣି କୁ କେବଳ ଥରେ ହିଁ ଆପଣ ବ୍ୟବହାର କରିପାରିବ ବୋଲି ନାଗକନ୍ୟା ରାଜାକୁ କହିଲେ । ଏହି ମଣି କୁ ଆପଣ ନିଜ ସ୍ବାର୍ଥ ପାଇଁ ବ୍ୟବହାର କରିପାରିବେ ନାହିଁ । ଅନ୍ୟମାନଙ୍କ ସେବାରେ ସେହିଦିନଠାରୁ ରାଜା ମଣି କୁ ବହୁତ ଦାଇତ୍ଵ ରେ ରଖିଥାନ୍ତି ।

ଏମିତି ବହୁତ୍ ବର୍ଷ ପରେ ଥରେ ତାଙ୍କ ରାଜ୍ୟ ରେ ବର୍ଷା ନ ହେବା ଫଳରେ ସାରା ରାଜ୍ୟ ରେ ମରୁଡି ପଡ଼ିଗଲା। ବହୁତ୍ ଖରା ଯୋଗୁ ସବୁ ଫସଲ ନଷ୍ଟ ହୋଇଗଲା । ପାଣି ଟୋପେ ପାଇଁ ରାଜ୍ୟରେ ହାହାକାର ହେବାକୁ ଲାଗିଲା। ଏହା ଦେଖି ରାଜା ବହୁତ ଚିନ୍ତିତ ଥିଲେ । ହଠାତ୍ ରାଜା ଙ୍କ ମନ ପଡ଼ିଲା ଯେ ମୁ ସେ ମୂଲ୍ୟବାନ ମଣି କୁ ସାହାଯ୍ୟ ମାଗିବି ଏବଂ ରାଜା ସେହି ମଣି କୁ ସାହାଯ୍ୟ ମାଗିବା ପରେ ମଣି ର ଚମତ୍କାର ରେ ପୁରା ରାଜ୍ୟରେ ବର୍ଷା ହେଲା । ବର୍ଷା ପରେ ମଣି ର ଚମକ କମ୍ ପଡ଼ିଗଲା କିନ୍ତୁ ମଣି ଦ୍ଵାରା ରାଜ୍ୟର ଉପକାର ହୋଇଛି ବୋଲି ରାଜା ସେ ମଣି କୁ ପୂର୍ବ ଭଳି ସମ୍ମାନ ଦେଇ ଦାୟିତ୍ୱରେ ରଖିଲେ । ଲୋକେ ପୂର୍ବ ଭଳି ଚାଷ କାର୍ଯ୍ୟ କରି ନିଜ ଜୀବନ ଯାପନ କରିଲେ । ରାଜା ମଧ୍ୟ ନିଜ ପ୍ରଜା ମାନଙ୍କ ଖୁସି ପାଇଁ ଉତ୍ତମ ଶାସନ କରୁଥିଲେ ।


ଏଥିରୁ କଣ ଶିଖିଲ ?

୧. କେବେ ମଧ୍ୟ ଅନ୍ୟକୁ ଅହଙ୍କାର ଦେଖାଇବା ଅନୁଚିତ୍ ।

୨. ମୂଲ୍ୟବାନ ଜିନିଷ କୁ ଉପଯୁକ୍ତ ସମୟରେ ବ୍ୟବହାର କରିବା ଉଚିତ୍ ।

୩. ସର୍ବଦା ଅନ୍ୟ ର ଭଲ ପାଇଁ ଚିନ୍ତା କରିବା ଉଚିତ୍ ।


ଲେଖିକା. ପୂଜା ସ୍ୱାଇଁ

ବୁଗୁଡ଼ା, ଗଞ୍ଜାମ.  

ରାଧୂଆ ବାରିକ (Radhua Barber)

 
ରାଧୂଆ ବାରିକ (Radhua Barber)
ରାଧୂଆ ବାରିକ (Radhua Barber)
ଆଜକୁ ବହୁତ୍ ବର୍ଷ ପୂର୍ବେ ଭାରତରେ ଜଣେ ସୁନ୍ଦର ରାଜା ଥିଲେ । ତାଙ୍କ ସୁନ୍ଦରତା ର ଚର୍ଚ୍ଚା ରେ ସମସ୍ତେ ତାଙ୍କୁ ମହାରାଜ ସୁନ୍ଦରରାଜ ବୋଲି କହୁଥିଲେ। ସେ ନିଜ ବେଶ ଭୂଷା ପାଇଁ ବହୁତ୍ ଯତ୍ନବାନ ଥିଲେ । ଯେମିତି କପଡା ପିନ୍ଧିବା ଠାରୁ ଆରମ୍ଭ କରି କେଶ ସଜ୍ଜା ଏବଂ ମହଲ ଚାରିପାଖେ ସୁନ୍ଦର ବଗିଚା ରେ ନିଜ ସମୟ ବିତାଉ ଥିଲେ । ସେ ସବୁ ରାଜାଙ୍କ ଠାରୁ ଅଲଗା ଥିଲେ । ପ୍ରତ୍ୟେକ ଦିନ ଅଲଗା ଅଲଗା ସଜବାଜ ରେ ରାଜାଙ୍କ ବେଶ ଭୂଷା ବଦଳି ନୂତନ ରୂପ ନେଉଥିଲା । ରାଣୀ ମଧ୍ୟ ରାଜାଙ୍କ ବେସଭୂଷା ପ୍ରତି ବହୁତ୍ ଧ୍ୟାନ ଦେଉଥିଲେ ଏବଂ ରାଜାଙ୍କ ସଜବାଜ ଚାଲିଚଳନ ପାଇଁ ସେ ବହୁତ୍ ଖୁସି ଥିଲେ। ଦିନେ ରାଣୀ ରାଜାଙ୍କୁ କହିଲେ ରାଜ ବାରିକ କିଛି ଦିନ ପୁର୍ବରୁ ମୃତ୍ୟୁ ବରଣ କରିସାରିଲାଣି । ତା ବଦଳରେ ଆପଣଙ୍କୁ ରାଜ ଦରବାର ପାଇଁ ଉତ୍ତମ ବାରିକ ଚୟନ କରିବାକୁ ହେବ । ରାଣୀ ଙ୍କ କହିବା କଥା ଯେ ଆପଣ ପ୍ରତି ଦିନ କେଶ ସଜ୍ଜା କରୁଛନ୍ତି। ଆମ ରାଜ୍ୟରେ ବହୁତ ବାରିକ ଅଛନ୍ତି ସେଥି ମଧ୍ୟରେ କିଛି ବାରିକ ମାନଙ୍କ ଦକ୍ଷତା ପରୀକ୍ଷା ଆୟୋଜନ କରି ଉତ୍ତମ ବାରିକ କୁ ଚୟନ କରନ୍ତୁ। ରାଣୀ ଙ୍କ ନିଷ୍ପତି ଅନୁଯାୟୀ ରାଜାଙ୍କ ଆଦେଶରେ ଦୂତ ମାନେ ରାଜ୍ୟ ସାରା ବୁଲି ଡେଙ୍ଗୁରା ପିଟି ଆସିଲେ ଯେ ରାଜ ଦରବାର ପାଇଁ ବାରିକ ଚୟନ କରାଯିବ । ରାଜ ବାରିକ ପାଇଁ ଇଛୁକ ବାରିକ ରାଜମହଲରେ ନିଜ ଦକ୍ଷତା ପ୍ରଦାନ କରିବାକୁ ଯୋଗ ଦିଅନ୍ତୁ । ଉତ୍ତମ ବାରିକ ଚୟନ ପରେ ତାଙ୍କୁ ରାଜ ମହଲରେ ରହିବାକୁ ହେବ ଏବଂ ରାଜା ଙ୍କ ତରଫରୁ ମୋତି ମାଣିକ ମଧ୍ୟ ଦିଆଯିବ । ଠିକ୍ ସେହି ସମୟରେ କିଛି ସ୍ତ୍ରୀ ଲୋକ ନଦୀ ରେ ସ୍ନାନ କରୁଥିଲେ । ସେଥି ମଧ୍ୟରୁ ବାରିକ ମାନଙ୍କ ସ୍ତ୍ରୀ ମାନେ ମଧ୍ୟ ସ୍ନାନ କରୁଥିଲେ । ସେମାନଙ୍କ ମଧ୍ୟରେ କଥା ବାର୍ତ୍ତା ଚାଲିଲା ଯେ ମୋ ସ୍ବାମୀ ବହୁତ୍ ଭଲ କେଶ କାଟନ୍ତି ସେ ଏଇ ଥର ରାଜ ବାରିକ ଭାବେ ନିଶ୍ଚୟ ଚୟନ ହେବେ। ଏମିତି ବହୁତ୍ ସ୍ତ୍ରୀ ଲୋକେ ପରସ୍ପର କଥା ହେବାକୁ ଲାଗିଲେ । ପାଖରେ ରାଧୁଆ ବାରିକ ର ସ୍ତ୍ରୀ ଏହି କଥା ଶୁଣି ଚୁପ୍ ରହି ଘରକୁ ଆସି ନିଜ ସ୍ବାମୀ କୁ କହିଲା । ଆରେ ତମେ ଶୁଣିଛ ରାଜ ବାରିକ ର ଆୟୋଜନ ହେଉଛି ତମେ ଭାଗ ନେଇ ରାଜ ବାରିକ ଭାବେ ଯଦି ନିୟୋଜିତ ହୁଅ ତେବେ ଆମର ଟଙ୍କା ପଇସା ଅଭାବ ହୋଇ ନଥାନ୍ତା। ବାରିକ କହିଲା ମୋତେ କଇଁଚି ଧରି ଆସେନି ଆଉ ମୁଁ କଣ ରାଜାଙ୍କ କେଶ ସଜ୍ଜା ପାଇଁ କେଶ କାଟିବି !! ସ୍ତ୍ରୀ କହିଲା ଥରେ ଚେଷ୍ଟା କର । ସେଠିକି ଯାଅ ସବୁ ସିଖିଯିବ । ତମେ ଏହି ସମାରୋହ ରେ ଭାଗ ନିଅ । ଯଦି ହେଲା ତେବେ ଆମର ଭାଗ୍ୟ ଖୋଲିଯିବ। ଏତିକି କହି ସ୍ବାମୀ ଯିବା ପାଇଁ ରାଜି ହେଇଗଲା କିନ୍ତୁ ମନରେ ବହୁତ୍ ଡର ଥାଏ । ସେଦିନ ସବୁ ବାରିକ ଉପସ୍ଥିତ ଥିଲେ । ରାଜା କିଛି ନିର୍ଦ୍ଦେଶାବଳୀ ଘୋଷଣା କଲେ ଯେ ନିଜ ନିଜ ଦକ୍ଷତା ଦେଖାଇବେ କିନ୍ତୁ ଜଣକ ପରେ ଜଣେ ଆସି ନିଜ କେଶ କାଟିବା ଶୈଳୀ ଦେଖାଇବେ । ସବୁ ବାରିକ ନିଜ ଦକ୍ଷତା ଦେଖାଇବା ପାଇଁ ପ୍ରସ୍ତୁତି କରିଥିଲେ। ସମସ୍ତେ ନୂଆ ନୂଆ ଶୈଳୀ ରେ କେଶ କାଟିବା ଶିଖି ଆସିଥିଲେ କିନ୍ତୁ ରାଧୂଆ ମନରେ ଡର ଥାଏ । କାଳେ ସେ ଧରା ପଡ଼ିଯିବ । ସେ ତ କେବଳ ଧନ ଲୋଭରେ ଆସିଛି । ରାଜା ଦରବାର ରେ କେବଳ ୧୦ ଜଣ ବାରିକ ପହଞ୍ଚି ଥିଲେ । ରାଜା ଆଦେଶ ଦେଲେ ପ୍ରତ୍ୟେକ ଦିନ ଗୋଟିଏ ଗୋଟିଏ ବାରିକ ଆସି ଏଠି କେଶ କାଟିବା ପରୀକ୍ଷା ନିଆଯିବ । ତାପରେ ସମସ୍ତ ବାରିକ ନିଜ ଘରକୁ ଫେରିଗଲେ। ପର ଦିନ ଠାରୁ ପ୍ରତିଦିନ ଗୋଟିଏ ଗୋଟିଏ ବାରିକ ଆସୁଥାନ୍ତି ନିଜ କାଟିବାର ଷ୍ଟାଇଲ ଦେଖାଇ ଯାଉଥିଲେ । ପ୍ରଥମ ଦିନ ରାଜା ନିଜ ଦୁତ ମାନଙ୍କ ମଧ୍ୟରୁ ଜଣଙ୍କୁ ପଠାଇଲେ। ଦ୍ଵିତୀୟ ଦିନ ଆଉ ଗୋଟିଏ ଦୂତ କୁ ପଠାଇଲେ । ଏମିତି ସବୁଦିନ କେଶ କାଟିବା ବାରିକ ସାଙ୍ଗରେ ରାଧୂଆ କଥା ହେଉଥାଏ । ସମସ୍ତେ କେଶ କରିବାର ଷ୍ଟାଇଲ କହୁଥାନ୍ତି । ଏମିତି ସମସ୍ତ ବାରିକ କୁ ବାରମ୍ବାର ପଚାରୁ ଥାଏ । ସମସ୍ତ ବାରିକ ମାନେ ଭାବୁଥାନ୍ତି ଏହି ରାଧୂଆ କୁ କିଛି ଆସୁନି । ସେଥିପାଇଁ ସେ ଏମିତି ପଚାରୁଛି । ସମସ୍ତ ବାରିକ ଙ୍କ ପରୀକ୍ଷା ସରିବା ପରେ ରାଧୂଆ ର ପାଳି ଆସିଲା ମାତ୍ର ସେ ଡରୁଥିଲା । ରାତିରେ ସ୍ତ୍ରୀ ସାଙ୍ଗରେ ବସି କଥା ହେଲା କହିଲା  କାଲି ମୋର ପାଳି କଣ କାଟିବି କେମିତି କାଟିବି କିଛି ଜାଣି ପାରୁନି । ସ୍ତ୍ରୀ କହିଲା ସମସ୍ତ ବାରିକ ମାନେ କେମିତି କାଟୁଛନ୍ତି ତମେ ଜାଣିଲ। ଏବେ ତମେ କିଛି ନୂଆ କରିବା ପାଇଁ ଚେଷ୍ଟା କର । ପର ଦିନ ରାଧୂଆ ରାଜ ଦରବାର ରେ ପହଞ୍ଚିଲା । ସେଦିନ ରାଜାଙ୍କ ପୁତ୍ର କୁ ପଠାଇଲେ। କହିଲେ ବାକି ସବୁଦିନ ଦୂତ ମାନଙ୍କୁ ପଠା ଯାଉଥିଲା ଆଜି ହେଉଛି ଶେଷ ଦିନ ଏବଂ  ଏ ହେଉଛି ଆମ ରାଜ୍ୟର ରାଜ କୁମାର । ଭଲ ଭାବରେ କେଶ କାଟିବ, ଯଦି ଖରାପ କାଟିବ ତେବେ ତୁମର ଶିର ଚ୍ଛେଦନ କରାଯିବ। ରାଧୂଆ ବହୁତ୍ ଡରିଗଲା, ହାତର କଇଁଛି ଥରୁଥାଏ । ମନେ ମନେ ଭାବୁଥାଏ ଏଣୁ” ମାରିଲେ ଗୋ ହତ୍ୟା ତେଣୁ ମାରିଲେ ବ୍ରହ୍ମ ହତ୍ୟା ” ଆଜି ଯାହା ହେଉଛି ହେଉ ଯେମିତି ହେଲେ କାଟିବାକୁ ପଡ଼ିବ । ରାଧୂଆ କେଶ କାଟିବା ଆରମ୍ଭ କରିଲା ଶେଷରେ ରାଜା ଆସି ଦେଖିଲେ ଯେ ବାକି ଦିନ ଠାରୁ ରାଧୂଆ ଭଲ କେଶ କାଟିଛି। ରାଜା ଖୁସି ହେଲେ ପଚାରିଲେ ଏହି କେଶ ସଜ୍ଜା ତମେ କୋଉଠୁ ଶିଖିଲ । ରାଧୂଆ ଖୁସି ହୋଇ କହିଲା। ଏମିତି ବହୁତ୍ କେଶ କାଟିଛି କିନ୍ତୁ କିଛି ନୂଆ କରିବା କୁ ଯାଇ ଆଜି ମୁଁ ମୋ କାମରେ ସଫଳ ହୋଇଛି । ରାଜା ରାଧୂଆ କୁ ବାରିକ ଭାବେ ରାଜ ଦରବାର ରେ ସ୍ଥାନ ଦେଲେ । ମୋତି ମାଣିକ ସହ ତାକୁ ସୁନ୍ଦର ଘର ସହିତ କିଛି ଜମି ମଧ୍ୟ ପ୍ରଦାନ କରିଲେ । ନିଜକୁ ଧନ୍ୟ ମନେ କରି ରାଜ ବାରିକ ପଦରେ ନାମିତ ହେଲା । ମନେ ମନେ ଭାବୁଥାଏ ପ୍ରତିଦିନ ଯାହା ଦେଖୁଥିଲି ତାହା ମୋର ଗୋଟିଏ ଗୋଟିଏ ପାଠ ଥିଲା ଏବଂ ସେହି ପାଠ ପଢା ଠାରୁ ଅଧିକା କରିବା ଲୋକ ହିଁ ସଫଳ ହୁଅନ୍ତି ବୋଲି ଆଜି ଜାଣିଲି । ତା ପର ଠାରୁ ରାଧୂଆ ବାରିକ ରାଜ ଦରବାର ର ଜଣେ ସଦସ୍ୟ ହୋଇ ରହିଲା।
 
ଏଥିରୁ କଣ ଶିଖିଲ ?
୧. ସବୁ କାର୍ଯ୍ୟ ପୂର୍ବରୁ ମାର୍ଗ ଦର୍ଶନ ନିହାତି ଦରକାର ।
୨. କେବେ ମଧ୍ୟ ନିଜକୁ ହାରିବା ମନେ କରିବା ଅନୁଚିତ୍ ।
୩. ଯଦି କାହାଠାରୁ କିଛି ନୂଆ ଶିଖିଲ ତେବେ ତାହା ଠାରୁ ଅଧିକା କରିବା ପାଇଁ ଚେଷ୍ଟା କର।
 
ଲେଖିକା. ପୁଜା ସ୍ୱାଇଁ
ବୁଗୁଡ଼ା, ଗଞ୍ଜାମ.
 

ଜହ୍ନ ମାମୁଁ (Chanda Mama)

ଜହ୍ନ ମାମୁଁ (Chanda Mama)
ଜହ୍ନ ମାମୁଁ (Chanda Mama)
       ଚାନ୍ଦପୁର ନାମକ ଗ୍ରାମରେ ଗୋଟିଏ ଗରିବ ପରିବାର ରହୁଥିଲେ। ଗ୍ରାମ ଟି ପାହାଡ ତଳେ ଗୋଟିଏ ନଦୀ ପାଖରେ ଥିଲା। ପୂର୍ବ ଦିଗରେ ପାହାଡ ଥିବା ଯୋଗୁ ପ୍ରଥମ ସୁର୍ଯ୍ୟ କିରଣ ସେହି ଗ୍ରାମ ଉପରେ ପଡୁଥିଲା। ବାପା ମାଁ ଙ୍କ କୋଳରେ ନୂଆଁ କିରଣ ଭାବେ ଚନ୍ଦ୍ରକାନ୍ତ ଜନ୍ମ ନେଇଥିଲା। ସେ ବହୁତ୍ ସୁଶୀଳ ଏବଂ ଚତୁର ଥିଲା ।
 
       ଚନ୍ଦ୍ରକାନ୍ତ କୁ ନୂଆ ନୂଆ ଜିନିଷ ଦେଖିବା ବୁଲିବା ବହୁତ୍ ପସନ୍ଦ ଥିଲା । ଚନ୍ଦ୍ରକାନ୍ତ ସବୁଦିନ ସକାଳୁ ଉଠି ବାହାରକୁ ଯାଇ ଦେଖୁଥିଲା ଯେ ଗୋଟିଏ ନାଲି ରଙ୍ଗର ଗୋଲାକାର ଆସେ ଏବଂ ରାତିରେ ରୂପା ଥାଳିଆ ଟିଏ ପାହାଡ କୋଣରୁ ବାହାରି ଆକାଶ କୁ ଆସେ । ଚନ୍ଦ୍ରକାନ୍ତ ସବୁବେଳେ ଭାବୁଥାଏ କିନ୍ତୁ ଗୋଟିଏ ସନ୍ଧ୍ୟାରେ ମା କୁ ଯାଇ ପଚାରେ , ମା କୁହନ୍ତି ଏ ହେଉଛି ଆମ ଜହ୍ନ ମାମୁ । ଚନ୍ଦ୍ରକାନ୍ତ କୁ ତାଙ୍କ ମା ସବୁବେଳେ ଜହ୍ନ ମାମୁ ଗୀତ ସୁଣେଈ ଶୁଆଇ ଦେଉଥିଲେ। ଚନ୍ଦ୍ରକାନ୍ତ ର ମନରେ ଇଚ୍ଛା ଜାଗ୍ରତ ହେଲା, ମା କୁ କହିଲା, ମା.. ମା.. ମୁଁ ମଧ୍ୟ ଦିନେ ଜହ୍ନ କୁ ଯିବି । ମା କହନ୍ତି ତୁ ଠିକ୍ ସମୟରେ ଖାଇବା ପିଇବା କରିବୁ ଭଲ ପାଠ ପଢ଼ିବୁ ଯଦି ଦିନେ ତୁ ସେଠୀ ପହଞ୍ଚି ପାରିବୁ । ଚନ୍ଦ୍ରକାନ୍ତ ଧିରେ ଧିରେ ବଡ ହେବାକୁ ଲାଗିଲା । ମନରେ କେବଳ ଗୋଟିଏ ଚିନ୍ତା କି ଭଲ ପାଠ ପଢିବି ଏବଂ ଜହ୍ନ ମାମୁ ପାଖକୁ ଯିବି। ବାପା କୁ କହି ଗୋଟିଏ ଦୂରବୀକ୍ଷଣ ଯନ୍ତ୍ର ଆଣି ସବୁବେଳେ ଜହ୍ନ, ତାରା ମାନଙ୍କୁ ଦେଖୁଥାଏ। ସେ ସ୍କୁଲ ରେ ଭଲ ପାଠ ପଢି ସବୁ ସମୟରେ ଆଗୁଆ ରହୁଥିଲା । ମା ଙ୍କ କଥା କୁ ଚନ୍ଦ୍ରକାନ୍ତ ଦିନେ ସତରେ ପରିଣତ କରିଦେଲା। ଭଲ ପାଠ ପଢ଼ି ଦିନେ ସେ ବୈଜ୍ଞାନିକ ହେଲା। ସେ ଜାଣିବାକୁ ପାଇଲା ଯାଏ ଆମେରିକାର ଗୋଟିଏ ବୈଜ୍ଞାନିକ ଜହ୍ନ ମାନେ ଚନ୍ଦ୍ର କୁ ଯାଇ ପୁଣି ଆସିଛନ୍ତି। ତା ମନରେ ବହୁତ୍ ଇଛା ଜାଗ୍ରତ ହେଲା। ସେ ନିଜ ଜିଦ୍ ରେ ରହି ପଢା ପଢ଼ି କରିଲା । ତା ପାଖରେ କିଛି ସାମାନ ନଥିବା ପରେ ସେ ଭାରତୀୟ ବୈଜ୍ଞାନିକ ସଂସ୍ଥା ରେ କାମ କରି ଚନ୍ଦ୍ରାୟନ ନାମକ ଗୋଟିଏ ରକେଟ ବନେଇ ଚନ୍ଦ୍ରକୁ ଗଲେ । ସେଠୀ ତାର ସବୁ ଆଶା ପୂରଣ ହେଲା । ଚନ୍ଦ୍ରକାନ୍ତ ର ଉତ୍ତମ କାର୍ଯ୍ୟ ଯୋଗୁଁ ଭାରତର ରାଷ୍ଟ୍ରପତି ତାକୁ ସର୍ବ ଶ୍ରେଷ୍ଠ ପଦ ରେ ସମ୍ମାନିତ କରିଲେ।
 
ଏଥିରୁ କଣ ଶିଖିଲ?
୧. ସବୁବେଳେ କିଛି ନୂଆ କରିବାକୁ ଈଛା ରଖିବା ଉଚିତ୍।
୨. ବଡ ହୋଇ ଭଲ ମଣିଷ ହୋଇ ଦୁନିଆରେ ସର୍ବ ଶ୍ରେଷ୍ଠ ହେବାକୁ ଚେଷ୍ଟା କରିବା ଉଚିତ୍ ।
୩. ପାଠ ପଢା ରେ ସବୁବେଳେ ଆଗୁଆ ରହିବା ଉଚିତ୍ ।
 
 
ଲେଖିକା. ପୂଜା ସ୍ୱାଇଁ   
ବୁଗୁଡ଼ା, ଗଞ୍ଜାମ. 
Comment କରିବା ପାଇଁ story ତଳେ ଥିବା “Post a comment” Link କୁ click କରନ୍ତୁ ।

ଚତୁର ବିଲୁଆ (Clever Fox)

Clever Fox
Clever Fox
ଦିନେ ବାଘ ଜଙ୍ଗଲରେ ବୁଲୁ ବୁଲୁ ହଠାତ୍ ତାର ନଜର ଗୋଟିଏ ବିଲୁଆ ଉପରେ ପଡ଼ିଲା । ବିଲୁଆ କୁ ମଧ୍ୟ ପ୍ରତିଦିନ ଶିକାର ମିଳୁ ନଥାଏ। ସେ ବେଳେ ବେଳେ ମାଛ, କଙ୍କଡା ଆଉ କେବେ କେବେ ବେଙ୍ଗ ଖାଇ ଜୀବନ ଯାପନ କରୁଥିଲା । ଏଣେ ବାଘ ବିଲୁଆ କୁ ଦେଖି ସେ ଖୁସି ହୋଇ ବିଲୁଆ ଆସିବ ରାସ୍ତା ପାଖ ବୁଦା ରେ ଲୁଚି ବସିଲା ଏବଂ ବିଲୁଆ ଯେତେବେଳେ ଆସିବ ତାକୁ ଝାମ୍ପି ତାର ବେକ ମୋଡ଼ି ତାକୁ ମାରି ଖାଇବ ବୋଲି ଅପେକ୍ଷା ରେ ବସିଲା । ବିଲୁଆ ମଧ୍ୟ ନଈ ପାଶ୍ୱରେ ବହୁତ୍ ସମୟ ଅପେକ୍ଷା ପରେ ଗୋଟିଏ ମାଛ ଧରିଲା। ମାଛ କୁ ନେଇ ଯେତେବେଳେ ରାସ୍ତା ଉପରକୁ ଆସିଲା ହଠାତ୍ ବାଘ ତାର ସାମ୍ନାରେ ପହଁଚିଗଲା । ବାଘ କୁ ଦେଖି ତାର ହୋସ ଉଡିଗଲା । ସେ ଭାବିଲା ମୁଁ କଣ ଶିକାର କରିଲି ଯେ ଆଜି ମୁଁ ନିଜେ ଶିକାର ହେଇଯିବି। ସେ ଡେରି ନ କରି ବାଘ ର ଗୋଡ଼ ତଳେ ମାଛ ଟିକୁ ରଖି କହିଲା , ମହାରାଜ ଏଇ ମାଛ ଟି ଆପଣଙ୍କର। ବାଘ କହିଲା ମାଛ ତୁ ଖା ମାତ୍ର ମୁଁ ତୋତେ ଖାଇବି। ବିଲୁଆ କହିଲା ମହାରାଜ ଆପଣ ଏ ଜଙ୍ଗଲ ର ରାଜା ଆପଣଙ୍କ ବିନା ଏ ଜଙ୍ଗଲ ରେ ପତ୍ର ଟିଏ ହଲେ ନାହିଁ । ଆପଣ ମାଛ ମଧ୍ୟ ଖାଇବେ ଏବଂ ମୋତେ ମଧ୍ୟ ଖାଇବେ । ବାଘ ଭାବିଲା ଏ କଣ ଆଜି ବିଲୁଆ ମୋ ଆଗରେ ନିଜକୁ ବଳି ଦେଲାଣି । ନା ନା ଏ ତାର କଣ ଗୋଟିଏ ଚତୁରାମି ଥିବ। ସେ ଏତେ ଶୀଘ୍ର ହାର ମାନିବା ପ୍ରାଣୀ ନୁହଁ । ହଉ ମାଛ ଖାଇବି ଏବଂ ବିଲୁଆ କୁ ମଧ୍ୟ ଖାଇବି । ବାଘ ମାଛ ଖାଇଲା । ବାଘ କେବେ ମାଛ ଖାଇ ନଥିଲା ସେ ଯେତେବେଳେ ମାଛ ଖାଇଲା ତାକୁ ବହୁତ୍ ସୁଆଦିଆ ଲାଗିଲା । ବିଲୁଆ ପଚାରିଲା ମହାରାଜ କେମିତି ଲାଗିଲା? କହିଲା ଆଉ ଖାଇବେ ?? ବାଘ କହିଲା ତୁ ଘଣ୍ଟାଏ ଅପେକ୍ଷା କରିବା ପରେ ତୋତେ ମିଳିଲା ଆଉ ମିଳିବ ନା କଣ ?? ଏବେ ତୋର ପାଳି!! ତୋତେ ଖାଇବି!! ବିଲୁଆ କହିଲା ମହାରାଜ ଆପଣ ନିଜେ କହିଥିଲେ ମୋତେ ଖାଇବାକୁ କିନ୍ତୁ ମୁଁ ନିଜେ ନ ଖାଇ ଆପଣଙ୍କୁ ଦେଲି । ମୋର ମଧ୍ୟ ଇଚ୍ଛା ଥିଲା ଆଉ ଏବେ ମୋର ଏହା ଶେଷ ଇଚ୍ଛା ଯେ ମୋତେ ମାଛ ଖଣ୍ଡେ ଖାଈବା ଦରକାର ନା?? ବାଘ ଭାବୁକ ହୋଇ କହିଲା ହଉ ତୋର ଶେଷ ଇଚ୍ଛା ପୂରଣ କରିବା ମୋର କର୍ତ୍ତବ୍ୟ । ଚାଲ ନଈ କୂଳକୁ । ଦୁହେଁ ନଈ କୂଳକୁ ଗଲେ । ସେଠୀ ମାଛ ମାନେ ପାଣି ଭିତରେ ଖେଳୁଛନ୍ତି । ବାଘ ଦେଖି ଖୁସି ହେଇଗଲା ଭାବିଲା ପ୍ରଥମେ ମାଛ ପେଟେ ଖାଇବି ତା ପରେ ବିଲୁଆ କୁ ମାରି ନେଇଯିବି ଗୁମ୍ଫାରେ ଖାଇବି । ବିଲୁଆ କହିଲା ମହାରାଜ ଆପଣ ମୋର ଶେଷ ଇଚ୍ଛା ପୂରଣ କରିବେ ବୋଲି କହିଥିଲେ ମୋ ପାଇଁ ଛୋଟିଆ କାମ ଟିଏ କରନ୍ତୁ । ବାଘ କହିଲା କହ କଣ କରିବି । ବିଲୁଆ କହିଲା ଆପଣ ତ ଜାଣନ୍ତି ଆପଣଙ୍କ ବିନା ଏ ଜଙ୍ଗଲର ପତ୍ର ଟିଏ ହଲେ ନାହିଁ । ଆପଣ ପାଣି ଭିତରକୁ ଯାଆନ୍ତୁ ଏବଂ ମାଛ ମାନଙ୍କୁ ଆଦେଶ ଦିଅନ୍ତୁ ସେମାନେ ଆପଣଙ୍କ କଥା ରଖି ମାନିଯିବେ ଏବଂ କେବଳ ଗୋଟିଏ ମାଛ ମୋ ପାଇଁ ଆଣିଦେବେ ସେ ଗୋଟାକ ଖାଇ ମୁଁ ଶାନ୍ତିରେ ମରି ପାରିବି । ବାଘ ଚିନ୍ତାରେ ପଡ଼ିଲା ଶେଷରେ ବିଲୁଆ ର ଶେଷ ଇଚ୍ଛା ପାଇଁ ବାଘ ପାଣି ଭିତରକୁ ଗଲା। ବାଘ ପାଣି ଭିତରକୁ ଗଲା ପରେ ମାଛ ମାନେ ନଈ ଭିତରକୁ ଭିତରକୁ ଯାଉଥାନ୍ତି । ବିଲୁଆ କହିଲା ମୋ ପାଇଁ ଏତିକି କଷ୍ଟ କରନ୍ତୁ ମହାରାଜ। ବାଘ ଯେତେବେଳେ ଭିତରକୁ ଗଲା ତାକୁ ଅନୁଭବ ହେଲା ଯେ ସେ ପଙ୍କ ଭିତରେ ଅଛି । ପଙ୍କ ରୁ ଗୋଡ଼ ଆଗକୁ ଗଲା ନାହିଁ ଯେତେ ଆଗକୁ ପଛକୁ ହେଉଥାଏ ସେତେ ବାଘ ର ଗୋଡ଼ ପଙ୍କ ଭିତରକୁ ଭିତରକୁ ଯାଉଥାଏ। ବାଘ ବିଲୁଆ ର ଚତୁରାମୀ ବୁଝିଗଲା । ବିଲୁଆ କହିଲା ମହାରାଜ ଆପଣ ମାଛ ଧରି ଖାଆନ୍ତୁ, ମୁଁ ଆସୁଛି ସେପଟେ ମୋତେ ଆଉ କିଛି ଶିକାର କରିବାର ଅଛି । ବିଲୁଆ ବାଘ କୁ “ବାଏ ବାଏ ମହାରାଜ” କହି ସେଠୁ ଦଉଡ଼ି ଜଙ୍ଗଲ ଭିତରକୁ ଚାଲି ଗଲା । ବିଲୁଆ ନିଜ ବୁଦ୍ଧି ଖଟେଇ ନିଜକୁ ବଞ୍ଚେଇ ପାରିଲା ଏବଂ ବାଘ ନିଜକୁ ବଳବାନ୍ ଭାବୁଥିଲେ ମଧ୍ୟ ସେ ବିଲୁଆ ର ଚତୁରାମି ଯୋଗୁ ପାଣିରେ ଫସି ଗଲା । କିଛି ଘଣ୍ଟା ପରେ ବାଘ ଧିରେ ଧିରେ ପଙ୍କ ରୁ ବାହାରି ଜଙ୍ଗଲ ଭିତରକୁ ଗଲା ।
ଏଥିରୁ ଆପଣ କଣ ଶିଖିଲ ?
୧. ଯେ ଚତୁର, ବୁଦ୍ଧିମାନ ଏବଂ ଖଳ ପ୍ରକୃତି ର କଥା କୁ ବିଶ୍ୱାସ କରିବା ଅନୁଚିତ୍ ।
୨. ଦୁର୍ବଳତା ଦେଖି ସେଠୀ ବଳବାନ ର ପରିଚୟ ଦେବା ଅନୁଚିତ୍ ।
୩. ଅସୁବିଧା କୁ ରୋକିବାରେ ବହୁତ୍ ରାସ୍ତା ଅଛି ଏବଂ ଉଚିତ୍ ରାସ୍ତା କଣ ଖୋଜି ବାହାର କରିବା ଦରକାର ।
ନୀଳମାଧବ ଭୂୟାଁ ଙ୍କ କଲମରୁ…