Tag Archives: #ktmbikes

KTM-400 (ଏକ ବ୍ୟଙ୍ଗ ଗଳ୍ପ-କବିତା)

KTM-400 (ଏକ ବ୍ୟଙ୍ଗ ଗଳ୍ପ-କବିତା)
KTM-400 (ଏକ ବ୍ୟଙ୍ଗ ଗଳ୍ପ-କବିତା)

ପ୍ରଥମ ଦିନ କଲେଜ ରେ ଦେଖା ବହୁତ୍ ରୋମାଞ୍ଚକର ଥିଲା । ସାଙ୍ଗ ମାନଙ୍କୁ ତାଗିଦ୍ କରି କହିଲି, ଆବେ ସେ ତୋର ଭାଉଜ ହେବ…


ସେମାନେ ଫେରେଇ ନେଲେ ସିନା ତାଙ୍କ ଦୃଷ୍ଟି ଭଙ୍ଗୀ କିନ୍ତୁ ମୋର ଆଖି ଲାଗି ରହିଲା ତମ ପାଖରେ…

କେତେବେଳେ ତମ ପ୍ରତି ଏତେ ଭଲ ପାଇବା ବଢ଼ିଗଲା ଯେ ମୁଁ ନିଜେ ଜାଣିପାରିନି…

ନିଜର ହୋଇ ରହିଛି ସିନା ମନ ଟା କେବଳ ତମ ପାଖରେ…

ସେଦିନ ପ୍ରଥମ ଥର କଥା ହେବା ପାଇଁ ବହୁତ୍ ଡର ଡର ଲାଗୁଥିଲା । ପହଞ୍ଚି ଗଲି ତୁମ ଡେଞ୍ଜର୍ ଜୋନ୍ ରେ…

ଭାବିଲି ଆଜି ନିଶ୍ଚୟ କିଛି ଘଟିବ । ତୁମେ ବ୍ୟସ୍ତ ତୁମ ସାଙ୍ଗ ସହିତ । ମୋର ଦୁଇ ଥର ଡାକିବା ଶବ୍ଦ ଯେମିତି ପବନରେ ଉଡ଼ି ଚାଲିଗଲା…

ତୃତୀୟ ଡାକ ରେ ମୋ ଶବ୍ଦ ଜବାବ ତମେ ଦେଇଗଲ ସିନା ରାଗରେ ତୁମ ଚାହାଣି ସତରେ ମୋତେ ଭୟଭୀତ କରି ଦେଲା…

ସାହାସ କରି ନାମ ଟି ପଚାରିଲି ସିନା ତମର ଫୁଲେଇ ହେବା ଢଙ୍ଗ ମୋତେ ହଜେଇ ଦେଲା ତୁମ ସୌନ୍ଦର୍ଯ୍ୟ ମୟ ଚେହେରା ର ବଗିଚାରେ… 

କେବଳ ନାମ ପାଇଁ ଆସି ନଥିଲି । ଦୁଇ ପଦ କଥା ହେବା ବାହାନାରେ ଆସିଥିଲି କିନ୍ତୁ ହଠାତ୍ ତୁମ ଫୋନ୍ ର ରିଙ୍ଗଟୋନ ମୋ ଫିଲିଙ୍ଗ କୁ ଗୋଳମାଳ କରିଦେଲା…

ଫୋନ୍ ସାଇଲେଣ୍ଟ କରି ମୋ ସହିତ କଥା ହେଲ ସିନା, ମନ ମୋର ବୁଝିଲାନି…

ପର ଦିନ ଅପେକ୍ଷା କରିଲି ଗେଟ୍ ପାଖରେ!!!

ଏ କଣ??? ତମେ ପୁଣି କାହାର KTM ବାଇକ୍ ର ପଛ ପଟେ…

ତମକୁ ଦେଖି ବହୁତ୍ ରାଗ ହେଲା, କିନ୍ତୁ ଖୋଜି ଚାଲିଲି ସେ KTM ଚାଳକ କିଏ???

ଯେତେବେଳେ ଜାଣିଲି ମନ ମୋର ଯେମିତି ଅମୂଲ ଗୁଣ୍ଡ ଭଳି ଅନୁଭବ ହେଲା…

ଯାହା ମୋର ଥିଲା ତାକୁ ଆଉ କିଏ ଘୋଳି ଚା ପିଇ ସାରିବା ଭଳି ଅନୁଭବ ହେଲା…

କଣ କହିବି ତାକୁ ସେ ଥିଲା ମୋର ଦାଦା ପୁଅ ଭାଇ ସୁକୁଟା…

ଯେତେବେଳେ କିଛି ଭଲ କାମ କରିବାକୁ ଯାଏ ସେ ଆସି ଲାଗିଯାଏ ମୋ ପଛେ ଯୋକ ଭଳି…

ହଉ ଯାଅ ପ୍ରିୟା ଆଜି ଉତ୍ସର୍ଗ କରି ଦେଲି ମୋ ସୁକୁଟା ଭାଇ ପାଇଁ…

ମୋ ଆଖି ଲୁହ ର ଦୁବ ଚାଉଳ ବାଇକ୍ ଚକାରେ ପକେଇ ମୁଁ ଭୀଷ୍ମ ପ୍ରତିଜ୍ଞା ନେଉଛି..

ଆଜି ସିନା ମୋ ପାଖେ Pulsar ଅଛି କିନ୍ତୁ ଦିନେ ଥିବ ମୋ ପାଖେ KTM-400..

ସେତେବେଳେ ତମଠୁ ସୁନ୍ଦରୀ ବସିଥିବ ଏହି ଟେକା ସିଟ୍ ରେ…

ଭୁଲିଗଲ ନା ପ୍ରିୟା କେବଳ ଗୋଟିଏ KTM ବାଇକ୍ ପାଇଁ…

 ହଉ ହଉ…

ଅପେକ୍ଷା କର ପ୍ରିୟା, ଦିନେ ମୋ ପାଖେ ମଧ୍ୟ ଥିବ KTM-400 …..

KTM-400 ର ଅପେକ୍ଷାରେ……

😩😩😩😩😩😩


ନୀଳମାଧବ ଭୂୟାଁ 
ଙ୍କ କଲମରୁ….