ଆଉ ବର୍ତ୍ତମାନ କେତେଜଣ ପ୍ରେମିକ ଅଛନ୍ତି, ଜଣକୁ I Love U କହିବେ ଯଦି ସିଏ ମନା କରିଦେଲା ତ ଆଉ ଜଣଙ୍କୁ ପ୍ରପୋଜ୍ କରିଦେବେ ।
ଦ୍ୱିତୀୟରେ ହେଲା ପରସ୍ପର ମଧ୍ୟରେ ଉତ୍ତମ ବୁଝାବଣା
ରହିବା ଦରକାର ।
ଉତ୍ତମ ବୁଝାବଣା ନ ରହିଲେ ଝଗଡା ଆରମ୍ଭ ହେଇଯାଇଥାଏ, ଏମିତି ଦୁହେଁ ଦୁହିଁଙ୍କ ଠୁ ଅଲଗା ହେଇଯାଇଥାନ୍ତି ।
ହେଲେ ଆମର ଦେଖ ରାଗ ଅଛି ନା ଝଗଡ଼ା ଅଛି ।
ମୁଁ ଅଭିମାନ କଲେ ତମେ ମନାଅ, ତମେ ଅଭିମାନ କଲେ ମୁଁ ମନାଏ ।
କୁମାର:-ଆଉ କଣ !! କଣ!! ଅଛି ??
ସନ୍ଧ୍ୟା:- ବହୁତ କଥା ଅଛି ତମେ ପଢିଲେ ଜାଣିବ ।
ମୋ ଲେଖା ଆଜି ଶେଷ ହେଇଯିବ, ମୋତେ ଲାଗୁଛି ।
କୁମାର:-କାଇଁ ଆଗକୁ ଆଉ ଲେଖିବନି କି ??
ସନ୍ଧ୍ୟା:- ଆଉ କଣ ଲେଖିବି ଯେ, ତମେ ମୋ ସହ ସବୁବେଳେ ରହିବନା ଲେଖିବା ଆଉ ଦରକାର ନାହିଁ ।
ମୁଁ ଲେଖିଛି ସିନା ପଢିନି ଆମର ଯେତେବେଳେ ବାହାଘର ହେଇଯିବ ତାପରେ ବସିକି ମିଶିକି ପଢିବା ।
ଆଉ ସମସ୍ତଙ୍କୁ ପଢେଇବା ଆମ Love Story ।
ଆମ Love Story ରୁ କେହି ତ କିଛି ଶିଖିବେ ନା ।
କୁମାର:-ସନ୍ଧ୍ୟା ମୁଁ ତମକୁ ବହୁତ ଦିନ ହେଲା କିଛି ପଚାରିବାକୁ ଚାହୁଁଛି, ପଚାରିବି ???
ସନ୍ଧ୍ୟା:- କଣ ?? ପଚାର ।
କୁମାର:-ମୁଁ ତମକୁ ବହୁତ କଷ୍ଟ ଦେଇଛି ନା ??
ତମେ ମୋ ପାଇଁ ବହୁତ କାନ୍ଦିଛ ହେଲେ , ମୁଁ ତମ ପାଇଁ କେବେ ବି କାନ୍ଧିନି ।
ସନ୍ଧ୍ୟା:-କିଏ କହିଲା ତମେ ମୋତେ କଷ୍ଟ ଦେଇଛ ।
ତମେ ଜାଣିଛ ତମର ସେଇ କଷ୍ଟ ଦେବାରେ ମୁଁ ତମର ଭଲପାଇବା ଦେଖିଛି ।
ତାପରେ ମୁଁ ତମକୁ କେବେବି କାନ୍ଦିବାକୁ ଦେବିନି ଆଉ ତମେ କାନ୍ଦିବାର ଦେଖିପାରିବିନି ।
ତମେ ସବୁବେଳେ ଏମିତି ହସୁଥାଅ ଆଉ ଏମିତି ଦିନ ଆସିବ ମୁଁ ତମର ହସ ଦେଖି ଦେଖି ଦୁନିଆରୁ ଚାଲିଯିବି ।
To be continued…….
Promo: (ମୋତେ ଆଜି ଭାରି କାନ୍ଦିବାକୁ ଇଛା ହେଉଛି “ସନ୍ଧ୍ୟା କହୁଛି”, ପଢିବା Next Page ରେ…… )