Tag Archives: kusulia

ଲେଖକ ଟିଏ…(ଓଡ଼ିଆ କବିତା)




 
ଲେଖକ ଟିଏ 


ଲେଖକ ଟିଏ..

ମନ ଆକାଶ ରେ ଉଦୟ ହୁଏ 
ଅନେକ ଭାବନା 
ଚିକ୍ ମିକ୍ ହୋଇ ଦେଖାଯାଏ 
କେତେ ଯେ ଜହ୍ନ ତାରା ଫୁଲ…

ଭାବନାରେ ଭାସି ଆସେ
କେତେ ଯେ ବାସ୍ତବ, କାଳ୍ପନିକ 
ଆଖି ରେ ଭାସି ଆସେ ସୁନ୍ଦର ଚିତ୍ର 
ଓଠ ରେ ଝରିଯାଏ ମଧୁର ଗୀତ…

ଲେଖାକାର ହାତରେ ଝରିଯାଏ
କାହାଣୀ ଗୋପ ଗୀତ କବିତା
ଦୁନିଆରେ ଲେଖକ ରୁପେ ସେ ଜଣେ ଶିକ୍ଷକ 
ନୁଆ ନୁଆ ବାଣୀ ସିଖାଏ ଦୁନିଆ କୁ…

ବାର୍ତ୍ତା ଦେଇ ଚାଲେ ବିଶ୍ୱକୁ
ଅଜ୍ଞାନ ଅନ୍ଧାର ର ବିଲୋପ ପାଇଁ
ନା ସେ ଗରିବ ନା ଭିକ୍ଷା ଆଶା ତାର
ସେ କେବଳ ଜଣେ ମାର୍ଗ ଦର୍ଶକ…

ନା ସେ ସମ୍ମାନ ଖୋଜେ
କିନ୍ତୁ ସମ୍ମାନ ର ଅଭାବ ପଡେ ତା ପାଖରେ…

ବିଶ୍ବ ଏକ ପୁଷ୍ପ ଗୁଚ୍ଛ ହେଲେ 
ମଧୁର ବାସ୍ନା ର ପୁଷ୍ପ ଟିଏ ଲେଖକ
ସେ ବର୍ଷାରେ ନାଦ କରୁଥିବା ମୟୁର ର ଚୂଳ ଟିଏ..
ସେ ନଦୀର ର କୁଳ ଟିଏ…
ସେ ବାହାନର ଇନ୍ଧନ ଟିଏ..
ସେ ଠାକୁର ଙ୍କ ଧୂପ ଦୀପ ଫୁଲ ଚନ୍ଦନ ଟିଏ…
ସେ ଚଳଚିତ୍ର ର ଗାୟକ ଟିଏ…
ଆଉ ଏହି ବିଶ୍ଵ ଯଦି ସମାଜ ହୁଏ
ତେବେ ସେ କବି ନାୟକ ଟିଏ…

ଆମ ସାହିତ୍ୟ ସମାଜ ସଭ୍ୟତାର
ଇତିହାସ ର ଚିନ୍ତାଧାରା ଟିଏ…
ସେ ଆମ ସମସ୍ତଙ୍କ ଲେଖକ ଟିଏ…
ସେ ଜଣେ ଲେଖକ ଟିଏ…


ହୃଷିକେଶ କୁଶୁଲିଆ (ଲେଖକ)
ମୁନିଗୁଡ଼ା, ରାୟଗଡ଼ା ।




If the contents are helpful to share them with your friends, Thanking You.

ଜଳ ହିଁ ଜୀବନ

 




ଚାରିପଟେ ପାଣି ରେ ଘେରା ହେ
ମଝି ରେ ଅଛି ମେଦିନି,
ତାକୁ ଯେ ଆଲୋକ ପ୍ରଦାନ କରୁଛି
ସୂର୍ଯ୍ୟ ତାରା ଆଉ ଚାନ୍ଦିନି ।

ଆକାଶ ରୁ ତୁମେ ବରଷି ଯାଅ ହେ
ହୋଇକି ବରଷା ରାଣି,
ପାତାଳ ରୁ ତୁମେ ଫୁଟି ଉଠି ଯାଅ
ହୋଇକି ଅମୃତ ପାଣି ।

ବଣ ପାହାଡ ର ପର୍ବତ ମଝିରେ 
ତୁମେ ଝର ହୋଇ ଝରଣା
ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ରେ
ତୁମେ ଯେ ଆମ ସୁନା ଗହଣା।

ସାଗରେ ନଦୀ ମହାନଦୀ ର
ପୋଖରୀ ରେ ଯେ ତୁମରି ବାସ
ତୁମ ଆଶିର୍ବାଦ ରେ କୃଷକ ଜଗତ କୁ 
ଯୋଗାଏ ଅନ୍ନ ବସ୍ତ୍ର କରିକି ଚାଷ ।

କେତେ ବେଳେ ତୁମେ ବନ୍ୟା ହୋଇ
ଉଜାଡି ଦେଉଛ ଧନ ଜୀବନ
କେତେବେଳେ ତୁମେ ମାଆ ପରି 
ହୋଇ ପ୍ରଫୁଲ୍ଲିତ କର ଆମ ମନ ।

ଆମକୁ ପରିଷ୍କାର କରି 
ନର୍ଦମା ରେ ତୁମେ ବୋହି ଯାଅ ବୋଲି
ଆମେ କରୁଛୁ ତୁମ କୁ ବାରଣ,
ତୁମ ପାଇ ମେଦିନି ସବୁଜ ବସ୍ତ୍ର ପିନ୍ଧି 
ରଙ୍ଗ ବେରଙ୍ଗ ଫୁଲଫଳ
କରିଛି ପରା ଧାରଣ।

ତୁମ ରି ଗର୍ଭ ରେ ବିଜୁଳି ର ଜନ୍ମ
ତୁମ ବିନା କିଛି ଜଗତ ର ନାହି କର୍ମ 
ପାଣି ର ସୁରକ୍ଷା ସଂରକ୍ଷଣ କରିବା 
ଆସ ଆମେ ନେବା ଶପଥ,
ପାଣି ଥିଲେ ହିଁ ହଟିବ ଆମର 
ଆସୁଥିବା ସବୁ ବିପଦ ।

କେଉଠି ଲୁଣିଆ ଓ କେଉଁଠି ମଧୁର 
ନାହି ଯେ ତୁମର ଆକାର
ତୁମେ ହିଁ ଆମ ଜୀବନ ଆଉ ତୁମେ ହିଁ ସବୁଠି କାରଣ
ହେଉ ଅମୃତ ମୟୀ ମା
ତୁମ କୁ ହେ କୋଟି କୋଟ ନମସ୍କାର।


ହୃଷିକେଶ କୁଶୁଲିଆ (ଲେଖକ)
ମୁନିଗୁଡ଼ା, ରାୟଗଡ଼ା ।

ହୃଷିକେଶ ଙ୍କ ଅନ୍ୟ କିଛି କବିତା ଗୁଡିକ ପଢନ୍ତୁ

If the contents are helpful to share them with your friends, Thanking You.