Tag Archives: #love_diary

Friend ya lover

Hello, friends tried to write something different today…
In other words, this question arises in the mind of some, but no one asks or no one can ask…
I started writing a little bit last night a close friend of mine “Santosh Kumar” asked again about this. Then I gave him the complete information about this question.


My friend was satisfied with this information. Hope you also get satisfaction from this information.
So let’s go….


I am Nilamadhab and welcome back to my blog let’s start today’s content.
The question is:
Can a lover become a friend?????
There are many answers but I will try to explain them in brief…
The root cause of all this is greed.
How and what?
You will know the answer gradually.


• First, a friend can become a lover, but a lover can never become a friend.


• Generally speaking, there is complete dependence on the person holding the relationship.


• He is sometimes worried about how he will try to restore the relationship.


• Will he accept her as a friend or as a lover?


• If the relationship has taken the form of love, then the work of a good friend is done.


• A romantic relationship begins. We may call that relationship friendship to express it to others but the truth is that it is love.


• It is not bad to give him the gift of a friend, but love for him is built up in the heart. How to consider him a friend??


• Yes, it is possible if we can change our state of mind and emotions before we get too far into it.


• Then the boyfriend can get rid of the relationship and maintain the friendship relationship.


• But the eternal truth is that friends become lovers. He misses the importance of his friend.


• We can’t get rid of our boyfriends even after a thousand tries.


• In the end he has to break up the relationship or some reasons break it.


• It means that this is the last stage of the relationship. If it goes further than that there will be a fight or some wrong steps will be started.


• Then the wrong step is not the solution. So the best way is to come to an agreement and not allow the relationship he loves to continue.


• If he is a friend, try to make him a friend.


• There will be no problems in the relationship of friends.


• From the beginning, one of the root causes of all these things is “greed”.


• Greed is less in friendship and more in love.


• That is why it is said in the scriptures that greed is harmful, if not the door to death.


• Yes there is lust for a friend but much less lust for a lover.


• It is not only the person’s fault. There are also many mistakes of the lover.


• Because the person sees the relationship as a friend.


• Then he (the lover) forces this relationship to change into love or forces the person to name the love affair.


• Here lust is aroused from both sides. If someone has less, someone has more.


• But it takes the form of love and becomes a lover. Not a friend.


That’s all there is to this fact
As you can see, there is only one word in this data that changes the relationship.
That is “greed”.
Less greedy friends!!
If more lust arises, love!!


.
.
.
.
.
So I hope you like the information.
If you like it then don’t forget to share it with your loved ones.
@@@thank you@@@

Smruti Tume Sradhanjali (A true Story ) Page-192

ସନ୍ଧ୍ୟା କହୁ କହୁ ତା ଆଖି ରୁ ଲୁହ ଝରି ପଡୁଥାଏ । 
ସନ୍ଧ୍ୟା ବି କୁମାର ର ହସ ଦେଖିବା ପାଈଁ କହିଲା ଦେଖ ମୁଁ ତ ହସୁଛି ନା 
ତମେ ଭି ହସ Please ।  
ସନ୍ଧ୍ୟା:- କୁମାର ! ତମେ ଯେବେ ମୋତେ ପାଖରେ ପାଅ,
 ମୋ ସାଙ୍ଗରେ ଦୁଷ୍ଟାମୀ କର ଆଉ ମୋତେ ପପି ମାଗ । 

ଆଉ ଜାଣିଛ ମୁଁ ଜାଣିଶୁଣି ସେ ସମୟରେ ଟିକିଏ ନଖରାମି କରେ
 ଆଉ ତମର ଦୁଷ୍ଟାମୀ ମୋତେ ବହୁତ ଭଲ ଲାଗୁଥିଲା । 
ଆଉ ଆଜି ମୋର ବହୁତ ଇଛା ହେଉଛି ତମ ସାଙ୍ଗରେ ଦୁଷ୍ଟାମୀ କରିବାକୁ । 
କିନ୍ତୁ ମୁଁ ଉଠିପାରିବିନି ।
କୁମାର:- Please ସନ୍ଧ୍ୟା ସେମିତି କୁହନି, ତମର କିଛି ହେବନି 
ଆମେ ପୁଣି ଆଗ ଭଳି ଜୀବନ ବିତେଇବା ( କାନ୍ଦି,କାନ୍ଦି) 
ସନ୍ଧ୍ୟା :- କୁମାର!! ମୋତେ ଗୋଟେ ପପି ଦିଅନା Please ??
( ଏତିକି ସମୟରେ ସନ୍ଧ୍ୟା ର ଆଖିରୁ ଲୁହ ଝରି ପଡୁଥାଏ ) 

 ସନ୍ଧ୍ୟା ର ଇଛା ମୁତାବକ କୁମାର ଗୋଟେ ପପି ବି ଦେଇଥାଏ ।

ସନ୍ଧ୍ୟା କହୁଥାଏ-ଏବେ ଯାଇକି ହେଲା … ଏଥର ମୁଁ ଶାନ୍ତିରେ ମରିପାରିବି ।

 ଏ ଜନ୍ମରେ ତ ତମ ହାତରୁ ସିନ୍ଦୂର ପିନ୍ଧି ପାରିଲିନି ହେଲେ 
ଆସନ୍ତା ଜନ୍ମରେ ନିଶ୍ଚୟ ପିନ୍ଧିବି ।

 ଏଇ ନିଅ ମୋର ଗୋଟିଏ ଚୁଡି ରଖିଥାଅ ଆଉ ଏ ମୁଦି ଯେତେବେଳେ ବି ମୋ କଥା ମନେ ପଡ଼ିବ ୟାକୁ ଦେଖିକି ତମ ମନକୁ ବୁଝେଇବ । 

ଏମିତି କହି କହି ସନ୍ଧ୍ୟା ଧିରେ ଧିରେ ଆଖି ବନ୍ଦ କରିବାକୁ ଲାଗିଲା 
ଆଉ ସନ୍ଧ୍ୟା ସ୍ୱର ମଧ୍ୟ ଧୀର ହେବାକୁ ଲାଗିଲା ।  
କୁମାର ‘ ସନ୍ଧ୍ୟା କୁ  ଉଠେଇବାକୁ ଚେଷ୍ଟା କରୁଥାଏ କିନ୍ତୁ ସନ୍ଧ୍ୟା ର ଆଖି ଖୋଲୁ ନଥାଏ ।
ଏତିକି ବେଳେ ଆକାଶ ଆସିଯାଇଥାଏ, କୁମାର ଆକାଶ କୁ କହୁଛି , ଆକାଶ ଦେଖତ ସନ୍ଧ୍ୟା ଆଖି ଖୋଲୁନି । 

ଆଖି ଖୋଲ ସନ୍ଧ୍ୟା, ମୋ ସହ କଥା ହୁଅ , ସନ୍ଧ୍ୟା !!!

ତାପରେ ଡାକ୍ତର ଆସି ଦେଖିଲେ ଆଉ Nerve check କରିଲା ବେଳକୁ ସବୁ ସାରିଯାଇଥିଲା ଆଉ ଡାକ୍ତର ଙ୍କ ମୁଖରୁ ବାହାରିଲା ,I am Sorry, ” She is Dead” । ସେହି ତିନୋଟି ଶବ୍ଦ କୁମାର ର ସବୁ ଖୁସି ଛଡେଇ ନେଇ 
ମଶାଣିର ପାଉଁଶ କରିଦେଇଥିଲା । 

କୁମାର ମୁଣ୍ଡରେ ଚଡକ ପଡିଯାଇଥିଲା । 

ସେ ଦିନ ଠୁ କୁମାର ଯେମିତି ଗୋଟିଏ ନିର୍ଜୀବ ମୂର୍ତ୍ତି ହୋଇଯାଇଛି । ଚୁପଚାପ ରହିବା ଆଉ ଶାନ୍ତ  ରହିବା ତା ଜୀବନର ଗୋଟିଏ ଅବିଛେଦ୍ୟ ଅଙ୍ଗ ହେଇଗଲା ।

ଏମିତି ଏକ କାଳ ରାତ୍ରି କୁମାର ର ଅମୁଲ୍ୟ ସମ୍ପତି କୁ ଛଡେଇ ନେବ ଆମେ କେବେ ଭାବିନଥିଲୁ ।

 ଭଗବାନ ଙ୍କୁ ଦୋଷ ଦେବା ଠିକ ନୁହଁ , ଲୋକେ କୁହନ୍ତି ଯିଏ ଯାହା ପାଇଁ ଆସିଛି ସେ ସବୁ ଉପରୁ ଭଗବାନ ଲେଖି ପଠେଇ ଥାନ୍ତି ।

 ଆମେ ଗୋଟେ ରକ୍ତ ମାଂସ ଭରା ମଣିଷ ରୂପୀ ଖେଳନା । ସବୁ ତାଙ୍କର ଇଛାରେ ଆମେ ଉଠ ବସ୍ ହେବା କଥା ।

ଆକାଶ ଠାରୁ ସବୁ କାହାଣୀ ଶୁଣିବା ପରେ ସମସ୍ତେ କାନ୍ଦିପକେଇଥାନ୍ତି । 

ସୁମିତ୍ରା:-ମତେ କ୍ଷମା କରିଦେବ କୁମାର !!  ମୁଁ ତମ ଜୀବନରେ ଆସି ବହୁତ ବଡ଼ ଭୁଲ କରିଦେଇଛି…….

ତମ Love Story ସତରେ Great ।

ଏହା ଥିଲା କୁମାର ଆଉ ଶ୍ରଦ୍ଧାଞ୍ଜଳିର (ସନ୍ଧ୍ୟା)
True Love Story…….
To be continued…….


Promo: (ଏହି Diary ଲେଖିବାର କାରଣ କଣ, ମୁଁ କହିବି Next page ରେ ପଢିବାକୁ ଭୁଲିବେ ନାହିଁ, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..



Follow my Blog and find Smruti Tume Sradhanjali Part-192



Follow my Pages


Thanks….

Smruti_tume_sradhanjali_in_odia_by_kumars_diary_part_192

Smruti Tume Sradhanjali (A true Story ) Page-189

କୁମାର ଆଉ ସନ୍ଧ୍ୟା ଏମିତି କଥା ହେଇ ଚାଲିଥାନ୍ତି । 

ହଠାତ ଭୟଙ୍କର ବର୍ଷା ଆଉ ପବନ ମାଡ଼ିଆସିଲା, ଦୁହେଁ ଭିଜିଯାଇଥାନ୍ତି ।

 ରାସ୍ତା ଘାଟ ଠିକ୍ ରେ ଦେଖା ଯାଉନଥାଏ ।

 ଦୁହେଁ ବହୁତ ବ୍ୟସ୍ତ ହୋଇପଡ଼ିଥାନ୍ତି । 
ଏତିକି ବେଳେ କୁମାର ର Mobile କୁ Call ଆସିଥାଏ । 

କୁମାର ଦେଖିଲା ବେଳକୁ କେଶବର Call ଆସିଥାଏ । 

ହେଲେ କେଶବ କେମିତି Call କରିବ କେଶବର ଫୋନ ସମୀର ପାଖରେ ଅଛି । 

ଆପଣଙ୍କୁ କହିବାକୁ ଭୁଲି ଯାଇଛି କେଶବର ଫୋନ କୁ ସମୀର କେମିତି ଚୋରି କରିଲା ।

( ମାମୁଁଙ୍କ ପୁଅର ଜନ୍ମଦିନରେ କେକ୍ କାଟିବା ସମୟରେ ସମସ୍ତେ ନାଚୁଥିଲେ ସେତିକି ବେଳେ କେଶବର ଫୋନ ପଡିଯାଇଥିଲା , ସମୀର ସେଠୁ Mobile ରଖିନେଇଥିଲା )

 ପ୍ଲାନ ଅନୁସାରେ ସମୀର କେଶବର ଫୋନରୁ Call କରିଥାଏ । 
କୁମାର Mobile ଦେଖି Receive କଲା । 

ଏପଟେ ବର୍ଷା ବି ବହୁତ ହଉଥାଏ ।

ସମୀର କେଶବର ଫୋନରୁ କହୁଥାଏ । 

(ଜୋର ରେ ବର୍ଷା ଯୋଗୁଁ ସମୀର ର ସ୍ୱର କୁ କୁମାର ଚିହିଁ ପାରିଲା ନାହିଁ, ଆଉ ସେ କେଶବ ଭାବି କଥା ହେଲା )

ସମୀର:- କୁମାର !! ମୁଁ ଶୁଣିଲି ତମେ ଦୁହେଁ ବି ଚାଲିଆସିଲ । 

ହଉ ଆସିଲ ଯେ ବର୍ଷା ପବନ ଜୋରରେ ହଉଛି ତମମାନେ ସିଧା ରାସ୍ତାରେ ନ ଆସି ଜଙ୍ଗଲ ରାସ୍ତା ଦେଇ ଚାଲି ଆସିବ ।

 ମୁଁ ଏବେ ଏବେ ଜାଣିବାକୁ ପାଇଲି ଯେ ସେ ରାସ୍ତାରେ ଗୋଟେ ବଡ଼ଗଛ ପଡିଯାଇଛି ତମମାନେ ଆସିପାରିବନି ଭଲହବ ଜଙ୍ଗଲ ରାସ୍ତାରେ ଚାଲିଆସ, ଜଲଦି ଆସିଯିବ । 

ଏତିକି କହି ସମୀର Call କାଟି ଦେଇଥିଲା । 

ଏହାପରେ କୁମାର ଠିକ୍ ସେଇୟା କଲା । 

ସେ ସିଧା ରାସ୍ତାରେ ନଯାଇ ଜଙ୍ଗଲ ରାସ୍ତାରେ ଗଲା । 

ଏପଟେ ସମୀର ତା ଚେଲାକୁ Call କରି କହୁଥାଏ । 

ସମସ୍ତେ Ready ରୁହ କୁମାର ଜଙ୍ଗଲ ରାସ୍ତାରେ ଯାଉଛି । 

ଏତିକି ବେଳେ ଦଇବର ବିଧି ବିଧାନ, ରାସ୍ତା ଘାଟ ବହୁତ ଖରାପ ଥିଲା ।

 ବର୍ଷା ଯୋଗୁଁ ଗାଡି ଚଲେଇବା ମଧ୍ୟ  ଅସୁବିଧା ହେଉଥାଏ , କୁମାର ବସିଥାଏ ସନ୍ଧ୍ୟା ଗାଡି ଚଲାଉ ଥାଏ ।  

 କିଛି ବାଟ ଗଲାପରେ କୁମାର ଦେଖିଲା ଆଗପଟୁ ଗୋଟେ Bolero ବହୁତ Speed ରେ ଆସୁଥାଏ ।

 କୁମାର କହୁଥାଏ….ସନ୍ଧ୍ୟା !!! ଆଗରୁ ଗୋଟେ ଗାଡି ଆସୁଛି ।

(ଗାଡି ର Light ସନ୍ଧ୍ୟା ର ଆଖିରେ ପଡୁଥାଏ, ସନ୍ଧ୍ୟା କୁ ଠିକ୍ ସେ ଦେଖା ଯାଉ ନଥାଏ )

 ଗାଡିଟି ଆସି ସନ୍ଧ୍ୟା ଚଲାଉଥିବା ଗାଡିକୁ ଧକ୍କା ଦେଇ ଚାଲି ଗଲା ।

କିଛି ସମୟ ପାଈଁ ଏମିତି ଅନୁଭବ ହେଲା ଯେମିତି ଶୂନ୍ୟ ଆକାଶରୁ ଖସି ଗୋଟିଏ ବିରାଟ ପର୍ବତ ରେ ପିଟି ହେଇ ଯାଇଛନ୍ତି ।

 ହଠାତ ସବୁ ସୁନ ସାନ ହେଇଗଲା ।

 କିଛି ସମୟ ଗଲାପରେ କୁମାର ର ଆଖି ଖୋଲିଲା । 

ସେ ଗୋଟିଏ ଆମ୍ବଗଛ ପାଖରେ ପଡିଥାଏ ।




To be continued…….



Promo: (ସନ୍ଧ୍ୟା, ର ଅବସ୍ଥା କଣ , ପଢିବା ଆଗାମୀ page ରେ, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..




Follow my Blog and find Smruti Tume Sradhanjali Part-189






Follow my Pages


Thanks….

Smruti_tume_sradhanjali_in_odia_by_kumars_diary_part_189

Smruti Tume Sradhanjali (A true Story ) Page-188

ସନ୍ଧ୍ୟା:- ନାଇମ ମାମୁଁ ଆମେ ଚାଲିଯିବୁ । 

ଗୋଟେ ଘଣ୍ଟା ଲାଗିବ ଆମେ ଚାଲିଯିବୁ ।

କୁମାର:-ହଁ !! ମାମୁଁ, ସନ୍ଧ୍ୟା ଠିକ୍ କହୁଛନ୍ତି । ଆମେ ଚାଲିଯିବୁ ।

 ସନ୍ଧ୍ୟାର ବୋଉ:-ଦେଖିକି ଯିବ, ଗଲାପରେ Call କରିବ ।

କୁମାର ତମେ ସନ୍ଧ୍ୟାକୁ ନେଇ ଆମ ଘରେ ରହିଯିବ ।
 ସକାଳେ ମିଶିକି ଟିଉସନ ଚାଲିଯିବ ।
କୁମାର ଆଉ ସନ୍ଧ୍ୟା ବାହାରିବା ସମୟରେ ସମସ୍ତଙ୍କ ମନ ଉଦାସ ଥାଏ ।

ଏପଟେ ସଇତାନ ମାନେ ସୁଯୋଗ ର ଅପେକ୍ଷା ରେ ଅଛନ୍ତି । 

( ଶେଷରେ ସେମାନଙ୍କ ପ୍ଲାନ ସତ ହେବାକୁ ଯାଉଛି ନା ନାହିଁ ଆଗକୁ ପଢିବା )
(Party ଭିତରେ ସମୀର ,କେଶବ ର mobile କୁ ଲୁଚେଇ ରଖି ଦେଇଥିଲା)

ସମୀର:-(ତା ଚେଲା ମାନଙ୍କୁ) ଶୁଣ ଗୋଟେ ବଡ଼ ଖୁସି ଖବର, ଏ Mobile ଟା କୁମାର ର ସାଙ୍ଗ କେଶବର !!
ଏଇ Mobile ଦ୍ବାରା ଆମକୁ ଟିକିଏ ସହଜ ହେଇଯିବ କୁମାରକୁ ମାରିବାକୁ ।

ତମେ ଶୁଣ ସେମାନେ ବାହାରିଗଲେଣି ।

 ଆମ ପ୍ଳାନ ଅନୁସାରେ ସେଠି ଗାଡି Ready ଅଛି ତ ?? 

ଚେଲା:- ହଁ ଭାଇ ସବୁ Okay ।

ସମୀର:- ଜଙ୍ଗଲ ଭିତରକୁ ପଶିବା ପରେ ଯେମିତି ଠିକ୍ ଠାକ୍ କାମ ହୁଏ । 
ତାପରେ ସେମାନେ କୁମାର ଆଉ ସନ୍ଧ୍ୟାକୁ ପିଛା କରିବାକୁ ଲାଗିଲେ ।

ଏପଟେ ସନ୍ଧ୍ୟା କୁମାରକୁ ଧରି ବସିଥାଏ । 

କୁମାର ଗାଡି ଚଲାଉ ଥାଏ, କୁମାର ଏୟା ଭାବିକି ଗାଡି ଚଲାଉଥାଏ କି ।

 ସନ୍ଧ୍ୟା ଯଦି ଗାଡି ଚଲାଏ ସେମାନେ କାଳେ Accident କରିଦେବେ ।

 ସେଦିନ ଏମିତି ଏକ କାଳ ରାତି ଥିଲା ଯାହା ଆଜି ପର୍ଯ୍ୟନ୍ତ ଭୁଲି ହେଉନି….. (ଆଉ ଏହି କଥା କହୁ କହୁ ମୋ ଆଖିରେ ତ ଲୁହ ଆସିଯାଉଛି ) ଦଇବ ଦଉଡି ମଣିଷ ଗାଈ…. 
ଯେଣିକି ଟାଣଈ ସେଣିକି ଯାଇ । 

କୁମାର ଆଉ ସନ୍ଧ୍ୟା କଥା ହେଇ ହେଇ ଯାଉଥାନ୍ତି ।

କୁମାର:-ସନ୍ଧ୍ୟାକୁ, ଶୋଇପଡ଼ିଲ ନା କଣ ?? କିଛି କହୁନ ଯେ ???

ସନ୍ଧ୍ୟା:- ନାଇମ ଶୋଇନି !! ମୁଁ ଆମ ବାହାଘର କଥା ଭାବୁଛି ।

କୁମାର:-ସତେକି ?? ତୁ ବାୟାଣୀ  କଣ କଣ ଭାବୁଛୁ କେଜାଣି ।

ସନ୍ଧ୍ୟା:-ହଁ ତମେ ଜାଣିଛ, ଆମ ବାହାଘରରେ ଆମ College ର Sir ମାନଙ୍କୁ ବି ଡାକିବା । 

College ର ସବୁ ପିଲାଙ୍କୁ Invite କରିବା ।



To be continued…….


Promo: (ସମୀର, କେଶବ ର mobile ରୁ call କରିଥାଏ, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..



Follow my Blog and find Smruti Tume Sradhanjali Part-188



Follow my Pages

Thanks….

Smruti_tume_sradhanjali_in_odia_by_kumars_diary_part_188

Smruti Tume Sradhanjali (A true Story ) Page-187

ଏପଟେ ସମୀର ସେଠୁ ଯାଇ ସନ୍ଧ୍ୟାକୁ କହୁଥାଏ ।

ସେପଟେ କୁମାର ର ଭୟ 2 ଗୁଣରୁ 4 ଗୁଣ ବଢିଯାଇଥାଏ ।

ସମୀର:-ସନ୍ଧ୍ୟା !!! କଣ ବହୁତ ଖୁସି ଜଣାପଡୁଛ !!!
ହୁଅ ହୁଅ ଆଉରି ଖୁସି ହୁଅ, ହେଲେ ବହୁତ କମ ସମୟ ତାପରେ ସାରାଦିନ କାନ୍ଦିବ ଆଜି କୁମାର ର Last day…

ସମୀର ହସି ହସି ସେଠୁ ଚାଲିଯାଇଥାଏ । 

ସନ୍ଧ୍ୟା ବି ବହୁତ ଭୟଭୀତ ହେଇଯାଇଥାଏ ।

ତାପରେ ସନ୍ଧ୍ୟା ଆଉ କୁମାର ଦୁହେଁ ଏକାଠି ହେଇଯାଇଥାନ୍ତି …. ଦୁହେଁଙ୍କ ମନରେ ମରିଯିବାର ଭୟଥାଏ ହେଲେ କିଏ କାହାକୁ କହିପାରୁନାହାନ୍ତି । 

ତାପରେ କୁମାର କହୁଥାଏ…

କୁମାର:-ସନ୍ଧ୍ୟା କଥା କଣ ?? ତମେ ବ୍ୟସ୍ତ ଜଣାପଡୁଛୁ , Tension ରେ ଥିଲା ଭଳି ଜଣାପଡୁଛୁ….କଣ ହେଇଛି ???

ସନ୍ଧ୍ୟା:-ସେ କିଛି ନାହିଁ । 
ହେଲେ ତମେ କହିଁକି Tension ରେ ଥିଲାଭଳି ଲାଗୁଛ ।

କୁମାର:-କିଛି ନାହିଁ….ସମସ୍ତେ ସାଙ୍ଗମାନେ ଚାଲିଗଲେ ତ କିଛି ଭଲ ଲାଗୁନି ।

ସନ୍ଧ୍ୟା:- ମୋତେ ବି ସେୟା ଲାଗୁଛି ।

ସମୀରର କଥାକୁ ନେଇକି ସନ୍ଧ୍ୟା ମନେ ମନେ ଭାବୁଥାଏ । 
ଏଠି ଯଦି ରହିବି ତାହାଲେ କୁମାର ପ୍ରତି ବିପଦ ଅଛି ଭଲହବ ଆମେ ଗାଁ କୁ ଚାଲିଯିବା ।

ଏପଟେ କୁମାର ଭାବୁଥାଏ…ମୁଁ ଯଦି ସନ୍ଧ୍ୟାକୁ ନେଇ ଏଠି ରୁହେ  ତାହାଲେ ସନ୍ଧ୍ୟା ପ୍ରତି ବିପଦ ଅଛି, ଏଠୁ ଚାଲିଯିବା ଭଲ ହେବ ।

ସନ୍ଧ୍ୟା:-ଗୋଟେ କଥା କହିବି  କୁମାର???  ଚାଲନା ଆମେ ବି ଗାଁକୁ ଚାଲିଯିବା । ମୋତେ ଏଠି କିଛି ଭଲ ଲାଗୁନି ।

କୁମାର:-ମୁଁ ବି ସେୟା ଭାବୁଛି ।

 ହେଲେ କେମିତି ଯିବା ରାତି ଆସିବା 9:00 ହଲାଣି ।

 ମାମୁଁ ମନାକରୁଛନ୍ତି କେମିତି ଯିବା ।

ସନ୍ଧ୍ୟା:-ତମେ ଆସ ମୋ ସହ ମୁଁ କହୁଛି ।

ଦୁହେଁ ଚାଲିଲେ ମାମୁଁଙ୍କ ପାଖକୁ ସେଠି ସମସ୍ତେ ଥାଆନ୍ତି…. ମାମୁଁ ଙ୍କ ପାଖରେ ପହଞ୍ଚି ।

ସନ୍ଧ୍ୟା:-ମାମୁଁ !! ଆମେ ଗାଁ କୁ ଯିବାକୁ ବାହାରିଛୁ ।

 ସେ କଥା କଣ କି କାଲି ଟିଉସନ ରେ Exam ଅଛି ମୋର ମନେ ନଥିଲା । 

ଆମକୁ ଯିବାକୁ ହବ ।

ମାମୁଁ:- ଠିକ ଅଛି !! ଚାଲ ମୁଁ ଛାଡିକି ଆସିବି ଏତେ ରାତି ହେଲାଣି ତମେ ମାନେ କେମିତି ଯିବ ।


To be continued…….


Promo: (ସମୀର ର ଚେଲା ମାନଙ୍କୁ ସୁଯୋଗ ମିଳିବାକୁ ଯାଉଛି, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..



Follow my Blog and find Smruti Tume Sradhanjali Part-187



Follow my Pages


Thanks….

Smruti_tume_sradhanjali_in_odia_by_kumars_diary_part_187

Smruti Tume Sradhanjali (A true Story ) Page-186

ହେଲେ କଥାରେ ଅଛି ପରା ରଖେ ହରି ମାରେ କିଏ ??

 ମାରେ ହରି ରଖେ କିଏ ?? 

ତାପରେ ମଣିଷର ଭାଗ୍ୟରେ ଯାହା ଲେଖାହେଇଥିବ ତାହା ହିଁ ହେଇଥାଏ….
(ପଢନ୍ତୁ ଆଗକୁ କଣ ହେଲା …)
କେକ୍ କଟା ସରିବାପରେ ସାଙ୍ଗମାନେ ବାହାରୁଥାନ୍ତି ଘରକୁ ଯିବାପାଇଁ, ଏତିକି ବେଳେ ମାମୁଁ କହୁଥାନ୍ତି ।

ମାମୁଁ:- କୁଆଡେ ବାହାରିଲ ?? ଆଜି ରାତିକ ରହିଯାଅ କାଲି ସକାଳୁ ଯିବ ।

ସବୁ ସାଙ୍ଗମାନେ ବହୁତ ମନାକରିଲା ପରେ,ମାମୁଁ ବି ଆଉ ମନା କରିପାରିଲେନି ।
 ହେଲେ କୁମାର ଆଉ ସନ୍ଧ୍ୟାକୁ ମନା କରୁଥାନ୍ତି । ସେମାନେ ଯାଆନ୍ତୁ ତମେ ଦୁଇଜଣ ରହିଯାଅ ।

କୁମାର ସବୁସାଙ୍ଗମାନଙ୍କୁ କହୁଥାଏ ।

କୁମାର:- ମାମୁଁ ଏତେ କରି କହୁଛନ୍ତି ନରହିଲେ ଖରାପ ଭାବିବେ ତମମାନେ ଯଦି ଯିବ ଯାଅ ମୁଁ ଆଉ ସନ୍ଧ୍ୟା କାଲି ସକାଳେ ଯିବୁ ।

ତାପରେ ସାଙ୍ଗମାନେ ବାହାରିଗଲେ ଏତିକି ବେଳେ କୁମାର ସମୀର ସହ ଦେଖାହେଇଯାଇଥାଏ । 

ସମୀର କହୁଥାଏ….

ଆଗରୁ କଣ Planing ହେଇଥିଲା ଆପଣ ମାନଙ୍କର ମନେ ଅଛି ନା ?? କୁମାରକୁ କହୁଥାଏ …

ସମୀର:-ଯେତେ ଖୁସି ହବା କଥା ହେଇଯା!!  ଆଜି ସେ ସମୟ ଆସିଯାଇଛି ତୋ ସାଙ୍ଗମାନେ ତୋ ସହ ରହିଯାଉଥିଲେ ମୁଁ କିଛି କରିପାରୁନଥିଲି । 

ହେଲେ ଆଜି କିଏ ନାହିଁ ତୁ ଏକୁଟିଆ ହେଇଯାଇଛୁ  , ସନ୍ଧ୍ୟାର ଆଜି Last Day …କେମିତି ଅଟେକେଇବୁ ଅଟକା ।
 ସମୀର ଏତିକି କହି ଚାଲିଯାଇଥାଏ ।

To be continued…….


Promo: (ସନ୍ଧ୍ୟା ଆଉ କୁମାର ମନରେ ଭୟ ଅନୁଭବ ହେଇଛି, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..



Follow my Blog and find Smruti Tume Sradhanjali Part-186



Follow my Pages

Thanks….

Smruti_tume_sradhanjali_in_odia_by_kumars_diary_part_186
Smruti+tume+sradhanjali+in+odia+by+kumars+diary+part+186

Smruti Tume Sradhanjali (A true Story ) Page-185

କୁମାର:- ପୁଣି ସେଇ ମରିବା କଥା, ତମକୁ କେତେ ଥର କହିଛି ମରିବା କଥା କହିବନି  ବୋଲି ।

ସନ୍ଧ୍ୟା:-Sorry Sorry ମୋ ପାଟିରେ ରହୁନି ବହାରିଯାଉଛି ।

 ତାପରେ ଦିନେ ନା ଦିନେ ଆମକୁ ମରିବାକୁ ପଡିବନା ।

କୁମାର:- ପୁଣି ବାୟାଣୀ !! ଦେବି ଯେ ଗୋଟେ ।

ସନ୍ଧ୍ୟା:- ମୋ ପାଖକୁ ଆସିଲ, ତମ କୋଳରେ ଟିକେ ଶୋଇବାକୁ ଚାହୁଁଛି ।

ସନ୍ଧ୍ୟା କୁମାରର କୋଳରେ ଶୋଇକି କହୁଥାଏ…

ଜାଣିଛ କୁମାର ମୁଁ ଆଜି ବହୁତ ଖୁସି ଜୀବନର ସବୁ ଖୁସି ମୋତେ ମିଳି ଯାଇଛି ।

ଏବେ ଖାଲି ମୁଁ ତମ କୋଳରେ ମୁଣ୍ଡ ରଖିକି ଶୋଇବି, ଆଉ ତମେ ମୋତେ ଏମିତି ଦେଖୁଥାଅ । 

ଗୋଟେ କଥା କହିବି ତମେ ରାଗିବନି ନା ?

କୁମାର:- କୁହ !! କଣ କହିବ କୁହ ରାଗିବିନି ।

ସନ୍ଧ୍ୟା:- ମୋତେ ଆଜି ଭାରି କାନ୍ଦିବାକୁ ଇଚ୍ଛା ହଉଛି ।

 ମୋତେ ଏମିତି ଲାଗୁଛି କି, ମୁଁ କାଲି ସକାଳ ଦେଖିପାରିବିନି ।

 ମୋତେ ଏମିତି ଲାଗୁଛି ତମଠୁ ଦୁରେଇ ଦୁରେଇ ଯାଉଛି … 

ଏହା ଶୁଣିବା ପରେ କୁମାର ମନରେ ପୁଣିଥରେ ସନ୍ଧ୍ୟାକୁ ହରେଇବାର ଭୟ ବଢି ଯାଇଥାଏ । 

ସେ Emotional ହେଇଯାଇଥାଏ, ଆଉ ସନ୍ଧ୍ୟା ମଧ୍ୟ Emotional ହେଇଯାଇଥାଏ ।

କୁମାର:-ତମେ ଏମିତି କାହିଁକି ଭାବୁଛ ?? ମୁଁ ତମ ସହିତ ଅଛି ନା ।

ସନ୍ଧ୍ୟା:- ମୁଁ ଜାଣିନି ମୋତେ ଏମିତି କାହିଁକି ଲାଗୁଛି ।

କୁମାର:- ତମେ ବେଶି ଭାବନି ହେଲା, ଦେଖିଲ ମୋତେ ଦେଖ ।

 ତମକୁ କଣ ଲାଗୁଛି ତମେ ମୋଠୁ ଦୁରେଇଯିବ ।

 ତମେ ଯୁଆଡେ ଯିବ ମୁଁ ବି ସିଆଡେ ଯିବି ହେଲା । 

ଏବେ ଚାଲ ସେପଟେ କେକ୍ କଟା ଆରମ୍ଭ ହେଇଯିବ ।

 ତାପରେ ଆମେ ଘରକୁ ଯିବା ନା ।

ସନ୍ଧ୍ୟା:- ହଉ ଚାଲ…. ତାପରେ କେକ୍ କଟା ଚାଲିଥାଏ ।

ଏପଟେ ସମୀର ଆଉ ତା ଚେଲାମାନେ ଫୁଲ Planing କରିଚାଲିଥାନ୍ତି ।

କୁମାର ଠାରୁ ତା ସାଙ୍ଗମାନେ ଦୁରେଇ ଗଲାପରେ କୁମାରକୁ ମାରିବା ଅପେକ୍ଷାରେ ରହିଥାନ୍ତି ।
To be continued…….


Promo: (ସମୀର କୁମାର କୁ ଧମକ ଦେଉଛି ଯେ ସେ ସନ୍ଧ୍ୟା କୁ ମାରିଦେବ ବୋଲି, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..



Follow my Blog and find Smruti Tume Sradhanjali Part-185



Follow my Pages

Thanks….

Smruti_tume_sradhanjali_in_odia_by_kumars_diary_part_185
Smruti+tume+sradhanjali+in+odia+by+kumars+diary+part+185

Smruti Tume Sradhanjali (A true Story ) Page-184


ଆଉ ବର୍ତ୍ତମାନ କେତେଜଣ ପ୍ରେମିକ ଅଛନ୍ତି, ଜଣକୁ I Love U କହିବେ ଯଦି ସିଏ ମନା କରିଦେଲା ତ ଆଉ ଜଣଙ୍କୁ I Love U କହିଦେବେ ।

 ଦ୍ୱିତୀୟରେ ହେଲା ପରସ୍ପର ମଧ୍ୟରେ ଉତ୍ତମ ବୁଝାବଣା 
ରହିବା ଦରକାର ।

 ଉତ୍ତମ ବୁଝାବଣା ନରହିଲେ ଝଗଡା ଆରମ୍ଭ ହେଇଯାଇଥାଏ, ଏମିତି ଦୁହେଁ ଦୁହିଁଙ୍କ ଠୁ ଅଲଗା ହେଇଯାଇଥାନ୍ତି । 

ହେଲେ ଆମର ଦେଖ ରାଗ ଅଛି ନା ଝଗଡ଼ା ଅଛି । 

ମୁଁ ଅଭିମାନ କଲେ ତମେ ମନାଅ, ତମେ ଅଭିମାନ କଲେ ମୁଁ ମନାଏ ।

କୁମାର:-ଆଉ କଣ !!  କଣ!! ଅଛି ??

ସନ୍ଧ୍ୟା:- ବହୁତ କଥା ଅଛି ତମେ ପଢିଲେ ଜାଣିବ ।

 ମୋ ଲେଖା ଆଜି ଶେଷ ହେଇଯିବ, ମୋତେ ଲାଗୁଛି ।

କୁମାର:-କାଇଁ ଆଗକୁ ଆଉ ଲେଖିବନି କି ??

ସନ୍ଧ୍ୟା:- ଆଉ କଣ ଲେଖିବି ଯେ, ତମେ ମୋ ସହ ସବୁବେଳେ ରହିବନା ଲେଖିବା ଆଉ ଦରକାର ନାହିଁ । 

ମୁଁ ଲେଖିଛି ସିନା ପଢିନି ଆମର ଯେତେବେଳେ ବାହାଘର ହେଇଯିବ ତାପରେ ବସିକି ମିଶିକି ପଢିବା ।

 ଆଉ ସମସ୍ତଙ୍କୁ ପଢେଇବା ଆମ Love Story । 

ଆମ Love Story ରୁ କେହି ତ କିଛି ଶିଖିବେ ନା ।

କୁମାର:-ସନ୍ଧ୍ୟା ମୁଁ ତମକୁ ବହୁତ ଦିନ ହେଲା କିଛି ପଚାରିବାକୁ ଚାହୁଁଛି, ପଚାରିବି ???

ସନ୍ଧ୍ୟା:- କଣ ?? ପଚାର ।

କୁମାର:-ମୁଁ ତମକୁ ବହୁତ କଷ୍ଟ ଦେଇଛି ନା ??

 ତମେ ମୋ ପାଇଁ ବହୁତ କାନ୍ଦିଛ ହେଲେ , ମୁଁ ତମ ପାଇଁ କେବେ ବି କାନ୍ଧିନି ।

ସନ୍ଧ୍ୟା:-କିଏ କହିଲା ତମେ ମୋତେ କଷ୍ଟ ଦେଇଛ ।

 ତମେ ଜାଣିଛ ତମର ସେଇ କଷ୍ଟ ଦେବାରେ ମୁଁ ତମର ଭଲପାଇବା ଦେଖିଛି । 

ତାପରେ ମୁଁ ତମକୁ କେବେବି କାନ୍ଦିବାକୁ ଦେବିନି ଆଉ ତମେ କାନ୍ଦିବାର ଦେଖିପାରିବିନି । 

ତମେ ସବୁବେଳେ ଏମିତି ହସୁଥାଅ ଆଉ ଏମିତି ଦିନ ଆସିବ ମୁଁ ତମର ହସ ଦେଖି ଦେଖି  ଦୁନିଆରୁ ଚାଲିଯିବି ।


To be continued…….


Promo: (ମୋତେ ଆଜି ଭାରି କାନ୍ଦିବାକୁ ଇଛା ହେଉଛି “ସନ୍ଧ୍ୟା କହୁଛି”, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..



Follow my Blog and find Smruti Tume Sradhanjali Part-184



Follow my Pages


Thanks….

Smruti_tume_sradhanjali_in_odia_by_kumars_diary_part_184
Smruti+tume+sradhanjali+in+odia+by+kumars+diary+part+184

Smruti Tume Sradhanjali (A true Story ) Page-183

Third-Day…

ସେଦିନ ସକାଳୁ ଟିଉସନ ସାରି ଘରୁ ଅନୁମତି ନେଇ କୁମାର ସନ୍ଧ୍ୟା ଘରକୁ ବାହାରିଗଲେ । 

ଘରେ ପହଂଚି ସନ୍ଧ୍ୟା, ପୁଷ୍ପାଞ୍ଜଳି ଅଜା ଆଉ ସନ୍ଧ୍ୟାର ବୋଉ ବାହାରିଗଲେ ମାମୁଁଙ୍କ ଗାଁକୁ ।

 କିଛି ସମୟପରେ ମାମୁଁଙ୍କ ଘରେ ପହଞ୍ଚିଯାଇଥିଲେ, ପ୍ରଥମେ ସମସ୍ତଙ୍କ ସହ କୁମାରଙ୍କ ପରିଚୟ କରେଇଲେ, ସନ୍ଧ୍ୟାର ବୋଉ ।

 କୁମାର ଆଉ ସନ୍ଧ୍ୟାର ସାଙ୍ଗମାନେ ମଧ୍ୟ ଯାଇଥାନ୍ତି । 

କିଛି ସମୟପରେ ମନ୍ଦିରରୁ ଆସି ଘରେ ବହୁତ ମଜାମସ୍ତି କଲେ ।

 Launch ସମସ୍ତେ ଖାଇସାରି ମାମୁଁଙ୍କ ପୁଅର ଜନ୍ମଦିନରେ ରଖାଯାଇଥିବା ଆୟୋଜନରେ ଲାଗିପଡିଲେ, ହେଲେ ଏପଟେ ସନ୍ଧ୍ୟା ଗୋଟେ ଡାୟେରି ଧରି ବସିଥାଏ ଆଉ ଲେଖୁଥାଏ । 

ଏତିକି ବେଳେ କୁମାର ଆସି ପହଁଚି ଯାଇଥାଏ ।

କୁମାର:-ଆରେ ବାୟାଣୀ କଣ କରୁଛ ଏଠି ? କଣ ଲେଖା ଚାଲିଛି  ଦେଖା ତ ?? କଣ ଲେଖୁଛୁ ମୁଁ ବି ଟିକେ ଦେଖିବି ।

ସନ୍ଧ୍ୟା:- କଣ ଆଉ ଲେଖିବି ତମର ଆଉ ମୋର Love Story …

କୁମାର:- ଆମ Story କଥା ତ ଆମେ ଜାଣିଛନ୍ତି ନା ଲେଖିବା କଣ ଦରକାର ?? 

ଏଥିରେ ଏମିତି କିଛି ଖାସ ନାହିଁ ତ ??

ସନ୍ଧ୍ୟା:- କେମିତି ନାହିଁ !! ବହୁତ କିଛି ଅଛି । 

ଦେଖ ପ୍ରଥମେ ହେଲା ଜଣେ ଅନ୍ୟ ଜଣକୁ ଯଦି Heart ରୁ ଭଲପାଉଥିବ ।

 ତାହାଲେ ଦୁନିଆର କୌଣସି ଶକ୍ତି ନାହିଁ ଯେ ତାକୁ ଅଟେଇକି ପାରିବ ।

 ଯେମିତି ତମେ ମୋତେ କେତେ ଅଣଦେଖା କରୁଥିଲେ ହେଲେ ମୋର ତମପ୍ରତି ସ୍ୱଚ୍ଛ ଭଲପାଇବା ଥିବାରୁ ମୁଁ ତମକୁ ପାଇପାରିଲି ।
To be continued…….


Promo: (ସନ୍ଧ୍ୟା କହୁଛି କୁମାର କୁ,  ଆମର ଯେତେବେଳେ ବାହାଘର ହେଇଯିବ ତାପରେ ବସିକି ପଢିବି ଆମ Love Story, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..

Pages:


Page-182<<>>Page-184



Follow my Blog and find Smruti Tume Sradhanjali Part-183




Follow my Pages

Thanks….

Smruti_tume_sradhanjali_in_odia_by_kumars_diary_part_183
Smruti+tume+sradhanjali+in+odia+by+kumars+diary+part+183

Smruti Tume Sradhanjali (A true Story ) Page-182

କୁମାର:- ଆରେ ତମେ ସମସ୍ତେ ଏଠି କେତେବେଳେ ଆସିଲ ।

ସମସ୍ତେ କହୁଥାନ୍ତି- ତମେ ସମସ୍ତେ ଆସିବା ପୂର୍ବରୁ ଆମେ ସନ୍ଧ୍ୟାର ପ୍ଳାନ ଅନୁସାରେ ଏଠି ଥିଲୁ ଖାଲି ତୋ ମୁହଁରୁ ତୋ Love Story ଶୁଣିବା ପାଇଁ । 
ଭିତରେ ବୁଡି ବୁଡି ପାଣି ପିଉଥିଲୁ ଆଉ ଆମ ସନ୍ଧ୍ୟାକୁ ଜଳୁଥିଲୁ ବହୁତ ବଡ଼ ସ୍ୱାର୍ଥପର ନାହିଁ । 

ବହୁତ ମଜା ମସ୍ତି କରି ସେମାନେ ସମସ୍ତେ  ନିଜ ନିଜ ଘରକୁ ଗଲେ ।

ଏପଟେ କୁମାର ଗାଁକୁ ଯାଉଥିବା ରାସ୍ତାରେ ସମୀର ସହ ଦେଖା ହେଇଯାଇଥାଏ ।

ସମୀର:- କଣ କୁମାର!!  ମନେ ମନେ ଭାରି ଖୁସି ଜଣାପଡୁଛ, ହେଲେ ଏ ଖୁସି ଖୁବଶୀଘ୍ର ମିଳେଇଯିବ । 

ମୁଁ ସନ୍ଧ୍ୟାକୁ ତମ ଜୀବନରୁ ଦୁରେଇ ଦେବି ।

ଏମିତି କହି ସମୀର ସେଠୁ ଚାଲିଯାଇଥାଏ, ହେଲେ କୁମାର ମନରେ ବହୁତ ଆଶଙ୍କା ଆସିଯାଇଥାଏ । 

ଏମିତି ଲାଗୁଥାଏ ଯେମିତି ସତରେ କଣ ସନ୍ଧ୍ୟାକୁ ମୋ ଠାରୁ ଅଲଗା କରିଦେବ କି, ମନେ ମନେ ଭାବୁଥାଏ ମୋ ସନ୍ଧ୍ୟା କଣ ମୋ ଠୁ ଦୁରେଇଯିବ  ??
 ସନ୍ଧ୍ୟାର ସବୁବେଳେ ମରିବା କଥା ଆଉ ଏପଟେ ସମୀର କହିବା କଥାକୁ ନେଇ ବହୁତ ଚିନ୍ତାରେ ପଡିଯାଇଥାଏ କୁମାର !! 

 ସେପଟେ ସମୀର ପ୍ଲାନ କରୁଥାଏ କେମିତି ମାରିବ କୁମାର କୁ।

(ସମୀର ନିଜ ଚେଲା ମାନଙ୍କୁ କହୁଥାଏ)

ସମୀର:-ସମସ୍ତେ ଶୁଣ ଏଥର ମୁଁ ଏମିତି ଜାଲ ବିଛେଇବି କୁମାର ମରିବା ସୁନିଶ୍ଚିତ । 

ସନ୍ଧ୍ୟାକୁ କହିଲି କୁମାରକୁ ମାରିଦେବି ଆଉ କୁମାରକୁ କହିଲି ସନ୍ଧ୍ୟାକୁ ମାରିଦେବି । 

ସେମାନେ ଦୁହେଁ ଭାବୁଥିବେ ଯେ କଣ କରିବେ ।

ଚେଲାମାନେ:-ଏବେ ଆମେ କଣ କରିବୁ, ଆମକୁ ସେୟା କୁହ ।

ସମୀର:- ମୋ କହିବା ଅନୁସାରେ ସେମାନେ Birthday ପାର୍ଟିକୁ ଯିବେ ଆଉ ଆମେ ସମସ୍ତେ ବି ଯିବା ।

 ସେଠି କେହି ଯେମିତି ଆମକୁ ନଦେଖନ୍ତି ।

ତାପରେ ପାର୍ଟି ସାରି ଫେରିଆସିବା ବାଟରେ କୁମାରକୁ Accident କରେଇଦେବା ।

ତାପରେ ସନ୍ଧ୍ୟା ପାଖରୁ କୁମାର Out,  ଆଉ ମୋର Entry ହେବ ସନ୍ଧ୍ୟା ର life ରେ !! 
କେମିତି ଲାଗିଲା ପ୍ଲାନ ହା…ହା….ହା….. 
(ସମସ୍ତେ ହସିବାକୁ ଲାଗିଲେ)

ଏମିତି ପ୍ଲାନ କରିଥାନ୍ତି କୁମାର ପାଇଁ, ସେଇ ତିନି ଦିନ ମଧ୍ୟରୁ ଆଉ ରହିଲା ଗୋଟିଏ ଦିନ ମାନେ ଶେଷ ଦିନ।
To be continued…….


Promo: (ସମୀର, କୁମାର କୁ କହିଲା , ସେ ସନ୍ଧ୍ୟା କୁ ମାରିଦେବ, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..

Pages:


Page-181<<>>Page-183


Follow my Blog and find Smruti Tume Sradhanjali Part-182



Follow my Pages

Thanks….

Smruti_tume_sradhanjali_in_odia_by_kumars_diary_part_182
Smruti+tume+sradhanjali+in+odia+by+kumars+diary+part+182

Smruti Tume Sradhanjali (A true Story ) Page-181

ସନ୍ଧ୍ୟା:-କୁମାର ସତରେ ତମର ଯଦି କିଛି ହେଇଯାଏ ।

 ମୁଁ ବଞ୍ଚିପାରିବିନି ।

କୁମାର:-ହଉ ଛାଡ଼ ସେକଥା ।

 ଆଚ୍ଛା ମୋ Surprise ଟା କଣ କୁହ ??

ସନ୍ଧ୍ୟା:-ଏଇ ତ ମୋ ବାୟାଣୀ ” ପୁଷ୍ପାଞ୍ଜଳି”। 

ମୋ ସୁଖଦୁଃଖର ସାଥି ।

ପୁଷ୍ପା:-ହଁ ଭାଇ ମୁଁ ତମ ବିଷୟରେ ସବୁ ଜାଣିଛି ।

 ତମ Love Story ।

କୁମାର:- ଆଚ୍ଛା !! ତାହାଲେ ତମେ ସବୁ ଜାଣିସାରିଛ ।

ପୁଷ୍ପା:- ହଁ ଭାଇ ତମକୁ ପାଇବାପାଇଁ କେତେ କଷ୍ଟ କରିଛି ମୋ ଅପା ଜାଣିଛି ?

ସନ୍ଧ୍ୟା:- ଏ ପୁଷ୍ପା ଚୁପ୍ ରହ । ତୁ ସବୁ ଏଠି କହନି ।

କୁମାର:- ଆରେ ତାକୁ କାହିଁକି ମନା କରୁଛ, ମୁଁ ବି ଜାଣିବା ଦରକାର ନା ?

ତାପରେ କୁମାର Ice Cream ଆଣିବାକୁ ଯାଇଥାଏ ।

ପୁଷ୍ପା:- ତମର ମନେ ଅଛି ଭାଇ, ତମେ ଆମ ଘରକୁ First Time ଆସିଥିଲ Bag ଦବାକୁ,,  ଅପା ତା ଆଗରୁ ତମକୁ ଜାଣିଥିଲା । 

ଆମେ ବର୍ତ୍ତମାନ ଏଠି ଯୋଉ ବସିଛନ୍ତି, ସେଇ ଯାଗାରେ । ତୁମର ଦୟବାନ ଆଉ କର୍ତ୍ତବ୍ୟ ପରାୟଣ ଚରିତ୍ର ଦେଖି ସେ ତମ ଉପରେ ପୁରା ଫିଦା ହେଇଯାଇଥିଲା ।

 ତାପରେ ଆମେ ତାକୁ ଅଲଗା College ରେ ପଢିବାକୁ କହିଲୁ, ହେଲେ ସେ ତମେ ଯୋଉ College ରେ ପଢୁଥିଲ ସେଇ College ରେ ପଢିବ ବୋଲି Zid ଧରି ବସିଲା ।

ସେ ବି same College ରେ ପଢିଲା ।
 ତମେ ଏତେ ଭାଉ ଖାଇଲ ଯେ, ମୋ ଅପାକୁ Line ଦେଉନଥିଲ । 

ବହୁତ କଷ୍ଟରେ ତମକୁ ସେ ପାଇଛି । ଆଉରି ଅନେକ କଥା ଅଛି । 

ମୁଁ ସବୁ ଜାଣିଛି ।

କୁମାର:-ଆଚ୍ଛା ତାହାଲେ Madam ମୋ ପାଇଁ ବହୁତ କଷ୍ଟ କରିଛନ୍ତି ।

ସନ୍ଧ୍ୟା:- ନୁହେଁ ତ ଆଉ କଣ !! ତମେ ମୋ ପାଇଁ କଣ କରିଛ କହିଲ ??

କୁମାର:- ମୁଁ ବି ତ ବହୁତ ଆଗରୁ Love କରୁଥିଲି ।

 ତମକୁ ମୁଁ ଆଗରୁ ଦେଖିନଥିଲି । Bag ଦବାକୁ ଯାଇ ଦେଖିଲି ।

 ସେଇଠୁ ହିଁ ଭଲପାଇ ବସିଲି । ସେକେଣ୍ଡରେ Foom Fill Up ଦିନ ତମକୁ ସେଠି ଦେଖି ବହୁତ ଖୁସି ହେଇଯାଇଥିଲି ମନେ ମନେ ।

 ହେଲେ ସାଙ୍ଗମାନଙ୍କ ଆଗରେ ଚୁପ୍ ଥିଲି ।

ତାପରେ College ରେ ସବୁଦିନ ଭାବୁଥାଏ ତମ ସହ କଥା ହେଇଯିବି,
 ହେଲେ ତମକୁ କଷ୍ଟ ଦଉଥିଲି । 

ମୁଁ ନିଜେ ବି କଷ୍ଟ ପାଉଥିଲି ଆଉ ଶେଷରେ ରେ ସହି ହେଲାନି,  ତମକୁ I Love You କହିଦେଲି ।

ଏତିକି ବେଳେ ସନ୍ଧ୍ୟାର ପ୍ଲାନ ଅନୁସାରେ ସବୁସାଙ୍ଗମାନେ ଆସି Surprise ଦେଇଦେଲେ ।

 କୁମାର ମୁହଁରୁ ତା Love Story ଶୁଣିବା ପାଈଁ ।
To be continued…….


Promo: ( ସମୀର କୁମାର କୁ ମାରିବାକୁ ପ୍ଲାନ କରୁଛି, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..



Follow my Blog and find Smruti Tume Sradhanjali Part-181



Follow my Pages


Thanks….

Smruti_tume_sradhanjali_in_odia_by_kumars_diary_part_181
Smruti+tume+sradhanjali+in+odia+by+kumars+diary+part+181

Smruti Tume Sradhanjali (A true Story ) Page-180

Second days…

ତାପର ଦିନ ସକାଳୁ ସମସ୍ତେ ଟିଉସନ ଆସିଲେ, ଟିଉସନ ସରିବାପରେ ସବୁ ସାଙ୍ଗମାନେ ନିଜ ନିଜ ଘରକୁ ଚାଲିଯାଇଥିଲେ ।

 ପରେ ସନ୍ଧ୍ୟା Call କରିକି କୁମାରକୁ କହୁଥାଏ ।

ସନ୍ଧ୍ୟା:- କୁମାର!!  ତମେ ଟିଉସନ ପାଖକୁ ଆସ, ତମପାଇଁ  ଗୋଟେ Surprise ଅଛି । 

ମୁଁ ଜଣଙ୍କ ସହ ଦେଖା କରିବି, ଜଲଦି ଆସିବ ହେଲା ।

କୁମାର:-OK ତାହାଲେ ମୁଁ ଆସୁଛି ।
ଏପଟେ ସନ୍ଧ୍ୟା ତା ଭଉଣୀ (ପୁଷ୍ପାଞ୍ଜଳି)କୁ ନେଇ କୁମାର ପାଖକୁ ଯାଉଥାଏ ।

ଆରପଟେ ସମୀର ଆଉ ତା ଚେଲାମାନେ ସେଇ ରାସ୍ତାରେ ଆସୁଥାନ୍ତି….ସେମାନେ ପରସ୍ପର ଭେଟ ହୋଇଯାଇଥାନ୍ତି । 

ଏପଟେ କୁମାର ଆସି ଟିଉସନ ପାଖରେ ପହଞ୍ଚି ଯାଇଥାଏ…

ସମୀର:-ଆରେ ସନ୍ଧ୍ୟା କୁଆଡେ ଯାଉଛ ?? 

କଣ କୁମାରକୁ ଦେଖାକରିବାକୁ ।

ସନ୍ଧ୍ୟା:- ହଁ ସେଥିରେ ତମର କଣ ଗଲା । 

ମୋ ରାସ୍ତା ଛାଡ଼ ମୁଁ ଯିବି ।

ସମୀର:- ହଉ ଯାଅ…. ଯାଅ….. !!

 କେତେଦିନ ଆଉ ଯିବ । 

ତମ ପାଖରୁ କୁମାରକୁ ମୁଁ ଖୁବଶୀଘ୍ର ହଟେଇଦେବି ।

 ତାପରେ ତମେ ସବୁଦିନ ପାଇଁ ମୋର ହେଇଯିବ ।

ଏମିତି କହି ସମୀର ସେଠୁ ଚାଲିଯାଇଥିଲା । 

ସନ୍ଧ୍ୟା କୁମାର ପାଖରେ ପହଞ୍ଚିଲା ।

କୁମାର:- ଆରେ ସନ୍ଧ୍ୟା!!  ଏତେ ଲେଟ କଣ ହେଲା ଯେ …

(ସନ୍ଧ୍ୟା ଖାଲି ସମୀର କହୁଥିବା କଥା ଭାବୁଥାଏ )

Hello ସନ୍ଧ୍ୟା(ଅନ୍ୟ ମାନସ୍କ ଅବସ୍ଥାରେ)  କଣ ହେଇଛି କୁହ ??

 ଏମିତି ବ୍ୟସ୍ତ ଜଣାପଡୁଛ ।

ଏତିକିବେଳେ ସନ୍ଧ୍ୟାର ଭଉଣୀ କୁମାରକୁ କହୁଥାଏ …

ପୁଷ୍ପା:- ଭାଇ ପ୍ରଣାମ !! ମୁଁ ସନ୍ଧ୍ୟା ର ଭଉଣୀ ।

 ମୁଁ ମୋ ବଡ଼ମା ପାଖରେ ରହିକି ପଢ଼ୁଥିଲି, ଆଜି ଆସିଛି ମୋ ମାମୁଁଙ୍କ ପୁଅର ଜନ୍ମଦିନ ଅଛି ନା ସେଥିପାଇଁ ?
 ସେ କଥା କଣ କି ? ଆମେ ଆସିଲା ବେଳେ ରାସ୍ତାରେ ସମୀର ଭାଇ ଅପାକୁ ତମକୁ ମାରିବା କଥା କହୁଥିଲେ ସେଥିପାଇଁ ସେ ବ୍ୟସ୍ତ ହୋଇପଡିଛି ।

କୁମାର:- ଆରେ ଏଇ କଥା ତ ?? ଛାଡ଼ ସେ କଥା ।

 ତା କଥା ଭାବିକି ଲାଭ ନାହିଁ । 

ଯାହା ହବାକୁ ଥିବ ହବ ।

ସନ୍ଧ୍ୟା ମୋତେ ଦେଖ, ମୋର କିଛି ହବନିକି ତମର ମୁଁ କିଛି ହବାକୁ ଦେବିନି Okay….
To be continued…….


Promo: (ପୁଷ୍ପା , ସନ୍ଧ୍ୟା କେମିତି କୁମାର କୁ ଭଲ ପାଇବାରେ ଲାଗିଲା ସେ ବିଷୟରେ କହୁଛି, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..



Follow my Blog and find Smruti Tume Sradhanjali Part-180



Follow my Pages

Thanks….

Smruti_tume_sradhanjali_in_odia_by_kumars_diary_part_180
Smruti+tume+sradhanjali+in+odia+by+kumars+diary+part+180

Smruti Tume Sradhanjali (A true Story ) Page-179

କୁମାର:-ଚୋରଣି କେତେବେଳେ ତାକୁ ଖାଇଲୁ ବୋଉ ଯଦି ଜାଣିବ କଣ ହବ ? ଜାଣିଛୁ ?? 
ହଉ ଛାଡ଼ ସେ କଥା,  ୨ଟା ଲଡୁ ଖାଇଲୁ ଆଉରି କହୁଛୁ ଭୋକଲାଗୁନି !!
 ଜଲଦି ଖାଅ ନହଲେ ମାରିବି ।

ସନ୍ଧ୍ୟା:- ନାଇଁ ଆଉ ଖାଇପାରିବିନି ।

କୁମାର:- ତମେ ସେମିତି ମାନିବନି ମୁଁ ଖୁଆଇଦଉଛି, ପାଟି ଖୋଲ । 

କହିଲି ନା ପାଟି ଖୋଲ ।

ସନ୍ଧ୍ୟା:-ତମେ ବି ନା, ଖୁଆଇକି ହିଁ ଛାଡିବ ।

ସମସ୍ତେ କୁମାର ଆଉ ସନ୍ଧ୍ୟାକୁ ଦେଖିକି ହସୁଥାନ୍ତି ।

କୁମାର:- ତମମାନେ ଖାଅ । 

ଏଇ ବାୟାଣୀକୁ ନଖୁଆଇଲେ ଖାଇବନି ।

ସମସ୍ତେ ଖାଇବା ଜାରି ରଖିଲେ ।

କୁମାର:- ସବୁବେଳେ ଖାଲି ଛୋଟ ପିଲା ହେଇଯାଉଛ । ଖାଅ…
ଜଲଦି,  ସମସ୍ତେ ତମକୁ ଦେଖୁଛନ୍ତି ।
 ଦେଖିପାରୁନ ବାୟାଣୀ ।

ତାପରେ ସମସ୍ତେ ଖାଇସାରିଲେ କୁମାରର ବୋଉ ଆଉ ବାବା ସହ ସବୁସାଙ୍ଗମାନେ କଥା ହୋଇ ସାରିଲେ, ଦିନଟି ବହୁତ ଖୁସି ଆଉ ମଜାରେ କଟିଯାଇଥାଏ । 

ସମସ୍ତେ ବାହାରିଲେ ଯିବାକୁ ।

କୁମାର ମଜାକରେ କହୁଥାଏ…..

କୁମାର:- ସମସ୍ତେ ତ ରୋଷେଇରେ ସାହାଯ୍ୟ କଲ । ଏ ହଣ୍ଡା ସବୁ କିଏ ସଫା କରିବ ।

ସମସ୍ତେ କହିଲେ ଆମେ ସଫା କରିଦେଇ ଯିବୁ ନା କଣ ???

ଆରେ ନାହିଁ,, ମଜାକ କରୁଥିଲି ତମେମାନେ ଯାଅ,  ଟାଇମ ବହୁତ ହେଲାଣି । 
କାଲି ଟିଉସନରେ ମିଶିବା Okay ।
 ହଁ ଆକାଶ Care fully ଯିବ ।
 ସନ୍ଧ୍ୟାକୁ ଠିକ୍ ରେ ନେଇକି ତାଙ୍କ ଘରେ ପହଞ୍ଚେଇବୁ, ପହଞ୍ଚିକି Call କରିବୁ Okay ।

ତାପରେ ସମସ୍ତେ ନିଜ ନିଜ ଘରକୁ ଗଲେ । ପହଁଞ୍ଚିଲା ପରେ ଆକାଶ ଆଉ ସନ୍ଧ୍ୟା ଦୁହେଁ Call କରିକି ଜଣେଇଥିଲେ ।

କୁମାର ବି ତା କାମ ସାରିଦେଇଥାଏ ।
ରାତିରେ ସନ୍ଧ୍ୟା ସହ କଥା ହଉଥାଏ …ବହୁତ କଥାବାର୍ତ୍ତା ହେଲେ ।

ସେଇ ତିନି ଦିନ ଭିତରୁ ଗୋଟିଏ ଦିନ କଟିଯାଇଥାଏ । 
To be continued…….


Promo: (ବାକି ରହିଲା ଆଉ ଦୁଇଦିନ କଣ ହବ ସେ ଦୁଇଦିନରେ ଆଗକୁ ଜାଣିବା, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..



Follow my Blog and find Smruti Tume Sradhanjali Part-179



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_179
Smruti+tume+sradhanjali+in+odia+by+kumars+diary+part+179

Smruti Tume Sradhanjali (A true Story ) Page-178

ସନ୍ଧ୍ୟା:- ଦେଖୁଛ ତ ମୁଁ ହାତରେ କଣ ଧରିଛି ।

କୁମାର:-ଏ କଣ କରୁଛ ମୋତେ ମାରିବ ନା କଣ ??

ସନ୍ଧ୍ୟା:- ତମକୁ କାଇଁ ମାରିବି, ମୁଁ ନିଜେ ମରିଯିବି । ତମେ ଯଦି ଆଉ କାହାକୁ ବାହାହବ। 
କୁମାର ଡରିଯାଇଥାଏ…

ସନ୍ଧ୍ୟା:-ଡରିଗଲ ନା ମୁଁ Just Acting କରୁଥିଲି ହା ହା ହା….

କୁମାର:- ଚୁପ୍ କର ବେଶି ହସ ଲାଗିଛି ନାଇଁ ସବୁବେଳେ ଗୋଟେ ମରିବା କଥା । ଏମିତି ଛୋଟଛୁଆ ଭଳି କାଇଁ ହଉଛ କେଜାଣି ।

ସନ୍ଧ୍ୟା:- Sorry Sorry ଆଉ କହିବିନି ହେଲା ତ ।

କୁମାର:- ହଁ ହଁ ହେଲା ବାୟାଣୀ ।

ତାପରେ ସମସ୍ତେ ମିଳିମିଶିକି କାମକଲେ…. ରୋଷେଇ ରେଡି ହେଇଗଲା । ତାପରେ ବ୍ରାହ୍ମଣ ଭୋଜନ ଆରମ୍ଭ ହୋଇଯାଇଥାଏ । ଆଉ ସେଥିପାଇଁ ଦକ୍ଷିଣା ଦବାପାଇଁ କୁମାରକୁ ଧୋତି ପିନ୍ଧିବାକୁ କୁହା ହେଇଯାଇଥାଏ । କୁମାର ଧୋତି ପିନ୍ଧି ଆସି ଦକ୍ଷିଣା ଦେଇଥାଏ । 

ଏମିତି କିଛି ସମୟପରେ ବନ୍ଧୁ ବାନ୍ଧବ ଖାଇବାପାଇଁ ଆସିଯାଇଥାନ୍ତି । କୁମାର ସବୁସାଙ୍ଗମାନେ ଭୋଜନ ବାଣ୍ଟିବାରେ ରହିଥାନ୍ତି ।
 ସମସ୍ତେ ଖାଇବା ପରେ  କୁମାର ର ସାଙ୍ଗମାନେ ଆଉ ସନ୍ଧ୍ୟା ମଧ୍ୟ ଆସି  ଖାଇବାକୁ ବସିଲେ ।

କୁମାର ର ପରିବାର ସମସ୍ତେ ଆଉ ସାଙ୍ଗମାନେ ବସିକି ଖାଇବା ଆରମ୍ଭ କରନ୍ତି । 

ସମସ୍ତେ ଖାଉଥାନ୍ତି ଏପଟେ ସନ୍ଧ୍ୟା ଖାଇବା ଧରିକି ବସିଥାଏ ….ଖାଉ ନଥାଏ… କୁମାର ତା ଜାଗାରୁ ଉଠି ସନ୍ଧ୍ୟା ପାଖକୁ ଯାଉଥାଏ ।

କୁମାର ର ବୋଉ:-କୁଆଡେ ଯାଉଛୁ ଖାଇକି ଯାଉନୁ ଆରେ ଶୁଣ…

କୁମାର:- ତୁ ଖାଆ …. ମୁଁ ଟିକେ ଆସୁଛି ।

କୁମାର:- ଏଇ ବାୟାଣୀ ଖାଉନ କଣ ହେଲା ।

ସନ୍ଧ୍ୟା:-ମୋତେ ଭୋକ ଲାଗୁନି କଣ ଖାଇବି ଯେ…

କୁମାର:-ଏଠି ସମସ୍ତଙ୍କୁ ଭୋକ ଲାଗୁଛି ତମକୁ ଭୋକ ଲାଗୁନି,।ଖାଇବ ନା ଦେଖିବ ଏଇନେ….

ସନ୍ଧ୍ୟା:-ଆରେ ଶୁଣ ଶୁଣ ବ୍ରାହ୍ମଣ ମାନଙ୍କ ପାଇଁ ଯୋଉ ଲଡୁ ଆସିଥିଲା ମୁଁ ସେଥିରୁ ୨ଟା ଖାଇ ଦେଇଥିଲି ସେଥିପାଇଁ ଭୋକ ଲାଗୁନି ।
To be continued…….


Promo: ( କୁମାର ସନ୍ଧ୍ୟା କୁ ଖୁଆଇ ଦେଉଛି, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..



Follow my Blog and find Smruti Tume Sradhanjali Part-178



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_178
Smruti+tume+sradhanjali+in+odia+by+kumars+diary+part+178

Smruti Tume Sradhanjali (A true Story ) Page-177

କୁମାର:- ବୋଉ ମୁଁ ଆସିଗଲି ।
କୁମାର ର ବୋଉ:- କେତେ ଶିଘ୍ର ଚାଲିଆସିଲୁ ନାହିଁ, ଏତେ କାମ ଅଛି କିଏ କରିବ ?
ଏତିକି ବେଳେ ସବୁ ସାଙ୍ଗମାନେ କହିଲେ ଆମେ କରିବୁ । 
ମା ଆମେ ଆଉ କଣ ପାଇଁ ଆସିଛୁ ।
 ତମେ ବ୍ୟସ୍ତ ହୁଅନି ଆମେ ସବୁ କାମ ଜଲଦି କରିଦେବୁ ।
କୁମାର ର ବୋଉ:- କୁମାର ଏମାନେ ତୋ ସାଙ୍ଗ ନା ଏଠିକି କାଇଁ ଆଣିଲୁ ଘରକୁ ନେଇକି ଗଲୁନି । 
ପରେ ଆସିଥାନ୍ତେ । 
ହଉ ଆସିଲାଣି ଯେତେବେଳେ ବସ ମୁଁ ଟିକେ ଆସୁଛି ।
ଆଚ୍ଛା ଏ ଝିଅମାନେ କିଏ ??
କୁମାର:- ସେମାନେ ବି ମୋ ସାଙ୍ଗମାନେ ।
କୁମାରର ବୋଉ:-ଆଚ୍ଛା ଝିଅମାନଙ୍କ ସହ ବି ସାଙ୍ଗ ହେଇଗଲୁଣି ।
କୁମାର:-କଲେଜରେ ସମସ୍ତେ ସାଙ୍ଗ !! ଝିଅ କଣ!!  ପୁଅ କଣ !! 
କୁମାର ର ବୋଉ:- ହଉ ଠିକ୍ ଅଛି ଟିକେ ସାବଧାନରେ ରହିବୁ । ମୁଁ ଟିକେ ଘରକୁ ଯାଇକି ଆସୁଛି ।

ଏତିକି ବେଳେ ସନ୍ଧ୍ୟା କୁମାରର ବୋଉକୁ ପ୍ରଣାମ କରୁଥାଏ ଆଉ କୁମାରର ବୋଉ ଆଶ୍ରିବାଦ କରି ସେଠାରୁ ଚାଲିଗଲେ । 

ତାପରେ ସବୁ ସାଙ୍ଗମାନେ କାମ କରିବା ସହ କଥା ହଉଥାନ୍ତି ।

ଆକାଶ:-ତୁ ଯାହା କହୁଥିଲୁ ସତକଥାରେ ତୋ ବୋଉ ବି ତୋ ପଛରେ ଝିଅ ଦେଖିଲେ ମନା କରନ୍ତି, ତାଙ୍କ ଠୁ ଦୁରେଇକି ରହିବାକୁ କହୁଛନ୍ତି । 
ତୋ ପାଇଁ ସେ କୋଉଠି ନା କୋଉଠି ଝିଅ ଠିକ କରିସାରିଛନ୍ତି ବୋଧେ, ସେଥିପାଇଁ ସେ ଏମିତି କହୁଛନ୍ତି ।

ସନ୍ଧ୍ୟା:- ତାହାଲେ ମୁଁ କୁଆଡେ ଯିବି ??
କୁମାର:- ତମେ କୁଆଡେ ଯିବନି ମୋ ସାଙ୍ଗରେ ହିଁ ରହିବ ହେଲା, ବାୟାଣୀ କେତେ କଣ ଭାବୁଛି !!

ମନ୍ଦିର ଭିତରେ ବହୁତ ଲୋକ ଥିବାରୁ ମନ୍ଦିର ପଛକୁ କୁମାର କୁ ଟାଣି ନେଇ ସନ୍ଧ୍ୟା କହୁଥାଏ ।

ଆଉ ହାତରେ ପରିବା କଟା ଛୁରୀ ଧରିକି କହୁଥାଏ ।
To be continued…….


Promo: (ସନ୍ଧ୍ୟା କହୁଛି ତମେ ଯଦି ଆଉ କାହାକୁ ବାହା ହେବ, ତେବେ ମୁଁ ମରିଯିବି, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..



Follow my Blog and find Smruti Tume Sradhanjali Part-177



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_177
Smruti+tume+sradhanjali+in+odia+by+kumars+diary+part+177

Smruti Tume Sradhanjali (A true Story ) Page-176

କୁମାର:- ଆଉ ବେଶି ଭାବନି ।

ସନ୍ଧ୍ୟା:-ହଁ ସତରେ ଏଇ ତିନିଦିନ ପାଇଁ Planing କରିକି ରଖିବି ।  ମୋତେ ଲାଗୁଛି ମୋ ଜୀବନର ସବୁ ଖୁସି ଏଇଠି ସାରିଦେବି ।

କୁମାର:- କାଇଁ ତା ପରଦିନ କଣ ତୀର୍ଥଯାତ୍ରା ରେ ଯିବ କି ?? 

ସନ୍ଧ୍ୟା:-ଆରେ ନାଇମ ତୀର୍ଥ କାଇଁ ଯିବି ମୁଁ ଯୋଉଠୁ ଆସିଛି ସେଇଠି କି ଚାଲିଯିବି ।

ହଠାତ କୁମାର ଗାଡି ରଖି ଆଶ୍ଚର୍ଯ୍ୟ ହେଇ ପଚାରୁଥାଏ ।

କୁମାର:- ମାନେ କୋଉଠି କି ??

ସନ୍ଧ୍ୟା:-ଆରେ କୋଉଠି କି କଣ ??
 ଆମ ଘରକୁ ଆମ ଘରୁ ହିଁ ଆସିଛିନା ।
 ତମେ ଆଉ କଣ ଭାବୁଥିଲ କି ?? 
ଗାଡି ଅଟକେଇ ଦେଲ ଯେ !!

କୁମାର:- ହଁ !! ମୁଁ ଆଉ କିଛି ଭାବିଦେଇଥିଲି, ହଉ ଛାଡ଼ ସେ କଥା, ଚାଲ ଯିବା ।

ସନ୍ଧ୍ୟା:- ଦେଖ ସମସ୍ତେ ଆଗରେ ଚାଲିଗଲେଣି, ଆମେ ପଛରେ ରହିଗଲେଣି ।

କୁମାର:-ଆରେ ସେଥିରୁ କଣ ହେଲା, ସେମାନେ ଆମ ଘରକୁ ଯିବେ,  ମୁଁ ନ ପହଂଚିବା ପର୍ଯ୍ୟନ୍ତ ସେମାନେ କେମିତି ଯିବେ । ତମେ ଏତେ ବ୍ୟସ୍ତ ହୁଅନି ହେଲା ।

ସନ୍ଧ୍ୟା:- କି Respect ଲୋ ମା, ଥାଉ ଏତେ Respect ଦିଅନି ।

କୁମାର:- ତମେ ଠିକ କହିଛ, ତମକୁ କଣ Respect ଦେବି ଯେ….

ହେଲେ ତମେ ଆମ ଘରକୁ ଯାଉଛ ନା ସେଥିପାଇଁ ଟିକେ Respect ତ ଦବାକୁ ପଡିବ ନା । Okay ଚାଲ ସେମାନେ ଗଲେଣି ।

ତାପରେ ସେମାନେ ଯାଇ ସମସ୍ତ ସାଙ୍ଗମାନଙ୍କ ସହ ମିଶିକି ଆଗକୁ ଚାଲିଲେ । 
କିଛି ସମୟ ପରେ କୁମାର ଗାଁ ରେ ପହଞ୍ଚିଗଲେ । 
ସେମାନେ ବାହାରେ ଗାଡି ରଖି ମନ୍ଦିର ଭିତରକୁ ଗଲେ ଆଉ ପ୍ରଥମେ କୁମାର ର “ମା” ସହ ଦେଖାହେଲା ।


To be continued…….


Promo: (କୁମାର ର ମା, କୁମାର କୁ ତାଗିଦ କରୁଛି, ଝିଅ ମାନଙ୍କଠୁ ଦୁରେଇ ରହ ବୋଲି, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..



Follow my Blog and find Smruti Tume Sradhanjali Part-176



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_176
Smruti+tume+sradhanjali+in+odia+by+kumars+diary+part+176

Smruti Tume Sradhanjali (A true Story ) Page-175

ତାପରେ ରାସ୍ତାସାରା କଥା ହେଇ ଯିଏ ଯାହାର ଘରକୁ ଗଲେ ।

 କୁମାର Call କରିକି ପୁଣି ସମସ୍ତଙ୍କୁ କହିଦେଇଥାଏ କି ଟିଉସନ ସାରିକି ଗାଁକୁ ଆସିବ ବୋଲି ।

 ସେହି ହିସାବରେ ସମସ୍ତେ ଟିଉସନ ସାରିକି କୁମାର ଗାଁକୁ ବାହାରିଲେ ।

କୁମାର:-ଆରେ ସମସ୍ତେ ଆସିଲ ନା ଆଉ କିଏ ରହିଲା ??

ନାରାୟଣ:-ଆରେ ରୁହ ମୋତେ ଛାଡ଼ିଦେଇକି କୁଆଡେ ଯାଉଛ ।

ଆକାଶ:- ତୁ କୁଆଡେ ଚାଲି ଯାଇଥିଲୁ ??

ନାରାୟଣ:-ସେ ଦୋକାନକୁ ଟିକେ ଯାଇଥିଲି, ଏବେ ଚାଲ ସମସ୍ତେ ।

କୁମାର:- ଟିକେ ରହିଲ !! ଆଜି ପୁରା ସମ୍ପୂର୍ଣ୍ଣ ଯୋଡି ହେଲା ଭଳିଆ ଲାଗିଲା । 

ଯିଏ ଯାହାର Connection ନେଇକି ଆସିଛ । 

ସନ୍ଧ୍ୟା ତମେ ଗାଡି ଚଲାଅ ମୁଁ ବସିବି ହେଲା ।

ସନ୍ଧ୍ୟା:-ତମେ କିଛି ଜାଣୁନ ନାହିଁ କି ସେମାନଙ୍କୁ ଦେଖ ସେମାନେ ନିଜ ଗାଡି ଚଳେଇକି ଯାଉଛନ୍ତି ତାଙ୍କ ସଖି ମାନଙ୍କୁ ବସେଇକି ଆଉ ତମେ କହୁଛ ନା କଣ ମୁଁ ତମକୁ ବସେଇକି ନେବି ପୁଣି ତମ ଗାଁ କୁ ।

ଆକାଶ:-ସେ ତ ଠିକ୍ କହୁଛି କୁମାର । 

ତା ଶାଶୂଘରକୁ ଯାଉଛି ପରା ତୁ କଣ ଜାଣିପାରୁନୁ କି ??

ସନ୍ଧ୍ୟା:- ମୋ ଭାଇ ଠିକ୍ କହିଛି । ଏମିତି କହି ସନ୍ଧ୍ୟା ଲାଜେଇ ଯାଇଥାଏ ।

କୁମାର:- ଇସ ମୋ ବାୟାଣୀର କି ଲାଜ, ହଉ ହଉ ମୁଁ ଚଲଉଛି ହେଲା ।

ତାପରେ ରାସ୍ତାରେ କଥା ହେଇ ଯାଉଥାନ୍ତି ।

ସନ୍ଧ୍ୟା:- କୁମାର ଆଜିଠୁ ପରଦିନ ପର୍ଯ୍ୟନ୍ତ ମୋର ଖାଲି ଖୁସି ହିଁ ଖୁସି, ଏହି ତିନିଦିନ ମୁଁ କେମିତି କଟେଇବି ଖାଲି ଭାବୁଛି ।
To be continued…….


Promo: (କୁମାର ଆଉ ସନ୍ଧ୍ୟା ର କିଛି କଥାବାର୍ତା, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..



Follow my Blog and find Smruti Tume Sradhanjali Part-175



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_175
Smruti+tume+sradhanjali+in+odia+by+kumars+diary+part+175

Smruti Tume Sradhanjali (A true Story ) Page-174

ଆକାଶ:- ତମ ଗାଁ ରେ କଣ ହଉଛି କି ??

କୁମାର:- ଆରେ ମୋର କହିବାକୁ ମନେ ନଥିଲା ମୋର ମନ୍ଦିରରେ ମାନସିକ ଥିଲା କି ରୋଷେଇ କରିବା ପାଇଁ । 

ସେଥିପାଇଁ କାଲି ସମସ୍ତେ ଆସିବ । କେଶବ ତୋ Life ତ ସେଟଲ ହେଇଗଲାରେ । 

ବାବା Call କରିଥିଲେ କି ??

କେଶବ:- ତମ ମାନଙ୍କ ଭଳିଆ ସାଙ୍ଗ ଯାହା ପାଖରେ ଥିବ , କେହି ବି ଅସଫଳ ହେବେନି । 

ମୋ ଭାଗ୍ୟ ଯେ ମୁଁ ତୋ ଭଳିଆ ସାଙ୍ଗ ପାଇଛିରେ । 

ନିଜ ଭାଇ ବି ଯଦି ଥାନ୍ତା ତାହାଲେ ସେ ତା Property ର ଭାଗ ନେଇଥାନ୍ତା । 

ତୁ ମୋ ପାଇଁ ଯାହା କରିଛୁ କୋଉ ଭାଇବି କରିପାରିନଥାନ୍ତା ।

 ବାବା କାଲି Call କରିଥିଲେ କେବେ ଆସିବୁ ପଚାରୁଥିଲେ ।

 ମୁଁ କହିଲି Exam ସରିଲା ପରେ ସରିତା ଆଉ ମାକୁ ନେଇ ସେଠି ରହିବି । 

ଏଠି ମା, ସରିତାକୁ ଏକା ଛାଡି ଯିବାକୁ ଭଲ ଲାଗିବନି ।


କୁମାର:-ହଉ ଭଲ କଥାତ ତାହାଲେ Exam ସରିବା ଯାଏଁ ଆମେ ବହୁତ ମଜା କରିବା ତୁ ସେଠି ଗଲେ କେବେ ପୁଣି ଆସିବୁ କେଜାଣି ।

 କେଶବ:- ହଉ ହଉ ଠିକ ଅଛି ଏବେ ଚାଲ ସମସ୍ତେ Class ସାରିକି ଯିବା ।

ତାପରେ ସମସ୍ତେ Class ସାରିକି ବାହାରିଲେ ନିଜ ନିଜ ଘରକୁ ଯିବାକୁ ବାହାରିଲେ ।

 ସମସ୍ତେ ସମସ୍ତଙ୍କ Connection ସହ କଥାବାର୍ତ୍ତା ରେ ମଜିଥାନ୍ତି ।

( ଏପଟେ କୁମାର ଆଉ ସନ୍ଧ୍ୟା ମଧ୍ୟ )

ସନ୍ଧ୍ୟା:- ଜାଣିଛ କୁମାର ମୁଁ ଭାବୁଥିଲି ତମ ବୋଉ ସହ ଦେଖାକରିବି, ସେ ଇଚ୍ଛା ଟା ବି କାଲି ପୂରଣ ହେଇଯିବ, ମୁଁ ବୋଉଙ୍କ ସହ କାଲି ବହୁତ କଥା ହେବି ।

କୁମାର:-ବୋଉ ଆଗରେ ବେଶି ବାଲୁରି ଭଳି ହବନି ହେଲା ।

To be continued…….


Promo: (ସନ୍ଧ୍ୟା ନିଜ ଖୁସି କୁମାର କୁ କହୁଛି, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..




Follow my Blog and find Smruti Tume Sradhanjali Part-174



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_174
Smruti+tume+sradhanjali+in+odia+by+kumars+diary+part+174

Smruti Tume Sradhanjali (A true Story ) Page-173

ଆକାଶ:- ସମସ୍ତେ ଶୁଣିଲ । 
ସମୟ ଟା କେତେ ଶୀଘ୍ର ବିତିଯାଉଛି । 
ଦେଖୁନ ଦିନ ଥିଲା ଆମେ ଏକୁଟିଆ ରହୁଥିଲେ ହେଲେ ଆମେ ଆଜି ଯୋଡି ହୋଇ ବୁଲୁଛନ୍ତି, କେଜାଣି କେତେ ଦିନ ଯାଏ ଏମିତି ରହିବା ।

କୁମାର:-କାଇଁ କଣ ହେଲା କି ??

ଆକାଶ:- ତୁ ଜାଣିନୁ କି କୁମାର?? ସୁଖ ପରେ ଦୁଃଖ ଲାଗି ରହିଛି ।

 ଆମେ ଆମ ଜୀବନରେ ବହୁତ ସୁଖ ପାଇସାରିଲେଣି ଏବେ କୋଉ ଦିନ ଯେ ଦୁଃଖ ବି ମାଡି ଆସିବ କିଛି ଜଣାପଡିବନି ।

ଦୀପକ:- ରଖ ବେ ତୋ ସାହିତ୍ୟ, Emotional କରେଇଦଉଛି ।

 ସଂସାର ରଥ ଏବେ ଯାଏଁ ଗଡିନି କହିଲା କଣ ନା ଦୁଃଖ ମାଡି ଆସିବ ।

ଅଜିତ:-ନୁହେଁ ତ କଣ ?? ଏବେ ଆମ ସୁଖରେ ଅଛନ୍ତି, ଆଗକୁ ଆମେ ଆମ ପ୍ରେମିକା ମାନଙ୍କୁ ବାହା ହବା ଦୁଃଖ ମାଡ଼ି ଆସିବ ନା ?

ସବୁ ନାନୀମାନେ କହୁଥାନ୍ତି ଆମେ କଣ ଏତେ ଖରାପ ?? ରୁହ ରୁହ ତମମାନଙ୍କୁ ଦେଖିଦବୁ ଆମେ ହେଲା….

କୁମାର:- ଆରେ ଆରେ ରୁହ ଏମିତି କଣ ହଉଛ ଯେ….

ସେମିତି କିଛି ହବନି ଆମେ ଆଜି ଯେମିତି ଖୁସିରେ ଅଛନ୍ତି
 କାଲିବି ଏମିତି ଖୁସିରେ ରହିବା ।

ଆଉ ଆଗକୁ ମଧ୍ୟ ଖୁସିରେ ରହିବା Okay ,  ନା କଣ କହୁଛ ସନ୍ଧ୍ୟା ?

ସନ୍ଧ୍ୟା:-ତମେ ଠିକ୍ କହିଛ । 

ଆଗକୁ କଣ ହବ କିଏ ଜାଣିଛି ।

 ହଁ ଶୁଣ ଆଉ ଦୁଇଦିନ ପରେ ମୋ ମାମୁଁଙ୍କ ପୁଅର ଜନ୍ମଦିନ ସେମାନେ ମୁମ୍ବାଇରେ ରହୁଥିଲେ ଆଜି ଆସିଛନ୍ତି। 

ଜନ୍ମଦିନ ପାଳନ କରି ପୁଣି ଚାଲିଯିବେ ମୁମ୍ବାଇ । 

ସେ ମୋତେ କହିଛନ୍ତି କି ମୋର ସବୁ ସାଙ୍ଗମାନଙ୍କୁ Invite କରିବାକୁ ଆଉ ମୁଁ ତମ ସମସ୍ତ ଙ୍କୁ Invite କରୁଛି ସମସ୍ତେ ଆସିବ ।

କୁମାର:-କଣ କହୁଥିଲୁରେ ଆକାଶ ଦୁଃଖ ମାଡି ଆସିବ । 

ଆମର ସବୁବେଳେ ସୁଖ ଦୁଇଦିନ ପରେ ତ ଆମେ ଜନ୍ମଦିନ ପାଳନ କରିବାକୁ ଯିବା , କାଲି ଆମ ଗାଁକୁ ଯିବା ।


To be continued…….


Promo: (ସନ୍ଧ୍ୟା ର ଇଛା ଯେ କୁମାର ର ବୋଉ କୁ ଦେଖିବାକୁ, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..



Follow my Blog and find Smruti Tume Sradhanjali Part-173



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_173
Smruti+tume+sradhanjali+in+odia+by+kumars+diary+part+173

Smruti Tume Sradhanjali (A true Story ) Page-172

କୁମାର:- ସତରେ ସେଠି ରହିଗଲୁନି କାଇଁ ଆସିଲୁ ।

ସନ୍ଧ୍ୟା:-ତମେ ପରା ଆସିଗଲ, ମୁଁ ସେଠି କେମିତି ଏକୁଟିଆ ରହିଥାନ୍ତି।

 ତମକୁ ଛାଡିକି କେମିତି ରହିଥାନ୍ତି ଯେ ??

କୁମାର:-ହେଲେ ଏବେ ମୋତେ ଛାଡିକି ଘରକୁ ଯାଅ । 

କାଲି ମୁଁ ଟିଉସନ ଆସିଲେ ମିଶିକି Marketing କରିବା ।

ସନ୍ଧ୍ୟା:-Marketing !! ମାନେ?? ପରିବା କିଣିକି ଆଣିବା ନା କଣ ??

Shopping କରିବା ହେଲା । ମୁଁ ଏବେ ଆସୁଛି ।

କୁମାର:- Okay bye..

ତାପର ଦିନ କୁମାର ଆଉ ସନ୍ଧ୍ୟା ବହୁତ Shopping କଲେ ।

ଆଉ ସବୁ ସାଙ୍ଗମାନେ ମଧ୍ୟ । 
ଏମିତି ଗୋଟେ ମାସ ବିତିଯାଇଥାଏ ।
 Exam ବି ପାଖେଇ ପାଖେଇ ଆସୁଥାଏ, ସେଥିପାଇଁ ସବୁସାଙ୍ଗ ଆଉ କୁମାର-ସନ୍ଧ୍ୟା ମଧ୍ୟ ପାଠପଢ଼ାରେ ଲାଗିଥାନ୍ତି ।

 ଆପଣ ମାନଙ୍କୁ ଏଠି କହି ରଖିବି ଯେ ଆପଣମାନେ ବିରକ୍ତ ହେଇନାହାନ୍ତି ତ ?? 

କାରଣ କାହାଣୀଟି ପୁରା ବଡ଼ ।
 ସେଥିପାଇଁ ମୁଁ କାହାଣୀଟିକୁ ସିଧା ଶେଷ ତିନି ଦିନକୁ ନେଇ ଯାଉଛି !!

 ଯୋଉ ତିନିଦିନ କୁମାର ସନ୍ଧ୍ୟା ଆଉ ବାକି ସାଙ୍ଗମାନେ ଖୁବ ମଜାମସ୍ତି କରିଥିଲେ । 

ଆପଣମାନେ ତ ଜାଣିଛନ୍ତି ସୁଖ ପରେ ଦୁଃଖ ଆଉ ଦୁଃଖ ପରେ ସୁଖ ସବୁ ସଂସାରର ରୀତି ସେମିତି କୁମାର, ସନ୍ଧ୍ୟା ଆଉ ବାକି ସାଙ୍ଗମାନଙ୍କର ଦୁଃଖର ସମୟ ଆସିବାକୁ ଯାଉଛି, ଆଉ ତାହା ହିଁ ହେଉଛି ଏହି କାହାଣୀର ପୂର୍ଣ୍ଣଛେଦ ।

 ଆପଣମାନେ ମନେ ରଖିଛନ୍ତି ତ କାହାଣୀକୁ ଆକାଶ ସୁମିତ୍ରାକୁ କହୁଛି ବୋଲି । 

ସୁମିତ୍ରାକୁ କହିଲା ଭିତରେ ବାକିସାଙ୍ଗମାନେ ବି ଆସି ସେଠି ଶୁଣୁଥାନ୍ତି ।

 ତାହାଲେ ଆଉ ଡେରି ନ କରି ଚାଲନ୍ତୁ ବାକି ରହିଥିବା କାହାଣୀ କୁ ଆଗକୁ ନେବା ।

ସେଇ ତିନିଦିନ କଣ ଘଟିଥିଲା, ସମସ୍ତଙ୍କ ବିଷୟରେ ଜାଣିବା ??

 କିଛିଦିନ ପରେ କଲେଜରେ ସମସ୍ତେ ବସିଥାନ୍ତି ଆଉ କଥା ହଉଥାନ୍ତି ।



To be continued…….


Promo: ( ସନ୍ଧ୍ୟା ସବୁ ସାଙ୍ଗ ମାନଙ୍କୁ Birthday Party କୁ invite କରୁଛି, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..



Follow my Blog and find Smruti Tume Sradhanjali Part-172



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_172
Smruti+tume+sradhanjali+in+odia+by+kumars+diary+part+172

Smruti Tume Sradhanjali (A true Story ) Page-171

ବୈଶାଳୀ(ମା):- କୁମାର(ଶାନ୍ତନୁ) ତୁ ଚାଲିଗଲାପରେ ମୁଁ ଶୁଣି ଏକୁଟିଆ ହେଇଯିବିରେ । 

ତୋତେ ଛାଡିବାକୁ ଜମାରୁ ଇଛା ହଉନି । 

ତୁ ଆଉ କିଛି ଦିନ ରହିଯାଉନୁ ??

କୁମାର:-ତୁ ଏମିତି କାହିଁକି ହଉଛୁ, ମୁଁ ପୁଣି ଆସିବି ହେଲା ମୋର କଲେଜ ପଢ଼ା ଚାଲିଛି ସରିଯାଉ ତାପରେ ପୁଣି ଆସିବି । 

ତୁ ମନ ଦୁଃଖ କରେନି ହେଲା, ଆଉ ବାବା ଶୁଣ ମୋ ମା ର ଯତ୍ନ ନବ ହେଲା । 

ତମେ ସବୁବେଳେ ଖାଇବା ଠିକ୍ ଟାଇମରେ ଖାଇବ ଆଉ ମେଡ଼ିସିନ ବି ।

ସାଗର ଭାଇ ଆଉ ଭାଉଜ ମୁଁ ଯାଉଛି ପୁଣି କେବେ ଆସିବି ।

(କୁମାର ର ବାବା କହୁଥାନ୍ତି)

ମାଧବ ବାବୁ:- କୁମାର!!  ଏଇ ଟଙ୍କା ରଖ, ତୋ କାମରେ ଆସିବ ।

କୁମାର:- ମୁଁ ଏ ଟଙ୍କା କଣ କରିବି, ମୋର କିଛି ଦରକାର ନାହିଁ ଖାଲି ତମ ମାନଙ୍କ ଆଶୀର୍ବାଦ ଦରକାର ବାସ୍ ସେତିକିରେ ମୁଁ ଖୁସି ।

 ମାଧବ ବାବୁ:- ଆରେ ରଖ ସନ୍ଧ୍ୟା ପାଇଁ ମୁଁ କିଛି କିଣିପାରିଲିନି, ତୁ ତା ପାଇଁ ତା ପସନ୍ଦର ଜିନିଷ ଆଣିବୁ ହେଲା । 

ରଖ ମୁଁ କିଛି ଶୁଣିବିନି ହେଲା ।

କୁମାର:- ହଉ ବାବା, ତମେ ଯଦି କହୁଛ ତାହାଲେ ରଖିଦେଉଛି ।

ସରିତାର ବାପା:- ମାଧବ ବାବୁ ପୁଣି କେବେ ଦେଖାହବ?? ଆପଣଙ୍କ ଋଣ ମୁଁ କେବେବି ସୁଝିପାରିବିନି ।

ମାଧବ ବାବୁ:- ମୁଁ କିଛି କରିନି, ସବୁ ଏଇ ପିଲାମାନଙ୍କ ପାଇଁ ହେଇଛି ।
 ମଝିରେ ମଝିରେ ଫୋନ କରୁଥିବେ, ମୁଁ ଆପଣଙ୍କ ଫୋନ ଅପେକ୍ଷାରେ ରହିବି okay bye…

ତାପରେ ସମସ୍ତେ ଗାଁକୁ ଯିବା ପାଇଁ ବସ୍ ରେ ବସି ଚାଲିଲେ ।
 ବସ୍ ରେ ସମସ୍ତେ ମଜାମସ୍ତି କରିଲେ ଶେଷରେ ସମସ୍ତେ ଗାଁ ରେ ପହଞ୍ଚିଗଲେ ।
 ସରିତାର ବାପା କେଶବ ଆଉ ସରିତାକୁ ନେଇ 
କେଶବ ଘରକୁ ଗଲେ ବାକି ସାଙ୍ଗମାନେ ନିଜ ନିଜ ଘରକୁ ଗଲେ । 
ସନ୍ଧ୍ୟା ଆଉ କୁମାର ବସ୍ ଷ୍ଟାଣ୍ଡରେ କଥା ହଉଥାନ୍ତି ।

କୁମାର:- କଣ ମ୍ୟାଡ଼ମ ଘରକୁ ଯିବାକୁ ଇଛା ହଉନି କି ??

ସନ୍ଧ୍ୟା:- ସତରେ ତ ଇଚ୍ଛା ହଉନି ଯିବାକୁ, ପୁଣି ଭୁବନେଶ୍ୱର ଯିବାକୁ ଇଚ୍ଛା ହଉଛି ।


To be continued…….


Promo: ( ଏଇ କାହାଣୀ ଶେଷ ହେବାକୁ ଯାଉଛି,  ଏଇ କାହାଣୀ ଦୁଃଖ ସମୟ ଆଡକୁ ଗତି କରିବ  ! ଯଦି ପୁରା ପଢିନାହାନ୍ତି ତେବେ , ପୁରା କାହାଣୀ କୁ ପ୍ରଥମରୁ ପଢନ୍ତୁ । ମୁଁ ପ୍ରଥମ page ର Link ତଳେ ଦେଇ ଦେଉଛି, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..



Follow my Blog and find Smruti Tume Sradhanjali Part-171



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_171
Smruti+tume+sradhanjali+in+odia+by+kumars+diary+part+171

Smruti Tume Sradhanjali (A true Story ) Page-170

କୁମାର:- ଓଃ ଟିକେ ଆସ୍ତେ ଲଗାଅ, ଦେଖୁଛ ପରା କେମିତି ମାଡ଼ ହେଇଛି ।
ଆଚ୍ଛା ମାଡ଼ ତ ମତେ ହେଇଛି, ତୁ ଏମିତି କାଇଁ କାନ୍ଦୁଛୁ(ସନ୍ଧ୍ୟା କୁ) ।

ସନ୍ଧ୍ୟା:-ତମେ କଣ ଜାଣିନ କି ? ତମ ଦେହରେ ଟିକେ ଦାଗ ହେଲେ ବି ତାର ପ୍ରଭାବ ମୋ ଉପରେ ପଡେ ।

ଆମେ ଦୁଇଜଣ ଦୁହେଁ ଗୋଟିଏ ତମେ ଜାଣିନ କି ?

କୁମାର:-ହଉ !! ହଉ !! ତୋ କଥା ହେଲା, ଏବେ ଖୁସି ତ ??

ଆକାଶ:- କୁମାର !! ସମୀର ତୋ ପଛରେ କେମିତି ଛାଇ ଭଳି ଲାଗିଛି ।
 ଏବେ କଣ ହବ ମୁଁ କିଛି ବୁଝିପାରୁନିରେ ।

କୁମାର:- ତମମାନେ ଏତେ ବ୍ୟସ୍ତ ହୁଅନି, ସେ ତା କାମ କରିଚାଲୁ ।
 ଆମେ ଆମ କାମ କରିବା ।
 ଆମେ ତ କାଲି ଗାଁକୁ ଯିବା ତାପରେ ଆମେ ତା ସହ ଦେଖାକରିବା ତାପରେ ଯାହା ହବ ।

ବିକ୍ରମ:- ତୁ ଠିକ୍ କହିଛୁ ଆମେ ତା ସହ ମିଶି ସମଧାନ କରିବା ନା କଣ ??

ଅଜିତ୍:- ସମାଧାନ କଣ ବେ ତାକୁ ବି ଜଣେଇବାକୁ ହବ ଯେ ଆମେ ବି ହାତରେ ଚୁଡି ପିନ୍ଧିନୁ । 

ଆମେ ବି ଦେଖେଇଦବା ଆମେ କଣ ??

କୁମାର:-ତୁ ଠିକ୍ କହିଛୁ ତା ଖବର ବୁଝିବାକୁ ପଡିବ । ବହୁତ ଟଙ୍କା ଅଛି ନା ତା ପାଖରେ ବେଶି ଗର୍ବ ହେଇଗଲାଣି ତାର, ଆଉ ସେ  ସବୁ ଜାଣି ବି ମୋ ଠୁ ସନ୍ଧ୍ୟାକୁ ଅଲଗା କରିବାକୁ ଚାହୁଁଛି ମୁଁ ବି ଦେଖେଇଦେବି ଯେ ପ୍ରେମ ବଡ଼ ନା ଟଙ୍କା ବଡ଼। 
ହଉ ଛାଡ଼ ସେ କଥା ଚାଲ ଖାଇବା ସମୟ ହେଲାଣି ।
 ହଁ ଶୁଣ ସମସ୍ତେ ନିଜ ନିଜ ଜିନିଷ Pack କରିନବ, ଆମେ କାଲି ଭୋରୁ ବାହାରିଯିବା ।

ତାପରେ ସମସ୍ତେ ଖାଇସାରିଲେ ଆଉ ନିଜ ନିଜ ଜିନିଷ ବି  Pack କରି ଶୋଇଲେ ।
 ଭୋରୁ ସମସ୍ତେ ଉଠି Ready ହୋଇ ଗାଁ କୁ ଯିବାପାଈଁ ବାହାରୁଥାନ୍ତି । 
ସେହି ସମୟରେ କୁମାର(ଶାନ୍ତନୁ) ର ମା କହୁଥାନ୍ତି ।
To be continued…….


Promo: (ସନ୍ଧ୍ୟା ର ଗାଁ କୁ ଯିବା କୁ ଇଛା ନାହିଁ , ପୁଣି ଭୁବନେଶ୍ୱର ଯିବା ପାଈଁ ଇଛା, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..



Follow my Blog and find Smruti Tume Sradhanjali Part-170



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_170
Smruti+tume+sradhanjali+in+odia+by+kumars+diary+part+170

Smruti Tume Sradhanjali (A true Story ) Page-169

ସରିତାର ବାପା:- ଆରେ ହଁ ସେମାନେ ଗଲେ କୁଆଡେ ??

କୁମାର:-ସେମାନେ ଆପଣଙ୍କ ଗାଁ ଲୋକ ନା ?? ଏଠିକାର, ରାସ୍ତାଘାଟ ଜାଣିନଥିବେ ଗଲେ କୁଆଡେ  ।

ସରିତାର ବାପା:- ଆରେ!! ସେମାନେ ଆମ ଗାଁ ଲୋକ ନୁହଁନ୍ତି ।

 ସେମାନେ ସମୀରର ଲୋକ ସେମାନଙ୍କ ସାହଯ୍ୟରେ ଏଠି ଆସି ପହଁଚିପାରିଛି ।
 ହଁ ଆଉ ଗୋଟେ କଥା ପଚାରିବାକୁ ଭୁଲିଗଲି, ସେ ସମୀର ତୋ ଉପରେ ଏତେ ରାଗ କାହିଁକି ରଖିଛି ।

 ସବୁଦିନ ଆମ ଘରେ ଆସି ତୋ ବିଷୟରେ କଥା କୁହେ ।

ତୋ ପଛରେ ଲୋକ ଲଗେଇ ତୋର ସବୁ ଖବର ରଖୁଛି ।

କୁମାର:- ଆଚ୍ଛା !!ତାହାଲେ ଏସବୁ ସମୀର ର କାମ ।

ମାଧବ ବାବୁ:-ଆରେ ସମୀର କିଏ ??

କୁମାର:- ସେ ବହୁତ କଥା ଅଛି । ଆମେ ସେ ବିଷୟରେ ପରେ କଥା ହବା ।

ବୈଶାଳୀ(ମା):- ତମେ ସବୁ ପରେ କଥା ହବ । 

ପ୍ରଥମେ ମୋ ପୁଅର ଏତେ ଗୁଡ଼ାଏ ଖଣ୍ଡିଆ ଖାବରା ହୋଇଛି, ତମ ମାନଙ୍କୁ କଣ ଦେଖାଯାଉନି ?  ଆସ କୁମାର ମେଡ଼ିସିନ ଲଗେଇଦେବୀ ।

ସନ୍ଧ୍ୟା:-ମା ତମେ ବ୍ୟସ୍ତ ହୁଅନି ମୁଁ ଲଗେଇଦେବି ।

ସରିତାର ବାପା ଝିଅ ଜୋଇଁଙ୍କ ସହ କଥା ବାର୍ତା ରେ ଲାଗିଲେ । 
ଯିଏ ଯା କାମରେ ଚାଲିଗଲେ ।
 କୁମାର ଆଉ ତା ସାଙ୍ଗମାନେ ବସିକି କଥା ହଉଥାନ୍ତି ।
ସନ୍ଧ୍ୟା କହୁଥାଏ ….

ସନ୍ଧ୍ୟା:- ମଉସାଙ୍କ ର ଯାହା ରାଗ ଥିଲା ସବୁ ସୁଜେଇ ଦେଇଛନ୍ତି ।
ଏମିତି କଣ କିଏ କାହାକୁ ମାରେ, ଦେହରେ କୋଉଠି ବି ଜାଗା ନାହିଁ ।
 ବହୁତ ଜାଗାରେ ମାଡ଼ ହେଇ ଯାଇଛି ।
To be continued…….


Promo: (ସବୁ ସାଙ୍ଗ ମାନେ ମିଶି ସମୀର ବିଷୟରେ କଥା ହେଉଛନ୍ତି ଆଉ ତାର କେମିତି ପ୍ରତିଶୋଧ ନିଆ ଯିବ ସେ ବିଷୟରେ କଥା ହେଉଛନ୍ତି, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..





Follow my Blog and find Smruti Tume Sradhanjali Part-169



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_169
Smruti+tume+sradhanjali+in+odia+by+kumars+diary+part+169

Smruti Tume Sradhanjali (A true Story ) Page-168

ସରିତାର ବାପା:-ମୋତେ କ୍ଷମା କରିଦେ କୁମାର ! 
ମୁଁ ତୋ ପ୍ରତି ବହୁତ ଅନ୍ୟାୟ କରିଛି, ତୋ ଖୁସିକୁ ପଛରେ ପକେଇ ମୋ ଝିଅର ଖୁସିକୁ ତା ପାଖରେ ପହଞ୍ଚେଇ ପାରିଛୁ ।
ମୁଁ ତୋତେ ବହୁତ ଖରାପ ବ୍ୟବହାର କରିଛି, ଏତେ ମାରିଛି ହେଲେ ତୋର କିଛି ପ୍ରତିବାଦ ନଥିଲା ।
 ତୁ ସତରେ ଗୋଟେ ହୀରା ଟେ । ମୋତେ କ୍ଷମା କରିଦେ କୁମାର ….. ମୋତେ କ୍ଷମା କରିଦେ…

କୁମାର:-ଆରେ ମଉସା ମୋତେ କ୍ଷମା ମାଗି ଲଜ୍ଜିତ କରନ୍ତୁନି ।
ଆପଣ ଜଣେ ବୟସ୍କ ବ୍ୟକ୍ତି ଆଉ ମୋର ସମ୍ମାନନୀୟ ଗୁରୁଜନ ।
 ଆପଣ ଆପଣଙ୍କ ଭୁଲକୁ ବୁଝିପାରିଛନ୍ତି, ସେଇଟା ହିଁ ବଡ଼କଥା । 
ମୁଁ ଯାହା କରିଛି, ଆପଣ କଣ ? ଆପଣଙ୍କ ଜାଗାରେ ଯିଏ ବି ଥାଆନ୍ତା ମୋ ସହ ଠିକ୍ ଏୟା ହିଁ କରିଥାନ୍ତା ।
 ଯାହା ତ ହବାର ଥିଲା ହେଇଗଲା ଏବେ ଛାଡ଼ନ୍ତୁ ସେ ସବୁ ବର-କନ୍ୟା କୁ ଆଶ୍ରିବାଦ କରନ୍ତୁ ।
 ସରିତା, କେଶବ ବାପାଙ୍କୁ ପ୍ରଣାମ କର ।

ସରିତାର ବାପା:-ହଉ ହେଲା, ହେଲା, ସବୁଦିନ ଏମିତି ଖୁସିରେ ରୁହ ।

କୁମାର:-ଆଚ୍ଛା, ମଉସା ମୋତେ ଗୋଟେ କଥା କୁହନ୍ତୁ, ଆପଣ ତ ଏଠିକାର ଠିକଣା ଜାଣିନଥିଲେ । ଏଠିକି କେମିତି ଆସିଲ ??

 ଆପଣଙ୍କ ସାଙ୍ଗରେ ଯୋଉ ଲୋକମାନେ ମୋତେ ମାରୁଥିଲେ ସେମାନେ କୁଆଡେ ଗଲେ ??


To be continued…….


Promo: (ସରିତା ର ବାପା , ସମୀର ର ପ୍ରକୃତ ଯୋଜନା ବିଷୟରେ ଜାଣିପାରିଲେ, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..





Follow my Blog and find Smruti Tume Sradhanjali Part-168



Follow My Pages:- 

Thanks….
Smruti_tume_sradhanjali_in_odia_by_kumars_diary_part_168
Smruti+tume+sradhanjali+in+odia+by+kumars+diary+part+168

Smruti Tume Sradhanjali (A true Story ) Page-167

ସରିତା :- ବାପା ମୋର ଭୁଲ ହେଇଯାଇଛି, ମୁଁ ତମର ଇଛା ବିରୁଦ୍ଧରେ ଯାଇ କେଶବକୁ ବାହାହେଇ ହେଇଗଲି ।
 
ସରିତାର ବାପା:-ତୁ ଯାହା କରିଛୁ ଠିକ୍ କରିଛୁ । 
ମୁଁ ସମ୍ପତ୍ତି ଲୋଭରେ ସିନା ସେଠି ତୋତେ ବାହାଘର କରିଦେଇଥାନ୍ତି, ହେଲେ କେଶବ ଠାରୁ ଅଧିକ ଖୁସି ଦେଇପାରିନଥାନ୍ତି । 
ମୋତେ ତ ମୋ ନିଜକୁ ଧିକାର ଲାଗୁଛି, ଯେ ମୁଁ ତୋତେ ପିଲାଦିନରୁ ନେଇକି ଆଜି ପର୍ଯ୍ୟନ୍ତ କେବେ ଖୁସିରେ ରଖିପାରିଲିନି ।
 
କେଶବ ମୋତେ କ୍ଷମା କରିଦବ ପୁଅ, ତମେ ମୋ ଝିଅକୁ ଯେତିକି ଖୁସି ଦେଇଛ ମୁଁ କେବେବି ଦେଇପାରିନି । 
ମୋତେ କଥା ଦିଅ ମୋ ଝିଅକୁ ସବୁବେଳେ ଖୁସିରେ ରଖିବ ।
 
କେଶବ:- ମୁଁ କଥା ଦଉଛି ବାପା !! ସରିତାକୁ ସବୁବେଳେ ଖୁସିରେ ରଖିବି ।
 
ସରିତାର ବାପା:-ମାଧବ ବାବୁ ମୋତେ କ୍ଷମା କରିଦିଅନ୍ତୁ, ମୁଁ ଆପଣଙ୍କୁ ବହୁତ କଟୁକଥା କହିଛି ଆଉ ହାତ ବି ଉଠେଇଛି । 
ମୋତେ କ୍ଷମା କରିଦିଅନ୍ତୁ ।
 
ସରିତାର ବାପା, ମାଧବ ବାବୁଙ୍କ ଗୋଡ଼ ଧରି କ୍ଷମା ପ୍ରାର୍ଥନା କରୁଥାନ୍ତି ।
 
ମାଧବ ବାବୁ:-ଆରେ…. ଆପଣ ଏ କଣ କରୁଛନ୍ତି, ଉଠନ୍ତୁ । ମୁଁ ବି ତ ଆପଣଙ୍କୁ ବହୁତ କଟୁକଥା କହିଛି ।
 ଆଉ ଗୋଟେ ବାପା ହିସାବରେ ଯାହା କହିବା କଥା, ତା ଠୁ ଅଧିକା କହିଦେଇଛି, ମୋତେ ଆପଣ କ୍ଷମା କରିଦେବେ । 
କ୍ଷମା ତାକୁ ମାଗନ୍ତୁ ଯାହାପାଇଁ ଆପଣ ଆପଣଙ୍କ ଝିଅର ଖୁସି ଫେରିପାଇଛନ୍ତି ।
To be continued…….
 
 
Promo: (ସରିତା ର ବାପା ,ସରିତା ଆଉ କେଶବ କୁ ଆଶୀର୍ବାଦ କରୁଛନ୍ତି, ପଢିବା Next Page ରେ…… )
 
                
 
କୁମାର ଙ୍କ Personal Diary ରୁ……..
 
Page:-

Page-166<<>>Page-168


 
 
Follow my Blog and find Smruti Tume Sradhanjali Part-167



Follow My Pages:- 

Thanks…

Smruti_tume_sradhanjali_in_odia_by_kumars_diary_part_167
Smruti+tume+sradhanjali+in+odia+by+kumars+diary+part+167

Smruti Tume Sradhanjali (A true Story ) Page-166

ମାଧବ ବାବୁ:-ତୁ ସତରେ ଗୋଟେ ମଣିଷ ନୁହଁ,ଟଙ୍କା କୁ ଆଉ ସମ୍ପତ୍ତିକୁ ନେଇ ତୁ ଅନ୍ଧ ହେଇଯାଇଛୁ । 
ଟଙ୍କା କିମ୍ବା ସମ୍ପତ୍ତି ଦ୍ବାରା କେବେବି ଖୁସି କିଣା ଯାଇ ପାରେନା।
ସେ ସବୁ ତ ଖାଲି ଦେଖେଇବା ପାଇଁ ହେଇଥାଏ ।
ଅସଲି ସମ୍ପତ୍ତି କଣ ଜାଣିଛୁ, ନିଜ ସନ୍ତାନର ଖୁସି । 
ସେ ପୁଅ ସହ ଯଦି ତାର ବାହାଘର ହେଇଯାଏ ନା ସେ ତ ସବୁ ସମ୍ପତ୍ତିର ମାଲିକ ହେଇଯିବ କିନ୍ତୁ ତା ମନରେ ଟିକେ ଖୁସି ନଥିବ । 
ସରିତା ଯେବେ ତୋ କଥା କହି କହି କାନ୍ଦୁଥିଲାନା ମୁଁ ବି ସହିପାରିଲିନି, କାହିଁକି ନା ମୁଁ ବି ଜଣେ ବାପା ।

ଚାଲ ମୋ ସହ ମୋ ଘରକୁ ଦେଖିବୁ ତୋ ଝିଅ କେତେ ଖୁସିରେ ଅଛି ।
 ଚାଲ ମୋ ସହ….
ସରିତାର ବାପା ସମେତ ସମସ୍ତେ ଯାଇକି ଘରେ ପହଁଚିଲେ, ସରିତାର ବାପା ଝିଅକୁ ଏତେ ହସ ଖୁସିରେ ଦେଖି ନିଜର ସବୁ ଗର୍ବ ଅଂହକାର ଭାଙ୍ଗିଯାଇଥିଲା । 
ସେ ବହୁତ ଜୋରରେ ଛୋଟ ପିଲା ଭଳି କାନ୍ଦିବାକୁ ଲାଗିଲେ । 
ଏତିକି ବେଳେ ସରିତା ଦେଖିଲା ତା ବାପା ଆସିଛନ୍ତି ଆଉ କାନ୍ଦୁଛନ୍ତି ।

ସରିତା:- ବାପା !! ତମେ କାନ୍ଦୁଛ କଣ ପାଇଁ ?? ସରିତା ବି କାନ୍ଦିବାକୁ ଲାଗିଲା ।
ସରିତାର ବାପା:- କାନ୍ଦିବିନି ତ ଆଉ କଣ କରିବି । ମୋତେ କ୍ଷମା କରିଦେ ମା, ମୁଁ ଟଙ୍କା ପଛରେ ପଡି ଏତେ ଅନ୍ଧ ହେଇଯାଇଥିଲି ଯେ ମୋ ଖୁସି ଛଡା ଆଉ କାହାର ଖୁସି କି ତୋ ଖୁସି ଦେଖାଯାଉନଥିଲା ।
To be continued…….


Promo: (କେଶବ, ସରିତା ର ବାପା ଙ୍କୁ କଥା ଦେଉଛି ଯେ ସେ ସବୁବେଳେ ସରିତା କୁ ଖୁସିରେ ରଖିବ , ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..






Follow my Blog and find Smruti Tume Sradhanjali Part-166



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_166
Smruti+tume+sradhanjali+in+odia+by+kumars+diary+part+166

Smruti Tume Sradhanjali (A true Story ) Page-165

କୁମାର:- ନାଇଁ ବାବା ସେମିତି କିଛି କରନି, ସବୁ ଭୁଲ ତ ମୋର ।
ମାଧବ ବାବୁ:- କଣ କହୁଛୁ ତୁ !! ତୋର କିଛି ଭୁଲ ନାହିଁ ।
କୁମାର:- ନାହିଁ ବାବା, ମଉସାଙ୍କ ଯାଗାରେ ଯିଏ ବି ଥାଅନ୍ତା ସେ ଠିକ ଏଇ ଭଳି କରିଥାନ୍ତା । ମୁଁ ସବୁ ଜାଣିକିବି ସରିତାକୁ ବାହାଘର କରେଇଛି ।
 ଏମିତିରେ ସେ ରାଗିକି ମାରିବାଟା ସ୍ୱାଭାବିକ । 
ମୁଁ ବା କଣ କରିଥାନ୍ତି, କେଶବ ଆଉ ସରିତାର ଦୁଃଖ ଦେଖିପାରିଲିନି ସେଥିପାଇଁ ଏମିତି କରିବାକୁ ବାଧ୍ୟ ହେଲି ।

ସରିତାର ବାପା:-ଦେଖ ତୋ ପୁଅ ନିଜେ ତା ଭୁଲ ମାନିଗଲା ।

ମାଧବ ବାବୁ:- ଚୁପ କର, କଣ ମାନିଗଲା !! ସେ ତୋ ମୁଖା ଖୋଲିଦେଲା । ତୋର କେତେ ଗର୍ବ ଦେଖେଇଦେଲା । ସରିତା ତାର କିଏ ?? ତା ନିଜର କେହି ନୁହଁ, କେବଳ ଜଣେ ସାଙ୍ଗ, ସାଙ୍ଗ ହିସାବରେ ସେ ସେମାନଙ୍କ ଦୁଃଖ ନ ସହିପାରି ବିପଦକୁ ଆପଣା କରି ସେମାନଙ୍କ ଦୁଃଖକୁ ସୁଖରେ ପରିଣତ କରିଛି ।
 ତୁ ତ, ତା ଜନ୍ମକଲା ବାପା ତୋତେ ତା ଦୁଃଖ କେମିତି ଦେଖାଗଲାନି । 
ତୁ ତୋ ନିଜ ଖୁସିକୁ ଆଗରେ ରଖି ତୋ ଝିଅର ଖୁସିକୁ ଛଡେଇ ନେବାକୁ ବସିଥିଲୁ ।

ସରିତାର ବାପା:- ମୁଁ ଜାଣିଛି, ମୋ ଝିଅ କୋଉଠି ଖୁସିରେ ରହିବ, ସେ ପୁଅ ସହ ବାହାଘର କରିବାପରେ ସେ ଆପେ ଆପେ ଖୁସି ହେଇଯିବ ଆଉ ତାର ଏତେ ସମ୍ପତ୍ତି ଦେଖି ସେ ଖୁସିରେ ପାଗଳ ହେଇଯିବ ।

To be continued…….


Promo: (ସରିତା ର ବାପା ନିଜ ଭୁଲ କୁ ବୁଝିପାରିଛନ୍ତି, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..

Page:


Page-164<<>> Page-166




Follow my Blog and find Smruti Tume Sradhanjali Part-165



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_165
Smruti+tume+sradhanjali+in+odia+by+kumars+diary+part+165

Smruti Tume Sradhanjali (A true Story ) Page-164

ମାଧବ ବାବୁ:- ତୋର ତ ସାହସ କମ ନୁହଁ, ତୁ ମୋ ପୁଅକୁ ମାରିଲୁ ପୁଣି ମୋ ଉପରକୁ ବି ହାତ ଉଠେଇଦେଲୁ । ତୁ ଜାଣିନୁ ମୁଁ ତୋର କଣ ଅବସ୍ଥା କରିପାରେ । ତୁ କିଏ ରେ …
ସନ୍ଧ୍ୟା କହୁଥାଏ-

ସନ୍ଧ୍ୟା :- ବାବା !! ଇଏ ହଉଛନ୍ତି ସରିତାର ବାପା ।

ମାଧବ ବାବୁ- ଆଚ୍ଛା !! ତା ହେଲେ,  ଇଏ ହଉଛି ସେଇ ଭଦ୍ରଲୋକ, ଯିଏ ନିଜ ସ୍ଵାର୍ଥପାଇଁ ନିଜ ଝିଅକୁ ତା ଅନିଚ୍ଛା ସତ୍ତ୍ୱେ ବାହାଘର କରିବାକୁ ବସିଥିଲା । 

ତୁ କେଡେ ରାକ୍ଷସଟା କିରେ ତୋ ନିଜ ଖୁସି ପାଈଁ ନିଜ ଛୁଆର ଖୁସିକୁ ଛଡେଇ ନେବାକୁ ବସିଥଲୁ ।

ସରିତାର ବାପା:- ତୁ କିଏ?? ଆମ ବାପ ଝିଅଙ୍କ ମଝିରେ ଫାଟ ତିଆରି କରିବାକୁ । 
ମୋ ଘର କଥା ମୁଁ ବୁଝିବି, ତୁ ବୁଝିବାକୁ କିଏ ??

 ମାଧବ ବାବୁ:- ତୋ ଘର କଥା !! ମୋ ପୁଅ ଉପରେ ହାତ ଉଠେଇକି କହୁଛୁ କଣ ନା ତୋ ଘର କଥା । 
ତୁ ବୋଧେ ଭୁଲି ଯାଉଛୁ ଏଇଟା ତୋ ଘର ନୁହଁକି ତୋ ଗାଁ ନୁହଁ । 

ଏଇଟା ଭୁବନେଶ୍ୱର ମୋ ସହର ତୋତେ ଏଇଠୁ ସାଫ କରିବା ପାଈଁ ମୋତେ ଗୋଟେ ମିନିଟ ବି ଲାଗିବନି । 
ଦେଖ ମୁଁ ତୋର କଣ ଅବସ୍ଥା କରିବି, ସାଗର ଫୋନ ଲଗା…

ଏତିକି ବେଳେ କୁମାର କହୁଥାଏ …

To be continued…….


Promo: (କୁମାର ନିଜ ଭୁଲ ମାନିଲା, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..





Follow my Blog and find Smruti Tume Sradhanjali Part-164



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_164
Smruti+tume+sradhanjali+in+odia+by+kumars+diary+part+164

Smruti Tume Sradhanjali (A true Story ) Page-163

ସରିତାର ବାପାଙ୍କ ଗୋଟେ ଲକ୍ଷ୍ୟଥାଏ…. 

ସେ କୁମାର ଉପରେ ରାଗ ରଖିଥାନ୍ତି । 

କିଛି ସମୟ ପରେ ସେମାନେ ହୋଟେଲରେ ପହଞ୍ଚିଲେ ।

ସରିତାର ବାପା କୁମାରକୁ ଖୋଜୁଥାନ୍ତି ।
 କୁମାରର ସବୁ ସାଙ୍ଗମାନେ ହୋଟେଲ ଭିତରେ ଥିବା ରୁମରେ ବସିଥାନ୍ତି । 

କୁମାର-ସନ୍ଧ୍ୟା ହୋଟେଲ Cash Counter ରେ ବସିଥାନ୍ତି । 

ଠିକ ଏତିକିବେଳେ ସରିତାର ବାପା ସେ ହୋଟେଲ ଭିତରେ ପହଂଚି, କୁମାର ପାଖକୁ ଆସି କିଛି କହିବା ଆଗରୁ ଚାପୁଡ଼ା ମାରିବା ଆରମ୍ଭ କରିଦେଥିଲେ ।

ସନ୍ଧ୍ୟା:-ମଉସା ତାଙ୍କୁ ଛାଡିଦିଅ, ତାଙ୍କର କିଛି ଦୋଷ ନାହିଁ ସବୁ ଦୋଷ ମୋର । 

Please ମଉସା ଛାଡିଦିଅ ।

ସନ୍ଧ୍ୟା କାନ୍ଦୁଥାଏ …

କୁମାର:-ମଉସା ମୋ କଥା ଟିକେ ଶୁଣ…

କୁମାର ସରିତାର ବାପାଙ୍କୁ କହୁଥାଏ, ହେଲେ ସେ କୌଣସି କଥା କୁ ଶୁଣିବାକୁ ଚାହୁଁନଥିଲେ ।

ବାହାରେ କଣ ପାଟି ଶୁଭୁଛି ଶୁଣି କୁମାରର ସବୁ ସାଙ୍ଗ ବାହାରକୁ ଆସିଦେଖନ୍ତି ତ ସରିତାର ବାପା ଆଉ ସମୀରର ଚେଲାମାନେ କୁମାରକୁ ମାଡ଼ ମାରୁଛନ୍ତି ।

ସମସ୍ତେ ଆସିକି କୁମାରକୁ ଝଗଡ଼ାରୁ ଟାଣୁଥାନ୍ତି । 

ସମସ୍ତଙ୍କ ଭିତରେ ବହୁତ ବଡ଼ ଗଣ୍ଡଗୋଳ ଆରମ୍ଭ ହୋଇଯାଇଥାଏ ।

 ଏତିକି ବେଳେ କୁମାର(ଶାନ୍ତନୁ) ର ବାବା ଆଉ ସାଗର ଆସି ପହଞ୍ଚିଥିଲେ 
। 
କୁମାର ଆଉ ତା ସାଙ୍ଗମାନଙ୍କୁ କେହି ମାରୁଥିବାର ଦେଖି ସାଗର ଆଉ ବାବା ଛଡ଼େଇବାକୁ ଚେଷ୍ଟା କରୁଥିବା ସମୟରେ ସରିତାର ବାପା କୁମାରର ବାପାଙ୍କ ଉପରକୁ ହାତ ଉଠେଇ ଦେଇଥିଲେ । 

ଏତିକି ବେଳେ…

To be continued…….


Promo: (ସରିତା ର ବାପା ଆଉ ମାଧବ ବାବୁ ଙ୍କ ମଧ୍ୟରେ ବହୁତ ଝଗଡା ହେଲା, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..





Follow my Blog and find Smruti Tume Sradhanjali Part-163



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_163
Smruti+tume+sradhanjali+in+odia+by+kumars+diary+part+163

Smruti Tume Sradhanjali (A true Story ) Page-162

ଏତିକି ବେଳେ କୁମାର କହୁଥାଏ…
କୁମାର:-ହଉ ଯାହା ହେଲା ସେ ସବୁ ଛାଡ଼, ଚାଲ ଏବେ ସମସ୍ତେ ହୋଟେଲ ଯିବା । ମୁଁ ଜାଣିଛି ସମସ୍ତଙ୍କୁ ଭୋକ ଲାଗିବଣି, କାହିଁକି ନା ମୋତେ ବି ବହୁତ ଭୋକ ଲାଗିଲାଣି ।

ସମସ୍ତେ ହସି ହସି ବେଦମ ହେଇଗଲେ ।

ସନ୍ଧ୍ୟା:- ଆଲୋ …. ଲୋ….ଲୋ…. ମୋ ଧନକୁ ଭୋକ ଲାଗିଲାଣି ।
 ମୋତେ କହିଲନି ମୁଁ ସେ Popcorn ଦୀପକୁ ନଦେଇ ତମକୁ ଦେଇଦେଇଥାନ୍ତି ।

କୁମାର:- ହେ….. ବାଲୁରି ପାଟି ବନ୍ଦ କର । 
ଗାଡ଼ିରେ ବସ ସବୁବେଳେ ଗୋଟେ ବାଲୁର ବାଲୁର ହଉଛି ।

ଗାଡି ପାଖରେ ପହଞ୍ଚି ଦେଖିଲା ସାଗର ଭାଇ ନାହିଁ, ଗଲା କୁଆଡେ କୁମାର କହୁଥାଏ ।

ସମସ୍ତେ ଚାରିଆଡ଼କୁ ଦେଖିଲା ବେଳକୁ ଗୋଟେ ପାନ ଦୋକାନରେ ବସିଥାନ୍ତି । 
କୁମାର ସାଗର ଭାଇଙ୍କୁ ଡାକି ସମସ୍ତେ ହୋଟେଲକୁ ଚାଲିଲେ ।

ହୋଟେଲରେ ପହଞ୍ଚି….

କୁମାର:-ସାଗର ଭାଇ, ବାବା ଆଜି ହୋଟେଲ ଆସିନାହାନ୍ତି କି ??

ସାଗର:-ଆରେ ତୁ ଜାଣିନୁ କି ବାବା ସେ ମନ୍ଦିର ଟ୍ରଷ୍ଟିକୁ ପଇସା ଦେବାକୁ ଯାଇଛନ୍ତି । 

ତମେମାନେ ଚାଲ ଖାଇବ ତାପରେ କଥା ହବା । 
ତାପରେ ସମସ୍ତେ ଖାଇବାକୁ ଗଲେ ।

ଏପଟେ ସରିତାର ବାପା ଭୁବନେଶ୍ୱରରେ ପହଞ୍ଚି ସମୀରର ଚେଲାମାନଙ୍କ ସହ କୁମାର(ଶାନ୍ତନୁ) ର ଘରକୁ ଯିବାପାଇଁ ବାହାରୁଥାନ୍ତି ।

To be continued…….


Promo: ( ସରିତା ର ବାପା, କୁମାର କୁ ମାରିବାକୁ ଲାଗିଲେ, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..





Follow my Blog and find Smruti Tume Sradhanjali Part-162



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_162
Smruti+tume+sradhanjali+in+odia+by+kumars+diary+part+162

Smruti Tume Sradhanjali (A true Story ) Page-161

ସନ୍ଧ୍ୟା:-ଆରେ ସମସ୍ତେ ଶୁଣ, ସିନେମା ଦେଖାତ ସରିଲା, ଏବେ ଚାଲ ହୋଟେଲ ଆଡେ ଟିକେ ବୁଲିକି ଆସିବା । ଏମିତିରେ ବି ମୋତେ ବହୁତ ଭୋକ ହେଲାଣି ।

ଦୀପା:-ତୁ ପରା ଘରେ ଖାଇକି ଆସିଥିଲୁ, ଏତେ ଜଲଦି ଭୋକ ଲାଗିଲାଣି ତୋତେ ।

ସନ୍ଧ୍ୟା:-ତୁ କଣ ଜାଣିଲା ଭଳିଆ ହଉଛୁ ଯେ, ତୁ କଣ ଜାଣିନୁ 3-4 ଘଣ୍ଟାକୁ ଥରେ ମୋତେ ଭୋକ ଲାଗେ ବୋଲି ।

ସମସ୍ତେ ସେଠି ହସିବାକୁ ଲାଗିଲେ ।

ସନ୍ଧ୍ୟା:- ଆରେ ହସୁଛ କଣ ପାଇଁ ?? ସତରେ ମୋତେ ବହୁତ ଭୋକ ଲାଗେ ।

ସମସ୍ତଙ୍କର ହସ ବନ୍ଦ ହୋଇଯାଇଥାଏ, ହେଲେ ଆକାଶର ହସ ବନ୍ଦ ହୋଇନଥାଏ ।

 ସନ୍ଧ୍ୟା ତାକୁ କହୁଥାଏ ….
 ସନ୍ଧ୍ୟା:-ଏଇ ମଇଁଷି ଦାନ୍ତ କାହିଁକି ଦେଖଉଛୁ, ମୋ ଠାରୁ ତୋ ଧନ ଅଧିକ ଭୋକ ସମ୍ଭାଳି ପାରେନା । 

ତୁ କଣ ଦେଖିନୁ କି ?? Interval ରେ ତମେ ସମସ୍ତେ ଯାଇକି ଯୋଉ ସବୁ Popcorn ଆଣିଥିଲ, ସେ ତାର Popcorn ଖାଇସାରି କୁମାର ମୋ ପାଇଁ ଯୋଉ kurkure ଆଉ Popkorn ଆଣିଥିଲେ ସେ ସବୁ ବି ସେ ଖାଇସାରିଛି । 
ମୋ କଥା କହିଲା ବେଳକୁ ଦାନ୍ତ ଦେଖଉଛି ।

କଣ ?? ଠିକ୍ କହିଲିନା ଦୀପା !! ପୁଣି ସମସ୍ତେ ହସିଲେ ।

ସନ୍ଧ୍ୟାକୁ ଧିରେ ଧିରେ କହୁଥାଏ ।

ଦୀପା:-ବାଲୁରି, ଲୋ!!  ତୋ ପେଟରେ କିଛି କଥା ରହୁନି ସବୁ ବାନ୍ତି କରିଦଉଛୁ । ସମସ୍ତଙ୍କୁ କହିବା କଣ ଦରକାର ।

To be continued…….


Promo: (ସନ୍ଧ୍ୟା,, ଗାଡି ଭିତରେ ବଲ ବଲ ହେଉଛି, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..





Follow my Blog and find Smruti Tume Sradhanjali Part-161



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_161
Smruti+tume+sradhanjali+in+odia+by+kumars+diary+part+161

Smruti Tume Sradhanjali (A true Story ) Page-160

ମା:- ଶୁଆ-ଶାରୀ ଖୁମ୍ପୁରା ଖୁମ୍ପୁରି ହଉଥାଅ….. 
ଧିରେ ଖାଉନ ଖାଲି ଛୋଟ ଛୁଆଙ୍କ ଭଳି ହଉଛ ନା କି ??

କୁମାର:-ମା !!! ବାପା,, କୁଆଡେ ଗଲେ କି?? ଦେଖାଯାଉନାହାନ୍ତି ।

ମା:- ସେପରା ସକାଳୁ ଉଠିକି କୁଆଡେ ଯାଇଛନ୍ତି, ଏବେପର୍ଯ୍ୟନ୍ତ ଦେଖାନାହିଁ । 
ଏପଟେ ଏ ସାଗରଟା ବି ନାହିଁ 
ବାପ-ପୁଅ କୁଆଡେ ଗଲେ କେଜାଣି ।

ସେତିକି ବେଳେ ସାଗର ଆଉ କୁମାରର ବାପା ଆସିକି ପହଞ୍ଚି ଯାଇଥାନ୍ତି ।

କୁମାର ସାଙ୍ଗମାନଙ୍କୁ ସିନେମା ଯିବାକଥା ଜଣେଇବା ପରେ ସମସ୍ତେ ରାଜି ହୋଇଯାଇଥାନ୍ତି ।
 ଆଉ ଖୁସିବି ହେଇଗଲେ । 
ସମସ୍ତେ ବାହାରିଲେ ସିନେମା ଯିବାକୁ, ଭାଉଜ ଆଉ ସାଗର ଭାଇଙ୍କୁ ବି ସମସ୍ତେ ଡାକିଲେ ।
 ହେଲେ ମା ଭାଉଜଙ୍କୁ ସାଙ୍ଗରେ ନେବାପାଇଁ ମନାକଲେ । କାହିଁକି ନା ଏ ସମୟରେ ବାହାରେ ବୁଲାବୁଲି କରିବା ଠିକ୍ ହବନି ।

ସାଗର ଭାଇ ଆଉ ବାକି ସାଙ୍ଗମାନେ ଚାଲିଲେ ସିନେମା ଦେଖିବାକୁ ।
 ଟିକଟ କାଟି ସିନେମା ହଲ ଭିତରକୁ ଗଲେ, ସିନେମା ଦେଖି ବହୁତ Enjoy କରୁଥାନ୍ତି । 
ଏମିତି କିଛି ସମୟ ଗଲାପରେ ସିନେମା ସରିଯାଇଥାଏ ।
 ଆଉ ସମସ୍ତେ ଘରକୁ ଯିବାକୁ ବାହାରିଲେ । ସନ୍ଧ୍ୟା କହୁଥାଏ ….

To be continued…….


Promo: (ସନ୍ଧ୍ୟା, ଆକାଶ କୁ କହୁଛି “ଏ ମଇଁଷି ଦାନ୍ତ ଟା କାହିଁକି ଦେଖଉଛୁ”, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..





Follow my Blog and find Smruti Tume Sradhanjali Part-160



Follow My Pages:- 


Thanks….

Smruti_tume_sradhanjali_in_odia_by_kumars_diary_part_160
Smruti+tume+sradhanjali+in+odia+by+kumars+diary+part+160

Smruti Tume Sradhanjali (A true Story ) Page-159

ସନ୍ଧ୍ୟା:- ପାଗଳ !! ଆସିଗଲି ଏବେ ହେଲା ତ ।

କୁମାର:- ନାହିଁ (ସନ୍ଧ୍ୟାକୁ କୋଳରେ ବସେଇ) ଏବେ ହେଲା ମୋ ବାୟାଣୀ ଟା ଟିକେ କଥାରେ କାନ୍ଦିପକଉଛି ।

ଲୁହ ଫୋଛିଦେଇ ଏବେ ଟିକେ ହସିଦିଅ… ହସିଦିଅ… ସନ୍ଧ୍ୟା ଅଳ୍ପ ମୁରୁକି ହସୁଥାଏ । 
ହଁ ଏବେ ଯାଇକି ହେଲା ।
 ଆଚ୍ଛା ବାୟାଣୀ କହିଲ ଆଜି କୁଆଡେ ବୁଲିବାକୁ ଯିବା ??
 ଆଜି ତ ଆମର  ଶେଷଦିନ କାଲି ଆମେ ଗାଁକୁ ଚାଲିଯିବା ।
 ତମେ ଯୋଉଠି କି କହିବ ସେଠିକି ଯିବା ।

ସନ୍ଧ୍ୟା:- କହିବି ??    ଆଜି ସିନେମା ଦେଖିବାକୁ ଯିବା । ଯିବାତ …??

କୁମାର:- ମୁଁ ତ ଏୟା ମନେ ମନେ ଭାବୁଥିଲି ଠିକ୍ ଅଛି ।
 ଚାଲ ସମସ୍ତଙ୍କୁ ଡାକିକି ଆଣ ଏବେ ବାହାରି ଯିବା ।

ସନ୍ଧ୍ୟା:- ଏବେ କୁଆଡେ ?? ଆଗ ଖାଇବା ଚାଲ ତାପରେ, ଯିବା ଚାଲ ଖାଇବ,, ଜଲଦି ଜଲଦି….

କୁମାର:-Okay Okay ଚାଲ ।

ଖାଇବା ବଢା ସରିବାପରେ ସନ୍ଧ୍ୟା କହୁଥାଏ ।

ସନ୍ଧ୍ୟା:-ଶୁଣ ମୁଁ ଖୁଆଇଦେବି…. ଏଇ ନିଅ ….

କୁମାର:- ଏଇ ରୁହ ରୁହ …

ସନ୍ଧ୍ୟା:- କଣ ହେଲା ???

କୁମାର:-ତମେ ହାତ ଧୋଇଛ ତ ??

ସନ୍ଧ୍ୟା:- ବଦମାସ!!!!  ଦେବୀଯେ
 ଗୋଟେ… ନିଅ ଖାଅ….

ଏତିକି ବେଳେ କୁମାର ର ମା ଆସିଯାଇଥାଏ….

To be continued…….


Promo: (ସମସ୍ତେ ସିନେମା ଦେଖିବାକୁ ବାହାରିଲେ, କିନ୍ତୁ ଭାଉଜ କୁ ନେଲେ ନାହିଁ, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..





Follow my Blog and find Smruti Tume Sradhanjali Part-159



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_159
Smruti+tume+sradhanjali+in+odia+by+kumars+diary+part+159

Smruti Tume Sradhanjali (A true Story ) Page-158

ସନ୍ଧ୍ୟା:-ତମେ ସେଠୁ କାହିଁକି ଚାଲିଆସିଲ । 
ଶୁଭୁଛି ନା ନାହିଁ, ମୁଁ କଣ କହୁଛି ।

କୁମାର:-ମୁଁ କିଛି ଶୁଣିବିନି, ତମେ ଏଠୁ ଯାଅ ।

ସନ୍ଧ୍ୟା:-ଟିକିଏ କଥାରେ ଏତେ ରାଗ, ଏତେ ରାଗିବାଟା ଭଲ ନୁହଁ ।
 ଚାଲ ଖାଇସାରିବା ତାପରେ କଥା ହବା ।

କୁମାର:- କହିଲି ନା ମୁଁ ଖାଇବିନି । ତମେ ଯାଅ ଏଠୁ ।

ସନ୍ଧ୍ୟା:- ତମେ ଯିବନି ତ ??

କୁମାର:- ନାହିଁ ଯିବିନି… ଯିବିନି… ଯିବିନି…

ସନ୍ଧ୍ୟା:- ମୁଁ ଜାଣିଛି ତମେ କାହିଁକି ରାଗିଛ, Kiss କରିବାକୁ ମନା କରିଲି ବୋଲି ନା ??

କୁମାର ସାମ୍ନାରେ ବସିଥାଏ ।
ମୋତେ ଦେଖ, ଦେଖ ମୁଁ ଏବେ ତମ ସାମ୍ନାରେ ବିସିଲି ମୋତେ ଦେଖ ନହଲେ କାନ୍ଦିପକେଇବି । 
( କୁମାର’ କିଛି ମିନିଟ ଚୁପ ରହିଲା ପରେ ସନ୍ଧ୍ୟା କାନ୍ଦିବାକୁ ଲାଗିଲା )

ମୁଁ ଆଉ ମନାକରିବିନି  ତମର ଯେତେ ଇଚ୍ଛା ସେତେ Kiss କରିପାର, ମୁଁ ମନା କରିବିନି ।

କୁମାର:- ଏଇ ବାୟାଣୀ!!! କାନ୍ଦ ବନ୍ଦ କର । 
ଏତିକି କଥାରେ କିଏ କଣ କାନ୍ଦେ ।
 ମୁଁ କଣ ତମ ଉପରେ ରାଗିପରେ କି ?? 
ଖାଲି ଏମିତି ଟିକେ ମଜା କରୁଥିଲି ।

ସନ୍ଧ୍ୟା:-ପାଗଳ, ମତେ କନ୍ଦେଇଦେଲ ନା । 
ଯାଅ ମୁଁ ତମ ସହ କଥା ହେବିନି ।

କୁମାର:-ହଉ Sorry Sorry ଆଉ କନ୍ଧେଇବିନି । 
ମୋ କଥା ଟିକେ ଶୁଣ । 
ଦେଖ ମୋ ପାଖକୁ ଆସ ।
ଆସିବନି ତ !! ଏଇ ବାୟାଣୀ ତମକୁ କଣ କହୁଛି ପରା ଆସିବ ନା ମୁଁ ଯାଇକି Kiss କରିଦେବି ।
To be continued…….


Promo: (କୁମାର , ସନ୍ଧ୍ୟା କୁ ମନେଇବାକୁ ଲାଗିଲା, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..





Follow my Blog and find Smruti Tume Sradhanjali Part-158



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_158
Smruti+tume+sradhanjali+in+odia+by+kumars+diary+part+158

Smruti Tume Sradhanjali (A true Story ) Page-157



ଭାଉଜ:-ଯାଅ ପାଗଳ !! ବ୍ରସ କରିକି ଆସିବ ହଁ ଶୁଣ ଭଲକି ବ୍ରସ କରିବ ପାଗଳ ।

କୁମାର ଫ୍ରେସ ହେଇକି ଆସିଲା ବେଳକୁ ସନ୍ଧ୍ୟା ସେଠି ନଥାଏ ।

 ମନେ ମନେ କୁମାର ଭାବୁଥାଏ, ତୁ ଯିବୁ କୁଆଡେ ରହ, ତାପରେ Breakfast କରିବାକୁ ବସିଲା ।

 ସମସ୍ତଙ୍କ Breakfast ସରିଯାଇଛି । ଖାଲି କୁମାର, ସନ୍ଧ୍ୟା ଆଉ ଭାଉଜ ଥାନ୍ତି ।

କୁମାର ସନ୍ଧ୍ୟା ଆଉ ଭାଉଜ Breakfast କରିବା ପାଇଁ ବସିଲେ ।
ଭାଉଜ:- ତମେ ଦୁଇଜଣ ବସ ମୁଁ ବାଢିଦଉଛି ।

ସନ୍ଧ୍ୟା:- ନାହିଁ ନାହିଁ ଅପା, ତମେ ବସ ମୁଁ ବାଢି ଦଉଛି । 
ତମ ଦିଅର ବାବୁ ରାଗିଛନ୍ତି ତାଙ୍କୁ ମନେଇବାକୁ ପଡିବ ନା ? ମୁଁ ବାଢୁଛି ତମେ ବସ ।

କୁମାର:-ଭାଉଜ ମୁଁ ଯାଉଛି, ମୋତେ ଆଜି ଭୋକ ଲାଗୁନି ।

ଭାଉଜ:- ଆରେ ସେମିତି କେମିତି ହବ, ତମକୁ ତ ଖାଇବାକୁ ପଡିବ, ବସ ।

କୁମାର:- ନାଇଁ ମ ଭାଉଜ ଇଚ୍ଛା ନାହିଁ ଖାଇବାକୁ । 
ମୁଁ ଆସୁଛି । କୁମାର ସେଠୁ ଚାଲିଯାଇଥାଏ ।

ଭାଉଜ:- ଦେଖୁଛ ତ ସନ୍ଧ୍ୟା କୁମାରର ରାଗକୁ ।

ସନ୍ଧ୍ୟା:-ନାଇମ ଅପା ଏଇଟା ତାଙ୍କର ରାଗ ନୁହଁ ଅଭିମାନ ।ମୁଁ ଜାଣିଛି ତାଙ୍କ ଅଭିମାନ କେମିତି ଭାଙ୍ଗିବ । ତମେ ଖାଉଥାଅ ମୁଁ ତାଙ୍କୁ ନେଇକି ଆସୁଛି ।

ସନ୍ଧ୍ୟା କୁମାର ପାଖକୁ ଯାଇଥାଏ, ଆଉ କହୁଥାଏ…

To be continued…….


Promo: (ସନ୍ଧ୍ୟା ର ଆଖିରେ ଲୁହ, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..





Follow my Blog and find Smruti Tume Sradhanjali Part-157



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_157
Smruti+tume+sradhanjali+in+odia+by+kumars+diary+part+157

Smruti Tume Sradhanjali (A true Story ) Page-156


କୁମାର:- ଇସ୍ କଣ ଲାଗୁଛ ମ !! ତମେ ଲାଜ କଲେ ନା ଭାରି ସୁନ୍ଦର ଦେଖାଯାଉଛ ।
 ହାଏରେ ମୁଁ ମରିଯାଏରେ …

ସନ୍ଧ୍ୟା:-ତମକୁ କହିଥିଲି ପରା ମରିବା କଥା ମୋ ଆଗରେ କହିବନି ବୋଲି । 
ମୁଁ ଏଥର ଲାଜ କରିବିନି, ରାଗିବି ।

କୁମାର:- ଆଲୋ…ଲୋ… ଲୋ…  ମୋ ଧନର କି ରାଗ ।
 ରାଗିଲେ ବି ତମେ ହସିଲା ଭଳିଆ ଲାଗୁଛି ସତରେ ।

ଏ ଧନ ଗୋଟେ Kiss କରିବି  କି???

ସନ୍ଧ୍ୟା:- ନା କିସ୍ ଫିସ୍ କିଛି ବି ନାହିଁ । ତମେ ତ ବ୍ରସ କରିନ ଯାଅ ବ୍ରସ କରିକି ଆସ, ତାପରେ Kiss କରିବ । 
ମୁଁ ରାଗିଛି ଆଉ ତମ ପାଇଁ ଏଇଟା punishment ।

କୁମାର:- ବାପାରେ କି ରାଗ ବ୍ରସ କରିକି ଆସିଲେ ହିଁ Kiss ମିଳିବ, ହଉ ଯାହା ଆପଣଙ୍କ ଆଜ୍ଞା ।
ହଉ ବ୍ରସ କରିକି ଆସୁଛି ତମେ ଏଠି ବସିଥାଅ ।

ବ୍ରସ କରିବାକୁ ଯିବା ସମୟରେ ଭାଉଜ କହୁଛନ୍ତି ।

ଭାଉଜ:-କଣ ସାହେବଙ୍କ ନିଦ ଏବେ ଭାଙ୍ଗିଲା କି ??

କୁମାର:- ନାଇମ ଭାଉଜ କେତେବେଳୁ ଉଠିଲେଣି ଯେ ସନ୍ଧ୍ୟା ସହ ଗେଲ ହଉଥିଲି । 
ଜାଣିଛ ଭାଉଜ ଗୋଟେ Kiss କରିବି କହିଲି ଯେ … ସନ୍ଧ୍ୟା କହିଲା ଯାଅ ବ୍ରସ କରିକି ଆସ ତାପରେ Kiss କରିବ ।

ଆଚ୍ଛା ଭାଉଜ , ତମେ ଭାଇଙ୍କୁ ଏମିତି କେବେ କହିଛ କି ??
To be continued…….


Promo: (କୁମାର ରାଗିଯାଇଥାଏ, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..





Follow my Blog and find Smruti Tume Sradhanjali Part-156



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_156
Smruti+tume+sradhanjali+in+odia+by+kumars+diary+part+156

Smruti Tume Sradhanjali (A true Story ) Page-155



ଏତିକିବେଳେ କୁମାର ସନ୍ଧ୍ୟା କୁ ନିଜ ପାଖକୁ ଟାଣିନେଇଯାଏ … 
ସନ୍ଧ୍ୟା:- ଏ କଣ କରୁଛ ?? ଛାଡ଼ ମୋତେ ମୋ ଧନଟା ପରା ଛାଡ଼ କିଏ ଚାଲିଆସିବ ।

କୁମାର:-କେହି ଆସିବେନି, ଟିକେ ଶୁଣ କାଲି ତମେ ଏମିତି ଦେଖାଯାଉଥିଲ ଯେ ମୋ ମନ ହଉଥିଲା ଖାଲି ତମକୁ ଗେଲ କରିବା ପାଇଁ । 
ହେଲେ କଣ ହବ ଟିକେ ବି ସୁଯୋଗ ମିଳିଲାନି । 
ହେଲେ ଏବେ ଆଉ ସେମିତି ତ ହବନି, ଏବେଠୁ ଗେଲ କରିବା ଆରମ୍ଭ କରିଦେବି ।
 ବେଶି ଗେଲ କରିବିନି ମ ଏବେ ଟିକେ ଗେଲ କରିବି ଫ୍ରେସ ହେଇକି ଆସିଲାପରେ ଦିନସାରା ଗେଲକରିବି । 
ଜାଣିଛ ତମସାଙ୍ଗରେ ଯୋଉଦିନ ଗେଲ ହେଇନଥିବି ସେ ଦିନ କିଛିବି ଭଲ ଲାଗୁନି ।

ସନ୍ଧ୍ୟା:- ଥାଉ ଥାଉ ତମ ଗେଲ କରିବା ସେତିକି ଥାଉ । 
ତମ ଗେଲ କରିବାଟା ମୋତେ ଏମିତି ମରିଦଉଛି ଯେ ମୁଁ ଦିନସାରା ଆଉ କାମ କରିପାରୁନି । 
ତମେ ଜାଣିଛ କାଲି ମାଉସୀଙ୍କ ସହ ତମ କଥା ହଉଥିଲି ଆଉ ସେତିକି ବେଳେ ମାଉସୀଙ୍କୁ ଭାଉଜ ଭାବି ଆମ ରୋମାନ୍ସ କଥା କହିଦେଇଛି ।
 ଯେତେବେଳେ ଜାଣିଲି ମୁଁ ମାଉସୀ ଙ୍କୁ ସବୁକଥା କହିଛି ମତେ ଭାରି ଲାଜ ଲାଗିଲା ।

To be continued…….
 
 
Promo: (ବ୍ରସ୍ କରିକି ଆସିଲେ ସବୁ ମିଳିବ, ପଢିବା Next Page ରେ…… )
 
                
 
କୁମାର ଙ୍କ Personal Diary ରୁ……..
 


 
 
Follow my Blog and find Smruti Tume Sradhanjali Part-155



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_155
Smruti+tume+sradhanjali+in+odia+by+kumars+diary+part+155

Smruti Tume Sradhanjali (A true Story ) Page-154

ସମୀର:-ଆଜ୍ଞା ମୋ କଥା ଟିକେ ଶୁଣନ୍ତୁ ।

ସରିତାର ବାପା:- କଣ ଶୁଣେଇବ ??
 ତମେ ଏୟା କହିବାକୁ ଚାହୁଁଛ କି ମୋ ଝିଅକୁ ନେଇ ସେମାନେ ବାହାଘର କରିଦେଇଛନ୍ତି । 
କଣ ଏୟା ନା ?

ସମୀର:-ଆପଣ ବିଶ୍ୱାସ କରିବେନି ଜାଣିଥିଲି, ସେଥିପାଇଁ ମୁଁ ପ୍ରମାଣ ନେଇକି ଆସିଥିଲି ।
 ଦେଖନ୍ତୁ ଆପଣଙ୍କ ଝିଅର ବାହାଘର ହେଇଯାଇଛି । 
ଦେଖନ୍ତୁ କୁମାର ବି ସେଠି ଅଛି ଆଉ ତାସାଙ୍ଗମାନେ ବି ସେଠାରେ ଅଛନ୍ତି ।

ସରିତାର ବାପା ସେ ଫୋଟୋ ଆଉ ଭିଡ଼ିଓ ଦେଖିଲା ପରେ ରାଗିଯାଇଥିଲେ ।
 ସମୀରକୁ ଧନ୍ୟବାଦ ଜଣେଇଲେ ସେ ସତ ଜଣେଇଥିବାରୁ । 
ସମୀର ମନେ ମନେ ବହୁତ ଖୁସି ହୋଇ ସେଠୁ ଫେରିଯାଇଥିଲା ।

ସରିତାର ବାପାକୁ ଆଉ ରାତିସାର ଆଉ ନିଦ ଲାଗୁନଥାଏ । 
ହେଲେ ସରିତାର ମା ବହୁତ ଖୁସି ହେଇଯାଇଥିଲେ ।
 ରାତିପାହିବା ମାତ୍ରେ ସେ ବାହାରିଯାଇଥିଲେ ଭୁବନେଶ୍ୱର ।
 ସମୀର କହିବା ଅନୁସାରେ ଠିକଣା ଖୋଜି ଖୋଜି ଯିବେ ବୋଲି ଭାବିଛନ୍ତି ।
ଏପଟେ ସବୁକାମ ସୁରୁଖୁରୁରେ ସାରିଦେଇ ସମସ୍ତେ ସକାଳୁ ଉଠି ନିତ୍ୟକର୍ମ ସାରି Breakfast କରିବା କୁ ଚାଲିଲେଣି ।

କିନ୍ତୁ କୁମାରର ନିଦ ଭାଙ୍ଗିନଥାଏ ।
 ସନ୍ଧ୍ୟା, ଆସି Breakfast କରିବା ଯାଗାରେ ଦେଖିଲା “କୁମାର” ନାହିଁ ।
ଭାଉଜକୁ ପଚାରିକି ଜାଣିଲା ସେ ଶୋଇଛି ।
 ଉଠେଇବାକୁ ଚାଲିଲା ।

ସନ୍ଧ୍ୟା:-କୁମାର, କୁମାର କେତେ ଟାଇମ ହେଲାଣି ଦେଖିଲଣି ???
ଆରେ ବାବା ଉଠ ସମସ୍ତେ Breakfast କରିବାକୁ ଗଲେଣି ଉଠ ମୋ ଧନଟା ପରା,ଉଠ ଜଲଦି ।

To be continued…….


Promo: (କୁମାର ପୁରା ରୋମାନ୍ସ mood ରେ, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..





Follow my Blog and find Smruti Tume Sradhanjali Part-154



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_154
Smruti+tume+sradhanjali+in+odia+by+kumars+diary+part+154

Smruti Tume Sradhanjali (A true Story ) Page-153



ଭାଉଜ:- Hello !! Lover Boy ଆଖିରେ ଆଖିରେ କଥା ହବା ସେତିକି ଥାଉ, ସେପଟେ ବାହାଘର ସରିବାକୁ ବସିଲାଣି ।

କୁମାର ଆଉ ସନ୍ଧ୍ୟା ଦୁହେଁ ଲାଜେଇ ଯାଇଥାନ୍ତି । 
ବାହାଘର ସରିଲା ଆଉ ବହୁତ ମଜା ବି ହେଲା । 
ସମସ୍ତେ ଚାଲିଲେ ଖାଇବାକୁ କେଶବ ସରିତା ବି ରୋଷେଇ ହେଇଥିବା ଯାଗାକୁ ଗଲେ । 
ସମସ୍ତେ ବହୁତ ମଜାକଲେ ସମସ୍ତେ ଏକାସାଙ୍ଗରେ ଖାଉଥାନ୍ତି । ସମସ୍ତେ ବହୁତ ମଜାମସ୍ତି କରି ଘରକୁ ଯିବାକୁ ବାହାରିଲେ ।

କୁମାର:-ବାବା ତମମାନେ ସବୁ ଆଗରେ ଚାଲ ମୁଁ ଆଉ ସନ୍ଧ୍ୟା ପଛ ଗାଡ଼ିରେ ଯାଉଛୁ ତାପରେ ସମସ୍ତେ ଆଗରେ ଗଲେ ଆଉ କୁମାର କୁମାର ତା ସାଙ୍ଗମାନଙ୍କ ସହ ମଜା କରି କରି ପଛରେ ଯାଉଥାଏ ।

ଏପଟେ ଏତେ ଖୁସି ଚାଲିଥିବା ବେଳେ ସେପଟେ ସଇତାନ ମାନଙ୍କର ଷଡ଼ଯନ୍ତ୍ର ଚାଲିଥାଏ ।
ସମୀର ତାର ପ୍ଲାନ ଅନୁସାରେ ପଠେଇଥିବା ପିଲାମାନଙ୍କ ଦ୍ଵାରା ସବୁ ଖବର ଫୋଟୋ ସବୁ ହାସଲ କରିଦେଇଥାଏ ।
 ଆଉ ସରିତାର ବାପା ପଖାକୁ ଯାଇଥାଏ ।

ସମୀର:- ଆଜ୍ଞା ଟିକେ କବାଟ ଖୋଲନ୍ତୁ, ମୁଁ ସମୀର ଆପଣଙ୍କ ସହ କିଛି କଥା ଅଛି । ଜଲଦି ଖୋଲନ୍ତୁ ଆଜ୍ଞା ।

ସରିତାର ବାପା ବିରକ୍ତ ହୋଇ କବାଟ ଖୋଲି ସମୀରକୁ ବହୁତ ଗାଳି ଦେଲେ ।

ସରିତାର ବାପା:-ତମର କଣ ସମୟ ଜ୍ଞାନ ବୋଲି କିଛି ଅଛି ନା ନାହିଁ । ରାତି ୧୧.୦୦ ହେଲାଣି କଣ ଆସିକି ଏଠି ଗୋଟେ ତାମସା ଲଗେଇଛ ।

To be continued…….


Promo: (ସରିତା  ର ବାପା ଭୁବନେଶ୍ୱର ଯାଉଛନ୍ତି, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..





Follow my Blog and find Smruti Tume Sradhanjali Part-153



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_153
Smruti+tume+sradhanjali+in+odia+by+kumars+diary+part+153

Smruti Tume Sradhanjali (A true Story ) Page-152

ଅଜିତ:- ଏ ଆକାଶ, ଶଳା ତୋତେ କଣ ଶୁଭୁନି ।

ଆକାଶ:-ମୋତେ କଣ ଶଳା କହୁଛୁ । କଣ ହେଲା ?? ଶଳା ଚାଟିଙ୍ଗ କରୁଛି ଏଠି ଆସି disturb କରୁଛି ।
ଅଜିତ:- ସିଏ ବି ତ ଏଠି ଅଛି ଯାଉନୁ ତା ପାଖରେ ବସିକି କଥା ହେଇଯିବୁ । ଏମିତି ଚାଟିଙ୍ଗ କାଇଁ କରୁଛୁ ।

ଆକାଶ:- ତୁ କଣ ଜାଣିଛୁ ପାଖରେ ଥାଇବି ଦୁରେଇ ଦୁରେଇ ରହିବାରେ ଯୋଉ ମଜା ଆସିଥାଏ ।

କେଶବ:-ଆରେ ଆକାଶ, ଦେଖତ କୁମାର କୁଆଡେ ଗଲା । ସମସ୍ତେ ଏଠି ଅଛ ହେଲେ ସେ କାଇଁ ଦେଖାଯାଉନି । କାମରେ ବ୍ୟସ୍ତ ରହିଯାଉଛି ତାକୁ ଡାକିକି ଆଣିବୁ ଗଲୁ ।

ସେହି ସମୟରେ କୁମାର ଆସିଯାଇଥାଏ ।

କୁମାର:-ଆରେ ସବୁ କାମ ସରିଲାଣି ନା ନାହିଁ, ଜଲଦି ଚାଲ ସେପଟେ ନନା ଆସିଗଲେଣି ।
 ବହୁତ ଲେଟ ହେଇଗଲାଣି ଚାଲ ଚାଲ । 
ସମସ୍ତେ କେଶବ ସହ ବେଦୀ ଉପରକୁ ଗଲେ ।
 ଏପଟେ ସରିତାକୁ ନେଇ ସମସ୍ତେ ବେଦି ଉପରକୁ ଗଲେ ବାହାଘର ଆରମ୍ଭ ହେଇଗଲା ।
 ସମସ୍ତେ ଖୁସିରେ ବାହାଘର ଦେଖୁଥାନ୍ତି । 
କେଶବ ଆଉ ସରିତାର ବାହାଘର ହଉଥାଏ ସିନା ଏପଟେ ସବୁସାଙ୍ଗମାନେ ନିଜ ବାହାଘର କଥା ଭାବୁଥାନ୍ତି । 
କୁମାର ଆଉ ସନ୍ଧ୍ୟା ଆଖିରେ ଆଖିରେ କଥା ହଉଥାନ୍ତି । 
ସେ ମୁହୂର୍ତ୍ତଟା ତ ଏମିତି କହିହବନି ତଥାପି ବହୁତ ସମୟ ଆଖିରେ ଆଖିରେ କଥା ହଉଥିଲେ ସେହି ସମୟରେ ଭାଉଜ ଆସି ସେ ଦୁଇଜଣଙ୍କୁ ଚିଡ଼େଇବା ଆରମ୍ଭ କରିଦେଲେ ।


To be continued…….


Promo: ( ସମୀର, ବାହାଘର ର ଫୋଟୋ ଆଉ ପ୍ରମାଣ ନେଇ ସରିତା ର ବାପା ପାଖରେ ପହଂଚିଛି, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..





Follow my Blog and find Smruti Tume Sradhanjali Part-152



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_152
Smruti+tume+sradhanjali+in+odia+by+kumars+diary+part+152

Smruti Tume Sradhanjali (A true Story ) Page-150



ସାଙ୍ଗମାନେ ମିଶି କେଶବ ଆଉ ସରିତାକୁ ସଜେଇବା ପାଇଁ ମନ୍ଦିର ଭିତରେ ଥିବା Room କୁ ନେଇଗଲେ ।
 କୁମାର ଆଉ ମାଧବ ବାବୁ ବାହାଘର କାମରେ ଲାଗିପଡ଼ିଥାନ୍ତି । 
ଏପଟେ କୁମାର(ଶାନ୍ତନୁ) ର ମା ଆଉ ଭାଉଜ ଦୁହେଁ ଠାକୁର ଦର୍ଶନ କରିସାରି ସରିତା ସଜେଇ ହେଉଥିବା ରୁମକୁ ଯାଇଥାନ୍ତି ।
 ସମସ୍ତଙ୍କ ମୁହଁରେ ଖୁସି ଥିବାବେଳେ ସରିତା ବହୁତ ଦୁଃଖୀ ଜଣାପଡୁଥାଏ ।

ଏତିକି ବେଳେ ଶାନ୍ତନୁର ମା କହୁଥାନ୍ତି:-
ମା:- ଆରେ ସରିତା, ତୁ କଣ ଏମିତି ଦୁଃଖି ଜଣାପଡୁଛୁ । କଣ?  ଘରକଥା ମାନେପଡୁଛି କି?

ସରିତା:- କିଛି ନାହିଁ ମାଉସୀ ।

ମା:- କିଛି ତ ନିଶ୍ଚୟ ଅଛି ! ଆଜି ଏତେ ବଡ଼ ଖୁସି ଦିନରେ ଏମିତି ଦୁଃଖି ରହିବା କଥା ନୁହଁ ।
 କଣ ହେଇଛି କହ ମୋ ମାଆ ଟା ପରା ତୋ ମାଉସୀ କୁ କହିବୁନି ।

ସରିତା କାନ୍ଦିପକେଇଥାଏ ।

ସରିତା:- ମୋ ବୋଉ କଥା ବହୁତ ମନେ ପଡୁଛି ।
 ବହୁତ ଡର ବି ଲାଗୁଛି,ଯଦି ବାବା ଏ ବିଷୟରେ ଜାଣିବେ ତା ହାଲେ ମୋ ଅବସ୍ଥା କଣ ହବ । ମୁଁ ନିଜେ ବି ଜାଣିନି ।

ମା:- ଏଇ କଥା ପାଇଁ ଏମିତି କାନ୍ଦୁଛୁ, ଶୁଣ ସେମିତି କିଛି ହବନି ।
 ତୁ ଖାଲିଟା ରେ ବ୍ୟସ୍ତ ହଉଛୁ । ସେ ସବୁ ଚିନ୍ତା କରନି ଯାହା ହବ ସବୁ ଭଲ ହବ । ଏବେ ହସିଦେ ….. ହସିଦେ….. ହସିଦେ ।

ସରିତା ଧିରେ ଧିରେ ହସୁଥାଏ ।

To be continued…….


Promo: (ସବୁ ସାଙ୍ଗ ମାନେ ମଜା ମସ୍ତି କରୁଥାନ୍ତି, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..





Follow my Blog and find Smruti Tume Sradhanjali Part-150



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_150
Smruti+tume+sradhanjali+in+odia+by+kumars+diary+part+150

Smruti Tume Sradhanjali (A true Story ) Page-151

ମା:- ଏବେ ଯାଇକି ହେଲା ।
 ମୋ ସୁନା ଝିଅ ଆଲୋ ମା ପ୍ରଗତି ସରିତା ପାଇଁ ଯୋଉ ଗହଣା ସବୁ ଆଣିଥିଲି ଦେଲୁ, ତାକୁ ମୁଁ ମୋ ନିଜ ହାତରେ ପିନ୍ଧେଇ ଦେବୀ ।

ମୋ ସୁନା ଝିଅ ତ ପୁରା ରାଜକୁମାରି ପରି ଲାଗୁଛି ।
 ତତେ କାହାର ନଜର ନଲାଗୁ । ଏମିତି କହି ଶାନ୍ତନୁର ମା ସେଠୁ ପଳେଇଯାଇଥାନ୍ତି । 
ଏପଟେ ଭାଉଜ ଆଉ ସରିତାର ସବୁ ସାଙ୍ଗମାନେ ମିଶି ସରିତା ସହ ମିଶି ମଜା କରୁଥାନ୍ତି, ଏପଟେ କେଶବର ସାଙ୍ଗମାନେ କେଶବ ସହ ମଜା କରୁଥାନ୍ତି ।

ବିକ୍ରମ:- ଭାଇ (କେଶବ) ତୁ ତ ଆଜି ଆକାଶରେ ଉଡୁଥିବୁ ନାହିଁ ??

ଦୀପକ:-ଭାଇ ତୁ ବଡ଼ ଭାଗ୍ୟବାନ ରେ ଯାହାକୁ Love କରୁଥିଲୁ ତାକୁ ହିଁ ବାହା ହବାକୁ ଯାଉଛୁ ।

 ନାରାୟଣ:- ତୁ ଠିକ୍ କହିଛୁରେ ଭାଇ,  ହେଲେ ଏମିତି ବହୁତ କମ ଜଣ ଅଛନ୍ତି, ଯାହାକୁ Love କରୁଛନ୍ତି ତାକୁ ବାହା ହଉଛନ୍ତି । 
ଆଉ ବାକି ଯେତେସବୁ ରହିଲେ Love କରିବେ ଜଣକୁ ବାହାହେବେ ଜଣକୁ ।
 ହଉ ଛାଡ଼ ସେ କଥା ଆକାଶ କୁଆଡେ ଗଲା । 
ହେଇ ଦେଖ ଆମେ ଏଠି କଥା ହଉଛୁ ହେଲେ ୟାକୁ(ଆକାଶ) ଦେଖ !! ଗୋଟେ କୋଣରେ ବସି ମୋବାଇଲ ରେ ଲାଗିଛି ।


To be continued…….


Promo: ( କୁମାର, ଆଉ ସନ୍ଧ୍ୟା ବାହାଘର ସମୟରେ ଇସାରା ରେ କଥା ହେଉଥାନ୍ତି, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..





Follow my Blog and find Smruti Tume Sradhanjali Part-151



Follow My Pages:- 


Thanks….

Smruti_tume_sradhanjali_in_odia_by_kumars_diary_part_151
Smruti+tume+sradhanjali+in+odia+by+kumars+diary+part+151

Smruti Tume Sradhanjali (A true Story ) Page-149

ମାଧବ ବାବୁ(ବାବା):- ମୁଁ ତମ ସମସ୍ତଙ୍କ ପାଇଁ କିଛି ଜିନିଷ ଆଣିଛି । 

ଏଇ ନିଅ ସମସ୍ତେ, ଆଉ ଜଲଦି ରେଡି ହେଇକି ଆସ, ଆମ ପାଖରେ ଟାଇମ ନାହିଁ, ସେପଟେ ପୁଣି ବହୁତ କାମ ବାକି ଅଛି ।

କୁମାରର ସାଙ୍ଗମାନେ କହନ୍ତି-
ଏସବୁ କଣ ଦରକାର ଥିଲା ମଉସା, ଆମେ ସମସ୍ତେ ତ ନୁଆଁ ଡ୍ରେସ ଆଣିଛୁ । ଆପଣ କାହିଁକି ଏସବୁ ଖର୍ଚ୍ଚ କରୁଥିଲେ ।

ମାଧବ ବାବୁ:- ମୁଁ ଜାଣିଛି ତମମାନେ ଆଣିଥିବ, ହେଲେ ମୋର ପୁଣି କିଛି କର୍ତ୍ତବ୍ୟ ଅଛି ନା ନାହିଁ ।

 ମୋ ପୁଅ ସାଙ୍ଗର ବାହାଘର ମାନେ ମୋର ବି ସେ ପୁଅ । ଆଉ ତମମାନେ ତା ସାଙ୍ଗ ହିସାବରେ ମୋର ବି ପୁଅ, ସେଥିପାଇଁ ମୋ ପୁଅ-ଝିଅ ମାନଙ୍କପାଇଁ ଏସବୁ ଆଣିଛି ।

ଠିକ୍ ଅଛି ଯାଅ ରେଡି ହେଇକି ଆସ । ଯାଅ….. ଯାଅ……

ତାପରେ ଯାଇକି ସମସ୍ତେ ରେଡି ହଉଥାନ୍ତି । କିଛି ସମୟ ଭିତରେ ସମସ୍ତେ ରେଡି ହେଇକି ବାହାରିଲେ । 

ସମସ୍ତଙ୍କ ମନରେ ନୁଆଁ ଖୁସି ଉଲ୍ଲାସ ଦେଖା ଯାଉଥାଏ ।।
ବର(କେଶବ), କନିଆ(ସରିତା) ଦୁହେଁ ପୁରା ଝକାସ ଦେଖାଯାଉଥାନ୍ତି । ସେପଟେ ରୋଷେଇ କାମ ବି ଜୋରସାର ରେ ଚାଲିଥାଏ । ସମସ୍ତେ ମନ୍ଦିର ରେ ଆସି ପହଞ୍ଚି ଯାଇଥାନ୍ତି ।

ମନ୍ଦିରରେ ପହଞ୍ଚିବାପରେ ମନ୍ଦିରର ମାହୋଲ ଦେଖି ସମସ୍ତେ ବହୁତ ଖୁସି ହେଇଯାଇଥାନ୍ତି ।

ସବୁଠୁ ବେଶି ଖୁସି ଜଣାପଡୁଥାଏ ସନ୍ଧ୍ୟା । ତାର ବହୁତ ଦିନର ସ୍ୱପ୍ନ ଆଜି ପୂରଣ ହେଇଯାଇଛି ।


To be continued…….


Promo: ( ସରିତା ର ମନ ଦୁଃଖ, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..





Follow my Blog and find Smruti Tume Sradhanjali Part-149



Follow My Pages:- 

Thanks….

Smruti Tume Sradhanjali (A true Story ) Page-148


ସନ୍ଧ୍ୟା:- ହଉ ହଉ ଆଖି ବନ୍ଦ କରୁଛି ।
କୁମାର:- ଏବେ ଧିରେ ଧିରେ ଆଖି ଖୋଲ ।

ସନ୍ଧ୍ୟା ଆଖି ଖୋଲିଲା ପରେ ସବୁ ଜିନିଷ ଦେଖି ଖୁସି ହେଇଯାଇଥାଏ । ଆଉ କହୁଥାଏ ।

ସନ୍ଧ୍ୟା:- ଆରେ, ଏସବୁ ତ ତମେ ସରିତା ପାଇଁ ଆଣିଛ ନା ??ହେଲେ ମୋତେ କଣ ଦଉଛ  ।

କୁମାର:- ତମେ ସତରେ ଗୋଟେ ବାୟାଣୀ । ସେ କଥା କଣ କି ? ମୁଁ ତ ତମ ପସନ୍ଦ ଭଲରେ ଜାଣିନି ନା କେମିତି କଣ ତମକୁ ଉପହାର ଦେବି ଜାଣିପାରିଲିନି ସେଥିପାଇଁ ତମକୁ ସରିତା ପାଇଁ କହି ଜିନିଷ ସବୁ ତମ ପସନ୍ଦର ଆଣିଲି । 
ହେଲେ ଜିନିଷ କିଣିବା ପରେ ଯେତେବେଳେ କି ମନା କରୁଥାଏ କି ଏସବୁ ତମ ପାଈଁ ନୁହଁ, ସେତେବେଳେ ମୁଁ ଦେଖିଛି ତମ ମୁଁହ ଶୁଖିଯାଉଥିଲା । 
ହଉ ଛାଡ଼ ସେ କଥା । 
ଏ Suprise ଟା କିଛି ଭଲଲାଗିନଥିବ ତମକୁ !!
 ମୁଁ ଜାଣିଛି !! 
ହେଲେ ସକାଳ ହେଲେ ତମପାଇଁ ଗୋଟେ ବହୁତ ବଡ଼ Suprise ଅଛି । 
ତମ ଜୀବନର ଗୋଟେ ବଡ଼ ଆଶା ପୂରଣ ହବାକୁ ଯାଉଛି । 
ହଉ ତମେ ଏବେ ଯାଅ ଶୋଇ ଯାଅ , ବହୁତ ରାତି ହେଲାଣି । 
ହଁ ଶୁଣ ଏ ଶାଢ଼ୀ କାଲି ପିନ୍ଧିବ ହେଲା । 
ତାପରେ ଦୁହେଁ ନିଜ ନିଜ ରୁମକୁ ଚାଲିଗଲେ । 
ସକାଳ ହେଲା …
ପ୍ରଥମେ ଶାନ୍ତନୁର ମା ଆସି ସନ୍ଧ୍ୟାକୁ ଜନ୍ମଦିନର ଶୁଭେଚ୍ଛା ଜଣେଇଲେ ।
 ତାପରେ ଜଣେ ଜଣେ କରି ସମସ୍ତ ସାଙ୍ଗ ଭାଉଜ, ଭାଇ ଆଉ ବାବା ମଧ୍ୟ ଶୁଭେଚ୍ଛା ଜଣେଇଲେ । 
ତାପରେ ଶାନ୍ତନୁ ର ବାବା ଶାନ୍ତନୁର ସବୁ ସାଙ୍ଗମାନଙ୍କୁ ଡାକି କହୁଥାନ୍ତି ।


To be continued…….


Promo: (ମାଧବ ବାବୁ, ସମସ୍ତଙ୍କ ପାଇଁ କିଛି ଉପହାର ଆଣିଛନ୍ତି, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..





Follow my Blog and find Smruti Tume Sradhanjali Part-148



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_148
Smruti+tume+sradhanjali+in+odia+by+kumars+diary+part+148

Smruti Tume Sradhanjali (A true Story ) Page-147

କୁମାର :- ତମେ ପ୍ରଥମେ ଚାଲ ତାପରେ କହିବି ।

କୁମାର ସନ୍ଧ୍ୟାର ହାତ ଧରି ଛାତ ଉପରକୁ ନେଇଗଲା ।

ସନ୍ଧ୍ୟା:- କଣ କାମ ଅଛି ଜଲଦି କୁହ, କିଏ ଯଦି ଚାଲିଆସିବ କଥାଟା ବହୁତ ଖରାପ ହେଇଯିବ ।

କୁମାର:- କିଛି ହବନି, ତମେ ଖାଲି ଟାରେ ବେଶି ଚିନ୍ତା କରୁଛ । ହଉ ଛାଡ଼ ସେ କଥା, ଏବେ ଆଖି ବନ୍ଦ କର ।

ସନ୍ଧ୍ୟା:- କଣ କହିବ ବୋଲି କହୁଥିଲ ପରା??
ଆଖି କଣ ପାଇଁ ବନ୍ଦ କରିବି ଯେ ??

କୁମାର:- ଆରେ ମୋ ବାୟାଣୀ, ଆଖି ବନ୍ଦ କର ତାପରେ କହିବି । ଜଲଦି ବନ୍ଦ କର ।

Many Many Happy Returns Of The Day…..

Happy Birthday To You
Sandhya ….. I Love You ….

ଏବେ ଆଖି ଖୋଲ । 
ଆଖି ଖୋଲିଲା ପରେ ଦେଖିଲା କୁମାର ହାତରେ ଥାଏ ଗୋଟେ ଫୁଲତୋଳା ।

ସନ୍ଧ୍ୟା:- Thank You So Much !! I Love You Too 
ଆଚ୍ଛା ମୋର ଆଜି Birthday ବୋଲି ମୁଁ ଭୁଲିଯାଇଥିଲି, ତମେ କେମିତି ମନେ ରଖିଛ ।

କୁମାର:-ମନେରଖିବିନି କେମିତି ଏଇଟା ମୋ ପାଇଁ ତମ ସାଙ୍ଗରେ First Birthday ।
 ତାଛଡା ମୁଁ ଏଇ ଦିନଟାକୁ ବହୁତ ଦିନ ଧରି ଅପେକ୍ଷା କରିଥିଲି ।

 ହଉ ଛାଡ ସେ କଥା ତମପାଇଁ କିଛି ଜିନିଷ ଆଣିଛି ତମେ ପୁଣି ଆଖି ବନ୍ଦକର ।
To be continued…….


Promo: (କୁମାର, ସନ୍ଧ୍ୟା କୁ surprise ଦେଉଛି , ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..





Follow my Blog and find Smruti Tume Sradhanjali Part-147



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_147
Smruti+tume+sradhanjali+in+odia+by+kumars+diary+part+147

Smruti Tume Sradhanjali (A true Story ) Page-146

ସମୀର:- କି ଭଳିଆ ଲୋକ କେଜାଣି, ଝିଅର ଏଠି ବାହାଘର ହବାକୁ ଯାଉଛି ବାପାକୁ କହିବାରୁ କହୁଛି, କଣ ଟାଇମ ନାହିଁ !! ହଉ ଦେଖାଯାଉ କଣ ହଉଛି ।

 ଏପଟେ କୁମାରର ସାଙ୍ଗମାନେ ଆଉ ବାକି ସମସ୍ତେ ଖାଇସାରି ସୋଇପଡିଲେଣି ।
ରାତି ପ୍ରାୟ ୧୧.୦୦ ପରେ ହେଲାଣି ହେଲେ କୁମାରକୁ ନିଦ ହଉନଥାଏ ।
 ସେ ଖାଲି ଭାବୁଥାଏ, କେତେବେଳେ ୧୨.୦୦ ଟା ହବ ଆଉ ସନ୍ଧ୍ୟାକୁ ସେ Birthday Wish ଜଣେଇବ ।
 ତାପରେ ୧୨.୦୦ ଟା ବାଜିବାକୁ 5 ମିନିଟ ଅଛି କୁମାର ସନ୍ଧ୍ୟା ଶୋଇଥିବା ରୁମକୁ ଧିରେ ଧିରେ ଯାଉଥାଏ ।
 ଧିରେ ଧିରେ ଯାଇ ସନ୍ଧ୍ୟା ପାଖରେ ପହଞ୍ଚି ଯାଇଥାଏ । 
ରୁମଟା ପୁରା ଅନ୍ଧକାର ଥାଏ, ତଥାପି କୁମାର ଖୋଜି ଖୋଜି ସନ୍ଧ୍ୟା Bed ପାଖକୁ ଗଲାପରେ ସନ୍ଧ୍ୟା ପାଖରେ ଶୋଇଗଲା । 
ସନ୍ଧ୍ୟା ଯେମିତି କଡେଇ ହେଇଛି ତା ପାଖରେ କିଏ ଶୋଇଛି ଦେଖିଲା ବେଳକୁ କୁମାର !!

 କୁମାରକୁ ଧିରେ ଧିରେ କହୁଥାଏ ।

ସନ୍ଧ୍ୟା:-ଏତେ ରାତିରେ ତମେ ଏଠି କଣ କରୁଛ ?? କିଏ ଯଦି ଦେଖିବ କଣ ଭାବିବ ତମେ ଏଠୁ ଯାଅ ।

କୁମାର:-ଆରେ ପାଟି ବନ୍ଦ କର, ଆଉ ମୋ ସହ ଛାତ ଉପରକୁ ଆସ କାମ ଅଛି ।

ସନ୍ଧ୍ୟା:- କଣ କାମ ଅଛି ??
To be continued…….


Promo: (କୁମାର , ଛାତ ଉପରେ, ସନ୍ଧ୍ୟା କୁ Birthday wish କରୁଛି, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..





Follow my Blog and find Smruti Tume Sradhanjali Part-146



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_146
Smruti+tume+sradhanjali+in+odia+by+kumars+diary+part+146

Smruti Tume Sradhanjali (A true Story ) Page-145


ଏପଟେ ସମୀର ତା ଲୋକମାନଙ୍କୁ ଭୁବନେଶ୍ୱର ରେ ବି କୁମାର ପଛରେ ପଠେଇଦେଇଥାଏ ।

 ସେମାନେ କୁଆଡ଼େ ଯାଉଛନ୍ତି ଆଉ କଣ କରୁଛନ୍ତି ତାର ସବୁ ଟିକ୍ ନିକ୍ ଖବର ସମୀରକୁ ଦେଉଥାନ୍ତି ।

 (ସରିତାର ବାପାକୁ Call କରି ସମୀର କହୁଥାଏ )

ସମୀର:-ଆଜ୍ଞା ନମସ୍କାର!! ମୁଁ ସମୀର,  ସେଦିନ ଆପଣଙ୍କ ଘରକୁ ଯାଇଥିଲି । ଜାଣିପାରିଲେ ଆପଣ ??

ସରିତାର ବାପା:- ହଁ ଜାଣିପାରିଲି ହେଲେ ତମେ ସେଦିନ ଯୋଉ ମିଛ କହିଲ ସେଥିପାଇଁ ମୁଁ ମୋ ଝିଅକୁ ସନ୍ଦେହ କଲି । ଆଜି ପୁଣି କଣ କହିବ ।

ସମୀର:- ଆଜ୍ଞା, ଆସନ୍ତା କାଲି ଆପଣଙ୍କ ଝିଅ ଆଉ କେଶବର ବାହାଘର ହେଉଛି ।

ସରିତାର ବାପା:- Hello, Mister !! ତମ ମିଛ କଥାରେ ମୁଁ ଫସିବାର ନାହିଁ  । ଆଉ କେତେ ମିଛ କହିବ ।

ସମୀର:- ମୁଁ ସତ କହୁଛି ଆଜ୍ଞା ଆପଣଙ୍କୁ ଯଦି ବିଶ୍ୱାସ ନହଉଛି ତାହାଲେ ଆପଣ ଆସି ଦେଖିପାରନ୍ତି 
। 
ଆସନ୍ତା କାଲି ଦିନ ୧୧.୦୦ ରେ ଆଉ ଲିଙ୍ଗରାଜ ମନ୍ଦିରରେ ।

ସରିତାର ବାପା:- ବହୁତ ହେଇଗଲା । 

ସେଦିନ ବି ମୋତେ ଟାଇମ କହି ଜାଗା କହି ଠକିଥିଲ, ମୋ ଟାଇମ ଖରାପ କରିଥିଲ । 

ଆଜି ପୁଣି କହୁଛ ??  ଭୁବନେଶ୍ୱର ଯିବି ମୋର କିଛି କାମ ଧନ୍ଦା ନାହିଁ ନା କଣ ?? 

 ଫୋନ ରଖ କୁଆଡୁ କୁଆଡୁ ଚାଲିଆସୁଛନ୍ତି ସବୁ ।

ଏତିକି କହି ସରିତାର ବାପା ଫୋନ କାଟିଦେଇଥିଲେ ।


To be continued…….


Promo: ( ରାତି 12 ଟା ରେ, କୁମାର, ସନ୍ଧ୍ୟା କୁ Wish କରିବାକୁ ସନ୍ଧ୍ୟା ର Room ପହଂଚିଥାଏ, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..





Follow my Blog and find Smruti Tume Sradhanjali Part-145



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_145
Smruti+tume+sradhanjali+in+odia+by+kumars+diary+part+145

Smruti Tume Sradhanjali (A true Story ) Page-144


ଏ ମ୍ୟାଡ଼ମ ଯେତିକି ପାଣିପୁରି ଖାଇବେ ତାଙ୍କୁ ଦିଅ, ମୁଁ ଟଙ୍କା ଦେବି ।
(ସେଠି ସନ୍ଧ୍ୟା ମନ ଭରି ପାଣି ପୁରୀ ଖାଇଲା ଆଉ କୁମାର କୁ Thanks କହିଲା ।)

ତାପରେ ସେଠୁ ପାଣିପୁରି ଖାଇ ଆଗକୁ ବାହାରିଗଲେ ଆଉ ପହଁଚିଲେ ପ୍ରିୟାଇଣ୍ଟରପ୍ରାଇଜେସ ରେ । ସାଗର ସବୁ ସାମାନ କିଣିସାରିଥାଏ । ତାପରେ ମିଶିକି ଘରକୁ ଚାଲିଲେ । ଘରକୁ ଗଲାପରେ ସନ୍ଧ୍ୟା କୁମାରକୁ କହୁଥାଏ ।

ସନ୍ଧ୍ୟା:- ଆଚ୍ଛା କୁମାର ଆମେ ଯୋଉ ସାମାନ ଆଣିଲେ ଆଣୁନ” ତାକୁ ଆମ ସାଙ୍ଗମାନଙ୍କୁ ଦେଖେଇବା ।

କୁମାର:- ଆରେ ଏବେ ଦେଖିଲେ କଣ ହବ !! କାଲି ମନ୍ଦିରରେ ଯେତେବେଳେ ସରିତା ଆଉ କେଶବ ପିନ୍ଧିକି ଆସିବେ ସେତେବେଳେ ଦେଖି ଦେବ, ଏବେ ଦେଖିଲେ ଭଲ ଲାଗିବନି,
ସନ୍ଧ୍ୟା:-ହଉ ଠିକ ଅଛି !! କୋଉ ମନ୍ଦିରରେ ବାହାଘର ହବ ??

କୁମାର:- ସେଇଟା ବାବା ଠିକ କରିଥିବେ ମୁଁ ଜାଣିନି । କାଇଁ କଣ ହେଲା କି ??

ସନ୍ଧ୍ୟା:- ନାଇଁ ଏମିତି ପଚାରିଲି । ତମେ ଏବେ କୁଆଡ଼େ ଯିବ । ମୋ ପାଖରେ ଟିକେ ବସୁନ ଏକୁଟିଆ ଏକୁଟିଆ ଲାଗୁଛି ।

କୁମାର:- ମୁଁ ଜାଣିଛି ତମକୁ ଏକୁଟିଆ ଲାଗୁଥିବ । ସେଥିପାଇଁ ମୁଁ ଯାହା କହୁଛି ଶୁଣ । ମୁଁ ଭାଉଜଙ୍କ ପାଖରେ ମେହେନ୍ଦି ରଖିଦେଇଛି ଆଣିକି ସରିତା ହାତରେ ମେହେନ୍ଦି କର ।

 ମୋ ଧନ ଟା ପରା, ଆଜି ମୋ ପାଖରେ ବହୁତ କାମ ଅଛି, ତମ ପାଖରେ ବସିବାକୁ ଇଛା ଥିଲେବି ବସିପାରୁନି ।

 କିଛି ଭାବିବନି ହେଲା ମୁଁ ଆସୁଛି ।
କୁମାର ଚାଲିଗଲା, ଆଉ ସନ୍ଧ୍ୟା ବି ଚାଲିଗଲା ମେହେନ୍ଦି କରିବାକୁ ।

To be continued…….


Promo: (ସମୀର ,ସରିତା ର୍ ବାପା କୁ ଫୋନ କରି, ସରିତା ର୍ ବାହାଘର ବିଷୟରେ କହୁଛି, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..





Follow my Blog and find Smruti Tume Sradhanjali Part-144



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_144
Smruti+tume+sradhanjali+in+odia+by+kumars+diary+part+144

Smruti Tume Sradhanjali (A true Story ) Page-143

ସନ୍ଧ୍ୟା:- ଏଠି କଣ କିଣିବ ? ମୋ ପାଇଁ କିଛି କିଣିବ ବୋଧେ ??

କୁମାର:- ତମେ କଣ ବାହା ହଉଛ କି ତମ ପାଇଁ କିଣା ହବ ଯେ!!  ଭିତରକୁ ଆସ ସରିତା, କେଶବ ପାଇଁ ମୁଦି କିଣିବାକୁ ପଡିବ ।

ସନ୍ଧ୍ୟା ତମ ଆଙ୍ଗୁଠି ମାପଟା ଦେଲ, ତମ ଆଙ୍ଗୁଠି ମାପରେ ସରିତା ପାଇଁ ମୁଦି ଆଣିଲେ ହେଇଯିବ ।
 ମୁଁ ମୋ ମାପରେ କେଶବ ପାଇଁ ନେଇଯାଉଛି ।
 ସେଠୁ ମୁଦି କିଣି ଆସିବା ବାଟରେ ଜଣେ ପାଣିପୁରି ବିକୁଥିବା ଲୋକକୁ ଦେଖି କୁମାର-ସନ୍ଧ୍ୟା କୁ କହୁଥାଏ ।

କୁମାର:- ସନ୍ଧ୍ୟା ତମ ପାଈଁ ବଢିଆ ଜିନିଷ ଟେ କିଣା ହବ ଆସ ।

ସନ୍ଧ୍ୟା ପୁରା ଖୁସି ହେଇ ଆସିଯାଇଥାଏ ।

ଦେଖ ସେ ଗଛ ପାଖରେ ଯୋଉ ପାଣିପୁରି ଵାଲା ଠିଆହେଇଛି ସେଠିକି ଚାଲ ।
 ତମର ପାଣିପୁରି ବହୁତ ପସନ୍ଦ ନା ଚାଲ ଯିବା ।

ସନ୍ଧ୍ୟା:- ମୋର ପାଣିପୁରି ପସନ୍ଦ ବୋଲି କେମିତି ଜାଣିଲ ??

କୁମାର:- ସେ କଥା କଣ କି ତମ ଝିଅ ମାନଙ୍କର ପାଣିପୁରି ପସନ୍ଦ ନା ସେଥିପାଇଁ ମୁଁ ଭାବିନେଲି ତମର ବି ହେଇଥିବ । ତମର ପସନ୍ଦ ନାହିଁ କି ??

ସନ୍ଧ୍ୟା:- କିଏ କହିଲା ନାହିଁ ବୋଲି, ମୋର ତ ବହୁତ ପସନ୍ଦ, ଚାଲ ଜଲଦି ନହଲେ ସରିଯିବ ।

କୁମାର:- ଆରେ ଧୀରେ ଚାଲ ଏତେ ଜଲଦି ସରିବନି ।

ପାଣିପୁରି ଵାଲା ପାଖରେ ପହଞ୍ଚି କୁମାର କହୁଥାଏ –



To be continued…….


Promo: (ସନ୍ଧ୍ୟା କହୁଛି କୁମାର କୁ ପାଖରେ ବସିବାକୁ, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..





Follow my Blog and find Smruti Tume Sradhanjali Part-143



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_143
Smruti+tume+sradhanjali+in+odia+by+kumars+diary+part+143

Smruti Tume Sradhanjali (A true Story ) Page-142

କୁମାର:- ସନ୍ଧ୍ୟା !! ସାଗର ଭାଇ!  ଏଠି ସବୁ ସାମାନ କିଣା କିଣି କରୁ, ଆସ ଆମେ ଆଉ ଗୋଟେ ଦୋକାନ ଯିବା । 

ତମ ପାଈଁ ଗୋଟେ ଜିନିଷ କିଣିବାର ଅଛି । 

ଭାଇ ସବୁ ସାମାନ କିଣିବୁ ଗୋଟେବି ସାମାନ ଛାଡ଼ିବୁନି । 

ଚାଲ ଆମେ ଯିବା ।

ସନ୍ଧ୍ୟା:- (ଦୋକାନ ରେ) ଏଠି କଣ କରିବ ??

କୁମାର:- କେଶବ ଆଉ ସରିତା ପାଇଁ Gift କିଣିବା । 

ମୁଁ ଗିଫ୍ଟ କିଣି ପାରେନି, ତମେ ଭଲ Gift ବାଛନା, ସେଥିପାଇଁ ମୁଁ ତମକୁ ଆଣିଛି । 

ହଉ ବାଛ ଦୁଇଟା ନବାକୁ ପଡିବ ନା !!
ଦୁଇଟା ଗିଫ୍ଟ କିଣି ସେଠୁ ବାହାରିଲେ ପୁଣି ଗୋଟେ ଶାଢ଼ୀ ଦୋକାନ କୁ ଗଲେ ।
ସନ୍ଧ୍ୟା:- ମୋ ପାଇଁ ଶାଢ଼ୀ କିଣିବ ନା କଣ ??
କୁମାର:- ହଁ ତମ ପାଇଁ!!!  ପ୍ରଥମେ ଭିତରକୁ ଚାଲ ।
 ଦୋକାନୀ ଭାଇଙ୍କୁ , ଭାଇ!!  ବାହାଘର ପାଇଁ ଶାଢ଼ୀ ଦେଖେଇଲ ।
 ସନ୍ଧ୍ୟା ଦେଖ ତମ ପସନ୍ଦର ଯୋଉଟା ଭଲ ଲାଗିବ Select କର । 
ହଁ କେବେଳ ଦୁଇଟା ବେଶି ନୁହଁ ।

ସନ୍ଧ୍ୟା:- ହଉ ଠିକ ଅଛି । 

ତାପରେ 2ଟା ଶାଢ଼ୀ କିଣି ବାହାରିଲା ବେଳେ କୁମାର କହୁଥାଏ ।

କୁମାର:- ଏତେ ଖୁସି ହୁଅନି ବା, ଏ ଶାଢ଼ୀ ତମ ପାଈଁ ନୁହଁ, ସରିତା ପାଈଁ । 
ମୁଁ ଭଲ ଶାଢ଼ୀ ବାଛିପାରେନି ସେଥିପାଇଁ ତମକୁ ଆଣିଛି ।

ସନ୍ଧ୍ୟା:-(ମୁହଁ କୁ ଫୁଲେଇ କରି ) ଆଉ ମୋ ପାଇଁ କଣ କିଣିବ ??

କୁମାର:- ତମ ପାଈଁ ତ ମୁଁ ସ୍ପେସିଆଲ ଜିନିଷ କିଣିବି କାହିଁକି ବ୍ୟସ୍ତ ହଉଛ ।

ତାପରେ ଗୋଟେ ଜୁଏଲାରି ଦୋକାନକୁ ଗଲେ । ସେଠି ସନ୍ଧ୍ୟା କୁମାର କୁ ପଚାରୁଥାଏ ।


To be continued…….


Promo: (କୁମାର ଆଉ ସନ୍ଧ୍ୟା ,ପାଣି ପୁରୀ ଖାଇବାକୁ ଯାଉଛନ୍ତି, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..






Follow my Blog and find Smruti Tume Sradhanjali Part-142



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_142
Smruti+tume+sradhanjali+in+odia+by+kumars+diary+part+142