Tag Archives: #love_forever

Friend ya lover

Hello, friends tried to write something different today…
In other words, this question arises in the mind of some, but no one asks or no one can ask…
I started writing a little bit last night a close friend of mine “Santosh Kumar” asked again about this. Then I gave him the complete information about this question.


My friend was satisfied with this information. Hope you also get satisfaction from this information.
So let’s go….


I am Nilamadhab and welcome back to my blog let’s start today’s content.
The question is:
Can a lover become a friend?????
There are many answers but I will try to explain them in brief…
The root cause of all this is greed.
How and what?
You will know the answer gradually.


• First, a friend can become a lover, but a lover can never become a friend.


• Generally speaking, there is complete dependence on the person holding the relationship.


• He is sometimes worried about how he will try to restore the relationship.


• Will he accept her as a friend or as a lover?


• If the relationship has taken the form of love, then the work of a good friend is done.


• A romantic relationship begins. We may call that relationship friendship to express it to others but the truth is that it is love.


• It is not bad to give him the gift of a friend, but love for him is built up in the heart. How to consider him a friend??


• Yes, it is possible if we can change our state of mind and emotions before we get too far into it.


• Then the boyfriend can get rid of the relationship and maintain the friendship relationship.


• But the eternal truth is that friends become lovers. He misses the importance of his friend.


• We can’t get rid of our boyfriends even after a thousand tries.


• In the end he has to break up the relationship or some reasons break it.


• It means that this is the last stage of the relationship. If it goes further than that there will be a fight or some wrong steps will be started.


• Then the wrong step is not the solution. So the best way is to come to an agreement and not allow the relationship he loves to continue.


• If he is a friend, try to make him a friend.


• There will be no problems in the relationship of friends.


• From the beginning, one of the root causes of all these things is “greed”.


• Greed is less in friendship and more in love.


• That is why it is said in the scriptures that greed is harmful, if not the door to death.


• Yes there is lust for a friend but much less lust for a lover.


• It is not only the person’s fault. There are also many mistakes of the lover.


• Because the person sees the relationship as a friend.


• Then he (the lover) forces this relationship to change into love or forces the person to name the love affair.


• Here lust is aroused from both sides. If someone has less, someone has more.


• But it takes the form of love and becomes a lover. Not a friend.


That’s all there is to this fact
As you can see, there is only one word in this data that changes the relationship.
That is “greed”.
Less greedy friends!!
If more lust arises, love!!


.
.
.
.
.
So I hope you like the information.
If you like it then don’t forget to share it with your loved ones.
@@@thank you@@@

Love Forever last ( A Story of Love Birds)

Love Forever( A Story of Love Birds) ...last
Love Forever( A Story of Love Birds) …last

ସେପଟେ ରାନି ର ବାହାଘର ମଧ୍ୟ ଠିକ୍ ହେଲା ଏବଂ ରାନି ର ବାହାଘର ରେ ମୋ ଭୋଳା ବାବା ଟଙ୍କା ହିସାବରେ ମାମୁଁ ଙ୍କୁ ବହୁତ୍ ସାହାଯ୍ୟ କରିଲେ । ସେପଟେ ମନ୍ମଥ ରାନି କୁ ଅଳ୍ପ ଭଲ ପାଉଥିଲେ ମଧ୍ୟ ସେ ଭଲ ପାଇବା ଏତେ ମଜବୁତ୍ ନ ଥିଲା। ସେଥିପାଇଁ ସେ ରାନି ର ବାହାଘର ପାଇଁ ମନ ଦୁଃଖ କରିଲା ନାହିଁ ଏମିତି ରେ ମନ୍ମଥ ର ବିବାହ କରିବା ବୟସ ହୋଇନଥିଲା।
ଆମେ ଆମ ଗାଁ ଘରକୁ ସୁନ୍ଦର ଭାବେ ତିଆରି କରି ପୁଣି ଥରେ ଦୁଇ ମହଲା ବିଶିଷ୍ଟ କରିଲୁ ।

ଆଜି କୁ ପ୍ରାୟ ଏଗାର ବର୍ଷ ଗଡି ଗଲାଣି। ମୁଁ କେତେବେଳେ ମୋ ସ୍ବାମୀ ସହିତ ରହେ ତ କେତେବେଳେ ଶାଶୂ ଶଶୁର ଙ୍କ ସହିତ ରୁହେ ।

ଏହି ଏଗାର ବର୍ଷ ର ଅନ୍ତରାଳ ରେ ମୋ ନଣନ୍ଦ ର ବାହାଘର ହୋଇ ଯାଇଛି ଏବଂ ମୋର ଗୁଲୁ ଗୁଲିଆ ପୁଅ ଦୁଇଟି ଜନ୍ମ ହୋଇ ସାରିଲେଣି। ଜଣେ କୁବେର ଆଉ ଜଣେ ରମଣ ଦୁହେଁ ଦୁଇ ବର୍ଷରେ ବଡ ସାନ । ସେମାନେ ଦେଖିବାକୁ ଠିକ୍ ମିହିର ଭଳି ବହୁତ୍ ଶାନ୍ତ ଏବଂ ସରଳ।

ମୋର ଆଉ ମିହିର ର ଭଲ ପାଇବା ସମସ୍ତଙ୍କ ଠାରୁ ଅଲଗା ଏବଂ ସେ ଭଲ ପାଇବା ରେ ପବିତ୍ରତା ଥିଲା ଯାହା ଆଜିକାଲି ଦୁନିଆରେ ତାହା କମ୍ ଦେଖିବାକୁ ମିଳୁଛି । ମୋ ସାଙ୍ଗ ମାନେ ଆଜି ମଧ୍ୟ କୁହନ୍ତି। ତୁମ ଦୁହିଁଙ୍କ ଭଲ ପାଇବା ସମସ୍ତଙ୍କ ଭଲ ପାଇବା ଠାରୁ ବହୁତ୍ ଅଲଗା ।

ମୋ ସାଙ୍ଗ ମାନେ ମୋତେ ପ୍ରଶ୍ନ କରନ୍ତି ତୁମର କଳି ଝଗଡା ହୁଏ ନାହିଁ କି?? ମୁଁ କହେ ଆମର ମଧ୍ୟ କଳି ଝଗଡା ହୁଏ କିନ୍ତୁ ତାହା କିଛି ସମୟ ପାଇଁ ଏବଂ ତାହା ଆଜି ପର୍ଯ୍ୟନ୍ତ, ନା ଆମ ଘରେ, ନା ମୋ ମା ଘରେ, ତାହା କେବଳ ଆମ ଦୁଇ ଜଣକ ଭିତରେ ଏବଂ ଆମ ଝଗଡା କେହି ଦେଖି ନଥିବେ ।

ଆମ ର ଏହି କାହାଣୀ ମୋ ପୁଅ ଦୁହିଁକୁ ବେଳେ ବେଳେ ଶୁଣାଏ କିନ୍ତୁ ଆଜି କାହାଣୀ ରୂପେ ଆପଣଙ୍କ ପାଇଁ ଲେଖିଦେଲି। ବହୁତ୍ ଦିନରୁ ଏହି କାହାଣୀ କେବଳ ମୋ ମନ କାଗଜ ଭିତରେ ଥିଲା କିନ୍ତୁ ଆଜି ଗଳ୍ପ ମାଧ୍ୟମରେ ମୁଁ ଉପସ୍ଥାପନା କରିଛି ।

ଏମିତି ବହୁତ୍ କାହାଣୀ ଘଟି ଯାଇଥିଲା ଆମ ଜୀବନରେ କିନ୍ତୁ ସବୁଠୁ ମଜା ଥିଲା ବିବାହ ପୂର୍ବରୁ । ସେ ସମୟ ର ଘଟଣା ଯେମିତି ଇତିହାସ ର ଗୋଟିଏ ଗୋଟିଏ ପୃଷ୍ଠା ହୋଇ ରହିଯାଇଛି ଏବଂ ତାହା ଆଜି ମଧ୍ୟ ସ୍ମୃତି ହୋଇ ରହି ଯାଇଛି ।

ମୋର ଏହି କାହାଣୀ ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ ।

ଯଦି ଭଲ ଲାଗିଥିବ ତେବେ ଆପଣଙ୍କ ପ୍ରିୟ ମଣିଷ ମାନଙ୍କୁ ସେୟାର କରିବାକୁ ଭୁଲିବେ ନାହିଁ ।

ଏହା ଥିଲା ( ଅନୁପମା ଚୌଧୁରୀ) ଜୀବନୀ କାହାଣୀ…..

ନୀଳମାଧବ ଭୂୟାଁ ଙ୍କ ଦ୍ଵାରା ଲିଖିତ,
ସୋଲଣ୍ଡି, ଗଞ୍ଜାମ ।

ଆମେ ଆମ ଗାଁ ଘରକୁ ସୁନ୍ଦର ଭାବେ ତିଆରି କରି ପୁଣି ଥରେ ଦୁଇ ମହଲା ବିଶିଷ୍ଟ କରିଲୁ ।

ଆଜି କୁ ପ୍ରାୟ ଏଗାର ବର୍ଷ ଗଡି ଗଲାଣି। ମୁଁ କେତେବେଳେ ମୋ ସ୍ବାମୀ ସହିତ ରହେ ତ କେତେବେଳେ ଶାଶୂ ଶଶୁର ଙ୍କ ସହିତ ରୁହେ ।

ଏହି ଏଗାର ବର୍ଷ ର ଅନ୍ତରାଳ ରେ ମୋ ନଣନ୍ଦ ର ବାହାଘର ହୋଇ ଯାଇଛି ଏବଂ ମୋର ଗୁଲୁ ଗୁଲିଆ ପୁଅ ଦୁଇଟି ଜନ୍ମ ହୋଇ ସାରିଲେଣି। ଜଣେ କୁବେର ଆଉ ଜଣେ ରମଣ ଦୁହେଁ ଦୁଇ ବର୍ଷରେ ବଡ ସାନ । ସେମାନେ ଦେଖିବାକୁ ଠିକ୍ ମିହିର ଭଳି ବହୁତ୍ ଶାନ୍ତ ଏବଂ ସରଳ।

ମୋର ଆଉ ମିହିର ର ଭଲ ପାଇବା ସମସ୍ତଙ୍କ ଠାରୁ ଅଲଗା ଏବଂ ସେ ଭଲ ପାଇବା ରେ ପବିତ୍ରତା ଥିଲା ଯାହା ଆଜିକାଲି ଦୁନିଆରେ ତାହା କମ୍ ଦେଖିବାକୁ ମିଳୁଛି । ମୋ ସାଙ୍ଗ ମାନେ ଆଜି ମଧ୍ୟ କୁହନ୍ତି। ତୁମ ଦୁହିଁଙ୍କ ଭଲ ପାଇବା ସମସ୍ତଙ୍କ ଭଲ ପାଇବା ଠାରୁ ବହୁତ୍ ଅଲଗା ।

ମୋ ସାଙ୍ଗ ମାନେ ମୋତେ ପ୍ରଶ୍ନ କରନ୍ତି ତୁମର କଳି ଝଗଡା ହୁଏ ନାହିଁ କି?? ମୁଁ କହେ ଆମର ମଧ୍ୟ କଳି ଝଗଡା ହୁଏ କିନ୍ତୁ ତାହା କିଛି ସମୟ ପାଇଁ ଏବଂ ତାହା ଆଜି ପର୍ଯ୍ୟନ୍ତ, ନା ଆମ ଘରେ, ନା ମୋ ମା ଘରେ, ତାହା କେବଳ ଆମ ଦୁଇ ଜଣକ ଭିତରେ ଏବଂ ଆମ ଝଗଡା କେହି ଦେଖି ନଥିବେ ।

ଆମ ର ଏହି କାହାଣୀ ମୋ ପୁଅ ଦୁହିଁକୁ ବେଳେ ବେଳେ ଶୁଣାଏ କିନ୍ତୁ ଆଜି କାହାଣୀ ରୂପେ ଆପଣଙ୍କ ପାଇଁ ଲେଖିଦେଲି। ବହୁତ୍ ଦିନରୁ ଏହି କାହାଣୀ କେବଳ ମୋ ମନ କାଗଜ ଭିତରେ ଥିଲା କିନ୍ତୁ ଆଜି ଗଳ୍ପ ମାଧ୍ୟମରେ ମୁଁ ଉପସ୍ଥାପନା କରିଛି ।

ଏମିତି ବହୁତ୍ କାହାଣୀ ଘଟି ଯାଇଥିଲା ଆମ ଜୀବନରେ କିନ୍ତୁ ସବୁଠୁ ମଜା ଥିଲା ବିବାହ ପୂର୍ବରୁ । ସେ ସମୟ ର ଘଟଣା ଯେମିତି ଇତିହାସ ର ଗୋଟିଏ ଗୋଟିଏ ପୃଷ୍ଠା ହୋଇ ରହିଯାଇଛି ଏବଂ ତାହା ଆଜି ମଧ୍ୟ ସ୍ମୃତି ହୋଇ ରହି ଯାଇଛି ।

ମୋର ଏହି କାହାଣୀ ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ ।

ଯଦି ଭଲ ଲାଗିଥିବ ତେବେ ଆପଣଙ୍କ ପ୍ରିୟ ମଣିଷ ମାନଙ୍କୁ ସେୟାର କରିବାକୁ ଭୁଲିବେ ନାହିଁ ।

ଏହା ଥିଲା ( ଅନୁପମା ଚୌଧୁରୀ) ଜୀବନୀ କାହାଣୀ…..

ନୀଳମାଧବ ଭୂୟାଁ ଙ୍କ ଦ୍ଵାରା ଲିଖିତ,
ସୋଲଣ୍ଡି, ଗଞ୍ଜାମ ।

……………………………………………….
Bhuyans Blog

ଉପର ଲିଙ୍କ୍ କୁ ନିଜ ମୋବାଇଲ ରେ ସେଭ କରି ରଖନ୍ତୁ ଏବଂ ଆପଣଙ୍କ ସମୟ ଅନୁସାରେ କାହାଣୀ ପଢନ୍ତୁ।
ଯଦି ଆପଣ ନିଜ ଗଳ୍ପ କିମ୍ବା କବିତା କୁ ଏମିତି ଅନଲାଇନ ରେ ସେୟାର କରିବାକୁ ଚାହୁଁଛନ୍ତି ତେବେ ତଳେ ଦିଆ ଯାଇଥିବା Whatsapp ଲିଙ୍କ୍ ରେ ନିଜ Article ପଠେଇ ପାରିବେ ।
Click Here and send your Article (Whatsapp Link)

ଏହି ଗଳ୍ପ କୁ ଅନ୍ୟ ମାନଙ୍କୁ ସେୟାର କରିବାକୁ ଚାହୁଁଛନ୍ତି ତେବେ Page ତଳକୁ Scroll କରନ୍ତୁ ଏବଂ Whatsapp Button ଉପରେ କ୍ଲିକ କରି ସେୟାର କରନ୍ତୁ ।
ଅନ୍ୟ କାହାଣୀ ପଢ଼ିବା ପାଇଁ ତଳେ ଦିଆ ଯାଇଥିବା Telegram Channel ର ଲିଙ୍କ୍ କୁ କ୍ଲିକ୍ କରି ଜଏନ କରନ୍ତୁ ।
Telegram Link

ପାଠକ ବନ୍ଧୁ କାହାଣୀ କୁ ପଢିବାରେ ସମୟ ଦେଇଥିବାରୁ ଆପଣକୁ ବହୁତ୍ ବହୁତ୍ ଧନ୍ୟବାଦ୍ ।

If you like this story so share to your friends, Thanking You.

Love Forever 19( A Story of Love Birds)

Love Forever( A Story of Love Birds) ...19
Love Forever( A Story of Love Birds) …19

Click here Part-18

ମୋର ରାଗକୁ ସେ ଝିଅ ଦେଖି ତାର ଆଖି ଦୁଇଟି ବଡ ବଡ କରିଦେଲା। ସେ ତା ବାପା ପାଖକୁ ଯାଇ କିଛି ପ୍ରଶ୍ନ କରୁଥିଲା । ସେ ଅଫିସର ନିଜ ଝିଅ କୁ ବୁଝେଇ କହିଲେ, ନାହିଁ ମା,, ଏହି ପରିବାର ତୋତେ ତାଙ୍କ ଘର ର ବୋହୂ ହେବାକୁ ଅନୁମତି ଦେବେ ନାହିଁ ଏବଂ ଓଡ଼ିଆ ହିନ୍ଦୁ ପରମ୍ପରା ରେ ଦ୍ଵିତୀୟ ସ୍ତ୍ରୀ ର ଅନୁମତି ପାଇଁ ବହୁତ୍ କଟକଣା। ଏତିକି ଶୁଣି ସେ ଝିଅ ଅଳ୍ପ କାନ୍ଦ କାନ୍ଦ ହୋଇ ଯାଇ କାର୍ ରେ ବସିଲା।

ମୁଁ ଗୋଟିଏ ଦୀର୍ଘ ନିଃଶ୍ୱାସ ନେଲି । ସେ ଅଫିସର ମିହିର ପାଖକୁ ଆସିଲା । ଆମ ଦୁହିଁକୁ ଡାକି ଆଶୀର୍ବାଦ ଦେଲେ। ସମସ୍ତେ ଆଶ୍ଚର୍ଯ୍ୟ ଥିଲେ ଏବଂ ଆମ ହାତରେ କିଛି ଟଙ୍କା ଦେଇ କହିଲେ ତମେ ଯଦି ଏତିକି ଅଭିନୟ କରି ନଥାନ୍ତ, ତେବେ ମୋ ଝିଅ କେବେ ବୁଝି ନଥାନ୍ତା।

ମିହିର ସହିତ ଆମେ ପୁଣି ଆଶ୍ଚର୍ଯ୍ୟ ରେ ଚାହିଁ ରହିଲୁ। ମନେ ମନେ ଭାବିଲୁ ସେ ଅଫିସର କେମିତି ଜାଣିଲା? ପରେ ସେ ଅଫିସର କହିଲା । ମୁଁ ସବୁ ଜାଣି ସାରିଛି ତୁମର ବିବାହ ହୋଇ ନାହିଁ ଏବଂ ତମେ ଆଗକୁ ବିବାହ କରିବାକୁ ଯାଉଛ । ମିହିର ଚୁପ୍ ରହିଲା ଏବଂ ସେ ପ୍ରଶ୍ନ କରିଲା ଆପଣ କେମିତି ଜାଣିଲେ ? ସେ ଅଫିସର କହିଲେ ମୁଁ ଗତ ୧୨ ବର୍ଷ ହେଲା ପିଲା ମାନଙ୍କୁ ଟ୍ରେନିଂ ଦେଇ ଆସୁଛି ।

ମୁଁ ମଧ୍ୟ ଓଡ଼ିଆ ଭାଷା ବୁଝେ, ମାତ୍ର କହି ପାରେନା । ମୋ ଝିଅ ର ଜିଦ୍ ପାଇଁ ତୁମକୁ ବହୁତ୍ ଅସୁବିଧା ର ସମ୍ମୁଖୀନ ହେବାକୁ ପଡ଼ିଲା । ତା ପାଇଁ ମୁଁ ତୁମକୁ କ୍ଷମା ମାଗୁଛି । ତମେ କରିଥିବା ନାଟକ ଯେମିତି ସତ ଲାଗିଲା । ମୋ ଝିଅ ଗୋଟିଏ ମାନସିକ ରୋଗୀ ସେ ବେଳେବେଳେ ଏମିତି ହୁଏ ।

କିନ୍ତୁ ଆଜି କିଛି ଅଧିକା ହୋଇଗଲା ଏବଂ ବର୍ତ୍ତମାନ ସେ ବୁଝି ଯାଇଛି ଆଉ କେବେ ଆସିବ ନାହିଁ । ତମେ ଶୀଘ୍ର ବିବାହ କରି ନିଅ। ଏବଂ ନିଜ ବୈବାହିକ ଜୀବନରେ ଖୁସିରେ ରୁହ କହି ସେ ଅଫିସର ନିଜ ଝିଅକୁ ସାଥିରେ ନେଇ ଫେରିଗଲେ।

କିଛି ଘଣ୍ଟା ପୂର୍ବରୁ ଘର ର ସମସ୍ତ ସଦସ୍ୟ ଙ୍କ ମୁହଁରୁ ଯେମିତି ହସ ଉଭେଇ ଯାଇଥିଲା କିନ୍ତୁ ବର୍ତ୍ତମାନ ସମସ୍ତଙ୍କ ହସ ଫେରି ଆସିଛି। ମିହିର ର ମିଛରେ ଯେମିତି ସ୍ତ୍ରୀ ପ୍ରତି ଭଲ ପାଇବା ସେଦିନ ଦେଖା ଦେଇଥିଲା। ଏହି ନାଟ୍ୟ ରୂପାନ୍ତର ରେ ସମସ୍ତେ ଭାଗ ନେଇଥିଲେ । ସମସ୍ତେ ହସିବାକୁ ଲାଗିଲେ ।

ମୋତେ ମିହିର ର ପରିବାର ବୋହୂ ବେଶରେ ଦେଖି ବହୁତ୍ ଖୁସି ହେଲେ। ଦିଦି ମୋତେ ନେଇ ତାଙ୍କ ଘର ସାରା ବୁଲେଇ ଦେଖାଇଲେ ଏବଂ ମା ଖୁସି ହୋଇ କହିଲେ ତୁ ଆସିଲା ପରେ ହିଁ ଏହି ସମସ୍ୟା ସମାଧାନ ହେଲା। ଲାଗୁଛି ତୁ ଆସିବା ପରେ ଆମ ଘରେ ନୂଆ ନିୟମ ଆରମ୍ଭ ହେବ ଏବଂ ସେ ନିୟମ ତୁ ଗଠନ କରିବୁ ।

ବାପା ଏବଂ ମୋର ଶଶୁର ଦୁହେଁ ବହୁତ୍ କଥା ହେଲେ । ଦିଦି ମୋତେ ନେଇ ମିହିର ର ରୁମ୍ ରେ ବସେଇ କହିଲେ ତୁ ଏଠି ବସ୍ । ତମ ପାଇଁ କିଛି ଖାଇବା ନେଇ ଆସୁଛି । ଦିଦି ଚାଲିଗଲେ ଏବଂ ମିହିର ରୁମ୍ ଭିତରକୁ ପଶି ଆସି ଏବଂ କବାଟ ବନ୍ଦ କରିଦେଲା। କବାଟ ବନ୍ଦ କରିବାର ଦେଖି ମୁଁ କହିଲି କବାଟ କାହିଁକି ବନ୍ଦ କରୁଛ ?

ମିହିର ପାଟି ଚୁପ୍ ର ଇଶାରା ଦେଇ ମୋ ପାଖକୁ ଆସି ମୋତେ କୁଂଢ଼େଇ ନେଲା। ମୁଁ ବହୁତ୍ ଖୁସି ହେଲି । ଆଜି ପ୍ରଥମ ଥର ପାଇଁ ମିହିର ମୋତେ ହଗ୍ କରିଲା। ତାର କାରଣ ପଚାରିବା ପରେ ମିହିର କହିଲା , ସେ ଝିଅ ଆସିଲା ପରେ ମୁଁ ଯେମିତି ବାଟବଣା ହୋଇଗଲି।

କଣ କରିବି ଭାବି, ଏମିତି କହିଦେଲି କିନ୍ତୁ ତମେ ଆଜି ସତରେ ମୋ ସ୍ତ୍ରୀ ର କାର୍ଯ ଭାର ଉଠେଇଛ । ଆମ ଘର ର ବୋହୂ ପରି ଲାଗୁଛ ସେହି ଖୁସିରେ ତମକୁ ଏ ହଗ୍ ଟିଏ ମିଳିଲା । ତାପରେ ମୁଁ ଯାଇ କବାଟ ଖୋଲି ଆସିଲି। କହିଲି ଦିଦି ଆସିଯିବେ । ମିହିର କହିଲା , ସେ ଆସିବ ନାହିଁ , ସେ ମୋତେ ଏଠି ଜାଣି ଶୁଣି ପଠେଇଛି ।

ମିହିର ସତରେ ବହୁତ୍ ଡରି ଯାଇଥିଲା । ଏମିତି ଘଟଣା ହେବ ବୋଲି ସେ ମଧ୍ୟ ଭାବି ନଥିଲା । ସେ କହିଲା , ମୋତେ ଯେମିତି ଅନୁଭବ ହେଉଥାଏ ମୋ ଠାରୁ ମୋ ବାୟାଣୀ କୁ କିଏ ଦୂରେଇବା ପାଇଁ ଆସିଯାଇଛି କିନ୍ତୁ ମିହିର ର ଆଇଡିଆ କାମ କରିଲା । ମିହିର ଆଉ ମୁଁ ଅଳ୍ପ ସମୟ ବସି କଥା ହେଲୁ।

ବାପା ମୋତେ ଡାକ ଦେଲେ , ଝିଅ ଯିବା ଆସ । ମୋ ଶଶୁର ମାନେ ମିହିର ର ବାପା କହିଲେ , ଝିଅ କୁ କାହିଁକି ନେଇ ଯାଉଛନ୍ତି ତାକୁ ଏଠି ଛାଡ଼ି ଚାଲି ଯାଆନ୍ତୁ । ସେ ଏହି ଘରକୁ ବୋହୂ ବେଶରେ ଆସିଯାଇଛି । ଆମକୁ ଆଉ କିଛି ଦରକାର ନାହିଁ ସେତିକିବେଳେ ମିହିର ମଧ୍ୟ କହି ଉଠିଲା , ହଁ ବାପା ଅନୁ ଏଠି ରହିଯାଉ ।

ମୋ ବାପା ଏବଂ ସମସ୍ତେ ମିଶି ହସିଲୁ । ବାପା କହିଲେ ମୁଁ ମୋ ସୁନା ନାକି ଝିଅ କୁ ମୋ ପୁଅ ମିହିର ହାତରେ ଦେବୀ କିନ୍ତୁ ଧୁମ୍ ଧାମରେ ବିବାହ ଉତ୍ସବ କରି ମିହିର ହାତରେ ଦେବୀ ଆଉ କିଛି ଦିନ ଅପେକ୍ଷା କରନ୍ତୁ। ତାପରେ ଆମେ ଦୁହେଁ ଫେରିଗଲୁ ଆମ ଘରକୁ। ଆମ ଘରେ ମଧ୍ୟ ସେ ଘଟଣା ଶୁଣି ବହୁତ୍ ହସିଲେ ।

ଠିକ୍ ଚାରି ଦିନ ପରେ ଏଙ୍ଗେଜମେଣ୍ଟ ହେଲା ଏବଂ ବାହା ଘର ତିଥି ପାଇଁ ଯୋଗ ବାହାର କରା ଗଲା କିନ୍ତୁ ଇତି ମଧ୍ୟରେ ଦିଦି ଙ୍କ ପାଇଁ ମଧ୍ୟ ପ୍ରସ୍ତାବ ଆସି ଠିକ୍ ହେଲା ଏବଂ ତାଙ୍କର ମଧ୍ୟ ମୋ ଏଙ୍ଗେଜମେଣ୍ଟ ହେବାର ୫ ଦିନ ପରେ ହେଲା । ଠିକ୍ ଚାରି ମାସ ପରେ ମିହିର କହିଲା ଦିଦି ର ବାହାଘର ଆମ ବାହାଘର ର ୫ ଦିନ ପୂର୍ବରୁ ହେଲା ଏବଂ ପରେ ଆମ ବାହାଘର ଧୁମ୍ ଧାମ ରେ ହେଲା ।

ବାହାଘର ପରେ ମୋର ସବୁ ଆଶା ପୂରଣ ହୋଇଗଲା । ମୋ ରାଜକୁମାର ମୋତେ ମିଳିଗଲା ଏବଂ ଆମ ପ୍ରେମ ଏକ ନୂଆ ଇତିହାସ ସୃଷ୍ଟି କରିଗଲା । ବହୁ ସମସ୍ୟା ଦେଇ ଗତି କରିବା ପରେ ଆମର ବିବାହ ସମ୍ପନ୍ନ ହେଲା ।

ଜାଣିଛନ୍ତି ଏଙ୍ଗେଜମେଣ୍ଟ ପରେ ମିହିର ପ୍ରତ୍ୟେକ ଦିନ ମୋତେ ଦେଖା କରିବାକୁ ଆସେ ଏବଂ ଆମେ ନୂଆ ନୂଆ ସ୍ଥାନ କୁ ବୁଲିବାକୁ ଯାଉ । କିଛି ଦିନ ପରେ ସେ ଛୁଟି ଚାଲିଗଲା। ପୁଣି ଆସିଲା ପରେ ସେମିତି ବୁଲାବୁଲି । ଏମିତି କି ବାହାଘର ଦିନ ପର୍ଯ୍ୟନ୍ତ ବୁଲାବୁଲି ପ୍ରତିଦିନ ଦେଖା ସାକ୍ଷାତ ହେଉଥିଲା ।

ମିହିର ମୋତେ ପବିତ୍ରତା ରୂପରେ ଗ୍ରହଣ କରି ଖୁସି ଅନୁଭବ କରିବା ପରେ ମୋତେ ମଧ୍ୟ ଅନୁଭବ ହେଲା ଯେ ସମ୍ପର୍କ ରେ ପବିତ୍ରତା ରହିବା ଦରକାର ଯେଉଁ ସମୟରେ ଯାହା ଦରକାର ଏବଂ କଣ କରିବା ଉପଯୋଗୀ ତାହା ମୋତେ ମିହିର ସବୁବେଳେ ବୁଝାଏ ଏବଂ ସମୟ ସମୟରେ ମୋ ମନ ପସନ୍ଦ ର ଜିନିଷ ଉପଲବ୍ଧ କରେଇ ଥାଏ।

ସେ ମୋର ସବୁ ଆଶା ପୂରଣ କରୁଥାଏ । ଯେବେ ଯାହା ଦରକାର ତାହା କିଛି ସମୟ ଭିତରେ ମୋ ପାଖରେ ପହଞ୍ଚି ଯାଉଥିଲା । ଆମର ସାଂସାରିକ ଜୀବନ ଏତେ ଉଜ୍ଜଳ ମୟ ହେବ ବୋଲି ମୁଁ କେବେ ମଧ୍ୟ ଭାବି ନଥିଲି।

ଆଜି ମୁଁ ମିହିର ବୋଲି ଡାକେ ନାହିଁ କାରଣ ଭାରତୀୟ ସଂସ୍କାର ଅନୁସାରେ ସ୍ବାମୀ ଙ୍କ ନାମ ସ୍ତ୍ରୀ ତାର ମୁଖରେ ନିଏ ତେବେ ତାକୁ ପାପ ଲାଗିଥାଏ । ମୁଁ ତାଙ୍କୁ ଗେଲରେ ଭୋଳା ବାବା, ତ କେବେ ଗେଲୁତ ଆଉ କେବେ ଧନବୋଲି ଡାକେ ।

……………………………………………
ଶେଷ ଭାଗ ରେ ପଢ଼ିବେ : (ମୋର ଆଉ ମିହିର ର ଭଲ ପାଇବା ସମସ୍ତଙ୍କ ଠାରୁ ଅଲଗା ଏବଂ ସେ ଭଲ ପାଇବା ରେ ପବିତ୍ରତା ଥିଲା )
Bhuyans Blog

ଉପର ଲିଙ୍କ୍ କୁ ନିଜ ମୋବାଇଲ ରେ ସେଭ କରି ରଖନ୍ତୁ ଏବଂ ଆପଣଙ୍କ ସମୟ ଅନୁସାରେ କାହାଣୀ ପଢନ୍ତୁ।
ଯଦି ଆପଣ ନିଜ ଗଳ୍ପ କିମ୍ବା କବିତା କୁ ଏମିତି ଅନଲାଇନ ରେ ସେୟାର କରିବାକୁ ଚାହୁଁଛନ୍ତି ତେବେ ତଳେ ଦିଆ ଯାଇଥିବା Whatsapp ଲିଙ୍କ୍ ରେ ନିଜ Article ପଠେଇ ପାରିବେ ।
Click Here and send your Article (Whatsapp Link)

ଏହି ଗଳ୍ପ କୁ ଅନ୍ୟ ମାନଙ୍କୁ ସେୟାର କରିବାକୁ ଚାହୁଁଛନ୍ତି ତେବେ Page ତଳକୁ Scroll କରନ୍ତୁ ଏବଂ Whatsapp Button ଉପରେ କ୍ଲିକ କରି ସେୟାର କରନ୍ତୁ ।
ଅନ୍ୟ କାହାଣୀ ପଢ଼ିବା ପାଇଁ ତଳେ ଦିଆ ଯାଇଥିବା Telegram Channel ର ଲିଙ୍କ୍ କୁ କ୍ଲିକ୍ କରି ଜଏନ କରନ୍ତୁ ।
Telegram Link

ପାଠକ ବନ୍ଧୁ କାହାଣୀ କୁ ପଢିବାରେ ସମୟ ଦେଇଥିବାରୁ ଆପଣକୁ ବହୁତ୍ ବହୁତ୍ ଧନ୍ୟବାଦ୍ ।

If you like this story so share to your friends, Thanking You.

Love Forever 18( A Story of Love Birds)

Love Forever( A Story of Love Birds) ...18
Love Forever( A Story of Love Birds) …18
ମିହିର ଜାଣିଶୁଣି ରୁମ୍ ରୁ ବାହାରକୁ ଆସେ ନାହିଁ । ସେ ଭାବିଥିଲା ଟ୍ରେନିଂ ପରେ ମୋର ଅନ୍ୟ ଯାଗାକୁ ପୋଷ୍ଟିଂ ହୋଇଯିବ ଏବଂ ଭଲ ହେବ ଏ ଝିଅ ଠାରୁ ଦୂରରେ ରହିବି।

ମିହିର ମୋତେ କହି ମୋର ମନ କାହିଁକି ଦୁଃଖ କରିବ ଭାବି ସେ ମୋତେ ଏ ଝିଅ କଥା କହି ନଥିଲା। ତାପର ଠାରୁ ମିହିର ସେ ଅଫିସର୍ ଘରକୁ ସାହାଯ୍ୟ କରିବାକୁ ଯାଉ ନଥାଏ । ଯଦି କେବେ ମିହିର କୁ ସାହାଯ୍ୟ ପାଇଁ ନାମ ଦିଆଯାଏ ତେବେ ସେ ଅନୁରୋଧ କରି ନାମ କାଟି ଅନ୍ୟ କାହାର ନାମ କହିଦିଏ।

ମିହିର ଛୁଟି ଆସିବା ପରେ ସେ ଝିଅ ତା ବାପାଙ୍କୁ ମିହିର ର ଘର ଠିକଣା ମାଗି ସେ ପହଞ୍ଚି ଯାଇଛି ମିହିର ଘରେ । ସେ ଝିଅ କୁ ଖୋଜି ଖୋଜି ତାଙ୍କ ବାପା ମଧ୍ୟ ସେଠୀ ପହଞ୍ଚି ଯାଇଛନ୍ତି । ସେ ଅଫିସର ଙ୍କ କହିବା ଅନୁସାରେ। ସେ ତାଙ୍କ ଝିଅ କୁ ବହୁତ୍ ମନା କରିବା ପରେ ମଧ୍ୟ ସେ ନିଜ ଜିଦ୍ ରେ ଅଟଳ ରହି ଘରୁ ଲୁଚି ଏଠି ଚାଲି ଆସିଛି ।

ମିହିର ଘରେ ପହଞ୍ଚିବା ପରେ ମିହିର ଚିନ୍ତା ରେ ପଡ଼ିଗଲା । ସେ ଝିଅ ମିହିର ର ମା କୁ ଯାଇ କୁଣ୍ଢେଇ ଧରିଲା କହିଲା ମୁଁ ଏଠି ରହିବି ଏବଂ ମିହିର କୁ ମୁଁ ବିବାହ କରିବି। ମିହିର ତାଙ୍କ ଅଫିସର କୁ କହିଲା, ସାର୍ ଆପଣ ତ ଜାଣିଛନ୍ତି ଏଥିରେ ମୋର କିଛି ଭୁଲ ନାହିଁ।

ସେ ଅଫିସର୍ କହିଲା ମୁଁ ତୁମକୁ ଖରାପ ଭାବି ତୁମକୁ ଅପମାନ କରିଥିଲି କିନ୍ତୁ ପ୍ରକୃତରେ ମୋ ଝିଅ ର ଭୁଲ ଥିଲା । ମିହିର ଚୁପ୍ ରହିଲା ଏବଂ ସେ ଅଫିସର କହିଲେ , ମୁଁ ସବୁ ଜାଣିଚି କିନ୍ତୁ ମୋ ଝିଅ ର ଜିଦ୍ ଆଗରେ ମୁଁ ହାରି ଯାଇଛି । ମୁଁ ମନା କରିବା ପରେ ସେ ଦୁଇ ଥର ନିଜ ହାତ କାଟି ସାରିଲାଣି ଏବଂ ଥରେ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରି ସାରିଛି।

ମୁଁ ଭଲ ଭାବରେ ଜାଣିଛି ତମେ ତାକୁ ପସନ୍ଦ କରୁନ କିନ୍ତୁ ସେ ତୁମକୁ ପସନ୍ଦ କରିବାରେ ଲାଗିଛି । ସେ କହୁଛି ଯଦି ମିହିର କୁ ପାଇବ ନାହିଁ ତେବେ ସେ ଆତ୍ମହତ୍ୟା କରିବ । ମିହିର ପଚାରିଲା, ଏଥିରେ ମୁଁ କଣ କରିବି । ସେ ଅଫିସର୍ କହିଲା ମୁଁ ନିରୁପାୟ ହୋଇ ଗଲିଣି । ଏବେ ଯାହା କରିବାର ଅଛି ତମେ ନିଷ୍ପତି ନିଅ । ତମେ ଯଦି ମୋ ଝିଅ କୁ ଗ୍ରହଣ କରିବ ତେବେ ମୁଁ ତୁମ ଦୁହିଁଙ୍କୁ ବିବାହ କରିଦେବି।

କେବଳ ତୁମର ମତ ଜାଣିବାକୁ ଚାହୁଁଛି। ମିହିର ଅଳ୍ପ ସମୟ ଭାବି କହିଲା ସାହେବ୍ ମୁଁ ବିବାହିତା !!! ଏତକ କଥା ଶୁଣି ଘରର ସମସ୍ତେ ଆଶ୍ଚର୍ଯ୍ୟ ଏବଂ ସେ ଝିଅ ସମେତ ସେ ଅଫିସର୍ ମଧ୍ୟ ଆଶ୍ଚର୍ଯ୍ୟ ରେ ଚାହିଁ ରହିଲେ। ସେ ଅଫିସର୍ କହିଲା ଆପଣ ତ ଅବିବାହିତ ପୁଣି ଏବେ ଏମିତି କଣ କହୁଛ?

ମିହିର କହିଲା ମୋ ସ୍ତ୍ରୀ ବର୍ତ୍ତମାନ ନିଜ ଘରକୁ ବୁଲିବାକୁ ଯାଇଛି। ଆପଣ ନିଜ ଆଖିରେ ଦେଖିଲେ ଆପଣ ଜାଣି ପାରିବେ ଏବଂ କହିଲା ଆପଣ କିଛି ସମୟ ଅପେକ୍ଷା କରନ୍ତୁ । ମୁଁ ତାଙ୍କୁ ଡାକି ଆଣୁଛି ।

ତାପରେ ମିହିର ମୋତେ ଫୋନ୍ କରି ଡାକିଲା, ଏବଂ କହିଲା ଘରକୁ ଆସି ପାରିବ କି । ମୁଁ ପଚାରିଲି କଣ ପାଇଁ? ମିହିର କହିଲା ତମେ ଏଠି ଶୀଘ୍ର ଆସ, ସବୁ ପ୍ରଶ୍ନ ର ଉତ୍ତର ଏଠି ମିଳିଯିବ । ତୁମେ ବାପା ଙ୍କୁ ସାଙ୍ଗରେ ନେଇ ଆସ ଏବଂ ମଥାରେ ଅଳ୍ପ ସିନ୍ଦୁର ଲଗେଇ ଶାଢ଼ୀ ପିନ୍ଧି ବୋହୂ ବେଶରେ ଆସିଥିବ। କାରଣ ମୁଁ ବଡ ଅସୁବିଧା ରେ ପଡ଼ି ଯାଇଛି ।

ଏମିତି ଶୁଣି ମୁଁ ଅଳ୍ପ ଦ୍ଵନ୍ଦ ରେ ପଡିଲି କିନ୍ତୁ ମିହିର ଏମିତି କହିଛି ବୋଲି ମୁଁ ବିଳମ୍ବ ନ କରି କହିଥିବା ଅନୁସାରେ ବାପା ଙ୍କୁ ନେଇ ସେଠୀ ପହଞ୍ଚିଲି। ସେପଟେ ମିହିର ମଧ୍ୟ ନିଜ ଘରେ ସମସ୍ତଙ୍କୁ ବୁଝେଇ କହିଥିଲା ।

ସେଠି ପହଞ୍ଚି ଦେଖିଲି ସେ ଝିଅ ମିହିର ଙ୍କ ମା କୋଳରେ ଶୋଇଛି ଏବଂ ଜିନ୍ସ ସହିତ ସାର୍ଟ ଟିଏ ପିନ୍ଧିଛି , ଲାଗୁଥିଲା ଚୁଟି କୁ ବହୁତ୍ ଦିନ ହେଲା ବାନ୍ଧି ନାହିଁ । ମୁଁ ପହଞ୍ଚି ସମସ୍ତଙ୍କୁ ମୁଣ୍ଡିଆ ମାରି ଘର ଭିତରକୁ ଗଲି। ସେ ଝିଅ ଉଠି ପଡ଼ି ମୋତେ ବାରମ୍ବାର ବୁଲି ଚାହୁଁଥାଏ।

ସେତେବେଳେ ମିହିର ହିନ୍ଦୀ ରେ କହୁଥାଏ ବାକି ସମସ୍ତେ କେବଳ ମିହିର କହିବା ଅନୁସାରେ ହଁ କରିବେ ବୋଲି ସେ କହିଥିଲା। ମୋତେ ଦେଖାଇ, ମିହିର କହିଲା ଏ ହେଉଛି ମୋର ପତ୍ନୀ ଏବଂ ସେ ହେଉଛନ୍ତି ତାଙ୍କ ବାପା ମାନେ ମୋ ଶଶୁର । ମୋ ବାପା ମଧ୍ୟ ଅଫିସର ଙ୍କୁ ପ୍ରଣାମ କରିଲେ । ମିହିର କହିଲା, ଆମେ ଗୋଟିଏ ବର୍ଷ ପୂର୍ବରୁ ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲୁ ଏବଂ ଲୁଚି ମନ୍ଦିର ରେ ବିବାହ କରି ସାରିଛୁ ।

ବିବାହ ପରେ ଦୁଇ ପରିବାର ଜାଣିଲେ ଏବଂ ସେମାନେ ଆମକୁ ଗ୍ରହଣ କରିଲେ । ଏବେ ଆପଣ କୁହନ୍ତୁ । ମୁଁ ଆଗରୁ ବିବାହ କରି ସାରିଛି ତେବେ ପୁଣି ଥରେ ଆପଣଙ୍କ ଝିଅ କୁ କେମିତି ବିବାହ କରିବି?

(ମିହିର ଯେବେ ମିଛ କହେ , ସେ ତାର ଅଳ୍ପ ପାଟି ଲାଗେ, ସେଥିରୁ ଜଣା ପଡ଼ିଯାଏ ଯେ ମିହିର ମିଛ କହୁଛି ବୋଲି କିନ୍ତୁ ସେଦିନ ବଡ ସାହସର ସହିତ ମିଛ ଉପରେ ମିଛ କହି ଚାଲିଥିଲା। କେବଳ ଆମ ଦୁହିଙ୍କ ଭଲ ପାଇବା ପାଇଁ )

ସେତେବେଳେ ସେ ଝିଅ ମିହିର ପାଖକୁ ଆସି ପଚାରିଲା କି ତମେ ତ ମନା କରିଥିଲ ତମେ ବିବାହ କରିନ ବୋଲି ? ତେବେ ଏ ଝିଅ କୁଆଡୁ ଆସିଲା ? ମିହିର କହିଲା ମୁଁ ସେତେବେଳେ କହିଥିଲି, ମୁଁ ବିବାହିତା ବୋଲି କିନ୍ତୁ ତମେ ଶୁଣି ବାକୁ ଚାହୁଁ ନଥିଲ । ସେ ଝିଅ ମୋତେ ଟାଣି ଆଣି ମିହିର ର ପାଖରେ ଠିଆ କରେଇ ରଖି ଦୁହିଁଙ୍କୁ ବାରମ୍ବାର ଦେଖିବାରେ ଲାଗିଲା ଏବଂ ପୁଣି ମୋତେ ସାଇଡ କରି ସେ ନିଜେ ଠିଆ ହୋଇ ଦେଖିଲା ।

ସେ ଦେଖିବାକୁ ଚାହୁଁଥିଲା, ମୁଁ ମିହିର ପାଇଁ ଉପଯୁକ୍ତ କି ନୁହଁ । କିଛି ସମୟ ଏମିତି କଥା ବାର୍ତ୍ତା ପରେ । ସେ ତା ବାପା କୁ କହିଲା ଚାଲ ବାପା, ଏବେ ଆମେ ଫେରିଯିବା । ଯଦି ସେ ବିବାହ କରି ସାରିଛି ତେବେ ମୁଁ ମିହିର କୁ ବିବାହ କରିବି ନାହିଁ କହି କାର୍ ପାଖକୁ ଯିବାକୁ ବାହାରିଲା।

କିନ୍ତୁ ଏ କଣ ସେ ଝିଅ ବାରଣ୍ଡା କୁ ଯାଇ ପୁଣି ଫେରି ଆସି ମିହିର କୁ ପଚାରିଲା ଯେ ମୋତେ ଲାଗୁଛି, ତମେ ମିଛ କହୁଛ ? ଏତିକି ଶୁଣି ମିହିର ଆଶ୍ଚର୍ଯ୍ୟ ହୋଇଗଲା। ସେ ଝିଅ କହିଲା ତମେ ମୋତେ ଦିତୀୟ ସ୍ତ୍ରୀ ରୂପେ ଗ୍ରହଣ କରି ନିଅ। ମୁଁ ଏଠି ଚୁପ୍ ଚାପ୍ ପଡ଼ି ରହିବି।

ସେତେ ପର୍ଯ୍ୟନ୍ତ ମୁଁ ଚୁପ୍ ଥିଲି , ମାତ୍ର ସେତକ ପ୍ରଶ୍ନ ରେ ମୋ ରକ୍ତ ଜଳିଗଲା । ମୁଁ ବାଧ୍ୟ ହୋଇ ମିହିର ପାଖକୁ ଦୌଡ଼ି ଗଲି ଏବଂ ମିହିର ର ହାତକୁ ଧରି ଅଧା ହିନ୍ଦୀ ଏବଂ ଅଧା ଓଡ଼ିଆ ରେ କହିବାକୁ ଲାଗିଲି ଯେ ଏହା ଅସମ୍ଭବ ଏବଂ ମୋ ସ୍ବାମୀ ଦ୍ଵିତୀୟ ବିବାହ କରିବେ ନାହିଁ ଏବଂ ଏହି ଦ୍ୱିତୀୟ ବିବାହ ପାଇଁ ମୁଁ ତାଙ୍କୁ ଅନୁମତି ଦେବୀ ନାହିଁ।

……………………………………………….
Part-19 ରେ ପଢ଼ିବେ : (ମିହିର ପାଟି ଚୁପ୍ ର ଇଶାରା ଦେଇ ମୋ ପାଖକୁ ଆସି ମୋତେ କୁଂଢ଼େଇ ନେଲା। ମୁଁ ବହୁତ୍ ଖୁସି ହେଲି ।)
Bhuyans Blog

ଉପର ଲିଙ୍କ୍ କୁ ନିଜ ମୋବାଇଲ ରେ ସେଭ କରି ରଖନ୍ତୁ ଏବଂ ଆପଣଙ୍କ ସମୟ ଅନୁସାରେ କାହାଣୀ ପଢନ୍ତୁ।
ଯଦି ଆପଣ ନିଜ ଗଳ୍ପ କିମ୍ବା କବିତା କୁ ଏମିତି ଅନଲାଇନ ରେ ସେୟାର କରିବାକୁ ଚାହୁଁଛନ୍ତି ତେବେ ତଳେ ଦିଆ ଯାଇଥିବା Whatsapp ଲିଙ୍କ୍ ରେ ନିଜ Article ପଠେଇ ପାରିବେ ।
Click Here and send your Article (Whatsapp Link)

ଏହି ଗଳ୍ପ କୁ ଅନ୍ୟ ମାନଙ୍କୁ ସେୟାର କରିବାକୁ ଚାହୁଁଛନ୍ତି ତେବେ Page ତଳକୁ Scroll କରନ୍ତୁ ଏବଂ Whatsapp Button ଉପରେ କ୍ଲିକ କରି ସେୟାର କରନ୍ତୁ ।
ଅନ୍ୟ କାହାଣୀ ପଢ଼ିବା ପାଇଁ ତଳେ ଦିଆ ଯାଇଥିବା Telegram Channel ର ଲିଙ୍କ୍ କୁ କ୍ଲିକ୍ କରି ଜଏନ କରନ୍ତୁ ।
Telegram Link

ପାଠକ ବନ୍ଧୁ କାହାଣୀ କୁ ପଢିବାରେ ସମୟ ଦେଇଥିବାରୁ ଆପଣକୁ ବହୁତ୍ ବହୁତ୍ ଧନ୍ୟବାଦ୍ ।

If you like this story so share to your friends, Thanking You.

Love Forever 17( A Story of Love Birds)

Love Forever( A Story of Love Birds) ...17
Love Forever( A Story of Love Birds) …17
ଆମେ ତିନି ଜଣ ବସି କଥା ହେବାକୁ ଲାଗିଲୁ । କିଛି ସମୟ କଥା ହେବା ପରେ ମନ୍ମଥ କହିଲା ଭାଇ ରାନି ଘରକୁ ଯାଇନ ? ମିହିର କହିଲା ନା ଯାଇନି, ସିଧା ତମ ଘରକୁ ଆସିଲି, ମୋ ବାୟାଣୀ କୁ ପ୍ରଥମେ ଦେଖିବାର ଥିଲା । ମନ୍ମଥ କହିଲା ଭାଇ ତମେ କଥା ହୁଅ, ତମେ ଯେତେବେଳ ଯିବ ମୋତେ ମଧ୍ୟ ଡାକିବ ମୁଁ ମଧ୍ୟ ଯିବି , କହି ସେ ଶୋଇବାକୁ ଚାଲିଗଲା।
ଶଙ୍କର ମଧ୍ୟ ଭାବିଲା ଏମାନଙ୍କୁ ଟିକେ ଏକା ଛାଡ଼ିବାକୁ ହେବ । ସେ ମଧ୍ୟ କହିଲା, ମୁଁ ବାହାରେ ବସିଛି, ତୁ କଥା ହୋଇ ସାରେ । ତାପରେ ସେ ଆସୁଛି କହି ବାହାରକୁ ଚାଲିଗଲା । ଏବେ ଆମେ ଦୁଇ ଜଣ ପୁରା ପୁରୀ ଏକା । ମୁଁ ଏହା ଚାହୁଁଥିଲି ଏବଂ ତାହା ହିଁ ହେଲା । ମିହିର କିଛି କହିବା ପୂର୍ବରୁ ପୁଣି ଥରେ କୁଣ୍ଢେଇ ନେଲି ଏବଂ ମୋ ଆଖି ଲୁହ ରେ ମିହିର ର କାନ୍ଧ ଓଦା ହେବାକୁ ଲାଗିଲା ।
ମିହିର ମୋତେ କହିଲା , ଆରେ ମୁଁ ଫେରି ସାରିଛି ପୁଣି କଣ ପାଇଁ କାନ୍ଦ? ମୁଁ କହିଲି ଏହା ଥିଲା ମୋ ଖୁସିର ଲୁହ ତାକୁ ବହିବାକୁ ଦିଅ । ମିହିର ମଧ୍ୟ ମୋ ପିଠି କୁ ଥାପେଇ କହିଲା କେହି ଆସିଯିବ । ମୁଁ କହିଲି କେହି ଆସିବେ ନାହିଁ । ପ୍ରାୟ ୨ ମିନିଟ୍ ପରେ ମୁଁ ମିହିର କୁ ଛାଡିଲି । ମୁଁ ପଚାରିଲି ଏତେ ଦିନ ପରେ ଆସିଲ । ମୁ ତୁମକୁ କୁଣ୍ଢେଇ ନେଲି କିନ୍ତୁ ତୁମେ ଖୁସି ନୁହଁ । ମିହିର କହିଲା , ମୁଁ ଏହି ଆଲିଙ୍ଗନ ଖୁସି ପାଇବା ପାଇଁ ତ ଆସିଛି ।
ମୁଁ ପୁଣି ପଚାରିଲି ଆଜି ପର୍ଯ୍ୟନ୍ତ କେବଳ ମୁଁ ହିଁ ହଗ୍ କରିଛି କିନ୍ତୁ ତମେ ତମ ପଟୁ କେବେ ମୋତେ ହଗ୍ କରିନ କଣ ପାଇଁ ? ମିହିର କହିଲା, ମୋ ସମୟ ଆସିଲେ ମୁଁ କରିବି, ତମେ ତ ଜାଣିଛ ଆଉ କଣ ତମକୁ ବୁଝେଇବି। ତାପରେ ମୁଁ ମିହିର ର କାନ୍ଧରେ ମୁଣ୍ଡ ରଖି ଶୋଇ କଥା ହେବାକୁ ଲାଗିଲି ।
ବହୁତ୍ ସାରା କଥା ହେବାକୁ ଇଚ୍ଛା ଥିଲା କିନ୍ତୁ ସବୁ ଭୁଲି ଯାଉଥିଲି । କେବଳ ମିହିର କୁ ଚାହିଁ ରହିବାକୁ ଇଚ୍ଛା ହେଉଥିଲା । ମିହିର ପଚାରିଲା ଆଜି କିଛି କହୁନ ଯେ? ମୁଁ କହିଲି କଣ କହିବି ମୁଁ ଖୁସିରେ ସବୁ ଭୁଲି ଯାଉଛି । ଦୁହେଁ ନିଜର ସ୍କୁଲ ରୁ କଲେଜ୍ ସମୟ ର ଅଳ୍ପ ଅଳ୍ପ ମୁହୂର୍ତ୍ତ ବିଷୟରେ କଥା ହେଲୁ । ଦୁହେଁ ବହୁତ୍ ଖୁସି ଥିଲି । ମୁଁ ମିହିର କୁ ତାରିଫ୍ କରି ଚାଲିଥାଏ। ସେ କେବଳ ମୁରୁକି ହସ ଦେଉଥାଏ ।
ମିହିର ପ୍ରତିଶ୍ରୁତି ଦେଇଥିବା ଦିନ ଆଜି ଥିଲା ଯେ ସେ ସଫଳ ମଣିଷ ହୋଇ ମୋ ପରିବାର କୁ ମୋତେ ବିବାହ ପାଇଁ ପ୍ରଶ୍ନ କରିବାକୁ ଆସିଥିଲା ଏବଂ ସେ ଆଜି ସଫଳ ହୋଇ ଯାଇଛି ଏବଂ ମୋ ଅପେକ୍ଷାର ଆଜି ଅନ୍ତ ହେଲା । ମିହିର ପଚାରିଲା କେବେ ବିବାହ କରିବ କୁହ? ମୁଁ କହିଲି ଯେତେ ଶୀଘ୍ର ପାରୁଛ ସେତେ ଶୀଘ୍ର ।
ମିହିର କହିଲା ମୁଁ ମଧ୍ୟ ଆଉ ଅପେକ୍ଷା କରିବା ପାଇଁ ଇଚ୍ଛା ନାହିଁ । ମୁଁ ସକାଳେ ବାପା ସହିତ କଥା ହୋଇଛି ସେ ମଧ୍ୟ ରାଜି ଅଛନ୍ତି । ସେ କହିଲେ କୂଳ ସଭା କରି କିଛି ସ୍ଥିର କରିବେ ଏବଂ ମୁଁ ଛୁଟି ଯିବା ପୂର୍ବରୁ ଏଙ୍ଗେଜମେଣ୍ଟ କରିଦେବା ଏବଂ ଆଉ କିଛି ମାସ ପରେ ବିବାହ କରିଦେବା । ମୁଁ କହିଲି ହଁ ସେମିତି କର ।
ତାପରେ ଆମେ ଦୁହେଁ ଶଙ୍କର ଏବଂ ମନ୍ମଥ ମିଶି ପହଞ୍ଚିଲୁ ମାମୁଁ ଘରେ। ମାମୁଁ ଆମ ଦୁଇ ଜଣଙ୍କୁ ଦେଖି ବହୁତ୍ ଖୁସି ହେଲେ । ରାନି ଭାଇ ଭାଇ କହି ଦଉଡ଼ି ଆସି ମିହିର କୁ କୁଣ୍ଢେଇ ନେଲା । ସତ କହେ ରାନି ଯେତେବେଳେ ମିହିର କୁ ହଗ୍ କରେ ନା? ମୋତେ ବହୁତ୍ ରାଗ ଲାଗେ କିନ୍ତୁ ନିଜ ରାଗ କୁ ଶାନ୍ତ କରିଦିଏ ।
ମାଇଁ ଦେଖି ଖୁସି ହେଲେ । କିଛି ସମୟ କଥା ହେଲା ପରେ ମିହିର ଫେରିଗଲା ନିଜ ଘରକୁ । ପୂର୍ବ ଭଳି ଆମର ପ୍ରତିଦିନ ଦେଖା ହେଉଥାଏ । ମିହିର ର ବାପା କୁଳ ସଭା ରେ ବାହା ଘର କଥା କହିଲା ପରେ ସଭା ରେ ଉପସ୍ଥିତ ଥିବା ସମାଜ ଲୋକ ରାଜି ହେଲେ ନାହିଁ କିନ୍ତୁ ପରେ ଗ୍ରାମ ର କିଛି ବୁଦ୍ଧିଜୀବି ଙ୍କ କହିବା ପରେ ଏହି ବାହାଘର ପାଇଁ ଅନୁମତି ଦିଆ ଗଲା।
ଆମ ଗାଁ ରେ ମଧ୍ୟ ସେମିତି, କିଛି ଫାଇନ ନାହିଁ । କେବଳ କୁଳ ସଭା ରେ ବସି ସମସ୍ତ ବୁଦ୍ଧିଜୀବୀ ମାନେ ଉଚିତ୍ ସ୍ଥିର କରି ଆମ ବାହାଘର କୁ ଅନୁମତି ଦେଲେ । ଆଉ ୪ ଦିନ ପରେ ମୋର ଏଙ୍ଗେଜମେଣ୍ଟ ହେବାର ଥିଲା । ଅନ୍ୟ ଏକ ସମସ୍ୟା ଆମ ଜୀବନରେ ଆସିଗଲା ।
ଗୋଟିଏ ଝିଅ ଆସି ପହଞ୍ଚିଥିଲା, ମିହିର ର ଘରେ । ତାହା ଓଡ଼ିଶା ର ନୁହଁ ହିନ୍ଦୀ ଭାଷୀ ସେ ହେଉଛନ୍ତି ହରିୟାଣା ର ପରିବାର । ସେ ଝିଅ ର ନଜର ମୋ ମିହିର ଉପରେ । ସେ ମିହିର କୁ ବିବାହ କରିବ ବୋଲି କହୁଥିଲା । ସେ ଝିଅ ଥିଲା ମିହିର ର ଅଫିସର ଙ୍କ ଝିଅ । ସେ ଝିଅ ମିହିର କୁ ଟ୍ରେନିଂ ସମୟରେ ବହୁତ୍ ଥର ଦେଖିଛି ।
ବେଳେବେଳେ ଅଫିସର ଙ୍କ ଘରେ କିଛି ପ୍ରୋଗ୍ରାମ ହେଲେ ମିହିର ଏବଂ ଅନ୍ୟ ସାଙ୍ଗ ମାନଙ୍କ ସହିତ ସେଠୀ ସାହାଯ୍ୟ କରିବାକୁ ପଠା ଯାଉଥିଲା । କିଛି ଦିନ ପରେ ସେ ଝିଅ ମିହିର କୁ ବାରମ୍ବାର ଦେଖି ଏକ ତରଫା ଭଲ ପାଇ ବସିଥିଲା।
ଏମିତି ଦିନେ ସେ ଅଫିସର ଘରେ କିଛି ପ୍ରୋଗ୍ରାମ ସମୟରେ ମିହିର ଯାଇଥିଲା । ସେ ସମୟରେ ସେ ଝିଅ ମିହିର ପାଖକୁ ଆସି ବସି କଥା ହେବାକୁ ଇଚ୍ଛା କରିଥିଲା କିନ୍ତୁ ମିହିର ସେ ଝିଅ କୁ ଅଣଦେଖା କରି ନିଜ କାମରେ ଲାଗି ପଡ଼ିଲା। ଏମିତି ବହୁତ୍ ଥର ସେ ଝିଅ ମିହିର ସହିତ କଥା ହେବାକୁ ଚେଷ୍ଟା କରିଥିଲା ।
ଦିନେ କିଛି ଅଘଟଣ ଘଟିଗଲା । ସେଦିନ କିଛି କାର୍ଯ୍ୟକ୍ରମ ଯୋଗୁ ମିହିର ଏବଂ ସାଙ୍ଗ ମାନେ ସାହାଯ୍ୟ ପାଇଁ ସେଠୀ ଯାଇଥାନ୍ତି । ସେ ଝିଅ ମିହିର ସହିତ କଥା ହେବା ପାଇଁ ମିହିର ପଛେ ପଛେ ଲାଗିଥାଏ କିନ୍ତୁ ମିହିର ଜାଣିଶୁଣି କଥା ହେଉ ନଥାଏ ।
ମିହିର ତା ଅଫିସର୍ କୁ କହିଲା କି ସାହେବ୍ ଆପଣଙ୍କ ଝିଅ ମୋ ସହିତ କଥା ହେବାକୁ ଚାହୁଁଛନ୍ତି କିନ୍ତୁ କ୍ଷମା କରିବେ ମୁଁ ଆପଣଙ୍କ ଝିଅ ସହିତ କଥା ହେବାକୁ ଚାହୁଁ ନାହିଁ । ସେ ଅଫିସର୍ କିଛି ନଜାଣି ନ ଶୁଣି ମିହିର କୁ ଦୋଷ ଦେଇ କହିଲେ । ମୋ ଝିଅ ବହୁତ୍ ଭଲ , ତମେ ସବୁ ଗାଉଁଳି ଲୋକ, ଏଠି ଚାକିରି ପାଇବା ପରେ ଅଫିସର୍ ର ଝିଅ କୁ ଫସେଇ ତା ସହିତ ବିବାହ ପାଇଁ ଯୋଜନା କରୁଛ ଏବଂ ଦାମୀ ଘର ଲାଳସା ରେ ମୋ ଝିଅ ଉପରେ ଖରାପ ନଜର ରଖିଛ।
ଏମିତି ବହୁତ୍ କଥା କହି ମିହିର କୁ ଅପମାନ କରି ସେଠୁ ବାହାର କରିଦେଲା ଏବଂ ଚାକିରି ରୁ ବହିଷ୍କାର ପାଇଁ ମିହିର ନାମରେ ଅଭିଯୋଗ କରିବ ବୋଲି ମିହିର କୁ ଧମକ ଦେଲା। ମିହିର ର ଭୁଲ ନଥାଇ ମଧ୍ୟ ଚାକିରି ବହିଷ୍କାର ଧମକ ମିହିର କୁ ଭୟଭୀତ କରିଦେଲା । ମିହିର ସେ ଅଫିସର୍ କୁ ଭୁଲ ମାଗିଲା ଏବଂ ସେ ବେରେକ୍ କୁ ଆସିଗଲା । ଖାଲି ସେତିକି ନୁହେଁ ଏହି ଘଟଣା ର କିଛି ଦିନ ପରେ ସେ ଝିଅ ମିହିର ରହୁଥିବା ବେରେକ୍ କୁ ଅଫିସର ସହିତ ବୁଲିବାକୁ ଆସିଗଲା।
Part-18 ରେ ପଢ଼ିବେ : (ସେ କହୁଛି ଯଦି ମିହିର କୁ ପାଇବ ନାହିଁ ତେବେ ସେ ଆତ୍ମହତ୍ୟା କରିବ ।

ମିହିର ପଚାରିଲା, ଏଥିରେ ମୁଁ କଣ କରିବି । ସେ ଅଫିସର୍ କହିଲା ମୁଁ ନିରୁପାୟ ହୋଇ ଗଲିଣି ।)

ଏହି କାହାଣୀ ର ଆଗାମୀ ଭାଗ ଗୁଡ଼ିକ ପ୍ରତ୍ୟେକ ଦିନ ସକାଳ ୭ ଟା ସମୟରେ ପବ୍ଲିଶ ହେବ ।
Bhuyans Blog

ଉପର ଲିଙ୍କ୍ କୁ ନିଜ ମୋବାଇଲ ରେ ସେଭ କରି ରଖନ୍ତୁ ଏବଂ ଆପଣଙ୍କ ସମୟ ଅନୁସାରେ କାହାଣୀ ପଢନ୍ତୁ।
ଯଦି ଆପଣ ନିଜ ଗଳ୍ପ କିମ୍ବା କବିତା କୁ ଏମିତି ଅନଲାଇନ ରେ ସେୟାର କରିବାକୁ ଚାହୁଁଛନ୍ତି ତେବେ ତଳେ ଦିଆ ଯାଇଥିବା Whatsapp ଲିଙ୍କ୍ ରେ ନିଜ Article ପଠେଇ ପାରିବେ ।
Click Here and send your Article (Whatsapp Link)

ଏହି ଗଳ୍ପ କୁ ଅନ୍ୟ ମାନଙ୍କୁ ସେୟାର କରିବାକୁ ଚାହୁଁଛନ୍ତି ତେବେ Page ତଳକୁ Scroll କରନ୍ତୁ ଏବଂ Whatsapp Button ଉପରେ କ୍ଲିକ କରି ସେୟାର କରନ୍ତୁ ।
ଅନ୍ୟ କାହାଣୀ ପଢ଼ିବା ପାଇଁ ତଳେ ଦିଆ ଯାଇଥିବା Telegram Channel ର ଲିଙ୍କ୍ କୁ କ୍ଲିକ୍ କରି ଜଏନ କରନ୍ତୁ ।
Telegram Link

ପାଠକ ବନ୍ଧୁ କାହାଣୀ କୁ ପଢିବାରେ ସମୟ ଦେଇଥିବାରୁ ଆପଣକୁ ବହୁତ୍ ବହୁତ୍ ଧନ୍ୟବାଦ୍ ।

If you like this story so share to your friends, Thanking You.

Love Forever 16( A Story of Love Birds)

Love Forever( A Story of Love Birds) ...16
Love Forever( A Story of Love Birds) …16
ସେ ମୋ ଝିଅ କୁ ବିବାହ ପାଇଁ ଆଶା କରି ବସିଛି। ବାପା ସେଦିନ ର ଚର୍ଚ୍ଚା ବିଷୟରେ ମଧ୍ୟ କହିଲେ । ଯେ କିଛି କାଠ ତାଙ୍କୁ ଦରକାର ଏବଂ ସେ କାଠ ସରକାର କାମରେ ଲାଗିବ କିନ୍ତୁ ଏବେ ଜଣା ପଡ଼ିଲା ଯେ ସେ କାଠ ଚୋରି ହେବ ତାହା ପୁଣି ମୋ ଜଙ୍ଗଲ ରୁ ଏବଂ ସେ କାଠ ର ଅଧା ମୂଲ୍ୟ ମୋତେ ମିଳିବ ବୋଲି କହୁଥିଲେ ।
ଏ ସବୁ ର ମୁଖ୍ୟ କାରକ ହେଲା ସେ ଷଣ୍ଢ ର । ବାପାଙ୍କ ମୁହଁରୁ ଷଣ୍ଢ ନାମ ଶୁଣି ମୋତେ ଖୁସି ଲାଗୁଥାଏ ଏବଂ ବାପାଙ୍କୁ ୫୦ ପ୍ରତିଶତ ଟଙ୍କା ଦେଇ ବାକି ଟଙ୍କା ସେମାନେ ବାଣ୍ଟି ନେବେ ବୋଲି ବାପା କହିଲେ। ସେ ଷଣ୍ଢ ଲୋଭ ଦେଖାଇ କିଛି ସର୍ତ୍ତ ରଖି ବାପାଙ୍କୁ କହିଛି ଯେ ଆପଣଙ୍କ ଝିଅ ସହିତ ବିବାହ ରେ ଯେତେ ଟଙ୍କା ଖର୍ଚ୍ଚ ହେବ ସବୁ ସେ ବହନ କରିବ।
ବାପା ମୋତେ ଡ଼ାକି ମୋ ମୁଣ୍ଡରେ ହାତ ରଖି କହିଲେ ତୁ ଠିକ୍ ଥିଲୁ ଲୋ ମା, ମୁଁ ଭୁଲ ନିଷ୍ପତି ନେଇ ଥିଲି। ବୋଉ ଏବଂ ମୁଁ ଦୁହେଁ କହିଲୁ ସେଦିନ ମୋ ଉପରେ ମଧ୍ୟ ଖରାପ ନଜର ରେ ମୋତେ ଦେଖୁଥିଲା ବୋଲି । ବାପା ବହୁତ୍ ରାଗି କହିଲେ । ହଉ ଠିକ୍ ଅଛି ସେ କାଠ ଚୋରି ହେବାକୁ ଦେବୀ ନାହିଁ ଏବଂ ସତର୍କ ରହିବି ସେ ଷଣ୍ଢ ର କାର୍ଯ୍ୟ କଳାପ ଉପରେ।
ବାପା ବୁଝିଗଲେ ଏବଂ ସେ ଚୋରି ହେବାକୁ ଦେଲେ ନାହିଁ । ସେ ଷଣ୍ଢ କୁ ଘରକୁ ଫୋନ୍ କରିବାକୁ ମନା କରିବା ସହିତ ବାହା ଦେବାକୁ ମଧ୍ୟ ରୋକ୍ ଠୋକ୍ ମନା କରିଦେଲେ। ବାପା ବହୁତ୍ ରାଗନ୍ତି କିନ୍ତୁ କରିବେ କଣ? ସେ ଥିଲା ବାପା ଙ୍କ ଉପର ଅଫିସର।
ଠିକ୍ ୫ ଦିନ ପରେ ମିହିର ର ଫୋନ୍ ଆସିଲା । ମିହିର କୁ ସବୁ କଥା କହିଲି । ମିହିର ସବୁ କଥା ଶୁଣିଲା ଏବଂ କହିଲା ବାପାଙ୍କୁ କହିବ ସେ ତମକୁ ଆଉ କୋଉଠି ବିବାହ ଦେବେ ନାହିଁ । କି ଅନ୍ୟ କୋଉ ପ୍ରସ୍ତାବ କୁ ଗ୍ରହଣ କରିବେ ନାହିଁ । ମୁଁ କହିଲି ବାପା ଏବେ ରାଜି ହୋଇଯିବେ ତମେ ଚିନ୍ତା କରନି । ତମେ କୋଉ ଦିନ ଆସିବ କୁହ, ବାସ୍ ସେ ଦିନ ଅପେକ୍ଷାରେ ମୁଁ ଅଛି ।
ତାପରେ ଚାଲିଲା ସେମିତି ଫୋନ୍ ରେ କଥା ବାର୍ତ୍ତା । ମିହିର ର ଟ୍ରେନିଂ ସରିଗଲା । ଦଶ ମାସ ପୁର୍ବରୁ ମିହିର କୁ ଦେଖିଥିଲି। ସେ କେମିତି ଥିବ, ମୋଟା ନା ପତଳା, ଗୋରା ନା କଳା ହୋଇ ଆସିଥିବ । ଏମିତି ବହୁତ୍ ପ୍ରଶ୍ନ ମୋ ମନରେ ଉଙ୍କି ମାରୁଥିଲା।
ସେଦିନ ମିହିର ପାହାନ୍ତା ସମୟରେ ଘରେ ଆସି ପହଁଚିଲା । ମୁଁ ଭାବୁଥାଏ କେତେବେଳେ ସେ ଆସିବ। ପୁରା ଦିନ ଚାଲିଗଲା । ମୁଁ ଜାଣି ଶୁଣି ଫୋନ୍ କରୁ ନଥିଲି। ଦିନ ୧ଟା ବେଳେ ଆଉ ରହି ନ ପାରି ଫୋନ୍ କରିଲି। ମିହିର ର ବଡ ଦିଦି ଫୋନ୍ ଉଠେଇ କହିଲେ, କେମିତି ଅଛୁ ଅନୁ?? ତୁ ତ ଖବର ପାଇ ସାରିଥିବୁ । ମିହିର ଆସିଛି ବୋଲି, ମୁଁ ହଁ କହିଲି ଏବଂ ପଚାରିଲି ମିହିର କୁଆଡେ ଯାଇଛି?
ଦିଦି କହିଲେ ସେ ସକାଳୁ ଆସି ଶୋଇଥିଲା ଏବେ ୧୦ ଟା ରେ ଶଙ୍କର ର ତାର ଗାଧେଇ ଯାଇଥିଲେ । ଟିକେ ପୂର୍ବରୁ କିଛି ଖାଇ ଡ୍ରେସ ପିନ୍ଧି ବାଇକ୍ ନେଇ କୁଆଡେ ବାହାରିଗଲା ଜଣା ନାହିଁ କୁଆଡେ ଯାଇଛି । ମୁଁ କହିଲି ଦିଦି ମୁଁ ପରେ କଥା ହେଉଛି, ଏବେ ରଖୁଛି।
ତାପରେ ମୁଁ ଶଙ୍କର କୁ କଲ୍ କରିଲି। ଶଙ୍କର ର ମା ଉଠେଇ କହିଲେ ସେ ୧୨ ଟା ରେ ଖାଇ ସାରି ମିହିର ସହିତ କୁଆଡେ ଯାଇଛି। ଏତିକି ଶୁଣି ଫୋନ୍ ରଖିଲି। ଭାବିଲି କୁଆଡେ ଗଲେ । ଏବେ ପର୍ଯ୍ୟନ୍ତ ଆସିଲେ ନାହିଁ । ଫେରି ଆସିଲି ମୋ ରୁମ୍ କୁ,,, ଠିକ୍ ୧୦ ମିନିଟ୍ ପରେ ରାଜଦୂତ ବାଇକ୍ ର ଉଚ୍ଚା ସାଇଲେଂସର୍ ସାଉଣ୍ଡ ଦେଇ କେହି ଜଣେ ଆମ ସାହିକୁ ଆସିଲା ।
ସାହି ପଡିଶା ଲୋକ ବାହାରକୁ ଆସି ଗଲେ ଦେଖିବା ପାଇଁ, ସେ ସମୟରେ ଯଦି କେହି ରାଜଦୂତ୍ ରେ ଗାଁ କୁ ଆସୁଥିଲେ ଲୋକେ ବାହାରକୁ ଆସି ଦେଖିବାକୁ ବାଧ୍ୟ ହେଉଥିଲେ । ଜାଣିଛ, ସେ ଥିଲା ମିହିର ।
ଫର୍ମାଲ ଡ୍ରେସ ସହିତ ଲଙ୍ଗ ଜୋତା ଏବଂ ଯବାନ ଙ୍କ ଭଳି ଚୁଟି କଟା ହୋଇଛି । ଅଳ୍ପ ପତଳା ଥିଲା କିନ୍ତୁ ଆଗ ଅପେକ୍ଷା ବହୁତ ସୁନ୍ଦର ହୋଇ ଯାଇଥିଲା । ମୁଁ ଦୌଡ଼ି ଗଲି ଗେଟ୍ ପାଖକୁ । ମିହିର କୁ ଦେଖି ମୋ ଆଖିରେ ଖୁସି ରେ ଲୁହ ଝରିଗଲା । ସେ ଜୋତା ବାହାର କରି ଘର ଭିତରକୁ ଆସିବା ପରେ ମୁଁ କୁଣ୍ଢେଇ ନେଲି ।
ଭାଗ୍ୟ ବଶତଃ ବାପା ଦେଖି ନାହାନ୍ତି ସେ ଶୋଇଥିଲେ କିନ୍ତୁ ମନ୍ମଥ,ଶଙ୍କର ଏବଂ ବୋଉ ଦେଖିଦେଲେ । ବୋଉ ଏବଂ ମନ୍ମଥ ମିହିର କୁ ଦେଖି ବହୁତ୍ ଖୁସି ହେଲେ । ମିଠା ପ୍ୟାକେଟ କୁ ଟେବୁଲ୍ ଉପରେ ରଖି ମିହିର ବୋଉ ର ପାଦ ଛୁଇଁ ପ୍ରଣାମ କରିଲେ । ବୋଉ ଆଶୀର୍ବାଦ ଦେଇ ଖୁସି ହେଲେ। ଆମ କଥାବାର୍ତ୍ତା ଶୁଣି ବାପା ଉଠି ଆସିଲେ । ବାପାଙ୍କୁ ମଧ୍ୟ ସେ ପ୍ରଣାମ କରିଲା।
ମୁଁ ଖୁସିରେ ଯେମିତି ନାଚି ଉଠୁଥିଲି। ମୋର ପାଦ ତଳେ ଲାଗୁ ନଥାଏ, କଣ କହିବି? କଣ କଥା ହେବି? ମୁଁ ସବୁ ଭୁଲି ଯାଉଥାଏ । ମୁଁ ସଙ୍ଗେ ସଙ୍ଗେ ମିହିର ପାଇଁ ଲେମ୍ବୁ ପାଣି ଏବଂ ଜଳଖିଆ ନେଇ ଆସିଲି। ଆମେ ସମସ୍ତେ ବସି କଥା ହେଲୁ ।
ବାପା ସେଦିନ ମିହିର କୁ ଦେଖି ବହୁତ୍ ଖୁସି ହେଲେ। କଥା ବାର୍ତ୍ତା ର କିଛି ସମୟ ପରେ ମିହିର କହିଲା, ମଉସା ଆପଣଙ୍କୁ କିଛି କଥା କହିବାର ଥିଲା, ଆପଣ ଯଦି ଅନୁମତି ଦେବେ ତେବେ ମୁଁ କହିବି ? ବାପା କହିଲେ କୁହ ପୁଅ । ମିହିର କହିଲା । ମୁଁ ଅନୁ କୁ
ବହୁତ୍ ଭଲ ପାଏ ଏବଂ ତାକୁ ବିବାହ କରିବାକୁ ଚାହେଁ ।
ମିହିର ର କଥା ଶୁଣି ବାପା କହିଲେ । ଏ ତ ଖୁସିର କଥା ଏବଂ ସେ ତ କେତେ ଦିନରୁ ଅପେକ୍ଷା କରି ବସିଛି ଏବଂ ଆମେ ମଧ୍ୟ ତମ ବାଟ କୁ ଚାହିଁ ବସିଥିଲୁ । ବାପା ଙ୍କ ମୁହଁରୁ ଏତିକି କଥା ଶୁଣି ମୋର ଆଖିରୁ ପୁଣି ଥରେ ଖୁସିରେ ଲୁହ ବାହାରିଗଲା ।
ବାପା କହିଲେ, ମୋ ଝିଅ ର ଖୁସି କେବଳ ତୁମ ପାଖରେ । ସେ ପିଲା ଦିନୁ ତୁମକୁ ପସନ୍ଦ କରି ଆସିଛି । ଏବେ ସେ ସମୟ ପାଖେଇ ଆସିଛି କିନ୍ତୁ ଅଳ୍ପ ଅସୁବିଧା ହୋଇପାରେ। ଆମ କୁଳ ସମାଜ ଏହି ବିବାହ ପାଇଁ ବିରୋଧ କରି ପାରନ୍ତି କିନ୍ତୁ ସେଥିପାଇଁ ଚିନ୍ତା କରନ୍ତୁ ନାହିଁ । କିଛି ଫାଇନ ଦେବାକୁ ହେବ ଏବଂ ବାହାଘର ନିଶ୍ଚୟ ହେବ।
କେବଳ କଥା ରହିଲା ତମ କୁଳ ସମାଜ ଏହି ବାହାଘର କୁ ଅନୁମତି ଦେବେ ତ ? ମିହିର କହିଲା ଆମ କୂଳ ସମାଜ ଅନୁମତି ଦେବେ ନାହିଁ କିନ୍ତୁ ମୋତେ କିଛି ଫାଇନ ଦେବାକୁ ହେବ । ତାପରେ ବାପା କହିଲେ ତମେ ଦୁହେଁ କଥା ହୁଅ ମୁଁ ବାହାରକୁ ଯାଇ ଆସୁଛି । ବୋଉ ମଧ୍ୟ କହିଲେ ତମେ କଥା ହୁଅ ମୋର ସେପଟେ କିଛି କାମ ଅଛି କହି ଉଠି ଚାଲିଗଲେ।
Part-17 ରେ ପଢ଼ିବେ : (ସେ ଝିଅ ର ନଜର ମୋ ମିହିର ଉପରେ । ସେ ମିହିର କୁ ବିବାହ କରିବ ବୋଲି କହୁଥିଲା । ସେ ଝିଅ ଥିଲା ମିହିର ର ଅଫିସର ଙ୍କ ଝିଅ ।)

ଉପର ଲିଙ୍କ୍ କୁ ନିଜ ମୋବାଇଲ ରେ ସେଭ କରି ରଖନ୍ତୁ ଏବଂ ଆପଣଙ୍କ ସମୟ ଅନୁସାରେ କାହାଣୀ ପଢନ୍ତୁ।
ଯଦି ଆପଣ ନିଜ ଗଳ୍ପ କିମ୍ବା କବିତା କୁ ଏମିତି ଅନଲାଇନ ରେ ସେୟାର କରିବାକୁ ଚାହୁଁଛନ୍ତି ତେବେ ତଳେ ଦିଆ ଯାଇଥିବା Whatsapp ଲିଙ୍କ୍ ରେ ନିଜ Article ପଠେଇ ପାରିବେ ।
Click Here and send your Article (Whatsapp Link)

ଏହି ଗଳ୍ପ କୁ ଅନ୍ୟ ମାନଙ୍କୁ ସେୟାର କରିବାକୁ ଚାହୁଁଛନ୍ତି ତେବେ Page ତଳକୁ Scroll କରନ୍ତୁ ଏବଂ Whatsapp Button ଉପରେ କ୍ଲିକ କରି ସେୟାର କରନ୍ତୁ ।
ଅନ୍ୟ କାହାଣୀ ପଢ଼ିବା ପାଇଁ ତଳେ ଦିଆ ଯାଇଥିବା Telegram Channel ର ଲିଙ୍କ୍ କୁ କ୍ଲିକ୍ କରି ଜଏନ କରନ୍ତୁ ।
Telegram Link

ପାଠକ ବନ୍ଧୁ କାହାଣୀ କୁ ପଢିବାରେ ସମୟ ଦେଇଥିବାରୁ ଆପଣକୁ ବହୁତ୍ ବହୁତ୍ ଧନ୍ୟବାଦ୍ ।

If you like this story so share to your friends, Thanking You.

Love Forever 15( A Story of Love Birds)

Love Forever( A Story of Love Birds) ...15
Love Forever( A Story of Love Birds) …15

Click Here Part-14

ମୁଁ କଣ କରିବି ମୋ ମୁଣ୍ଡ କିଛି କାମ କରୁ ନଥାଏ । ମିହିର କୁ ଫୋନ୍ କରିଲି କିନ୍ତୁ କେହି ଉଠେଇଲେ ନାହିଁ । ମିହିର କହିଥାଏ ମୁଁ ଏପଟୁ କଲ୍ କରିବି ମୋ ସମୟରେ, ତମେ ଯଦି କଲ୍ କରିବ କେହି ଉଠେଇବେ ନାହିଁ କାରଣ ତାହା ଥିଲା ପିସିଓ ବୁଥ । ମୋ ଚିନ୍ତା ବଢ଼ି ବଢ଼ି ଯାଉଥାଏ । ବୋଉ ଚିନ୍ତାରେ ରୋଷେଇ ଘରେ ବସିଥାନ୍ତି, ମନ୍ମଥ ମଧ୍ୟ ଚୁପ୍।
ବାପା ରାତି ୮ଟା ରେ ଘରକୁ ଆସିଲେ । ମୁଁ ବାପା ପାଖରେ ପହଞ୍ଚିଲି। ବାପା ଙ୍କ ହାତ ଧରି କହିଲି ବାପା ମୋତେ ତମେ ଭଲ ପାଅ ନା? ବାପା ହଁ କରିଲେ। ମୁଁ କହିଲି ତମେ ଭଲ ଭାବରେ ଜାଣିଛ ମୁଁ ମିହିର କୁ ପସନ୍ଦ କରେ ଏବଂ ତାକୁ ବିବାହ କରିବାକୁ ଚାହେଁ । ବାପା କହିଲେ ତୁ ତାକୁ ଭୁଲି ଯାଆ ।
ମୁଁ କହିଲି ବାପା ଏବେ ପର୍ଯ୍ୟନ୍ତ ତମେ ଠିକ୍ ଥିଲ । ଏବେ ହଠାତ୍ କଣ ହେଲା ତମକୁ, ତମେ ଏମିତି କଥା ବାର୍ତ୍ତା କରୁଛ । ବାପା କହିଲେ, ସେ ସାର୍ ବହୁତ୍ ଭଲ ଏବଂ ମୋ ଠାରୁ ବହୁତ୍ ସାଲେରି ପାଉଛନ୍ତି । ତାଙ୍କର ଘର ମଧ୍ୟ ବହୁତ୍ ବଡ, ତୁ ତାଙ୍କୁ ବିବାହ କରିବୁ ଯଦି ଖୁସିରେ ରହିବୁ।
ସେ ଦେଖିବାକୁ କଳା କିନ୍ତୁ ତାଙ୍କ ହୃଦୟ ବହୁତ୍ ନିର୍ମଳ। ମୁଁ ବାପା ଙ୍କୁ କହିଲି , ବାପା ସେ କେମିତିକା ଲୋକ ମୁଁ ଜାଣିବାକୁ ଇଚ୍ଛା କରୁନି । ମୁଁ ତାଙ୍କୁ ବିବାହ କରିବି ନାହିଁ କାରଣ ମୁଁ ମିହିର କୁ ଭଲ ପାଏ ।
ବାପା କହିଲେ, ମିହିର ଚାକିରି ପାଇବା ପରେ ଘରକୁ ଆସିଥିଲା ସେ ତ କିଛି କହିଲା ନାହିଁ ଏବଂ ସେ ଆମ କୁଳ ସମାଜ ଲୋକ ନୁହଁ ତାକୁ ମୁଁ ବାହା ଦେବିନି । ବାପାଙ୍କ ଆଗରେ ମୁଁ ଲୁହ ଗଡ଼େଇ ଚାଲିଛି କିନ୍ତୁ ବାପା ମୋ ସହିତ ଆଖି ମିଶେଇ କଥା ହେଉ ନଥିଲେ ।
ମୁଁ ବାପା ଙ୍କୁ ପୁଣି ପଚାରିଲି, ବାପା ମୋ ଖୁସି ପାଇଁ ସେ ଅଧା ବୁଢା ସହିତ ମୋତେ ବାହା କରିଦେବ ମୁଁ କଣ ଖୁସିରେ ରହିବି ବୋଲି ଭାବୁଛ? ତମେ ପିଲା ଦିନେ ମୋତେ ଗପ ଶୁଣେଇ କହୁଥିଲ ନା, ସବୁ ରାଜକୁମାରୀ ଙ୍କ ପାଇଁ ଗୋଟିଏ ସୁନ୍ଦର୍ ରାଜକୁମାର ଭଗବାନ ଗଢ଼ିଥାନ୍ତି ଏବଂ କହୁଥିଲ ତୁ ମୋ ରାଜକୁମାରି ଏବଂ ତୋ ପାଇଁ ମଧ୍ୟ ଗୋଟିଏ ସୁନ୍ଦର୍ ରାଜକୁମାର ଜଣେ ଆସିବ ।
ମୋ ରାଜକୁମାର ହେଉଛି ମୋ ମିହିର, ଭଗବାନ ସାର୍ ନୁହନ୍ତି । ଆପଣ ନିଜେ ଚିନ୍ତା କରନ୍ତୁ । କଣ ମୁଁ ଭଗବାନ ସାର୍ ସହିତ ବିବାହ କରିଲେ ଆପଣ ଖୁସିରେ ରହିବେ ତ?? ମୋତେ ଆପଣ କହିଥିଲେ ନା ତୁ ସ୍ବର୍ଗ ର ଚାନ୍ଦ ମାଗିବୁ ତୋ ପାଇଁ ତୋଳି ଆଣିବି କିନ୍ତୁ ଏ ଭଗବାନ ସାର୍ କୁ ଚାନ୍ଦ ବନେଇ ମୋ ଗଳା ରେ ହାର କରି ପିନ୍ଧିବାକୁ ଚାହେଁନି ବାପା।
ବାପା କହିଲେ ମୁଁ ତୋ କଥା କିଛି ଶୁଣିବି ନାହିଁ, ତୁ ଆଜିଠୁ ସେ ମିହିର ସହିତ କଥା ହେବୁ ନାହିଁ । ବୋଉ କହିଲେ, ତମକୁ କଣ ହୋଇଛି, ବାପା ଚିତ୍କାର କରି କହିଲେ ତମେ ଚୁପ୍ ରୁହ, କହି ଉଠି ଚାଲିଗଲେ । ବାପା ମୋର ତିଳେ କଥା ମଧ୍ୟ ଶୁଣିଲେ ନାହିଁ । ସେ ତାଙ୍କ ଜିଦ୍ ରେ ଅଟଳ ରହିଲେ । ସେଦିନ ରାତିରେ ମୁଁ ଉପାସରେ ଶୋଇଲି । ବୋଉ ମୋତେ ଅନୁରୋଧ କରିଲେ କିନ୍ତୁ ମୁଁ ଶୁଣିଲି ନାହିଁ ।
ଏପଟେ ମିହିର ର ଗୋଟିଏ ଦିନ ପୂର୍ବରୁ ଫୋନ୍ କରି କହିଥିଲା ଯେ ସେ ୫ ଦିନ ପାଇଁ ଆଉ କୋଉ ସ୍ଥାନ କୁ ଟ୍ରେନିଂ ପାଇଁ ଯିବ । ଏ ଷଣ୍ଢ କଥା ମୁଁ ମିହିର କୁ କହି ନଥାଏ । ମୁଁ ନିରୁପାୟ ଥିଲି କାହାକୁ କହିବି କେମିତି ଜାଣିବି ଭାବି ମନେ ପଡ଼ିଲା ମିହିର ର ସାଙ୍ଗ ଶଙ୍କର କଥା
ତା ପର ଦିନ ମୁଁ ଶଙ୍କର କୁ ଫୋନ୍ କରିଲି, ଗତ ରାତିର ଘଟଣା ବିଷୟରେ ସବୁ କଥା କହିଲି ସେ କହିଲା , ଭାଉଜ ମୋତେ ଅଳ୍ପ ସମୟ ଦିଅ, ମୁଁ ତାର ଖବର ବାହାର କରି ମୁଁ କହୁଛି ।
ଠିକ୍ ୩ ପରେ ଶଙ୍କର ମୋତେ ଫୋନ୍ କରି କହିଲା । ଭାଉଜ ଗୋଟିଏ ବଡ ଖବର । ସେ ଅଫିସର ଗୋଟିଏ ଖରାପ ଲୋକ। ଅନ୍ୟ କୋଉ ଜାଗାରୁ ଚୋରା କେସ ରେ ଫସିବା ଯୋଗୁ ତାକୁ ଏ ଏରିଆ କୁ ପୋଷ୍ଟୀଙ୍ଗ କରା ଯାଇଛି ଏବଂ ତାହାର ବିବାହ ସରି ଛାଡ଼ପତ୍ର ହୋଇ ଯାଇଛି ଏବଂ ତାର ଗୋଟିଏ ଛୋଟ ଝିଅ ମଧ୍ୟ ଅଛି।
ସେ ଏତେ ଖରାପ ଯେ ମୋତେ କହିବାକୁ ଠିକ୍ ଲାଗୁନି । ସେ ଯୋଉ ଅଫିସ ରେ ଡିଉଟି କରେ ସେଠୀ ସ୍ତ୍ରୀ ଲୋକ ଉପରେ ଖରାପ ନଜର ପକେଇ ରଖେ । ସେ ଯଦି ଅଫିସ ଷ୍ଟାଫ୍ ହୋଇଥିବ ତାକୁ କିଛି କୌଣସି ଭୁଲ କାମରେ ଫସେଇ ତାକୁ ଦୋଷୀ କରାଏ ଏବଂ ତାକୁ କ୍ଷମା କରିବା ବାହାନାରେ ତା ସହିତ ଖରାପ ସମ୍ପର୍କ ରଖେ।
ଖାଲି ସେତିକି ନୁହେଁ ଜଙ୍ଗଲ ରେ କାଠ ନେବାକୁ ଆସିଥିବା ସ୍ତ୍ରୀ ଲୋକ ମାନେ କାଠ ନେବା ସମୟରେ କାଠ ସହିତ ଧରି ଜେଲ ର ଧମକ ଦେଇ ତାଙ୍କ ସହିତ ଖରାପ ସମ୍ପର୍କ ରଖେ। ଏମିତି ବହୁତ୍ ଘଟଣା ହୋଇଛି ।
ଏମିତି ସବୁ ଘଟଣା ପରେ ତା ସ୍ତ୍ରୀ ସ୍ୱାମୀର ସ୍ୱାମୀର ଖରାପ କାମ ବିଷୟରେ ଜାଣିଲା ଏବଂ ସେ ତା ସ୍ତ୍ରୀ କୁ ମାର୍ ପିଟ କରିବା ପରେ ତାର ତା ସ୍ତ୍ରୀ ତା ଠାରୁ ଛାଡ଼ପତ୍ର ନେଇ ଅଲଗା ରହୁଛି।
ଏହି କଥା ଶୁଣି ମୋତେ ସେ ଷଣ୍ଢ ର ଅସଲ ରୂପ ଜଣା ପଡ଼ିଲା। ମନରେ ବାପା ଙ୍କ ପ୍ରତି ରାଗ ଆସିଲା ସଙ୍ଗେ ସଙ୍ଗେ ମୁଁ ବୋଉ କୁ ଡାକି ସବୁ କଥା କହିଲି ଏବଂ ଶଙ୍କର ମଧ୍ୟ ବୋଉ କୁ ଏ ସବୁ କଥା କହିଲା। ବୋଉ ସବୁ କଥା ଜାଣି ବାପା ଆସିଲା ପରେ ସବୁ କଥା କହିଲେ ।
ବାପା ପ୍ରଥମେ ବିଶ୍ୱାସ କରିଲେ ନାହିଁ କିନ୍ତୁ ବାପାଙ୍କୁ ଦୁହେଁ କହିଲୁ ଏବଂ ଶଙ୍କର ସହିତ ବାପା ପୁଣି କଥା ହେଲେ। ଶଙ୍କର କହିଲା ଆପଣ ପ୍ରମାଣ ପାଇଁ ସେହି ସ୍ଥାନ କୁ ଯାଆନ୍ତୁ ସେଠୀ ତାଙ୍କ ସ୍ତ୍ରୀ ଏବଂ ଝିଅ ରହୁଛନ୍ତି ଭଡ଼ା ନେଇ ରହୁଛନ୍ତି ।
ତାର ସ୍ତ୍ରୀ ରହୁଥିବା ବଜାର ଉପରେ ବାପାଙ୍କ ସାଙ୍ଗ ରୁହନ୍ତି, ବାପା ତାଙ୍କୁ ଫୋନ୍ କରି ସୂଚନା ବାହାର କରିବାକୁ କହିଲେ । ତାଙ୍କ ସାଙ୍ଗ ମଧ୍ୟ ସେମିତି କହିଲେ ଯେ ସେ ଭଗବାନ ସାର୍ ବିଷୟରେ ଜାଣନ୍ତି ଯେ ସେ ବହୁତ୍ ଖରାପ ଆଉ ଯଦି ପ୍ରମାଣ ଚାହୁଁଛନ୍ତି ତେବେ ମୁଁ କାଲି ଯାଇ ନିଜ ଆଖିରେ ଦେଖି ଆସିବି ।
ତା ପର ଦିନ ସକାଳ ୮ ଟା ବେଳେ ବାପାଙ୍କ ସାଙ୍ଗ ଫୋନ୍ କରି ସବୁ କଥା କହିଲେ ଏବଂ ସେଠୀ ତା ସ୍ତ୍ରୀ ଏବଂ ଝିଅ ସହିତ ରହୁଛି ବୋଲି କହିଲେ ।
ବାପା ମୁଣ୍ଡରେ ହାତ ଦେଇ ବସିଗଲେ । ମୁଁ କଣ କରିବାକୁ ଯାଉଥିଲି। ମୋ ଝିଅ ର ଜୀବନ ନଷ୍ଟ କରିବାକୁ ଯାଉଥିଲି । ବାପା ସବୁ ସତ କଥା କହିଲେ । ସେଥିପାଇଁ ସେ ଦିନ ମୋତେ ମଦ ପିଆଇ ଥିଲେ। ସେ ବିବାହ କରିଛି କିନ୍ତୁ ମୋତେ ମିଛ କହିଲେ ଯେ ସେ ଅବିବାହିତ।

ମୁଁ ଖୁସିରେ ଯେମିତି ନାଚି ଉଠୁଥିଲି। ମୋର ପାଦ ତଳେ ଲାଗୁ ନଥାଏ, କଣ କହିବି? କଣ କଥା ହେବି? ମୁଁ ସବୁ ଭୁଲି ଯାଉଥାଏ । )
Bhuyans Blog

ଉପର ଲିଙ୍କ୍ କୁ ନିଜ ମୋବାଇଲ ରେ ସେଭ କରି ରଖନ୍ତୁ ଏବଂ ଆପଣଙ୍କ ସମୟ ଅନୁସାରେ କାହାଣୀ ପଢନ୍ତୁ।
ଯଦି ଆପଣ ନିଜ ଗଳ୍ପ କିମ୍ବା କବିତା କୁ ଏମିତି ଅନଲାଇନ ରେ ସେୟାର କରିବାକୁ ଚାହୁଁଛନ୍ତି ତେବେ ତଳେ ଦିଆ ଯାଇଥିବା Whatsapp ଲିଙ୍କ୍ ରେ ନିଜ Article ପଠେଇ ପାରିବେ ।
Click Here and send your Article (Whatsapp Link)

ଏହି ଗଳ୍ପ କୁ ଅନ୍ୟ ମାନଙ୍କୁ ସେୟାର କରିବାକୁ ଚାହୁଁଛନ୍ତି ତେବେ Page ତଳକୁ Scroll କରନ୍ତୁ ଏବଂ Whatsapp Button ଉପରେ କ୍ଲିକ କରି ସେୟାର କରନ୍ତୁ ।
ଅନ୍ୟ କାହାଣୀ ପଢ଼ିବା ପାଇଁ ତଳେ ଦିଆ ଯାଇଥିବା Telegram Channel ର ଲିଙ୍କ୍ କୁ କ୍ଲିକ୍ କରି ଜଏନ କରନ୍ତୁ ।
Telegram Link

ପାଠକ ବନ୍ଧୁ କାହାଣୀ କୁ ପଢିବାରେ ସମୟ ଦେଇଥିବାରୁ ଆପଣକୁ ବହୁତ୍ ବହୁତ୍ ଧନ୍ୟବାଦ୍ ।

If you like this story so share to your friends, Thanking You.

Love Forever 14( A Story of Love Birds)

Love Forever( A Story of Love Birds) ...14
Love Forever( A Story of Love Birds) …14

Click here part-13

ଦିନେ ରାତିରେ ଖାଇବା ପୂର୍ବରୁ ବାପା ଙ୍କୁ ମୁଁ ପଚାରିଦେଲି, ବାପା ତମେ ମଦ କାହିଁକି ପିଇ ଆସିଥିଲ । ବାପା ଚୁପ୍ ହୋଇ ରହିଲେ ,ମୁଁ ପୁଣି ପଚାରିଲି ବାପା କହିଲେ , ଆମର ଷ୍ଟାଫ୍ ମାନେ ପାର୍ଟି କରିଥିଲେ । ମୋତେ ବାଧ୍ୟ କରିଲେ ତ ମୁଁ ପିଇ ଦେଲି । ବାପାଙ୍କୁ ପଚାରିଲି କିଏ ଦେଇଥିଲା ପାର୍ଟି । ବାପା କହିଲେ ଭଗବାନ ସାର୍ । ମୋର ରାଗ ପ୍ରବଳ । ସେ ଷଣ୍ଢ ନାମ ଶୁଣି ମୁ କହିଲି ସେ ମାଗଣା ଦେଇଥିବ ଆଉ ତମକୁ ଅମୃତ ଭଳି ଲାଗିଥିବ ନା? ବାପା କହିଲେ ସେମିତି ନାହିଁ ମା, ସେ ଖୁସିରେ ଦେଲେ ।
ବୋଉ ଆସି ପହଁଚିଲେ, ଏବଂ କହିଲେ କଥା ସରିଲା ଯଦି ହାତ ଧୋଇ ଖାଇବାକୁ ବସ । ମୁଁ ବୋଉ କୁ କହିଲି ଯେ ବାପା ଙ୍କୁ କୁହ, ନା ମୋତେ ମଦ ପସନ୍ଦ ଏବଂ କୋଉଠି କାହା ସହିତ ମାଗଣା ମଦ ପିଇବା ଛାଡି ଦିଅନ୍ତୁ । ବୋଉ ବାପା ଙ୍କୁ ଚାହିଁଲେ । ବାପା ଇଶାରା ରେ ବୋଉ କୁ ହଁ ବୋଲି କହିଲେ । ତାପରେ ସମସ୍ତେ ମିଶି ଖାଇଲୁ ।
ମିହିର ଆସିବାର ୪ ମାସ ବାକି ଥିଲା ଦିନେ ସକାଳ ସମୟରେ ମିହିର ସହିତ ଫୋନ୍ ରେ କଥା ହୋଇ ଜାଣିଲି ଯେ ତାର ଦେହ ଭଲ ନାହିଁ ତାକୁ ଜ୍ଵର ହୋଇ ଯାଇଛି । ମିହିର କଥା ନେଇ ମୁଁ ଚିନ୍ତାରେ ବସିଛି। ବାପା ଡିଉଟି ଯିବା ସମୟରେ ମୋତେ ଚିନ୍ତାରେ ବସି ଥିବା ଦେଖି ପଚାରିଲେ କଣ ହେଲା ଅନୁ? ମୁଁ କହିଲି ବାପା ମିହିର ର ଦେଖ ଖରାପ ଏବଂ ସେ ସେଠୀ ମେଡିକାଲ୍ ରେ ଅଛି ଏତିକି ଶୁଣି ବାପା ଙ୍କ ମୁଡ୍ ଗରମ।
କହିଲେ ସେ ମିହିର କୁ ଭୁଲି ଯାଆ । ସବୁବେଳେ ମିହିର ମିହିର କହି ମୋତେ ଏ ଝିଅ ପାଗଳ କରିଦେବ ଲାଗୁଛି । କଣ ଅଛି ଯେ ତା ପାଖରେ, ତା ନାମକୁ ଦିନ ରାତି ଜପି ବାରେ ଲାଗିଛୁ । ସେ ତ ଆମ କୁଳ ସମାଜର ନୁହଁ ଏବଂ ଆମ କୂଳ ସମାଜ ଭାଇ ଲୋକ ତାଙ୍କ କୂଳ ରେ ତୋତେ ବିବାହ କରିବାକୁ ଅନୁମତି ଦେବେ ନାହିଁ । ତାକୁ ଭୁଲିବାକୁ ଚେଷ୍ଟା କର ।
ଏତିକି କହି ସେ ଡିଉଟି ଚାଲିଗଲେ। ବୋଉ ଏବଂ ମନ୍ମଥ ଆସି ପହଞ୍ଚିଗଲେ। ବୋଉ ମୋ ପାଖକୁ ଆସି କହିଲେ, ବାପା ଙ୍କ ର ବୋଧେ ମୁଡ୍ ଖରାପ ଅଛି ତୁ ତାଙ୍କ କଥା କୁ ଭୁଲି ଯାଆ । ଏତିକି ବାର୍ତ୍ତାଳାପ ପରେ ମୋ ଆଖିରୁ ଲୁହ ବହି ଯାଉଥାଏ। ସେପଟେ ମିହିର ର ଦେହ ଖରାପ ଆଉ ଏପଟେ ଘରେ ଗୃହ ଯୁଦ୍ଧ ଆରମ୍ଭ ହୋଇ ଯାଇଥିଲା । ସେଦିନ ମୁଁ ବାପା ଙ୍କ ସହିତ କଥା ହେଲି ନାହିଁ । ରାଗରେ ଖାଇଲି ନାହିଁ କିନ୍ତୁ ବୋଉ ବୁଝେଇବା ପରେ ଖାଇଲି।
ଦିନେ ସେ ଷଣ୍ଢ ଆମ ଘରକୁ ଫୋନ୍ କରିଲା ସେତେବେଳେ ମୁଁ ଘରେ ଥିଲି। ବାପା ଡିଉଟି ରେ ଥିଲେ ମା ଏବଂ ବଡ ମା ମିଶି ଛାତ ଉପରେ ଲିଆ ବଢ଼ି ସୁଖେଇବା ରେ ଲାଗିଥିଲେ । ମନ୍ମଥ ଶୋଇଥିଲାମୁଁ ଡାଏରୀ ଲେଖିଥିଲି ।
ଫୋନ୍ ବାଜିବା ପରେ ମୁଁ ଯାଇ ଉଠେଇଲି। ସେ ଷଣ୍ଢ ଧିର ସ୍ଵରରେ ହେଲୋ ବୋଲି କହିଲା ମୁଁ ଭାବିଲି ମିହିର କରିଛି ବୋଲି ମୁଁ ମୋ ଯେମିତି ସବୁଦିନ କଥା ହୁଏ ସେମିତି କଥା ହେବା ଆରମ୍ଭ କରିଦେଲି ।
ମୋ ଗେଲୁ, ମୋ ଧନ, ଆଜି କେମିତି ଖରା ବେଳା ସମୟରେ ମନେ ପଡ଼ିଗଲା । ତମେ ତ କହୁଥିଲ ବାହାରେ କୋଉଠି ଟ୍ରେନିଂ ପାଇଁ ଯିବ । ହଉ ଭଲ ହେଲା ଗଲ ନାହିଁ । ଆଜି କଣ ଟ୍ରେନିଂ ନାହିଁ କି । ଆଉ କଣ ଖାଇଛ , ଜାଣିଛ ତମକୁ ବହୁତ୍ ମିସ୍ କରୁଛି । ତମର ଆସିବା ଦିନ କୁ ମୁଁ କ୍ୟାଲେଣ୍ଡର ରେ ଗୋଟିଏ ଗୋଟିଏ ଦିନ କାଟିବାରେ ଲାଗିଛି । ତମେ କଣ କହୁନ ଯେ, ଆଚ୍ଛା ମୋ ଧନ କୁ ମୋ କଥା, ମୋ ସ୍ୱର ବହୁତ୍ ପସନ୍ଦ ପରା । ହଉ କୁହ କେମିତି ଚାଲିଛି ଟ୍ରେନିଂ ??? ସେପଟୁ ଉତ୍ତର ଆସିଲା ଟ୍ରେନିଂ ତ କୋଉ ଦୁଇ ବର୍ଷ ପୂର୍ବରୁ ସରିଗଲାଣି।
ଏତିକି ସ୍ୱର ଶୁଣି ମୁଁ ଆଶ୍ଚର୍ଯ୍ୟ ଏବଂ ସେ ସ୍ବର ସେ ଷଣ୍ଢ ର ଥିଲା । ଡରରେ ମୋର ଦେହ ସାରା ଲୋମ ଟାଙ୍କୁରି ଗଲା । ମୁଁ ଭଗବାନ ସାର୍ କହୁଛି ବୋଲି କହିଲେ । ତାପରେ ମୋ ରାଗ ବଢ଼ିଗଲା । ମୁଁ କହିଲି, ଭୁଲ ରେ ମୋ ସାଙ୍ଗ ବୋଲି କଥା ହୋଇଗଲି । ଆପଣ ମଧ୍ୟ ସେତେବେଳୁ ଚୁପ୍ ଥିଲେ । ସେ ଷଣ୍ଢ କହିଲା କିଛି ଅସୁବିଧା ନାହିଁ ଏମିତି ବେଳେବେଳେ ହୋଇଯାଏ ।
ମୁଁ କହିଲି ବାପା ଡିଉଟି ରେ ଅଛନ୍ତି । କଣ କାମ ଥିଲା କି?? ସେ କହିଲେ ବାପା ଅଫିସ ରେ ନାହାନ୍ତି, ମୁଁ ଭାବିଲି ଘରେ ଅଛନ୍ତି ବୋଲି ଫୋନ୍ କରିଦେଲି । ମୁଁ କହିଲି ସେ ଡିଉଟି ରେ ଅଛନ୍ତି ସେଠୀ କୋଉଠି ଥିବେ, ଆଉ କଣ କାମ ଅଛି କୁହନ୍ତୁ। ସେ ମୋତେ ପଚାରିଲା ଆଉ କଣ କୁହ, ତୁମର ପଢା ପଢ଼ି କେମିତି ଚାଲିଛି । ମୁଁ କହିଲି ପଢା ପଢ଼ି ସରିଗଲାଣି । ସେ ପଚାରିଲା, ବାହାଘର ପାଇଁ ରେଡ଼ି ହେଉଛ । ମୁଁ ଚୁପ୍ ରହିଲି କାରଣ ତାର ଅସଲ ରୂପ ଜାଣି ନଥିଲି।
ଏତିକିବେଳେ ବୋଉ ଆସିଗଲେ ମୁଁ ବୋଉ କୁ ଫୋନ୍ ଦେଇ ଧିରେ କହିଲି ସେ ଷଣ୍ଢ ଫୋନ୍ କରିଛି। ବୋଉ ଫୋନ୍ ଧରିବା ପରେ ସେ ଅଳ୍ପ କଥା ହୋଇ ରଖି ଦେଲା । ସେ ସେଦିନ ମୋ ସହିତ କଥା ହେବାକୁ ଫୋନ୍ କରିଥିଲା । ବାପା ଘରକୁ ଆସିବା ପରେ ମୁଁ ବାପା ଙ୍କୁ ପଚାରିଲି । ବାପା କହିଲେ ଭଗବାନ ସାର୍ ମୋତେ ଅଫିସ କାମରେ ବ୍ୟାଙ୍କ୍ ଯିବାକୁ କହିଥିଲେ । ମୁଁ ସବୁ ସତ କଥା କହିଲି । ବାପା ଭଲ ହେଲା ସେ ଫୋନ୍ କରିଥିଲେ କଥା ହେଲୁ ତ ?
ମୁଁ ବୁଝି ନ ପାରି ପୁଣି ପଚାରିଲି କଣ ଭଲ । ବୋଉ ପଚାରିଲେ ସେ ସାର୍ କାହିଁକି ଫୋନ୍ କରିଥିଲେ । ବାପା ବୋଉ କୁ କହିଲେ ମୁଁ ପରେ କହିବି ସବୁ କଥା । ଏବେ ମୁଁ ଯାଇ ଗାଧେଇ ଆସେ । ବାପା ଚାଲିଗଲେ ବାଥରୁମ୍ କୁ ଏବଂ ମୋ ମୁଣ୍ଡରେ ସେ କଥା ଗୋଳି ଘାଣ୍ଟି ହେଉଥାଏ ।
ବୋଉ କୁ ପଚାରିଲି ବାପା ଦିନ କୁ ଦିନ ବଦଳି ବାରେ ଲାଗିଛନ୍ତି କଣ ହେଇଛି ତାଙ୍କର । ବୋଉ କହିଲେ ତୁ ଯାଅ ତୋ ରୁମ୍ କୁ ମୁଁ ବାପା ସହିତ କଥା ହେଉଛି । ମୁଁ ଚାଲିଗଲି ମୋ ରୁମ୍ କୁ । ପ୍ରାୟ ଅଧା ଘଣ୍ଟା ପରେ ମାନେ ୫ ଟା ପାଖାପାଖି ବାପା ବୋଉ ଉପରେ ଚିତ୍କାର କରି କଣ କଣ କହୁଛନ୍ତି ।
ମୁଁ ରୁମ୍ କୁ ଆସିବା ପରେ ମୋର ଆଖି ଲାଗି ଯାଇଥିଲା । ମୁଁ ଶବ୍ଦ ଶୁଣି ତଳକୁ ଗଲି ସେ ସମୟରେ ବାପା କହୁଛନ୍ତି ଯେ ତାକୁ ବୁଝେଇ ଦିଅ, ସେ ବାହାଘର ପାଇଁ ରାଜି ହେବ ନ ହେଲେ ମୋ ରୂପ ଦେଖିବ । ସେ ମିହିର କୁ ଭୁଲିବା ପାଇଁ ଚେଷ୍ଟା କରୁ । ବୋଉ କହିଲେ ଧିରେ କୁହ ସେ ଶୁଣିବ ।
ସେତେବେଳେ ମୁଁ ପହଞ୍ଚି ଗଲି । ବାପା ମୋତେ ଦେଖି ରାଗ ଆଖିରେ କିଛି ନ କହି ବାହାରକୁ ଚାଲିଗଲେ । ମୁଁ ବୋଉ କୁ ପଚାରିଲି ମୋର ବାହାଘର କାହା ସହିତ କହୁଛନ୍ତି ବାପା। ବୋଉ କହିଲେ ସେ ଭଗବାନ ସାର୍ ସହିତ । ମୋ ପାଦ ତଳୁ ମାଟି ଖସିବା ଭଳି ଅନୁଭବ ହେଲା । ମୁଁ ମୁଣ୍ଡରେ ହାତ ଦେଇ ବସିଲି । ବାପା ଏମିତି କଣ ନିଷ୍ପତି ନେଉଛନ୍ତି । ପାଖରେ ମନ୍ମଥ ସବୁ ଶୁଣିଥିଲା ମୋତେ ସବୁ କହିଲା ।

…………………………………………….
Part-15 ରେ ପଢ଼ିବେ : (ଏ ଭଗବାନ ସାର୍ କୁ ଚାନ୍ଦ ବନେଇ ମୋ ଗଳା ରେ ହାର କରି ପିନ୍ଧିବାକୁ ଚାହେଁନି ବାପା)
Bhuyans Blog

ଉପର ଲିଙ୍କ୍ କୁ ନିଜ ମୋବାଇଲ ରେ ସେଭ କରି ରଖନ୍ତୁ ଏବଂ ଆପଣଙ୍କ ସମୟ ଅନୁସାରେ କାହାଣୀ ପଢନ୍ତୁ।
ଯଦି ଆପଣ ନିଜ ଗଳ୍ପ କିମ୍ବା କବିତା କୁ ଏମିତି ଅନଲାଇନ ରେ ସେୟାର କରିବାକୁ ଚାହୁଁଛନ୍ତି ତେବେ ତଳେ ଦିଆ ଯାଇଥିବା Whatsapp ଲିଙ୍କ୍ ରେ ନିଜ Article ପଠେଇ ପାରିବେ ।
Click Here and send your Article (Whatsapp Link)

ଏହି ଗଳ୍ପ କୁ ଅନ୍ୟ ମାନଙ୍କୁ ସେୟାର କରିବାକୁ ଚାହୁଁଛନ୍ତି ତେବେ Page ତଳକୁ Scroll କରନ୍ତୁ ଏବଂ Whatsapp Button ଉପରେ କ୍ଲିକ କରି ସେୟାର କରନ୍ତୁ ।
ଅନ୍ୟ କାହାଣୀ ପଢ଼ିବା ପାଇଁ ତଳେ ଦିଆ ଯାଇଥିବା Telegram Channel ର ଲିଙ୍କ୍ କୁ କ୍ଲିକ୍ କରି ଜଏନ କରନ୍ତୁ ।
Telegram Link

ପାଠକ ବନ୍ଧୁ କାହାଣୀ କୁ ପଢିବାରେ ସମୟ ଦେଇଥିବାରୁ ଆପଣକୁ ବହୁତ୍ ବହୁତ୍ ଧନ୍ୟବାଦ୍ ।

If you like this story so share to your friends, Thanking You.

Love Forever 13( A Story of Love Birds) …13

Love Forever( A Story of Love Birds) ...13
Love Forever( A Story of Love Birds) …13
ଦଶମ ପରେ ସେ ତା ମାଉସୀ ଘରେ ରହି କଲେଜ୍ ରେ ପଢ଼ୁଥିଲା । ଭଲ ହେଲା ଆମ କଲେଜ୍ ରେ ପଢିଲା ନାହିଁ । ଏବେ ସମସ୍ୟା ଥିଲା ଯେ ସେ ଜାଣି ସାରିଛି ମିହିର ର ଚାକିରି ହୋଇ ଯାଇଛି ଏବଂ ସେ ତାର ବାପା ଙ୍କୁ ମିହିର ବିଷୟରେ କହିବା ପରେ ତା ବାପା ଖୁସିରେ ଦିପୁ ର ପ୍ରସ୍ତାବ କଥା ନେଇ ଦିପୁ ର ମାମୁଁ ମିହିର ଘରେ ପହଞ୍ଚି ଥିଲେ । ମିହିର ର ଘର ଲୋକେ କହିଲେ ଯେ ସେ ଟ୍ରେନିଂ ରେ ଅଛି । ସେ ଟ୍ରେନିଂ ସାରି ଗାଁକୁ ଆସିଲା ପରେ ଆମେ କିଛି କହି ପାରିବୁ କହି ତାଙ୍କୁ ଫେରେଇ ଦେଲେ କିନ୍ତୁ ଦିପୁ ର ମାମୁଁ ମିହିର ର ବାପା କୁ କହିଲେ ଆମେ ମିହିର ଆସିଲା ପରେ ପୁଣି ଆସିବୁ କହି ଚାଲିଗଲେ।
ମିହିର ର ବାପା ଭାବିଲେ ପୁଅ ଘର ଲୋକେ ଝିଅ ଦେଖିବାକୁ ଯାଆନ୍ତି କିନ୍ତୁ ଏଠି ଝିଅ ଘର ଲୋକେ ପୁଅ ଦେଖିବାକୁ ଆସିଛନ୍ତି। ଏହି ଖବର ମିହିର ର ବାପା ମିହିର କୁ କହିଲେ ନାହିଁ କାରଣ ମିହିର ର ବାପା ଭାବିଲେ ପୁଅ ଯେବେ ଗାଁକୁ ଆସିବ ସେ ସମୟରେ କହିବି। ମିହିର ଯେବେ ଟ୍ରେନିଂ ପାଇଁ ଗଲା ସେତେବେଳେ ତା ସାଙ୍ଗ ଶଙ୍କର କୁ କହିଥିଲା କି ଘର ର କିମ୍ବା ଅନୁ ର କିଛି ଦରକାର ପଡେ ତେବେ ସାହାଯ୍ୟ କରିବୁ।
ଶଙ୍କର ଏହି ପ୍ରସ୍ତାବ କଥା ଜାଣି ମିହିର କୁ ନ କହି ସେ ସିଧା ମୋତେ କହିଲା । ମୋର ରାଗ ପ୍ରଚଣ୍ଡ ମୁଁ ଏବଂ ମୁଁ ମନ୍ମଥ କୁ ନେଇ ପହଞ୍ଚିଲି ଦିପୁ ର ଗାଁରେ, ସେ ଗାଁ ଆମ ଗାଁ ଠାରୁ ୨ କିମି ଦୂରରେ । ଦିପୁ ଘରେ ପହଞ୍ଚିବା ପରେ ଦେଖିଲି ସେଠୀ ତାଙ୍କ ମା ଥିଲେ , ଦିପୁ ମୋତେ ଦେଖି ଘରକୁ ଡାକିଲା ନାହିଁ ।
ମୁଁ ବାହାରେ ରହି ଦିପୁ କୁ କହିଲି ମିହିର ଘରକୁ ତୋର ପ୍ରସ୍ତାବ ନେଇ ଯାଇ, ତୁ ବହୁତ୍ ବଡ ଭୁଲ କରିଛୁ । ଯଦି ପୁଣି ଥରେ ଯିବାକୁ ଚେଷ୍ଟା କରିବୁ ନା ତେବେ ମୋର କାଳୀ ରୂପ ଦେଖିବୁ । ଏଇଟା ମୋର ଶେଷ ଚେତାବନୀ । ଏତିକି କହି ମୁଁ ଫେରି ଆସିଲି ନିଜ ଘରକୁ। ତା ପର ଠାରୁ ଦିପୁ ର ପରିବାର ମିହିର ଆସିଲା ପରେ ମଧ୍ୟ ପ୍ରସ୍ତାବ ପାଇଁ ମିହିର ଘରକୁ ଯାଇ ନାହାନ୍ତି ।
ଏହି ଘଟଣା ପରେ ମୁଁ ମିହିର କୁ ଦିପୁ କଥା କହିଲି ସେ ମୋତେ ବୁଝେଇ କହିଲା ତମେ ଯିବା ଠିକ୍ ହେଲା ନାହିଁ ଆଉ କାହା ଦ୍ଵାରା ଏ କାମ କରି ପାରି ଥାନ୍ତ । ମୁଁ କହିଲି ଯୋଉ କାମ ମୋ ଦ୍ଵାରା ସମ୍ଭବ ସେ କାମ ଅନ୍ୟ କୁ କାହିଁକି କହିବି । ମିହିର ହସି କହିଲା, ମୋ ବାୟାଣୀ ସବୁ କାମରେ ଫିଟ୍ କହି ମୋତେ ସାବାସ୍ ଦେଲା ।
ଏମିତି ପୁଣି ବିତିଗଲା ଗୋଟିଏ ମାସ । ହଠାତ୍ ଦିନେ ବାପାଙ୍କ ଅଫିସ ରୁ କିଛି ଲୋକ ଆସିଲେ । ମୁଁ ଆଉ ମନ୍ମଥ ବସି ଭିଡିଓ ଗେମ୍ ରେ ବ୍ୟସ୍ତ । ବାପା ଆସିଲେ ଏବଂ କହିଲେ ଅନୁ ରୋଷେଇ ଘରକୁ ଯା ଆଉ ବୋଉ କୁ କହିବୁ 5ଟା ଚାହା କରିବ । ମୁଁ ପଚାରିଲି କାହିଁକି । ବାପା କହିଲେ ଆମର 5 ଜଣ ଷ୍ଟାଫ୍ ଆସିଛନ୍ତି ଜଙ୍ଗଲ ଭିଜିଟ୍ ପାଇଁ । ମୁଁ ଏବଂ ମନ୍ମଥ ଉଠି ଚାଲିଗଲୁ। ସେମାନେ ଘରେ ଆସି ବସିଲେ । ଭିଡିଓ ଗେମ୍ ଚାଲୁଥିଲା। ସେ ସମୟରେ ସେଥି ମଧ୍ୟରୁ ଜଣେ ଅଫିସର ଭିଡିଓ ଗେମ୍ ଖେଳିଲେ ଏବଂ କହିଲେ ମୋତେ ମଧ୍ୟ ଭିଡିଓ ଗେମ୍ ପସନ୍ଦ । ତାପରେ କଥା ରେ ଲାଗି ପଡ଼ିଲେ ।
ମୁଁ ପହଞ୍ଚିଲି ଚାହା ନେଇ । ମନ୍ମଥ ଜଳଖିଆ ନେଇ ପଛେ ପଛେ ଆସିଲା । ଏମିତି ବେଳେବେଳେ କିଛି ଷ୍ଟାଫ୍ ଆସନ୍ତି କିନ୍ତୁ ସେଦିନ 03 ଜଣ ନୂଆ ଷ୍ଟାଫ୍ ଆସିଥିଲେ । କିଛି ସମୟ ବସି କଥା ହେଲେ । ସେ ନୂଆ ଷ୍ଟାଫ୍ ଭିତରୁ ଜଣେ ମୋତେ ବାରମ୍ଵାର ଚାହୁଁଥାଏ । ମୁଁ ଅନ୍ୟ ରୁମ୍ ର ଚେୟାର ରେ ଆସି ବସି ଥାଏ । ମୋର ନଜର ସେ ଷ୍ଟାଫ୍ ଉପରେ ପଡ଼ିଲା ପରେ ମୋତେ ଠିକ୍ ଲାଗିଲାନି ମୁଁ ଉଠି ଚାଲିଗଲି ।
ମୋର ପିନ୍ଧା ଡ୍ରେସ ସେତେ ଖରାପ ନଥିଲା । ମୁଁ ଭାବିଲି ମୋ ଡ୍ରେସ କୁ ଦେଖୁଛନ୍ତି ନା ମୋତେ ? ସେତେବେଳେ ଧଳା ଫ୍ରକ୍ ଟିଏ ପିନ୍ଧିଥିଲି, ଯାହା ମୋର ଦିନ ପିନ୍ଧା ଥିଲା । ମୁଁ ବୋଉ ପାଖକୁ ଗଲି । ପଚାରିଲି ବୋଉ ସେ ଷ୍ଟାଫ୍ ଭିତରୁ ଜଣେ ମୋତେ ବାରମ୍ଵାର ଦେଖୁଛନ୍ତି। ବୋଉ କହିଲେ ସେ ଏମିତି ଦେଖୁଥିବେ । ମୁଁ କହିଲି ନା, ସେ ବାରମ୍ବାର ଦେଖୁଛି ଏବଂ ସେ ମୋତେ ଖରାପ ନଜର ରେ ଦେଖୁଛନ୍ତି ।
ତମେ ଯାଅ ଦେଖିବ ସେ ଏବେ ପର୍ୟନ୍ତ ଏପଟେ ମୁଣ୍ଡ ଟୁଙ୍ଗାରି ବସିଥିବ । ବୋଉ ଗଲେ, ସେ ସମୟରେ ମଧ୍ୟ ସେ ଏପଟେ ଦେଖୁଥିଲା । ବୋଉ କହିଲେ ହଉ ଛାଡ଼ ତୁ ସେପଟେ ଯିବା ଦରକାର ନାହିଁ । ତୁ ମୋ ପାଖେ ବସେ । ସେମାନେ ଅଧ ଘଣ୍ଟାଏ ବସିଲା ପରେ ସେ ଷ୍ଟାଫ୍ ଜଣକ କହୁଛନ୍ତି ଝିଅ କୁ କୁହନ୍ତୁ ସେ ଚାହା କପ୍ ଗୁଡ଼ିକ ଉଠେଇ ନେବେ । ଏତିକି ଶୁଣି ବୋଉ କହିଲେ ତୁ ବସ୍ ମୁଁ ଯାଇ ନେଇ ଆସୁଛି ।
ସେତେବେଳେ ମଧ୍ୟ ସେ ଷ୍ଟାଫ୍ ଜଣଙ୍କ ବାରମ୍ବାର ରୋଷେଇ ଘର ଆଡେ ଦେଖୁଥାଏ । ବୟସ ପାଖାପାଖି 37 ରୁ 38 ଅଧା ଚନ୍ଦା ଏବଂ ବଡ ବଡ ଆଖି, ଡ୍ରେସ ପିନ୍ଧା ରୁ ଲାଗୁଥିଲା କୋଉ ଅଫିସର କିନ୍ତୁ ରଙ୍ଗରେ ପୁରା ଆଫ୍ରିକା ଦେଶ ର ଲୋକ ଭଳି। ମାନେ କାଳିଆ ଷଣ୍ଢ, ନାମ କଣ କେଜାଣି ବାପା ଏତିକି କହିଲେ କି ତାଙ୍କ ନାମ ଭଗବାନ ସାର୍ ।
ଗୋଟିଏ ଘଣ୍ଟା କଥା ବାର୍ତ୍ତା ପରେ ସେମାନେ ଉଠି ଚାଲିଗଲେ । ସେଦିନ ଏମିତି କିଛି ଖାସ୍ ଚର୍ଚ୍ଚା ଥିଲା ଯାହା ଫଳରେ ଏତେ ସମୟ ଲାଗିଲା । ଚର୍ଚ୍ଚା ର ପରିଣାମ କିଛି ଖରାପ ହେବାକୁ ଯାଉ ଥିଲା ।
ତାର ଠିକ୍ 5 ଦିନ ପରେ ସେ ଭଗବାନ ସାର୍ ଆଉ ତାଙ୍କ ସହିତ ଆଉ ଜଣେ ଆମ ଘରେ ଆସି ପୁଣି ହାଜର ମୁଁ ଗପୁ ଥାଏ ମିହିର ସହିତ । ସେ କଳା ଷଣ୍ଢ କୁ ଦେଖି ଫୋନ୍ ରଖିଦେଲି । ଚାଲିଗଲି ରୋଷେଇ ଘରକୁ । ବୋଉ କୁ କହିଲି ସେ ଷଣ୍ଢ ଆଜି ପୁଣି ଆସିଛି । ବୋଉ କହିଲେ ହଉ ତୁ ରୋଷେଇ କର ଯାହା ମାଗିବେ ମୁଁ ଦେବାକୁ ଯିବି ।
ମୁଁ ରୋଷେଇ କାମରେ ବ୍ୟସ୍ତ ହୋଇଗଲି । ସେଦିନ 10 ମିନିଟ୍ ରହିଲେ ଚାହା ଜଳଖିଆ ଖାଇଲେ ଏବଂ ଥରେ ମୋତେ ଶୁଣା ଗଲା ଯେ ଝିଅ ନାହିଁ କି । ବାପା କହିଲେ ରୋଷେଇ କରୁଥିବ । ସେମାନେ ଗଲା ପରେ ମୁଁ ପୁଣି ଗପି ବାରେ ଲାଗିଲି ମିହିର ସହିତ । ଯେବେ ଠାରୁ ବାପା ଙ୍କ ପ୍ରମୋସନ୍ ହୋଇଛି ନା ସେଦିନ ଠାରୁ ବାପା ବହୁତ୍ ବ୍ୟସ୍ତ ରହୁଥିଲେ ।
ବେଳେବେଳେ ରାତି 10 ଟା କେତେବେଳେ ରାତି 12 ଟା ହୋଇଯାଏ । ଡିଉଟି କଣ କରନ୍ତି କେଜାଣି । ବେଳେବେଳେ ଅଳ୍ପ ମଦ ପିଇ ଆସନ୍ତି କିନ୍ତୁ ତାହା ମଧ୍ୟ ଏହି ପ୍ରମୋସନ ପର ଠାରୁ ଆରମ୍ଭ ହୋଇଛି । ଦିନେ ମୁଁ ବୋଉ କୁ ପଚାରିଲି ଯେ ବାପା ମଦ କେବେଠୁ ପିଇଲେଣି । ବୋଉ କହିଲେ ଆମର ବାହାଘର ପରେ ମୁଁ ରାଣ ପକାଇଥିବା ପରେ ସେ ଛାଡ଼ି ଦେଇଥିଲେ କିନ୍ତୁ ଏବେ ପୁଣି କାହିଁକି ପିଉଛନ୍ତି କେଜାଣି ।

…………………………………………….
Part-14 ରେ ପଢ଼ିବେ : (ପ୍ରାୟ ଅଧା ଘଣ୍ଟା ପରେ ମାନେ ୫ ଟା ପାଖାପାଖି ବାପା ବୋଉ ଉପରେ ଚିତ୍କାର କରି କଣ କଣ କହୁଛନ୍ତି )
Bhuyans Blog

ଉପର ଲିଙ୍କ୍ କୁ ନିଜ ମୋବାଇଲ ରେ ସେଭ କରି ରଖନ୍ତୁ ଏବଂ ଆପଣଙ୍କ ସମୟ ଅନୁସାରେ କାହାଣୀ ପଢନ୍ତୁ।

ଯଦି ଆପଣ ନିଜ ଗଳ୍ପ କିମ୍ବା କବିତା କୁ ଏମିତି ଅନଲାଇନ ରେ ସେୟାର କରିବାକୁ ଚାହୁଁଛନ୍ତି ତେବେ ତଳେ ଦିଆ ଯାଇଥିବା Whatsapp ଲିଙ୍କ୍ ରେ ନିଜ Article ପଠେଇ ପାରିବେ ।
Click Here and send your Article (Whatsapp Link)

ଏହି ଗଳ୍ପ କୁ ଅନ୍ୟ ମାନଙ୍କୁ ସେୟାର କରିବାକୁ ଚାହୁଁଛନ୍ତି ତେବେ Page ତଳକୁ Scroll କରନ୍ତୁ ଏବଂ Whatsapp Button ଉପରେ କ୍ଲିକ କରି ସେୟାର କରନ୍ତୁ ।
ଅନ୍ୟ କାହାଣୀ ପଢ଼ିବା ପାଇଁ ତଳେ ଦିଆ ଯାଇଥିବା Telegram Channel ର ଲିଙ୍କ୍ କୁ କ୍ଲିକ୍ କରି ଜଏନ କରନ୍ତୁ ।
Telegram Link
ପାଠକ ବନ୍ଧୁ କାହାଣୀ କୁ ପଢିବାରେ ସମୟ ଦେଇଥିବାରୁ ଆପଣକୁ ବହୁତ୍ ବହୁତ୍ ଧନ୍ୟବାଦ୍ ।

If you like this story so share to your friends, Thanking You.

Love Forever 12( A Story of Love Birds)

Love Forever( A Story of Love Birds) ...12
Love Forever( A Story of Love Birds) …12

ତାପର ଦିନ ଠାରୁ ୪ ଦିନ ପର୍ଯନ୍ତ ପ୍ରତ୍ୟେକ ଦିନ ଠାକୁରାଣୀ ପାଖେ ସାକ୍ଷାତ ହୁଏ ଏବଂ ଦୁଇ ଘଣ୍ଟା କଥା ବାର୍ତ୍ତା ପରେ ପୁଣି ଫେରିଯାଉ ।

ଶେଷ ଦିନ ମୁଁ ମନ୍ମଥ କୁ କହିଲି ମୁଁ ବସ୍ ଷ୍ଟାଣ୍ଡ ପର୍ଯ୍ୟନ୍ତ ଯିବି , ମିହିର କୁ ଦେଖା କରିବା ପାଇଁ ସେ ମୋତେ ଠିକ୍ ସମୟରେ ନେଇ ପହଞ୍ଚିଲା । ମିହିର ପାଇଁ ମୁଁ ଆଳୁ ପରଟା କରି ନେଇ ଯାଇଥିଲି ଏବଂ କିଛି ରସଗୋଲା। ମୋର ପ୍ୟାକେଟ ଦେଖି ପଚାରିଲା ଏଥିରେ କଣ ଅଛି ? ମୁଁ ଆଳୁ ପରଟା କହିବା ପରେ ସେ ଖୁସି ହେଲା ଏବଂ କହିଲା ନିଶ୍ଚୟ ଭଲ ହୋଇଥିବ ।
ସେଠି ମିହିର ର ବାପା ବୋଉ ମଧ୍ୟ ଆସିଥିଲେ ଏବଂ ଶେଷ ଦେଖାରେ ମୁଁ ତାକୁ ହଗ୍ କରିବାକୁ ଚାହୁଁଥିଲି କିନ୍ତୁ ତାହା ଅସମ୍ଭବ ହେଲା । ମିହିର ଯିବା ଦୁଃଖରେ ସମସ୍ତଙ୍କ ଆଖିରେ ଲୁହ ଥିଲା କିନ୍ତୁ ମୁଁ ମୋ ଲୁହ କୁ ଚାପି ରଖିଥିଲି । ଯେତେବେଳେ ମିହିର ବସ୍ ରେ ବସିଲା ମୋର ଆଖି ଲୁହ କୁ ରୋକି ପାରିଲିନି। ବହୁତ୍ କାନ୍ଦିଲି, ମନ୍ମଥ ମୋତେ ବୁଝେଇଲା ଏବଂ ଦୁହେଁ ଫେରିଗଲୁ ଘରକୁ ।


ସେଦିନ ରାତିରେ ବହୁତ୍ ଦୁଃଖୀ ହେଲି ଖାଇବାକୁ ଇଚ୍ଛା ହେଲା ନାହିଁ । ବୋଉ ମୋତେ ବାରମ୍ବାର ଡାକିଲା କିନ୍ତୁ ମୋର ଇଚ୍ଛା ନ ଥାଇ ଅଳ୍ପ ଖାଇ ଫେରି ଆସିଲି । କୋଉଥିରେ ମଧ୍ୟ ମନ ଲାଗିଲା ନାହିଁ ।

ବାହାର କରିଲି ମୋ ଆଲବମ୍ ଯେଉଁଠି କେବଳ ମୋର ଏବଂ ମିହିର ର ଫୋଟୋ ଥାଏ । ପିଲାଦିନ ରୁ କଲେଜ୍ ପର୍ଯ୍ୟନ୍ତ ପ୍ରତ୍ୟେକ ଫୋଟୋ ସେଥିରେ ଥିଲା । ଗୋଟିଏ ଗୋଟିଏ ଫୋଟୋ ଦେଖିବାରେ ଲାଗିଲି । ଗୋଟିଏ ଫୋଟୋ କୁ ଦେଖୁ ଦେଖୁ ଅଟକି ଗଲି ସେଥିରେ ମୁଁ ମିହିର କୁ ଖୁଆଇ ଦେଉ ଥାଏ । ତାହା ଥିଲା ଭଡ଼ା ଘରର ଫୋଟୋ । ଆଖି ଲୁହ ଯାଇ ପଡ଼ିଲା ଫୋଟୋ ଉପରେ । ବହୁତ୍ ଦୁଃଖ ଲାଗୁଥିଲା ।


ମୁଁ ଜାଣିଛି ମିହିର ମୋତେ ବହୁତ୍ ଭଲ ପାଏ କିନ୍ତୁ ତାର ଦେଇଥିବା ପ୍ରତିଶୃତି ପାଇଁ ମୁଁ ପଛ ଘୁଂଚା ଦେଇ ଦିଏ । ସେ ପ୍ରତିଶ୍ରୁତି ଏମିତି ଥିଲା !!

+୩ ଦ୍ଵିତୀୟ ବର୍ଷ ସମୟରେ ମିହିର ରହୁଥିବା ଭଡ଼ା ଘରେ ଗଣେଶ ପୂଜା ର ଆୟୋଜନ ହୋଇଥିଲା ସେଦିନ ମୁଁ ଶାଢ଼ୀ ପିନ୍ଧି ଆସିଥିଲି । ମିହିର କୁହେ ସେଦିନ ମୁଁ ବହୁତ୍ ସୁନ୍ଦର୍ ଦେଖା ଯାଉଥିଲି । ମୁଁ ଯେଉଁ ଡ୍ରେସ୍ କିଣି ଆଣେ ପ୍ରଥମେ ମିହିର କୁ ଦେଖାଏ। ସେ ଯଦି ପସନ୍ଦ କରେ ତା ପରେ ମୁଁ ପିନ୍ଧେ କିନ୍ତୁ ସେ ଶାଢ଼ୀ ଟି ବୋଉ ର ଥିଲା ଏବଂ ତାହା ବାବାଙ୍କ ଦିଆ ଯାଇଥିବା ଉପହାର ଥିଲା । କାହିକି ନା ବାବା ଙ୍କ ଫରେଷ୍ଟ ରେଞ୍ଜର ପଦ ରେ ପ୍ରମୋଶନ ହୋଇଥିଲା ।

ବାକି ଆମ ପାଇଁ ମଧ୍ୟ ଡ୍ରେସ ହୋଇଥିଲା । ମିହିର କହେ, ମୁଁ ସେ ଶାଢ଼ୀ ରେ ଯେମିତି ରାଜକୁମାରୀ ପରି ଲାଗୁଥିଲି। ବୋଉ ମୋତେ ସଜେଇ ଦେଇଥିଲା। ଆମ ଘରେ ମୋ ଖୁସି ପାଇଁ ସବୁ କରନ୍ତି। ଆମ ଘରେ ସମସ୍ତେ ଜାଣନ୍ତି ଯେ ମୁଁ ମିହିର କୁ ଭଲ ପାଏ ବୋଲି ।

କେହି ମୋତେ ବାରଣ କରନ୍ତି ନାହିଁ କାରଣ କାହିଁ କେଜାଣି ଆମ ଘରେ ମୋ ଉପରେ ବହୁତ୍ ବିଶ୍ୱାସ କରନ୍ତି । ମୋତେ ବୋଉ ଶାଢ଼ୀ ପିନ୍ଧେଇ ଦେଇ କହିଲା ମିହିର ତାରିଫ୍ ରେ କଣ କହିଲା ସେ କଥା ମୋତେ ଆସି ଜଣେଇବୁ । ସେଦିନ ପୂଜା ସରିବା ପରେ ମିହିର ଚନ୍ଦନ ଟିପା ସମସ୍ତଙ୍କ ମଥାରେ ଲଗେଇ ଦେଉଥିଲା ।

ସେ ଯେତେବେଳେ ମୋତେ ଲଗେଇଲା ସେତେବେଳେ ମୁଁ ଓଢଣା ଦେଇ ମିହିର କୁ ମୁଣ୍ଡିଆ ଟିଏ ମାରିଲି । ମିହିର ମୋତେ ଉଠେଇ ପଚାରିଲା ଏ କଣ? ମୁଁ କହିଲି, ମୋତେ ଇଚ୍ଛା ହେଲା ମୁଁ ମୁଣ୍ଡିଆ ମାରିଦେଲି, ଏଠି ଭୁଲ କଣ?? ମିହିର କହିଲା ଭୁଲ କିଛି ନାହିଁ କିନ୍ତୁ ଏ ସମୟରେ ଏଇ ସବୁ ସଂସ୍କାର କିଛି ଅଲଗା ଲାଗୁନି??

ମୁଁ କହିଲି ମୋର ଇଛା ହେଲା ତେଣୁ ମୁଁ କରିଦେଲି ଏଥିରେ ମୋର ଭୁଲ କଣ? ସବୁ ସାଙ୍ଗ ମିହିର କୁ କହିଲେ , ଅନୁ କୁ ଚନ୍ଦନ ଟିପା ନୁହେଁ ସିନ୍ଦୂର ପିନ୍ଧେଇ ବାର ଥିଲା। ମିହିର କହିଲା ସେ ସମୟ ପାଇଁ ବହୁତ୍ ଦିନ ଅଛି ଏବଂ ସେ ସିନ୍ଦୂର ମୋ ହାତରୁ ଲାଗିବ ନା ଆଉ କାହା ହାତରୁ ଲାଗିବ ମୁଁ କେମିତି କହିବି।

ହଁ ଯଦି ମୋ ବାୟାଣୀ ପାଇଁ ମୋତେ ଭଗବାନ ଯୋଡ଼ି ରଖିଥିବେ ତେବେ ଏ ଦୁନିଆର କେତେ ଝଡ଼ ବତାସ ଆସିଲେ ମଧ୍ୟ ଆମ ଦୁଇ ଜଣ ଙ୍କୁ କେହି ଅଲଗା କରି ପାରିବେ ନାହିଁ ।

ମିହିର କହିଲା, ସେ ଦିନ କୁ ମୁଁ ଅପେକ୍ଷା କରିଛି ଯେଉଁ ଦିନ ମୁଁ ନିଜେ ସଫଳ ମଣିଷ ହୋଇ ମୋ ବାୟାଣୀ ର ହାତ ମାଗିବାକୁ ତା ଘରକୁ ଯିବି । ସେଠି ତା ବାପାଙ୍କୁ ଅନୁରୋଧ କରିବି ଯଦି ସେ ମୋ ସହିତ ମୋ ବାୟାଣୀ ର ବିବାହ କରିବା ପାଇଁ ରାଜି ହେବେ ତେବେ ଠିକ୍ ଯଦି ସେ ମନା କରିବେ ତେବେ ମୋ ବାୟାଣୀ କୁ ଗୋଟିଏ ସୁଯୋଗ ଦେବି ।
ସେତେବେଳେ ସମସ୍ତଙ୍କ ଆଗରେ ପ୍ରଶ୍ନ କରିବି। ସେ କଣ ଚାହୁଁଚି ? ସେ ଯଦି ମୋ ସହିତ ବିବାହ କରିବ ତେବେ ନିଜ ଘର ର ଖୁସିରେ ବିବାହ କରିବାକୁ କହିବି। କିନ୍ତୁ ମୋର ଆଶା ମୋ ବାୟାଣୀ ମୋତେ ହିଁ ବିବାହ କରିବ ଏବଂ ମୁଁ ନିଶ୍ଚୟ ଆସିବି ଆଉ ସେ ପର୍ଯ୍ୟନ୍ତ ମୋ ବାୟାଣୀ ମୋତେ ଅପେକ୍ଷା କରିବ ବୋଲି ମୋର ବହୁତ୍ ଆଶା ।

ଯଦି ଅବା ମୁଁ ବାୟାଣୀ ସହିତ ବିବାହ କରିବି ତେବେ ତାକୁ ଘରଠୁ ଦୂରେଇ ନେଇ ବିବାହ କରିବା ମୋର ଇଚ୍ଛା ନାହିଁ ଯଦି ହେବ ତେବେ ରୀତି, ନୀତି ଏବଂ ତିଥି ଅନୁସାରେ ବିବାହ କରିବି । ମୋ ବାୟାଣୀ କିମ୍ବା ମୋ ବାୟାଣୀ ର ପରିବାର କୁ ଜବରଦସ୍ତି କରିବି ନାହିଁ । ଏତିକି କହି ମିହିର ମୋତେ ପଚାରିଲା ମୋତେ ଅପେକ୍ଷା କରିବୁ ନା? ବାୟାଣୀ??? ମୁଁ ମୁଣ୍ଡ ହଲେଇ ହଁ କରିଲି।

ବର୍ତ୍ତମାନ ସେ ଦିନ ପାଖେଇ ଆସିଲାଣି । ମୁଁ ଅପେକ୍ଷା କରିଛି ମିହିର କୁ। ମୋ ଘର ଲୋକଙ୍କୁ ତ ମୁଁ ମନେଇ ଦେବୀ। କେବଳ ମିହିର ଟ୍ରେନିଂ ସାରି ମୋ ଘରକୁ କେବେ ଆସିବ ସେ ଅପେକ୍ଷାରେ। କୂଳ ସମାଜ ଏବଂ ଗାଁ ଲୋକଙ୍କ ପ୍ରତିବାଦ ଯୋଗୁ ବାପା ମନା କରି ପାରନ୍ତି କିନ୍ତୁ ମୋର ଖୁସି ପାଇଁ ସେ ମନା କରିବେ ନାହିଁ ।
ସେ ସମୟରେ ଏସ୍ ଟି ଡି ଫୋନ୍ ବୁଥ ଆରମ୍ଭ ହେଲା। ମିହିର ମୁଁ ବେଳେ ବେଳେ କଥା ହୋଇ ଥାଉ କିଛି ଦିନ ପରେ ଆମ ଘରେ ମଧ୍ୟ ଲାଣ୍ଡ ଲାଇନ୍ ଆସିଲା। ବେଳେବେଳେ ସଂଧ୍ୟା ସମୟରେ ଘଣ୍ଟା ଘଣ୍ଟା ଧରି କଥା ହେଉ। ମାସ ଶେଷରେ ବିଲ ଦେଖି ବାପା ରାଗରେ ମୋ ଆଡ଼କୁ ଦେଖିଲେ ମୁଁ ମୁରୁକି ହସି ଦିଏ ବାପା କିଛି କୁହନ୍ତି ନାହିଁ । ବେଳେବେଳେ ସେ ମୋତେ ଚିଠି ଲେଖେ । ଦେଖୁ ଦେଖୁ ଚାଲିଗଲା ୩ ମାସ।
ସ୍କୁଲ ବେଳର ସାଙ୍ଗ ମାନେ ମୋ ଖରାପ ସାଙ୍ଗ ଦିପୁ ପୁରା ନାମ ଦିପ୍ତିମୟୀ ହୋତା । ସେ ଦଶମ ପର୍ଯ୍ୟନ୍ତ ମିହିର ପଛରେ ଲାଗିଥିଲା । ଦିନେ ମିହିର ପାଇଁ ଦିପୁ ର ମୋର ଚୁଟି ଧରି ଝଗଡା ମଧ୍ୟ ହୋଇଥିଲୁ ମାତ୍ର ମିହିର ସେ କଥା ଜାଣି ନଥାଏ । ସେଦିନ ମିହିର କିଛି କାରଣ ପାଇଁ ନିଜ ଗାଁ କୁ ଯାଇଥାଏ କିନ୍ତୁ ଏବେ ପୁଣି ମୋ ଜୀବନରେ ନୂଆ ସମସ୍ୟା ନେଇ ପହଁଚିଗଲା ।
Part-13 ରେ ପଢ଼ିବେ : (ବୟସ ପାଖାପାଖି 37 ରୁ 38 ଅଧା ଚନ୍ଦା ଏବଂ ବଡ ବଡ ଆଖି, ଡ୍ରେସ ପିନ୍ଧା ରୁ ଲାଗୁଥିଲା କୋଉ ଅଫିସର କିନ୍ତୁ ରଙ୍ଗରେ ପୁରା ଆଫ୍ରିକା ଦେଶ ର ଲୋକ ଭଳି)
Bhuyans Blog

ଉପର ଲିଙ୍କ୍ କୁ ନିଜ ମୋବାଇଲ ରେ ସେଭ କରି ରଖନ୍ତୁ ଏବଂ ଆପଣଙ୍କ ସମୟ ଅନୁସାରେ କାହାଣୀ ପଢନ୍ତୁ।
ଯଦି ଆପଣ ନିଜ ଗଳ୍ପ କିମ୍ବା କବିତା କୁ ଏମିତି ଅନଲାଇନ ରେ ସେୟାର କରିବାକୁ ଚାହୁଁଛନ୍ତି ତେବେ ତଳେ ଦିଆ ଯାଇଥିବା Whatsapp ଲିଙ୍କ୍ ରେ ନିଜ Article ପଠେଇ ପାରିବେ ।
Click Here and send your Article (Whatsapp Link)

ଏହି ଗଳ୍ପ କୁ ଅନ୍ୟ ମାନଙ୍କୁ ସେୟାର କରିବାକୁ ଚାହୁଁଛନ୍ତି ତେବେ Page ତଳକୁ Scroll କରନ୍ତୁ ଏବଂ Whatsapp Button ଉପରେ କ୍ଲିକ କରି ସେୟାର କରନ୍ତୁ ।
ଅନ୍ୟ କାହାଣୀ ପଢ଼ିବା ପାଇଁ ତଳେ ଦିଆ ଯାଇଥିବା Telegram Channel ର ଲିଙ୍କ୍ କୁ କ୍ଲିକ୍ କରି ଜଏନ କରନ୍ତୁ ।
Telegram Link

ପାଠକ ବନ୍ଧୁ କାହାଣୀ କୁ ପଢିବାରେ ସମୟ ଦେଇଥିବାରୁ ଆପଣକୁ ବହୁତ୍ ବହୁତ୍ ଧନ୍ୟବାଦ୍ ।

If you like this story so share to your friends, Thanking You.

Love Forever 11( A Story of Love Birds)

Love Forever( A Story of Love Birds) ...11
Love Forever( A Story of Love Birds) …11

Click here part-10

ମୁଁ କହିଲି ତୋ ପାଖରେ ସବୁ ପ୍ରଶ୍ନ ର ଉତ୍ତର ଅଛି ଛାଡ଼ ଆଉ କିଛି ପଚାରିବି ଆଚ୍ଛା କହ ତୋ ସହିତ ପ୍ରଥମ ଦେଖାରୁ ଆଜି ପର୍ଯ୍ୟନ୍ତ ଏମିତି କେତେ ଦିନ ତୋତେ ନ ଦେଖି ରହିଛି ? ଏହି ପ୍ରଶ୍ନ ପରେ ମିହିର ଉତ୍ତର ଦେଲା ଏବଂ ସେ ଉତ୍ତର ଶୁଣି ମୁଁ ଆଶ୍ଚର୍ଯ୍ୟ ରେ ମିହିର କୁ ଚାହିଁ ରହିଲି । ସେ ଉତ୍ତର ଥିଲା । ଯେ, ଆଜିକୁ ମିଶେଇ 3803 ଦିନ ଏବଂ ତୋ ସହିତ ଦେଖା ହୋଇନି 148 ଦିନ ଏବଂ ବାକି 3655 ଦିନ ଆମେ ଦେଖା କରିଛୁ ।
ମୁଁ ପଚାରିଲି ତୁ ଏତେ ହିସାବ ରଖିଛୁ । ମିହିର କହିଲା ହଁ, ଆଉ କଣ ପଚାରିବା ର ଅଛି ପଚାର। ମୁଁ କହିଲି ଏମିତି କିଛି କହ ଯାହା ମୁଁ ଜାଣିଛି କିନ୍ତୁ ମନେ ନାହିଁ ଅବା ମୁଁ ଜାଣିନି ?
ମିହିର କହିଲା ଶୁଣିବୁ ତେବେ ଶୁଣ । ତୋର ପ୍ରଥମ ଦେଖା ଠାରୁ ଆଜି ପର୍ଯ୍ୟନ୍ତ ଯାହା ଯାହା ମୋର ମନେ ଅଛି ତାହା କହୁଛି ଶୁଣ ।
ତୁ 57 ଟି ଡ୍ରେସ କିଣିଛୁ, 173 ଥର ମୋ ଗୋଡ଼ରେ ମୁଣ୍ଡ ରଖି ଶୋଇଛୁ, 213 ଥର ତୋର ମୋର ଝଗଡା ହୋଇଛି । ୬ ଥର ମୋତେ ହଗ୍ କରିଛୁ

ତୁ ଆମ ଘରକୁ 2 ଥର ଯାଇଛୁ । ତୁ ମୋ ନୋଟ୍ କିମ୍ବା ବହି ଭିତରେ 184 ଥର I Love You ଲେଖି ରଖିଛୁ । 17 ଥର ମିଛ କହି ନିଜ ମୁଣ୍ଡକୁ ଛୁଇଁ ରାଣ କହିଛୁ ଏବଂ ପରେ ସତ କଥା କହିଛୁ ।29 ଥର ମୋ ପାଇଁ ତୁ ପୁଅ ଅବା ଝିଅ ମାନଂକ ସହିତ ଝଗଡା କରିଛୁ। 215 ଥର ନିଜ ସାଇକେଲ ଟାୟାର ର ପବନ ଛାଡ଼ି ମୋ ସାଇକେଲ ରେ ବସି ସ୍କୁଲ୍ ଏବଂ କଲେଜ୍ ଯାଇଛୁ । ମୋତେ ସାର୍ ଗାଳି ଦେବା ପରେ ତୁ ସେ ସାର୍ ଙ୍କୁ ପ୍ରାୟ 19 ଥର ମୋ ଆଗରେ ଗାଳି ଦେଇଛୁ । ମୋ ପାଇଁ 227 ଥର ନିଜ ଘରୁ ଟିଫିନ୍ ଆଣି ଦେଇଛୁ । ମୁଁ କହିଲି , ରହ ରହ, ଆରେ ତୁ ଏତେ ହିସାବ କେମିତି ରଖିଛୁ ।

ମିହିର କହିଲା ଏମିତି ମନେ ଅଛି। ତାପରେ ମୁଁ କହିଲି, ଓଃ ମାଇ ଗଡ୍, ମୁଁ ତ ଭୁଲି ଯାଇଛି ଯେ ମୁଁ ଗୋଟିଏ କଲେଜ୍ ଟପ୍ପର ସହିତ କଥା ହେଉଛି । ଆଚ୍ଛା ତାହା ହେଲେ ତୋର ସବୁ ମନେ ଥିବ ତ । ମିହିର କହିଲା ସବୁ ତ ମନେ ନାହିଁ କିନ୍ତୁ କିଛି ପ୍ରଶ୍ନ ର ଉତ୍ତର ଦେଇ ପାରିବି ।
ମୋର ପ୍ରଶ୍ନ ଥିଲା , ନଦୀରେ କେତେ ଥର ମିଶି ଗାଧେଇଛୁ । ମିହିର ର ଉତ୍ତର ଥିଲା , 83 ଥର ଏବଂ 19 ଥର ତୋତେ ଆଉ 22 ଥର ମୋତେ ଜ୍ଵର ହୋଇଥିଲା । ମୁଁ କହିଲି ତୁ ଏତେ ସବୁ ମନେ ରଖିଛୁ । ମୁଁ ଉଠି ଯାଇ ମିହିର କୁ ପୁଣି ଥରେ କୁଣ୍ଢେଇ ନେଲି। ମିହିର ମୋ କାନ ପାଖରେ କହିଲା ଏଇଟା ସାତ ନମ୍ୱର୍ ହେଇଗଲା ।
ତାପରେ ଦୁହେଁ ହସିଲୁ । ମୁଁ କହିଲି , ହଉ ସେ ବିଷୟରେ ମୁଁ ତୋତେ ପରେ ପଚାରିବି ଏବେ ସେ କଥା ଛାଡ଼ି ଅନ୍ୟ କଥା ହେବା । ମୁଁ ପଚାରିଲି ବର୍ଷେ ପରେ ଆସିଲେ। ମୋତେ ଭୁଲି ଯିବୁନି ତ? ମିହିର କହିଲା ଭୁଲିବା ସ୍ଥିତି ମୋର ତ ନାହିଁ, ତୁ ଭୁଲିଯିବୁ କି କହ? ମୁଁ ଉତ୍ତର ଦେଲି, ମୋର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ତୋତେ ଭୁଲିବି ନାହିଁ।
ମୁଁ କହିଲି ତୁ ଭଲରେ ଯାଆ ଏବଂ ଏବେ ଯେମିତି ଅଛୁ ଠିକ୍ ବର୍ଷେ ପରେ ମୋତେ ସେମିତି ମିହିର ଟିଏ ଦରକାର । ମିହିର କହିଲା ମୁଁ ତ ବଦଳିବି ନାହିଁ । ତାପରେ ମୁଁ କହିଲି ତୋ ଗୋଡ଼ରେ ମୁଣ୍ଡ ରଖି ଶୋଇବାକୁ ଈଛା ହେଉଛି।
ମିହିର କହିଲା ଠିକ୍ ଅଛି। ମିହିର ମୋ ଚୁଟି କୁ ନେଇ ଆଙ୍ଗୁଠି ରେ ଗୋଲ ଗୋଲ କରି ଖେଳିବାକୁ ଲାଗିଲା । ଦୁହେଁ ପ୍ରାୟ ଦୁଇ ଘଣ୍ଟା ସେଠୀ ବସି କଥା ହେଲୁ । ମୁଁ କହିଲି ତୁ ଗଲା ଦିନ ପର୍ଯ୍ୟନ୍ତ ମୋତେ ପ୍ରତ୍ୟେକ ଦିନ ଆସି ଦେଖା କରିବୁ ।
ମିହିର କହିଲା ଠିକ୍ ଅଛି କିନ୍ତୁ ଗୋଟିଏ ସର୍ତ୍ତ ରେ ତୁ ପ୍ରତ୍ୟେକ ଦିନ ସକାଳ ୭ ଟାରେ ଠାକୁରାଣୀ ପାଖେ ମୋତେ ଅପେକ୍ଷା କରିଥିବୁ । ମୁଁ ସେଠୀ ଆସି ଦେଖା କରିବି ନହେଲେ ଅନ୍ୟ କୁଆଡେ ବୁଲିବାକୁ ଯିବା। ମୁଁ ମଧ୍ୟ ମାନିଗଲି । ଶେଷରେ ମୁଁ ମିହିର କୁ ଛୋଟିଆ ପ୍ରଶ୍ନ ଟିଏ ପଚାରିଲି ଯେ, ତୁ ଏତେ ଦିନ ମୋ ସହିତ ରହିଲୁଣି କେବଳ ମୁଁ ହିଁ ତୋତେ ହଗ୍ କରେ ତୋ ପଟୁ ତ କେବେ କରିନୁ ନା ତୋତେ କେବେ ମୋତେ କିସ୍ କରିବାକୁ ଇଚ୍ଛା ହୁଏନି??

ମିହିର ର ସୁନ୍ଦର୍ ଉତ୍ତର ଥିଲା। ତୋର ଇଚ୍ଛା କୁ କାଟିବାକୁ ଯାଇ ମନା କରିବି ତେବେ ତୋତେ ଦୁଃଖ ହେବ ଏବଂ ତୋର ପ୍ରଥମ ହଗ୍ ପରେ ମୋତେ ଅଳ୍ପ ଖରାପ ଲାଗିଥିଲା କିନ୍ତୁ ମୁଁ ତାକୁ ସାଧାରଣ ଭାବେ ଆପଣେଇ ନେଲି କିନ୍ତୁ କିସ୍ କଥା କହିବାକୁ ଗଲେ, ଯଦି କିସ୍ କରିବା ତେବେ ଆମ ଦୁହିଁଙ୍କ ପବିତ୍ର ସମ୍ପର୍କ ର ଛବି ଉପରେ ଅଳ୍ପ ଦାଗ ଲାଗିଯିବ ।

ତୁ ଚାହୁଁଚୁ ଯଦି କରିପାରୁ କିନ୍ତୁ ମୁଁ ଚାହେଁ ମୋର ସମ୍ପର୍କ ତୋ ସହିତ ସେମିତି ପବିତ୍ର ସମ୍ପର୍କ ହେବା ଦରକାର ଯାହା ଏ ଦୁନିଆର ପ୍ରେମ ଇତିହାସରେ ତଥା ଆମ ଜୀବନର ଇତିହାସ ରେ ଏକ ଅନନ୍ୟ ସ୍ମୃତି ହୋଇ ରହିବ ଏବଂ ଏହି ସମ୍ପର୍କ ର ଆରମ୍ଭ ଆମ ବିବାହ ପର ଠାରୁ ଆରମ୍ଭ ହେବ ।
ଆଜି କାଲି ପ୍ରେମୀ ଯୁଗଳ, ପ୍ରେମ ସମ୍ପର୍କ କୁ ଦେହ ସମ୍ପର୍କ ସହିତ ତୁଳନା କରି ସମ୍ପର୍କ ରଖୁଛନ୍ତି କିନ୍ତୁ ମୋ ପକ୍ଷେ ତାହା ସଂପୂର୍ଣ୍ଣ ଓଲଟା ଏବଂ ଆମ ସଂପର୍କ ସମ୍ପୂର୍ଣ୍ଣ ଶୁଦ୍ଧ ପ୍ରେମ ସମ୍ପର୍କ ହେବା ଦରକାର ଏବଂ ମୁଁ ଚାହେଁ ସମସ୍ତଙ୍କ ସମ୍ପର୍କ ଅପେକ୍ଷା ଆମ ସଂପର୍କ ସବୁଠୁ ନିଆରା ହେବା ଦରକାର।
ଏବେ ତୁ କହ ତୋର ଯଦି ଇଛା ଅଛି ତେବେ ତୁ କିସ୍ କରିପାରୁ । ପ୍ରକୃତରେ ସେଦିନ ମୋର ଇଛା ଥିଲା କିନ୍ତୁ ମିହିର ର ଏହି ସୁନ୍ଦର୍ କଥା ଶୁଣି ମୁଁ ସଙ୍ଗେ ସଙ୍ଗେ ବଦଳିଗଲି ନିଜକୁ ବହୁତ୍ ଗର୍ବ ଅନୁଭବ କରିଲି ଏବଂ ମିହିର କୁ ମନା କରି କହିଲି ରୁ ଯଦି ସେ ସମ୍ପର୍କ କୁ ପବିତ୍ର ରଖିବାକୁ ଚାହୁଁଛୁ ତେବେ ମୁଁ ମଧ୍ୟ ସେ ସମ୍ପର୍କ ରେ ଦାଗ ଲଗାଇବାକୁ ଚାହିଁବି ନାହିଁ ।
ତାପରେ ମୁଁ ଶେଷ ଥର ପାଇଁ ମିହିର କୁ ହଗ୍ କରିଲି ଦୁହିଁଙ୍କ ଆଖିରେ ଟୋପେ ଟୋପେ ଲୁହ ଥିଲା , ଲୁହ କୁ ଲୁଚାଇବାକୁ ଯାଇ ହସିବା ପାଇଁ ମିହିର କୁ ପଚାରିଲି ହଗ୍ କରି ଭୁଲ କରିନି ତ? ମିହିର ମୁଣ୍ଡ ହଲେଇ ନାହିଁ କରିଲା । ତାପରେ ଦୁହେଁ ଫେରିଗଲୁ ।
ତାପରେ ମିହିର ମୋତେ ମନ୍ମଥ ର ସାଙ୍ଗ ଘରେ ଛାଡ଼ି ଆସିଲା ଏବଂ ଆମେ ଦୁହେଁ ଘରକୁ ଆସିଲୁ। ଘରେ ମା ମଧ୍ୟ ଦୁଃଖ କରି କହିଲେ ମିହିର ର କେତେଦିନ ଟ୍ରେନିଂ ଅଛି। ମୁଁ ଦୁଃଖରେ କହିଲି,ଗୋଟିଏ ବର୍ଷ ପୁରା। ବୋଉ ପଚାରିଲେ ସେ ଚାକିରି କରି ତୋତେ ଭୁଲି ଜୀବନୀ ତ? ମୁଁ କହିଲି ଆଉ କିଏ ଭୁଲିଯିବ କିନ୍ତୁ ସେ ମୋତେ ନା ମୁଁ ତାକୁ କେବେ ଭୁଲି ପାରିବୁ ନାହିଁ । ସେତେବେଳେ ବାପା ଆସିଗଲେ ଏବଂ ଦୁହେଁ ଚୁପ୍ ହୋଇଗଲୁ ।

Part-12 ରେ ପଢ଼ିବେ : (ଯଦି ମୋ ବାୟାଣୀ ପାଇଁ ମୋତେ ଭଗବାନ ଯୋଡ଼ି ରଖିଥିବେ ତେବେ ଏ ଦୁନିଆର କେତେ ଝଡ଼ ବତାସ ଆସିଲେ ମଧ୍ୟ ଆମ ଦୁଇ ଜଣ ଙ୍କୁ କେହି ଅଲଗା କରି ପାରିବେ ନାହିଁ)
Bhuyans Blog

ଉପର ଲିଙ୍କ୍ କୁ ନିଜ ମୋବାଇଲ ରେ ସେଭ କରି ରଖନ୍ତୁ ଏବଂ ଆପଣଙ୍କ ସମୟ ଅନୁସାରେ କାହାଣୀ ପଢନ୍ତୁ।
ଯଦି ଆପଣ ନିଜ ଗଳ୍ପ କିମ୍ବା କବିତା କୁ ଏମିତି ଅନଲାଇନ ରେ ସେୟାର କରିବାକୁ ଚାହୁଁଛନ୍ତି ତେବେ ତଳେ ଦିଆ ଯାଇଥିବା Whatsapp ଲିଙ୍କ୍ ରେ ନିଜ Article ପଠେଇ ପାରିବେ ।
Click Here and send your Article (Whatsapp Link)

ଏହି ଗଳ୍ପ କୁ ଅନ୍ୟ ମାନଙ୍କୁ ସେୟାର କରିବାକୁ ଚାହୁଁଛନ୍ତି ତେବେ Page ତଳକୁ Scroll କରନ୍ତୁ ଏବଂ Whatsapp Button ଉପରେ କ୍ଲିକ କରି ସେୟାର କରନ୍ତୁ ।
ଅନ୍ୟ କାହାଣୀ ପଢ଼ିବା ପାଇଁ ତଳେ ଦିଆ ଯାଇଥିବା Telegram Channel ର ଲିଙ୍କ୍ କୁ କ୍ଲିକ୍ କରି ଜଏନ କରନ୍ତୁ ।
Telegram Link

ପାଠକ ବନ୍ଧୁ କାହାଣୀ କୁ ପଢିବାରେ ସମୟ ଦେଇଥିବାରୁ ଆପଣକୁ ବହୁତ୍ ବହୁତ୍ ଧନ୍ୟବାଦ୍ ।

If you like this story so share to your friends, Thanking You.

Love Forever 10 ( A Stor of Love Birds)

Love Forever( A Story of Love Birds) ...10
Love Forever( A Story of Love Birds) …10

Click here Part-9

କିଛି ସମୟ କଥା ହେଲୁ ବହୁତ୍ ମଜା ମଜା କଥା ହେଲୁ। ଶେଷରେ ରାନି କହିଲା ମିହିର ଭାଇ ମୋର ଗୋଟିଏ କଥା ରଖିବ। ମିହିର କହିଲା କହ କଣ କଥା? ରାନି କହିଲା ତମେ ଏବେ ଚାକିରି କରିଲଣି ତମେ ଅନୁ ଦିଦି ଙ୍କୁ ବିବାହ କରି ନିଅ ।

ରାନି ର କଥା ଶୁଣି ମିହିର ଆଶ୍ଚର୍ଯ୍ୟ ରେ ଚାହିଁ ରହିଲା ଏବଂ ମନ୍ମଥ କୁ ଦେଖିଲା ମନ୍ମଥ କିଛି ନ କହି ଚୁପ୍ ରହିଲା । ମୁଁ ମଧ୍ୟ ମନେ ମନେ ଖୁସି ହେଉ ଥାଏ। ମିହିର କହିଲା ମୋ ବାୟାଣୀ ତ କୋଉ ଦିନ ଠାରୁ ବାହା ହେବାକୁ ରାଜି ଅଛି କିନ୍ତୁ ତାଙ୍କ ଘର ଲୋକ ମାନିବେ ନାହିଁ ବୋଧେ ।
ମନ୍ମଥ କହି ଉଠିଲା ଭାଇ ମୁଁ ତ ରାଜି କିନ୍ତୁ ବାପା ବୋଉ କଥା କହି ପାରିବିନି । ଆପଣ ବିଶ୍ୱାସ କରିବେନି ସେ ସମୟରେ ମୋର ଖୁସି ଦଶ ଗୁଣ ବଢ଼ିଗଲା। ମିହିର ପାଟିରୁ ଏହି କଥା ଶୁଣି ମୋତେ ଖୁସିରେ ନାଚିବାକୁ ଇଛା ହେଉଥିଲା । ଏତେ ଖୁସି ହୋଇଗଲି ଯେ ମୋ ଆଖିରୁ ଲୁହ ବାହାରିଗଲା। ମିହିର ମୋ ଆଖି ଲୁହ ପୋଛି କହିଲା । କାହିଁକି କାନ୍ଦୁଛୁ। ଆରେ ମୁଁ ଥଟ୍ଟା କରୁଥିଲି।
ତୁ ଯୋଉଠି ବାହା ହେବାକୁ ଚାହିଁବୁ ମୁଁ ତୋ ପାଇଁ ଭଲ ବର ଟିଏ ଖୋଜି ଆଣିଦେବି ପୁଣି କ୍ଷଣକ ମଧ୍ୟରେ ମୋ ମୁଡ ଅଫ ହୋଇଗଲା। ରାନି ପୁଣି କହିଲା ନା ଭାଇ ତମେ ବାହା ହେବ ତ ଅନୁ ଦିଦି ଙ୍କୁ ହିଁ ବାହା ହେବ ନହେଲେ ମୋତେ ବାହା ହେବାକୁ ପଡିବ । କୁହ କୋଉଠି ବାହା ହେବ ?
ମିହିର କହିଲା ତୁ ମୋର ଗେଲି ଭଉଣୀ ଟା ତୋ ସହିତ ବାହା ହେବା ପାଇଁ ମୁଁ ଭାବିନି ଏବଂ ତୋତେ ବାହା ହୋଇ ଆମ ଭାଇ ଭଉଣୀ ର ପବିତ୍ର ସମ୍ପର୍କ କୁ ଖରାପ କରିବାକୁ ଚାହୁଁ ନାହିଁ ।
ଏତିକି ଶୁଣି ମୋର ରାନି ଉପରେ ପୁଣି ରାଗ ହେଲା କିନ୍ତୁ ମିହିର କହିଲା ତୋତେ ବାହା ହେବା ବଦଳରେ ମୋ ବାୟାଣୀ କୁ କାହିଁକି ବାହା ନ ହେବି ଯିଏ ମୋତେ ଷଷ୍ଠ କ୍ଲାସ୍ ରୁ ହୃଦୟ ରୁ ଭଲ ପାଇ ଆସିଛି । ସତରେ ସେତେବେଳେ ଜାଣିଲି ମିହିର ମଧ୍ୟ ମୋ ମନ କଥା ଜାଣିଥିଲା କିନ୍ତୁ କେବେ କହୁ ନଥିଲା । ସେ ସମୟର ଖୁସିର ବନ୍ଧ ବାଡ ଭାଙ୍ଗି ମୁଁ ଯେମିତି ଖୁସିର ସମୁଦ୍ର ରେ ଲହରୀ ସହିତ ଖେଳିବାକୁ ଇଚ୍ଛା ହେଉଥିଲା ।
କିନ୍ତୁ ସେତିକିବେଳେ ମାଇଁ ଆସି ପହଁଚିଲେ। ଆମେ ସମସ୍ତେ ଉଠି ଆସିଲୁ ସେଠୁ । ବାହାରକୁ ଆସି ସମସ୍ତଙ୍କୁ ପ୍ରଣାମ କରି ବାହାରକୁ ଆସିଲୁ ।
ମିହିର ଠିକ୍ ୫ ଦିନ ପରେ ସେ ଟ୍ରେନିଂ ପାଇଁ ଚାଲିଯିବ। ମୁଁ ଯେତିକି ଖୁସୀ ହେଉଥିଲି ତା ଠାରୁ ଦଶ ଗୁଣ ଭିତରେ ଦୁଃଖୀ ହେଉଥିଲି । କାରଣ ମିହିର ଟ୍ରେନିଂ ପାଇଁ ଚାଲିଯିବ। ମୋ ଠାରୁ ଦୂରେଇ ଯିବ, ତାହା ପୁଣି ଗୋଟିଏ ବର୍ଷ ପାଇଁ ।
ଏହି ଗୋଟିଏ ବର୍ଷ ମୁଁ କେମିତି ରହିବି । ଚିନ୍ତା ଚିନ୍ତାରେ ବହୁତ୍ ଦୁଃଖୀ ହେଉଥିଲି ।


ମୋ ଭାଇ ମନ୍ମଥ ବହୁତ୍ ଭଲ, ସେ ଛୋଟ ବେଳେ ମୋତେ ମିହିର ସହିତ ଦେଖା କରିବାରେ ସାହାଯ୍ୟ କରିଥିଲା କିନ୍ତୁ ମନ୍ମଥ ର ବଡ ହେଲା ପରେ ମିହିର ସହିତ ମିଶିବାକୁ ମୋତେ ମନା କରୁଥାଏ କିନ୍ତୁ ମୁଁ ତା କଥାକୁ ଶୁଣେ ନାହିଁ ଏବଂ ଯଦି କେବେ କୁହେ ମୁଁ ମିହିର ସହିତ ଦେଖା କରିବି ସେ ପ୍ରଥମେ ମନା କରେ କିନ୍ତୁ ପରେ ମୋତେ ତା ସହିତ ଦେଖା କରିବାକୁ ସୁଯୋଗ ଦିଏ।

ମାତ୍ର ଯେବେ ମିହିର ର ଚାକିରି ହେବା କଥା ଶୁଣିଲା ସେ ବହୁତ୍ ଖୁସି ହେଲା ଏବଂ ମୋତେ ସେଦିନ ହିଁ କହିଲା କି ତୁ ମିହିର ଭାଇ ସହିତ ହିଁ ବିବାହ କରିବୁ। ବାପା ଯଦି ମାନିବେ ନାହିଁ ତେବେ ମୁଁ ଆଉ ବୋଉ ତୋ ପାଇଁ ବାପା ପାଖରେ ଅନୁରୋଧ କରିବୁ ଏବଂ ଠିକ୍ ତା ପର ଦିନ ମିହିର ମିଠା ପ୍ୟାକେଟ ନେଇ ପହଞ୍ଚି ଥିଲା ଆମ ଘରେ ।
ବାହାର କୁ ଆସିବା ପରେ ମିହିର ଆସି ମୋତେ ପଚାରିଲା କଣ ଭାବୁଛୁ ଯିବା, ମୁଁ ପଚାରିଲି କୁଆଡେ ? ମିହିର କହିଲା ଚାଲ ବୁଲି ଆସିବା । ମନ୍ମଥ ଏତିକି କଥା ଶୁଣି ସେ ମୋତେ ମିହିର ପାଖେ ଛାଡ଼ି ତା ସାଙ୍ଗ ଘରକୁ ଚାଲିଗଲା । ମୁଁ ମନ୍ମଥ କୁ କହିଲି ଯେଉଁ ପର୍ଯ୍ୟନ୍ତ ମୁଁ ଆସିନି ସେ ପର୍ଯ୍ୟନ୍ତ ମୋତେ ଅପେକ୍ଷା କରିଥିବୁ । ସେ ସେମିତି କରିଲା। ମୁଁ ଫେରିଲା ବେଳେ ତୋ ସାଙ୍ଗ ଘରକୁ ଯିବି ତୁ ସେଠୀ ଥିବୁ ତାପରେ ଦୁହେଁ ମିଶି ଫେରିବା ବୋଲି କହିଲି ।
ତାପରେ ମିହିର ମୋତେ ବାଇକ୍ ରେ ବସେଇ ଗାଁ ବାହାରକୁ ନେଇ ଗଲା। ମୁଁ ମିହିର କୁ କହିଲି ମୁଁ ଏମିତି ସ୍ଥାନ କୁ ଯିବାକୁ ଚାହୁଁଛି ଯେଉଁଠି ଖୋଲା ଆକାଶ ଥିବ ଏବଂ ସେଠୀ କେବଳ ଆମେ ଦୁଇ ଜଣ । ପ୍ରକୃତରେ ମିହିର ସେଦିନ ବହୁତ୍ ଦୁଃଖୀ ଥିଲା ତାକୁ ଦେଖି ମୁଁ ମଧ୍ୟ ଦୁଃଖୀ ଥିଲି , ଦୁଃଖ ର କାରଣ କେବଳ ଗୋଟିଏ ଯେ ଦୁହେଁ ଦୁହିଁଙ୍କୁ ଏବେ ଅଲଗା ହୋଇ ରହିବାକୁ ହେବ ।
ତାପରେ ଆମେ ଗାଁ ଠାରୁ ପ୍ରାୟ ୫ କିମି ପରେ ଗୋଟିଏ ନଦୀ ପାଖ ପୋଲ ଉପରେ ପହଞ୍ଚିଲୁ । ସେ ଠାରୁ ୫୦ ମିଟର ତୋଟା ଭିତରେ ଗୋଟିଏ ବରଗଛ ଥିଲା । ସେ ସ୍ଥାନ ଥିଲା ଆମ ପୁରୁଣା ସ୍ଥାନ ଯେଉଁଠି ସ୍କୁଲ୍ ସମୟରେ ଆମେ ବଣ ଭୋଜି କରୁଥିଲୁ । କଲେଜ୍ ସମୟରେ ମଧ୍ୟ ବେଳେବେଳେ ସେ ଜାଗାରେ ଆସି ବସିଥାଉ । ଆଉ ସେ ଯାଗା ମୋର ବହୁତ୍ ପସନ୍ଦ ।
ସେଠୀ ସବୁଠୁ ଭଲ ଲାଗେ ବର ଓହଳ ରେ ଆମେ ଦୁହେଁ ଝୁଲୁ ଏବଂ ଦୁହେଁ ଓହଳ କୁ ଧରି ଦୂରକୁ ଯାଇ ପୁଣି ଝୁଲି ଝୁଲି ପରସ୍ପରକୁ ହାତ କୁ ହାତ ଛୁଇଁବାକୁ ଚେଷ୍ଟା କରୁ । କେତେବେଳେ ହାତ କୁ ହାତ ବାଜେ ତ କେତେବେଳେ ନାହିଁ । ଏତିକି ଭାବୁ ଭାବୁ ବାଇକ୍ ର ଶବ୍ଦ ବନ୍ଦ ହେଲା । ଆମେ ସେହି ଜାଗାରେ ପହଞ୍ଚିଲୁ ।
ଦିନ ୩ ଟା ସମୟ । ଅଳ୍ପ ଖରା ଥିଲା । ମୁଁ ପଚାରିଲି । ଆଜି କଣ ପ୍ଲାନ ଅଛି। ସେ କହିଲା ତୋ ସହିତ ବସି କଥା ହେବାକୁ ଆସିଛି । ମୁଁ ପଚାରିଲି ତୁ ମୋତେ କହୁଥିଲୁ, ଏ ସ୍ଥାନ ଏବେ ଖରାପ ହୋଇଗଲାଣି । ଏଠି ଝିଅ ମାନଙ୍କୁ ଜବରଦସ୍ତି ଟାଣି ଆଣି ବଳାତ୍କାର କରନ୍ତି ବୋଲି । ତୁ ପୁଣି ଏଠି କାହିଁକି ଆଣିଛୁ ।
ମିହିର କହିଲା ତୋତେ କିଏ ବଳାତ୍କାର କରିବ ନାହିଁ ତୁ ଚିନ୍ତା କରିବା ଦରକାର ନାହିଁ । ମୁଁ ପୁଣି କହି ଉଠିଲି ଯେତେ ହେଲେ ମୋ ବଡି ଗାର୍ଡ ଅଛି ପର ମୋତେ କଣ ଚିନ୍ତା ଯେ ।
ମିହିର କହିଲା ଚୁପ୍ , ସେ କଥା ବନ୍ଦ କର । ଚାଲ ସେଠୀ ବସିବା । ମୁଁ କହିଲି ଚାଲ୍ ନା ବର ଓହଳ ରେ ଝୁଲିବା, ମିହିର ର ଇଚ୍ଛା ଥିଲା । ଦୁହେଁ ପିଲା ଦିନ ଭଳି ବର ଓହଳ ରେ ଝୁଲି ଖେଳିଲୁ । ତାପରେ ମିହିର ଆଉ ମୁଁ ବସିଲୁ । ମୁଁ ମିହିର କୁ ପଚାରିଲି ମୁଁ ତୋତେ କିଛି ପ୍ରଶ୍ନ କରିବି ତୁ ଠିକ୍ ଠିକ୍ ଉତ୍ତର ଦେବୁ ।
ପ୍ରଥମ ପ୍ରଶ୍ନ ତୋର କେତେଦିନ ଟ୍ରେନିଂ ଅଛି ? ସେ କହିଲା , ଗୋଟିଏ ବର୍ଷ, ଦ୍ଵିତୀୟ ପ୍ରଶ୍ନ ଥିଲା ତୁ ମୋତେ ଯଦି ଭଲ ପାଉଥିଲୁ ତେବେ କାହିଁକି କହୁ ନଥିଲୁ । ମିହିର କହିଲା , ଭଲ ପାଇବା କଣ କୁହାଯାଏ କି, ତାହା ଅନୁଭବ କରା ଯାଏ।

Part-11 ରେ ପଢ଼ିବେ : (ମିହିର କହିଲା ଠିକ୍ ଅଛି କିନ୍ତୁ ଗୋଟିଏ ସର୍ତ୍ତ ରେ ତୁ ପ୍ରତ୍ୟେକ ଦିନ ସକାଳ ୭ ଟାରେ ଠାକୁରାଣୀ ପାଖେ ମୋତେ ଅପେକ୍ଷା କରିଥିବୁ )
Bhuyans Blog

ଉପର ଲିଙ୍କ୍ କୁ ନିଜ ମୋବାଇଲ ରେ ସେଭ କରି ରଖନ୍ତୁ ଏବଂ ଆପଣଙ୍କ ସମୟ ଅନୁସାରେ କାହାଣୀ ପଢନ୍ତୁ।
ଯଦି ଆପଣ ନିଜ ଗଳ୍ପ କିମ୍ବା କବିତା କୁ ଏମିତି ଅନଲାଇନ ରେ ସେୟାର କରିବାକୁ ଚାହୁଁଛନ୍ତି ତେବେ ତଳେ ଦିଆ ଯାଇଥିବା Whatsapp ଲିଙ୍କ୍ ରେ ନିଜ Article ପଠେଇ ପାରିବେ ।
Click Here and send your Article (Whatsapp Link)

ଏହି ଗଳ୍ପ କୁ ଅନ୍ୟ ମାନଙ୍କୁ ସେୟାର କରିବାକୁ ଚାହୁଁଛନ୍ତି ତେବେ Page ତଳକୁ Scroll କରନ୍ତୁ ଏବଂ Whatsapp Button ଉପରେ କ୍ଲିକ କରି ସେୟାର କରନ୍ତୁ ।
ଅନ୍ୟ କାହାଣୀ ପଢ଼ିବା ପାଇଁ ତଳେ ଦିଆ ଯାଇଥିବା Telegram Channel ର ଲିଙ୍କ୍ କୁ କ୍ଲିକ୍ କରି ଜଏନ କରନ୍ତୁ ।
Telegram Link

ପାଠକ ବନ୍ଧୁ କାହାଣୀ କୁ ପଢିବାରେ ସମୟ ଦେଇଥିବାରୁ ଆପଣକୁ ବହୁତ୍ ବହୁତ୍ ଧନ୍ୟବାଦ୍ ।

If you like this story so share to your friends, Thanking You.

Love Forever 9 ( A Story of Love Birds)

Love Forever( A Story of Love Birds) ...9
Love Forever( A Story of Love Birds) …9
ମିହିର ର ସାଙ୍ଗ ମାନେ ମଧ୍ୟ ମୋତେ ବେଳେବେଳେ ଭାଉଜ… ଭାଉଜ… ବୋଲି ଡାକନ୍ତି ତ କେତେବେଳେ ନାଁ ଧରି ଡାକନ୍ତି। ସେମାନେ ଯେତେବେଳେ ଭାଉଜ ବୋଲି ଡାକନ୍ତି ମୁଁ ବହୁତ୍ ଖୁସି ହୁଏ । ସେ ସମୟରେ ମିହିର ସେମାନଙ୍କୁ ରାଗି ଚାହେଁ ସେମାନେ ଚୁପ୍ ରହି ଯାଆନ୍ତି ଏବଂ ସେ ବୁଲି ମୋତେ ଦେଖି କିଛି କୁହେନା କେବଳ ଛୋଟ ୨୪ କ୍ୟାରେଟ ର ମୁରୁକି ହସ ଟିଏ ଦେଇ ଦିଏ। ମୁଁ ମଧ୍ୟ କିଛି କୁହେ ନାହିଁ ।
ଲୋକମାନେ ଆମ ବିଷୟରେ ବହୁତ୍ କଥା ହୁଅନ୍ତି କିନ୍ତୁ ନା ମିହିର କିଛି କୁହେ ନା ମୋତେ କିଛି ଅସୁବିଧା ହୁଏ । ସେ ଏତେ ଭଲ ଯେ ତା ବିଷୟରେ ମିଛ କହିବା ପାପ। ବେଳେବେଳେ ଛୁଟି ଦିନରେ ଆମେ ରୁମ୍ ରେ ପାଠ ପଢ଼ୁ ପଢ଼ୁ ନିଦ ଲାଗି ଯାଏ, ସେ ଶୋଇ ଯାଏ ଏବଂ ମୁଁ ଜାଣି ଶୁଣି ମିହିର ଉପରେ ମୁଣ୍ଡ ରଖି ଶୋଇ ଯାଏ ମାତ୍ର ସେ କେବେ ମୋତେ ଖରାପ ଭାବେ ଛୁଇଁବାକୁ ଚେଷ୍ଟା ମଧ୍ୟ କରିନି ।
ଆମେ ଏମିତି ବହୁତ୍ ସମୟ ରୁମ୍ ରେ ଏକା ଏକା ପାଠ ପଢ଼ିଛୁ କିନ୍ତୁ କେବେ ମଧ୍ୟ ସେ ଖରାପ ଭାବେ ଦେଖିନି ଓଲଟା ମୁଁ ତା ଉପରେ ଶୋଇଗଲେ ସେ ମୋ ମୁଣ୍ଡକୁ ଘୁଂଚେଇ ଶୋଇ ଯାଏ। ସତରେ ସେ ମୋ ସୁନା ମୁଣ୍ଡା ଟିଏ ।
ପରୀକ୍ଷା ପରେ ଭଗବାନ ମୋ ଗୁହାରି ଏବଂ ମିହିର ର କଷ୍ଟ କୁ ବୁଝି ପାରିଲେ। ପାଠ ପଢା ସରିଲା ବିଜ୍ଞାନ ବିଭାଗ ର ଭଲ ମାର୍କ ରଖି କଲେଜ୍ ଟପ୍ପର ହେବା ପରେ ସେ ନିଜକୁ ଗର୍ବ ଅନୁଭବ କରିଲା ନାହିଁ ଓଲଟା ମୁଁ କଲେଜ୍ ରେ ଷଷ୍ଠ ନମ୍ୱର୍ ରହିଲି ବୋଲି ସେ ବହୁତ୍ ଦୁଃଖୀ ହେଲା ।
ସେ କହେ ଟପ୍ପର ହେବା ର ମୁଖ୍ୟ କାରଣ ହେଉଛି ତୁ, ମାନେ ମୋ ବାୟାଣୀ । ସେ ମୋତେ କହେ ତୋ ଯୋଗୁ ମୁଁ ଆଜି ସଫଳ ହୋଇଛି । ଏହି କଥା ଶୁଣି ସେଦିନ ମୋ ଆଖିରୁ ଖୁସିରେ ଲୁହ ବାହାରି ଗଲା ଏବଂ ମୋର କମ୍ ମାର୍କ ଆଣିଥିବା ଦୁଃଖକୁ ମଧ୍ୟ ମୁଁ ଭୁଲିଗଲି । ମୁଁ ପୁଣି ଥରେ ତାକୁ କୁଣ୍ଢେଇ ନେଲି ସେ ମଧ୍ୟ ବହୁତ୍ ଖୁସି ହେଲା ।
କଲେଜ୍ ରେ ଆମ ବିଷୟରେ ବହୁତ୍ ଚର୍ଚ୍ଚା ହୁଏ । କଲେଜ୍ ରେ ଆମ ଦୁହିଁଙ୍କ ନାମ କେତେ ବେଳେ ବ୍ଲାକ ବୋର୍ଡ ରେ ତ କେତେବେଳେ ରୁମ୍ କାନ୍ଥରେ ଲେଖା ଥାଏ । କିଏ କେତେ କଣ ନାମ ଧରି ଡାକନ୍ତି । କଲେଜ୍ ରେ ସାର୍ ମାନେ ମଧ୍ୟ ଆମକୁ ଗୋଟିଏ ଜାଗାରେ ବସିଥିବା ଦେଖି କେତେଥର ମନା କରିଥିବେ କିନ୍ତୁ ଆମେ ସେତେବେଳେ ଅଲଗା ବସି ପର କ୍ଲାସ୍ ରେ ଯେମିତି ସେମିତି ।
ଆମ କଲେଜ୍ ରେ ସେ ସମୟରେ ହିଟ୍ ଯୋଡି ଥିଲୁ । କଲେଜ୍ ରେ ମଧ୍ୟ ବହୁତ୍ ଝିଅ ମିହିର କୁ ଲାଇନ୍ ମାରୁଥିଲେ କିନ୍ତୁ ମିହିର କହେ ମୋ ବାୟାଣୀ କୁ ଯାଇ ପ୍ରଥମେ ଦେଖା କର ତା ପରେ ମୋ ପାଖକୁ ଆସିବ । ଯଦି ତମେ ମୋ ସହିତ କଥା ହେବାର ଦେଖି ଦେବ ସେ ତୁମ ରକ୍ତ ପିଇ ଯିବ । ଆମେ ଦୁହେଁ ସବୁ ଜାଗାରେ ବସି ଥାଉ । ମିହିର ବେଳେବେଳେ ଲାଜ କରେ କିନ୍ତୁ ମୁଁ ଜାଣିଶୁଣି ମିହିର ପାଖେ ବସେ ଏବଂ ତା ଆଗରେ ପଛରେ ଲାଗି ରହିଥାଏ । କଲେଜ୍ ରେ କିଛି ଭାଷଣ ଦେବାକୁ ଥିଲେ ଆମ ଦୁହିଁକୁ ସବୁ ସାର୍ ଖୋଜୁଥିଲେ । ମିହିର ମଧ୍ୟ ଭଲ ଭାଷଣ ଦିଏ ।
ମୋ ମନରେ ତା ପାଇଁ ସବୁବେଳେ ଭଲ ପାଇବା ଥିଲା କିନ୍ତୁ ତା ମନରେ ମୋ ପାଇଁ କେବଳ ବନ୍ଧୁତା ର ଆଦର ଏବଂ ଭଲ ପାଇବା ଥିଲା। ଦୁଃଖ ଲାଗେ ବେଳେବେଳେ କିନ୍ତୁ ପରେ ଭୁଲି ଯାଏ ।
ପରୀକ୍ଷା ସରିବାର ଦୁଇ ମାସ ପରେ ସେ ଭାରତୀୟ ବାୟୁ ସେନା ପରୀକ୍ଷା ରେ ପାସ୍ କରିଲା । ଏହି ଦୁଇ ମାସ କେତେବେଳେ ଦେଖା ହୁଏ ତ କେତେବେଳେ ନାହିଁ କିନ୍ତୁ କେମିତି ହେଲେ ଦୁଇ ତିନି ଦିନରେ କେମିତି ହେଲେ ମିହିର ସହିତ ଦେଖା ହୋଇଯାଏ ।
କାରଣ ପରୀକ୍ଷା ପରେ ମଧ୍ୟ ସେ ଭଡ଼ା ରୁମ୍ ରେ ରହି ପଢୁଥାଏ । ମୁଁ କିଛି ନା କିଛି ବାହାନା କରି ପହଞ୍ଚି ଯାଏ କିମ୍ବା ସେ ଆମ ଗାଁ ପାଖକୁ ଆସି ଯାଏ ।
ଏବେ ଆସିଥିଲା ସବୁଠୁ ବଡ ବିଚ୍ଛେଦ ସମୟ, ଯାହା ବହୁତ୍ କଷ୍ଟକର ଥିଲା। ସେଦିନ ସେ ମିଠା ପ୍ୟାକେଟ ନେଇ ପ୍ରଥମେ ଆମ ଘରକୁ ଆସିଲା। ଆମ ଘରେ ମଧ୍ୟ ବହୁତ୍ ଖୁସି ହେଲେ । ଘରେ ବାପା ବୋଉ ବହୁତ୍ ଭଲରେ କଥା ହେଲେ । ମନ୍ମଥ କହିଲା ଭାଇ ମୁଁ ମଧ୍ୟ ତୁମ ଭଳି ଚାକିରି କରିବାକୁ ଚାହେଁ ।
ମିହିର ତାକୁ ବୁଝେଇ କହିଲା ଭଲ ପାଠ ପଢ଼ିବୁ ଏବଂ ଖବର କାଗଜ ଦେଖୁଥିବୁ ଯେତେବେଳେ ଏମିତି ଖାଲି ପଦବୀ ବାହାରିବ ତୁ ନିଯୁକ୍ତି ପାଇଁ ଫର୍ମ ଭରିବୁ ତେବେ ତୁ ମଧ୍ୟ ଚାକିରି କରିବୁ ।
ସେତେବେଳେ ମୁଁ ଭାବୁଥିଲି କାଳେ ମୋ ବାପା ବୋଉ ତାକୁ ଜୋଇଁ ପୁଅ ରୂପରେ ଗ୍ରହଣ କରି ଥାନ୍ତେ କି? ଅବା ସେମିତି ତାଙ୍କ ମନରେ ପ୍ରଶ୍ନ ଉଠି ଥାନ୍ତା କି? କିନ୍ତୁ ତାହା ଥିଲା କେବଳ ମୋ ଭାବନା !! ତାପରେ ମୁଁ ,ମନ୍ମଥ ଏବଂ ମିହିର ମିଶି ତା ମାମୁଁ ଘରକୁ ଗଲୁ ସେଠୀ ସେ ମିଠା ଦେଲା ପରେ ମାମୁଁ ଙ୍କ ଆଖି ମଧ୍ୟ ଖୁସିରେ ଲୁହ ଛଳ ଛଳ ହୋଇଗଲା।
ସେପଟେ ମାଇଁ ଙ୍କ ଈର୍ଷା ବହୁତ୍ ବଢ଼ି ଯାଇଥିଲା କାରଣ ମୁଁ ମିହିର ସହିତ ଯାଇ ଥାଏ।
ରାନି ମିହିର ର ଶବ୍ଦ ଶୁଣି ଦଉଡ଼ି ଆସି କୁଣ୍ଢେଇ ନେଲା। ରାନି କୁଣ୍ଢେଇ ନେବାର ଦେଖି ମୋତେ ଟିକେ ଇର୍ଷା ହେଲା କିନ୍ତୁ ତାପରେ ନିଜ ମନକୁ ବଦଳେଇ ଭାବିଲି ନା ନା ମିହିର ତାକୁ ଭଉଣୀ ଭଳି ସ୍ନେହ କରେ । ମନ୍ମଥ ଏବଂ ରାନି ଦୁହିଁଙ୍କ ସେତେବେଳେ +୨ ଦ୍ଵିତୀୟ ବର୍ଷ ।
ସେଠି ମାମୁଁ ମାଇଁ ସମସ୍ତେ ଥିଲେ ସମସ୍ତେ କିଛି ସମୟ କଥା ହେଲୁ । ତାପରେ ମିହିର ତା ପଢା ଘରକୁ ନେଇ ଗଲା । ସେଠି ସେ ଦେଖିଲା ସେ ଘରେ ତାଲା ପଡ଼ିଥିଲା। ରାନି କହିଲା ମିହିର ଭାଇ ଯୋଉ ଦିନ ଠାରୁ ଯାଇଛନ୍ତି ସେ ଦିନଠୁ ମୁଁ ବେଳେବେଳେ ଏହି ରୁମ୍ କୁ ଖୋଲି ଝାଡୁ କରି ପୁଣି ବନ୍ଦ କରିଦିଏ । ଯେତେବେଳେ ଝାଡୁ କରିବାକୁ ଏହି ରୁମ୍ କୁ ଆସେ ମୋ ମିହିର ଭାଇ କଥା ବହୁତ୍ ମନେ ପଡେ । ମିହିର ତାର ପଢା ଘର ଦେଖାଇଲା। ମୁଁ ସେଦିନ ଏତେ ଖୁସି ଥିଲି ଯେ ମୋତେ ମିହିର କୁ କୁଣ୍ଢେଇ ନେଇ କିଛି ସମୟ ରହିବାକୁ ଇଚ୍ଛା ହେଉଥିଲା କିନ୍ତୁ ସେ ସମୟ ମଧ୍ୟ ମୋତେ ମିଳିଗଲା ।
ସେଠି ରାନି ଏବଂ ମନ୍ମଥ ଥିଲେ । ମୁଁ ସେ ଦୁଇ ଜଣ ଙ୍କୁ ଧ୍ୟାନ ନ ଦେଇ ମିହିର କୁ କୁଣ୍ଢେଇ ନେଲି , ଆମର ଏ ଦୃଶ୍ୟ ଦେଖି ସେମାନେ ଅଳ୍ପ ଲାଜେଇ ଅନ୍ୟ ରୁମ୍ କୁ ଚାଲିଗଲେ ।
ଆମେ କିଛି ସମୟ ବସି କଥା ହେଲୁ । ତା ପରେ ସେ ଦୁଇ ଜଣ ମଧ୍ୟ ବସି କଥା ହେଲେ । ଆଗରୁ ରାନି ଏବଂ ମନ୍ମଥ ଜାଣିଥିଲେ ଆମେ ଦୁଇ ଜଣ ପରସ୍ପରକୁ ପସନ୍ଦ କରୁ ବୋଲି ସେଥିପାଇଁ ସେ କିଛି କହିଲେ ନାହିଁ ।

Part-10 ରେ ପଢ଼ିବେ : (ମୁଁ ମିହିର କୁ କହିଲି ମୁଁ ଏମିତି ସ୍ଥାନ କୁ ଯିବାକୁ ଚାହୁଁଛି ଯେଉଁଠି ଖୋଲା ଆକାଶ ଥିବ ଏବଂ ସେଠୀ କେବଳ ଆମେ ଦୁଇ ଜଣ)
Bhuyans Blog

ଉପର ଲିଙ୍କ୍ କୁ ନିଜ ମୋବାଇଲ ରେ ସେଭ କରି ରଖନ୍ତୁ ଏବଂ ଆପଣଙ୍କ ସମୟ ଅନୁସାରେ କାହାଣୀ ପଢନ୍ତୁ।
ଯଦି ଆପଣ ନିଜ ଗଳ୍ପ କିମ୍ବା କବିତା କୁ ଏମିତି ଅନଲାଇନ ରେ ସେୟାର କରିବାକୁ ଚାହୁଁଛନ୍ତି ତେବେ ତଳେ ଦିଆ ଯାଇଥିବା Whatsapp ଲିଙ୍କ୍ ରେ ନିଜ Article ପଠେଇ ପାରିବେ ।
Click Here and send your Article (Whatsapp Link)

ଏହି ଗଳ୍ପ କୁ ଅନ୍ୟ ମାନଙ୍କୁ ସେୟାର କରିବାକୁ ଚାହୁଁଛନ୍ତି ତେବେ Page ତଳକୁ Scroll କରନ୍ତୁ ଏବଂ Whatsapp Button ଉପରେ କ୍ଲିକ କରି ସେୟାର କରନ୍ତୁ ।
ଅନ୍ୟ କାହାଣୀ ପଢ଼ିବା ପାଇଁ ତଳେ ଦିଆ ଯାଇଥିବା Telegram Channel ର ଲିଙ୍କ୍ କୁ କ୍ଲିକ୍ କରି ଜଏନ କରନ୍ତୁ ।
Telegram Link

ପାଠକ ବନ୍ଧୁ କାହାଣୀ କୁ ପଢିବାରେ ସମୟ ଦେଇଥିବାରୁ ଆପଣକୁ ବହୁତ୍ ବହୁତ୍ ଧନ୍ୟବାଦ୍ ।

If you like this story so share to your friends, Thanking You.

Love Forever 8 ( A Story of Love Birds)

Love Forever( A Story of Love Birds) ...8
Love Forever( A Story of Love Birds) …8

Click here Part-7

ଆପଣ ମୋତେ ଏତେ ଦିନ ରଖି ପାଠ ପଢେଇଲେ ସେଥିପାଇଁ ମୁଁ ଆପଣଙ୍କ ପାଖେ ରୁଣୀ ହୋଇ ରହିଲି ଯଦି ଆଗାମୀ ଜୀବନରେ କିଛି ସାହାଯ୍ୟ କରିବାକୁ ସୁଯୋଗ ଦେଲେ ମୁଁ ନିଶ୍ଚୟ ସାହାଯ୍ୟ କରିବି।

ଏବେ ମୋତେ ଅନୁମତି ଦିଅନ୍ତୁ। ମାମୁଁ ମନା କରି କହିଲେ ତୋ ମାଇଁ କଥା ଭୂଲି ଯା, ସେ ପାଗେଳି କିଛି ଜାଣିନି। ମିହିର ମାମୁଁ ଙ୍କ ଗୋଡ଼ ତଳେ ପଡି କହିଲା ନାହିଁ ମାମୁଁ ଆପଣଙ୍କୁ ଅନୁରୋଧ କରୁଛି କି ମୋତେ ଆମ ଗାଁ କୁ ଯିବାକୁ ଅନୁମତି ଦିଅନ୍ତୁ।
ମାମୁଁ ରାଗରେ ଉଠି ଚାଲିଗଲେ ଏବଂ ମିହିର ତାଙ୍କ ପଛେ ପଛେ ଗଲା , କହିଲା ମାମୁ ମୁଁ ଏ ଘରକୁ ନିଶ୍ଚୟ ଆସିବି କିନ୍ତୁ ଏବେ ମୁଁ ଆମ ଗାଁ ରେ ରହି ଯିବା ଆସିବା କରିବି କିମ୍ବା ଅନ୍ୟ ଉପାୟ ଦେଖିବି।
ମାଇଁ ଚୁପ୍ ଥିଲେ , ରାନି ମୋ ହାତକୁ ଟାଣି ନେଇଥାଏ । ନାଇଁ ଭାଇ ତମେ ଯାଅ ନାହିଁ । ମୁଁ ଏଠି ଏକା ହୋଇଯିବି । ମାମୁଁ କହିଲେ ହଉ ବ୍ୟାଗ୍ ରେ ତୋ ସାମାନ ନେଇ ବାହାରକୁ ଆସେ। ମିହିର ଆଗରୁ ବ୍ୟାଗ୍ ରେ ସବୁ ସାମାନ ରଖିଥିଲା ।
ସେ ସଙ୍ଗେ ସଙ୍ଗେ ନିଜ ବ୍ୟାଗ୍ ନେଇ ମାମୁଁ ପାଖରେ ପହଞ୍ଚିଲା। ମାମୁଁ ମିହିର କୁ ନେଇ ତାଙ୍କ ଗାଁ ରେ ଛାଡି ଆସିଲେ । ଏପଟେ ରାନି ର ଆଖିରୁ ଲୁହ ବାହାରି ଯାଉଥାଏ ଏବଂ ମାମୁଁ ମଧ୍ୟ ବହୁତ୍ ଦୁଃଖୀ ଥିଲେ ।


ତା ପର ଦିନ ସକାଳେ ମୁଁ ଗାଁ ମୁଣ୍ଡରେ ମିହିର କୁ ଅପେକ୍ଷା କରିଥାଏ। ପ୍ରାୟ ୩୦ ମିନିଟ୍ ଅପେକ୍ଷା ପରେ କୁନି ପଛପଟୁ ଆସି କହିଲା ମିହିର କୁ ଅପେକ୍ଷା କରିଛୁ ନା କଣ? ମୁଁ ହଁ କରିଲି । କୁନି କହିଲା ମିହିର ଗତ କାଲି ସନ୍ଧ୍ୟାରେ ନିଜ ଗାଁ କୁ ପୁଣି ଥରେ ଫେରିଯାଇଛି

ଆଜି ସକାଳେ ରାନି ଦୋକାନ କୁ ଆସିଥିଲା ଏବଂ ସେତେବେଳେ ମୁଁ ମଧ୍ୟ ସେଠୀ କିଛି ଜିନିଷ କିଣିବା ପାଇଁ ଯାଇଥିଲି। ସେ ମୋତେ ମନ ଦୁଃଖରେ ସବୁ କଥା କହିଲା । ମୁଁ ତୋତେ କହିବି ବୋଲି ଭାବିଲି କିନ୍ତୁ ତମ ସାହି କୁ ଯିବାକୁ ସମୟ ହେଲାନି।
ମୁଁ ପୁଣି ଥରେ ଦୁଃଖୀ ହୋଇଗଲି ଏବଂ ମିହିର ଉପରେ ରାଗ ଆସିଲା । ଦୁହେଁ କଲେଜ୍ ଗଲୁ। ମୁଁ ଭାବିଥିଲି ମିହିର ଆଜି ଆସିବ ନାହିଁ ବୋଲି କିନ୍ତୁ ଆମେ ପହଞ୍ଚିବା ପୂର୍ବରୁ ଗେଟ୍ ପାଖରେ ସେ ଅପେକ୍ଷା କରିଥାଏ । ମୁଁ ସାଇକେଲ ରୁ ଓହ୍ଲାଇ ତା ପାଖକୁ ଗଲି । କୁନି କଲେଜ୍ ଭିତରକୁ ଗଲା।
ସେ ଗତ କାଲି ଘଟଣା ବିଷୟରେ କହିବା ପରେ ମୁଁ କହିଲି ତୋତେ ତ ଯିବା ପାଇଁ ମନା କରିଥିଲି, କିନ୍ତୁ ତୁ ଶୁଣିଲୁ ନାହିଁ । ହଉ ଏବେ କହ କଣ ଭାବିଛୁ ? ମିହିର କହିଲା କଣ କରିବି ମୁଣ୍ଡରେ କିଛି ବୁଦ୍ଧି ବାଟ ଦିଶୁନି। ପ୍ରତିଦିନ କଲେଜ୍ ବସ୍ ରେ ଯିବା ଆସିବା ଅସମ୍ଭବ । ଠିକ୍ ସମୟରେ ବସ୍ ମିଳିବ କି ନାହିଁ କିଛି ଗାରେଣ୍ଟି ନାହିଁ ।
ମୁଁ କହିଲି ମୋର ଇଛା ହେଉଛି ତୋତେ ଆମ ଘରକୁ ନେଇଯିବି କିନ୍ତୁ ଆମ ଗାଁ କୁ ଗଲେ ତୋତେ ମଧ୍ୟ ଲୋକେ କହିବେ ଏବଂ ମୋତେ ମଧ୍ୟ ଶୁଣେଇବେ । ଶୁଣ ମୁଁ ତୋ ପାଇଁ ଗୋଟିଏ କଥା ଭାବିଛି ତୁ ହଁ କରିଲେ ହେଲା ।
ମିହିର କହିଲା , ଏବେ ତୁ ହିଁ ସ୍ଥିର କର, ମୁଁ କଣ କରିବି । ମୁଁ କହିଲି ତୁ କଲେଜ୍ ପାଖରେ ରୁମ୍ ନେଇ ରହିଯା । ମିହିର ମୁଣ୍ଡ ତଳକୁ କରି ରହିଲା। ମୁଁ ପଚାରିଲି ପଇସା ଚିନ୍ତା କରୁଛୁ ତ ?? ମିହିର, ହଁ କରିଲା । ମୁଁ କହିଲି ତୋ ପାଇଁ ମୁଁ ବହୁତ୍ କିଛି ଭାବିଛି, ତୁ ମନ ଦେଇ ଶୁଣ। କଲେଜ୍ ପାଖରେ ପ୍ରବୀଣ ଏବଂ ଅନନ୍ତ ରୁମ୍ ନେଇ ରହୁଛନ୍ତି ତୁ ତାଙ୍କ ସହିତ ରହି ଯା ଏବଂ ମୋର ପିଉସୀ ଙ୍କ ଝିଅ କଲେଜ୍ ପାଖରେ କୋଚିଙ୍ଗ ସେଣ୍ଟର୍ ରେ ପାଠ ପଢ଼ୋଉଛି ।
ତୁ ଯଦି ଇଚ୍ଛା କରିବୁ ସନ୍ଧ୍ୟା ସମୟରେ ସେଠୀ ଗଣିତ କୋଚିଙ୍ଗ ଦେବୁ। ସେଠୁ କିଛି ମିଳିଯିବ ଆଉ ତୋର ପାଠ ପଢା ଏବଂ ରୁମ୍ ଭଡ଼ା ମଧ୍ୟ ବାହାରିଯିବ। ଆଉ ସେଥିରେ ଯଦି କମ୍ ପଡେ ତେବେ ମୁଁ ତୋତେ ବେଳେବେଳେ ସାହାଯ୍ୟ କରିଦେବି।
ମିହିର କହିଲା ରୁମ୍ କଥା ଆଉ କୋଚିଙ୍ଗ କଥା ଠିକ୍ ଅଛି କିନ୍ତୁ ତୋ ଠାରୁ ଟଙ୍କା ନେବି ନାହିଁ । ମୁଁ କହିଲି , ମୁଁ ତୋତେ ସେ ସମୟରେ ସାହାଯ୍ୟ କରିବି ଯୋଉ ସମୟରେ ତୋତେ ବହୁତ୍ ଜରୁରୀ ହେବ । ଆଉ ତୁ କହ ମୁଁ ଯଦି ତୋତେ ସାହାଯ୍ୟ କରିବି କଣ ଅସୁବିଧା ହଁ ଯଦି ସାହାଯ୍ୟ କରିଦେଲି ତେବେ ତୁ ଚାକିରି ପରେ ଫେରେଇ ଦେବୁ ଆଉ ଗୋଟିଏ କଥା ଶୁଣ ମୁଁ ଯୋଉ ଟଙ୍କା ଦେବୀ ତାର ସୁଧ ମୂଳ ସହିତ ମୋତେ ଫେରେଇବୁ। ଦୁହେଁ ହସିଲୁ।
ମୁଁ ମିହିର ର ଗାଲକୁ ଚିମୁଟି କହିଲି ମୋ ଭୋଳା ବାବା ତୋର କିଛି ଅସୁବିଧା ହେବ ନାହିଁ । ମିହିର ପୁଣି ଥରେ କହିଲା ଦେଖ୍ ତୋ ଠାରୁ ମୁଁ ଟଙ୍କା ଟିଏ ମଧ୍ୟ ନେବି ନାହିଁ କାରଣ ସାଙ୍ଗ ଠାରୁ ଟଙ୍କା ନେଲେ ସମ୍ପର୍କ ଖରାପ ହୋଇଯାଏ।
ମୁଁ କହିଲି ମୁଁ ଜାଣିଛି ଆମ ସମ୍ପର୍କ ଖରାପ ହେବ ନାହିଁ। ମୁଁ ତାକୁ ବୁଝେଇ କହିଲି ହଉ ଠିକ୍ ଅଛି ମୁଁ ତୋତେ ଟଙ୍କାଟିଏ ମଧ୍ୟ ଦେବିନି ଏବେ ଖୁସି ତ? ଏବଂ ତୁ ରୁମ୍ ରେ ରହିବୁ ଯଦି ଏବେ ପ୍ରବୀଣ ସହିତ କଥା ହେବା ଚାଲ ।
ସେତେବେଳେ ପ୍ରବୀଣ କଲେଜ୍ ଗ୍ରାଉଣ୍ଡ ରେ କ୍ରିକେଟ ଖେଳୁଥାଏ । ତାକୁ ଡାକି କଥା ହେଲୁ ସେ ହଁ କରିଲା ଏବଂ ତା ପରେ ମୁଁ ପିଉସୀ ଝିଅ ସହିତ କଥା ହେଲି। ସେ ମଧ୍ୟ ହଁ କରିଲା । ତା ପର ଦିନ ମିହିର ଆସି ପ୍ରବୀଣ ର ରୁମ୍ ରେ ରହିଲା ।
ପ୍ରତିଦିନ କଲେଜ୍ ରେ ଦେଖା ଏବଂ ସମୟ ମିଳିଲେ ମିହିର ର ରୁମ୍ ରେ ବସି କଥା ବାର୍ତ୍ତା କରୁ । ବେଳେବେଳେ ରୋଷେଇ ରେ ମୁଁ ସାହାଯ୍ୟ କରିଦିଏ । ରବିବାର ଦିନ ମଧ୍ୟ ମୁଁ ଏବଂ କୁନି କଲେଜ୍ ବାହାନା ରେ ଆସି ମିହିର ,ପ୍ରବୀଣ ଏବଂ ସାଙ୍ଗ ମାନେ ମିଶି ସେ ରୁମ୍ ରେ ରୋଷେଇ କରୁ ।
ବେଳେବେଳେ ପଢା ପଢ଼ି ମଧ୍ୟ କରୁ। ମୁଁ ଚାହୁଁଥିଲି ମୋତେ ଯଦି ଅଳ୍ପ ସମୟ ମିଳେ ତେବେ ମିହିର ସହିତ ବହୁତ୍ କଥା ହେବାକୁ, କିନ୍ତୁ ସେ ଭୋଳା ବାବା କେବଳ ପାଠ ପଢା ରେ ମନ ଛଡ଼ା ଆଉ କିଛି କଥା ହେବାକୁ ଇଚ୍ଛା କରେନି। ଏମିତି ଚାଲିଲା +୩ ଶେଷ ବର୍ଷ ପର୍ଯ୍ୟନ୍ତ ପରୀକ୍ଷା ସରିଲା ।
ମୁଁ ସଦା ସର୍ବଦା ମିହିର ର ଚିନ୍ତା କରୁଥାଏ। ଆମର ଏତେ ଦେଖା ସାକ୍ଷାତ ରେ ମୋତେ କେବେ ଅନୁଭବ ହୋଇନି ଯେ ମିହିର ମୋତେ ଭଲ ପାଏ ବୋଲି। ସେ କେବଳ ମୋ ସହିତ ଜଣେ ଭଲ ବନ୍ଧୁ ର ସ୍ଥାନ ଦେଇ ମୋ ସହିତ କଥା ହେଉଥିଲା।
ମୁଁ ମଧ୍ୟ ତାକୁ କେବେ ବାଧ୍ୟ କରିନି କି କେବେ ପ୍ରପୋଜ ମଧ୍ୟ କରିନି । କୁନି ବହୁତ୍ ଥର କହିଥିବ ତୁ ତାକୁ ଭଲ ପାଉଛୁ ଯଦି କହି ଦେଉନୁ କିନ୍ତୁ ମୁଁ ସେ ଦିନ କୁ ଅପେକ୍ଷା କରିଥାଏ ଯୋଉ ଦିନ ମିହିର ମୋ ଭଲ ପାଇବା କୁ ବୁଝି ପାରିବ।

Part-9 ରେ ପଢ଼ିବେ : (ପରୀକ୍ଷା ପରେ ଭଗବାନ ମୋ ଗୁହାରି ଏବଂ ମିହିର ର କଷ୍ଟ କୁ ବୁଝି ପାରିଲେ।)
Bhuyans Blog

ଉପର ଲିଙ୍କ୍ କୁ ନିଜ ମୋବାଇଲ ରେ ସେଭ କରି ରଖନ୍ତୁ ଏବଂ ଆପଣଙ୍କ ସମୟ ଅନୁସାରେ କାହାଣୀ ପଢନ୍ତୁ।
ଯଦି ଆପଣ ନିଜ ଗଳ୍ପ କିମ୍ବା କବିତା କୁ ଏମିତି ଅନଲାଇନ ରେ ସେୟାର କରିବାକୁ ଚାହୁଁଛନ୍ତି ତେବେ ତଳେ ଦିଆ ଯାଇଥିବା Whatsapp ଲିଙ୍କ୍ ରେ ନିଜ Article ପଠେଇ ପାରିବେ ।
Click Here and send your Article (Whatsapp Link)

ଏହି ଗଳ୍ପ କୁ ଅନ୍ୟ ମାନଙ୍କୁ ସେୟାର କରିବାକୁ ଚାହୁଁଛନ୍ତି ତେବେ Page ତଳକୁ Scroll କରନ୍ତୁ ଏବଂ Whatsapp Button ଉପରେ କ୍ଲିକ କରି ସେୟାର କରନ୍ତୁ ।
ଅନ୍ୟ କାହାଣୀ ପଢ଼ିବା ପାଇଁ ତଳେ ଦିଆ ଯାଇଥିବା Telegram Channel ର ଲିଙ୍କ୍ କୁ କ୍ଲିକ୍ କରି ଜଏନ କରନ୍ତୁ ।
Telegram Link

ପାଠକ ବନ୍ଧୁ କାହାଣୀ କୁ ପଢିବାରେ ସମୟ ଦେଇଥିବାରୁ ଆପଣକୁ ବହୁତ୍ ବହୁତ୍ ଧନ୍ୟବାଦ୍ ।

If you like this story so share to your friends, Thanking You.

Love Forever 7 ( A Story of Love Birds)

Love Forever( A Story of Love Birds) ...7
Love Forever( A Story of Love Birds) …7

Click here Part-6

ସେତେବେଳେ ସଂଧ୍ୟା ପାଞ୍ଚଟା ବାଜିଲାଣି । ରାସ୍ତାରେ କଥା ହୋଇ ହୋଇ ଚାଲିଲୁ, ମିହିର କହିଲା ମୋତେ କଲେଜ୍ ଯିବାକୁ ହେଲେ ମୋତେ ବସ୍ ରେ ଯିବାକୁ ହେବ । ମୋ ପାଖରେ ତ ବାଇକ୍ ମଧ୍ୟ ନାହିଁ । ମୁଁ କାଲି ଠାରୁ ବସ୍ ରେ ଯିବା ଆସିବା କରିବି। ମନ ଦୁଃଖ ଥିଲା ସେଥିପାଇଁ ଆସି ନଥିଲି ମାତ୍ର କାଲି ନିଶ୍ଚୟ ଆସିବି ।
ଅଳ୍ପ ସମୟ ମଧ୍ୟରେ ଆମ ଗାଁ ରେ ପହଞ୍ଚିଲୁ , ସେତିକିବେଳେ ଅଳ୍ପ ଅନ୍ଧାର ହୋଇଗଲାଣି। ମିହିର କୁ କହିଲି ତମେ ଗାଁ ବାହାରେ ରୁହ। ତା ସାଙ୍ଗ ଶଙ୍କର ମୋତେ କୁନି ଘର ପାଖରେ ଛାଡ଼ି ଆସିଲା । ମୁଁ ଜାଣିଲି ଯେ ସେତେ ପର୍ଯ୍ୟନ୍ତ କୁନି ଆମ ଘରକୁ ଯାଇ କହିନି ବୋଲି।
ଘରେ ପହଞ୍ଚିଲା ପରେ ମୋତେ ପ୍ରଶ୍ନ କରିଲେ କି ଏତେ ଲେଟ୍ କାହିଁକି ହେଲା । ମୁଁ କଣ କହିବି ଭାବି କହିଲି କି ଆଜି କଲେଜ୍ ରେ ସେମିନାର ଥିଲା ଏବଂ ମୋତେ ଭାଷଣ ଦେବାକୁ ପଡ଼ିଲା । ମନ୍ମଥ ପଚାରିଲା କୁନି ତ କେତେବେଳେ ଠାରୁ ଆସି ଗଲାଣି । ମୁଁ କହିଲି ତାକୁ ମୁଁ ସାଇକେଲ ଦେଇ ପଠେଇ ଦେଲି । ମୋର ଲେଟ୍ ହେଲେ ସାର୍ ଛାଡ଼ିବାକୁ ଯିବେ ବୋଲି କହିଥିଲେ । ଏତିକି କହିବା ପରେ ଘରେ ଆଉ କେହି କିଛି ପ୍ରଶ୍ନ କରିଲେ ନାହିଁ ।
ତା ପର ଦିନ ମିହିର ବସ୍ ରେ କଲେଜ୍ ଆସିଲା । ସେପଟେ ମାମୁଁ ମିହିର ଘରେ ପହଞ୍ଚି ଥିଲେ । ଆମେ କଲେଜ୍ ସାରି ଫେରିଲୁ । ମିହିର ଘରେ ପହଞ୍ଚିଲା ପରେ ମାମୁଁ ଅପେକ୍ଷା କରିଥିଲେ।
ମାମୁଁ ମିହିର ର ବାପା କୁ ଭୁଲ ମାଗିଲେ କହିଲେ ମୁଁ ମିହିର କୁ ଭୁଲ ଭାବି ତା ଉପରେ ହାତ ଉଠେଇ ବହୁତ୍ ବଡ ଭୁଲ କରିଛି । ଯେବେ ସତ ଜାଣିଲି ତେବେ ମୋତେ ଅନୁତାପ ହେଲା। ରାନି ସବୁ ସତ କହିବା ପରେ ମୁଁ ପ୍ରକୃତ ଘଟଣା ଜାଣିଲି ।
ମିହିର କୁ ମାମୁଁ କହିଲେ ଚାଲ ମୋ ସହିତ ଆମ ଘରକୁ ଯିବା । ମିହିର ଚୁପ୍ ରହିଲା । ମାମୁଁ ମିହିର ଆଗରେ କହିଲେ। ମୁଁ ତୋତେ ପୁଅ ଭଳି ଭାବେ । ତୋତେ ଅବିଶ୍ବାସ କରି ମୁଁ ଭୁଲ କରିଛି । ସତ ମୁଁ ଜାଣି ସାରିଛି। ତୁ ନିର୍ଦ୍ଦୋଷ, ଚାଲ ଆମ ଘରକୁ । ମୋ ଭୁଲ ମୁଁ ବୁଝି ସାରିଛି । ତୁ ଯଦି କହିବୁ ମୁଁ ତୋତେ କ୍ଷମା ମାଗିବାକୁ ମଧ୍ୟ ରାଜି ଅଛି।
ମିହିର ମାମୁଁ କୁ କହିଲେ , ମାମୁଁ ତମେ ମୋତେ କ୍ଷମା ମାଗି ମୋତେ ଦୋଷୀ କରାଅ ନାହିଁ । ତମେ ଏବେ ଯାଅ ମୁଁ ଦୁଇ ଦିନ ପରେ ଘରେ କଥା ହୋଇ ଆସିବି। ମାମୁଁ ବାପା ସହିତ କଥା ହୋଇ ଫେରିଗଲେ ।
ମିହିର ଘରେ ମିହିର କୁ ଯିବା ପାଇଁ ମନା କରିଲେ । ମିହିର ତା ପର ଦିନ କଲେଜ୍ ଆସିଲା । ସେ ମୋତେ ସବୁ କଥା କହିଲା । ମୁଁ ସବୁ ଶୁଣିଲା ପରେ ମିହିର କୁ କହିଲି ତୁ ଖରାପ ଭାବିବୁନି ଯଦି ତେବେ ମୋର ମତ ଦେବୀ । ମିହିର ହଁ କରିଲା । ମୁଁ କହିଲି ମାମୁ ସିନା ବୁଝିଗଲେ କିନ୍ତୁ ମାଇଁ ଙ୍କର ତୋ ଉପରେ ଏମିତି ଦୋଷ ଲଦିବା ଶୁଣି ତୋତେ ସେଠୀ ଯିବା ଠିକ୍ ହେବନି।
ମିହିର ଅଳ୍ପ ଭାବି କହିଲା ମୋର ମଧ୍ୟ ଇଚ୍ଛା ନାହିଁ କିନ୍ତୁ ମାମୁଁ କାଲି ବାଧ୍ୟ କରି ଯାଇଛନ୍ତି । ଥରେ ଯାଇ ବୁଲି ଆସିବି । ମୁଁ କହିଲି ଯିବୁ ଯଦି ଯା, ଯଦି ମାଇଁ ତୋତେ ଭଲ ରେ କଥା ହେଲେ ନାହିଁ ତେବେ ସେଠୀ ରହିବୁ ନାହିଁ। ମିହିର ହଁ କରି, ତା ପର ଦିନ ରବିବାର ଥିଲା, ସେ ପହଞ୍ଚିଲା ମାମୁଁ ଘରେ।
ସେଠି ପହଞ୍ଚିଲା ପରେ ରାନି ମିହିର ପାଖକୁ ଦଉଡ଼ି ଆସି କୁଣ୍ଡେଇ ହୋଇ କାନ୍ଦିବାକୁ ଲାଗିଲା। ରାନି ମିହିର କୁ ନିଜ ଭାଇ ଭଳି ଭଲ ପାଏ । ସେ କହିଲା, ଭାଇ ତମେ ମୋତେ ନ କହି କେମିତି ଚାଲିଗଲ । ମମି ତମ ଉପରେ ଏତେ ଖରାପ ଦୋଷ ଲଗେଇଲେ ଯେ ମୁଁ ସେକଥା ଶୁଣି ମୁଁ ମମି ଉପରେ ବହୁତ୍ ରାଗିଲି ଏବଂ ବାପା ଙ୍କୁ ସବୁ ସତ କଥା କହିଦେଲି।
ମିହିର ରାନି ର ମୁଣ୍ଡ କୁ ଥାପୁଡ଼ି କହିଲେ ହଉ ଦେଖୁଛି କଣ ହେଉଛି । ମିହିର ତା ପର ଦିନ କଲେଜ୍ ଆସିଲା । ମିହିର ସବୁ କଥା କହିଲା ଏବଂ ମାଇଁ କଥା ପଚାରିବା ପରେ ମିହିର କହିଲା , ମାଇଁ ଭଲରେ କଥା ହେଉ ନାହାନ୍ତି ସେ କାନ୍ଥ କୁ ଦେଖି କଥା ହେଉଛନ୍ତି ଏବଂ ନିଜ ଘରର ସ୍ଥିତି ସୁଧାରିବ ପାଇଁ ସେ ଏଠି ରହି ପଢ଼ି ଚାକିରି କରିବ ସେ ଆଶା କେବଳ ଆଶାରେ ରହିଯିବ ବୋଲି କହିଲା ଏବଂ କେବେ ପୁରା ହେବନି ଲାଗୁଛି ।
ମିହିର କହିଲା କିଛି ଦିନ ଦେଖିବି ତାଙ୍କର ବ୍ୟବହାର ରେ ଯଦି କିଛି ସୁଧାର ଆସେ ତେବେ ରହିବି ନହେଲେ ଅନ୍ୟ ଉପାୟ କିଛି ଦେଖିବି । ଏତିକି କଥା ହୋଇ ସେଦିନ କଲେଜ୍ ସାରି ଫେରିଲୁ ।
ଏମିତି ଚାଲିଲା ପ୍ରାୟ ୬ ଦିନ । ସପ୍ତମ ଦିନ ରବିବାର, ମାମୁଁ ଙ୍କ ଛୁଟି ଥିଲା ସେ ଘରେ ଥିଲେ । ମିହିର ଏବଂ ରାନି ଟିଭି ଦେଖୁଥିଲେ ଅନ୍ୟ ରୁମ୍ ରେ ମାମୁଁ କିଛି ଲେଖୁଥିଲେ ହଠାତ୍ ମାଇଁ ଡାକିବାର ଶବ୍ଦ ଶୁଣା ଗଲା ।
ମାମୁଁ ରୋଷେଇ ଘରକୁ ଗଲେ । ମାଇଁ ଧିର ସ୍ଵରରେ କହୁଥାନ୍ତି କିନ୍ତୁ ମାଇଁ ଙ୍କ କଥା ମିହିର ଏବଂ ରାନି କୁ ଶୁଣା ଯାଉଥାଏ । ମାଇଁ କହିଲେ , ତାକୁ ଆଉ କେତେଦିନ ଘରେ ରଖିବ । ସେ ତ ମୋ କଥା ରଖିଲାନି ତେବେ ଆମେ ତାକୁ ରଖି ଲାଭ କଣ ।
ମାମୁଁ ମାଇଁ କୁ ରାଗରେ କହିଲେ ତମେ ସୁଧୁରିବ ନାହିଁ । କାହିଁକି ତା ପଛରେ ପଡ଼ିଛ କହିଲ ? ମୋ ଭଉଣୀ ଅବସ୍ଥା ଯଦି ଖରାପ ହୋଇ ନଥାନ୍ତା ତେବେ ତମକୁ ଏତିକି କହିବାକୁ ସୁଯୋଗ ଦେଇ ନଥାନ୍ତି।
ସେ ଯଦି ଚାକିରି କରେ ତେବେ ମୋତେ ଭଲ ଲାଗିବ । ମୋ ଘରେ ସେ ମଣିଷ ହୋଇ ପାରିଲା ବୋଲି ମୁଁ ଗର୍ବ କରିବି। ମାଇଁ କହିଲେ ଗର୍ବ କିଛି ନାହିଁ ତାକୁ ଯଦି ରଖିବ ତେବେ ତାଙ୍କ ଘରୁ ତାର ପ୍ରତି ମାସ ଖର୍ଚ୍ଚ ଏବଂ ଡାଲି ଚାଉଳ ମାଗି ଆଣ ତେବେ ମୁଁ ତାକୁ ମୋ ଘରେ ରହିବି।
ମାମୁଁ ମାଇଁ କୁ ଗୋଟିଏ ଚାପୁଡା ମାରିବାର ଶବ୍ଦ ଶୁଣା ଗଲା । ମିହିର ଏବଂ ରାନି ଦୌଡ଼ି ଗଲେ ରୋଷେଇ ଘରକୁ। ମିହିର କହିଲା, ମାମୁଁ ମୋ ପାଇଁ ମାଇଁ ଙ୍କୁ କାହିଁକି ଦଣ୍ଡ ଦେଉଛ।
ମାମୁଁ ରାଗି ମିହିର ଏବଂ ରାନି କୁ ଅନ୍ୟ ଘରକୁ ଯିବା ପାଇଁ କହିଲେ। ସେ ଦୁହେଁ ଟିଭି ବନ୍ଦ କରି ପଢା ଘରକୁ ଆସିଗଲେ । ରାନି ମିହିର କୁ ଅନୁରୋଧ କରୁଥାଏ, କି ଭାଇ ତମେ ଯାଅନି, ମମି ଙ୍କ କଥା କୁ ଭୁଲି ଯାଅ । ତମ ଯୋଗୁ ମୁଁ କ୍ଲାସ୍ ରେ ଏତେ ଭଲ ନମ୍ୱର୍ ରଖୁଛି । ଭାଇ ତମେ ଯିବନି ନା ?? ମିହିର ଦ୍ଵନ୍ଦ ରେ ପଡ଼ିଲା କହିଲା ହଉ କିଛି ନିଷ୍ପତି ନେଉଛି ।
ସଂଧ୍ୟା ବେଳେ ମିହିର ମାମୁଁ ପାଖକୁ ଯାଇ କହିଲା । ମାମୁଁ ମୋର ଗୋଟିଏ ଅନୁରୋଧ ରଖିବ। ମାମୁଁ କହିଲେ କଣ? ମିହିର କହିଲା , ମୋତେ ଆମ ଗାଁ କୁ ଯିବାକୁ ଈଛା ହେଲାଣି। ମୋର ଏଠି ରହିବା, ମାଇଁ କୁ ପସନ୍ଦ ଲାଗୁନି ଏବଂ ମୋ ପାଇଁ ଏଠି ସମସ୍ୟା ହେଉଛି।

Part-8 ରେ ପଢ଼ିବେ : (ମୁଁ କହିଲି ମୋର ଇଛା ହେଉଛି ତୋତେ ଆମ ଘରକୁ ନେଇଯିବି କିନ୍ତୁ ଆମ ଗାଁ କୁ ଗଲେ ତୋତେ ମଧ୍ୟ ଲୋକେ କହିବେ ଏବଂ ମୋତେ ମଧ୍ୟ ଶୁଣେଇବେ)
Bhuyans Blog

ଉପର ଲିଙ୍କ୍ କୁ ନିଜ ମୋବାଇଲ ରେ ସେଭ କରି ରଖନ୍ତୁ ଏବଂ ଆପଣଙ୍କ ସମୟ ଅନୁସାରେ କାହାଣୀ ପଢନ୍ତୁ।
ଯଦି ଆପଣ ନିଜ ଗଳ୍ପ କିମ୍ବା କବିତା କୁ ଏମିତି ଅନଲାଇନ ରେ ସେୟାର କରିବାକୁ ଚାହୁଁଛନ୍ତି ତେବେ ତଳେ ଦିଆ ଯାଇଥିବା Whatsapp ଲିଙ୍କ୍ ରେ ନିଜ Article ପଠେଇ ପାରିବେ ।
Click Here and send your Article (Whatsapp Link)

ଏହି ଗଳ୍ପ କୁ ଅନ୍ୟ ମାନଙ୍କୁ ସେୟାର କରିବାକୁ ଚାହୁଁଛନ୍ତି ତେବେ Page ତଳକୁ Scroll କରନ୍ତୁ ଏବଂ Whatsapp Button ଉପରେ କ୍ଲିକ କରି ସେୟାର କରନ୍ତୁ ।
ଅନ୍ୟ କାହାଣୀ ପଢ଼ିବା ପାଇଁ ତଳେ ଦିଆ ଯାଇଥିବା Telegram Channel ର ଲିଙ୍କ୍ କୁ କ୍ଲିକ୍ କରି ଜଏନ କରନ୍ତୁ ।
Telegram Link

ପାଠକ ବନ୍ଧୁ କାହାଣୀ କୁ ପଢିବାରେ ସମୟ ଦେଇଥିବାରୁ ଆପଣକୁ ବହୁତ୍ ବହୁତ୍ ଧନ୍ୟବାଦ୍ ।

If you like this story so share to your friends, Thanking You.

Love Forever 6( A Story of Love Birds)

Love Forever( A Story of Love Birds) ...6
Love Forever( A Story of Love Birds) …6

Click here Part-5

କୁନି ପଚାରିଲା ତୁ କୁଆଡେ ଯିବୁ କି?? ମୁଁ କହିଲି ମିହିର ଘରକୁ ଯିବି । କୁନି ମନା କରିଲା, ନା ନା , ତୁ କୁଆଡେ ଯିବୁନି । ଚାଲ ମୋ ସାଙ୍ଗରେ ଘରକୁ । ତୋ ବୋଉ ଜାଣିଲେ , ଜାଣିଛୁ କଣ ହେବ ?
ମୁଁ କହିଲି କିଏ ଜାଣିବ ନାହିଁ , ତୁ ଯା । ମିହିର ର ଗାଁ ପାଖକୁ ବସ୍ ଯାଉଥାଏ । ମାତ୍ର ମିହିର ର ଗାଁ କୁ ଯିବା ପାଇଁ ଗୋଟିଏ କିମି ଚାଲି ଚାଲି ଯିବାକୁ ପଡ଼େ । ମୁଁ କୁନି କଥା ନ ଶୁଣି ବାହାରିଲି ମିହିର ଗାଁ କୁ ଯିବାକୁ ।
କୁନି ମନା କରୁଥାଏ ମୁଁ କିଛି ଶୁଣିଲି ନାହିଁ । ବସ୍ ରେ ବସି ଚାଲିଲି। କିଛି ଦିନ ପୂର୍ବରୁ ଏମିତି କଥା ବାର୍ତ୍ତା ବେଳେ ମିହିର ମୋତେ ତା ଗାଁ କୁ କେମିତି ଯିବ ସେ ସବୁ କହିଥିଲା ଏବଂ ମୁଁ ତାକୁ ମୋର ନୋଟ୍ ବୁକ୍ ରେ ଲେଖି ରଖିଥିଲି।
ସେ ଯେମିତି କହିଥିଲା ଠିକ୍ ସେମିତି ବସ୍ ମୋତେ ସେହି ସ୍ଥାନରେ ଓହ୍ଲାଇ ଚାଲିଗଲା। ଦିନ ୨ଟା ବାଜିଲାଣି । ସାହାସ କରି ତ ଆସିଗଲି ମନ ଭିତରେ ଡର ଭରି ରହିଥିଲା । ମୋ ମନରେ କେବଳ ମିହିର ଚିନ୍ତା ଥିଲା । ସାହାସ କରି ପାଦ ଆଗକୁ ବଢେଇ ଚାଲିଲି । ସେ ରାସ୍ତାର ର ଦି ପାଖରେ କାଜୁ ତୋଟା। ସେ ତୋଟା କୁ ଦେଖି ବହୁତ୍ ଡର ଲାଗୁଥିଲା।
ମନ ଭିତରେ କେତେ କଣ ଖରାପ ଚିନ୍ତା ମଧ୍ୟ ଆସୁ ଥାଏ, କାଳେ କିଏ ଟାଣି ନେଇ ଜବରଦସ୍ତି କରିବ କିନ୍ତୁ ମୁଁ ଭଗବାନ କୁ ବାରମ୍ବାର ଡାକୁଥାଏ । ପୁଣି ଭାବିଲି ମିହିର ର ଗାଁ କୁ ଯିବି, ସେ ଯଦି ନଥିବ ତେବେ ମୋତେ ତ କିଏ ଚିହ୍ନି ନାହାନ୍ତି ମୁଁ ଫେରିବି କେମିତି?
ଯଦି ମୁଁ ମିହିର ର ଘରେ ପହଞ୍ଚି ଗଲି ତେବେ ତାଙ୍କ ଘରେ ପଚାରିଲେ ମୁଁ କଣ ବୋଲି କହିବି ? ଏମିତି ବହୁତ୍ ପ୍ରଶ୍ନ ଉଠୁଥାଏ । ସେ ସମୟରେ ମୋ ପାଖରେ ଏତେ ସାହାସ କୁଆଡୁ ଆସୁଥିଲା କେଜାଣି । ମୁଁ ସବୁ ଭାବି ମଧ୍ୟ ମୋ ପାଦ ପଛଘୁଞ୍ଚା ଦେଉ ନଥିଲା ।
ମିହିର କହିଥିବା ଗାଁ ମୁହଁରେ ଯାଇ ପହଞ୍ଚିଲି । ଭାଗ୍ୟ ଭଲ ମୋର, ଗାଁ ମୁହଁରେ ପହଞ୍ଚିବା ପରେ ଗୋଟିଏ ପୋଲ ଉପରେ ମିହିର ଏବଂ ତାର ଦୁଇ ସାଙ୍ଗ ବସିଥାନ୍ତି । ମିହିର ର ନଜର ମୋ ଉପରେ ପଡ଼ିଲା ଏବଂ ସେ ଆଶ୍ଚର୍ଯ୍ୟ ରେ ଚାହିଁ ରହିଲା ।
ସେ ମୋତେ ଦେଖି ମୋ ପାଖକୁ ଆସିଲା ଏବଂ ମୁଁ ପୂର୍ବ ଭଳି ଦଉଡ଼ି ଯାଇ ମିହିର କୁ କୁଣ୍ଢେଇ ନେଲି । ମିହିର ଦୁଃଖୀ ଥିବାର ଅନୁଭବ କରିଲି । ସେ ମଧ୍ୟ ମୋତେ ବହୁତ୍ ମିସ୍ କରୁଥିଲା । ପାଖରେ ମିହିର ର ସାଙ୍ଗ ମାନେ କହିଲେ , ଆବେ ଏଇଟା ରୋଡ କେହି ଦେଖିବ ନା? ତମର ପ୍ରେମଲୀଳା ପୁରା ଗାଁ ସାରା ଧେଣ୍ଡୁରା ବାଜିଯିବ ।
ଏତିକି ଶୁଣି ଦୁହେଁ ଦୁହିଁଙ୍କୁ ଛାଡିଲୁ । ଦୁହିଁଙ୍କ ଆଖିରେ ଲୁହ ଥିଲା । ମୁଁ ଗେଲରେ ତାକୁ ଚାପୁଡା ଟିଏ ଦେଲି କହିଲି ତୁ ମୋତେ ନ କହି କେମିତି ଆସିଗଲୁ ?
ମୋ ଚାପୁଡା ରେ ତାକୁ କଷ୍ଟ ହେଇ ନଥିବ ମାତ୍ର ସେ ଭିତରେ ବହୁତ୍ କଷ୍ଟ ଅନୁଭବ କରୁଥିଲା । ମିହିର ଆଖିରୁ ଲୁହ ବାହାରି ଗଲା । ତା ଆଖି ଲୁହ ପୋଛି ମୁଁ କହିଲି , ତୁ ବିଲକୁଲ କାନ୍ଦିବୁ ନାହିଁ ।
ସେ ମୋ ହାତ କୁ ଧରି କହିଲା । ମୁଁ କିଛି କରିନି, ମୋତେ ଏତେ ବଡ ଦୋଷ ଟିଏ ଦେଲେ । ମୁଁ ନିର୍ଦ୍ଦୋଷ । ସେତେବେଳେ ମୁଁ ପୁରା ଘଟଣା ଜାଣି ନଥିଲି । ମୁଁ ପଚାରିଲି , ପ୍ରଥମେ ମୋତେ କହ, ତୋ ସହିତ କଣ ହୋଇଛି ।
ସେ ମୋତେ ସବୁ କଥା କହିଲା । ତା କଥା ଶୁଣି ମୋ ଆଖିରୁ ପୁଣି ଥରେ ଲୁହ ବାହାରିଗଲା । ମୋର ମାମୁଁ ମାଇଁ ଉପରେ ବହୁତ୍ ରାଗ ହେଲା । ସଂଧ୍ୟା ଚାରିଟା ବାଜିଲାଣି । ମିହିର ତା ସାଙ୍ଗକୁ ଇଶାରା ଦେଲା।
ତା ସାଙ୍ଗ ୫ ମିନିଟ୍ ଭିତରେ ବାଇକ୍ ନେଇ ପହଁଚିଲା। ମୋତେ ମିହିର ନେଇ ତା ଘରକୁ ଗଲା। ସେଠି ଗଲା ପରେ ମିହିର ର ପରିବାର କୁ ଦେଖି ପୁଣି ଥରେ ଦୁଃଖୀ ହୋଇଗଲି ।
ମିହିର ର ପରିବାର ରେ ସଦସ୍ୟ କଥା କହିବାକୁ ଗଲେ ବାପା ମା ଦୁଇ ଭଉଣୀ ଏବଂ ମିହିର, ପାଞ୍ଚ ପ୍ରାଣୀ । ମିହିର ର ବାପା ଙ୍କ ଯେତେ ପେନସନ ଆସୁଥିଲା। ତାହା ସମୁଦ୍ର ର ମୁଠାଏ ବାଲି ସଦୃଶ୍ୟ। ମିହିର ମା ଘରେ ସିଲେଇ କରନ୍ତି ଏବଂ ବଡ ଭଉଣୀ ଘରେ ପିଲାଙ୍କୁ ଟିଉସନ କରି ଯାହା ଟଙ୍କା ମିଳେ କିଛି ଘର ଖର୍ଚ୍ଚ ହୁଏ ଆଉ ବାକି ମିହିର ର ପଢା ଖର୍ଚ୍ଚ ପାଇଁ ପଠେଇ ଦିଅନ୍ତି ।

ମିହିର ର ପଢା ପାଇଁ ଅଳ୍ପ ଖର୍ଚ୍ଚ ମାମୁଁ ମଧ୍ୟ କରୁଥିଲେ କିନ୍ତୁ ତାହା ସେ ଘଟଣା ଠାରୁ ବନ୍ଦ ହୋଇ ଯାଇଥିଲା। ତାଙ୍କର ଗୋଟିଏ ଲକ୍ଷ ଥିଲା ମିହିର ଭଲ ପାଠ ପଢ଼େ ଏବଂ ସେ ଯଦି ଚାକିରି କରେ ତେବେ ତାଙ୍କ ଘରର ଦାରିଦ୍ର୍ୟ ଦୂରେଇ ଯିବ।

ଏପଟେ ବଡ ଭଉଣୀ ର ବିବାହ ହେବ। ସାନ ଭଉଣୀ ର ସପ୍ତମ ଶ୍ରେଣୀ। ଏତେ ଖର୍ଚ୍ଚ କେମିତି ହେଉଥିବ ତାହା ଭାବି ଭାବି ମୁଁ ଦୁଃଖୀ ହେଉଥିଲି । ମୋତେ ମିହିର ର ବଡ ଭଉଣୀ ଘରକୁ ଡ଼ାକି ଆଣିଲେ ଏବଂ ମୋତେ ବସି ଲେମ୍ବୁ ପଣା ଦେଇ କହିଲେ ।
ତମେ ବହୁତ୍ ସୁନ୍ଦର୍ । ମିହିର ଏବଂ ତା ଭଉଣୀ ଦେଖିବାକୁ ଏକା ଭଳି ଗୋଟିଏ ବର୍ଷରେ ସାନ ବଡ । ଦିଦି ମଧ୍ୟ ଦଶମ ପର୍ଯ୍ୟନ୍ତ ପଢ଼ି ଘରେ ଅଛନ୍ତି। ତାଙ୍କର ମଧ୍ୟ ଭଲ ପାଠ ହୁଏ କିନ୍ତୁ ପଇସା ଅଭାବ ରୁ ପାଠ ପଢା ଛାଡ଼ି ଘରେ ଷଷ୍ଠ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ମାନଙ୍କୁ ଟିଉସନ ପଢାନ୍ତି।
ତାଙ୍କୁ ପ୍ରଣାମ ଜଣାଇଲି । ଦିଦି ମୋତେ କହିଲେ ମିହିର ଯେବେ ଛୁଟିରେ ଆସେ, ସେ କେବଳ ତୋ ବିଷୟରେ ହିଁ କହେ। ତୋର ଏତେ ତାରିଫ ଶୁଣୁଥିଲି ଯେ ତୋତେ ଦେଖିବାକୁ ବହୁତ୍ ଇଛା ଥିଲା।
ଏତିକି ବେଳେ ମିହିର ର ବାପା ବୋଉ ଆସି ପହଁଚିଲେ, ଦୁହିଁଙ୍କୁ ଦେଖି ମୁଁ ପ୍ରଣାମ କରିଲି। ସେମାନେ ମଧ୍ୟ ମୋତେ ବହୁତ୍ ସ୍ନେହ ଦେଲେ । ସେ ମୋତେ ପ୍ରଶ୍ନ କରିଲେ ନାହିଁ କି କାହିଁକି ଆସିଛୁ ?କଣ ପାଇଁ ଆସିଛୁ?
ସେ ମୋତେ ଓଲଟା କହିଲେ ତୁ ଆଜି ଆମ ଘରେ ରହିଯା । କାଲି ଯିବୁ ଏବଂ ସେମାନେ ମିହିର ର କଥା ପାଇଁ ଦୁଃଖୀ ଥିବେ ନିଶ୍ଚୟ କିନ୍ତୁ ମୋତେ ସେ ଅନୁଭବ ହେବାକୁ ଦେଲେ ନାହିଁ ।
ସେମାନଙ୍କ ଭଲ ପାଇବା ଦେଖି ମୁଁ ବହୁତ୍ ଖୁସି ହୋଇଗଲି। ମୁଁ ମିହିର ପାଖକୁ ଗଲି ଏବଂ ଧିରେ କହିଲି ମୁଁ ଆଉ ଆମ ଘରକୁ ଯିବି ନାହିଁ ତମେ ମୋତେ ମନ୍ଦିର ରେ ବାହା ହୋଇ ଯାଅ।
ମୁଁ ଆଜିଠୁ ଏଠି ରହିବି। ମିହିର ମୋତେ ବଡ ବଡ ଆଖିରେ ଅନେଇ ରହିଲା। ମୁଁ ପଚାରିଲି ଆରେ ଡରିଗଲୁ ନା କଣ । ମୁଁ ଥଟ୍ଟା କରୁଛି। ତାପରେ ମୁଁ ସେଠୁ ସମସ୍ତଙ୍କୁ ପ୍ରଣାମ କରି ନିଜ ଘରକୁ ଫେରିବାକୁ ବାହାରିଲି ।
ମିହିର କୁ କହିଲି ମୋତେ ନେଇ ଛାଡ଼ି ଆସିବ । ମିହିର କହିଲା ଏବେ ରହିବ ବୋଲି କହୁଥିଲ , ପୁଣି ଫେରିଯିବ ବୋଲି କଣ କହୁଛ ?? ମୁଁ କହିଲି ଥଟ୍ଟା କରିବ ପଛରେ ମୋତେ ନେଇ ଛାଡ଼ି ଆସ, ମୁଁ ତମ ଗାଁ ରେ ଏକୁଟିଆ ବୁଲୁଛି। ମିହିର ଏବଂ ତାର ସାଙ୍ଗ ଶଙ୍କର ଏବଂ ମୁଁ ମିଶି ନିଜ ଗାଁ କୁ ଫେରିଲୁ ।
Part-7 ରେ ପଢ଼ିବେ : (ଭାଇ ତମେ ମୋତେ ନ କହି କେମିତି ଚାଲିଗଲ । ମମି ତମ ଉପରେ ଏତେ ଖରାପ ଦୋଷ ଲଗେଇଲେ ଯେ ମୁଁ ସେକଥା ଶୁଣି ମମି ଉପରେ ବହୁତ୍ ରାଗିଲି)
Bhuyans Blog

ଉପର ଲିଙ୍କ୍ କୁ ନିଜ ମୋବାଇଲ ରେ ସେଭ କରି ରଖନ୍ତୁ ଏବଂ ଆପଣଙ୍କ ସମୟ ଅନୁସାରେ କାହାଣୀ ପଢନ୍ତୁ।
ଯଦି ଆପଣ ନିଜ ଗଳ୍ପ କିମ୍ବା କବିତା କୁ ଏମିତି ଅନଲାଇନ ରେ ସେୟାର କରିବାକୁ ଚାହୁଁଛନ୍ତି ତେବେ ତଳେ ଦିଆ ଯାଇଥିବା Whatsapp ଲିଙ୍କ୍ ରେ ନିଜ Article ପଠେଇ ପାରିବେ ।
Click Here and send your Article (Whatsapp Link)

ଏହି ଗଳ୍ପ କୁ ଅନ୍ୟ ମାନଙ୍କୁ ସେୟାର କରିବାକୁ ଚାହୁଁଛନ୍ତି ତେବେ Page ତଳକୁ Scroll କରନ୍ତୁ ଏବଂ Whatsapp Button ଉପରେ କ୍ଲିକ କରି ସେୟାର କରନ୍ତୁ ।
ଅନ୍ୟ କାହାଣୀ ପଢ଼ିବା ପାଇଁ ତଳେ ଦିଆ ଯାଇଥିବା Telegram Channel ର ଲିଙ୍କ୍ କୁ କ୍ଲିକ୍ କରି ଜଏନ କରନ୍ତୁ ।
Telegram Link

ପାଠକ ବନ୍ଧୁ କାହାଣୀ କୁ ପଢିବାରେ ସମୟ ଦେଇଥିବାରୁ ଆପଣକୁ ବହୁତ୍ ବହୁତ୍ ଧନ୍ୟବାଦ୍ ।

If you like this story so share to your friends, Thanking You.

Love Forever 5 ( A Story of Love Birds)

Love Forever( A Story of Love Birds) ...5
Love Forever( A Story of Love Birds) …5
ମିହିର ଛଳ ଛଳ ଆଖିରେ ମାମୁଁ ଙ୍କୁ ଚାହିଁ ରହିଲା । ମିହିର ଭାବିଲା ମାମୁଁ ମୋ ଉପରେ କେବେ ହାତ ଉଠେଇ ନଥିଲେ ଏବଂ ଆଜି ମୁଁ କେବଳ ବିବାହ ପାଇଁ ମନା କରିବା ଯୋଗୁ ମୋତେ ମାଡ ଖାଇବାକୁ ପଡ଼ିଲା ?? ମିହିର ଏତିକି ଭାବି ଚୁପ୍ ରହିଥିଲା କିନ୍ତୁ ଚାପୁଡା ର କାରଣ କିଛି ଅଲଗା ଥିଲା ।
ମାମୁଁ କହିଲେ ମୁଁ ତୋତେ ମୋ ପୁଅ ଭଳି ଭାବୁଥିଲି କିନ୍ତୁ ତୁ କାଲି ସେ ଭୁଲ କରି ମୋ ଆଖିରେ ସବୁ ଦିନ ପାଇଁ ପର ହୋଇଗଲୁ । ମିହିର କିଛି ବୁଝି ପାରିଲା ନାହିଁ । ମିହିର ପଚାରିଲା, ମୁଁ କଣ କରିଛି ମାମୁଁ ।
ମାମୁଁ ରାଗରେ କହି ଉଠିଲେ , ପୁଣି ପଚାରୁଚୁ କଣ କରିଛୁ ? ମାମୁଁ ମିହିର ର କଲର ଧରି ବାରଣ୍ଡା କୁ ଟାଣି ଆଣିଲେ ଏବଂ କହିଲେ ତୁ ଏବେ ତୋ ଗାଁ କୁ ଚାଲି ଯା । ମିହିର ପୁଣି ପ୍ରଶ୍ନ କରିଲା ମାମୁଁ ମୋର ଭୁଲ ତ କଣ କୁହ ? ମାମୁଁ କହିଲେ ତୁ କିଛି ଜାଣିନୁ ।
ତୁ ତୋ ମା ଭଳି ମାଇଁ କୁ ଖରାପ ନଜର ରେ ଦେଖୁଛୁ ଏବଂ ରାନି କୁ ନିଜ ସାନ ଭଉଣୀ କୁ ବୋଲି ଭାବୁଛୁ ନା ତେବେ ସେ ଶୋଇବା ଅବସ୍ଥାରେ ତାକୁ ଖରାପ ମନୋଭାବ ନେଇ ତାକୁ ଛୁଇଁବାକୁ କାହିଁକି ଚେଷ୍ଟା କରିଥିଲୁ ?
ମିହିର ଆଖିରେ ଲୁହ ଆସିଗଲା । ତା ପାଦ ତଳୁ ମାଟି ଖସିଗଲା। ମିହିର କହିଲା , ମାମୁଁ ଏ ସବୁ ମିଛ । ମୁଁ କିଛି କରିନି । ମାଇଁ କୁ, ମୁଁ ମା ଭଳି ଦେଖେ ଏବଂ ରାନି ମୋ ସାନ ଭଉଣୀ ତାକୁ ମୁଁ ଖରାପ ଭାବେ କେମିତି ଛୁଇଁବି ?? ମାମୁଁ କହିଲେ ତୋ କଥା ମୁଁ କିଛି ଶୁଣିବି ନାହିଁ ।

ସେତିକିବେଳେ ରାନି ସ୍କୁଲ୍ ଚାଲିଗଲାଣି । ମାଇଁ ଜାଣି ଶୁଣି ଘର ଭିତରେ ଲୁଚି ରହିଥିଲେ । ମିହିର ପୁଣି କହିଲା । ମାମୁଁ ଏ ସବୁ ମିଛ । ତମେ ରାନି କୁ ପଚାରି ବୁଝ, ସେ ସବୁ ସତ କଥା କହିବ ।

ମାମୁଁ କିଛି ଶୁଣିବାକୁ ଚାହୁଁ ନଥିଲେ । ସେ ରାଗରେ ବହୁତ୍ କିଛି କହି ଯାଉଥିଲେ । ମିହିର ମାମୁଁ ଙ୍କ ଗୋଡ଼ ତଳେ ପଡି ଗଲା । କହିଲା ମାମୁ , ତମେ ମୋ ବାପା ଭଳି ତମେ ମୋତେ ବିଶ୍ୱାସ କର ,ମାଇଁ ମିଛ କହୁଛନ୍ତି । ମୁଁ ମିଛ ଦୋଷ ନେଇ ତୁମ ଆଗରେ ଛୋଟ ହେବାକୁ ଚାହୁଁନି, ମୋ କଥା କୁ ବିଶ୍ୱାସ କର ।
ମୁଁ ସେମିତି କିଛି କରିନି । ମାମୁଁ ପୁଣି କହି ଉଠିଲେ । କାଲି ମାଇଁ ଲୁଗା ପିନ୍ଧିବା ସମୟରେ ତୁ ସେ ଘରକୁ କାହିଁକି ଯାଇଥିଲୁ । ମିହିର କହିଲା ,ମାମୁଁ ଏ କଥା ସବୁ ମିଛ ସେ କୋଉ ସମୟ କଥା କହୁଛନ୍ତି ମୁଁ ମଧ୍ୟ ଜାଣିନି ଏବଂ ଆମେ ଦୁହେଁ କାଲି ଦିନରେ ପାଠ ପଢ଼ୁଥିଲୁ।
ମୋ କଥା କୁ ବିଶ୍ୱାସ କର ମାମୁଁ, ମୁଁ କିଛି ଜାଣିନି । ଏ ସବୁ ମିଥ୍ୟା ଆରୋପ। ମାମୁଁ ପୁଣି ଥରେ ମିହିର କୁ ଧକ୍କା ଦେଇ କହିଲେ । ତୁ ଏଠି ଆଉ ଅଳ୍ପ ମୁହୂର୍ତ୍ତ ମଧ୍ୟ ରହିବୁ ମୁଁ ତୋତେ ଜୀବନରେ ମାରିଦେବି ଯଥା ଶୀଘ୍ର ଏଠୁ ଚାଲି ଯା ।
ମିହିର ବହୁତ୍ ବୁଝେଇବା ପାଇଁ ଚେଷ୍ଟା କରିଲା କିନ୍ତୁ ମାମୁଁ ବୁଝିବାକୁ ନାରାଜ । ଶେଷରେ ମିହିର ଘର ଭିତରକୁ ଯାଇ ଗୋଟିଏ ବ୍ୟାଗ୍ ରେ କିଛି କପଡା ଆଉ ଅନ୍ୟ ବ୍ୟାଗ୍ ରେ କିଛି ବହି ପତ୍ର ନେଇ ସାଇକେଲ ରେ ଚାଲିଲା ନିଜ ଗାଁ କୁ ।
ସେଦିନ ମାମୁଁ ମିହିର କୁ ଛାଡ଼ିବାକୁ ଗଲେ ନାହିଁ । ମିହିର ର ଗାଁ ର ଦୂରତା ୨୦ କିମି । ତାର ଆଖିରୁ ଲୁହ ବାହାରି ଯାଉଥାଏ । ସେ ମାମୁଁ ଆଗରେ ସବୁ ଦିନ ପାଇଁ ଦୋଷୀ ହୋଇଗଲା । ତାର କଥା ଶୁଣିବ କିଏ । ସେ କାନ୍ଦ କାନ୍ଦ ଅବସ୍ଥାରେ ନିଜ ଗାଁ ରେ ପହଞ୍ଚିଲା।
ସେଠି ମିହିର ର ବାପା ଏବଂ ବୋଉ ମିହିର କୁ ଦେଖି ଦୁଃଖୀ ହେଲେ ଏବଂ ମିହିର ତାଙ୍କୁ ସବୁ ସତ ସତ କହିଲା। ସେକଥା ଶୁଣି ମିହିର ଘର ଲୋକ ମାମୁଁ ଉପରେ ବହୁତ୍ ରାଗିଲେ। ମିହିର ର ବାପା ଜଣେ ହାଇସ୍କୁଲ ପିଅନ ଥିଲେ ବର୍ତ୍ତମାନ ସେ ଅବସର ପ୍ରାପ୍ତ ଅବସ୍ଥାରେ ଘରେ ଅଛନ୍ତି ।
ମିହିର ର ବାପା , ରାଗରେ ମାମୁଁ ପାଖକୁ ଯିବାକୁ ବାହାରିଲେ କିନ୍ତୁ ମିହିର ର ଅନୁରୋଧ ରେ ବାପା ନିଜ ରାଗ କୁ ଶାନ୍ତ କରି ଚୁପ୍ ରହିଲେ ।
ଏପଟେ ମୁଁ କଲେଜ୍ ରେ ଅପେକ୍ଷା କରିଥାଏ । ମୁଁ ବହୁତ୍ ସମୟ ଅପେକ୍ଷା କରିଲି ସେତେବେଳେ ଫୋନ୍ ନଥିଲା । ମୁଁ ଅପେକ୍ଷା କରି କରି ଫେରି ଆସିଲି। ଆସିଲା ବେଳକୁ ମିହିର ର ଘର ହୋଇ ଆସିଲି ଦେଖିଲି ମିହିର ର ସାଇକେଲ ନାହିଁ ।
ମୁଁ ଭାବିଲି ବୋଧେ ନିଜ ଗାଁ କୁ ଯାଇଥିବ କିନ୍ତୁ ପୁଣି ଭାବିଲି ସେ ଯେବେ ଗାଁ କୁ ଯାଏ ମୋତେ ପ୍ରଥମେ ପଚାରେ ତା ପରେ ଯାଏ ତେବେ ସେ ଯାଇ ନଥିବ। ମୁଁ ବ୍ୟସ୍ତ ହୋଇ ପଡିଲି ।
କେମିତି ଜାଣିବି ମିହିର ବିଷୟରେ? ତାପରେ ମୋ ସାଙ୍ଗ କୁନି ପାଖକୁ ଗଲି ତାକୁ ଅନୁରୋଧ କରି କହିଲି ତୁ ମିହିର ଘରକୁ ଯିବୁ କି ? କୁନି କହିଲା କଣ ପାଇଁ ?? ମୁଁ ବୁଝେଇଲି ରାନି ସହିତ କଥା ହେବା ବାହାନାରେ ଯିବୁ ଏବଂ ମିହିର କୋଉଠି ଅଛି ପଚାରି ବୁଝି ଆସିବୁ ।
ଏକଥା ଶୁଣି ପ୍ରଥମେ ସେ ମନା କରିଲା କିନ୍ତୁ ତାକୁ ବାରମ୍ବାର ଅନୁରୋଧ କରିବା ପରେ ସେ ତାଙ୍କ ଘରକୁ ଗଲା । ସେତିକି ବେଳେ ସନ୍ଧ୍ୟା ୫ ଟା ବାଜିଲାଣି । କୁନି ଯାଇ ପହଁଚିଲା ମାମୁଁ ଘରେ ।
ସେତେବେଳେ ମାମୁଁ ଏବଂ ମାଇଁ ଙ୍କ ଝଗଡା ହେବା ର ଶବ୍ଦ ଶୁଣା ଯାଉଥାଏ । ମଝିରେ ମଝିରେ ରାନି କହୁଥାଏ । ମମି ଙ୍କ ସବୁ ଭୁଲ । ମିହିର ଭାଇ ର କିଛି ଭୁଲ ନାହିଁ । ମାମୁଁ ରାଗି ମାଇଁ ଙ୍କୁ ଗାଳି କରୁଥାନ୍ତି ।
କୁନି କବାଟ ପାଖରେ ପହଞ୍ଚିଲା, ଘର ଭିତରୁ ଗାଳି ଏବଂ ଝଗଡା ଶୁଣି ଘର ଭିତରକୁ ଯିବା ପାଇଁ ସାହାସ କରିପାରିଲା ନାହିଁ। ସେତକ କଥା ଶୁଣି ସେ ଫେରି ଆସିଲା ।
ସେ ଶୁଣିଥିବା ସବୁ କଥା ମୋତେ କହିବା ପରେ ମୁଁ ପଚାରିଲି ମିହିର ସେଠୀ ଥିଲା ?? କୁନି ମନା କରି କହିଲା , ସେ ବୋଧେ ନାହିଁ କାରଣ ତାର କଥା ବାର୍ତ୍ତା ଶୁଣା ଯାଉ ନଥିଲ । ମୋର ଚିନ୍ତା ପୁଣି ବଢ଼ିବାକୁ ଲାଗିଲା ।
ମିହିର ଘରେ ନାହିଁ ତେବେ କଣ ହୋଇ ଥାଇ ପାରେ ଭାବିଲି ମୁଁ ଯାଇ ପଚାରି ବୁଝେ କିନ୍ତୁ ମିହିର ର ମାଇଁ ମୋତେ ପସନ୍ଦ କରନ୍ତି ନାହିଁ । ପୁଣି ପଛ ଘୁଂଚା ଦେଇ ଘରକୁ ଫେରି ଆସିଲି ।
ଭାବିଲି ହଉ, ଆଜି ଦିନଟା ନହେଲା ନାହିଁ କାଲି ଦେଖିଲେ ତାକୁ ପ୍ରଥମେ ମାଡ ଦେବୀ ତାପରେ ଆଉ କିଛି କହିବି କିନ୍ତୁ ପର ଦିନ ମଧ୍ୟ ସେ ଅବସ୍ଥା ମିହିର କଲେଜ୍ ଆସିଲା ନାହିଁ ।
ଅପେକ୍ଷା କରି ରହିଲି ଦିନ ୧ ଟା ରେ କିଛି କ୍ଲାସ୍ ସରିବା ପରେ କୁନି କେମିତି ଖବର ପାଇଲା ଯେ ମିହିର କୁ ତାର ମାମୁଁ ଘରୁ ବାହାର କରିଦେଇଛନ୍ତି ଏବଂ ମିହିର ଏବେ ନିଜ ଗାଁ ରେ ଅଛି ।
ମୁଁ କଣ କରିବି କିଛି ଭାବି ପାରୁ ନଥାଏ କଲେଜ୍ ରୁ ମିହିର ର ଘର ୧୫ କିମି ହେବ । ମୋ ମୁଣ୍ଡ ଚିନ୍ତା ରେ ଦି ଗୁଣ ହୋଇ ଯାଉଥିଲା । ସଙ୍ଗେ ସଙ୍ଗେ କୁନି କୁ ସାଇକେଲ ଚାବି ଦେଇ କହିଲି ତୁ ଯା ଏବଂ ଘରେ କହିବୁ ଅନୁ ର ଆଉ କିଛି କ୍ଲାସ୍ ଅଛି ସେ ସନ୍ଧ୍ୟାବେଳେ ଆସିବ । ସେ ମୋ ସାଇକେଲ ଧରି ଆଉ ଗୋଟିଏ କ୍ଲାସ୍ ପରେ ଘରକୁ ଫେରିଲା କାରଣ ସେଦିନ ଆମେ ଦୁହେଁ ଗୋଟିଏ ସାଇକେଲ ରେ ଯାଇଥିଲୁ ।
Part-6 ରେ ପଢ଼ିବେ : (ସେ ମୋ ହାତ କୁ ଧରି କହିଲା । ମୁଁ କିଛି କରିନି, ମୋତେ ଏତେ ବଡ ଦୋଷ ଟିଏ ଦେଲେ । ମୁଁ ନିର୍ଦ୍ଦୋଷ )
Bhuyans Blog

ଉପର ଲିଙ୍କ୍ କୁ ନିଜ ମୋବାଇଲ ରେ ସେଭ କରି ରଖନ୍ତୁ ଏବଂ ଆପଣଙ୍କ ସମୟ ଅନୁସାରେ କାହାଣୀ ପଢନ୍ତୁ।
ଯଦି ଆପଣ ନିଜ ଗଳ୍ପ କିମ୍ବା କବିତା କୁ ଏମିତି ଅନଲାଇନ ରେ ସେୟାର କରିବାକୁ ଚାହୁଁଛନ୍ତି ତେବେ ତଳେ ଦିଆ ଯାଇଥିବା Whatsapp ଲିଙ୍କ୍ ରେ ନିଜ Article ପଠେଇ ପାରିବେ ।
Click Here and send your Article (Whatsapp Link)

ଏହି ଗଳ୍ପ କୁ ଅନ୍ୟ ମାନଙ୍କୁ ସେୟାର କରିବାକୁ ଚାହୁଁଛନ୍ତି ତେବେ Page ତଳକୁ Scroll କରନ୍ତୁ ଏବଂ Whatsapp Button ଉପରେ କ୍ଲିକ କରି ସେୟାର କରନ୍ତୁ ।
ଅନ୍ୟ କାହାଣୀ ପଢ଼ିବା ପାଇଁ ତଳେ ଦିଆ ଯାଇଥିବା Telegram Channel ର ଲିଙ୍କ୍ କୁ କ୍ଲିକ୍ କରି ଜଏନ କରନ୍ତୁ ।
Telegram Link

ପାଠକ ବନ୍ଧୁ କାହାଣୀ କୁ ପଢିବାରେ ସମୟ ଦେଇଥିବାରୁ ଆପଣକୁ ବହୁତ୍ ବହୁତ୍ ଧନ୍ୟବାଦ୍ ।

If you like this story so share to your friends, Thanking You.

Love Forever 4( A Story of Love Birds)

Love Forever( A Story of Love Birds) ...4
Love Forever( A Story of Love Birds) …4

ଆମେ ଦୁହେଁ ଷ୍ଟାଇଲ ହେବାକୁ ଲାଗିଲୁ । ସ୍କୁଲ୍ ସମୟରେ ମୁଁ କେବଳ ପାଉଡର ଛଡ଼ା ଆଉ କିଛି ଲଗେଇନି କିନ୍ତୁ କଲେଜ୍ ଆସିବା ପରେ ଭଳି ଭଳି କି କ୍ରିମ ଏବଂ ବଡି ସ୍ପ୍ରେ ବହୁତ୍ କିଛି ବ୍ୟବହାର ରେ ଲାଗିଲା । ସତରେ କଲେଜ୍ ଲାଇଫ ଟା ସବୁଠୁ ମିଠା ଲାଗିଲା । ମାନେ ଆଉ କାହାର କେମିତି ମୁଁ ଜାଣିନି କିନ୍ତୁ ମୁଁ ତ ବହୁତ୍ ମଜା ନେଇଛି । କାରଣ ମୋ ମିହିର ମୋ ସାଙ୍ଗରେ ଥିଲା ।

+୨ ର ଦୁଇ ମାସ ପରେ ମିହିର ର ମାମୁଁ ଘରେ ଝଗଡା ଯୋଗୁ ମିହିର କୁ ବାଧ୍ୟ ହୋଇ ନିଜ ଗ୍ରାମ କୁ ଫେରିବାକୁ ପଡ଼ିଲା କିନ୍ତୁ ମୋତେ ବହୁତ୍ କଷ୍ଟ ହେଲା । ସେଦିନ ମିହିର ବହୁତ୍ ଦୁଃଖୀ ଥିଲା, ସେ କହୁଥିବା ସମୟରେ ତା ଆଖିରୁ ଲୁହ ବାହାରି ଯାଉଥିଲା ।


ତା ଗାଁ ମୁଣ୍ଡରେ ମୋ ହାତ ଧରି ମୋତେ ବୁଝାଇବାକୁ ଚେଷ୍ଟା କରିଲା ଯେ ସେ ନିର୍ଦ୍ଦୋଷ । ମୁଁ ବହୁତ୍ ଷ୍ଟାଇଲ ରେ ରୁହେ ଏବଂ ଭଳି ଭଳି କି ଛୋଟ ଛୋଟ କପଡା ପିନ୍ଧେ କିନ୍ତୁ ସେ କେବେ ମଧ୍ୟ ମୋତେ ଖରାପ ନଜର ରେ ଦେଖିନାହିଁ ନା ଆଉ କୋଉ ଝିଅ ଉପରେ ତାର ଖରାପ ନଜର ପଡେ ଓଲଟା ସେ ମୋତେ ଡ୍ରେସ ପିନ୍ଧା ପାଇଁ ମୋତେ ବହୁତ୍ ଥର ଗାଳି ଦେଇଛି । ଜାଣି ପାରୁଥିବେ ସେ କେତେ ସରଳ ।

ସେଦିନ ତାଙ୍କ ମାଇଁ ତା ଉପରେ ଏତେ ବଡ ଦୋଷ ଟିଏ ଲଦିଦେଲେ ଯେ ତାର ମାମୁଁ ମିହିର କୁ ବହୁତ୍ ଗାଳି ଦେବା ସହିତ ମାଡ ମଧ୍ୟ ମାରିଲେ।

ଦୋଷ ଟି ଥିଲା ମାମୁଁ ଝିଅ ରାନି କୁ ନେଇ । ରାନି ଏବଂ ମିହିର ଗୋଟିଏ ରୁମ୍ ରେ ପାଠ ପଢନ୍ତି ସେ ରୁମ୍ ଟି ହେଉଛି ରାନି ର କିନ୍ତୁ ତାହା କେବଳ ସନ୍ଧ୍ୟା ସମୟରେ ରାତିରେ ଖାଇବା ପରେ ମିହିର ଚାଲି ଆସେ ନିଜ ରୁମ୍ କୁ ।

କାରଣ ରାନି ର ପାଠ ମନ ରହେନୀ ଏବଂ ମାମୁଙ୍କ କହିବା ଅନୁସାରେ ମିହିର ତାକୁ ପାଠ ପଢେଇବା ସହିତ ସେଠୀ ମିଶି ପାଠ ପଢୁଥିଲେ ।
ରାନି ସେତେବେଳେ ଅଷ୍ଟମ ଶ୍ରେଣୀ ରେ ପଢ଼ୁଥିଲା ମାମୁଁ ବିଜୁଳି ବିଭାଗ ରେ କାମ କରନ୍ତି ବେଳେବେଳେ ସେ ବାହାରେ ରୁହନ୍ତି ।
ସେଦିନ ମାମୁଁ ନାଇଟ ଡିଉଟି ଯାଇଥିଲେ । ରାତି ଖାଇବା ସମୟରେ ମାଇଁ ମିହିର କୁ ପଚାରିଲେ ଯେ , ମିହିର ତମ କୁ ମୁଁ ଗୋଟିଏ କଥା କହିବି ରଖିବ ତ? ମିହିର ହଁ କରିଲା । ମିହିର ଭାବିଥିଲା କିଛି କାମ ଥିବ। ମିହିର କୁ ପୁଣି ପ୍ରଶ୍ନ କଲେ ମୁଁ ଯାହା କହିବି ରଖିବ ନା?? ମିହିର ପୁଣି ଥରେ ହଁ କରିଲା ।
ସେ ଜାଣି ନଥିଲା ଯେ ମାଇଁ ଏଠି ତାକୁ ଚକ୍ରବ୍ୟୁହ ରେ ଫସେଇବେ । ମାଇଁ କହିଲେ ତମେ ଚାକିରି ପରେ ଆମ ଘରେ ରହିବ ନା ତମ ଘରକୁ ଫେରିଯିବ? ମିହିର କହିଲା ହଁ ବୁଲିବା ପାଇଁ ଆସିବି ନିଶ୍ଚୟ।
ମାଇଁ କହିଲେ ନା ମୋର କହିବା କଥା ହେଲା ଚାକିରି ପରେ ଆମ ଘରେ ରହିଲେ କେମିତି ହୁଅନ୍ତା । ଆମର ତ କେହି ପୁଅ ନାହାନ୍ତି । ତମେ ମୋର ପୁଅ ଭଳି।
ମିହିର କହିଲା , ତମ ଦୁଇ ଜଣଙ୍କ ଭଲ ପାଇବା ଯୋଗୁ ତ ମୋତେ ମୋ ନିଜ ଘର କୁ ଯିବା ପାଇଁ ଇଚ୍ଛା ହେଉନି । ମାଇଁ ପୁଣି କହିଲେ ମୋର କହିବା କଥା ହେଲା ଆମର ଯେତେ ସମ୍ପତି ଅଛି ସବୁ ତୁମ ନାମରେ ଲେଖିଦେବୁ ଏବଂ ତମେ ରାନି କୁ ବିବାହ କରି ଆମ ଘରେ ମୋ ପୁଅ ଭଳି ରହିବ।
ମିହିର ର ଅଧା ଖିଆ ହୋଇଥିଲା । ସେ କଣ କହିବ କିଛି ଭାବି ପାରିଲା ନାହିଁ । ସେ ଆଉ କଣ ଖାଇବ। ସେ କିଛି ଉତ୍ତର ନ ଦେଇ ଅଧା ଖିଆ ଛାଡ଼ି ଉଠିଗଲା।
ମାଇଁ ମିହିର କୁ କହିଲେ କଣ ହେଲା ? ଅଧା ଖାଇ ଛାଡ଼ିଦେଲ । ମିହିର ମାଇଁ କୁ କହିଲା, ମାଇଁ , ମୋତେ କ୍ଷମା କରିବେ, ବର୍ତ୍ତମାନ ମୋର ଚାକିରି ହୋଇନି ଏବଂ ମୁଁ ଆପଣଙ୍କ ଝିଅ କୁ ମୋର ସାନ ଭଉଣୀ ଭାବରେ ଦେଖେ ତାକୁ ମୁଁ କେମିତି ବିବାହ କରିବି ଏବଂ ତାହା ଅସମ୍ଭବ ।
ଆଉ ରହିଲା ଆପଣଙ୍କ ଘରେ ରହିବା କଥା ଆପଣ ଯେମିତି ଚାହୁଁଛନ୍ତି ସେମିତି ଅସମ୍ଭବ ମାଇଁ ସେଦିନ ରାନି ଶୀଘ୍ର ଖାଇ ଶୋଇ ପଡ଼ିଥିଲା ।
ମାଇଁ ରାଗିଗଲେ ଏବଂ ରାଗରେ ପାଖରେ ଥିବା ପାଣି ଗ୍ଲାସ୍ କୁ ଫୋପାଡି ଦେଇ ମିହିର କୁ କହି ଚାଲିଲେ ଯେ ତମେ ଏମିତି କହିବ ବୋଲି ମୁଁ ଆଶା କରି ନଥିଲି । ମୋ ଝିଅ କଣ ଅସୁନ୍ଦର, ନା ଆମର ଟଙ୍କା ନାହିଁ । ତମ ଘର ଠାରୁ ଆମ ଘରେ ଅଧିକ ସମ୍ପତି ଅଛି । ମିହିର କିଛି ନ କହି ଚୁପ୍ ରହିଲା ।
ମାଇଁ କହିଲେ ତମେ ବିବାହ ପାଇଁ ମନା କରୁଛ କାରଣ ତମେ ଅନୁ କୁ ଭଲ ପାଉଛ ? ମିହିର କହିଲା , ନା ମାଇଁ ସେ ମୋ ସାଙ୍ଗ, ତାକୁ ମୁଁ ଭଲ ପାଏନି ।
ମାଇଁ ପଚାରିଲେ ତେବେ କଣ ପାଇଁ ମନା କରୁଛ । ମିହିର କହିଲା , ମାଇଁ ମୁଁ ରାନି କୁ ମୋର ଛୋଟ ଭଉଣୀ ଭଳି ସ୍ନେହ ଦେଇ ଆସିଛି ତା ସହିତ ମୁଁ କେମିତି ବିବାହ କରିବି ??
ଗ୍ଲାସ୍ ପଡ଼ିବା ଶବ୍ଦ ଶୁଣି ରାନି ଉଠି ଯାଇଥିଲା ଏବଂ ସେ ଆସି ପହଞ୍ଚିଲା । ସେ ସବୁ କଥା ଶୁଣି କହିଲା, ନା ମମି,, ମୁଁ ମିହିର ଭାଇ କୁ ବିବାହ କରିବି ନାହିଁ ସେ ମୋର ଭାଇ ତାଙ୍କୁ ତମେ ତାଙ୍କୁ ବାଧ୍ୟ କର ନାହିଁ ।
ମାଇଁ ରାନି କୁ ଜବାବ୍ ଦେଇ କହିଲେ ତୁ ଚୁପ୍ କର , ମୁଁ ଯାହା କହୁଛି ଶୁଣ ଏବଂ ତାକୁ ମାନିବାକୁ ବାଧ୍ୟ । ଏହି କଥା ଶୁଣି ମିହିର କିଛି ଉତ୍ତର ନ ଦେଇ ନିଜ ରୁମ୍ କୁ ଚାଲିଗଲା ।
ସେଦିନ ମାଇଁ ରାତିରେ କିଛି ଖାଇ ନାହାନ୍ତି । ତାଙ୍କର ବ୍ଲଡ଼ ପ୍ରେସର୍ ଅଛି ସେ ସଙ୍ଗେ ସଙ୍ଗେ ରାଗି ଯାଆନ୍ତି । ଏମିତି ପୂର୍ବରୁ ବହୁତ୍ ଥର ମାଇଁ ରାଗନ୍ତି କିନ୍ତୁ ମିହିର ତାଙ୍କ କଥା କୁ ଶୁଣି ଭୁଲି ଯାନ୍ତି । କାରଣ ମାମୁଁ ମିହିର କୁ ବହୁତ୍ ଭଲ ପାଆନ୍ତି, ମିହିର ଯୋଉଦିନ ଜନ୍ମ ହେଲା ସେଦିନ ମାମୁଁ ଙ୍କୁ ଚାକିରି ମିଳିଥିଲା ।
ସେଥିପାଇଁ ସେ ମିହିର କୁ ଶୁଭ ବୋଲି ଭାବନ୍ତି । ଏହି ଘଟଣା ବିଷୟରେ ମାମୁଁ କିଛି ଜାଣି ନାହାନ୍ତି କି ମାମୁଁ କେବେ ତାଙ୍କ ଝିଅ ବାହାଘର କଥା ମଧ୍ୟ ଭାବି ନାହାନ୍ତି । ତା ପର ଦିନ ସକାଳେ ୫ ଟାରେ ମାମୁଁ ଡିଉଟି ସାରି ଘରେ ପହଞ୍ଚିଲେ ।
ମିହିର କଲେଜ୍ ଯିବାକୁ ବାହାରିଲା । ମାମୁଁ ମିହିର କୁ ଡାକିଲେ ଏବଂ ବସିବାକୁ କହି ପଚାରିଲେ କାଲି ତୁ କଣ ଭୁଲ କରିଛୁ । ମିହିର ଚୁପ୍ ରହିଲା । ମାମୁଁ ଆଉ କିଛି ନ କହି ମିହିର କୁ ଗୋଟିଏ ଚାପୁଡା ଦେଲେ ।
Part-5 ରେ ପଢ଼ିବେ : (ମିହିର ବହୁତ୍ ବୁଝେଇବା ପାଇଁ ଚେଷ୍ଟା କରିଲା କିନ୍ତୁ ମାମୁଁ ବୁଝିବାକୁ ନାରାଜ । ଶେଷରେ ମିହିର ଘର ଭିତରକୁ ଯାଇ ଗୋଟିଏ ବ୍ୟାଗ୍ ରେ କିଛି କପଡା ଆଉ ଅନ୍ୟ ବ୍ୟାଗ୍ ରେ କିଛି ବହି ପତ୍ର ଧରି ସାଇକେଲ ରେ ଚାଲିଲା ନିଜ ଗାଁ କୁ)
Bhuyans Blog

ଉପର ଲିଙ୍କ୍ କୁ ନିଜ ମୋବାଇଲ ରେ ସେଭ କରି ରଖନ୍ତୁ ଏବଂ ଆପଣଙ୍କ ସମୟ ଅନୁସାରେ କାହାଣୀ ପଢନ୍ତୁ।
ଯଦି ଆପଣ ନିଜ ଗଳ୍ପ କିମ୍ବା କବିତା କୁ ଏମିତି ଅନଲାଇନ ରେ ସେୟାର କରିବାକୁ ଚାହୁଁଛନ୍ତି ତେବେ ତଳେ ଦିଆ ଯାଇଥିବା Whatsapp ଲିଙ୍କ୍ ରେ ନିଜ Article ପଠେଇ ପାରିବେ ।
Click Here and send your Article (Whatsapp Link)

ଏହି ଗଳ୍ପ କୁ ଅନ୍ୟ ମାନଙ୍କୁ ସେୟାର କରିବାକୁ ଚାହୁଁଛନ୍ତି ତେବେ Page ତଳକୁ Scroll କରନ୍ତୁ ଏବଂ Whatsapp Button ଉପରେ କ୍ଲିକ କରି ସେୟାର କରନ୍ତୁ ।
ଅନ୍ୟ କାହାଣୀ ପଢ଼ିବା ପାଇଁ ତଳେ ଦିଆ ଯାଇଥିବା Telegram Channel ର ଲିଙ୍କ୍ କୁ କ୍ଲିକ୍ କରି ଜଏନ କରନ୍ତୁ ।
Telegram Link

ପାଠକ ବନ୍ଧୁ କାହାଣୀ କୁ ପଢିବାରେ ସମୟ ଦେଇଥିବାରୁ ଆପଣକୁ ବହୁତ୍ ବହୁତ୍ ଧନ୍ୟବାଦ୍ ।

If you like this story so share to your friends, Thanking You.

Love Forever 3 ( A Story of Love Birds)

Love Forever( A Story of Love Birds) ...3
Love Forever( A Story of Love Birds) …3

Click here Part-2

ଏହି କ୍ଲାସ୍ ର କାହାର କିଛି ଯଦି ପ୍ରବ୍ଲମ୍ ଅଛି ତେବେ ହେଡ୍ ସାର୍ ଙ୍କୁ ମୋ ବିରୋଧରେ କହିପାରିବ କିନ୍ତୁ କ୍ଲାସ୍ ରେ ଦ୍ଵିତୀୟ ଥର ଯଦି କେହି କହିଲା ତାର ମୁହଁ ଫଟେଇ ଦେବୀ ଏବଂ ଦିପୁ କୁ କହିଲି , ଖାସ୍ କରି ତୋତେ , ତୁ ଯଦି ଆମ ବିଷୟରେ କିଛି କହିଛୁ ନା ତେବେ ତୋ କଥା ଦେଖିବି ।

ମୋର ଏତିକି କହିବା ସମୟର ମିହିର ମୋତେ ବାରମ୍ବାର ଇଶାରା ଦେଇ ବସିବାକୁ କହୁଥିଲା। କିନ୍ତୁ କହିଲା ପରେ ମୋତେ ଯେମିତି ଅନୁଭବ ହେଉଥିଲା ମୁଁ ହେଉଛି ଏଇ କ୍ଲାସ୍ ର ଡନ୍ ।
ଏମିତି ଭାବି ବହୁତ୍ ଖୁସି ହେଲି ଯାହା ହେଉ ପିଲା ମାନେ ମୋ କଥା କୁ ଡରି ଚୁପ୍ ରହିଲେ। ସେଦିନ କ୍ଲାସ୍ ସେମିତି କଟିଗଲା। ମିହିର କିଛି କହିଲା ନାହିଁ କି ମୁଁ ମଧ୍ୟ କିଛି କହିଲି ନାହିଁ।


୪ ଟା ରେ ସ୍କୁଲ୍ ଛୁଟି ପରେ ସମସ୍ତେ ଚାଲିଗଲେ । ମୁଁ ମିହିର କୁ ଧିରେ କହିଲି, ମୁଁ ତୋ ସହିତ ଯିବି ସମସ୍ତେ ଯାଆନ୍ତୁ ଆମେ ପରେ ଯିବା। ମିହିର ମୋ ପାଇଁ ଅପେକ୍ଷା କରିଲା। ମିହିର ସେଦିନ ଘଟଣା ପାଇଁ ମୋତେ ” ସରି ” କହିଲା ।

ମୁଁ ପଚାରିଲି ସେ ଦିନ ଭୁଲ, ତୁ କରିନୁ, ଭୁଲ ଥିଲା ମୋର। ତୋ ବୋଉ ତୋତେ ଗାଳି ଦେଲେ ନା? ମୁଁ ପଚାରିଲି ତୁ କେମିତି ଜାଣିଲୁ। ମିହିର କହିଲା ମୋତେ କୁନି କହୁଥିଲା । ମିହିର ପୁଣି ଦୁଃଖୀ ହୋଇ କହିଲା ମୋତେ ସେଠୀ ଯିବା ଯୋଗୁ ତୋତେ ଗାଳି ଶୁଣିବାକୁ ପଡ଼ିଲା ସେଥିପାଇଁ ମୁଁ ଦୁଃଖୀ ଅଛି।
ମୁଁ କହିଲି ଆଚ୍ଛା ମୋତେ ଗାଳି ମିଳିଲା ବୋଲି ତୁ ଦୁଃଖୀ ହେଉଛୁ। ବାଃ ସତରେ ,ତୁ ମୋର ଅସଲି ସାଙ୍ଗ । ଛାଡ ସେ କଥା , ଆଜି କ୍ଲାସ୍ ରେ ଯାହା ହେଲା ସେ କଥା କୁ ମନରେ ରଖିବୁନି।
ମିହିର କହିଲା , ତୋତେ କେହି କହିଲେ ମୋତେ କାହିଁକି ଦୁଃଖ ଲାଗେ ରେ। ମୁଁ ଶୁଣି ଖୁସି ହେଲି। ଏବଂ ମିହିର କୁ କହିଲି ଯେ ମୋ ଭାଗ୍ୟ କି ତୋ ଭଳି ମୋତେ ସାଙ୍ଗ ମିଳିଛି।
ମୁଁ କହିଲି ଆଉ ଦୁଃଖୀ ହେବା ଠିକ୍ ନୁହଁ । ଦେଖ୍ ତୋତେ ମୁଁ ସବୁ କଥା କହୁଛି । ମିହିର ହଁ କରିଲା। ଆଜି ମଧ୍ୟ ଗୋଟିଏ କଥା ପଚାରିବି କହିବୁ। ମିହିର କହିଲା ହଁ ପଚାରେ।
ସେଦିନ ଘଟଣା ପର ଠାରୁ ନା, ମୁଁ ତୋତେ ବହୁତ ମିସ୍ କରୁଛି। କାହିଁକି କହ?? ମିହିର ମଧ୍ୟ ସେ କଥା କହିଲା, ମୁଁ ମଧ୍ୟ ସେଦିନ ଠାରୁ ତୋତେ ବେଶୀ ମିସ୍ କରୁଛି। ଦୁହିଁଙ୍କ ପ୍ରଶ୍ନ ସମାନ ଥିଲା । ଦୁହେଁ ଚୁପ୍ । ମୋ ପ୍ରଶ୍ନ ର ଉତ୍ତର ତ ମିଳିଲା ନାହିଁ ।
ତାପରେ କଥା ବଦଳେଇ ଦେଇ ପଚାରିଲି କହ ଆଉ କେମିତି ଅଛୁ,ଆଉ ଘରେ ମାମୁଁ ମାଇଁ କେମିତି ଅଛନ୍ତି। ଏମିତି ବହୁତ୍ କଥା ହେଲୁ। ସେଦିନ ଘରେ ପହଁଚିଲା ବେଳକୁ ୫ ଟା ହେଲାଣି। ସ୍କୁଲ୍ ରୁ ଘର ମାତ୍ର ୯୦୦ ମିଟର ଆଉ ସେହି ୯୦୦ ମିଟର ରେ ଆମର ଗୋଟିଏ ଘଣ୍ଟା ବିତିଗଲା ଜଣା ପଡ଼ିଲା ନାହିଁ।
ସେଦିନ ଠାରୁ ପୁଣି ଚାଲିଲା ପୂର୍ବ ଭଳି । ମନ୍ମଥ ମଧ୍ୟ ମୋତେ ପୂର୍ବ ଭଳି ସାହାଯ୍ୟ କରୁଥିଲା କିନ୍ତୁ ଏହା ଚାଲିଲା କେବଳ ୨ ମାସ। ୨ ମାସ ପରେ ବାପା ଏବଂ ବୋଉ ମୋର ଗୋଟାଏ ଲମ୍ବା କ୍ଲାସ୍ ନେଲେ। ସେ ଜାଣିଥିଲେ ଯେ ମୁଁ ମିହିର ସହିତ ଛୁଟି ଦିନରେ ଖେଳେ ବୁଲେ ବୋଲି ସେଥିପାଇଁ ସେ ମୋତେ ବୁଝାଇଲେ ।
ଯଦି ସାଙ୍ଗ ହେଉଛୁ ତେବେ ସ୍କୁଲ୍ ରେ। ଛୁଟି ଦିନ ରେ ଘରେ ରହି ପଢା ପଢ଼ି କରିବ। ଏବେ ତୁ ଛୋଟ ପିଲା ହୋଇ ନାହୁଁ । ନିଜକୁ ବଦଳେଇବାକୁ ଚେଷ୍ଟା କର। କାଲି କିଛି ତୋ ସହିତ ଖରାପ ହୁଏ ତେବେ ଆମର ଇଜ୍ଜତ ରହିବ ତ? ଆଉ ବାହାରେ ତା ସହିତ ବୁଲାବୁଲି କମ୍ କର, ଲୋକମାନେ ଘରେ ଆସି ତୋର ଆଉ ମିହିର ବିଷୟରେ କେତେ କଣ କହୁଛନ୍ତି।
ମୁଁ କହିଲି, ବାପା ତୁମର ମୋ ଉପରେ ବିଶ୍ୱାସ ନାହିଁ କି? ତମେ ସେମାନଙ୍କ କଥା ଶୁଣୁଚ ଯେ? ବାପା କହିଲେ ତୋ ଉପରେ ବିଶ୍ୱାସ ଅଛି କାରଣ ତୋ ସହିତ ତୋ ଭାଇ ରହୁଛି କିନ୍ତୁ ସାହି ପଡିଶା ଲୋକମାନଙ୍କୁ ତମ ସମ୍ପର୍କ ଉପରେ ବିଶ୍ୱାସ ନାହିଁ ଏବଂ ସେମାନେ ବହୁତ୍ କଥା ହେଉଛନ୍ତି ତମ ଦୁହିଁଙ୍କ ବିଷୟରେ।
ସେଥିପାଇଁ ତୋତେ ବୁଝୋଉଛି । ସେଦିନ ବାପା ବୋଉ ଦୁହେଁ ମୋ ଆଗରେ ରାଗରେ ନୁହଁ ଅଳ୍ପ ଦୁଃଖୀ ହୋଇ କହିଲେ । ମୁଁ ମଧ୍ୟ ସ୍ଥିର କରିଲି କି ମିଳାମିଶା କମ୍ କରିବି। ଦେଖୁ ଦେଖୁ ନବମ କ୍ଲାସ୍ ସରିଲା।
ଆସିଲା ଦଶମ ଶ୍ରେଣୀ, ପାଠ ତ ହେଉଥାଏ। ଆମ ପାଖ ଗାଁ ରେ ମିହିର ର ମାମୁଁ ଙ୍କ ସାଙ୍ଗ ଆଉ ତାଙ୍କ ଆଉ ଜଣେ ସାଙ୍ଗ ମିଶି ଟିଉସନ୍ ଖୋଲିଲେ ସେଥିରେ କେବଳ ଅଷ୍ଟମ ଠାରୁ ଦଶମ ଶ୍ରେଣୀ ପର୍ୟନ୍ତ୍ ଟିଉସନ୍ ହେଉଥିଲା । ମିହିର ର ମାମୁଁ ମିହିର କୁ ପଠେଇଲେ ଏବଂ ତାକୁ କହିଲେ ତୋ ସାଙ୍ଗ ମାନଙ୍କୁ କହ ସେମାନେ ମଧ୍ୟ ଜଏନ କରିବେ।
ମିହିର ପ୍ରଥମେ ମୋ ନାମ ନେଲା ଏବଂ ତା ପରେ ଅନ୍ୟ କାହାର ନାମ ନେଲା। ମିହିର ର ମାମୁଁ ଆମ ଘରେ ହାଜର। ବାପା ଙ୍କୁ ସବୁ କଥା କହିଲେ ଏବଂ ଏହି କଥା ମଧ୍ୟ କହିଲେ କି ମିହିର ମଧ୍ୟ ସେଠୀ ଯିବ ଏକା ସାଙ୍ଗରେ ଯିବେ ଏକା ସାଙ୍ଗରେ ଆସିବେ ।
ବାପା ପ୍ରଥମେ ନାହିଁ କରିବା ପାଇଁ ଭାବୁଥିଲେ କିନ୍ତୁ ପରେ ମୋର ଭବିଷ୍ୟତ କୁ ଆଖି ଆଗରେ ରଖି ହଁ କରିଦେଲେ। ଦଶମ କ୍ଲାସ୍ ବର୍ଷ ସକାଳେ ଟିଉସନ୍ ଦିନରେ ସ୍କୁଲ୍ ଏବଂ ସନ୍ଧ୍ୟାରେ ପୁଣି ଟିଉସନ୍ ।
ମିହିର ସହିତ ପୁଣି ପାଠ ପଢା ସେମିତି ଚାଲିଲା। ଛୁଟି ଦିନରେ ମିହିର ଆମ ଘରକୁ ଆସୁଥିଲା । ମାତ୍ର ଦଶମ ବର୍ଷ ଛୁଟି ଦିନରେ ଘରେ ପଢା ପଢ଼ି କରୁଥିଲୁ । ପ୍ରତ୍ୟେକ ଦିନ ମୋତେ ମିହିର ର ମୁହଁ ଦେଖିବାକୁ ମିଳି ଯାଉଥିଲା ।
ଦଶମ ବର୍ଷ ମଧ୍ୟ ବହୁତ୍ ଖୁସିରେ କଟିଲା । ଦିପୁ ବେଳେ ବେଳେ କିଛି ସମସ୍ୟା କରାଏ କିନ୍ତୁ ମିହିର ତାକୁ ସାହାଯ୍ୟ କରୁନଥାଏ ଏବଂ ମୁଁ ତାକୁ ଧମକ ଦେଇ ରଖିଥାଏ କି ମିହିର ସହିତ କଥା ନ ହେବା ପାଇଁ । ସ୍କୁଲ୍ ରେ ତ ସମସ୍ତ ସାଙ୍ଗ ଜାଣିଥିଲେ । ଏବେ ଆମ ବିଷୟରେ ଟିଉସନ୍ ରେ ମଧ୍ୟ ଧିରେ ଧିରେ ଜାଣି ଗଲେ ।
ଆମେ ଏଠି ଦୁହେଁ ପାଖାପାଖି ବସୁ। ଆଉ କେହି ପାଖରେ ଵସେ ତେବେ ମିହିର କିଛି କହିବ ନାହିଁ କିନ୍ତୁ ମୁଁ ତା ଉପରେ ସବୁ ରାଗ ନେଇ ଚଢ଼ିଯାଏ ସେ ଡରରେ ଉଠିବାକୁ ବାଧ୍ୟ ହୁଏ ।
ଏମିତି ଚାଲିଲା ଆମ ସମ୍ପର୍କ । ଦଶମ କ୍ଲାସ୍ ମଧ୍ୟ ସରିଗଲା ଜାଣି ପାରିଲିନି । ଆମ ସ୍କୁଲ୍ ର ମିହିର ପ୍ରଥମ ଏବଂ ମୁଁ ଦ୍ଵିତୀୟ ନମ୍ୱର୍ ନେଇ ପାସ୍ କରିଲୁ । ଦୁହେଁ ଏକା କଲେଜ୍ ରେ ପଢ଼ିଲୁ। ଯିବା ଆସିବା ମଧ୍ୟ ସେମିତି ଥିଲା ।
+୨ ପ୍ରଥମ ବର୍ଷ ପାଦ ଦେଉ ଦେଉ କିଛି କିଛି ବଦଳିବାକୁ ପଡ଼ିଲା। ସ୍କୁଲ୍ ର ୟୁନିଫର୍ମ ଥିଲା କିନ୍ତୁ ଏଠି ସାଧାରଣ ଡ୍ରେସ ଥିଲା । କଲେଜ୍ ସମୟରେ ସମସ୍ତେ ଅଲଗା ଅଲଗା ଡ୍ରେସ ପିନ୍ଧି ଆସନ୍ତି ଏବଂ ବେଶୀ ଷ୍ଟାଇଲ ମାରୁଥିଲେ ମୁଁ ମଧ୍ୟ ସେମିତି କେବେ ଜିନ୍ସ ସାର୍ଟ ତ ଆଉ କେବେ ସଲୱାର୍ ଚୁଡ଼ି ଡ୍ରେସ । ଏଠି ସବୁ କ୍ଷେତ୍ରରେ ମଡର୍ନ ଭରି ରହିଥିଲା।

Part-4 ରେ ପଢ଼ିବେ : (ସେଦିନ ତାଙ୍କ ମାଇଁ ତା ଉପରେ ଏତେ ବଡ ଦୋଷ ଟିଏ ଲଦିଦେଲେ ଯେ ତାର ମାମୁଁ ମିହିର କୁ ବହୁତ୍ ଗାଳି ଦେବା ସହିତ ମାଡ ମଧ୍ୟ ମାରିଲେ।)
Bhuyans Blog

ଉପର ଲିଙ୍କ୍ କୁ ନିଜ ମୋବାଇଲ ରେ ସେଭ କରି ରଖନ୍ତୁ ଏବଂ ଆପଣଙ୍କ ସମୟ ଅନୁସାରେ କାହାଣୀ ପଢନ୍ତୁ।
ଯଦି ଆପଣ ନିଜ ଗଳ୍ପ କିମ୍ବା କବିତା କୁ ଏମିତି ଅନଲାଇନ ରେ ସେୟାର କରିବାକୁ ଚାହୁଁଛନ୍ତି ତେବେ ତଳେ ଦିଆ ଯାଇଥିବା Whatsapp ଲିଙ୍କ୍ ରେ ନିଜ Article ପଠେଇ ପାରିବେ ।
Click Here and send your Article (Whatsapp Link)

ଏହି ଗଳ୍ପ କୁ ଅନ୍ୟ ମାନଙ୍କୁ ସେୟାର କରିବାକୁ ଚାହୁଁଛନ୍ତି ତେବେ Page ତଳକୁ Scroll କରନ୍ତୁ ଏବଂ Whatsapp Button ଉପରେ କ୍ଲିକ କରି ସେୟାର କରନ୍ତୁ ।
ଅନ୍ୟ କାହାଣୀ ପଢ଼ିବା ପାଇଁ ତଳେ ଦିଆ ଯାଇଥିବା Telegram Channel ର ଲିଙ୍କ୍ କୁ କ୍ଲିକ୍ କରି ଜଏନ କରନ୍ତୁ ।
Telegram Link

ପାଠକ ବନ୍ଧୁ କାହାଣୀ କୁ ପଢିବାରେ ସମୟ ଦେଇଥିବାରୁ ଆପଣକୁ ବହୁତ୍ ବହୁତ୍ ଧନ୍ୟବାଦ୍ ।

If you like this story so share to your friends, Thanking You.

Love Forever 2 ( A Story of Love Birds)

Love Forever( A Story of Love Birds) ...2
Love Forever( A Story of Love Birds) …2

ଚାରିଦିନ ପରେ ମନ୍ମଥ ମୋ ମନ କଥା ବୁଝି ସନ୍ଧ୍ୟାରେ ମିହିର କୁ ଘରକୁ ଡ଼ାକି ଆଣିଲା । ସେତେବେଳେ ମୋର ତିନୋଟି ସାଙ୍ଗ ମୋ ପାଖେ ବସିଥିଲେ ।

ଘରେ ବଡ ଲୋକ କେହି ନଥିଲେ । ଯେତେବେଳେ ମୁଁ ମିହିର କୁ ଦେଖିଲି ଆଉ ରହିପାରିଲି ନାହିଁ । ଦଉଡ଼ି ଯାଇ ତାକୁ କୁଂଢ଼େଇ ପକେଇଲି। ମୁଁ ଜାଣିନି ମୋତେ କାହିଁକି ଏତେ ଖୁସି ଲାଗିଲା । ମୁଁ ତ ଖୁସି ହୋଇଗଲି କିନ୍ତୁ ମିହିର ପୁରାପୁରି ଡରିଗଲା ।
ଥଣ୍ଡା ଦିନ ଥିଲା ମାତ୍ର ସେ ସମୟର ମିହିର ଦେହରୁ ଡରରେ ଝାଳ ବୋହିବାକୁ ଲାଗିଲା। ପ୍ରାୟ ୩ ସେକେଣ୍ଡ ପରେ ମୋତେ ମଧ୍ୟ ଅନୁଭବ ହେଲା କୁ ମୁଁ ଭୁଲ କରିଦେଲି। ଏପଟେ ସେପଟେ ଦେଖିଲି ମୋର ତିନି ଜଣ ଝିଅ ସାଙ୍ଗ ଏବଂ ମୋ ସାନ ଭାଇ ମୋତେ ବଡ ବଡ ଆଖିରେ ଅନେଇ ଥାନ୍ତି ।
ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ ଅନୁ କଣ କଲା ? ମୋ ଭାଗ୍ୟ ଭଲ ସେ ଘରେ ବଡ ଲୋକ କେହି ନଥିଲେ । ମୋତେ ଅନୁଭବ ହେଲା ପରେ ମୁଁ ମିହିର କୁ ଛାଡ଼ି ସାଙ୍ଗ ମାନଙ୍କ ପାଖକୁ ଯାଇ ମିହିର କୁ ସାମ୍ନାରେ ଥିବା ବିଛଣା ରେ ବସିବାକୁ କହିଲି।
ମିହିର ମଧ୍ୟ ଆଶ୍ଚର୍ଯ୍ୟ ଅବସ୍ଥାରେ ଚାହିଁ ରହିଥିଲା । ମୋ ସାଙ୍ଗ କୁନି ମୋ କାନ ପାଖକୁ ଆସି ପଚାରିଲା । ଏ କଣ କଲୁ ? ତୁ ତାକୁ ଛୁଇଁବା ଠିକ୍ ନଥିଲା । ମୁଁ ମଧ୍ୟ ମୁଣ୍ଡ ତଳକୁ କରି କହିଲି କଣ କରିବି ଲୋ, ଜାଣି ପାରିଲିନି ଖୁସିରେ ସେମିତି କରିଦେଲି ।
ମନ୍ମଥ ସେଠୁ ଚାଲି ଯିବାକୁ ବାହାରିଲା । ମନ୍ମଥ ମୋ ଠାରୁ ୨ ବର୍ଷ ସାନ । ସେ ମଧ୍ୟ ସବୁ ଜାଣୁଥିଲା । ମୋତେ ଲାଗିଲା ସେ ବୋଉ କୁ ଯାଇ କିଛି କହିଦେବ । ମୁଁ ତାକୁ ଡାକିଲି । ଏବଂ ଧିର ସ୍ଵରରେ କହିଲି କିଛି କହିବୁନି ରେ, ଅଜାଣତେ ହେଇଗଲା ।
ସେ କିଛି ଉତ୍ତର ନ ଦେଇ ଚାଲିଗଲା । ମାତ୍ର ସେ କିଛି କହିଲା ନାହିଁ । ମିହିର କିଛି ସମୟ ଚୁପ୍ ବସିଲା ପରେ ମୋ ସାଙ୍ଗ ମାନେ ମୋତେ ପଚାରିଲେ ଆମେ ଏବେ ଆସୁଛୁ । ମୁଁ କହିଲି ରୁହ,ରୁହ ତମେ ଥାଇ ମୁଁ ମିହିର ସହିତ ଅଳ୍ପ କଥା ହୋଇଯିବି।
ତାପରେ ସେମାନେ ରହିଲେ । ମୁଁ ଆଉ ମିହିର କଥା ହେଲୁ , ମିହିର କେବଳ ମୁଣ୍ଡ ହଲେଇ ଉତ୍ତର ଦେଉଥିଲା ସେ ମଧ୍ୟ ବହୁତ୍ ଲାଜକୁଳା। ତାକୁ ଦୁଇ ଦିନ ବାରମ୍ବାର କହିବା ପରେ ସେ ଆସିଛି।
ଆମେ ୫ ମିନିଟ୍ କଥା ବାର୍ତାରେ କେବଳ ହାଲଚାଲ ପଚାରିବା ହୋଇଛି ସେତେବେଳେ ବୋଉ ଆସିଗଲେ । ମିହିର ବୋଉ କୁ ଦେଖି ପ୍ରଣାମ କରିଲା । ତାପରେ ମିହିର ଉଠି କହିଲା ମୁଁ ଏବେ ଆସୁଛି କହି ଚାଲିଗଲା ।
ଆମ ଘରେ ମିହିର ଏବଂ ମୋର ବନ୍ଧୁତା ବିଷୟରେ ସମସ୍ତେ ଜାଣିଛନ୍ତି ଏବଂ ମିହିର କୁ ସମସ୍ତେ ପସନ୍ଦ ମଧ୍ୟ କରନ୍ତି କିନ୍ତୁ ବୋଉ ମୋତେ ଅଳ୍ପ ଗାଳି ଦେଇ କହିଲେ ଏ ସମୟରେ ତାକୁ କାହିଁକି ଡାକିଥିଲୁ । ମୁଁ ଚୁପ୍ ରହିଲି ।
ବୋଉ କହିଲେ ତୋର ସେ ସାଙ୍ଗ ମାତ୍ର ଏହି ସମୟରେ ତା ସହିତ ଦେଖା କରିବାର ନଥିଲା । ପଡୋଶୀ ଲୋକ କିମ୍ବା କୁଣିଆ ଲୋକ କେହି ଯଦି ଦେଖିବେ ନା କଣ କଣ କହିବେ ଜାଣିଛୁ ?? ଏତିକି ଶୁଣି ମୋ ସାଙ୍ଗ ମାନେ ମଧ୍ୟ ସେଠୁ ନିଜ ନିଜ ଘରକୁ ଯିବା ପାଇଁ ବାହାରିଲେ ।
ମୁଁ ବୋଉ କୁ କହିଲି ଦେଖିବାକୁ ଇଛା ହେଲା ସେଥିପାଇଁ ଡାକିଦେଲି । ବୋଉ କହିଲେ ପରେ ଦେଖିଥାନ୍ତୁ ଏହି ସମୟରେ ଡାକିବା ଭୁଲ ।
ମୋର ଭୁଲ ର ମୁଁ ଅନୁତାପ କରିଲି ଏବଂ ମୁଣ୍ଡ ତଳକୁ କରି ରହିଲି । ବୋଉ ମୋତେ ଏତିକି କହିବା ପରେ ସେ ମୋର ମୁହଁକୁ ଦେଖି କହିଲେ ,” ମା ଲୋ ମୁଁ ତୋତେ, ତୋ ଭବିଷ୍ୟତ ଏବଂ ଆମ ଘର ର ଇଜ୍ଜତ ପାଇଁ କହୁଛି ” ମୁଁ ମୁଣ୍ଡକୁ ହଲେଇ ହଁ ଭରିଲି ।
ବୋଉ ଚାଲିଗଲେ ରୋଷେଇ ଘରକୁ । ମାତ୍ର ମୋ ଭାଗ୍ୟ ଭଲ ଯୋଉ ସମୟରେ ମିହିର ଘରୁ ବାହାରି ଗଲା ସେ ସମୟରେ ଲାଇଟ୍ ଚାଲି ଯାଇଥିଲା ଏବଂ ପଡୋଶୀ ଲୋକ କେହି ଦେଖିନାହାନ୍ତି ।
ସେ ଘଟଣା ପରେ ମୋର ଦେଖା ହେଲା ୭ ଦିନ ପରେ । ସେ ଦିନ କ୍ଲାସ୍ ରେ ଦେଖା ହେଲା ପରେ କେବଳ ସାଧାରଣ ଭାବେ ହାଏ, ହେଲୋ ହେଲା କାରଣ ସେଦିନ ଘଟଣା ଯୋଗୁ, ସେ ଅଳ୍ପ ଲାଜ କରୁଥିଲା ଏବଂ ମୋତେ ମଧ୍ୟ ଲାଜ ଲାଗିଲା ।
କ୍ଲାସ୍ ଆରମ୍ଭ ହେଲା । ମୋର ବିରୋଧରେ କିଛି ସାଙ୍ଗ ଅଛନ୍ତି ଯେମିତି ଦିପୁ ଏବଂ ତାର ଦୁଇଟି ସାଙ୍ଗ। ଦିପୁ କ୍ଲାସ୍ ରେ ଷଷ୍ଠ ରୁ ସେ ପଯ୍ୟନ୍ତ ତୃତୀୟ ନମ୍ବର୍ ରେ ରହି ଆସୁଛି । ସେ ମୋ ଉପରେ ରାଗିବାର କାରଣ ଯେ ସେ ମଧ୍ୟ ମିହିର କୁ ପସନ୍ଦ କରୁଥାଏ ଏବଂ ତାକୁ ଆଉ ଗୋଟିଏ ସୁଯୋଗ ମିଳିଯାଇଛି ସେଦିନ ଆମ ଘର ଘଟଣା ବିଷୟରେ ସେ ଖବର ପାଇ ସେ ବହୁତ୍ ରାଗି ଯାଇଛି ଏବଂ ସେଦିନ ଠାରୁ ଦିପୁ ଯେମିତି ମୋ ପଛରେ ଜୋକ ଭଳି ଲାଗିପଡିଲା।
ଗୋଟିଏ କ୍ଲାସ୍ ପରେ ସେ ମିହିର ପାଖକୁ କିଛି ପ୍ରଶ୍ନ ର ବାହାନା କରି ଆସିଲା । ମିହିର ସମସ୍ତଙ୍କୁ ସାହାଯ୍ୟ କରେ କିନ୍ତୁ ମୁଁ କେବେ ମଧ୍ୟ ଚାହେଁନି କି ମିହିର କୋଉ ଝିଅ କୁ ସାହାଯ୍ୟ କରୁ କିନ୍ତୁ ମିହିର ସାହାଯ୍ୟ କରୁଥାଏ । ସେ ମିହିର ପାଖେ ଆସି ପ୍ରଶ୍ନ ଆଳରେ ମିହିର କୁ ଖରାପ ନଜର ରେ ଦେଖୁଥାଏ ।
ଏପଟେ ମିହିର ତାକୁ ବୁଝେଇବା ରେ ବ୍ୟସ୍ତ । ସେ କେବଳ ମୋତେ ଦେଖେଇ ହେବା ପାଇଁ ଏମିତି କରୁଥିଲା। ତାର ପ୍ରଶ୍ନ ସରିଲା ପରେ ସେ ତା ଯାଗାକୁ ଯାଇ ବସିଲା ।
ଭୂଗୋଳ କ୍ଲାସ୍ ଆରମ୍ଭ ହେଲା । ଭୂଗୋଳ କ୍ଲାସ୍ ଚାଲିଥିଲା ସିନା, ମୁଁ କେବଳ ଦିପୁ କଥା ଭାବୁଥାଏ । ମୁଁ ମୋ ରଫ୍ ଖାତାର ପଛପଟ ପୃଷ୍ଠା ରେ ମିହିର କୁ ଦେବା ପାଇଁ କିଛି ଲେଖିଲି । ସେଥିରେ ଲେଖାଥିଲା, ତୁ ଦିପୁ କୁ ବୁଝାଇବା ସମୟରେ ସେ ଖରାପ ବ୍ୟବହାର କରୁଥିଲା ବୋଲି ଲେଖିଲି ଏବଂ ସେ ଏମିତି କରିବା ଯୋଗୁ ମୋତେ ଭଲ ଲାଗିଲା ନାହିଁ । ତାକୁ ଆଗକୁ କେବେ ସାହାଯ୍ୟ କରିବୁ ନାହିଁ ବୋଲି ଲେଖି ତା ଖାତାରେ ରଖିଦେଲି ।
ମୁଁ ସେ କାଗଜ ଟିକୁ ଦେବା ସମୟରେ ଦିପୁ ଏବଂ ଅନ୍ୟ ପିଲା ମାନେ ମଧ୍ୟ ଦେଖିଛନ୍ତି । ସେତେବେଳେ ସାର୍ ବ୍ଲାକବୋର୍ଡ ରେ କିଛି ଲେଖୁଥିଲେ । କ୍ଲାସ୍ ଭିତରେ ମିହିର ସେ କାଗଜ ଟିକୁ ପଢ଼ି ମୁଣ୍ଡ ହଲେଇ ହଁ କରି ପୁଣି ତାର ଖାତା ଭିତରେ ରଖିଦେଲା ।
ଭୂଗୋଳ କ୍ଲାସ୍ ସରିଲା ପରେ ଦିପୁ ପଛପଟୁ ଧିର ସ୍ୱର ରେ କମେଣ୍ଟ କରି କହିଲା । ଆଜିକାଲି ଘରେ ରାସଲୀଳା ଏବଂ ସ୍କୁଲ ରେ ପ୍ରେମ ପତ୍ର, ଭଲ କଥା ଆମକୁ କିଏ ପଚାରେ । ଏତିକି ଶୁଣି ତା ସାଙ୍ଗ ମାନଙ୍କ ସହ ଅନ୍ୟ କିଛି ପିଲା ମଧ୍ୟ ହସିଲେ ।
ମିହିର ସବୁ ଶୁଣି କିଛି ନ କହି ଚୁପ୍ ବସି ରହିଲା କିନ୍ତୁ ମୁଁ ରହିପାରିଲି ନାହିଁ । ଠିଆ ହୋଇ ଦିପୁ କୁ ପଚାରିଲି ତୋର କଣ ପ୍ରୋବ୍ଲମ୍ ଅଛି କି କହ ? ଦିପୁ ଚୁପ୍ .. ତାକୁ କହିଲି ମୋର ଯାହା ଇଚ୍ଛା ତାହା କରିବି କାରଣ ସେ ମୋ ସାଙ୍ଗ ତମ ଭଳି ଖରାପ ନଜରରେ ତାକୁ ଦେଖିନି କି ସେ ମଧ୍ୟ ମୋତେ କେବେ ଖରାପ ନଜର ରେ କେବେ ଦେଖିନି ।

Part-3 ରେ ପଢ଼ିବେ : (ମିହିର କହିଲା , ତୋତେ କେହି କହିଲେ ମୋତେ କାହିଁକି ଦୁଃଖ ଲାଗେ ରେ। ମୁଁ ଶୁଣି ଖୁସି ହେଲି। ତାହା ମୋ ଭାଗ୍ୟ କି ତୋ ଭଳି ମୋତେ ସାଙ୍ଗ ମିଳିଛି)
Bhuyans Blog

ଉପର ଲିଙ୍କ୍ କୁ ନିଜ ମୋବାଇଲ ରେ ସେଭ କରି ରଖନ୍ତୁ ଏବଂ ଆପଣଙ୍କ ସମୟ ଅନୁସାରେ କାହାଣୀ ପଢନ୍ତୁ।
ଯଦି ଆପଣ ନିଜ ଗଳ୍ପ କିମ୍ବା କବିତା କୁ ଏମିତି ଅନଲାଇନ ରେ ସେୟାର କରିବାକୁ ଚାହୁଁଛନ୍ତି ତେବେ ତଳେ ଦିଆ ଯାଇଥିବା Whatsapp ଲିଙ୍କ୍ ରେ ନିଜ Article ପଠେଇ ପାରିବେ ।
Click Here and send your Article (Whatsapp Link)

ଏହି ଗଳ୍ପ କୁ ଅନ୍ୟ ମାନଙ୍କୁ ସେୟାର କରିବାକୁ ଚାହୁଁଛନ୍ତି ତେବେ Page ତଳକୁ Scroll କରନ୍ତୁ ଏବଂ Whatsapp Button ଉପରେ କ୍ଲିକ କରି ସେୟାର କରନ୍ତୁ ।
ଅନ୍ୟ କାହାଣୀ ପଢ଼ିବା ପାଇଁ ତଳେ ଦିଆ ଯାଇଥିବା Telegram Channel ର ଲିଙ୍କ୍ କୁ କ୍ଲିକ୍ କରି ଜଏନ କରନ୍ତୁ ।
Telegram Link

ପାଠକ ବନ୍ଧୁ କାହାଣୀ କୁ ପଢିବାରେ ସମୟ ଦେଇଥିବାରୁ ଆପଣକୁ ବହୁତ୍ ବହୁତ୍ ଧନ୍ୟବାଦ୍ ।

If you like this story so share to your friends, Thanking You.

Love Forever 1( A Story of Love Birds)

Love Forever( A Story of Love Birds) ...1
Love Forever( A Story of Love Birds) …1



ମିହିର ସହିତ ମୋ ସମ୍ପର୍କ ସେ ଦିନ ଠାରୁ ଅଛି ଯେବେ ମୋତେ ୧୧ ବର୍ଷ ହୋଇଥିଲା ଏବଂ ସେ ଦିନ ଠାରୁ ମିହିର ତା ମାମୁଁ ଘରେ ରହି ପଢ଼ି ଆସୁଥିଲା ।

ମିହିର ବହୁତ୍ ସିଧା ଏବଂ ସରଳ । ଦେଖିବାକୁ ଯେମିତି ହାଣ୍ଡସମ ସେମିତି ଚାଲାକ୍ ମଧ୍ୟ । ତାର ପୁରା ନାମ ହେଲା ମିହିର ରଞ୍ଜନ ହୋତା। ସେ ନିଜ ଗାଁ କୁ ବେଳେବେଳେ ଯାଏ କେବଳ ଛୁଟି ହେଲେ କିନ୍ତୁ ମୋର ଅନୁମତି ପରେ। ସେ ଷଷ୍ଠ କ୍ଲାସ୍ ରୁ ମୋର ସାଙ୍ଗ।

ମୋ ବିଷୟରେ ମଧ୍ୟ ଅଳ୍ପ ଜାଣି ନିଅନ୍ତୁ। ମୁଁ ହେଉଛି ଅନୁପମା ଚୌଧୁରୀ । ଡାକ ନାମ ଅନୁ । ମୁଁ ବହୁତ୍ ସରଳ, ବହୁତ୍ କ୍ୟୁଟ ମଧ୍ୟ ଆଉ ସମସ୍ତେ ମୋତେ ଦେଖି ଜଳିଥାନ୍ତି କାରଣ ମିହିର ମୋର ବଏଫ୍ରେଣ୍ଡ ବୋଲି । ମୋର ତାରିଫ୍ ରେ ଆପଣ ବିଶ୍ୱାସ କରନ୍ତୁ କି ନାହିଁ ମୋର କିଛି ଯାଏ ଆସେ ନାହିଁ କିନ୍ତୁ ମିହିର ମୋ ଠାରୁ ବହୁତ୍ କ୍ୟୁଟ ।

ଆମ ଦୁହିଁଙ୍କ ପ୍ରଥମ ଦେଖା ଷଷ୍ଠ ଶ୍ରେଣୀ ର ପ୍ରଥମ କ୍ଲାସ୍ ରେ ହୋଇଥିଲା । ଆମର ପ୍ରଥମ କ୍ଲାସ୍ ଥିଲା ଗଣିତ । ମିହିର କୁ ଗଣିତ ଭଲ ଆସେ ଆଉ ମୁଁ ଗଣିତ କୁ ବହୁତ୍ ଡରେ କିନ୍ତୁ ଗଣିତ ଆସେ ।

ସେଦିନ କ୍ଲାସ୍ ରେ ସମସ୍ତେ ନିଜ ନିଜର ପରିଚୟ ଦେଲେ ଏବଂ କ୍ଲାସ୍ ଆରମ୍ଭ ହେଲା । ସେ ଆଗ ଧାଡ଼ିର ପ୍ରଥମ ବେଞ୍ଚ ର ବାମ ପଟେ ଏବଂ ମୁଁ ପ୍ରଥମ ବେଞ୍ଚ ର ଡାହାଣ ପଟେ । ସେଦିନ କ୍ଲାସ୍ ରେ ୧୦ ରୁ ୧୨ ଜଣ ପୁଅ ଏବଂ ଝିଅ ନୂଆ ଆସିଥିଲେ । ବାକି ଆମ ପୁରୁଣା ସ୍କୁଲ୍ ର ପିଲାମାନେ । ନୂଆ ପିଲାମାନେ ନିଜ ନିଜର ପରିଚୟ ଦେଲା ଆମେ ପୁରୁଣା ପିଲା ପରେ ଆମେ ପରିଚୟ ଦେଲୁ ।

ପରିଚୟ ସରିଲା ପରେ ଗଣିତ କ୍ଲାସ୍ ଆରମ୍ଭ ହେଲା । ପ୍ରଥମ ପ୍ରଶ୍ନ ମୋତେ । ସାର୍ ଙ୍କୁ ମନେ ମନେ କିଛି କହି ଦେଲି । ଆଉ କାହାକୁ ନ ପଚାରି ମୋତେ ହିଁ ପଚାରିବେ । ହଁ ପଚାରିବେନି କାହିଁକି , ମୁଁ ପଞ୍ଚମ କ୍ଲାସ୍ ପର୍ଯ୍ୟନ୍ତ ମନିଟର୍ ଥିଲି ସେଥିପାଇଁ ପଚରାଗଲା କିନ୍ତୁ ସେଦିନ ସେହି କ୍ଲାସ୍ ରେ ମୋର ମନିଟର ପଦ ରୁ ବହିଷ୍କାର କରି ମିହିର କୁ ଦିଆଗଲା ।

ହଉ ଚାଲ କ୍ଲାସ୍ ଭିତରକୁ । ପ୍ରଥମ ପ୍ରଶ୍ନରେ ମୁଁ କ୍ଲାସ୍ ରୁମ୍ ର ଛାତ କୁ ଅନେଇ ରହିଲି କାରଣ ଉତ୍ତର ମୋତେ ଜଣା ନଥିଲା । ମୋର ଉତ୍ତର ରେ ବିଳମ୍ବ ଯୋଗୁଁ ସାର୍ ବାକି ସମସ୍ତଙ୍କୁ ପଚାରିଲେ ।

ଏତିକିବେଳେ ମିହିର ହାତ ଟେକି ସେ ପ୍ରଶ୍ନର ଉତ୍ତର ଦେଲା। ମିହିର ଉପରେ ରାଗ ହେଲା । ମୋର ସେଠି ଘୋର ଅପମାନ। ରାଗ ହେଲା, ଛାଡିବିନି ଏ ଟୋକାକୁ ଭାବି ମନେ ମନେ ମୁଁ ଯେମିତି ଗୁଣ୍ଡା ରେ ପରିଣତ ହେବାକୁ ଯାଉଥିଲି।

ସାର୍ ଦ୍ଵିତୀୟ ପ୍ରଶ୍ନ ପୁଣି ମୋତେ। ଏଥର ମଧ୍ୟ ସେ ଅବସ୍ଥା । ସେହି ଥର ମଧ୍ୟ ମିହିର ଉତ୍ତର ଦେଇ ମୋତେ ପୁଣି ଝିଅ ମାନଙ୍କ ଆଗରେ ଅପମାନ କରିଦେଲା।

ମୁଁ ବେଞ୍ଚ ରେ ବସିବା ପୂର୍ବରୁ ସାର୍ ପୁଣି କିଛି କହି ଉଠିଲେ। ସାର୍ କହିଲେ ମୁଁ ଏହି ସ୍କୁଲ୍ ର ପ୍ରଧାନ ଶିକ୍ଷକ ମୁଁ ଏହି ସପ୍ତାହ ର ଶେଷ ଦିନ ରେ ଛୋଟ ପରୀକ୍ଷା ଟିଏ କରିବି, ସେ ପରୀକ୍ଷା ରେ ଯିଏ ଭଲ ନମ୍ୱର୍ ରଖିଲା ସେ ହେବ ଏହି କ୍ଲାସ୍ ର ମନିଟର୍ ।

ହେଡ ସାର୍ ଉପରେ ବହୁତ୍ ରାଗିଲି କିନ୍ତୁ ମୁଁ ଉପାୟ ଶୂନ୍ୟ, ସପ୍ତାହ ର ଶେଷ ଦିନ ପରୀକ୍ଷା ରେ ମିହିର ପ୍ରଥମ, ଦିପୁ ଦ୍ଵିତୀୟ ଆଉ ମୁଁ ତୃତୀୟ ।

ମୋର ମନିଟର ପଦ କୁ ଛଡେଇ ନିଆଗଲା, ହଉ ମୋ ଭାଗ୍ୟ । ଧିରେ ଧିରେ ଷଷ୍ଠ କ୍ଲାସ୍ ର ରେଳ ଗାଡ଼ି ଧିରେ ଧିରେ ଗଡି ଚାଲିଲା । ମିହିର ଯେବେ ମୋତେ କିଛି କୁହେ ମୁଁ ତା କଥା କୁ ଶୁଣେ ନାହିଁ ।

ସେ ମଧ୍ୟ ମୋତେ କିଛି କୁହେନି । କ୍ଲାସ୍ ରେ ସମସ୍ତେ ପାଟି କରୁଥିବେ । ମୋ ନାଁ ଛାଡ଼ି ସମସ୍ତଙ୍କ ନାମ ଲେଖିବ। ମୋ ନାମ ରେ ସମସ୍ତେ କଂପ୍ଲେନ୍ କରନ୍ତି କିନ୍ତୁ ମିହିର ମୋ ନାମ ନେଇ କୁହେ ସେ ଚୁପ୍ ଚାପ୍ ବସିଥିଲା ଏବଂ ବାକି ସମସ୍ତେ ପାଟି କରୁଥିଲେ ବୋଲି କହେ ।

ଏମିତି ଥର ରୁ ଚାରି ଥର ହେଲା ପରେ ମୁଁ ଶାନ୍ତ ହୋଇ ବସିଲି । ଆପଣ ଭାବୁଥିବେ ସେ ମୋତେ ପସନ୍ଦ କରୁଥିଲା ବୋଲି ମୋ ନାମ ଲେଖୁ ନଥିଲା । ପ୍ରକୃତରେ ସେ ମୋତେ ବଦଳିବା ପାଇଁ ଏମିତି ସୁଯୋଗ ଦେଉଥିଲା ଆଉ ଶେଷରେ ମୁଁ ବଦଳିଗଲି ।

ସେ ମୋତେ ପସନ୍ଦ କରୁନଥିଲା ମାତ୍ର ମୁଁ ପସନ୍ଦ କରିବାରେ ଲାଗିଲି । ଷଷ୍ଠ କ୍ଲାସ୍ ର ଅର୍ଦ୍ଧ ବାର୍ଷିକ ପରୀକ୍ଷା ବେଳକୁ ଆମେ ଦୁଇ ଜଣ ଭଲ ସାଙ୍ଗ ହୋଇ ସାରିଥିଲୁ ତାହା ମଧ୍ୟ ଗୋଟିଏ କାରଣ ଯୋଗୁ ।

ତ୍ରୟ ମାସିକ ପରୀକ୍ଷା ସମୟରେ ସେ ମୋତେ ବହୁତ୍ ପ୍ରଶ୍ନ ର ଉତ୍ତର କହିଦେଲା ଏବଂ ପରୀକ୍ଷା ପରେ ମୁଁ ଜାଣିଶୁଣି କିଛି ପ୍ରଶ୍ନ ର ଉତ୍ତର ପାଇଁ ତା ପାଖରେ ପହଞ୍ଚି ଯାଉଥିଲି । ସେ କେବେ ମନା କରେନି । ସେ ବେଳେବେଳେ ଜାଣି ପକାଏ କି ମୁଁ ଜାଣିଶୁଣି ସେ ପ୍ରଶ୍ନ ପଚାରୁଛି ବୋଲି ।

ସେତେବେଳେ ସେ ମୋ ମୁଣ୍ଡ କୁ ଥାପୁଡ଼ି ମୋତେ ବାୟାଣୀ ବୋଲି କହେ । ଆଉ ସତ କଥା ହେଲା ତା ମୁହଁରୁ ସେ ବାୟାଣୀ ଶୁଣିବା ପାଇଁ ହିଁ ଯାଇଥାଏ। ଆମେ ଏତେ ସାଙ୍ଗ ହେଲୁ ଯେ କ୍ଲାସ୍ ର ବାକି ସାଙ୍ଗ ମାନେ ଆମକୁ ଦେଖି ରାଗୁଥିଲେ ।

ସେ ବେଳେବେଳେ ମୋ ପାଇଁ ତେନ୍ତୁଳି,ଆମ୍ବ ଏବଂ ପିଜୁଳି ଆଣିଦିଏ। ମୋ ପାଇଁ ଆଣିଦିଏ ସତ କିନ୍ତୁ ପ୍ରଥମେ ମିହିର ଖାଏ ତାପରେ ମୁଁ । ଏମିତି କି ପ୍ରଥମେ ସେ ଅଇଁଠା କରେ ତା ପରେ ତାକୁ ମୁଁ ଖାଏ ।

କ୍ଲାସ୍ ରେ ସାର୍ ମାନେ ମଧ୍ୟ ଆମ ସାଙ୍ଗ ହେବାର ଦେଖୁଥାନ୍ତି କିନ୍ତୁ କେବେ କିଛି କହୁ ନଥାନ୍ତି କାରଣ ମିହିର କ୍ଲାସ୍ ରେ ପ୍ରଥମ ଆଉ ମୁଁ ଦ୍ଵିତୀୟ ରେ ରହି ଆସିଲି । ଛୁଟି ଦିନ ହେଲେ ମଧ୍ୟ ଆମେ ମିଶି ବୁଲିଥାଉ ।

ସେ ତ ଆସିଯାଏ କିନ୍ତୁ ମୋତେ ଅଳ୍ପ ବାହାନା କରିବାକୁ ପଡେ ଏବଂ ମୋ ସାନ ଭାଇ(ମନ୍ମଥ) ସହିତ ଖେଳିବାକୁ ଆସିଯାଏ। ବାରିପଟେ, ଆମ୍ବ ତୋଟା ରେ କେତେବେଳେ ନଦୀ ବନ୍ଧ ରେ ଦେଖା ହୁଏ ଏବଂ ସେଠୀ ବୁଲାବୁଲି କରୁ ।

ତା ସହିତ ତା ମାମୁଁ ଝିଅ (ରାନି) ମୋ ସହିତ ମୋ ଭାଇ ମନ୍ମଥ। ସେ ଦୁଇ ଜଣ ମଧ୍ୟ ଗୋଟିଏ କ୍ଲାସ୍ ମେଟ୍ । ଆମେ ଆସିଲେ ମିହିର ଆଉ ମୁଁ ଗୋଟିଏ ଜାଗାରେ । ଆରପଟେ ମନ୍ମଥ ଆଉ ରାନି ଗୋଟିଏ ଜାଗାରେ । ଯୋଡ଼ି ଯୋଡ଼ି ହୋଇ ଖେଳି ଥାଉ ।
ଏମିତି ପ୍ରତ୍ୟେକ ଛୁଟି ଦିନ ରେ ହୁଏ । ଯଦି କୋଉ ଦିନ ଖେଳିବାକୁ ଇଛା ନ ହେଲେ ମଧ୍ୟ ଆମେ ଘଣ୍ଟା ଘଣ୍ଟା ବସି ଗପିବାରେ ଲାଗୁ । ସାଙ୍ଗରେ ମୁଢ଼ି ସହିତ ପିଆଜ ଏବଂ ମିକ୍ସଚର୍ ନେଇ ଆସୁ । ବସି ଖାଇବା ଏବଂ କଥା ହୋଇ ସମୟ ବିତେଇବା ଆମ କାମ ଥିଲା ।

ଏମିତି ଆମ ବନ୍ଧୁତା ଏତେ ବଢ଼ିଗଲା ଯେ ଦିନେ କିଏ କାହାକୁ ନ ଦେଖିଲେ ରହି ପାରୁ ନଥିଲୁ । ଷଷ୍ଠ ରୁ ନବମ କ୍ଲାସ୍ ପର୍ୟ୍ୟନ୍ତ ଏମିତି ଚାଲିଲା । ଏହି ଚାରି ବର୍ଷ ଆମେ ମିଶି ବୁଲିବା ଖେଳିବା ଚାଲିଥିଲା ।

ଲାଜ କଣ, ଭଲ କଣ, ଖରାପ କଣ, ପୁଅ ସାଙ୍ଗରେ ଝିଅ ମାନେ ମିଶି ଖେଳିଲେ ଖରାପ ନା ଭଲ କିଛି ଜାଣି ନଥିଲୁ । ନବମ ଶ୍ରେଣୀ ର ମଧ୍ୟ ଭାଗରେ ମୋ ଦେହରେ ପରିବର୍ତ୍ତନ ଆସିଲା।


ମୋତେ ୧୦ ଦିନ ପାଇଁ ସ୍କୁଲ୍ ନ ଯାଇ ଘରେ ରହିବାକୁ ପଡ଼ିଲା। ସେ ସମୟରେ ଘରେ କୁଣିଆ ରେ ଭର୍ତି ମୋତେ ଘରୁ ବାହାରିବାକୁ ମନା । ମାତ୍ର ମୋର ମନ ମିହିର ପାଖରେ, କେବଳ ତାକୁ ଖୋଜୁଥାଏ । ମନ୍ମଥ କୁ କହିଲି ମିହିର କୁ କିଛି ବାହାନା କରି ଘରକୁ ଡ଼ାକି ଆଣେ । 
Part-2 ରେ ପଢ଼ିବେ : (ମୋ ସାଙ୍ଗ କୁନି ମୋ କାନ ପାଖକୁ ଆସି ପଚାରିଲା । ଏ କଣ କଲୁ ? ତୁ ତାକୁ ଛୁଇଁବା ଠିକ୍ ନଥିଲା । ମୁଁ ମଧ୍ୟ ମୁଣ୍ଡ ତଳକୁ କରି କହିଲି କଣ କରିବି ଲୋ, ଜାଣି ପାରିଲିନି ଖୁସିରେ ସେମିତି କରିଦେଲି)

Bhuyans Blog

ଉପର ଲିଙ୍କ୍ କୁ ନିଜ ମୋବାଇଲ ରେ ସେଭ କରି ରଖନ୍ତୁ ଏବଂ ଆପଣଙ୍କ ସମୟ ଅନୁସାରେ କାହାଣୀ ପଢନ୍ତୁ।

ଯଦି ଆପଣ ନିଜ ଗଳ୍ପ କିମ୍ବା କବିତା କୁ ଏମିତି ଅନଲାଇନ ରେ ସେୟାର କରିବାକୁ ଚାହୁଁଛନ୍ତି ତେବେ ତଳେ ଦିଆ ଯାଇଥିବା Whatsapp ଲିଙ୍କ୍ ରେ ନିଜ Article ପଠେଇ ପାରିବେ ।

Click Here and send your Article (Whatsapp Link)

ଏହି ଗଳ୍ପ କୁ ଅନ୍ୟ ମାନଙ୍କୁ ସେୟାର କରିବାକୁ ଚାହୁଁଛନ୍ତି ତେବେ Page ତଳକୁ Scroll କରନ୍ତୁ ଏବଂ Whatsapp Button ଉପରେ କ୍ଲିକ କରି ସେୟାର କରନ୍ତୁ ।

ଅନ୍ୟ କାହାଣୀ ପଢ଼ିବା ପାଇଁ ତଳେ ଦିଆ ଯାଇଥିବା Telegram Channel ର ଲିଙ୍କ୍ କୁ କ୍ଲିକ୍ କରି ଜଏନ କରନ୍ତୁ । 

Telegram Link

ପାଠକ ବନ୍ଧୁ କାହାଣୀ କୁ ପଢିବାରେ ସମୟ ଦେଇଥିବାରୁ ଆପଣକୁ ବହୁତ୍ ବହୁତ୍ ଧନ୍ୟବାଦ୍ ।

If  you like this story so share to your friends, Thanking You.