Tag Archives: manoj

ସୀମା (ଓଡ଼ିଆ କବିତା)


 
ସୀମା 




ଆକାଶର ପରିବ୍ୟାପ୍ତ ମାପିବାରେ
କିଛି ହୁଏତ ମୂର୍ଖାମି ଥାଇପାରେ
ନହଲେ କାହିଁକି ବା…..
ଏମିତି ଗୋଟେ ନିରଥର୍କ,
ନିର୍ବୋଧତା – ଭାବନା ଭିତରେ
ଏପଟେ – ସେପଟେ ହୁଅନ୍ତା ।
କଣ ଅଛି ସେଥିରେ ?
ନାଁ ଶାନ୍ତି – ଆନନ୍ଦ – ସ୍ନେହ – ପ୍ରେମ – ଖୁସି ?
ମାଟି ଉପରୁ ଦୁଇପାଦ ଉପରକୁ
ଉଠିଲା ପରେ..
ତଳକୁ ଖସିବା ଜାଣି ମଧ୍ୟ
ହିଂସା – ଇର୍ଷା – ସ୍ବାର୍ଥ ର 
ଭାବନା ଭରିଯାଏ ମନରେ
ତଥାପି…
ଆକାଶକୁ ହାତ ବଢ଼େଇ
ଚିତ୍କାର କରୁଛି ;
ଧର – ଧର, ରଖ – ରଖ
ନହେଲେ ପଡ଼ିଯିବି 
ନିଶୋଷ ହୋଇଯିବି
ପ୍ରାୟଶ୍ଚିତ ର ଗଭୀର ଖାଲ ଭିତରେ 
ପ୍ରହେଳିକା ର ହୃଦୟର ପରିସୀମା
ମାପୁଥିଲି ବୋଲି….

ମନୋଜ କୁମାର ବେହେରା (ଲେଖକ)
ସୁବୁଧିପଲ୍ଲି, ଗଞ୍ଜାମ ।




If the contents are helpful to share them with your friends, Thanking You.

ଭିଜା ମାଟିର ବାସ୍ନା

Bhijamati, Manoj Kumar Behera, bhuyansblog
ଆଜି ଛୁଟି ଦିନ । ସତରେ ବା ଏ ଛୁଟି ଗୁଡ଼ାକ କାହିଁକି ହୁଏ ? କଣ ଅତୀତର ସ୍ମୃତି ଦିନ ଗୁଡ଼ିକ ଏହି ଛୁଟି ଦିନ କୁ ଅନାଇ ବସିଥାନ୍ତି । ଦେହ ମନରେ କ୍ଷିପ୍ର ଗତିରେ ପ୍ରବେଶ କରି ମନକୁ ଉତଳା କରିବାକୁ ? ଏମାନେ କାହିଁକି ଏହି ଅବଚେତନ ମନକୁ ବାଉଳା କରନ୍ତି ; କିଛି ବୁଝି ହୁଏନି । କେତେ କାହାଣୀ ସମୟକୁ ପଛରେ ପକାଇ ଚାଲିଯାଇଥିବା କଥା ……ସ୍ମୃତି ବିସ୍ମୃତି ହୋଇ ମନେ ପଡେ । ମନେ ପଡେ ସକାଳୁ ସକାଳୁ ନିଧୁମ୍ ନିଦରୁ ଉଠିଲା ପରେ କାହିଁକି କେଜାଣି ତୁମେ ବି ଭାରି ଅମାନିଆ ହୋଇ ନିଦ୍ରା ଭିତରକୁ ଧସେଇ ପାଣି ମୋ ବିଛଣା ପାଖରେ ପହଞ୍ଚି କହୁଛ, “ଉଠ, କର୍ମ ମୟ ଜୀବନରେ ଏମିତି ଶୋଇ ରହିଲେ ଘରେ ପକା ଅଳସୁଆର ଆଖ୍ୟା ପାଇବ ।” ସତେ ଯେମିତି ଛଡ଼ାଇ ନେଇ ଯାଉଛି ନିଦକୁ । ଅନେକ ଦୂରକୁ ……ନେଇ ଛାଡ଼ି ଦେଉଛି ।
ସେତେବେଳୁ ମନଟା ଭାରି ଗମ୍ବିର ଲାଗୁଛି । ବ୍ରସ୍ ଧରି ବାହାରିଗଲି ନିତ୍ୟ କର୍ମ ପାଇଁ । ସେହି ପୋଖରି ରାସ୍ତାରେ ଗଲାବେଳେ ଏକା ଏକା; ମତେ ଲାଗୁଚି ଅନେକ ଦିନପରେ ଏଠି ନିଃସଙ୍ଗତାର ଅନୁଭୂତି । ଗୋଟେ ଲକ୍ଷ୍ୟହିନ କିଶୋର ର ଏ ଥିଲା ସୁବିସ୍କୃତ ଖେଳ ପଡ଼ିଆ କିନ୍ତୁ କୁଆଡେ ଗଲେ ସେମାନେ ? କେଉଁ ଆଡେ ଗଲା ସେହି କିଶୋର ସାଙ୍ଗମାନଙ୍କ କଲ୍ଲୋଳ ସ୍ୱର । ସ୍ତବ୍ଦ ନିର୍ବାକ ହୋଇ ଚାଲିଗଲା ବେଳେ ଏହି ନିରୋଳା ରାସ୍ତାରେ; ତୁମେ ମନେ ପଡୁଛ । ତୁମ ସହ ଦେଖା ହେବ କି ନାହିଁ ? ଏବେ କଣ କରୁଥିବ?? କେତେ କଣ କଣ ….??? ପହଞ୍ଚି ଯାଏ ଅନେକ ଦିନର ମୋର ପ୍ରିୟ ପରିଚିତ ପୋଖରୀ କୂଳରେ । ପୋଖରୀ ତୁଠରେ ବ୍ରସ୍ କରୁ କରୁ 
ପୁଣି ମନେ ପଡ଼େ….। ମତେ ମନେ ପକାଉଥିବ କି ନାହିଁ ….? ଦୀର୍ଘ ଆଠ ବର୍ଷ ଭିତରେ ତୁମେ ମୋତେ ଭୁଲିଯାଇଛ …..ନାଁ….. ମୁଁ ତମକୁ ଭୁଲିଯାଇଛି । ମୋ ଆସିବା ଖବର ତୁମେ ଜାଣିନ ବୋଧେ ।
କିନ୍ତୁ ସମୟ…..। କେମିତି ଦେଇଥାନ୍ତି ଯେ, କ୍ଳାନ୍ତ ଶରୀରଟାକୁ ନେଇ ଘରେ ପଶୁ ପଶୁ କେଉଁ ଏକ ନିବୃତ କୋଠୋରିର ବିଛଣାକୁ ଖୋଜୁଥିଲା କେଜାଣି କାଲି ରାତିରୁ ଦିନ ଆଠ….। ସେ ଭିତରେ ଇନ୍ଦ୍ରପୁରିରୁ ଯ୍ୟମାଳୟକୁ ମଧ୍ୟ ଯାଇ ପାଦ ପକାଇ ଦେଇଥିଲି । କାହିଁକି ନା ଆଠ ବର୍ଷର ବିଛଣାର ବିଚ୍ଛେଦ । ସ୍ଵତନ୍ତ୍ର ଆମ ଘରେ, ସେହି ମାଟିର ବାସ୍ନା, ଆଉ ଘୋରା ହଳଦୀ- ଚନ୍ଦନର ବାସ୍ନା ଗୁଡ଼ିକ ଏତେ ନିଜର ହେଇଗଲେ ଯେ ସଙ୍ଗେ ସଙ୍ଗେ ନିଦ୍ରା ଦେବୀଙ୍କୁ ଡାକି ମୋ ଉପରେ କଚାଡ଼ି ଦେଲେ । ଯେଉଁଠି ନିଷ୍ଟୁରତାର ଅବରୁଦ୍ଧତା ନାହିଁ । ତୁମଠୁ ବି ବେଶୀମନେ ପଡ଼େ ସେହି ଘର, ଗାଁ ଦାଣ୍ଡ, ସାଙ୍ଗ ସାଥି ଓ ସେହି ଭିଜାମାଟି । ତୁଳସୀ ମୂଳରୁ ପୋଡ଼ା ଘିଅର ବାସ୍ନା, ପ୍ରିୟ ଅତି ଆପଣାର ମନେ ହୁଏ । ନିଜଠୁ ଆଉରି ନିଜର ମନେହୁଏ…..ସେହି ଘରଟି ।ଯେଉଁଠି ସ୍ମୃତିର ଗନ୍ତାଘର ପାଲଟି ଯାଇଛି । ନିବିଡ଼ତାର ଅନୁଭବଟିଏ ଏଇ ଜୀର୍ଣ୍ଣ ଘରର ସ୍ମୃତି ହୋଇ ସାଇତା ଥାଏ ଛାତିତଳେ । ସାରା ଜୀବନ ଯେତେ ଯାହା ଅନ୍ତରଙ୍ଗ ଅନୁଭବ – ଅନୁଭୂତି । ଯେତେ ଯାହା ସ୍ମୃତିର ସଂଚୟ ସବୁ ତ ଏମାନଙ୍କୁ ଏଇ ଘରକୁ ନେଇ ।ସେଇ ସଂଚୟ ହରାଇ ନିଃସ୍ଵ ହେବାକୁ ମୁଁ ଚାଂହିନି ବୋଲି ମୋର ମନେ ହୁଏ । 
କିଛି ସମୟ ପରେ ପୋଖରୀରୁ ଫେରି ସଜବାଜ ହୋଇ ବାହାରି ଆସିଲି ଘରୁ ବାହାରି ଆଠବର୍ଷ ପରେ ପରିଚିତ ହେବାକୁ ।ଚାହିଁ ରହିଲି ଏହି ଘରର ରଙ୍ଗଛଡ଼ା କାନ୍ଥକୁ । ଆବୁଡ଼ା ଖାବୁଡ଼ା ହୋଇ ଖୋଳୀ ହୋଇଯାଇଥିବା ବାରଣ୍ଡା ଓ ଶ୍ରୀହୀନ ଦେଖାଯାଉଥିବା ଲମ୍ବ ଖମ୍ବ ଦୁଇଟି । ଏଇ ଘରେ ଏଇ ପରିବେଶ ଭିତରେ କଟିଛି ଆମେ ଭାଇ ଭଉଣୀଙ୍କ ଶୈଶବ । ସେହି ଅନ୍ତରଙ୍ଗ ଶୈଶବ ଆଜି କାହିଁ କେତେ ପଛରେ କେତେ ଫିକା । ଏଠାକୁ ଆସିବାର ଅଭିସ୍ପା ଏତେ ବେଶୀ ଆନ୍ଦୋଳିତ କରୁଥିଲା ଯେ, ଏଇ ଭାରାକ୍ରାନ୍ତ ଆଖିରେ ସେହି ଦୃଶ୍ୟର ସାକ୍ଷାତ, ସମାଗମ ହେବା ଆଗରୁ ଆଖି ଫେରାଇ ନେବାରେ ଯେଁଉ କେତେଟା ଉର୍ସ ଆତ୍ମାସ୍ତ କରିଥିଲା; ତା ଆଖିର ନିରୋଳା ସ୍ଥାନ ଭିତରେ ପଶିଯାଇ ଲୁହ ହେଇ ବାହାରି ଆସିଲା । ଆଖି ଦୁଇଟି ଲୁହରେ ଫିକା ପଡ଼ିଯାଏ । ସମୟ ନଈରେ ଆମେ ଭାସିଯାଇ କାହିଁ କେଉଁ ଅତଳ ସମୁଦ୍ର ଭିତରେ ଅଛୁ ।ତାର କିଛି କୁଳ କିନାରା ନାହିଁ । ଦିଗନ୍ତ ବ୍ୟାପି ଜଳ ମଗ୍ନ ଏ ଜୀବନ କିନ୍ତୁ ନଈ ସମୁଦ୍ର ଓ ଜୀବନ ଭିତରେ ଫରକ ଅଛି । ଉତ୍ସ ସୁଖିଗଲେ ସର୍ତ୍ତା ହଜିଯାଏ ।ହେଲେ ଜୀବନର ବିସ୍ତାର ମଣିଷକୁ ଭୁଲାଇ ଦିଏ ଉତ୍ସର ସ୍ଥିତି । ଯେମିତି ଆମ ଶୈଶବରେ ଘଟି ଚାଲିଛି ପ୍ରତ୍ୟେକ ମୁହୂର୍ତ୍ତରେ ।
ଆମ ଶୈଶବର ସବୁ ସୁଖ – ଆନନ୍ଦର କେନ୍ଦ୍ରବିନ୍ଦୁ ଥିଲେ ବାପା ମା। ଜୀବନ ଥିଲା ଯେମିତି ବାପାମୟ । ଦିନେ ଆମ ପାଇଁ ଖୁସିର ଉତ୍ସ ପାଲଟି ଥିବା ଆମ ବାପା – ମା; ଆଜି ଆମଠାରୁ ଖୁସି ଖୋଜନ୍ତି । ଭାବି ହୁଏନି ସମୟ କେମିତି ଅସହାୟ କରିଦିଏ ମଣିଷକୁ । କେମିତି ବଦଳାଇ ଦିଏ ଦୃଶ୍ୟପଟ । ଏଇ ଘରକୁ ନେଇ ହଜିଯାଇଥିବା ସ୍ମୃତିକୁ ଲେଖିଲେ ଲେଖି ହୋଇଯିବ ପୃଥିବୀର ସର୍ବବୃହତ କାବ୍ୟ ।
ଆଠବର୍ଷ ପରେ ଆମେ ଭାଇ ଭଉଣୀ ସମସ୍ତେ ଏକାଠି ହୋଇଛୁ । ଖୁସି – ଆନନ୍ଦରେ ଭରପୁର ହୋଇଯାଏ ବିରହୀ ଘରଟା । କେତେ ବର୍ଷ ପରେ ବାପା – ମା ଖୁସି ଅଛନ୍ତି । ସେହି ହସ ଖୁସି ଦେଖି ମୁଁ ଭୁଲିଯାଇଛି ଦୀର୍ଘ ବର୍ଷର ଅନୁପସ୍ଥିତିର ବ୍ୟବଧାନ । ଶୈଶବ ଜୀବନ୍ତ ହୋଇ ଉଠୁଛି ମୋ ଆଗରେ । ସେଇ ଭିଜାମାଟିର ବାସ୍ନାରେ ମୁଁ ଭାବପ୍ରବଣ ହୋଇଯାଇଛି । ମୋ ଭାଇ – ଭଉଣୀଙ୍କ କଣ ମନେ ହେଉଥିବ ଏମିତି ମୋ ଭଳି ? ଛୋଟ ଦିନେ ଆମେ ପ୍ରତ୍ୟେକ ପ୍ରତ୍ୟକଙ୍କର ଚିନ୍ତା ଭାବନା ସହ କେତେ ଘନିଷ୍ଟ ଥିଲୁ । କିନ୍ତୁ ଏବେ ସବୁ ମନେ ହେଉଛି ଆମେ ସବୁ ଯେମିତି ସମୁଦ୍ର ମଝିରେ ଗୋଟିଏ ଗୋଟିଏ ନିକାଞ୍ଚନ ଦ୍ଵିପ । କାହାରି ସହିତ କାହାରି ସଂଯୋଗ ସେତୁ ନାହିଁ । କେବଳ ବାପା – ମା ବତିଘର ପାଲଟି ଯାଇଛନ୍ତି ଆମ ସମୁଦ୍ର କୂଳରେ ।
ଭାଇ – ଭଉଣୀ, ବାପା – ମା କେତେଦିନ ପରେ ଗୋଟେ ମିଳନ ପର୍ବ ଘଟିଲା ଆମ ପରିବାରର ସଦସ୍ୟଙ୍କ ଭିତରେ । ତେଣୁ ତୃପ୍ତିରେ ଆମେ ସବୁ ଧାଡ଼ି ହୋଇ ବସି ଖାଇଲୁ ଖୁବ୍ ଆନନ୍ଦରେ । ମା ବସିରହିଥାନ୍ତି ଆଗରେ । ତା ମୁହଁ କୁ ଦେଖି ମୋତେ ଲାଗିଲା ଯେମିତି ସେ ଗ୍ରହଣ କରିନେଉଛି ସବୁ ସ୍ଵାଦ । ନହେଲେ ତା ପେଜୁଆ ଆଖିରେ ଏତେ ତୃପ୍ତି ଏତେ ଉଜ୍ବଳତା ଆସିଲା କୋଉଠୁ ।
ତାର ନିସ୍ଵନ୍ଦ୍ ଦୃଷ୍ଟି, ଭାବହିନ ମୁଁହ କଣ କେଉଁ ସତ୍ୟ ଉପଲବ୍ଧିର ସୂଚନା ଦଉଛି ? କଣ ଅସରା ଜୀବନର ଚରମ ଉପଲବ୍ଧିର ସୂଚନା ? ଅଜାଣତରେ ହୃଦୟରେ କମ୍ପନ ଅନୁଭବ କଲି । ଭାଵନା ଭିତରେ ହଜିଗଲି; ମୋ ଅତୀତର ପରିବାରରେ ସଦସ୍ୟଙ୍କ ଭିତରେ ଯେଁଉ ଆନନ୍ଦ ଯେଁଉ ତୃପ୍ତି ଏହି ପବିତ୍ର ବନ୍ଧନ ବିନା ଆଉ କୋଉଠି ସମ୍ଭବ। ଭାବି ଭାବି ମୋ ଆଖିରେ ଲୁହର ବନ୍ୟା । ଆଖିରୁ ତତଲା ଲୁହ କେତେ ଟୋପା ଝରିପଡ଼ିଲା । ନିସଙ୍ଗ ଘରର ଚଟାଣ ଉପରକୁ ସେହି ଚଟାଣ ସେହି ଘରର ଭିଜା ମାଟିରେ….ମୋ ଚେତନାକୁ ଓହ୍ଲାଇ ଆସିଲା ଅତୀତର ସେଇ ନିର୍ଧୁମ୍ ସନ୍ଧ୍ୟା ……ଅତୀତର ଏଇ ମାଟିର ସ୍ପର୍ଶ । 
 ଭାବିପାରୁନି ଶୈଶବର ସ୍ମୃତିକୁ ଭୁଲିଯିବା କୁ……। କେତେ ଯନ୍ତ୍ରଣା, କେତେ କଷ୍ଟ, କ୍ଷତାକ୍ତ-ରକ୍ତାତ ଏହି ଦେହରେ ଅଙ୍ଗେ ଲିଭାଇବାକୁ ନ ପଡ଼ିଛି ? କେତେ ମଧୁମୟ ସେଇ ଅତୀତ; ଯାହା ସହିତ ମୋ ପିଲାଦିନର କେତେ ଆନନ୍ଦ ମଧୁମୟ ମଧୁର ସ୍ମୃତି ଜଡ଼ିତ କିନ୍ତୁ ଏହି ସମୟର ନିଷ୍ଟୁରତା ହିଁ ସବୁକିଛି ବଦଳାଇ ଦଉଛି । ଏଇ ସୀମାବଦ୍ଧ ଜୀବନକୁ ସମୟର ବାସ୍ତବତା ରୁକ୍ଷ କରିଦେଇଛି ସବୁକିଛି । କେତେବେଳେ କ୍ଳାନ୍ତ, କୋମଳ, ପବିତ୍ରତା ତ କେବେ କଠୋର ବିଚ୍ଛେଦ ଓ ମର୍ମ ଭେଦି ଯନ୍ତ୍ରଣା ।
ମନୋଜ କୁମାର ବେହେରା
ଙ୍କ ଲେଖନୀରୁ…     

If you like this story so share to your friends. Thank you.

ଅଟଳ ସମ୍ପର୍କ ( Atal Sampark)

ଅଟଳ ସମ୍ପର୍କ
ଅଟଳ ସମ୍ପର୍କ




କିଛି କ୍ଷଣ ହେଉପଛେ
ଭରିଥିଲା ମଳୟ ପବନ
ମାଦକତା ର ମଧୂପ ମୁହୂର୍ତ୍ତ
ଆତ୍ମିୟତା ର ଆଶ୍ୱାସନା
ସମ୍ବାବନାର ସଂଯୋଗ ।
କେଜାଣି କାହିଁକି ସେଦିନଠୁ
ମୋ ଠୁ ଦୂରେଇ ଗଲା ଆକାଶ
ଘୁଞ୍ଚି ଗଲା ପାଦତଳୁ ମାଟି
ଆଗାମୀ କାଲିର ସ୍ଥାପତ୍ୟ ;
ସଂଧ୍ୟା ଲଗ୍ନ ଯନ୍ତ୍ରଣା ରେ ଜର୍ଜରିତ
ନିମିଷକେ ଆଙ୍କିଦେଲା
ଧ୍ୱଂସ ସ୍ତୁପର ଭୟଙ୍କର ନକସା
ପରାସ୍ତ ପୁରୁଷର
ଶେଷ ହସ୍ତାକ୍ଷର ପୂର୍ଣ୍ଣଛେଦ ପରି ।
ଭିଜେଇ ଦେଲା ପ୍ରତିଟି
ସଂଜ୍ଞାହୀନ ଚେତନାକୁ
ସୃଜନ ଶୀଳ ସୃଷ୍ଟିର ସୁତ୍ର ସବୁ ।
ମର୍ଯ୍ୟାଦା ର ମିଥ୍ୟା ଆଡ଼ମ୍ବର
ଆଗ୍ନେୟ ସ୍ୱାହା କହି ଜାଳିଦେଲ
ଇର୍ଷା-ଅବିଶ୍ୱାସ-ଛଳନାରେ
ଅତିତର ସମୃଦ୍ଧ ଇତିହାସ
ଶାନ୍ତିର ସଂହିତା
ଅଟଳ ସମ୍ପର୍କ…


ମନୋଜ କୁମାର ବେହେରା
ଙ୍କ କଲମ ମୁନରୁ….

ଯନ୍ତ୍ରଣା (Pain)

ଯନ୍ତ୍ରଣା (Pain)
ଯନ୍ତ୍ରଣା (Pain)



ମୂର୍ତ୍ତିବନ୍ତ ପଥରରେ ବିଗ୍ରହ ପ୍ରତିମା
ଠାକୁର ଭାବି …..ଫୁଲମାଳ
ଧୂପ ଦୀପ ମହାର୍ଘ୍ୟ ଦେଇ
ପୂଜୁଥିବା ଲୋକେ
ପାଇବାର ଆଶା ରଖି
ହୃଦୟ ରେ ଘିଅ ଦୀପ ଜାଳି
ଯନ୍ତ୍ରଣାରେ ଜର୍ଜରିତ ହୋଇ
ଲୁହର ବର୍ଷାରେ
ପ୍ରତ୍ୟହ ଲିଭାଉ ଥାଏ
ଦେହ ଭିତରର ଆମାନସିକତାର
କ୍ଷତ…….ଗୁଡିକୁ ।

ଅରୁଣ କୁମାର ବିଷୋୟୀ ଙ୍କ
କଲମ ମୁନରୁ…..        

ସଭ୍ୟତାର ଅତଳ ଗର୍ଭରେ…..

ସଭ୍ୟତାର ଅତଳ ଗର୍ଭରେ.....
ସଭ୍ୟତାର ଅତଳ ଗର୍ଭରେ…..
ଜନ୍ମ ନିଏ ଯା’ର କୋଳରେ
ଏକ ନୂଆ କଳେବର
ନୁଆଁ ରୂପ ନେଇ
ହେବା ପାଇଁ ପୁଣି ଅଭିଶପ୍ତ
ଆରମ୍ଭ କଲି ତା’ପରେ ଶିକ୍ଷା
କରିବାକୁ ଜ୍ଞାନର ଜିଜ୍ଞାସା, 
ଶିକ୍ଷା ର ସାଗରରୁ ମୁକ୍ତା ଖୋଜୁ ଖୋଜୁ….
ପାଇ ଗଲି ମୋ ଅନ୍ତରର ଦୀକ୍ଷା
କିନ୍ତୁ….ହୋଇଯାଏ ଭ୍ରାନ୍ତିର ଶିକାର
ପିଲାଟି ବେଳରୁ।
ମା ର କୋଳରୁ ଶୁଣିଥିଲି ତୋତେ 
କେତେ ଭର୍ତ୍ସନା, ଅଟହାସ କରୁଥିବାର
ନିରୁପାୟ ଥିଲି ନିରୁପିତ କରିବା ପାଇଁ
ଲେଖାନି ଚାଲାଣ କରି ।
କର୍ଣ୍ଣ ମୋର ବଧିର ହୋଇଗଲା
ତୋ ଅପଭ୍ରଂଶ, ଅଶୁଦ୍ଧତା ଶୁଣି ଶୁଣି;
କାନ୍ଥ ବାଡ଼ରେ ଲେଖାଥିବା
ଅନେକ ଶବ୍ଦକୁ ଦେଖି ଅନ୍ଧ ପାଲଟି ଗଲି ।
ବୁଝିବାକୁ ଚେଷ୍ଟା କଲି….
ଭୂଲ ବା କାହାର…..?
ତୋର ନାଁ ଏ ସଭ୍ୟ ସମାଜର ..?
ଭାଷା ପ୍ରୀତିର କୁହୁତାନ
ମର୍ମରିତ ହୋଇ ନାହିଁ
ଏକ ବିଂଶ ଶତାବ୍ଦୀର ମାନବ ସମାଜର
ଜୀବନର ଦୃଢ଼ ବାସ୍ତବତା ଭିତରେ;
କଳ୍ପନା ମାନସରେ ଆଉ
ଅନୁକରଣରୁ ଜନ୍ମିତ
ଜୀବାଗ୍ର ଆଉ ଲେଖନୀ ମୁନରେ
ଏହି ସଭ୍ୟ ସମାଜରେ….
ଅଶ୍ଳୀଳତା ଆଉ ଅପଭ୍ରଂଶର
ଶବ୍ଦ ଗୋଟି ଗୋଟି କରି
ଶତାଧିକ ସେମାନଙ୍କୁ
“ଭାଷା….” ତୋର ଅପଵିତ୍ରକାରୀଙ୍କୁ
ଚିନ୍ତିତ ତୋ ବିଭର୍ଷତା ରେ
ଅଶ୍ରୁସିକ୍ତ ଏବେ ମୁଁ
ଗତାୟୁ ଭାଷା ସାହିତ୍ୟର
ସୁବର୍ଣ୍ଣ ଇଲକାରୁ
କୋଣାର୍କ ଚୂଡ଼ାରୁ ନେଇ
କାଳେ ଲୁଚାଇ ଦେବେ ତତେ
ସଭ୍ୟତାର ଅତଳ ଗର୍ଭରେ ।
ମନୋଜ କୁମାର ବେହେରାଙ୍କ ଲିଖିତ…..

ଆତ୍ମଲିପି

ଆତ୍ମଲିପି atmalipi
ଆତ୍ମଲିପି
ତୁମେ ବହୁତ୍ ଚାଲାକ୍
ତେଣୁ ବୁଝିପାରନି ମୋ ଶବ୍ଦର ସରଞ୍ଚନା
ମୋ ଭାଷାର ଭାବନା କୁ
ପୂର୍ଣ୍ଣତାର ପଂକ୍ତି ସବୁ;
ବିସର୍ଜନ କରିଦେଲ
ପାଗଳାମି ର ଆଖ୍ୟା ଦେଇ
ତୁମେ ନ ବୁଝିବାଟା ହିଁ ଭଲ ।
ହୃଦୟର ଅପ୍ରକାଶିତ ପାଣ୍ଡୁଲିପି
ଭିନ୍ନ ଏକ ଜହ୍ନ ରାତିର ଗଳ୍ପ
ବର୍ଷା – ବସନ୍ତ – ବୈଶାଖୀ ର କାହାଣୀ ।
ମୋ ଗଳ୍ପର ପ୍ରଥମ ପାଠିକା ଭାବେ
ପୁରୁଣା ଜହ୍ନ କୁ ଦେଖି
ତୁମେ ପରାସ୍ତ ହେବାକୁ ଚାହୁଁନ
ଭାବନାରେ…..
ସ୍ବପ୍ନ ପ୍ରଲେପ ରାତିରେ
ମୋ ଆତ୍ମ ପ୍ରତ୍ୟେୟ
ଆତ୍ମଲିପି ପାଖରେ……
ତୋ ସ୍ମୃତିରେ…..!!!!!
ମନୋଜ କୁମାର ବେହେରା ଙ୍କ
କବିତା ସଂକଳନ ରୁ……..  

ରୂପାନ୍ତରିତ ମଣିଷ ( Man of Change)

ରୂପାନ୍ତରିତ ମଣିଷ ( Man of Change)
ରୂପାନ୍ତରିତ ମଣିଷ ( Man of Change)


*ରୂପାନ୍ତରିତ ମଣିଷ*

ସମସ୍ତଙ୍କୁ ଜଣାଅଛି
ମାଂସର ଉପଭୋଗରେ ଜୀବନର
ଜଳପରି ସ୍ୱଚ୍ଛ ଆଉ ପବିତ୍ରତା
ନଷ୍ଟ କରିବାରେ ……।
ସମସ୍ତେ ଓସ୍ତାଦ
କେତେ ପ୍ରକାର ……
କେତେ ଭାଗରେ……
‘ ଚକ୍ରବ୍ୟୁହ ‘ ଚଳାଇବାକୁ ,
‘ ସମାଜ’ ଠୁ ସଭ୍ୟତା ଯାଏ
ମାଟି ଠୁ ମଙ୍ଗଳ ଯାଏ.. କିନ୍ତୁ
ଜନତା ଆଖିରୁ ନିଦ ହଜାଇ
ଚୁପଚାପ୍ ଶୋଇ ରହନ୍ତି
“ରୂପାନ୍ତିତ ମଣିଷ”
ମିଥ୍ୟା – ଛଳନା – ପ୍ରତିସ୍ମୃତିର
ଯୁଦ୍ଧ କ୍ଷେତ୍ରରେ ହାରୁ କିମ୍ଵା ଜିତୁ…
ସବୁଠି ଚର୍ଚ୍ଚାର ପାତ୍ର ସାଜି ଯାଏ ।
ସତରେ ! ମାନବିକତା କେତେ ପଛରେ…..
ଜନ୍ମ ହେବା ଶିଶୁଟିଏ…….
ବଂଚି ପାରେନି ‘ହତ୍ୟା’ ଶବ୍ଦ ଆଗରୁ
ନିଜକୁ ନିଜେ ଜାଣିପାରେନି…. ମୁଁ କିଏ?
ଗୋଟିଏ ବିରାଟ ପ୍ରଶ୍ନବାଚି ହୋଇଯାଏ ।

ମୁଁ କେବଳ…
ମୁଁ ହିଁ ରକ୍ଷକ…
ମୁଁ ହିଁ ଭକ୍ଷକ….
ସମସ୍ତଙ୍କ ଈର୍ଷା ଜର୍ଜରିତ ଦୃଷ୍ଟି
ଏହି ସମାଜ ଉପରେ ।
ଭାଙ୍ଗୁ କି ଭୁଶୁଡ଼ି ପଡୁ
‘ଏ ସମାଜ – ଏ ସଭ୍ୟତା
କାହାରି ଖିଆଲ ନାହିଁ
କାହାର ଶୁଣିବାର ନାହିଁ
ଅନ୍ତଫଟା ବିକଳ କ୍ରନ୍ଦନ
ଧର୍ଷଣ ହୁଏ ଖୁସି-ଆନ୍ଦନ
ଆଗକୁ ଯିବାର ଚେଷ୍ଟା ପାଖରେ
କିନ୍ତୁ…..
ସେପଟେ ଅସଭ୍ୟଙ୍କ ବିକଟାଳ ହସ
ଗୋଟେ ପଟେ ସୁଖର ସୌଧତ
ଅନ୍ୟପଟେ ଲୁହର ସମୁଦ୍ର
ଏହି ମାନବ ସମାଜରେ
ତାପରେ …….
ଏକ ହୋଇଯାଏ
ରାଜନୀତି….
ଅର୍ଥନୀତି….
କୂଟନୀତି…..’
By. Manoj…(Writer)

ଅଲେଖା ପୃଷ୍ଠା (An unwrittenable Pages)

ଅଲେଖା ପୃଷ୍ଠା (Unwrittenable Pages)
ଅଲେଖା ପୃଷ୍ଠା (Unwrittenable Pages)

ଜିବନରେ ମହାବାର୍ତ୍ତା ସ୍ମୃତି ସମୂହ କୁ ବର୍ତ୍ତମାନ ଠାରୁ ଦୂରେଇ ଏହି ରଣାଙ୍ଗନା ପୃଥିବୀ ରେ ମୃତ୍ୟୁ କୁ ଆଲିଙ୍ଗନ କରିବାକୁ ପଡ଼ିବ । ଜୀବନ ର ମହା ପରୀକ୍ଷା ରେ ଚଉଁରା ମୂଳେ ସଂଜ ସଳିତା ର ଶ୍ରଦ୍ଧାଞ୍ଜଳି,ଆଖିରେ ଆଖିଏ ଲୁହ,ଅନେକ ଭାବନା ଜୀବନର ଶୂନ୍ୟ ଭବିଷ୍ୟତ କୁ ସମର୍ପି…. ମହାନ୍ କରିଦେଲେ । ସମୟର ବାଲିବନ୍ଧ ଉପରେ ମୋ ପାଇଁ ଯେଉଁ ସ୍ୱର୍ଣ୍ଣ ଅକ୍ଷରରେ ଖୋଜିତ ମହମ ପ୍ରତି ମୃତ୍ତି ପାଖରେ ଯେଉଁ ଫୁଲ- ଧୂପ ଦୁଇଟୋପା ଲୁହ; ମୋ ଆତ୍ମାକୁ ବିଭୋର କରିଦେଲା ।

କେହି ଜଣେ ସହୃହୟ ସହକର୍ମୀ ଜଣେ… ହାତ ଧରୁଥାଏ, ଆଖି ଲୁହରେ ଟଳମଳ ହୋଇଯାଏ, ” ମୋ ପାଖରେ ତାଙ୍କ ଡାଇରୀ ଟି ରହିଯାଇଥିଲା” କହି ଜଣେ ତାଙ୍କ ଡାଇରୀ ଟି ଉଚିତ୍ ଠିକଣା ରେ ଦେଇଗଲେ ତାଙ୍କ ମା ଙ୍କ ପାଖରେ। ମନେ ହୁଏ ସେହି ଦୁଇ ଟୋପା ଲୁହ ହିଁ ଥିଲା ତାଙ୍କ ଆତ୍ମୀୟତା ଏକ କଠୋର କର୍ତ୍ତବ୍ୟ।


ଧିରେ ଶାନ୍ତ ଶୀତ ସନ୍ଧ୍ୟା ରେ ତାଙ୍କ ଡାଇରୀ ଟି ଦେଖିବାରେ ବ୍ୟସ୍ତ ଆଉ ବର୍ତ୍ତମାନ କୁ ବିଶ୍ଳେଷଣ କରିଚାଲିଛନ୍ତି। ଟୋପା ଟୋପା ଲୁହ ର ଲୁଣିଆ ସ୍ଵାଦ ଓଠ କୁ ଛୁଇଁଯାଏ। ଅଳ୍ପ ଥଣ୍ଡା ରେ ବସି ପଡ଼ିବାକୁ ଯେଉଁ ଅଦମ୍ୟ ଚେଷ୍ଟା ସାଥ ଦେଉନି ପେଜୁଆ ଆଖି କୁ ଈଷତ୍ ଅନ୍ଧାର ରେ । ଛାତିରେ ଜାବୁଡ଼ି ଧରି କାନ୍ଦିବାକୁ ଲାଗିଲେ । ଯେତେବେଳେ ରାତ୍ରି ର ବୟସ ବଢିଯାଏ, ଆଖିପତା ନିଦେଇ ଆସନ୍ତି ଆଉ ସକାଳ ର ଅନେକ ରଙ୍ଗୀନ୍ ସ୍ବପ୍ନ କୁ ଅଧା ଗଢା କରି ପୂର୍ଣ୍ଣଚ୍ଛେଦ ଟାଣି ଦିଏ।ପୁଣି ସେହି ପୁରୁଣା ହସ – ଆଖି ରୁ ଲୁହ ପୋଛି ବଢାଇ ଦେଲେ ୨୫ ପୃଷ୍ଠା ର ଜୀବନ୍ତ କାହାଣୀ ।

ଚାରି ପାଞ୍ଚ ଧାଡ଼ିରେ ପୂର୍ଣ୍ଣ ପରିଭାଷା ।

” ମା” ମୁଁ ଆଜି ଭାରି ଖୁସି “

“ମା ତୁମ ସହ କଥା ହେବାକୁ ବହୁତ୍ ଇଚ୍ଛା ହେଉଥିଲା କିନ୍ତୁ ସମୟର ଅଭାବ ଥିଲା। କାଲି ଜଣକ ସହକର୍ମୀ ଙ୍କ ମହାଯାତ୍ର ରେ…….. ତାଙ୍କରି ଘରକୁ ଯାଇଥିଲି । ଥକି ଯାଇଛି ମା ।”

“ସତରେ ଆଖିରୁ ଲୁହ ସିନା ପୋଛି ଦେଇ ପାରୁଛି- ମନର କୋହକୁ ସିନା ହୃଦୟରୁ ପଥର କରି ଚାପିଦେଇ ପାରୁଛି କିନ୍ତୁ କେତେ ନିଷଃହାୟ ଏ ସମୟ “

ପାଞ୍ଚଟି ପୃଷ୍ଠା ପରେ ଲେଖାଥିଲା କେବଳ ଗୋଟିଏ ଧାଡ଼ି ଓଲଟାଇ ଚାଲିଲି……

“ମା ମୋତେ ଭାରି ଭୋକ ଲାଗିଲାଣି ।”

“ମା……. ତୁମ ସେହ୍ନ ପ୍ରେମ ଭଲପାଇବା- ମୋ ଜୀବନକୁ ଏକ ନୂଆ ସୂର୍ଯ୍ୟଟିଏ ଉଦୟ କରିଦେଲା । ତୁମେ ହିଁ ମୋ ଜୀବନର ସବୁକିଛି….. ମୋତେ ଯେତେ କଷ୍ଟ ହେଲେବି କିଛି ବାଧେ ନାହିଁ ତୁମ ଆଶୀର୍ବାଦ ରୁ… ତୁମ କଥା ମନେ ପଡିଗଲେ ଏତେ ମଧୁରୀମା ଭରିଯାଏ ; ମୋ ଦେହରେ ଏତେ ସାହସ ଏତେ ଧର୍ଯ୍ୟ ଆସେ ଯେ ଚରମ ସତ୍ୟ ମୃତୁକୁ ପଦାଘାତ କରିଦେବି “

“ମା……. ତାଙ୍କ ସହ କଥା ହୋଇଥିଲି,, ମୋତେ ଜୀବନର ପ୍ରତ୍ୟକଟି ପରିସ୍ଥିତି ବିଷୟରେ ବହୁତ କିଛି କହିଲେ ।

“ମା ମୁଁ ଆସୁଛି !!! “

ବାସ୍ ଆଉ ଅଳ୍ପ କେତେକ ବହୁ ବ୍ୟକ୍ତିଗତ କଥାର ପୂର୍ଣ୍ଣ ଥିଲା ଡାଇରୀ ଟି ।

“ମା ମୁଁ ଆସୁଛି”

। ଏହା ମୋ ଜୀବନର ଶେଷ ଲେଖା ପାଲଟିବ ନା ଏମିତି ଲେଖି ଚାଲିଥିବି ଜାଣିନି।

ଲୁହ ର ସାଗରରେ ଭସାଇ ଦେଇ ତିରଙ୍ଗାର ପତାକା ତଳେ ଚିରନିଦ୍ରା ର ଅଫେରା ରାସ୍ତାର ପଥିକ ଟିଏ ହୋଇ । ସ୍ତବ୍ଧ ତା …… ଶୂନ୍ୟତା……. ଭିତରେ ଜୀବନର ଗତିପଥ ହୋଇ ରହିବାକୁ ଭାରି ଇଚ୍ଛା ।

ସେହି ଗର୍ବ ଓ ସାହସ – ସେ ଦିନର ଅସରନ୍ତି ସ୍ବପ୍ନ ଭିତରେ ଇତିହାସ ସୃଷ୍ଟି କରି ସେହି ଭୌଗଳିକ ସ୍ଥାନରେ ହିଁ ରହିଗଲା ।

କ୍ରମଶଃ….


ପୁଲୱାମା ରେ ସହିଦ୍ ହୋଇଥିବା ବୀର ଯବାନ ମାନଙ୍କ ପାଇଁ ହୃଦୟରୁ ଗୋଟିଏ ଛୋଟ ଶ୍ରଦ୍ଧାଞ୍ଜଳି ।🙏🙏🙏


ମନୋଜ କୁମାର ବେହେରା ଙ୍କ
ସଙ୍କଳନ ରୁ….



Click Here👇👇👇



Chakravyuha (ଚକ୍ରବ୍ୟୁହ)

Chakravyuha (ଚକ୍ରବ୍ୟୁହ)
Chakravyuha (ଚକ୍ରବ୍ୟୁହ)
ଜୀବନର ପ୍ରତ୍ୟେକଟି ପୃଷ୍ଠାରେ
ମାଟି ଧୂଳି ପରି ମନାନ୍ତର
ଅବିଶ୍ୱାସ-ଅପହିଂସା ପଶିଗଲେ
ଦୁଃଖର ବାରୁଦ ଫୁଟିଯାଇ
ବି-ଧ୍ବଂସ ହୋଇଯାଏ…. ସବୁକିଛି…
ସେହ୍ନ ….ମମତା
ସମାଜ….ସଭ୍ୟତା
ମାନବ….ମାନବିକତା
ତଥାପି….
ଏ ଆଲୋକିତ ଜୀବନରେ
ଜହ୍ନକୁ ଦେଖି ତା ପାଖକୁ ଉଡିଯିବାକୁ
ମନ କରିନି
ଆକାଶର ଢଙ୍କା ବାଦଲକୁ ଦେଖି
ଭୟରେ ପଳାୟନ କରିନି;
ଅଜଣା ଭବିଷ୍ୟତ ର
ଚକ୍ରବ୍ୟୁହ କୁ ଆଲିଙ୍ଗନ କରିବାକୁ ।


By. Manoj Kumar Behera
Buguda, Ganjam.


Trupti (ତୃପ୍ତି)

Trupti


ତୃପ୍ତି
*****
ତମ ମନର ଗହନ ବନରେ
ବାସ୍ନା ଉଠେ ଖେଳିବା ପାଇଁ
ହୃଦୟରୁ ହୃଦୟ କୁ…
ତୃପ୍ତିରତାରେ ସତ୍ୟର ଅନୁସନ୍ଧାନ
କରିବାକୁ ହୁଏତ….
ସାଗରର ଉର୍ମୀ ସାଜିବାକୁ ହେବ
ପୂଜାରୀ ସାଜିବାକୁ ହେବ
ମନର ମନ୍ଦିରରେ ।
ତା ପରେ……
ଦୁଃଖ – ଦାହ – ଦାନ
ଲୁହର କାରାଗାର ବନ୍ଦକରି
ସାତ ସମୁଦ୍ର ଲଙ୍ଘନ ର କଷ୍ଟ
ହରାଇବାର ଭୟ…
ମିଥ୍ୟା ଛଳନା ଅଭିନୟକୁ
ପଛରେ ପକାଇ ତମେ
ବିଜୟର ଆନନ୍ଦରେ- ତୃପ୍ତିରେ
ହସିପାରିବ….
ଗୋଟେ ହୃଦୟକୁ କନ୍ଦାଇ,
ଗୋଟେ ଜୀବନ ପାଇପାରିବା ର
ଆନନ୍ଦର କଲ୍ଲାଳ ଉତ୍ସରେ।।।

ମନୋଜ କୁମାର ବେହେରାଙ୍କ
ଲେଖନୀରୁ…

Peace (ଶାନ୍ତି)


peace
PEACE



ଶାନ୍ତି
*****
ତମର ସବୁ ସ୍ମୃତି…
ସ୍ନେହ- ପ୍ରେମ – ଆନ୍ତରିକତା,
ଧ୍ଵଂସସ୍ତୁପ ଇତିହାସ ପାଲଟିଗଲା
ଅଗ୍ନିକୁ ସାକ୍ଷୀ ରଖି…
ପାଉଁଶ ର ଅବିସେଶ ତଳେ ….
ତମେ ଏବେ ମୁକ୍ତ,
ମୁଁ ଏବେ ମୁକ୍ତ,
ଆମ ଦୁହିଁଙ୍କ ପ୍ରେମରୁ
ହୃଦୟରୁ ମନରୁ
ଦେବୀ ପ୍ରତିମା ଟିଏ
ତମ ହୃଦୟ ଇଛା,
ଶାନ୍ତିର ଏକ ରାଜମହଲ ରେ,
ପୂଜା ହୁଅ ତମେ
ଆମନ୍ତ୍ରିତ ଶାନ୍ତିର ଇଲାକାରେ ।।

ମନୋଜ କୁମାର ବେହେରା ଙ୍କ
ଲେଖନୀରୁ….

ପୁରୁଣା ପ୍ରେମ

Old_love_odia_poem


ପୁରୁଣା ପ୍ରେମ
Old_love_odia_poem

ଖି ଯୋଡାକର ବାରମ୍ବାର ଚଗଲାମି
ବାରମ୍ବାରଝରକା ବାହାରର
ଆକାଶକୁଦେଖିବାର ଦୁଷ୍ଟାମି
ଦୁଷ୍ଟାମିସହ ମୁଁଭାବୁଥାଏ
ମନେମନେ
କେତେ!!
କଳାବାଦଲସୁନୀଳ ଆକାଶକୁ
ତାକଳା ଓଢ଼ଣୀରେ
ଢାଙ୍କି ଦେଉଛି,
ଠିକ୍ଯେମିତିସ୍ମୃତିବିସ୍କୃତିର
କଳାହାଣ୍ଡିଆମେଘ !
ଏହାଦେଖି ମନରଅବସ୍ଥାବିରଳ, ବିକଳ
ଆକାଶଦେହରେ ଲାଜରବହଳ,
ଖି ଆଉଆକାଶ
ଉଭୟେ ବର୍ଷିବେ ବର୍ଷିବେ ହେଉଥାନ୍ତି
ବର୍ଷାଆସି କବାଟରେକରୁଛି ଠକ୍ଠକ୍
ମନରଦୁଷ୍ଟାମି, ଦେହରଡି
ଉଭୟେସାବଧାନ!
କିନ୍ତୁ  ମୁଁଭାରି ଚାଲାକ୍
ମୁଁଜାଣେ
କବାଟଖୋଲିଲେହିଁ ଫେରିବ
ମୋନିରୀହ ସ୍ମୃତି,
ମାଟିକାନ୍ଥରଗୋବରମିଶାବାସ୍ନା
ଭଙ୍ଗାଚୁଲି, ଭାତ, ଡାଲି, ବଡ଼ିଚୁରା,
ତୁମମୋ ପୁରୁଣାପ୍ରେମ
କିଛିଜଣାଶୁଣା
କିଛିଭୁଲ ବୁଝାବଣା।।
ମନେପଡ଼ିଯିବ
ମନରେ ହଜିଯାଇଥିବା
 କିଛିଖି ତଳରସ୍ଵପ୍ନ
ଜହ୍ନରାତିର ଚୁମା,
ତମପ୍ରଥମ ଚିଠିରତାରିଖ
ଆଉ, ମୋ ଗାଲରେତୁମ ଲିପିଷ୍ଟକ  ଦାଗ
ସେଥିପାଇଁ
ଜି ମୁଁମାନୁନିମନର କଥା
ହୃଦୟରବ୍ୟଥା
ଇଛାଥିଲେବି ଖୋଲିପାରୁନି
ଘରରଦରଜା,
ଦେଖି ପାରୁନିଦରଜା ଆରପଟର
ବର୍ଷାଆଉ ବାଦଲରଲୁଚକାଳି,
ଇନ୍ଦ୍ରଧନୁରସାତରଙ୍ଗ
ଦେଖୁପାରୁନିଚାତକର ପ୍ରେମ
ଶ୍ରାବଣରଧାରା,
ଆଉ, ଚାଳରୁପଡ଼ୁଥିବାବର୍ଷାଟୋପା
ଆହୁରିକେତେ ? ? ?




ଲେଖକ….
ମନୋଜ କୁମାର ବେହେରା 


Thanks……..

Other Poems

Follow me:- 


 Click here for instagram page    :  Instagram






Thanks….

Sankalpa ( ସଂକଳ୍ପ )

Sankalpa_Odia_Poem


Sankalp




କେତେ ଦିନ ଆଉ ସହିବି କହ
ତୋ ହୃଦୟରେ ମୋ ଯାଗା କୁ 
ଶୂନ୍ୟ କରି ଚାଲିଯିବା ପାଇଁ……

ଆଉ କେତେ ଥର କହିବୁ
ଯାଅ ତୁମେ, ଯାଅ ତୁମେ……. ଚାଲି ଯାଅ……

ତୁ କଣ ଭାବିଛୁ, ମୁଁ ସତରେ ଚାଲିଯିବି ???
କିନ୍ତୁ ସମୟର ସ୍ରୋତରେ ଗଲା ବେଳେ ???
ଦୂରକୁ ବହୁ ଦୂରକୁ,
ତୋର ମନ ଟିକୁ ସାଥିରେ ନେଇଯିବି ।

ଏହା ତ ମୋର ପ୍ରଥମ ସଂକଳ୍ପ !!
ଦ୍ଵିତୀୟ ବାର କହିବାକୁ ଗଲେ
ମୋ ମନର ସବୁ ଦୁଃଖ ଆଉ ଦରଦ
ଭରିଦେବି ତୋ ମନରେ ।

ଛାତିରେ ହାତ ରଖି କହ ତ ??
“ମୁଁ ଚାଲିଗଲେ ତୁ କଣ ଶାନ୍ତି ପାଇବୁ” ??
କେବଳ ବିରହି ପ୍ରେମିକ ଟିଏ ହୋଇ
କାଳିଦାସ ଙ୍କ ଶକୁନ୍ତଳା ପାଲଟି ଯିବୁ 

କିନ୍ତୁ ମୁଁ ଚାହେଁନି ଏହା !
ଶୁଣ !! ମୋ ପାଇଁ ତୋ ଜୀବନରୁ
ଦୁଇ ଘଡି ମୁହୂର୍ତ୍ତ ଦେବୁ !!!
ନିରୋଳାରେ ଏକାକୀ
ମୋକଥା , ଥରେ ଭାବିବୁ ;
ମନେ ନ ପଡିଲେ ,
ସବୁଦିନ ପାଇଁ….
ଭୁଲିଯିବୁ….. ।

ଲୁହର ପଞ୍ଜୁରୀ ବାନ୍ଧି ହୋଇ,
ଯଦି ତୁ କହୁଛୁ, ମୁଁ ଫେରିଯିବି ନିଶ୍ଚେ
ସପ୍ତସିନ୍ଧୁ ହୋଇ…….
ବାସ୍ତବତା ଆଉ ସତ୍ୟତା ଠାରୁ
ବହୁଦୂରକୁ….
ଏକ ନିଶ୍ଚିତ ସଂକଳ୍ପ ନେଇ …….

ମନୋଜ କୁମାର ବେହେରା ଙ୍କ
କବିତା ପୃଷ୍ଠାରୁ……..

ଏହି ହୃଦୟସ୍ପର୍ଶୀ କବିତା ଅଧ୍ୟୟନ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

ମୋର ଅନ୍ୟ କବିତା ଗୁଡିକ ପଢିବା ପାଈଁ ଏଠାରେ Click କରନ୍ତୁ

Prema Eka Bhabanara – 01 (Undelivered Love Letter "ଅପ୍ରାପ୍ୟ ପ୍ରେମ ପତ୍ର" )

Prema Eka Bhabanara - 01 (Undelivered Love Letter, ଅପ୍ରାପ୍ୟ ପ୍ରେମ ପତ୍ର )
Prema Eka Bhabanara – 01 (Undelivered Love Letter, ଅପ୍ରାପ୍ୟ ପ୍ରେମ ପତ୍ର )


ଅପ୍ରାପ୍ୟ ପ୍ରେମ ପତ୍ର 



ପ୍ରିୟର ତୁମେ…..
                    ହୃଦୟର ନିବୃତ୍ତ କୋଣରୁ ତୁମ ପାଈଁ ସମର୍ପିତ ସ୍ନେହ । ପ୍ରତି ମୁହୂର୍ତ୍ତରେ ଭାବେ ତୁମେ ଭଲରେ ଥାଅ । ତୁମ ଜୀବନ ଅଲୋକ ମୟ-ସୁପୁଷ୍ପିତ ହେଉ ।
                   ମୁଁ ତୁମକୁ ଭଲ ପାଏ ବୋଲି ଆଜି ଶାନ୍ତି ରେ ଅଛି, କାହିଁକିନା ତୁମେ ମୋତେ ଅନୁଭବ କରିପାରୁନ । ମୁଁ ଆଜି ଖୁସିରେ ଅଛି କାହିଁକିନା ତୁମେ ମୋ ମନର କଷ୍ଟ କୁ ବୁଝି ପାରୁନ। ତୁମ ମନ, ହୃଦୟ ର ଗୋଟିଏ କୋଣରେ ନିଜତ୍ବ ଜାହିର କରିବାର ଅଧିକାର ଦେଇନ ବୋଲି, ମୋ ମନ ଭିତରେ ତୁମ ପ୍ରତି ଦୁର୍ବଳତା ଭରିଯାଇଛି। ତୁମେ “ମୋର ହେବାର ଯେଉଁ ଅନାବିଳ ଆଗ୍ରହ ହୁଏତ ତୁମକୁ କଷ୍ଟ ଦେଇପାରେ କିନ୍ତୁ ଅବିଶ୍ୱାସ କରି ପାରୁନି” । ସେହି ବିଶ୍ୱାସ ଅଛି ବୋଲି ତ ତୁମକୁ ଭୁଲିପାରୁନି, କାଳେ ତୁମେ କଷ୍ଟ ପାଇବ ବୋଲି । 
  ତୁମ ବିନା ବଞ୍ଚି ପାରୁନି ବୋଲି ହତୋତ୍ସାହ ହୋଇନି, ଚିନ୍ତା ବି କରିନି ଏକା ରହିବାକୁ । ସମୟତ ଅତୀତକୁ ଉପହାସ କରେ, ଭବିଷ୍ୟତ କୁ ନିର୍ଦ୍ଦେଶ ଦିଏ ଯେଉଁଠି କଳାଯୟୀ ହେବାର ବହୁ ଅଦମ୍ୟ ଚେଷ୍ଟା କରୁଛି । କଲେ ତୁମେ ଅବାସ୍ତବ ଭାବନା ବାସ୍ତବ ହୋଇଯିବ । ତୁମକୁ ନେଇ ବହୁତ ସ୍ବପ୍ନ ଦେଖେ, କାଳେ ତୁମେ ଜାଗ୍ରତ ହେବ ବୋଲି । ସେଥିପାଇଁ ତୁମକୁ ପ୍ରତିବିନ୍ଦୁ ଓ ପ୍ରତିଛବି ରୁ ନେଇ ତୁମକୁ ମୋ ଜୀବନର ଅଧିନାୟକ ସଜେଇ ଦେଇଛି ।
            ତୁମର ମନୋଜ………

Smruti Tume Odia Poem.(ସ୍ମୃତି ତୁମେ)

#Smruti Tume, ସ୍ମୃତି ତୁମେ
 
ଏମିତି ବି ହୁଏ,
ଚିହ୍ନା ଚିହ୍ନା ହସ ଲୁହ ରେ ବି
ଜି ଯାଏ ବେଳେ ବେଳେ ନିଜର ସ୍ଵରୂପ,
ଆଶାର ରେ କି ସ୍ୱତ୍ପର ଜୁଆରେ ବି
ଅକ୍ଷତ ଅକ୍ଷୁର୍ଣ୍ଣ ରୁହେ
ନୈରାଶ୍ୟ ବିକଟାଳ ରୂପ,
କେବେ କେବେ ସାଗର ବି
କାନ୍ଦିଉଠେ
ଆକାଶ କୁ ଛୁଇଁବା ପାଇଁ,
ଆଉ ଶିଥୀଳ ସ୍ମୃତି ସବୁ ଚେଇଁ ଉଠନ୍ତି
ଲୁହ ଶୀତଳ ସ୍ପର୍ଶ ରେ
ଉଜୁଡା ହୃଦୟେ ମୋ ପ୍ରତିଟି ତରଙ୍ଗେ
ସ୍ମୃତି କେତେ ସୁନେଲି ସ୍ୱପ୍ନ
ବିଡମ୍ବନା ଏହି କିନ୍ତୁ
ଚାରିଆଡ଼େ ମୋର ଘନ ନିଶାକର…..
ଅସହ୍ୟ ବେଦନା ଆଉ ଅକୁହା ଯନ୍ତ୍ରଣା ସବୁ
ଚେଇଁ ଉଠନ୍ତି
ନିର୍ବାକ୍ କେଉଁ ମୁହୁର୍ତ୍ତରେ
ଅନ୍ତର ବିଦାରି
ରକ୍ତାକ୍ତ କରିବାକୁ କୋମଳ ଯେତେ ମୂର୍ଛନା ର
ସ୍ୱର……                                     
By. Manoj Kumar Behera (Poet)