Tag Archives: #mayankaquestionarielovestory7

Mayank (A ? Love Story)..7

Mayank ୭
Mayank୭
ମୟଙ୍କ…( ଏକ ପ୍ରଶ୍ନ ବାଚୀ ପ୍ରେମ କାହାଣୀ ) ଭାଗ-7
ମୋ ଭାଇ ଏକଥା ଶୁଣି ମୋତେ ସପୋର୍ଟ କରି କହିଲା ଯେ ତୁ ଚିନ୍ତା କର ନାହିଁ। ସେ ଝିଅ ଯଦି ରାଜି ଅଛି ତେବେ ସବୁ ହେବ ଏବଂ ତୁ ସମୟ ସୁଯୋଗ ଦେଖି ତାକୁ ନେଇ ଚାଲିଯାଆ କିନ୍ତୁ ତାହା ମଧ୍ୟ ମୋ ପାଇଁ ଅସମ୍ଭବ ହେଲା ।
ପୁଣି କିଛି ଦିନ ପରେ ଆଉ ଏକ ପ୍ରସ୍ତାବ ଆସି ପହଁଚିଲା ତା ଘରେ । ସେଦିନ ରୋମି ମୋତେ କଲ୍ କରି କହିଲା। ଯେ ଅନ୍ୟ ଏକ ପ୍ରସ୍ତାବ ଆମ ଘରକୁ ଆସିଛି ଏବଂ ଏହି ପ୍ରସ୍ତାବ ରେ ଘରେ ରାଜି ଅଛନ୍ତି କିନ୍ତୁ ମୁଁ ସେ ପୁଅ କୁ ବାହା ହେବିନି ବୋଲି ସେ ମୋତେ କହୁଥାଏ ଏବଂ ଚାଲ ଆମେ ଯଥା ଶୀଘ୍ର ଘରୁ ଲୁଚି ପଳେଇବା । ଏହି କଥାବାର୍ତ୍ତା ର ଅନ୍ତରାଳ ଭିତରେ ଦୁହେଁ ବହୁତ୍ କାନ୍ଦିଛୁ। ଏତିକି ବେଳେ ତାଙ୍କ ଘର ଲୋକ କେହି ଆସିବା ପରେ ସେ ଫୋନ୍ କାଟି ଦେଲା ଏବଂ କହି ରଖିଲା ଯେ ଯେତେ ଯାହା ହେଇଯାଉ ମୁଁ କେବଳ ତମର ହିଁ ହେବି ।
ଠିକ୍ ପାଞ୍ଚ ଦିନ ପରେ ସେ ଯେତେବେଳେ କଲେଜ୍ ଆସିଲା, ସେ ମୋ ସହିତ ଠିକ୍ ରେ କଥା ହେଲା ନାହିଁ । ଯେମିତି ମୁଁ ଜଣେ ଅଜଣା ପୁରୁଷ। ମୋ ଠାରୁ ଦୂରେଇ ଦୂରେଇ ରହିବାକୁ ଚେଷ୍ଟା କରିଲା । ମୋତେ ଅନୁଭବ ହେଲା ଯେ ସେ ପୁରା ବଦଳି ଯାଇଛି। ସେ ମୋତେ କହିଲା ମୋ ଠାରୁ ଅଳ୍ପ ଦୂରରେ ରୁହ କାଳେ କେହି ଦେଖିବେ କାରଣ ଏଠି ସମସ୍ତେ ଆମ ଶତ୍ରୁ । ଆଉ ଗୋଟିଏ କଥା କହିଲା ଯେ ମୋ ଘରେ ମୋତେ ଗୋଟିଏ ଡେଉଁରିଆ ପିନ୍ଧେଇବାକୁ ଦେଇଛନ୍ତି କିନ୍ତୁ ମୁଁ ପିନ୍ଧିବି ନାହିଁ । ଏତିକି କଥା ହେବା ସମୟରେ ତାର ବାପା ଆସି ପହଂଚି ଗଲେ । ଆମେ ଅଧିକା କଥା ହୋଇ ପାରିଲୁ ନାହିଁ । ଘରେ ପହଞ୍ଚିଲା ପରେ ସେ ମୋ ସହିତ କଥା ହେଲା ନାହିଁ। ଏମିତି ଦୁଇ ଦିନ ବିତିଗଲା। ମୁଁ ତାର ଭଉଣୀ କୁ ଅନୁରୋଧ କରିଲି ଯେ, ତୁମ ଭଉଣୀ କୁ ତୁମେ ଟିକେ ବୁଝେଇ ବାକୁ ଚେଷ୍ଟା କର । ସେ ମୋତେ ଦେଖି ନ ଦେଖିଲା ଭଳି ଅଭିନୟ କରୁଛି ନା ତା ସହିତ ଆଉ କିଛି ହୋଇଛି ??
କଲେଜ୍ ଘଟଣା ର ୬ ଦିନ ପରେ ମୋ ସହିତ ଗୋଟିଏ ବାଇକ୍ ଦୁର୍ଘଟଣା ହେଲା। ଯାହା ଫଳରେ ମୁଁ ପ୍ରାୟ 25 ଦିନ ପର୍ଯ୍ୟନ୍ତ ଘରେ ପଡ଼ି ରହିଲି । ନା କୁଆଡେ ଯାଇ ପାରୁଥାଏ ନା କିଛି ଖବର ପାଇ ପାରୁଥାଏ । ମୁଁ କଲ୍ ଉପରେ କଲ୍ କରି ଚାଲିଥାଏ। ମୋତେ ଏମିତି ଅନୁଭବ ହେଉଥିଲା ଯେ ସେ ଦୁର୍ଘଟଣା ମୋ ସହିତ ଜାଣି ଶୁଣି କରା ଯାଇଛି କାରଣ ଏହି ଅନ୍ତରାଳ ସମୟ ଭିତରେ ତାର ବାହାଘର ପ୍ରସ୍ତୁତି ଆରମ୍ଭ ହୋଇ ଯାଇଥିଲା । ମୁଁ ଅର୍ଦ୍ଧ ସୁସ୍ଥ ଅବସ୍ଥାରେ ତାଙ୍କ ଘରେ ଯାଇ ପହଞ୍ଚିଲି । ସେଠୀ ମୋ ସହିତ ମଧ୍ୟ ଦୁ-ବ୍ୟବହାର ହେଲା। ଚାପୁଡା ମାରି ମୋତେ ବିଦାୟ କରାଗଲା । ସେ ସେଠୀ ଥାଇ ସବୁ ଦେଖୁ ଥାଏ ମାତ୍ର ଚୁପ୍ ଥାଏ । ଲାଗୁଥିଲା ଯେମିତି ଜିଅନ୍ତା ମୂର୍ତ୍ତି । ତାର ଏମିତି ବ୍ଯବହାର ଦେଖି ମୁଁ ଆଶ୍ଚର୍ଯ୍ୟ !!!
ଦିନେ ସେ କହୁଥିଲା ମୁଁ ତମ ବିନା ବଞ୍ଚି ପାରିବି ନାହିଁ ଆଉ ସେଦିନ ତା ଆଗରେ ମୁଁ ମାଡ ଖାଉଥିଲି ତାକୁ କିଛି ପ୍ରଭାବ ପଡୁ ନଥିଲା । ତା ପର ଦିନ କଲେଜ୍ ଆସିଲି । କଲେଜ ରେ ତାକୁ ବହୁତ୍ ଅନୁରୋଧ କରିଲି କିନ୍ତୁ ସେ ମଧ୍ୟ ମୋତେ ନ ଚିହ୍ନିଲା ଭଳି ବ୍ୟବହାର କରିବାରେ ଲାଗିଲା । ଏମିତି ଲାଗୁଥିଲା ସେ ଯେମିତି କୋଉ ଗୁଣି ଗାରେଡ଼ି ର ଶିକାର ହୋଇ ମୋତେ ଚିହ୍ନି ପାରୁନି । ମୋର ଦୁର୍ଘଟଣା କଥା ସେ ଜାଣି ମଧ୍ୟ ମୋ ଦେହ କେମିତି ଅଛି ବୋଲି ସେ ଥରୁଟିଏ ମଧ୍ୟ ମୋତେ ପଚାରିଲା ନାହିଁ ।
ଏମିତି ଦିନ ଥିଲା ଯଦି ଖାଇବା ବିଳମ୍ବ ହୋଇଯାଏ ତେବେ ସେ ମୋ ଉପରେ ରାଗି କଥା ହୁଏନି ଏବଂ ଦେହ ଖରାପ ହୋଇଯିବ ବୋଲି କହି ଖାଇବା ପାଇଁ ବାଧ୍ୟ କରି ଥିଲା କିନ୍ତୁ ଆଜି ସେ ମୋର ଅଵସ୍ଥା ଦେଖି ତା ମନରେ ଟିକେ ମାତ୍ର ଦୁଃଖ ନାହିଁ। କଣ ହୋଇଗଲା ମୋ ରୋମି କୁ ?
ସେଦିନ କଲେଜ୍ ରେ ତାକୁ ବୁଝେଇ ବୁଝେଇ ଶେଷରେ ତାର ଗୋଡ଼ ଧରିଲି କିନ୍ତୁ ସେ ମୋ ଗୋଡ଼ ଧରିବା ପରେ ତାକୁ କିଛି ପ୍ରଭାବ ପଡ଼ିଲା ନାହିଁ । ଦିନେ କହିଥିଲା ଯେ ତୁମେ ହେଉଛ ମୋ ସ୍ବାମୀ, ତମେ ଯଦି ମୋ ଗୋଡ଼ ଧରିବ, ତେବେ ମୋତେ ପାପ ଲାଗିବ । କୁଆଡେ ଗଲା ସେ ପାପ କହିବା କଣ୍ଠ ?? ସତରେ ମୋ ରୋମି ଆଜି ବଦଳି ଗଲା । ମୋ ସାଙ୍ଗ ମାନେ ମୋତେ ବୁଝେଇ କହୁଥାନ୍ତି ଆରେ ସେ ଯଦି ତୋ ପ୍ରେମ କୁ ବୁଝୁନି ତେବେ ତୁ ତାର ଗୋଡ଼ ଧରିଲେ ସେ କଣ ବୁଝି ଯିବ କି ? ଏବଂ ମୋ ସାଙ୍ଗ ମାନଙ୍କ କଥା ସତ୍ୟ ଥିଲା । ମୁଁ ଗୋଡ଼ ଧରିବା ପରେ ମଧ୍ୟ ସେ ମୋ ଅନ୍ଧ ଭଳି ଭଲ ପାଇବା କୁ ବୁଝି ନ ପାରି ମୋତେ ଦୂରେଇ ଯାଅ ବୋଲି କହିଲା ।
ମୁଁ ଜାଣିପାରିଲି ନାହିଁ ଯେ ରୋମି ଏତେ ଶିଘ୍ର କାହିଁକି ବଦଳି ଗଲା। ଆଉ ବଦଳିବାର କାରଣ କଣ? ଆଜି ମଧ୍ୟ ସେ ପ୍ରଶ୍ନ ର ଉତ୍ତର ମୁଁ ପାଇ ପାରୁନି । ବହୁତ୍ ଚେଷ୍ଟା କରିଲି । ତା ସାଙ୍ଗ ମାନଙ୍କ ଠାରୁ ତା ଭଉଣୀ ମାନଙ୍କ ଠାରୁ କିନ୍ତୁ ସମସ୍ତଙ୍କ ପାଖରେ ମୋ ପ୍ରଶ୍ନ ର ଉତ୍ତର ନଥିଲା । ହଁ ମୁଁ ଚାକିରିଆ ନଥିଲି ଏବଂ ପାଠ ପଢ଼ୁଥିଲି କିନ୍ତୁ ସମୟ ଥିଲା ମୋ ପାଖରେ!! ମୁଁ ଚାକିରି ପାଇଁ ଚେଷ୍ଟା କରିଥାନ୍ତି କିନ୍ତୁ ରୋମି ମୋତେ ସେ ସୁଯୋଗ ଦେଲା ନାହିଁ । ତାର ଏମିତି ହଠାତ୍ ବଦଳିବା କଥା ଦେଖି ମୁଁ ବାଟବଣା ହୋଇଗଲି ।
ଏମିତି ସମୟ ଥିଲା ତାର ସବୁ ଭୁଲ କୁ ମୁଁ କ୍ଷମା ଦେଉଥିଲି । କେବଳ ଭଲ ପାଇବା ଟିକେ ପାଇବା ପାଇଁ । ସେ ଧାରଣା ମୋର ଭୁଲ ଥିଲା । ସେ ସମୟରେ ମୁଁ କୁକୁର ଭଳି ତା ପଛରେ ପଡ଼ି ଥିଲି କିନ୍ତୁ ସେ ମୋ ଭଲ ପାଇବା ର ମୂଲ୍ୟ କୁ ବୁଝି ପାରିଲା ନାହିଁ । ସମ୍ପର୍କ କୁ ଗଢ଼ିବା ପାଇଁ ଆମକୁ ବହୁତ୍ ସମୟ ଲାଗିଥିଲା କିନ୍ତୁ ସେ ତାକୁ କାଚ ଭଳି କ୍ଷଣକେ ମଧ୍ୟରେ ଭାଙ୍ଗି ଦେଲା।
ବହୁତ୍ କାନ୍ଦିଲି, ଏମିତି କେତେ ଦିନ ଭୋକରେ ଶୋଇଛି । ଘର ଲୋକେ ମୋ ପାଇଁ ଚିନ୍ତା କରୁଥାନ୍ତି କିନ୍ତୁ ମୁଁ ଅଜ୍ଞାତ ଭଳି କେତେବେଳେ ଜଙ୍ଗଲ ରାସ୍ତାରେ ତ କେତେବେଳେ କେଉଁଠି !!! ଏକା ଏକା ରହିବାକୁ ପସନ୍ଦ କରିଲି । ତା କଥା ଭାବି ଭାବି କେତେ ଯେ କାନ୍ଦିଛି ତାହାର ହିସାବ ନାହିଁ। ମୁଁ କେବଳ ତା ଚିନ୍ତା କରୁଥିଲି । ମୁଁ କେତେ କାନ୍ଦିଲେ, କେତେ ମୁଣ୍ଡ ପିଟିଲେ ମଧ୍ୟ ସେ ମୋ ପାଖକୁ ଫେରିଲା ନାହିଁ । ଶେଷରେ ସେ ଗୋଟିଏ ଚାକିରିଆ ପୁଅ ଦେଖି ବାହା ହେଲା । ତାର ବାହାଘର ଦିନ ମଧ୍ୟ ମୁଁ ବିନା ନିମନ୍ତ୍ରଣ ରେ ଯାଇଥିଲି କେବଳ ଏହା ଦେଖିବା ପାଇଁ କି ତା ଓଠରେ ମୋ ପାଇଁ ଅଳ୍ପ ଦୁଃଖ ଅଛି ନା ନାହିଁ ??? କିନ୍ତୁ ତାହା ସବୁ ମିଛ ଥିଲା । ସେଦିନ ସେ ଖୁସିରେ ବିବାହ କରୁଥିଲା । ମୋତେ ଅନୁଭବ ହେଲା ଯେ ମୋ ପାଇଁ ତା ମନରେ ଟିକେ ମଧ୍ୟ ଦୁଃଖ ନାହିଁ । ନିଜକୁ ବହୁତ୍ ଘୃଣା ଲାଗିଲା । ସେ ଦୃଶ୍ୟ ଦେଖି ଆଉ ରହି ପାରିଲି ନାହିଁ। ସେଠୁ ଫେରି ଆସିଲି ଏବଂ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଲି କିନ୍ତୁ ସେଥିରେ ଅସଫଳ ହେଲି ଠିକ୍ ସମୟରେ ମୋ ସାଙ୍ଗ ମାନେ ମୋ ପାଖେ ପହଞ୍ଚି ମୋତେ ବଞ୍ଚେଇ ଦେଲେ ।
ଗୋଟି ଗୋଟି କରି ମନେ ପଡ଼ି ଯାଉଥାଏ ଆମ ଦେଖା କରିବା ସ୍ମୃତି ଗୁଡ଼ିକ । କଣ ଅବା କରିବି !! ବିଶ୍ୱାସ କରିଥିଲି ତାକୁ । କେବଳ ତା ପାଇଁ ମୁଁ ବହି ଧରି କେବେ ପାଠ ପଢିବାକୁ ବସିନି । କେବଳ ତାରି ଚିନ୍ତାରେ ସମୟ ବିତୁ ଥିଲା । ସେ କଲେଜ୍ ରାସ୍ତା, ମନ୍ଦିର, ମାର୍କେଟ ଛକ, ସେ ମିଠା ଦୋକାନ ଆଉ ତୋ ସାଙ୍ଗ ଘରକୁ ଆଜି ଦେଖିଲେ କେବଳ ମୋ ରୋମି ର ସ୍ମୃତି ସେଠୀ ଅଙ୍କା ହୋଇ ରହିଯାଇଛି। ଯେବେ ସେ ସ୍ଥାନ ଗୁଡିକ ରେ ପହଞ୍ଚେ ମୋତେ କେବଳ ମୋ ରୋମି ର କଥା ମନେ ପଡେ । ଆମ ସଂପର୍କ ଭାଙ୍ଗିବା ପଛରେ ତୃତୀୟ ଲୋକ ର ହାତ ଥିଲା କିନ୍ତୁ ମୋତେ ତ ରୋମି ବୁଝିବା ଦରକାର ଥିଲା ନା ???? ମୋ ଭଲ ପାଇବା କୁ ପୂର୍ଣ୍ଣଛେଦ ଦେବା ପୂର୍ବରୁ ୧୦ ଥର ଭାବିବାର ଥିଲା ¿¿¿??? ଅନ୍ୟ ର କଥାରେ ଆମେ ସମ୍ପର୍କ ଆରମ୍ଭ କରି ନଥିଲେ ତେବେ ଅନ୍ୟ ର କଥା ରେ ଆମେ ସମ୍ପର୍କ ଭାଙ୍ଗିବା କୋଉ ଦୃଷ୍ଟି କୋଣରୁ ଠିକ୍ ଥିଲା।
ଯଦିଓ ଏହି କାହାଣୀ ଆପଣଙ୍କୁ ପସନ୍ଦ ଆସିଛି ତେବେ ଏହି କାହାଣୀ କୁ ଆଗକୁ ସେୟାର କରିବାକୁ ଭୁଲିବେ ନାହିଁ ।

If the contents helpful so share to your friends, Thanking You.