Tag Archives: medical

Hospital (ଡାକ୍ତର ଖାନା)

Hospital (ଡାକ୍ତର ଖାନା)
Hospital (ଡାକ୍ତର ଖାନା)


ଡାକ୍ତର ଖାନା ଏମିତି ଏକ ସ୍ଥାନ ଯେଉଁଠାରେ ମଣିଷ ପୁନର୍ଜନ୍ମ ପାଇଥାଏ । ସମସ୍ତେ ଭଗବାନ ଙ୍କୁ ପ୍ରାଥନା କରନ୍ତି କି ଏମିତି କିଛି ନ ଘଟୁ କି ମୁଁ ଡାକ୍ତର ଖାନା ଯାଏ । ଡାକ୍ତର ଖାନା କୁ ଦେଖିଲେ ମନରେ ଗୋଟିଏ ଭୟ ଜାତ ହୁଏ ଏବଂ ନିଜ ଦେହ ପ୍ରତି ଯତ୍ନ ନେବା ଦରକାର ବୋଲି ବାରମ୍ବାର ମନେ ପକେଇ ଦିଏ । ସମସ୍ତେ ନିଜକୁ ଡାକ୍ତରଖାନା ର ବ୍ୟାସ ଠାରୁ ଦୂରରେ ରହିବାକୁ ଚେଷ୍ଟା କରନ୍ତି । କିନ୍ତୁ ସମୟ ବେଳେ ବେଳେ ଡାକ୍ତର ଖାନା ଆଡ଼କୁ ନେଇଯାଏ ।

ଆଜି କାଲି ସ୍ଥିତିରେ ଡାକ୍ତରଖାନା ଆପଣ ଯିବାକୁ ନ ଚାହିଁଲେ ମଧ୍ୟ ଯିବାକୁ ପଡିଥାଏ। କାରଣ ଆଜିର ଦୁନିଆରେ ସମସ୍ତେ ନିଜ ପ୍ରତି ଯତ୍ନବାନ୍ ହୋଇ ପାରନ୍ତି ନାହିଁ । ଖାଇବା ପ୍ରଣାଳୀ ବହୁତ୍ ନିମ୍ନ ସ୍ଥର ର ଆଉ ସବୁ ଖାଇବା ରେ ଆପଣଙ୍କୁ ଶୁଦ୍ଧ ଦେଖିବାକୁ ମିଳିବ ନାହିଁ । ଏହି କାରଣ ବଶତଃ ଆପଣ ଡାକ୍ତର ଖାନା ର ଦ୍ବାରସ୍ଥ ହୁଅନ୍ତି । ଅନ୍ୟାନ୍ୟ କାରଣ ଯେମିତି କିଛି ଅମାନବୀୟ ଘଟଣା ଏବଂ ଖେଳକୁଦ ସମୟରେ ପଡ଼ିବା ଯୋଗୁ ମଧ୍ୟ ଡାକ୍ତର ଖାନା ର ଦ୍ବାରସ୍ଥ ହେବାକୁ ପଡ଼େ । ଆପଣଙ୍କୁ ଇଚ୍ଛା ନଥିଲେ ମଧ୍ୟ ଯିବାକୁ ବାଧ୍ୟ ହୁଅନ୍ତି ଆପଣ ।

ଆପଣ କୌଣସି କାରଣ ବଶତଃ ଡାକ୍ତରଖାନା ପହଁଚିଗଲେ । ସେଠାରେ ଆପଣଙ୍କର ସମସ୍ୟା ବିଷୟରେ ଚର୍ଚ୍ଚା କରିଲେ । ଯଦି ଅବା ସମସ୍ୟା ଅତି ଗୁରୁତର ହେଇ ନଥାଏ କିନ୍ତୁ ସେଠୀ ଆପଣଙ୍କୁ ଗୁରୁତର ହେବାକୁ ବାଧ୍ୟ । କାରଣ ସାଧାରଣ କାରଣ ଯୋଗୁ ଆପଣ ନିଜ ଘରେ ମଧ୍ୟ ସୁସ୍ଥ ହୋଇ ପାରି ଥାନ୍ତି । ଆପଣ ଡାକ୍ତରଖାନାକୁ ଯାଇଛନ୍ତି ଆଉ ଆପଣଙ୍କୁ ତାର କଷ୍ଟ ଭୋଗିବାକୁ ପଡ଼ିବ । ଧନ ରେ ହେଉ ଅବା ତନ ରେ । କହିବାର ଅର୍ଥ ସେଠୀ ପହଞ୍ଚି ଯାଇଛ ମାନେ ଆପଣ ଙ୍କ ଟଙ୍କା ଖର୍ଚ୍ଚ ହେବା ସୁନିଶ୍ଚିତ ଯଦି ଆପଣ ଟଙ୍କା ଖର୍ଚ୍ଚ କରିବାକୁ ଚାହୁନାହାଁନ୍ତି ତେବେ ଆପଣଙ୍କ ଦେହ ରେ ଅଧିକ ସମସ୍ୟା ଯୋଡ଼ି ଆପଣକୁ ଖର୍ଚ୍ଚ କରିବାକୁ ଆପଣଙ୍କୁ ବାଧ୍ୟ କରାଇବେ । ମୁଁ ଯାହା କହିବାକୁ ଚାହୁଁଛି ଆପଣ ଠିକ୍ ବୁଝିପାରୁଥିବେ ।

ଡାକ୍ତର !!! ଭଗବାନ ଙ୍କ ରୂପ ବୋଲି ସମସ୍ତେ କହନ୍ତି । ମାତ୍ର ମୋ ମତରେ ତାହା ପୁରା ଓଲଟା । ଏହି ଶବ୍ଦ ଟି କେତେ ଲୋକଙ୍କୁ ବହୁତ୍ କଷ୍ଟ ଦେଉଥିବ । କିନ୍ତୁ ଏହା ସତ୍ୟ । ଦିନେ ଆପଣ ଡାକ୍ତର ଖାନା ପହଁଚିଗଲେ , ଡାକ୍ତର ଙ୍କ ପରାମର୍ଶ କ୍ରମେ ଆପଣ ବିଚଳିତ ହୋଇ ଉଠିଲେ । କାରଣ ଆପଣ ଏକ ଅଜଣା ରୋଗ ର ଶିକାର ହୋଇଛନ୍ତି ଯାହା ଆପଣ କେବେ ଭାବିନଥିଲେ । ହଠାତ୍ ମୁଣ୍ଡ କାମ ନ କରିବାରୁ ଆପଣ ସେ ସମୟରେ ଆପଣଙ୍କ ଅନ୍ୟ ଏକ ବନ୍ଧୁ କଥା ମନେ ପଡ଼ିଲା ଯିଏ ଡାକ୍ତରଖାନା ବିଷୟରେ ଭଲ ଅଭିଜ୍ଞତା ଅଛି । ତାଙ୍କ ସାଙ୍ଗରେ କଥା ହେଲା ପରେ ସେ ନିଜ ମନକୁ ପ୍ରଶ୍ନୋତର କରି କହିଲେ କି ସେଠୁ ଆପଣ ଫେରି ଆସନ୍ତୁ । ମୁଁ ଗୋଟିଏ ଭଲ ଡାକ୍ତର ଙ୍କୁ ଜାଣିଛି ତାଙ୍କ ପାଖରେ ଚିକିତ୍ସା କରିବା । ଆଉ ଆପଣ ଫେରିଗଲେ ସେ ବନ୍ଧୁ ପାଖକୁ । କିନ୍ତୁ ଏଠି ଆପଣ ଜାଣି ପାରିଲେ ନାହିଁ । ପ୍ରକୃତରେ ସେ ବନ୍ଧୁ ଆପଣଙ୍କୁ ଏଥିପାଇଁ ଡାକିଲେ କାରଣ ଯେଉଁ ଅର୍ଥ ସେ ଡାକ୍ତରଖାନା ରେ ଖର୍ଚ୍ଚ କରିବାକୁ ଯାଉଥିଲେ ସେହି ଅର୍ଥ ଆପଣ ତାଙ୍କ ପାଖରେ ଖର୍ଚ୍ଚ କରନ୍ତୁ । ଆଉ କିଛି ଦିନ ଚିକିତ୍ସା ପରେ ମଧ୍ୟ ଆପଣଙ୍କୁ ବାରମ୍ବାର ଆସିବାକୁ ପଡୁଛି କାରଣ ଆପଣ ଗୋଟିଏ ସୁନା ଅଣ୍ଡା ଦିଆ କୁକୁଡ଼ା ହୋଇ ଯାଇଛନ୍ତି । କିନ୍ତୁ ପ୍ରକୃତରେ ଆପଣ ଙ୍କ ଦେହ ର ଅବସ୍ଥା ପୁରା ପୁରି ସୁସ୍ଥ । ଆଉ ଆପଣ କେବଳ ଭିଟାମିନ ଆଉ କ୍ୟାଲସିୟମ ଔଷଧ ସେବନ କରୁଛନ୍ତି । ଏହି ବାହାନାରେ ଆପଣଙ୍କର ହାରାହାରି ୧୦୦୦୦ ରୁ ଅଧିକା ଟଙ୍କା ବ୍ୟୟ ହୋଇ ଯାଏ।

ଆଜିକାଲି ଗର୍ଭବତୀ ସମୟର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମଖୀନ ହେଉଛନ୍ତି ଆଉ ତାହା ମଧ୍ୟ ତାଙ୍କ ଆଖି ଆଗରେ ମିଛ ର ଶିକାର ପରେ ଲୋକମାନେ ଚୁପ୍ ରହିବାକୁ ବାଧ୍ୟ ହୋଇ ଥାନ୍ତି । କାରଣ ଆପଣ ଜଣେ ସାଧାରଣ ମଣିଷ ଆପଣ ଡାକ୍ତରୀ ପାଠ ପଢିନାହାନ୍ତି ଆଉ ଯଦି ଅବା ପଢ଼ିଛନ୍ତି ତେବେ ଆପଣଙ୍କୁ ଭଲ ଭାବରେ ଜଣା ଥିବ। କଣ ଠିକ୍ ଆଉ କଣ ଭୁଲ । ପ୍ରସବ ସମୟରେ ଗୋଟିଏ ମହିଳା , ସାଧାରଣ ପ୍ରସବ ହେବା ଆଉ ସର୍ଜରୀ ହୋଇ ପ୍ରସବ ହେବା, କେଉଁ ସ୍ରୋତ ଟା ଭଲ ପଚାରିଲେ ଆପଣ ନିଶ୍ଚୟ ଉତ୍ତର ଦେବେ ସାଧାରଣ ପ୍ରସବ । କିନ୍ତୁ ଆପଣ ଚାହିଁଲେ ମଧ୍ୟ ତାହା ହେବାକୁ ଦେବେ ନାହିଁ ଆଉ ଆପଣ ସର୍ଜରୀ କରିବାକୁ ଅନୁମତି ଦେବେ । କାରଣ ଆପଣଙ୍କ ସ୍ତ୍ରୀ /ଭଉଣୀ/ ଭାଉଜ ଙ୍କୁ କେବେ ହରେଇବାକୁ ଚାହିଁବେନି ଆଉ ଆପଣଙ୍କୁ ସେ ପ୍ରତି ଗୋଟିଏ ବିରାଟ ସମସ୍ୟା ଦେଖାଇ ଆପଣଙ୍କୁ ବାଧ୍ୟ କରିବେ ଯଦି ଆପଣ ସେଥିରେ ପଛଘୁଞ୍ଚା ଦିଅନ୍ତି ତେବେ ସେମାନେ ହାତ ଟେକିଦେବେ କହିବେ ଯଦି ମା ର କିମ୍ବା ଛୁଆର କିଛି ହୁଏ ଆମେ ସେଥିପାଇଁ ଦାୟୀ ରହିବୁ ନାହିଁ । କୁହନ୍ତୁ ଆପଣ ସେ ସମୟରେ କଣ କହିବେ । ଗୋଟିଏ ସପ୍ତାହ ପୂର୍ବରୁ ଆପଣ କମ୍ପ୍ୟୁଟର ରେ ଦେଖିଥିଲେ ଯେ ଛୁଆ ଏବଂ ମା ସୁରକ୍ଷିତ ଅଛନ୍ତି ଆଉ ମାତ୍ର ୬ ଦିନ ମଧ୍ୟରେ ସେମିତି କିଛି ସମସ୍ୟା ହୋଇ ନାହିଁ ତେବେ ଆଜି ଡାକ୍ତର କହୁଛନ୍ତି ଯେ ସମସ୍ୟା ଅଛି । ଆପଣ ଭଲ ଭାବରେ ଜାଣନ୍ତି କି ଯଦି ସାଧାରଣ ପ୍ରସବ ହେଲେ ଡାକ୍ତର ଖାନା ରେ ଟଙ୍କା ଆସିବ ନାହିଁ ଆଉ ଆପଣ ସର୍ଜରୀ ର ଦ୍ବାରସ୍ଥ ହେବାକୁ ପାଇଁ ବାଧ୍ୟ ଅଟନ୍ତି । ଠିକ୍ କହିଲି ନା?

ଏବେ ଆପଣ କୁହନ୍ତୁ ପ୍ରକୃତରେ ଆପଣ ଯେଉଁ ଡାକ୍ତର ଙ୍କୁ ଭଗବାନ ର ଦର୍ଜା ଦେଉଛନ୍ତି ତାହା ଠିକ୍ ଅବା ଭୁଲ । ସବୁ ଡାକ୍ତର ସେମିତି ନୁହନ୍ତି । ଆଉ ସବୁ ଡାକ୍ତର ଖାନା ସେମିତି ନୁହେଁ କିନ୍ତୁ 100 ରୁ 90 ପ୍ରତିଶତ ଡାକ୍ତର ଏବଂ ଡାକ୍ତରଖାନା ରେ ଆପଣ ଏମିତି ସମସ୍ୟା ର ସମ୍ମୁଖୀନ ନିଶ୍ଚିତ ହେବେ ।

ଆପଣଙ୍କୁ ସାଧାରଣ ଜ୍ଵର ହେଲା ଯାହା ଦୁଇ ଦିନରୁ ଅଧିକା ସମୟ ହେଇଗଲାଣି । ଆପଣଙ୍କ ମନରେ ଗୋଟିଏ ଭୟ ଜାତ ହେଲା କି ଯଦି ଡେଙ୍ଗୁ ଅବା ମେଲେରିଆ ହୋଇଥାଏ ତେବେ ମୋତେ ଅବହେଳା କରିବା ଠିକ୍ ନୁହଁ । ଆପଣ ସଙ୍ଗେ ସଙ୍ଗେ ଡାକ୍ତର ଖାନା ରେ ପହଞ୍ଚିଲେ । ଡାକ୍ତର ଆପଣଙ୍କୁ ରକ୍ତ ପରୀକ୍ଷା ପାଇଁ ପରାମର୍ଶ ଦେଲେ । ଆଉ ଡାକ୍ତର ଜାଣିଲେ ଯେ ଆପଣ ପୁରା ପୁରୀ ସୁସ୍ଥ ଆଉ ଏହା ସାଧାରଣ ଜ୍ଵର ଥିଲା। କିନ୍ତୁ ଡାକ୍ତର ମନ ଏଠି ବଦଳିଗଲା ଆପଣଙ୍କୁ ସେ ମିଛ କହିବାକୁ ବାଧ୍ୟ ହେଲେ କାହିଁକି ନା ଡାକ୍ତର ଙ୍କ ଘର ଚଲେଇବାକୁ ପଡ଼ିବ ନା ? ଏପଟେ ଆପଣ ଗରିବ ପରିବାର ରୁ ଅଟନ୍ତି ଆପଣ କଷ୍ଟେ ମଷ୍ଟେ କିଛି ଟଙ୍କା ଯୋଗାଡ କରି ଡାକ୍ତର ଖାନା ଯାଇଛନ୍ତି। ମାତ୍ର ସେଠୀ ଆପଣ ଙ୍କୁ ଡାକ୍ତର ଙ୍କ କଥା ଶୁଣି ମନ ବିଚଳିତ ହୋଇ ପଡିଲ । ଆପଣଙ୍କୁ ସାଧାରଣ ଜ୍ଵର ବଦଳରେ ଡେଙ୍ଗୁ ର ନାମ ନେଇ ଚିକିତ୍ସା ହେବାକୁ ପଡ଼ିଲା , ପ୍ରାୟ ୫ ଦିନ ପରେ ଆପଣ ସୁସ୍ଥ ହୋଇ ଘରକୁ ଫେରିଲେ । ବିଲ୍ ବାବଦରେ ଆପଣ ୩୦୦୦୦ ଟଙ୍କା ସେଠୀ ଜମା କରି ଆସିଲେ ।

ଏଠି ଆପଣଙ୍କୁ ପୁଣି ଥରେ ପ୍ରଶ୍ନ କରୁଛି କି କଣ ଆମ ଦେଶ କେବେ ସୁଧୁରିବ ଆଉ ଯଦି ସୁଧୁରିଗଲା ତେବେ ଏହି ଡାକ୍ତର ଅବା ଡାକ୍ତରଖାନା ସୁଧୁରି ଯିବେ ? ମୋର ଉତ୍ତର ହେଲା , ଏମାନେ କେବେ ସୁଧୁରିବେ ନାହିଁ । ଆପଣ ଅନ୍ୟାନ୍ୟ କାରଣ ରେ ମଧ୍ୟ ଡାକ୍ତର ସମ୍ପର୍କରେ ଆସିଥିବେ କିନ୍ତୁ କେଉଁ କେଉଁ ଜାଗାରେ ଆପଣ ଙ୍କ ଦେହ ପ୍ରକୃତରେ ଖରାପ୍ ହୋଇଥାଏ ଆଉ ସେଠୀ ଡାକ୍ତର ଙ୍କ ଚିକିତ୍ସା ଉଚ୍ଚ କୋଟିର ରହିଥାଏ ।

ଯଦି ଏମିତି କିଛି ସମସ୍ୟା କିମ୍ବା ଅମାନୀୟ ବ୍ୟବସ୍ଥା ଆପଣଙ୍କ ସାଙ୍ଗରେ ହୁଏ ତେବେ ଆପଣ ସେଠୀ ମୁହଁ ଖୋଲିବାକୁ ଚେଷ୍ଟା କରନ୍ତୁ । ସବୁବେଳେ ଚୁପ୍ ରହିବା ଠିକ୍ ନୁହଁ । ମୋର ଏହି ପ୍ରସଙ୍ଗ କୁ ବହୁତ୍ ଲୋକ ପସନ୍ଦ କରିବେ ଆଉ ବହୁତ୍ ଲୋକ ବିରୋଧ କରିବେ କିନ୍ତୁ ଏହା ପୁରା ପୁରୀ ସତ୍ୟ । ଏହି ଘଟଣା କେବଳ ମୋ ସାଙ୍ଗରେ ହେଉନି ଏହି ଘଟଣା ଆପଣଙ୍କ ସାଙ୍ଗରେ ମଧ୍ୟ ବହୁତ୍ ଥର ହୋଇଛି ଆଉ ଯଦି ହୋଇନି ତେବେ ଆପଣ ନିଶ୍ଚୟ ସମ୍ମୁଖୀନ କରିବେ । ଆଉ ମୋର ଆଶା ଏମିତି ସମସ୍ୟା କିଛି ଆପଣଙ୍କ ସାଙ୍ଗରେ କିମ୍ବା ପରିବାର ସାଙ୍ଗରେ ନ ହେଉ । ଭବିଷ୍ୟତ ରେ ଏମିତି କିଛି ସମସ୍ୟା ହୁଏ ତେବେ ମୋର ଆଶା ଆପଣ ନିଶ୍ଚୟ ଏହା ପ୍ରତି ବିରୋଧ କରିବେ ।

ଏହି ଚର୍ଚ୍ଚା ବିଷୟରେ ଏକ ହିନ୍ଦୀ ଚଳଚିତ୍ର ଆଧାରିତ ହୋଇଛି ଯାହାର ନାମ ” Gabbar Is Back” । ଯଦି ଦେଖି ନାହାନ୍ତି ତେବେ ଦେଖି ନିଅନ୍ତୁ ଆଉ ଯଦି ଦେଖିଛନ୍ତି ତେବେ ସଜାଗ ରୁହନ୍ତୁ ।

ଧନ୍ୟବାଦ

Thanking You, for giving your important time on this web page. By Bhuyans Blog