 |
First Love (ପ୍ରଥମ ପ୍ରେମ) |
ସୁନେଲି ସପନ ଭାଙ୍ଗି ଗଲା ଯେବେ,
ସରିଗଲା ଜହ୍ନ ରାତି…
ସପନର ଦୃଶ୍ୟ ଅଧା ରହିଗଲା
ମନ ହୋଇଗଲା ଦୁଃଖି…
ମନ ଦେଇ ମୁଁ ପାଇଥିଲି ଭଲ
ମୁଁ ହିଁ ଜାଣେ ସେ ବେଦନା…
ଦୁନିଆ ଆଖିରେ ହସୁଅଛି ସିନା
ଅନ୍ତରେ ବିରହ କାନ୍ଦଣା…
ଅଭୁଲା ଅତୀତ ଆଖି ଅନ୍ତରରେ
ଲୁହ ହୋଇ ବହିଯାଏ…
ମନର ବେଦନା ନ ବୁଝି ସମାଜ
ପାଗିଳିନୀ ବୋଲି କୁହେ…
ଦିନ ବିତିଯିବ ସମୟ ସ୍ରୋତରେ
ଲିଭିଯିବ ସବୁ ଚିହ୍ନ…
ସ୍ମୃତି ରହିଯିବ ହୃଦୟ କନ୍ଦରେ
ଥିବ ଯେତେ ଦିନ ଏ ଜୀବନ…
ପୁନେଇ ରାତିର ଚକା ଜହ୍ନ ପରି
ହୃଦୟେ ପ୍ରଥମ ପ୍ରେମ…
ପ୍ରଥମ ପ୍ରେମ ଯେ ରହିଥିବ
ସଦା ମନରେ ମୋ ଚିର ଦିନ…
କିଏ କେବେ କଣ ପ୍ରଥମ ପ୍ରେମକୁ
ହୃଦୟରୁ ପାରେ ଭୁଲି…
ସମୟର କୋଳେ ହଜିଯିବ ସବୁ
ସ୍ମୃତି ରହି ଯିବ ଖାଲି…
ମିନ୍ମୟୀ ବେହେରା ଙ୍କ
କବିତା ପୃଷ୍ଠାରୁ……
Like this:
Like Loading...
 |
A Best Friend ଉତ୍ତମ ବନ୍ଧୁ |
ଲେଖିବାକୁ ଆଜି କଲମ ଧରିଛି
କେତେ ଧାଡି ଲେଖା ପାଈଁ,
କିନ୍ତୁ ମନ ମୋର ହୁଏ ବିଚଳିତ
ଜାଣେ ନାହିଁ କଣ ପାଇଁ ।
କି ଅବା ଲେଖିବି ତୁମ ପାଈଁ ବନ୍ଧୁ
ସର୍ବ ଗୁଣବାନ ତୁମେ,
ନାମ ଯେ ତୁମର ରୌନକ କୁମାର
ବଡ଼ ବୁଦ୍ଧିମାନ ସତେ ।
ଜ୍ଞାନୀ ବୋଲି ତୁମେ ଉଚ୍ଚ ଭାବନାରେ
ବିତାଅ ଜୀବନ ପଥ,
ବିପଦୁ ଉଦ୍ଧାରି ଭ୍ରମୁ କର ପାରି
କିଣ ସମସ୍ତଙ୍କ ମନ ।
ଉଚ୍ଚ ନୀଚ୍ଚ ଭେଦ ଜାଣ ନାହିଁ ତୁମେ
ସଭିଙ୍କୁ କରି ନିଜର
ବିପଦ ବେଳରେ ସଦା ସାଥେ ଥାଅ
ଭାବ ନାହିଁ କେବେ ପର ।
କଥାରୁ ତୁମର ଝରେ ମହୁ ଧାର
ହସରୁ ମୁକୁତା ଝରେ,
ବନ୍ଧୁର ନାଆରେ ନାଉରି ସାଜିଲେ
ଖୁସିର ଲହରୀ ଫେରେ ।
ତୁମ ସାଥେ ବନ୍ଧୁ ସମ୍ପର୍କ ଥାଉ ଯେ
ଦୁଃଖ ଛୁଇଁବନି ପାସ,
ବନ୍ଧୁର ଦୁଃଖରେ ଦୁଃଖି ହୋଇ ତୁମେ
ବନ୍ଧୁର ହସରେ ହସ ।
ମିନ୍ମୟୀ ବେହେରା ଙ୍କ
କବିତା ପୃଷ୍ଠାରୁ……
Like this:
Like Loading...
Story, Poem, Article & Experience.