Tag Archives: #nilamadhabbhuyan

ଅତି ଆପଣାର (ଓଡ଼ିଆ କବିତା)


 





ଅତି ଆପଣାର 

କାହିଁ କେଜାଣି
ଆଜି ତାର ମହକ
ମୋ ମୁଖରେ ସ୍ପର୍ଶ କରି ଯାଉଛି
ସତରେ ମନର ବିଡମ୍ବନା କୁ 
ଆବେଗ ରେ ପରିଣତ ହୋଇ
ମୋ ଭୋକ କୁ ପରିପୂର୍ଣ କରିବା ପାଇଁ
ତା ଆଡକୁ ଟାଣି ନେଇ ଯାଉଛି…

କାହିଁ କେଜାଣି କେତେ ଦିନୁ
ଆଜି ମନରେ ପୁଣି ଉତ୍ତେଜନା
ଜାଗି ଉଠିଛି, କିଛି କରିବି 
ମୋ ତୃଷ୍ଣା ମେଣ୍ଟାଇବୀ
ସେ ସ୍ଵାଦ କୁ ଆଜି କଳେ ବଳେ
କୌଶଳେ ଅନୁଭବ କରିବି
ବୋଲି ଜିଦ୍ ଧରି ବସିଛି…

କାହିଁକି ନା ଯେବେ ମାର୍କେଟ ଆସେ
କେବଳ ତା କଥା ହିଁ ଭାବେ,
ଆଜି ସଞ୍ଜ ଗଡିଛି 
କେମିତି କହିବି ଭାବେ 
ପୁଣି ସମୟ ମୋତେ 
ବିଦାୟ ଦେବାକୁ ବାଧ୍ୟ କରୁଛି,
କିନ୍ତୁ ଆଜି ସେ ସୁବର୍ଣ୍ଣ ସୁଯୋଗ କୁ
ହାଥ ଛଡା କରିବି ନାହିଁ…

ତା ପ୍ରତି ଏତେ ଭଲ ପାଇବା
କେମିତି ଜାଗି ଉଠେ
ମୁଁ ଜାଣି ପାରେନା
ହଜି ଯାଏ ତା ସାଗର ମନ୍ଥନ ରେ
ପାଟି କୁ ଲାଳାୟିତ କରି
କ୍ଷୁଧା କୁ ମେଣ୍ଟାଇ ଚାଲେ
ଯେମିତି ସେ ମୋ ଅତି ଆପଣାର…

ସେ ମଧ୍ୟ ମୋ ଅପେକ୍ଷାରେ
ଥିଲା ବୋଲି ମୋ ମନେ ପ୍ରଶ୍ନ ଉଠିଛି ।
ଆଜି ମନ ଭରି ତାର ଆନନ୍ଦ ନେବି,
ଏବଂ ଆଜି ମୋତେ ରୋକିବା ପାଇଁ
ମୋ ପାଖେ କେହି ନାହାନ୍ତି ।

ବହୁ ଦିନର ଆଶା କୁ ଆଜି
ଶୋଷ ଏବଂ ଭୋକ ମେଣ୍ଟିଲା
ପର୍ଯ୍ୟନ୍ତ ତାକୁ ଗୋଟି ଗୋଟି
କରି ଖାଇ ଚାଲିବି…

କାହିଁକି ନା ଆଜି ମୋ ଗୁପ୍ ଚୁପ୍
ମୋତେ ମିଳିଯାଇଛି
ମୁଁ ଧର୍ଯ୍ୟ ହରା ହୋଇ ସାରିଲିଣି
ଯେଉଁ ପର୍ଯ୍ୟନ୍ତ ତାକୁ ମୋ 
ମୁଖରେ ଗ୍ରହଣ କରି ନାହିଁ
ମୋ ସ୍ଵପ୍ନ ଅଧୁରା ରହିବ ।

ସତରେ ସେ ମୋ ପ୍ରିୟ ଗୁପ୍ ଚୁପ୍
ବଦଳରେ କେହି ଜୀବନ ଭି ମାଗେ ତାକୁ
ଦେବାକୁ ପଛେଇବି ନାହିଁ
କିନ୍ତୁ ମୋତେ ମୋ ଗୁପ୍ ଚୁପ୍ ଦରକାର
ଧନ କ୍ଷୟ ର ଭୟ ନାହିଁ
ତାକୁ ହାସଲ କରିବାର ଆତୁର 
ଆଜି ପୁରା କରିବି ।

ସତରେ ସେ ମୋ ଆପଣାର 
ପ୍ରିୟ ଗୁପ୍ ଚୁପ୍…

ନୀଳମାଧବ ଭୂୟାଁ ଙ୍କ ଲେଖନୀରୁ…




ଶୁନ୍ୟ ପଦ

ଶୁନ୍ୟ ପଦ, Blank Space, Nilamadhab Bhuyan
ଶୁନ୍ୟ ପଦ

ଅଫିସ ଘର ର ତାଲା
ଆଜି ଖୋଲିବାକୁ
ମନା କରୁଥାଏ ।
କଷ୍ଟେ ମଷ୍ଟେ ଅଫିସ ଖୋଲି ସାରି 
ପହଞ୍ଚି ଗଲି ଗେଟ୍ ପାଖରେ
ଅପେକ୍ଷାର ଅନ୍ତ ହେବ ବୋଲି
ମନରେ ନେଇ ।
ସମୟ ଗଡି ଚାଲିଛି
କିନ୍ତୁ ତାର ଦେଖା ନାହିଁ
ପିଅନ ମଉସା ଦଉଡ଼ି ଆସି କହିଲେ
ସବୁ ସରିଗଲା ଆଜ୍ଞା
ମୋର ଆତୁର ଭୟଭୀତ ରେ ପରିଣତ ହେଲା ।
ଉତ୍ତର ଶୁଣିଲା ପରେ 
ମୁଁ ହତଭାଗ୍ୟ ହୋଇ
ମାଧ୍ୟାକର୍ଷଣ ବଳ ର
ଶିକାର ରେ ଭୂମି ଉପରେ ଟଳି ପଡ଼ିଲି ।
ପିଅନ ମଉସା ଉଠେଇ ନେଇ ବୁଝାଇଲେ ଯେ
ଯିବା ଲୋକକୁ କେହି ରୋକି ନାହାନ୍ତି 
ନା କିଏ ରୋକି ପାରିବ।
ତାଙ୍କ ମନେ ଥିବା ପ୍ରଶ୍ନ କୁ 
ଉତ୍ତର ରେ ପରିଣତ କରି କହିଲି
ଆଜି ତାକୁ ମୋର କରିବି ବୋଲି
କଥା ଦେଇଥାନ୍ତି
କିନ୍ତୁ ମୋର ପଣ ଆଜି ସ୍ବପ୍ନ ରେ
ବଦଳିଗଲା ।
ସେ ଉଭେଇ ଗଲା 
ଆଜି ଠାରୁ ଏହି ସ୍କୁଲ୍ ରେ ମୀରା ଶିକ୍ଷୟତ୍ରୀ ଙ୍କ
ଶୂନ୍ୟ ପଦ ର ଆଭାସ ହେବ।
କାହାକୁ ଅବା
ସମ୍ପର୍କ ର ଚିହ୍ନ ଦେବୀ
ଯିଏ ଥିଲା ଆପଣାର ସେ ଆଜି 
ହୋଇଯାଇଛି ସ୍ବର୍ଗ ବାସି ।
କଥା ଦେଇଥିଲା ଫେରି ଆସିବି ବୋଲି
କିନ୍ତୁ ଆସିଲା କେବଳ
ମୂର୍ତ୍ତ୍ୟୁ ର ବାର୍ତ୍ତା ଟିଏ ।
ବହୁତ୍ ଦୁଃଖ ହେଲା
ପ୍ରଥମ ପ୍ରେମର ଆଭାସ 
ଉଠି ଆସିଥିଲା ତାରି ପାଇଁ
ରାତି ସାରା ଚକ୍ଷୁରେ ନିଦ ନଥିଲା
ଆଜି କହିବି ବୋଲି ମୋ ମନର କଥା ।
କିନ୍ତୁ ତାର ମର୍ମଦୁନ୍ତ ଦୁର୍ଘଟଣା ସହିତ
ମୋର ସ୍ବପ୍ନ ମଧ୍ୟ ମାଟିରେ ମିଶି ଚୁରମାର 
ହୋଇଗଲା,
ରହିଗଲା କେବଳ ତାର ସ୍ମୃତି ଟିକକ ।।।


ନୀଳମାଧବ ଭୂୟାଁ (ଲେଖକ)

🤔🤗😺🤪😄😘😊☺️😢💕
👇👇👇👇👇👇👇👇👇👇






If the contents are helpful to share them with your friends, Thanking You.

KTM-400 (ଏକ ବ୍ୟଙ୍ଗ ଗଳ୍ପ-କବିତା)

KTM-400 (ଏକ ବ୍ୟଙ୍ଗ ଗଳ୍ପ-କବିତା)
KTM-400 (ଏକ ବ୍ୟଙ୍ଗ ଗଳ୍ପ-କବିତା)

ପ୍ରଥମ ଦିନ କଲେଜ ରେ ଦେଖା ବହୁତ୍ ରୋମାଞ୍ଚକର ଥିଲା । ସାଙ୍ଗ ମାନଙ୍କୁ ତାଗିଦ୍ କରି କହିଲି, ଆବେ ସେ ତୋର ଭାଉଜ ହେବ…


ସେମାନେ ଫେରେଇ ନେଲେ ସିନା ତାଙ୍କ ଦୃଷ୍ଟି ଭଙ୍ଗୀ କିନ୍ତୁ ମୋର ଆଖି ଲାଗି ରହିଲା ତମ ପାଖରେ…

କେତେବେଳେ ତମ ପ୍ରତି ଏତେ ଭଲ ପାଇବା ବଢ଼ିଗଲା ଯେ ମୁଁ ନିଜେ ଜାଣିପାରିନି…

ନିଜର ହୋଇ ରହିଛି ସିନା ମନ ଟା କେବଳ ତମ ପାଖରେ…

ସେଦିନ ପ୍ରଥମ ଥର କଥା ହେବା ପାଇଁ ବହୁତ୍ ଡର ଡର ଲାଗୁଥିଲା । ପହଞ୍ଚି ଗଲି ତୁମ ଡେଞ୍ଜର୍ ଜୋନ୍ ରେ…

ଭାବିଲି ଆଜି ନିଶ୍ଚୟ କିଛି ଘଟିବ । ତୁମେ ବ୍ୟସ୍ତ ତୁମ ସାଙ୍ଗ ସହିତ । ମୋର ଦୁଇ ଥର ଡାକିବା ଶବ୍ଦ ଯେମିତି ପବନରେ ଉଡ଼ି ଚାଲିଗଲା…

ତୃତୀୟ ଡାକ ରେ ମୋ ଶବ୍ଦ ଜବାବ ତମେ ଦେଇଗଲ ସିନା ରାଗରେ ତୁମ ଚାହାଣି ସତରେ ମୋତେ ଭୟଭୀତ କରି ଦେଲା…

ସାହାସ କରି ନାମ ଟି ପଚାରିଲି ସିନା ତମର ଫୁଲେଇ ହେବା ଢଙ୍ଗ ମୋତେ ହଜେଇ ଦେଲା ତୁମ ସୌନ୍ଦର୍ଯ୍ୟ ମୟ ଚେହେରା ର ବଗିଚାରେ… 

କେବଳ ନାମ ପାଇଁ ଆସି ନଥିଲି । ଦୁଇ ପଦ କଥା ହେବା ବାହାନାରେ ଆସିଥିଲି କିନ୍ତୁ ହଠାତ୍ ତୁମ ଫୋନ୍ ର ରିଙ୍ଗଟୋନ ମୋ ଫିଲିଙ୍ଗ କୁ ଗୋଳମାଳ କରିଦେଲା…

ଫୋନ୍ ସାଇଲେଣ୍ଟ କରି ମୋ ସହିତ କଥା ହେଲ ସିନା, ମନ ମୋର ବୁଝିଲାନି…

ପର ଦିନ ଅପେକ୍ଷା କରିଲି ଗେଟ୍ ପାଖରେ!!!

ଏ କଣ??? ତମେ ପୁଣି କାହାର KTM ବାଇକ୍ ର ପଛ ପଟେ…

ତମକୁ ଦେଖି ବହୁତ୍ ରାଗ ହେଲା, କିନ୍ତୁ ଖୋଜି ଚାଲିଲି ସେ KTM ଚାଳକ କିଏ???

ଯେତେବେଳେ ଜାଣିଲି ମନ ମୋର ଯେମିତି ଅମୂଲ ଗୁଣ୍ଡ ଭଳି ଅନୁଭବ ହେଲା…

ଯାହା ମୋର ଥିଲା ତାକୁ ଆଉ କିଏ ଘୋଳି ଚା ପିଇ ସାରିବା ଭଳି ଅନୁଭବ ହେଲା…

କଣ କହିବି ତାକୁ ସେ ଥିଲା ମୋର ଦାଦା ପୁଅ ଭାଇ ସୁକୁଟା…

ଯେତେବେଳେ କିଛି ଭଲ କାମ କରିବାକୁ ଯାଏ ସେ ଆସି ଲାଗିଯାଏ ମୋ ପଛେ ଯୋକ ଭଳି…

ହଉ ଯାଅ ପ୍ରିୟା ଆଜି ଉତ୍ସର୍ଗ କରି ଦେଲି ମୋ ସୁକୁଟା ଭାଇ ପାଇଁ…

ମୋ ଆଖି ଲୁହ ର ଦୁବ ଚାଉଳ ବାଇକ୍ ଚକାରେ ପକେଇ ମୁଁ ଭୀଷ୍ମ ପ୍ରତିଜ୍ଞା ନେଉଛି..

ଆଜି ସିନା ମୋ ପାଖେ Pulsar ଅଛି କିନ୍ତୁ ଦିନେ ଥିବ ମୋ ପାଖେ KTM-400..

ସେତେବେଳେ ତମଠୁ ସୁନ୍ଦରୀ ବସିଥିବ ଏହି ଟେକା ସିଟ୍ ରେ…

ଭୁଲିଗଲ ନା ପ୍ରିୟା କେବଳ ଗୋଟିଏ KTM ବାଇକ୍ ପାଇଁ…

 ହଉ ହଉ…

ଅପେକ୍ଷା କର ପ୍ରିୟା, ଦିନେ ମୋ ପାଖେ ମଧ୍ୟ ଥିବ KTM-400 …..

KTM-400 ର ଅପେକ୍ଷାରେ……

😩😩😩😩😩😩


ନୀଳମାଧବ ଭୂୟାଁ 
ଙ୍କ କଲମରୁ….