Tag Archives: odia poem

ଖାଦ୍ୟ ର ମୂଲ୍ୟ (ଓଡିଆ କବିତା)

 
ଖାଦ୍ୟ ର ମୂଲ୍ୟ 



ଯେତେ ଆମ କୁ ଦରକାର
ଖାଦ୍ୟ ବାଢି ଆଣିବା ଥାଳିରେ,
କୃଷକ ଶ୍ରମିକ ସୈନିକ ର
ପରିଶ୍ରମ ରେ ଉପାର୍ଜନ ଖାଦ୍ୟକୁ କାହିଁକି ଫୋପାଡିବା 
ଅଳିଆ ଗଦା ଓ ଆବର୍ଜନା ନାଳରେ…

ନିଜ ଜନମ ଭୂମି କୁ ଛାଡି ଜୀବନ କୁ 
ଲଗାଉଛୁ ଆମେ ବାଜି
କିନ୍ତୁ ଖାଦ୍ୟ ପାଇ ଭିକାରୀ ଟିଏ 
ମାଗୁଛି ଭିକ ଆଜି..

ସବୁ କାମ ର ସମ୍ପର୍କ ଯୋଡିଛି ଖାଦ୍ୟରେ,
ଅଭିନେତା ଓ ବାଦ୍ୟକାର
କ୍ରୀଡା କ୍ରିକେଟ ଫୁଟବଲ 
ଅବା ପର୍ବପର୍ବାଣୀ ଦୀପାବଳି 
ରଙ୍ଗ ପର୍ବ ହୋଲି ରେ…

ବାଛି ବା ନାହି ଆମେ ଖାଦ୍ୟ 
ଖାଦ୍ୟ ବିନା ଆମ ଜୀବନ ଶୂନ୍ୟ 
ପରୋଉପକାର କରି 
ଆମେ ପାଇବା ପୁଣ୍ୟ…

ଖାଦ୍ୟର ଦେବୀ ମାତା ଲକ୍ଷ୍ମୀ ଙ୍କୁ
କୋଟି କୋଟି ପ୍ରଣାମ କରିବା
ତାପରେ ହିଁ ଆମେ ଖାଦ୍ୟ ଖାଇବା… 

ତେବେ ହେବ ଆମ ଶରୀର ରହିବ
ସୁସ୍ଥ ଶବଳ ଓ ସୁନ୍ଦର 
ରୋଗ ଆସିବନି ଦୁଃଖ ଆସିବନି
ଜୀବନ ଲାଗିବ ଭାରି ସୁନ୍ଦର..

ହୃଷିକେଶ କୁଶୁଲିଆ (ଲେଖକ)
ମୁନିଗୁଡ଼ା, ରାୟଗଡ଼ା ।


If the contents are helpful to share them with your friends, Thanking You.

କେଜାଣି କାହିଁକି (ଓଡ଼ିଆ କବିତା)

 



 || କେଜାଣି କାହିଁକି ||

କେଜାଣି କାହିଁକି ତୁମକୁ ଦେଖିଲେ
ଭାରି ଭଲ ଲାଗେ ଏତେ,,
ମନ ହୁଏ ପୁଣି… ଆଉ ଥରେ କେବେ
ଦେଖା ହୁଅନ୍ତା କି ପଥେ…..।।

ରାତିତ ଆସଇ ଜହ୍ନର ସାଥିରେ
ଛାତିକୁ ଜଳାଏ… ଜୋଛନା ତାତିରେ,,
କେଜାଣି କାହିଁକି ପୁନେଇ ଆସିଲେ
ଜହ୍ନ ଭଲ ଲାଗେ ଏତେ…।।

ବରଷାତ ଆସେ ମେଘର ପିଠିରେ
ଆଷାଢ଼ ମହକେ ବତୁରା ମାଟିରେ,,
କେଜାଣି କାହିଁକି… ଶ୍ରାବଣ ଆସିଲେ
ଭିଜିବାକୁ ମନ ଏତେ…।।

ବସନ୍ତ ଆସଇ ଫଗୁଣ ଦୁଆରେ
ଦେହ ଶିହରାଏ ମଳୟ ଛୁଆଁରେ,,,
କେଜାଣି କାହିଁକି… ସ୍ମୃତିର ନିଆଁରେ
ଭିଜିବାକୁ ମନ ଏତେ…।।






If the contents are helpful to share them with your friends, Thanking You.

ଲେଖକ ଟିଏ…(ଓଡ଼ିଆ କବିତା)




 
ଲେଖକ ଟିଏ 


ଲେଖକ ଟିଏ..

ମନ ଆକାଶ ରେ ଉଦୟ ହୁଏ 
ଅନେକ ଭାବନା 
ଚିକ୍ ମିକ୍ ହୋଇ ଦେଖାଯାଏ 
କେତେ ଯେ ଜହ୍ନ ତାରା ଫୁଲ…

ଭାବନାରେ ଭାସି ଆସେ
କେତେ ଯେ ବାସ୍ତବ, କାଳ୍ପନିକ 
ଆଖି ରେ ଭାସି ଆସେ ସୁନ୍ଦର ଚିତ୍ର 
ଓଠ ରେ ଝରିଯାଏ ମଧୁର ଗୀତ…

ଲେଖାକାର ହାତରେ ଝରିଯାଏ
କାହାଣୀ ଗୋପ ଗୀତ କବିତା
ଦୁନିଆରେ ଲେଖକ ରୁପେ ସେ ଜଣେ ଶିକ୍ଷକ 
ନୁଆ ନୁଆ ବାଣୀ ସିଖାଏ ଦୁନିଆ କୁ…

ବାର୍ତ୍ତା ଦେଇ ଚାଲେ ବିଶ୍ୱକୁ
ଅଜ୍ଞାନ ଅନ୍ଧାର ର ବିଲୋପ ପାଇଁ
ନା ସେ ଗରିବ ନା ଭିକ୍ଷା ଆଶା ତାର
ସେ କେବଳ ଜଣେ ମାର୍ଗ ଦର୍ଶକ…

ନା ସେ ସମ୍ମାନ ଖୋଜେ
କିନ୍ତୁ ସମ୍ମାନ ର ଅଭାବ ପଡେ ତା ପାଖରେ…

ବିଶ୍ବ ଏକ ପୁଷ୍ପ ଗୁଚ୍ଛ ହେଲେ 
ମଧୁର ବାସ୍ନା ର ପୁଷ୍ପ ଟିଏ ଲେଖକ
ସେ ବର୍ଷାରେ ନାଦ କରୁଥିବା ମୟୁର ର ଚୂଳ ଟିଏ..
ସେ ନଦୀର ର କୁଳ ଟିଏ…
ସେ ବାହାନର ଇନ୍ଧନ ଟିଏ..
ସେ ଠାକୁର ଙ୍କ ଧୂପ ଦୀପ ଫୁଲ ଚନ୍ଦନ ଟିଏ…
ସେ ଚଳଚିତ୍ର ର ଗାୟକ ଟିଏ…
ଆଉ ଏହି ବିଶ୍ଵ ଯଦି ସମାଜ ହୁଏ
ତେବେ ସେ କବି ନାୟକ ଟିଏ…

ଆମ ସାହିତ୍ୟ ସମାଜ ସଭ୍ୟତାର
ଇତିହାସ ର ଚିନ୍ତାଧାରା ଟିଏ…
ସେ ଆମ ସମସ୍ତଙ୍କ ଲେଖକ ଟିଏ…
ସେ ଜଣେ ଲେଖକ ଟିଏ…


ହୃଷିକେଶ କୁଶୁଲିଆ (ଲେଖକ)
ମୁନିଗୁଡ଼ା, ରାୟଗଡ଼ା ।




If the contents are helpful to share them with your friends, Thanking You.

ଅନ୍ଧାର ରାତିର ଦୀପ ଟିଏ

 



ଆମେ ଶିଖିତ ମନୁଷ୍ୟ ସମାଜ  
ଜାତି ବ୍ୟବସ୍ଥା ଛୁଆ ଛୁତ ପାଇଁ
ନିଜ ନିଜ ଭିତରେ ଭେଦଭାବ କରୁ
ଏହା ବଡ ବିଚିତ୍ର କଥା ।

ମନୁଷ୍ୟ ସମାଜ ର ଏହିଁ ଅବସ୍ଥା ଦେଖି
ଜଙ୍ଗଲ ର ପଶୁ ହସିଲେ 
ପକ୍ଷୀ ହସିଲେ
ହସି ଉଠିଲେ ବୃକ୍ଷ ଲତା ।

ଆକାଶ ସୂର୍ଯ୍ୟ ଚନ୍ଦ୍ର ଏବଂ କୋଟି କୋଟି ତାରା
ଏହି ମାଟି ପାଣି ପବନ ଭେଦ ଭାବ କରୁ ନାହାନ୍ତି ପରା
ମାଟି ପାଣି ପବନ ନିଆଁ ରେ ଗଢା ଏ ଶରୀର
କିପରି ଆମେ ଅଛୁତ ହେଲୁ ଟିକେ କରିଲ ବିଚାର
କାହାକୁ ଛୁଇଁଲେ ଆମକୁ ମାଡ ମାରୁଥିଲେ
ଆମ ପ୍ରଛାୟା କାହା ଉପରେ ପଡିଲେ ଦୂରେଇ ଯାଉଥିଲେ
ପଶୁ ପକ୍ଷୀ ଠୁ ବି ହିନସ୍ଥା ଜୀବନ ରହିଥିଲା ଆମର 
କିଏ ଆମ ପାଇ ପଦେ କହୁ ନ ଥିଲେ 
ସମସ୍ତେ କରିଲେ ପର
କିନ୍ତୁ ଆମେ ଚାହୁଁ ନିଜର ।

ବିଦ୍ୟାଳୟରେ ପ୍ରବେଶ ନଥିଲା
ନା ଆମକୁ ପ୍ରବେଶ ଥିଲା ମନ୍ଦିର
ବାଟ ରେ ଚାଲିବା ଅଧିକାର ନାହିଁ
ଭରିଯାଉଥିଲା ରକ୍ତରେ ଆମ ଶରୀର । 

କୁଅ ନଳକୁଅ ର ପାଣି ପିଇବା ମନା
କେମିତି ମେଣ୍ଟିବ ଆମର ଶୋଷ
ଦଳିତ ପରିବାରେ ଜନମ ହେଲୁ 
ଆମର କଣ ଯେ ଦୋଷ ।

ଘୋର ଅନ୍ଧାର ରାତିରେ ଜଳିଲା 
ଗୋଟିଏ ଦୀପ ଆମ ଦଳିତ କୂଳେ 
ପାଠପଢୁ ଥିଲେ ଛୁଆ ଛୁତ ଭେଦଭାବ ପାଇ 
ବିଦ୍ୟାଳୟ ପରିସର ଗଛ ମୂଳେ
ପିଉ ଥିଲେ ପାଣି ଚପରାସି 
ହାତେ ଦେଲେ ଢାଳି ପାଣି ।

ବହୁତ ଦୁଃଖ ଯନ୍ତ୍ରଣା ର ଆମ ଜୀବନ କାହାଣୀ
ଦେଶ ବିଦେଶ ବୁଲି ବୁଲି ନିଜେ ପଢିଲେ ପାଠ
ଖୋଜିବେ ବୋଲି ଜାତି ଛୁଆ ଛୁତ ମୁକ୍ତିର ବାଟ
32ଡିଗ୍ରୀ ହାସିଲ କରି ଶିଖିଲେ ଭାଷା ନଅ
ମାନସ ମୃତି ପୁସ୍ତକ କୁ ନିଆ ରେ ଜଳାଇଲେ ଡହଡହ
ଆଜାଦ ଭାରତ ର ଆଇନ ମନ୍ତ୍ରୀ ହୋଇ
ଲେଖିଲେ ଭାରତ ର ସମ୍ବିଧାନ
ଦେଖାଇ ଦେଲେ କଲମର ତାକତ ଭୀମ ରାଓ ମହାନ
ଦଳିତ ଶୋଷିତ ଅଛୁତ ପଛୁଆ ବର୍ଗ କୁ ଦେଲେ ଆରକ୍ଷଣ 

ଶିଖିତ ସଜାଗ ସଂଗଠିତ ହେବା କୁ ଦେଲେ
ଆମ ସମାଜେ ଧ୍ୟାନ
ହିନ୍ଦୁ ଧର୍ମ ତ୍ୟାଗ କରି
ନେଲେ ବୌଦ୍ଧ ଧର୍ମ ।
ଦଳିତ ଶୋଷିତ ପଛୁଆ ବର୍ଗ ର ଲୋକ କୁ 
ମିଳିଲା ମାନ ସମ୍ମାନ
ମୃତ୍ୟୁ ପରେ କରି ଥିବା କାମ ପାଇଁ
ପାଇଲେ ଭାରତ ରତ୍ନ ସବୋର୍ଚ ସମ୍ମାନ
ଆମ ଭାରତର ଦଳିତ ର ସ୍ୱାଭିମାନ ।

ଗୋଟେ ହାତ ରେ ସମ୍ବିଧାନର ଧାରା 
ଅନ୍ୟ ହାତରେ ଉଚିତ୍ ମାର୍ଗ ର ରୁଖ ।
କାହିଁକି ନା ସମ୍ବିଧାନ ଦେବ 
ଆମକୁ ଅସୀମ ସୁଖ ।

ପାଠ ଯଦି ଆମେ ନ ପଢିବା ତେବେ 
ମନୁଷ୍ୟ ସମାଜର ଲୋକ ଆମକୁ କରିବେ ଲୁଟ 
ଚିରା ଫଟା ମଇଳା ପୁରୁଣା ପୋଷାକ
ଛାଡି ପିନ୍ଧିବା ଆମେ ସୁଟ ବୁଟ ।


ହୃଷିକେଶ କୁଶୁଲିଆ (ଲେଖକ)
ମୁନିଗୁଡ଼ା, ରାୟଗଡ଼ା

ହୃଷିକେଶ ଙ୍କ ଅନ୍ୟ କିଛି କବିତା ଗୁଡିକ ପଢନ୍ତୁ

If the contents are helpful to share them with your friends, Thanking You.




ବିଶ୍ୱାସ (Believe)

Believe, Biswas, ବିଶ୍ୱାସ, ରାମକୃଷ୍ଣ
Believe
💞 ବିଶ୍ଵାସ 💞
             
ସମ୍ପର୍କ ଏଭଳି ସୁନ୍ଦର ଶବ୍ଦ ଯେ
ବନ୍ଧା ସିଏ ବିଶ୍ଵାସରେ..
ବିଶ୍ଵାସ ଅର୍ଜି ହିଁ ଧୋକା ଖାଉଅଛି
ଭାବ ରଙ୍ଗ ଭୂଇଁ ତଳେ …..
ବିଶ୍ଵାସ କରି ସେ ରାଧା ରାଣୀ ପୁଣି 
ମୋହନକୁ ଚାହିଁ ଥିଲେ
ଦଗା ଦିଆ କାହ୍ନୁ ଫେରିଲେନି ଆଉ 
ବିଶ୍ଵାସ ତ ଭାଙ୍ଗି ଦେଲେ…..
କେତେ ସରଧାରେ ମାତା ପିତା ପୁଣି 
ଶିଶୁଟି କୁ ବଡ଼ କଲେ 
ସେହି ଶିଶୁ ଆଜି ବଡ଼ ହୋଇ ପୁଣି 
ବିଶ୍ୱାସରେ ବିଷ ଦେଲେ …..
ବିଶ୍ୱାସରେ ଆଜି ସବୁଆଡେ ବିଷ 
ଭାବି ଭାବି ଦୀନ ସରେ 
ବିଶ୍ୱାସରେ ପରା ଜଗତ ଚାଲିଛି 
ଚାଲୁଥିବ ବିଶ୍ଵାସରେ…..
ସମାଜର ଶିକ୍ଷା ସମାଜର ନୀତି
ଭୁଲି ତ ଗଲେଣି ଲୋକେ
ବିଶ୍ଵାସ ଆଜି ବି ଅପେକ୍ଷା କରିଛି 
ଭଲଲୋକ ମିଳିବ ଅବା କେବେ…
   
             
ରାମକୃଷ୍ଣ ବାଡତ୍ୟା (ଲେଖକ)
              
       
         

If the contents are helpful to share them with your friends, Thanking You.

କାହାଣୀ ଟିକେ ଅଲଗା…

https://www.bhuyansblog.com/2021/09/Kahani.html
କାହାଣୀ ଟିକେ ଅଲଗା
କାହାଣୀ ଟିକେ ଅଲଗା
ତୁମେ ବୁଝ କି ନବୁଝ…
ଶୁଣ କି ନଶୁଣ…
ଆଖି ଫେରାଇ ନିଅ
ଭାବର ପଂକ୍ତି ଶବ୍ଦରୁ ।
ମୁଁ କିନ୍ତୁ କହିବି 
କହି ଚାଲିବି ଅନତି ଭବିଷ୍ୟତ ଯାଏଁ
ତୁମେ ବାଧ୍ୟ ହେବ 
ବୁଝିବା ପାଇଁ 
ଗ୍ରହଣ କରିବା ପାଇଁ
ପ୍ରତ୍ୟେକଟି ଭାବନାକୁ 
ପ୍ରତ୍ୟେକଟି ଶବ୍ଦର ସରଂଞ୍ଚନା ।
ତୁମେ ବି ଦିନେ ପାଗଳ ହେବ
ଫେରିବା କୁ ଅତୀତକୁ 
ଭାବିବାକୁ ବାଧ୍ୟ ହେବ
ଅଶ୍ରବ୍ୟ ଶବ୍ଦ ସବୁକୁ
ସ୍ୱର୍ଣ୍ଣକ୍ଷର ରେ ଲିପ୍ତବଦ୍ଧ ନଥିବା
କାହାଣୀଟି ହିଁ ଅତୀତ ହୋଇଯାଇଥିବ
ଅଦୃଶ୍ୟ ଅସ୍ପଷ୍ଟ ଭାବେ ।
ମନୋଜ କୁମାର ବେହେରାଙ୍କ କଲମରୁ…
If the contents helpful so share to your friends, Thanking You.

Sankalpa ( ସଂକଳ୍ପ )

Sankalpa_Odia_Poem


Sankalp




କେତେ ଦିନ ଆଉ ସହିବି କହ
ତୋ ହୃଦୟରେ ମୋ ଯାଗା କୁ 
ଶୂନ୍ୟ କରି ଚାଲିଯିବା ପାଇଁ……

ଆଉ କେତେ ଥର କହିବୁ
ଯାଅ ତୁମେ, ଯାଅ ତୁମେ……. ଚାଲି ଯାଅ……

ତୁ କଣ ଭାବିଛୁ, ମୁଁ ସତରେ ଚାଲିଯିବି ???
କିନ୍ତୁ ସମୟର ସ୍ରୋତରେ ଗଲା ବେଳେ ???
ଦୂରକୁ ବହୁ ଦୂରକୁ,
ତୋର ମନ ଟିକୁ ସାଥିରେ ନେଇଯିବି ।

ଏହା ତ ମୋର ପ୍ରଥମ ସଂକଳ୍ପ !!
ଦ୍ଵିତୀୟ ବାର କହିବାକୁ ଗଲେ
ମୋ ମନର ସବୁ ଦୁଃଖ ଆଉ ଦରଦ
ଭରିଦେବି ତୋ ମନରେ ।

ଛାତିରେ ହାତ ରଖି କହ ତ ??
“ମୁଁ ଚାଲିଗଲେ ତୁ କଣ ଶାନ୍ତି ପାଇବୁ” ??
କେବଳ ବିରହି ପ୍ରେମିକ ଟିଏ ହୋଇ
କାଳିଦାସ ଙ୍କ ଶକୁନ୍ତଳା ପାଲଟି ଯିବୁ 

କିନ୍ତୁ ମୁଁ ଚାହେଁନି ଏହା !
ଶୁଣ !! ମୋ ପାଇଁ ତୋ ଜୀବନରୁ
ଦୁଇ ଘଡି ମୁହୂର୍ତ୍ତ ଦେବୁ !!!
ନିରୋଳାରେ ଏକାକୀ
ମୋକଥା , ଥରେ ଭାବିବୁ ;
ମନେ ନ ପଡିଲେ ,
ସବୁଦିନ ପାଇଁ….
ଭୁଲିଯିବୁ….. ।

ଲୁହର ପଞ୍ଜୁରୀ ବାନ୍ଧି ହୋଇ,
ଯଦି ତୁ କହୁଛୁ, ମୁଁ ଫେରିଯିବି ନିଶ୍ଚେ
ସପ୍ତସିନ୍ଧୁ ହୋଇ…….
ବାସ୍ତବତା ଆଉ ସତ୍ୟତା ଠାରୁ
ବହୁଦୂରକୁ….
ଏକ ନିଶ୍ଚିତ ସଂକଳ୍ପ ନେଇ …….

ମନୋଜ କୁମାର ବେହେରା ଙ୍କ
କବିତା ପୃଷ୍ଠାରୁ……..

ଏହି ହୃଦୟସ୍ପର୍ଶୀ କବିତା ଅଧ୍ୟୟନ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

ମୋର ଅନ୍ୟ କବିତା ଗୁଡିକ ପଢିବା ପାଈଁ ଏଠାରେ Click କରନ୍ତୁ

Smruti Tume Odia Poem.(ସ୍ମୃତି ତୁମେ)

#Smruti Tume, ସ୍ମୃତି ତୁମେ
 
ଏମିତି ବି ହୁଏ,
ଚିହ୍ନା ଚିହ୍ନା ହସ ଲୁହ ରେ ବି
ଜି ଯାଏ ବେଳେ ବେଳେ ନିଜର ସ୍ଵରୂପ,
ଆଶାର ରେ କି ସ୍ୱତ୍ପର ଜୁଆରେ ବି
ଅକ୍ଷତ ଅକ୍ଷୁର୍ଣ୍ଣ ରୁହେ
ନୈରାଶ୍ୟ ବିକଟାଳ ରୂପ,
କେବେ କେବେ ସାଗର ବି
କାନ୍ଦିଉଠେ
ଆକାଶ କୁ ଛୁଇଁବା ପାଇଁ,
ଆଉ ଶିଥୀଳ ସ୍ମୃତି ସବୁ ଚେଇଁ ଉଠନ୍ତି
ଲୁହ ଶୀତଳ ସ୍ପର୍ଶ ରେ
ଉଜୁଡା ହୃଦୟେ ମୋ ପ୍ରତିଟି ତରଙ୍ଗେ
ସ୍ମୃତି କେତେ ସୁନେଲି ସ୍ୱପ୍ନ
ବିଡମ୍ବନା ଏହି କିନ୍ତୁ
ଚାରିଆଡ଼େ ମୋର ଘନ ନିଶାକର…..
ଅସହ୍ୟ ବେଦନା ଆଉ ଅକୁହା ଯନ୍ତ୍ରଣା ସବୁ
ଚେଇଁ ଉଠନ୍ତି
ନିର୍ବାକ୍ କେଉଁ ମୁହୁର୍ତ୍ତରେ
ଅନ୍ତର ବିଦାରି
ରକ୍ତାକ୍ତ କରିବାକୁ କୋମଳ ଯେତେ ମୂର୍ଛନା ର
ସ୍ୱର……                                     
By. Manoj Kumar Behera (Poet)
 
 
 
 
 

Purnatoya Odia Poem (ପୂର୍ଣ୍ଣତୋୟା)

#ପୂର୍ଣ୍ଣତୋୟା

ସଞ୍ଜ ନଇଁ ଗଲେ
ତୁମେ ଆସ ବୋଲି
ଅପେକ୍ଷା କେବେ କରିନି କି
ଧର୍ଯ୍ୟ ହରା ହୋଇନି,
ସଜେଇ ହୋଇନି କେବେ
ପିୟୁସ ର ପୂର୍ଣ୍ଣତୋୟା ହେବା ପାଇଁ ;
ମନ ଭିତରେ ଗୁଞ୍ଜରୀ ଉଠୁଥିବା
ଭାବନା ସବୁ କେବେ ଜଣାଇନି ।
ତୁମକୁ ସ୍ପର୍ଶ କରିବାକୁ
ବ୍ୟସ୍ତ ବିବ୍ରତ ହୋଇନି,
ହୃଦୟରେ କେବେ ତୁମ ପ୍ରତି
ହେମାଳ କମ୍ପନ ହୋଇନି କି
ବ୍ୟାକୁଳତା ଆସିନୀ ।
ଅହମିକାର କଠୋର ଆବରଣ ବାହାର କରି
କେବେ ଚେଷ୍ଟାବି କରିନି ………ଜାଣିବାକୁ
ତୁମର ମୋ ପ୍ରତି ଥିବା
ଆସକ୍ତ ଦୁର୍ବଳତା- ଆଉ ବିଶ୍ଵାସକୁ
ମୋତେ ପାଇବାର ଯେଉଁ ଆତ୍ମବିଶ୍ବାସ ।
କିନ୍ତୁ ଆଜି….ସଞ୍ଜ ନଇଁ ଗଲା ପରେ
ମନ ଭିତରେ ବିପ୍ଳବ କରେ,
ଅଞ୍ଜୁଳାଏ ଭାବନା
ଅନ୍ୟ ମନସ୍କ କରିଦିଏ …..ଇନ୍ଦ୍ରିୟ ସବୁ ।
ତୁମ ପ୍ରତିକ୍ଷାରେ…… ନିଶ୍ଵାସ ବି
ନିଶ୍ୱାସର ପ୍ରତାରଣା- ପ୍ରଭଞ୍ଚନାରେ
ଭସ୍ମ ପାଲଟି ଗଲାଣି ;
ଶିହରି ଉଠିଲାଣି ତନୁ-ମନ !!
“ଧର୍ଯ୍ୟ ହରା ହୋଇଯାଏ
ତୁମ ଲାଂଛିତ- ନିର୍ଯ୍ୟାତିତ ବିଶ୍ୱାସକୁ,
ତୁମ ଆତ୍ମ ବିଶ୍ୱାସକୁ ବାସ୍ତବ କରି
ଶୈଶବ, କିଶୋର ଏବଂ ଯୌବନ କୁ ନେଇ
ଏକାନ୍ତ ନିରାବତାରେ…
ତୁମ ପାଇଁ….
ପୂର୍ଣ୍ଣତୋୟା………..ପାଲଟିଯିବାକୁ !!”
ମନୋଜ କୁମାର ବେହେରା 
      ……… ଙ୍କ କବିତା ଖଣ୍ଡରୁ ।

ମୂର୍ତ୍ୟୁ Death Odia Poem

#ମୂର୍ତ୍ୟୁ।     ( Death)

“କାହା ମନରେ ଦୁଖଃ ଦେବା ହେଉଛି,
ନିଜକୁ ଭଗବାନଙ୍କ ଆଶୀର୍ବାଦ ପାଖରୁ
ଦୁରେଇ ଦେବା”
ତୁମ ପାଈଁ……………….
ନିୟତିର ନୀରୁତ୍ତର,
ଉପଲବ୍ଧ, ଆଗାମୀ ବର୍ଷର
ଭବିଷ୍ୟତ ହୋଇ…………
ତୋ ଦରବାରରେ ଘିଅଦୀପ ଧରି ;
ଚଳିତ ଶତାବ୍ଦୀର
ଦ୍ୱାଦଶ ପାହାଚରେ ;
ବାଇଶି ଛୁଇଁ ଇତିହାସ ହୋଇଯାଇଥିବା
ବୟସକୁ ନେଇ ସମର୍ପି ଦେଇଛି;
ଜୀବନକୁ ଆଳତି କରି
କାଦୁଅ ହୋଇ ଯାଇଥିବା
ବାକିତକ ଜୀବନର
ପ୍ରତ୍ୟେକ ଦିନ “ଦୁଃଖ-ସୁଖ” ଲୁହରେ
ଭିଜିଥିବା
ଓଦା ଦୀପାଳିର ଓଠରୁ – ଆଖିରୁ…….
ଲୁହର ଘିଅ ସରିଗଲେ;
ତମେ ଆସି ପହଞ୍ଚିବ…………
ସେତେବେଳକୁ ସବୁ ଶେଷ……
ଆଉ ତାପରେ
“ମୁଁ ତୁମର”
ମୂର୍ତ୍ୟୁ ; ! ତୁମେ ମୋର ହୋଇଯିବ ।।
ମନୋଜ କୁମାର ବେହେରା
……..ଙ୍କ କଲମରୁ

Antima Sakhi Odia Poem (ଅନ୍ତିମ ସାକ୍ଷୀ)

# ଅନ୍ତିମ ସାକ୍ଷୀ




ଗାଁ ପାଖ ବୁଢା ବରଗଛ
ଶହ ଶହ ବର୍ଷର ପୁରୁଣା,
ଯେତେବେଳେ ଏ ଗୋଟି ନଥିଲା
ଏହି ବଡ଼ଗଛଟି ଏକାନ୍ତ ନିରଵଦ୍ରଷ୍ଟା
 ନିର୍ଜନ ପଡ଼ିଆରେ
ଧୀରେ ଧୀରେ ଏକାନ୍ତ………………..
ନୀରବତା ବୁହାଇଲା
କେତେ ଲୋକଙ୍କ ସାକ୍ଷୀ ପାଲଟି ଗଲା
କେତେ ଚିତାଶ୍ମିର ଉତ୍ତପ୍ତ ସହି
ନିଜକୁ ବି ସାକ୍ଷୀ କରିଗଲା
ଆସିବା ଲୋକଙ୍କ ପଥ ପ୍ରଦର୍ଶକ
ଫେରିବା ପାଇଁ ପ୍ରତିଶ୍ରୁତିବଧଃ ହୋଇ
କଥା ଦେଇ ପ୍ରତୀକ୍ଷା ହିଁ ଅଛି ………
ଆଜି ଯାଏଁ…………………………
କିଏ ଯାଏ ତା କେତେ ଦିନ,
ଏମିତି କେତେ ମହାତ୍ମାକୁ
ପାଉଁଶ ତଳେ ରଖୁଥିବ
କୋଳାଗ୍ରତ କରି
ନିଜ ପାଖରେ ହାର ମାନୁଥିବ..?
ମନୋଜ କୁମାର ବେହେରା 
……ଙ୍କ କଲମରୁ
ମୋ page କୁ follow କରନ୍ତୁ ।
       ।।। ଧନ୍ୟବାଦ ।।।

Ichha Odia Poem (ଇଛା)

# Ichha_odia_poem

Ichha_odia_poem
Ichha odia poem
ବିଶ୍ୱାସର ଘନଘଟା ମଧ୍ୟେ
ତମେ ଛିଡା ହୋଇଥାଅ
ଏକ ଅବିଶ୍ୱାସ ର ମଶାଲ ନେଇ
ବହୁପଥ ଅତିକ୍ରମ କଲିଣି…..
ବହୁ ଦୂର ଆଗକୁ ଗଲିଣି….,
କାହିଁ କେଉଁଠି ସ୍ବର୍ଗ ତ ଦିଶୁନି ….।
ମୋତେ ଲାଗେ ମୁ ବୋଧେ
ଜ୍ଞାତ ସାର ଠାରୁ ବହୁ ଦୁରେ ଅଛି….
ଜୀବନର ବାସ୍ନା ବାରି ଆଗକୁ ଯିବାର ଅଛି
କିଛି ଗୋଟେ ବାସ୍ତବତା ପାଖକୁ….।
କିନ୍ତୁ ମୁଁ ଯେ କସ୍ତୁରୀ
ଏବେ ପଛକୁ ଫେରି ଚାହିଁବାର
କୌଣସି ଇଚ୍ଛାବି ନାହିଁ….,
ସାହସ ବି ନାହିଁ…..,
ସତ୍ୟ ସନ୍ଧସ୍ତୁ ଏକାନ୍ତ କାମୀ
ବାସ୍ତବତା ପାଖକୁ….,
ଏକା ଏକା ଯିବାକୁ ସାହସ ବି ନାହିଁ ….।
କିନ୍ତୁ ଆଜିବି…….
ମରୀଚିକା ର ଘୁର୍ଣ୍ଣିବାତ୍ୟା ରେ ଜର୍ଜରିତ
କାଳ୍ପନିକତା ଠାରୁ…
ବହୁଦୂର ଦଣ୍ଡାୟମାନ,
ମଶାଲ ର ପ୍ରତିବିମ୍ବ ହାତରେ ଧରି …….।
ମନୋଜ କୁମାର ବେହେରା
      ……… ଙ୍କ କଲମରୁ
Follow my Blog…

Bimarsha Pruthibi Odia Poem (ବିମର୍ଷ ପୃଥିବୀ)


Bimarsh prithibi




ବିମର୍ଷ ପୃଥିବୀ


ଆଜିର ଏ ଦୁନିଆକୁ ଯିଏ ଦେଖେ
କହିଥାଏ…..ଦୁନିଆରେ ସବୁ ଅଛି…….. କିଛି ନାହିଁ
କି ପ୍ରକାର ରହସ୍ୟ ଏଠି ?
ହସ ଖୁସି – ସୁଖ – ଦୁଖଃ ଆଉ ଲୁହ
ଏଠି ବାସ୍ତବତା ଅଛି, ସ୍ବପ୍ନ ମଧ୍ୟ
ସ୍ବପ୍ନ ଯେବେ ବିକଳ୍ପର ଦ୍ୱାର ଖୋଲେ
ବାସ୍ତବତା ନିର୍ଦ୍ଦୟ କଠୋର ହୋଇ
ତଳି ତଳାନ୍ତ କରିଦିଏ ।
ବସନ୍ତ ଏଠି ସ୍ବପ୍ନ ର ଅଭିପ୍ସା,
ଗ୍ରୀଷ୍ମ ତାକୁ ଦେଇଥାଏ ଉଜୁଡା ସମ୍ଭାର,
ଶ୍ରାବଣର ମାଦକତା, ଶୀତର ଚପଳତା,
ଏଠି ଅଛି ପଥରର ବିଗ୍ରହ, ପୁଣି…………
ଗଦା ଗଦା ପାହାଡ଼ ପର୍ବତ………..
ମୋହିନୀ ନିର୍ଝରିଣୀ ଅଛି ଆଉ
ପ୍ରବଳ ସ୍ରୋତସ୍ୱିନି
           ଭସାଇ ନେବାକୁ ବନ୍ୟାଜଳେ……
ଅଛି ଏଠି ଜୀବନ……………..ଜୀବନ ସତ୍ତା
ସମାଜ ଅଛି ଏଠି ସଭ୍ୟତା ଏଠି
           ଖାଲି କୁସଂସ୍କାର ଅନ୍ଧ ବିଶ୍ୱାସ…..
ଏହା କଣ ପୃଥିବୀ ??
ପୃଥିବୀ ର ବାସ୍ତବତା ??
ମନେ ହୁଏ ଏହି ପରା
ବିମର୍ଷ ପୃଥିବୀ ।।।

ନୀଳମାଧଵ ଭୂୟାଁ
ଙ୍କ କଲମରୁ……

Follow my Blog