ପୁରୁଣା ପ୍ରେମ
Old_love_odia_poem
ଆଖି ଯୋଡାକର ବାରମ୍ବାର ଚଗଲାମି
ବାରମ୍ବାରଝରକା ବାହାରର
ଆକାଶକୁଦେଖିବାର ଦୁଷ୍ଟାମି
ଦୁଷ୍ଟାମିସହ ମୁଁଭାବୁଥାଏ
ମନେମନେ
କେତେକ‘ଣ!!
କଳାବାଦଲସୁନୀଳ ଆକାଶକୁ
ତା’ରକଳା ଓଢ଼ଣୀରେ
ଢାଙ୍କି ଦେଉଛି,
ଠିକ୍ଯେମିତିସ୍ମୃତିବିସ୍କୃତିର
କଳାହାଣ୍ଡିଆମେଘ !
ଏହାଦେଖି ମନରଅବସ୍ଥାବିରଳ, ବିକଳ
ଆକାଶଦେହରେ ଲାଜରବହଳ,
ଆଖି ଆଉଆକାଶ
ଉଭୟେ ବର୍ଷିବେ ବର୍ଷିବେ ହେଉଥାନ୍ତି।।
ବର୍ଷାଆସି କବାଟରେକରୁଛି ଠକ୍ଠକ୍
ମନରଦୁଷ୍ଟାମି, ଦେହରକଦଡି
ଉଭୟେସାବଧାନ!
କିନ୍ତୁ ମୁଁଭାରି ଚାଲାକ୍।
ମୁଁଜାଣେ
କବାଟଖୋଲିଲେହିଁ ଫେରିବ
ମୋନିରୀହ ସ୍ମୃତି,
ମାଟିକାନ୍ଥରଗୋବରମିଶାବାସ୍ନା
ଭଙ୍ଗାଚୁଲି, ଭାତ, ଡାଲି, ବଡ଼ିଚୁରା,
ତୁମମୋ ପୁରୁଣାପ୍ରେମ
କିଛିଜଣାଶୁଣା
କିଛିଭୁଲ ବୁଝାବଣା।।
ମନେପଡ଼ିଯିବ
ଏମନରେ ହଜିଯାଇଥିବା
କିଛିଆଖି ତଳରସ୍ଵପ୍ନ।
ଜହ୍ନରାତିର ଚୁମା,
ତମପ୍ରଥମ ଚିଠିରତାରିଖ
ଆଉ, ମୋ “ ଗାଲରେତୁମ ଲିପିଷ୍ଟକ ର ଦାଗ“
ସେଥିପାଇଁ
ଆଜି ମୁଁମାନୁନିମନର କଥା
ହୃଦୟରବ୍ୟଥା
ଇଛାଥିଲେବି ଖୋଲିପାରୁନି
ଘରରଦରଜା,
ଦେଖି ପାରୁନିଦରଜା ଆରପଟର
ବର୍ଷାଆଉ ବାଦଲରଲୁଚକାଳି,
ଇନ୍ଦ୍ରଧନୁରସାତରଙ୍ଗ।
ଦେଖୁପାରୁନିଚାତକର ପ୍ରେମ
ଶ୍ରାବଣରଧାରା,
ଆଉ, ଚାଳରୁପଡ଼ୁଥିବାବର୍ଷାଟୋପା।
ଆହୁରିକେତେ କ‘ଣ? ? ?
ଲେଖକ….
ମନୋଜ କୁମାର ବେହେରା
Thanks……..
Other Poems
Follow me:-
Thanks….
Like this:
Like Loading...
 |
Sad (ଦୁଃଖ) |
ଦୁନିଆର ସବୁ ସୁଖ ତୁମ ପାଦର
ଧୂଳି ହେଲେ……
ଦୁଃଖ ତକ ଅଞ୍ଜୁଳାରେ
ମୋ ପାଇଁ……. ପୂର୍ଣ୍ଣ ସମର୍ପଣ କରିଦେବ
ସବୁ ଦୁଃଖରେ ଯଦି ଲୁହ ଥାଏ …
ଦୁଃଖ କେବେ କରିବନି
ମୋ ଆଖିରେ ଲୁହ ଅଛି ବୋଲିତ…
ଦୁଃଖଟିଏ ରହିଯାଇଛି …..
କାହିଁକି ନା …..
ତମକୁ ନେଇ ବିଦ୍ରୁପ କି
ଉପାହାସ କରିପାରେନି ।
ସବୁଦିନରେ ଯଦି ସ୍ୱପ୍ନ ଥାଏ
ତମେ ମୋତେ ପାଇବାର
ସ୍ୱପ୍ନ କେବେ ଦେଖିନ???
ସ୍ୱପ୍ନ ଦେଖିବା ଆଗରୁ…..
ନିଦ ଭାଙ୍ଗିଗଲେ ….. କଷ୍ଟ ହୁଏ ବୋଲିତ
ହୃଦୟ ଭାଙ୍ଗିବାର ସ୍ବପ୍ନ କେବେ ଦେଖିନି ।
Like this:
Like Loading...
 |
Sarapancha Bhai ( ସରପଞ୍ଚ ଭାଇ ) |
ଭାଇ ଆସିବେ ଆମ ଗାଁ କୁ
ଆମ ଗରିବ ବସ୍ତିକୁ …
ବୋଧେ…… ହୁଏ ସିଏ
ଆମ ପାଇଁ ଭଗବାନ !
ଦାନପାଣି ମୁଠାଏ ଯୋଗାଡ଼ କରିଦେବେ ।
ତା ପରି କେତେ
ଅନାମ……ଦାମ……ପଞ୍ଚୁ ….
ପଞ୍ଚାୟତ ଜିତି ଚଳୁ କଲେ
ପାଞ୍ଚଖଣ୍ଡ ଗାଁ ର…..
ସାତଟି ନଳକୂପ ଦୁଇଟି ପୋଖରୀ;
ଠୁଳ କରିଦେଲେ ନାତି ପଣନାତି ଯାଏ
ଅଟେଇ ଘରଠାରୁ ଇଶାଣ ଘର ଯାଏ
ଆଗ ପରି ସେମିତି ସେମାନେ ଆସିବାପୁର୍ବରୁ
ଗାଁ ରାସ୍ତା ସଫା କରା ସରିଗଲାଣି ।
ଗାଁରେ ସବୁଠି ହୁରିପଡୁଛି
ଭାଇ ଆସିବେ…. ନିଶ୍ଚୟ ଚିନ୍ତା ହଟିବ….
ବାକିଥିବା ଅଭାବକୁ ପୂରଣ କରିବେ
କିନ୍ତୁ କାହିଁ ବିଶ୍ଵାସ ହୁଏନି…..
ଏମିତିକା କେତେ ପଞ୍ଚାୟତ ଜିତିଲେଣି
କେତେ ବିଶ୍ୱାସ ସରିଛି
କେତେ ନିଶ୍ୱାସ ପଡିଛି
ଏଥର ଦେଖିବା ଭାଇ ….
ଆମ ପାଈଁ କଣ କରୁଛନ୍ତି
ଅଭିଯୋଗ ପୂର୍ଣ୍ଣ କରୁଛନ୍ତି ନା……
ମଶାଣି ତିଆରି କରୁଛନ୍ତି ।
ମନୋଜ କୁମାର ବେହେରା ଙ୍କ
କବିତା ପୃଷ୍ଠାରୁ……
Like this:
Like Loading...
 |
When a Child Smile |
କେତେ ମାଦକତା, କେତେ ନିଷ୍କପଟତା
ପୂର୍ଣ୍ଣ କରିଦିଏ ଭାରକ୍ରାନ୍ତ ମନକୁ
ଅଭିଯୋଗ ଅଭିମାନକୁ ପଦାଘାତ କରି
କେଜାଣି କେତେବେଳେ ତା ମନ ଭିତରେ
ବାରମ୍ବାର ପ୍ରତିଧ୍ୱନିତ କରେ……….
ଭୁଲିଯାଏ; ଅତୀତର ଘଟଣାସବୁ ….
କିଛି ସ୍ୱପ୍ନିଳ, କିଛି ଅନାଦୃଶ୍ୟ ଭାବେ…..
Like this:
Like Loading...
Khela_ghara_by_manoj_kumar_behera
 |
ଖେଳ ଘର |
ଛୋଟ ବେଳେ ଖେଳ ଘର କୁ ନେଇ
କେତେ ବିଶ୍ୱାସ,
ସାନ୍ତନା…ଆଉ ଅଭିମାନ…. ।
ଛୋଟ ବେଳର ସେହି ଲୁଚି ଲୁଚିକା ଖେଳରେ
ହାରିବା ଆଉ ଜିତିବା
ମିଳନ….ବିଚ୍ଛେଦ….
ସବୁଠୁ ନିଆରା……. ।
ଅନ୍ଧାର ରେ ଖୋଜୁ ଖୋଜୁ
ଆଖିରେ ଲୁହ…… ଛାତିରେ କଷ୍ଟ………
ଆଉ ମନରେ ଭୟ…..
ତଥାପି ଚାଲି ଆସୁ
ସେହି ସ୍ଥାନକୁ ମନରେ ଆଶା ନେଇ….
ଅଳ୍ପ ସମୟକୁ ସୁମଧୁର କରିବା ପାଈଁ….।
ଏବେ କିନ୍ତୁ ସେଗୁଡିକ ମନେ ପଡେନି
କାରଣ ସେ ସବୁ ଅତୀତ ….।
ଖାଲି ରହିଯାଇଛି ତାର ଅଙ୍ଗେନିଭା ସ୍ମୃତି…..।
ବୟସ ବଢିଗଲା ପରେ …….
ହୃଦୟ ଭିତରେ……
ମନରେ….
ଅନ୍ୟ ଏକ ମଣିଷକୁ ନେଇ ।
ସୌଧଟିଏ ଗଢ଼ିଲା ପରେ …..
ଅତୀତ ର ସେହି ସମୟକୁ
ଲୁହରେ ପୂର୍ଣ୍ଣାହୁତି ଦେଇ
କବର ଭିତରେ ରଖିବାକୁ ପଡେ ।
ମନୋଜ କୁମାର ବେହେରା ଙ୍କ
କବିତା ପୃଷ୍ଠାରୁ……
Like this:
Like Loading...
 |
Prema Eka Bhabanara – 01 (Undelivered Love Letter, ଅପ୍ରାପ୍ୟ ପ୍ରେମ ପତ୍ର ) |
ଅପ୍ରାପ୍ୟ ପ୍ରେମ ପତ୍ର
ପ୍ରିୟର ତୁମେ…..
ହୃଦୟର ନିବୃତ୍ତ କୋଣରୁ ତୁମ ପାଈଁ ସମର୍ପିତ ସ୍ନେହ । ପ୍ରତି ମୁହୂର୍ତ୍ତରେ ଭାବେ ତୁମେ ଭଲରେ ଥାଅ । ତୁମ ଜୀବନ ଅଲୋକ ମୟ-ସୁପୁଷ୍ପିତ ହେଉ ।
ମୁଁ ତୁମକୁ ଭଲ ପାଏ ବୋଲି ଆଜି ଶାନ୍ତି ରେ ଅଛି, କାହିଁକିନା ତୁମେ ମୋତେ ଅନୁଭବ କରିପାରୁନ । ମୁଁ ଆଜି ଖୁସିରେ ଅଛି କାହିଁକିନା ତୁମେ ମୋ ମନର କଷ୍ଟ କୁ ବୁଝି ପାରୁନ। ତୁମ ମନ, ହୃଦୟ ର ଗୋଟିଏ କୋଣରେ ନିଜତ୍ବ ଜାହିର କରିବାର ଅଧିକାର ଦେଇନ ବୋଲି, ମୋ ମନ ଭିତରେ ତୁମ ପ୍ରତି ଦୁର୍ବଳତା ଭରିଯାଇଛି। ତୁମେ “ମୋର ହେବାର ଯେଉଁ ଅନାବିଳ ଆଗ୍ରହ ହୁଏତ ତୁମକୁ କଷ୍ଟ ଦେଇପାରେ କିନ୍ତୁ ଅବିଶ୍ୱାସ କରି ପାରୁନି” । ସେହି ବିଶ୍ୱାସ ଅଛି ବୋଲି ତ ତୁମକୁ ଭୁଲିପାରୁନି, କାଳେ ତୁମେ କଷ୍ଟ ପାଇବ ବୋଲି ।
ତୁମ ବିନା ବଞ୍ଚି ପାରୁନି ବୋଲି ହତୋତ୍ସାହ ହୋଇନି, ଚିନ୍ତା ବି କରିନି ଏକା ରହିବାକୁ । ସମୟତ ଅତୀତକୁ ଉପହାସ କରେ, ଭବିଷ୍ୟତ କୁ ନିର୍ଦ୍ଦେଶ ଦିଏ ଯେଉଁଠି କଳାଯୟୀ ହେବାର ବହୁ ଅଦମ୍ୟ ଚେଷ୍ଟା କରୁଛି । କଲେ ତୁମେ ଅବାସ୍ତବ ଭାବନା ବାସ୍ତବ ହୋଇଯିବ । ତୁମକୁ ନେଇ ବହୁତ ସ୍ବପ୍ନ ଦେଖେ, କାଳେ ତୁମେ ଜାଗ୍ରତ ହେବ ବୋଲି । ସେଥିପାଇଁ ତୁମକୁ ପ୍ରତିବିନ୍ଦୁ ଓ ପ୍ରତିଛବି ରୁ ନେଇ ତୁମକୁ ମୋ ଜୀବନର ଅଧିନାୟକ ସଜେଇ ଦେଇଛି ।
ତୁମର ମନୋଜ………
Like this:
Like Loading...
New World with Story, Poem, Article & Experience.