Tag Archives: #peoples_college_buguda

Prema Eka Bhabanara – 04 (Parichaya"ପରିଚୟ")

parichaya_odia_poem
Prema Eka Bhabanara – 04 (Parichaya”ପରିଚୟ”)

ପରିଚୟ


ଆବେଗର ବିଭୋର ହୋଇ ଭାବନାର ମୌସୁମୀ ସିଂହରଣ ଖେଳାଇ ଖେଳାଇ ଦିଏ ବିଶ୍ଳେଷଣ କରିବାକୁ ଯାଇ ତୁମେ ତୁମ ମନର ସାନ୍ତ୍ୱନା ପାଇଁ ବିରକ୍ତିରେ ଭାଙ୍ଗିପଡ଼; ବ୍ୟସ୍ତ ବିବ୍ରତରେ ଆଖିରେ ଆଖିଏ ଲୁହ ଓଦା ଓଦା ଓଠର କରୁଣ ରାଗରେ । ହେଲେ ତୁମ ପାଇଁ  ମୁଁ ଲଗ୍ନ ତାଜମହଲ ଭିତରେ ନିରୁଦ୍ଧିଷ୍ଟ । ଅନ୍ୟ ଏକ ପ୍ରେମର ମନ୍ଦିର ମୂର୍ତ୍ତିଟିଏ । ତୁମ ପାଇଁ କିଛି ସମୟର ଅତିଥିଟିଏ ତୁମପ୍ରେମ ହେଉଛି ସ୍ମୃତିମୟ ମୋ ପାଇଁ ନୁଆଁ ଜୀବନର ସନ୍ଦେଶ ।

 କେମିତି କହିବି କେଉଁଠି ଆରମ୍ଭ କରିବି, କେଉଁଠି ଶେଷ କରିବି; ନିର୍ଲୁପ୍ତ ସେହି,  ସେହି ଅଜଣା ତିଥିର ମହେନ୍ଦ୍ର ଲଗ୍ନରେ ହୋଇଥିବା ଅବୁଝା ଅଝଟ ମୁହୂର୍ତ୍ତ ସବୁ ପ୍ରେମ ଏକ ଭାବନାର’ ।

ଅଳି ଅଝଟ ବୟସରୁ ହିଁ ମୋ ମନଭିତରେ ପ୍ରେମର ଐଶ୍ୱର୍ଯ୍ୟମୟ ସ୍ନାୟବିକ ସଂବେଗ ତାଙ୍କ ପ୍ରତି । ଚାଟଶାଳୀର ବର୍ଣ୍ଣମାଳାରେ, ପଣିକିଆର କ୍ଲାସ ରୁମର ମଝି ଧାଡ଼ିରୁ କୋଳାହଳର ସେହି ବୈଚିତ୍ରମୟ ପୁଲକିତ ଅନୁଭବର ଉଲ୍ଲାସ ଓ ଉତ୍ତରଣ ତାଙ୍କ ପ୍ରତି । କେତେ ଗତାୟୁ ବର୍ଷରୁ ସମ୍ପର୍କ ଆମର ଛୋଟ ମୋର ଗାଁଟି ରେ ବରଗଛ ଓହଳରେ ଦୋଳି ଖେଳିବା ଲୁଚି ଲୁଚି ବଣ ବୁଦାରୁ କୋଳି ଖାଇବା ପ୍ରଜାପତି ଧରିବା ଠାରୁ ଆଜି ଯାଏ ସେ ଛାଇପରି ଜଗିରହିଛି ମନରେ ଭାବନାରେ ତାଙ୍କ ପାଖରୁ ହିଁ  ଗୋଟେ ନୁଆଁ ପରିଚୟ ପାଇଛି ତାଙ୍କ ସହ ବଞ୍ଚିବାର । ସ୍ୱପ୍ନ ଶ୍ରୀ ମନ ମନ୍ଦିରରେ ଉଦ୍ଭସିତ ହେଇ ଉଠୁଛି ଏକ ଅଭୁଲା ମୁହୂର୍ତ୍ତ । ପ୍ରତ୍ୟେକଟି ଶବ୍ଦ, ପ୍ରତ୍ୟେକଟି ସଂଳାପ ମଧୁର ବିମଧୁର ଏକ ନୂତନ ଦିଗନ୍ତର କଳ୍ପନା ସେ ନହଲେ କାହିଁକି ତାଙ୍କ ପ୍ରତି ଏକ ଦୁର୍ବଳତା ଏତେ ମଦକତା; ତାପରେ ବି ଶହ ଶହ ବର୍ଷ ଧରି ଭଗ୍ନ ଶରୀରରେ ପ୍ରାଣ ସଞ୍ଚାର କରେ ଆଲୋଚନା କରେ, ସେଇ ଟିକେ ପ୍ରେମପାଇଁ  ନହଲେ ଶୀତରାତିରେ ସେଫାଳିର ଗନ୍ଧବାରି ବିମୋହିତ  ହୋଇନଥାନ୍ତି; ରାତିର ଇଚ୍ଛା ମନର ଭାରକ୍ରାନ୍ତକୁ ଶାନ୍ତ କରି ନୂଆ ଜିବନ ସଞ୍ଚାର କରୁନଥାନ୍ତା । ତାଙ୍କୁ ନେଇ ତାଙ୍କ ଜୀବନର ଚରମ ତୁପ୍ତିର ଉପଲବ୍ଧି ଅନନ୍ୟ ।

ତାଙ୍କୁ ନେଇ ଲେଖାରେ ହେଉ ବା କଥାରେ ହେଉ, ନିଜକୁ ପ୍ରକାଶ କରିବା ଏକ ପ୍ରକାର ସଯ୍ୟ ଧର୍ମ । ସେ ଆଲୋକ ଦିଏ କି ଉତ୍ତାପ ଦିଏ ମୁଁ ଜାଣେନା । ତାର ଫଳାଭିସନ୍ଧି ନଥାଏ ତା ପାଇଁ ଗୋଟିଏ ମାତ୍ର ସତ୍ୟ ନିଷ୍ଠାର ସହିତ ଜଳିଯିବା ବୋଧେ ଏହା ହିଁ ତାଙ୍କ ପାଖରେ ମୋର ପରିଚୟ, ଜୀବନରେ ବଞ୍ଚିବାର ପ୍ରେରଣା ଟିଏ ଏବଂ ଲକ୍ଷ୍ୟଟିଏ ତାଙ୍କୁ ନେଇ ।

ଜୀବନର ପରିଚୟ ଓ ପ୍ରେରଣା କୁ କେନ୍ଦ୍ର କରି ଯେଉଁ ରୂପାୟିତ ସୃଷ୍ଟି ତାହା ହିଁ ଆମ ପାଇଁ ଏକ ସାହିତ୍ୟ ।।
କ୍ରମଶଃ…..
ପ୍ରେମ ଏକ ଭାବନାର…….

ମନୋଜ କୁମାର ବେହେରାଙ୍କ

କବିତା ପୃଷ୍ଠାରୁ……..

parichaya_odia_poem



Follow My Pages:-

Bhuyans blog

Utkal Divas (ଉତ୍କଳ ଦିବସ)


utkala_divasa_odia_poem
Utkal Divas (ଉତ୍କଳ ଦିବସ)





ଲେଖୁ ଲେଖୁ ସରିଯିବ
ସାତ ସପନ ଆଉ ଅଠର ରାତି
ସେ ଭିତରେ ନ ଥିବ
ଆଶା ହୀନ ଭରସା ର କାହାଣୀ
ବର୍ଷା -ବସନ୍ତ ର ସମ୍ପର୍କ ;

କାହାଣୀ ତ ଭିନ୍ନ ଧରଣର
ଉତ୍ସାହ ନାହିଁ କି ଉତ୍ସ ନାହିଁ
ପୂର୍ଣ୍ଣ ମର୍ଯ୍ୟାଦା ଦେବାକୁ 
ପଢିବାକୁ ଅସମର୍ଥ,
ହୃଦୟର ବନ୍ଧୁରତା କୁ ସମତଳ କରି
ସତ୍ୟ-ଅତୀତ-ଲୁହ-କାରାଗାର
ସମ୍ପର୍କ ଯୋଡି ଦେଇ 
ମଇଳା ଚିରା କାଗଜ ଭିତରେ
ନିସ୍ତେଜ ହୋଇ ପଡ଼ିଲା ପରେ
ସବୁତକ ମାଟିରେ ମିଶିବା ବ୍ୟତୀତ
କଣ ବା ମିଳିବ ;

ସେମାନଙ୍କ ପାଈଁ
ସେହି ଟିକକ ଶ୍ରଦ୍ଧାରେ
ସେଇ ଶେଷ ନିଃଶେଷ ହୋଇଥିବା
କାଗଜ ଭିତରୁ
ଉତ୍କଳ ଦିବସରେ….

ଓଡ଼ିଶାର ବରେଣ୍ୟ ବିର ପୁତ୍ର ମାନଙ୍କୁ ମୋର ଶ୍ରଦ୍ଧାଞ୍ଜଳି

ଉତ୍କଳ ଦିବସ ର ହାର୍ଦିକ ଶୁଭକାମନା..


ମନୋଜ କୁମାର ବେହେରାଙ୍କ

କବିତା ପୃଷ୍ଠାରୁ……..

utkala_divasa_odia_poem

Follow My Pages:-

Bhuyans Blog

Prema Eka Bhabanara – 03 (Anutapa "ଅନୁତାପ")

anutapa_odia_poem
Prema Eka Bhabanara – 03 (Anutapa “ଅନୁତାପ”)

ଅନୁତାପ


ଯେବେ ତୁମେ ମୋ ପାଇଁ ସଂଜ ସଳିତା ଜାଳୁଥିଲ, ଶୁଭ ମନାସୁ ଥିଲ, ମୁଁ ବୁଝି ପାରିନଥିଲି ତୁମକୁ । 


ତୁମେ ମତେ ନେଇ ଯେଉଁ ଇଚ୍ଛାର-ଭାବନାର ଘରଟିଏ କରି ନିକଟ ତର ହେବାକୁ ଚେଷ୍ଟା କରୁଥିଲ, ମୁଁ କିନ୍ତୁ ଅନୁଭବ କରି ନଥିଲି ତୁମେ ମନ ଭିତରେ ମତେ ନେଇ କେତେ ଅନେକ ସ୍ୱପ୍ନ ଦେଖିଥିଲ; ମୁଁ ବାସ୍ତବତା ବୁଝି ପାରିନଥିଲି । 

ତୁମେ ଅନେକ ଅଭିମାନ କରିଛ-ଶାନ୍ତ-ନିରବତା ଭିତରେ ମତେ ବହୁବାର ମୋତେ ଖୋଜିଛ । 

ଏକାନ୍ତ ନୀରବତାରେ ମୋ ପାଇଁ ବହୁତ କଷ୍ଟ ପାଇଛ କିନ୍ତୁ ମୁଁ….. ହୁଏତ, ମୁଁ ଓ ମୋ ଅଜାଣନ୍ତରେ ଦେଇଥିବା କଷ୍ଟ ଆଜି ମୁଁ ଅନୁଭବ କରେ । 

ମୋ ପାଇଁ ଦୀପାଳିରେ ସଳିତା ଯୋଗାଡୁ ଯୋଗାଡୁ ବହୁଥର ହାତ ପୋଡି ଦେଇଛ…….ମୁଁ ଦେଖିପାରିଛି ତୁମର ସେ ପୋଡ଼ା ଚିହ୍ନ କିନ୍ତୁ ସେତେବେଳେ ବୁଝିପାରିନି ଏବଂ ବୁଝିବାକୁ କେବେ ଚେଷ୍ଟା ବି କରି ନଥିଲି କାହିଁକି କଣ ପାଇଁ ଏତେ କଷ୍ଟକର ମୋ ପାଇଁ ।

କେତେ ବାହାନା କର ମିଶିବାକୁ, ଦି ପଦ କଥା ଦେବାକୁ ଆଉ ମୁଁହ ରେ ଚେନାଏ ହସ ରଖି ବୋଧହୁଏ ଆତ୍ମ ତୃପ୍ତିର ନିଦଟିଏ ପାଇଁ; ବାସି ସେଜରେ ବସି ମୁରୁକି ହସି ଦେବା ଭିତରେ ସେଇ ମୁହଁ କୁ ମୁଁ କେବେ ଧ୍ୟାନ ବି ଦେଇନି…..।
           
  ସମସ୍ତେ ଚାହାନ୍ତି ସେମାନଙ୍କ ପ୍ରିୟ ପୁରୁଷ ପୃଥିବୀର ସର୍ବଶ୍ରେଷ୍ଠ ହେବାପାଇଁ । 

“କିନ୍ତୁ ତୁମେ ମୋ ପାଇଁ ଯେତିକି ଲୁହଲୁହାଣ ହୋଇଛ” ତା ବାସ୍ତବତା ପୂର୍ବରୁ ବୁଝିନଥିଲି ।

 ତୁମେ ଠାକୁରଙ୍କ ନିକଟରେ ପ୍ରାର୍ଥନା କରୁଥିଲ ମୋର ସଦ୍ୱୀପ ଆଦର୍ଶ ମୟ ଜୀବନ ପାଇଁ । 

ହୁଏତ ତୁମ ଆଶା-ଭାବନା ପୂର୍ଣ୍ଣ ହେବ….. 
ମତେ ନେଇ…..
କିନ୍ତୁ ମୁଁ ତୁମକୁ ନିଜର ବୋଲି ଭାବି ପାରିନଥିଲି , ଏବେ ସେଇ ଅନୁତାପ ମୋତେ ବହୁତ ଦୂରକୁ ନେଇଯାଇଛି ।

ମନୋଜ କୁମାର ବେହେରାଙ୍କ

କବିତା ପୃଷ୍ଠାରୁ……..

anutapa_odia_poem



Follow My Pages:-

Bhuyans blog

ଅଦୃଶ୍ୟ ତାରା By Manoj

Prema Eka Bhabanara – 02 (Adrushya Tara “ଅଦୃଶ୍ୟ ତାରା”)

ଅଦୃଶ୍ୟ ତାରା

ମତେ ନେଇ ତୁମେ ତୁମର ଯେଉଁ ନୁଆଁ ଦିନଟି ଆରମ୍ଭ କରିବାକୁ ଭାବିଥିଲ ତାହା ତୁମ ଖୁସିର ବାହାରେ ଆଉ ତୁମ କଳ୍ପନାର ବହୁତ ଦୂରରେ !!

“ମୁଁ ନିର୍ବିକାର ସମୟ ପାଖରେ ଯେମିତି ଅଜଣା ଏକ ଭବିଷ୍ୟତ ପାଖରେ ପହଂଚି ଯାଇଛି ” କିପରି କାହିଁକି ଅନେକ ପ୍ରଶ୍ନ ବାଚିର ସୌଧ ଭିତରେ ବନ୍ଦି ହୋଇ ସେଇ ପ୍ରଶ୍ନର ପୁଷ୍ପ ଗୁଚ୍ଛାରୁ ସୁଗନ୍ଧ ବାଛିବାକୁ ଲାଗିଛି ।

ତୁମେ ତ ନିଳ ଆକାଶ, ସେଇ ଆକାଶ ତଳେ ରଶ୍ମିଟିଏ ହୋଇ ଗୋଧୂଳି ସନ୍ଧ୍ୟାର ମୁଁ ମୁକ୍ତା ହେବାକୁ ଚାହେଁ ! କିନ୍ତୁ ମୋ ଜୀବନରେ ତାହା ପୂର୍ଣ୍ଣିମା ରାତିରେ ଜହ୍ନ ଆଲୁଅ ର ଛାୟା ହୋଇଯାଇଛି !!!

ମୋ ପାଖରେ ନିର୍ମଳ ହୃଦୟଟେ ନାହିଁ ଯେ ତୁମକୁ ନେଇ ନୀଳାମୟୀ କୃଷ୍ଣଙ୍କ କ୍ରିଷ୍ଣା ଭଳି ଏବଂ ଗୌତମ ବୁଦ୍ଧଙ୍କ ପରି ତୁମକୁ ସଜାଇ ପାରିବି । ସେଥିପାଇଁ ବୋଧେ ସାହସ କରିପାରୁନି ତୁମର ସେଇ ନିସ୍ୱାର୍ଥପର ପ୍ରେମକୁ ।

ତୁମେ ଗ୍ରହଣ କରିବ ସେ ଭାବନା ମୋ ପାଈଁ ଅନ୍ଧକାର ର ସ୍ୱପ୍ନ ପାଲଟି ଯାଇଛି । ତୁମେ ରାଧା ଓ ମିରାର ଏବଂ ସଞ୍ଜୁକ୍ତ ରେ ଏକ ପ୍ରେମ ଓ ଭକ୍ତି ଭରା ନିରର୍ବଛିନ ବର୍ଷା ।

ମୁଁ ଇନ୍ଦ୍ରଧନୁର କିରଣ ଭଳି ମୌସୁମୀ ର ଫୁଲ ପାଖୁଡା ସାଜି ତୁମ ସହ ମିଶି ଯିବାକୁ ଚାହେଁ ଏବଂ ଭିଜିଯିବାକୁ ଚାହେଁ । କିନ୍ତୁ ତୁମର ଉତ୍ତପ୍ତ ନିଶ୍ୱାସକୁ ଯେତେଥର ମୁଁ ଶୀତଳ କରିବାକୁ ଚାହିଁଛି ମୁଁ ସେତେଥର ନିଜର ଅନୁତାପ ରେ ଜଳିଯାଇଛି ।

ତୁମେ ଆଜି ଯାଏ ଭାବୁଥିବ ମୁଁ ସବୁ ଜାଣିବି ତୁମକୁ କାହିଁକି ଗ୍ରହଣ କରୁନି-ନିଜର କରିପାରୁନି !!

ଏହି ପ୍ରଶ୍ନ ତୁମ ମନ ଭିତରେ ବାରମ୍ବାର ଉଙ୍କି ମାରୁଥିବ ଏବଂ ଏକ ବିରାଟ ପ୍ରଶ୍ନ ର କାଚ ଘର ଗଢି ଉଠିଥିବ ।

ମୁଁ ଜାଣେ ତୁମକୁ କେତେ କଷ୍ଟ ଆଉ କେତେ ଭାବନା ତୁମ ହୃଦୟରେ ଜାତ ହେଉଥିବ । ତୁମେ କଣ ଜାଣିଛ ଯେ ଏହି ଭାବନା କୁ ସତ୍ୟ ରେ ପରିଣତ କରିବା ପାଈଁ ମୁଁ କେତେଥର ପ୍ରୟାସ କରିନଥିବି ।

ହଁ ଏହା ସତ୍ୟ ଯେ ବହୁତ ଥର ସେଇ ତାରା ପୁଞ୍ଜରୁ ତୁମ ଚାରିପାଖେ ଆଲୋକିତ କରିବା ପାଈଁ ସୁର୍ଯ୍ୟ ର ଜ୍ୱଳନ୍ତ ଆଲୋକ କୁ ମୁଁ ସହ୍ୟ କରିଛି । କିନ୍ତୁ ପାରିନି, କାରଣ ମୁଁ ଅନନ୍ତ ଆକାଶ ର ଗୋଟିଏ ଅଦୃଶ୍ୟ ତାରା ଟିଏ ।

ମନୋଜ କୁମାର ବେହେରାଙ୍କ

କବିତା ପୃଷ୍ଠାରୁ……..

adrushya_tara_odia_poem



Follow My Pages:-

Bhuyans blog

Sad (ଦୁଃଖ)

Sad_poem_by_manoj_kumar_behera
Sad (ଦୁଃଖ)
ଦୁନିଆର ସବୁ ସୁଖ ତୁମ ପାଦର
ଧୂଳି ହେଲେ……
ଦୁଃଖ ତକ ଅଞ୍ଜୁଳାରେ
ମୋ ପାଇଁ……. ପୂର୍ଣ୍ଣ ସମର୍ପଣ କରିଦେବ
ସବୁ ଦୁଃଖରେ ଯଦି ଲୁହ ଥାଏ …
ଦୁଃଖ କେବେ କରିବନି
ମୋ ଆଖିରେ ଲୁହ ଅଛି ବୋଲିତ…
ଦୁଃଖଟିଏ ରହିଯାଇଛି …..
କାହିଁକି ନା …..
ତମକୁ ନେଇ ବିଦ୍ରୁପ କି
ଉପାହାସ କରିପାରେନି ।
ସବୁଦିନରେ ଯଦି ସ୍ୱପ୍ନ ଥାଏ
ତମେ ମୋତେ ପାଇବାର
ସ୍ୱପ୍ନ କେବେ ଦେଖିନ???
ସ୍ୱପ୍ନ ଦେଖିବା ଆଗରୁ…..
ନିଦ ଭାଙ୍ଗିଗଲେ ….. କଷ୍ଟ ହୁଏ ବୋଲିତ
ହୃଦୟ ଭାଙ୍ଗିବାର ସ୍ବପ୍ନ କେବେ ଦେଖିନି ।
ମନୋଜ କୁମାର ବେହେରା ଙ୍କ
କବିତା ପୃଷ୍ଠାରୁ……
Click here for poem page

Sarapancha Bhai ( ସରପଞ୍ଚ ଭାଇ )

Sarapancha_bhai_by_manoj_kumar_behera
Sarapancha Bhai ( ସରପଞ୍ଚ ଭାଇ )
ଭାଇ ଆସିବେ ଆମ ଗାଁ କୁ
ଆମ ଗରିବ ବସ୍ତିକୁ …
ବୋଧେ…… ହୁଏ ସିଏ
ଆମ ପାଇଁ ଭଗବାନ !
ଦାନପାଣି ମୁଠାଏ ଯୋଗାଡ଼ କରିଦେବେ ।
ତା ପରି କେତେ
ଅନାମ……ଦାମ……ପଞ୍ଚୁ ….
ପଞ୍ଚାୟତ ଜିତି ଚଳୁ କଲେ
ପାଞ୍ଚଖଣ୍ଡ ଗାଁ ର…..
ସାତଟି ନଳକୂପ ଦୁଇଟି ପୋଖରୀ;
ଠୁଳ କରିଦେଲେ ନାତି ପଣନାତି ଯାଏ
ଅଟେଇ ଘରଠାରୁ ଇଶାଣ ଘର ଯାଏ
ଆଗ ପରି ସେମିତି ସେମାନେ ଆସିବାପୁର୍ବରୁ
ଗାଁ ରାସ୍ତା ସଫା କରା ସରିଗଲାଣି ।
ଗାଁରେ ସବୁଠି ହୁରିପଡୁଛି
ଭାଇ ଆସିବେ…. ନିଶ୍ଚୟ ଚିନ୍ତା ହଟିବ….
ବାକିଥିବା ଅଭାବକୁ ପୂରଣ କରିବେ
କିନ୍ତୁ କାହିଁ ବିଶ୍ଵାସ ହୁଏନି…..
ଏମିତିକା କେତେ ପଞ୍ଚାୟତ ଜିତିଲେଣି
କେତେ ବିଶ୍ୱାସ ସରିଛି
କେତେ ନିଶ୍ୱାସ ପଡିଛି
ଏଥର ଦେଖିବା ଭାଇ ….
ଆମ ପାଈଁ କଣ କରୁଛନ୍ତି
ଅଭିଯୋଗ ପୂର୍ଣ୍ଣ କରୁଛନ୍ତି ନା……
ମଶାଣି ତିଆରି କରୁଛନ୍ତି ।
ମନୋଜ କୁମାର ବେହେରା ଙ୍କ
କବିତା ପୃଷ୍ଠାରୁ……

ଶିଶୁଟିଏ ହସି ଦେଲେ By. Manoj

When_a_Child_Smile_by_manoj_kumar_behera
When a Child Smile
ଶିଶୁଟିଏ ହସି ଦେଲେ
କେତେ ମାଦକତା, କେତେ ନିଷ୍କପଟତା
ପୂର୍ଣ୍ଣ କରିଦିଏ ଭାରକ୍ରାନ୍ତ ମନକୁ
ନା ଅଛି ଅଭିମାନ……. ନା…………
ଅଛି ଅଭିଯୋଗ ………..
ଅଭିଯୋଗ ଅଭିମାନକୁ ପଦାଘାତ କରି
ଚାଲିବା ଶିଖିବାଠାରୁ ………..
କେଜାଣି କେତେବେଳେ ତା ମନ ଭିତରେ
ବାରମ୍ବାର ପ୍ରତିଧ୍ୱନିତ କରେ……….
ବିବ୍ରତ କରେ……..
ଭୁଲିଯାଏ; ଅତୀତର ଘଟଣାସବୁ ….
ବର୍ତ୍ତମାନ ପାଖରେ ହଜାଇଦିଏ;
ଖୋଜିବାକୁ ଲାଗେ ଆଗାମି ଦିନର
ସୁନେଲି ସୂର୍ଯ୍ୟର ଉଦିୟମାନ
ରଶ୍ମି ପରି….
ଭବିଷ୍ୟତକୁ ।
ସେଇଠି ସେତେବେଳରୁ ବଦଳି ଯାଏ
ମାଦକଭାର ହସ ଟିକକ
କିଛି ସ୍ୱପ୍ନିଳ, କିଛି ଅନାଦୃଶ୍ୟ ଭାବେ…..
ମନୋଜ କୁମାର ବେହେରା ଙ୍କ
କବିତା ପୃଷ୍ଠାରୁ……

ଖେଳ ଘର (Khela Ghara)

Khela_ghara_by_manoj_kumar_behera


khela Ghara
ଖେଳ ଘର



ଛୋଟ ବେଳେ ଖେଳ ଘର କୁ ନେଇ
କେତେ ବିଶ୍ୱାସ,
ସାନ୍ତନା…ଆଉ ଅଭିମାନ…. ।

ଛୋଟ ବେଳର ସେହି ଲୁଚି ଲୁଚିକା ଖେଳରେ 
ହାରିବା ଆଉ ଜିତିବା
ମିଳନ….ବିଚ୍ଛେଦ….
ସବୁଠୁ ନିଆରା……. ।

ଅନ୍ଧାର ରେ ଖୋଜୁ ଖୋଜୁ 
ଆଖିରେ ଲୁହ…… ଛାତିରେ କଷ୍ଟ………
ଆଉ ମନରେ ଭୟ…..
ତଥାପି ଚାଲି ଆସୁ 
ସେହି ସ୍ଥାନକୁ ମନରେ ଆଶା ନେଇ…. 
ଅଳ୍ପ ସମୟକୁ ସୁମଧୁର କରିବା ପାଈଁ….।

ଏବେ କିନ୍ତୁ ସେଗୁଡିକ ମନେ ପଡେନି
କାରଣ ସେ ସବୁ ଅତୀତ ….।
ଖାଲି ରହିଯାଇଛି ତାର ଅଙ୍ଗେନିଭା ସ୍ମୃତି…..।

ବୟସ ବଢିଗଲା ପରେ …….
ହୃଦୟ ଭିତରେ……
ମନରେ…. 
 ଅନ୍ୟ ଏକ  ମଣିଷକୁ ନେଇ ।
ସୌଧଟିଏ ଗଢ଼ିଲା ପରେ …..
ଅତୀତ ର ସେହି ସମୟକୁ 
ଲୁହରେ ପୂର୍ଣ୍ଣାହୁତି ଦେଇ
କବର ଭିତରେ ରଖିବାକୁ ପଡେ ।

ମନୋଜ କୁମାର ବେହେରା ଙ୍କ
କବିତା ପୃଷ୍ଠାରୁ……

ତୁମେ ପ୍ରଥମ ଆଉ ତୁମେ ଶେଷ……..

Tume_pratham_aau_tume_sesha_odia_poem




Tume pratham aau Tume Sesha
Tume pratham aau Tume Sesha




ତୁମ ଆଖିର ଲୁହ
ତୁମ ଅଭିମାନ
ତୁମ ଅବିଶ୍ୱାସ
ତୁମ ରାଗ, ରୋଷ ଆଉ ଇର୍ଷା ;
ମୋ ଜୀବନର ସବୁଠୁ ବଡ଼ କଷ୍ଟ !
ମୋ ଅବଚେତନ ମନରେ,
ଗୋଟିଏ ଅଦଭୁତ ଶୂନ୍ୟତା ପରି ।
ତୁମେ ଯେତେ ମନା କଲେ ବି,
ତୁମ ମନ, ତୁମ ହୃଦୟ, ତୁମ ଆତ୍ମା
ତୁମ ଭାବନା, ତୁମ ବିଶ୍ୱାସ ;
ମୋ ହୃଦୟରେ
ମନରେ – ପ୍ରାଣରେ
ଆତ୍ମାରେ
ଦିନ – ରାତି
ସ୍ୱପ୍ନରେ ଜାଗ୍ରତରେ
ଆମ ସମ୍ପର୍କ…….
ମତେ ପୂର୍ଣତୋୟା କରିଦିଏ
ଯାହା ମୋ ଜୀବନର
ତମାମ ହୃଦ ସ୍ପନ୍ଦନ ର
ତୁମେ ପ୍ରଥମ ଆଉ ତୁମେ ଶେଷ……..


ମନୋଜ କୁମାର ବେହେରାଙ୍କ
କବିତା ପୃଷ୍ଠାରୁ……..

Tuma Bina. (ତୁମ ବିନା)


Tuma Bina
 
 
ଚାଲୁଅଛି ଦୁନିଆଁ ମୁଁ……..
ତୁମରି ଇଛାରେ
ରକ୍ଷ ପ୍ରଭୁ……………….।
 
ଭାସୁଅଛି ମୁଁ ସଂସାର ସାଗର ରେ
ତୁମେ ହିଁ କାଯ୍ୟ, ତୁମେ କିରଣ
ତୁମେ ହିଁ ଉତ୍ଥାନ ଏବଂ ପତନ ।
 
ସମୀରଣ ସ୍ରୋତରେ ହଜିଯିବାର ଭୟ……
ଅକାଂକ୍ଷାର ସୌରଭରେ ଚତୁର୍ଦିଗରେ
ବିକଶିତର ସ୍ପୃହା ……।
 
ରକ୍ଷ ପ୍ରଭୁ………!  
ଆତ୍ମ ଜ୍ଞାନ ଦେଇ…।
ତୁମେ ଧର୍ମ, ତୁମେ କର୍ମ – ପାଳକ
ତୁମେ ହିଁ ଜିବାତ୍ମା, ତୁମେ ହିଁ ଆତ୍ମା
ତୁମ ବିନା ନିରାଶ୍ରୟ,
ଭବିଷ୍ୟତ ର ଅଜଣା ପଥରେ ।।
 
ମନୋଜ କୁମାର ବେହେରା 
……. ଙ୍କ କଲମରୁ
 
 
ଆପଣଙ୍କୁ ଦୀପାବଳି ଉତ୍ସବ ର ହାର୍ଦ୍ଦିକ ଶୁଭେଚ୍ଛା ।
ମୋତେ ଶୁଭେଚ୍ଛା ଜଣେଇବା ପାଈଁ
Whatsapp click କରନ୍ତୁ ।
 
ମୋ Blog କୁ Follow କରନ୍ତୁ ଏବଂ Poem section ରେ ନୂଆ ନୂଆ poem ପଢନ୍ତୁ ।
 
ଧନ୍ୟବାଦ…