Tag Archives: #pheriasa

ଫେରି ଆସ (1)

ଫେରି ଆସ, କ୍ଷୁଦ୍ର ଗଳ୍ପ
ସେଦିନ ମୁକେଶ ବସିଥାଏ ମେଡିକାଲ୍ କ୍ଲିନିକ୍ ରେ। ସେ ଯାଇଥାଏ ମେଡିକାଲ୍ ଚେକ୍ ଅପ୍ ପାଇଁ। ୧୩ ନମ୍ୱର୍ ଟୋକେନ୍ ନେଇ ବସିଥାଏ। ୪ ନମ୍ୱର୍ ଚାଲିଥାଏ । ସମୟ ପାଖାପାଖି ୧୧ ଟା ହେବ । ସେ ବ୍ୟସ୍ତ ହୋଇ ପଡୁଥାଏ । ସେ ବାରମ୍ବାର ତାର ସାଙ୍ଗ ମଳୟ କୁ କହୁ ଥାଏ । ଚାଲ୍ ରେ ଆଉ କୋଉ ଦିନ ଆସିବା। ମଳୟ ବୁଝେଇ ବାକୁ ଯାଇ କହିଲା, ତୋର ଅବସ୍ଥା ଦେଖିଛୁ ?? ଯାହା ହେଵ ଆଜି ହିଁ ହେବ। ମୁକେଶ ଚୁପ୍ ହୋଇଗଲା।

ଠିକ୍ ସେତିକିବେଳେ ସୁଜାତା ତାର ଦୁଇ ବର୍ଷ ର ଝିଅ କୁ ନେଇ କ୍ଲିନିକ୍ ରେ ପହଞ୍ଚିଲା। କୁନି ଝିଅ ପୂଜା ସଙ୍ଗେ ସଙ୍ଗେ ମୁକେଶ ପାଖକୁ ଆସି କୋଳେଇ କହିଲା ବାପା… ବାପା.. ତମେ ଏଠି?? ଜାଣିଛ ମୁଁ ତମକୁ କେତେ ଖୋଜିଛି ?? ମାମା କୁ ଯେବେ ପଚାରେ ସେ କଥା ଘୁମେଇ ଅନ୍ୟ କିଛି କଥା କହି ଦିଅନ୍ତି । ଜାଣିଛ ତମକୁ ପ୍ରତ୍ୟେକ ରାତିରେ ମୁଁ ବହୁତ୍ ଖୋଜେ ?? କିନ୍ତୁ ମାମା ମୋତେ ଗାଳି ଦେଇ ଶୁଆଇ ଦିଅନ୍ତି । କୁହ ବାପା ??? କଣ ପାଇଁ ଆସୁ ନଥିଲ?? ଚାଲ ଆଜି ଆମେ ଆମ ଘରକୁ ଯିବା।

ମୁକେଶ ଝିଅ କୁ ଦେଖି ଖୁସି ହୋଇଗଲା ଏବଂ କୋଳେଇ ନେଇ କହିଲା ନିଶ୍ଚୟ ଆସିବି । ମୁଁ ଅଫିସ କାମରେ ଅଳ୍ପ ବ୍ୟସ୍ତ ରହୁଛି ସେଥିପାଇଁ, ଆସି ପାରୁ ନଥିଲି। ଏବେ ନିଶ୍ଚୟ ଆସିବି। କିନ୍ତୁ ଏଠି ସୁଜାତା ପୂଜା କୁ ଟାଣି ନେଇ ଅନ୍ୟ ଏକ ସିଟ୍ ରେ ବସିଲେ । ମୁକେଶ ସୁଜାତା କୁ ଦେଖିଲା ପରେ ସତେ ଯେମିତି ତା ମୁଖରେ ଖୁସି ଫେରି ଆସିବା ଭଳି ମନେ ହେଲା।

ସେ ମଳୟ କୁ ଦେଖି ଇଶାରା ରେ କହିଲା । ଦେଖ ସୁଜାତା ଆସିଛି । ମଳୟ ଭାବିଲା ଆଜି ଭାଉଜ ସହିତ ମୁକେଶ ର କଥା ବାର୍ତ୍ତା ନିଶ୍ଚୟ କରେଇବି କିନ୍ତୁ ଭାଉଜ ମାରିଥିବା ଚାପୁଡା ମଳୟ କୁ ବାରମ୍ବାର ମନେ ପଡ଼ି ଯାଉଥାଏ । ମଳୟ ସ୍ଥିର କରିଲା ସେ ଘଟଣା କୁ ବର୍ଷେ ଉପରେ ହୋଇଗଲାଣି। ମନେ ରଖି କିଛି ଫାଇଦା ନାହିଁ କିନ୍ତୁ ମୁକେଶ ସହିତ ଘଟିଥିବା ପୁରୁଣା କଥା ଗୁଡ଼ିକ ତାକୁ ଆଜି ମଧ୍ୟ ମନେ ପଡ଼ି ଯାଉଥାଏ।
.
.
.
.
.
.

ଠିକ୍ ତିନି ବର୍ଷ ପୂର୍ବେ ସୁଜାତା ଆଉ ମୁକେଶ ର ଗୋଟିଏ ସଫ୍ଟୱେର କମ୍ପାନୀ ରେ ପ୍ରଥମ ଦେଖା ହେଲା । ଦୁହେଁ Interview ଦେବାକୁ ଆସି ସେହି କମ୍ପାନୀ ରେ ସିଲେକ୍ଟ ହୋଇଥିଲେ । ସେଦିନ ଠାରୁ ସେମାନଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇ ଯାଇଥିଲା । ଦୁହେଁ ଗୋଟିଏ ଟିମ୍ ରେ କାମ କରିଲେ। ଫ୍ରି ଟାଇମ ମିଳିଲେ ବୁଲିବା, କଫି ପିଇବା ଏବଂ ପାର୍କ ବୁଲିବା ଆରମ୍ଭ ହୋଇଗଲା । ସେହି ଟିମ୍ ରେ ମଳୟ ମଧ୍ୟ ସାମିଲ ଥିଲା । ମୁକେଶ ଏବଂ ମଳୟ ଗୋଟିଏ ରୁମ୍ ମେଟ୍ । ପ୍ରାୟ ତିନି ମାସ ପରେ ଦୁହେଁ କୋର୍ଟ ମେରେଜ୍ କରିଲେ । ଘରେ ବିପକ୍ଷରେ ଥିଲେ ମଧ୍ୟ ପ୍ରେମ ଆଗରେ ଘର ଲୋକେ ହାର ମାନିଗଲେ ।

ମେରେଜ୍ ପର ଠାରୁ ସେ କେବେ ମଧ୍ୟ ଘରକୁ ଯାଇନି କେବଳ ଫୋନ୍ ଏବଂ ଭିଡିଓ କଲ୍ ରେ କଥା ହେଉଥାଏ। ବାହାଘର ର ବର୍ଷେ ପୁରିନି ସେମାନଙ୍କ ଗୋଟିଏ ସୁନ୍ଦର୍ ଝିଅ ଟିଏ ଜନ୍ମ ହେଲା । ନାମ ଦିଆଗଲା ପୂଜା । ପୂଜା କୁ ୦୬ ମାସ ହେବା ପର୍ୟନ୍ତ ଠିକ୍ ଠାକ୍ ଚାଲିଲା କିନ୍ତୁ ତା ପରେ ସୁଜାତା ର ମା ଆସି ଘରେ ରହିବାକୁ ଲାଗିଲେ ଏବଂ ପୂଜା ର ଯତ୍ନ ନେବାକୁ ସ୍ଥିର କରିଲେ । ସୁଜାତା ପୁଣି ଥରେ ଜବ୍ ରେ ଜଏନ କରିଲା କିନ୍ତୁ ଅନ୍ୟ ଏକ ଟିମ୍ ରେ । ପ୍ରାୟ ଗୋଟିଏ ମାସ ଠିକ୍ ଠାକ୍ ଚାଲିଲା ତାପରେ ଆରମ୍ଭ ହୋଇଗଲା ଗୃହ ଯୁଦ୍ଧ । କାରଣ ଥିଲା ସନ୍ଦେହ ଏବଂ ଅନ୍ୟାନ୍ୟ ଘଟଣା ।

ସୁଜାତା ର ଚାକିରି ର ଗୋଟିଏ ମାସ ପରେ। ଦିନେ ରାତି ପ୍ରାୟ ୧୦.୩୦ ହେବ ସୁଜାତା ମୋବାଇଲ କୁ ଗୋଟିଏ କଲ୍ ଆସିଲା । ସେ ଥିଲା ତାଙ୍କ ଟିମ୍ ର ଗୋଟିଏ ମେମ୍ବର ରୋଷନ୍। ମୁକେଶ କହିଲା ଝିଅ କାନ୍ଦୁଛି ତାକୁ କ୍ଷୀର ଖୁଆଇ ଖୁଆଇ କଥା ହୁଅ କିନ୍ତୁ ସୁଜାତା ମନା କରି କହିଲା କିଛି ଇମ୍ପୋର୍ଟାଣ୍ଟ ପ୍ରୋଜେକ୍ଟ ବିଷୟରେ କଥା ଅଛି ଏବଂ ମୋତେ ଲାପଟପ୍ ରେ କିଛି ମେଲ୍ କରିବାର ଅଛି ତମେ ତାକୁ ବୋତଲ ରେ କ୍ଷୀର ପିଆଇ ପିଆଇ ଶୁଆଇ ଦିଅ। ମୁକେଶ ସେମିତି କରିଲା।

ସୁଜାତା ଫୋନ୍ ଧରି ବାଲକୋନି ରେ ଲାପଟପ୍ ନେଇ ବସିଲା । ମୁକେଶ ଝିଅ କୁ ଖୁଆଇ ଖୁଆଇ ଶୋଇଗଲା। ହଠାତ୍ ମୁକେଶ ର ନିଦ ଭାଙ୍ଗିଲା । କାରଣ ଝିଅ ଚିଚି କରି ଦେଇଛି । ଝିଅ ପାଇଁ କପଡା ବଦଳେଇ ତାକୁ ଡାଇପର୍ ପିନ୍ଧାଇ ବାକୁ ଲାଗିଲା । ସମୟ ପାଖାପାଖି ୧୨.୨୦ ହେବାକୁ ବସିଲାଣି କିନ୍ତୁ ସୁଜାତା ସେତେବେଳେ ପର୍ଯ୍ୟନ୍ତ ବେଡ୍ କୁ ଆସି ନାହିଁ ।

ଝିଅ କୁ ପୁଣି ଥରେ ଶୁଆଇ ମୁକେଶ ବାଲକୋନୀ କୁ ଯାଇ ଦେଖିଲା । ଫୋନ୍ କଥାବାର୍ତ୍ତା ବନ୍ଦ ଥିଲା କିନ୍ତୁ ମେସେଞ୍ଜର ରେ ଚାଟ୍ ଚାଲିଥିଲା । ଆର ପଟେ ଥିଲା ରୋଷନ୍। ମୁକେଶ ଧିରେ ଧିରେ ସୁଜାତା ପଛ ପଟେ ପହଞ୍ଚିଲା । ଏହି ଧିର ପାଦ ଶବ୍ଦ ସୁଜାତା କୁ ଶୁଣା ଗଲା ନାହିଁ । ମୁକେଶ ସୁଜାତା ପାଖକୁ ପହଞ୍ଚି ମେସେଞ୍ଜର ର କିଛି ଚାଟ୍ ପଢ଼ିବାକୁ ଲାଗିଲା । ସେ ଚାଟ୍ ପଢ଼ି ମୁକେଶ ର ନିଦ ହଜିଗଲା । ତାର ମୁଣ୍ଡ ଘୁରିଗଲା, ତାର ମନରେ ରାଗ ଉତ୍ପନ୍ନ ହେଉଥାଏ କିନ୍ତୁ ସେ ପ୍ରାୟ ୫ ମିନିଟ୍ ପର୍ଯ୍ୟନ୍ତ ଠିଆ ହୋଇ ଚାଟ୍ ପଢୁଥାଏ । ମୁକେଶ ଏମିତି ଭାବୁଥାଏ ଯେ ସୁଜାତା କୁ ଜୀବନରୁ ମାରିଦେବାକୁ କିନ୍ତୁ ସେ ନିଜକୁ କଣ୍ଟ୍ରୋଲ କରିଲା।

କେମିତି କେଜାଣି ସୁଜାତା କୁ ଅନୁଭବ ହେଲା ଯେ ତାର ପଛ ପଟେ କେହି ଜଣେ ଅଛି । ହଠାତ୍ ସେ ବୁଲି ଦେଖିଲା ବେଳକୁ ମୁକେଶ ଠିଆ ହୋଇଛି। ସୁଜାତା ନିଜ ଭୁଲ କୁ ଲୁଚାଇବା ପାଇଁ ସଙ୍ଗେ ସଙ୍ଗେ ଲାପଟପ୍ ବନ୍ଦ କରି ବେଡ ରୁମ କୁ ଯାଇ ଝିଅ କୁ ଧରି ଶୋଇବାକୁ ଲାଗିଲା । ମୁକେଶ ର ରାଗ ଆକାଶ ଛୁଆଁ । ସେ ଚାଟ୍ ପଢ଼ି ରାଗରେ କିଛି କରିବାକୁ ଇଛା କରୁଥାଏ। ସଙ୍ଗେ ସଙ୍ଗେ ବେଡ ରୂମ କୁ ଆସି ଦେଖିଲା ବେଳକୁ ସୁଜାତା ଲାଇଟ୍ ବନ୍ଦ କରି ଝିଅକୁ କୋଳେଇ ଶୋଇଛି ।

ମୁକେଶ ନିଜ ରାଗ କୁ ଶାନ୍ତ କରିବାକୁ ଯାଇ ଡ୍ର ରୁ ସିଗାରେଟ ପକେଟ୍ ଟିକୁ ବାହାର କରି ବାଲକୋନି କୁ ଆସି ଗୋଟିଏ ପରେ ଗୋଟିଏ ସିଗାରେଟ୍ ଟାଣି ବାରେ ଲାଗିଲା । ତିନୋଟି ସିଗାରେଟ ପରେ ସେ ମଳୟ କୁ ଫୋନ୍ କରି ସବୁ କଥା କହିଲା । ମଳୟ ତାକୁ ବୁଝେଇଲା। ଯେ ତୁ ଭୁଲ ଦେଖିଥିବୁ!! ଭାଉଜ ସେମିତି ନୁହଁ, ସେ ବହୁତ୍ ଭଲ । ମୁକେଶ କହିଲା, ଆରେ ମୁଁ ନିଜ ଆଖିରେ ଦେଖିଛି। ସେ ରୋଷନ୍ ସହିତ ଖରାପ ଚାଟ୍ କରୁଥିଲା ।

ମଳୟ କହିଲା ତୁ ଏବେ ଶୋଇ ଯା । ସକାଳୁ କଥା ହେବା, ଫୋନ୍ କଟ୍ । ରାତି ସାରା ମୁକେଶ ଆଖିରେ ନିଦ ନାହିଁ। ସେ ରାତିରେ ୬ ପ୍ୟାକେଟ ସିଗାରେଟ ପିଇ ବାଲକୋନି ରେ ଚେୟାର ରେ ତାକୁ ନିଦ ଲାଗି ଯାଇଛି । ସକାଳୁ ସକାଳୁ ମଳୟ ଆସି ପହଁଚିଲା । ସୁଜାତା ଆଖି ମଳି ମଳି କବାଟ ଖୋଲିଲା। ମଳୟ ଭାଉଜ କୁ ଗୁଡ଼ ମର୍ଣୀଙ୍ଗ କହି ଭିତରକୁ ଆସିଲା ଏବଂ ପଚାରିଲା ଭାଇ କୁଆଡେ ଗଲେ । ସୁଜାତା ବାଲକୋନୀ କୁ ଆଙ୍ଗୁଠି ଦେଖେଇ କହିଲା ସେଠୀ ଅଛନ୍ତି। ଏତିକି କହି ଭାଉଜ ବାଥରୁମ୍ କୁ ଚାଲି ଗଲେ। ମଳୟ ମୁକେଶ କୁ ଉଠେଇଲା । ଦେଖିଲା ମୁହଁ ଲାଲ ହୋଇ ପଡ଼ିଛି । ୬ ଟି ପ୍ୟାକେଟ ରୁ କେବଳ ତିନୋଟି ସିଗାରେଟ୍ ବଞ୍ଚିଛି।
ମୁକେଶ ମଳୟ କୁ ପଚାରିଲା, ସେ କୁଆଡେ ଗଲା ?? ମଳୟ କହିଲା, ଭାଉଜ ବାଥରୁମ୍ କୁ ଗଲେ । ମୁକେଶ ସୁଜାତା ର ଲାପଟପ୍ କୁ ନେଇ ଆସି ଖୋଲି ଦେଖିଲା । ମେସେଞ୍ଜର ରେ କିଛି ଚାଟ୍ ନାହିଁ । ସବୁ ଡିଲିଟ୍ ହୋଇ ସାରିଛି । ମୁକେଶ ର ପୁଣି ମୁଣ୍ଡ ଖରାପ। ସୁଜାତା ର ମା ଆସି ପଚାରିଲେ । ମଳୟ ଆଜି ସକାଳୁ ସକାଳୁ କୁଆଡେ କଣ କାମ ଅଛି କି?? ମଳୟ ଭାଉଜ ଙ୍କ ମା ଙ୍କ ଉତ୍ତର ରେ କହିଲେ ଯେ, ମାଉସୀ, ଭାଇ କଥା ମନେ ପଡ଼ିଲା ତ ସେଥିପାଇଁ ବୁଲି ଆସିଲି । ତାପରେ ଦୁହେଁ ମର୍ଣିଙ୍ଗ ୱାକ ପାଇଁ ବାହାରିଲେ।
ମର୍ଣିଙ୍ଗ ୱାକ ରେ ମୁକେଶ ସବୁ କଥା କହିଲା । ମଳୟ ବିଶ୍ୱାସ କରି ପାରୁ ନଥାଏ। ମୁକେଶ କହିଲା, ଆରେ ଭାଇ ତୁ ମୋ କଥା କୁ ବିଶ୍ୱାସ କର। ମୁଁ ଚାହିଁଥିଲେ କାଲି କିଛି ଭୁଲ କାମ କରି ଦିଅନ୍ତି । ମାତ୍ର ମୋ ଛୋଟ ଝିଅ ପାଇଁ ମୁଁ ପଛକୁ ଫେରି ଗଲି। ମଳୟ କହିଲା ହଉ ତୁ ଅଫିସ ଆସେ ସେଠୀ କଥା ହେବା।

If the contents helpful so share to your friends, Thanking You.