ସୁନିଳ ଆକାଶ ତଳେ ତରୁ ଲତା ବନ ପାହାଡ ମଧ୍ୟରେ ଗୋଟେ ବିରାଟ ବଡ ଘର ଥିଲା । ସେ ଘର ଥିଲା ଶ୍ୟାମ ବାବୁଙ୍କ ଘର । ସେହି ଘରେ ଶ୍ୟାମ ବାବୁ ଓ ତାଙ୍କ ସ୍ତ୍ରୀ ଏବଂ ତାଙ୍କ ମା ଓ କୁନି ଝିଅ ସହ ସେଠୀ ବାସ କରନ୍ତି । ସେହି ଘର କେଉଁ ସ୍ବର୍ଗ ମହଲ ଠାରୁ କମ୍ ନୁହେଁ । ଯେ କୌଣସି ଲୋକ ସେ ଘରକୁ ଦେଖି ଅଟକି ଯାଏ । ଦିନେ ଝିଅ ରାଣୀ ବାପାଙ୍କୁ କହିଲା କି ବାପା ଏହି ଘର କାହାର ଥିଲା । ବାପା କହିଲେ ଏହି ଘର ମୋ ବାପା ଙ୍କ ବାପାର ଥିଲା। ସେ ବହୁ ରାଜାଙ୍କ ଘର ବନେଇଥିଲେ । ସେ ମଧ୍ୟ ଏହି ଘରକୁ ରାଜମହଲ ଭଳି ଘର ବନେଇଲେ । ଏହା ଶୁଣି ରାଣୀ ବହୁତ୍ ଖୁସି ହେଲା ଏବଂ ବାପା ରାଣୀ କୁ କହିଲେ ତୋର ଆଉ ଯାହା ଜାଣିବାର ଅଛି ତେବେ ଜେଜେ ମା ଙ୍କ ଠାରୁ ପଚାରି ବୁଝିନେ । ମୋର ବହୁତ କାମ ଅଛି ମୁଁ ଯାଉଛି । ରାଣୀ ସେଠାରୁ ଧାଇଁ ଆସି ଜେଜେମା ଙ୍କୁ ନିଜ ଘର ର ସମସ୍ତ କାର୍ଯ୍ୟ ବିଷୟରେ ପଚାରିଲା ଏବଂ ଜେଜେ ମା ସବୁ କଥା କହିଲେ । ଜେଜେ ମା କହିଲେ ଆଜି ଜଣ ଙ୍କ ଘର କୁ ଯିବାର ଅଛି ତୁ ଯିବୁକି ମୋ ସହିତ। ରାଣୀ ପଚାରିଲା କଣ ପାଇଁ ଯିବ ସେଠାକୁ ଏବଂ କଣ କାମ ଅଛି ସେଠୀ ? ଜେଜେ ମା କହିଲେ କି ସେଠୀ ଜଣ ଙ୍କର ବାହାଘର ଅଛି ତେଣୁ ସେଠା କୁ ଯିବାକୁ ହେବ। ତୁ ମୋ ସହିତ ଯିବୁକି କହ ? ରାଣୀ ହଁ ମାରିଲା କହିଲା, ମୁଁ ଯିବି ବାହଘର କେମିତି ହେଉଛି ଦେଖିବି । ଜେଜେ ମା ତାକୁ ସାଙ୍ଗରେ ନେଇଗଲେ । ବାହାଘର ସାଜସଜ୍ଜା କୁ ଦେଖି ରାଣୀ ବହୁତ୍ ଆନନ୍ଦ ନେଲା । ଆଉ ସେ ଜେଜେ ମାଙ୍କ ସହ ସେ ଘର ଭିତରକୁ ଗଲା । ସେଠୀ ସେ ବର ଓ କନ୍ୟା କୁ ଦେଖି ପଚାରିଲା । ଏଠି ଏମାନେ କିଏ ଜେଜେ ମା ? ଜେଜେ ମା କହିଲେ, ଏମାନେ ହେଉଛନ୍ତି ନବ ଦମ୍ପତି । ଏମାନେ ଦୁହେଁ ଦୁହିଁଙ୍କୁ ବିବାହ କରିବେ । ସେଠୀ ଦେଖ ସେମାନଙ୍କ ବିବାହ ପାଇଁ ବେଦୀ ପଡ଼ିଛି । ସେ ସବୁ ଦେଖି ରାଣୀ ପଚାରିଲା ଜେଜେ ମା ଏମିତି ସମସ୍ତେ ବିବାହ କରନ୍ତି କି ? ଜେଜେ ମା ହସି କହିଲେ ହଁ ସମସ୍ତେ ଏମିତି ହିଁ ବିବାହ କରନ୍ତି । ସେଠୁ ବିବାହ ଉତ୍ସବ ସରିବା ପରେ ରାଣୀ ଓ ଜେଜେ ମା ଘରକୁ ଆସିଲେ ।
ତାପର ଦିନ ସକାଳେ ରାଣୀ ଛାତ ଉପରେ ବସି ଭାବୁଥାଏ । ଜେଜେ ମା ଆସି କହିଲେ, ମୋ ଗେଲି ରାଣୀ ଏକା ବସି କଣ ଭାବୁଚି? ରାଣୀ କହିଲା ଜେଜେ ମା ତମକୁ ଗୋଟେ କଥା ପଚାରିବି ନା ? ଜେଜେ ମା କହିଲେ ହଁ ପଚାର, କଣ ପଚାରିବୁ ? ରାଣୀ କହିଲା ଜେଜେ ମା କାଲି ଆମେ ଯେଉଁ ବାହାଘର ଦେଖିଲେ ସେମିତି କଣ ମୋର ବି ବାହଘର ହେବ ? ଜେଜେ ମା ହସି ହସି କହିଲେ ହଁ ହଁ ମୋ ଗେଲି, ତୁ ବି ଏମିତି ବାହା ହେବୁ । ମୋ ଗେଲି କୁ ନେଇଯିବା ପାଇଁ ଆକାଶ ରୁ ରାଜକୁମାର ରଥରେ ବସି ଆସିବ । ରାଣୀ ଜେଜେ ମା ଙ୍କ ଏହି କଥା କୁ ଗଣ୍ଠି କରି ରଖିନେଲା ଏବଂ ତା ମନରେ ସବୁବେଳେ ରାଜକୁମାର ହିଁ ରହିଲା । ସେ ରାଜକୁମାର ର ସ୍ବପ୍ନ ଦେଖିବା ଆରମ୍ଭ କରିଦେଲା।
ଦିନ ପରେ ଦିନ ବିତି କିଛି ବର୍ଷ ବିତି ଗଲା । ରାଣୀ ବଡ ହୋଇ ଯାଇଥାଏ। ସେ ସମୟରେ ତା ଜେଜେ ମା ବହୁତ୍ ଅସୁସ୍ଥ ହୋଇଯାଇଥିଲେ । କିଛି ଦିନ ଅସୁସ୍ଥ ଅବସ୍ଥାରେ ରହିଲେ । ଦିନେ ରାଣୀ ବିଦ୍ୟାଳୟ ଯାଇଥାଏ । ସେହି ସମୟ ମଧ୍ୟରେ ଜେଜେ ମା ଙ୍କ ମୃତ୍ୟ ହୋଇଗଲା । ରାଣୀ ବିଦ୍ୟାଳୟ ରୁ ଆସି ବହୁତ୍ କାନ୍ଦିଲା କାରଣ ଜେଜେ ମା ତାର ବହୁତ୍ ଭଲ ସାଙ୍ଗ ଥିଲେ । ସବୁବେଳେ ରାଣୀ ଜେଜେ ମା ଙ୍କୁ ମନେ ପକାଇ ଦୁଃଖୀ ହୋଇ ରହେ । କିଛିଦିନ ଗଲାପରେ ରାଣୀ ର ବାପା ରାଣୀ ପାଇଁ ପୁଅ ଦେଖା ଆରମ୍ଭ କଲେ ଏବଂ ଦିନେ ରାଣୀ କୁ ଦେଖିବା କୁ ପୁଅ ଘର ଲୋକ ଆସିଲେ । ରାଣୀ କୁ ବହୁତ୍ ସଜେଇ ନେଇକି ଆସିଲେ ଠିକ୍ ରାଜକୁମାରୀ ପରି । ପୁଅ ଘର ରାଣୀ କୁ ଦେଖି ବୋହୂ କରିବାକୁ ଈଛା କରିଲେ କିନ୍ତୁ ରାଣୀ ସେଇ ପୁଅ କୁ ବିବାହ କରିବାକୁ ରାଜି ନଥିଲା । କାରଣ ତା ଜେଜେ ମା କହିଥିବା ରାଜକୁମାର ଅପେକ୍ଷା ରେ ସେ ବସିଥିଲା ।
ରାଣୀ ଭାବୁଥାଏ ମୋ ରାଜକୁମାର ଘୋଡ଼ା ରେ ବସି କେବେ ଆସିବ ? ଏବଂ ମୋତେ ରାଜକୁମାରୀ କରି ନେଇଯିବ । ସେ ତା ବାପା ଙ୍କୁ ମନା କରିଦିଏ ମୁଁ ଏହି ପିଲାକୁ ବିବାହ କରିପାରିବି ନାହିଁ କିନ୍ତୁ ରାଣୀ ସେଇ ପୁଅ କୁ ଆଖି ଉଠେଇ ବି ଦେଖିନଥିଲା । ସେ ତାର ମନର ରାଜକୁମାର କୁ ବିବାହ କରିବ ବୋଲି କହି ସେଠୁ ଚାଲିଗଲା। ଜେଜେ ମା ଙ୍କ ଫୋଟ ପାଖରେ ବସି କାନ୍ଦି କାନ୍ଦି କହିଲା ତୁମେ ମୋତେ କହିଥିଲ ଯେ ମୋ ପାଇଁ କୁଆଡେ ରାଜକୁମାର ଆସିବ । ମୋତେ ବିବାହ କରି ତା ସାଙ୍ଗରେ ନେଇଯିବ କିନ୍ତୁ ମୋତେ ବିବାହ କରିବାକୁ ସେମିତି କିଏ ଆସୁନାହାନ୍ତି । ତୁମେ ମୋତେ କଣ ପାଇଁ ରାଜକୁମାର ସହିତ ବିବାହ ପାଇଁ ଆଶା ଦେଖାଇ ଚାଲିଗଲ, ଜେଜେ ମା । ଏମିତି କହି ରାଣୀ ବହୁତ୍ କାନ୍ଦିଲା । ସେହି ସମୟରେ ରାଣୀର ମା, ରାଣୀକୁ ପଚାରେ ତୁ କାହଁକି କାନ୍ଦୁଛୁ ? ତୁ ତ ବାହା ହେବୁନି ମନା କରିବା ପରେ ତୋ ବାପା ତାଙ୍କୁ ମନା କରିଦେଇଛନ୍ତି ପୁଣି କାହିଁକି କାନ୍ଦୁଛୁ । ଏହା ଶୁଣି ରାଣୀ ଚୁପ୍ ହୋଇଗଲା । ତା ପର ଦିନ ନିଜ ଘର ପାଖ ପାହାଡ ପାଖକୁ ବୁଲିବାକୁ ଯାଏ । ସେ ପ୍ରକୃତି ର ମଜା ନେଉଥିଲା ସେହି ସମୟରେ ଗୋଟିଏ ବଣୁଆ ହାତୀ ଭୟଙ୍କର ରଡ଼ି କରି ରାଣୀ ଆଡ଼କୁ ମାଡି ଆସିଲା। ରାଣୀ ହାତୀକୁ ଦେଖି ଡରରେ ଦୌଡ଼ିବାକୁ ଲାଗିଲା। ନିଜ ପ୍ରାଣ ବଞ୍ଚାଇବା ପାଇଁ ସେ ଉପାୟ ଶୂନ୍ୟ ହୋଇ ଜଙ୍ଗଲ ଭିତରକୁ ଦଉଡ଼ି ଗଲା ।
ସେହି ସମୟରେ ଗୋଟିଏ ପୁଅ ମୁନିବର ଙ୍କ ଘୋଡ଼ା କୁ ବୁଲେଇବା ପାଇଁ ଆଣିଥାଏ । ଯେତେବେଳେ ସେ ରାଣୀ ର ଚିତ୍କାର ଶୁଣିଲା ସେ ଦୌଡ଼ିଗଲା ଜଙ୍ଗଲ ଭିତରକୁ । ସେଠୀ ସେ ହାତୀ ଠାରୁ ରାଣୀ କୁ ଉଦ୍ଧାର କରିନିଏ । ସେଠୁ ରାଣୀକୁ ଘୋଡାରେ ବସାଇ ତାକୁ ଆଣେ । ସେ ପୁଅକୁ ଦେଖି ରାଣୀ ବହୁତ୍ ଖୁସି ହୁଏ ।ସେ ସେହି ପୁଅକୁ ସ୍ୱପ୍ନର ରାଜକୁମାର ବୋଲି ଭାବିନେଲା । ଗେରୁଆ ବସ୍ତ୍ର ସହିତ ବଳବାନ ଦେହ, ଲାଗୁଥିଲା ଯେମିତି କେଉଁ ରାଜାଙ୍କ ପୁତ୍ର । ରାଣୀ ସେହି ପୁଅକୁ ନିଜ ପରିଚୟ ଦିଏ ଏବଂ ସେଇ ପୁଅ କୁ ତା ନିଜର ପରିଚୟ ପଚାରେ । ସେ ପୁଅ କହେ ମୁଁ ସୁରେନ୍ଦ୍ର । ମୁଁ ଏହି ପାଖ ମୁନିବର ଆଶ୍ରମ ରେ ମୁନିବରଙ୍କ ସେବା କରୁଛି । ସୁରେନ୍ଦ୍ର ରାଣୀ କୁ ନେଇ ମୁନିବର ଙ୍କ ଆଶ୍ରମ ଅଭିମୁଖେ ଚାଲେ । ମୁନିବର ରାଣୀକୁ ଦେଖି ପଚାରନ୍ତି ଏହି କନ୍ୟା ଜଣକ କିଏ ? ୟାଙ୍କ ନାମ ରାଣୀ ସେ ହାତୀ ର ଆକ୍ରମଣର ଭୟରେ ଜଙ୍ଗଲ ଭିତରକୁ ଚାଲି ଯାଇଥିଲେ । ଜଙ୍ଗଲ ଭିତରେ ଚିତ୍କାର ଶବ୍ଦ ଶୁଣି ମୁଁ ତାଙ୍କୁ ସେ ହାତୀ କବଳରୁ ଉଦ୍ଧାର କରି ଆଣିଛି । ଏହା ଶୁଣି ମୁନିବର ଖୁସି ହୋଇ ସୁରେନ୍ଦ୍ର କୁ ଦୀର୍ଘାୟୁ ଭଵଃ ର ଆଶୀର୍ବାଦ ଦେଲେ ।
ମୁନିବର ରାଣୀ ର ମନ କଥା ପଢ଼ି ପାରିଲେ ଏବଂ ସେ ସୁରେନ୍ଦ୍ର କୁ ରାଜକୁମାର ଭାବେ ବାଛି ସାରିଛି ବୋଲି ଜାଣି ପାରିଲେ । କିଛି ବର୍ଷ ତଳର କଥା ମନେ ପକେଇବାକୁ ବାଧ୍ୟ ହେଲେ । ସୁରେନ୍ଦ୍ର ହେଉଛି ଜଣେ ରାଜକୁମାର। ସର୍ତ୍ତ ମୂଳକ ଭାବେ ମୁନିବର ରାଜା ଙ୍କୁ ପୁତ୍ର ପ୍ରାପ୍ତି ର ଆଶୀର୍ବାଦ ଦେଲେ ଏବଂ ପ୍ରଥମ ସନ୍ତାନ ମୁନିବର ଙ୍କୁ ଦେବେ ଏବଂ ଦ୍ଵିତୀୟ ପୁତ୍ର ସେ ଦେଶର ରାଜ କୁମାର ହେବ ବୋଲି କହିଥିଲେ। ସର୍ତ୍ତ ଅନୁଯାୟୀ ରାଜା ଜନ୍ମ ପରେ ପରେ ନିଜ ପ୍ରଥମ ପୁତ୍ର କୁ ମୁନିବର ପାଖରେ ଛାଡି ଚାଲିଗଲେ ଏବଂ ସେ ଦିନ ଠାରୁ ସେ ସୁରେନ୍ଦ୍ର ନାମରେ ପରିଚିତ ଏବଂ ସେବାୟତ ଭାବରେ ରହି ଆସିଛି ।
ମୁନିବର ବର୍ତ୍ତମାନ କୁ ଫେରି ଆସି ବହୁତ୍ ଖୁସି ହେଲେ ଏବଂ ସୁରେନ୍ଦ୍ର କୁ ଆଦେଶ ଦେଲେ ଯେ ରାଣୀକୁ ତାର ନିଜ ଘରେ ଛାଡ଼ି ଆସିବାକୁ କହିଲେ। ରାଣୀଙ୍କ ଘର ଲୋକ ମଧ୍ୟ ରାଣୀ ଆସିବାର ବହୁତ୍ ବିଳମ୍ୱ ହେବାରୁ ଡରିଯାଇଥିଲେ କିନ୍ତୁ ରାଣୀ ଠିକ୍ ସମୟରେ ଏବଂ ସୁରକ୍ଷିତ ଭାବେ ଫେରିବାର ଦେଖି ସମସ୍ତେ ଖୁସି ହୋଇଗଲେ । ସୁରେନ୍ଦ୍ର କୁ ଶ୍ୟାମ ବାବୁ ଧନ୍ୟବାଦ ଜଣାଇଲେ । ରାଣୀକୁ ଛାଡ଼ି ସୁରେନ୍ଦ୍ର ମୁନି ଆଶ୍ରମ କୁ ଚାଲିଗଲା କିନ୍ତୁ ରାଣୀ ସୁରେନ୍ଦ୍ର ର କଥା ରାତିସାରା ଭାବୁଥାଏ । ସକାଳ ହେବା ପରେ ସୁରେନ୍ଦ୍ର କୁ ଦେଖା କରିବାକୁ ପାଇଁ ତା ବାପାଙ୍କୁ କୁହେ । ରାଣୀ ର କଥାକୁ ମନା ନ କରି ଶ୍ୟାମ ବାବୁ କିଛି ଖାଦ୍ୟ ଶସ୍ୟ ଆଉ ଟଙ୍କା ନେଇ ମୁନିବର ଆଶ୍ରମ କୁ ବାହାରିଲେ । ସୁରେନ୍ଦ୍ର, ରାଣୀ ଆଉ ତା ବାପାଙ୍କୁ ଦେଖି ଆଦରର ସହ କୁଟିର ମଧ୍ୟ କୁ ନେଇ ଚାଲିଲା ସେଠୀ ମୁନିବର ଙ୍କୁ ରାଣୀର ବାପା ସହ ସାକ୍ଷାତ କରେଇଲା । ରାଣୀକୁ ଏବଂ ବାପାଙ୍କୁ ଦେଖି ମୁନିବର ବହୁତ୍ ଖୁସିହେଲେ । ରାଣୀ ଆଉ ତା ବାପା ମୁନିବର ଙ୍କୁ ଟଙ୍କା ଓ ଫଳ ଆଗ୍ରହ ସହ ଗ୍ରହଣ କରିବା କୁ କହିଲେ କିନ୍ତୁ ମୁନିବର ସେ ସବୁ ଗ୍ରହଣ କରିବାକୁ ମନା କଲେ । ରାଣୀ ତା ନିଜ ହାତରେ ଦେଲେ ତଥାପି ମୁନିବର ଗ୍ରହଣ କଲେ ନାହିଁ । ରାଣୀ ଜାଣି ପାରିଲା ଯେ ମୁନିବର କେବଳ ସୁରେନ୍ଦ୍ର ହାତରୁ ଗ୍ରହଣ କରନ୍ତି ବୋଲି । ତାପରେ ରାଣୀ ସୁରେନ୍ଦ୍ରଙ୍କ ଦ୍ଵାରା ମୁନିବର ଙ୍କୁ ସେ ଶସ୍ୟ ଏବଂ ଫଳମୂଳ ଦେବା ପରେ ସେ ଗ୍ରହଣ କରିଲେ। ସେଠାରୁ ରାଣୀ ଆଉ ତା ବାପା ଫେରି ଆସିଲେ ।
ରାଣୀ ବାପା ଙ୍କୁ ସୁରେନ୍ଦ୍ର କୁ ବିବାହ କରିବା କଥା କହିଲା କିନ୍ତୁ ରାଣୀ ର ବାପା ଏହି ବିବାହ ପାଇଁ ଆଗ୍ରହୀ ନଥିଲେ । ରାଣୀ ଓ ମାଙ୍କ ଅନୁରୋଧ ରେ ବାପା ପୁଣି ରାଜି ହେଲେ ଏବଂ ରାଣୀର ପ୍ରସ୍ତାବ କଥା ନେଇ ରାଣୀର ବାପା, ମା ମୁନିବର ପାଖକୁ ଗଲେ । ମୁନିବର କହିଲେ ସୁରେନ୍ଦ୍ର ହିଁ ମୋ ପାଇଁ ସବୁକିଛି । ସେ ମୋ ନିଜ ପୁଅ ଭଳି ଏବଂ ସେ ମୋ ବିଶ୍ଵସ୍ତ ଶିଷ୍ୟ । ତାର ଯଦି ଇଚ୍ଛା ଥାଏ ତେବେ ମୁଁ ନିରାଶ କରିବି ନାହିଁ । ପ୍ରଥମେ ଯାଇ ଆପଣ ପଚାରନ୍ତୁ । ସୁରେନ୍ଦ୍ର ଙ୍କୁ ଏହି ବିଷୟରେ ପଚାରିବାରୁ ସୁରେନ୍ଦ୍ର ମନା କଲା । ସେ କହିଲା କି ମୁଁ ମୋ ଗୁରୁଙ୍କ ପାଖରେ ଏବଂ ତାଙ୍କ ସେବାରେ ଜୀବନ କଟେଇଦେବି କିନ୍ତୁ ତାଙ୍କ ଇଚ୍ଛା ବିରୁଦ୍ଧରେ ମୁଁ କେବେ କୋଉ କାର୍ଯ୍ୟ କରିନି ନା କରିବି । ତାଙ୍କ ଆଦେଶ ହିଁ ମୋ ଆଶୀର୍ବାଦ। ରାଣୀ ତଥା ବାପା ମା ମୁନିବର ଙ୍କୁ ପୁଣି ଅନୁରୋଧ କରିଲେ କିନ୍ତୁ ମୁନିବର ଗୋଟିଏ ସର୍ତ୍ତ ରଖିଲେ ଯେ ବିବାହ ପରେ ତୁମ ଝିଅ ରାଣୀ ଆମର ଏହି କୁଟୀରରେ ରହିବ ଏବଂ ମୋ ସେବା କରିବ । ତାର ସେବାରେ ଯଦି ମୁଁ ସନ୍ତୁଷ୍ଟ ହେବି ତେବେ ମୁଁ ଏମାନଙ୍କୁ ବିବାହ ପାଇଁ ଅନୁମତି ଦେବି । ତତ୍ ସହିତ ସୁରେନ୍ଦ୍ର ମଧ୍ୟ ତୁମ ଝିଅ ର ସେବା ରେ ସନ୍ତୁଷ୍ଟ ହୁଏ ଏବେ ପସନ୍ଦ କରେ ତେବେ ଏହି ବିବାହ ସଂପନ୍ନ ହେବ । ଅନ୍ୟଥା ଏହା ଅସମ୍ଭବ । ରାଣୀ ଏହି ସର୍ତ୍ତ ଶୁଣି ରାଜି ହୋଇଗଲା ଏବଂ ସେ ସ୍ଥିର କଲା ଯେ ମୁଁ ମୁନିବର ଙ୍କୁ ସେବାରେ ନିଶ୍ଚୟ ସନ୍ତୁଷ୍ଟ କରିବି ଏବଂ ସୁରେନ୍ଦ୍ର କୁ ରାଜକୁମାର ଭାବେ ପାଇବି । ବାପା ମା ଝିଅ କୁ କୁଟୀରରେ ଛାଡ଼ି ଯିବାକୁ ଇଚ୍ଛା କରୁ ନଥିଲେ କିନ୍ତୁ ଝିଅ ର ଖୁସି କୁ ଆଖି ଆଗରେ ରଖି ସେ ଝିଅ କୁ କୁଟୀରରେ ଛାଡ଼ି ଚାଲିଗଲେ ।
ଦେଖୁ ଦେଖୁ ଗୋଟିଏ ବର୍ଷ ବିତିଗଲା। ରାଣୀ ର ସେବା ରେ ମୁନିବର ସନ୍ତୁଷ୍ଟ ହେବା ସହିତ ସୁରେନ୍ଦ୍ର ରାଣୀ କୁ ପସନ୍ଦ କରିବାରେ ଲାଗିଲା। ମୁନିବର ଏହା ଦେଖି ବହୁତ୍ ଖୁସି ହେଲେ ଏବଂ ଶ୍ୟାମ ବାବୁ ଙ୍କୁ ଖବର ଦେଇ ଡାକିଲେ ଏବଂ ବିବାହ ପାଇଁ ଆୟୋଜନ କରିବା ପାଇଁ ଅନୁମତି ଦେଲେ । ବିବାହ ହେଲା ପରେ ମୁନିବର ସୁରେନ୍ଦ୍ର କୁ ରାଣୀ ସହିତ ରହିବାକୁ ଶ୍ୟାମ ବାବୁ ଘରକୁ ଯିବାକୁ ଅନୁମତି ଦେଲେ। ଦୁହେଁ ସେଠୀ ଖୁସିରେ ନିଜ ଜୀବନ ଯାପନ କରିଲେ । ବେଳେବେଳେ ଆଶ୍ରମ ଆସି ମୁନିବର ଙ୍କ ସେବା ମଧ୍ୟ କରିଥାନ୍ତି। ଦୁଇ ବର୍ଷ ପରେ ସେମାନଙ୍କ ଏକ ରାଜକୁମାରୀ ଜନ୍ମ ନିଏ ତାହା ଦେଖିବାକୁ ଠିକ୍ ରାଣୀ ପରି । ଶ୍ୟାମ ବାବୁଙ୍କ ପରିବାର ସହିତ ତାଙ୍କ ଝିଅ ରାଣୀ ଏବଂ କୁନି ଝିଅ ସହିତ ଖୁସିରେ ରହିଲେ ।
ମୁଖ୍ୟ ବିନ୍ଦୁ :-
୧. କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ ।
୨. ସବୁବେଳେ ପ୍ରତିଜ୍ଞାବଦ୍ଧ ହେବା ଦରକାର ।
୩. ଯଦି ମନ ଧ୍ୟାନ ଦେଇ କାର୍ଯ୍ୟ କରିବେ ତେବେ ଭଗବାନ ମଧ୍ୟ ଖୁସି ହୁଅନ୍ତି।
ପୂଜା ସ୍ୱାଇଁ ( ଲେଖିକା)
ସୋଲଣ୍ଡି, ଗଞ୍ଜାମ ।
If the contents helpful so share to your friends, Thanking You.