Tag Archives: #rubipoem

ରାଣୀ ହୋଟେଲ (Rani Hotel)

ରାଣୀ ହୋଟେଲ (Rani Hotel)
ରାଣୀ ହୋଟେଲ (Rani Hotel)
ସୀତାନଗର ରେ ରାଣୀ ତା ସ୍ୱାମୀ ଆଉ ପୁଅ କୁ ନେଇ ରହୁଥିଲା । ବହୁତ ଗରିବ ପରିବାରଟିଏ । ରାଣୀ ବହୁତ ଭଲ ରୋଷେଇ କରେ । ରାଣୀ ରୋଷେଇ କରି ଅନ୍ୟକୁ ଖୁଆଇବାକୁ ବହୁତ ପସନ୍ଦ କରେ । ତା ସ୍ୱାମୀ ଏ ସବୁ ଦେଖି ବହୁତ ବ୍ୟସ୍ତ ହେଉଥିଲେ ଆଉ ତାକୁ ମନା କରୁଥିଲେ । ଭଲ ରୋଷେଇ ଦେଖିକି ପଡୋଶୀ ମାନେ ବେଳେ ବେଳେ ଘରେ ଆସି ଖାଇବା ପାଇଁ ବସିଯାନ୍ତି। ଗୋଟିଏ ଦିନ ଚାରି-ପଞ୍ଚ ଜଣ ଭାଉଜ ଭାଉଜ କହି ଆସି ଖାଇବା ପାଇଁ ବସିଗଲେ। ରାଣୀ ଖୁସି ହେଇ ଖାଇବା ପରସି ଦେଲା । ସମସ୍ତେ ଖୁସି ହେଇ କହିଲେ ଭାଉଜ ତମ ହାତରେ ଯାଦୁ ଅଛି ବହୁତ ସ୍ୱାଦିଷ୍ଟ ଖାଇବା ରୋଷେଇ କରୁଛ । ଏତିକି କହି ନିଜ ନିଜ ଘରକୁ ଚାଲିଗଲେ । ସେତିକିବେଳେ ରାଣୀ ର ସ୍ୱାମୀ ଆସି ପହଞ୍ଚିଗଲା । ସେମାନେ ଗଲାପରେ ରାଣୀକୁ କହିଲା ରାଣୀ ଆଜି ବି ଏମାନଙ୍କୁ ଖାଇବାକୁ ଦେଲ ବହୁତ କଷ୍ଟରେ ଆମ ଘର ଚଳୁଛି ମାସେ ବି ଯାଉନି ସଉଦା ସରିଯାଉଛି। ରାଣୀ କହିଲା ଆରେ ବାବା ଛାଡ଼ ସେ କଥା ଏମିତି ରେ କେହି କେବେ ଆସିଯାଆନ୍ତି, ମୋ ହାତର ରୋଷେଇ ଖାଇ ସେମାନେ ଖୁସି ହେଉଛନ୍ତି ସେମାନଙ୍କ ର ଖୁସି ପାଇଁ ଯଦି କିଛି କରିଦଉଛି ତାହାଲେ କଣ ହେଇଯାଉଛି । ଶୁଣିଲ ତ କେମିତି ପ୍ରଶଂସା କରୁଥିଲେ ମୋତେ । ସ୍ବାମୀ କହିଲା ଆରେ ମାଗଣା ଖାଇବାକୁ ମିଳିଲେ ତ ସମସ୍ତେ ପ୍ରଶଂସା କରିବେ ନା? କିନ୍ତୁ ରାଣୀ ଉପରେ କିଛି ପ୍ରଭାବ ପଡ଼ିଲା ନାହିଁ । ଘରେ କିଛି ଭଲ ରୋଷେଇ କଲେ ପୁଅ ହାତରେ ପଡ଼ୋଶୀ ଘରକୁ ପଠେଇ ଦେଉଥିଲା । ଦିନେ ରାଣୀ ର ସ୍ୱାମୀ ଅସୁସ୍ଥ ହୋଇଗଲା । ରାଣୀ ଚିନ୍ତା ରେ ପଡିଗଲା, ଡାକ୍ତର କୁ ଘରକୁ ଡାକି ସ୍ବାମୀ ର ଦେହ ଦେଖାଇଲା । ଡାକ୍ତର କହିଲେ ବହୁତ ପଇସା ଖର୍ଚ୍ଚ ହେବ । ରାଣୀ ଚିନ୍ତା ରେ ପଡିଗଲା ସ୍ୱାମୀ ର ଦେହ କେମିତି ଭଲ ହେବ । ସ୍ୱାମୀର ସେବା ଯତ୍ନ ରେ ଲାଗିପଡ଼ିଲା । ଦିନେ ପଡ଼ୋଶୀ ଆସି କହିଲେ ଭଉଣୀ ମୋର ମା ଘରେ କିଛି କାମ ଅଛି ମୁଁ ଗାଁ ଯିବି ମୋ ସ୍ବାମୀ କୁ ରୁଟି କରୀକି ଟିକେ ଦେଇଦେବ। ରାଣୀ କହିଲା ଭଉଣୀ ସ୍ୱାମୀ ଙ୍କର ଦେହ ଖରାପ ଘରେ କିଛି ବି ସଉଦା ନାହିଁ । ସ୍ୱାମୀଙ୍କୁ ଭଲ ଡାକ୍ତରଙ୍କୁ ବି ଦେଖାଇବା ପାଇଁ ଟଙ୍କା ନାହିଁ। ପଡୋଶୀ ଶହେ ଟଙ୍କା ବାହାର କରି ରାଣୀକୁ ଦେଲା କହିଲା ଏଇ ଟଙ୍କାରେ ଅଟା ନେଇ ଆସିବ । ରାଣୀ କହିଲା ଅଟା ପକେଟ ତ ତିରିଶି ଟଙ୍କା ଶହେ ଟଙ୍କା କାହିଁକି ଦଉଛ । ଆରେ ଭଉଣୀ ମୋ ସ୍ୱାମୀ ପାଇଁ ରୁଟି କରିଦେବ ଆଉ ବାକି ଟଙ୍କା ତମ ଘର ପାଈଁ ସଉଦା ନେଇ ଆସିବ । ରାଣୀ କହିଲା ନାଇଁ ନାଇଁ ଭଉଣୀ ମୁଁ ତମ ଠୁ ଟଙ୍କା ନେଇପାରିବିନି । ପଡୋଶୀ କହିଲା ଚିନ୍ତା କରନି ତମ ପାଖରେ ଟଙ୍କା ହେଲେ ମୋତେ ଫେରେଇ ଦେବ। ଯଦି କିଛି ଖରାପ ନ ଭାବିବ ଗୋଟିଏ ଉପାୟ କହିବି ଭଉଣୀ । ଏଥିରେ ଖରାପ ଭାବିବାର କଣ ଅଛି । କୁହ ।ତମେ ଗୋଟିଏ ଛୋଟିଆ ହୋଟେଲ ଖୋଲିଦିଅ, ଏମିତି ରେ ତମ ହାତର ରୋଷେଇ ବହୁତ ଭଲ । ହୋଟେଲ ଖୋଲିବା ଦ୍ଵାରା ଆମ ମାନକୁ ତମ ହାତର ରୋଷେଇ ଖାଇବାକୁ ମିଳିଯିବ ଆଉ ତମ ଘରେ ବି କିଛି ଅସୁବିଧା ହେବନି। ଏତିକି କହି ପଡୋଶୀ ଚାଲିଗଲା । ରାଣୀ ପଡ଼ୋଶୀ କଥା ଭାବିଲା ଏବଂ ଗାଁ ର ଗୁମସ୍ତା ପାଖକୁ ଯାଇ କିଛି କରଜ ରେ ଟଙ୍କା ନେଇ ଆସିଲା । ସ୍ବାମୀ ପାଇଁ ଔଷଧ ନେଇ ଆସିଲା ଏବଂ ଘର ବାରଣ୍ଡାରେ ଗୋଟିଏ ଛୋଟିଆ କେବିନ୍ କରି ରୋଷେଇ କରି ବିକିବାକୁ ଲାଗିଲା। ରାଣୀ ହାତର ରୋଷେଇ ଏମିତି ରେ ସମସ୍ତଙ୍କୁ ବହୁତ ପସନ୍ଦ । ହୋଟେଲ ବହୁତ ଭଲ ଚାଲିଲା ଆଉ ଛୋଟ ପୁଅ ମଧ୍ୟ ବେଳେବେଳେ ଦୋକାନ ରେ ବସି ବିକ୍ରି କରୁଥାଏ। ରାଣୀ ସ୍ୱାମୀର ସେବା ରେ ଲାଗିପଡିଲା। ଧିରେ ଧିରେ ବେପାର ବଢ଼ିଲା ରାଣୀ ଗୁମାସ୍ତାଙ୍କ କରଜ ସୁଜିବା ସହ ସ୍ୱାମୀକୁ ଭଲ ଡାକ୍ତର ଦେଖେଇବା ପରେ ସ୍ବାମୀ ଧିରେ ଧିରେ ସୁସ୍ଥ ହେବାକୁ ଲାଗିଲେ । ରାଣୀକୁ ସ୍ୱାମୀ ଧନ୍ୟବାଦ ଜଣାଇ କହିଲେ ଦିନେ ମୁଁ ମନା କରୁଥିଲି ରୋଷେଇ କରିକି ଦେବାପାଇଁ ଆଜି ସେଇ ରୋଷେଇ ପାଇଁ ଆମ ପାଖରେ ଟଙ୍କା ସହିତ ଆମର ଗୋଟିଏ ହୋଟେଲ ହୋଇଗଲା। ସ୍ବାମୀ ସ୍ତ୍ରୀ ଦୁହେଁ ହୋଟେଲ କାମରେ ଲାଗିପଡିଲେ । ପୁଅକୁ ଭଲ ସ୍କୁଲ ରେ ପଢେଇଲେ । ସ୍ୱାମୀ ସ୍ତ୍ରୀ ଦୁହେଁ ବହୁତ ପରିଶ୍ରମ କରିଲେ। ତାଙ୍କ ଛୋଟ ହୋଟେଲରୁ ଦିନେ ତାହା ବଡ଼ ହୋଟେଲ ରେ ପରିଣତ ହେଲା । ହୋଟେଲ ନାମ ରଖାଗଲା ରାଣୀ ହୋଟେଲ। ଆଖ ପାଖରେ ରାଣୀ ହୋଟେଲ ର ଖାଇବା ବିଷୟରେ ବହୁତ୍ ଚର୍ଚ୍ଚା କରୁଥିଲେ । ଦୁହେଁ ଖୁସିରେ ଚଳିଲେ ।
 
ମୁଖ୍ୟ ବିନ୍ଦୁ:-
୧. ନିଜ ହାତର କଳା କୁ ଦେଖାଇବାକୁ ଚେଷ୍ଟା କରିବା ଉଚିତ୍ ।
୨. ସର୍ବଦା ପରିଶ୍ରମ ରୁ ଉତ୍ତମ ଫଳ ମିଳିଥାଏ।
୩. ଅସୁବିଧା ସମୟରେ ବାଟବଣା ହେବା ଅନୁଚିତ୍, ଉଚିତ୍ ରାସ୍ତା ଚୟନ କରିବା ଉଚିତ୍ ।
 
By. Rubi Nahak
Buguda, Ganjam.
 

ବଣ ଭୋଜି ( Picnic)

ବଣ ଭୋଜି ( Picnic)
ଜଙ୍ଗଲ ପାଖରେ ଗୋଟିଏ ସୁନ୍ଦର ଗ୍ରାମ । କିଛି ପରିବାର ସେହି ଗ୍ରାମରେ ବାସ କରୁଥିଲେ । ଗ୍ରାମ ମଧ୍ୟରେ ଗୋଟିଏ ସୁନ୍ଦର ପ୍ରାଥମିକ ବିଦ୍ୟାଳୟ । ବିଦ୍ୟାର୍ଥୀ ମାନେ ସେଠୀ ପାଠ ପଢା କରନ୍ତି । ପାଖ ପଡିଆ ରେ ସମସ୍ତେ ଖେଳ କୁଦ କରନ୍ତି । ପଞ୍ଚମ ଶ୍ରେଣୀ ର ଛାତ୍ର ଛାତ୍ରୀ ଭିତରୁ କୁନୁ, ପାପୁ ଭଲ ପାଠ ପଢ଼ନ୍ତି । ଟୁନା, କୁନା, ଟିକୁ, ତୁନି, ସାନି ଏମାନେ ବି ଭଲ ପାଠ ପଢ଼ନ୍ତି କିନ୍ତୁ କୁନୁ, ପାପୁ ସ୍କୁଲ ରେ ପ୍ରଥମ ଏବଂ ଦୁହେଁ ବହୁତ୍ ସାହସୀ । କୁନୁ, ପାପୁ ଭାଇ ଭଉଣୀ ଏକା ସାଙ୍ଗରେ ହିଁ ପଢ଼ନ୍ତି । କୁନୁ, ପାପୁ ଭଲ ପଢ଼ନ୍ତି ବୋଲି ସାନି ସେମାନଙ୍କ ଉପରେ ଈର୍ଷା କରେ କିନ୍ତୁ ସାନି ସହ ସେ ଦୁଇ ଭାଇ ଭଉଣୀ ଭଲରେ କଥା ବାର୍ତ୍ତା ହେଉଥିଲେ। ସାନି ଟିକିଏ ଟିକିଏ କଥାରେ ପାପୁ ସହ ଝଗଡା ଲାଗେ କିନ୍ତୁ ପାପୁ ବହୁତ ସରଳ ହେତୁ ତା ସହ ଝଗଡା ନ ଲାଗି କାନ୍ଦି ପକାଏ । ପାପୁ କାନ୍ଦିବାର ଦେଖିଲେ ତା ଭାଇ କୁନୁ ଆସି ବୁଝାଇ ଦିଏ ଆଉ ପାପୁ ସାଙ୍ଗେ ସାଙ୍ଗେ ବୁଝିଯାଏ । ଏମିତି ଖେଳ କୁଦ ଝଗଡା ରେ କିଛି ଦିନ ଚାଲିଗଲା । କିଛିଦିନ ପରେ ନୂଆବର୍ଷ ଆସିଲା । ଶିକ୍ଷକ ଏବଂ ଦିଦି ମାନେ ବଣ ଭୋଜି ପାଇଁ ଯୋଜନା କଲେ । ବଣ ଭୋଜି ଯିବା ପାଇଁ ପିଲାମାନଙ୍କୁ ବି କହିଲେ । ବଣ ଭୋଜି କଥା ଉଠିଲା ପରେ ସମସ୍ତେ ଖୁସି ହୋଇଗଲେ । ପିଲାମାନେ ନାଚି ଉଠିଲେ। ସମସ୍ତେ ନିଜ ନିଜ ଘରେ ବଣ ଭୋଜି କଥା ଯାଇ କହିଲେ । ଘରେ କିଏ ରାଜି ହେଲେ ତ କିଏ ରାଜି ହେଲେନି । ଯୋଉ ଘରେ ରାଜି ହେଲେନି ସେମାନେ କାନ୍ଦିବା ଆରମ୍ଭ ସହିତ ବଣଭୋଜି ଯିବା ପାଇଁ ଜିଦ୍ ଧରି ବସିଲେ । କିନ୍ତୁ ପିଲା ମାନଙ୍କ ଜିଦ୍ ଯୋଗୁ ବାପା ମା ଶିକ୍ଷକ ଙ୍କ ସହ ଦେଖା କରି ପିଲା ମାନଙ୍କ ଯତ୍ନ ନେଇ ଯତ୍ନ ରେ ଆଣିବା ପାଇଁ କହିଲେ । ସବୁ ପିଲା ମାନେ ବଣ ଭୋଜି ପାଇଁ ବାହାରିଲେ ।
ସମସ୍ତେ ନୁଆ ବର୍ଷ ଦିନ ଭଳି ଭଳିକି ରଙ୍ଗ ର ପୋଷାକ ପିନ୍ଧି ବଣ ଭୋଜି ପାଇଁ ବାହାରିଲେ । ସମସ୍ତେ ଗାଡ଼ିରେ ବସି ଗଲେ । ସ୍କୁଲ ରୁ 10 କିମି ଦୂରରେ ବଣ ଭୋଜି କରିବାକୁ ବାହାରିଲେ । ଜଙ୍ଗଲ ପାଖ ଆମ୍ବ ତୋଟା ରେ ବଣ ଭୋଜି ଆରମ୍ଭ ହେଲା । ଗୋଟିଏ ପଟେ ଭୋଜି ରନ୍ଧା ହେଲା ଆଉ ଗୋଟିଏ ପଟେ ପିଲାମାନେ ଖେଳ କୁଦ ସହିତ ନାଚ, ଗୀତ, ବୋହୂ ବୋହୂକା, ଲୁଚକାଳି ଏମିତି ନାନା ପ୍ରକାର ଖେଳ ଖେଳିଲେ । ଶିକ୍ଷକ ସମସ୍ତଙ୍କୁ କିଛି ନିର୍ଦ୍ଦେଶ ଦେଲେ ଏବଂ କୁନୁ ଓ ପାପୁ କୁ ମନିଟର୍ ଭାବେ ଦୁହିଁଙ୍କୁ କହିଲେ ତମେ ଦୁଇ ଜଣ ପିଲା ମାନଙ୍କ ଠାରୁ ବହୁତ୍ ସାହସୀ ଏବଂ ଚତୁର । ତମେ ଦୁଇଜଣ ପିଲାମାନଙ୍କୁ ଜଙ୍ଗଲ ଭିତରକୁ ଯିବା ପାଇଁ ମନା କରିବ। ଏବଂ ପିଲା ମାନଙ୍କୁ ଏଠି ସେଠୀ ଯିବା ପାଇଁ ମନା କରିବ। କୁନୁ ଏବଂ ପାପୁ ହଁ ଭରିଲେ ଏବଂ ସମସ୍ତଙ୍କୁ ବୁଝେଇ କହିଲେ କିନ୍ତୁ ସାନି କୁନୁ ଏବଂ ପାପୁ ର କଥା କୁ ଶୁଣିଲା ନାହିଁ । ଲୁଚି ଲୁଚିକା ଖେଳରେ ସାନି ଜଙ୍ଗଲ ଭିତରେ ଲୁଚିବାକୁ ଚାଲିଗଲା। ମାତ୍ର କୁନୁ ଏବଂ ପାପୁ ଦେଖି ନଥିଲେ। ସାନି ଜଙ୍ଗଲ ଭିତରକୁ ଲୁଚାଇବାକୁ ଚାଲିଗଲା କିନ୍ତୁ ସେ ରାସ୍ତା ଭୁଲି ଜଙ୍ଗଲ ଭିତରକୁ ଭିତରକୁ ଚାଲିଗଲା। ସାନି ରାସ୍ତା ପାଇଲାନି ଏବଂ ସେ ଜଙ୍ଗଲରେ କାନ୍ଦିବାକୁ ଲାଗିଲା । ସବୁ ସାଙ୍ଗମାନେ ଖେଳି ଖେଳି ସମସ୍ତ ଙ୍କୁ ପାଇଲେ କିନ୍ତୁ ସାନି କୁ ପାଇଲେ ନାହିଁ । ସମସ୍ତେ ଡରରେ ଶିକ୍ଷକ ଙ୍କୁ କହିଲେ ନାହିଁ । ନିଜ ନିଜ ଭିତରେ ଖୋଜିବା କୁ ଲାଗିଲେ ହେଲେ ପାଇଲେନି । ସମସ୍ତେ ବ୍ୟସ୍ତ ହେଇଗଲେ । ଏପଟେ ଶିକ୍ଷକ ଏବଂ ଦିଦି ମାନେ ରନ୍ଧା କାର୍ଯ୍ୟରେ ଲାଗିଥିଲେ ପିଲାମାନଙ୍କ ଉପରେ ତାଙ୍କର ଧ୍ୟାନ ନଥିଲା । କୁନୁ ଆଉ ପାପୁ ଡର ଭୟ ନ କରି ଜଙ୍ଗଲ ଭିତରକୁ ସାନି କୁ ଖୋଜିବାକୁ ଗଲେ । ସେ ଯେଉଁ ରାସ୍ତାରେ ଯାଉଥିଲେ ପ୍ରତିଟି ଜାଗାରେ ଚିହ୍ନ ଦେଇ ଦେଇ ଜଙ୍ଗଲ ଭିତରକୁ ଯାଉଥିଲେ ଯାହା ଫଳରେ ତାଙ୍କୁ ପୁଣି ସେହି ରାସ୍ତା ଦେଇ ଆସିବାକୁ ସୁବିଧା ହେବ । କିଛି ସମୟ ଖୋଜିବା ପରେ ଦୁହେଁ କାନ୍ଦ ଶବ୍ଦ ଶୁଣିଲେ। ଜଙ୍ଗଲ ର କିଛି ଦୂରରେ ସାନି ଗୋଟିଏ ଗଛ ତଳେ ବସି କାନ୍ଦୁଥିଲା । କାନ୍ଦ ଶବ୍ଦ ଶୁଣି ଦୁହେଁ ସାନି ପାଖରେ ପହଞ୍ଚିଲେ । ସାନି , କୁନୁ ଆଉ ପାପୁ କୁ ଦେଖି ବହୁତ୍ ଖୁସି ହେଲା ଏବଂ ଦଉଡ଼ି ଦଉଡି ଆସି କୁଣ୍ଢେଇ ପକେଇଲା। ସାନି, କୁନୁ ଏବଂ ପାପୁ କୁ କ୍ଷମା ମାଗିଲା । ତାପରେ ତିନି ଜଣ ଜଙ୍ଗଲ ବାହାରକୁ ଆସିଲେ। ଏତିକିବେଳେ ବାକି ପିଲା ମାନେ ଶିକ୍ଷକ ଙ୍କୁ କହିଲେ । ଶିକ୍ଷକ ମାନେ ମଧ୍ୟ ବହୁତ୍ ଚିନ୍ତାରେ ଥିଲେ । କିନ୍ତୁ ଶିକ୍ଷକ ମାନେ ଖୋଜିବାକୁ ଯିବା ପୂର୍ବରୁ 03 ଜଣ ଆସି ପହଞ୍ଚିଲେ। ସାନି କୁ ଶିକ୍ଷକ ଗାଳି ଦେଲେ । ସାନି ନିଜ ଭୁଲ ବୁଝିଲା ଏବଂ ଭୁଲ ମାଗିଲା ଏବଂ ଏମିତି କେବେ ଦୁଷ୍ଟାମୀ କରିବି ନାହିଁ ବୋଲି କହିଲା । ଶିକ୍ଷକ କୁନୁ,ପାପୁ କୁ ସାବାସ୍ ଜଣାଇଲେ ଏବଂ ବୁଦ୍ଧି ପ୍ରୟୋଗ କରି କେମିତି ଜଙ୍ଗଲ ଭିତରକୁ ଗଲେ, କେମିତି ଖୋଜିଲେ ସେକଥା ସବୁ କହିଲେ । ଶିକ୍ଷକ ପୁଣି ଥରେ ସମସ୍ତଙ୍କୁ ବୁଝାଇଲେ ଏବଂ ଏମିତି ନିଜ ଇଚ୍ଛାରେ କିଛି କାମ କରିବାକୁ ମନା କରିଲେ ଏବଂ କହିଲେ ଯଦି କିଛି କାମ କରିବ ତେବେ ନିଜ ଗୁରୁଜନ ଙ୍କ ଠାରୁ ପ୍ରଥମେ ପଚାରି କରିବା ଦରକାର । ସେତେବେଳେ ଭୋଜି ରନ୍ଧା ସରିଥିଲା, ସମସ୍ତେ ଭୋଜି ଖାଇଲେ ଏବଂ ଶିକ୍ଷକ କିଛି ଖେଳ ର ଆୟୋଜନ କରିଲେ । ସମସ୍ତେ ସେହି ଖେଳ ରେ ଭାଗ ନେଲେ ଏବଂ ଭୋଜି ଖାଇ ଘରକୁ ଆସିଲେ ।
ଦ୍ଵିତୀୟ ଦିନ କୁନୁ ଏବଂ ପାପୁ ଙ୍କୁ ପ୍ରଧାନ ଶିକ୍ଷକ ସାହସିକତା ର ପୁରସ୍କୃତ କରିଲେ ଏବଂ କୁନୁ ଏବଂ ପାପୁ ଭଳି ସମସ୍ତେ ସାହସୀ ହେବା ପାଇଁ ପ୍ରଧାନ ଶିକ୍ଷକ ପ୍ରେରଣା ଦେଲେ।
ଏଥିରୁ କଣ ଶିଖିଲ?
୧. ନିଜ ଇଚ୍ଛା ରେ କୋଉ କାମ କରିବା ଅନୁଚିତ୍।
୨. ନିଜ ସାଙ୍ଗ କୁ ଈର୍ଷା କରିବା ଅନୁଚିତ୍ ।
୩. ସବୁବେଳେ ସାହସିକତା ର କାର୍ଯ୍ୟ କରିବା ଉଚିତ୍।
ଲେଖିକା. ରୁବି ନାହାକ
ବୁଗୁଡ଼ା, ଗଞ୍ଜାମ ।
 
 

ମେରୁଦଣ୍ଡ (Spinal Cord)

ମେରୁଦଣ୍ଡ (Spinal Cord)
ମେରୁଦଣ୍ଡ (Spinal Cord)
ସ୍ବର୍ଣ୍ଣପୁର ଗ୍ରାମରେ ଗୋଟିଏ ପରିବାର ବାସ କରୁଥିଲେ । ସେହି ପରିବାରରେ ସ୍ୱାମୀ, ସ୍ତ୍ରୀ, ଦୁଇ ଝିଅ ଆଉ ଗୋଟିଏ ପୁଅ ବାସ କରୁଥିଲେ । ଦୁଇ ଝିଅ ଯାଆଁଳା ହୋଇ ଜନ୍ମ ହୋଇଥାନ୍ତି । ବହୁତ ବ୍ରତ ଉପାସ କରି ପୁଅଟିଏ ପାଇଥାନ୍ତି । ଦୁଇ ଝିଅର ବୟସ ପାଞ୍ଚ ବର୍ଷ ଆଉ ପୁଅ ଗୋଟିଏ ବର୍ଷ ର ହୋଇଥାଏ । ସ୍ଵାମୀ ଅନ୍ୟ ଲୋକଙ୍କ ଜମି ଚାଷ କରନ୍ତି । ସେଥିରୁ ଯାହା ଟଙ୍କା ଆସେ ଘରେ ଖର୍ଚ୍ଚ ହୁଏ ଆଉ ପିଲାମାନେ ପାଠ ମଧ୍ୟ ପଢ଼ନ୍ତି । ଏମିତି ହସ ଖୁସିରେ ଦିନ ବିତିଯାଏ । କିଛି ଦିନ ପରେ ସ୍ୱାମୀ, ସ୍ତ୍ରୀ ପିଲାମାନଙ୍କୁ ନେଇ ବୁଲିବାକୁ ଗଲେ । ବୁଲା ବୁଲି କରି ମଜା ମସ୍ତି କରି ଗାଁ କୁ ଫେରିଲେ । କିନ୍ତୁ ଭଗବାନ ଙ୍କ ର ଆଉ କଣ ଇଛା ଥିଲା, ସମୟ ର ବିଡ଼ମ୍ବନା ସେମାନେ ଫେରିବା ରାସ୍ତାରେ ସଡ଼କ ଦୁର୍ଘଟଣା ହେଇଗଲା । ସେ ସଡ଼କ ଦୁର୍ଘଟଣା ରେ ସମସ୍ତେ ଠିକ ଠାକ ରହିଲେ କିନ୍ତୁ ସ୍ୱାମୀଙ୍କ ର ଗୋଟିଏ ଗୋଡ଼ ଚାଲିଗଲା । ସେଠିକାର ସମସ୍ତ ଲୋକ ଡାକ୍ତରଖାନା କୁ ନେଇଗଲେ । କିଛି ଦିନ ପରେ ସୁସ୍ଥ ହେଇ ଘରକୁ ଫେରିଲେ । କିନ୍ତୁ ଦୁଃଖ ର କଥା ଯେ ଗୋଟେ ଗୋଡ଼ ଚାଲିଗଲା । ଯିଏ ପରିବାରର ମେରୁଦଣ୍ଡ ଥିଲେ, ସେ ଅକାମୀ ହେଇ ପଡିଗଲେ । ପିଲାମାନେ ବି ଛୋଟ । କିଛି ଦିନ ଦୁଃଖ ସୁଖରେ କଟିଗଲା । ହେଲେ ସବୁଦିନ ତ ବସିକି ଖାଇ ପାରିବେନି । ସ୍ତ୍ରୀ ମିନତି କାମ ଖୋଜିବା କୁ ଲାଗିଲେ ହେଲେ କୌଣସି କାମ ମିଳିଲାନି । ଦିନେ ଭାବିଲେ ପରିବା ବିକ୍ରି କରିବା ପାଇଁ । ଗାଁ ଗାଁ ବୁଲି ପରିବା ବିକ୍ରି କରିଲା, ତା ସହ ଦୁଇଟି ଗାଈ ରଖିଲେ । ସକାଳୁ ଉଠି ନିତ୍ୟ କର୍ମ ସାରି ପରିବା ବିକ୍ରି କରିବା କୁ ଚାଲିଯାଏ , ପୁଣି ଘରକୁ ଆସି ଗାଈ ସେବା କରି କ୍ଷୀର ହୋଟେଲରେ ଦେଇକରି ଆସେ । ଏମିତି ଦିନ ପରେ ଦିନ ବିତି ଚାଲିଲା ଆଉ ଲାଭ ମଧ୍ୟ ବଢ଼ିଲା । ପିଲାମାନ ଙ୍କ ର ପାଠ ପଢା ପଢ଼ି ମଧ୍ୟ ଠିକ ସେ ଚାଲିଲା । ଘରର ଖାଇବା ପିଇବା ରେ କୌଣସି ଅସୁବିଧା ରହିଲା ନାହିଁ । ଧିରେ ଧିରେ ଲାଭ ମଧ୍ୟ ବଢ଼ିଲା । ଚାଲି ଚାଲି ପରିବା ବିକ୍ରି କରୁଥିଲା । ସେ ଭାବିଲା ଲାଭ ବଢ଼ିଲାଣି ଗୋଟିଏ ସାଇକେଲ ନେଇକି ଆସିଲେ ଆଉ ଦୁଇ-ତିନି ଟା ଗାଁ ବୁଲିପାରିବି । ସେ ସାଇକେଲ ନେବାର ଦେଖି ପଡ଼ୋଶୀ ଆଉ ଗାଁ ରାସ୍ତା ରେ ଲୋକମାନେ ବହୁତ କଥା କହିଲେ ତ ଆଉ କିଏ ଦେଖି ହସୁଥିଲେ କିନ୍ତୁ ସେ କାହା କଥା କୁ ଖାତିରି କଲା ନାହିଁ ସେ ନିଜ ରାସ୍ତା ରେ ଯାଇ ନିଜ ରାସ୍ତାରେ ଆସେ। ପରିବା ସହ ଚୁଡ଼ି ବିକ୍ରି ମଧ୍ୟ ଆରମ୍ଭ କରିଦେଲା। ଘର କାମ, ସ୍ୱାମୀ ଙ୍କ ସେବା, ପିଲା ମାନଙ୍କ ଦାଇତ୍ଵ ତା ସହ ବାହାରର କାମ କରେ । ବହୁତ ପରିଶ୍ରମ କରେ କିନ୍ତୁ କେବେ ଥକେ ନାହିଁ । ପାରିବାର ର ମେରୁଦଣ୍ଡ ସାଜି ପୁଣି ଥରେ ମଜବୁତ୍ କରିବା ପାଈଁ ଧିର ପ୍ରୟାସ କରି ରଖିଲା । ଧିରେ ଧିରେ ବେପାର ବଢିବା ରେ ଲାଗିଲା । ବେପାର ବଢିବା ସହ ଗୋଟିଏ ଗାଡ଼ି ମଧ୍ୟ ନେଲା । ଗାଡ଼ି ନେବାର ଦେଖି ଗାଁ ଲୋକ ନାନା ପ୍ରକାର କଥା କହିଲେ , କିନ୍ତୁ ସେ କାହାରି କଥା କୁ ଖାତିର ନ କରି ନିଜ କର୍ମ କ୍ଷେତ୍ରରେ ଆଗେଇ ଆଗେଇ ଚାଲିଲା । ସେ ଗାଡି ରେ ବୁଲି ବୁଲି ଦୂର ଦୂର କୁ ଯାଇ ବେପାର କଲା । ଏହା ସହିତ ସିଲେଇ କାମ ଶିଖି ଗାଁ ରେ ସିଲେଇ କରି ମଧ୍ୟ କିଛି ଟଙ୍କା ରୋଜଗାର କରୁଥାଏ। ଏମିତି କେତେ ଦିନ ଚାଲିଲା ପରେ ସେ ଗାଁ ରେ ଗୋଟିଏ ଜାଗା ନେଇ ଦୋକାନ ଖୋଲିଲା ଏବଂ ସେ ଦୋକାନ ରେ ବିଭିନ୍ନ ପ୍ରକାର ସାମଗ୍ରୀ ରଖି ବିକ୍ରି କରିବା ଆରମ୍ଭ କରିଲା । ଦୋକାନ ର ପ୍ରଥମ ଦିନ ଯିଏ ଯାହା ନେଲା ସମସ୍ତ ଙ୍କୁ ଉପହାର ଦେଲା । ଆଉ ଲୋକ ମଧ୍ୟ ବହୁତ ଖୁସି ହେଲେ । କାଲି ଯୋଉ ଲୋକ ନାନା ପ୍ରକାର କଥା କହୁଥିଲେ ଆଜି ସେମାନେ ଖୁସି ହେଇ ପ୍ରଶଂସା କରୁଛନ୍ତି । ଲୋକଙ୍କ ପ୍ରଶଂସା ଶୁଣି ବହୁତ ଖୁସି ହେଲା ।

ମନେ ମନେ ଭାବିଲା କାଲି ଯଦି ଲୋକଙ୍କ କଥା ଶୁଣି ପଛ ଘୁଞ୍ଚା ଦେଇଥାନ୍ତି ଆଜି ମୁଁ ଯୋଉ ଜାଗାରେ ଅଛି ସେଠି ନଥାନ୍ତି କିନ୍ତୁ ସେ ସବୁ ଭୁଲି ନିଜେ ଆଉ ପରିବାର ର ଖୁସି ପାଈଁ ନିଜ ଜୀବନ କୁ ବାଜି ଲଗେଇ ପରିଶ୍ରମ କରିଲା । ବର୍ତ୍ତମାନ ଦୁଇ ଝିଅ ଙ୍କ ପାଠ ପଢା ସହିତ ପ୍ରତିଦିନ ଭଲ ରୋଜଗାର ହୁଏ । ସ୍ବାମୀ ସ୍ତ୍ରୀ ଦୁହେଁ ଦୋକାନରେ ବସି ବେପାର କରନ୍ତି ଏବଂ ପରିବାର ରେ ପୁଣି ଥରେ ଖୁସି ଫେରି ଆସିଲା।

ଏଥିରୁ କଣ ଶିଖିଲ?
୧. ଅସମୟରେ ହାରି ଯିବା ଅନୁଚିତ୍।
୨. ରୋଜଗାର ର ଉଚିତ୍ ପନ୍ଥା ବାଛିବା ଦରକାର ।
୩. ଲୋକମାନଙ୍କ ଟାହି ଟାପରା ଅଣଦେଖା କରିବା ଉଚିତ୍।


ଲେଖିକା. ରୁବି ନାହାକ
ବୁଗୁଡ଼ା, ଗଞ୍ଜାମ.

Surprise Odia Poem

Surprise
ମନ ଅସ୍ଥିର ହୋଇ ପଡ଼ିଲା ଯେବେ
ତମେ ନ ଆସିବ ବୋଲି ଜାଣିଲି…..
କହିପାରିଲିନି କି ଆସ ଥରେ ଦେଖା କରି ଯାଅ
ମନ କୁ ବହୁତ ବୁଝେଇଲି…
କିନ୍ତୁ ଅଶ୍ରୁ କୁ ରୋକିବା ମୋ ପାଇଁ କଷ୍ଟ କର ଥିଲା
ଗୋଟିଏ ମାସର ଉପରାନ୍ତ ରେ
ତୁମ କୁ ଦେଖିବାକୁ ବହୁତ ଇଛା ହେଉଥିଲା
ଦୁଃଖ ହେଲା କିନ୍ତୁ କହିଲି ନାହିଁ
ମନ ରେ ବହୁତ ବିଶ୍ୱାସ ଥିଲା କି….
ତୁମେ ଆସିବ ବୋଲି ??
କିନ୍ତୁ
ସେଦିନ ବିସ୍ମିତ ହେଲି
ତୁମକୁ ଦେଖିଲା ପରେ !!
ଖୁସିର ଲୁହ କୁ ରୋକି ପାରିଲିନି….
ଲାଗୁଥିଲା ଯେମିତି ସ୍ବପ୍ନ ରେ ଆସିଛ
ଶରୀର ସ୍ପର୍ଷ ଅନୁଭବ ରେ ଜାଣିଲି
ଯେ ତୁମେ ପ୍ରକୃତରେ ଆସିଛ ??
ମନ ରେ ଥିବା ସବୁ ଦୁଖଃ ଉଭେଇଗଲା
ଦୌଡ଼ି ଆସିଲି ତୁମ ପାଖକୁ।।
ଅଶ୍ରୁ ର ବନ୍ଧ ଭାଙ୍ଗି ଗଲା……
ଖୁସି ର ସୀମା ଟପି ଗଲା…..
ସେଦିନ ଜାଣିଲି !
ମୋ ହୃଦୟର ପ୍ରତି ଟି ଶବ୍ଦ କୁ
ତୁମେ ବୁଝି ପାରୁଛ…..
ସେଇ ବିସ୍ମୟକର ପରିସ୍ଥିତି ରେ ତୁମକୁ
ମନ ଭରି ଦେଖିଲି….
ମୋ ମନର ମଣିଷ ମୋ ସମ୍ମୁଖରେ
ଭାବନା ସତ ଥିଲା ।
ତୁମର ପ୍ରତି ଟି Surprise ମୋ ପାଈଁ
ଖୁସିର ଆଲୋକ ନେଇ ଆସିଛି
ଆଉ ସେ Surprise ମୋ ପାଇଁ
ଅଭୁଲା ସ୍ମୃତି ହୋଇ ରହିଯାଇଛି ।।
ରୁବି ନାହାକ
…….ଙ୍କ କଲମରୁ
Follow my Blog
Search on Poem Section