Tag Archives: Samparka Ra Chandrabindu…1

ଚନ୍ଦ୍ରବିନ୍ଦୁ ସେ ସମ୍ପର୍କର

ସମ୍ପର୍କ ର ଚନ୍ଦ୍ରବିନ୍ଦୁ, s k sahoo, ସନ୍ତୋଷ କୁମାର ସାହୁ,
ଚନ୍ଦ୍ରବିନ୍ଦୁ ସେ ସମ୍ପର୍କର


ଚନ୍ଦ୍ରବିନ୍ଦୁ ନୁହେଁ ତ ସେ

ଅଧୁରା କାହାଣୀ ର କବର…


ଫେରିବାକୁ ଚାହିଁଲେ ମଧ୍ୟ

ଫେରି ପାରିବୁନି ମୋ ମନକୁ…


କାରଣ ନାହିଁ ସେ ପ୍ରଶ୍ନ ର..

ଅଭିପ୍ରାୟ ନାହିଁ ସେ ସମୟର..

ଦୋଷ ଅବା କାହାକୁ ଦେବି…

ତୁ ଅବା କଣ କରିବୁ…

ନା ମୁଁ ଶ୍ରଦ୍ଧାଞ୍ଜଳି ହେବି…


ଭୁଲି ଯା ସେ ଅତୀତ କୁ

ଦୁଃଖ ପାଇ ସେ କଷ୍ଟ ର

ଭାଗୀଦାର ମୋତେ କରାଇବାକୁ

ଚେଷ୍ଟା କରେ ନାହିଁ…


କିଛି ରାସ୍ତା ନାହିଁ…

ଫେରିବାକୁ ସେ ସମୟକୁ…

ଭୁଲିବାକୁ ଚେଷ୍ଟା କର …

ନହେଲେ ଶେଷରେ ରହିଯିବ କେବଳ

ମୋର ଶେଷ ପ୍ରତିଶ୍ରୁତି ଟିକକ…


ନା ଦେଖିବି ତୋତେ…

ନା ଦେଖିବାର ଆଶା ଅଛି..

ନା ମୋର ଅଧିକାର…

ନା ଇଚ୍ଛା ଅଛି ମୋର…


ସମୟକୁ ସିନା ମୁଁ ମିଛ କହିପାରେ

କିନ୍ତୁ ନିଜ ବିବେକ କୁ ମିଛ କହି

କେତେଦିନ ଆଉ ବଞ୍ଚିବି…


ନା ଆଶା ଅଛି 

ନା ଅଭିଳାଷା,

କିନ୍ତୁ ଜାଣିଛି ଦେଖା ହେବ ନିଶ୍ଚୟ ତୋର ମୋର 

ସେଦିନ ତୋ ଲୁହ ଝରୁଥିବ

ଏବଂ ମୁଁ ଶାନ୍ତିରେ ଚିତା ଉପରେ ଶୋଇଥିବି….


ସେଦିନ ପ୍ରକୃତରେ

ଚନ୍ଦ୍ରବିନ୍ଦୁ ପଡିଯିବ ସେ ବାସ୍ତବ ସମ୍ପର୍କ ର……


ସନ୍ତୋଷ କୁମାର ସାହୁ (ଲେଖକ)



If the contents are helpful to share them with your friends, Thanking You.

ସମ୍ପର୍କ ର ଚନ୍ଦ୍ରବିନ୍ଦୁ…1

Odia Love Stories, https://www.bhuyansblog.com/p/blog-page_25.html?m=1
ସମ୍ପର୍କ ର ଚନ୍ଦ୍ରବିନ୍ଦୁ..1

ସକାଳ ୪ ଟା ରେ ଆଲାରମ୍ ବାଜିଲା । ଆଖି ରେ ଆଖିଏ ନିଦ ଥାଇ ମଧ୍ୟ ବାଧ୍ୟ ହୋଇ ଉଠିବାକୁ ପଡ଼ିଲା । କାରଣ ୫ ଟା ରେ ଫାର୍ଷ୍ଟ ଶିଫ୍ଟ ରେ ରିପୋର୍ଟ ଅଛି।  ପୁଣି ଆଖି କୁ ମନ୍ଥି ମନ୍ଥି କାନ୍ଥ ଘଣ୍ଟା କୁ ଦେଖିଲି । ସମୟ ୪.୨୦ । ମନରେ ଝଟକା ଲାଗିଲା । ଆରେ ବାବା ଲେଟ୍ ହୋଇଯିବ ଆଜି । 

ତରବର ହୋଇ ନିତ୍ୟକର୍ମ ସାରି ୟୁନିଫର୍ମ ପିନ୍ଧି ବାଇକ୍ ନେଇ ବାହାରି ଗଲି ଡିଉଟି କୁ । ଠିକ୍ ସମୟ ରେ ରିପୋର୍ଟ କରିଲି ଏବଂ ଡିଉଟି ଆରମ୍ଭ ହେଲା।  

ଠିକ୍ ୧୦.୦୦ ବେଳେ ଆମ ଅଫିସର ଚେକିଂ ଆସିଲେ । କହିଲେ କଣ ହିରୋ ଆଜି ଡିଉଟି ରେ ପୁରା ଆଲର୍ଟ। ଏଠି ହିରୋ କଣ ଉତ୍ତର ଦେବ। କହିଲି,, ନା ସାର୍ କିଛି ନାହିଁ।  ଡିଉଟି ତ କରିବାକୁ ପଡ଼ିବ।  ସାର୍ ଆଲର୍ଟ ଲେଖି ଚାଲିଗଲେ। ଗଲା ବେଳକୁ ସାର୍ ପଛକୁ ବୁଲି କହି ଗଲେ । 

ହାପି ବର୍ଥ ଡେ ଟୁ ୟୁ…

ମୁଁ ଉତ୍ତର ଦେଲି, ଥେଙ୍କ୍ ୟୁ ସାର୍ .. 

ଏବଂ ସେ ଚାଲିଗଲେ।  

ମୁଣ୍ଡରେ ହାତ ଦେଲି, ଧେତ୍… କି ମୁଣ୍ଡ ବେ ମୋର????  

ଆଜି ମୋର ଜନ୍ମ ଦିନ !! ଆଉ ମୋର ମନେ ନାହିଁ।  

ଏତିକି ଭାବି ଡିଉଟି ରେ ବସି ବସି କେତେବେଳେ ୨ ଟା ବାଜି ଗଲା । ସମୟ ଜଣା ପଡ଼ିଲାନି।  

ରୁମ୍ କୁ ଆସି, ଲଞ୍ଚ ଖାଇ ଶୋଇ ଗଲି । ସନ୍ଧ୍ୟା ୫ ଟା ରେ ନିଦ ଭାଙ୍ଗିଲା।  ମୋର ରୁମ୍ ପିଲା ମାନେ, ମୋ ବେଡ଼ ପାଖେ ଆସି ବସିଛନ୍ତି। ଯେମିତି କୃଷ୍ଣ ଠାରୁ ଅନୁମତି ନେଇ ମହାଭାରତ ଯୁଦ୍ଧ କୁ ପ୍ରସ୍ଥାନ କରିବେ। 

 

ସେଥିରୁ ଜଣେ ପ୍ରଶ୍ନ କରିଲା ।

କଣ ବେ ରିତେଶ??? ଆଜି ତୋର ନିଦ ଭାଙ୍ଗିବ ନା ନାହିଁ ???

ଏତିକି କହି ସମସ୍ତେ ଏକା ଥରକେ କହିଲେ,

 ” ହେପି ବାର୍ଥ ଡେ ସାଙ୍ଗ ” କହିଲେ ।

ସେମାନଙ୍କୁ ଥେଙ୍କ୍ ୟୁ କହିଲି । 

ଜିତେନ୍ଦ୍ର ଯିଏ ମୋର ଘନିଷ୍ଠ ସାଙ୍ଗ ଏବଂ ଆମ ଜିଲ୍ଲା ର । ସେ ପଚାରିଲା କଣ ରାତିରେ କିଛି ପାର୍ଟି ହେବ ନା ନାହିଁ ?? 

ସଙ୍ଗେ ସଙ୍ଗେ ଶ୍ରୀକାନ୍ତ କହିଲା । ହେବନି କେମିତି, କେକ୍ ଆସିବ !! ନାଲି ପାଣି ଆସିବ !!! ଗୋଟେ ବଡ ପାର୍ଟି ଟେ ହେବ ନା ??

ଜିତେନ୍ଦ୍ର: କଣ ହିଷ୍ଟ୍ରିଆ ମଉସା ଠୁ ସିଖିଗଲୁ କି??

ସମସ୍ତେ ହସିଲେ…

ଆଉ ସେଦିନ ସଂଧ୍ୟାରେ ଠିକ୍ ସେମିତି ହିଁ ହେଲା।  ଚିକେନ ସାଙ୍ଗରେ ମଦ ର କମ୍ବିନେସନ ଖାସ୍ ଜମିଥିଲା କିନ୍ତୁ ତା ପୂର୍ବରୁ କେକ୍ କଟା ସରିଲା ଏବଂ ସେଇ ପୁରୁଣା କାହାଣୀ । ଆଉ ମୋ ମୁହଁରେ କେକ୍ ବୋଳା ଗଲା।  

ରାତି ପ୍ରାୟ ୧୦ ଟା ବାଜିଲାଣି.. ଚିକେନ ର ଗନ୍ଧ ରେ ପେଟ ରେ ମୂଷା ଦୌଡ଼ିବାକୁ ଲାଗିଲା। ସମସ୍ତେ କହିଲେ, ଖାଇବା ପୂର୍ବରୁ ପିଇବା ପର୍ବ ଟା ଆରମ୍ଭ କରିଲେ ଭଲ ହୁଅନ୍ତା ??

ଠିକ୍ ସେମିତି ହିଁ ହେଲା… ପ୍ରଥମେ ଚାରି ସାଙ୍ଗ ମିଶି ଦୁଇଟି ବୋତଲ ସାରିଲୁ। ତାପରେ ଖାଇବା ଆରମ୍ଭ ହେଲା।  ଖାଉ ଖାଉ ଜିତେନ୍ଦ୍ର ପଚାରିଲା।  

ରିତେଶ, ତୋ ପ୍ରେମ କାହାଣୀ ଶୁଣିବାକୁ ବହୁତ୍ ଇଚ୍ଛା ହେଉଛି ରେ ?? ବହୁତ୍ ଦିନ ହେଲା ପଚାରୁଛି କେବେ କହୁନୁ, ଆଜି କହ?? 

ମୁଁ କହିଲି, 

ନା ରେ ଭାଇ !!

ଇଚ୍ଛା ନାହିଁ !!

ସେ ବନ୍ଧା ପୁସ୍ତକ କୁ ଖୋଲି ପଢ଼ି ଶୁଣେଇବାକୁ କାହିଁକି ବାଧ୍ୟ କରୁଛୁ।  

ଜିତେନ୍ଦ୍ର ପୁଣି ପଚାରିଲା, 

ଆଜି କହ ନା?? 

ଆଜି ଶୁଣିବା କୁ ବହୁତ୍ ସମୟ ଅଛି କାଲି ସମସ୍ତଙ୍କ ନାଇଟ୍ ଡିଉଟି ଅଛି, ସକାଳେ ଆରାମ ରେ ଉଠିବା। 

ମୁଁ କହିଲି, ହଉ ବାଧ୍ୟ କରୁଛୁ ତେବେ କହିବି , କିନ୍ତୁ ପ୍ରଥମେ ସମସ୍ତେ ଖାଇବା ତା ପରେ ମୋ କାହାଣୀ ଆରମ୍ଭ କରିବି । 

ଖାଇବା ସରିଲା ବେଳକୁ ରାତି ୧୧.୩୦ । ଚାରିଜଣ ଯାକ ଗୋଟିଏ ଗୋଟିଏ ଦରି ସାଙ୍ଗରେ ତକିଆ ନେଇ ପହଞ୍ଚିଲୁ ଛାତ ଉପରେ । ଧିର ପବନ କୁ ନିଶା ଅଳ୍ପ ଅଳ୍ପ ଧରୁ ଥାଏ । ଖାଲି ମୋତେ ନୁହେଁ ସମସ୍ତଙ୍କୁ। 

……..

।।।।।

ଦେଖ ଭାଇ ମାନେ ଯୋଉଠି ବୋର୍ ଲାଗିବ ସେଠୁ କାହାଣୀ ରଖିଦେବା..

ଏତିକି କହି ଶୁଣେଇବା ଆରମ୍ଭ କରିଲି । ମୋ ବନ୍ଧା ପୁସ୍ତକ ର ପ୍ରେମ କାହାଣୀ କୁ । 

ସେ ବନ୍ଧା ପୁସ୍ତକ ରେ ପ୍ରଥମ ଚରିତ୍ର ମୁଁ.. ମାନେ ରିତେଶ … 

କଟକ ଟୋକା… ପୂରା ସାଦା ସିଧା, ଟିକେ ଭି ଖୁଣ ନାହିଁ। ଦେଖିବାକୁ ଅଳ୍ପ ହାଣ୍ଡସମ କିନ୍ତୁ ଚଳିବ। 

ଜିତେନ୍ଦ୍ର: ତୋର ପରିଚୟ ଶୁଣି ତୋତେ ୨ଟଙ୍କା ଭିକ ଦେବାକୁ ଇଚ୍ଛା ହେଲାଣି, ଆଗକୁ କହ ବେ ??

ଓକେ ଓକେ…

ସେତେବେଳେ ମୁଁ ଡିପ୍ଲୋମା ଷ୍ଟୁଡେଣ୍ଟ୍ ସହିତ ଲୋକୋ ପାଇଲଟ୍ ପାଇଁ ପ୍ରସ୍ତୁତି ଚାଲିଥାଏ ।  ସେଥିପାଇଁ ପଢା ପଢ଼ି ଜୋର୍ ସୋର୍ ରେ ଚାଲିଥାଏ।  

ମୋର Math ଆଉ Reasoning ଭଲ ହୁଏ।  ଭଲ ହୁଏ ମାନେ ଟପର୍ ନୁହଁ।  ବହୁତ୍ ଥର ପରୀକ୍ଷା ଦେଇ ସାରିଥିଲି କିନ୍ତୁ ଭାଗ୍ୟରେ ନଥାଏ ବୋଧେ ସେଥିପାଇଁ କିଛି ମାର୍କ ରୁ ବାରମ୍ବାର ବିଫଳ ହେଉଥିଲି। ଭାଗ୍ୟରେ ଅଛି । ଏଠି ଆସି ୟୁନିଫର୍ମ ପିନ୍ଧିବାକୁ । ଟ୍ରେନ ଚଳେଇବା କେବଳ ସ୍ଵପ୍ନ ରେ ହିଁ ରହିଗଲା।  

ଜିତେନ୍ଦ୍ର ସିଧା ଲଭ୍ ଷ୍ଟୋରି ଷ୍ଟାର୍ଟ କର !!! ତୋର କଣ ହେଲା, ଆମର କଣ ଯାଏ ଆସେ?? ସିଧା ପଏଣ୍ଟ କୁ ଆସେ। 

ଠିକ୍ ଅଛି ବାବା, ଠିକ୍ ଅଛି !!!

ଆମର ପ୍ରଥମ ଦେଖା ମୋ ଭାଇ ର ବାହାଘର ପ୍ରପୋଜାଲ ସମୟରେ । ସେ ଥିଲା, ମୋ ଭାଇଙ୍କ ସ୍ତ୍ରୀ ଙ୍କ ଭଉଣୀ । 

ଜିତେନ୍ଦ୍ର : ଶାଳୀ ତ??

ରିତେଶ:  ହଁ ଶାଳୀ !! କିନ୍ତୁ ଏ ଶାଳୀ ଶବ୍ଦ ଟା ମୋତେ ଜମା ଭଲ ଲାଗେନା।  ହଉ ଶୁଣ !!

ପ୍ରଥମ ଦେଖା ତ ଏମିତି ସାଧାରଣ ଥିଲା । ତାପରେ ସିଧା ଦେଖା ହେଲା ମ୍ୟାରେଜ୍ ଦିନ। କିଛି କଥା ନାହିଁ । ମୁଁ ମଧ୍ୟ ଦେଖୁଥାଏ, ସେ ମଧ୍ୟ ଦେଖୁଥାଏ।  ସେ ମୋତେ ନୋଟିସ୍ କରୁଥାଏ । ମାତ୍ର ମୁଁ ଏତେ ଭାଉ ଦେଉ ନଥିଲି କାରଣ ମୁଁ ଭାଇଙ୍କ ବାହାଘର କାମ ରେ ବ୍ୟସ୍ତ ଥିଲି । 

ବାହାଘର ତ ସରିଗଲା ହେଲେ ସେଦିନ ର ପ୍ରଥମ ଦେଖା ଅଳ୍ପ ଏବଂ ଅଜବ ଥିଲା । ହଁ ମୁହଁ ଖୋଲି କିଛି କହିନି ସିନା । ତା ପାଇଁ ମୋ ହୃଦୟରେ କିଛି ସ୍ଥାନ ମାଡ଼ି ବସିଥିଲା । 

ଭାଗ୍ୟ ବଶତଃ ସେ ମାଷ୍ଟରି ଚାକିରି ପାଇଁ ପଢ଼ା ପଢ଼ି କରୁଥାଏ କିନ୍ତୁ ସେ ମୋ ଭାଉଜ ଦ୍ଵାରା ଖବର ପାଇଛି ଯେ ମୋତେ Reasoning ଭଲ ଆସେ। ସେଥିପାଇଁ ସେ ଅଳ୍ପ ଇଚ୍ଛା କରିଛି ??

ଜିତେନ୍ଦ୍ର: ଆବେ ସେ ଦେଖିବାକୁ କେମିତି ? ନାମ କଣ ତ କହ?

ରିତେଶ : ଆରେ ହଁ ୟାର, ତାର କଥା କଣ କହିବି ?? ସେ ତ ସରଗର ଚାନ୍ଦ ଟେ  !! ସେ ସମସ୍ତଙ୍କ ଠାରୁ ଅଲଗା ଥିଲା ।  ଗୋରା ଚେହେରା ରେ ଯଦି ହସ ଟିକେ ଆସି ଯାଉଥିଲା ନା ହୃଦୟ ରେ ମୋର ଭୂମିକମ୍ପ ସୃଷ୍ଟି ହୋଇ ଯାଉଥିଲା । 

ଆଉ ନାଁ ଟି ତାର ତନୁଜା। 

ଜିତେନ୍ଦ୍ର: ଏତେ ତାରିଫ୍ !! ତେବେ ମାଲ ଟା ଭଲ ହୋଇଥିବ ?? 

ରିତେଶ : ମାଲ କହିବୁ ନାହିଁ? 

ଜିତେନ୍ଦ୍ର: ସରି ୟାର, ମଜାକ କରିଦେଲି। ହଉ ଭୁଲ ମାଗୁଛି, ରାଗେନି ?? ଆଗକୁ କହ?

ଆଗକୁ କଣ, ସେ ଆମ ଘରେ ରହି ମୋ ପାଖରୁ ଟିଉସନ୍ ପଢ଼ିବା ପାଇଁ ଇଚ୍ଛା କରିଲା।  ମୋତେ ମଧ୍ୟ ଖୁସି।  ମନରେ ତ ଲଡୁ ଫୁଟିବାକୁ ଲାଗିଲା।  ମୁଁ କାହିଁକି ମନା କରିବି ଯେ। 

ଘରେ ଭାଉଜ ପଚାରିଲେ, ରିତେଶ !! ତମର ସମୟ ହେବନା? ତନୁଜା କୁ ଅଳ୍ପ Reasoning ଶିଖେଇ ଦେବ ??

ମୁଁ ଭାଉଜ କୁ କହିଲି, ଯଦି ମୋ ସାଙ୍ଗ ମାନଙ୍କୁ ବୁଝେଇ ପାରୁଛି ତେବେ ତୁମ ଭଉଣୀ ଙ୍କୁ କାହିଁକି ନୁହେଁ ??  ସେ ତ ଆମ ଘର ର ସଦସ୍ୟ ନା??  ତାକୁ କାହିଁକି ସିଖେଇବି ନାହିଁ ?? ନିଶ୍ଚୟ ଶିଖେଇ ଦେବି। 

ସେହି ଦିନଠାରୁ ତନୁଜା ଆମ ଘର ର ଅତିଥି କିନ୍ତୁ ମୋର ସେ ଷ୍ଟୁଡେଣ୍ଟ୍। ସେ ପ୍ରାୟ ୧୦-୧୫ ଦିନ ରହିଲା । ଯେତିକି ହେବ ତାକୁ ମୁଁ ପଢେଇ ଦେଲି । ତାପରେ ସେ ଚାଲିଲା ତାର ନିଜ ଘରକୁ।  

ସେଠୀ ଗଲା ପରେ ମୁଁ ତ ଯେମିତି ପୁରା ପୁରୀ ଏକା ହୋଇଗଲି । ଗୋଟିଏ ଦୁଇ ଦିନ ମନେ ପଡ଼ିଲା କିନ୍ତୁ ପାଠ ପଢାରେ ଧ୍ୟାନ ଦେଲି । ଆଉ ମନେ ପଡ଼ିଲା ନାହିଁ । କିନ୍ତୁ ନିଆଁ ଯେବେ ଲାଗିଛି ମାନେ ତାର ପ୍ରମାଣ ସ୍ୱରୂପ ଅଳ୍ପ ଧୁଆଁଳିଆ ପ୍ରଭାବ ରହିବ।  

ଠିକ୍ ୫ ଦିନ ପରେ ମୁଁ ପଢ଼ିବାକୁ ବସିଥାଏ । ରାତି ପ୍ରାୟ ୧୨ ଟା ପାଖାପାଖି।  ମୋବାଇଲ ଫୋନ ରିଙ୍ଗ ହେଲା । ନମ୍ୱର୍ ଦେଖି ଜାଣି ପାରିଲି ନାହିଁ କିନ୍ତୁ ଯେବେ ସେ ମିଠା ସ୍ୱର ଶୁଣିଲି । ଜାଣି ନ ଜାଣିଲା ଭଳି ପଚାରିଲି ଏବଂ ସେ ପରିଚୟ ଦେଲା ଯେ ମୁଁ ତନୁଜା ବୋଲି କହିଲା । ମୁଁ ପଚାରିଲି ଏତେ ରାତିରେ ଫୋନ୍ କରିବାର ତାର୍ପଯ୍ୟ ଟା ବୁଝି ପାରିଲିନି ??

ତନୁଜା କହିଲା । ଦିଦି ଙ୍କୁ ଫୋନ୍ କରିଲି କିନ୍ତୁ ତାର ଫୋନ୍ ଲାଗିଲା ନାହିଁ ସେଥିପାଇଁ । ତମକୁ ଫୋନ୍ କରି ଦେଲି । ମୁଁ କହିଲି । ଦିଦି ଙ୍କୁ ପୁଣି କଲ୍ କର !! ଲାଗିବ । ଏତିକି କହି ଜାଣି ଶୁଣି ଫୋନ୍ କାଟି ଦେଲି ଏବଂ ସେହି ରାତିରେ  ଆଉ କଲ୍ ଆସିନି । 

୩ ଦିନ ପରେ କଲ୍ ଆସିଲା କିନ୍ତୁ ସେଦିନ କହିଲା ଯେ ତମ ସହିତ ମୋର କଥା ହେବାକୁ ଇଚ୍ଛା ହେଲା ସେଥିପାଇଁ କଲ୍ କରିଦେଲି।  ମୁଁ କହିଲି ହଉ ଭଲ ହେଲା ଏବଂ ଅଳ୍ପ କଥା ରୁ ଆରମ୍ଭ ହେଲା ଆମ ପ୍ରେମ କାହାଣୀ ର ଆରମ୍ଭ। କଥା କେବଳ ପ୍ରେମ ର ନଥିଲା ବେଳେବେଳେ ଫୋନ୍ ରେ ମଧ୍ୟ ଟିଉସନ୍ ଚାଲେ । ଆଉ ଯାହା ପ୍ରଶ୍ନ ଥାଏ ତାକୁ ମଧ୍ୟ ଉତ୍ତର ଦିଆ ଯାଇଥିଲା।

କିଛି ଦିନ ପରେ ଜଣା ପଡ଼ିଲା ସେ ଷ୍ଟୁଡେଣ୍ଟ୍ ହିସାବରେ ଆସି ମୋ ହୃଦୟରେ ଘର କରି ବସିଲାଣି।  ମୁଁ ମଧ୍ୟ ତାକୁ ମୋ ହୃଦୟ ଘର ରେ ଯାଗା ଦେବାକୁ ବାଧ୍ୟ ହେଲି।  କାରଣ ମୁଁ ମଧ୍ୟ ତାକୁ ଭଲ ପାଇ ବସିଥିଲି । 

ସେ ଥରେ ପ୍ରଶ୍ନ ପଚାରିଥିଲା ଯେ ମୋ ପୂର୍ବରୁ ତୁମ ଲାଇଫ ରେ କୋଉ ଝିଅ ଆସିନି କି ?? ଏହି ପ୍ରଶ୍ନରେ ତାକୁ ଉତ୍ତର ଦେଇଥିଲି ଯେ, ଆସିଥିଲେ କିନ୍ତୁ ଅଳ୍ପ ଦିନ ପାଇଁ ସେ ଥିଲା ସୋନି !!

ଦଶମ କ୍ଲାସ୍ ର କଥା କିନ୍ତୁ ସେ ତାର ପଟୁ ମୋତେ ପ୍ରପୋଜ୍ କରି ଥିଲା ଉତ୍ତର ରେ ସେ ନା ଶୁଣିବାକୁ ପାଇଥିଲା କିନ୍ତୁ ସାଙ୍ଗ ଭାବରେ ସେ ମୋ ସହିତ କଥା ବାର୍ତ୍ତା ହେଉଥାଏ କିନ୍ତୁ ଦଶମ କ୍ଲାସ୍ ଶେଷ ସହିତ ସୋନି ମଧ୍ୟ ମୋ ଜୀବନରେ ଆଉ ଆସିବାକୁ ଚେଷ୍ଟା କରିନି ଏବଂ ତା ପରେ ସେ ଅନ୍ୟ କଲେଜ୍ ରେ ଆଉ ମୁଁ ଅନ୍ୟ କଲେଜ୍ ରେ।  

ଜିତେନ୍ଦ୍ର : ତାର କଥା ଛାଡ !!ତନୁଜା କଥା କହ ?

ରିତେଶ: ତନୁଜା କଥା କହିବା ପୂର୍ବରୁ ଆଉ ଗୋଟିଏ ଝିଅ ମଧ୍ୟ ମୋ ଲାଇଫ ରେ ଆସିଥିଲା । ସେ ଥିଲା ସୃତି, କିନ୍ତୁ ସେ ପସନ୍ଦ କରୁଥିଲା କିନ୍ତୁ କେବେ କହି ପାରିଲା ନାହିଁ । +୨ ଶେଷ ଆଉ ତାର ଦେଖା ସାକ୍ଷାତ ମଧ୍ୟ ଶେଷ । ମାନେ ସେ ବି- ଟେକ୍ କରିବାକୁ ଗଲା ଆଉ ମୁଁ ଡିପ୍ଲୋମା। 

ଜିତେନ୍ଦ୍ର: ଏକଥା ତନୁଜା ଜାଣିଛି ।

ହଁ ତାକୁ ସବୁ କହିଛି । ଡିପ୍ଲୋମା ରେ ପ୍ରେମ ଆରମ୍ଭ ହେବା ର କିଛି ଦିନ ପରେ ମୋର କିଛି ସାଙ୍ଗ ଚାକିରି ପାଇବା ପରେ ମୋତେ ବହୁତ୍ କଷ୍ଟ ହେଲା।  ମୋର ପ୍ରେମ ସବୁ ଉଭେଇ ଗଲା ଆଉ ସ୍ଥିର କରିଲି ଯେ ପ୍ରଥମେ ଜବ୍ ତାପରେ ଲଭ୍। 

ପୁଣି ପାଠ ପଢା ଆରମ୍ଭ ହୋଇଗଲା କିନ୍ତୁ ପରୀକ୍ଷା ଦେଇ ଚାଲିଥାଏ । ଡିପ୍ଲୋମା ଲେବେଲ୍ କୌଣସି ପରୀକ୍ଷା ରେ ପାସ୍ ହୋଇ ପାରିଲି ନାହିଁ । ଶେଷରେ ନିରାଶ ହୋଇଗଲି।  ଏପଟେ କଥା ବାର୍ତ୍ତା ଚାଲିଥାଏ କିନ୍ତୁ ଅଳ୍ପ ଅଳ୍ପ।  

୨୦୧୩ ଠାରୁ ଆମ ପ୍ରେମ ସ୍ପିଡ ଧରିଲା।  ଜ୍ୟେଷ୍ଠ ପୂର୍ଣ୍ଣିମା ସମୟ ରେ ସେ ବୁଲିବାକୁ ଇଚ୍ଛା ରଖିଲା । ଭାଉଜ କହିଲେ ଯାଅ ତନୁଜା କୁ ନେଇ ଆସ।  ଇଚ୍ଛା ତ ଥିଲା କିନ୍ତୁ ନିଜ ଆଡୁ କହିଲି ନାହିଁ । ଶେଷରେ ଭାଇ କହିଲେ । ରିତେଶ ଯାଇ ନେଇ ଆସିବ ଏବଂ ଠିକ୍ ସେମିତି ହିଁ ହେଲା। ମୁଁ ତାକୁ ପିକ୍ ଅପ୍ କରି ଆଣିଲି । ସନ୍ଧ୍ୟାରେ ମେଳା ଲାଗିଥାଏ ବୁଲିବାକୁ ବାହାରିଲୁ । ମନରେ ଭୟ ଥାଏ । କିଏ ଦେଖିବ କଣ କହିବ ?? କିନ୍ତୁ  ମୋ ସାଙ୍ଗ ମାନେ ମୋତେ ସପୋର୍ଟ କରି କହିଲେ।  ତୁ ମେଳା ରେ ବୁଲ ? କିଏ କଣ କହିବ ଆମେ ଦେଖିବୁ । ଖାସ୍ କରି ମୋର ଘନିଷ୍ଠ ବନ୍ଧୁ ସୌରଭ।  

ଏହି ମେଳା ବୁଲିବା ପର ଠାରୁ ଆମ ସଂପର୍କ ରେ ନୂଆ ଇନ୍ଦ୍ରଧନୁ ର କିରଣ ର ରଙ୍ଗ ଯୋଡ଼ି ହୋଇ ସବୁଦିନ ପାଇଁ ଆମ ମନ ଆକାଶ ରେ ଆଙ୍କି ହୋଇ ରହିଗଲା।  ସେ ହେଉଛି ପ୍ରେମ ରଙ୍ଗ।  

ତା ପର ଠୁ ପ୍ରେମ ଟା ଯେମିତି ମିଠା ମିଠା ଲାଗିଲା। ତାର ଠିକ୍ ଚାରି ମାସ ପରେ ଲୋକୋ ପାଇଲଟ୍ ର ଏକ୍ସାମ୍ ଦେଲି କିନ୍ତୁ ପୁଣି ବିଫଳ। ତାହା ପୁଣି ୧୦ ରୁ ୧୫ ମାର୍କ କମ୍ ଯୋଗୁ।  ମନ ଭାରୀ ଉଦାସ ଉଦାସ ଲାଗୁଥାଏ କିନ୍ତୁ ତନୁଜା ମୋତେ ପ୍ରେରଣା ଦେଇ ଚାଲିଥାଏ।  ବହୁତ୍ ବୁଝେଇଲା।  ତମେ ନିଶ୍ଚିତ ସଫଳ ହେବ ତମେ ପୁଣି ଥରେ ପରୀକ୍ଷା ଦିଅ । କିନ୍ତୁ ମୋ ମନ ବୁଝିବା ସହିତ ଭଗବାନ ମଧ୍ୟ ମୋ ଡାକ ଶୁଣିଲେ ।


If the contents are helpful to share them with your friends, Thanking You.