Tag Archives: Samparka Ra Chandrabindu…4

ସମ୍ପର୍କ ର ଚନ୍ଦ୍ରବିନ୍ଦୁ…4

ଫେରିଗଲି ମୁଁ !! ତନୁଜା ର କେତେକ ସ୍ମୃତି କୁ ସାଥିରେ ନେଇ ମୋ ଭାଙ୍ଗି ଯାଇଥିବା ଅତୀତ କୁ।

ଜିତେନ୍ଦ୍ର: କଣ ବେ କହି କହି, ମୋତେ କନ୍ଦେଇ ଦେଲୁ । ସତରେ ତୁ କୋଉ ଧାତୁରେ ଗଢା ରେ ? ତୁ ତୋ ଭାଉଜ ପାଇଁ ସପିଙ୍ଗ କରିଦେଉଥିଲୁ । ଯେତେବେଳେ ଯାହା ମାଗିଲେ ଆଣି ତାଙ୍କ ପାଖରେ ରଖି ଦେଉଥିଲି କିନ୍ତୁ ସେ ତୋର ପ୍ରେମ କୁ କେମିତି ଆଡେଇ ଦେଲେ ?? ମୁଁ ବୁଝି ପାରୁନି ?

ରିତେଶ: ଭାଉଜ କଥା କଣ କହିବି ରେ ? ସେ ମୋତେ କଣ କହିଲେ ଜାଣିଛୁ?? ସେ କହିଲେ ମୋ ପାଇଁ ଯୋଉ ସପିଙ୍ଗ କରି ଦେଉଥିଲ। ଆଉ ମୋତେ ରୋଷେଇ ରେ ସାହାଯ୍ୟ କରି ଦେଉଥିଲ ତାହା ର ଅର୍ଥ ତମେ ମୋତେ ମନେଇ ତନୁଜା କୁ ବିବାହ ପାଇଁ ଆଶା କରିଥିଲ??

କିନ୍ତୁ ଭାଉଜ ଜାଣି ନଥିଲେ ଯେ, ମୁଁ ମୋ ସ୍ୱାର୍ଥ ପାଇଁ କେବେ ତାଙ୍କୁ ସାହାଯ୍ୟ କରି ନଥିଲି । ତାଙ୍କ ପାଇଁ ସପିଙ୍ଗ କରି ଦେଉଥିଲି କେବଳ ମୋର ନିଜ ଖୁସିରେ ଯାହା ମୋ ଘରର ସଦସ୍ୟ ପାଇଁ କରୁଥିଲି ।

କିନ୍ତୁ ଭାଉଜ ମୋତେ ସେ ଦୋଷ ଦେଇ ଗଲେ । ମୁଁ ଭାଉଜ କୁ ଉତ୍ତର ରେ ଦେଲି ଯେ, ଭାଉଜ ତମେ ଏବେ ମୋ ସାହାଯ୍ୟ କୁ ସ୍ବାର୍ଥ ବୋଲି ପରିଚୟ ଦେଲ ନା ? କିଛି କଥା ନାହିଁ କିନ୍ତୁ କିଛି ବର୍ଷ ପରେ ତମେ ନିଶ୍ଚୟ ଅନୁତାପ କରିବ । ଆମ ସଂପର୍କ ଭାଙ୍ଗିବାରେ ତୁମର ଶତ ପ୍ରତିଶତ ହାତ ରହିଛି । କିନ୍ତୁ ତମ ଖୁସି ପାଇଁ ମୁଁ ସିନା ସାହାଯ୍ୟ କରିଲି କିନ୍ତୁ ତମେ ମୋ ଖୁସି ପାଇଁ ଅଳ୍ପ ମୂଲ୍ୟ ର ସାହାଯ୍ୟ କରିଲ ନାହିଁ ।

ତନୁଜା ମଧ୍ୟ ମୋତେ ବ୍ରେକ ଅପ ପୂର୍ବରୁ କହିଥିଲା ଯେ ଯଦି ଆମର ବ୍ରେକ ଅପ୍ ହୁଏ ତେବେ ସେଥିରେ ମୋ ଦିଦି ର ମୁଖ୍ୟ ହାତ ଏବଂ ମୋର ଗୋଟିଏ ଅନୁରୋଧ ରଖିବ ଯେ ଯଦି ଆମ ସଂପର୍କ ଭାଙ୍ଗେ ତେବେ ମୋ ଦିଦି କୁ ତମେ କେବେ ମଧ୍ୟ ଭାଉଜ ର ସମ୍ମାନ ଦେବ ନାହିଁ ।

ଏହି ଘଟଣା ପରେ ଦିନେ ଲିପି (ମାଉସୀ ଝିଅ) ଭାଉଜ ଙ୍କୁ ପ୍ରଶ୍ନ କରିଲେ । ତମେ ଏମିତି କଣ ପାଇଁ କରିଲ ?? ଏମିତି ହେଲା ପରେ?? ତମର ଆଉ ରିତେଶ ର ସମ୍ପର୍କ ଠିକ୍ ରହିବ। ଭାଉଜ କହିଲେ, କିଛି ଦିନ ପରେ ସବୁ ଠିକ୍ ହୋଇଯିବ। ରିତେଶ ମଧ୍ୟ ତନୁଜା କୁ ଭୁଲିଯିବ ଏବଂ ଆଗ ଭଳି ଯେମିତି ସେମିତି ହୋଇଯିବ । ଏମିତି ରେ ମୋର ରିତେଶ ସହିତ କଣ ସମ୍ପର୍କ । ମୋ ସମ୍ପର୍କ କେବଳ ମୋ ସ୍ବାମୀ ସହିତ । ସେ କଣ ହୁଅନ୍ତି ମୋତେ କିଛି ଫରକ୍ ପଡିବ ନାହିଁ ।

ତା ପର ଠାରୁ ମୁଁ ଯେମିତି ଗୋଟିଏ ସାଧାରଣ ମଣିଷ ଭାବେ ବଞ୍ଚିବାକୁ ଚେଷ୍ଟା କରିଲି କିନ୍ତୁ ପାରୁ ନଥିଲି। ତଥାପି ଭୁଲିବାକୁ ଚେଷ୍ଟା କରୁଥାଏ। ତନୁଜା କଥା ମନେ ପଡିଲେ, ତାକୁ କଲ୍ କରେ ପୁଣି କାଟି ଦେଉ ଥାଏ। ଦୁହେଁ ଦୁହିଁଙ୍କ ନମ୍ବର୍ କୁ ବ୍ଲାକ ଲିଷ୍ଟ ରେ ମଧ୍ୟ ରଖିଥିଲୁ।

ବେଳେବେଳେ ବହୁତ୍ ଇଚ୍ଛା ହେଉଥାଏ କିନ୍ତୁ କଥା ନ ହେବାକୁ କଥା ଦେଇଥିଲି । ସେ କଥା କୁ ରଖି ମୁଁ ତାକୁ କଲ୍ କି ମେସେଜ କରୁ ନଥିଲି ।

୨୦୧୯ ନଭେମ୍ବର ମାସରେ ମୋର ପରୀକ୍ଷା ଥିଲା। ମୁଁ ସେ ପରୀକ୍ଷା ପାଇଁ ଘରକୁ ଛୁଟି ନେଇ ପହଞ୍ଚିଲି । ଆଉ ଠିକ୍ ସେହି ଦିନ ମୁଁ ଘରେ ପହଞ୍ଚି ବା ପରେ ମୋ ଘନିଷ୍ଠ ବନ୍ଧୁ ସୌରଭ ମୋ ପାଖରେ ଆସି ପହଁଚିଲା ଏବଂ ସେ ମୋତେ ଗୋଟିଏ ଫୋଟୋ ଦେଖାଇଲା । ତାହା ଥିଲା ତନୁଜା ବାହାଘର ର ଫୋଟୋ। ମୋ ଦେହରେ ବିଜୁଳୀ ର ତରଙ୍ଗ ଖେଳିଗଲା। ମୁଁ ପାଖ ଚେୟାର ରେ କେମିତି ବସିଲି ମୁଁ ନିଜେ ମଧ୍ୟ ଜାଣିନି ।

ମୁଁ ବିଶ୍ୱାସ କରି ପାରିଲି ନାହିଁ । ଆଜି ତାର ବାହାଘର ହେଉଛି । ଅଥବା ଆମ ଘରେ କେହି ମୋତେ ଖବର ମଧ୍ଯ ଦେଇ ନାହାନ୍ତି। ଘରୁ ବାହାରି ଗଲି ଏବଂ ତା ପୂର୍ବରୁ ମୁଁ କେବେ ମଦ ପିଉ ନଥିଲି କିନ୍ତୁ ସେଦିନ ଠାରୁ ମୋର ମଦ ପିଇବା ଆରମ୍ଭ ହୋଇଗଲା । ସେ ଦୁଃଖ କୁ ଭୁଲିବା ପାଇଁ ମୁଁ ସେଦିନ ରାତିରେ ସୌରଭ ସହିତ ଗୋଟିଏ ଫୁଲ ବୋତଲ ମଦ ପିଇଛି । ମୋର ହୋସ ନଥାଏ । ସୌରଭ ମୋତେ ଉଠେଇ ଆଣି ତା ଘରେ ଶୁଆଇ ଥିଲା।

ସେଦିନ ମୁଁ ବହୁତ୍ ଭାଙ୍ଗି ପଡିଲି ଯେ ସମସ୍ତେ ମୋ ପାଇଁ ପର ଅନୁଭବ ହେଲେ। ଆଉ ସେଦିନ ଠାରୁ ମଦ କୁ ମୁଁ ନିଜର କରିଦେଲି। ଖାଲି ସେତିକି ନୁହେଁ। ସେଦିନ ଠାରୁ ମୁଁ ପ୍ରତ୍ୟେକ ଦିନ ମଦ ପିଏ କେବଳ ତାର ଦୁଃଖ ଭୁଲିବା ପାଇଁ ।

ଦେଖୁ ଦେଖୁ ବର୍ଷେ ବିତିଗଲା । ଧୀରେ ଧିରେ ତନୁଜା କୁ ମୁଁ ଭୁଲିବାକୁ ଚେଷ୍ଟା କରିଲି। ପ୍ରତ୍ୟେକ ଦିନ କାନ୍ଦେ। ଡ଼ିଉଟି ରେ ବସି ଥାଏ ଯଦି କେବେ ମନେ ପଡେ, ସେଠୀ ଲୁହ ବାହାରି ଆସି ଯାଉଥିଲା କିନ୍ତୁ ଏହି ବର୍ଷ ର ଅନ୍ତରାଳ ଭିତରେ ମୋ ସାଙ୍ଗ ସୌରଭ ଆଉ ତା ସାଙ୍ଗ ଲିପ୍ସା ମୋତେ ବହୁତ୍ ବୁଝେଇ ଛନ୍ତି । ଦୁହେଁ ପ୍ରତ୍ୟେକ ଦିନ ମୋତେ କଲ୍ କରି ବୁଝାନ୍ତି ।

ଆଉ ସତ କଥା ଏହା ଯେ ମୁଁ ଆଗ ଅପେକ୍ଷା ଏବେ ମଦ କମ୍ ପିଏ । ଦିନେ ଦିନେ ଦୁଇ ବୋତଲ ମଦ ପିଇ ଦିଏ କେବଳ ତା କଥା ଭୁଲିବା ପାଇଁ । ଲିପ୍ସା ଏବଂ ସୌରଭ ମୋର ପରିବାର ର ସଦସ୍ୟ ନୁହନ୍ତି କିନ୍ତୁ ମୋତେ ସେ ବାପା, ମା, ଭାଇ ଭଉଣୀ , ସମସ୍ତଙ୍କ ରୂପରେ ମୋତେ ବୁଝେଇ ମୋତେ ନର୍କ ଜୀବନରୁ ଉଦ୍ଧାର କରିଛନ୍ତି। ଆଜି ଏଠି ବଞ୍ଚିଛି କେବଳ ସେ ଦୁଇ ଜଣଙ୍କ ପାଇଁ । ଅନ୍ୟ ସାଙ୍ଗ ମାନେ ମଧ୍ୟ ବୁଝେଇ ବାରେ ଲାଗିଥିଲେ କିନ୍ତୁ ଏହି ଦୁଇ ଜଣଙ୍କ ଅବଦାନ ସବୁଠୁ ଅଧିକା। ନହେଲେ କେବେ ଠାରୁ ମୋ ଫଟୋ ଉପରେ ରେ ଫୁଲ ମାଳ ଟଙ୍ଗା ହୋଇ ଯାଅନ୍ତା। କେବଳ ଏହି ମଦ ମୋର ଜୀବନ ନେଇ ଥାଆନ୍ତା।

ଜିତେନ୍ଦ୍ର: ଏବେ ତ ତାର ବାହାଘରକୁ ଦୁଇ ବର୍ଷ ହେବାକୁ ବସିଲାଣି, କେବେ ମନେ ପଡୁନି ?

ରିତେଶ: ନା, ସବୁ ସ୍ମୃତି କୁ ଜାଳି ଦେଲି। ତନୁଜା ମୋର ପ୍ରତ୍ୟେକ ଜନ୍ମ ଦିନରେ ଗୋଟିଏ ଲେଖାଏଁ ଡ୍ରେସ ଗିଫ୍ଟ ଦେଇ ଥିଲା ଆଉ ବାକି କିଛି ଛୋଟ ମୋଟ ଗିଫ୍ଟ କୁ ଗୋଟିଏ ବ୍ୟାଗ୍ ରେ ରଖି ତାକୁ ମହାନଦୀ ମଝିରେ ଫୋପାଡି ଦେଇ ଆସିଲି ।

ଜିତେନ୍ଦ୍ର: ଛୁଟି ଗଲେ, ଭାଉଜ ଙ୍କ ସହିତ କଥା ବାର୍ତ୍ତା ହେଉନୁ କି?

ରିତେଶ: ହେବି କଣ? ସେ ନିଜକୁ ଭଲ ବୋଲି ସଫେଇ ଦେଉଛନ୍ତି କିନ୍ତୁ ତା ପର ଠାରୁ ମୁଁ ତାଙ୍କୁ କେବେ ଆଖି ଉଠେଇ ଚାହିଁ ନାହିଁ । କେବେ କେବେ ଭାଉଜ କଥା ହେବାକୁ ଚାହାନ୍ତି କିନ୍ତୁ ମୋର ଯଦି ଇଚ୍ଛା ହୁଏ ତେବେ କଥା ହୁଏ ନହେଲେ କଥା ହୁଏ ନାହିଁ ।

ତାଙ୍କର ମଧ୍ୟ ଦେଖାଣିଆ ସମ୍ପର୍କ। କଣ ମିଳିବ ଏ ଲୋକଦେଖାଣିଆ ମିଛ ସମ୍ପର୍କରୁ, ସେ କେବଳ ଭାଇ ଙ୍କ ବାଧ୍ୟ ରେ ବେଳେ ବେଳେ ମୋ ସହିତ କଥା ହୁଅନ୍ତି । ନାହିଁ ତ ନିଜ ପଟୁ କେବେ କଥା ହେବାକୁ ଚେଷ୍ଟା କରି ନାହାନ୍ତି।

ସେ କେବଳ ଆମ ସଂପର୍କ କୁ ଭାଙ୍ଗି ନାହାନ୍ତି ସେ ଦୁଇଟି ହୃଦୟ କୁ ଭାଙ୍ଗି ଛନ୍ତି।

ଥରେ ଛୁଟିରେ ମୋତେ ସେ ଭଲ ରୋଷେଇ କରି ଖାଇବା ପାଇଁ ଦେଲେ କିନ୍ତୁ ତାଙ୍କ ହାତ ରନ୍ଧା ଦେଖି ମୁଁ ଘରେ ଖାଇବାକୁ ଇଚ୍ଛା କରିଲି ନାହିଁ ଏବଂ ହୋଟେଲ ରେ ଯାଇ ଖାଇଲି ।

ଯେତେବେଳେ ମଧ୍ୟ ତାଙ୍କ ମୁହଁକୁ ଦେଖେ ମୋତେ ତାଙ୍କ ପ୍ରତି ଘୃଣା ଭାବ ଜାତ ହୁଏ।

ତାଙ୍କ ଘର ଲୋକେ ଚାହାନ୍ତି କି ମୁଁ ତାଙ୍କ ଝିଅ ମାନେ ମୋ ଭାଉଜ ସହିତ ଭଲରେ କଥା ହୁଏ କିନ୍ତୁ ମୁଁ କେବେ ମଧ୍ୟ ଚାହିଁବି ନାହିଁ। ଏବେ ତ ନୁହେଁ ଭବିଷ୍ୟତ ରେ ଯଦି ହୋଇ ପରେ ତେବେ ଠିକ୍, କିନ୍ତୁ ଏବେ ନୁହେଁ ।

ଦିନେ ମୋ ଭାଇଙ୍କ ଏକ୍ସିଡେଣ୍ଟ ଲାଗି ମୁଁ ଚାକିରୀରେ ଥିବା ସମୟରେ ସେ ମୋତେ କଲ୍ କରିଥିଲା ଆଉ ମୁଁ ଯାଇଥିଲି । ସେ ସମୟରେ ଭାଉଜ ଙ୍କ ବୋଉ ମାନେ ମୋ ଭାଇ ଙ୍କ ଶାଶୂ ସେଠୀ ବସି ଥିଲେ। ସେ ମୋତେ ପୁଅ ବୋଲି ଡାକିଲେ କିନ୍ତୁ ତାଙ୍କ ଡାକରେ ଯେମିତି ମୋତେ ରାଗ ଲାଗିଲା । ଉତ୍ତର ରେ ପଚାରିଲି, କିଏ ତୁମର ପୁଅ, ମୁଁ ତ ନୁହଁ । ଏତିକି କହି ସେଠୀ ବାହାରକୁ ଆସିଲି। ଜଣା ପଡିଲା ଯେ ତନୁଜା ଭାଇ ଙ୍କୁ ଦେଖିବାକୁ ଆସୁଛି। ମୁଁ ଭାଇ ଙ୍କୁ କହିଲି । ସେ ଯଦି ଏଠି ଆସିବ ତେବେ ମୁଁ ଏଠି ଗୋଟିଏ ମିନିଟ୍ ରହିବି ନାହିଁ । ମୋର କଥା ଶୁଣି ଭାଇ ତନୁଜା କୁ କହିଲେ ସେ ଏଠି ଅଛି ତୁ ପରେ କେତେବେଳେ ଆସିବୁ କହି ତାକୁ ମନା କରିଦେଲେ। ହଁ ଭାଇ ଙ୍କ ଏକ୍ସିଡେଣ୍ଟ ପରେ ସେ ମୋତେ କଲ୍ କରି ଜଣେଇ ଥିଲା। ତାହା ମଧ୍ୟ ତନୁଜା ର ବାହାଘର ପରେ ପ୍ରଥମ କଲ୍। ମୁଁ ତା ସହିତ ଅଧିକା କଥା ନ ହୋଇ ରଖିଦେଇ ଥିଲି।

ଦିନେ ସେ ପୁଣି କଲ୍ କରି କଥା ହେବାକୁ ଚାହିଁଲା । କିନ୍ତୁ ମୁଁ ତାକୁ ଗୋଟିଏ କଥା କହି ରଖିଲି । ମୁଁ ବର୍ତ୍ତମାନ୍ ବେଚଲାର୍ ଅଛି । ତୁ ମୋ ସହିତ କଥା ହେଲେ ଲୋକେ ଖରାପ ଦୃଷ୍ଟିରେ ଦେଖିବେ। ତୁ ମୋ ସହିତ କଥା ହେବାକୁ ଚେଷ୍ଟା କରିବୁ ନାହିଁ। ମୁଁ ତମ ବୈବାହିକ ଜୀବନରେ ଫାଟ ସୃଷ୍ଟି କରିବାକୁ ଚାହୁଁ ନାହିଁ । ତୁ ଯୋଉଠି ରହ୍ ଖୁସିରେ ରହ ଏତିକି ମୋର ଆଶା । କହି ତାର ଫୋନ୍ କୁ କାଟି ଦେଲି।

ତା ପରେ ଲିପି ଦ୍ଵାରା ଥରେ ଦୁଇ ଥର କଲ୍ ରେ କଥା ହେବାକୁ ଚେଷ୍ଟା କରିଥିଲା କିନ୍ତୁ ମୁଁ କଥା ହେବାକୁ ଚାହିଁନି ଆଉ ଲିପିକୁ ବୁଝେଇଥିଲି ତାକୁ ମନାକରିବାକୁ କାରଣ ମୋ ପାଇଁ କାହିଁକି ତା ସଂସାରରେ ଝଡ଼ ସୃଷ୍ଟିହବ କିନ୍ତୁ ସେ ସୋସିଆଲ ମିଡିଆ ରେ ମୋ ସହିତ ଲିଙ୍କ୍ ରଖିବାକୁ ଚାହୁଁଥିଲା ମାତ୍ର ମୁଁ ତାର କୌଣସି ରିକ୍ୱେଷ୍ଟ ଗ୍ରହଣ କରିନି ।

ଜିତେନ୍ଦ୍ର: ଭାଇ ସତରେ ତୋ କାହାଣୀ, ଅଜବ ରେ ଲୋକମାନେ ସମ୍ପର୍କ ଯୋଡ଼ିବାକୁ ଚେଷ୍ଟା କରନ୍ତି କିନ୍ତୁ ଏଠି ପୁରା ଓଲଟା। ସମ୍ପର୍କ ଭାଙ୍ଗିବା ପାଇଁ ଚାହୁଁଛନ୍ତି।

ତୋର ସାଙ୍ଗ ସୌରଭ ଆଉ ଲିପ୍ସା ଦୁହେଁ ତୋତେ ଭଲ ରାସ୍ତା କୁ ଆଣିଛନ୍ତି ନା?

ରିତେଶ: ହଁ ରେ ଭାଇ !! ସେମାନଙ୍କ ଯୋଗୁ ମୁଁ ପୁଣି ଥରେ ନୂଆ ଜୀବନ ପାଇଛି। ସେମାନେ ତ ମୋ ସାଙ୍ଗ ଠାରୁ ମଧ୍ୟ ଅଧିକା ନିଜର । ବଡ଼ ବିଚିତ୍ର ଆଜିର ସମ୍ପର୍କ ଏଠି ଯେଉଁମାନେ ମତେ ବହୁତ୍ କମ୍ ସମୟରେ ଜାଣିପାରିଲେ ଆଉ ଏତେ ନିଜର ଭାବି ମୋ ଦୁଃଖକୁ ତାଙ୍କ ଦୁଃଖ ଭାବି ଏତେ ସଭାନଭୂତି ଦେଖେଇଛନ୍ତି ସେଇସମୟରେ ସେ କଥା ମୁଁ ନିଜେ ଜାଣିଛି ସେସବୁ ଶବ୍ଦରେ ବର୍ଣ୍ଣନା କରିହେବନି

ଅତୀତର ଏମିତି କିଛି ଅକୁହା କଥା ବାକି ରହିଯାଇ ଥାଏ ହୃଦୟ ର ଏକ ଅନ୍ଧାର କୋଠରୀ କୋଣରେ । ସମୟ ବେଳେ ବେଳେ ମଣିଷକୁ କେଉଁ ରାସ୍ତାରେ ନେଇଯାଏ ବୁଝିବା ବଡ଼ ବିଚିତ୍ର ସ୍ଥିତି ସୃଷ୍ଟି ହୁଏ। ଆଖି ବୁଜି ଅନ୍ଧ ଭଳି କାହାକୁ ବିଶ୍ୱାସ କରିବା ବି କେତେଟା ଠିକ୍ ବେଳେ ବେଳେ ବୁଝି ହୁଏନା ।

ସମୟର ଗଣନାରେ, ଏମିତି ଘଟଣା ବହୁତ୍ ଲୋକଙ୍କ ସହିତ ଘଟିଥାଏ କିନ୍ତୁ ସମୟର ଚକ୍ରବ୍ୟୁହ ରେ ହୁଏତ ପରିପ୍ରକାଶ କରିବା ବର୍ତ୍ତମାନ ସମୟରେ ସମସ୍ତଙ୍କ ପକ୍ଷେ ଏତେଟା ସହଜ ନୁହେଁ ।

ବାସ୍ତବରେ ବେଳେବେଳେ ବୁଝି ହୁଏନା ଏ ସମ୍ପର୍କ କେବଳ ରକ୍ତର ନା ଆଉ କିଛି ? କିଛି ଭଲ ବନ୍ଧୁ କୁ ଛାଡି ଦେଲେ। ଦୁନିଆରେ ବାକି ସବୁ ଦେଖେଇ ହୁଅନ୍ତି ।

ବଡ଼ ବିଚିତ୍ର ଭଳି ମନେ ହୁଏ ଆଜିର ଆଧୁନିକ ସମାଜ । ଏପରି କେତେ ଦିନ ପର୍ଯ୍ୟନ୍ତ ବଞ୍ଚିବା ବାସ୍ତବରେ ମନେ ହୁଏ କଣ ମିଳିବ ଏ ଲୋକ ଦେଖାଣିଆ ସମ୍ପର୍କରୁ ??? ତା ଅପେକ୍ଷା ନିଜକୁ ନିଜେ ବଞ୍ଚିବା ଶିଖିବା ବହୁତ୍ ଭଲ। ସତରେ ଆପଣମାନେ ଟିକେ ଭାବିଲେ ହୁଏତ ଆଜି ଲୋକଙ୍କ ପାଖରେ ଖାଇବାକୁ ବହୁତ୍ କିଛି ଅଛି କିନ୍ତୁ ତୁମେ ଯାହା ଚାହୁଁଛ ତାହା ତୁମଠାରୁ ଛଡେଇ ନିଆ ଯାଉଛି । ଗୋଟିଏ ଅବାସ୍ତଵ୍ କାରଣ ଦେଇ। ତାହା ମଧ୍ୟ ଏକ ସମ୍ପର୍କର ଚନ୍ଦ୍ରବିନ୍ଦୁ ଦେଇ ।

ଜିତେନ୍ଦ୍ର : ତୋର ଏହା ଜୀବନୀ କାହାଣୀ ନୂହଁ ରେ, ତୋ ହୃଦୟର ଦୁଃଖ । ଯାହା ତୋତେ ଆଜି ପରି ପ୍ରକାଶ କରି ତୋତେ ମୁଁ ପୁଣି ଦୁଃଖ ଦେଇଛି ଏବଂ ତୋ ଆଖିରେ ଲୁହ ଦେଇ ମୋତେ ମଧ୍ୟ କଷ୍ଟ ହୋଇଛି।

ରିତେଶ : ଏତିକି ଥିଲା ମୋ କାହାଣୀ । ଏବେ ଆଗକୁ କଣ ହେବ ମୁଁ ଜାଣିନି ?

ଚାଲ ଶୋଇବା, ଦେଖ କହୁ କହୁ ରାତି ଦୁଇଟା ବାଜିଲାଣି ।

ଜିତେନ୍ଦ୍ର : ଚାଲ୍ ଶୋଇବା , Ok Good Night !!!

ରିତେଶ: Ok ଭାଇ Good Night !!!!

ଏହି କାହାଣୀ ଏକ ସତ୍ୟ କାହାଣୀ ଉପରେ ଆଧାରିତ ଏବଂ ଏହି କାହାଣୀ କୁ ଆଧାରିତ କରି ଲେଖକ କିମ୍ବା ରିତେଶ କାହାର ହୃଦୟ କୁ ଆଘାତ ଦେବାକୁ ଚାହୁଁ ନାହାନ୍ତି। ଯଦି ଏହି କାହାଣୀ ପଢ଼ି ଆପଣଙ୍କୁ କଷ୍ଟ ହୋଇଛି ତେବେ ରିତେଶ ଏବଂ ଲେଖକ ଙ୍କ ତରଫରୁ କ୍ଷମା ପ୍ରାର୍ଥନା କରୁଛୁ।

ଏହି କାହାଣୀ ଟି ରିତେଶ ଙ୍କ ହ୍ରୁଦୟ ରୁ ବର୍ଣ୍ଣିତ ।।

ଲେଖକ. ନୀଳମାଧବ ଭୂୟାଁ ଙ୍କ କଲମ ତୂଳୀ ରୁ ଅଙ୍କିତ….

କାହାଣୀ ଟି ଆପଣଙ୍କ ମନ କୁ ଛୁଇଁଛି ତେବେ ନିଜ ସାଙ୍ଗ ମାନଙ୍କୁ ସେୟାର କରିବାକୁ ଭୁଲିବେ ନାହିଁ ।

@@@ ଧନ୍ୟବାଦ @@@

If the contents are helpful to share them with your friends, Thanking You.