Tag Archives: #Satya juga

Kalki Avatar

ହିନ୍ଦୁ ପୁରାଣରେ ଚାରୋଟି ଯୁଗ ବର୍ଣ୍ଣିତ ଅଛି ଏବଂ ଏଥିରେ ମଣିଷ ଦେବତା ଅସୁର ମାନେ ଜନ୍ମ ଏବଂ ମୃତ୍ୟୁ ର ସତ୍ୟା ସତ୍ୟ ବର୍ଣ୍ଣିତ ଅଛି। ସତ୍ୟ, ତ୍ରେତୟା, ଦ୍ୱାପର ଏବଂ କଳୀ ଯୁଗ ନାମରେ ନାମିତ। ବର୍ତ୍ତମାନ ଆମେ କଳୀ ଯୁଗରେ ବାସ କରୁଛୁ, ଯାହା 4,32,000 ବର୍ଷ ହୋଇପାରେ ବୋଲି ଅନୁମାନ କରା ଯାଇଛି । କଳୀ ଯୁଗ କୁରୁକ୍ଷେତ୍ର ଯୁଦ୍ଧର 5000 ବର୍ଷ ପରେ ଆରମ୍ଭ ହୋଇଥିଲା, ଅର୍ଥାତ୍ କଳୀ ଯୁଗର ସମାପ୍ତି ପୂର୍ବରୁ 4,27,000 ବର୍ଷ ବାକି ଅଛି । ତା’ପରେ ସତ୍ୟ ଯୁଗର ଆରମ୍ଭ ହେବ ବୋଲି ଆମ ଗ୍ରନ୍ଥ ଏବଂ ହିନ୍ଦୁ ଧର୍ମ ର ପୁରାଣ କୁହେ । ଏହା ମାସ ଭଳି ଗୋଟିଏ ପରେ ଗୋଟିଏ ଅତିକ୍ରମ କରୁଛି । ସବୁ ଯୁଗ ରେ ଆମ ହିନ୍ଦୁ ଧର୍ମ ର ଆରାଧ୍ୟ ଦେବତା ଶ୍ରୀ ବିଷ୍ଣୁ ଭଗବାନ ଅନେକ ରୂପରେ ଦେଖିବାକୁ ପାଉ। ଯେପରି ସତ୍ୟ ଯୁଗରେ କୃଷ୍ଣ, ତ୍ରେତୟା ରେ ରାମ ଙ୍କ ରୂପରେ ଏବଂ ଦ୍ଵାପର ରେ ପୁଣି କୃଷ୍ଣ ଙ୍କ ରୂପରେ ଏବଂ ସେ ବିଷ୍ଣୁ ଭଗବାନ ଙ୍କ ଅପାର ରୂପ, ନାମ ଅନେକ ବର୍ଣ୍ଣ ଅନେକ ଏବଂ ବିଭିନ୍ନ ରୂପରେ ଦେଖିବାକୁ ପାଉ ତାହା କେବଳ ଏହି କଳି ଯୁଗରେ ସମ୍ଭବ ହୋଇ ପାରିଛି ।

ଅନେକ ପୁରାଣ ଅଛି ଯାହା ଆମକୁ କଳ୍କୀ ଅବତାର ବିଷୟରେ କହିଥାଏ, ଯାହା କଳି ଯୁଗ ଏବଂ ସତ୍ୟ ଯୁଗର ଶେଷ ସମୟରେ ଜନ୍ମ ଗ୍ରହଣ କରିଥାନ୍ତି

ଏହାପୂର୍ବରୁ କଳୀ ଯୁଗର ଆରମ୍ଭରେ ଭଗବାନ କୃଷ୍ଣ ପୃଥିବୀରୁ ଅଦୃଶ୍ୟ ହୋଇଯାଇଥିଲେ ଏବଂ ମନୁଷ୍ୟକୁ ପୃଥିବୀକୁ ନିୟନ୍ତ୍ରଣ କରିବାକୁ ଅନୁମତି ଦେଇଥିଲେ କିନ୍ତୁ ଲୋଭ ମନୁଷ୍ୟର ମନ କୁ କିଣି ନେଇଗଲା ଏବଂ ଅନେକ ଲୋକଙ୍କୁ ଆଧ୍ୟାତ୍ମିକତାଠାରୁ ଦୂରେଇ ରଖିଲା । ଲୋକମାନେ ବିଶ୍ୱାସ କରନ୍ତି ଯେ ଆଗାମୀ ବର୍ଷରେ ସମୟ ଆହୁରି ଖରାପ ହୋଇପାରେ । ଯୁଦ୍ଧ ହେବ କିମ୍ବା ଅପରାଧିକ ଅପରାଧରେ ବୃଦ୍ଧି ଘଟିବ, ଏବଂ ଏହା ଦଣ୍ଡବିଧାନ ହୋଇପାରେ । ଭଗବାନ ବିଷ୍ଣୁଙ୍କ କଲ୍କି ଅବତାର ପାଇଁ ଭବିଷ୍ୟବାଣୀ ହୋଇଛି ।
ହିନ୍ଦୁ ପୁରାଣଗୁଡିକୁ ପଢ଼ି ଆମେ ଜାଣିବାକୁ ପାଇଲୁ ଯେ କଳୀ ଯୁଗର ଶେଷରେ କଲ୍କି ଅବତାର ଜନ୍ମ ନେଇ ପାରନ୍ତି । ଆମେ ହୁଏତ କଲ୍କି ଦେବତା ଘୋଡା ଉପରେ ବସି ଆସିବେ ହାତରେ ତାଙ୍କର ବାର ହାତ ର ଖଣ୍ଡା ଧରି ଆସିବେ । ସେ ଗ୍ରହର ପରିଚାଳନା କୁ ସନ୍ତୁଳନ କରିପାରନ୍ତି ଏବଂ ଖରାପ ଲୋକଙ୍କ ର ଅସ୍ତିତ୍ୱକୁ ସମାପ୍ତ କରିବେ ।

କଲ୍କି ଅବତାର ହେଉଛି ଭଗବାନ ବିଷ୍ଣୁଙ୍କ ଦଶମ ଅବତାର, କଲ୍କି ଅବତାର ନିଶ୍ଚୟ ହେବ ଏହା ପୂର୍ବାନୁମାନ ହୋଇ ସାରିଛି। ଯଦି ମନ୍ଦ ଶକ୍ତିର ଅସ୍ତିତ୍ୱ ଆସେ ତେବେ ଭଗବାନ ବିଷ୍ଣୁଙ୍କ ନିଶ୍ଚୟ ତାଙ୍କର ଦଶମ ଅବତାର ନେବେ ।