Tag Archives: Seema

ସୀମା (ଓଡ଼ିଆ କବିତା)


 
ସୀମା 




ଆକାଶର ପରିବ୍ୟାପ୍ତ ମାପିବାରେ
କିଛି ହୁଏତ ମୂର୍ଖାମି ଥାଇପାରେ
ନହଲେ କାହିଁକି ବା…..
ଏମିତି ଗୋଟେ ନିରଥର୍କ,
ନିର୍ବୋଧତା – ଭାବନା ଭିତରେ
ଏପଟେ – ସେପଟେ ହୁଅନ୍ତା ।
କଣ ଅଛି ସେଥିରେ ?
ନାଁ ଶାନ୍ତି – ଆନନ୍ଦ – ସ୍ନେହ – ପ୍ରେମ – ଖୁସି ?
ମାଟି ଉପରୁ ଦୁଇପାଦ ଉପରକୁ
ଉଠିଲା ପରେ..
ତଳକୁ ଖସିବା ଜାଣି ମଧ୍ୟ
ହିଂସା – ଇର୍ଷା – ସ୍ବାର୍ଥ ର 
ଭାବନା ଭରିଯାଏ ମନରେ
ତଥାପି…
ଆକାଶକୁ ହାତ ବଢ଼େଇ
ଚିତ୍କାର କରୁଛି ;
ଧର – ଧର, ରଖ – ରଖ
ନହେଲେ ପଡ଼ିଯିବି 
ନିଶୋଷ ହୋଇଯିବି
ପ୍ରାୟଶ୍ଚିତ ର ଗଭୀର ଖାଲ ଭିତରେ 
ପ୍ରହେଳିକା ର ହୃଦୟର ପରିସୀମା
ମାପୁଥିଲି ବୋଲି….

ମନୋଜ କୁମାର ବେହେରା (ଲେଖକ)
ସୁବୁଧିପଲ୍ଲି, ଗଞ୍ଜାମ ।




If the contents are helpful to share them with your friends, Thanking You.