(ମୁଁ ନୋଟ୍ ବାହାର କରି କାବେରୀ କୁ ଦେଲି କିନ୍ତୁ ରୁଚି ମୋତେ ଥେଙ୍କ୍ ୟୁ କହିଲା। ମୁଁ ଅଳ୍ପ ସ୍ମାଇଲ ଦେଇ କହିଲି, ୱେଲକମ୍ । )
ମନୁ: କିନ୍ତୁ ମୋତେ ଶୀଘ୍ର ଫେରେଇ ଦେବ?
ଆଉ ଜଣକୁ ଦେବାକୁ ପଡ଼ିବ ।
ଏତିକି କହି ମୁଁ ଚାଲିଗଲି ଘରକୁ ।
ଏମିତି ସବୁଦିନ ସେ କଲେଜ୍ କୁ ଆସନ୍ତି ମୁଁ ପ୍ରତିଦିନ ଗେଟ୍ ପାଖରେ ଅପେକ୍ଷା କରେ । କାବେରୀ ଏବଂ ରୁଚି କୁ ଅଳ୍ପ ସ୍ମାଇଲ ଦିଏ ମୋର ସ୍ମାଇଲ ରେ ସେମାନେ ମଧ୍ୟ ସ୍ମାଇଲ ଦେଇ ଚାଲି ଯାଆନ୍ତି କ୍ଲାସ୍ କୁ ।
ଦିନ ଗଡ଼ି ଚାଲିଲା ଆସିଲା କାର୍ତ୍ତିକ ମାସ । କାର୍ତ୍ତିକ ମାସ ପ୍ରତ୍ୟେକ ସୋମବାର ରେ ଲୋକମାନେ ମନ୍ଦିର ଯାଆନ୍ତି ଏବଂ ତୃତୀୟ ସୋମବାର ଦିନ ଆମେ ସବୁ ସାଙ୍ଗ ନୀଳ, ଗୌତମ, ଦିଗାମ୍ବର ଏବଂ ମୁଁ ମିଶି ବୁଦ୍ଧଖୋଲ ମନ୍ଦିର କୁ ଯାଇଥିଲୁ। ବୁଦ୍ଧଖୋଲ ମନ୍ଦିର ବୁଲାବୁଲି ଚାଲିଥିବା ବେଳେ ହଠାତ୍ ମୋ ନଜର ପଡିଲା ରୁଚି ଉପରେ ସେ ତାଙ୍କ ପରିବାର ସହ ମନ୍ଦିର ବୁଲିବାକୁ ଆସିଥିଲେ । ମୁଁ ବାହାନା ଖୋଜି ସାଙ୍ଗ ମେଳରୁ ଅଲଗା ହୋଇ ପହଞ୍ଚିଲି ରୁଚି ପାଖରେ ।
ମନୁ: ହାଏ!!
ରୁଚି: ହାଏ, ତମେ ଏଠି??
ମନୁ: କଣ ମୁଁ ଆସିପାରିବିନି କି?
ରୁଚି: ନା ଆସିପାରିବ ଯେ??
ମନୁ: ତେବେ କଣ?? ତମେ ଯଦି ଆସିପାରିବ ମୁଁ ମଧ୍ୟ ଆସିପାରିବି ।
ରୁଚି: ଆଉ କିଏ ଆସିଛନ୍ତି?
ମନୁ: ଆମ ସାଙ୍ଗ ମାନେ ମିଶି ଆସିଛୁ
ମନୁ: ତମେ କିଏ କିଏ ଆସିଛ??
ରୁଚି: ମୁଁ ଏବଂ ମୋ ଭାଇ ଏବଂ ମମି ଆସିଛନ୍ତି। ଆମର ରୋଷେଇ ହେଉଛି ସେଠୀ ମୁଁ ଆସି ଏଠି ବୁଲୁଛି ।
ମନୁ: ତେବେ ଭଲ ହେଲା, ଆମକୁ ଭୋକ ଲାଗିଲାଣି, ଏଠି ଆମେ ସମସ୍ତେ ଖାଇ ନେବୁ ।
ରୁଚି: ହଁ ଖାଇ ନେବ ।
ମନୁ: ତମ ସାଙ୍ଗ କାବେରୀ ଆସିନି କି??
କାବେରୀ: ନା, ସେ ଆସିନି। ସେ ଆସିବ ବୋଲି କହୁଥିଲା କିନ୍ତୁ ପରେ ମନା କରିଲା ।
ମନୁ: ହଉ ତମେ ରୋଷେଇ କର ମୁଁ ଚାଲିଲି ।
ରୁଚି: ଖାଇବ ପରା?
ମନୁ: ନା, ନା, ମୋ ସାଙ୍ଗ ମାନେ ସେଠୀ ଅପେକ୍ଷା କରିଛନ୍ତି । ଯିବାକୁ ହେବ ।
ଏତିକି କହି ମୁଁ ସାଙ୍ଗ ମାନଙ୍କ ପାଖେ ପହଞ୍ଚିଲି ।
ତା ପର ଦିନ କଲେଜ୍ ଗେଟ୍ ରେ ଅପେକ୍ଷା କରିଲି ଏବଂ ମୁଁ କହିଲି ନୋଟ୍ ଟା ଦେଲ ନି?
କାବେରୀ: ଭାଇ, ଆଉ କିଛି ଦିନ ପରେ ଦେଲେ ଚଳିବ ନାହିଁ??
ରୁଚି: ନୋଟ୍ ଟା ମୋ ପାଖରେ ଅଛି। ମୁଁ ଶୀଘ୍ର ଦେଇ ଦେବୀ
ପ୍ରକୃତରେ ମୋର ନୋଟ୍ ରେ କିଛି କାମ ନାହିଁ, ବାହାନା ଥିଲା ପଦେ କଥା ହେବା ପାଇଁ ।
ମୁଁ ଚାଲିଲି କ୍ଲାସ୍ ଭିତରକୁ । କିଛି ଦିନ ପରେ ମୁଁ ବଗିଚା ରେ ସାଙ୍ଗ ମାନଙ୍କ ସହ କଥା ହେଉଥିଲି । ହଠାତ୍ ରୁଚି ମୋତେ ମୋ ନାଁ ଧରି ଡାକିଲା ମୁଁ ପଛକୁ ବୁଲି ଦେଖିଲା ବେଳକୁ ରୁଚି। ମୁଁ ଖୁସି ହୋଇ ରୁଚି ପାଖରେ ପହଞ୍ଚିଲି ।
ରୁଚି : (ନୋଟ୍ ଫେରେଇ ) ଥେଙ୍କ୍ ୟୁ ।
ମନୁ: ୱେଲକମ (ନୋଟ୍ ଟିକୁ ଧରିଲି )। ମୋ ନାଁ ତମେ କେମିତି ଜାଣିଲ??
ରୁଚି: ତମ ନୋଟ୍ ରେ ତମ ନାଁ ଲେଖା ଥିଲା ।
ମନୁ: ସବୁ ଲେଖା ସରିଲା କି ??
ରୁଚି: ନା ନା , ଆଉ କିଛି ବାକି ରହିଗଲା । ତମେ କାହାକୁ ଦେବ ବୋଲି କହିଥିଲ ନା ସେଥିପାଇଁ ଫେରେଇ ବାକୁ ଆଣିଲି ।
ମନୁ: ଆରେ ରଖ, ସେ ଆଉ କାହାଠୁ ମାଗି ସାରିଲାଣି ।
ରୁଚି : ପକ୍କା, ( ପଛ ପଟୁ, କାବେରୀ ଆସି ପହଁଚିଲା)
କାବେରୀ: ଭାଇ , ତମ ଅକ୍ଷର ବହୁତ୍ ସୁନ୍ଦର୍ ।
ମନୁ: ଥେଙ୍କ୍ ୟୁ,
ରୁଚି କାବେରୀକୁ କହିଲା , ତୋର ସବୁ ଲେଖା ସରିଯାଇଥିଲା ନା ?
କାବେରୀ: ନା, ମୋର ମଧ୍ୟ ବାକି ଅଛି।
ରୁଚି: ଗୋଟିଏ କାମ କର, ତୁ ଏବେ ଲେଖେ ମୋତେ ଆଉ କିଛି ଦିନପରେ ଦେବୁ ।
ନୋଟ୍ ଟିକୁ କାବେରୀ ହାତରେ ଦେଇଦେଲା।
ମୋର ଅଳ୍ପ ମନ ଦୁଃଖ ହେଲା ଏବଂ କିଛି ନ କହି କ୍ଲାସ୍ କୁ ଚାଲିଗଲି ।
ତାର ଦୁଇ ଦିନ ପରେ ମୁଁ ଲାଇବ୍ରେରୀ ରେ ବହି ନେବା ପାଇଁ ଠିଆ ହୋଇଥିଲି । ସେତେବେଳେ ସେ ଦୁଇ ଜଣ ଆସି ପହଞ୍ଚିଲେ । ମୋର ବହି ଇସୁ ସରିଥିଲା । ମୋ ହାତରେ ଥିଲା ” ବର୍ଷା ବସନ୍ତ ବୈଶାଖ” ର ବହି ଟିଏ । କାବେରୀ ମୋତେ ଦେଖି ଖୁସି ହେଲା ।
କାବେରୀ: ଭାଇ ତମେ ଏତେ ବଡ ବହି ପଢ଼ୁଛ ?
ମନୁ: ହଁ,
କାବେରୀ: ଏଇ ବହି ଟା ତମ ସିଲାବସ ରେ ଅଛି?
ମନୁ: ନା ନା , ଏମିତି ପଢ଼ିବା ପାଇଁ ନେବି।
ରୁଚି: ହଉ, ପଢ଼ି ସାରିଲେ ଆମକୁ ମଧ୍ୟ ଦେବ ଆମେ ପଢ଼ିବୁ ।
ସମସ୍ତେ ଅଳ୍ପ ମୁରୁକି ହସ ଦେଲେ ଏବଂ ସେ ବହି ଇସୂ କରିବା ପର୍ଯ୍ୟନ୍ତ ମୁଁ ଅପେକ୍ଷା କରିଥିଲି । ତାପରେ ଆମେ ତିନି ଜଣ ଆସିଲୁ । କାରଣ କାହାର କ୍ଲାସ୍ ନଥିଲା ।
ମନୁ: କ୍ଲାସ୍ ନାହିଁ ପରା, ଚାଲ ଗାର୍ଡେନ ରେ ବସିବା ?
ରୁଚି : ନା ନା , କିଏ ଦେଖି କଣ ଭାବିବ? ତମେ ଯାଅ ବସ!!
କାବେରୀ: କ୍ଲାସ୍ ରୁମ୍ କୁ ଚାଲ, ସେଠୀ ବସିବା ।
ତାପରେ ସମସ୍ତେ ଚାଲିଲୁ । କ୍ଲାସ୍ ରୁମ୍ ରେ କିଛି ସମୟ କଥା ହେଲୁ, କିଛି ମୋ ବିଷୟରେ ତ କିଛି ସେମାନଙ୍କ ବିଷୟରେ କଥା ହେଲୁ । ପଢା ପଢ଼ି କଥା ମଧ୍ୟ ହେଲୁ।
ମୁଁ ରୁଚି କୁ ଭଲ ପାଉଥାଏ କିନ୍ତୁ କାବେରୀ ମୋତେ ଭଲ ପାଉଥାଏ । ପୁରା ତ୍ରି-କୋଣିଆ ଲଭ୍ ଷ୍ଟୋରୀ ଗଢି ଉଠି ଥିଲା । ତାପରେ ଚାଲିଲା ପ୍ରତିଦିନ ହାଏ ହେଲୋ ଏବଂ ଖାଲି ସମୟରେ କ୍ଲାସ ରେ କଥା ବାର୍ତ୍ତା, ମୋତେ ଦେଖି ତାଙ୍କ କ୍ଲାସ୍ ରେ ପିଲା ମାନେ ଈର୍ଷା କରୁଥିଲେ ମାତ୍ର ମୋତେ କିଛି ଫରକ୍ ପଡ଼ି ନଥିଲା। ଏମିତି କିଛି ଦିନ ଗଲା ପରେ କାବେରୀ କୁ ଅନୁଭବ ହେଲା ଯେ ମୁଁ ରୁଚି କୁ ଭଲ ପାଏ । କାବେରୀ ମୋତେ ପଚାରିଲା ଏବଂ ମୋ ଉତ୍ତର ଶୁଣି ସେ ବହୁତ୍ ଦୁଃଖୀ ହୋଇଗଲା । ଏବଂ ପର ଦିନ କଲେଜ୍ ମଧ୍ୟ ଆସିଲା ନାହିଁ କିନ୍ତୁ ଦୁଇ ଦିନ ପରେ ପୁଣି କାବେରୀ କଲେଜ୍ ଆସିବା ଆରମ୍ଭ କରିଲା ଏବଂ ନିଜ ମନରେ ମୋ ପାଇଁ ଥିବା ଭଲ ପାଇବା କୁ ଭୁଲି ରୁଚି ଏବଂ ମୋତେ ମିଶେଇବା ଚେଷ୍ଠା ରେ ଲାଗି ପଡ଼ିଲା କିନ୍ତୁ ତା ବଦଳରେ ମୋ ଠାରୁ ଚକୋଲେଟ୍ ଏବଂ ଗୋଲାପ ଫୁଲ ପ୍ରତି ଦିନ ନିଏ । ଯାହା ରୁଚି ପାଇଁ ଆସୁଥିଲା ତାହା କାବେରୀ ପାଇଁ ମଧ୍ୟ ଆସୁଥିଲା । କାବେରୀ ର ଗୋଟିଏ ଚିନ୍ତା ମୋର ଭଲ ପାଇବା ରୁଚି କୁ ଅନୁଭବ ହେଉ । ଏମିତି ଦିନ ଗଡି ଚାଲିଲା । ବର୍ଷ ଶେଷ ପରୀକ୍ଷା ସମୟ ଆସିଲା । ପରୀକ୍ଷା ମଧ୍ୟ ହେଲା ଏବଂ ପରୀକ୍ଷା ଶେଷ ହେବା ପରେ ଆଉ ଦେଖା ନାହିଁ ।