Tag Archives: #sujata

ସ୍ମୃତି ର ରଙ୍ଗ….(2)

ସ୍ମୃତି ର ରଙ୍ଗ....(2)
ସ୍ମୃତି ର ରଙ୍ଗ….(2)

ସେ ଦିନ ଚିଙ୍କି ର ଡ୍ରେସ ସୁଜାତା ପିନ୍ଧିଥିଲା , ମୁଁ ଜାଣିନି , ମୁଁ ଯାଇ ରଙ୍ଗ ଲଗେଇଲି ସୁଜାତା ମୁହଁରେ ।

ମୋତେ ହଠାତ୍ ଗୋଟିଏ ଶକ୍ତ ଚାପୁଡା ମିଳିଲା। ସମସ୍ତେ ଆଶ୍ଚର୍ଯ୍ୟ ରେ ଚାହିଁ ରହିଲେ । ଯୋଉ ରେଞ୍ଜ ରେ ଚାପୁଡା ଲାଗିଛି ମୋର ଗାଲ ପକ୍କା ଲାଲ୍ ହୋଇଥିବ ।
ରଙ୍ଗ ଲାଗିଥିବା ଯୋଗୁ ଜଣା ପଡିଲାନି । ବହୁତ୍ ରାଗ ଲାଗିଲା , ପ୍ରଥମ କରି କୋଉ ଝିଅ ମୋତେ ହାତ ଉଠେଇଲା।
ଇଚ୍ଛା ହେଲା ଓଲଟା ଚାପୁଡା ଲଗାଇବାକୁ କିନ୍ତୁ ମୋର ଭୁଲ ଥିଲା ସେଥିପାଇଁ ମୁଁ ପଛ ମୁହାଁ କରି ଚାଲିଲି ।
ଚିଙ୍କି ଦଉଡ଼ି ଆସି ମୋ ହାତ ଧରି କହିଲା ଶୁଣ ଅଶୋକ , ସୁଜାତା ପାଇଁ ମୁଁ ତୋତେ ଭୁଲ ମାଗୁଛି ସେ ତୋତେ ଜାଣିନି ଏବଂ ମୁଁ ଜାଣିଚି ତୁ କେମିତିକା ପୁଅ, ତୁ ଅଜାଣତେ ତାକୁ ରଙ୍ଗ ଲଗେଇ ଚାପୁଡା ଖାଇଲୁ ।
ମୁଁ ରାଗରେ ତା କଥା କୁ ଧ୍ୟାନ ନ ଦେଇ ଚାଲିଲି ବାରଣ୍ଡାକୁ ଚିଙ୍କି ପୁଣି ଥରେ କହିଲା, ଶୁଣ ମୋ କଥା, ରାଗେନି ପ୍ଲିଜ, ଘରକୁ ଆସେ ମୋ ସାଙ୍ଗ ଟା ପରା, ପ୍ଲିଜ୍ ।
ମୁଁ ତା କଥା ରଖି ଘରକୁ ଗଲି, ଯେତେ ହେଲେ ସେ ମୋର ପିଲା ଦିନ ର ସାଙ୍ଗ ।
ଚିଙ୍କି ସୁଜାତା ଉପରେ ରାଗି କହିଲା, ତୁ କଣ କଲୁ ??? ମୋର ପିଲା ଦିନ ର ସାଙ୍ଗ କୁ ଚାପୁଡା ଲଗେଇ ଦେଲୁ ।
ମୁଁ କହିଲି ଛାଡ଼ ସେ କଥା , ମୋର ଭୁଲ ଯୋଗୁ ମୁଁ ଦଣ୍ଡ ପାଇଛି । ସେଥିରେ ତାର କିଛି ଦୋଷ ନାହିଁ ।
ସୁଜାତା ମୋ ପାଖକୁ ଆସିଲା ,କାନକୁ ଧରି ସରୀ 😐 କହିଲା, ମୋର ଭୁଲ ହୋଇଯାଇଛି,
ଶ୍ରୀକାନ୍ତ ଭାବି ତମକୁ ଚାପୁଡା ଲଗେଇ ଦେଲି । କ୍ଷମା କରିଦିଅ । ମୁଁ କିଛି ନ କହି ଚୁପ୍ ରହିଲି ।
କିନ୍ତୁ ତାପରେ ଆମ ସମସ୍ତଙ୍କ ନଜର ପଡିଲା ଶ୍ରୀକାନ୍ତ ଉପରେ। ଶ୍ରୀକାନ୍ତ ରାଗରେ ଘରୁ ବାହାରି ଗଲା ।
ତା ପଛେ ପଛେ ଆମେ ତିନି ଜଣ । ତା ଘରେ ପହଂଚିଲୁ । ସେଠୀ ଚିଙ୍କି ଶ୍ରୀକାନ୍ତ କୁ ପଚାରିଲା । ତୋତେ ପୁଣି କଣ ହେଲା।
ଶ୍ରୀକାନ୍ତ କହିଲା ସେ ମୋତେ ଚାପୁଡ଼ା ମାରିବ ବୋଲି ଭାବିଥିଲା। ଚିଙ୍କି କହିଲା ସେ ତ ଠିକ୍ ଭାବିଛି, ସେ ଯୋଉ ପ୍ରକାର ଝିଅ , ତୋ ଘରେ ପଶି ତୋତେ ଚପଲ ମାରି ଆସିଥାନ୍ତା।
କେବଳ ମୋ ଯୋଗୁ ସେ ଶାନ୍ତ ଅଛି । ମୁଁ ପଚାରିଲି କଣ କରିଛି ସେ।
ଚିଙ୍କି କହିଲା ଶୁଣିବୁ ଏ ଘୁଷୁରୀ କଣ କରିଛି । ସେ ଆସିବା ଦୀନଠୁ ଶ୍ରୀକାନ୍ତ ତାକୁ ଦେଖୁଥିଲା ।
ସେ ମଧ୍ୟ ଧିରେ ଧିରେ ପସନ୍ଦ କରିବାରେ ଲାଗିଥିଲା କିନ୍ତୁ ଦୁଇ ଦିନ ପୂର୍ବରୁ ସେ ଗାଧୋଇବା ବେଳେ ଏ ଶ୍ରୀକାନ୍ତ ଛାତ ପଟୁ ଆମ ବାଥ୍ ରୁମ୍ କୁ ଦେଖୁଥାଏ।
ସେ ବାହାରକୁ ଆସିଲା ପରେ ଉପରକୁ ତା ନଜର ପଡିଲା ଦେଖିଲା ଶ୍ରୀକାନ୍ତ ଉପରେ ବସି ମୁରୁକି ହସୁଛି , ସେ ହସିବା ଯୋଗୁ ତାର ପ୍ରବଳ ରାଗ ।
ଏବଂ ଯିଏ ଭଲ ପାଏ ସେ ଏମିତି ଖରାପ ଲୋକ ଭଳି ବ୍ୟବହାର ଦେଖାନ୍ତି ନାହିଁ ।
ବରୁଣ କହିଲା , କଣ ବେ, ଏମିତି କଣ ବ୍ଯବହାର ତୋର । ଶ୍ରୀକାନ୍ତ କହିଲା ମୁଁ ଯାଇଥିଲି ଛାତ ଉପରକୁ କପଡା ସୁଖେଇବାକୁ ସେତିକି ବେଳେ ହଠାତ୍ ନଜର ପଡିଲା ସୁଜାତା ଉପରେ। ମୁଁ କଣ କରିବି ।
ମୁଁ ଜାଣିଛି କି ସେ ଏହି କାରଣ ଯୋଗୁ ରାଗିବ । ମୁଁ ପଚାରିଲି ହେଲେ ଏବେ ସେ ୟାକୁ ପସନ୍ଦ କରୁଛି ନା ନାହିଁ ।
ଚିଙ୍କି କହିଲା ଶ୍ରୀକାନ୍ତ ର ନାମ ଶୁଣିଲେ ସେ ରାଗରେ ଜଳି ଯାଉଛି । ସେ ପୁଣି ପସନ୍ଦ କରିବ।
ମୁଁ କହିଲି ହଉ ଛାଡ଼ ସେ କଥା ଏବେ ଚାଲ ହୋଲି ଖେଳିବା ।
ଚିଙ୍କି କହିଲା ଆମ ଘରକୁ ଚାଲ ସେଠୀ ମଜା ମସ୍ତି କରିବା ।
ବରୁଣ କହିଲା, ନା ଲୋ, ଆମେ ଯିବୁ DJ ରେ ନାଚିବୁ ତୁ ଯାଅ ତୋ ସାଙ୍ଗ ସହିତ ଥେଇ ଥେଇ ହେବୁ।
ଚିଙ୍କି ମୋତେ ଅନୁରୋଧ ଆଖିରେ ଦେଖିଲା ,ଅଶୋକ ତୁ କହ…. ବରୁଣ କୁ, ଆମ ର ମଧ୍ୟ ଇଚ୍ଛା ଅଛି ଖେଳିବାକୁ । ଆମ ସାଙ୍ଗରେ ଖେଳିଲେ କଣ ଅସୁବିଧା ।
ମୁଁ ତୋ ପିଲା ବେଳର ସାଙ୍ଗ । ଆମେ ତମ ଭଳି ରୋଡ଼ ରେ ନାଚି ପାରିବୁ ନାହିଁ କିନ୍ତୁ ତମେ ଯଦି ଆଜି ଆମ ସାଙ୍ଗରେ ନାଚିବ, ଆମକୁ ଭଲ ଲାଗିବ ।
ଆମେ ପଞ୍ଚମ ଶ୍ରେଣୀ ରେ ଥିଲେ ମନେ ଅଛି ନା?? ବାରିପଟେ କେତେ ମସ୍ତି କରୁଥିଲେ ।
କେତେବେଳେ କାଦୁଆ ରେ ତ କେତେବେଳେ ଶଗଡ଼ କାଳିରେ ହୋଲି ଖେଳୁଥିଲେ। ମନେ ଅଛି ନା??
ମୁଁ କହିଲି ହଁ ୟାର, ସେ ସମୟ କେତେ ମଜା ଥିଲା । ଭୂଲି ହେବନି ।
ଏତିକି କଥା ଶୁଣିଲା ପରେ ମୋର ପୁରୁଣା ସ୍ମୃତି ସହିତ ମସ୍ତି କରିବାକୁ ଇଚ୍ଛା ହେଲା । ମୁଁ କହିଲି ତାହା ହେଲେ DJ କେମିତି ହେବ ।
ଚିଙ୍କି କହିଲା ଆମର ହୋମ୍ ଥିଏଟର କେବେ କାମରେ ଆସିବ । ଆଜି ଘରେ ଆମେ ଦୁଇ ଚଣ୍ଡୀ ବାପା କିଛି କାମରେ ଭୁବନେଶ୍ୱର ଯାଇଛନ୍ତି କାଲି ଆସିବେ ଏବଂ ମମି କେବେ ମନା କରିବେ ନାହିଁ ।
ମୁଁ ପଚାରିଲି ଆରେ ମାଉସୀ ଙ୍କୁ ତ ଦେଖିଲିନି । ସେ କୁଆଡେ ଯାଇଥିଲେ।
ସେ ରୋଷେଇ ଘରେ ଥିଲେ, ସେଥିପାଇଁ ତୁ ଦେଖିନୁ (ଚିଙ୍କି କହିଲା) ।
ବରୁଣ ପଚାରିଲା ହେଲେ ରଙ୍ଗ କେମିତି ଆଣିବା। ଚିଙ୍କି କହିଲା ଆରେ ସୁଜାତା ଖାସ୍ ହୋଲି ଖେଳିବା ପାଇଁ ଆମ ଗାଁକୁ ଆସିଛି ।
ସେ ରଙ୍ଗ ନେଇ ଆସିଛି। ଆମେ ବାହାରିଲୁ ଚିଙ୍କି ଘରକୁ ।
ଶ୍ରୀକାନ୍ତ ମନା କରିଲା । କହିଲା ତମେ ଯାଅ ମୁଁ ଯିବିନି ।
ଚିଙ୍କି କହିଲା ତୋର ରଙ୍ଗ କମ୍ ନାହିଁ ଯେ, ତୋ ଯୋଗୁ ଅଶୋକ ମାଡ ଖାଇଲା , ଏବେ ସେ ମାନିଗଲା, ତୋର ନାଟକ ଆରମ୍ଭ ହେଲା ।
ବରୁଣ କହିଲା ଚାଲ୍ ବେ , ବେଶୀ ହେଉଛୁ । ସମସ୍ତେ ଚାଲିଲୁ , ସେଠୀ ସୁଜାତା ମନ ଦୁଃଖରେ ବସି ଥାଏ । ପ୍ରଥମେ ଆମେ ମାଉସୀ ପାଖକୁ ଗଲୁ, ମାଉସୀ କୁ ପ୍ରଣାମ କରିଲୁ ।
ମାଉସୀ କହିଲେ ଆଜି ମୁଁ ତମ ସାଙ୍ଗରେ ମଧ୍ୟ ହୋଲି ଖେଳିବି । ମୁଁ ପଚାରିଲି ମାଉସୀ ତମେ କେମିତି ଜାଣିଲ ଆମେ ଆସିବୁ ବୋଲି ।
ମାଉସୀ କହିଲେ, କାଲି ରାତିରେ ଚିଙ୍କି କହୁଥିଲା ବରୁଣ ଏବଂ ଅଶୋକ କୁ ଡାକିବା ସମସ୍ତେ ମିଶି ହୋଲି ଖେଳିବା ।
ମୁଁ ଆଶ୍ଚର୍ଯ୍ୟ!!! ଆରେ ବାଃ ଆମେ ଭାବିବା ପୂର୍ବରୁ ତମେ ସମସ୍ତେ ଆଗରୁ ପ୍ଲାନ୍ କରି ରଖିଛ ।
……………………………………
(ଏହି ମଧ୍ୟରେ ସୁଜାତା ମୋ ସହିତ ନାଚିବାକୁ ପସନ୍ଦ କରୁଥାଏ । ମାତ୍ର ଚିଙ୍କି ତାକୁ ଦୂରେଇ ନେଇ ଚାଲି ଯାଉଥାଏ ଏବଂ ପୁଣି ଚିଙ୍କି ଆସି ମୋ ସହିତ ନାଚେ । )
ଏହି କାହାଣୀ ଟି ଆପଣଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣେଇବେ ।

ସ୍ମୃତି ର ରଙ୍ଗ…..(1)

ସ୍ମୃତି ର ରଙ୍ଗ....(1)
ସ୍ମୃତି ର ରଙ୍ଗ….(1)
ସକାଳ ୭ ଟା ରେ ଆଲାରମ୍ ଦେଇ ଉଠିଲି। ପୂର୍ବ ରାତିରୁ ସ୍ଥିର କରିଥିଲି ଯେ କାଲି ସକାଳେ କୁଆଡେ ଯିବିନି ଘରେ ହିଁ ରହିବି ଏବଂ ଦିନ ଯାକ ପଢିବି ।
ବଡ ଭାଇ ର ବାଧ୍ୟକତା ରେ ୦୨ ଦିନ ପୂର୍ବରୁ ଏସ୍ ଏସ ସି ପରୀକ୍ଷା ପାଇଁ ଏପ୍ଲାଇ କରି ଆସିଛି ।
ଠିକ୍ ଦେଢ଼ ମାସ ପରେ ପରୀକ୍ଷା ଅଛି । ସେଥିପାଇଁ ପରୀକ୍ଷା ପାଇଁ ପୁରା ଧ୍ୟାନ ଦେବାକୁ ହେବ ।
ସକାଳୁ ଗାଧୁଆ ପାଧୁଆ ସାରି ଆଜି ପ୍ରଥମ କରି ପୂଜା ଘରେ ମୁଣ୍ଡିଆ ମାରିବାକୁ ଗଲି, ମନରେ ଥିଲା କି ଆଜି ପାଠ ପଢ଼ା ର ଶୁଭାରମ୍ଭ ହେବ ।
ଭଗବାନ ପାଖରେ ଗୁହାରି କରି କହିଲି “ମୋତେ ପଢ଼ିବାକୁ ଶକ୍ତି ଦିଅ ପ୍ରଭୁ” ।
ପଢା ଘରେ ବସି ପଢିବା ଆରମ୍ଭ କରିଲି । ଗଣିତ ଏବଂ ଇଂରାଜୀ ମୋର ଘୋର ଶତ୍ରୁ , ସ୍ଥିର କରିଲି ଇତିହାସ ନହେଲେ ଭୂଗୋଳ ରୁ ଆରମ୍ଭ କରିବି।
ପ୍ରାୟ ଅଧ ଘଂଟାଏ ପଢା ସରିବା ପରେ , ଭାବିଲି ଅଳ୍ପ ବ୍ରେକ୍ ନେଇ ପୁଣି ପଢିବି। ମା ଙ୍କୁ କହିଥିଲି, ମା ଆଜି ଦିନ ଯାକ ପଢିବି , କିଏ ଯଦି ପଚାରିବ କହିବୁ, ମୋର ଦେହ ଖରାପ।
ମା ମଧ୍ୟ ରାଜି, କେତେ ଦିନରେ ମୋ ପୁଅ ପଢ଼ିବା ପାଇଁ ମନ କରିଛି। +୩ ସାରି ଛଅ ମାସ ହେଲା ଘରେ ବସିଛି ବୋଧେ ଚାକିରି ପାଇଁ ପଢୁଛି ।
ଏହା ଭାବି ମା ମୋ ପାଖରେ ପାଣି, ହର୍ଲିକ୍ସ ଏବଂ ବିସ୍କୁଟ ପ୍ୟାକେଟ ରଖି ଦେଇ ଚାଲି ଗଲେ।
ପାଠ ପଢା ଅଧା ହୋଇଛି ମୋ ସାଙ୍ଗ ବରୁଣ ଆସି ମା କୁ ପଚାରିଲା, ଅଶୋକ କୁଆଡେ ଗଲା?? ମା କହିଦେଲେ ତାର ଦେହ ଖରାପ, ସେ ଶୋଇଛି।
ବରୁଣ ଭାରି ଚାଲାକ୍, ସେ ମୋତେ ପିଲା ଦିନରୁ ଜାଣେ, ସେ ମା କୁ କହିଲା ଅଶୋକ ର କେମିତି ଦେହ ଖରାପ୍ ହେଇଥିବ ମୁଁ ଜାଣିଚି, ମା କହିଲେ ନାହିଁ ବାବୁ ତାକୁ ବିରକ୍ତ କରେନି।
ବରୁଣ କହିଲା , ମାଉସୀ ସେ ପାଠ ପଢୁଥିବ, ମୁଁ ଜାଣିଛି, ୦୨ ଦିନ ପୂର୍ବରୁ ଫର୍ମ ପକେଇଛି ସେଥିପାଇଁ ସେ ଭାବୁଥିଲା କୋଉ ଦିନ ଆରମ୍ଭ କରିବି।
ଆଜି ଭଲ ଦିନ ଦେଖି ଆରମ୍ଭ କରିଛି । ମା କହିଲେ , ହଁ ସେ ପଢୁଛି। ବରୁଣ କହିଲା ମୁଁ ସବୁ ଜାଣିଚି ମାଉସୀ !!!
ଏତିକି କହି ସେ ସିଧା ପହଞ୍ଚିଲା ମୋ ରୁମ୍ ପାଖରେ ମୁଁ ଭିତରୁ କବାଟ ବନ୍ଦ କରି ପଢ଼ିବାରେ ବ୍ୟସ୍ତ ।
ହଠାତ୍ କବାଟ ଠକ୍ ଠକ୍ ର ଶବ୍ଦ ଏବଂ ଆବେ କବାଟ ଖୋଲ, ମୁଁ ଜାଣିଛି ତୁ ଶୋଇନୁ, ପଢ଼ୁଛୁ, ଚାଲ୍ ମୁଁ ତତେ କିଛି କରିବିନି, କବାଟ ଖୋଲେ ।
ମୁଁ ବିଶ୍ୱାସ ରେ କବାଟ ଖୋଲିଲି କିନ୍ତୁ ସେ କମୀନା କବାଟ ଖୋଲୁ ଖୋଲୁ ରଙ୍ଗ ମୁଠା ଟି ସିଧା ମୋ ଉପରେ ଫୋପାଡି ଦେଲା । ମୋର କପଡା ଖରାପ କରିଦେଲା।
ମୋତେ ପ୍ରବଳ ରାଗ, କିନ୍ତୁ ରାଗ କୁ କଣ୍ଟ୍ରୋଲ କରି କହିଲି, ଆବେ କଣ କରିଲୁ । ବରୁଣ କହିଲା , ତୋତେ ଆଜି ଦିନ ଟା ମିଳିଲା, ପଢ଼ିବାକୁ ।
ମୁଁ କହିଲି, ଆବେ ସମୟ ହେଉନି ପଢିବି କେତେବେଳେ? ବରୁଣ କହିଲା, କାଲି ପଢ଼ିବୁ ଆଜି ଭଳିଆ ଦିନରେ ତୁ ହୋଲି ନ ଖେଳି ପାଠ ପଢ଼ିବୁ ଏଇଟା ହେବାକୁ ଦେବିନି ।
ଚାଲ୍ ଆଜି ହୋଲି ଖେଳିବା !!! ମୁଁ ମନା କରିଲି,
ସେ କହିଲା ବେଶୀ କଟ କଟ କରିବୁ, ମୋ ଠୁ ଖରାପ କେହି ହେବେନି, ତୁ ଭଲ ଭାବରେ ଜାଣିଛୁ । ବାଧ୍ୟ ହୋଇ ବାହାରିଲି ବରୁଣ ସାଙ୍ଗରେ ରଙ୍ଗ ଖେଳିବାକୁ।
ବରୁଣ କହିଲା , ଗୋଟେ କଥା ଶୁଣ, ଆମେ ସମସ୍ତେ DJ ଲଗେଇ ହୋଲି ଖେଳିବାକୁ ପ୍ରୋଗ୍ରାମ ହେଇଛି କିନ୍ତୁ DJ ବାଲା ଏବେ ପର୍ଯ୍ୟନ୍ତ ଆସିନି ।
ତେବେ ଆମେ ଆଉ ଗୋଟିଏ ସ୍ଥାନ କୁ ଯିବା ସେଠୀ ଅଳ୍ପ ମସ୍ତି କରିବା । ମୁଁ କହିଲି, ମସ୍ତି ମାନେ ତୁ କିଛି କିଳା କରିବୁ, ନା ନା , ମୁଁ ତୋ ସାଙ୍ଗରେ ଯିବିନି ।
ବରୁଣ କହିଲା କେତେ ଡରକୁଳା ବେ ତୁ!!
ମୋତେ ଅପମାନ ଅନୁଭବ ହେଲା, କହି ଉଠିଲି, ନା ମୁଁ ଡରକୁଳା ନୁହଁ, ଚାଲ୍ କୁଆଡେ ଯିବୁ ଚାଲ !!!
ବରୁଣ କହିଲା ଏବେ ଭଲ ପିଲା ର ସଂକେତ ଦେଖା ଦେଲା । ତେବେ ଚାଲ୍…।
ଆମେ ଚାଲିଲୁ, ଶ୍ରୀକାନ୍ତ ଘରକୁ ସେ ରେଡ୍ଡୀ ହୋଇ ବସିଥାଏ । ଶ୍ରୀକାନ୍ତ ଆମ ଠାରୁ ଗୋଟିଏ ବର୍ଷ ଜୁନିଅର କିନ୍ତୁ ଆମର ଖାସ୍ ସାଙ୍ଗ ସେ ତାର ଛୋଟ ଭଣଜା ସହିତ ତରଙ୍ଗ ମ୍ୟୁଜିକ ଲଗେଇ ନାଚ କରୁଥାଏ ।
ଆମେ ପହଞ୍ଚିଲା ପରେ ସେଠୀ ସମସ୍ତେ ମିଶି ଅଳ୍ପ ନାଚ କରିଲୁ, ତାପରେ ଶ୍ରୀକାନ୍ତ ତାର ଆଇଡିଆ କହିଲା।
ଶ୍ରୀକାନ୍ତ ର ପଡିଶା ଚିଙ୍କି ର ଘର । ତା ସାଙ୍ଗ ସୁଜାତା। ସହର ରୁ ଆସିଛି। ଯେତେବେଳେ ମଧ୍ୟ ଦେଖ ୧/୩ ର ପ୍ୟାଣ୍ଟ୍ ଏବଂ ଟପ୍ ଟେ ପିନ୍ଧି ଦାଣ୍ଡ କୁ ବାରି ହେଉଥିବ ।
ଦେଖିବାକୁ ପୁରା ରଜନୀ ଗନ୍ଧା, ମାନେ କୋଉ ସେଣ୍ଟ ଲଗାଉଛି କେଜାଣି ସେ ଯୁଆଡ଼େ ଯିବ ଖାଲି ରଜନୀ ଗନ୍ଧା ର ବାସ୍ନା ହେଉଥାଏ ।
ଶ୍ରୀକାନ୍ତ ତାକୁ ନଜର ପକେଇ ଥିଲା କିନ୍ତୁ ଲାଇନ୍ ମାରିବା ପରୀକ୍ଷା ରେ ଫେଲ୍ । ଚିଙ୍କି ଏବଂ ବରୁଣ ମୋର କ୍ଲାସମେଟ ଏବଂ ପିଲା ଦିନ ର ସାଙ୍ଗ ।
ବେଳେବେଳେ ଚିଙ୍କି ଘରକୁ ନୋଟ୍ ଏବଂ ବୁକ୍ ପାଇଁ ଆସେ କିନ୍ତୁ ପଢା ସରିବା ପରେ ଆସିନଥିଲି।
ଏବେ ଚାଲନ୍ତୁ ମୁଖ୍ୟ ଘଟଣା ଉପରକୁ ।
ଶ୍ରୀକାନ୍ତ ର ଆଇଡିଆ ହେଲା ଯେ ତୁ ଯିବୁ ଚିଙ୍କି ଘରକୁ, ତୋ ପଛେ ପଛେ ଆମେ ଦୁଇ ଜଣ ଯିବୁ , ଶ୍ରୀକାନ୍ତ ଯାଇ ରଙ୍ଗ ଲଗାଇବ ସୁଜାତା ମୁହଁରେ ଏବଂ ଆମେ ଦୁଇ ଚିଙ୍କି ମୁହଁରେ ରଙ୍ଗ ଲଗେଇବୁ ।
ଆଇଡିଆ ଅନୁସାରେ ଘରେ ପ୍ରବେଶ କରିଲୁ। ଦୁହେଁ ଟିଭି ଦେଖୁଥିଲେ । ପଛ ପଟୁ ଧିରେ ଧୀରେ ଯାଇ ପହଞ୍ଚିଲୁ ତାଙ୍କ ପାଖରେ ।
ଯାହା ପ୍ଲାନ୍ ଥିଲା ତାହା ହିଁ ହେଲା କିନ୍ତୁ ଏ କଣ ସବୁ ଓଲଟା।
……………………………………
(ମୋତେ ହଠାତ୍ ଗୋଟିଏ ଶକ୍ତ ଚାପୁଡା ମିଳିଲା। ସମସ୍ତେ ଆଶ୍ଚର୍ଯ୍ୟ ରେ ଚାହିଁ ରହିଲେ । ଯୋଉ ରେଞ୍ଜ ରେ ଚାପୁଡା ଲାଗିଛି ମୋର ଗାଲ ପକ୍କା ଲାଲ୍ ହୋଇଥିବ )
ଏହି କାହାଣୀ ଟି ଆପଣଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣେଇବେ ।