Tag Archives: #tulasi gachha

ମାତା ତୁଳସୀ ଦେବୀ ପାଖରେ କଣ କଣ ରଖିଲେ ଅଶୁଭ ହୁଏ ??

ତୁଳସୀ ଗଛ/ ମାତା ତୁଳସୀ/ ମା ବୃନ୍ଦାବତୀ ଙ୍କୁ ହିନ୍ଦୁ ଧର୍ମରେ ପବିତ୍ର ଗଛ ର ରୂପ ଦିଆ ଯାଇଛି । କୁହନ୍ତି ଏଥିରେ ମାତା ଲକ୍ଷ୍ମୀ ବାସ କରନ୍ତି । ଶାସ୍ତ୍ର ଅନୁସାରେ ଯେଉଁ ପରିବାର ତୁଳସୀ ମାତା ଙ୍କୁ ପ୍ରତିଦିନ ଜଳ ଚଢ଼ାନ୍ତି ସେ ପରିବାର ଉପରେ ମାତା ଲକ୍ଷ୍ମୀ ଙ୍କ କୃପା ସଦା ସର୍ବଦା ରହିଥାଏ ।

ଏହା ସତ୍ୟ ଯେ ମାତା ଲକ୍ଷ୍ମୀ ବହୁତ୍ ଶାନ୍ତ କିନ୍ତୁ କହିବା ଅସମ୍ଭବ ମଧ୍ୟ ନୁହେଁ ଯେ ମାତା ଲକ୍ଷ୍ମୀ ଅନୁଶାସନ ବିରୁଦ୍ଧରେ ଥିବା ପରିବାର ପ୍ରତି ବହୁତ୍ କଠୋର ହୁଅନ୍ତି ।

କେମିତି କଣ ଚାଲନ୍ତୁ ଆଗକୁ ପଢ଼ିବା ।

• ମାତା ତୁଳସୀ ଦେବୀ ଙ୍କ ପାଖରେ କୌଣସି ପ୍ରକାର ର ଜୋତା ଚପଲ ରଖନ୍ତୁ ନାହିଁ କିମ୍ବା ମାତା ତୁଳସୀ ଙ୍କ ପାଖରେ କେବେ ଜୋତା ବାହାର କରିବା କିମ୍ବା ପିନ୍ଧନ୍ତୁ ନାହିଁ ଏବଂ ଚପଲ ଷ୍ଟାଣ୍ଡ ମଧ୍ୟ ରଖନ୍ତୁ ନାହିଁ । ପରିବାର ପ୍ରତି ଅଶୁଭ ହୋଇଥାଏ । ମାତା ତୁଳସୀ ଦେବୀ ଙ୍କ ପାଖରେ ଖରାପ ଜିନିଷ ରହିଲେ ସେ ବହୁତ୍ କଠୋର ରହିଥାନ୍ତି ।  ବ୍ୟବହାର କରୁଥିବା ପରିବାର କୁ କୁପ୍ରଭାବ ର ଶିକାର ହେବାକୁ ପଡ଼େ। ( ଘର ଭିତରେ ମଧ୍ୟ ଚପଲ ବ୍ୟବହାର କରିବା ହିନ୍ଦୁ ଧର୍ମରେ ଅଶୁଭ ଅଟେ)
• ମାତା ତୁଳସୀ ଦେବୀ ଙ୍କ ପାଖରେ ଝାଡୁ ରଖନ୍ତୁ ନାହିଁ । କାରଣ ଝାଡୁ ମାଧ୍ୟମରେ ଆମେ ଘର ର ଅଳିଆ ଆବର୍ଜନା କୁ ସଫା କରନ୍ତି । ଯାହା ଫଳରେ ଖରାପ ତତ୍ତ୍ଵ କୁ ଆମେ ଝାଡୁ ଦ୍ଵାରା ବାହାର କରିଥାଉ ଏବଂ ଝାଡୁ ର ପ୍ରଭାବ ମଧ୍ୟ ଖରାପ ହୋଇଥାଏ।  ତେଣୁ ମାତା ତୁଳସୀ ଦେବୀ ମଧ୍ୟ ଏହା ପ୍ରତି ଅତି କଠୋର ରହିଥାନ୍ତି ।
• ମାତା ତୁଳସୀ ଦେବୀ ଙ୍କୁ ଲଗେଇବା ପୂର୍ବରୁ ଦିଗ ପ୍ରତି ଧ୍ୟାନ ଦେବାକୁ ପଡିଥାଏ।  ଦକ୍ଷିଣ ଦିଗରେ ମାତା ତୁଳସୀ ଦେବୀ ଙ୍କୁ ରଖନ୍ତୁ ନାହିଁ କିମ୍ବା ଲଗାନ୍ତୁ ନାହିଁ । ଯଦି ଲଗାଇଛନ୍ତି ଏବଂ ଘର ର ସୁଖ ସମୃଦ୍ଧି ପାଇବାକୁ ଚାହୁଁଛନ୍ତି ତେବେ ତୁରନ୍ତ ଦିଗ ବଦଳେଇ ଠିକ୍ ଦିଗରେ ଲଗାନ୍ତୁ ।
• ଘର ଝାଡୁ କରିବା ପରେ କିଛି ଲୋକ ଅଳିଆ କୁ ଗୋଟିଏ କୋଣେ କିମ୍ବା ବାହାରେ ରଖି ଦିଅନ୍ତି। ଧ୍ୟାନ ଦେବେ ଏହି କୋଣରେ ତୁଳସୀ ମାତା ଙ୍କ ବାସ ନ ହୋଇଥିବା ଦରକାର । ନହେଲେ ଘର ର ସବୁ କାର୍ଯ୍ୟରେ ଅମଙ୍ଗଳ ଦେଖା ଯିବ ଏବଂ କୌଣସି କାର୍ଯ୍ୟ କରିଲା ପରେ ମଧ୍ୟ ବାରମ୍ବାର ବିଫଳ ହେବାର ଅତ୍ୟଧିକ ସମ୍ଭାବନା ରହିଥାଏ ।
• ମାତା ତୁଳସୀ ଦେବୀ ଙ୍କୁ ରାଧା ରାଣୀ ରୂପରେ ମଧ୍ୟ ମାନ୍ୟତା ଅଛି ତେଣୁ ରାଧା ରାଣୀ ସନ୍ଧ୍ୟା ସମୟରେ ଲୀଳା ରତ ଅବସ୍ଥାରେ ରହିଥାନ୍ତି । ତେଣୁ ସନ୍ଧ୍ୟା ସମୟରେ ଏବଂ ରବିବାର, ଏକାଦଶୀ, ଦ୍ଵାଦଶୀ, ଗ୍ରହଣ ଦିନ ଏବଂ ସଂକ୍ରାନ୍ତି ଦିନରେ କେବେ ମଧ୍ୟ ତୁଳସୀ ପତ୍ର ଙ୍କୁ ତୋଳନ୍ତୁ ନାହିଁ । ପରିବାର ରେ ଘୋର ସଙ୍କଟ ମାଡ଼ି ଆସିବ ।
• ଶେଷରେ ମାତା ତୁଳସୀ ଦେବୀ ଯେଉଁଠି ବାସ କରୁଥିବେ ସେ ସ୍ଥାନରେ ଅନ୍ୟ କଣ୍ଟା ଜାତୀୟ ଗୁଳ୍ମ କିମ୍ବା ଗଛ ଲଗାନ୍ତୁ ନାହିଁ ଏହା ପରିବାର କୁ ପ୍ରଭାବ କୁ ପ୍ରଦାନ କରି ଥାଏ ।

ଏମିତି କିଛି ତଥ୍ୟ କୁ ଅବଲମ୍ବନ କରନ୍ତୁ ଏବଂ ଉପରେ ଦିଆ ଯାଇଥିବା ତଥ୍ୟ କୁ ବର୍ଜିତ କରନ୍ତୁ ଏବଂ ମାତା ଲକ୍ଷ୍ମୀ ଙ୍କ ଠାରୁ କୃପା ଅର୍ଜନ କରନ୍ତୁ ।

ଏହା ର ପ୍ରଭାବ ଭିତ୍ତିକ କୌଣସି ଘଟଣା ବଳି ଉପରେ ଲେଖକ ଦାୟୀ ନୁହନ୍ତି । ଏହି ତଥ୍ୟ କୌଣସି ପ୍ରକାର ର ବିଷୟ ବସ୍ତୁ, ଗଣନା, ନକ୍ଷତ୍ର ତଥା ବିଶ୍ୱସନୀୟତା ଉପରେ ଆଧାରିତ ନୁହେଁ । ଅନ୍ୟ ସୂତ୍ରରୁ ଯେମିତି ଧର୍ମ ଭିତ୍ତିକ ପ୍ରବଚନ ତଥା ପୁରାଣ ପଠନ ରୁ ଶ୍ରବଣ କରି ସୂଚନା ମାଧ୍ୟମରେ ଆପଣଙ୍କ ପାଖରେ ପହଞ୍ଚାଇବାର ଛୋଟ ପ୍ରୟାସ । ପାଠକ ବନ୍ଧୁ ମାନଙ୍କୁ ଏହା ଗୋଟିଏ ସୂଚନା ଭିତ୍ତିକ ରୂପରେ ଗ୍ରହଣ କରିବାକୁ ଅନୁରୋଧ ।

ତଥ୍ୟ ଟି ଭଲ ଲାଗିଥାଏ ତେବେ କମେଣ୍ଟ କରିବାକୁ ଭୁଲିବେ ନାହିଁ ।