ମୋ ଜୀବନ ର କିଛି ଅଭୁଲା ସ୍ମୃତି। ଯାହାକୁ କେବେ ଭୁଲି ପାରିବିନି କି ଭୁଲିବାକୁ ଚାହିଁଲେ ମଧ୍ୟ ଭୁଲି ହେବନି। ମୁଁ ଜାଣିଛି ଏହି ସ୍ମୃତି ମୋ ମନରୁ କେବେ ଲିଭିବ ନାହିଁ ଏବଂ ଏହା ସତ୍ୟ ଯେ ଏ ସ୍ମୃତି ସବୁ ଦିନ ମୋତେ ମନେ ପକେଇ ଦେଉଥିବ ଯେତେବେଳେ ସେମିତି କିଛି ପରିସ୍ଥିତି ଉତ୍ପନ୍ନ ହେବ । ଏହି ସ୍ମୃତି ରେ ମୋ ଖୁସି ସହିତ ଦୁଃଖ ଏବଂ ବ୍ୟକ୍ତିଗତ ରୂପେ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ ଥିବା ଏକ ଅନନ୍ୟ ସ୍ମୃତି ।
ତେବେ ବିନା ସମୟ ନଷ୍ଟ ନ କରି ଆରମ୍ଭ କରିବା ପିଲା ଦିନରୁ ।
ଏହି କାହାଣୀ ରେ ତିନି ଜଣ ମୁଖ୍ୟ ଚରିତ୍ର ବିଷୟରେ ପଢ଼ିବାକୁ ପାଇବେ ଏବଂ ସେ ତିନି ଜଣକୁ ନେଇ ଏହି କାହାଣୀ ପ୍ରଥମ ରୁ ଶେଷ ପର୍ଯ୍ୟନ୍ତ ଲମ୍ବି ଚାଲିଛି। ପ୍ରଥମ ଚରିତ୍ର ହେଲେ ପୁଜା, ମୁଁ ନିଜେ। ଦେଖିବାକୁ କେମିତି ତାହା ଆପଣ ଜାଣି ପାରିବେ। ମୋ ବାପା ମୋ ଚେହେରା କୁ ଦେଖି ପ୍ରତ୍ୟେକ କାମ ଆରମ୍ଭ କରିଲେ ସେ ସଫଳ ହୁଅନ୍ତି ବୋଲି କୁହନ୍ତି। ଘରେ କେହି ଯଦି କୁଣିଆ ଆସନ୍ତି ସେ ମୋ ସୁନ୍ଦରତା ବିଷୟରେ ଚର୍ଚ୍ଚା କରିବାକୁ ବିଳମ୍ବ କରନ୍ତି ନାହିଁ । ଏମିତି ରେ ମୁଁ ବହୁତ୍ ଲକି। ମୋ ବିଷୟରେ ଯଦି କହି ଚାଲିବି ତେବେ ପୁରା କାହାଣୀ ମୋର ହିଁ ହେବ । ଆଗକୁ ପଢ଼ିବା, ଦ୍ଵିତୀୟ ଚରିତ୍ର ଙ୍କ ବିଷୟରେ ସେ ହେଉଛି ରିତୁ । ଦେଖିବାକୁ ଯେତିକି ସୁନ୍ଦର୍ ସେତେ ଚାଲାକ୍ ଏବଂ ସେ ମୋର ଘନିଷ୍ଠ ବନ୍ଧୁ ମଧ୍ୟ । ତୃତୀୟ ଜଣକ ହେଲେ ଯାହାକୁ ମୁଁ ହୃଦୟରୁ ଆଜି ପର୍ଯ୍ୟନ୍ତ ଭଲ ପାଇ ଆସିଛି ସେ ହେଉଛନ୍ତି ମୋର ମାଙ୍କଡ (ସୁମିତ୍)।
ଏହି କାହାଣୀ ପଞ୍ଚମ ଶ୍ରେଣୀ ରୁ ଆରମ୍ଭ ହୋଇ ଯାଇଥିଲା। ମୁଁ ଶ୍ରେଣୀ ର ଟପ୍ ଲେବେଲ୍ ର ଷ୍ଟୁଡେଣ୍ଟ୍ ନଥିଲି ସତ କିନ୍ତୁ ସୁମିତ୍ ସେ ଶ୍ରେଣୀ ରେ ଟପର୍ ଷ୍ଟୁଡେଣ୍ଟ୍ ଥିଲେ । ରିତୁ ମଧ୍ୟ ଆମ ଶ୍ରେଣୀରେ ପଢୁଥିଲା। ମୁଁ ସୁମିତ୍ ଙ୍କୁ ପଞ୍ଚମ ଶ୍ରେଣୀ ରୁ ମନ ଦେଇ ବସିଥିଲି କିନ୍ତୁ ମୁଁ ସୁମିତ୍ ଙ୍କୁ କହିପାରୁନଥିଲି। କାହିଁକି ନା ମୁଁ ଡରୁଥିଲି କାଳେ ସେ ମନା କରିଦେବେ । ଧୀରେ ଧୀରେ ସମୟ ବିତିବା ସହ ପଞ୍ଚମ ଶ୍ରେଣୀ ରୁ ଷଷ୍ଟ, ଷଷ୍ଟ୍ ରୁ ସପ୍ତମ ରେ ପହଞ୍ଚିଲୁ । ମୋ ମନ ରେ ଥିବା ସୁମିତ୍ ଙ୍କ ପ୍ରତି ଆଦର ଧୀରେ ଧୀରେ ଭଲପାଇବା ରେ ପରିଣତ ହେବାକୁ ଲାଗିଲା । କିନ୍ତୁ ସପ୍ତମ ଶ୍ରେଣୀ ରେ ମୁଁ ଜାଣିବାକୁ ପାଇଲି ସୁମିତ୍ ରିତୁ କୁ ଭଲ ପାଉଛନ୍ତି। ମୋର ଏତେ ଦିନର ଏକ ତରଫା ଭଲ ପାଇବା ଉପରେ ପୂର୍ଣ୍ଣଛେଦ ର ଆଭାସ ହେଉଥିଲା। ମୁଁ ପୁରା ଭାଙ୍ଗି ପଡ଼ିଲି । କାହାକୁ କହିବାକୁ ସାହାସ କରି ପାରୁନଥିଲି ଅବା କହିବି କେମିତି । ଏମିତି ପୁଣି ଚାଲିଲା ଆମ ପାଠପଢା ଏବଂ ସମସ୍ତେ ଅଷ୍ଟମ ଶ୍ରେଣୀ ରେ ପହଞ୍ଚିଲୁ।
ଏହି ସମୟ ରେ ରିତୁ ର ଅକସ୍ମାତ ଦୁର୍ଘଟଣା ଘଟିଲା। ରିତୁ ଆଈ ଘରେ ରହି ପଢୁଥାଏ ମାନେ ଆମ ଗାଁ ରେ। ସେହି ଦୁର୍ଘଟଣା ପରେ ସେ ନିଜ ଗାଁ କୁ ଫେରିଗଲା। ସେତେବେଳେ ସୁମିତ୍ ଙ୍କ ଭଲ ପାଇବା ରିତୁ ଙ୍କ ପ୍ରତି ବହୁତ ବଢ଼ି ଯାଇଥିଲ। ଏଠି ଅନ୍ୟ ଜଣେ ଚରିତ୍ର (ପିହୁ) ଯିଏ ସୁମିତ୍ ଆଉ ରିତୁ ଙ୍କୁ ଏକାଠି କରିବାରେ ସାହାଯ୍ୟ କରୁଥିଲା। ଏସବୁ ଜାଣିବା ପରେ ମୋ ନିଜ ଉପରେ ଏବଂ ଆଉ ମୋ ଭାଗ୍ୟ ଉପରେ ବହୁତ ଘୃଣା ଲାଗିଲା । ରିତୁ ଉପରେ କିମ୍ବା ସୁମିତ୍ ଉପରେ ରାଗିବାର ଅଧିକାର ନଥିଲା । କାହିଁକି ନା ସେମାନେ କେହିବି ଜାଣି ନଥିଲେ ଯେ ମୁଁ ସୁମିତ୍ ଙ୍କୁ ମନେ ମନେ ଭଲ ପାଉଥିଲି ବୋଲି। କିନ୍ତୁ ମତେ ସ୍ୱଳ୍ପ ଅନୁଭବ ହେଉଥିଲା ଯେ ଏ ସବୁ ରିତୁ ଜାଣିଛି ।
ରିତୁ ଏହି ଦୁର୍ଘଟଣା ପରେ ନିଜ ଗାଁ ରେ ରହି ପଢ଼ିବାକୁ ଲାଗିଲା। ସେତେବେଳେ ସୁମିତ୍ ଙ୍କ ଅବସ୍ଥା କଣ ଥିଲା ମୁଁ ଜାଣିନି କିନ୍ତୁ ରିତୁ ଗାଁ କୁ ଫେରିବା କଥା ଶୁଣି ଯେତିକି ମୁଁ ଖୁସି ଥିଲି ତାଠୁ ଅଧିକ ଦୁଃଖୀ ମଧ୍ଯ ଥିଲି । କାହିଁକି ନା ରିତୁ ମୋର ଘନିଷ୍ଠ ବନ୍ଧୁ ଥିଲା। ରିତୁ ଯିବା ପରେ କିଛି ଦିନ ଦୁଃଖ ଲାଗିଲା କିନ୍ତୁ ପୁଣି ମନ ବଦଳେଇ ପାଠ ପଢାରେ ଲାଗିଗଲି। ଅଷ୍ଟମ ରୁ ଦଶମ କେମିତି ହେଲା ଜଣାପଡ଼ିଲା ନାହିଁ କିନ୍ତୁ ମୋ ମନ ରେ ସୁମିତ୍ ଙ୍କ ପ୍ରତି ଭଲ ପାଇବା ସେମିତି ହିଁ ଥିଲା ।
ଦଶମ ଶ୍ରେଣୀ ପାସ୍ ହୋଇ +2 ରେ ପହଞ୍ଚିଲୁ । ମୋର ଆଉ ସୁମିତ୍ ଙ୍କ ଦେଖା ସାକ୍ଷାତ କମ୍ ହେବାକୁ ଲାଗିଲା। । କାରଣ ସୁମିତ୍ ତାଙ୍କ ସ୍ବପ୍ନ ପୂରଣ ପାଇଁ ବିଜ୍ଞାନ ବିଭାଗ ରେ ଯାଇ ଜଏନ କରିଥିଲେ ମାତ୍ର ମୁଁ କଳା ବିଭାଗ ରେ ଜଏନ କରିଲି। ସୁମିତ୍ ଙ୍କୁ ଦେଖିବାକୁ ବହୁତ୍ ଇଛା ଥିଲେ ମଧ୍ୟ ପ୍ରତ୍ୟେକ ସମୟରେ ସମ୍ଭବ ହେଉ ନଥିଲା । କେବେ କେମିତି ଦେଖିଲେ ଅଳ୍ପ କଥା ବାର୍ତ୍ତା ହେଉଥିଲୁ ତାହା ମଧ୍ୟ ସେତେ ବେଶୀ ସମୟ ପାଇଁ ନୁହଁ ମାତ୍ର ମୋତେ ସୁମିତ୍ ଙ୍କ କଥା ସବୁବେଳେ ମନେ ପଡୁଥାଏ। ଏମିତି ଏକ ତରଫା ଭଲ ପାଇବା କୁ ଜାବୁଡ଼ି ଧରି +2 ମଧ୍ୟ ଡେଇଁବାକୁ ଲାଗିଲା। ଇତି ମଧ୍ୟରେ ମୋତେ ବହୁତ୍ ଜଣ ପ୍ରପୋଜ୍ ମଧ୍ୟ କରିଥିଲେ ମାତ୍ର ମୁଁ କାହାର ପ୍ରପୋଜ୍ କୁ ଗ୍ରହଣ କରି ନଥିଲି କାରଣ ମୋ ମନ କେବଳ ସୁମିତ୍ ପାଖରେ ହିଁ ଥାଏ। କହି ପାରୁନଥିଲି ସତ ମୋର ବିଶ୍ୱାସ ଥିଲା ସେ ଦିନେ ନା ଦିନେ ମୋ ଭଲ ପାଇବା କୁ ଚିହ୍ନିବ ଏବଂ ମୋ ଭଲ ପାଇବା କୁ ସମ୍ମାନ ମଧ୍ୟ ଦେବ।
If the contents are helpful to share them with your friends, Thanking You.