Tag Archives: #zamidar

ଜମିଦାର ବାବୁଙ୍କ ପରିବାର (Zamidars Family)

ଜମିଦାର ବାବୁଙ୍କ ପରିବାର (Zamidars Family)
ଜମିଦାର ବାବୁଙ୍କ ପରିବାର (Zamidars Family)
ସୂର୍ଯ୍ୟ ନଗର ନାମକ ଗୋଟିଏ ସୁନ୍ଦର ଗ୍ରାମ ଥିଲା। ସେହି ଗ୍ରାମ ରେ ରବୀନ୍ଦ୍ର ନାମକ ଜଣେ ଜମିଦାର ଥିଲେ ଏବଂ ତାଙ୍କର ଦୁଇଟି ପୁତ୍ର ଥିଲେ ସେ ଅତ୍ୟନ୍ତ ସୁନ୍ଦର ଓ ପାଠୁଆ ଥିଲେ । ସହର କୁ ପଠେଇ ସେ ସେମାନଙ୍କୁ ପାଠ ପଢ଼ାଉ ଥିଲେ । ତାଙ୍କର ସ୍ତ୍ରୀ ବହୁତ ଗର୍ବି ଓ ଅହଂକାରି ଏବଂ ଧନ ପ୍ରିୟ ଥିଲେ । ତାଙ୍କର ନାମ ରମାବତୀ ଥିଲା । ଦୁଇ ପୁଅ ପାଠ ପଢ଼ା ସାରି ଗ୍ରାମକୁ ଆସିଲେ । ମା ବାପାଙ୍କୁ କହିଲେ କି ଏବେ ଆମ ପାଠ ପଢ଼ା ସରିଗଲା ଏବେ ଆମେ କିଛି ଚାକିରି କରିବୁ । ବାପା, ମା ବହୁତ ଖୁସି ହେଲେ ଏବଂ ଚାକିରୀ ପାଇଁ ପୁଅ ଦୁଇ ଜଣ ବିଦେଶ ଯିବା ପାଇଁ ବାହାରିଲେ । ସେହି ସମୟରେ ରମାଦେବୀ କୁହନ୍ତି ଯଦି କିଛି ଅସୁବିଧା ହୁଏ ଟଙ୍କା ରଖିବ ନହେଲେ ସବୁ ଟଙ୍କା ଘରକୁ ପଠେଇ ଦେଉଥିବ । ତାପରେ ଦୁହେଁ ଭଲ ରୋଜଗାର କରି ଦିନକୁ ଭଲ ଭାବରେ କାଟୁ ଥାନ୍ତି।
ଏଣେ ବୟସ ହେବା ଯୋଗୁ ପୁଅ ଦୁଇଙ୍କୁ ବିବାହ କରାଇବା ପାଇଁ ଜମିଦାର ନିଜ ସ୍ତ୍ରୀ କୁ କୁହନ୍ତି। ଏହା ଶୁଣି ରମାବତୀ କୁହନ୍ତି ” ହଁ ଠିକ୍ ଅଛି କିନ୍ତୁ ଦୁଇ ବୋହୂ କୁ ଏକା ସଙ୍ଗେ ଆଣିବା ଏବଂ ଧନୀ ଘର ରୁ ମଧ୍ୟ ବୋହୂ ଆଣିବା ଆମର ଅଧିକ ଧନ ହେବ । ଯାହା ଫଳରେ ଲୋକମାନେ ଆମ ବିଷୟରେ ଭଲ ଚର୍ଚ୍ଚା କରିବେ ଏବଂ ଆମକୁ ମାନିବେ ଏବଂ ମୋତେ ମାଲିକିଆଣି ବୋଲି କହିବେ । ପୁଅ ମାନଙ୍କ ପାଇଁ ବୋହୂ ଖୋଜା ଆରମ୍ଭ ହେଲା ଦୁଇଟି ବୋହୂ ଧନୀ ଘରେ ଠିକ୍ କରିଲେ । ରମାଦେବୀ ପୁଅ ମାନକୁ ବିବାହ ବିଷୟରେ ଖବର ଦେଲେ। ବଡ଼ପୁଅ ବିବାହ ପାଇଁ ରାଜି ହେଇଗଲା କିନ୍ତୁ ସାନପୁଅ ନାହିଁ କରିଲା । କହିଲା କି ମୁଁ ଏବେ ବିବାହ କରିବି ନାହିଁ, ମା ତାକୁ ପଚାରିଲେ କଣ ପାଇଁ ବିବାହ କରିବୁ ନାହିଁ । ତୁ ନିଜେ ନିଜ ପାଇଁ କମାଇ ସାରିଲୁଣି ଆଉ ତୋର ପଢା ମଧ୍ୟ ସରିଲାଣି କିନ୍ତୁ ସେ ମା ଙ୍କ କଥାରେ ରାଜି ହୁଏ ନାହିଁ । ରମାବତୀ ନିଜ ସ୍ୱାମୀକୁ ସାନପୁଅ କୁ ବୁଝାଇବା ପାଇଁ କୁହନ୍ତି । ଏହା ମଧ୍ୟ କୁହନ୍ତି କି ଏମିତି ଧନୀ ଘର ଝିଅ କୁ ଯଦି ହାତଛଡା କରିଦେବ ଯଦି ଆଉ ମିଳିବ ନାହିଁ । ଆଉ ଆମ୍ଭ ଘରକୁ ଏତେ ସମ୍ପତି ଆସିବ ନାହିଁ । ତେଣୁ ତମେ ତାକୁ ବୁଝାଅ ଏବଂ ଆସିବାକୁ କୁହ ତଥା ବାହାଘର ପାଇଁ କେମିତି ହେଲେ ରାଜି କରାଅ । ସ୍ତ୍ରୀ କଥା ଶୁଣି ରବୀନ୍ଦ୍ର ବାବୁ ସାନପୁଅ କୁ କହିଲେ ଏବଂ ସେ ଘରକୁ ଆସିଲା । ତାକୁ ବୁଝାଇବା କୁ ଚେଷ୍ଟା କଲେ କିନ୍ତୁ ପୁଅର ଏକା ଜିଦ କି ମୁଁ ଏବେ ବାହା ହେବି ନାହିଁ । ରବିନ୍ଦ୍ର ବାବୁ ପଚାରିଲେ କଣ ପାଇଁ ତୁ ବିବାହ ପାଇଁ ମନା କରୁଛୁ । ତୋର କଣ ଅସୁବିଧା ହେଲା । ସେହି ସମୟରେ ପୁଅ କୁହେ ମୁଁ ଆଉ ଜଣକୁ ପସନ୍ଦ କରୁଛି । ସେ ବହୁତ ଭଲ ଝିଅ ମୁଁ ତାକୁ ବିବାହ କରିବି । ଏହା ଶୁଣି ରମାବତୀ ବହୁତ ରାଗିଯାଇ କୁହେକି ତୁ ଯଦି ଆମ ଇଛା ରେ ବିବାହ ନ କରିବୁ ତେବେ ଏହି ଘରୁ ସବୁଦିନ ପାଇଁ ଚାଲିଯିବୁ । ତୋର ଏହି ଘରେ କୌଣସି ଜିନିଷ ରେ ଅଧିକାର ରହିବ ନାହିଁ । ପୁଅ ନିଜ ମା ର କଥା କୁ ଗ୍ରହଣ କରି କୁହେ ଯେ ମା ତୁମେ ଆଜି ମୋତେ ଘରୁ ବାହାରି ଯିବାକୁ କହୁଛ କିନ୍ତୁ ଦିନେ ତମେ ମୋତେ ହିଁ ସୁନା ପୁଅ କହିବ । ଏତିକି କହି ସାନ ପୁଅ ଘରୁ ବାହାରି ଗଲା ଏବଂ ବାହାରି ଯାଇ ଯୋଉଠି ଚାକିରି କରେ ସେଠୀ ତାର ସ୍ତ୍ରୀ ସାଙ୍ଗରେ ରହିଲା । କିଛି ଦିନ ପରେ ବଡ଼ ପୁଅର ବିବାହ କାର୍ଯ୍ୟକ୍ରମ ଆରମ୍ଭ ହୋଇଗଲା ଏବଂ ବାହାଘର ମଧ୍ୟ ସରିଲା । ବଡ଼ ବୋହୂ ଘରକୁ ଆସେ ସେ ବହୁତ ଧନ ସମ୍ପତ୍ତି ନେଇ ଆସେ । ଜମିଦାର ବାବୁ ଏବଂ ସ୍ତ୍ରୀ ରମାବତୀ ବହୁତ ଖୁସି ହୁଅନ୍ତି । ବୋହୂ କୁ ମଧ୍ୟ ଭଲ ପାଆନ୍ତି। ସାନ ପୁଅ ମଧ୍ୟ ନିଜ ପସନ୍ଦର ଝିଅକୁ ବିବାହ କରି ଖୁସିରେ ରହିଲା । ସେ ଝିଅ ଧନୀ ଘରର ନୁହଁ କିନ୍ତୁ ସମ୍ପର୍କ, ଶିକ୍ଷା ଓ ସଂମାନ ର ମୂଲ୍ୟ ତାକୁ ବହୁତ ଭଲ ଭାବରେ ଜଣାଥିଲା । ତେଣୁ ଧନ ନଥାଇ ମଧ୍ୟ ଦୁହେଁ ସ୍ୱାମୀ ସ୍ତ୍ରୀ ଖୁସିରେ ରହୁଥିଲେ । ବିବାହର ପରଦିନ ଶାଶୁ ମା ” ବୋହୂ କୁ କୁହନ୍ତି ଯେ ମା ଜଲଦି ଉଠ ଆଉ ଶଶୁର ଙ୍କୁ ଚାହା କରିକି ଦିଅ କିନ୍ତୁ ବଡ଼ ବୋହୂ କୁହେ ମୋର ସକାଳୁ ଉଠିବାର ଅଭ୍ୟାସ ନାହିଁ ତେଣୁ ତୁମେ ନିଜେ ବନେଇ ଦେଇଦିଅ । ଶାଶୁ କିଛି ନ କହି ସେଠୁ ଚାଲିଆସେ । ପୁଣି ଶାଶୁ କୁହେ ମା ରେ ରୋଷେଇ କରିବା ପାଇଁ ଯା, ବୋହୂ କୁହେ ମୋତେ ରୋଷେଇ କରି ଆସେନି ଆପଣ କରିଦିଅନ୍ତୁ । ଏହା ଶୁଣି ଶାଶୁ ଜମିଦାର ବାବୁକୁ କୁହନ୍ତି ଏମିତି କଣ ବୋହୂ ଆଣିଲ ଯେ କିଛି କାମ କରୁନି କେବଳ ସୋଇକି ରହୁଛି । ଯାହା କହିଲେ ମଧ୍ୟ ନିଜେ କର ବୋଲି କହୁଛି । ଜମିଦାର ବାବୁ କୁହନ୍ତି ତୁମେ ତ କହିଲ ଧନୀ ଘରୁ ବୋହୂ ଆଣିବାକୁ ମୁଁ ତ ଧନୀ ଘରୁ ବୋହୂ ଆଣିଲି ଏବେ କିଛି କାମ ନ କରିଲେ ମୁଁ କଣ କରିବି ଯେ ରମାଦେବୀ କୁହନ୍ତି ତୁମେ ତାକୁ କୁହ କାମ ଧାମ କିଛି କରିବା ପାଇଁ । ଜମିଦାର ବାବୁ କୁହନ୍ତି ଠିକ୍ ଅଛି ମୁଁ କହିବି । ବୋହୂ କୁ ଡାକି ଜମିଦାର ବାବୁ କୁହନ୍ତି କି ବୋହୂ ମା, ତମ ମା ଙ୍କୁ ଘର କାମରେ ସାହାଯ୍ୟ କର । ଏହା ଶୁଣି ବୋହୂ କୁହେ କି ମୋ ବାପା ଆପଣଙ୍କୁ ଟଙ୍କା, ସୁନା,ଗହଣା ଜମି ସବୁ ଦେଇଛନ୍ତି ତା ବଦଳରେ କଣ ମୁଁ ତମ ଘରେ ଚାକରାଣୀ ଭାବେ କାମ କରିବି ବୋଲି?? ମୁଁ କିଛି କାମ କରିବି ନାହିଁ । ଯଦି ଖାଇବାକୁ ଇଚ୍ଛା ଅଛି ତେବେ ନିଜେ ରାନ୍ଧି ଖାଇ ନିଅ ମୋତେ ଯଦି କହିବ ମୁଁ ମୋ ବାପା ଘରକୁ ଚାଲିଯିବି। ଏତିକି କଥା ଶୁଣି ଜମିଦାର ବାବୁ ଚୁପ୍ ହୋଇ ଆସିଗଲେ କିନ୍ତୁ ଶାଶୂ ଆଉ ବୋହୂ ର କଳି ଝଗଡା ଆରମ୍ଭ ହୋଇଗଲା। ଏତିକି ଦେଖି ବଡ ପୁଅ ତା ସ୍ତ୍ରୀ କୁ ନେଇ ତା ବାପା ଘରକୁ ଚାଲିଗଲା। ଜମିଦାର ବାବୁ ନିଜ ସ୍ତ୍ରୀ ର ଲୋଭ ଯୋଗୁଁ ଏ ସବୁ ହୋଇଛି ବୋଲି ମନ ଦୁଃଖ କରୁଥାନ୍ତି । ରମାବତି ମଧ୍ୟ ନିଜେ ଭୁଲ କରିଥିବା କଥା କୁ ମନେ ପକେଇ ମନ ଦୁଃଖ କରିଲେ । ବଡ ପୁଅ ଶଶୁର ଘରେ ପ୍ରାୟ ରହୁଥାଏ। ରମାବତୀ ପୁଅ କୁ କୁହନ୍ତି ବୋହୂ କୁ ନେଇ ଆସେ କିନ୍ତୁ ପୁଅ କୁହେ ସେ ଏଠି ଆସି ରହିବାକୁ ଚାହୁଁନି । ରମାବତୀ ସାନ ପୁଅ କଥା ମନେ ପକେଇଲେ ଏବଂ ତାକୁ ଖବର ଦେଲେ ଯେ ଘରକୁ ଆସିବାକୁ , ପ୍ରଥମେ ସାନ ପୁଅ ମନା କରିଲା କିନ୍ତୁ ବାପା, ମା ଙ୍କ ଖୁସି ପାଇଁ ସେ ଘରକୁ ଆସିଲା । ଘରକୁ ଆସିବା ପର ଠାରୁ ସାନ ବୋହୁ ଘର କାମରେ ଲାଗିପଡିଲା। ଶାଶୁ ମା ଙ୍କୁ କିଛି କାମ କରିବାକୁ ଦେଉ ନଥିଲା। ସକାଳୁ ଉଠି ନିତ୍ୟ କର୍ମ ସାରି ବାପା ଙ୍କୁ ଚା ପିଇବାକୁ ଦେଇ ରୋଷେଇ କାମରେ ଲାଗିଯାଏ। ସାନ ବୋହୁ ର ସେବା ରେ ଜମିଦାର ବାବୁ ବହୁତ୍ ଖୁସି ଥିଲେ । ଦିନେ ସାନ ପୁଅ କୁ କହିଲେ ଆମେ ଧନ ସମ୍ପତି ଲାଳସା ରେ ବୋହୂ ଆଣିଲୁ କିନ୍ତୁ ସେ ହେଉଛି ଉଦଣ୍ଡି, ଶିଷ୍ଟାଚାର ଏବଂ ବ୍ୟବହାର ନାହିଁ । କିନ୍ତୁ ତୁ ଆମ ଇଚ୍ଛା ବିରୁଦ୍ଧରେ ବିବାହ କରି ଆମ ଘର ପାଇଁ ଲକ୍ଷ୍ମୀ ଟିଏ ଆଣିଛୁ । ଏହା କହି ବାପା ସାନ ପୁଅ କୁ ଗ୍ରହଣ କରି କହିଲେ ଆମେ ରାଗରେ ତୋତେ ଯାହା କହିଚୁ ସେଗୁଡ଼ାକ ଭୁଲି ଯା, ଏତିକି କହି ଜମିଦାର ବାବୁ ସାନ ପୁଅ କୁ କୋଳେଇ ନେଲେ। ସାନ ବୋହୁ କୁ ମଧ୍ୟ ଶାଶୂ କୋଳେଇ ନେଇ ଆଶୀର୍ବାଦ ଦେଲେ । ଏତିକିବେଳେ ବଡ ବୋହୂ ଏବଂ ବୋହୂ ସାଙ୍ଗରେ ତାଙ୍କ ବାପା ମା ଆସିଲେ। ସେମାନେ ଜମିଦାର ବାବୁ ଙ୍କୁ କ୍ଷମା ମାଗି କହିଲେ , ଜମିଦାର ବାବୁ ଆମ ଝିଅ ବହୁତ୍ ଗେହ୍ଲାରେ ବଢ଼ିଛି ତାକୁ କେବେ ରୋଷେଇ କରିବା ଏବଂ ଅନ୍ୟ କାମ ପାଇଁ କେବେ କହିନୁ ତାହା ମଧ୍ୟ ଆମର ଭୁଲ କିନ୍ତୁ ବର୍ତ୍ତମାନ ସେ ଅଳ୍ପ ଅଳ୍ପ ଶିଖି ଆସିଛି ବାକି ତାକୁ ଆପଣ କ୍ଷମା କରି ଗ୍ରହଣ କରିଲେ ଆମେ ବହୁତ୍ ଖୁସି ହେବୁ। ଗାଁ ରେ ଲୋକମାନେ ମୋତେ ବହୁତ୍ କଥା କହିଲେ ଏବଂ ମୋର ନାମ ଖରାପ ହେଉଛି । ଆମେ ତାକୁ ବୁଝେଇ ଦେଇଛୁ ବର୍ତ୍ତମାନ ସେ ସବୁ କାମ କରିବ ଏବଂ ସବୁ କଥା ଶୁଣିବ । ପୁଅ ଏବଂ ବୋହୂ ଦୁହେଁ ବାପା ମାଁ ଙ୍କୁ କ୍ଷମା ମାଗିଲେ । ପରେ ଦୁଇ ପୁଅ ବୋହୂ ଏବଂ ଜମିଦାର ବାବୁ ଙ୍କ ତତ୍ତ୍ଵାବଧାନରେ ପରିବାର ଖୁସିରେ ଚାଲିଲା।  

ଏଥିରୁ କଣ ଶିଖିଲ ?
୧. ଅତି ଲୋଭ ହାନିକାରକ ।
୨. ନିଜ ଠୁ ବଡ ଅବା ଗୁରୁଜନ ଙ୍କୁ ଖରାପ କଥା କହିବା ଅନୁଚିତ୍ ।
୩. ନିଜ ଠାରୁ ଛୋଟ ମାନଙ୍କ ଭୁଲ କୁ କ୍ଷମା କରିବା ଉଚିତ୍ ।
 

Puja Swain (Writer)
Buguda, Ganjam.