Tag Archives: #english Story

ରଫ୍ ପେପର୍ (Rough Paper )…2

rough paper, ଓଡ଼ିଆ ଷ୍ଟୋରୀ , ଓଡ଼ିଆ ଗଳ୍ପ, ଓଡ଼ିଆ ଅବିଶ୍ୱାସନୀୟ କାହାଣୀ

ଘର ବହୁତ୍ ବଡ ଥିଲା । ଅମ୍ବିକା ଘର ର କୋଣ ଅନୁକୋଣ କୁ ଅନେଇବାରେ ବ୍ୟସ୍ତ। ସରିତା ଦେବୀ କହିଲେ। ଗତ ୨୦ ଦିନ ହେବ, ଅନ୍ୟ ଜଣେ ଝିଅ ଟିଏ ରହୁଥିଲା କିନ୍ତୁ ତାର ବିବାହ ଠିକ୍ ହେବା ଯୋଗୁ ସେ ଛାଡ଼ି ଚାଲି ଗଲାଣି । ବର୍ତ୍ତମାନ ମୁଁ ଏକା । ତୁ ଏଠି ଚାକରାଣୀ କି ବାଇ ହିସାବରେ କାମ କରିବୁ ନାହିଁ । ତୁ ମୋ ଝିଅ ହିସାବରେ ରହିବୁ । ଏମିତି ରେ ମୋର କେହି ଝିଅ ନାହାନ୍ତି ।

ମୋର ପୁଅ ର ରୁମ୍ ଖାଲି ପଡ଼ିଛି। ତୁ ସେଠୀ ରହିବୁ । ତୁ ଗୋଟିଏ କାମ କର। ଯାଅ ଗାଧୋଇ ପଡ। ରୋଷେଇ ଘରେ ଖାଇବା ଅଛି। ଖାଇ ନେବୁ ଏବଂ ଅଳ୍ପ ଶୋଇ ପଡ। ଦ୍ୱୀ-ପହରେ ମୁଁ ଆସିବି ଆମେ ଦୁହେଁ ମିଶି ବଜାର ଯିବା । ସେଠାରୁ ତୋ ପାଇଁ କିଛି କପଡା ନେଇ ଆଣିବା ତଥା ମେଡିକାଲ୍ ଯାଇ ଆସିବା ।

ଅମ୍ବିକା, ସରିତା ଦେବୀ ଙ୍କ କଥାରେ ହଁ ଭରି ଗାଧୋଇ ବାକୁ ଚାଲିଗଲା। ସରିତା ଦେବୀ ଅଫିସ ପାଇଁ ବାହାରିଗଲେ ।

ଦ୍ଵୀ-ପହରେ ସରିତା ଦେବୀ ଅମ୍ବିକା କୁ ନେଇ ବଜାର ଗଲେ ଏବଂ ସେଠୁ ଅମ୍ବିକା ପାଇଁ ଡ୍ରେସ ଆଣିବା ସହିତ ଅମ୍ବିକା ର ମେଡିକାଲ୍ ଚେକ୍ ଅପ୍ କରି ଆସିଲେ । ମେଡିକାଲ୍ ଚେକ୍ ଅପ୍ ରୁ ଜଣା ପଡ଼ିଲା ଯେ ତା ସହିତ ବଳାତ୍କାର ଉଦ୍ୟମ ହୋଇଛି। ଦେହରେ କିଛି କ୍ଷତ ଚିହ୍ନ ରୁ ସ୍ପଷ୍ଟ ଜଣା ପଡୁଥାଏ। ମେଡିକାଲ୍ ଚେକ୍ ଅପ୍ ଅନୁସାରେ ସରିତା ଦେବି ପୋଲିସ୍ ପାଖରେ ରିପୋର୍ଟ ଦର୍ଜ କରିଲେ ।

ରିପୋର୍ଟ ର କିଛି ଘଣ୍ଟା ଭିତରେ ପୋଲିସ ଇଟା ଭାଟି ଉପରେ ଚଢ଼ାଉ କରି । ମାଲିକ ର ପୁଅ କୁ ଗିରଫ କରି ଜେଲ କୁ ପଠାଗଲା ଏବଂ ଭାଟି ରେ ଶିଶୁ ଶ୍ରମିକ ତଥା ଅଳ୍ପ ବୟସ୍କ ଝିଅ ମାନଙ୍କୁ ସେଠୁ ବାହାର କରି । ତାଙ୍କୁ ମହିଳା ସହଯୋଗୀ ସଂଗଠନ ରେ ରଖି ସିଲେଇ ତଥା ବ୍ୟାଗ୍ ସିଲେଇ କାମ ଏବଂ ସରକାର ଙ୍କ ଦ୍ଵାରା ଅନ୍ୟ କିଛି କାମ ରେ ଲଗେଇ ଉଚିତ୍ ମୂଲ୍ୟ ଦେବା ସହ ରହିବା ବ୍ୟବସ୍ଥା କରାଗଲା।

ଅମ୍ବିକା ସରିତା ଦେବି ଙ୍କ ପାଖରେ ଝିଅ ଭଳି ସ୍ନେହ ପାଉଥିଲା । ବେଳେ ବେଳେ ସେ ଦୁଃଖୀ ହେଉଥିଲା କିନ୍ତୁ ସରିତା ଦେବି ଙ୍କ ସ୍ଵଭାବ ଏବଂ ଭଲ ପାଇବା ଯୋଗୁ ସେ ନିଜ ଅତୀତ କୁ ଭୁଲି ଯାଉଥିଲା ।

କିନ୍ତୁ “ଭାଗ୍ୟର ଲିଖନ କେ କରିବ ଆନ” ଯାହା ଭାଗ୍ୟରେ ଲେଖା ଅଛି ତାହା ତ ନିଶ୍ଚୟ ଘଟିବ । ଦେଖୁ ଦେଖୁ ୨ ବର୍ଷ ବିତିଗଲା । ସରିତା ଦେବି ଙ୍କ ସ୍ବାମୀ ଅମ୍ବିକା ଘରକୁ ଆସିବାର ବର୍ଷେ ପୂର୍ବରୁ ହୃଦଘାତରେ ସେ ମୃତ୍ୟୁ ବରଣ କରି ସାରିଥିଲେ କିନ୍ତୁ ୨ ବର୍ଷ ପରେ ପୁଅ ଆମେରିକା ରୁ ନିଜ ଗାର୍ଲ୍ ଫ୍ରେଣ୍ଡ୍ ସହ ଘରକୁ ଫେରିଲା। ପୁଅ ର ଜିଦ୍ ରେ ସରିତା ଦେବି ନିରୁପାୟ ଥିଲେ ଏବଂ ପୁଅ ସହିତ ଆମେରିକା ର ଅଂଗ୍ରେଜି ଝିଅ ତାଙ୍କ ଘରେ ବୋହୂ ଭାବରେ ରହି ଆସିଲା କିନ୍ତୁ ତାହା ମଧ୍ୟ କିଛି ଦିନ ପାଇଁ। ଆମେରିକା ଝିଅ କୁ ସରିତା ଦେବି ଙ୍କ ଘର ଛୋଟ ସହିତ ଏହି ଦେଶ ବେକାର ଲାଗିଲା। ସେଥିପାଇଁ ସେ ସରିତା ଦେବି ଙ୍କ ପୁଅ କୁ ଛାଡ଼ି ଆମେରିକା କୁ ପୁଣି ଫେରିଗଲା। ପୁଅ ନିଜ ଗାର୍ଲ୍ ଫ୍ରେଣ୍ଡ୍ ର ଯିବା ଦୁଃଖରେ ମଦ ପିଇ ଦିନ କାଟୁ ଥାଏ ।

ଦେଖୁ ଦେଖୁ ୧୦ ଦିନ ବିତିଗଲା। ଦିନେ ପୁଅ ରାତିରେ ମଦ ପିଇ ଘରେ ପହଞ୍ଚିଲା । ସେଦିନ ଅମ୍ବିକା ଘରେ ଏକା ଥାଏ। ସରିତା ଦେବୀ କିଛି ଅଫିସ୍ କାମ ପାଇଁ ଅନ୍ୟ ସହରକୁ ଯାଇ ଥାନ୍ତି । ସେଦିନ ଅଦିନିଆ ମେଘ ଭଳି ଦୁର୍ବ୍ୟବହାର ରୂପରେ ଅମ୍ବିକା ସହିତ ପୁଣି ବଳାତ୍କାର ହେଲା। ସେ ବିରୋଧ କରିଲେ ମଧ୍ୟ ତାର ଦୁଃଖ ଏବଂ ଚିତ୍କାର କେହି ଶୁଣିବାକୁ ନଥିଲେ। ଏପଟେ ଏ ଘଞ୍ଚ ଅରଣ୍ୟ ମୟ ଦୁନିଆ ରେ ସେ ଏକା । ସରିତା ଦେବୀ ତାଙ୍କୁ ନୂଆ ଜୀବନ ଦେଇଛନ୍ତି। ସେ ଭାବିଲା ଯେ ତାଙ୍କ ପୁଅ ର ଖରାପ କାମ ବିଷୟରେ ସେ ସରିତା ଦେବି ଙ୍କୁ କହିବାକୁ ଚେଷ୍ଟା କରିଥିଲା କିନ୍ତୁ ପର ଦିନ ସକାଳେ ସରିତା ଦେବି ଙ୍କ ପୁଅ ଅମ୍ବିକା ର ଗୋଡ଼ ତଳେ ପଡି କ୍ଷମା ପ୍ରାର୍ଥନା କରିଲା ଯେ ସେ ମଦ ନିଶାରେ ଏମିତି କରିଛି । ଅମ୍ବିକା ସରିତା ଦେବି ଙ୍କ ପୁଅ ର ଅନୁରୋଧ ରକ୍ଷା କରି ସରିତା ଦେବି କୁ କିଛି କହିଲା ନାହିଁ । ତା ଉପରେ ହୋଇଥିବା ଅତ୍ୟାଚାର କୁ ଆଖି ଲୁହ ସହିତ ଚୁପ୍ ଚାପ୍ ସହି ଗଲା ।

ଏମିତି ପୁଣି ଦିନେ ସରିତା ଦେବି ଙ୍କ ପୁଅ ମଦ ପିଇ ଘରେ ପହଞ୍ଚିଲା । ଅମ୍ବିକା ଷ୍ଟୋର ରୁମ ର ପାଖ ରୁମ୍ ରେ ଶୋଇ ଥାଏ । ସେଦିନ ସେ ପୁଣି ବଳାତ୍କାର ର ଶିକାର ହେଲା । ଚିତ୍କାର କରି କହିବାକୁ ଚାହୁଁଥିଲେ ମଧ୍ୟ ସେ ନିରୁପାୟ ଥିଲା କାରଣ ହାତ ଏବଂ ମୁହଁରେ ପଟି ବନ୍ଧା ଯାଇଥିଲା। ସେଦିନ ରାତି ସାରା ସେ ବଳାତ୍କାର ର ଶିକାର ହେଲା ଏବଂ ପୁଅ ର ଧମକ ଥିଲା ଯେ ଏହି କଥା ମା ପାଖରେ ଯଦି ପହଞ୍ଚିବ ତେବେ ତୋତେ ଜୀବନରେ ମାରି ଦେବୀ ।

ସେ ପୁଣି ନିଜ ଉପରେ ହୋଇଥିବା ଅତ୍ୟାଚାର ବିଷୟରେ ସରିତା ଦେବୀ ଙ୍କୁ କହିବାକୁ ସାହସ କରି ପାରିଲା ନାହିଁ । ନିଜ ଜିବନ ହରେଇବାର ଭୟ ଅମ୍ବିକା ପାଖରେ ନଥିଲା । ଭୟ ଥିଲା ଯେ କାଳେ ସରିତା ଦେବି ତା ଉପରେ ଅବିଶ୍ବାସ କରିବେ । ଏତେ ଦିନ ହେଲା ଗୋଟିଏ ଛୋଟ ଜାତିର ଝିଅ କୁ ବଡ ଘରେ ଝିଅ ର ସ୍ଥାନ ପାଇ ସେ ତାଙ୍କ ପୁଅ ଉପରେ ଦୋଷ ଦେବା କଥା କାଳେ ସେ ବିଶ୍ୱାସ କରି ନ ପାରନ୍ତି। ସେ ଭୟ ଅମ୍ବିକା କୁ ଘାରୁ ଥାଏ ।

କିନ୍ତୁ ସେତିକି ନଥିଲା ତାର କିଛି ଦିନ ପରେ ଅମ୍ବିକା ପୁଣି ବଳାତ୍କାର ର ଶିକାର ହେବାକୁ ଯାଉଥିଲା କିନ୍ତୁ ସେଦିନ ସେ ସରିତା ଦେବୀ ଙ୍କ ପୁଅ କବଳରୁ ଖସି ଘରୁ ବାହାରି ଆସିଲା । ଅମ୍ବିକା ମନରେ ଡର ଥିଲା ଯେ ଏଠି ଯଦି ରହିବି ତେବେ ଏହି ରାକ୍ଷସ ମୋର ପ୍ରତି ସମୟରେ ମୋତେ ଚିଲ, ଶାର୍ଗୁଣା ଭଳି ମୋ ରକ୍ତ ମାଂସ ଖାଇ ଚାଲିଥିବ। ତା ଅପେକ୍ଷା ମୁଁ ଏଇ ନର୍କ କୁ ତ୍ୟାଗ କରି ଚାଲି ଯିବା ଭଲ ।

କ୍ରମଶଃ ….

ସେୟାର କରିବାକୁ ଅନୁରୋଧ

Read in English

If the contents are helpful to share them with your friends, Thanking You.

ରଫ୍ ପେପର୍ (Rough Paper )…Last

rough paper, ଓଡ଼ିଆ ଷ୍ଟୋରୀ , ଓଡ଼ିଆ ଗଳ୍ପ, ଓଡ଼ିଆ ଅବିଶ୍ୱାସନୀୟ କାହାଣୀ

ତୃତୀୟ ପୃଷ୍ଠା

Read in English

ସେହି ଶବ୍ଦ ଥିଲା….

” ମା, ମୋର ଦୁଃ-ସାହାସ ପାଇଁ ମୋତେ କ୍ଷମା କରିବ । ସତରେ ଆପଣ ଜଣେ ନାରୀ ନୁହନ୍ତି ଆପଣ ସ୍ଵୟଂ ଜଣେ ଦେବୀ ମା, କିନ୍ତୁ ଆପଣଙ୍କ କୋଳରୁ ଜଣେ ରାକ୍ଷସ ପୁଅ ଜନ୍ମ ନେଇଛି ବୋଲି ମୁଁ କହିଥିବା ରୁ ମୋତେ କ୍ଷମା ଦେବେ । ଆଜି ଯଦି ମୁଁ ମନା କରେ ତେବେ ସେ ଆପଣଙ୍କ ଜୀବନ ନେବେ ବୋଲି ମୋତେ ସନ୍ଧ୍ୟାରେ ଧମକ ଦେଇ ଯାଇଛନ୍ତି । ସେଥିପାଇଁ ମୁଁ ଆଜି ଆପଣଙ୍କ ଘର ଛାଡ଼ି ଯିବାକୁ ବାଧ୍ୟ ହେଉଛି । କାରଣ ଆପଣଙ୍କ ପୁଅ ରାକ୍ଷସ ପାଲଟି ଯାଇଛି। ସେ କେତେ ଥର ମୋ ସହିତ ଖରାପ ସମ୍ପର୍କ ରଖିଛନ୍ତି ତାହା କହି ପାରିବି ନାହିଁ । ଖାଲି ସେତିକି ନୁହେଁ ଚିଲ, ଶାର୍ଗୁଣା ଭଳି ମୋ କଞ୍ଚା ମାଂସ କୁ ନୋଚି ନୋଚି କେତେ ଥର ଯେ ଖାଇଛନ୍ତି ତାହା କହିବା ର ସାହାସ ଆଉ ନାହିଁ। ସେ ପ୍ରତ୍ୟେକ ସମୟରେ ମୋତେ ଜୀବନରେ ମାରିବାର ଧମକ ତଥା ଆପଣକୁ ଜୀବନରେ ମାରିବାର ଧମକ ଦେଇ ମୋ ସହିତ ବଳାତ୍କାର ଉପରେ ବଳାତ୍କାର କରି ଚାଲିଛନ୍ତି । ମୁଁ ଆପଣଙ୍କ ପାଖେ ମୋ ମା ର ଭଲ ପାଇବା ପାଇଥିଲି । ମୋର କେବଳ ଗୋଟିଏ ଭୟ ଯେ କେଉଁ ଦିନ ମୁଁ ଆପଣଙ୍କ ପୁଅ କୁ ମୋ ସହିତ ଖରାପ ସମ୍ପର୍କ ରଖିବାକୁ ମନା କରିବି ତେବେ ସେ ଆପଣଙ୍କ ଜୀବନ ନେଇଯିବ ତାହା ମୁଁ ଚାହେଁ ନାହିଁ । କାରଣ ମୁଁ ମୋ ଜନ୍ମ କରିଲା ମା କୁ ବଞ୍ଚେଇ ପାରିଲି ନାହିଁ କିନ୍ତୁ ଆପଣଙ୍କ ଜୀବନକୁ ମୁଁ ନିଶ୍ଚୟ ବଞ୍ଚେଇବି ବୋଲି ସେହି ଆଶାରେ ମୁଁ ଏହି ଘର ଛାଡ଼ି ଚାଲି ଯାଉଛି । ଆପଣଙ୍କ ପୁଅ ଆଜି ରାତିରେ ମୋ ସହିତ ପୁଣି ଖରାପ ସମ୍ପର୍କ ରଖିବେ କହି, ବାହାରକୁ ମଦ ପିଇବାକୁ ଯାଇଛନ୍ତି କିନ୍ତୁ ଆଉ ନୁହଁ ମା, ବଳାତ୍କାର ର ଯନ୍ତ୍ରଣା ସହ୍ୟ କରିବାରେ ମୁଁ ଅସର୍ମଥ ହୋଇ ଗଲିଣି। ”

ସରିତା ଦେବୀ ସେହି ପେପର୍ ଟିକୁ ଛାତିରେ ଚାପି ହୃଦୟ ଫଟା କ୍ରନ୍ଦନ କରିବାକୁ ଲାଗିଲେ ।

ସରିତା ଦେବୀ ଦୁଃଖରେ ପୁଣି ଥରେ ଭାଙ୍ଗି ପଡିଲେ । ଭାବିବାକୁ ଲାଗିଲେ ଯେ ମୋ ପେଟ ଚିରି ଯାହାକୁ ଜନ୍ମ ଦେଇଥିଲି ସେ ଗୋଟିଏ ରାକ୍ଷସ ଥିଲା । ନିଜକୁ ଘୃଣା ମନେ କରିଲେ କିନ୍ତୁ ସେ ଶକ୍ତ ହୋଇ ପଡିଲେ । ସେ ଭାବିଲେ ମୋ ତହସିଲଦାର ଜୀବନ କାଳ ଭିତରେ ସମସ୍ତଙ୍କୁ ନ୍ୟାୟ ଦେଇଛି ତେବେ ଅମ୍ବିକା କୁ ନ୍ୟାୟ କାହିଁକି ମିଳିବ ନାହିଁ ?? ଅମ୍ବିକା ମଧ୍ୟ ଗୋଟିଏ ସ୍ତ୍ରୀ, ଗୋଟିଏ ଝିଅ, ସେ ମଧ୍ୟ ନ୍ୟାୟ ପାଇବା ଯୋଗ୍ୟ। ସେ ରଫ୍ ପେପର୍ ଟିକୁ ଧରି ବାହାରିଲେ ପୋଲିସ ଷ୍ଟେସନ କୁ । ସେଠୀ ସେ ନିଜ ପୁତ୍ର ନାମରେ ଅଭିଯୋଗ ପତ୍ର ଲେଖି ତାଙ୍କୁ ଯଥା ଶୀଘ୍ର ଗିରଫ କରା ଯାଉ ବୋଲି ଲେଖି ଆସିଲେ ।

ନିଜ ପୁଅ କୁ ଜେଲ ପଠାଇ ଅମ୍ବିକା ର ଆତ୍ମା କୁ ଶାନ୍ତି ଦେଇ ପାରିବା ଆଶାରେ ସେ ଏହି କାର୍ଯ୍ୟ ଟି କରି ଆସିଲେ। ପୋଲିସ ମଧ୍ୟ ନିଜ ତଦନ୍ତ କରିବା ଆରମ୍ଭ କରିଦେଲା କିନ୍ତୁ ସରିତା ଦେବି ନିଜ ପୁଅ କୁ କହି ନଥିଲେ ଯେ ନିଜ ମା ତାଙ୍କ ପୁଅ ବିରୋଧରେ ଅଭିଯୋଗ କରିଛି ବୋଲି। ଠିକ୍ ୨ ଦିନ ପରେ ଆମେରିକା ପୋଲିସ ଦ୍ବାରା ସରିତା ଦେବି ଙ୍କ ପୁଅ କୁ ଗିରଫ କରି ନିଜ ଦେଶକୁ ନେଇ ଆସିଲେ । ନିଜ ଦେଶରେ ପହଞ୍ଚିବା ପରେ ତାକୁ କୋର୍ଟ ଚାଲାଣ କରାଗଲା । ପୋଲିସ ଏହି କେଶ୍ କୁ ପୁଣି ଥରେ ଖୋଲି ତଦନ୍ତ ଆରମ୍ଭ କରିଲା। ସରିତା ଦେବୀ ଙ୍କ ପୁତ୍ର କୁ ଦୋଷୀ ରୂପରେ ପୋଲିସ ତନାଘନା ଏବଂ ପଚରା ଉଚରା ଜାରି ରଖିଲା। କଥା ବାହାର କରିବା ପାଇଁ ପୋଲିସ ଯେତେବେଳେ ଦଣ୍ଡ ଦେବା ଆରମ୍ଭ କରିଲା ସେତେବେଳେ କିଛି ନୂଆ ସୁରାକ ସାମ୍ନାକୁ ଆସିଲା। ସେ ସବୁ ଭୁଲ ମାନିଲା ଏବଂ ସବୁ ସତ କଥା କହିବାକୁ ଲାଗିଲା । ସେ ନିଜ ବୟାନ ରେ କହିଲା ଯେ, ସେ ଆଉ ତାଙ୍କ ସାଙ୍ଗ ମାନେ ମିଶି ତା ପର ଦିନ ରାତିରେ ପୁଣି ଥରେ ନଦୀ କୂଳରେ ଅମ୍ବିକା କୁ ବଳାତ୍କାର କରି ତାକୁ ସେଠୀ ଫୋପାଡି ଦେଇ ଆସିଥିଲେ। ସାଙ୍ଗ ମାନଙ୍କୁ ମଧ୍ୟ ପୋଲିସ୍ ଖୋଜିବାରେ ସଫଳ ହେଲା ଏବଂ ସେ ଚାରିଜଣ କୁ କୋର୍ଟ ଚାଲାଣ କରାଗଲା । ବିଚାରପତି ଉଚିତ୍ ନ୍ୟାୟ ଭାବରେ ଚାରି ଜଣଙ୍କୁ ଆଜୀବନ କାରାଦଣ୍ଡ ର ଦଣ୍ଡ ଦେବା ପାଇଁ ନିଷ୍ପତି ଦେଲେ ।

ଆଜୀବନ କାରାଦଣ୍ଡ ପରେ ସରିତା ଦେବୀ ଙ୍କ ମନରେ ପୁତ୍ର ମୋହ ଅଳ୍ପ ଜାଗି ଉଠିଲା କିନ୍ତୁ ନ୍ୟାୟ ଆଗରେ ସେ ମୋହ କୁ ଖଣ୍ଡନ କରିଥିଲେ । ଦୋଷୀ କୁ ଉଚିତ୍ ଦଣ୍ଡ ଏବଂ ନ୍ୟାୟ ପାଇବା ଯୋଗ୍ୟ ଅମ୍ବିକା କୁ ଉଚିତ୍ ନ୍ୟାୟ ମିଳିଲା ବୋଲି ସେ ନିଜକୁ ଧନ୍ୟ ମନେ କରିଲେ ।

ଆମେ ରଫ୍ ପେପର୍ ର ବ୍ୟବହାର ଯେମିତି ଅନାଦର ରୂପେ ଗ୍ରହଣ କରୁଛେ ଠିକ୍ ସେମିତି ଅମ୍ବିକା ର ଜୀବନ ଏକ ରଫ୍ ପେପର୍ ଭଳି ଦୁନିଆରୁ ଅଳ୍ପ ଦିନରେ ଲୋପ ପାଇଗଲା । ମାତ୍ର ସେ ରଫ୍ ପେପର୍ ଅମ୍ବିକା କୁ ନ୍ୟାୟ ଦେବାର ଶେଷ ପ୍ରମାଣ ଥିଲା । ତା ଜୀବନ ର ପ୍ରକୃତ ମୂଲ୍ୟବୋଧ କେହି ବୁଝି ପାରିଲେ ନାହିଁ କିନ୍ତୁ ସରିତା ଦେବି ନିଜ ଆଦର୍ଶ ରେ ବଞ୍ଚିବା ସହିତ ଅମ୍ବିକା ଭଳି ଗୋଟିଏ ଝିଅ ପାଇଁ ନିଜ ପୁତ୍ର ମୋହ ବଦଳରେ ନ୍ୟାୟ କୁ ପ୍ରାଥମିକତା ଦେଲେ।

ଆଜି ସରିତା ଦେବି ଘରେ ଏକା ଅଛନ୍ତି ସତ କିନ୍ତୁ ଅମ୍ବିକା ର ଆତ୍ମା କୁ ଶାନ୍ତି ଦେଇଛନ୍ତି ବୋଲି ଭାବି ନିଜକୁ ଧନ୍ୟ ମନେ କରୁଛନ୍ତି ।

ସତରେ କାହାଣୀ ଟି ଶେଷ ହୋଇ ଯାଇଛି। ଆଶା କରୁଛି ଏହି କାହାଣୀ ଆପଣଙ୍କ ମନକୁ ନିଶ୍ଚୟ ଛୁଇଁ ଥିବ । ଏବେ ଆପଣ ମତାମତ ରୂପରେ ଜଣେଇବେ । ଏହି କାହାଣୀ ଟି ଆପଣଙ୍କୁ କେମିତି ଲାଗିଲା।

ଧନ୍ୟବାଦ ।

ନୀଳମାଧବ ଭୂୟାଁ ଙ୍କ

ଦ୍ଵାରା ଲିଖିତ ଅନନ୍ୟ ଗଳ୍ପ ସାଗରରୁ

ଏକ କାହାଣୀ ଟିଏ….

If the contents helpful so share to your friends, Thanking You.

ରଫ୍ ପେପର୍ (Rough Paper )…3

rough paper, ଓଡ଼ିଆ ଷ୍ଟୋରୀ , ଓଡ଼ିଆ ଗଳ୍ପ, ଓଡ଼ିଆ ଅବିଶ୍ୱାସନୀୟ କାହାଣୀ

ଦ୍ଵିତୀୟ ପୃଷ୍ଠା

Read in English

ଏଠି ଅମ୍ବିକା ଦୁନିଆ ଆଗରେ ଏକ ରାକ୍ଷସ ମାନଙ୍କ ଭୋଜନ ହୋଇ ସାରିଥିଲା । ସେ ଘର ଛାଡ଼ି ପହଞ୍ଚିଲା ବହୁ ଦୂରରେ କିନ୍ତୁ ସେ ପୁଣି ଗଣ ଧର୍ଷଣ ର ଶିକାର ହେଲା । ଅଧମରା ଅବସ୍ଥାରେ ସେମାନେ ଅମ୍ବିକା କୁ ପାଖ ନଦୀ କୂଳରେ ଫୋପାଡି ଦେଇ ଆସିଲେ । ଅର୍ଦ୍ଧ ରାତିରେ ବିଲୁଆ ତଥା ନଦୀ କୁମ୍ଭୀର ର ଶିକାର ହୋଇ ତାର ଶରୀର ବିଖଣ୍ଡିତ ଅବସ୍ଥାରେ ସକାଳେ ପାଖ ରାସ୍ତା ଦେଇ ଯାଉଥିବା ପଥିକ ମାନଙ୍କ ଆଖିରେ ପଡ଼ିଲା । ଖବର କାଗଜ ତଥା ଟିଭି ଚ୍ୟାନେଲ ଇତ୍ୟାଦି ସଙ୍ଗେ ସଙ୍ଗେ ସେଠୀ ପହଞ୍ଚି ଗଲେ ।

ସେପଟେ ସରିତା ଦେବି ଙ୍କ ଘରେ ତାଙ୍କ ପୁଅ ମିଛ ଆରୋପ ଦେଇ କିଛି ଅଳଙ୍କାର ତଥା ଟଙ୍କା ଲୁଚେଇ ଅମ୍ବିକା ଚୋରି କରି ନେଇ ଯାଇଛି ବୋଲି ସରିତା ଦେବି ଙ୍କୁ କହିଲେ କିନ୍ତୁ ସରିତା ଦେବି ଏହି କଥା କୁ ବିଶ୍ୱାସ କରିଲେ ନାହିଁ। ସେ ପୋଲିସ କୁ ଖବର ଦେଲେ । ପୋଲିସ ଗୋଟିଏ ଦିନ ପରେ ଅମ୍ବିକା ର କ୍ଷତ ବିକ୍ଷତ ମର ଶରୀର ନଦୀ କୂଳରେ ପଡ଼ିଛି ବୋଲି ଖବର ଦେଲା।

ସରିତା ଦେବୀ ନଦୀ କୂଳରେ ପହଞ୍ଚିଲେ ଏବଂ ଅମ୍ବିକାକୁ ନିଜ ଝିଅ ର ପରିଚୟ ଦେଇ ତାକୁ ପୋଷ୍ଟ ମର୍ଟମ୍ ପାଇଁ ପଠାଇଲେ । ପୋଷ୍ଟ ମର୍ଟମ୍ ରିପୋର୍ଟ୍ ରେ ଜଣା ପଡ଼ିଲା ଯେ ପ୍ରାୟ ୩ ରୁ ୪ ଜଣ ବ୍ୟକ୍ତି ତାକୁ ବଳାତ୍କାର କରିଛନ୍ତି ଏବଂ ଡାକ୍ତର କହିବା ଅନୁସାରେ ସେ ବଳାତ୍କାର ର ଶିକାର ଦଶ ଘଣ୍ଟା ପୂର୍ବରୁ ହୋଇ ସାରିଥିଲା କିନ୍ତୁ ସେ ଜୀବିତ ଥିଲା ରିପୋର୍ଟ ଅନୁସାରେ ତାର ମୃତ୍ୟୁ କେବଳ ଛଅ ଘଣ୍ଟା ପୂର୍ବରୁ ହୋଇଛି ।

ମର ଶରୀର କୁ ସରିତା ଦେବୀ ଗ୍ରହଣ କରି ତାକୁ ସମ୍ମାନ ପୂର୍ବକ ଦାହ ସଂସ୍କାର କରିଲେ । ଅମ୍ବିକା ର ମୃତ୍ୟୁ ପାଇଁ ସରିତା ଦେବି ନିଜକୁ ଦୋଷ ଦେଇ ଭୋକ ଉପାସରେ ଦିନ କାଟୁ ଥାନ୍ତି । କିଛି ମାସ ପରେ ସରିତା ଦେବୀ ତହସିଲଦାର ପଦରୁ ଅବସର ନେଲେ କାରଣ ସେ ଅମ୍ବିକା କୁ ଝିଅ ରୂପରେ ପାଇଥିଲେ । ପୋଲିସ ତଦନ୍ତ ରେ ଜଣା ପଡିଲା ଯେ ସେ କୌଣସି ଟଙ୍କା କିମ୍ବା ସୁନା ଘଟଣା ସ୍ଥଳରୁ ପାଇ ନାହାନ୍ତି ଏବଂ ପ୍ରାଥମିକ ରିପୋର୍ଟ ଅନୁସାରେ ସେହି ନଦୀ ପାଖ ଗ୍ରାମ ର କିଛି ଲୋକଙ୍କୁ ଜେରା କରି ପଚରା ଉଚରା କରାଗଲା କିନ୍ତୁ ପ୍ରକୃତ ଦୋଷୀ କୁ ପୋଲିସ ପାଇ ପାରିଲା ନାହିଁ । ସରିତା ଦେବୀ ଙ୍କ ଅନୁମତି କ୍ରମେ କେସ ଫାଇଲ କୁ ବନ୍ଦ କରାଗଲା ।

କିନ୍ତୁ ଅମ୍ବିକା ସହିତ ଘଟିଥିବା ଦୁଷ୍କର୍ମ ର ଦୋଷୀ ଏବେ ମଧ୍ୟ ଖୋଲା ଆକାଶ ତଳେ ବିଚରଣ କରୁଛନ୍ତି। କଣ ପ୍ରକୃତରେ ଅମ୍ବିକା ଝିଅ ରୂପରେ ଜନ୍ମ ନେଇ ଏ ଦୁନିଆ କୁ ଆସିବା ଭୁଲ ଥିଲା ?? ଅବା ତାର ଗରିବତ୍ଵ ପାଇଁ ତାର ଏ ଅବସ୍ଥା ହେଲା ଅବା ଆଉ କଣ କାରଣ ଅଛି ?? ଏକ ସୁନାର ସଂସାର ଉପରେ ଏହି କଳିଯୁଗ ର ରାକ୍ଷସ ମାନଙ୍କ ଖରାପ ନଜର ରୁ ସେମାନେ ବଞ୍ଚି ପାରିଲେ ନାହିଁ । ଏମିତି ବହୁତ୍ ପ୍ରଶ୍ନ ?? ସରିତା ଦେବୀ ଙ୍କ ମନରେ ଉଙ୍କି ମାରୁ ଥାଏ ।

ଅମ୍ବିକା ମୃତ୍ୟୁ ର ୪ ବର୍ଷ ବିତିଗଲାଣି । ସେତେବେଳେ ତାଙ୍କ ପୁଅ ଘର ଛାଡ଼ି ଆମେରିକା ରେ ନିଜ ଗାର୍ଲ୍ ଫ୍ରେଣ୍ଡ୍ ସହ ରହି ଆସୁଥିଲା। ଦିନେ ସରିତା ଦେବୀ ଘର ର ବାଲକୋନୀ ରେ ଏକା ବସି ଥାନ୍ତି । ନିଜେ ଭାବି ଭାବି ଦୁଃଖ ଅନୁଭବ କରୁଥିଲେ । ଆଖିରୁ ତାଙ୍କର ଲୁହ ବହି ଯାଉଥିଲା। ସରିତା ଦେବୀ ଙ୍କ ପୁଅ ନିଜ ଗାର୍ଲ୍ ଫ୍ରେଣ୍ଡ୍ ସହିତ ଆମେରିକା ରେ ରହୁଛି ବୋଲି ତାଙ୍କର ଦୁଃଖ ନ ଥିଲା । ଦୁଃଖ ଥିଲା କେବଳ ଅମ୍ବିକା କୁ ନ୍ୟାୟ ମିଳିଲା ନାହିଁ ।

ଠିକ୍ ଏତିକିବେଳେ ସତରେ ଯେମିତି ସରିତା ଦେବୀଙ୍କ ମନ କଥା ଭଗବାନ ଶୁଣିଲେ । ହଠାତ୍ ଗେଟ୍ ବାହାରେ କବାଡି ବାଲା ଆସି ପଚାରିଲା ଯେ ଆଜ୍ଞା ମେଡମ୍ କିଛି ଲୁହା ଏବଂ ପୁରୁଣା ଖବର କାଗଜ ଅଛି କି?? ସରିତା ଦେବୀ କବାଡି ବାଲା କୁ ଦେଖି କହିଲେ ହଁ ହଁ, ରୁହ ମୋର ଷ୍ଟୋର ରୁମ୍ ରେ କିଛି ଖବର କାଗଜ ଅଛି ତାକୁ ନେଇ ଆସୁଛି। ସରିତା ଦେବୀ ପ୍ରତ୍ୟେକ ଦିନ ଖବର କାଗଜ ପଢନ୍ତି। ସେ ଖବର କାଗଜ କୁ ଷ୍ଟୋର ରୁମ ରେ ରଖି ଥାନ୍ତି। ସେ ଚିନ୍ତା କରିଲେ ଯେ ଏହି ଷ୍ଟୋର ରୁମ୍ ରେ ଯେତେ ଖବର କାଗଜ ଅଛି ସବୁ ଦେଇ ଦେବୀ। ସରିତା ଦେବୀ କବାଡି ବାଲା କୁ ଘରକୁ ଡାକି ଆଣିଲେ ଏବଂ ଷ୍ଟୋର ରୁମ୍ ରେ ଯେତେ ଖବର କାଗଜ ଥିଲା ସବୁ ବାହାର କରିଲେ କିନ୍ତୁ ସରିତା ଦେବୀ ପ୍ରତିଟି କାଗଜ କୁ ଦେଖି କବାଡି ବାଲା କୁ ଦେଉଥିଲେ । କାରଣ କାଳେ ତାଙ୍କର ପଢ଼ିବା ପୁସ୍ତକ ସେହି ମଧ୍ୟରେ ଚାଲି ନ ଯାଉ । ପ୍ରାୟ ଅଧ ଘଣ୍ଟା ର ପରିଶ୍ରମ ପରେ ଷ୍ଟୋର ରୁମ ଖବର କାଗଜ ଲୀନ ହୋଇଗଲା ଏବଂ କବାଡି ବାଲା ଖବର କାଗଜ ବଦଳରେ କିଛି ଟଙ୍କା ଦେବାକୁ କହିଲା କିନ୍ତୁ ସରିତା ଦେବି କହିଲେ ଯେ ଏହି ଟଙ୍କା ମୋତେ ଦେବା ବଦଳରେ ସେହି ଟଙ୍କାରେ ନିଜ ଛୁଆ ମାନଙ୍କ ପାଇଁ ଯାହା ସମ୍ଭବ ଜିନିଷ ନେଇ କରି ଯିବ । କବାଡି ବାଲା ମୁଖରେ ଖୁସିର ଲହରୀ ଖେଳି ଗଲା ଏବଂ ସରିତା ଦେବି କୁ ଧନ୍ୟବାଦ ଦେଇ ଚାଲିଗଲା।

ସରିତା ଦେବୀ ଷ୍ଟୋର ରୁମ କୁ ତାଲା ପକେଇ ବାକୁ ଗଲା ବେଳେ ହଠାତ୍ ତାଙ୍କ ନଜର ଯାଇ ପଡ଼ିଲା ଝରକା କୋଣରେ ଖୁଞ୍ଚା ହୋଇଥିବା ଗୋଟିଏ ପେପର୍ ଉପରେ। ଲାଗୁଥିଲା କୌଣସି ରଫ ଖାତାର ଶେଷ ପୃଷ୍ଠା ଭଳି। ପେପର୍ ଟି ଭାଙ୍ଗ ହୋଇ ଥିବା ଅବସ୍ଥାରେ ପାଇଲେ ।

ସେ ରଫ୍ ପେପର୍ ରେ କିଛି ଶବ୍ଦ ଲେଖାଥିଲା । ସେହି ଶବ୍ଦ ସରିତା ଦେବି ଙ୍କ ମନକୁ ବହୁତ୍ କଷ୍ଟ ଦେଲା ଏବଂ ତାଙ୍କ ପାଦ ତଳୁ ମାଟି ଖସିଗଲା । ତାଙ୍କର ମଥା ଘୂରିଗଲା । କାନ୍ଥ ର ଭରସାରେ ଷ୍ଟୋର ରୁମ ବାହାରକୁ ଆସି ସୋଫା ଉପରେ କେମିତି ବସିଗଲେ ସେ ଜାଣି ପାରିଲେ ନାହିଁ । ସେ ରଫ୍ ପେପର୍ କୁ ଛାତିରେ ରଖି ବହୁତ୍ କାନ୍ଦିଲେ । ଏମିତି କି ଛୋଟ ପିଲା ଭଳି ତଳେ ଗଡି ହାତକୁ ପିଟି ନିଜ ହାତକୁ କଷ୍ଟ ଦେଇ କାନ୍ଦିବାକୁ ଲାଗିଲେ ।

ସେ ଜାଣି ପାରିଲେ ଯେ ସେ ଅକ୍ଷର ହେଉଛି ଅମ୍ବିକା ର । ଅମ୍ବିକା ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛି ସତ କିନ୍ତୁ ତାର ଅକ୍ଷର ଯେମିତି କମ୍ପ୍ୟୁଟର ଲେଖନୀ ଭଳି। ସେ ଲେଖିବାକୁ ଭଲ ପାଏ । ତାର ଅକ୍ଷର ଦେଖି ସରିତା ଦେବି ତାକୁ ଆଗକୁ ପଢ଼ିବାକୁ କହି ଥିଲେ କିନ୍ତୁ ଅମ୍ବିକା ମନା କରି କହିଥିଲା ଯେ ନାହିଁ ମା, ମୁଁ ଆପଣଙ୍କ ଝିଅ ରୂପରେ ସବୁ ଦିନ ରହିବାକୁ ଚାହୁଁଚି । ମୁଁ ପାଠ ପଢିବି ନାହିଁ ।

କିନ୍ତୁ ଅମ୍ବିକା ସରିତା ଦେବୀ କୁ ଗୋଟିଏ ରଫ୍ ଖାତା ମାଗିଥିଲା । ସେ ରଫ୍ ଖାତା କେବଳ ସଉଦା ଆଣିବା ପାଇଁ ଅମ୍ବିକା ବେଳେ ବେଳେ ଖଣ୍ଡିଏ ଖଣ୍ଡିଏ ପେପର୍ ଚିରି ସଉଦା ଲେଖି ଦିଏ ଏବଂ ଗାର୍ଡ ସଉଦା ଆଣି ପହଞ୍ଚାଇ ଦେଉଥିଲେ କିନ୍ତୁ ସେ ରଫ୍ ଖାତାର ଶେଷ ପୃଷ୍ଠା ର ପେପର୍ ରେ ସେହି ଶବ୍ଦ ସତରେ ଅମ୍ବିକା କୁ ନ୍ୟାୟ ଦେବା ପାଇଁ ସାହାଯ୍ୟ କରିଲା।

ସେହି ଶବ୍ଦ ଥିଲା…. କ୍ରମଶଃ ….

ସେୟାର କରିବାକୁ ଅନୁରୋଧ

If the contents are helpful to share them with your friends, Thanking You.

ରଫ୍ ପେପର୍ (Rough Paper )…1

rough paper, ଓଡ଼ିଆ ଷ୍ଟୋରୀ , ଓଡ଼ିଆ ଗଳ୍ପ, ଓଡ଼ିଆ ଅବିଶ୍ୱାସନୀୟ କାହାଣୀ
ରଫ୍ ପେପର୍ (Rough Paper )…1

Read in English

ସେଦିନ ସରିତା ଦେବୀ ଅଫିସ ଯିବା ପାଇଁ ନିଜ କାର୍ ରେ ବସିବା ପୂର୍ବରୁ ହଠାତ୍ ତାଙ୍କ ନଜର ଯାଇ ପଡ଼ିଲା । ରାସ୍ତା କଡ଼ରେ ଠିଆ ହୋଇ ଥିବା ଗୋଟିଏ ସୁନ୍ଦର ଝିଅ ଉପରେ । ସେତେବେଳେ ସେ ଝିଅଟି ନିଜର ଚିରା ଡ୍ରେସ କୁ ବାମ ହାତରେ ଘୋଡେ଼ଇ ଡାହାଣ ହାତରେ ଭିକ ସ୍ବରୂପ ହାତ ପାତୀ ଥାଏ । ବୟସ ପାଖାପାଖି ୧୨ ବର୍ଷ । ଅର୍ଦ୍ଧ ଧୂସର ଚେହେରା ରେ ଲୁହ ରେ ସୁଖିଥିବା ଆଖି ଦୁଇଟି ସତରେ କିଛି ପାଇବା ଆଶାରେ ଗୁହାରି କରୁଥାଏ । 

ସରିତା ଦେବୀ ସେ ଘରେ ପ୍ରାୟ ୩୦ ବର୍ଷ ହେବ ରହି ଆସିଲେଣି। ସେ ବର୍ତ୍ତମାନ ତହସିଲଦାର ଭାବେ କାର୍ଯ୍ୟରତ। ସେ ଆଜି ପ୍ରଥମ ଥର ପାଇଁ ଦେଖିଲେ ଯେ ତାଙ୍କ ଦ୍ଵାର ସମ୍ମୁଖରେ କେହି ଜଣେ ଝିଅ ଭିକ ମାଗୁଛି । ତାଙ୍କୁ ଆଶ୍ଚର୍ଯ୍ୟ ମନେ ହେଲା।  

ସେ କାର୍ ର କବାଟ କୁ ବନ୍ଦ କରି ପହଞ୍ଚିଲେ ସେ ଝିଅ ପାଖରେ। ସରିତା ଦେବୀ କୁ ଦେଖି ଝିଅ ଟି କହିଲା ମା କିଛି ପଇସା ଦେବ ? କାଲି ରାତିରୁ କିଛି ଖାଇନି ??? ସରିତା ଦେବୀ ପଚାରିଲେ ଝିଅ ତୁମ ନାମ କଣ ?? ଉତ୍ତର ରେ ଜବାବ ମିଳିଲା ମା, ମୋର ନାମ ଅମ୍ବିକା । ସରିତା ଦେବୀ ପୁଣି ପଚାରିଲେ, ଏହି ସ୍ଥାନରେ ତୁମକୁ ମୁଁ ପ୍ରଥମ କରି ଦେଖିଲି ?? ତୁମେ କୋଉଠୁ ଆସିଛ?? ଏବଂ ତୁମ ଡ୍ରେସ ଚିରା ହୋଇଛି କଣ ପାଇଁ?? ଏତିକି ପ୍ରଶ୍ନ ପରେ ଅମ୍ବିକା ଆଖିରୁ ଲୁହ ର ସୁଅ ଛୁଟିବାକୁ ଲାଗିଲା । 

ସରିତା ଦେବୀ ନିଜ ରୁମାଲ ରେ ଅମ୍ବିକା ର ଲୁହ କୁ ପୋଛି ପଚାରିଲେ କଣ ହେଲା?? 

କାନ୍ଦୁଛ କାହିଁକି??  କୁହ ମତେ??  କିଛି ଅସୁବିଧା ଅଛି କି?  ଅମ୍ବିକା କହିଲା ନାହିଁ ମା?? 

ସରିତା ଦେବୀ ପୁଣି କହିଲେ, ମୋତେ ନିଜ ସାଙ୍ଗ ଭାବି କୁହ?? ଯଦି କିଛି ଅସୁବିଧା ଅଛି ତେବେ ନିଶ୍ଚୟ ସମାଧାନ କରିବି ।

ଅମ୍ବିକା କହିଲା ଏମିତି ମୋ ମା କଥା ମନେ ପଡିଗଲା ତ ସେଥିପାଇଁ?? 

ସରିତା ଦେବୀ ପୁଣି ପ୍ରଶ୍ନ କରିଲେ? ତମେ କୋଉଠୁ ଆସିଛ କୁହ? ତୁମ ନିଜ ଘର କୋଉଠି? ତୁମକୁ ସେଠୀ ନେଇ ଛାଡ଼ି ଆସିବି ଏବଂ ତମକୁ ଖାଇବାକୁ ମଧ୍ୟ ଦେବୀ କିନ୍ତୁ ମୋତେ ସତ କହିବାକୁ ପଡ଼ିବ??

ଅମ୍ବିକା ର ସରିତା ଦେବି ଙ୍କ ଆଖିରେ ବିଶ୍ୱାସ ର ଆଲୋକ ଦେଖିବାକୁ ପାଇଲା । ସେ ସରିତା ଦେବି କୁ ସବୁ ସତ କଥା କହିବାକୁ ଲାଗିଲା । ଏପଟେ ଆଖିରୁ ଲୁହ ବହି ଯାଉଥାଏ। ଅମ୍ବିକା କହିଲା ଆମ ଗାଁ ହେଉଛି ମଞ୍ଜରା । ଏଠୁ ବହୁତ୍ ଦୂର?  ବାପା, ମା ସହିତ ମୁଁ ଏଠି ୫ କିମି ହେବ ଦୂରରେ ଗୋଟିଏ ଇଟା ଭାଟି ରେ କାମ କରିବାକୁ ଆସିଥିଲୁ?? । ଆସିବାର ପ୍ରାୟ ୪ ମାସ ପରେ ଇଟା ଭାଟି ମାଲିକ ମା କୁ କହିଲେ ଅନ୍ୟ ଏକ ଇଟାଭାଟି ରେ ଲୋକ ଦରକାର ଏବଂ ସେଠୀ ତମେ ଯିବାକୁ ହେବ?? କିନ୍ତୁ ମା ମନା କରିଲେ।  ସେଦିନ ରାତିରେ ବାପା ମଦ ପିଇ ଆସିଲେ ଏବଂ ମା ଙ୍କୁ ଗାଳି ଗୁଲଜ କରିବା ସହିତ ମାଡ ମାରିଲେ । ମା ମୋତେ କୋଳେଇ ନେଇ ଚୁପ୍ ଚାପ୍ ଶୋଇ ଗଲେ କିନ୍ତୁ ରାତି ୧୨ ଟା ପାଖାପାଖି ୪ଟି ଲୋକ ଆସି କବାଟ ପିଟିଲେ ଏବଂ ବାପା ଙ୍କୁ ଗୋଟିଏ ଟଙ୍କା ବ୍ୟାଗ୍ ହାତରେ ଦେଇ ମା ଙ୍କୁ ଟାଣି ନେଇ ଗଲେ। ମା ମନା କରିବା ପରେ ବାପା ସେମାନଙ୍କୁ ଅଟକାଇଲେ ନାହିଁ। ମା ବାରମ୍ଵାର କହୁଥାଏ ମୋ ଝିଅକୁ ମୋ ସହିତ ଆସିବାକୁ ଦିଅ ?? କିନ୍ତୁ ସେମାନେ ମା ଙ୍କ କଥା କିଛି ଶୁଣିଲେ ନାହିଁ? 

ଏପଟେ ମୋତେ ବାପା ଟାଣି ଆଣି କବାଟ କିଳୀ ଚୁପ୍ ରହିଗଲେ । ମୁଁ ବାପା ଙ୍କୁ ପ୍ରତିଦିନ କହେ, ମୁଁ ମା ପାଖକୁ ଯିବି କିନ୍ତୁ ସେ ମୋ ଉପରେ ରାଗି ମୋତେ ମାଡ ମାରନ୍ତି ଏବଂ କୁହନ୍ତି ତୋ ମା ଆଉ କେବେ ଆସିବ ନାହିଁ। ତୁ ଚୁପ୍ ଚାପ୍ କାମ କରେ ଯାହା ପଇସା ଆଣିବୁ ସବୁ ମୋତେ ଦେବୁ ଏବଂ ସେମିତି କରୁଥିଲି। ବାପା କାମ କମ୍ ମଦ ପିଇ ତାଙ୍କ ଦିନ ବିତି ଯାଉଥିଲା ।

ସେ ଘଟଣା ର ପାଖାପାଖି ଦେଢ଼ ମାସ ହେବ । ହଠାତ୍ ଖବର ମିଳିଲା ଯେ ବାପା ମଦ ନିଶାରେ ଭାଟି ପାଖ କୂଅରେ ପଡ଼ି ତାଙ୍କର ପ୍ରାଣ ଚାଲି ଯାଇଛି। ସେଦିନ ଠାରୁ ମୁଁ ଏକା ହୋଇଗଲି।  ପ୍ରତିଦିନ କାମ କରିବାକୁ ଯାଏ।  ଏମିତି ଚାଲିଲା ୨୦ ରୁ ୨୫ ଦିନ। ଦିନେ ଭାଟି ମାଲିକ ର ପୁଅ ମୋତେ କାମ କରିବା ସମୟରେ ଆସି ମୋ ସହିତ ଦୁର୍ବ୍ୟବହାର କରିଲା । ମୁଁ ବିରୋଧ କରିବା ପରେ ସେ ମୋତେ ଉଠେଇ ନେଇ ବଳାତ୍କାର କରିବାକୁ ଚେଷ୍ଟା କରିଲା କିନ୍ତୁ ପାଖରେ ଅନ୍ୟ ଲୋକମାନେ ଥିଲେ ସେମାନଙ୍କ ଯୋଗୁ ମୁଁ ବଞ୍ଚିଗଲି କିନ୍ତୁ ସେଦିନ ରାତିରେ ସେ ପୁଣି ମୋ କୁଡିଆ କୁ ପଶି ଆସିଲା । ମଦ ନିଶାରେ ମୋତେ ବଳାତ୍କାର କରିଲା । ମୁଁ ନିରୁପାୟ ହୋଇଗଲି କିନ୍ତୁ ମୁଁ ହାର ମାନିଲି ନାହିଁ । ହଠାତ୍ ମୋ ହାତରେ ତଳେ ପଡ଼ିଥିବା ରସ ବାଲଟି ଉଠେଇ ତା ମୁଣ୍ଡରେ ପ୍ରହାର କରିଲି।  ସେଠୀ ସେ ରକ୍ତ ଯୁଡୁବୁଡୁ ହୋଇ ଚିତ୍କାର କରିଲା । ତାର ରକ୍ତ ଦେଖି ମୁଁ ଡରରେ ସେଠୁ ଦଉଡ଼ି ଆସିଲି  । ଗତ ରାତିରୁ ଚାଲି ଚାଲି ଆସି ଏଠି ପହଞ୍ଚିଲି । ଏଠି ଏହି ଘର ପାଖେ ଶୋଇଥିଲି।  ସକାଳୁ ଏ ଘର ର ଗାର୍ଡ ଆସି ମୋତେ ଉଠେଇଲେ। ମୁଁ ଡରରେ ଦୂରେଇ ଗଲି । ତାଙ୍କୁ ଗୁହାରି କରିଲି । ଆଜ୍ଞା ମୋତେ କିଛି ଖାଇବାକୁ ଦିଅ କିନ୍ତୁ ସେ ମୋତେ କିଛି ନାହିଁ ବୋଲି କହିବା ପରେ ମୁଁ ଦୌଡ଼ି ଗଲି ଅଳ୍ପ ଦୂରକୁ କିନ୍ତୁ ଏବେ ସେ ଗାର୍ଡ ନାହିଁ। ସେଥିପାଇଁ ଆପଣଙ୍କୁ ଦେଖି ଏଠି ଆସିଲି । 

ଏତିକି କହିଲା ବେଳକୁ ଅମ୍ବିକା ର ଆଖିରୁ ଧାର ଧାର ଲୁହ ବହି ଯାଉଥିଲା । ଏତିକି ଶୁଣି ସରିତା ଦେବୀ ଅମ୍ବିକା କୁ କୋଳେଇ ନେଇ କହିଲେ ‘ ତୁ ମୋ ପାଖରେ ରହିବୁ କି ? ‘ ଅମ୍ବିକା ର ଓଠରେ ହସ ଆସିଗଲା ।  ସରିତା ଦେବୀ କହିଲେ । ତୁ ଯେମିତି ଏକା ମୁଁ ମଧ୍ୟ  ୧୨ ବର୍ଷ ବୟସ ସମୟରେ ବାପା, ମା ମୋତେ ଛାଡ଼ି ଆର ପାରି କୁ ଚାଲି ଯାଇଥିଲେ। ହଉ ଶୁଣ ତୁ ଆଜିଠୁ ମୋ ଘରେ ରହିବୁ ଏବଂ ମୋ ସହିତ ମୋ ଘର କାମରେ ମୋତେ ସାହାଯ୍ୟ କରିବୁ । ମୋ ପୁଅ ଇଞ୍ଜିନିୟର, ସେ ଆମେରିକା ରେ ରହେ।  ତେବେ ତୁ ମୋ ସହିତ ରହିବୁ ତ ?? ଅମ୍ବିକା ଅଳ୍ପ ମୁଣ୍ଡ କୁ ଉଠେଇ ଚୁପ୍ ରହିଲା?? ସରିତା ଦେବୀ କହିଲେ କଣ ଭାବୁଛୁ ?? ଚାଲ ମୋ ସହିତ, କହି ଅମ୍ବିକା କୁ ଟାଣି ନେଇଗଲେ ଘରକୁ।   କ୍ରମଶଃ …



ସେୟାର କରିବାକୁ ଅନୁରୋଧ 

If the contents are helpful so share them with your friends, Thanking You.