All posts by Bhuyansblog(Admin)

Digital Creator and professional Writer

Smruti Tume Sradhanjali (A true Story ) Page-191


କୁମାର:- ତମେ ଏତେ ଭଲ କାଇଁ ହଉଛ, ଟିକେ ବି Selfish ହେଇପାରୁନ । 
 
ସବୁବେଳେ ମୋ ଚିନ୍ତା ତମ ଅବସ୍ଥା କଣ ହେଇଛି ଜାଣିପାରୁଛ ନା ନାହିଁ ।
 
 ମୋର ଆପେ ଆପେ ଭଲ ହେଇଯିବ ।
ସନ୍ଧ୍ୟା:- କୁମାର!! ମୋତେ ଲାଗୁଛି ମୋର ଶେଷ ସମୟ ଆସିଗଲାଣି ଆଉ ଏଇ ଶେଷ ସମୟରେ ମୋର କିଛି ଶେଷ କଥା ଅଛି , ରଖିବ ତ??
 
କୁମାର:-ତମେ ସେମିତି କୁହନି, ତମେ ମୋତେ ଛାଡ଼ି କୁଆଡେ ଯିବନି ।
 ମୁଁ ତମବିନା କେମିତି ବଞ୍ଚିବି । ମୁଁ ବି ତମସହ ଚାଲିଯିବି (ବହୁତ ଜୋର ରେ କାନ୍ଦି ବାକୁ ଲାଗିଲା )
 
ସନ୍ଧ୍ୟା:-ତମେ କୁଆଡେ ଯିବନି ତମେ ଏଠି ରହିବ ଆଉ ମୋ କିଛି ଇଚ୍ଛା ଅଛି ତାକୁ ପୂରଣ କରିବ ।
 
ଦେଖ କୁମାର , ତମେ ବିଲକୁଲ କାନ୍ଦିବ ନାହିଁ , ତମ ଆଖିରେ ଲୁହ ଦେଖିଲେ ମୋତେ ବହୁତ କଷ୍ଟ ଅନୁଭବ ହେଉଛି , Please ମୋ ଆଖିରେ ଆଖି ମିଶେଇ ମୋ ସାଙ୍ଗରେ କଥା ହୁଅ, କୁମାର !!!
 
(ସେହି ସମୟ ଟା କୁମାର ଆଉ ସନ୍ଧ୍ୟା ର ଅତି ମୂଲ୍ୟବାନ ସମୟ  ଆଉ ତାଙ୍କ ଜୀବନର ସବୁଠୁ ଦୁଃଖ ସମୟ ଥିଲା)
 
 ସନ୍ଧ୍ୟା:- ମୋତେ ଦେଖ କୁମାର, ମୁଁ ବହୁତ ଶୀଘ୍ର ଆସିବି ପୁଣି ତମ ପାଖକୁ । 
 
ମୁଁ ଆସିବା ଭିତରେ ମୋର ଇଚ୍ଛା ଯେମିତି ପୂରଣ କରିଦେଇଥିବ ।
 
ଆମ ଷ୍ଟୋରି ମୁଁ ମୋ ଡାଏରିରେ ଅଧା ରଖିଦେଇଛି ତମେ ତାକୁ ପୂରଣ କରିବ ଆଉ ଜଣେଇବ କି ଆମ Love story ଇତିହାସ ହେଇ ରହିବ । 
 
ସେଥିରେ ବହୁତ କିଛି ଶିଖିବା ଜିନିଷ ଅଛି । 
 
ଆଉ ଗୋଟେ କଥା ମୋ ବୋଉ ଏକୁଟିଆ ହେଇଯିବ ଆଉ ମୋ ଭଉଣୀ ପୁଷ୍ପାର ଦେଖାଶୁଣା କରିବ, ନିଜ ଭଉଣି ଭାବି ତାର ସବୁ ଅଳିକୁ ସହିବ ।
 
 ସେ ଏକ ନମ୍ବର ଅଳସୁଆ, ଠିକ୍ ସେ ପଢ଼ାପଢି  କରିବନି ତମେ ତା ପଢ଼ାପଢି କୁ ଦେଖିବ ।
 
ଆମ ଘରକୁ ସବୁବେଳେ ଯିବା ଆସିବା କରିବ । 
 
ତମେ ତମର ଯତ୍ନ ନେବ, ଠିକ ସମୟରେ ଖାଇବ । 
 
College ରେ କାହା ସହ ଝଗଡ଼ା କରିବନି। 
 
(ଏତିକି କହିବା ସମୟରେ କୁମାର ସନ୍ଧ୍ୟା କୁ Hug କରି ବହୁତ ଜୋର ରେ କାନ୍ଦିବାକୁ ଲାଗିଲା)
 
Please ତମେ କାନ୍ଦନୀ ତମକୁ ମୋ ରାଣ ତମେ କାନ୍ଦିଲେ ଜମାରୁ ଭଲ ଲାଗୁନ, ଟିକେ ହସିଦିଅ…. ହସିଦିଅ…. Please… Please….
 
କୁମାର ହସିବାକୁ ଚେଷ୍ଟା କରୁଥାଏ, ହେଲେ ହସିପାରୁନଥାଏ , ଉପରେ ସନ୍ଧ୍ୟା କୁ ହସ ଦେଖାଇ ସେ ଭିତରେ ବହୁତ ଦୁଃଖରେ ଭାଙ୍ଗି ପଡିଥାଏ ଆଉ ତାର କାନ୍ଦିବାକୁ ବହୁତ ଇଛା ହେଉଥାଏ । ଆଉ କାନ୍ଦିବା ସମୟରେ କେହି କଣ ହସିପାରେ ।
 
କେବଳ ସନ୍ଧ୍ୟା ର ଖୁସି ପାଈଁ କୁମାର ଟିକେ ହସିଲା ।
To be continued…….
 
 
Promo: (ଜାଣିଛ କୁମାର ?? ତମର ଦୁଷ୍ଟାମୀ ମୋତେ ବହୁତ ଭଲ ଲାଗୁଥିଲା, ପଢିବା Next Page ରେ…… )
 
                
 
କୁମାର ଙ୍କ Personal Diary ରୁ……..
 

Smruti Tume Sradhanjali (A true Story ) Page-189

କୁମାର ଆଉ ସନ୍ଧ୍ୟା ଏମିତି କଥା ହେଇ ଚାଲିଥାନ୍ତି । 

ହଠାତ ଭୟଙ୍କର ବର୍ଷା ଆଉ ପବନ ମାଡ଼ିଆସିଲା, ଦୁହେଁ ଭିଜିଯାଇଥାନ୍ତି ।

 ରାସ୍ତା ଘାଟ ଠିକ୍ ରେ ଦେଖା ଯାଉନଥାଏ ।

 ଦୁହେଁ ବହୁତ ବ୍ୟସ୍ତ ହୋଇପଡ଼ିଥାନ୍ତି । 
ଏତିକି ବେଳେ କୁମାର ର Mobile କୁ Call ଆସିଥାଏ । 

କୁମାର ଦେଖିଲା ବେଳକୁ କେଶବର Call ଆସିଥାଏ । 

ହେଲେ କେଶବ କେମିତି Call କରିବ କେଶବର ଫୋନ ସମୀର ପାଖରେ ଅଛି । 

ଆପଣଙ୍କୁ କହିବାକୁ ଭୁଲି ଯାଇଛି କେଶବର ଫୋନ କୁ ସମୀର କେମିତି ଚୋରି କରିଲା ।

( ମାମୁଁଙ୍କ ପୁଅର ଜନ୍ମଦିନରେ କେକ୍ କାଟିବା ସମୟରେ ସମସ୍ତେ ନାଚୁଥିଲେ ସେତିକି ବେଳେ କେଶବର ଫୋନ ପଡିଯାଇଥିଲା , ସମୀର ସେଠୁ Mobile ରଖିନେଇଥିଲା )

 ପ୍ଲାନ ଅନୁସାରେ ସମୀର କେଶବର ଫୋନରୁ Call କରିଥାଏ । 
କୁମାର Mobile ଦେଖି Receive କଲା । 

ଏପଟେ ବର୍ଷା ବି ବହୁତ ହଉଥାଏ ।

ସମୀର କେଶବର ଫୋନରୁ କହୁଥାଏ । 

(ଜୋର ରେ ବର୍ଷା ଯୋଗୁଁ ସମୀର ର ସ୍ୱର କୁ କୁମାର ଚିହିଁ ପାରିଲା ନାହିଁ, ଆଉ ସେ କେଶବ ଭାବି କଥା ହେଲା )

ସମୀର:- କୁମାର !! ମୁଁ ଶୁଣିଲି ତମେ ଦୁହେଁ ବି ଚାଲିଆସିଲ । 

ହଉ ଆସିଲ ଯେ ବର୍ଷା ପବନ ଜୋରରେ ହଉଛି ତମମାନେ ସିଧା ରାସ୍ତାରେ ନ ଆସି ଜଙ୍ଗଲ ରାସ୍ତା ଦେଇ ଚାଲି ଆସିବ ।

 ମୁଁ ଏବେ ଏବେ ଜାଣିବାକୁ ପାଇଲି ଯେ ସେ ରାସ୍ତାରେ ଗୋଟେ ବଡ଼ଗଛ ପଡିଯାଇଛି ତମମାନେ ଆସିପାରିବନି ଭଲହବ ଜଙ୍ଗଲ ରାସ୍ତାରେ ଚାଲିଆସ, ଜଲଦି ଆସିଯିବ । 

ଏତିକି କହି ସମୀର Call କାଟି ଦେଇଥିଲା । 

ଏହାପରେ କୁମାର ଠିକ୍ ସେଇୟା କଲା । 

ସେ ସିଧା ରାସ୍ତାରେ ନଯାଇ ଜଙ୍ଗଲ ରାସ୍ତାରେ ଗଲା । 

ଏପଟେ ସମୀର ତା ଚେଲାକୁ Call କରି କହୁଥାଏ । 

ସମସ୍ତେ Ready ରୁହ କୁମାର ଜଙ୍ଗଲ ରାସ୍ତାରେ ଯାଉଛି । 

ଏତିକି ବେଳେ ଦଇବର ବିଧି ବିଧାନ, ରାସ୍ତା ଘାଟ ବହୁତ ଖରାପ ଥିଲା ।

 ବର୍ଷା ଯୋଗୁଁ ଗାଡି ଚଲେଇବା ମଧ୍ୟ  ଅସୁବିଧା ହେଉଥାଏ , କୁମାର ବସିଥାଏ ସନ୍ଧ୍ୟା ଗାଡି ଚଲାଉ ଥାଏ ।  

 କିଛି ବାଟ ଗଲାପରେ କୁମାର ଦେଖିଲା ଆଗପଟୁ ଗୋଟେ Bolero ବହୁତ Speed ରେ ଆସୁଥାଏ ।

 କୁମାର କହୁଥାଏ….ସନ୍ଧ୍ୟା !!! ଆଗରୁ ଗୋଟେ ଗାଡି ଆସୁଛି ।

(ଗାଡି ର Light ସନ୍ଧ୍ୟା ର ଆଖିରେ ପଡୁଥାଏ, ସନ୍ଧ୍ୟା କୁ ଠିକ୍ ସେ ଦେଖା ଯାଉ ନଥାଏ )

 ଗାଡିଟି ଆସି ସନ୍ଧ୍ୟା ଚଲାଉଥିବା ଗାଡିକୁ ଧକ୍କା ଦେଇ ଚାଲି ଗଲା ।

କିଛି ସମୟ ପାଈଁ ଏମିତି ଅନୁଭବ ହେଲା ଯେମିତି ଶୂନ୍ୟ ଆକାଶରୁ ଖସି ଗୋଟିଏ ବିରାଟ ପର୍ବତ ରେ ପିଟି ହେଇ ଯାଇଛନ୍ତି ।

 ହଠାତ ସବୁ ସୁନ ସାନ ହେଇଗଲା ।

 କିଛି ସମୟ ଗଲାପରେ କୁମାର ର ଆଖି ଖୋଲିଲା । 

ସେ ଗୋଟିଏ ଆମ୍ବଗଛ ପାଖରେ ପଡିଥାଏ ।




To be continued…….



Promo: (ସନ୍ଧ୍ୟା, ର ଅବସ୍ଥା କଣ , ପଢିବା ଆଗାମୀ page ରେ, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..




Follow my Blog and find Smruti Tume Sradhanjali Part-189






Follow my Pages


Thanks….

Smruti_tume_sradhanjali_in_odia_by_kumars_diary_part_189