All posts by Bhuyans Blog

Digital Creator and professional Writer

ଭ୍ରୁଣ ଟିଏ ମୁଁ…



ଜନ୍ମ ଦେଇ ମାଲୋ ପର ତୁ କରିଲୁ
ମୁଁ କି ତୋହରି ନୁହଁ,
ସେଥିପାଇଁ ମା କି ପର ବୋଲି ଭାବି
ପୋତି ଦେଲୁ ମୋର ଦେହ..

କେତେ ଆଶା ଥିଲା ଜନମିଲେ ମାଲୋ,
କୁଆଁ କୁଆଁ ରାବ ଦେବି,
ସେ ରାବକୁ ଶୁଣି ଖୁସି ହେବୁ ତୁ ଲୋ
ତୋ ପାଇଁ ମୁକୁତା ହେବି…

ଯୌବନ ଲାଳସା ପୂରଣ ପାଇଁ କି
କଲୁ ପ୍ରେମ ଆଲିଙ୍ଗନ,
ତୋର ଲାଳସାରୁ ଗର୍ଭରେ ରହିଲି
ଭୃଣେ ପଶିଲା ଜୀବନ…

ହେଲେ ମା ତୋର ଟିକେ ଭୁଲ ପାଇଁ
ଦେଲୁ ମୋତେ ମହା ଶାସ୍ତି,
ପାପ ଗର୍ଭବୋଲି ଲୋକ ଲାଜେ ଡରି
ମାଟି ତଳେ ଦେଲୁ ପୋତି…

କହେ ଭ୍ରୁଣ ମୁଁହି ଶୁଣ ମା ମାନେ
ନ କର ଏ ଅତ୍ୟାଚାର,
ତୁମ ପାପ ଫଳ ଭୋଗୁଛୁ ଯେ ଆମେ
ଭ୍ରୁଣ ହତ୍ୟାକୁ ତ ଡର…

ନରେନ୍ଦ୍ର କୁମାର ସ୍ବାଇଁ
ଗୋଳାବନ୍ଧ, ଗଞ୍ଜାମ ।

ହେ ଗଜାନନ




ଆସିଛନ୍ତି ଆମ ଗଣେଶ ବାବା
ଚାଲ ଭାଇ ତାଙ୍କୁ ପୂଜା କରିବା..

ସାଥେ ଆସିଛନ୍ତି ମୂଷିକ ରାଜା
ଖେଳିବା ତା ସାଥେ କରିବା ମଜା..

ଖସା ଲଡୁ ତାଙ୍କ ଭାରି ସରାଗ
ଶ୍ରୀଫଳ ନେଇଣ କରିବା ଭୋଗ..

ତାଙ୍କ ପାଇଁ ସଜା ପୂଜା ମଣ୍ଡପ
ବସାଇବା ଦେଇ ଚନ୍ଦନ ଧୂପ..

ଯେସନେ ପ୍ରଭାତେ ଦେବତା ସୂର୍ଯ୍ୟ
ଦେବା ଦେବୀ ମଧ୍ୟେ ସେ ଅଗ୍ର ପୂଜ୍ୟ..

ବିଦ୍ୟା ଦାତା ପ୍ରଭୁ ହେ ଗଜାନନ
ବିଘ୍ନ ବିନାଶକ ଶିବ ନନ୍ଦନ..

ତୁମରି ଆଶିଷ କରୁଣା ପାଇ
ଜୀବନର ନର୍କ ଯାଏ ମୁଁ ଡେଇଁ..

ଅଜ୍ଞାନ କୁ ଦିଅ ଜ୍ଞାନ ଆଲୋକ
ଦୂର ହୋଇ ଯାଉ ଜୀବନୁ ଶୋକ..

ନରେନ୍ଦ୍ର କୁମାର ସ୍ବାଇଁ
ଗୋଳାବନ୍ଧ, ଗଞ୍ଜାମ ।

ନରେନ୍ଦ୍ର କୁମାର ସ୍ବାଇଁ ଙ୍କ ଦ୍ଵାରା ଲିଖିତ

ରିନା…ଶେଷ

ପଞ୍ଚମ ଭାଗ କୁ ପଢନ୍ତୁ

ଠିକ୍ ଏତିକିବେଳେ ହ୍ବିଲ ଚେୟାର ରେ ବସିଥିବା ରାଜୁ, ରିନା ର ହାତକୁ ଧରି କହିଲା, ତମେ କୁଆଡେ ଯାଉଛ । ତୁମେ କୁଆଡେ ଯିବା ଦରକାର ନାହିଁ ଏବଂ ମାମା..! ମୁଁ ମଧ୍ୟ ତୁମ ଘରକୁ ଯିବାକୁ ଚାହୁଁନି। ମୁଁ ସେଠି ରହିବି ଯେଉଁଠି ରିନା ରହୁଛି। ତୁମକୁ ଛୋଟ ଜାତି ବୋଲି ଅସୁବିଧା ହୋଇପାରେ, ତୁମର ମାନ ସମ୍ମାନ ହାନି ହେବ ବୋଲି ତୁମକୁ ଡର ଅଛି ନା ?? ମୁଁ ତୁମ ସମ୍ପତି ରୁ ଟଙ୍କା ଟିଏ ମଧ୍ୟ ଆଶା କରେନି । ଯେଉଁଠି ବାପା ଙ୍କୁ ସମ୍ମାନ ନାହିଁ ଏଵଂ ସେଠି ପୁଅ ର ଅଧିକାର ଉପରେ ସମସ୍ୟା ଉତ୍ପନ୍ନ କରା ଯାଉଛି । ସେ ଘରେ ମୁଁ ରହିବାକୁ ତିଳେ ମାତ୍ର ଇଚ୍ଛା ନାହିଁ ଏବଂ ମୁଁ କହିବାକୁ ଚାହୁଁନି କିନ୍ତୁ ଏବେ କହିବାକୁ ବାଧ୍ୟ । ଯେ ତୁମେ ମଧ୍ୟ ବାପାଙ୍କୁ ଟଙ୍କା ଲୋଭରେ କେବଳ ମ୍ୟାରେଜ୍ କରିଛ। ଆଉ ତୁମେ ମଧ୍ୟ ସେ ପରିବାର ରୁ ଆସିଛ ଯାହାକି ଏହି ପରିବାର ଠାରୁ ଛୋଟ ବୋଲି କୁହାଯାଏ। ଏତିକି ଶୁଣି ମଧୁ ଆଖିରେ ଲୁହ ଆସିଗଲା। ବିଶୁ ବାବୁ , ରାଜୁ କୁ ଚୁପ୍ କରିବାକୁ କହିଲେ ଏବଂ କହିଲେ । ରାଜୁ, ତୁ ଯାହା ଚାହୁଁଛୁ ମୁଁ ତାହା କରିବାକୁ ରାଜି ଅଛି । ତୁ ରିନା ସହିତ ରହିବାକୁ ଚାହୁଁଛୁ ନା । ତୁ ତା ସହିତ ଖୁସିରେ ରହିବୁ। ମୋ ଭଳି ସାରା ଜୀବନ ଖିଚ୍ ଖିଚ୍ ଶୁଣିବା ଅପେକ୍ଷା ଯିଏ ତୋତେ ମନ ଦେଇ ଭଲ ପାଇଛି ତୁ ତା ସହିତ ବହୁତ୍ ଖୁସିରେ ରହିବୁ ଏବଂ ତୋ ମା ମୋ ଜିବନରେ କେବଳ ଟଙ୍କା ପାଇଁ ଆସିଥିଲା ନା ସେ ଟଙ୍କା ଦେଖେ ଭଲ ସମ୍ପର୍କ ଦେଖେ ନାହିଁ। ତେବେ ତୁ ଯାହା କରିବାକୁ ଚାହୁଁଛୁ କର। ମୁଁ ତୋ ସହିତ ଅଛି ଏବଂ ଏହି ସମ୍ପତି ରୁ ତୋତେ କେହି ବଞ୍ଚିତ କରି ପାରିବ ନାହିଁ। ଏତିକି ଶୁଣି ମଧୁ ପାଖରେ ଉତ୍ତର ନଥିଲା। ସେ କଣ କହିବ କିଛି ଭାବି ପାରିଲା ନାହିଁ। ସେ ଚୁପ୍ ଚାପ୍ ପଛକୁ ଫେରି ବାହାରକୁ ଆସି କାର୍ ରେ ବସି ଘରକୁ ଫେରିଗଲା।

ବିଶୁ ବାବୁ, ରିନା କୁ କହିଲେ । ତମେ ଏହି ସହର ଛାଡ଼ି କୁଆଡେ ଯିବ ନାହିଁ ଏବଂ ତୁମେ ଏହି ଘର ର ବୋହୂ ହେବ। ତୁମେ ଡରିବା ଦରକାର ନାହିଁ। ମୁଁ ତୁମ ସହିତ ଅଛି । ତୁମର ପଢା ସରିଲା ପରେ ତୁମେ ଦୁଇ ଜଣ ଏହି କମ୍ପାନୀ ର ସବୁ ଦାୟିତ୍ଵ ବୁଝିବ। ସେଥିପାଇଁ ତୁମେ କଲେଜ୍ ଯିବା ଆସିବା କର । ତୁମେ ରାଜୁ ର ମା କଥା କିଛି ଧରିବ ନାହିଁ । ସମୟ ଆସିଲେ ସବୁ ଠିକ୍ ହୋଇଯିବ। ବିଶୁ ବାବୁ ରିନା କୁ କହିଲେ ତୁମେ ଏବେ ଘରକୁ ଚାଲି ଯାଅ। ଏମିତି କଥା ପରେ ତୁମର କାମ ପ୍ରତି ମନ ଲାଗିବ ନାହିଁ। ତାପରେ ରାଜୁ, ରିନା କୁ ବାଏ କହି ଘରକୁ ଫେରିଗଲା।

ରାଜୁ ଏବଂ ବିଶୁ ବାବୁ ମଧ୍ୟ ଘରକୁ ଫେରିଗଲେ। ସେଠି ରାଜୁ ର ମା, ସୋଫା ଉପରେ ବସି ଲୁହ ଗଡେଇ ବସିଛନ୍ତି । ବିଶୁ ବାବୁ କୁ ଦେଖିବା ପରେ ସେ ବିଶୁ ବାବୁ ପାଖକୁ ଆସି ହାତ ଯୋଡ଼ି କହିଲେ । ମୋତେ କ୍ଷମା କରିଦେବ। ସତରେ ମୁଁ ଟଙ୍କା ଲୋଭ ରେ ଏତେ ଅନ୍ଧ ହୋଇ ଯାଇଛି ଯେ ମୋତେ କଣ ଭଲ, ଆଉ କଣ ଖରାପ ଜଣା ପଡ଼େ ନାହିଁ। ଆଜି ଯେତେବେଳେ ମୋ ଅସଲ ଚେହେରା ମୋ ପୁଅ ଜାଣି ପାରିଛି ତେବେ ମୁଁ ମା ର ସମ୍ମାନ ପାଇବା ଯୋଗ୍ୟ ନୁହଁ । ମୁଁ ମୋ ଭୁଲ ପାଇଁ ପ୍ରାୟଶ୍ଚିତ କରିବାକୁ ଚାହୁଁଛି। ତୁମେ ମୋତେ କ୍ଷମା କରିବ। ମୁଁ ଏହି ଘର ଛାଡ଼ି ମୋ ଗାଁ କୁ ଫେରି ଯିବି । ଏତିକି ବେଳେ ୱିଲ ଚେୟାର ରୁ ଅଳ୍ପ ଉଠିବାକୁ ଚେଷ୍ଟା କରି ରାଜୁ ଠିଆ ହେଲା। ରାଜୁ ଠିଆ ହେବା ର ଦେଖି ସମସ୍ତଙ୍କ ମୁଖରେ ପୁଣି ଖୁସି ର ଝଲକ ଦେଖିବାକୁ ମିଳିଲା। ରାଜୁ ପାଖରେ ଥିବା ଖମ୍ବ କୁ ଧରି ଠିଆ ହୋଇ କହିଲା । ମା ତୁମେ ଘର ଛାଡ଼ି ଯିବା ଦରକାର ନାହିଁ। ମୁଁ ଏହି ଘର ଛାଡ଼ି ଚାଲି ଯାଉଛି। ରାଜୁ ର ମା ଆସି ରାଜୁ କୁଣ୍ଢେଇ ହୋଇ କହିଲେ । ବାବୁ ରେ ତୋତେ ମୁଁ ହରେଇବା ପାଇଁ ଚାହୁଁ ନାହିଁ। ମୁଁ ମୋ ଭୁଲ ପାଇଁ ଅନୁତାପ କରି ସାରିଲିଣି। ତୁ ଏବଂ ରିନା ଦୁହେଁ ଦୁହିଁଙ୍କୁ ବହୁତ୍ ଭଲ ପାଅ। ତୁମେ ଦୁହେଁ ଖୁସିରେ ରହିବ। ପାରିବୁ ଯଦି ମୋତେ କ୍ଷମା କରି ଦେବୁ। ବିଶୁ ବାବୁ କହିଲେ । କିଏ କୁଆଡେ ଯିବ ନାହିଁ । ତମେ ନିଜ ଭୁଲ୍ ବୁଝି ସାରିଲଣି ତେବେ ଏହି ଘର ଛାଡ଼ି ଯିବା ଦରକାର ନାହିଁ । ଆମେ ଏତେ ବଡ କମ୍ପାନୀ ଠିଆ କରିଛନ୍ତି କେବଳ ଆମ ପୁଅର ଖୁସି ପାଇଁ । ତାର ଖୁସି ରେ ଆମେ ଖୁସି। ଏବଂ ସେ ଆଜି ନିଜ ଗୋଡ଼ରେ ଛିଡ଼ା ହୋଇ ପାରିଛି କେବଳ ରିନା ପାଇଁ। ତାପରେ ରାଜୁ ର ମା ଆସି ରାଜୁ କୁ କୁଣ୍ଢେଇ ହୋଇ କହିଲା । ବାବୁ ରେ ମୋତେ କ୍ଷମା କରି ଦେବୁ। ମୁଁ ଭୁଲ ବୁଝିଥିଲି। ଜୀବନରେ ସମ୍ପର୍କ ଏବଂ ଭଲ ପାଇବା ର ମହତ୍ତ୍ଵ ତୋ ଠାରୁ ଶିଖିବାକୁ ପାଇଲି । ସତରେ ତୁ ମୋ ସୁନା ପୁଅ ଟିଏ । ରିନା ଭଳି ଝିଅ ଏ ଘର ର ବୋହୂ ହେବ। ମୁଁ ସବୁଠୁ ବଡ ଖୁସି ହେବି। ଏତିକି ଶୁଣି ଘରେ ଖୁସିର ପରିବେଶ ଗଢି ଉଠିଲା ଏବଂ ରାଜୁ ର ମା ରିନା କୁ ଫୋନ୍ କରି ଘରକୁ ଡାକିଲେ। ସେଠି ରାଜୁ ର ମା । ରିନା କୁ କ୍ଷମା ମାଗିଲା । ରିନା , ଆଣ୍ଟୀ ର ହାତକୁ ଧରି କହିଲା । ନାହିଁ ଆଣ୍ଟୀ ତମେ କ୍ଷମା ମାଗିଲେ ମୁଁ ଦୋଷୀ ହୋଇଯିବି। ତାପରେ ରିନା କୁ କୁଣ୍ଢେଇ କହିଲେ ତୁ ମୋ ସୁନା ବୋହୁ ଟିଏ।

ବିଶୁ ବାବୁ କହିଲେ, ତେବେ ଏଠି ତ ସମସ୍ତେ ଅଛନ୍ତି ତେବେ ବାହାଘର ଟା ମଧ୍ୟ ଶୀଘ୍ର କରି ଦେବା। ରାଜୁ : ନା ବାପା, ଆମର ପାଠ ପଢା ସରିବା ପରେ ଆମେ ବିବାହ କରିବୁ। ରିନା ଚୁପ୍ ଥିଲା । ରାଜୁ : ହେଲେ, ରିନା କୁ କଣ କମ୍ପାନୀ ଯିବାକୁ ପଡିବ ନା କଣ ? ବିଶୁ ବାବୁ : ସେ ଏବେ ମୋ ଘର ର ବୋହୂ ହେବ । ସେ ଯଦି ଚାହୁଁଛି ଆସିବ ତେବେ ଭଲ କଥା ନହେଲେ କିଛି ଦିନ ପରେ ସେ ମୋ ଚେୟାର ରେ ତ ନିଶ୍ଚୟ ବସିବ। ଏତିକି କଥା ଶୁଣି ସମସ୍ତେ ପୁଣି ହସିବାକୁ ଲାଗିଲେ। ରିନା : ନା , ଅଙ୍କଲ ମୁଁ ଆଗରୁ ଯେମିତି ଆସୁଥିଲି ସେମିତି ଆସିବି। ରାଜୁ : ହଁ ହଁ ବାପା, ଠିକ୍ ମୋର ମଧ୍ୟ ଟାଇମ୍ ପାସ୍ ହୋଇଯିବ । ରିନା ଅଳ୍ପ ରାଗ ଭରା ଆଖିରେ ରାଜୁ କୁ ଦେଖୁଥାଏ ଏବଂ ପରେ ହସି ଦେଲା ।

ଏହି କାହାଣୀ ଟି ଏତିକି ରେ ରଖିବା କାରଣ ଏହା ପରେ ରିନା ଏବଂ ରାଜୁ ର ପାଠ ପଢା ସରିବା ପରେ ଦୁହିଁଙ୍କ ବାହାଘର ବହୁତ୍ ଧୁମ୍ ଧାମ୍ ରେ ହେଲା ଏବଂ ତାଙ୍କର ନୂତନ ଜିବନରେ ନବ ଦିଗନ୍ତ ର ଆରମ୍ଭ ହେଲା ।

କାହାଣୀ ଟି କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ଜଣେଇବାକୁ ଅନୁରୋଧ।

Holidays

How do you celebrate holidays?

Whenever there is a holiday. I have more work that day. To do this work and to do that work. But actually that work is not done on the same day. Tired after a little work. And the sleep disturbances begin. Sleep also comes at a time when you have time to do real work. Like I will do that work later but then that work is not done. If we talk about travel and trip, if I go on a trip, i spends the day very well and I spend that day very well with my family.

ଯେବେ ମଧ୍ୟ ଛୁଟି ହୁଏ। ସେଦିନ ମୋ ପାଖରେ ଅଧିକ କାମ ଆସିଯାଏ। ଯେ ଏହି କାମ ଟି କରିବା ଏବଂ ସେ କାମ ଟି କରିବା । କିନ୍ତୁ ପ୍ରକୃତରେ ସେ କାମଟି ପୁରା ହୁଏ ନାହିଁ । ଅଳ୍ପ କାମ ପରେ ଥକି ଯାଏ। ଏବଂ ନିଦ ର ପ୍ରକୋପ ଆରମ୍ଭ ହୋଇଯାଏ। ନିଦ ମଧ୍ୟ ଏମିତି ସମୟରେ ଆସେ ଯେଉଁ ସମୟ ଟି ତୁମର ପ୍ରକୃତ କାମ କରିବା ସମୟ ଥାଏ । ଭାବେ ଯେ ସେହି କାମଟି ପରେ କରିବି କିନ୍ତୁ ପରେ ସେ କାମ ଟି ହୁଏ ନାହିଁ । ଯଦି ବୁଲାବୁଲି ଏବଂ ଭ୍ରମଣ କଥା ଯଦି କୁହାଯାଏ ତେବେ ଯଦି ଭ୍ରମଣ ରେ ଯାଏ ତେବେ ସେ ଦିନଟି ବହୁତ୍ ଭଲରେ କଟେ ଏବଂ ମୋ ପରିବାର ସହିତ ମୁଁ ସେ ଦିନ ଟି ବହୁତ୍ ଭଲରେ ବିତାଇ ଥାଏ ।

ରିନା…୫

ପଞ୍ଚମ ଭାଗ

ଚତୁର୍ଥ ଭାଗ କୁ ପଢନ୍ତୁ

ରାଜୁ ର ସେବା ରେ ସନ୍ତୁଷ୍ଟ ହୋଇ ରିନା କୁ ବିଶୁ ବାବୁ ଧନ୍ୟବାଦ ଜଣେଇ ଲେ ଯେ ମୋ ପୁଅ ର ଏତେ ସେବା କରିଛ ସେଥିପାଇଁ ମୁଁ ତୁମକୁ ଧନ୍ୟବାଦ ଜଣାଉଛି। ଏମିତି କି ରାଜୁ ର ମା ପାଖରେ ମଧ୍ୟ ତାଙ୍କ ପୁଅ କୁ ସେବା କରିବା ପାଇଁ ସମୟ ନଥିଲା । ତମେ ସେଠି ଥିଲ ବୋଲି ରାଜୁ ର ମା ତୁମକୁ ପସନ୍ଦ କରି ନଥିବ କିନ୍ତୁ ମୁଁ ଜାଣିଛି ସେ ଆଜି ନ ହେଲେ କାଲି ତୁମର ମହତ୍ତ୍ଵ କୁ ବୁଝିବ। ଏମିତି ରେ ତାର ବ୍ୟବହାର ମୋର ଦେହ ସୁହା ହୋଇଗଲାଣି । ଆଉ ତୁମ ପାଇଁ ଗୋଟିଏ ଖୁସି ଖବର ଯେ, ମୁଁ ତୁମର ଇନକ୍କ୍ରୀମେଣ୍ଟ କରିଛି। ରିନା : ଅଙ୍କଲ ଏତେ ଶିଘ୍ର ?? ବିଶୁ ବାବୁ : ହଁ ରାଜୁ ର ସେବା ବଦଳରେ ଏହା ହେଉଛି ମୋ ତରଫରୁ ଛୋଟିଆ ଉପହାର ଏବଂ ଏମିତିରେ ଏହି ଦୁଇ ମାସ ର ତୁମର କାମରେ ମୁଁ ବହୁତ୍ ଖୁସି ।

ତୁମକୁ ନ କହିବା ପାଇଁ ରାଜୁ ମୋତେ ଏବଂ କମ୍ପାନୀ ର ସବୁ ଲୋକଙ୍କୁ ମନା କରିଥିଲା । ସେଥିପାଇଁ ମୁଁ ତୁମକୁ ମୋର ପରିଚୟ ଦେଇ ନଥିଲି । ରିନା: କିଛି ନାହିଁ ଅଙ୍କଲ !! ଏବେ ମୁଁ ସବୁ ଜାଣି ସାରିଲିଣି । ଅଙ୍କଲ ମୋର ଗୋଟିଏ ଅନୁରୋଧ ଯେ ମୋତେ ରାଜୁ ସହିତ ବେଳେ ବେଳେ ଦେଖା କରିବାକୁ ଅନୁମତି ଦିଅନ୍ତୁ ନା ? ବିଶୁ ବାବୁ : ହଁ ହଁ ନିଶ୍ଚୟ । ତୁମେ ଯେତେବେଳେ ଇଛା କରିବ ସେତେବେଳେ ଯାଇ ଘରେ ଦେଖା କରି ପାରିବ। ରିନା ଖୁସି ହୋଇଗଲା। ରିନା ଭାବିଲା। ଦୁଇ ଦିନ ପରେ ରବିବାର ଆସିବ । ସେଦିନ ଯାଇ ଦେଖା କରିବି।

ଦୁଇ ଦିନ ପରେ ଦିନ ୧୨ ଟା ସମୟରେ ରିନା ରତ୍ନାକର ବାବୁ ପାଖରୁ ଠିକଣା ନେଇ ପହଞ୍ଚିଲା ରାଜୁ ର ଘର ଫାଟକରେ। ସେ ଦିନ ବିଶୁ ବାବୁ କିଛି କାମ ପାଇଁ ଅନ୍ୟ ସହରକୁ ଯାଇ ଥାଆନ୍ତି । ଫାଟକ ରେ ପହଞ୍ଚିବା ପରେ ରିନା ନିଜ ପରିଚୟ ଦେଲା। ଫାଟକ ରେ ଥିବା ଗାର୍ଡ କହିଲା । ଆପଣ ଭିତରକୁ ଆସି ପାରିବେ ନାହିଁ। ରିନା, କାରଣ ପଚାରିବା ପରେ ଗାର୍ଡ କହିଲା ଯେ ମାଲିକାଣୀ ମନା କରିଛନ୍ତି। ରିନା ପୁଣି କହିଲା ଆପଣ ରାଜୁ ବାବୁ ଙ୍କୁ ଅଳ୍ପ ଖବର ଦେବେ । ଗାର୍ଡ ରୋକ୍ ଠୋକ୍ ମନା କରିଦେଲା। ଯେ ନା, ମାଲିକାଣୀ ମନା କରିଛନ୍ତି ଯେ କୋଉ ଝିଅ ଯଦି ଦେଖା କରିବାକୁ ଆସେ ତେବେ ତାକୁ ମନା କରିବ ବୋଲି । ରିନା ନିରୁପାୟ ଏବଂ ପୁଣି ଅନୁରୋଧ କରିଲା ଯେ ବିଶୁ ବାବୁ ଙ୍କୁ ଅଳ୍ପ କହିଦିଅ ଯେ ରିନା ଆସିଛି। ଗାର୍ଡ କହିଲା, ବାବୁ ପାହାନ୍ତିଆ ସମୟରେ ଅନ୍ୟ ସହର ପାଇଁ ଯାଇଛନ୍ତି, ସେ କାଲି ଆସିବେ। ରିନାର ଆଖିରୁ ଧାର ଧାର ଲୁହ ବହି ଚାଲିଲା। ଗାର୍ଡ କୁ ହାତ ଯୋଡ଼ି କହିଲା। ପ୍ଲିଜ୍ ସାର୍ ଅଳ୍ପ ଦେଖି ଚାଲି ଯିବି । ଗାର୍ଡ କହିଲା, ଝିଅ ମୁଁ ମଧ୍ୟ ନିରୁପାୟ। ତୁମ ଲୁହ ଦେଖି ମୁଁ ମଧ୍ୟ ଦୁଃଖୀ କିନ୍ତୁ ମୋ ହାତ ମଧ୍ୟ ବନ୍ଧା ପଡ଼ିଛି। ଆଜି ଯଦି ବାବୁ ଥାଆନ୍ତେ ତେବେ ଏତିକି ଅସୁବିଧା ହୁଅନ୍ତା ନାହିଁ । ରିନା କାନ୍ଦି କାନ୍ଦି ପୁଣି ନେହୁରା ହେଲା । ହେଲେ ଗାର୍ଡ କହିଲା ଝିଅ ମୋ ଚାକିରି ଚାଲିଯିବ । ମୋ ଅନୁରୋଧ ରଖି ଚାଲି ଯାଅ। ରିନା ଫେରିଗଲା। ସେଦିନ ସେ ନିଜେ ଦେଖା କରିବ ବୋଲି କହିଥିଲା ସେଥିପାଇଁ ସେ ଫୋନ୍ କରି ନଥିଲା । ରାଜୁ ମଧ୍ୟ ଅପେକ୍ଷା ରେ ଥିଲା । ଦିନ ୧୨ ଟା ରୁ ୨ଟା ବାଜିଲାଣି ରିନା ର ଦେଖା ନାହିଁ। ସେ ରିନା କୁ କଲ୍ କରିଲା । ରିନା କଲ୍ ମଧ୍ୟ ଉଠେଇଲା ନାହିଁ । ୧୦ ରୁ ୧୫ ଥର ରିଙ୍ଗ ହୋଇ କଟିଲା ସିନା କିଛି ଉତ୍ତର ନାହିଁ । ରାଜୁ ବ୍ୟସ୍ତ ହୋଇ ପଡୁଥାଏ । ସେ ବେଡ୍ ରୁ ଉଠି ପାରୁ ନଥାଏ । ଘରେ ରାଜୁ ର ମା ଏବଂ ଅନ୍ୟ ଚାକର ମାନେ ରାଜୁ ର ସେବାରେ ଲାଗି ପଡ଼ିଥିଲେ। ରାଜୁ, ପ୍ରକାଶ ଅଙ୍କଲ ( ସେ ଘର ର ପୁରୁଣା ଚାକର) କୁ ପଚାରିଲେ ଯେ । ଅଙ୍କଲ ଆଜି ଆମ ଘରକୁ ରିନା ଆସିବ ବୋଲି ବାପା କହିଥିଲେ ଏବଂ ରିନା ମଧ୍ୟ କହିଥିଲା । ଏବେ ଦୁଇଟା ବାଜିଲାଣି । ଏବେ ପର୍ଯ୍ୟନ୍ତ ତାର ଦେଖା ନାହିଁ । ତା ବିଷୟରେ ଅଳ୍ପ ଖବର ନେଇ ମୋତେ କହିବ ପ୍ଲିଜ୍ । ପ୍ରକାଶ ଅଙ୍କଲ କହିଲେ , ଠିକ୍ ଅଛି ବାବୁ ମୁଁ ଦେଖୁଛି । ପ୍ରକାଶ ଅଙ୍କଲ ଗେଟ୍ ରେ ଆସି ପଚାରିଲା । ସେଠି ଗାର୍ଡ ଠାରୁ ସବୁ କଥା ଶୁଣି ସେ ମଧ୍ୟ ଆଶ୍ଚର୍ୟ୍ଯ ହେଲେ । ପ୍ରକାଶ ଚାକର ରାଜୁ କୁ କଣ ଉତ୍ତର ଦେବ ଜାଣି ପାରୁ ନଥାଏ। ତଥାପି ସେ ରାଜୁ କୁ ଯାଇ କହିଲା । ବାବୁ ତମେ ଥରେ ବାପା ଙ୍କ ସହିତ କଥା ହୁଅ । ସେ କିଛି କରିବେ । ରାଜୁ ପଚାରିଲା କଣ ହେଲା ଅଙ୍କଲ କୁହ ?? ଏତିକି ବେଳେ ମା ଆସିଗଲେ ସେଥିପାଇଁ ସେହି କଥା କୁ ସେଠି ବନ୍ଦ କରି ଅନ୍ୟ କଥା ହେବାକୁ ଲାଗିଲେ । ମା ଗଲା ପରେ, ରାଜୁ ପ୍ରକାଶ ଅଙ୍କଲ ର ହାତ କୁ ଧରି ପଚାରିଲା ,ପ୍ଲିଜ୍ ଅଙ୍କଲ କୁହ କଣ ହୋଇଛି ରିନା ର ?? ପ୍ରକାଶ କହିଲା ବାବୁ ମୁଁ ଏହି ଘରେ ଗତ ୩୦ ବର୍ଷ ହେଲା ରହି ଆସିଛି । ମୋର ଘର ର ମୂରବୀ ଙ୍କ ବିରୋଧରେ କହିବା ଠିକ୍ ନୁହଁ କିନ୍ତୁ ତୁମେ ଯଦି ମୋ କଥା କୁ ରଖି ଏବଂ ମା ଙ୍କୁ କିଛି କହିବ ନାହିଁ ତେବେ ଯାଇ କହିବି । ରାଜୁ : କୁହ ଅଙ୍କଲ, କିଛି କହିବି ନାହିଁ । ପ୍ରକାଶ : ଦିନ ୧୧ ଟାରେ ରିନା ଆସିଥିଲା କିନ୍ତୁ ମା, ଗାର୍ଡ କୁ ମନା କରି ରଖିଛନ୍ତି ଯେ ରିନା ଯଦି ଘରକୁ ଆସେ ତେବେ ତାକୁ ଭିତରକୁ ଛାଡ଼ିବ ନାହିଁ ବୋଲି । ଏବଂ ଗେଟ୍ ରେ ହୋଇଥିବା କଥା ବାର୍ତା ମଧ୍ୟ ସେ ସବୁ ରାଜୁ କୁ କହିଲା । ଏତିକି ଶୁଣି ରାଜୁ ର ରାଗ ବଢ଼ିଗଲା । ପ୍ରକାଶ : ବାବୁ, ପ୍ଲିଜ୍ ରାଗ କରନି । ତମେ ବାପା ଙ୍କୁ କଲ୍ କର ସେ କିଛି ଗୋଟିଏ ବ୍ୟବସ୍ଥା କରିବେ। ତମେ ତ ମା ଙ୍କ ଗୁଣ ଜାଣିଛ ସେ ତିଳ କୁ ତାଳ କରିବେ। ରାଜୁ ଅଳ୍ପ ଶାନ୍ତ ହୋଇ କହିଲା, ହଉ ଅଙ୍କଲ ତମେ ଯାଅ। ରାଜୁ ସଙ୍ଗେ ସଙ୍ଗେ ବାପା ଙ୍କୁ କଲ୍ କରି ସବୁ କଥା କହିବା ପରେ । ବାପା ରାଜୁ କୁ କହିଲା । ତୁ ଚିନ୍ତା କର ନାହିଁ ପୁଅ ମୁଁ ସନ୍ଧ୍ୟାରେ ଆସିବା ପାଇଁ ଚେଷ୍ଟା କରୁଛି ଏବଂ ରିନା ସହିତ ମଧ୍ୟ ଦେଖା କରିବାକୁ ଚେଷ୍ଟା କରୁଛି ।

ମଧୁ ମାଲିକାଣୀ ଗାର୍ଡ ଠାରୁ ସବୁ କଥା ଶୁଣି ସନ୍ଧ୍ୟ ୫ଟା ରେ ସେ ବାହାରି ଗଲେ ରିନା ଘରକୁ । ଦୁଇ ତିନି ଥର କବାଟ ଠକ୍ ଠକ୍ କରିବା ପରେ ରିନା କବାଟ ଖୋଲିଲା। ମା କୁ ଦେଖି ସେ ପ୍ରଣାମ କରିଲା। ମଧୁ ମାଲିକାଣୀ କହିଲା ଯେ , ତୁ ମୋ ଘରକୁ ଆସିବା ପାଇଁ ସାହାସ କେମିତି କରିଲୁ। ତୋର ପରିସ୍ଥିତି ଦେଖି ତୋତେ ଚାକିରି ରୁ ବାହାର କରିଲିନି ବୋଲି ତୁ କଣ ଭାବିଲୁ ଯେ ମୁଁ ତୋତେ କ୍ଷମା କରିଦେଲି। ତୁ ଯେତେ ଶିଘ୍ର ପାରୁଚୁ ଏ ଘର ଖାଲି କରି ଗାଁ କୁ ଚାଲିଯାଆ ନହେଲେ ମୋ ଖରାପ ରୂପ ଦେଖିବୁ। ଏତିକି କହି ମଧୁ ମାଲିକାଣୀ ସେଠୁ ଫେରି ଆସିବା ପରେ । ରିନା ନିଷ୍ପତି ନେଲା ଯେ ସେ ଗାଁ କୁ ଫେରି ଯିବ ଏବଂ ସନ୍ଧ୍ୟା ପୂର୍ବରୁ ସେ ଆଉ ସାନ ଭାଇ କୁ ଧରି ଅଳ୍ପ କପଡା ନେଇ ଗାଁ କୁ ଫେରିଗଲା।

ସନ୍ଧ୍ୟା ୭ ଟା ପାଖା ପାଖି ବିଶୁ ବାବୁ ରିନା ର ଭଡ଼ା ଘର ପାଖେ ପହଞ୍ଚିଲେ । ସେଠି ଶ୍ରୀୟା ବିଶୁ ବାବୁ କୁ ଦେଖି ସବୁ କଥା କହିଲା। ମୁଁ ରିନା ଅପା କୁ ବହୁତ୍ ଅନୁରୋଧ କରିଲି କିନ୍ତୁ ସେ କାନ୍ଦି କାନ୍ଦି ନିଜ ଗାଁ କୁ ଫେରିଗଲେ। ବିଶୁ ବାବୁ ସଙ୍ଗେ ସଙ୍ଗେ ନିଜ କାର୍ କୁ ନେଇ ରିନା ଗାଁ ରେ ପହଞ୍ଚିଲେ । ସେଠି ରିନା ଅଙ୍କଲ କୁ ଦେଖି କାନ୍ଦିବା ଆରମ୍ଭ କରିଦେଲା । ଅଙ୍କଲ ପଚାରିଲେ । ତମେ ଭାବୁଛ ଯେ ଗାଁ କୁ ଫେରିଗଲେ ତୁମର ସମସ୍ୟା ସମାଧାନ ହୋଇଯିବ ନା କଣ? ସମସ୍ୟା କୁ ସମାଧାନ କରିବାକୁ ଚେଷ୍ଟା କର । ସମସ୍ୟା ରୁ ଦୂରେଇ ଗଲେ ସମସ୍ୟା କେବେ ପିଛା ଛାଡେ ନାହିଁ । ତୁମେ ଭଲ ଭାବରେ ଜାଣିଛ। ତୁମେ ରାଜୁ କୁ ଛାଡି ରହି ପାରିବ ନାହିଁ ନା ରାଜୁ ତୁମକୁ। ତମେ ଏବେ ହିଁ ସହର କୁ ଚାଲ। ରିନା, ହାତ ଯୋଡ଼ି କହିଲା, ଅଙ୍କଲ ଆପଣ ଫେରି ଯାଆନ୍ତୁ। ମୁଁ ଗାଁ ରେ ରହିବି। ଏବଂ ମୁଁ ଏଠୁ ଯିବା ଆସିବା କରିବି। ମୁଁ ସେ ଘର କୁ ଆସନ୍ତା କାଲି ଖାଲି କରି ଦେବୀ। ବିଶୁ ବାବୁ କହିଲେ ଏବେ ତୁମେ ଦୁଃଖରେ ଅଛ । ତୁମେ ସମୟ ନିଅ। ଆସନ୍ତା କାଲି ତୁମେ ରୁମ୍ କୁ ଆସ। ସନ୍ଧ୍ୟାରେ ତୁମେ କମ୍ପାନୀ କୁ ଆସ । ସେଠି ରାଜୁ କୁ କାଲି ମୁଁ ନେଇ ଆସିବି। ସେଠି ଦେଖା କରିବ। ରିନା ମୁଖରେ ଅଳ୍ପ ହସ ଆସିଗଲା। ପୁଣି ଦୁଃଖୀ ହୋଇ କହିଲା, ନା ଅଙ୍କଲ, ଆଣ୍ଟୀ ଚାହୁଁ ନାହାନ୍ତି ଯେ ମୁଁ ରାଜୁ ସହିତ ଦେଖା କରେ ଏବଂ ସେ ଚାହୁଁ ନାହାନ୍ତି ଯେ ମୁଁ ସେ କମ୍ପାନୀ ରେ ଚାକିରି କରେ। ବିଶୁ ବାବୁ କହିଲେ, ମୁଁ ସବୁ ଜାଣିଚି। ତୁମେ ସେଥି ପ୍ରତି ଚିନ୍ତା କର ନାହିଁ। ମୋ ପୁଅ ତୁମକୁ ବାଛିବା ପରେ ସେ ତୁମ କଥା ସବୁ କହିଲା ଯେ ସେ କେବଳ ତୁମ ଠାରେ ତାର ଜୀବନ । ଯଦି ତମେ ନାହଁ ତେବେ ସେ କିଛି ଭୁଲ କରି ବସିବ। ମୁଁ ଚାହେଁ ନାହିଁ ସେ କିଛି ଏମିତି କରୁ ବୋଲି। ତୁମେ ଆସନ୍ତା କାଲି ଫେରି ଆସ । ଆଉ କିଛି ମୁଁ ଶୁଣିବି ନାହିଁ । ମୁଁ ଏବେ ଆସୁଛି । ରାତି ବହୁତ୍ ହେଲାଣି, ବିଶୁ ବାବୁ ଏତିକି କହି ଫେରିଗଲେ।

ତା ପର ଦିନ ରିନା ଫେରି ଆସିଲା ସହରକୁ। ଶ୍ରୀୟା , ରିନା କୁ ଦେଖି ବହୁତ୍ ଖୁସି ହେଲା। ରିନା ପୁଣି କଲେଜ୍ ଗଲା ଏବଂ ସନ୍ଧ୍ୟାରେ କମ୍ପାନୀ ରେ ପହଞ୍ଚିଲା । ସେଠି ରାଜୁ ପୂର୍ବରୁ ପହଞ୍ଚି ସାରିଥିଲା। ରାଜୁ କୁ ଦେଖି ସେ ବହୁତ୍ ଖୁସି ହେଲା। ତାକୁ ଇଚ୍ଛା ହେଉଥିଲା ଯେ ରାଜୁ କୁ କୁଣ୍ଢେଇ କରି ବହୁତ୍ କାନ୍ଦିବ କିନ୍ତୁ ସେଠି ସମସ୍ତେ ଥିଲେ। ସେଥିପାଇଁ ଚେହେରା ରେ ଅଳ୍ପ ହସ ଦେଇ ପାଖକୁ ଆସି ପଚାରିଲା। କେମିତି ଅଛ ?? ରାଜୁ ଉତ୍ତର ଦେଲା ମୁଁ ଠିକ୍ ଅଛି ତମେ କେମିତି ଅଛ ? ରିନା, ମୁଣ୍ଡ ହଲେଇ ହଁ କରିଦେଲା। କିନ୍ତୁ ଠିକ୍ ତାର ପର ମୁହୂର୍ତ୍ତରେ ମଧୁ ମାଲିକାଣୀ ଆସି ସେଠି ହାଜର। ମଧୁ ମାଲିକାଣୀ କୁ ଦେଖି ରିନା ର ଡର ବଢ଼ିବାକୁ ଲାଗିଲା। ଏବଂ କମ୍ପାନୀର ସମସ୍ତ କର୍ମଚାରୀ ମଧ୍ୟ ଡରନ୍ତି । ସେଠି ସମସ୍ତେ ଥିଲେ ମଧ୍ୟ ସେ କାହାକୁ ନ ଡରି ରିନା କୁ ଯାଇ ଗୋଟିଏ ଚାପୁଡ଼ା ଦେଲା । ସେଠି ବିଶୁ ବାବୁ ମଧୁ କୁ ଟାଣି ଆଣି କହିଲେ ଯେ ତମେ କଣ ପାଗଳ ହୋଇ ଗଲଣି ନା କଣ ? ତମେ ରିନା କୁ କାହିଁକି ମାରିଲ ? ମଧୁ : ଆଜି ମୋ ପୁଅ ସହିତ ଯାହା ହୋଇଛି ସବୁ ଏହି ରିନା ପାଇଁ ହୋଇଛି। ବିଶୁ ବାବୁ : ତମେ କିଛି ଜାଣିନ, ତମେ ଚୁପ୍ ରୁହ! ରାଜୁ କହି ଉଠିଲା । ମାମା ତମେ ରିନା କୁ ପସନ୍ଦ କର ନାହିଁ, କାରଣ ସେ ଛୋଟ ଜାତିର ନା ?? କିନ୍ତୁ ତମେ ଯେତେ ଚେଷ୍ଟା କରିଲେ ମଧ୍ୟ ରିନା ଠାରୁ ମୋତେ ତମେ ଅଲଗା କରି ପାରିବ ନାହିଁ । ରାଜୁ ଠାରୁ ଏତିକି କଥା ଶୁଣି ରାଜୁ ର ମା ଅଳ୍ପ ଚିନ୍ତାରେ ପଡିଲେ । ସେ ବିଶୁ ବାବୁ ଙ୍କୁ ଚାହିଁ କହିଲେ । ଏ ସବୁ ତୁମ ଯୋଗୁଁ ହେଇଛି, କାରଣ ତୁମେ ମୋ ପୁଅ କୁ ସବୁବେଳେ ଖୋଲା ଆକାଶରେ ଉଡ଼ିବା ପାଇଁ ଅନୁମତି ଦେଇ ଆସିଛ । ସେଥିପାଇଁ ଆଜି ସେ ଏମିତି କଥା କହୁଛି। ରିନା, ଆଖିରେ ଆଖିଏ ଲୁହ ଧରି ଫେରି ବାବୁ ବାହାରିଲା ।

କ୍ରମଶଃ…

ଶେଷ ଭାଗକୁ ପଢନ୍ତୁ

ରିନା…୪

ଚତୁର୍ଥ ଭାଗ

ତୃତୀୟ ପୃଷ୍ଠା କୁ ପଢନ୍ତୁ

ରିନା : ମୁଁ ଯାହା କହିବି ତମେ ମାନିବ ?? ତମେ କିଛି କରିବ ନାହିଁ, ଚୁପ୍ ଚାପ୍ ଆଖି ବନ୍ଦ କରି ଠିଆ ହେବ ଆଉ ଯେତେ ପର୍ଯ୍ୟନ୍ତ ପୁଣି କହିବି ନାହିଁ ସେତେ ପର୍ଯ୍ୟନ୍ତ ଆଖି ଖୋଲିବ ନାହିଁ । ରାଜୁ : ନା ମୁଁ କରିବି ନାହିଁ, ମୁଁ ରାଗିଛି ! ରିନା : ପ୍ଲିଜ୍.. ପ୍ଲିଜ୍…, ରାଜୁ : ଠିକ୍ ଅଛି । ରାଜୁ ଆଖି ବନ୍ଦ କରିଲା ପରେ ରିନା ରାଜୁ କୁ କୁଣ୍ଢେଇ ପକେଇଲା । ପ୍ରାୟ ଗୋଟିଏ ମିନିଟ ପରେ ରିନା କହିଲା, “ଥେଙ୍କ୍ ୟୁ… ରାଜୁ” , ରାଜୁ ଯେମିତି ସେମିତି ଠିଆ ହୋଇ ଥାଏ ଏବଂ ରିନା ରାଜୁ କୁ ଛାଡି ଦେଲା । ରାଜୁ: ଏଇଟା କଣ ଥିଲା ? ରିନା : ଏଇଟା କିଛି ନୁହଁ, ମୁଁ କେବଳ ଅନ୍ୟ ପ୍ରକାରେ ତୁମକୁ ଧନ୍ୟବାଦ ଜଣାଇଲି। ମୋ ପ୍ରଶ୍ନ ର ଉତ୍ତର ମୋତେ ମିଳିଲା ନାହିଁ । ରିନା : ତୁମ ଉତ୍ତର ପାଇବା ପାଇଁ ବହୁତ୍ ସମୟ ଅଛି । ଆଉ ଯୋଉଦିନ ମୋ ମନରେ ତୁମ ପ୍ରତି ଭଲ ପାଇବା ଆସିବ ସେଦିନ ମୁଁ ତୁମ ପାଖକୁ ଆସିବି କିନ୍ତୁ ଏବେ ନୁହଁ । ରାଜୁ : ହଉ, ତେବେ ଚାଲ ଯିବା ? ଦୁହେଁ ବାହାରିଲେ କଲେଜ୍ ପାଖକୁ। କଲେଜ୍ ରେ ପହଞ୍ଚିଲା ବେଳକୁ କ୍ଲାସ୍ ସରି ଯାଇଥିଲା। ସେଠୁ , ରିନା, ରାଜୁ କୁ ବିଦାୟ ଦେଇ ଗାଁ କୁ ଫେରିବା ପାଇଁ ବାହାରିଲା । ଏତିକିବେଳେ ରାଜୁ ପଚାରିଲା କେବେ ଆସିବ ?? ରିନା : ଭାବୁଛି କାଲି ସନ୍ଧ୍ୟାରେ ଆସିବି। ରାଜୁ : ସନ୍ଧ୍ୟା ନୁହଁ , ସକାଳେ ଆସ, ଆଉ ଠିକ୍ ୧୧ ଟା ବେଳେ ତୁମ ଘରେ ଅଟୋ ରିକ୍ସା ପହଞ୍ଚି ଯିବ। ଗାଡି ଡ୍ରାଇଭର ତୁମ ଜିନିଷ ପତ୍ର ଉଠେଇବା ରେ ସାହାଯ୍ୟ କରିବ । ଆଉ ଯଦି ଲୋକ ଦରକାର ତେବେ କୁହ, ଆଉ ଜଣକୁ ପଠେଇ ଦେବୀ, ନା ମୁଁ ଯିବି । ରିନା : ନା ଗୋଟିଏ ଲୋକ ହେଲେ ମୁଁ ଅଳ୍ପ ସାହାଯ୍ୟ କରି ଦେବୀ ହୋଇଯିବ। ରାଜୁ: ତେବେ ମୁଁ ଆସିଯିବି। ରିନା : ନା ନା, ତୁମେ ଆସିବ ନାହିଁ, ତୁମେ ଏଠି ରୁମ୍ ପାଖରେ ଥିବ ଏଠି ମୋତେ ସାହାଯ୍ୟ କରିବ। ତୁମ ବଦଳରେ ଯଦି ଆଉ କିଏ ଆସନ୍ତି ତେବେ ଭଲ ହେବ । ରାଜୁ : ହଉ ଠିକ୍ ଅଛି , ତୁମ ଇଚ୍ଛା । ଏତିକି କଥା ପରେ ରିନା ଫେରିଗଲା ନିଜ ଗାଁ କୁ ।

ତା ପର ଦିନ ଠିକ୍ ୧୧ ଟା ସମୟରେ ଅଟୋ ରିକ୍ସା ଆସି ପହଞ୍ଚିଲା। ଗୋଟିଏ ଡ଼୍ରାଇଭର ସହ ଆଉ ଗୋଟିଏ ଲୋକ ମଧ୍ୟ ଆସିଥିଲା । ଦୁହେଁ ସାହାଯ୍ୟ କରିଲେ । ଗୋଟିଏ ଟେବୁଲ୍ ଏବଂ ଦୁଇଟି ଚେୟାର ଅନ୍ୟ କିଛି ଜିନିଷ ଏବଂ ଗୋଟିଏ ବକ୍ସ ଧରି ରିନା ପହଞ୍ଚିଲା ସହର ରେ। ଗାଁ ଲୋକେ ଦେଖୁଥାନ୍ତି ସିନା କିଛି କହୁ ନଥିଲେ। ସହର ରେ ରାଜୁ ଅପେକ୍ଷା କରି ଥାଏ। ସବୁ ଜିନିଷ ପତ୍ର ରଖିବା ପରେ ରିନା କୁ ବାହାରକୁ ଡାକି ସ୍କୁଟି ଚାବି ହାତରେ ଦେବା ପରେ ଶ୍ରୀୟା କୁ କହିଲା। ଶ୍ରୀୟା, ଏବେ ତୋ ଦାୟିତ୍ଵ ଆଜି ସନ୍ଧ୍ୟାରେ ଅଳ୍ପ ସ୍କୁଟି ଶିଖେଇ ଦେବୁ ଏବଂ ବାକି କାଲି ଅଳ୍ପ ଶିଖେଇ ଦେବୁ। ଯେତେ ଶୀଘ୍ର ଶିଖିବ ସେତେ ଶୀଘ୍ର ସେ ଫ୍ୟାକ୍ଟ୍ରି କୁ ସ୍କୁଟି ରେ ଯିବା ଆସିବା କରିବ। ଶ୍ରୀୟା ମୁଣ୍ଡ ହଲେଇ କହିଲା ଠିକ୍ ଅଛି ଭାଇ। ଘରେ କିଛି କାମ ଅଛି କହି ରାଜୁ ବାହାରି ଗଲା ରୁମ୍ ରୁ । ସନ୍ଧ୍ୟାରେ ଶ୍ରୀୟା, ରିନା କୁ ସ୍କୁଟି ଶିଖେଇବା ପାଇଁ ବାହାରିଲା। ଗୋଟିଏ ଘଣ୍ଟା ଶିଖିବା ପରେ , ଶ୍ରୀୟା କହିଲା ଦିଦି ତୁମକୁ ତ ସ୍କୁଟି ଆସୁଛି କେବଳ ଟିକେ କଣ୍ଟ୍ରୋଲ ହୋଇଗଲେ କିଛି ଅସୁବିଧା ନାହିଁ । ଠିକ୍ ସେମିତି ତା ପର ଦିନ ସକାଳେ ଘଣ୍ଟାକ ପାଇଁ ସ୍କୁଟି ଶିଖିବା ପରେ କଲେଜ୍ ଯାଇ ଶୀଘ୍ର ଫେରି ଫ୍ୟାକ୍ଟ୍ରି ରେ ପ୍ରଥମ ଦିନ ଥିଲା ସେଥିପାଇଁ ସେ ସାଇକେଲ ନେଇ ବାହାରି ଗଲା ।

ସମୟ ପୂର୍ବରୁ ରିନା ଫ୍ୟାକ୍ଟ୍ରି ରେ ପହଞ୍ଚି ଗଲା ଏଵଂ ସେଠି ରତ୍ନାକର ବାବୁ କହିଲେ, ଝିଅ ତୁମେ ଯାହା କିଛି ପ୍ରଶ୍ନ ଅଛି ମୋତେ ପଚାରି ପାର ମୁଁ ସବୁ ବୁଝେଇ ଦେବି। ରତ୍ନାକର ବାବୁ ବହୁତ୍ ସରଳ ସ୍ୱଭାବର ମଣିଷ ଟିଏ । ସେ ସମସ୍ତଙ୍କୁ ପୁଅ , ଝିଅ କହି ସମ୍ବୋଧନ କରନ୍ତି । ସେ ଫ୍ୟାକ୍ଟ୍ରି ର ସବୁ ଦାୟିତ୍ଵ ବୁଝନ୍ତି କିନ୍ତୁ ତାଙ୍କ ଆଖି ଖରାପ ଯୋଗୁ ସେ କମ୍ପ୍ୟୁଟର କାମ ପାଇଁ ଟିକେ ମନ ଉଦାସ କରୁଥିଲେ । ରିନା କୁ ସବୁ ବୁଝେଇ ଦେଇ କହିଲେ । ଆଜି ଠାରୁ ମୋର ଅଧେ କାମ ତୁମେ କରିବ। ସବୁ ହିସାବ ଦେବୀ ତମେ କମ୍ପ୍ୟୁଟର ରେ ଫିଟ୍ କରିବ ଏବଂ ମାଲିକ କୁ ରିପୋର୍ଟ ଦେବ। ରତ୍ନାକର ବାବୁ ଏବଂ ରିନା କଥା ହେବା ସମୟରେ ବିଶ୍ବଭୂଷଣ ବାବୁ ପହଞ୍ଚିଲେ । ରିନା କୁ କହିଲେ , ତୁମେ ଅଳ୍ପ ଦେଖି ଦିଅ ଏବଂ କାଲି ଠାରୁ ତୁମେ ସ୍କୁଟି ରେ ଆସିବ । ରିନା : ଅଙ୍କଲ ମୋତେ ଅଳ୍ପ ଡର ମାଡ଼ୁଛି ସେଥିପାଇଁ ସାଇକେଲ ରେ ଆସିଲି । ବିଶୁ ବାବୁ : ତେବେ ତୁମର ଯୋଉ ଦିନ ସ୍କୁଟି ହୋଇଯିବ ସେଦିନ ଠାରୁ ତୁମେ ଫ୍ୟାକ୍ଟ୍ରି ଆସିବ । ରିନା କୁ ଠିକ୍ ଲାଗିଲାନି, ଅଙ୍କଲ ଙ୍କ କଥା ଶୁଣି ରିନା ଅଳ୍ପ ଭାବିବାକୁ ଲାଗିଲା ଏବଂ ଶୀଘ୍ର ବାହାରି ଗଲା । ତା ପର ଦିନ କଲେଜ୍ ନ ଯାଇ ସ୍କୁଟି ଶିଖିବାକୁ ଇଛା ରଖିଲା ଏବଂ ୯୦% ପ୍ରତିଶତ ସେ ଶିଖିଗଲା। ଏବଂ ସେଦିନ ସଂଧ୍ୟାରେ ସ୍କୁଟି ରେ ଫ୍ୟାକ୍ଟ୍ରି ଆସିଲା। ସେଠି ପ୍ରଥମେ ରାଜୁ କୁ ଦେଖିଲା। ରିନା ରାଜୁ କୁ ଦେଖି ତମେ ଏଠି ? ରାଜୁ : ହଁ ମୁଁ ମଧ୍ୟ ଏଠି ପାର୍ଟ ଟାଇମ୍ ଜବ କରିବି ତୁମ ସହିତ। କିନ୍ତୁ ମୁଁ ଏହି ଫ୍ୟାକ୍ଟ୍ରି ର ବାହାର ଲେବର ଙ୍କ ଦେଖା ଶୁଣା ପାଇଁ ରହିବି। ରିନା : ତମେ ଚାକିରି କରିବ ବୋଲି ମୋତେ ତ କେବେ କହି ନାହଁ। ରାଜୁ : ଆରେ ମୋତେ ମଧ୍ୟ ଟଙ୍କା ଦରକାର ନା? ଏତିକିବେଳେ ଭଡ଼ା ଘର ଅଙ୍କଲ ମଧ୍ୟ ରିନା ଦେଖିଲା। ସେ ଗୋଟିଏ ଫାଇଲ ଧରି ଅଫିସ ଆଡ଼କୁ ଆସୁଥିଲେ। ରିନା : ଏହି ଅଙ୍କଲ ମଧ୍ୟ ଏଠି ଚାକିରି କରନ୍ତି କି ? ରାଜୁ : ହଁ, ସେଥିପାଇଁ ତୁମ କୁ ଏତେ ଶୀଘ୍ର ଘର ମିଳିବାର କାରଣ ତ ଏହା । ରିନା କିଛି ନ ବୁଝି ମୁଣ୍ଡ ହଲେଇ ବାକୁ ଲାଗିଲା । ରତ୍ନାକର ବାବୁ ଆସି ପହଁଚିଲେ । ଝିଅ ଆଜି ତୁମକୁ ମୁଁ କେମିତି ଡାଟା ଫିଟ୍ କରା ଯିବ ସେ ବିଷୟରେ ବୁଝେଇବୀ। ତାପରେ ସେ ବୁଝାଇବାକୁ ଲାଗିଲା । ତାପରେ ଚାଲିଲା ପାର୍ଟ ଟାଇମ୍ ଜବ୍। ଏମିତି ଚାଲିଲା କିଛି ଦିନ । ସକାଳେ କଲେଜ୍ ଏବଂ ସନ୍ଧ୍ୟାରେ ଫ୍ୟାକ୍ଟ୍ରି । କେବେ ମଧ୍ୟ ରିନା ଜାଣି ନଥାଏ ଯେ ରାଜୁ ହେଉଛି ଏହି ଫ୍ୟାକ୍ଟ୍ରି ର ମାଲିକ ଙ୍କ ପୁଅ ବୋଲି।

ପ୍ରାୟ ଦୁଇ ମାସ ପରେ ଦିନେ ରାଜୁ ଏବଂ ରିନା କଲେଜ୍ ରୁ ଫେରିବା ସମୟରେ ଗୋଟିଏ ଲୋକ ବହୁତ୍ ସ୍ପିଡ ରେ ବାଇକ୍ ଆଣି ରାଜୁ କୁ ଲଗେଇ ନିଜେ ପଡିଗଲା । ରାଜୁ ର ଡାହାଣ ଗୋଡ ର ଆଣ୍ଠୁ ଟି ସମ୍ପୂର୍ଣ୍ଣ ଭାଙ୍ଗିଗଲା ଏବଂ ସେ ଲୋକ ର ମଧ୍ୟ ହାତ ଗୋଡ ଖଣ୍ଡିଆ ହୋଇ ଗଲା । ରାଜୁ ଏବଂ ସେ ଲୋକକୁ ସଙ୍ଗେ ସଙ୍ଗେ ପାଖରେ ଥିବା ଡାକ୍ତର ଖାନା କୁ ନିଆଗଲା । ଏହି ଘଟଣା ଯୋଗୁଁ ସେଦିନ ଫ୍ୟାକ୍ଟ୍ରି ବନ୍ଦ ହୋଇଗଲା । ସମସ୍ତେ ଦୁଃଖୀ ଥିଲେ । ସେଦିନ ରିନା କୁ ଅଳ୍ପ ସନ୍ଦେହ ହେଲା ଯେ ଗୋଟିଏ ଛୋଟିଆ କର୍ମଚାରୀ ପାଇଁ ପୁରା ଫ୍ୟାକ୍ଟ୍ରି ବନ୍ଦ କାହିଁକି କରାଗଲା । ବିଶୁ ବାବୁ ମଧ୍ୟ ବହୁତ୍ ବ୍ୟସ୍ତ ଜଣା ପଡୁଥିଲେ ଏବଂ ସେଦିନ ସଂଧ୍ୟାରେ ସେ ଭଡ଼ା ଘର ଅଙ୍କଲ କୁ ପଚାରିବାକୁ ବାଧ୍ୟ ହେଲା ଯେ ଅଙ୍କଲ ପ୍ରକୃତରେ ଏହି ବିଶୁ ଅଙ୍କଲ ଆଉ ରାଜୁ ର ସମ୍ପର୍କ କଣ ?? ଆଗରୁ ରାଜୁ ମନା କରିଥିବା ସ୍ୱତେ ମଧ୍ୟ ଅଙ୍କଲ କହିଦେଲେ ଯେ ରାଜୁ ହେଉଛି ବିଶୁ ବାବୁ ଙ୍କ ପୁଅ । ରିନା ଚମକି ପଡ଼ିଲା ଏବଂ ତାକୁ ଯେମିତି ବିଜୁଳି ଝଟକା ର ଅନୁଭବ ହେଲା । ରିନା, ରାଜୁ ପାଖକୁ ଆସିଲା, ରାଜୁ ଶୋଇଥାଏ। ମନେ ମନେ ଭାବିଲା, ରାଜୁ ତୁମେ ମାତ୍ର ଲୁଚେଇ ବହୁତ୍ କଷ୍ଟ ଦେଇଛ। ତୁମେ ଗୋଟିଏ ବଡ ପରିବାର ର ପୁଅ ଏବଂ ମୁଁ ଗୋଟିଏ ଛୋଟ ଜାତିର ଝିଅ । ତୁମର ଭଲ ପାଇବା ଦେଖି ମୁଁ ତୁମକୁ ମଧ୍ୟ ଭଲ ପାଇ ବସିଥିଲି କିନ୍ତୁ ଆଜି ଯେମିତି ସବୁ କିଛି ବଦଳି ଯିବ, ସେ ଅନୁଭବ ମୁଁ କରି ପାରୁଛି । ହସ୍ପିଟାଲ ରେ ରାଜୁ ର ବାପା, ମା ସମସ୍ତେ ଥିଲେ । ରିନା କୁ ବିଶୁ ବାବୁ ପଚାରିଲେ , ଝିଅ ତୁମେ ସାଙ୍ଗରେ ଥିଲ ପରା, କଣ ହୋଇଥିଲା, ଯାହା ଘଟଣା ଥିଲା ରିନା ସବୁ ସତ ସତ କହିଲା।

ଏତିକି ଶୁଣି ବିଶୁ ବାବୁ ପୋଲିସ କୁ ଫୋନ୍ କରି କହିଲେ ଯେ ସବୁ ଭୁଲ ସେ ଲୋକ ର ଏବଂ ଇନଭେଷ୍ଟିଗେସନ ଶୀଘ୍ର ଆରମ୍ଭ କରନ୍ତୁ ଏବଂ ଫୋନ୍ ରେ କଥା ହୋଇ ବାହାରକୁ ଚାଲିଗଲେ କିନ୍ତୁ ରାଜୁ ର ମା ରିନା କୁ ଯେମିତି ଖରାପ ଦୃଷ୍ଟି ରେ ଦେଖୁଥିଲେ । ସେ ରିନା ଆଗକୁ ଆସି କହିଲେ , ଆଜି ମୋ ପୁଅ ର ଯାହା ହୋଇଛି , ସେ ସବୁ ତୋ ପାଇଁ ଘଟିଛି । ତୁ ଯଦି ତା ଜୀବନରେ ଆସି ନଥାନ୍ତୁ ତେବେ ଏମିତି ଘଟଣା କେବେ ଘଟି ନଥାନ୍ତା । ଆଉ ତୁ ମୋ କମ୍ପାନୀ ରେ ଚାକିରି କରୁଛୁ ନା। ତୋତେ ମୁଁ ଗଳା ଧକ୍କା ଦେଇ ବାହାର ନ କରିଛି ତେବେ ମୋ ନାମ ମଧୁ ମାଲିକାଣୀ ନୁହଁ । ରିନା, ଆଖିରୁ ଲୁହ ବହି ଯାଉଥାଏ । ଚୁପ୍ ଚାପ୍ ଥାଏ । ଏତିକି କଥା ବାର୍ତା ପରେ ପରେ ବିଶୁ ବାବୁ ଫେରି ଆସିଲେ । ରିନା କାନ୍ଦିବା ଦେଖି , ଅଙ୍କଲ ପଚାରିଲେ , ସେ ଠିକ୍ ହୋଇଯିବ ମା, ତମେ ଚିନ୍ତା କର ନାହିଁ । ତମେ ଏବେ ଘରକୁ ଯାଇ ରେଷ୍ଟ କର । ତୁମେ ଦିନ ୨ଟା ରୁ ଏବେ ପର୍ଯ୍ୟନ୍ତ ଏଠି ଅଛ ଏବେ ରାତି ୭ଟା ହୋଇଗଲାଣି । ବିଶୁ ବାବୁ ଏବଂ ରିନା କଥା ବାର୍ତା ସମୟରେ ରାଜୁ ର ମା ବାହାରକୁ ଚାଲିଗଲେ । ରିନା : ଅଙ୍କଲ, ମୋର ଗୋଟିଏ ଅନୁରୋଧ ରଖିବେ ? ବିଶୁ ବାବୁ : ହଁ କୁହ ? ମୋତେ ରାଜୁ ପାଖରେ ରହିବାକୁ ଦିଅନ୍ତୁ ନା ? ବିଶୁ ବାବୁ : ହେଲେ ଘରେ ତୁମ ଭାଇ ଅଛି ନା? ସେ କେମିତି ଖାଇବା ପିଇବା କରିବ ?? ରିନା : ସେ ନିଜେ କରି ଖାଇ ଦେବ । ମୁଁ ଫୋନ୍ କରି କହିଦେବି। ବିଶୁ ବାବୁ : ଅଳ୍ପ ଚିନ୍ତା କରି ପୁଣି କହିଲେ, ଯେ ନା ଝିଅ ତୁମେ ବହୁତ୍ ସମୟରୁ ଏଠି ଅଛ। ତୁମେ କାଲି ପୁଣି ଆସି ଯିବ । ରାତିରେ ନର୍ସ ରହିବେ । କିଛି ଅସୁବିଧା ହେବ ନାହିଁ । ରିନା : ପ୍ଲିଜ୍ ଅଙ୍କଲ, ମନା କରନ୍ତୁ ନାହିଁ । ବିଶୁ ବାବୁ ରିନା ର ଅନୁରୋଧ ରେ କହିଲେ ଠିକ୍ ଅଛି ତୁମେ ରୁହ, ତୁମ ଭାଇ ର ଖାଇବା ବନ୍ଦୋବସ୍ତ ମୁଁ କରୁଛି । କହି ସେ ଭଡ଼ା ଘର ଅଙ୍କଲ କୁ ଫୋନ୍ କରି ଖାଇବା ପାଇଁ ବନ୍ଦୋବସ୍ତ କରିଲେ ଏବଂ ରାତିରେ ରିନା ରାଜୁ ପାଖରେ ରହିଲା । ଏମିତି ପ୍ରାଯ ୭ ଦିନ ପର୍ଯ୍ୟନ୍ତ ଚାଲିଲା । ସେପଟେ ବିଶୁ ବାବୁ ଙ୍କ ଠାରୁ ରିନା ଅନୁମତି ନେଇଥିଲା ଯେ ରାଜୁ ମେଡିକାଲ ରୁ ଫେରିଲେ ସେ ଫ୍ୟାକ୍ଟ୍ରି ଆସିବ ବୋଲି। ପରେ ରାଜୁ ଅଳ୍ପ ସୁସ୍ଥ ହୋଇ ଘରକୁ ଫେରିଲା ଏବଂ ସେ ସନ୍ଧ୍ୟାରେ ସେ ଫ୍ୟାକ୍ଟ୍ରି ରେ ପହଞ୍ଚିଲା । ଫ୍ୟାକ୍ଟ୍ରି ରେ ପହଞ୍ଚିବା ପରେ ରତ୍ନାକର ବାବୁ କହିଲେ ,ଝିଅ ତୁମେ ଗୋଟିଏ ଦିନ ରେଷ୍ଟ୍ କରି ଥାନ୍ତ । କାଲି ଆସି ଥାନ୍ତ ସେଠି ବିଶୁ ବାବୁ ମଧ୍ୟ ରିନା କୁ କହିଲେ, ଝିଅ ତୁମେ ଘରକୁ ଯାଅ। ଆସନ୍ତା କାଲି ଆସିବ । ରିନା : ନା ଅଙ୍କଲ ଆସି ଗଲିଣି ମାନେ କିଛି କାମ କରି ଶୀଘ୍ର ଚାଲିଯିବି ।

କ୍ରମଶଃ…

ପଞ୍ଚମ ଭାଗ କୁ ପଢନ୍ତୁ

ରିନା…୩

ତୃତୀୟ ଭାଗ

ଦ୍ଵିତୀୟ ପୃଷ୍ଠା କୁ ପଢନ୍ତୁ

ରିନା: ବିଜୁଳି ଖର୍ଚ୍ଚ କେତେ ଆସୁଛି ଅଙ୍କଲ ?? ଅଙ୍କଲ: ତମ ଉପରେ ରହିଲା କଥା, ଅଧିକ ହେଲେ ୫୦୦ ନହେଲେ ୨୦୦-୩୦୦ ଭିତରେ ଆସିବ । ରିନା: ଅଳ୍ପ ଦୁଃଖୀ ହୋଇ କହିଲା, ମାନେ ପ୍ରତି ମାସରେ ୧୦୦୦ ଟଙ୍କା, ହଉ ଅଙ୍କଲ !! ରାଜୁ: ତମେ ଚିନ୍ତା କରନି, ରିନା: ତମ ହଜାର ଟଙ୍କାର ବ୍ୟବସ୍ଥା ମଧ୍ୟ ମୋ ପାଖରେ ଅଛି, ତମେ କେବଳ ହଁ କର । ରିନା: ମୁଣ୍ଡ ହଲେଇ କହିଲା, ଠିକ୍ ଅଛି ଅଙ୍କଲ ଏବଂ ଘର ଠିକ୍ ହୋଇଗଲା। ଅଙ୍କଲ: ତମେ ଯେବେ ଚାହିଁବ ସେଦିନ ଆସି ରହି ପାରିବ । ମାତ୍ର ଜଲ୍ଦୀ ଆସିବ । କାରଣ ମୋ ଝିଅ ର ସ୍କୁଲ ଆରମ୍ଭ ହୋଇଗଲାଣି । ରିନା: ହଁ ଅଙ୍କଲ ଶୀଘ୍ର ଆସିବି । ଏତିକି କଥା ସରିବା ପରେ ସମସ୍ତେ ଘରୁ ବାହାରି ଗଲେ।

ରାଜୁ: ଏବେ ଚାଲ ତୁମର ପାର୍ଟ ଟାଇମ୍ ଜବ୍ ବିଷୟରେ ଦେଖିବା। ରିନା: ସବୁ ଆଜି ହିଁ କରିବା । ରାଜୁ: ହଁ ନହେଲେ ଲେଟ୍ ହୋଇଯିବ । ରିନା: ହଉ ଚାଲ । ତାପରେ ସେମାନେ ପହଞ୍ଚିଲେ ରାଜୁ ର ବାପାଙ୍କ ଫ୍ୟାକ୍ଟ୍ରି ରେ। ସେଠି ସେମାନେ ରାଜୁ ର ବାପାଙ୍କୁ ଦେଖା କରିଲେ । ରିନା, ଜାଣି ନଥାଏ କି ଏଇ କମ୍ପାନୀ ରାଜୁ ର ବାପାଙ୍କ ବୋଲି । ସେ କହୁଥାଏ ଏଠି କଣ କାମ କରିବି ରାଜୁ ?? ରାଜୁ : ତମେ ଚୁପ୍ ରହିବ, ତମକୁ ଯେତିକି ପଚାରିବେ ତମେ ସେତିକି ଉତ୍ତର ଦେବ। ରିନା : କିଏ ପଚାରିବ ?? ରାଜୁ : ଏହି ଫ୍ୟାକ୍ଟ୍ରି ର ମାଲିକ। ରିନା : ହଉ ଠିକ୍ ଅଛି । ଦୁହେଁ ଚାମ୍ବର ଭିତରକୁ ଗଲେ। ସେଠି କୋର୍ଟ ବୁଟ୍ ପିନ୍ଧି ରାଜୁର ବାପା ବସିଥିଲେ । ରାଜୁର ବାପା ଏବଂ ରାଜୁ ଦେଖିବାକୁ ଅଳ୍ପ ଏକା ଭଳି। ରିନା, ହାତ ଯୋଡ଼ି ନମସ୍କାର କରିଲା । ରାଜୁ ଙ୍କ ବାପା ( ବିଶ୍ବଭୂଷଣ ବାବୁ) ସଭିୟେଁ ବିଶୁ ବାବୁ ବୋଲି ଡାକନ୍ତି।
ବିଶୁ ବାବୁ : ରିନା ନାୟକ, ଦଶମ ରେ ଜିଲ୍ଲା ସ୍ତରୀୟ ଟପ୍ପର । ପ୍ରଥମ ବର୍ଷ କଲେଜ୍ ରେ ମଧ୍ୟ ଟପ୍ପର। ରିନା ଚୁପ୍ ଥାଏ । ବିଶୁ ବାବୁ : ରାଜୁ ତୁମକୁ କଣ କିଛି କହିଛି କି ?? କୋଉ ଚାକିରି କରିବ ତମେ ? ରିନା : ନା ସାର୍, ରାଜୁ କିଛି କହି ନାହାନ୍ତି । କେବଳ ଏତିକି କହିଛନ୍ତି, ପଢା ସହିତ ପାର୍ଟ୍ ଟାଇମ୍ ଜବ୍ କରିବ ବୋଲି ।

ବିଶୁ ବାବୁ : ଠିକ୍ ଅଛି ତମର କଲେଜ୍ ୩ ଟା ରେ ସରୁଥିବ ତମେ ଫ୍ୟାକ୍ଟ୍ରି କୁ ୫ ଟାରେ ଆସି ପାରିବ ତ ?? ଏବଂ ୫ଟା ରୁ ୮ ଟା ପର୍ଯ୍ୟନ୍ତ ତୁମର ଚାକିରି । ରିନା : ହଁ ସାର୍, ଆସି ପାରିବି କିନ୍ତୁ ସାଇକେଲ ରେ ଏହି ସ୍ଥାନରୁ କେତେ ସମୟ ଲାଗିବ ମୁଁ ଜାଣିନି ତଥାପି ମୁଁ ଆସିଯିବି। ବିଶୁ ବାବୁ : କମ୍ପାନୀ ତୁମକୁ ସ୍କୁଟି ଦେବ ? ତମେ ସାଇକେଲ ରେ ଆସିବା ଦରକାର ପଡ଼ିବ ନାହିଁ। ରିନା : ମୋତେ ସ୍କୁଟି ଆସେନି ସାର୍ । ବିଶୁ ବାବୁ : ଠିକ୍ ଅଛି ତୁମେ ୨ -୩ ଦିନ ସମୟ ନିଅ ଏବଂ ଶିଖି ଯାଅ । ରିନା : ମୁଣ୍ଡ ହଲେଇ ହଁ କରିଲା । ବିଶୁ ବାବୁ : ଏବେ ତୁମେ ଯାଇ ପାର। ରିନା ଆଶ୍ଚର୍ଯ୍ୟ ର ସହିତ ଚାହିଁ ରହିଥାଏ ଏବଂ ଦୁହେଁ ଚୁପ୍ ଚାପ୍ ବାହାରକୁ ବାହାରି ଗଲେ । ରିନା : ସାର୍, ତ ଟଙ୍କା ବିଷୟରେ କିଛି କହିଲେ ନାହିଁ ? ରାଜୁ : ତମେ ପଚାରିବା କଥା ନା ? ରିନା : ମୁଁ ପଚାରିବା ଠିକ୍ ନୁହଁ ? ସେଥିପାଇଁ ପଚାରିଲି ନାହିଁ ।

ରାଜୁ : ତମକୁ କେତେ ଟଙ୍କା ଦରକାର ? ରିନା : କେମିତି କହିବି ? ମୁଁ ଜାଣିନି । ରାଜୁ : ତଥାପି କେତେ ଟଙ୍କା ହେଲେ ତୁମକୁ ଠିକ୍ ଲାଗିବ ? ରିନା : ୧୦୦୦-୨୦୦୦ ହେଲେ ମୋ ଘର ଚଳି ଯାଆନ୍ତା। ରାଜୁ : କେବଳ ୧୦୦୦-୨୦୦୦ ହେଲେ ଚଳି ଯିବ ?? ତମେ ଜାଣିଛ ବଜାର ରେ ଆଳୁ କିଲୋ ୫୦ ଟଙ୍କା ଆଉ ତମେ କହୁଚ ୧୦୦୦ ଟଙ୍କା ହେଲେ ହୋଇଯିବ ?? ରିନା : ଆଉ କେତେ ? ରାଜୁ : ମିନୀମମ୍ ୩୦୦୦-୪୦୦୦ ହେବା ଦରକାର ତାହା ପୁଣି ତମକୁ ସ୍କୁଟି ଦେବେ ସେଥିରେ ତ ପେଟ୍ରୋଲ ପକେଇବ । ରିନା : ଏତେ ଟଙ୍କା ପୁଣି ପାର୍ଟ୍ ଟାଇମ୍ ଚାକିରି ପାଇଁ ମୋତେ କିଏ ଦେବ । ରାଜୁ : ଚାଲ ମୁଁ କଥା ହେବି ?? ରିନା : ନା ନା ମୋତେ ଡର ଲାଗୁଛି । ସେ ବହୁତ୍ ଅନୁଶାସନ ଲୋକ ଭଳି ଲାଗୁଛନ୍ତି। ରାଜୁ : ( ହସି ହସି) । ଏତିକି ବେଳେ ଭିତରୁ କଲିଙ୍ଗ ବେଲ୍ ବାଜି ଉଠିଲା । ଚାମ୍ବର ବାହାରୁ ଜଣେ ଲୋକ ଭିତରକୁ ଗଲା ଏବଂ ସଙ୍ଗେ ସଙ୍ଗେ ଫେରି ଆସି କହିଲା, ତମ ଦୁହିଁଙ୍କୁ ସାର୍ ପୁଣି ଥରେ ଡାକୁଛନ୍ତି ?

ରିନା ଏବଂ ରାଜୁ ଭିତରକୁ ଗଲେ । ରିନା : ସାର୍, ଆପଣ ଆମକୁ ଡାକିଲେ ?? ବିଶୁ ବାବୁ : ହଁ ତମକୁ ତ ଟଙ୍କା ବିଷୟରେ କହିଲି ନାହିଁ, ସେଥିପାଇଁ ପୁଣି ଥରେ ଡାକିଲି । ରିନା ମୁଖରେ ଅଳ୍ପ ଖୁସି ଝଲକି ଉଠିଲା । ବିଶୁବାବୁ : ରିନା ତମେ ସହରରେ କେବେ ରହିବାକୁ ଆସିବ ? ରିନା ରାଜୁ କୁ ଥରେ ଚାହିଁ ପୁଣି କହିଲା ସାର୍ ଦୁଇ ତିନି ଦିନ ଭିତରେ ଆସିଯିବି। ବିଶୁ ବାବୁ : ନା ନା, ତମେ ଆଜି ରାତିକ ସମୟ ନିଅ। କାଲି ସକାଳେ ତମେ ଆସି ଯାଅ ଏବଂ କାଲି ତୁମେ ରୁମ୍ ସେଟ୍ କର । ତା ପର ଦିନ ସନ୍ଧ୍ୟାରେ ତମେ କମ୍ପାନୀ ରେ କାମ ଆରମ୍ଭ କରିବ କିଛି ଅସୁବିଧା ହେଲେ ରାଜୁ ତୁମକୁ ସାହାଯ୍ୟ କରିବ ଯେମିତି କିଛି ଘରୋଇ ସାମଗ୍ରୀ ନେବା ଆଣିବା ଇତ୍ୟାଦି । ତୁମ ସ୍କୁଟି ତମକୁ କାଲି ତୁମ ରୁମ୍ ପାଖରେ ମିଳିଯିବ।

ସେଠି ତୁମ ଘର ମାଲିକ ଝିଅ ଶ୍ରୀୟା କୁ କହିବ ସେ ତୁମକୁ ଖାଲି ସମୟ ଦେଖି ସ୍କୁଟି ଶିଖାଇ ଦେବ ! ରିନା ମୁଣ୍ଡ ହଲେଇ ଭାବୁଥାଏ । ସାର୍ ଙ୍କୁ ଏତେ ସବୁ କଥା କିଏ କହିଛି ଏବଂ କେମିତି ଜାଣନ୍ତି ?? ବିଶୁ ବାବୁ : ତମକୁ ମୁଁ ୩୫୦୦ ଟଙ୍କା ଦେବୀ ଏବଂ ପେଟ୍ରୋଲ ଖର୍ଚ୍ଚ ଯେତିକି ହେବ ସେତିକି ବିଲ୍ ମୋତେ ଆଣି ଦେବ ମୁଁ ସେ ଟଙ୍କା ମଧ୍ୟ କମ୍ପାନୀ ଦେଇ ଦେବ । ରିନା ମନେ ମନେ ବହୁତ୍ ଖୁସି ଅନୁଭବ କରୁଥାଏ। ବିଶୁ ବାବୁ : କଣ, ଏତିକି ଟଙ୍କା ଚଳିବ ନା ଆଉ ଅଧିକ ଦରକାର ?? ହଁ ଯଦି ତୁମେ ଭଲ କାମ କରି ଦେଖେଇଲ ତେବେ ୬ ମାସ ପରେ ତୁମର ଇନକ୍ରୀମେଣ୍ଟ କରା ଯିବ। ରିନା ଖୁସିରେ ପାଗଳ ସେ ମନେ ମନେ ରାଜୁ ଏବଂ ବିଶୁ ବାବୁ ଙ୍କୁ ଧନ୍ୟବାଦ ଜଣାଉ ଥାଏ। ବିଶୁ ବାବୁ : କଣ ଏତିକି ଚଳିବ ନା ଆଉ ଅଧିକ ଦରକାର ? ରିନା : ନାହିଁ ସାର୍, ଏତିକି ଠିକ୍ ଅଛି।

ବିଶୁ ବାବୁ : ମୁଖ୍ୟ କଥା, ତୁମର କାମ କଣ !! ସେ କଥା କହିବା ଭୁଲି ଯାଇଛି ?? ତୁମେ ମୋର ଆସିଷ୍ଟାଣ୍ଟ ରହିବ । ଏହି ଫ୍ୟାକ୍ଟ୍ରି ର ସବୁ ହିସାବ ତମେ ବୁଝିବ । ତମେ ସନ୍ଧ୍ୟାବେଳେ ଆସିଲେ ତୁମକୁ ଦୀନରେ ହୋଇଥିବା ସବୁ କାମ ର ହିସାବ କିତାବ ରତ୍ନାକର ବାବୁ ତୁମକୁ କହିବେ । ତୁମେ ସବୁ ହିସାବ ଏହି କମ୍ପ୍ୟୁଟର ରେ ଯୋଡ଼ି ହିସାବ ସାଇତା ରଖିବ ଏବଂ ପ୍ରତିଦିନ ର ଷ୍ଟକ୍ କୁ ହିସାବ କରି ମୋତେ ସଂଧ୍ୟାରେ ଜଣେଇବ। (ରିନା ପୁଣି ଚିନ୍ତାରେ ପଡ଼ିଲା !! କମ୍ପ୍ୟୁଟର ତ ମୋତେ ଆସେନି) ବିଶୁ ବାବୁ : ତୁମକୁ କମ୍ପ୍ୟୁଟର ଆସେନି, ମୁଁ ଜାଣେ ହେଲେ ତମକୁ ରତ୍ନାକର ବାବୁ ସବୁ ଶିଖେଇ ଦେବେ। ରିନା : ହଁ ସାର୍ ତେବେ ଠିକ୍ ଅଛି !! ବିଶୁ ବାବୁ: ଆଉ ସବୁଠୁ ବଡ କଥା ? ତମେ ମୋତେ ସାର୍ ବୋଲି ଡାକିବ ନାହିଁ, ମୋତେ ଅଙ୍କଲ ବୋଲି ଡାକିବ । କାରଣ ରାଜୁ କହିଛି ଯେ ତୁମର କେହି ଅଙ୍କଲ ନାହାନ୍ତି । ରିନା : ଠିକ୍ ଅଛି ସାର୍। ବିଶୁ ବାବୁ : ପୁଣି ସାର୍ । ରିନା : ଓକେ, ଠିକ୍ ଅଛି ଅଙ୍କଲ। ତାପରେ ସମସ୍ତେ ଅଳ୍ପ ହସିଲେ। ବିଶୁ ବାବୁ : ଠିକ୍ ଅଛି ଏବେ ତୁମେ କଲେଜ୍ ଯାଅ ।

ଦୁହେଁ ବାହାରି ଗଲେ। ରିନା : ତମେ ମୋ ବିଷୟରେ ଅଙ୍କଲ କୁ ସବୁ କଥା କହିଛ କି ? ରାଜୁ : ହଁ, ନହେଲେ କଣ ଏତେ ଶୀଘ୍ର କଣ ଚାକିରି ମିଳି ଯାଆନ୍ତା କି ? ରୀନା : ଆଛା ସେ ଭଡ଼ା ଘର ବାଲା ଅଙ୍କଲ କହିଲେ କି ତମକୁ ସେ ପୁଅ କରିଛନ୍ତି, ମାନେ ମୁଁ କିଛି ବୁଝି ପାରିଲିନି। ରାଜୁ : ସେକଥା ପରେ କଥା ହେବା, ଏବେ ଚାଲ ଯିବା। ଦୁହେଁ କଥା ହୋଇ ବାଇକ୍ ରେ ବାହାରିଲେ କଲେଜ୍ ପୂର୍ବରୁ ପଡୁ ଥିବା ଗୋଟିଏ ଆମ୍ବ ଗଛ ପାଖରେ ପହଞ୍ଚିଲେ । କାରଣ ଝିପି ଝିପି ବର୍ଷା ଆରମ୍ଭ ହୋଇ ଯାଇଥିଲା । ରାଜୁ ଅପେକ୍ଷା ରିନା ର ମୁଣ୍ଡ ଏବଂ ଡ୍ରେସ୍ ଅଳ୍ପ ଓଦା ହୋଇ ଯାଇଥିଲା। ରିନା : ଶୀଘ୍ର ରଖ ମୁଁ ଓଦା ହୋଇ ଗଲିଣୀ ସେପଟେ କଲେଜ୍ ରେ ୩ ପିରିୟଡ଼ ଚାଲି ଗଲାଣି । ଏବେ ଆଉ ଦୁଇଟି ପିରିଆଡ୍ ଅଛି । ରାଜୁ : ଆରେ, ସବୁବେଳେ ଖାଲି ପାଠ ପାଠ, ପ୍ରଥମେ ଏ ବର୍ଷା ବନ୍ଦ ହେଉ ତାପରେ ଚିନ୍ତା କରିବା । ଆଉ ବେଳେବେଳେ ଏ ମଜୁନୁ ପାଇଁ ମଧ୍ୟ ସମୟ ବାହାର କର । ରିନା : ତମେ ମୋ ମଜୁନୁ ନୁହଁ, “ୟୁ ଆର୍ ଦ ବେଷ୍ଟ୍ ଫ୍ରେଣ୍ଡ୍ ଅଫ ମାଇଁ ଲାଇଫ୍ “। ରାଜୁ : ଖାଲି ବେଷ୍ଟ ଫ୍ରେଣ୍ଡ୍ ନା ଆଉ କିଛି ?? (ଅଳ୍ପ ଦୁଃଖରେ) ରିନା ରାଜୁ ର ଚୁଟି କୁ ଧରି କହିଲା, ଆଜିକାଲି ବେଶୀ ହେଲଣି ତମେ !! ରାଜୁ : ଓଃ ମୋତେ କଷ୍ଟ ହେଉଛି, ଛାଡ ମୋ ଚୁଟି କୁ !! ରିନା : ଏବେ ବର୍ଷା ବନ୍ଦ ହେବାକୁ ଲାଗି ଲାଣି ଏବେ ଚାଲ କଲେଜ୍ ଯିବା। ରାଜୁ : ମୋର ଗୋଟିଏ ପ୍ରଶ୍ନର ଉତ୍ତର ଦେବ ପ୍ଲିଜ୍ ? ରିନା : ଫାଲତୁ ପ୍ରଶ୍ନ ର ମୁଁ ଉତ୍ତର ଦେବୀ ନାହିଁ । ରାଜୁ : ତୁମ ପାଇଁ ବୋଧେ ଫାଲତୁ ହୋଇ ପାରେ କିନ୍ତୁ ମୋ ପାଇଁ ଏହା ବହୁତ୍ ମୂଲ୍ୟବାନ ପ୍ରଶ୍ନ ଟିଏ। ତମେ ସତରେ ମୋତେ ଏବଂ ମୋ ଭଲ ପାଇବା କୁ ଅନୁଭବ କରି ପାରିନ ? ରିନା : ନା, ମୋତେ ତମେ ସବୁବେଳେ ଗୋଟିଏ ଭଲ ସାଙ୍ଗ ଭଳି ଦେଖାଯାଉଛ। ରାଜୁ : ସତ କୁହ ! ରିନା : ହଁ ସତ କହୁଚି । କିନ୍ତୁ ଆଜି ତୁମେ ମୋ ଭଲ ପାଇବାକୁ ବୁଝି ପାରୁନ ଆଉ ଯେବେ ବୁଝିବ ସେତେବେଳ କୁ ମୁଁ ଥିବି କି ନଥିବି ଜାଣିନି । ରିନା : ଚୁପ୍ କର କହି ରାଜୁ ର ପାଟି କୁ ଚୁପ୍ କରିବାକୁ କହିଲା ଏବଂ ଦୁହେଁ କିଛି ମୁହୁର୍ତ୍ତ ପାଇଁ ବହୁତ ନିକଟ ତର ହୋଇଗଲେ କିନ୍ତୁ ସଙ୍ଗେ ସଙ୍ଗେ ରିନା ରାଜୁ ଠାରୁ ଦୂରେଇ ଯାଇ ଠିଆ ହେଲା।

କ୍ରମଶଃ….

ଚତୁର୍ଥ ପୃଷ୍ଠା କୁ ପଢନ୍ତୁ

ଉଚ୍ଚ ନୀଚ୍ଚ




ଦୁଃଖ ଲାଗେ ମୋତେ ଦେଖିଲେ ନୟନେ
ଛୁଆଁ ଅଛୁଆଁ ର ନୀତି,
ଉଚ୍ଚ ଆଉ ନୀଚ୍ଚ ଭାବନାରେ ଆମ
କଟୁ ଅଛି ଦିନ ରାତି…

ନୀଚ୍ଚ କୂଳେ ଜନ୍ମ ପାଇଥାନ୍ତି ଯିଏ
ମଣିଷ କି ସେହି ନୁହେଁ,
ହରିଜନ ବୋଲି ନାମ ସେ ବୋଲାଏ
ହରୀଙ୍କର ଭକ୍ତ ସିଏ…

ତଥାପି ମଣିଷ ଅମଣିଷ ସମ
କରେ କେତେ ହତାଦର,
ଛୁଇଁ ଦେଲେ କାଳେ ସୁଦ୍ଧ ନଷ୍ଟ ହେବ
ମନେ ଥାଏ ୟାଙ୍କ ଡର…

ଦେଖିଅଛି କେତେ ଗ୍ରାମେ ସେମାନଙ୍କୁ
ମନ୍ଦିର କୁ ଯିବା ମନା,
ଉଚ୍ଚ ଜାତିର ଏ କଠୋର ନିୟମ
ଭାବନ୍ତି ନିଜକୁ ସୁନା…

ଭୋଜି କାର୍ଯ୍ୟ ହେଲେ ଅଲଗା ବସାନ୍ତି
ନ ମିଶାନ୍ତି କାହା ସାଥେ,
ହାତେ ଛାଡ଼ି ତାଙ୍କୁ ଖାଦ୍ୟ ପରସନ୍ତି
ଉଚ୍ଚ ଜାତି ଲୋକ ଯେତେ…

ନୀଚ୍ଚ କୂଳେ ଜନ୍ମ ପାଏ ଯେଉଁ ନର
ତାହାର ତ କେଉଁ ଦୋଷ,
ରକ୍ତ ମାଂସେ ଗଢା ଶରୀର ଟି ତାର
ତୁମ ପରି ସେ ମଣିଷ…

ନରେନ୍ଦ୍ର କୁମାର ସ୍ୱାଇଁ ଙ୍କ ଦ୍ଵାରା ଲିଖିତ…

Favourite foods.

What are your favorite types of foods?

If I had to give my opinion I would say that my most favorite food is rice, dal, and fried potatoes and if rice is not available then roti will do. And if there is one more dish I can find in place of roti or rice, it is fried potatoes with plain water mixed rice. Oh what a taste. The feeling of peace in the stomach after eating is truly different.

ଯଦି ମୋର ମତ ଜଣେଇବି ତେବେ ମୁଁ କହିବି ମୋର ସବୁଠୁ ଅଧିକ ପ୍ରିୟ ଖାଦ୍ୟ ହେଉଛି ଭାତ, ଡାଲି, ଏବଂ ଆଳୁ ଭଜା ଏବଂ ଯଦି ଭାତ ନଥାଏ ତେବେ ସେହି ସ୍ଥାନରେ ରୋଟି ହେଲେ ମଧ୍ୟ ଚଳିବ। ଏବଂ ଯଦି ରୋଟି କିମ୍ବା ଭାତ ସ୍ଥାନରେ ଆଉ ଗୋଟିଏ ଖାଦ୍ୟ ମୋତେ ମିଳେ ତାହା ହେଉଛି ପଖାଳ ଭାତ ସହିତ ଆଳୁ ଭଜା । ଆହା କି ସ୍ଵାଦ । ସତରେ ଖାଇବା ପରେ ପେଟ ଶାନ୍ତି ର ଅନୁଭବ ସତରେ ସବୁଠୁ ଅଲଗା ।

ରିନା…02

ପ୍ରଥମ ଭାଗ ପଢନ୍ତୁ

ରିନା କହିଲା ମୁଁ ଘରୁ ଯିବା ଆସିବା କରି ସେ ପାର୍ଟ ଟାଇମ୍ ଚାକିରି କରିଲେ ହେବ ନାହିଁ କି ?? ରାଜୁ, ବୋଧ ହୁଏ ଅସମ୍ଭବ ହେବ। କାରଣ ତୁମେ କେବଳ ସଂଧ୍ୟା ୪ ଟା ରୁ ରାତି ୮ ଟା ପର୍ଯ୍ୟନ୍ତ ଚାକିରି କରିବ ବାକି ସକାଳେ ତମେ କଲେଜ୍ ଆସିବ ଏବଂ ରାତି ୮ଟା ପରେ ତମ ଗାଁ ଯିବା ପାଇଁ ଅସୁବିଧା ହେବ ? ଏଠାରୁ ତ ହାରାହାରି ୬-୭ କିମି ହେବ । ରୀନା ମଧ୍ୟ ଅଳ୍ପ ଭାବି କହିଲା ମୁଁ ପ୍ରଥମେ ଘରକୁ ଯାଏ ତାପରେ ତମକୁ ଫୋନ୍ କରି ଜଣେଇବି ।

ଦିନ ସାରା କଲେଜ୍ ରେ ରିନା ରାଜୁ କହିଥିବା କଥା ବିଷୟରେ ଭାବୁଥାଏ। ସନ୍ଧ୍ୟାବେଳେ , ଘରକୁ ଗଲା କୁନା କୁ ସବୁ କଥା ଜଣାଇଲା । କୁନା ଖୁସିରେ କହି ଉଠିଲା ବହୁତ୍ ଭଲ କଥା ଆମେ ସହର ରେ ରହିବା, ଏବଂ ସେଠି ତୁ ଚାକିରି କରିବୁ । ସକାଳେ ତୁ ଖାଇବା ବନେଇ ଦେବୁ ଏବଂ ସନ୍ଧ୍ୟାରେ ମୁଁ ବନେଇ ଦେବୀ ? ରିନା, କହିଲା, ଗାଁ ଛାଡି କରି ଗଲେ। ଗାଁ ର ଏହି ଦୁଇ ବଖରା ଘର କୁ ଛାଡ଼ିବାକୁ ମୋର ଇଚ୍ଛା ନାହିଁ ରେ। ପୁଣି ସହର ର ବାତାବରଣ କେମିତି ଥିବ ସେଠି ଚାକିରି କେମିତି କା ମିଳିବ । ତାହା ମଧ୍ୟ ଦେଖିବାକୁ ହେବ। ସେଥିପାଇଁ ଏବେ ଠାରୁ ସ୍ବପ୍ନ ଦେଖିବା ଭୁଲ। କୁନା: ରାଜୁ ଭାଇ ବହୁତ୍ ଭଲ , ତୁ ତାଙ୍କ ଉପରେ ବିଶ୍ୱାସ କରିବା କଥା ଏବଂ ମୋତେ ଯାହା ଲାଗୁଛି ସେ ତୋତେ ପସନ୍ଦ ମଧ୍ୟ କରନ୍ତି। ରିନା : ଚୁପ୍ କର । ସେମିତି କିଛି ନାହିଁ । କୁନା: ଆରେ ରାଗୁଛୁ କାହିଁକି ଯେ, ଆମେ ତ ଆଗରୁ ସାଙ୍ଗ ଥିଲେ । ଯଦି ଆମେ ସୁଖ ଦୁଃଖ ବାଣ୍ଟିବା ନାହିଁ ତ ଆଉ କାହାକୁ କହିବା । ରିନା: ମୁଁ କିଛି ଭାବି ପାରୁନି କଣ କରିବି ? କୁନା: ଯାହା କରିବୁ , ଆମ ଦୁଇ ଜଣଙ୍କ ଭଲ ପାଇଁ ଚିନ୍ତା କରିବୁ। ଚାଲ ଏବେ ଖାଇବା। ଦୁହେଁ ଖାଇଲା ପରେ , ରାତି ସାରା ରିନା ସେଇ କଥା ହିଁ ଭାବୁଥାଏ । ସକାଳେ କଲେଜ୍ ଗଲା, ସେଠି ରାଜୁ ପଚାରିଲା କଣ ନିଷ୍ପତି ନେଲ ?
ରିନା: ସହର ରେ ରହି ପଢିବାକୁ ନିଷ୍ପତି ନେଲି ସିନା ଘର ଛାଡ଼ି ଆସିବାକୁ ମୋର ଜମାରୁ ଇଚ୍ଛା ନାହିଁ । ରାଜୁ: ପୁଣି ସେଇ କଥା ?? ଆରେ ବେଳେବେଳେ ଯାଇ ବୁଲି ଆସିବ । ରିନା: ଠିକ୍ ଅଛି । ରାଜୁ: ଥେଙ୍କ୍ ୟୁ ମାଇଁ ଡାର୍ଲିଂ କହି ରିନା କୁ କୁଣ୍ଢେଇବାକୁ ଆସୁଥିଲା । ରିନା ତାକୁ ଅଟକେଇ କହିଲା । ନା, ମୁଁ ତୁମକୁ ହଗ୍ କରିବାକୁ ଚାନ୍ସ ଦେବୀ ନାହିଁ। ରାଜୁ ପୁଣି ଦୁଃଖୀ ହେବାର ନାଟକ କରିଲା, ଏବେ ରିନା ରାଜୁ ର ଗାଲକୁ ଅଳ୍ପ ଚିମୁଟି ଟିକେ ଆଉଁସି ଦେଲା। ରାଜୁ: ଖାଲି ଏତିକି । ରିନା: ହଁ କେବଳ ଏତିକି । ତେବେ ଘର ଦେଖିବାକୁ କେତେବେଳେ ଯିବା ? ରିନା: କ୍ଲାସ୍ ସରିବା ପରେ ଯିବା। ରାଜୁ, ନା ନା, ସେ ଘର ମାଲିକ ୧୨ ଟା ରେ ଆଉ କୁଆଡେ ଯିବ ବୋଲି କହୁଥିଲେ। ଚାଲ ଏବେ ବୁଲି ଆସିବା । ରିନା ଅଳ୍ପ ମୁହଁ ଶୁଖେଇ କହିଲା ହଉ ଠିକ୍ ଅଛି । ତାପରେ ଦୁହେଁ ରାଜୁ ର ବାଇକ୍ ରେ ବସି ଘର ଦେଖିବାକୁ ବାହାରିଲେ । ଘର ମାଲିକ: ରାଜୁ ସହିତ ରିନା କୁ ଦେଖି କହିଲା ତମର ଯୋଡ଼ି ପୁରା ମେଚିଙ୍ଗ ହେଉଛି ତମେ ବାହା ହେଇ ଯାଉନ କାହିଁକି ?? ଘର ମାଲିକ କଥା ଶୁଣି ରିନା କିଛି କହୁ ନଥାଏ । ରାଜୁ କହିଲା, ଅଙ୍କଲ ସେହି କଥା କୁ ମୁଁ ରିନା କୁ କେତେ ଥର କହିଛି କିନ୍ତୁ ସେ ମନା କରୁଛି ପରା । ମାଲିକ: ଆରେ ମୁଁ ଅଳ୍ପ ମଜାଳିଆ ଲୋକ, ଖରାପ ଭାବିବ ନାହିଁ ଝିଅ । ଏଥର ରିନା ମୁହଁରେ ଅଳ୍ପ ହସ ଭରି ଆସିଲା । ରାଜୁ: କଣ ଅଙ୍କଲ ଭଲ କଥା ଟିଏ କହୁଥିଲ ପୁଣି ଟପିକ ଚେଞ୍ଜ କରିଦେଲ । ଅଙ୍କଲ: ନା ରେ ବାବୁ ସେଇଟା ତମ ଲାଇଫ !! ତୁମେ ସ୍ଥିର କରିବ । ଆମେ ଭଡ଼ା ଦେବା ଲୋକ । ଆମକୁ ଭଲ ଭଡ଼ା ଟିଆ ମିଳିଲେ ଆମ ବେପାର ଚାଲିଲେ ଆମେ ଖୁସି ।
ତାପରେ ରାଜୁ ପଚାରିଲା, ଅଙ୍କଲ ଘର ଦେଖାଇବ ପ୍ଲିଜ୍ ?? ଆରେ ଚାଲ ଚାଲ !! ଘର ଦେଖି ରିନା ବହୁତ୍ ପସନ୍ଦ କରିଲା ମାତ୍ର ଦୁଃଖୀ ମଧ୍ୟ ହେଲା ଯେ ଘର ଭଡ଼ା ଅଧିକ ଥିବ ବୋଲି । ସେ ରାଜୁ କୁ ଟାଣି ଆଣି କୋଣ ରେ ପଚାରିଲା। ନା ନା ଚାଲ ଆଉ କୋଉଠି ଘର ଦେଖିବା ଯେଉଁଠି ଗୋଟିଏ କିମ୍ବା ଦୁଇଟି ରୁମ୍ ଥିବ। ରାଜୁ: ଏଠି କଣ ଅସୁବିଧା । ରିନା: ଟିକେ ହାତ ଠାର ରେ ପଇସା ଅଧିକ ବୋଲି କହିଲା। ରାଜୁ ହସିବାକୁ ଲାଗିଲା । ରାଜୁ: ତମେ ପ୍ରଥମେ ଅଙ୍କଲ କୁ ପଚାର ? କେତେ ଟଙ୍କା ତାପରେ ସ୍ଥିର କରିବ । ରିନା: ନା ନା, ମୁଁ ଜାଣିଛି ଅଧିକ ଟଙ୍କା ଥିବ। ଗୋଟିଏ ବଡ ହଲ୍, ଦୁଇଟି ବେଡ୍ ରୁମ୍, ଆଉ ସବୁ ଘର ମାର୍ବଲ ସେଥିରେ ପୁଣି ନୂଆ ଘର !! ରାଜୁ ଅଙ୍କଲ କୁ ଡାକିଲା। ଅଙ୍କଲ: କଣ ସ୍ଥିର କରିଲ ?? ରାଜୁ: ତମେ ଘର ଭଡ଼ା କଥା କୁହ ? ଅଙ୍କଲ: ଝିଅ , ରାଜୁ ତୁମ ବିଷୟରେ ସବୁ କଥା କହିଛି, ତମେ ଯେତେ ଦିନ ପାରୁଚ ସେତେ ଦିନ ରହିବ । ମାତ୍ର ମୋର କିଛି ସର୍ତ୍ତ ଶୁଣି ନିଅ ତାପରେ ମୁଁ ଘର ଭଡ଼ା କଥା କହିବି । ତମେ ରାତି ୧୧ ଟା ପରେ ଘରୁ ବାହାରିବ ନାହିଁ । ତମେ ଭାଇ ଭଉଣୀ ସହିତ ଦିନ ବେଳେ ତୁମ ସାଙ୍ଗ ମାନେ ଆସି ପାରିବେ। ମାତ୍ର ଝିଅ ସାଙ୍ଗ ଚଳିବ ଏବଂ ପୁଅ ସାଙ୍ଗ କେବଳ ରାଜୁ ହିଁ ଆସି ପାରିବ । ରିନା, ରାଜୁ କାହିଁକି ଆସିବ ?? ଅଙ୍କଲ, କାରଣ ରାଜୁ କୁ ମୁଁ ପୁଅ କରିଛି ସେ ଆସି ପାରିବ । ଆଉ ତମେ ଯଦି ମନା କରିବ ତେବେ ତାକୁ ମଧ୍ୟ ଆସିବାକୁ ମନା କରିଦେବି। ରିନା,(ଅଳ୍ପ ହସି) ହଁ ଠିକ୍ କଥା, ସେ ଆସିଲେ ମୋ ମୁଣ୍ଡ ଖାଇବ । ରାଜୁ: କଣ ମୁଁ ତୁମ ମୁଣ୍ଡ ଖାଉଛି ? ରିନା: ଆଉ କଣ ?? ସବୁବେଳେ ବଲ ବଲ , କେତେବେଳେ ଶାନ୍ତି ନାହିଁ । ରାଜୁ: ମୁହଁ ବୁଲେଇ ଅଙ୍କଲ କୁ କହିଲା , ଅଙ୍କଲ ତମେ କଥା ହୁଅ ମୁଁ ବାହାରେ ଅପେକ୍ଷା କରିଛି । ରାଜୁ ଗଲା ବେଳେ ରିନା ପଛ ପଟୁ ହାତ କୁ ଧରି କହିଲା, ଆଛା ତମେ ମଜା କରିବ, ମୁଁ କିଛି କୁହେନି ଆଉ ମୁଁ ମଜା କରିଲେ ତମର ରାଗ । ଏଇଟା କଣ ଠିକ୍ କଥା ?? ରାଜୁ: ରୁହ ରୁହ, ତମେ ଆଜିକାଲି ବେଶୀ ଚାଲାକ୍ ହେଲଣି !! ଅଙ୍କଲ: ଆରେ ତମ ମାନଙ୍କ ଝଗଡ଼ା ସରିଲେ ମୋତେ କହିବ ମୁଁ ବାକି କଥା କହିବି। ରିନା: ନା ନା ଅଙ୍କଲ ଆପଣ କୁହନ୍ତୁ ?? ଅଙ୍କଲ: ଆଉ ଗୋଟିଏ ସର୍ତ୍ତ ହେଲା, ତମେ ମୋ ଦୁଇଟି ଝିଅ ଏବଂ ମୋର ଭଉଣୀ ର ଝିଅ କୁ ବେଳେବେଳେ ପଢ଼େ଼ଇ ଦେବ। କିନ୍ତୁ ତାଙ୍କର ପଢା ଖର୍ଚ୍ଚ ବଦଳରେ ତମକୁ ଘର ଭଡ଼ା ରୁ ମୁଁ କାଟି ଦେବି ଏବଂ ତମେ ଯେତେ ବିଜୁଳି ଖର୍ଚ୍ଚ କରିବ ସେତିକି ଦେବ ଏବଂ ମାସିକ ୫୦୦ ଟଙ୍କା ଘର ଭଡ଼ା ଦେବ ।

କ୍ରମଶଃ….

ତୃତୀୟ ପୃଷ୍ଠା ଟି ପଢନ୍ତୁ

ରିନା…01

ଏହି କାହାଣୀ ର ପୂର୍ବ ଖଣ୍ଡ କୁ ଯଦି ପଢ଼ି ନାହାନ୍ତି ତେବେ ପ୍ରଥମେ ସେ ପୃଷ୍ଠା କୁ ପଢନ୍ତୁ ତଳେ ଲିଙ୍କ୍ ଦିଆ ଯାଇଛି 👇👇👇👇

ଦ୍ୱିତୀୟ ପୃଷ୍ଠା କୁ ପଢନ୍ତୁ

ଦ୍ୱିତୀୟ ବର୍ଷ ଆରମ୍ଭ ଏବଂ ରିନା ର ଜିବନରେ ନୂଆ ମୋଡ ଦେଖିବାକୁ ମିଳିଲା । କଥାରେ ଅଛି “ଯାହା ହେବାକୁ ଥିବ ତାହା ଆଜି ନହେଲେ କାଲି ତ ନିଶ୍ଚୟ ହେବ”  ଦେଖୁ ଦେଖୁ 2 ମାସ ଭଲରେ ଚାଲିଲା କିନ୍ତୁ ତୃତୀୟ ମାସ ବେଳକୁ ହଠାତ୍ ଦିନେ ସଂଧ୍ୟାରେ ରିନା ର ବାପାଙ୍କୁ ନିଃଶ୍ୱାସ ନେବାରେ ଅସୁବିଧା ହେଲା ଏବଂ ହସ୍ପିଟାଲ ନେବାକୁ ବାହାରିଛନ୍ତି ସେ ଆରପାରି କୁ ଚାଲିଗଲେ । ଦୁଃଖ ର ଭାର ଓଜନ ହେବାକୁ ଲାଗିଥିଲା। ସାଙ୍ଗ ସମ୍ବନ୍ଧି ସମସ୍ତେ ଯେମିତି ଆଶ୍ଵସନା ଚକ୍ଷୁରେ ଦେଖୁଥିଲେ ସତ କିନ୍ତୁ ପାଖରେ ଛିଡ଼ା ହୋଇ କେହି ସାହାଯ୍ୟ କରୁ ନଥିଲେ।  ଇଚ୍ଛା ନଥିବା ସ୍ୱତେ ସେ ନିଜ ସାଙ୍ଗ ମାନଙ୍କୁ ସାହାଯ୍ୟ ମାଗିଲା।  କେବଳ ଏତିକି ମୋ ପାଖରେ ସ୍ତମ୍ଭ ହୋଇ ମୋ ପଛରେ ଆଶ୍ଵସନା ଦେଉ ଥାଅ।  ଧନ ତ କେମିତି ହେଲେ ଯୋଗାଡ ହୋଇଯିବ। ଖବର ପାଇ ରାଜୁ ଏବଂ ଅରୁଣ ଆସି ଶୁଦ୍ଧି କ୍ରିୟା ପର୍ଯ୍ୟନ୍ତ ସମସ୍ତ ପ୍ରକାର ଜିନିଷ ଠାରୁ ଆରମ୍ଭ କରି ଘର ର ସବୁ କାର୍ଯ୍ୟରେ ସାହାଯ୍ୟ କରିଲେ ।

ଏହି ସାହାଯ୍ୟ ଦେଖି ଗାଁ ଲୋକେ ସହି ପାରୁନଥିଲେ ମାତ୍ର କିଛି କରିବାକୁ ସାହାସ ମଧ୍ୟ ଦେଖାଉ ନଥିଲେ । ଶୁଦ୍ଧି କ୍ରିୟା ସରିଗଲା ଏବଂ ରିନା ମନରେ ଅଜବ ପ୍ରକାର ର ଡର ମାଡ଼ି ବସିଥିଲା ଯେମିତି ବାପା ଥିଲା ସମୟରେ ସେ ସାହାସ ର ଉତ୍ସ ମନେ କରୁଥିଲା କିନ୍ତୁ ବର୍ତମାନ ସେ ପୁରାପୁରି ଏକା ଏବଂ ତାର ଅପଙ୍ଗ ଭାଇ । ଆମ ସମାଜରେ ମହିଳା ମାନେ ଘରୁ ଗୋଡ଼ ବାହାର କରିଲେ ୧୦ ଟା କଥା ହେବେ ଏବଂ ରିନା ପୁଣି ପଛୁଆ ବର୍ଗ ର ଏକୁଟିଆ ଝିଅ ଟିଏ।  ଶୁଦ୍ଧି କ୍ରିୟା ସରିବାର ୭ ଦିନ ପର୍ଯ୍ୟନ୍ତ ସେ କଲେଜ୍ ଯାଉ ନଥିଲା। 
ସେପଟେ ସାଙ୍ଗ ମାନେ ଏବଂ ରାଜୁ ଅପେକ୍ଷା ରେ ଥିଲେ କିନ୍ତୁ ଠିକ୍ ସାତ ଦିନ ପରେ ରାଜୁ ର ମନ ବୁଝିଲାନି ସେ କଲ୍ କରି ରିନା କୁ ପଚାରିଲା । ରାଜୁ, ରିନା ତମେ କଲେଜ୍ କାହିଁକି ଆସୁ ନାହଁ ?? ରିନା ର ପାଖେ ଉତ୍ତର ଥାଇ ମଧ୍ୟ ଚୁପ୍ ରହୁଥିଲା । ରାଜୁ ପୁଣି ବ୍ୟସ୍ତତା ରେ ପଚାରିଲା, କୁହ ରିନା, କଣ ଅସୁବିଧା ହେଉଛି କି କୁହ।  ରିନା, ଧିର ସ୍ଵରରେ କହିଲା, ମୁଁ ଆଉ କଲେଜ୍ ଆସିବି ନାହିଁ।
ରାଜୁ, କାହିଁକି ??
ରିନା, ନା, ରାଜୁ ଆଉ ପଚାର ନାହିଁ ମୋତେ, ବାପା ବିନା ମୁଁ ଦୁନିଆରେ ଏକା ହୋଇଯାଇଛି , ଯେତେବେଳେ ମା ଚାଲିଗଲେ ସେତେବେଳେ ମୁଁ ୧୦ ବର୍ଷର ଥିଲି କିନ୍ତୁ ବାପା ମୋତେ ବୁଝେଇ ମୋ ସହିତ ସବୁବେଳେ ଥିଲେ । ୨-୩ ବର୍ଷ ଲାଗିଥିଲା ନିଜ ମନକୁ ବୁଝାଇବାକୁ , ଭାବିଲି ବାପା ମୋର ସବୁ କିଛି ବର୍ତମାନ ସେ ମଧ୍ୟ ଚାଲିଗଲେ । ଆମେ ଭାଇ ଭଉଣୀ ଅନାଥ ହୋଇଗଲୁ । ସେପଟୁ ରାଜୁ ଉତ୍ତର ଦେଲା, ଅନାଥ ମାନେ କଣ ! ଆମେ କଣ ମରି ଯାଇଛୁ କି? ଯେ ତୁମେ ନିଜକୁ ଅନାଥ ମନେ କରୁଛ ? ରିନା ର ଆଖିରୁ ଲୁହ ବହି ଚାଲିଥାଏ ।
ରିନା, ତମେ ବୁଝୁନ କାହିଁକି ରାଜୁ ?? ମୋର ଆର୍ଥିକ ସମ୍ବଳ ଅଭାବ । ମୁଁ ଘରୁ ଗୋଡ ବାହାର କରିଲେ ମୋତେ ଧନ ଦରକାର । ଯାହା ଟଙ୍କା ଥିଲା ତାହା ଖର୍ଚ୍ଚ ହୋଇଯାଇଛି ଏବଂ ବାକି ବାପାଙ୍କ ଶୁଦ୍ଧି କ୍ରିୟା ସମୟରେ ତୁମେ ଖର୍ଚ୍ଚ କରିଥିବା ଟଙ୍କା ମଧ୍ୟ ତୁମକୁ କେବେ ଆଉ କେମିତି ଫେରେଇବି ମୁଁ ମଧ୍ୟ ଜାଣିନି।  ସେଥିପାଇଁ ମୁଁ ସ୍ଥିର କରିଛି ଯେ, ମୁଁ କେଉଁଠି ଯାଇ କାମ କରିବି । ଏବେ ମୋ ଘରେ ଦୁଇ ଓଳା ଖାଇବା କେଉଁଠୁ ଆସିବ ତାହା ଏବେ ସ୍ବପ୍ନ ପାଲଟି ଯାଇଛି ।
ରାଜୁ : ଆମେ ଖର୍ଚ୍ଚ କରିଥିବା ଟଙ୍କା ତୁମକୁ ଆମେ ମାଗିଛୁ କି?? ଏବଂ ତୁମେ କଲେଜ୍ ଆସ ତୁମର ସବୁ ଖର୍ଚ୍ଚ ମୁଁ ବହନ କରିବି ଏବଂ ତୁମ ଭାଇ ର ପଢା ଖର୍ଚ୍ଚ ମଧ୍ୟ ମୁଁ ବହନ କରିବି ।
ରିନା : ନାହିଁ ରାଜୁ ତମେ ବୁଝିବାକୁ ଚେଷ୍ଟା କର, ଏମିତି ରେ ମୁଁ ତୁମ ପାଖରେ ରୁଣି ଅଛି , ପୁଣି ମୋର ଏବଂ ଭାଇ ର ପଢା ଖର୍ଚ୍ଚ ପାଇଁ ତୁମେ ପୁଣି ମୋତେ ରୁଣୀ କରିବାକୁ ବାଧ୍ୟ କର ନାହିଁ। 
ରାଜୁ:  ମୁଁ କିଛି ସୁଣିବାକୁ ଚାହୁଁନି, କି ବୁଝିବାକୁ ଚାହୁଁନି ତୁମେ ଆଜି ୧୦ ଟା ରେ କଲେଜ୍ ରେ ଆସି ପହଞ୍ଚିବ।  ତୁମ ପାଖରେ ୨ ଘଣ୍ଟା ସମୟ ଅଛି । ଯଦି ନ ପହଞ୍ଚିଲ ତେବେ ମୁଁ ବାଇକ୍ ନେଇ ତୁମ ଘରେ ପହଞ୍ଚିବି । ତୁମେ ସ୍ଥିର କର ଏବଂ ଏବେ ମୁଁ ଫୋନ୍ ରଖୁଛି।
ରିନା ପୁଣି ଚିନ୍ତାରେ ପଡ଼ିଲା । ଇଛା ନଥିବା ଶ୍ୱତେ ମୁଣ୍ଡ କୁ ନୁଆଇଁ ସାଇକେଲ ଧରି ବାହାରି ଗଲା କଲେଜ୍ ଅଭିମୁଖେ। ସେଠି ପହଞ୍ଚୁ ପହଞ୍ଚୁ ରିନା ର ସାଙ୍ଗ ସୌମ୍ୟା ଏବଂ ଚୀଙ୍କି ଆସି ରିନା କୁ କୁଣ୍ଢେଇ କାନ୍ଦିଲେ।  ରିନା ମଧ୍ୟ କାନ୍ଦିବାକୁ ଲାଗିଲା । ସମସ୍ତେ ଏକାଠି ହେଲେ ରିନା କୁ ସ୍ୱାନ୍ତନା ଦେଇ କହିଲେ । ଆଜି ଠାରୁ ତୁ କେବେ କଲେଜ୍ ମିସ୍ କରିବୁ ନାହିଁ । ରାଜୁ କେବଳ ଏକା ତୋର ଫିସ୍ ଦେବ ନାହିଁ। ଆମେ ସମସ୍ତେ ମିଶି ତୋର କଲେଜ୍ ଫିସ୍ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ସାହାଯ୍ୟ କରିବୁ କିନ୍ତୁ ତୁ କଲେଜ୍ ପ୍ରତିଦିନ ଆସିବୁ ଏବଂ ଆମ ସମସ୍ତଙ୍କର ତୁ ଯେମିତି ମାଷ୍ଟର ମାଇଣ୍ଡ ଥିଲୁ ଠିକ୍ ସେମିତି ରହିବୁ । ତାପରେ ସମସ୍ତେ ରିନା କୁ ହସେଇବାକୁ ଚେଷ୍ଟା କରିଲେ । ରାଜୁ ଆସି ପାଖରେ ବସି କହିଲା, ଦେଖିଲ ତ ତମେ ନିଜକୁ ଏକା କେବେ ମନେ କରିବ ନାହିଁ । ଅସୁବିଧା ସମୟରେ ବନ୍ଧୁ ମାନେ ହିଁ ପାଖରେ ରୁହନ୍ତି।  ସମ୍ପର୍କୀୟ ସେତେବେଳେ ମୁକ ଏବଂ ବଧିର ହୋଇ ଯାଆନ୍ତି।  ହଉ ଛାଡ଼ ସେ କଥା।

  ମୁଁ ଗୋଟିଏ କଥା ପଚାରିବି ତାର ମୋତେ ଉତ୍ତର ଦେବ ତାପରେ ତମକୁ ଗୋଟିଏ କଥା କହିବି ଏବଂ ତମେ ମୋ କଥା ରଖିବ ? ରିନା , କଣ ? ତମ ଗାଁ ଘର କୁ ତମେ ଛାଡ଼ି ପାରିବ କି ?? ରିନା ଆଶ୍ଚର୍ୟ୍ଯ ରେ ଚାହିଁ ରହିଲା। ରାଜୁ, ଆରେ ପ୍ରଥମେ ଉତ୍ତର ଦିଅ, ତାପରେ ଗୋଟିଏ କଥା କହିବି।  ରିନା, ନା ଛାଡ଼ି ପାରିବି ନାହିଁ, ଆଉ ଯଦି ଛାଡ଼ିବି ତେବେ ଆମେ ରହିବୁ କୋଉଠି ?? ରାଜୁ, ହଉ ଏବେ ମୁଁ କହୁଛି ତମେ, ମୋ କଥା କୁ ପୁରା ଶୁଣିବ ତାପରେ କିଛି ଉତ୍ତର ଦେବ। ଯଦି ମୁଁ କହେ ତମେ ଗାଁ ଛାଡି ସହର ରେ ରହିଥାନ୍ତ ଏବଂ ଗାଁ ଘର କୁ ବେଳେବେଳେ ବୁଲି ଆସି ଥାନ୍ତ ତେବେ କେମିତି ହୁଅନ୍ତା।  ଯାହା ଫଳରେ ତୁମର ଏବଂ ତୁମ ଭାଇଙ୍କ ପଢା ପଢ଼ିରେ ସୁବିଧା ହେବ। ତା ସହିତ ତୁମ ପାଇଁ ଗୋଟିଏ ପାର୍ଟ ଟାଇମ୍ ଜବ୍ ମଧ୍ୟ ଦେଖି ଦେବି । ତୁମର ଅସୁବିଧା ମଧ୍ୟ ହେବ ନାହିଁ । ଜବ୍ କଥା ଶୁଣି ରିନା ଅଳ୍ପ ଖୁସି ହୋଇଗଲା କିନ୍ତୁ ଘର ଛାଡ଼ି ଆସିବାର ତାର ତିଳେ ମାତ୍ର ଇଚ୍ଛା ନଥିଲା।

କ୍ରମଶଃ…….

ଦ୍ବିତୀୟ ପୃଷ୍ଠା କୁ ପଢନ୍ତୁ

Walk or Run

How often do you walk or run?

I’ve been running every day for the past 17 years and every time these 17 years have made me more energetic.

But the current situation is somewhat different. As the age increases and the daily routine changes in the body.

Like knee pain and back pain etc. Such hardship happens when the day becomes too hectic.

But still I have not given up running but now I prefer to walk rather than running and that again in bare feet. As a result of which the body gets fresh and unique energy.

And it’s more effective too. It should take more than 1 hour. The higher the difficulty, the higher the value of the benefit.

ଗତ ୧୭ ବର୍ଷ ହେଲା ମୁଁ ପ୍ରତିଦିନ ଦୌଡେ ଏବଂ ଏହି ୧୭ ବର୍ଷ ପ୍ରତିଟି ସମୟ ମୋତେ ଅଧିକ ତେଜୀୟନ୍ କରି ରଖେ।

କିନ୍ତୁ ବର୍ତମାନ ସ୍ଥିତି କିଛି ଅଲଗା ହୋଇ ଯାଇଛି । ବୟସ ବଢ଼ିବାରେ ଲାଗିଛି ଏବଂ ପ୍ରତିଦିନ ର ଦୌଡ ରେ ଶରୀର ରେ ପରିବର୍ତ୍ତନ ଦେଖା ଦେଲାଣି ।

ଯେମିତି କି ଆଣ୍ଠୁ ବ୍ୟଥା ଏବଂ ଅଣ୍ଟା ବ୍ୟଥା ଇତ୍ୟାଦି। ଏପରି କଷ୍ଟ ଦାୟକ ସେତେବେଳେ ହୁଏ ଯେଉଁ ଦିନ ଅଧିକ ଦୌଡ ହୋଇଯାଏ। ମାତ୍ର ଏବେ ମଧ୍ୟ ମୁଁ ଦୌଡ କୁ ଛାଡି ନାହିଁ କିନ୍ତୁ ବର୍ତମାନ ଦୌଡ ଅପେକ୍ଷା ମୁଁ ଚାଲିବା ପାଇଁ ଅଧିକ ପସନ୍ଦ କରେ ଏବଂ ତାହା ପୁଣି ଖାଲି ପାଦରେ ।

ଯାହା ଫଳରେ ଶରୀର ସତେଜ ଏବଂ ଅନନ୍ୟ ଶକ୍ତି ମିଳିଥାଏ। ଏବଂ ଏହା ଅଧିକ ଫଳପ୍ରଦ ମଧ୍ୟ । ଏହା ୧ଘଣ୍ଟା ରୁ ଅଧିକ କରିବା ଉଚିତ୍। ଯେତେ ଅଧିକ କଷ୍ଟ ସେତେ ଅଧିକ ଫାଇଦା ର ମୂଲ୍ୟବୋଧ।

Leader

Do you see yourself as a leader?

I see in myself a leader who never backs down and has the courage to face the situation. Always feel fresh and fit everywhere. That is the hallmark of my true leadership qualities.

ମୁଁ ମୋ ଭିତରେ ଏମିତି ଏକ ଲିଡର କୁ ଦେଖେ ଯେଉଁଠି କୌଣସି ମଧ୍ୟ ପରିସ୍ଥିତି ଆସିଲେ ସେ କଦାପି ପଛ ଘୁଂଚା ନ ଦେଇ ସେ ପରିସ୍ଥିତି କୁ ସମ୍ମୁଖୀନ କରିବା ପାଇଁ ସାହାସ ରଖି ଥାଏ । ସବୁବେଳେ ନିଜକୁ ତେଜୀୟାନ ଅନୁଭବ କରେ ଏବଂ ନିଜକୁ ସବୁ ସ୍ଥାନରେ ଉଚିତ୍ ମନେ କରେ । ତାହା ହିଁ ମୋର ଅସଲି ଲିଡର ର ଗୁଣବତ୍ତା ର ପରିଚୟ।

This Evening

What are you doing this evening?

My first duty this evening is to outline my daily work.

And if there is time, I will find time to read the newspaper.

And if this work is omitted, I would like to revisit my reading.

If I have time again I will spend time with my family.

But I don’t know what will happen to me this evening. Because man thinks for tomorrow but never for this evening.

So always try not to waste my evening time and always think of my family as goddess more than my daily work.

So write in the comment section what you think of doing this evening.

ଏହି ସନ୍ଧ୍ୟାରେ ମୋର ପ୍ରଥମ କର୍ତ୍ତବ୍ୟ ଯେ ମୋର ଦୈନିକ କାର୍ଯ୍ୟ କୁ ମୁଁ ସୂଚାରୁ ରୂପେ ତୁଲେଇବି ।

ତଥା ଯଦି ସମୟ ମିଳେ ତେବେ ଖବର କାଗଜ ପଢ଼ିବା ପାଇଁ ସମୟ ବାହାର କରିବି ।

ଏବଂ ଏହି କାର୍ଯ୍ୟରୁ ବାଦ ପଡେ ତେବେ ମୋର ପାଠ ପଢା କୁ ମୁଁ ପୁନାରୁବୃତି ଭାବେ ଦେଖିବାକୁ ଚାହିଁବି।

ଯଦି ପୁଣି ସମୟ ମିଳେ ତେବେ ମୋର ପରିବାର ସହିତ ମୁଁ ସମୟ ବିତେଇବି।

କିନ୍ତୁ ଜାଣିନି ଏହି ସନ୍ଧ୍ୟାରେ ମୋର କଣ ହେବ। କାରଣ ମଣିଷ ଆସନ୍ତା କାଲି ପାଇଁ ଭାବେ କିନ୍ତୁ ଆଜି ସଂଧ୍ୟା ପାଇଁ ସେ କେବେ ଭାବି ନଥାଏ।

ସେଥିପାଇଁ ସବୁବେଳେ ଚେଷ୍ଟା କର ଯେ ମୋର ସଂଧ୍ୟା ସମୟ ବେକାର ନ ଯାଉ ଏବଂ ମୋର ଦୈନିକ କାର୍ଯ୍ୟ ଠାରୁ ଅଧିକା ସମୟ ମୋ ପରିବାର କୁ ଦେବୀ ବୋଲି ସବୁବେଳେ ଚିନ୍ତନ କରିବା ଉଚିତ୍।

ତେବେ ଏହି ସନ୍ଧ୍ୟାରେ ଆପଣ କଣ କରିବା ପାଇଁ ଭାବୁଛନ୍ତି କମେଣ୍ଟ ସେକ୍ସନ ରେ ଲେଖନ୍ତୁ।

http://www.bhuyansblog.in

କବିତା ପାଠାଗାର

Red Flag

What personality trait in people raises a red flag with you?

I am always against a process in friendship that if a friend or a close friend is in trouble then definitely help them. Also, you can stay by his side and help him or even help him if he needs money. But the process feels great at the time and you’ve helped your friendship by wasting time or delaying your time. But shouldn’t that friend be there for you when you are in trouble? If not, you may need someone to help you or help you with money. But that does not happen. At that time the friend says that I don’t have time or lack of resources so I can’t help. So, when you were doing this process, you helped your friend without delay, even if you were lacking in wealth, you also got wealth from someone else. But he refuses to lend a helping hand to you when you need him. That makes for a very bad experience and I would ask for a red flag in friendship for this process. So what is your opinion on this process. Then let us know in the comment box.

ମୁଁ ବନ୍ଧୁତ୍ୱ ମଧ୍ୟରେ ଗୋଟିଏ ପ୍ରକ୍ରିୟା କୁ ସବୁବେଳେ ବିରୋଧ କରେ ଯେ ଯଦି କୌଣସି ବନ୍ଧୁ କିମ୍ବା ଅତି ନିବିଡ ସାଙ୍ଗ ଅସୁବିଧା ରେ ଅଛି ତେବେ ତାକୁ ନିଶ୍ଚିତ ଭାବେ ସାହାଯ୍ୟ କର । ତା ସହିତ, ତା ପାଖରେ ରହି ତାକୁ ସାହାଯ୍ୟ କରି ପାରିବ କିମ୍ବା ତାକୁ ଧନ ର ଦରକାର ପଡେ ତେବେ ମଧ୍ୟ ତାକୁ ସାହାଯ୍ୟ କରି ପାରିବ । କିନ୍ତୁ ଏହି ପ୍ରକ୍ରିୟା ଟି ସେତେବେଳେ ବହୁତ୍ ଭଲ ଲାଗେ ଏବଂ ତୁମେ ନିଜ ଉଚିତ୍ ସମୟ କୁ ନଷ୍ଟ କରି କିମ୍ବା ତୁମର ଉଚିତ୍ ସମୟ କୁ ପଛରେ ପକେଇ ତୁମେ ବନ୍ଧୁତ୍ୱ କୁ ସମୟ ଦେଇ ସାହାଯ୍ୟ କରିଲ । କିନ୍ତୁ ଯେତେବେଳେ ତୁମେ ଅସୁବିଧାର ସମ୍ମୁଖୀନ ହୁଅ ତେବେ ସେ ସମୟରେ ସେ ବନ୍ଧୁ ଜଣକ ତୁମ ପାଖରେ ରହିବା ଉଚିତ୍ ନା ? ଯଦି ନ ରହି ପାରିଲା ସେ ତୁମକୁ କାହା ଦ୍ଵାରା ସାହାଯ୍ୟ କିମ୍ବା ଧନ ର ସାହାଯ୍ୟ କରିବା ଦରକାର ପଡିପାରେ । ମାତ୍ର ତାହା ହୁଏ ନାହିଁ। ସେ ସମୟରେ ବନ୍ଧୁ କହିଦିଏ ଯେ ମୋ ପାଖରେ ସମୟ ନାହିଁ କିମ୍ବା ମୋ ପାଖରେ ଧନ ର ଅଭାବ ଘଟିଛି ମୁଁ ସାହାଯ୍ୟ କରି ପାରିବି ନାହିଁ। ତେବେ ଏହି ପ୍ରକ୍ରିୟା ଯେତେବେଳେ ତୁମେ କରୁଥିଲ ସେତେବେଳେ ତୁମେ ବିନା ବିଳମ୍ୱ ରେ ନିଜ ପାଖରେ ଧନ ର ଅଭାବ ଶ୍ଵତେ ମଧ୍ୟ ତୁମେ ଅନ୍ୟ କାହା ଠାରୁ ମଧ୍ୟ ଧନ ର ଯୋଗାଡ କରି ସେ ବନ୍ଧୁ କୁ ସାହାଯ୍ୟ କରିଲ । କିନ୍ତୁ ତୁମର ଦରକାର ବେଳେ ସେ ତୁମ ପାଖରେ ସାହାଯ୍ୟ ର ହାତ ବଢ଼ାଇବା ପାଇଁ ମନା କରିଦିଏ । ତାହା ବହୁତ୍ ଖରାପ୍ ଅନୁଭୂତି ଦିଏ ଏବଂ ଏହି ପ୍ରକ୍ରିୟା ପାଇଁ ମୁଁ ବନ୍ଧୁତା ରେ ଲାଲ ସଂକେତ ଦେବା ପାଇଁ କହିବି । ତେବେ ଆପଣଙ୍କ ମତ କଣ ଏହି ପ୍ରକ୍ରିୟା ପାଇଁ । ତେବେ କମେଣ୍ଟ ବକ୍ସ ରେ ଜଣାନ୍ତୁ।

Ideal week

Describe your ideal week.

Busy with schedule

Write 6 hours more

For pull up innovation ideas

Focous on straight aim

Little addicted Social media

Blog Prompt every day

Target set and try to full fill

Spend for sometime with family

Outing if need to fresh up

Ready to plan before week

Try to motivate everytime

Count time cycle

Time maping schedule day by day

Wish to God be with me

Thanks to support with me

ପରଦେଶୀ ଚଢ଼େଇ…



ପରଦେଶୀ ଚଢ଼େଇ ଯେ ଆମେ
ନାହିଁ ଆମ ସ୍ଥାୟୀ ଘର,
ପର ଦେଶେ ଆମେ କରି ଦୀର୍ଘ ଯାତ୍ରା
ପାଲଟିଲୁ ଯାଯାବର..

ସ୍ବଦେଶ ରେ ସିନା ଜନ୍ମ ହେଲୁ ଆମେ
ସେଠି ଆମେ ନୁହଁ ସ୍ଥାୟୀ,
ଅର୍ଥର ଅଭାବ ପୂରଣ ପାଇଁ କି
ଆସିଛୁ ବିଦେଶ ଧାଇଁ…

ସଭିଏ ଭାବନ୍ତି ବିଦେଶକୁ ଗଲା
କମେଇବ କେତେ ଟଙ୍କା,
ସେଇ ଟଙ୍କା ପଛେ କେତେ ପରିଶ୍ରମ
ଅଣ୍ଟା ତ ହେଲାଣି ବଙ୍କା…

ଯଦିବା ଖରାପ ହୁଏ ଆମ ସ୍ବାସ୍ଥ୍ୟ
ଦେଖିବା କୁ କେହି ନାହିଁ,
ଅସ୍ୱାସ୍ଥ୍ୟ ହେଲେ ବି ସହି ସ୍ବାସ୍ଥ୍ୟ ପୀଡ଼ା
କାମକୁ ଯାଉଛୁ ଧାଇଁ…

କାମ ସାରି ଘର ଆସିଗଲା ପରେ
ଘରେ ରୋଷେଇର କାମ,
ଆଖି ବୁଜି ଆଖି ଅନେଇବା ପରେ
ପୁଣି କମ୍ପାନୀ ର ନାମ…

ଦିନ ଦିନ କରି କାଟୁ ଅଛୁ ସିନା
ଖୁସି ତ ପାଉନୁ ଖୋଜି,
ଜୀବନ ର ସ୍ଵାଦ କେମିତି ପାଇବା
ସବୁ ତ ଗଲାଣି ହଜି…

ନରେନ୍ଦ୍ର କୁମାର ସ୍ୱାଇଁ
ଗୋଳାବନ୍ଧ, ଗଞ୍ଜାମ

ଯେଉଁ ଭାଇ ମାନେ ନିଜ ଘର ଛାଡ଼ି ବାହାର ରାଜ୍ୟ କୁ ଚାକିରି ପାଇଁ ଯାଉଛନ୍ତି ସେମାନଙ୍କ ପାଇଁ ଏହି କବିତାଟି ସମର୍ପିତ 🙏🙏🙏

ସାର୍…

କବିତା ପାଠାଗାର

Relax

How do you relax?

1. I like listen the spiritual song

2. like to Read Comics book or Stories

3. and write my own thinking on my note pad

These three methods make me relax and give happiness whenever I feel bored.

1. ମୁଁ ଆଧ୍ୟାତ୍ମିକ ଗୀତ ଶୁଣିବାକୁ ପସନ୍ଦ କରେ

2. କମିକ୍ସ ବୁକ୍ କିମ୍ବା କାହାଣୀ ପଢ଼ିବାକୁ ପସନ୍ଦ କରେ

3. ଏବଂ ମୋ ନୋଟ୍ ପ୍ୟାଡରେ ମୋର ନିଜ ଚିନ୍ତାଧାରା ଲେଖିବା ପସନ୍ଦ କରେ ।

ଏହି ତିନୋଟି ପଦ୍ଧତି କରିବା ଦ୍ଵାରା ମୁଁ ବହୁତ୍ ଆରାମ ଅନୁଭବ କରେ ଯେତେବେଳେ ମୁଁ ବିରକ୍ତ ଅନୁଭବ କରେ ।

One word

If you had to give up one word that you use regularly, what would it be?

If you had to give up one word that you use regularly, what would it be? Then I must amend it by omitting the word OK. Because this is the word I use many times and for a long time. And when I say this word, I myself go through this word like my whole day.

ଯଦି ତୁମେ ଗୋଟିଏ ଶବ୍ଦ ଛାଡିବାକୁ ପଡିବ ଯାହାକୁ ତୁମେ ନିୟମିତ ବ୍ୟବହାର କର, ଏହା କ’ଣ ହେବ? ତେବେ ମୁଁ ନିଶ୍ଚୟ ଏହାର ସଂଶୋଧନ ରେ ଓକେ ଶବ୍ଦ କୁ ଛାଡି ବାକି ଚାହିଁବି । କାରଣ ଏହି ଓକେ ଶବ୍ଦ ମୁଁ ଦିନରେ ବହୁତ୍ ଥର ଏବଂ ବହୁତ୍ ସମୟ ବ୍ଯବହାର କରେ। ଏବଂ ଯେତେବେଳେ ଏହି ଶବ୍ଦ କହେ ମୁଁ ନିଜେ ଭାବେ ଏହି ଶବ୍ଦ ରେ ଯେମିତି ମୋର ପୁରା ଦିନ ଚାଲିଥାଏ ।

Grudge

Are you holding a grudge? About?

I don’t get angry or hold back. For where there is anger, I calm it down. If for some reason there is a problem in the relationship or somewhere, I try to understand.

And that’s where my method of understanding comes in very handy.

Because in the process that I am explaining, even the angry person melts away. And forgets anger and embraces happiness.

ମୁଁ କ୍ରୋଧ କରେ ନାହିଁ ନା ଧରିକି ରହେ । କାରଣ ଯେଉଁଠି ରାଗ ସେଠି ମୁଁ ଶାନ୍ତ କରିଦିଏ। ଯଦି କିଛି କାରଣ ବଶତଃ ସମ୍ପର୍କ କିମ୍ବା କୌଣସି ସ୍ଥାନରେ କିଛି ଅସୁବିଧା ହୁଏ ମୁଁ ସେଠି ବୁଝେଇବା ପାଇଁ ପ୍ରୟାସ କରେ ।

ଏବଂ ସେଠି ମୋର ବୁଝେଇବା ପ୍ରଣାଳୀ ବହୁତ୍ ଲାଭଦାୟକ ଥାଏ । କାରଣ ମୁଁ ଯେଉଁ ପ୍ରକ୍ରିୟାରେ ବୁଝାଏ ସେଠି ରାଗୁ ଥିବା ଲୋକ ମଧ୍ୟ ତରଳି ଯାଏ ଏବଂ ରାଗକୁ ଭୁଲିଯାଏ ଏବଂ ଖୁସି କୁ ଆପଣେଇ ନିଏ ।

Homeless story

Share a story about the furthest you’ve ever traveled from home.

I left Odisha for a training and went to Rajasthan. I had absolutely no desire to leave the house at that time. Still have to go. Because if there is no job, there is no respect in life. So I was forced to leave home to get some respect. Yes, it was very difficult. Because after my last exam I had the joining letter in my hand. I had only 4 days and for those 4 days I chose to stay at home and stay with my mother only. I did not realize that those four days were passing so quickly. Finally, I left for my place of work. Before the job I have to go for training that is again in Rajasthan. Had to go through by train. The train journey was very difficult. I and some other friends did not have confirmed tickets. The journey was two days long. Even if there were friends in the next coach, they did not want to call him because he would have trouble sleeping. In this case, we had no desire to put others in trouble without their own confirmed tickets. I spent two days in difficulty. On the one hand, the pain of leaving the house and on the other hand the difficulty of traveling by standing sometimes by the bathroom and sometimes by the door were different. Food was not good, nor sleeping was good but still I persevered and reached Rajasthan. It was the lamest time I ever had in my life.

ଯେବେ ମୁଁ ଚାକିରି ପାଇଁ ଓଡ଼ିଶା ରୁ ଯେବେ ରାଜସ୍ଥାନ ଯିବାକୁ ବାହାରିଲି। ସେତେବେଳେ ଘରୁ ବାହାରି ଯିବାକୁ ମୋର ବିଲକୁଲ ଇଚ୍ଛା ନଥିଲା । ତଥାପି ଯିବାକୁ ପଡ଼ିବ। କାରଣ ଯଦି ଚାକିରି ନାହିଁ ତ ଜିବନରେ ଇଜ୍ଜତ ନାହିଁ । ତେବେ ସେ ଇଜ୍ଜତ ଟିକେ ପାଇବା ପାଇଁ ମୁଁ ଘର ଛାଡ଼ିବାକୁ ବାଧ୍ୟ ହେଲି। ହଁ ବହୁତ୍ କଷ୍ଟ ହୋଇଥିଲା। କାରଣ ମୋର ଶେଷ ପରୀକ୍ଷା ପରେ ପରେ ମୋ ହାତରେ ଜୋଇନିଂ ଲେଟର ଥିଲା । ମୋ ପାଖରେ କେବଳ 4 ଦିନ ସମୟ ଥିଲା ଏବଂ ସେ ଚାରିଦିନ କେବଳ ମୁଁ ଘରେ ରହିବାକୁ ପସନ୍ଦ କରିଲି ଏବଂ କେବଳ ମୋ ମା ପାଖରେ ରହିବାକୁ ପସନ୍ଦ କରିଲି । ସେହି ଚାରିଦିନ ଏତେ ଶୀଘ୍ର ଚାଲି ଯାଉଥିଲା ମୋତେ ଜଣା ପଡିଲା ନାହିଁ । ଶେଷରେ ବାହାରିଲି ମୁଁ ମୋ ଚାକିରି ସ୍ଥଳ କୁ। ଚାକିରି ପୂର୍ବରୁ ମୋତେ ଟ୍ରେନିଂ ପାଇଁ ଯିବାକୁ ହେବ ତାହା ପୁଣି ରାଜସ୍ଥାନ ରେ । ଟ୍ରେନ ଦ୍ଵାରା ଦେଇ ଯିବାକୁ ପଡିଲା। ଟ୍ରେନ ର ସଫର୍ ବହୁତ୍ କଷ୍ଟ ଦାୟକ ଥିଲା । ମୁଁ ଏବଂ ଅନ୍ୟ କିଛି ସାଙ୍ଗ ମାନଙ୍କ ପାଖରେ କନଫର୍ମ ଟିକେଟ ନଥିଲା । ସେ ସଫର ଦୁଇ ଦିନ ର ଥିଲା । ପାଖ କୋଚ୍ ରେ ସାଙ୍ଗ ମାନେ ଥିଲେ ସୁଦ୍ଧା ସେମାନେ ଡାକିବାକୁ ଇଚ୍ଛା କରିଲେ ନାହିଁ କାରଣ ତାଙ୍କୁ ଶୋଇବାରେ ଅସୁବିଧା ହେବ । ଏମିତି ରେ ନିଜର କନଫର୍ମ ଟିକେଟ ନଥାଇ ଅନ୍ୟକୁ ଅସୁବିଧା ର ସମ୍ମୁଖୀନ କରିବାରେ ଆମର ତିଳେ ମାତ୍ର ଇଚ୍ଛା ନଥିଲା । କଷ୍ଟରେ ଦୁଇ ଦିନ କାଟି ଦେଲୁ। ଏପଟେ ଘରୁ ଛାଡ଼ି ଆସିବାର ଦୁଃଖ ଏବଂ ସେପଟେ କେତେବେଳେ ବାଥରୁମ ପାଖରେ ତ କେତେବେଳେ ଦ୍ଵାର ପାଖରେ ଠିଆ ହୋଇ ସେ ସଫର୍ କରିବାର କଷ୍ଟ କିଛି ଅଲଗା ଥିଲା। ଖାଇବା ଠିକ୍ ନଥିଲା, ନା ଶୋଇବା ଠିକ୍ ଥିଲା କିନ୍ତୁ ତଥାପି ସହ୍ୟ କରି ମୁଁ ପହଞ୍ଚି ଗଲି ରାଜସ୍ଥାନ ରେ। ଏହା ଥିଲା ଛୋଟିଆ ସମୟ ଟିଏ ଯାହା ମୁଁ ମୋ ଜୀବନରେ ଘଟି ଥିଲା।

ସାର୍…



ସେଦିନ ସାର୍ ଙ୍କୁ ଦେଖି ବହୁତ୍ ବିଚଳିତ ହୋଇ ପଡିଲି । ନାଇଟ୍ ଡିଉଟି ରେ ପୁଣି ରାତି ଦୁଇଟା । ସାର୍ ଙ୍କୁ ମେଡିକାଲ ନେଇ ଆସିଥିଲେ ତାଙ୍କ ଭଣଜା। ହଠାତ୍ ଆପାତ କାଳିନ ୱାର୍ଡ ରେ ଭର୍ତ୍ତି କରାଗଲା। ସଙ୍ଗେ ସଙ୍ଗେ ଡାକ୍ତର ଆସି ଚେକ୍ ଅପ୍ କରିଲେ। ଭେଣ୍ଟିଲେଟର ପାଇଁ ଯୋଗାଡ କରାଗଲା ଏବଂ ଚିକିତ୍ସା ମଧ୍ୟ ଆରମ୍ଭ କରାଗଲା। କିଛି ସମୟ ପରେ ତାଙ୍କ ଚେତା ଫେରିଲା। ଅଳ୍ପ ଆଖି ଖୋଲି ଦିପୁ ଦିପୁ ବୋଲି କହିବା ପରେ ତାଙ୍କ ଭଣଜା ଙ୍କୁ ଡାକି ଆଣିଲି । ଭଣଜା ଆସିଲେ ସାର୍ ଙ୍କ ହାତକୁ ଧରି ପଚାରିଲେ ମାମୁ ଏବେ ଠିକ୍ ଅଛନ୍ତି ? ଅଳ୍ପ ମୁଣ୍ଡ ହଲେଇ ସାର୍ ହଁ କହିଲେ। ସାର୍ ଙ୍କ ଭଣଜା ଅଳ୍ପ କଥା ହୋଇ ବାହାର କୁ ଆସିଲେ ଏବଂ ଡାକ୍ତର ଙ୍କ ସହ କଥା ହେଲେ। ସେ ଡାକ୍ତର ଙ୍କୁ ହାତ ଯୋଡ଼ି କହୁଥିଲେ ଯେ ତାଙ୍କର ସକାଳେ ଫ୍ଲାଇଟ୍ ଅଛି ସେ ଦିଲ୍ଲୀ ଯିବେ ଏବଂ ସକାଳ ସାତ ଟା ରେ ତାଙ୍କ ପୁଅ ବୋହୂ ଆସିବେ । ମୁଁ ବୁଲିବାକୁ ଆସିଥିଲି କିନ୍ତୁ କାଲି ମୋତେ କମ୍ପାନୀ ରେ ଜଏନ କରିବାକୁ ହେବ। ଆପଣ କିଛି ବ୍ୟବସ୍ଥା କରନ୍ତୁ । ଡାକ୍ତର ବାବୁ କହିଲେ। କେହି ଜଣେ ତ ରହିବାକୁ ହେବ । ନହେଲେ କିଛି ଅସୁବିଧା ଯଦି ହେବ କିଏ ବୁଝିବ ?? ତାଙ୍କ ଭଣଜା ଚିନ୍ତାରେ ଥିଲେ । ତାଙ୍କର ଅନୁରୋଧ ଯୁକ୍ତ କଥା ବାର୍ତା ଭିତରେ ମୁଁ କହି ଉଠିଲି । ସାର୍ ଟିକେ ଶୁଣିବେ। ଡାକ୍ତର ବାବୁ ଉଥି ଆସିଲେ ଚାମ୍ବର ରୁ ଏବଂ ମୋ ପାଖକୁ ଆସିଲେ। ମୁଁ କହିଲି ସାର୍ ତାଙ୍କୁ ଛାଡି ଦିଅନ୍ତୁ । ମୁଁ ଅଛି ନା?? ଡାକ୍ତର ବାବୁ କହିଲେ, ତମେ ମେଡିକାଲ ଷ୍ଟାଫ୍, କିନ୍ତୁ ତାଙ୍କ ନିଜ ଲୋକ କେହି ରହିବା ଦରକାର ନା?? ମୁଁ କହିଲି ନା ସାର୍, ସେ ମୋ ସ୍କୁଲ ଶିକ୍ଷକ। ସେ ମୋତେ ପଢେ଼ଇ ମଣିଷ କରିଛନ୍ତି ଆଉ ତାଙ୍କୁ ସେବା କରିବାର ଆଜି ମୋତେ ଭଗବାନ ଦେଇଛନ୍ତି ତେବେ ମୋତେ ଏହି ୱାର୍ଡ ରେ ରହିବାକୁ ଦିଅନ୍ତୁ। ମୁଁ ରାତି ସାରା ମୋ ସାର୍ ଙ୍କ ପାଖେ ରହିବି। କିଛି ଅସୁବିଧା ହେଲେ ମୁଁ ସେ ଦାଇତ୍ୱ ନେବି। ଡାକ୍ତର ମୋତେ ପୁଣି ପଚାରିଲେ । ତମେ ସିରିଆସ ଅଛ ନା ?? ମୁଁ ପୁଣି କହିଲି , ହଁ ସାର୍, ଗୁରୁ ଙ୍କ ସେବା କରିବା ର ଲାଭ ସମସ୍ତଙ୍କୁ ମିଳେ ନାହିଁ । କିନ୍ତୁ ମୋର ଅନୁରୋଧ ଆଜି ମୋତେ ଏହି ସେବା ରୁ ବଞ୍ଚିତ କରନ୍ତୁ ନାହିଁ। କେବଳ ରାତି ଘଡିକ , ତାପରେ ତାଙ୍କ ପୁଅ ଆସିଯିବେ ନା ? ଡାକ୍ତର ବାବୁ ମୋ ମୁଣ୍ଡକୁ ଆଉଁସି କହିଲେ ଠିକ୍ ଅଛି ରାଣୀ ତମେ ଯଦି ଅନୁରୋଧ କରୁଛ ତେବେ ମୁଁ ଅନୁମତି ଦେଉଛି।

ତଳେ ପେଜ ୨ କୁ କ୍ଲିକ୍ କରି ପଢନ୍ତୁ….

Tears of Joy

What brings a tear of joy to your eye?

Two months ago I moved from my own place of work to another place for some long work.

due to minor anxiety but I was spending almost time in anxiety to solve this problem.

But I took a break from that place and came back to the real workplace just to solve that problem and that thought was so disturbing to me that my reading style changed my life completely.

What’s the New collection

At the request of the superior officer, I came back from that place of work and I got down to solving that concern.

The whole family was involved in this concern, who was more and who was less.

The path to solving that problem led me to a small task I did two years ago.

Time

I never expected that that work would help me to solve the current problem today.

Today I realized that the results of the work done earlier are good and the problem was solved two days ago.

My family and me, all are very happy because of this solution and I am also in tears because of this happiness.

Thank you very much God for showing me the way to solve this problem. And for helping and encouraging me in every way.

ସ୍ୱାର୍ଥପର

ଦୁଇ ମାସ ପୂର୍ବରୁ ଛୋଟିଆ ଚିନ୍ତା ର କାରଣ ଯୋଗୁ ମୁଁ କିଛି ଲମ୍ବା କାର୍ଯ୍ୟ ପାଇଁ ମୋର ନିଜ କାର୍ଯ୍ୟ ସ୍ଥଳ ରୁ ଅନ୍ୟ ଏକ ସ୍ଥାନ କୁ ଯାଇଥିଲି କିଛି ମାସ ପାଇଁ କିନ୍ତୁ ଏହି ସମସ୍ୟା ର ସମାଧାନ ପାଇଁ ମୁଁ ପ୍ରାୟ ସମୟ ଚିନ୍ତା ରେ ବିତେଉଥିଲି।

ମାତ୍ର ମୁଁ ସେହି ସ୍ଥାନ ରୁ ବିରତି ନେଇ ଫେରି ଆସିଲି ଅସଲି କାର୍ଯ୍ୟ ସ୍ଥଳ କୁ କେବଳ ସେ ସମସ୍ୟା ର ସମାଧାନ କରିବା ପାଇଁ ଏବଂ ସେହି ଚିନ୍ତା ଏତେ ମୋତେ ବିବ୍ରତ କରୁଥାଏ ଯେ ମୋର ପାଠ ପଢା ମୋର ଜୀବନ ଶୈଳୀ ସମୁଦାୟ ଭାବେ ବଦଳି ଯାଇଥିଲା।

ଉପର ଅଫିସରଙ୍କ ଅନୁରୋଧ ରେ ମୁଁ ସେ କାର୍ଯ୍ୟ ସ୍ଥଳରୁ ଫେରି ଆସିଲି ଏବଂ ମୁଁ ସେ ଚିନ୍ତା ର ସମାଧାନ ରେ ଲାଗି ପଡ଼ିଲି। ଏହି ଚିନ୍ତା ରେ ପୁରା ପରିବାର ସଂପୃକ୍ତ ଥିଲେ, କିଏ ଅଧିକା ତ ଆଉ କିଏ କମ୍ ।

ସେ ଚିନ୍ତା ର ସମାଧାନ ର ରାସ୍ତା ମୋତେ ପରିଣାମ ସ୍ବରୂପ ଗୋଟିଏ ଛୋଟିଆ କାର୍ଯ୍ୟ ଯାହା ମୁଁ ଦୁଇ ବର୍ଷ ପୂର୍ବେ କରିଥିଲି ।

ମୁଁ କେବେ ଆଶା କରି ନଥିଲି ଯେ ସେହି କାର୍ଯ୍ୟ ଦ୍ଵାର ଆଜି ବର୍ତମାନ ର ସମସ୍ୟା କୁ ସମାଧାନ କରିବା ପାଇଁ ମୋତେ ସାହାଯ୍ୟ ମିଳିବ ।

କେବେ କେବେ ପୂର୍ବରୁ କରିଥିବା କାର୍ଯ୍ୟର ପରିଣାମ ଭଲ ମିଳେ ତାହା ମୁଁ ଆଜି ଅନୁଭବ କରିଲି ଏଵଂ ସେ ସମସ୍ୟା ସୂଚାରୁ ରୂପେ ଦୁଇ ଦିନ ପୂର୍ବରୁ ସମାଧାନ ହେଲା ।

ସେ ସମାଧାନ ଯୋଗୁ ମୁଁ ଆଉ ମୋ ପରିବାର ବହୁତ୍ ଖୁସି ଏବଂ ସେ ଖୁସି ଯୋଗୁ ମୋତେ ଖୁସିର ଲୁହ ରେ ମଧ୍ୟ ଭିଜିଛି।

ଭଗବାନ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ମୋର ଏହି ସମସ୍ୟା କୁ ସମାଧାନ ର ରାସ୍ତା ଦେଖାଇ ଥିବାରୁ ଏବଂ ମୋତେ ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ ଏବଂ ସାହାସ ଦେଇଥିବାରୁ।

ସମସ୍ୟାର ସମାଧାନ କିପରି ହେବ ???

ସ୍ୱାର୍ଥପର



ଏଠି ସବୁ ସ୍ୱାର୍ଥପର ହୋଇଯିବେ ଯଦି
ନିସ୍ୱାର୍ଥପର ଭଲ ପାଇବା ଦୁନିଆ ରୁ
ଲିନ ହୋଇଯିବ ।
ଯଦି କୁହାଯାଏ ତେବେ ପ୍ରକୃତ ସ୍ୱାର୍ଥପର ହିଁ
ଅସଲି ସମ୍ପର୍କ ର ଚାବିକାଠି
ଯେଉଁଠି ସ୍ବାର୍ଥ ନାହିଁ ସେଠି
ଭଲ ପାଇବା କେବଳ ଛଳନା ମାତ୍ର ।
ଯେଉଁଠି ସ୍ବାର୍ଥ ଅଧିକାର କୁ ସାବ୍ୟସ୍ତ କରେ
ସେଠି ଭଲ ପାଇବା ସୁଦୃଢ଼ ହୁଏ
ବାକି ଯେଉଁଠି ସ୍ବାର୍ଥ ନଥାଏ
ସେଠି ଭଲ ପାଇବା ହିଁ
ଛଳନା ଯୁକ୍ତ ହୋଇ ପଡେ ।

ନୀଳମାଧବ ଭୂୟାଁ ଙ୍କ ଲେଖନୀରୁ…

Very busy and tired

How are you feeling right now?

I haven’t had a single moment since yesterday and I don’t even know how the day went. And now it is so fresh and weak that it cannot be described.

ଗତ କାଲି ଠାରୁ ମୋତେ ଗୋଟିଏ ମୁହୁର୍ତ୍ତ ମଧ୍ୟ ସମୟ ମିଳି ନାହିଁ ଆଉ ଆଜି ଦିନଟି କେମିତି ଗଲା ତାହା ମଧ୍ୟ ମୋତେ ଜଣା ପଡ଼ିଲା ନାହିଁ । ଆଉ ଏବେ ଏତେ ହାଲିଆ ଆଉ ଦୁର୍ବଳ ଯେ ତାହା ବର୍ଣ୍ଣନା କରି ହେବନି ।

Daily Habit

What daily habit do you do that improves your quality of life?

The knowledge I gain from my daily reading helps me a lot in the days to come. Reading a text every day feels like saving my money every day. The more I read, the more I feel myself gaining knowledge. Actually I am gaining more knowledge now than in my past life but I don’t know if it will be really beneficial or not. But I know this knowledge is my most profitable course. Let all my friends, like me, continue to acquire more knowledge ahead of time and be concerned about how it will be beneficial in the next life as well.

ମୋର ପ୍ରତିଦିନ ପାଠ ପଢା ରେ ମୁଁ ଯେତିକି ଜ୍ଞାନ ଅର୍ଜନ କରେ ତାହା ମୋତେ ଆଗାମୀ ଦିନରେ ବହୁତ୍ ସାହାଯ୍ୟ କରେ । ପ୍ରତି ଦିନ ର ପାଠ ପଢା ଯେମିତି ମୋର ପ୍ରତିଦିନ ର ଟଙ୍କା ସଞ୍ଚୟ ଭଳି ଅନୁଭବ ହୁଏ । ମୁଁ ଯେତେ ପାଠ ପଢ଼େ ସେତେ ଅଧିକ ମୁଁ ନିଜକୁ ଜ୍ଞାନ ସଞ୍ଚୟ ର ଅନୁଭବ କରେ। ପ୍ରକୃତରେ ମୋ ଅତୀତ ଜୀବନ ଅପେକ୍ଷା ବର୍ତମାନ ମୁଁ ଅଧିକ ଜ୍ଞାନ ଆହରଣ କରିବାରେ ଲାଗିଛି କିନ୍ତୁ ତାହା ପ୍ରକୃତରେ ଲାଭ ଦାୟକ ହେବ କି ନାହିଁ ତାହା ମୋତେ ମଧ୍ୟ ଅଜଣା। କିନ୍ତୁ ମୁଁ ଜାଣେ ଏହି ଜ୍ଞାନ ମୋର ଅଧିକ ଲାଭଦାୟକ ପାଠ୍ୟକ୍ରମ ଅଟେ । ସମସ୍ତ ବନ୍ଧୁ ମୋ ଭଳି ସମୟ ପୂର୍ବରୁ ନିଜକୁ ଅଧିକ ଜ୍ଞାନ ଆହରଣ କରିବାରେ ଲାଗି ପଡନ୍ତୁ ଏବଂ ଆଗାମୀ ଜୀବନରେ ମଧ୍ୟ ଯେମିତି ଲାଭ ପ୍ରଦ ହେବ ସେ ଚିନ୍ତାରେ ଲାଗି ପଡନ୍ତୁ ।

What’s the New collection

What was the last thing you searched for online? Why were you looking for it?

Actually the last time I surf online looking for new pens. Because I like the pen very much. Wherever I see a new pen, I must buy it and keep it in my pen collection. Because wherever the pen sees what happens to me. I am interested to buy and from there i buys a pen must. 🖊️ 🖊️

ପ୍ରକୃତରେ ମୁଁ ଶେଷ ଥର ଅନଲାଇନ୍ ରେ ନୂଆ କଲମ କଣ ଆସିଛି ସେ ବିଷୟରେ ଖୋଜୁଥିଲି । କାରଣ କଲମ ମୋତେ ବହୁତ୍ ପସନ୍ଦ । ଯେଉଁଠି ମଧ୍ୟ ନୂଆ କଲମ ଦେଖେ ମୁଁ ତାକୁ ନିଶ୍ଚୟ କିଣି ଆଣି ମୋ କଲମ ଭଣ୍ଡାର ରେ ରଖେ । କାରଣ ଯେଉଁଠି କଲମ ଦେଖେ ମୋତେ କଣ ହେଇଯାଏ । ମୁଁ କିଣିବାକୁ ବାଧ୍ୟ ହୁଏ ଏବଂ ସେଠୁ ସେ କଲମ ଟି କିଣି ଆଣେ।

Tom and Jerry

What TV shows did you watch as a kid?

This show makes me a kid and when this show played on tv I feel like a kid. I’m indulge inside this show. And I lose myself in that show. Honestly, watching this show still makes me feel so happy.

ଏହି ସୋ ମୋତେ ଛୋଟ ପିଲା କରିଦିଏ ଏବଂ ଏହି ସୋ ଆସିଲେ ସତେ ଯେମିତି ମୁଁ ଛୋଟ ପିଲା ଭଳି ଦେଖେ । ସେ ଭିତରେ ପଶି ଯାଏ । ଏବଂ ମୁଁ ନିଜକୁ ହଜେଇ ଦିଏ ସେ ସୋ ଭିତରେ। ସତରେ ଏହି ସୋ ଏବେ ମଧ୍ୟ ଦେଖିଲେ ମୋତେ ଯେମିତି ଖୁସି ଅନୁଭବ ହୁଏ ।

Best Time

What’s your favorite time of day?

My best time was from 5 am to 9 am.

This time helps me plan my day accordingly.

If this time starts well then the day ends well and if that time goes bad or there is some problem then the day also goes bad.

Then comment and let us know what time of day is best and when.

ମୋର ସବୁଠୁ ଭଲ ସମୟ ହେଲା ସକାଳ 5 ଟା ରୁ 9 ପର୍ଯ୍ୟନ୍ତ ।

ଏହି ସମୟ ଟି ମୋତେ ମୋ ଦିନକୁ ସୂଚାରୁ ରୂପେ କାମ କରିବା ପାଇଁ ରାସ୍ତା ଦେଖାଇ ଥାଏ।

ଯଦି ଏହି ସମୟ ଟି ମୋର ଭଲରେ ଆରମ୍ଭ ହେଲା ତେବେ ଦିନ ଟି ମୋର ଭଲରେ ହିଁ କଟି ଯିବ ଆଉ ଯଦି ସେ ସମୟ ଟି ମୋର ଖରାପ ହେଲା କିମ୍ବା କିଛି ଅସୁବିଧା ହେଲା ତେବେ ଦିନ ଟି ମଧ୍ୟ ଖରାପ ରେ ବିତେ ।

ତେବେ ଆପଣଙ୍କ ଦିନର କୋଉ ସମୟ ଟି ଭଲ ସମୟ ଏବଂ ଉଚିତ୍ ସମୟ କମେଣ୍ଟ କରି ଜଣାନ୍ତୁ।

Take a look at this Surabhi – Part – 01 on Flipkart

https://dl.flipkart.com/s/hm2jbBuuuN

iii. Odia

Favorite Recipes

What’s your favorite recipe?

If I say my most favorite curry, then the name will come Mushroom curry.

Mushroom curry is one such curry that we consider a pure food, a forbidden food among the Non Vegetarian. Self-satisfaction is found in this meal and the enjoyment of eating is also different.

Not the high rate and not the least rate on the market. Spices are one of the items that are available in the market throughout the year.

This curry is one of my favorite among other Non Vegetarian dishes and is a favorite every day at home.

I eat more food that day because I eat more because of that taste. Yes, that desire fills up half of the stomach and the rest is left to eat.

Then I will say again that my favorite curry is my Mushroom curry.

So give your own opinion.

ମୋର ସବୁଠୁ ପ୍ରିୟ ତରକାରୀ ଯଦି କହିବି ସେଠି ନାମ ଆସିବ ଛତୁ ତରକାରୀ ।

ଛତୁ ତରକାରୀ ଏମିତି ଏକ ତରକାରୀ ଯାହାକୁ ଆମେ ଶୁଦ୍ଧ ଭୋଜନ ରେ ଗଣତି କରୁ ମାନେ ଆମିଷ ନିଷେଧ ଭୋଜନ। ଏହି ଭୋଜନ ରେ ଆତ୍ମ ତୃପ୍ତି ମିଳେ ଏବଂ ଖାଇବା ର ମଜା ମଧ୍ୟ ଅଲଗା ଥାଏ । ବଜାର ରେ ସବୁଠୁ ଅଧିକ ମଧ୍ୟ ନୁହେଁ ଆଉ ବହୁତ୍ କମ୍ ମଧ୍ୟ ନୁହେଁ।

ଛତୁ ଏମିତି ଏକ ଜିନିଷ ଯାହା ପ୍ରାୟତଃ ବର୍ଷ ସାରା ବଜାର ରେ ଉପଲବ୍ଧ ହୋଇଥାଏ। ଅନ୍ୟ ଆମିଷ ଭୋଜନ ଅପେକ୍ଷା ଏହି ତରକାରୀ ମୋର ସବୁଠୁ ଅଧିକ ପ୍ରିୟ ଏବଂ ଯେଉଁଦିନ ଘରେ ଛତୁ ତରକାରୀ ହୁଏ । ସେଦିନ ମୁଁ ଅଧିକା ଭୋଜନ ଖାଏ କାରଣ ସେ ସ୍ଵାଦ ରେ ମୁଁ ଅଧିକ ଖାଇ ପକାଏ।

ହଁ ସେ ବାସ୍ନା ରେ ତ ଅଧା ପେଟ ପୁରିଯାଏ ବାକି ଖାଇବା ଟା ବାକି ଥାଏ। ତେବେ ପୁଣି କହିବି ସବୁଠୁ ପ୍ରିୟ ତରକାରୀ ଭାବରେ ମୋର ଛତୁ ତରକାରୀ ଅଧିକ ପ୍ରିୟ ତରକାରୀ । ତେବେ ଆପଣ ମାନେ ମଧ୍ୟ ନିଜ ନିଜର ମତାମତ ଦିଅନ୍ତୁ।

A moments of my life…

Thoughts

A moments of my life…

Tell us about the last thing you got excited about.

I was very happy that day when I took my child in my arms.

That time was the most memorable and happy moment for me. Even so, I love the baby very much, but when I found my own child in my arms, I forgot all my sorrows.

Yes, there was a little trouble a while ago that was not meant to be with me. It’s the time of the corona epidemic. My wife was perfectly capable of normal delivery but the doctors lied to me and gave many reasons and finally said that if your wife has a normal delivery then both mother and baby will face problems.

But I know my wife is perfectly fine but they forced her to have a cesarean by giving her a pain killer injection. This incident I came to know later and it is a business that almost doctors do in some hospital but it is wrong and sinful.

By lying to a man and cutting his body, she gives birth to a baby that she was perfectly capable of giving birth to normally.

People say that doctors are another form of God, so if God-like doctors become monsters for the sake of some money, then the common man becomes helpless.

Who can say that the life of his wife and child could not be lost there if he protested??

Forget about that,

but after taking my son in my arms, I got infinite happiness.

उस दिन मैं बहुत खुश थी जब मैंने अपने बच्चे को गोद में लिया। वो समय मेरे लिए सबसे यादगार और ख़ुशी का पल था। यूं तो मैं बच्चे से बहुत प्यार करती हूं, लेकिन जब मैंने अपने बच्चे को अपनी गोद में पाया तो मैं अपने सारे दुख भूल गई।

हाँ, कुछ समय पहले थोड़ी परेशानी हुई थी जो मेरे साथ नहीं होनी थी। यह कोरोना महामारी का समय है. मेरी पत्नी सामान्य प्रसव कराने में पूरी तरह सक्षम थी लेकिन डॉक्टरों ने मुझसे झूठ बोला और कई कारण बताए और अंत में कहा कि अगर आपकी पत्नी की सामान्य प्रसव हुआ तो मां और बच्चे दोनों को परेशानी होगी।

लेकिन मैं जानता हूं कि मेरी पत्नी बिल्कुल ठीक है लेकिन उन्होंने उसे पेन किलर इंजेक्शन देकर सिजेरियन करने के लिए मजबूर किया। यह घटना मुझे बाद में पता चला और यह एक व्यवसाय है जो लगभग डॉक्टर अपने अस्पताल में करते हैं लेकिन यह गलत और पापपूर्ण है।

एक आदमी से झूठ बोलकर और उसके शरीर को काटकर, वह एक बच्चे को जन्म देती है जिसे वह सामान्य रूप से जन्म देने में पूरी तरह सक्षम थी।

लोग कहते हैं कि डॉक्टर भगवान का दूसरा रूप होते हैं, ऐसे में अगर भगवान जैसे डॉक्टर चंद पैसों की खातिर हैवान बन जाएं तो आम आदमी तो असहाय हो ही जाता है।

कौन कह सकता है कि विरोध करने पर वहां उसकी पत्नी और बच्चे की जान नहीं जा सकती?? उस बारे में भूल जाओ, लेकिन अपने बेटे को गोद में लेने के बाद मुझे उस दिन असीम खुशी मिली थी ।

ସେଦିନ ମୁଁ ବହୁତ୍ ଖୁସି ହେଲି ଯେବେ ମୁଁ ମୋ ନିଜ ହାତରେ ମୋ ସନ୍ତାନ କୁ ମୋ କୋଳକୁ ନେଲି । ସେ ସମୟ ଟି ମୋର ପାଇଁ ସବୁଠୁ ସ୍ମୃତି ଜନକ ଏବଂ ବହୁତ୍ ଖୁସିର ମୁହୂର୍ତ୍ତ ଥିଲା ।

ଏମିତି ରେ ମୁଁ ଛୋଟ ଛୁଆ କୁ ବହୁତ୍ ଭଲ ପାଏ କିନ୍ତୁ ଯେତେବେଳେ ମୋର ନିଜ ସନ୍ତାନ କୁ ନିଜେ କୋଳେ ପାଇ ମୁଁ ମୋର ସବୁ ଦୁଃଖ କଷ୍ଟ ଭୁଲିଗଲି । ହଁ ଅଳ୍ପ ଦୁଃଖ ହୋଇଥିଲା ଟିକେ ପୂର୍ବରୁ ଯାହା ମୋ ସହିତ ହେବାର ନଥିଲା।

କୋରୋନା ମହାମାରୀ ସମୟ ର କଥା। ମୋ ସ୍ତ୍ରୀ ସାଧାରଣ ପ୍ରସବ ପାଇଁ ସମ୍ପୂର୍ଣ୍ଣ ଭାବେ ସକ୍ଷମ ଥିଲା କିନ୍ତୁ ଡାକ୍ତର ମାନେ ମୋତେ ମିଛ କହି ବହୁତ୍ କାରଣ କହି ଶେଷରେ କହିଲେ ଯଦି ତୁମ ସ୍ତ୍ରୀ ସାଧାରଣ ପ୍ରସବ କରେ ତେବେ ମା ଏବଂ ଛୁଆ ଦୁହେଁ ସମସ୍ୟା ର ସମ୍ମୁଖୀନ ହେବେ।

କିନ୍ତୁ ମୁଁ ଜାଣେ ମୋ ସ୍ତ୍ରୀ ସମ୍ପୂର୍ଣ୍ଣ ଭାବେ ଠିକ୍ ଅଛି କିନ୍ତୁ ତାର କଷ୍ଟ କମିବା ଇଞ୍ଜେକ୍ସନ ଦେଇ ତାର କଷ୍ଟ କୁ କମେଇ ତାକୁ ସିଯାରିନ୍ କରିବାକୁ ବାଧ୍ୟ କରିଲେ । ଏହି ଘଟଣା ମୁଁ ପରେ ଜାଣିବାକୁ ପାଇଲି ଏବଂ ଏହା ଗୋଟିଏ ବେପାର ରୂପରେ ପ୍ରାୟ ଡାକ୍ତର ଖାନା ରେ ଏମିତି କରନ୍ତି କିନ୍ତୁ ଏହା ଭୁଲ ଏବଂ ପାପ ଅଟେ ।

ଜଣେ ମଣିଷ କୁ ମିଛ କହି ତାର ଶରୀର କୁ କାଟି ସେ ତାର ଛୁଆ କୁ ଜନ୍ମ ଦିଏ ଯାହାକି ସେ ସାଧାରଣ ପ୍ରସବ ପାଇଁ ସଂପୂର୍ଣ୍ଣ ଭାବେ ସକ୍ଷମ ଥିଲା । ଲୋକେ କୁହନ୍ତି ଡାକ୍ତର ଭଗବାନ ଙ୍କ ଅନ୍ୟ ରୂପ, ତେବେ ଯଦି ଭଗବାନ ରୂପୀ ଡାକ୍ତର ମାନେ ହିଁ ରାକ୍ଷସ ପାଲଟି ଯାଆନ୍ତି କିଛି ଟଙ୍କା ପାଇଁ ତେବେ ସେଠି ସାଧାରଣ ମଣିଷ ନିରୁପାୟ ହୋଇ ଯାଏ ।

ପ୍ରତିବାଦ କରିଲେ ସେଠି ନିଜ ସ୍ତ୍ରୀ ଏବଂ ଛୁଆ ର ଜୀବନ ନଷ୍ଟ ହୋଇ ନ ପାରେ ବୋଲି ଏହା କିଏ କହି ପାରିବ ?? ଛାଡ଼ନ୍ତୁ ସେ କଥା କିନ୍ତୁ ମୋ ପୁତ୍ର କୁ ମୋ କୋଳକୁ ନେବା ପରେ ମୋତେ ଅସୀମ ସୁଖ ପ୍ରାପ୍ତି ହୋଇଥିଲା ।

My future city

How would you design the city of the future?

One who has learned to live with nature. The future will seem normal to him. But whoever abuses nature suffers the consequences. So, according to the question, if we are destroying the present to modernize the future, then we are wrong.

The future will be highly modernized and machines like robots will be used in all applications.

But it is very harmful to nature. Let’s find out how? Day by day we are weakening ourselves more and more over time.

The root cause of all is our modernization. The more modernization, the more it affects our future.

We are making ourselves lazy in every activity but we are running behind the modernization and we are not able to properly utilize the present natural environment.

This is an example of that

Today, almost all regions of the world are experiencing extreme heat.

Because we are cutting down the forest and urbanizing it every day but we don’t know that if we continue to destroy our nature then we will have shortage of oxygen in the future and just as humans are desperate for water and oil in the future, humans will be desperate for oxygen in the future.

will be So start planting trees from now. Explain to the man who cuts down the tree.

Do not cut trees for urbanization. Otherwise the future will be dark.

So I would say that the future of our city should be glazing and full of nature and greenery.

Message For You (English)

ପ୍ରକୃତି ସହିତ ଯିଏ ବଞ୍ଚିବା ଶିଖି ଯାଇଛି । ତାକୁ ଭବିଷ୍ୟତ ସାଧାରଣ ଲାଗିବ । କିନ୍ତୁ ପ୍ରକୃତି ସହିତ ଯିଏ ଦୁର୍ବ୍ୟବହାର କରିବ ତାର ପରିଣାମ ସେ ଭୋଗନ୍ତି ।

ତେବେ ଏଠି ପ୍ରଶ୍ନ ଅନୁସାରେ ଯଦି ଆମେ ଭବିଷ୍ୟତ କୁ ଆଧୁନିକ କରିବା ପାଇଁ ବର୍ତମାନ କୁ ନଷ୍ଟ କରୁଛନ୍ତି ତେବେ ଆମେ ଭୁଲ କରୁଛୁ । ଭବିଷ୍ୟତ ବହୁତ୍ ଆଧୁନୀକରଣ ହେବ ଏବଂ ସମସ୍ତ ପ୍ରୟୋଗ ରେ ରୋବୋଟ ଭଳି ମେସିନ କୁ ବ୍ୟବହାର କରାଯିବ । କିନ୍ତୁ ଏହା ପ୍ରକୃତି ପାଇଁ ବହୁତ୍ ହାନିକାରକ ଅଟେ । କେମିତି ତାହା ଚାଲନ୍ତୁ ଜାଣିବା ? ଦିନକୁ ଦିନ ଆମେ ସମୟ ସହିତ ନିଜକୁ ଅତ୍ୟଧିକ ଦୁର୍ବଳ କରି ଚାଲିଛୁ।

ସବୁ ର ମୂଳ କାରଣ ଆମର ଆଧୁନୀକରଣ। ଯେତେ ଆଧୁନୀକରଣ ସେତେ ଅଧିକ ଆମ ଭବିଷ୍ୟତ କୁ ପ୍ରଭାବିତ କରୁଛି ।

ପ୍ରତ୍ୟେକ କାର୍ଯ୍ୟରେ ଆମେ ନିଜକୁ ଅଳସୁଆ କରି ଚାଲିଛୁ କିନ୍ତୁ ଆମେ ଆଧୁନୀକରଣ ପଛରେ ଦଉଡ଼ି ଆମେ ବର୍ତମାନ ରେ ଥିବା ପ୍ରକୃତି ମୟ ପରିବେଶ କୁ ଆମେ ସୁଚାରୁ ରୂପେ ନିୟୋଜିତ କରି ପାରୁ ନାହାଁନ୍ତି । ଏହା ଦୃଷ୍ଟାନ୍ତ ଉଦାହରଣ ଯେ

ଆଜି ପୃଥିବୀ ର ପ୍ରାୟ ଅଞ୍ଚଳ ରେ ଅତ୍ୟଧିକ ଗରମ ଅନୁଭୂତ ହେବାକୁ ଲାଗିଲାଣି ।

କାରଣ ଆମେ ପ୍ରତିଦିନ ଜଙ୍ଗଲ କୁ କାଟି ତାକୁ ସହରୀକରଣ କରିବାରେ ଲାଗିଛୁ କିନ୍ତୁ ଆମେ ଜାଣି ପାରୁ ନାହୁଁ କି ଯଦି ଆମେ ଆମ ପ୍ରକୃତି କୁ ନଷ୍ଟ କରି ଚାଲିବା ତେବେ ଭବିଷ୍ୟତ ରେ ଆମ ପାଖରେ ଅମ୍ଳଜାନ ଅଭାବ ପଡ଼ିବ ଏବଂ ଆଜି ପାଣି ଏବଂ ତେଲ ପାଇଁ ମଣିଷ ଯେମିତି ହନ୍ତସନ୍ତ ହେଉଛି ଠିକ୍ ସେମିତି ଭବିଷ୍ୟତ ରେ ଅମ୍ଳଜାନ ପାଇଁ ମଣିଷ ହନ୍ତସନ୍ତ ହେବ ।

ତେବେ ଏବେଠାରୁ ଗଛ ଲଗାଇବା ଆରମ୍ଭ କରି ଦିଅନ୍ତୁ। ଗଛ କାଟୁଥିବା ଲୋକ ମଣକୁ ବୁଝାନ୍ତୁ। ସହରୀକରଣ ପାଇଁ ଗଛ କାଟନ୍ତୁ ନାହିଁ । ନହେଲେ ଭବିଷ୍ୟତ ଅନ୍ଧାର ହୋଇଯିବ। ତେଣୁ ମୁଁ କହିବି ଭବିଷ୍ୟତ ଆମ ସହର ତେଜୀୟାନ୍ ଏବଂ ପ୍ରକୃତି ମୟ ଏବଂ ସବୁଜ ବନାନୀ ରେ ଭରପୁର ରହିବା ଦରକାର ।

Time

Naming

Where did your name come from?


Special thanks to my brother for naming me. Because as far as I know I did not have a proper name in my class so the process of changing my name was started. At first everyone called me by my short name but the proper name was given in fourth or fifth class. Once again thank you my brother.

ବିଶେଷ ଭାବେ ମୋ ନାମକରଣ ପାଇଁ ମୋ ଭାଇ କୁ ମୁଁ ଶ୍ରେୟ ଦେବୀ । କାରଣ ମୁଁ ଯେତିକି ଜାଣେ ମୋର କ୍ଲାସ୍ ରେ ଉଚିତ୍ ନାମ ନଥିଲା ତେଣୁ ମୋ ନାମ କୁ ବଦଳି କରିବାର ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ପ୍ରଥମେ ମୋର ଛୋଟ ନାମ ଦ୍ଵାରା ମୋତେ ସମସ୍ତେ ଡାକୁଥିଲେ କିନ୍ତୁ ଉଚିତ୍ ନାମ ର ନାମକରଣ ଚତୁର୍ଥ କିମ୍ବା ପଞ୍ଚମ କ୍ଲାସ୍ ରେ ହୋଇଥିଲା। ପୁଣି ଥରେ ମୋ ଭାଇ ଙ୍କୁ ଧନ୍ୟବାଦ ଦେବୀ ।

Thoughts