କୁମାର:- ତମରି ପାଇଁ ଏ ସବୁ ହେଲା । କାଁଇ ମୁଁ ତୁମକୁ ଉଠେଇଲି କେଜାଣି ।
ଏମିତି ଦେଖନି ନିଅ ମୋ Shirt ପିନ୍ଧିଦିଅ । ଆଉ ଶୁଣ କାଲି ଏ Shirt ଆଣି ମୋତେ ଦବ ।
ସଫା କରିକି ଆଣିବ ।
ସନ୍ଧ୍ୟା:- ଠିକ୍ ଅଛି ।
କୁମାର:- ହେଲେ, ତମେ ଏବେ ଯିବ କେମିତି ?? ତମେ ତ ଗାଡି ଚଲେଇ ପାରିବନି ।
ସନ୍ଧ୍ୟା:- ମୁଁ ଯାଇପାରିବି ।
କୁମାର:- ହଁ ସବୁ ତାଡି ପକେଇବ ।
ଟିକେ ଆଗକୁ ଚାଲ ମୋ ସାଙ୍ଗ ଘର ପଡିବ, ସେଠି ମୋ ସାଇକେଲ ରଖି ତମକୁ ନେଇ ତମ ଘରେ ଛାଡିକି ଆସିବି ।
ତାପରେ ସେମାନେ ସାଇକେଲ ରଖି ଗାଡି ଧରି ଚାଲିଲେ ।
ସନ୍ଧ୍ୟା:- ତମକୁ ଗାଡି ଚଲେଇ ଆସେ ।
କୁମାର:- ନାହିଁ ତମକୁ ହିଁ ଚଳେଇ ଆସେ । ମୋ ସାଙ୍ଗମାନେ ମୋତେ ଶିଖେଇଛନ୍ତି ।
ତାପରେ ସନ୍ଧ୍ୟା ଧିରେ ଧିରେ କୁମାର କୁ ଜାବୁଡି ଧରିଲା ।
କୁମାର:- କଣ କରୁଛ ତମେ । ଟିକେ ଦୁରେଇକି ବସ ।
ସନ୍ଧ୍ୟା:-ଏମିତି କଣ ହେଉଛ ଯେ, ମୁଁ ଖାଲି ଧରିଛି କିଛି କରୁନି ।
କୁମାର:- କିଏ ଦେଖିଲେ କଣ ଭାବିବ ?
ସନ୍ଧ୍ୟା:- ଯିଏ ଯାହା ଭାବୁଛି ଭାବୁ ମୁଁ ଆଉ କାହାକୁ ଧରିଛି କି ? ମୁଁ ତ ମୋ ହିରୋ କୁ ଧରିଛି ।
କୁମାର:- ତମେ ଦୁରେଇକି ବସିବ ନା ମୁଁ ଏଠି ଗାଡି ରଖି ଚାଲି ପଳେଇବି ।
ସନ୍ଧ୍ୟା:-ନାଇଁ ନାଇଁ ଦୁରେଇକି ବସୁଛି । ତମେ ଏତେ ରାଗୁଛ କଣ ପାଇଁ ଯେ ??
ତମକୁ କଣ ରାଗିବାର ଆସୁଛି ?? ହସିକି କଥା କହିବାର ଆସୁନି ??
ଯେତେବେଳେ ଦେଖ ହାଣ୍ଡିଭଳି ମୁଁହ କରି ରଖିଥିବ । କେଜାଣି ମୁଁ ତମ ପାଖରେ କେମିତି ରହିବି ।
Thanks….
Nice