ରୂପାନ୍ତରିତ ମଣିଷ ( Man of Change)

ରୂପାନ୍ତରିତ ମଣିଷ ( Man of Change)
ରୂପାନ୍ତରିତ ମଣିଷ ( Man of Change)


*ରୂପାନ୍ତରିତ ମଣିଷ*

ସମସ୍ତଙ୍କୁ ଜଣାଅଛି
ମାଂସର ଉପଭୋଗରେ ଜୀବନର
ଜଳପରି ସ୍ୱଚ୍ଛ ଆଉ ପବିତ୍ରତା
ନଷ୍ଟ କରିବାରେ ……।
ସମସ୍ତେ ଓସ୍ତାଦ
କେତେ ପ୍ରକାର ……
କେତେ ଭାଗରେ……
‘ ଚକ୍ରବ୍ୟୁହ ‘ ଚଳାଇବାକୁ ,
‘ ସମାଜ’ ଠୁ ସଭ୍ୟତା ଯାଏ
ମାଟି ଠୁ ମଙ୍ଗଳ ଯାଏ.. କିନ୍ତୁ
ଜନତା ଆଖିରୁ ନିଦ ହଜାଇ
ଚୁପଚାପ୍ ଶୋଇ ରହନ୍ତି
“ରୂପାନ୍ତିତ ମଣିଷ”
ମିଥ୍ୟା – ଛଳନା – ପ୍ରତିସ୍ମୃତିର
ଯୁଦ୍ଧ କ୍ଷେତ୍ରରେ ହାରୁ କିମ୍ଵା ଜିତୁ…
ସବୁଠି ଚର୍ଚ୍ଚାର ପାତ୍ର ସାଜି ଯାଏ ।
ସତରେ ! ମାନବିକତା କେତେ ପଛରେ…..
ଜନ୍ମ ହେବା ଶିଶୁଟିଏ…….
ବଂଚି ପାରେନି ‘ହତ୍ୟା’ ଶବ୍ଦ ଆଗରୁ
ନିଜକୁ ନିଜେ ଜାଣିପାରେନି…. ମୁଁ କିଏ?
ଗୋଟିଏ ବିରାଟ ପ୍ରଶ୍ନବାଚି ହୋଇଯାଏ ।

ମୁଁ କେବଳ…
ମୁଁ ହିଁ ରକ୍ଷକ…
ମୁଁ ହିଁ ଭକ୍ଷକ….
ସମସ୍ତଙ୍କ ଈର୍ଷା ଜର୍ଜରିତ ଦୃଷ୍ଟି
ଏହି ସମାଜ ଉପରେ ।
ଭାଙ୍ଗୁ କି ଭୁଶୁଡ଼ି ପଡୁ
‘ଏ ସମାଜ – ଏ ସଭ୍ୟତା
କାହାରି ଖିଆଲ ନାହିଁ
କାହାର ଶୁଣିବାର ନାହିଁ
ଅନ୍ତଫଟା ବିକଳ କ୍ରନ୍ଦନ
ଧର୍ଷଣ ହୁଏ ଖୁସି-ଆନ୍ଦନ
ଆଗକୁ ଯିବାର ଚେଷ୍ଟା ପାଖରେ
କିନ୍ତୁ…..
ସେପଟେ ଅସଭ୍ୟଙ୍କ ବିକଟାଳ ହସ
ଗୋଟେ ପଟେ ସୁଖର ସୌଧତ
ଅନ୍ୟପଟେ ଲୁହର ସମୁଦ୍ର
ଏହି ମାନବ ସମାଜରେ
ତାପରେ …….
ଏକ ହୋଇଯାଏ
ରାଜନୀତି….
ଅର୍ଥନୀତି….
କୂଟନୀତି…..’
By. Manoj…(Writer)

One thought on “ରୂପାନ୍ତରିତ ମଣିଷ ( Man of Change)”

Leave a Reply

Your email address will not be published. Required fields are marked *