ସକାଳ ୭ ଟା ରେ ଆଲାରମ୍ ଦେଇ ଉଠିଲି। ପୂର୍ବ ରାତିରୁ ସ୍ଥିର କରିଥିଲି ଯେ କାଲି ସକାଳେ କୁଆଡେ ଯିବିନି ଘରେ ହିଁ ରହିବି ଏବଂ ଦିନ ଯାକ ପଢିବି ।
ବଡ ଭାଇ ର ବାଧ୍ୟକତା ରେ ୦୨ ଦିନ ପୂର୍ବରୁ ଏସ୍ ଏସ ସି ପରୀକ୍ଷା ପାଇଁ ଏପ୍ଲାଇ କରି ଆସିଛି ।
ଠିକ୍ ଦେଢ଼ ମାସ ପରେ ପରୀକ୍ଷା ଅଛି । ସେଥିପାଇଁ ପରୀକ୍ଷା ପାଇଁ ପୁରା ଧ୍ୟାନ ଦେବାକୁ ହେବ ।
ସକାଳୁ ଗାଧୁଆ ପାଧୁଆ ସାରି ଆଜି ପ୍ରଥମ କରି ପୂଜା ଘରେ ମୁଣ୍ଡିଆ ମାରିବାକୁ ଗଲି, ମନରେ ଥିଲା କି ଆଜି ପାଠ ପଢ଼ା ର ଶୁଭାରମ୍ଭ ହେବ ।
ଭଗବାନ ପାଖରେ ଗୁହାରି କରି କହିଲି “ମୋତେ ପଢ଼ିବାକୁ ଶକ୍ତି ଦିଅ ପ୍ରଭୁ” ।
ପଢା ଘରେ ବସି ପଢିବା ଆରମ୍ଭ କରିଲି । ଗଣିତ ଏବଂ ଇଂରାଜୀ ମୋର ଘୋର ଶତ୍ରୁ , ସ୍ଥିର କରିଲି ଇତିହାସ ନହେଲେ ଭୂଗୋଳ ରୁ ଆରମ୍ଭ କରିବି।
ପ୍ରାୟ ଅଧ ଘଂଟାଏ ପଢା ସରିବା ପରେ , ଭାବିଲି ଅଳ୍ପ ବ୍ରେକ୍ ନେଇ ପୁଣି ପଢିବି। ମା ଙ୍କୁ କହିଥିଲି, ମା ଆଜି ଦିନ ଯାକ ପଢିବି , କିଏ ଯଦି ପଚାରିବ କହିବୁ, ମୋର ଦେହ ଖରାପ।
ମା ମଧ୍ୟ ରାଜି, କେତେ ଦିନରେ ମୋ ପୁଅ ପଢ଼ିବା ପାଇଁ ମନ କରିଛି। +୩ ସାରି ଛଅ ମାସ ହେଲା ଘରେ ବସିଛି ବୋଧେ ଚାକିରି ପାଇଁ ପଢୁଛି ।
ଏହା ଭାବି ମା ମୋ ପାଖରେ ପାଣି, ହର୍ଲିକ୍ସ ଏବଂ ବିସ୍କୁଟ ପ୍ୟାକେଟ ରଖି ଦେଇ ଚାଲି ଗଲେ।
ପାଠ ପଢା ଅଧା ହୋଇଛି ମୋ ସାଙ୍ଗ ବରୁଣ ଆସି ମା କୁ ପଚାରିଲା, ଅଶୋକ କୁଆଡେ ଗଲା?? ମା କହିଦେଲେ ତାର ଦେହ ଖରାପ, ସେ ଶୋଇଛି।
ବରୁଣ ଭାରି ଚାଲାକ୍, ସେ ମୋତେ ପିଲା ଦିନରୁ ଜାଣେ, ସେ ମା କୁ କହିଲା ଅଶୋକ ର କେମିତି ଦେହ ଖରାପ୍ ହେଇଥିବ ମୁଁ ଜାଣିଚି, ମା କହିଲେ ନାହିଁ ବାବୁ ତାକୁ ବିରକ୍ତ କରେନି।
ବରୁଣ କହିଲା , ମାଉସୀ ସେ ପାଠ ପଢୁଥିବ, ମୁଁ ଜାଣିଛି, ୦୨ ଦିନ ପୂର୍ବରୁ ଫର୍ମ ପକେଇଛି ସେଥିପାଇଁ ସେ ଭାବୁଥିଲା କୋଉ ଦିନ ଆରମ୍ଭ କରିବି।
ଆଜି ଭଲ ଦିନ ଦେଖି ଆରମ୍ଭ କରିଛି । ମା କହିଲେ , ହଁ ସେ ପଢୁଛି। ବରୁଣ କହିଲା ମୁଁ ସବୁ ଜାଣିଚି ମାଉସୀ !!!
ଏତିକି କହି ସେ ସିଧା ପହଞ୍ଚିଲା ମୋ ରୁମ୍ ପାଖରେ ମୁଁ ଭିତରୁ କବାଟ ବନ୍ଦ କରି ପଢ଼ିବାରେ ବ୍ୟସ୍ତ ।
ହଠାତ୍ କବାଟ ଠକ୍ ଠକ୍ ର ଶବ୍ଦ ଏବଂ ଆବେ କବାଟ ଖୋଲ, ମୁଁ ଜାଣିଛି ତୁ ଶୋଇନୁ, ପଢ଼ୁଛୁ, ଚାଲ୍ ମୁଁ ତତେ କିଛି କରିବିନି, କବାଟ ଖୋଲେ ।
ମୁଁ ବିଶ୍ୱାସ ରେ କବାଟ ଖୋଲିଲି କିନ୍ତୁ ସେ କମୀନା କବାଟ ଖୋଲୁ ଖୋଲୁ ରଙ୍ଗ ମୁଠା ଟି ସିଧା ମୋ ଉପରେ ଫୋପାଡି ଦେଲା । ମୋର କପଡା ଖରାପ କରିଦେଲା।
ମୋତେ ପ୍ରବଳ ରାଗ, କିନ୍ତୁ ରାଗ କୁ କଣ୍ଟ୍ରୋଲ କରି କହିଲି, ଆବେ କଣ କରିଲୁ । ବରୁଣ କହିଲା , ତୋତେ ଆଜି ଦିନ ଟା ମିଳିଲା, ପଢ଼ିବାକୁ ।
ମୁଁ କହିଲି, ଆବେ ସମୟ ହେଉନି ପଢିବି କେତେବେଳେ? ବରୁଣ କହିଲା, କାଲି ପଢ଼ିବୁ ଆଜି ଭଳିଆ ଦିନରେ ତୁ ହୋଲି ନ ଖେଳି ପାଠ ପଢ଼ିବୁ ଏଇଟା ହେବାକୁ ଦେବିନି ।
ଚାଲ୍ ଆଜି ହୋଲି ଖେଳିବା !!! ମୁଁ ମନା କରିଲି,
ସେ କହିଲା ବେଶୀ କଟ କଟ କରିବୁ, ମୋ ଠୁ ଖରାପ କେହି ହେବେନି, ତୁ ଭଲ ଭାବରେ ଜାଣିଛୁ । ବାଧ୍ୟ ହୋଇ ବାହାରିଲି ବରୁଣ ସାଙ୍ଗରେ ରଙ୍ଗ ଖେଳିବାକୁ।
ବରୁଣ କହିଲା , ଗୋଟେ କଥା ଶୁଣ, ଆମେ ସମସ୍ତେ DJ ଲଗେଇ ହୋଲି ଖେଳିବାକୁ ପ୍ରୋଗ୍ରାମ ହେଇଛି କିନ୍ତୁ DJ ବାଲା ଏବେ ପର୍ଯ୍ୟନ୍ତ ଆସିନି ।
ତେବେ ଆମେ ଆଉ ଗୋଟିଏ ସ୍ଥାନ କୁ ଯିବା ସେଠୀ ଅଳ୍ପ ମସ୍ତି କରିବା । ମୁଁ କହିଲି, ମସ୍ତି ମାନେ ତୁ କିଛି କିଳା କରିବୁ, ନା ନା , ମୁଁ ତୋ ସାଙ୍ଗରେ ଯିବିନି ।
ବରୁଣ କହିଲା କେତେ ଡରକୁଳା ବେ ତୁ!!
ମୋତେ ଅପମାନ ଅନୁଭବ ହେଲା, କହି ଉଠିଲି, ନା ମୁଁ ଡରକୁଳା ନୁହଁ, ଚାଲ୍ କୁଆଡେ ଯିବୁ ଚାଲ !!!
ବରୁଣ କହିଲା ଏବେ ଭଲ ପିଲା ର ସଂକେତ ଦେଖା ଦେଲା । ତେବେ ଚାଲ୍…।
ଆମେ ଚାଲିଲୁ, ଶ୍ରୀକାନ୍ତ ଘରକୁ ସେ ରେଡ୍ଡୀ ହୋଇ ବସିଥାଏ । ଶ୍ରୀକାନ୍ତ ଆମ ଠାରୁ ଗୋଟିଏ ବର୍ଷ ଜୁନିଅର କିନ୍ତୁ ଆମର ଖାସ୍ ସାଙ୍ଗ ସେ ତାର ଛୋଟ ଭଣଜା ସହିତ ତରଙ୍ଗ ମ୍ୟୁଜିକ ଲଗେଇ ନାଚ କରୁଥାଏ ।
ଆମେ ପହଞ୍ଚିଲା ପରେ ସେଠୀ ସମସ୍ତେ ମିଶି ଅଳ୍ପ ନାଚ କରିଲୁ, ତାପରେ ଶ୍ରୀକାନ୍ତ ତାର ଆଇଡିଆ କହିଲା।
ଶ୍ରୀକାନ୍ତ ର ପଡିଶା ଚିଙ୍କି ର ଘର । ତା ସାଙ୍ଗ ସୁଜାତା। ସହର ରୁ ଆସିଛି। ଯେତେବେଳେ ମଧ୍ୟ ଦେଖ ୧/୩ ର ପ୍ୟାଣ୍ଟ୍ ଏବଂ ଟପ୍ ଟେ ପିନ୍ଧି ଦାଣ୍ଡ କୁ ବାରି ହେଉଥିବ ।
ଦେଖିବାକୁ ପୁରା ରଜନୀ ଗନ୍ଧା, ମାନେ କୋଉ ସେଣ୍ଟ ଲଗାଉଛି କେଜାଣି ସେ ଯୁଆଡ଼େ ଯିବ ଖାଲି ରଜନୀ ଗନ୍ଧା ର ବାସ୍ନା ହେଉଥାଏ ।
ଶ୍ରୀକାନ୍ତ ତାକୁ ନଜର ପକେଇ ଥିଲା କିନ୍ତୁ ଲାଇନ୍ ମାରିବା ପରୀକ୍ଷା ରେ ଫେଲ୍ । ଚିଙ୍କି ଏବଂ ବରୁଣ ମୋର କ୍ଲାସମେଟ ଏବଂ ପିଲା ଦିନ ର ସାଙ୍ଗ ।
ବେଳେବେଳେ ଚିଙ୍କି ଘରକୁ ନୋଟ୍ ଏବଂ ବୁକ୍ ପାଇଁ ଆସେ କିନ୍ତୁ ପଢା ସରିବା ପରେ ଆସିନଥିଲି।
ଏବେ ଚାଲନ୍ତୁ ମୁଖ୍ୟ ଘଟଣା ଉପରକୁ ।
ଶ୍ରୀକାନ୍ତ ର ଆଇଡିଆ ହେଲା ଯେ ତୁ ଯିବୁ ଚିଙ୍କି ଘରକୁ, ତୋ ପଛେ ପଛେ ଆମେ ଦୁଇ ଜଣ ଯିବୁ , ଶ୍ରୀକାନ୍ତ ଯାଇ ରଙ୍ଗ ଲଗାଇବ ସୁଜାତା ମୁହଁରେ ଏବଂ ଆମେ ଦୁଇ ଚିଙ୍କି ମୁହଁରେ ରଙ୍ଗ ଲଗେଇବୁ ।
ଆଇଡିଆ ଅନୁସାରେ ଘରେ ପ୍ରବେଶ କରିଲୁ। ଦୁହେଁ ଟିଭି ଦେଖୁଥିଲେ । ପଛ ପଟୁ ଧିରେ ଧୀରେ ଯାଇ ପହଞ୍ଚିଲୁ ତାଙ୍କ ପାଖରେ ।
ଯାହା ପ୍ଲାନ୍ ଥିଲା ତାହା ହିଁ ହେଲା କିନ୍ତୁ ଏ କଣ ସବୁ ଓଲଟା।
……………………………………
(ମୋତେ ହଠାତ୍ ଗୋଟିଏ ଶକ୍ତ ଚାପୁଡା ମିଳିଲା। ସମସ୍ତେ ଆଶ୍ଚର୍ଯ୍ୟ ରେ ଚାହିଁ ରହିଲେ । ଯୋଉ ରେଞ୍ଜ ରେ ଚାପୁଡା ଲାଗିଛି ମୋର ଗାଲ ପକ୍କା ଲାଲ୍ ହୋଇଥିବ )
ଏହି କାହାଣୀ ଟି ଆପଣଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣେଇବେ ।
2 thoughts on “ସ୍ମୃତି ର ରଙ୍ଗ…..(1)”