ଜଣା ତ ଅଛି ତୋତେ
ଶେଷ ଲକ୍ଷ୍ୟ ମୋର ମଶାଣି ରେ
ତଥାପି ଚାଲିଛୁ ତୁ ଦ୍ରୁତ ବେଗରେ
ଟିକେ ଧିରେ ତ ଚାଲ୍ …..
କାହିଁକି ନା…..
ବାକି ଅଛି ମୋର…
କିଛି କର୍ତ୍ତବ୍ୟକୁ ନିଭେଇବାର
ବାକି ଅଛି ମୋର…
କାହା ସ୍ୱପ୍ନ କୁ ପୁରା କରିବାର
ବାକି ଅଛି ମୋର…
କାହା ଋଣ ସବୁ ସୁଝିବାର
ବାକି ଅଛି ମୋର…
କାହା ଓଠେ ଟିକେ ହସ ଫୁଟେଇବାର
ଆଉ ବାକି ଅଛି ମୋର…
ସଭିଙ୍କ ହୃଦୟ ରେ ଟିକେ ଜାଗା ନେବାର
ହେ ଜୀବନ ଟିକେ ଧିରେ ତ ଚାଲ୍….
ରବୀନ୍ଦ୍ର ଙ୍କ କଲମରୁ…..

