Tag Archives: #samayaachhi

ଏବେ ମଧ୍ୟ ସମୟ ଅଛି


 
ଏବେ ମଧ୍ୟ ସମୟ ଅଛି




ସମ୍ପର୍କ କୁ ଆହୁତି ଦେଇ
ଧନ ର ଚଲାପଥ କୁ 
ଆପଣା କରିବା ଏବଂ
ନବ ସୁଗନ୍ଧ ଖୋଜିବା
ମନୁଷ୍ୟ ର ଏହି
ନୂତନ ଯୁଗରେ
ପନ୍ଥା ହୋଇଗଲାଣି । 
ଏ ଦୁନିଆ
ସୁସଜ୍ଜିତ ହେବାର
ଆଶା କୁ ଅନ୍ଧକାର ରେ
ହଜେଇ ଦେଲାଣି,
କଣ ହେବ କେଜାଣି
ନାମ, ଧନ ଆଉ କୀର୍ତ୍ତି
କୁ ଆଦରି ନିଜେ
ଧରା ପୃଷ୍ଠରେ
ନତ ମସ୍ତକ ରୂପେ
ନିଜକୁ ବିକ୍ରେତା ଜିନିଷ
ଭାବେ କିଛି ଦୁଃ ସଂଗତ ର
ସଂସ୍ପର୍ଶରେ 
ସବୁ କିଛି ଧୂଳିସାତ ହେବାର
ପୂର୍ବାନୁମାନ ହେଉଛି ।
ସୁସଜ୍ଜିତ ହେବାକୁ ସମୟ ଅଛି
ନିଜ ପାଖେ ପୁନଃ ନିର୍ମାଣ
ର ଆଲୋକ ତୋରଣ ନେଇ
ନିଜକୁ ପଦାର୍ପଣ କର,,,
ଏବେ ମଧ୍ୟ ସମୟ ଅଛି….


ନୀଳମାଧବ ଭୂୟାଁ ଙ୍କ ଲେଖନୀରୁ….





If the contents are helpful to share them with your friends, Thanking You.